07.08.26 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:-
ବର୍ତ୍ତମାନ ପର୍ଯ୍ୟନ୍ତ ଯାହା କିଛି ପଢିଛ, ତାକୁ ଭୁଲି କେବଳ ବାବାଙ୍କୁ ମନେ ପକାଅ ।”
ପ୍ରଶ୍ନ:-
ଭାରତରେ
ସତ୍ୟଯୁଗୀ ସ୍ୱରାଜ୍ୟ ସ୍ଥାପନ କରିବା ପାଇଁ କେଉଁ ବଳ ଆବଶ୍ୟକ?
ଉତ୍ତର:-
ପବିତ୍ରତାର ବଳ । ତୁମେ ସର୍ବଶକ୍ତିବାନ ବାବାଙ୍କ ସହିତ ଯୋଗ ଲଗାଇ ପବିତ୍ର ହେଉଛ । ଏହା
ପବିତ୍ରତାର ହିଁ ବଳ ଯାହା ଦ୍ୱାରା ସତ୍ୟଯୁଗୀ ସ୍ୱରାଜ୍ୟର ସ୍ଥାପନା ହେଉଛି, ଏଥିରେ ଲଢେଇ ଆଦିର
କୌଣସି କଥା ନାହିଁ । ଜ୍ଞାନ ଏବଂ ଯୋଗବଳ ହିଁ ପାବନ ଦୁନିଆର ମାଲିକ କରିଦେଇଥାଏ । ଏହି ବଳ ଦ୍ୱାରା
ଏକମତର ସ୍ଥାପନା ହୋଇଯାଇଥାଏ ।
ଗୀତ:-
ଆଖିର ୱହ ଦିନ
ଆୟା ଆଜ...
ଓମ୍ ଶାନ୍ତି ।
ପିଲାମାନେ ଗୀତ ଶୁଣିଲେ । ଏହି ଗୀତ ଆମ ଦ୍ୱାରା ରଚନା ହୋଇନାହିଁ । ଯେପରି ଅନ୍ୟ ବେଦ ଶାସ୍ତ୍ରର
ସାରମର୍ମ ବୁଝାଇ କୁହାଯାଉଛି, ସେହିପରି ଏହି ଯେଉଁ ଗୀତ ରଚନା କରାଯାଇଛି, ତା’ର ମଧ୍ୟ ସାର
ବୁଝାଉଛନ୍ତି । ପିଲାମାନେ ଜାଣିଛନ୍ତି ନାଉରୀଆ ଅଥବା ବଗିଚାର ମାଲିକ ଅଥବା ସଦ୍ଗତି ଦାତା ଜଣେ
ହିଁ ବାବା ଅଟନ୍ତି । ଭକ୍ତି କରୁଛନ୍ତି ଜୀବନମୁକ୍ତି ପାଇଁ । କିନ୍ତୁ ଜୀବନମୁକ୍ତି ବା ସଦ୍ଗତି
ଦାତା କେବଳ ଭଗବାନ ଅଟନ୍ତି । ତା’ର ଅର୍ଥ ପିଲାମାନେ ହିଁ ବୁଝିପାରିବେ, ଦୁନିଆରେ ଅନ୍ୟ
ମନୁଷ୍ୟମାନେ ବୁଝିପାରିବେ ନାହିଁ । ସଦ୍ଗତି ଅର୍ଥାତ୍ ଦୁଃଖରୁ ମୁକ୍ତ କରି ଶାନ୍ତିର ପ୍ରାପ୍ତି
କରାଇଥା’ନ୍ତି । ଭାରତବାସୀ ସନ୍ତାନମାନେ ଜାଣିଛନ୍ତି ଯେ ଏଠାରେ ପବିତ୍ରତା ସୁଖ ଶାନ୍ତି ଥିଲା,
ଯେତେବେଳେ କି ଏହି ଲକ୍ଷ୍ମୀ-ନାରାୟଣଙ୍କ ରାଜ୍ୟ ଥିଲା । ରାଧା କୃଷ୍ଣଙ୍କର ରାଜ୍ୟ କୁହାଯାଇପାରିବ
ନାହିଁ । ବାସ୍ତବରେ ମାତାମାନଙ୍କର ସମସାଥୀ ହେଉଛନ୍ତି ରାଧା । ତାଙ୍କୁ ଅଧିକ ସ୍ନେହ କରିବା ଉଚିତ୍
ତଥାପି କୃଷ୍ଣଙ୍କୁ ବହୁତ ସ୍ନେହ କରୁଛନ୍ତି । ଦୋଳିରେ ଝୁଲାଉଛନ୍ତି । କୃଷ୍ଣଙ୍କ ଜନ୍ମାଷ୍ଟମୀ
ମଧ୍ୟ ପାଳନ କରୁଛନ୍ତି । ରାଧାଙ୍କ ଜୟନ୍ତୀ ପାଳନ କରୁନାହାଁନ୍ତି । ବାସ୍ତବରେ ଉଭୟଙ୍କର ପାଳନ
କରିବା ଦରକାର । କିଛି ହେଲେ ବୁଦ୍ଧିରେ ନାହିଁ । ତାଙ୍କର ଜୀବନ କାହାଣୀକୁ ତ କେହି ଜାଣି
ନାହାଁନ୍ତି । ବାବା ଆସି ନିଜର ଓ ସମସ୍ତଙ୍କର ଜୀବନ କାହାଣୀ ଶୁଣାଉଛନ୍ତି । ମନୁଷ୍ୟମାନେ
