08.06.26 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ଏହି
ସାରା ବିଶ୍ୱ ଈଶ୍ୱରୀୟ ପରିବାର ଅଟେ, ସେଇଥିପାଇଁ ଗାୟନ କରୁଛନ୍ତି “ତୁମ୍ ମାତା-ପିତା ହମ୍ ବାଲକ
ତେରେ”, ଏବେ ତୁମେମାନେ ବାସ୍ତବିକ ଭାବରେ ଈଶ୍ୱରୀୟ ପରିବାରର ସଦସ୍ୟ ହୋଇଯାଇଛ” ।
ପ୍ରଶ୍ନ:-
ବାବାଙ୍କଠାରୁ
୨୧ ଜନ୍ମର ପୂରା ସମ୍ପତ୍ତି ନେବାର ସହଜ ଉପାୟ କ’ଣ?
ଉତ୍ତର:-
ସଂଗମଯୁଗରେ ଶିବବାବାଙ୍କୁ ନିଜର ଉତ୍ତରାଧିକାରୀ କରିଦିଅ । ଶରୀର-ମନ-ଧନ ସହିତ ସମର୍ପିତ ହୋଇଯାଅ,
ତେବେ ୨୧ ଜନ୍ମ ପାଇଁ ପୂରା ସମ୍ପତ୍ତି ପ୍ରାପ୍ତ ହେବ ଅର୍ଥାତ୍ ରାଜତ୍ୱ ମିଳିଯିବ । ବାବା
କହୁଛନ୍ତି ଯେଉଁ ପିଲାମାନେ ସଂଗମଯୁଗରେ ନିଜର ପୁରୁଣା ସବୁ କିଛି ଇନ୍ସିଓର ଅର୍ଥାତ୍ ବୀମା
ଭୂକ୍ତ କରିଦିଅନ୍ତି, ତାହା ବଦଳରେ ମୁଁ ସେମାନଙ୍କୁ ୨୧ ଜନ୍ମ ପର୍ଯ୍ୟନ୍ତ ସବୁ କିଛି ଦେଇଥାଏ ।
ଗୀତ:-
ନୟନ ହୀନ କୋ
ରାହ ଦିଖାଓ...
ଓମ୍ ଶାନ୍ତି ।
ପିଲାମାନେ ଗୀତ ଶୁଣିଲେ । ଏହି ଭକ୍ତମାନେ ଭଗବାନଙ୍କୁ ଡାକୁଛନ୍ତି । ଭଗବାନଙ୍କୁ ସମ୍ପୂର୍ଣ୍ଣ
ରୂପେ ନ ଜାଣିଥିବା କାରଣରୁ ମନୁଷ୍ୟ ବହୁତ ଦୁଃଖୀ ହୋଇଯାଇଛନ୍ତି । ଭକ୍ତିମାର୍ଗରେ କେତେ ମୁଣ୍ଡ
ପିଟୁଛନ୍ତି । କେବଳ ଏହି ଜୀବନର କଥା ନୁହେଁ । ଯେବେଠାରୁ ଭକ୍ତି ଆରମ୍ଭ ହୋଇଛି ସେବେଠାରୁ ଧକ୍କା
ଖାଇ ଆସୁଛନ୍ତି । ଭାରତରେ ହିଁ ଦେବୀ-ଦେବତାମାନଙ୍କର ରାଜ୍ୟ ଥିଲା, ଯାହାକୁ ସ୍ୱର୍ଗ ବା ସତ୍ୟ
ରାଷ୍ଟ୍ର କୁହାଯାଉଥିଲା । ଏବେ ଭାରତ ସତ୍ୟରାଷ୍ଟ୍ର ଅଟେ, ଭାରତର ମହିମା ସର୍ବାଧିକ, କାହିଁକିନା
ଭାରତ ପରମପିତା ପରମାତ୍ମାଙ୍କର ଜନ୍ମସ୍ଥାନ । ପରମାତ୍ମାଙ୍କର ଅସଲ ନାମ ଶିବ । ଶିବଜୟନ୍ତୀ ପାଳନ
କରୁଛନ୍ତି, ରୁଦ୍ର ଅଥବା ସୋମନାଥ ଜୟନ୍ତୀ କୁହାଯାଏ ନାହିଁ । ଶିବଜୟନ୍ତୀ ବା ଶିବରାତ୍ରୀ
କୁହାଯାଏ । ସ୍ୱର୍ଗର ସ୍ଥାପନକର୍ତ୍ତା ଏକମାତ୍ର ହେଭେନଲୀ ଗଡ୍ ଫାଦର ଅଟନ୍ତି । ଏବେ ସବୁ
ଭକ୍ତମାନଙ୍କର ଭଗବାନ ନିଶ୍ଚିତ ଜଣେ ହେବା ଦରକାର । ସମସ୍ତେ ନୟନହୀନ ଅଟନ୍ତି ଅର୍ଥାତ୍ ଜ୍ଞାନର
