07.10.26 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ଡେରୀରେ
ଆସିଥିଲେ ମଧ୍ୟ ତୀବ୍ର ପୁରୁଷାର୍ଥ କର ତେବେ ବହୁତ ଆଗକୁ ଯାଇପାରିବ, ଅନ୍ୟମାନଙ୍କର ଚିନ୍ତା ଛାଡି
ନିଜ ପୁରୁଷାର୍ଥରେ ଲାଗିଯାଅ ।”
ପ୍ରଶ୍ନ:-
କେଉଁ
କର୍ତ୍ତବ୍ୟ ଏକମାତ୍ର ବାବାଙ୍କର ଅଟେ, ଯାହାକି ଅନ୍ୟ କୌଣସି ମନୁଷ୍ୟର ହୋଇପାରିବ ନାହିଁ?
ଉତ୍ତର:-
ମନୁଷ୍ୟଙ୍କୁ ଦେବତା କରିବା, ତାଙ୍କୁ ଶାନ୍ତିଧାମ, ସୁଖଧାମର ମାଲିକ କରିଦେବା, ଏହି କର୍ତ୍ତବ୍ୟ
ଏକମାତ୍ର ବାବାଙ୍କର ହିଁ ଅଟେ, ଏହାକୁ କେହି ମନୁଷ୍ୟ କରିପାରିବ ନାହିଁ । ତୁମକୁ ନିଶ୍ଚୟ ରହିଛି
ଯେ ସଂଗମ ଯୁଗରେ ହିଁ ଆମେ ଭଗବାନ ଉବାଚ ଶୁଣୁଛୁ । ଏବେ ସ୍ୱୟଂ ଭଗବାନ କଳ୍ପ ପୂର୍ବ ଭଳି ରାଜଯୋଗ
ଶିଖାଉଛନ୍ତି ।
ଓମ୍ ଶାନ୍ତି ।
ଆତ୍ମିକ ପିତା
ଆତ୍ମିକ ସନ୍ତାନମାନଙ୍କୁ ବୁଝାଉଛନ୍ତି । ଏହି ଗୋଟିଏ-ଗୋଟିଏ ଅକ୍ଷର ବା ଜ୍ଞାନ ରତ୍ନ ଲକ୍ଷ-ଲକ୍ଷ
ଟଙ୍କାର ଅଟେ । ବାବା ବୁଝାଇଛନ୍ତି - ପରମାତ୍ମାଙ୍କୁ ରୂପ-ବସନ୍ତ ବି କହୁଛନ୍ତି । ତାଙ୍କର ରୂପ
ମଧ୍ୟ ଅଛି, ନାମ ଶିବବାବା ଅଟେ । ସିଏ ଜ୍ଞାନର ସାଗର ଅଟନ୍ତି, ଯେଉଁ ଜ୍ଞାନ ଦ୍ୱାରା ସଦ୍ଗତି
ହେଉଛି । ଏହା ଜ୍ଞାନ ଧନ ବି ଅଟେ, ପାଠପଢା ବି ଅଟେ । ଏହି ଜ୍ଞାନ ଦେଉଛନ୍ତି - ଆଧ୍ୟାତ୍ମିକ ପିତା
। ଆତ୍ମାକୁ କୁହାଯାଉଛି - ଆଧ୍ୟାତ୍ମିକ ସନ୍ତାନ । ଭକ୍ତିମାର୍ଗରେ ଆତ୍ମାମାନେ ବାବାଙ୍କ ସହିତ
ମିଶିବା ପାଇଁ କେତେ ଆଡେ ଘୁରି ବୁଲୁଛନ୍ତି । ବାବାଙ୍କୁ ଖୋଜୁଛନ୍ତି । ଜାଣୁଛନ୍ତି ମଧ୍ୟ ଭଗବାନ
ଏକମାତ୍ର ଶିବ ଅଟନ୍ତି ତଥାପି ବି ଧକ୍କା ଖାଉଛନ୍ତି । ବାବା ଆସି ବୁଝାଉଛନ୍ତି ହେ ସନ୍ତାନମାନେ,
ତୁମେମାନେ ତ ଅବିନାଶୀ ଅଟ, ପରମଧାମର ବାସିନ୍ଦା ଅଟ, ଯେଉଁଠାରୁ ପୁଣି ଏଠାକୁ ଆସୁଛ ଅଭିନୟ କରିବା
ପାଇଁ । ତୁମେମାନେ ଦୂରଦେଶର ନିବାସୀ ଅଟ । ଏହା ଡ୍ରାମା ଅଟେ, ଏହାର ନାମ ହେଉଛି ହାର-ଜିତ୍ର
ଖେଳ । ସୁଖ-ଦୁଃଖର ଖେଳ । ବାବା ବୁଝାଉଛନ୍ତି ଯେ ମୁଁ ଏବଂ ତୁମେମାନେ ସମସ୍ତେ ଶାନ୍ତିଧାମର
ନିବାସୀ ଅଟୁ । ତାକୁ ନିର୍ବାଣଧାମ ମଧ୍ୟ କହୁଛନ୍ତି । ପ୍ରଥମେ ତ ଏହି ନିଶ୍ଚୟ କରିବାକୁ ହେବ ଯେ
ଆମେ ସେଠାକାର ବାସିନ୍ଦା ଅଟୁ । ମୋ ଆତ୍ମାର ସ୍ୱଧର୍ମ ହେଉଛି ଶାନ୍ତ । ଆତ୍ମା ବିନ୍ଦୁରେ ସାରା