କହୁଛନ୍ତି ମଧ୍ୟ ଶିବ ପରମାତ୍ମା ନମଃ କିନ୍ତୁ ତାଙ୍କର ଜୀବନ କାହାଣୀକୁ ଜାଣି ନାହାଁନ୍ତି ।
ମନୁଷ୍ୟଙ୍କର ଜୀବନ କାହାଣୀକୁ ଇତିହାସ-ଭୂଗୋଳ କୁହାଯାଉଛି, ଦୁନିଆର ଇତିହାସ-ଭୂଗୋଳର ତ ଗାନ
କରାଯାଉଛି ନା - କେତେ ଗ୍ରାମ ଓ ସହରରେ ରାଜତ୍ୱ କରୁଥିଲେ, କେତେ ଭୂ-ଖଣ୍ଡରେ ରାଜତ୍ୱ କରୁଥିଲେ ।
କିପରି ରାଜତ୍ୱ କଲେ ପୁଣି ସେମାନେ କୁଆଡେ ଗଲେ... କିନ୍ତୁ ଏହି ଇତିହାସ-ଭୂଗୋଳ କଥା କେହି ଜାଣି
ନାହାଁନ୍ତି । ତୁମମାନଙ୍କୁ ଭଲ ଭାବରେ ବୁଝାଯାଉଛି । ରଚୟିତା ଓ ରଚନାର ଜ୍ଞାନ ପିଲାମାନଙ୍କୁ
ବୁଝାଉଛନ୍ତି । ତୁମ ସନ୍ତାନମାନଙ୍କୁ ଜଣା ପଡିଗଲାଣି ଯେ ବାସ୍ତବରେ ଏବେ କଳିଯୁଗର ଅନ୍ତ ସମୟ ଓ
ସତ୍ୟଯୁଗର ଆଦି ସମୟ ଅଟେ । ସଂଗମରେ ହିଁ ପରମପିତା ପରମାତ୍ମା ଆସି ମନୁଷ୍ୟକୁ ପତିତରୁ ପାବନ ଦେବତା
କରାଉଛନ୍ତି । ଉତ୍ତମ ପୁରୁଷ ଅଥବା ପୁରୁଷୋତ୍ତମ କରାଉଛନ୍ତି କାରଣ ବର୍ତ୍ତମାନର ମନୁଷ୍ୟ ଉତ୍ତମ
ନୁହଁନ୍ତି, କନିଷ୍ଠ ଅଟନ୍ତି । ଉତ୍ତମ, ମଧ୍ୟମ, କନିଷ୍ଠ ଅର୍ଥାତ୍ ସତ୍ତ୍ୱଗୁଣୀ, ରଜୋଗୁଣୀ
ତମୋଗୁଣୀ ହୋଇଥା’ନ୍ତି । ଯିଏ ଭଲ ଭାବରେ ଜ୍ଞାନ ଶୁଣିବେ ତାଙ୍କୁ ସତ୍ତ୍ୱଗୁଣୀ କୁହାଯିବ । ଯିଏ
ଅଳ୍ପ ଶୁଣିବେ ତାଙ୍କୁ ରଜୋଗୁଣୀ କହିବେ, ଯିଏ ଶୁଣୁ ହିଁ ନାହାଁନ୍ତି ତାଙ୍କୁ ତମୋଗୁଣୀ କୁହାଯିବ
। ବିଦ୍ୟା ଅଧ୍ୟୟନରେ ମଧ୍ୟ ଏହିପରି ହୋଇଥାଏ । ତୁମ ସନ୍ତାନମାନଙ୍କୁ ସତ୍ତ୍ୱପ୍ରଧାନ
ବିଦ୍ୟାଧ୍ୟୟନର ଆବଶ୍ୟକତା ରହିଛି, ସେଥିପାଇଁ ତୁମକୁ ସତ୍ତ୍ୱପ୍ରଧାନ ଲକ୍ଷ୍ମୀ-ନାରାୟଣ ହେବା ପାଇଁ
ଜ୍ଞାନ ଦିଆଯାଉଛି । ନରରୁ ନାରାୟଣ ତଥା ନାରୀରୁ ଲକ୍ଷ୍ମୀ ହେବାକୁ ହେବ । ଗୀତା ପାଇଁ ମଧ୍ୟ ତୁମେ
କହୁଛ ଯେ ଏହା ହେଉଛି ସତ୍ୟ ଗୀତା । ତୁମେ ବି ଲେଖିପାରିବ - ଏହା ହେଉଛି ସତ୍ୟ ଗୀତା ପାଠଶାଳା
ଅର୍ଥାତ୍ ସତ୍ୟ ନାରାୟଣ ହେବାର କଥା ଅଥବା ସତ୍ୟ ଅମରକଥା, ଅଥବା ସତ୍ୟ ତିଜରୀର କଥା । ସବୁ ଚିତ୍ର
ତ ତୁମ ପାଖରେ ଅଛି, ଏଥିରେ ସମସ୍ତ ଜ୍ଞାନ ରହିଛି । ତୁମେ ସନ୍ତାନମାନେ ଏବେ ପ୍ରତିଜ୍ଞା କରୁଛ ଯେ
ଆମେ ପ୍ରଜାପିତା ବ୍ରହ୍ମାକୁମାର-କୁମାରୀ ଭାରତକୁ ସତ୍ତ୍ୱପ୍ରଧାନ ସ୍ୱର୍ଗ କରିକି ଦେଖାଇବୁ ।
ତୁମକୁ ସମସ୍ତଙ୍କୁ ଖବର ଦେବାକୁ ହେବ । ଗାନ୍ଧିଜୀ ମଧ୍ୟ ପବିତ୍ର ରାଜ୍ୟ ଚାହୁଁଥିଲେ, ତେଣୁ
ନିଶ୍ଚୟ ଏହା ପତିତ ରାଜ୍ୟ ଅଟେ । ଏକଥା କେହି ବୁଝିପାରୁ ନାହାଁନ୍ତି ଯେ ଆମେ ନିଜେ ପତିତ
