07.07.25 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:-
ତୁମେମାନେ ବହୁତ ରୟାଲ୍ ଷ୍ଟୁଡେଣ୍ଟ (ରାଜକୀୟ ବିଦ୍ୟାର୍ଥୀ) ଅଟ, ତୁମକୁ ପିତା, ଶିକ୍ଷକ ଏବଂ
ସତଗୁରୁଙ୍କର ସ୍ମୃତିରେ ରହିବାକୁ ହେବ, ଅଲୌକିକ ସେବା କରିବାକୁ ହେବ । ’’
ପ୍ରଶ୍ନ:-
ଯେଉଁମାନେ ନିଜକୁ
ବେହଦର ପାର୍ଟଧାରୀ ମନେ କରି ଚାଲୁଛନ୍ତି, ସେମାନଙ୍କର ଲକ୍ଷଣ ଶୁଣାଅ?
ଉତ୍ତର:-
ସେମାନଙ୍କ ବୁଦ୍ଧିରେ କୌଣସି ସୂକ୍ଷ୍ମ ଅଥବା ସ୍ଥୂଳ ଦେହଧାରୀଙ୍କର ସ୍ମୃତି ରହିବ ନାହିଁ । ସେମାନେ
କେବଳ ଏକମାତ୍ର ବାବା ଏବଂ ଶାନ୍ତିଧାମ ଘରକୁ ମନେ ପକାଉଥିବେ, କାହିଁକି ନା ସମସ୍ତ ମହାନତା
ଜଣଙ୍କର ହିଁ ଅଟେ । ଯେପରି ବାବା ସାରା ଦୁନିଆର ସେବା କରି ପତିତମାନଙ୍କୁ ପବିତ୍ର କରୁଛନ୍ତି,
ସେହିପରି ପିଲାମାନେ ମଧ୍ୟ ବାବାଙ୍କ ଭଳି ସେବାଧାରୀ ହୋଇଯାଉଛନ୍ତି ।
ଓମ୍ ଶାନ୍ତି ।
ପ୍ରଥମେ-ପ୍ରଥମେ
ବାବା ପିଲାମାନଙ୍କୁ ସାବଧାନ କରାଇ ଦେଉଛନ୍ତି । ଏଠାରେ ବସିବା ସମୟରେ ନିଜକୁ ଆତ୍ମା ଭାବି
ବାବାଙ୍କ ସମ୍ମୁଖରେ ବସିଛ ତ? ଏ କଥା ମଧ୍ୟ ବୁଦ୍ଧିରେ ଧାରଣ କର ଯେ ଆମେ ବାବା ଏବଂ ଶିକ୍ଷକଙ୍କ
ସମ୍ମୁଖରେ ବସିଛୁ । ପ୍ରଥମ ନମ୍ବର କଥା ହେଉଛି - ଆମେ ଆତ୍ମା ଅଟୁ, ବାପ, ଟିଚର, ଗୁରୁ ରୂପେ
ମିଳିଥିବା ଶିବବାବା ମଧ୍ୟ ଆତ୍ମା ଅଟନ୍ତି । ସେ ଏକ ହିଁ ଅଟନ୍ତି ନା । ଏହି ନୂଆ କଥା ତୁମେ
ଶୁଣୁଛ । ତୁମେ କହୁଛ ବାବା ଆମେ ତ ଏହାକୁ କଳ୍ପ କଳ୍ପ ଶୁଣୁଛୁ । ତେଣୁ ବୁଦ୍ଧିରେ ଏ କଥା ରହୁ
ଯେ, ବାବା ପଢାଉଛନ୍ତି, ଆମେ ଆତ୍ମା ଏହି ଅଙ୍ଗ ଦ୍ୱାରା ଶୁଣୁଛୁ । ଏହି ଜ୍ଞାନ ବର୍ତ୍ତମାନ ହିଁ
ସର୍ବୋଚ୍ଚ ଭଗବାନଙ୍କ ଦ୍ୱାରା ତୁମମାନଙ୍କୁ ମିଳୁଛି । ସେ ସମସ୍ତ ଆତ୍ମାମାନଙ୍କର ପିତା ଅଟନ୍ତି,
ଯିଏକି ସମ୍ପତ୍ତି ଦେଉଛନ୍ତି । କ’ଣ ଜ୍ଞାନ ଦେଉଛନ୍ତି? ସମସ୍ତଙ୍କର ସଦ୍ଗତି କରୁଛନ୍ତି ।
ଅର୍ଥାତ୍ ଘରକୁ ନେଇ ଯାଉଛନ୍ତି । କେତେ ଜଣଙ୍କୁ ନେଇଯିବେ? ଏ ସବୁ କଥା ତୁମେ ଜାଣିଛ । ମଶା ସଦୃଶ
ସମସ୍ତ ଆତ୍ମାମାନଙ୍କୁ ଯିବାକୁ ହେବ । ସତ୍ୟଯୁଗରେ ଗୋଟିଏ ମାତ୍ର ଧର୍ମ ଓ ପବିତ୍ରତା-ସୁଖ-ଶାନ୍ତି
ସବୁ ରହିଥାଏ । ତୁମମାନଙ୍କ ପାଇଁ ଚିତ୍ର ଦ୍ୱାରା ବୁଝାଇବା ବହୁତ ସହଜ ଅଟେ । ପିଲାମାନେ ମଧ୍ୟ ନକ୍ସା
ଦ୍ୱାରା ବୁଝିଯାଆନ୍ତି ନା । ଏହା ଇଂଲଣ୍ଡ, ଏହା ଅମୁକ.... ପୁଣି ସେହି ସ୍ଥାନ ମନେ ପଡିଯାଏ ।