ଅବିନାଶୀ ପାର୍ଟ ଭରି ହୋଇ ରହିଛି । ବାବା ତୁମମାନଙ୍କୁ ପାଠ ପଢାଉଛନ୍ତି, ତୁମେ ଦୁନିଆର
ମନୁଷ୍ୟମାନଙ୍କର ଚିନ୍ତା କରୁଛ । ତୁମମାନଙ୍କର ନିଶ୍ଚୟ ଅଛି ଯେ ଭଗବାନୁବାଚ ଏହି ସଂଗମଯୁଗରେ ହିଁ
ହୋଇଥାଏ, ପୁଣି ଆଉ କୌଣସି ଯୁଗରେ ହୁଏ ନାହିଁ । କେହି ବି ମନୁଷ୍ୟକୁ ଦେବତା କରିପାରିବେ ନାହିଁ ।
ଶାନ୍ତିଧାମ, ସୁଖଧାମର ମାଲିକ କରିପାରିବେ ନାହିଁ । କଳ୍ପ ପୂର୍ବରୁ ମଧ୍ୟ ବାବା ଏହା କରିଥିଲେ ।
ଏବେ ଯିଏ ରାଷ୍ଟ୍ରପତି ହୋଇଛନ୍ତି ୫ ହଜାର ବର୍ଷ ପରେ ପୁଣି ସିଏ ହିଁ ହେବେ । ସାରା ଦୁନିଆର ଯେଉଁ
ଦୃଶ୍ୟ ରହିଛି, ୫ ହଜାର ବର୍ଷ ପରେ ପୁଣି ତା’ର ପୁନରାବୃତ୍ତି ହେବ । ବୁଢୀମାତାମାନେ ଏତେ ସବୁ
ଧାରଣ କରିପାରିବେ ନାହିଁ ତେବେ ସେମାନଙ୍କୁ କୁହାଯାଉଛି କେବଳ ୩ଟି କଥା ମନେ ରଖ - ମୁଁ ଆତ୍ମା
ଶାନ୍ତିଧାମ ନିବାସୀ ଅଟେ, ସୁଖଧାମକୁ ଆସିଥାଏ ପୁଣି ଅଧାକଳ୍ପ ପରେ ଯେବେ ରାବଣ ରାଜ୍ୟ ଆରମ୍ଭ
ହୋଇଥାଏ ମୁଁ ବିକାରୀ ହୋଇଯାଇଥାଏ, ଏହାକୁ କୁହାଯାଉଛି ଦୁଃଖଧାମ । ଯେତେବେଳେ ଦୁଃଖଧାମ ପୁରା
ହେଉଛି ତେବେ ବାବା କହୁଛନ୍ତି ମୋତେ ମନେ ପକାଅ । ମୋତେ ଆସିବାକୁ ପଡୁଛି ତୁମମାନଙ୍କୁ ଶାନ୍ତିଧାମ,
ସୁଖଧାମକୁ ନେଇଯିବା ପାଇଁ ।
ଏବେ ଯେଉଁମାନେ ଆସି
ବାବାଙ୍କର ହୋଇଛନ୍ତି, ସେହିମାନେ ହିଁ ବର୍ସା ପାଇବେ । ଏଠାରେ ସୂର୍ଯ୍ୟବଂଶୀ, ଚନ୍ଦ୍ରବଂଶୀ
ରାଜଧାନୀ ସ୍ଥାପନ ହେଉଛି । କୋଟି-କୋଟି ମନୁଷ୍ୟ ଆସି କିଛି ନା କିଛି ବାବାଙ୍କଠାରୁ ଶୁଣିବେ,
ବୁଝିବେ । ସଂଖ୍ୟା ବୃଦ୍ଧି ହୋଇ ଚାଲିବ । ସବୁଆଡେ ତୁମମାନଙ୍କୁ ଯାଇ ବୁଝାଇବାକୁ ହେବ । ଖବରକାଗଜ
ଦ୍ୱାରା ମଧ୍ୟ ବହୁତ ଶୁଣିବେ, ପାକିସ୍ଥାନରେ ବି ଖବରକାଗଜ ଦ୍ୱାରା ପଢିବେ । ସେଠାରେ ବସି ମଧ୍ୟ
ଏହି ଜ୍ଞାନ ଶୁଣିବେ । ଗୀତାର ପ୍ରଚାର ସାରା ଦୁନିଆରେ ବହୁତ ରହିଛି । ବାବା କହୁଛନ୍ତି - ମୋତେ
ମନେ ପକାଅ ଏବଂ ସମ୍ପତ୍ତିକୁ ମନେ ପକାଅ । ଏହି ଲେଖା ଖବରକାଗଜରୁ ପଢିବେ ସେଥିପାଇଁ ମଧ୍ୟ ବହୁତ
ଆସି ବ୍ରାହ୍ମଣ ହେବେ, ଯେଉଁମାନଙ୍କର ବର୍ସା ନେବାର ଥିବ ତେବେ ସେମାନେ ନିଶ୍ଚିତ ଆସି ନେବେ । ଏବେ
ଆଉ କମ୍ ସମୟ ଅଛି, ବୃଦ୍ଧି ହୋଇଚାଲିବ । ଯଦି ଡେରୀରେ ଆସିବେ ତେବେ ପୁଣି ତୀବ୍ର ପୁରୁଷାର୍ଥ