ହୋଇଯାଇଛୁ । ରାବଣ ହେଉଛି ୫ ବିକାର । କହିଥା’ନ୍ତି ରାମରାଜ୍ୟ ଆବଶ୍ୟକ, ତେବେ ନିଶ୍ଚୟ ଆସୁରୀ
ସମ୍ପ୍ରଦାୟ ଅଟନ୍ତି ନା, କିନ୍ତୁ ଏହା କାହାରି ବୁଦ୍ଧିରେ ଆସୁନାହିଁ । କେତେ ବଡ-ବଡ ଗୁରୁମାନେ
ମଧ୍ୟ ଏତିକି ବୁଝିପାରୁ ନାହାଁନ୍ତି । ତୁମେ ସନ୍ତାନମାନେ ସମ୍ବାଦ ଦେଉଛ ଯେ ଆମେ ଶ୍ରୀମତ
ମାଧ୍ୟମରେ ବ୍ରହ୍ମାଙ୍କ ଦ୍ୱାରା ୫ ହଜାର ବର୍ଷ ପୂର୍ବ ସଦୃଶ ଦୈବୀ ରାଜ୍ୟ ସ୍ଥାପନ କରିବୁ । ଏହା
ହେଉଛି ପୁରୁଷୋତ୍ତମ ସଂଗମଯୁଗ ଯେତେବେଳେ କି କନିଷ୍ଠ ପୁରୁଷରୁ ସତ୍ତ୍ୱପ୍ରଧାନ ଉତ୍ତମ ପୁରୁଷ
ହେଉଛ । ମର୍ଯ୍ୟାଦା ପୁରୁଷୋତ୍ତମ ଆଦି ସନାତନ ଦେବୀ-ଦେବତା ଧର୍ମ ହିଁ ଅଟେ । ଏବେ କେବଳ
ଦେବୀ-ଦେବତା ଧର୍ମର ସ୍ଥାପନା ହେଉଛି, ପୁଣି ଅନ୍ୟ ଧର୍ମ ରହିବ ହିଁ ନାହିଁ । ତୁମେ ସନ୍ତାନମାନେ
ସିଦ୍ଧ ଅଥବା ପ୍ରମାଣ କରି ବୁଝାଉଛ ଯେ ସତ୍ୟଯୁଗରେ ଏକ ଧର୍ମ, ଏକ ରାଜ୍ୟ ଥିଲା । ଯଦିଓ ତ୍ରେତାରେ
ସୂର୍ଯ୍ୟବଂଶୀରୁ ବଦଳି ଚନ୍ଦ୍ରବଂଶୀକୁ ଯାଉଛନ୍ତି କିନ୍ତୁ ଗୋଟିଏ ଭାଷା ରହିବ । ଏବେ ତ ଭାରତରେ
ଅନେକ ଭାଷା ହୋଇଯାଇଛି । ପିଲାମାନେ ଜାଣିଛନ୍ତି କି ଆମ ରାଜ୍ୟରେ ଏକ ଭାଷା ଥିଲା । ଆଜିକାଲି
ବହୁତ କିଛି ଦେଖିବାକୁ ପାଇବ । ଯେପରି ଯାତ୍ରାରୁ ଫେରି ନିଜ ଦେଶର ନିକଟବର୍ତ୍ତୀ ହେଲେ ଖୁସି
ହୋଇଥାନ୍ତି ଯେ ଏବେ ନିଜ ଘରକୁ ଆସିଗଲୁ । ବାସ୍ ଏବେ ଯାଇ ଘରେ ସମସ୍ତଙ୍କ ସହିତ ମିଶିବୁ । ତୁମକୁ
ମଧ୍ୟ ନିଜ ରାଜଧାନୀର ଦିବ୍ୟ ସାକ୍ଷାତ୍କାର ହେବ । ନିଜ ପୁରୁଷାର୍ଥର ମଧ୍ୟ ଦିବ୍ୟ ସାକ୍ଷାତ୍କାର
ହେବ । ଦେଖିବ ଯେ ବାବା ଆମକୁ କେତେ ପୁରୁଷାର୍ଥ କରିବା ପାଇଁ କହୁଛନ୍ତି । ନଚେତ୍ ହାୟ-ହାୟ କରିବ
ଏବଂ ଭବିଷ୍ୟତ ପଦ ମଧ୍ୟ ନୀଚ ସ୍ତରର ହୋଇଯିବ । ଯୋଗର ଯାତ୍ରା ବିଷୟରେ ସମସ୍ତଙ୍କୁ ବତାଇଚାଲ ।
ବୁଝାଇବା ତ ବହୁତ ସହଜ । ସିଡି ଚିତ୍ର କେତେ ସହଜ । ଯେଉଁମାନେ ବିଳମ୍ବରେ ଆସୁଛନ୍ତି ତାଙ୍କୁ
ଦିନକୁ ଦିନ ସହଜ ଜ୍ଞାନ ମିଳୁଛି । ଗୋଟିଏ ସପ୍ତାହ ବୁଝିବା ଦ୍ୱାରା ହିଁ ସହଜରେ ସବୁକିଛି
ଜାଣିଯିବେ । ଏପରି ଚିତ୍ର ତିଆରି କରାଯାଇଛି, ଯେଉଁଥିରେ ସଠିକ୍ ଭାବେ ବୁଝାଇ ଦିଆଯାଇଛି । ୮୪
ଜନ୍ମର ଚକ୍ର ସମ୍ପୂର୍ଣ୍ଣ ଠିକ୍ ଅଟେ । ଏହା ଭାରତବାସୀଙ୍କ ନିମନ୍ତେ ଉଦ୍ଧିଷ୍ଟ । ତୁମ