ଏଠାରେ ମଧ୍ୟ ସେହିପରି । ଗୋଟିଏ-ଗୋଟିଏ ଛାତ୍ରକୁ ବୁଝାଇବାକୁ ପଡୁଛି, ମହିମା ମଧ୍ୟ ଜଣଙ୍କର ହେଉଛି
- ଶିବାୟ ନମଃ, ଉଚ୍ଚରୁ ଉଚ୍ଚ ଭଗବାନ । ରଚୟିତା ପିତା ଘରର ମୁଖ୍ୟ ହୋଇଥା’ନ୍ତି ନା । ସେ ହଦର
ପିତା, ଇଏ ସାରା ବେହଦ ଘରର ପିତା ଅଟନ୍ତି । ଇଏ ପୁଣି ଶିକ୍ଷକ ମଧ୍ୟ ଅଟନ୍ତି । ତୁମକୁ ପଢାଉଛନ୍ତି
। ତେଣୁ ତୁମ ସନ୍ତାନମାନଙ୍କୁ ବହୁତ ଖୁସିରେ ରହିବା ଉଚିତ୍ । ତୁମେ ରାଜକୀୟ ଛାତ୍ର ମଧ୍ୟ ଅଟ ।
ବାବା କହୁଛନ୍ତି ମୁଁ ସାଧାରଣ ଶରୀରରେ ଆସୁଛି । ପ୍ରଜାପିତା ବ୍ରହ୍ମାଙ୍କର ମଧ୍ୟ ଏହିଠାରେ ହିଁ
ନିଶ୍ଚୟ ଆବଶ୍ୟକତା ରହିଛି । ତାଙ୍କ ବିନା କାମ କିପରି ଚାଲିବ । ବୟସ୍କ ସନ୍ତାନ ହିଁ ଆବଶ୍ୟକ
କାହିଁକି ନା ପୋଷ୍ୟ ଅଟନ୍ତି ନା । ତେଣୁ ବୟସ୍କ ହେବା ଦରକାର । ଶ୍ରୀକୃଷ୍ଣ ତ ସମସ୍ତଙ୍କୁ
ସନ୍ତାନ ବୋଲି କହିପାରିବେ ନାହିଁ । ବୟସ୍କ ହିଁ ଏ କଥା କହିବା ଶୋଭା ପାଉଛି । ପିଲାଙ୍କୁ କ’ଣ
କେହି ବାବା ବୋଲି କହିବେ । ତେଣୁ ପିଲାମାନଙ୍କର ବୁଦ୍ଧିରେ ଆସିବା ଦରକାର ଯେ ଆମେ କାହା ଆଗରେ
ବସିଛୁ । ଅର୍ନ୍ତମନରେ ବହୁତ ଖୁସି ମଧ୍ୟ ରହିବା ଉଚିତ୍ । ଛାତ୍ର ଯେଉଁଠି ବସିଲେ ମଧ୍ୟ ତାଙ୍କ
ବୁଦ୍ଧିରେ ବାବା ହିଁ ମନେ ପଡିଥା’ନ୍ତି । ଶିକ୍ଷକ ମଧ୍ୟ ମନେ ପଡିଥାନ୍ତି । ତାଙ୍କର ତ ବାପ,
ଶିକ୍ଷକ, ଅଲଗା-ଅଲଗା ରହିଛନ୍ତି । ତୁମର ତ ଜଣେ ମାତ୍ର ବାପ-ଟିଚର-ଗୁରୁ ଅଛନ୍ତି । ଏହି
ବ୍ରହ୍ମାବାବା ମଧ୍ୟ ଷ୍ଟୁଡେଣ୍ଟ ଅଟନ୍ତି । ପଢୁଛନ୍ତି । କେବଳ ଲୋନ୍ରେ ରଥ ଦେଇଛନ୍ତି ଆଉ କୌଣସି
ଫରକ ନାହିଁ । ନଚେତ୍ ସେ ତୁମ ପରି ହିଁ ଅଟନ୍ତି । ଏହାଙ୍କ ଆତ୍ମା ମଧ୍ୟ ତୁମ ପରି ବୁଝୁଛି ।
ସମସ୍ତ ମହାନତା ଜଣଙ୍କର ହିଁ ଅଟେ । ତାଙ୍କୁ ହିଁ ପ୍ରଭୁ ଈଶ୍ୱର ବୋଲି କୁହାଯାଉଛି । ଇଏ ମଧ୍ୟ
କହୁଛନ୍ତି ନିଜକୁ ଆତ୍ମା ଭାବି ଏକମାତ୍ର ପରମାତ୍ମାଙ୍କୁ ମନେ ପକାଅ, ବାକି ସବୁ ସୂକ୍ଷ୍ମ ଏବଂ
ସ୍ଥୂଳ ଦେହଧାରୀଙ୍କୁ ଭୁଲିଯାଅ । ତୁମେ ଶାନ୍ତିଧାମର ବାସିନ୍ଦା ଅଟ । ତୁମେ ବେହଦର ପାର୍ଟଧାରୀ
ଅଟ । ଏହି କଥା ଆଉ କେହି ଜାଣି ନାହାଁନ୍ତି । ସାରା ଦୁନିଆରେ କେହି ମଧ୍ୟ ଜାଣିନାହାଁନ୍ତି, ଏଠାକୁ
ଯେଉଁମାନେ ଆସୁଛନ୍ତି ସେମାନେ ବୁଝିଯାଉଛନ୍ତି ଏବଂ ବାବାଙ୍କ ସେବାରେ ଲାଗିପଡୁଛନ୍ତି । ଈଶ୍ୱରୀୟ