କରିବାକୁ ପଡିବ । କଳ୍ପ ପୂର୍ବରୁ ଯେଉଁମାନେ ସ୍ୱର୍ଗବାସୀ ହୋଇଥିଲେ, ସେହିମାନେ ଏବେ ମଧ୍ୟ
ନିଶ୍ଚିତ ହେବେ । ଏଥିରେ ଟିକିଏ ହେଲେ ଫରକ ପଡିପାରିବ ନାହିଁ । ଶାନ୍ତିଧାମ ବାଲା ଶାନ୍ତିଧାମକୁ
ଯିବେ । ପୁଣି ନିଜ-ନିଜର ସମୟରେ ଅଭିନୟ କରିବାକୁ ଆସିବେ । ଏବେ ବାବା କହୁଛନ୍ତି ପିଲାମାନେ ମୋତେ
ମନେ ପକାଅ ତେବେ ତୁମେମାନେ ଘରେ ପହଞ୍ଚି ଯିବ । ସନ୍ନ୍ୟାସୀମାନେ ମୁକ୍ତି ପାଇବା ପାଇଁ ପ୍ରଯତ୍ନ
କରୁଛନ୍ତି, ସେଥିପାଇଁ ସମସ୍ତଙ୍କୁ କହୁଛନ୍ତି ମୁକ୍ତି ହିଁ ଠିକ୍ ଅଟେ । ଏଠାକାର ସୁଖ ତ କାକ
ବିଷ୍ଠା ସମାନ ଅଟେ । ଶାସ୍ତ୍ରଗୁଡିକରେ ଲେଖି ଦେଇଛନ୍ତି ଯେ ସତ୍ୟଯୁଗରେ ମଧ୍ୟ ଦୁଃଖର କଥା ଥିଲା,
କିଛି ହେଲେ ବି ବୁଝୁନାହାଁନ୍ତି । କହୁଛନ୍ତି ପରମାତ୍ମାଙ୍କୁ ଆସିବାକୁ ହେବ । ପତିତ-ପାବନ
ପରମାତ୍ମା ଆସ, ଆସି ଆମକୁ ରାସ୍ତା ବତାଅ । ଅନ୍ୟପଟେ କହୁଛନ୍ତି ଗଙ୍ଗା ପତିତ-ପାବନୀ ଅଟେ । ଗଙ୍ଗା
ସ୍ନାନ, ଯଜ୍ଞ-ତପ, ଯାତ୍ରା କରିବା ଏସବୁ ଭଗବାନଙ୍କ ସହିତ ମିଶିବାର ରାସ୍ତା ଅଟେ । ଯଦି
ପରମାତ୍ମାଙ୍କୁ ଡାକୁଛ, ତେବେ ପୁଣି ଧକ୍କା କାହିଁକି ଖାଉଛ! ଏସବୁ ଭକ୍ତିମାର୍ଗରେ ନିର୍ଦ୍ଧାରିତ
ହୋଇ ରହିଛି । ମନୁଷ୍ୟମାନଙ୍କୁ ଯାହା ଆସୁଛି ତାହା କହିଦେଉଛନ୍ତି । ପରମାତ୍ମାଙ୍କ ସହିତ ମିଶିବା
ପାଇଁ କେତେ ପରିଶ୍ରମ କରୁଛନ୍ତି । ତେବେ ଭଗବାନଙ୍କ ସହିତ ମିଶିବା ପାଇଁ ଭକ୍ତମାନେ ଯିବେ ନା
ଭଗବାନଙ୍କୁ ଏଠାକୁ ଆସିବାକୁ ପଡିବ? ପତିତ ଆତ୍ମା ତ ସେଠାକୁ ଯାଇପାରିବ ନାହିଁ । ତେଣୁ ବାବା
ଆସୁଛନ୍ତି ନେଇଯିବା ପାଇଁ । ସବୁ ଆତ୍ମାମାନଙ୍କର ପଣ୍ଡା ଜଣେ ହିଁ ଅଟନ୍ତି । ତୁମେମାନେ ମଧ୍ୟ
ପବିତ୍ର ହୋଇ ତାଙ୍କ ପଛରେ ଯିବ । ସାଜନ ତୁମମାନଙ୍କୁ ଜ୍ଞାନ ରତ୍ନ ଦ୍ୱାରା ଶୃଙ୍ଗାର କରୁଛନ୍ତି -
ମହାରାଜା-ମହରାଣୀ କରିବା ପାଇଁ । ବାକି କୃଷ୍ଣଙ୍କ ପାଇଁ ଦେଖାଉଛନ୍ତି ଅମୁକକୁ ହରଣ କରିନେଲେ,
ପାଟରାଣୀ କରିଦେଲେ । ଏ କଥା ଠିକ୍ ଲାଗୁନାହିଁ । ତୁମେମାନେ ଜାଣିଛ ଆମେ ସ୍ୱର୍ଗରେ ମହାରାଣୀ ହେବୁ
। ତୁମେମାନେ ହିଁ ସ୍ୱର୍ଗବାସୀ ଥିଲ । ଏବେ ବାବା ପୁଣି ଥରେ ସ୍ୱର୍ଗବାସୀ କରିବାକୁ ଆସିଛନ୍ତି ।