ସନ୍ତାନମାନଙ୍କ ବୁଦ୍ଧିରେ ସବୁ ଜ୍ଞାନ ରହିଛି । ତୁମେ ଜାଣିଛ ପତିତ-ପାବନ, ସଦ୍ଗତି ଦାତା
ଶିବବାବାଙ୍କ ମତରେ ଆମେ ପୁନର୍ବାର ସହଜ ରାଜଯୋଗ ବଳ ଦ୍ୱାରା, ନିଜର ତନ-ମନ-ଧନ ଦ୍ୱାରା ଭାରତକୁ
ସ୍ୱର୍ଗ କରୁଛୁ । ଅନ୍ୟ କାହାର ଧନ ଆମେ ଏଥିରେ ଲଗାଉ ନାହୁଁ । ନିଜର ହିଁ ତନ-ମନ-ଧନ ଦ୍ୱାରା ସେବା
କରୁଛୁ । ଯିଏ ଯେତେ କରିବେ, ନିଜ ଭବିଷ୍ୟତ ପାଇଁ ସେତେ ଜମା କରିବେ । ତୁମେ ହିଁ ଘରର ଶୋଭା ଅଟ ।
ତୁମମାନଙ୍କ ଦ୍ୱାରା ହିଁ ବାବା ସତ୍ୟଯୁଗୀ ସ୍ୱରାଜ୍ୟର ସ୍ଥାପନା କରାଉଛନ୍ତି । ଖର୍ଚ୍ଚ ମଧ୍ୟ ତୁମେ
ହିଁ କରିବ । ତୁମର କୌଣସି ଅଧିକ ଖର୍ଚ୍ଚ ହେଉନାହିଁ । ତୁମକୁ କେବଳ ଶିବବାବାଙ୍କୁ ମନେ ପକାଇବାକୁ
ହେବ, କନ୍ୟାମାନଙ୍କୁ କ’ଣ ଖର୍ଚ୍ଚ କରିବାକୁ ପଡିବ? ତାଙ୍କ ପାଖରେ କ’ଣ କିଛି ଅଛି? ବାବା
ପିଲାମାନଙ୍କଠାରୁ କେତେ ଫି (ପାଉଣା) ନେବେ । କିଛି ହେଲେ ନେବେ ନାହିଁ । ସ୍କୁଲରେ ତ ପ୍ରଥମେ
ମାସିକ ଦରମା କଥା କହିଥା’ନ୍ତି । ସେଠାରେ ପାଠପଢାରେ ଅନେକ ଖର୍ଚ୍ଚ ହୋଇଥାଏ । ଏଠାରେ ଶିବବାବା
ପିଲାମାନଙ୍କଠାରୁ କିପରି ପଇସା ନେବେ । ଶିବବାବାଙ୍କୁ କ’ଣ ନିଜର ଘର ତିଆରି କରିବାର ଅଛି, ଯାହା
ପାଇଁ ପଇସା ନେବେ । ପିଲାମାନଙ୍କୁ ଭବିଷ୍ୟତ ସ୍ୱର୍ଗରେ ହୀରା ନୀଳାର ମହଲ ତିଆରି କରିବାକୁ ହେବ,
ସେଥିପାଇଁ ତୁମେ ଏଠାରେ ଯାହା କରୁଛ ତାହାର ପ୍ରତିଦାନରେ ଭବିଷ୍ୟତରେ ତୁମକୁ ମହଲ ମିଳିଯାଉଛି, ଏହା
ବହୁତ ବୁଝିବାର କଥା । ଯେତେ ଯିଏ ତନ-ମନ-ଧନ ଦ୍ୱାରା ସେବା କରିବେ, ସିଏ ସେହିପରି ସେଠାରେ ପାଇବେ
। କଲେଜ ଅଥବା ଡାକ୍ତରଖାନା ତିଆରି କରୁଛନ୍ତି । ୧୦ ଲକ୍ଷ, ୨୦ ଲକ୍ଷ ଲଗାଇବାକୁ ପଡୁଛି । ଏଠାରେ
ତ ଏତେ ଖର୍ଚ୍ଚ ହେଉନାହିଁ । ଛୋଟ ଘରେ ରୁହାନୀ କଲେଜ ତଥା ଡାକ୍ତରଖାନା ତିଆରି କରୁଛନ୍ତି ।
ପାଣ୍ଡବମାନଙ୍କର ଆଦି ପତି କିଏ ଥିଲେ? ସେମାନେ ତ କୃଷ୍ଣଙ୍କ ନାମ ଲେଖି ଦେଇଛନ୍ତି । ବାସ୍ତବରେ
ହେଉଛନ୍ତି ନିରାକାର ଭଗବାନ । ତୁମକୁ ଭଗବାନ ଶ୍ରୀମତ ଦେଉଛନ୍ତି । ଅନ୍ୟ ସମସ୍ତେ ତ ରାବଣ ମତରେ,
ରାବଣ ରାଜ୍ୟରେ ଅଛନ୍ତି । ରାବଣ ମତରେ ଚାଲି କେତେ ବିକାରୀ ହୋଇଯାଇଛନ୍ତି । ଏବେ ଏହି ପୁରୁଣା
ସୃଷ୍ଟି ପୁଣି ନୂଆ ହେବ । ସୃଷ୍ଟିରେ କେବଳ ଭାରତ ହିଁ ଥିଲା । ନୂଆ ଭାରତ, ପୁରୁଣା ଭାରତ
କୁହାଯିବ । ନୁଆ ଭାରତ ତ ସ୍ୱର୍ଗ ଥିଲା, ପୁଣି ଭାରତ ପୁରୁଣା ହେବାରୁ ନର୍କ ହୋଇଯାଇଛି । ଏହାକୁ