ସେବାଧାରୀ ଅଟନ୍ତି ନା । ବାବା ମଧ୍ୟ ସେବା କରିବାକୁ ଆସିଛନ୍ତି । ପତିତମାନଙ୍କୁ ପାବନ କରାଇବାର
ସେବା କରୁଛନ୍ତି । ରାଜ୍ୟ ହରାଇ ପୁଣି ଯେତେବେଳେ ଦୁଃଖୀ ହେଉଛନ୍ତି ସେତେବେଳେ ବାବାଙ୍କୁ
ଡାକୁଛନ୍ତି । ଯିଏ ରାଜ୍ୟ ଦେଇଥିଲେ, ତାଙ୍କୁ ହିଁ ଡାକିବେ ନା ।
ତୁମେ ସନ୍ତାନମାନେ
ଜାଣିଛ, ବାବା ସୁଖଧାମର ମାଲିକ କରାଇବାକୁ ଆସିଛନ୍ତି । ଦୁନିଆରେ ଏ କଥା କାହାକୁ ଜଣା ନାହିଁ ।
ସମସ୍ତ ଭାରତବାସୀ ଏକ ଧର୍ମର ହିଁ ଅଟନ୍ତି । ଏହା ହିଁ ହେଉଛି ମୁଖ୍ୟ ଧର୍ମ । ତେବେ ନିଶ୍ଚିତ
ଯେତେବେଳେ ଏହି ଧର୍ମ ପ୍ରାୟ ଲୋପ ହୋଇଯାଇଥିବ ସେତେବେଳେ ତ ବାବା ଆସି ସ୍ଥାପନ କରିବେ । ପିଲାମାନେ
ଜାଣିଛନ୍ତି ଯେ ଭଗବାନ ଯାହାକୁ ସାରା ଦୁନିଆ ଆଲ୍ଲା, ଗଡ କହି ଡାକୁଛନ୍ତି, ସେ ଡ୍ରାମା ଅନୁସାରେ
କଳ୍ପ ପୂର୍ବ ସଦୃଶ ଏଠାକୁ ଆସୁଛନ୍ତି । ଏହା ହେଉଛି ଗୀତାର ଅଧ୍ୟାୟ, ଯେଉଁ ସମୟରେ ବାବା ଆସି
ସ୍ଥାପନାର କର୍ତ୍ତବ୍ୟ କରୁଛନ୍ତି । ଗାୟନ ମଧ୍ୟ କରାଯାଏ ବ୍ରାହ୍ମଣ ଏବଂ ଦେବୀ-ଦେବତା...
କ୍ଷତ୍ରିୟ କହୁନାହାଁନ୍ତି । ବ୍ରାହ୍ମଣ ଦେବୀ ଦେବତା ନମଃ କହୁଛନ୍ତି, କାହିଁକି ନା କ୍ଷତ୍ରିୟ ତ
୨ କଳା କମ୍ ହୋଇଗଲା ନା । ନୂଆ ଦୁନିଆକୁ ହିଁ ସ୍ୱର୍ଗ କୁହାଯାଉଛି । ତ୍ରେତାକୁ ତ ନୂଆ ଦୁନିଆ
କୁହାଯିବ ନାହିଁ । ପ୍ରଥମେ ପ୍ରଥମେ ସତ୍ୟଯୁଗକୁ ହିଁ ଏକଦମ୍ ନୂଆ ଦୁନିଆ କୁହାଯିବ । ଏହା ସବୁଠାରୁ
ପୁରୁଣା ଦୁନିଆ ଅଟେ । ପୁଣି ନୂଆରୁ ନୂଆ ଦୁନିଆକୁ ଯିବୁ । ଏବେ ଆମେ ସେହି ଦୁନିଆକୁ ଯାଉଥିବାରୁ
ପିଲାମାନେ କହୁଛନ୍ତି ଯେ ଆମେ ନରରୁ ନାରାୟଣ ହେଉଛୁ । ଆମେ ସତ୍ୟନାରାୟଣଙ୍କର କଥା ମଧ୍ୟ ଶୁଣୁଛୁ
। ରାଜକୁମାର ହେବାର କଥା କହୁନାହାଁନ୍ତି । ସତ୍ୟ ନାରାୟଣଙ୍କ କଥା କହୁଛନ୍ତି । ସେମାନେ
ନାରାୟଣଙ୍କୁ ଅଲଗା ଭାବୁଛନ୍ତି । କିନ୍ତୁ ନାରାୟଣଙ୍କର କୌଣସି ଜୀବନ କାହାଣୀ ତ ନାହିଁ । ଜ୍ଞାନର
କଥା ବହୁତ ରହିଛି ନା । ସେଥିପାଇଁ ୭ ଦିନ ଦିଆଯାଇଛି । ୭ ଦିନ ଭଟ୍ଟୀରେ ଅର୍ଥାତ୍ ଏକାଗ୍ରତା
ପୂର୍ବକ ରହିବାକୁ ପଡିବ । କିନ୍ତୁ ଏପରି ମଧ୍ୟ ନୁହେଁ ଯେ ଏଠାରେ ଆସି ଭଟ୍ଟୀରେ ରହିବାକୁ ପଡିବ ।
ଏଭଳି ତ ପୁଣି ଭଟ୍ଟୀର ବାହାନା କରି ଅନେକ ଆସିଯିବେ । ମୁଖ୍ୟତଃ ସକାଳ ଏବଂ ସନ୍ଧ୍ୟାରେ ପାଠପଢା
ହୋଇଥାଏ । ଖରାବେଳେ ବାୟୁମଣ୍ଡଳ ଠିକ୍ ନ ଥାଏ । ରାତ୍ରିରେ ମଧ୍ୟ ୧୦ରୁ ୧୨ ପର୍ଯ୍ୟନ୍ତ ବିଲ୍କୁଲ୍