ଏହା ୮୪ ଜନ୍ମର କଥା । ୮୪ ଲକ୍ଷ ଜନ୍ମ କେହି ମନେ ରଖିପାରିବେ ନାହିଁ । ସତ୍ୟଯୁଗକୁ ଲକ୍ଷ-ଲକ୍ଷ
ବର୍ଷ କହିଦେଉଛନ୍ତି, ତ୍ରେତାକୁ କମ୍ କହୁଛନ୍ତି । ଏପରି ତ କୌଣସି ହିସାବ ମିଶୁ ନାହିଁ । ବାବା
କେତେ ସହଜ କରି କହୁଛନ୍ତି ଯେ କେବଳ ଦୁଇଟି କଥା ମନେ ପକାଇବାକୁ ହେବ - ଅଲଫ ଏବଂ ବେ । ତେବେ
ତୁମେମାନେ ପବିତ୍ର ବି ହେବ, ଉଡି ବି ପାରିବ ଏବଂ ଉଚ୍ଚ ପଦ ମଧ୍ୟ ପାଇବ । ତେଣୁ ଏହି ଚିନ୍ତା
ରଖିବା ଦରକାର ଯେ ଯେପରି ବି ହେଉ ବାବାଙ୍କୁ ମନେ ପକାଇବାକୁ ହେବ । ମାୟାର ତୋଫାନ ମଧ୍ୟ ଆସିବ,
କିନ୍ତୁ ତୁମେ ହାରିଯାଅ ନାହିଁ । ଯଦି କେହି କ୍ରୋଧ କରୁଛନ୍ତି ପରନ୍ତୁ ତୁମେ କିଛି କୁହ ନାହିଁ ।
ସନ୍ନ୍ୟାସୀମାନେ ମଧ୍ୟ କହୁଛନ୍ତି - ମୁଖରେ ତାବିଜ ପକାଇ ଦିଅ, ତେବେ ସାମ୍ନାବାଲା କହି-କହି ଚୁପ୍
ହୋଇଯିବ । ବାବା ମଧ୍ୟ କହୁଛନ୍ତି - ଯଦି କେହି କ୍ରୋଧରେ କଥା ହେଉଛନ୍ତି ତେବେ ତୁମେ ଶାନ୍ତ ହୋଇ
ଦେଖ । ଯେ କୌଣସି ପରିସ୍ଥିତିରେ ତୁମକୁ ଶିବବାବାଙ୍କୁ ମନେ ପକାଇବାକୁ ହେବ । ବାବାଙ୍କ ସ୍ମୃତି
ଦ୍ୱାରା ହିଁ ବର୍ସା (ସ୍ୱର୍ଗର ସମ୍ପତ୍ତି) ମନେ ପଡିବ । ତୁମମାନଙ୍କର ଅତିନ୍ଦ୍ରିୟ ସୁଖର ଗାୟନ
ରହିଛି ଯେ ଆମେ ୨୧ ଜନ୍ମ ପାଇଁ ସ୍ୱର୍ଗର ପରୀ ହେବୁ । ସେଠାରେ ଦୁଃଖର ନାମ ମଧ୍ୟ ରହିବ ନାହିଁ ।
ତୁମେମାନେ ୫୦-୬୦ ଜନ୍ମ ସୁଖ ଭୋଗୁଛ, ସୁଖର ହିସାବ ଅଧିକ ରହିଛି । ଯଦି ସୁଖ-ଦୁଃଖ ସମାନ-ସମାନ
ହେବ ତେବେ ଫାଇଦା ହିଁ କ’ଣ ଅଛି! ସେଠାରେ ତୁମ ପାଖରେ ଧନ ମଧ୍ୟ ବହୁତ ରହିବ । କିଛି ବର୍ଷ
ପୂର୍ବରୁ ଏଠାରେ ବି ଶସ୍ୟ ବହୁତ ଶସ୍ତା ଥିଲା । ରାଜାମାନଙ୍କର ରାଜତ୍ୱ ଥିଲା । ବାବା ତ ୧୦ ଅଣା
ପଇସାରେ ଏକ ମହଣ (୪୦ କିଲୋ) ବାଜରା ବିକ୍ରି କରିଛନ୍ତି । ତେବେ ତା ପୂର୍ବରୁ କେତେ ଶସ୍ତା
ହୋଇଥିବ । ସେଠାରେ କମ ମନୁଷ୍ୟ ଥିବେ, ଅନ୍ନର ଚିନ୍ତା ନ ଥିବ । ଏହି କଥା ତ ତୁମର ମନେ ରହିବା
ଦରକାର ଯେ ପ୍ରଥମେ ଆମେ ଘରକୁ ଯିବୁ ପୁଣି ନୂଆ ଦୁନିଆକୁ ଆସି ଅଭିନୟ କରିବୁ । ସେଠାରେ ଆମର ଶରୀର
ମଧ୍ୟ ସତ୍ତ୍ୱପ୍ରଧାନ ତତ୍ତ୍ୱ ଦ୍ୱାରା ତିଆରି ହେବ । ଏବେ ୫ ତତ୍ତ୍ୱ ବିଲ୍କୁଲ୍ ହିଁ ତମୋପ୍ରଧାନ
ପତିତ ହୋଇଯାଇଛି । ଆତ୍ମା ଏବଂ ଶରୀର ଉଭୟ ପତିତ ଅଟେ । ସେଠାରେ ଶରୀର ରୋଗୀ ହେବ ନାହିଁ । ଏସବୁ