ଘୋର ନର୍କ କୁହାଯାଉଛି । ମନୁଷ୍ୟମାନଙ୍କର ହିଁ କଥା ଅଟେ । ଏଠାରେ ସୁଖର ଚିହ୍ନବର୍ଣ୍ଣ ନାହିଁ ।
ଏହା କୌଣସି ସୁଖ ନୁହେଁ । ସନ୍ନ୍ୟାସୀମାନେ ମଧ୍ୟ କହୁଛନ୍ତି ବର୍ତ୍ତମାନର ସୁଖ କାକ ବିଷ୍ଠା ସମାନ
ଅଟେ, ସେଥିପାଇଁ ସେମାନେ ଗୃହସ୍ଥ ବ୍ୟବହାରକୁ ଛାଡି ଚାଲିଯାଉଛନ୍ତି । ସେମାନେ ସ୍ୱର୍ଗ ବା
ସତ୍ୟଯୁଗର ସ୍ଥାପନା କରିପାରିବେ ନାହିଁ । କୃଷ୍ଣପୁରୀ ତ ପରମାତ୍ମା ହିଁ ସ୍ଥାପନା କରିଥା’ନ୍ତି ।
ଶ୍ରୀକୃଷ୍ଣଙ୍କର ଆତ୍ମା ଓ ଶରୀର ଉଭୟ ସତ୍ତ୍ୱପ୍ରଧାନ ଥିଲା, ସେଥିପାଇଁ କୃଷ୍ଣଙ୍କୁ ବହୁତ ସ୍ନେହ
କରିଥା’ନ୍ତି କାହିଁକି ନା ସେ ପବିତ୍ର ଅଟନ୍ତି ନା । କଥିତ ମଧ୍ୟ ରହିଛି ଛୋଟ ପିଲା ବ୍ରହ୍ମ
ଜ୍ଞାନୀ ସମାନ ଅଟେ । ଛୋଟ ପିଲାମାନଙ୍କୁ ବିକାରର ଜ୍ଞାନ ନ ଥାଏ । ସନ୍ନ୍ୟାସୀମାନେ ତଥାପି ବି
ଜାଣିଛନ୍ତି । ପିଲା ଜନ୍ମରୁ ହିଁ ମହାତ୍ମା ଅଟେ । ପିଲାମାନଙ୍କୁ ତ ପବିତ୍ର ଫୁଲ କୁହାଯାଇଥାଏ ।
ନମ୍ବରୱାନ ଫୁଲ ହେଉଛନ୍ତି ଶ୍ରୀକୃଷ୍ଣ, ସ୍ୱର୍ଗ ଅଥବା ନୂଆ ଦୁନିଆର ପ୍ରଥମ ରାଜକୁମାର । ଜନ୍ମ
ନେଲେ ତ କୁହାଯିବ ପ୍ରଥମ ରାଜକୁମାର । କୃଷ୍ଣଙ୍କୁ ତ ସମସ୍ତେ ସ୍ମରଣ କରିଥା’ନ୍ତି କି ତାଙ୍କ ପରି
ସନ୍ତାନଟିଏ ମିଳୁ । ଏବେ ବାବା କହୁଛନ୍ତି ଯାହା ହେବାର ଅଛି ତାହା ହୁଅ । କେବଳ କ’ଣ ଜଣେ ହିଁ
କୃଷ୍ଣ ପଦ ପ୍ରାପ୍ତ କରିବେ । ପ୍ରିନସ୍ ଅଫ୍ ୱେଲସ୍ କେତେ ଜଣ ହେଉଛନ୍ତି? ଦ୍ୱିତୀୟ, ତୃତୀୟ ହେବେ
ନା । ତେଣୁ ଏଠାରେ ମଧ୍ୟ ଡିନାୟଷ୍ଟି ଅର୍ଥାତ୍ ବଂଶାବଳୀ ରହିଛି । ବାପାଙ୍କ ପରେ ପୁଣି ଅନ୍ୟ ଜଣେ
ଗଦିରେ ବସିବ । ଯେପରି ବଂଶ ପରମ୍ପରା ହୋଇଥାଏ, ସେହିପରି ଏହା ମଧ୍ୟ ବଂଶାବଳୀ ଅଟେ । ତୁମର
ଖ୍ରୀଷ୍ଟିୟାନ୍ଙ୍କ ସହିତ ସମ୍ପର୍କ ରହିଛି । କୃଷ୍ଣ ଓ ଖ୍ରୀଷ୍ଟିୟାନ ଉଭୟଙ୍କର ରାଶି ଏକ ଅଟେ ।
ଦେବା-ନେବା ମଧ୍ୟ ପରସ୍ପର ମଧ୍ୟରେ ବହୁତ ଚାଲୁଛି । ଭାରତରୁ ସେମାନେ କେତେ ଧନ ନେଇଗଲେ, ଏବେ ପୁଣି
ଦେଉଛନ୍ତି । ପୁନଃ ଫେରସ୍ତ ସେବା କରୁଛନ୍ତି । ଏହି ୟୁରୋପବାସୀ ପରସ୍ପର ମଧ୍ୟରେ ଲଢି କରି ଶେଷ
ହୋଇଯିବେ । ଏହାକୁ ଆଧାର କରି ଗୋଟିଏ କାହାଣୀ ମଧ୍ୟ ରହିଛି - ଦୁଇଟି ବିଲେଇ ଲଢିଲେ, ମଝିରେ ଲହୁଣୀ
ମାଙ୍କଡ ଖାଇଗଲା । ଏହା ବର୍ତ୍ତମାନର କଥା । ସେମାନେ ପରସ୍ପର ମଧ୍ୟରେ ଯୁଦ୍ଧ କରିବେ ଓ ରାଜ୍ୟ