ଖରାପ ସମୟ ରହିଥାଏ । ଏଠାରେ ତୁମ ସନ୍ତାନମାନଙ୍କୁ ମଧ୍ୟ ମେହନତ କରିବାକୁ ହେବ, ୟାଦରେ ରହି
ସତ୍ତ୍ୱପ୍ରଧାନ ହେବା ପାଇଁ । ଘର ଗୃହସ୍ଥରେ ତ ସାରା ଦିନ କାମ-ଧନ୍ଦାରେ ରହୁଛ । ଏପରି ମଧ୍ୟ
ବହୁତ ଅଛନ୍ତି ଯିଏ ଧନ୍ଦା ଆଦି କରି ମଧ୍ୟ ଭଲ ଚାକିରୀ କରିବା ପାଇଁ ପୁଣି ପାଠ ପଢିଥା’ନ୍ତି ।
ଏଠାରେ ମଧ୍ୟ ତୁମେ ପଢୁଛ, ତେଣୁ ଯିଏ ପଢାଉଛନ୍ତି ସେହି ଶିକ୍ଷକଙ୍କୁ ମନେ ପକାଇବାକୁ ହେବ । ଆଚ୍ଛା,
ଶିକ୍ଷକ ଭାବି ମନେ ପକାଇଲେ ମଧ୍ୟ ତିନି ଜଣ ଏକତ୍ର ମନେପଡିବେ - ବାପ, ଟିଚର, ଗୁରୁ । ତୁମ
ନିମନ୍ତେ ଏହା ବହୁତ ସହଜ ହୋଇଥିବାରୁ ତୁରନ୍ତ ମନେ ପଡିଯିବା ଉଚିତ୍ । ଇଏ ଆମର ବାବା, ଶିକ୍ଷକ,
ଗୁରୁ ମଧ୍ୟ ଅଟନ୍ତି । ସେ ସର୍ବୋଚ୍ଚ ପିତା ଅଟନ୍ତି ଯାହାଙ୍କଠାରୁ ଆମେ ସ୍ୱର୍ଗର ସମ୍ପତ୍ତି
ନେଉଛୁ । ଆମେ ସ୍ୱର୍ଗକୁ ନିଶ୍ଚୟ ଯିବୁ । ସ୍ୱର୍ଗର ସ୍ଥାପନା ନିଶ୍ଚୟ ହେବ । ତୁମେ କେବଳ ଉଚ୍ଚ
ପଦ ପାଇବା ପାଇଁ ପୁରୁଷାର୍ଥ କରୁଛ । ଏ କଥା ମଧ୍ୟ ତୁମେ ଜାଣିଛ । ମନୁଷ୍ୟମାନେ ମଧ୍ୟ ଜାଣିବେ,
ଚାରିଆଡେ ତୁମର ପ୍ରଚାର ପ୍ରସାର ହେବ । ତୁମ ବ୍ରାହ୍ମଣମାନଙ୍କର ଅଲୌକିକ ଧର୍ମ ଅଟେ - ଶ୍ରୀମତକୁ
ଅନୁସରଣ କରି ଅଲୌକିକ ସେବାରେ ତତ୍ପର ରହିବା । ଏ କଥା ମଧ୍ୟ ମନୁଷ୍ୟମାନେ ଜାଣିବେ ଯେ ତୁମେ
ଶ୍ରୀମତ ମାଧ୍ୟମରେ କେତେ ଶ୍ରେଷ୍ଠ କର୍ମ କରୁଛ । ତୁମ ପରି ଅଲୌକିକ ସେବା ଆଉ କେହି କରିପାରିବେ
ନାହିଁ । ତୁମେ ବ୍ରାହ୍ମଣ ଧର୍ମାବଲମ୍ବୀମାନେ ହିଁ ଏପରି ଶ୍ରେଷ୍ଠ କର୍ମ କରୁଛ । ତେଣୁ ଏପରି
କର୍ମରେ ଲାଗିଯିବା ଉଚିତ୍ । ଏହିଥିରେ ହିଁ କାର୍ଯ୍ୟବ୍ୟସ୍ତ ରହିବା ଉଚିତ୍ । ବାବା ମଧ୍ୟ ଏହି
ସେବାରେ ବ୍ୟସ୍ତ ରହୁଛନ୍ତି ନା । ତୁମେ ରାଜଧାନୀ ସ୍ଥାପନ କରୁଛ । ସେମାନେ ତ ପଞ୍ଚାୟତ ଏକତ୍ର
ହୋଇ କେବଳ ପାଳନା କରୁଛନ୍ତି । ଏଠାରେ ତୁମେ ଗୁପ୍ତ ବେଶରେ କ’ଣ କରୁଛ । ତୁମେ ହେଉଛ ଗୁପ୍ତ
ଅହିଂସକ ଯୋଦ୍ଧା । ଏହାର ଅର୍ଥ ମଧ୍ୟ କେହି ବୁଝୁ ନାହାଁନ୍ତି । ତୁମେ ହେଉଛ ଡବଲ ଅହିଂସକ ସେନା ।
ସବୁଠାରୁ ବଡ ହିଂସା ହେଉଛି କାମ ବିକାରର, ଯାହା ଆତ୍ମାକୁ ପତିତ କରାଉଛି । ଏହାକୁ ହିଁ ଜିତିବାକୁ
ହେବ । ଭଗବାନୁବାଚ - କାମ ମହାଶତ୍ରୁ ଅଟେ, ଏହା ଉପରେ ବିଜୟ ପ୍ରାପ୍ତ କରିବା ଦ୍ୱାରା ତୁମେ ଜଗତ୍ଜିତ୍