ବୁଝିବାର କଥା ଅଟେ । ପିଲାମାନଙ୍କୁ ଏଠାରେ ଭଲ ଭାବରେ ବୁଝାଉଛନ୍ତି - ପୁଣି ଘରକୁ ଗଲେ
ଭୁଲିଯାଉଛନ୍ତି । ଏଠାରେ ଜ୍ଞାନ ରୂପୀ ବାଦଲ ଭରି କେତେ ଖୁସି ହେଉଛନ୍ତି, ବାହାରକୁ ଗଲେ
ଭୁଲିଯାଉଛନ୍ତି । ପ୍ରଥମେ-ପ୍ରଥମେ ବହୁତ ରାସ କରୁଥିଲେ । ପୁଣି ସେ ସବୁକୁ ବନ୍ଦ କରିଦିଆଗଲା ।
ମନୁଷ୍ୟମାନେ ଭାବୁଥିଲେ - ଏସବୁ ଜାଦୁ ଅଟେ । ଭକ୍ତିରେ ଯେତେବେଳେ ନବଧା ଭକ୍ତି କରିଥାନ୍ତି ତେବେ
ମୁସ୍କିଲ୍ରେ ସାକ୍ଷାତ୍କାର ହୋଇଥାଏ । ଏଠାରେ ଭକ୍ତିର ତ କଥା ହିଁ ନାହିଁ, ବସୁ-ବସୁ ସାକ୍ଷାତ୍କାରରେ
ଚାଲିଯାଉଥିଲେ, ସେଥିପାଇଁ ଏହାକୁ ଜାଦୁ ବୋଲି ଭାବୁଥିଲେ ।
ଆଜିକାଲି ଦୁନିଆରେ ଅନେକ
ଭଗବାନ ହୋଇଯାଇଛନ୍ତି । ନାମ ରଖୁଛନ୍ତି ସୀତାରାମ, ରାଧେକୃଷ୍ଣ ଆଦି । କେଉଁଠି ସେହି ସ୍ୱର୍ଗର
ମାଲିକ, କେଉଁଠି ଏହି ନର୍କବାସୀମାନେ । ଏ ସମୟରେ ସମସ୍ତେ ନର୍କବାସୀ ଅଟନ୍ତି । ସିଢିର ଚିତ୍ରରେ
ସ୍ପଷ୍ଟ ଭାବରେ ଦେଖାଯାଇଛି । ସିଢିର ଚିତ୍ର ପିଲାମାନେ ନିଜର ବିଚାର-ସାଗର ମନ୍ଥନ କରି ତିଆରି
କରିଛନ୍ତି । ବାବା ଦେଖି ଖୁସି ହେଉଛନ୍ତି । ସିଢିର ଚିତ୍ରରେ ସବୁ କଥା ଆସିଯାଉଛି । ଦ୍ୱାପରରୁ
ବିକାରୀ ରାଜାମାନେ କିପରି ଭକ୍ତି କରି-କରି ତଳକୁ ଖସି ଆସିଛନ୍ତି । ଏବେ ତ ରାଜାମାନଙ୍କର କୌଣସି
ମୁକୁଟ ନାହିଁ । ଚିତ୍ର ଉପରେ ବୁଝାଇବା ବହୁତ ସହଜ ହୋଇଥାଏ । ୮୪ ଜନ୍ମରେ କିପରି ପତନର କଳା
ହୋଇଥାଏ, ପୁଣି ଉତ୍ଥାନ କଳା କିପରି ହୋଇଥାଏ । ଗାୟନ ମଧ୍ୟ କରିଥାନ୍ତି ଚଢତି କଳା ତେରେ ଭାନେ
ସର୍ବ କା ଭଲା.... (ଭାରତର ଉତ୍ଥାନ ହେଲେ ସାରା ବିଶ୍ୱର କଲ୍ୟାଣ ହୋଇଯାଏ) । ବାବା ଆସି
ସମସ୍ତଙ୍କୁ ସୁଖ ଦେଉଛନ୍ତି । ସମସ୍ତେ ଡାକୁଛନ୍ତି ଯେ ହେ ବାବା ଆମର ଦୁଃଖ ହରଣ କରି, ସୁଖ ଦିଅ ।
କିନ୍ତୁ କିପରି ଦୁଃଖ ହରଣ କରିଥାନ୍ତି, ସୁଖ କିପରି ମିଳିଥାଏ, ଏ କଥା କାହାକୁ ଜଣା ନାହିଁ ।
ଆଜିକାଲି ମନୁଷ୍ୟମାନେ
ଗୀତା କଣ୍ଠସ୍ଥ କରି ଶୁଣାଉଛନ୍ତି, ସଂକ୍ଷିପ୍ତରେ ଅର୍ଥ ବୁଝାଇ ଦେଉଛନ୍ତି । ସେମାନେ ସଂସ୍କୃତରେ
ଶ୍ଲୋକ କଣ୍ଠସ୍ଥ କରି ଶୁଣାଉଛନ୍ତି ତେଣୁ କହି ଦେଉଛନ୍ତି ଯେ ଏହି ମହାତ୍ମା ବହୁତ ଭଲ ଅଟନ୍ତି ।