ଭାଗ୍ୟ ତୁମକୁ ମିଳିବ । ଏବେ ତୁମ ସନ୍ତାନମାନଙ୍କ ପାଖରେ ଅସରନ୍ତି ଜ୍ଞାନ ରହିଛି । ତୁମ
ସନ୍ତାନମାନଙ୍କର ବୁଦ୍ଧିରେ ଅଛି ଯେ ଆମେ ସମସ୍ତେ ବ୍ରହ୍ମାକୁମାର-କୁମାରୀ ଅଟୁ । ଏପରି ନୁହେଁ କି
ଆମେ ଗୁଜୁରାଟୀ, ଆମେ ବଙ୍ଗାଳୀ । ଏପରି ନୁହେଁ । ଏହି ମତଭେଦ ମଧ୍ୟ ସମାପ୍ତ ହୋଇଯିବା ଉଚିତ୍ ।
ଆମେ ଏକ ବାବାଙ୍କର ସନ୍ତାନ ଅଟୁ । ବ୍ରହ୍ମାଙ୍କ ଦ୍ୱାରା ଶିବବାବାଙ୍କ ଶ୍ରୀମତ ଅନୁସାରେ
ପୁନର୍ବାର ଆମେ ନିଜର ସ୍ୱରାଜ୍ୟ ସ୍ଥାପନ କରୁଛୁ - ଜ୍ଞାନ ଓ ଯୋଗବଳ ଦ୍ୱାରା । ଯୋଗବଳ ଦ୍ୱାରା ଆମେ
ପବିତ୍ର ହେଉଛୁ । ବାବା ହେଉଛନ୍ତି ସର୍ବଶକ୍ତିମାନ୍, ତାଙ୍କଠାରୁ ଶକ୍ତି ମିଳୁଛି । ତୁମେ
ବିଶ୍ୱର ବାଦଶାହୀ ନେଉଛ । ଏଥିରେ ଲଢେଇ ଆଦି କିଛି କରୁ ନାହଁ । ସବୁ ପବିତ୍ରତାର ବଳ ଅଟେ ।
କହୁଛନ୍ତି ମଧ୍ୟ ଆସି ପତିତରୁ ପାବନ କରାଅ, ତେଣୁ ୟାଦର ହିଁ ବଳ ଅଟେ । ଏପରି ନୁହେଁ ଯେ ସେଠାକୁ
ଯାଇ ଗୋରଖ ଧନ୍ଦାରେ ପଶି ସବୁ ଭୁଲିଯିବ । ଏଠାରେ ସମ୍ମୁଖରେ ତ ଜ୍ଞାନ ସାଗରଙ୍କ ଲହଡି ଦେଖୁଛ ।
ନଦୀରେ ତ ସେହି ଲହଡି ନ ଥାଏ । ସମୁଦ୍ରର ଗୋଟିଏ ଲହଡି କେତେ କ୍ଷତି କରିଦେଇଥାଏ । ଭୂମିକମ୍ପ ହେଲେ
ସାଗର ମଧ୍ୟ ଉଛୁଳିବ । ସାଗରକୁ ଶୁଖାଇ ଭୂଖଣ୍ଡ ତିଆରି କରିଛନ୍ତି, ତାକୁ ପୁଣି କେତେ ଦାମ୍ରେ
ବିକ୍ରି କରୁଛନ୍ତି । ତୁମେ ଜାଣୁଛ ଏହି ବମ୍ବେ ମଧ୍ୟ ରହିବ ନାହିଁ । ଆଗରୁ ଏହି ବମ୍ବେ ନ ଥିଲା,
ଛୋଟିଆ ଏକ ଗାଁ ଥିଲା । ଏହି ମାତାମାନେ ଭୋଳି ଅଟନ୍ତି । ଏମାନେ ଏତେ ଶିକ୍ଷିତ ନୁହଁନ୍ତି ।
ପୂର୍ବରୁ ପଢିଥିବା ପାଠ ତ ଏଠାରେ ସବୁ କିଛି ଭୁଲିବାକୁ ହେବ । ତୁମେ କିଛି ନ ପଢିଥିଲେ ଭଲ ।
ପାଠୁଆ ଲୋକେ ବୁଝିବା ସମୟରେ କେତେ ପ୍ରଶ୍ନ ପଚାରିଥା’ନ୍ତି । ଏଠାରେ ତ କେବଳ ବାବାଙ୍କୁ ମନେ
ପକାଇବାକୁ ହେବ । କୌଣସି ଦେହଧାରୀ ମନୁଷ୍ୟକୁ ସ୍ମୃତିରେ ଆଣିବାର କଥା ନାହିଁ, ଏକମାତ୍ର ଅବିନାଶୀ
ବାବାଙ୍କର ସବୁ ମହିମା ଅଟେ । ତୁମେ ଜାଣିଛ ସର୍ବୋଚ୍ଚ ହେଉଛନ୍ତି କେବଳ ଭଗବାନ, ସେକେଣ୍ଡ
ନମ୍ବରରେ ଅଛନ୍ତି ବ୍ରହ୍ମା । ତାଙ୍କଠାରୁ ଉଚ୍ଚ କେହି ନାହାଁନ୍ତି । ତାଙ୍କଠାରୁ ବଡ ଆସାମୀ ଆଉ
କେହି ନାହାଁନ୍ତି, କିନ୍ତୁ ଦେଖ କେତେ ସାଧାରଣ ଭାବରେ ଚାଲୁଛନ୍ତି, କେତେ ସାଧାରଣ ରୀତିରେ
ପିଲାମାନଙ୍କ ପାଖରେ ବସୁଛନ୍ତି । ଟ୍ରେନ୍ରେ ଯାଉଛନ୍ତି, କେହି କ’ଣ ଜାଣିଛନ୍ତି ଯେ ଇଏ କିଏ!