ହୋଇଯିବ । ଏହି ଲକ୍ଷ୍ମୀ-ନାରାୟଣ ଜଗତ୍ଜିତ୍ ଅଟନ୍ତି ନା । ଭାରତ ଜଗତ୍ଜିତ୍ ଥିଲା । ଏ ବିଶ୍ୱର
ମାଲିକ କିପରି ହେଲେ! ଏ କଥା ମଧ୍ୟ ବାହାର ଲୋକେ ବୁଝିପାରିବେ ନାହିଁ । ଏହାକୁ ବୁଝିବା ପାଇଁ
ବୁଦ୍ଧି ବହୁତ ବିଶାଳ ହେବା ଉଚିତ୍ । ବଡ ବଡ ପରୀକ୍ଷା ଦେଉଥିବା ପ୍ରାର୍ଥୀମାନଙ୍କର ବିଶାଳ ବୁଦ୍ଧି
ହୋଇଥାଏ ନା । ତୁମେ ଶ୍ରୀମତ ଆଧାରରେ ନିଜର ରାଜ୍ୟ ସ୍ଥାପନ କରୁଛ । ତୁମେ କାହାକୁ ବି
ବୁଝାଇପାରିବ ଯେ ବିଶ୍ୱରେ ଶାନ୍ତି ଥିଲା ଆଉ କୌଣସି ରାଜ୍ୟ ନ ଥିଲା । ସ୍ୱର୍ଗରେ ଅଶାନ୍ତି
ହୋଇପାରିବ ନାହିଁ । ବହିସ୍ଥକୁ ଗାର୍ଡନ ଅଫ୍ ଆଲ୍ଲା କୁହାଯାଉଛି । କେବଳ ବଗିଚା ତ ରହିବ ନାହିଁ,
ମନୁଷ୍ୟ ମଧ୍ୟ ରହିବା ଦରକାର ନା । ଏବେ ତୁମେ ସନ୍ତାନମାନେ ଜାଣୁଛ ଆମେ ସ୍ୱର୍ଗର ମାଲିକ ହେଉଛୁ ।
ତୁମର ମନରେ ବହୁତ ନିଶା ରହିବା ଉଚିତ୍ ଏବଂ ଚିନ୍ତନ ବହୁତ ଉଚ୍ଚ ହେବା ଦରକାର । ତୁମେ ବାହାରର
କୌଣସି ସୁଖକୁ ଚାହୁଁନାହଁ । ବର୍ତ୍ତମାନ ତୁମକୁ ବିଲ୍କୁଲ୍ ସାଧାରଣ ଭାବେ ରହିବାକୁ ହେବ । ଏବେ
ତୁମେ ଶ୍ୱଶୁର ଘରକୁ ଯାଉଛ । ଏହା ତୁମର ବାପ ଘର ଅଟେ । ଏଠାରେ ତୁମକୁ ଦୁଇଜଣ ପିତା ମିଳିଛନ୍ତି,
ଏକ ନିରାକାର ସର୍ବୋଚ୍ଚ ପିତା, ଦ୍ୱିତୀୟ ପୁଣି ସାକାର, ସେ ସାକାରରେ ମଧ୍ୟ ସର୍ବୋଚ୍ଚ ଅଟନ୍ତି
। ଏବେ ତୁମେ ଶ୍ୱଶୁରଘର ବିଷ୍ଣୁପୁରୀକୁ ଯାଉଛ । ତାକୁ କୃଷ୍ଣପୁରୀ କୁହାଯିବ ନାହିଁ ।
ପିଲାମାନଙ୍କର କୌଣସି ପୁରୀ ନ ଥାଏ । ବିଷ୍ଣୁପୁରୀ ଅର୍ଥାତ୍ ଲକ୍ଷ୍ମୀ-ନାରାୟଣଙ୍କ ପୁରୀ, ତୁମେ
ରାଜଯୋଗୀ ଅଟ । ତେବେ ନିଶ୍ଚୟ ନରରୁ ନାରାୟଣ ହେବ ।
ତୁମେ ହେଉଛ ପ୍ରକୃତ
ଈଶ୍ୱରୀୟ ସେବାଧାରୀ । ବାବା ସେହିମାନଙ୍କୁ ପ୍ରକୃତ ଈଶ୍ୱରୀୟ ସେବାଧାରୀ କହୁଛନ୍ତି ଯିଏକି ଅତି
କମ୍ରେ ୮ ଘଣ୍ଟା ଆତ୍ମ-ଅଭିମାନୀ ରହିବାର ପୁରୁଷାର୍ଥ କରୁଛନ୍ତି । କୌଣସି କର୍ମବନ୍ଧନ ନ ରହିଲେ
ହିଁ ସେବାଧାରୀ ହୋଇପାରିବ ଏବଂ କର୍ମାତୀତ ଅବସ୍ଥା ହୋଇପାରିବ । ନରରୁ ନାରାୟଣ ହେବା ପାଇଁ
କର୍ମାତୀତ ଅବସ୍ଥା ନିଶ୍ଚୟ ହେବା ଦରକାର । କର୍ମବନ୍ଧନ ଥିଲେ ଦଣ୍ଡ ଭୋଗ କରିବାକୁ ପଡିବ ।
ପିଲାମାନେ ନିଜେ ବୁଝିପାରୁଛନ୍ତି - ବାବାଙ୍କୁ ମନେ ପକାଇବା କଷ୍ଟସାଧ୍ୟ ଅଟେ, ଉପାୟ ତ ବହୁତ ସହଜ
ଅଟେ, କେବଳ ବାବାଙ୍କୁ ୟାଦ କରିବାକୁ ହେବ । ଭାରତର ପ୍ରାଚୀନ ଯୋଗ ପ୍ରସିଦ୍ଧ ଅଟେ । ଯୋଗ ନିମନ୍ତେ