ଲକ୍ଷ-ଲକ୍ଷ ମନୁଷ୍ୟ ଯାଇ ତାଙ୍କର ପାଦ ତଳେ ପଡିଥାନ୍ତି । ଲୌକିକ ପାଠ ପଢାରେ ତ ୧୫-୨୦ ବର୍ଷ
ଲାଗିଯାଇଥାଏ । ସେମାନଙ୍କ ଭିତରରୁ ଯଦି କେହି ବୁଦ୍ଧିମାନ ହୋଇଥିବେ ତେବେ ତୁରନ୍ତ ଶ୍ଲୋକ ଆଦି
କଣ୍ଠସ୍ଥ କରି ଶୁଣାଇବେ, ତେବେ ତାଙ୍କ ପାଖରେ ବହୁତ ଢେର ପଇସା ଏକତ୍ର ହୋଇଯିବ । ଏସବୁ ରୋଜଗାର
କରିବାର ରାସ୍ତା । ଯେବେ କେହି ଦେବାଳିଆ ହୋଇଯାଏ ତେବେ ମଧ୍ୟ ଯାଇ ସନ୍ନ୍ୟାସ ଧାରଣ କରିଥାଏ, ତେବେ
ତାଙ୍କର ସବୁ ଚିନ୍ତାଗୁଡିକ ଦୂର ହୋଇଯାଇଥାଏ ପୁଣି ସେମାନେ କିଛି ନା କିଛି ମନ୍ତ୍ର-ତନ୍ତ୍ର ମନେ
ରଖିଦେଇଥା’ନ୍ତି, ସମସ୍ତଙ୍କୁ ଶୁଣାଇଥା’ନ୍ତି । ଟ୍ରେନ୍ରେ ମଧ୍ୟ ଚକ୍କର ଲଗାଇଥା’ନ୍ତି । ଏଠାରେ
ତ ବାବା କହୁଛନ୍ତି ନିଜକୁ ଆତ୍ମା ଭାବି ବାବାଙ୍କୁ ମନେ ପକାଅ । ବାବା ଏବଂ ସବୁ ଆତ୍ମାମାନେ
ନିରାକାରୀ ଦୁନିଆରେ ରହିଥାନ୍ତି । ସେଠାରୁ ସାକାରୀ ଦୁନିଆକୁ ଆସୁଛନ୍ତି ଅଭିନୟ କରିବା ପାଇଁ ।
ଏବେ ନାଟକ ପୂରା ହେବାର ଅଛି । ତୁମେମାନେ ତମୋପ୍ରଧାନ ହୋଇଥିବା କାରଣରୁ ଘରକୁ ଫେରିଯାଇପାରିବ
ନାହିଁ । ଏବେ ବାବା ଆସିଛନ୍ତି - ତୁମକୁ ସତ୍ତ୍ୱପ୍ରଧାନ କରିବା ପାଇଁ । ସମସ୍ତେ ନିଜର ଘରକୁ ଯିବେ
। ବାକି ସ୍ୱର୍ଗରେ କେବଳ ଦେବୀ-ଦେବତାମାନଙ୍କର ରାଜ୍ୟ ହେବ । ଶାନ୍ତିଧାମ, ସୁଖଧାମ, ଦୁଃଖଧାମ...
କେବେ-କେବେ ଥିଲା - ଏକଥା ମଧ୍ୟ କାହାରି ବୁଦ୍ଧିରେ ଆସିବ ନାହିଁ କାହିଁକି ନା ଘୋର ଅନ୍ଧକାରରେ
ଅଛନ୍ତି । ଭାବୁଛନ୍ତି କଳିଯୁଗର ଅନ୍ତ ଆହୁରି ଏତେ ହଜାର ବର୍ଷ ପରେ ହେବ । କୌଣସି ସଠିକ୍ ହିସାବ
ହିଁ ନାହିଁ । ମନୁଷ୍ୟମାନଙ୍କର ସଂଖ୍ୟା ବଢିଚାଲିଛି, ଅନ୍ନ ମିଳୁନାହିଁ । ଯଦି ୪୦ ହଜାର ବର୍ଷ
ଆହୁରି ଚାଲିବ ତେବେ ଜଣାନାହିଁ କ’ଣ ହୋଇଯିବ । ଯାହା କହୁଛନ୍ତି ତାହା ବିଲ୍କୁଲ୍ ମିଛ । ଏଥିରେ
ସତ୍ୟ ଟିକିଏ ବି ନାହିଁ । ଏବେ ବାବା ଶିଖାଉଛନ୍ତି ରାବଣ ଉପରେ କିପରି ବିଜୟ ପାଇବାକୁ ହେବ ।
ରାବଣ ଉପରେ ବିଜୟ ତୁମେ ହିଁ ପାଉଛ । ବାବା ସାରା ଦୁନିଆକୁ ରାବଣଠାରୁ ମୁକ୍ତ କରିଦେଉଛନ୍ତି । ଏହା
ତୁମର ଶକ୍ତିସେନା ଅଟେ, ତୁମେମାନେ ଭାରତକୁ ସ୍ୱର୍ଗ କରୁଛ । ବାବା କେତେ ଭଲ-ଭଲ କଥା ବୁଝାଉଛନ୍ତି
। ତେଣୁ ତୁମେ ବାବା ଏବଂ ବର୍ସାକୁ ମନେ ପକାଇ କେତେ ଖୁସିରେ ରହିବା ଦରକାର । ଜ୍ଞାନମାର୍ଗରେ