ଭଗବାନ ଆସି ଜ୍ଞାନ ଦେଉଛନ୍ତି, ନିଶ୍ଚୟ ପ୍ରବେଶ କରି ଜ୍ଞାନ ଦେବେ ନା । ଯଦି କୃଷ୍ଣ ହୋଇଥା’ନ୍ତେ
ତେବେ ଭିଡ ହୋଇଯାଇଥା’ନ୍ତା ପୁଣି ପଢାଇ ମଧ୍ୟ ପାରି ନ ଥା’ନ୍ତେ, କେବଳ ଦର୍ଶନ କରିଥା’ନ୍ତେ ।
ଏଠାରେ ତ ବାବା ଗୁପ୍ତ ସାଧାରଣ ବେଶରେ ବସି ପିଲାମାନଙ୍କୁ ପଢାଉଛନ୍ତି ।
ତୁମେ ଗୁପ୍ତ ସେନା ଅଟ । ତୁମେ ଜାଣିଛ ଯେ ଆମେ ଆତ୍ମାମାନେ ଯୋଗବଳ ଦ୍ୱାରା ପୁନର୍ବାର ନିଜର
ରାଜ୍ୟ ସ୍ଥାପନ କରୁଛୁ । ଏହି ପୁରୁଣା ଶରୀର ଏହିଠାରେ ତ୍ୟାଗ କରି, ସେଠାରେ ଯାଇ ନୂଆ ଗୋରା
ପବିତ୍ର ଶରୀର ଧାରଣ କରିବୁ । ଏବେ ଆସୁରୀ ସମ୍ପ୍ରଦାୟ ଅଛୁ, ପୁଣି ଦୈବୀ ସମ୍ପ୍ରଦାୟ ହେବୁ ।
ଆତ୍ମା କହୁଛି ମୁଁ ନୂଆ ଦୁନିଆକୁ ଯାଇ ଦୈବୀ ଶରୀର ଧାରଣ କରି ରାଜ୍ୟ କରିବି । ଆତ୍ମା ପୁରୁଷ,
ଶରୀର ପ୍ରକୃତି ଅଟେ । ଆତ୍ମା ସର୍ବଦା ପୁରୁଷ ଅଟେ । କିନ୍ତୁ ହିସାବ-କିତାବ ପାଇଁ ପୁରୁଷ ଅଥବା
ନାରୀର ଶରୀର ମିଳିଥାଏ । କିନ୍ତୁ ମୁଁ ହେଉଛି ଅବିନାଶୀ ଆତ୍ମା । ଏହି ଚକ୍ର ଘୂରି ଚାଲିଛି ।
କଳିଯୁଗର ବିନାଶ ମଧ୍ୟ ନିଶ୍ଚୟ ହେବ । ବିନାଶର ଆସାର ଅଥବା ଆଭାସ ମଧ୍ୟ ସମ୍ମୁଖରେ ଦେଖୁଛ । ସେହି
ମହାଭାରତ ଲଢେଇ ହୋଇଥିବାରୁ ନିଶ୍ଚୟ ଭଗବାନ ମଧ୍ୟ ଆସିଥିବେ । କେଉଁ ରୂପରେ, କେଉଁ ଶରୀରରେ ଅଛନ୍ତି,
ତାହା ତୁମ ପିଲାମାନଙ୍କ ବ୍ୟତୀତ କେହି ଜାଣି ନାହାଁନ୍ତି । କହୁଛନ୍ତି ମଧ୍ୟ - ମୁଁ ବିଲ୍କୁଲ୍
ସାଧାରଣ ଶରୀରରେ ଆସୁଛି । ମୁଁ କୃଷ୍ଣଙ୍କ ଶରୀରରେ ଆସୁନାହିଁ । ଇଏ ହିଁ ପୂରା ୮୪ ଜନ୍ମ ନେଉଛନ୍ତି
। ମୁଁ ଏହାଙ୍କ ବହୁତ ଜନ୍ମର ଅନ୍ତିମର ମଧ୍ୟ ଅନ୍ତିମ ସମୟରେ ଆସୁଛି । ସୂର୍ଯ୍ୟବଂଶୀ ମାନେ ହିଁ
୮୪ ଜନ୍ମ ନେବେ । ସେହିମାନେ ହିଁ ପ୍ରଥମ ନମ୍ବରରେ ଆସିବେ । ସାକାରୀ ଓ ନିରାକାରୀ ଉଭୟ ବୃକ୍ଷର
ସମସ୍ତ ଜ୍ଞାନ ତୁମ ପାଖରେ ଅଛି । ମୂଳବତନରୁ ଆତ୍ମାମାନେ କ୍ରମାନ୍ୱୟରେ ଆସିଥା’ନ୍ତି ।
ପ୍ରଥମେ-ପ୍ରଥମେ ଦେବୀ-ଦେବତା ଧର୍ମର ଆତ୍ମାମାନେ ଆସିଥା’ନ୍ତି ପୁଣି କ୍ରମାନ୍ୱୟରେ ଅନ୍ୟ
ଧର୍ମାବଲମ୍ବୀମାନେ ଆସିଥା’ନ୍ତି । ଚିତ୍ରରେ ବହୁତ ଉଚ୍ଚକୋଟୀର ଜ୍ଞାନ ରହିଛି । ପିଲାମାନଙ୍କୁ
ବୁଝାଇବାକୁ ହେବ, କୁମାରୀମାନେ ସମ୍ମୁଖକୁ ଆସିବା ଉଚିତ୍ । କେହି କନ୍ୟା ଏପରି କଥା ବୁଝାଇଲେ