ହିଁ ଜ୍ଞାନ ଉଦ୍ଧିଷ୍ଟ, ଯାହାକୁ ବାବା ଆସି ଶିଖାଉଛନ୍ତି । ଶ୍ରୀକୃଷ୍ଣ କ’ଣ ଯୋଗ ଶିଖାଇ ଥା’ନ୍ତି
କି? ଶ୍ରୀକୃଷ୍ଣଙ୍କୁ ପୁଣି ସ୍ୱଦର୍ଶନ ଚକ୍ର ଦେଇଛନ୍ତି । ଏହି ଚିତ୍ର ମଧ୍ୟ କେତେ ଭୁଲ୍ ଅଟେ ।
ଏବେ ତୁମକୁ କୌଣସି ଚିତ୍ର ଆଦିକୁ ମନେ ପକାଇବା ଅନୁଚିତ୍ । ସବୁ କିଛି ଭୁଲିଯାଅ । କେଉଁଥିରେ
ବୁଦ୍ଧି ନ ଲାଗୁ, ଲାଇନ୍ କ୍ଲିଅର୍ ହେବା ଦରକାର । ଏହା ହେଉଛି ପାଠପଢାର ସମୟ । ଦୁନିଆକୁ ଭୁଲି
ନିଜକୁ ଆତ୍ମା ଭାବି ବାବାଙ୍କୁ ୟାଦ କରିବାକୁ ହେବ, ତେବେ ଯାଇ ପାପ ନାଶ ହେବ । ବାବା କହୁଛନ୍ତି
ପ୍ରଥମେ ତୁମେ ଅଶରୀରୀ ଆସିଥିଲ, ପୁଣି ତୁମକୁ ଯିବାକୁ ହେବ । ତୁମେ ସର୍ବକର୍ମରେ ନିପୁଣ ଅଟ ।
ସେମାନେ ହଦର ଅଭିନେତା ଅଟନ୍ତି, ତୁମେ ହେଲ ବେହଦର ଅଭିନେତା । ଏବେ ତୁମେ ଜାଣୁଛ ଯେ ଆମେ ଅନେକ
ଥର ପାର୍ଟ କରିଛୁ । ଅନେକ ଥର ତୁମେ ବେହଦର ମାଲିକ ହୋଇଛ । ଏହି ବେହଦର ନାଟକରେ ପୁଣି ଛୋଟ-ଛୋଟ
ନାଟକ ମଧ୍ୟ ଅନେକ ଥର ହେଉଛି । ସତ୍ୟଯୁଗରୁ କଳିଯୁଗ ପର୍ଯ୍ୟନ୍ତ ଯାହା କିଛି ହୋଇଛି ତାହାର
ପୁନରାବୃତ୍ତି ହୋଇଚାଲିବ । ଆରମ୍ଭରୁ ନେଇ ଅନ୍ତ ପର୍ଯ୍ୟନ୍ତ ସବୁ କିଛି ତୁମ ବୁଦ୍ଧିରେ ଅଛି ।
ମୂଳବତନ, ସୂକ୍ଷ୍ମବତନ ଏବଂ ସୃଷ୍ଟିର ଚକ୍ର, ବାସ୍ ଆଉ କୌଣସି ଧାମ ସହିତ ତୁମର କାମ ନାହିଁ ।
ତୁମର ଧର୍ମ ବହୁତ ସୁଖଦାୟୀ ଅଟେ । ତାଙ୍କର ଯେତେବେଳେ ସମୟ ଆସିବ ସେତେବେଳେ ସେମାନେ ଆସିବେ ।
କ୍ରମାନ୍ୱୟରେ ଯେପରି ଆସିଛନ୍ତି, ସେହିପରି ପୁଣି ଯିବେ । ଆମେ ଅନ୍ୟ ଧର୍ମର କ’ଣ ବର୍ଣ୍ଣନା କରିବୁ
। ତୁମକୁ କେବଳ ଏକମାତ୍ର ବାବା ହିଁ ମନେ ରହିବା ଦରକାର । ଚିତ୍ର ଆଦି ସବୁ ଭୁଲି, ଏକମାତ୍ର
ବାବାଙ୍କୁ ୟାଦ କରିବାକୁ ହେବ । ବ୍ରହ୍ମା-ବିଷ୍ଣୁ-ଶଙ୍କରଙ୍କୁ ମଧ୍ୟ ନୁହେଁ, କେବଳ ଜଣଙ୍କୁ ମନେ
ପକାଅ । ସେମାନେ ଭାବୁଛନ୍ତି ପରମାତ୍ମା ଲିଙ୍ଗ ସଦୃଶ ଅଟନ୍ତି । ଲିଙ୍ଗ ସଦୃଶ କୌଣସି ଜିନିଷ
ହୋଇପାରିବ ନାହିଁ । ତେବେ ସେ କିପରି ଜ୍ଞାନ ଶୁଣାଇବେ । କ’ଣ ପ୍ରେରଣା ଦ୍ୱାରା ଲାଉଡ୍ ସ୍ପିକର୍
ରଖିବେ ଯେ ତୁମେ ଶୁଣିବ । ପ୍ରେରଣା ଦ୍ୱାରା ତ କିଛି ହୁଏ ନାହିଁ, ଏପରି ନୁହେଁ, ଶଙ୍କରଙ୍କୁ
ପଠାଉଛନ୍ତି । ଏ ସବୁ ଡ୍ରାମାରେ ପୂର୍ବରୁ ହିଁ ନିର୍ଦ୍ଧାରିତ ହୋଇ ରହିଛି । ବିନାଶ ତ ନିଶ୍ଚୟ