ବହୁତ ଖୁସି ରହିଥାଏ । ଏବେ ବାବା ଆସିଛନ୍ତି, ଏବେ ଆମେମାନେ ଏହି ପୁରୁଣା ଦୁନିଆରୁ ଗଲୁ କି ଗଲୁ
। ଆମେମାନେ ବାବାଙ୍କୁ ମନେ ପକାଇବା ଦ୍ୱାରା ସତ୍ତ୍ୱପ୍ରଧାନ ହେବୁ । ନଚେତ୍ ଦଣ୍ଡ ଭୋଗ କରିବାକୁ
ପଡିବ, ପୁଣି ଛୋଟ ପଦଟିଏ ମିଳିବ, ଏଥିରେ ଫାଇଦା କ’ଣ ହେବ । ଯେତେ ଦୂର ସମ୍ଭବ ନିଜର ପୁରୁଷାର୍ଥ
କରିବାକୁ ହେବ । ଶ୍ରୀମତରେ ଚାଲିବାକୁ ପଡିବ । ପାଦେ-ପାଦେରେ ବାବାଙ୍କଠାରୁ ରାୟ ନେବାକୁ ହେବ ।
କେହି-କେହି କହୁଛନ୍ତି ବାବା ବ୍ୟବସାୟରେ ମିଛ କହିବାକୁ ପଡୁଛି । ବାବା କହୁଛନ୍ତି ବ୍ୟବସାୟରେ ତ
ନିଶ୍ଚିତ ମିଛ କହିବାକୁ ପଡିଥାଏ, ତୁମେ ବାବାଙ୍କ ସ୍ମୃତିରେ ରୁହ । ଏହିପରି ନୁହେଁ ଯେ
ବିକାରଗ୍ରସ୍ତ ହୋଇ ପୁଣି କହିବ ଯେ ମୁଁ ବାବାଙ୍କ ସ୍ମୃତିରେ ଥିଲି । ନା, ଯଦି ବିକାରଗ୍ରସ୍ତ ହେଲ
ତେବେ ମରିଲ ବୋଲି ଜାଣ । ଏହା ତ ବାବାଙ୍କ ସାଥିରେ ପ୍ରତିଜ୍ଞା କରିଛ ନା । ପବିତ୍ରତା ପାଇଁ ହିଁ
ରାକ୍ଷୀ ବନ୍ଧା ଯାଇଥାଏ । କ୍ରୋଧ ପାଇଁ କେବେ ରାକ୍ଷୀ ବନ୍ଧାଯାଇ ନ ଥାଏ । ରାକ୍ଷୀ ବନ୍ଧନର ଅର୍ଥ
ହିଁ ହେଉଛି ବିକାରଗ୍ରସ୍ତ ହେବାର ନାହଁ । ମନୁଷ୍ୟମାନେ ଡାକୁଛନ୍ତି ପତିତ-ପାବନ ଆସ ।
ପିଲାମାନଙ୍କ ଭିତରେ
ବହୁତ ଖୁସି ରହିବା ଦରକାର । ବାବା ଆମକୁ ପାଠ ପଢାଉଛନ୍ତି, ପୁଣି ବାବା ସାଥୀରେ ଘରକୁ ନେଇଯିବେ ।
ସେଠାରୁ ଆମେ ସ୍ୱର୍ଗକୁ ଚାଲିଯିବୁ । ଯେତେ ଦୂର ସମ୍ଭବ ସକାଳୁ ଉଠି ବାବାଙ୍କୁ ମନେ ପକାଇବାକୁ
ହେବ । ୟାଦ କରିବା ଅର୍ଥାତ୍ ରୋଜଗାର କରିବା, ଏଥିରେ ଆଶୀର୍ବାଦ କ’ଣ କରିବି । ଏହିପରି କହିବା
ଉଚିତ୍ ନୁହେଁ ଯେ - ଆପଣ ଆଶୀର୍ବାଦ କରନ୍ତୁ ତେବେ ଆମେ ଆପଣଙ୍କୁ ମନେ ପକାଇବୁ । ଯଦି ସମସ୍ତଙ୍କ
ଉପରେ ଆଶୀର୍ବାଦ କରିବି ତେବେ ସମସ୍ତେ ସ୍ୱର୍ଗକୁ ଚାଲିଯିବେ । ଏଠାରେ ତ ପରିଶ୍ରମ କରିବାକୁ ହେବ
। ଯେତେ ଦୂର ସମ୍ଭବ ବାବାଙ୍କୁ ମନେ ପକାଇବାକୁ ହେବ । ବାବା ଅର୍ଥାତ୍ ବର୍ସା । ଯେତେ ମନେ ପକାଇବ
ସେତେ ରାଜତ୍ୱ ମିଳିବ, ଏଥିରେ ବହୁତ ଫାଇଦା ରହିଛି । ଏହା ବହୁତ ଶସ୍ତା ସଉଦା ଅଟେ । ଏପରି ଶସ୍ତା
ସଉଦା ଆଉ କେହି ଦେଇପାରିବେ ନାହିଁ । ଏହାକୁ ମଧ୍ୟ ବିରଳ (କ୍ୱଚିତ୍) କେହି ନେଉଛନ୍ତି । ଆଚ୍ଛା—