ଚମତ୍କାର ହୋଇଯିବ ନା । ବାବାଙ୍କର କେତେ ନାମ ପ୍ରସିଦ୍ଧ ହୋଇଯିବ । ଅଲୌକିକ ଓ ଲୌକିକ ଉଭୟଙ୍କର
ନାମ ପ୍ରସିଦ୍ଧ କରିବେ । ଆଚ୍ଛା—
ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି
ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ସଂଗମ ଯୁଗରେ
ଶ୍ରେଷ୍ଠ କର୍ମ କରି ପୁରୁଷୋତ୍ତମ ହେବାକୁ ପଡିବ । ଏପରି କୌଣସି କର୍ମ କରିବା ଅନୁଚିତ୍ ଯାହା
ଦ୍ୱାରା କନିଷ୍ଠ ହୋଇଯିବ ।
(୨) ଗୁପ୍ତ ରୂପରେ
ବାବାଙ୍କର ସାହାଯ୍ୟକାରୀ ହୋଇ ଭାରତକୁ ସ୍ୱର୍ଗ କରିବାର ସେବା କରିବାକୁ ହେବ । ନିଜର ହିଁ
ତନ-ମନ-ଧନ ଦ୍ୱାରା ଭାରତକୁ ସ୍ୱର୍ଗ ତୁଲ୍ୟ କରି ଗଢିବାକୁ ହେବ । ବାବାଙ୍କ ସ୍ମୃତି ଏବଂ
ପବିତ୍ରତାର ବଳ ଜମା କରିବାକୁ ହେବ ।
ବରଦାନ:-
ନିଜର
ସମ୍ପୂର୍ଣ୍ଣ ସ୍ଥିତି ଦ୍ୱାରା ସର୍ବ ପ୍ରକାରର ଅଧୀନତାକୁ ସମାପ୍ତ କରୁଥିବା ପ୍ରକୃତିଜିତ୍ ଭବ ।
ଯେତେବେଳେ ତୁମେମାନେ
ନିଜର ସମ୍ପୂର୍ଣ୍ଣ ସ୍ଥିତିରେ ସ୍ଥିତ ହୋଇଯିବ, ସେତେବେଳେ ପ୍ରକୃତି ଉପରେ ମଧ୍ୟ ବିଜୟ ଅର୍ଥାତ୍
ଅଧିକାରର ଅନୁଭବ ହେବ କାରଣ ସମ୍ପୂର୍ଣ୍ଣ ସ୍ଥିତିରେ କୌଣସି ପ୍ରକାରର ଅଧିନତା ରହିନଥାଏ । କିନ୍ତୁ
ଏହିଭଳି ସମ୍ପୂର୍ଣ୍ଣ ସ୍ଥିତିକୁ ନିର୍ମାଣ କରିବା ପାଇଁ ତିନୋଟି କଥା ଏକାସାଥୀରେ ହେବା ଦରକାର ।
(୧) ଆତ୍ମିକ ସ୍ଥିତି (୨) ଆତ୍ମିକ ନିଶା (୩) ଦୟାଳୁ ସ୍ୱଭାବ । ଯେତେବେଳେ ଏହି ତିନୋଟି କଥା
ପ୍ରତ୍ୟକ୍ଷ ରୂପରେ, ସ୍ଥିତିରେ, ଚେହେରାରେ ବା କର୍ମରେ ଦେଖାଯିବ, ସେତେବେଳେ କୁହାଯିବ
ପ୍ରକୃତିଜିତ୍ ବା ଅଧିକାରୀ ଆତ୍ମା ।
ସ୍ଲୋଗାନ:-
ଯଦି ଶ୍ରୀମତ
ରୂପକ ଲଗାମ ମଜବୁତ୍ ଥିବ ତେବେ ମନ ରୂପକ ଘୋଡା ଦୌଡିପାରିବ ନାହିଁ ।
ଅବ୍ୟକ୍ତ ଈଶାରା:-
ଅପବିତ୍ରତାର ବୀଜକୁ ମଧ୍ୟ ସମାପ୍ତ କରି ସମ୍ପୂର୍ଣ୍ଣ ସ୍ୱଚ୍ଛ ଅର୍ଥାତ୍ ପବିତ୍ର ହୁଅ ।
ଯଦି କୌଣସି ବି
ଅପବିତ୍ରତା ତୁମର ବୃତ୍ତିରେ, ସ୍ମୃତିରେ ବା ସଂକଳ୍ପରେ ରହିଥିବ ତେବେ ବ୍ରାହ୍ମଣ ପଣିଆର ସ୍ଥିତିରେ
ସ୍ଥିତ ହୋଇପାରିବ ନାହିଁ । ସେଥିପାଇଁ ପ୍ରତି ପାଦରେ ସାବଧାନ ରୁହ । ଅନେକ ଗୁଡିଏ ବିଶେଷତା ଥିଲେ
ମଧ୍ୟ ଯଦି ଗୋଟିଏ ବି ଦୁର୍ବଳତା ରହିଛି, ତେବେ ସେହି ଗୋଟିଏ ଦୁର୍ବଳତା ଅନେକ ଗୁଡିଏ ବିଶେଷତାକୁ
ସମାପ୍ତ କରିଦେଇଥାଏ ।