ହେବ । ଯେପରି ତୁମେ ଆତ୍ମାମାନେ ଶରୀର ଦ୍ୱାରା କଥା ହେଉଛ, ସେହିପରି ପରମାତ୍ମା ମଧ୍ୟ ତୁମ ସହିତ
କଥା ହେଉଛନ୍ତି । ତାଙ୍କର ପାର୍ଟ ହିଁ ଦିବ୍ୟ ଅଲୌକିକ ଅଟେ । ପତିତମାନଙ୍କୁ ପାବନ ଏକମାତ୍ର ବାବା
ହିଁ କରାଉଛନ୍ତି । କହୁଛନ୍ତି ମୋର ପାର୍ଟ ସବୁଠାରୁ ଅଲଗା ଅଟେ । କଳ୍ପ ପୂର୍ବରୁ ଯେଉଁମାନେ
ଆସିଥିବେ ସେହିମାନେ ଆସିବେ, ଯାହା କିଛି ବି ଅତୀତ ହୋଇଗଲା, ତାହା ଡ୍ରାମା, ଏଥିରେ ଟିକିଏ ହେଲେ
ଫରକ ନାହିଁ । ପୁଣି ପୁରୁଷାର୍ଥର ଖିଆଲ ରଖିବାକୁ ହେବ । ଏପରି ନୁହେଁ ଡ୍ରାମା ଅନୁସାରେ ଆମର କମ୍
ପୁରୁଷାର୍ଥ ହେଉଛି ପୁଣି ତ ପଦ ମଧ୍ୟ ବହୁତ କମ୍ ହୋଇଯିବ । ପୁରୁଷାର୍ଥକୁ ତୀବ୍ର କରିବା ଉଚିତ୍ ।
ସବୁ କିଛି ଡ୍ରାମା ଉପରେ ଛାଡିଦେବା ଉଚିତ୍ ନୁହେଁ । ନିଜର ୟାଦର ଚାର୍ଟକୁ ଦେଖ ଓ ବୃଦ୍ଧି କର ।
ନୋଟ୍ କର ଆମର ଚାର୍ଟ ବଢୁଛି ତ, କମ୍ ହେଉ ନାହିଁ ତ । ବହୁତ ଖବରଦାର ରହିବା ଉଚିତ୍ । ଏଠାରେ ତୁମେ
ବ୍ରାହ୍ମଣ ସଙ୍ଗରେ ରହିଛ । ବାହାରେ ସବୁ କୁସଙ୍ଗ ଅଟେ । ସେମାନେ ସମସ୍ତେ ଓଲଟା ହିଁ ଶୁଣାଇଥାନ୍ତି
। ଏବେ ବାବା ତୁମକୁ କୁସଙ୍ଗରୁ ବାହାର କରୁଛନ୍ତି ।
ମନୁଷ୍ୟମାନେ କୁସଙ୍ଗରେ
ପଡି ନିଜର ଚାଲିଚଳଣ ଆଦି ସବୁ ବଦଳାଇ ଦେଇଛନ୍ତି, ବେଶ ପୋଷାକ ମଧ୍ୟ ବଦଳାଇ ଦେଇଛନ୍ତି ଏହା ମଧ୍ୟ
ଯେପରି ନିଜ ଧର୍ମର ଅପମାନ କରିଛନ୍ତି । ଦେଖ କିପରି କେଶ ସଜାଉଛନ୍ତି । ଦେହ-ଅଭିମାନ ଆସିଯାଉଛି ।
୧୦୦-୧୫୦ ଟଙ୍କା ଦେଉଛନ୍ତି କେବଳ କେଶ ସଜାଇବା ପାଇଁ । ଏହାକୁ ଅତି ଦେହ-ଅଭିମାନ ବୋଲି କୁହାଯାଉଛି
। ସେମାନେ ପୁଣି କେବେହେଲେ ଜ୍ଞାନ ଧାରଣ କରିପାରିବେ ନାହିଁ । ବାବା କହୁଛନ୍ତି ବିଲ୍କୁଲ୍
ସାଧାରଣ ହୁଅ । ଅଧିକ ଦାମ୍ର ଶାଢୀ ପିନ୍ଧିବା ଦ୍ୱାରା ମଧ୍ୟ ଦେହ-ଅଭିମାନ ଆସିଥାଏ ।
ଦେହ-ଅଭିମାନ ଦୂର କରିବା ପାଇଁ ସବୁ ହାଲୁକା କରିଦେବା ଉଚିତ୍ । ଭଲ ଜିନିଷ ଦେହ-ଅଭିମାନରେ
ଆଣିଥାଏ । ତୁମେ ବର୍ତ୍ତମାନ ବନବାହରେ ଅଛ ନା । ପ୍ରତ୍ୟେକ ଜିନିଷରୁ ମୋହ ହଟାଇବାକୁ ହେବ । ବହୁତ
ସାଧାରଣ ରହିବାକୁ ହେବ । ବିବାହ ଆଦିରେ ସମ୍ପର୍କ ରକ୍ଷା କରିବା ପାଇଁ ରଙ୍ଗୀନ କପଡା ପିନ୍ଧି
କରିଯାଅ, ନାମକୁ ମାତ୍ର ପିନ୍ଧିଲ ପୁଣି ଘରକୁ ଆସି ଓହ୍ଲାଇ ଦେଲ । ତୁମକୁ ତ ବାଣୀରୁ ଉର୍ଦ୍ଧ୍ୱକୁ
ଯିବାକୁ ହେବ । ବାନପ୍ରସ୍ଥୀ ଧଳାବସ୍ତ୍ର ପିନ୍ଧିଥା’ନ୍ତି । ତୁମେ ଛୋଟ-ବଡ ସମସ୍ତେ ବାନପ୍ରସ୍ଥୀ