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ ।
ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ଯେତେବେଳେ
କେହି କ୍ରୋଧ କରୁଛି, ସେତେବେଳେ ତୁମକୁ ବହୁତ-ବହୁତ ଶାନ୍ତ ସ୍ଥିତିରେ ରହିବାର ଅଛି । କ୍ରୋଧୀ
ସାଥୀରେ କ୍ରୋଧୀ ହେବାର ନାହିଁ । ମାୟାର କୌଣସି ପ୍ରକାରର ତୋଫାନରେ ହାରିଯିବାର ନାହିଁ ।
(୨) ସକାଳୁ ସକାଳୁ
ଅର୍ଥାତ୍ ଅମୃତବେଳାରୁ ଉଠି ବାବାଙ୍କୁ ମନେ ପକାଇବାକୁ ହେବ, ନିଜ ପାଇଁ ରୋଜଗାର ଜମା କରିବାକୁ
ହେବ । ପବିତ୍ରତାର ରାକ୍ଷୀ ମଜବୁତ ପକ୍କା ବାନ୍ଧିବାକୁ ହେବ ଅର୍ଥାତ୍ ଦୃଢ ପ୍ରତିଜ୍ଞା କରିବାକୁ
ହେବ ।
ବରଦାନ:-
ନିଜର ଅବ୍ୟକ୍ତ
ଶାନ୍ତ ସ୍ୱରୂପ ସ୍ଥିତି ଦ୍ୱାରା ବାତାବରଣକୁ ଅବ୍ୟକ୍ତ କରୁଥିବା ସାକ୍ଷାତ୍ମୂରତ ଭବ ।
ଯେପରି ସେବାର ଭିନ୍ନ
ଭିନ୍ନ କାର୍ଯ୍ୟକ୍ରମ ସବୁ କରୁଛ ସେହିପରି ସକାଳଠାରୁ ରାତି ପର୍ଯ୍ୟନ୍ତ ଯୋଗର ଯାତ୍ରାରେ କେତେବେଳେ
ଏବଂ କିପରି ରହିବ ତା’ର କାର୍ଯ୍ୟକ୍ରମ ପ୍ରସ୍ଥୁତ କର ଏବଂ ମଝିରେ ମଝିରେ ଦୁଇ ତିନି ମିନିଟ୍ ପାଇଁ
ସଂକଳ୍ପର ଟ୍ରାଫିକକୁ ଷ୍ଟପ୍ କରିଦିଅ । ଯଦି କେହି ଅଧିକ ବ୍ୟକ୍ତ ଭାବରେ ଆସିବାର ଦେଖୁଛ ତେବେ
ତାଙ୍କୁ କିଛି ନ କହି ନିଜର ଅବ୍ୟକ୍ତି ଶାନ୍ତ ସ୍ୱରୂପ ସ୍ଥିତିକୁ ଏଭଳି ଧାରଣ କରିନିଅ,
ଯାହାଦ୍ୱାରା ସେ ମଧ୍ୟ ସଂକେତ ପାଇ ବୁଝିଯିବ, ଏହାଦ୍ୱାରା ବାତାବରଣ ଅବ୍ୟକ୍ତ ରହିବ । ବିଶେଷ
ସ୍ଥାନ ଭଳି ଅନୁଭବ ହେବ ଏବଂ ତୁମେ ସାକ୍ଷାତ୍କାର କରାଉଥିବା ସାକ୍ଷାତ୍କାର ମୂରତ ହୋଇଯିବ ।
ସ୍ଲୋଗାନ:-
ସମ୍ପୂର୍ଣ୍ଣ
ସତ୍ୟତା ହିଁ ପବିତ୍ରତାର ଆଧାର ଅଟେ ।
ଅବ୍ୟକ୍ତ ଈଶାରା:-
ପରୋପକାରର ଭାବନାରେ ସମ୍ପନ୍ନ ହୋଇ ଅପକାରୀର ମଧ୍ୟ ଉପକାର କର ।
ଯଦି କେହି ତୁମର ସହଯୋଗୀ
ଭାଇ କିମ୍ବା ଭଉଣୀ, ପରିବାରର ଆତ୍ମାମାନେ, ଅଜ୍ଞାନତା କାରଣରୁ ବା ବାଲ୍ୟଚପଳତା କାରଣରୁ
ଅଳ୍ପକାଳର ବସ୍ତୁକୁ ସଦାକାଳର ପ୍ରାପ୍ତି ମନେ କରି, ଅଳ୍ପକାଳର ମାନ-ସମ୍ମାନ, ପଦ ପ୍ରତିଷ୍ଠା ବା
ଅଳ୍ପକାଳର ପ୍ରାପ୍ତିର ଇଚ୍ଛା ରଖୁଛନ୍ତି ତେବେ ଅନ୍ୟକୁ ସମ୍ମାନ ଦେଇ ନିଜେ ନମ୍ର ହୋଇଯିବା ହିଁ
ପରୋପକାର ଅଟେ । ଏହିଭଳି ଦେବା ହିଁ ସଦାକାଳ ପାଇଁ ନେବା ଅଟେ ।