ଅଟ । ଛୋଟ ପିଲାମାନଙ୍କୁ ମଧ୍ୟ ଶିବବାବାଙ୍କର ୟାଦ କରାଇବା ଉଚିତ୍ । ଏହିଥିରେ ହିଁ କଲ୍ୟାଣ ରହିଛି
। ବାସ୍ ଆମକୁ ଏବେ ଶିବବାବାଙ୍କ ପାଖକୁ ଯିବାକୁ ହେବ । ଆଚ୍ଛା—
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ
ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ସର୍ବଦା
ଧ୍ୟାନ ରହୁ ଯେ ମୋର କୌଣସି ବି ଚାଲି-ଚଳଣି ଦେହ-ଅଭିମାନଯୁକ୍ତ ନ ହେଉ । ବହୁତ ସାଧାରଣ ଭାବରେ
ରହିବାକୁ ହେବ । କୌଣସି ବି ଜିନିଷରେ ମମତ୍ୱ ରଖିବାର ନାହିଁ । କୁସଙ୍ଗଠାରୁ ନିଜକୁ ଦୂରେଇ
ରଖିବାକୁ ହେବ ।
(୨) ଯୋଗର ମେହନତ ଦ୍ୱାରା
ସମସ୍ତ କର୍ମ ବନ୍ଧନକୁ ସମାପ୍ତ କରି କର୍ମାତୀତ ହେବାକୁ ପଡିବ । ଅତି କମ୍ରେ ୮ ଘଣ୍ଟା
ଆତ୍ମ-ଅଭିମାନୀ ହୋଇ ରହି ପ୍ରକୃତ ଈଶ୍ୱରୀୟ ସେବାଧାରୀ ହେବାକୁ ପଡିବ ।
ବରଦାନ:-
ବିଶାଳ ବୁଦ୍ଧି
ଏବଂ ବିଶାଳ ହୃଦୟ ଦ୍ୱାରା ନିଜର ପଣିଆର ଅନୁଭୂତି କରାଉଥିବା ମାଷ୍ଟର ରଚୟିତା ହୁଅ ।
ମାଷ୍ଟର ରଚୟିତାର ପ୍ରଥମ
ରଚନା ଏହି ଦେହ ଅଟେ । ଯେଉଁମାନେ ଏହି ଦେହର ମାଲିକ ହେବାରେ ସମ୍ପୂର୍ଣ୍ଣ ସଫଳତା ପ୍ରାପ୍ତ
କରିନିଅନ୍ତି ସେମାନେ ନିଜର ସ୍ନେହ ବା ସମ୍ପର୍କ ଦ୍ୱାରା ସମସ୍ତଙ୍କୁ ନିଜ ପଣିଆର ଅନୁଭବ
କରାଇଥାଆନ୍ତି । ସେହି ଆତ୍ମାର ସମ୍ପର୍କରେ ଆସୁଥିବା ଆତ୍ମାମାନଙ୍କୁ ସୁଖର, ଦାତାପଣିଆର,
ଶାନ୍ତିର, ପ୍ରେମର, ଆନନ୍ଦର, ସହଯୋଗର ସାହସର ଉତ୍ସାହ ଏବଂ ଉଦ୍ଦୀପନାର କୌଣସି ନା କୌଣସି
ବିଶେଷତାର ଅନୁଭୂତି ହୋଇଥାଏ । ସେହିମାନଙ୍କୁ ହିଁ କୁହାଯାଏ ବିଶାଳ ବୁଦ୍ଧି, ବିଶାଳ ହୃଦୟ
ସମ୍ପନ୍ନ ଆତ୍ମା ।
ସ୍ଲୋଗାନ:-
ଉମଙ୍ଗ ଉତ୍ସାହର
ଡେଣା ଦ୍ୱାରା ସର୍ବଦା ଉଡିବା କଳାର ଅନୁଭୂତି କରାଇଚାଲ ।
ଅବ୍ୟକ୍ତ ଈଶାରା:-
ସଂକଳ୍ପ ଶକ୍ତିକୁ ଜମା କରି ଶ୍ରେଷ୍ଠ ସେବାର ନିମିତ୍ତ ହୁଅ ।
ନିଜକୁ ଶ୍ରେଷ୍ଠ
ସଂକଳ୍ପରେ ସମ୍ପନ୍ନ କରିବା ପାଇଁ ଘରଗୃହସ୍ଥରେ ଟ୍ରଷ୍ଟୀ ଅର୍ଥାତ୍ ନିମିତ୍ତ ହୋଇ ରୁହ, ଟ୍ରଷ୍ଟୀ
ହେବା ଅର୍ଥ ଡବଲ ଲାଇଟ୍ ଫରିସ୍ଥା ହେବା । ଏହିଭଳି ପିଲାମାନଙ୍କର ପ୍ରତ୍ୟେକ ଶ୍ରେଷ୍ଠ ସଂକଳ୍ପ
ସଫଳ ହୋଇଥାଏ । ପିଲାମାନଙ୍କର ଗୋଟିଏ ଶ୍ରେଷ୍ଠ ସଂକଳ୍ପ ଆଧାରରେ ବାବାଙ୍କ ଦ୍ୱାରା ହଜାର ଶ୍ରେଷ୍ଠ
ସଂକଳ୍ପ ରୂପୀ ଫଳ ପ୍ରାପ୍ତ ହୋଇଥାଏ, ଗୋଟିଏର ହଜାର ଗୁଣା ଫଳ ମିଳିଯାଏ ।