ଚକ୍ଷୁ ବା ଦୈବୀଦୃଷ୍ଟି ନାହିଁ । ଭଗବାନୁବାଚ - ମୁଁ ତୁମମାନଙ୍କୁ ରାଜଯୋଗ ଶିଖାଉଛି, ଶ୍ରୀମତ
ଭଗବତ ଗୀତା ହେଉଛି ମୁଖ୍ୟ । ଶ୍ରୀ ଅର୍ଥାତ୍ ଶ୍ରେଷ୍ଠ ମତ । ଏବେ ତୁମକୁ ବୁଦ୍ଧିମାନ କରାଯାଉଛି ।
ଦିବ୍ୟ ଚକ୍ଷୁ ଅର୍ଥାତ୍ ଜ୍ଞାନର ତୃତୀୟ ନେତ୍ର ଦେଖାଉଛନ୍ତି । ବାସ୍ତବରେ ଜ୍ଞାନର ତୃତୀୟ ନେତ୍ର
ତୁମ ବ୍ରାହ୍ମଣମାନଙ୍କୁ ମିଳୁଛି ଯାହା ଦ୍ୱାରା ତୁମେ ବାବାଙ୍କୁ ଏବଂ ବାବାଙ୍କ ରଚନାର
ଆଦି-ମଧ୍ୟ-ଅନ୍ତକୁ ଜାଣିଯାଉଛ । ବର୍ତ୍ତମାନ ସମୟରେ ସମସ୍ତଙ୍କ ପାଖରେ ଦେହ ଅହଂକାର ଅଥବା ୫
ବିକାର ରହିଛି ସେଥିପାଇଁ ଘୋର ଅନ୍ଧକାରରେ ଅଛନ୍ତି । ତୁମ ସନ୍ତାନମାନଙ୍କ ପାଖରେ ଆଲୋକ ରହିଛି ।
ତୁମର ଆତ୍ମା ସାରା ବିଶ୍ୱର ଇତିହାସ-ଭୂଗୋଳକୁ ଜାଣିଗଲାଣି । ଆଗରୁ ତୁମେ ସମସ୍ତେ ଅଜ୍ଞାନରେ ଥିଲ
। ସତ୍ଗୁରୁ ଜ୍ଞାନର ଅଞ୍ଜନ ଦେଲେ ଏବଂ ଅଜ୍ଞାନ ଅନ୍ଧକାର ବିନାଶ ହୋଇଗଲା । ଯେଉଁମାନେ ପୂଜ୍ୟ
ଥିଲେ - ସେହିମାନେ ପୁଣି ପୂଜାରୀ ହୋଇଯାଇଛନ୍ତି । ପୂଜ୍ୟମାନେ ଆଲୋକରେ ଏବଂ ପୂଜାରୀମାନେ
ଅନ୍ଧକାରରେ ରହିଛନ୍ତି । ପରମାତ୍ମାଙ୍କୁ ନିଜେ ହିଁ ପୂଜ୍ୟ, ନିଜେ ହିଁ ପୂଜାରୀ ବୋଲି କହିପାରିବା
ନାହିଁ । ସେ ତ ହେଉଛନ୍ତି ପରମପୂଜ୍ୟ । ସମସ୍ତଙ୍କୁ ପୂଜ୍ୟ କରାଇଥା’ନ୍ତି । ତାଙ୍କୁ ପରମପୂଜ୍ୟ
କୁହାଯାଉଛି । ପରମପିତା ପରମଆତ୍ମା ଅର୍ଥାତ୍ ପରମାତ୍ମା । କୃଷ୍ଣଙ୍କୁ ଏପରି କୁହାଯିବ ନାହିଁ ।
ତାଙ୍କୁ ସମସ୍ତେ ଈଶ୍ୱର ପିତା ବୋଲି କହିବେ ନାହିଁ । ନିରାକାର ଈଶ୍ୱରଙ୍କୁ ହିଁ ସମସ୍ତେ ଈଶ୍ୱର
ପିତା କହୁଛନ୍ତି । ସେ ମଧ୍ୟ ଆତ୍ମା କିନ୍ତୁ ପରମ ଅଟନ୍ତି, ସେଥିପାଇଁ ତାଙ୍କୁ ପରମାତ୍ମା
କୁହାଯାଉଛି । ସେହି ପରମ ଆତ୍ମା ସର୍ବଦା ପରମଧାମର ନିବାସୀ ଅଟନ୍ତି । ଇଂରାଜୀରେ ତାଙ୍କୁ
ସୁପ୍ରିମ ସୋଲ୍ କୁହାଯାଏ । ବାବା କହୁଛନ୍ତି ତୁମେ ଗାୟନ ମଧ୍ୟ କରୁଛ ଆତ୍ମା ପରମାତ୍ମା ଅଲଗ ରହେ
ବହୁକାଲ... । ଏପରି ନୁହେଁ ଯେ ପରମାତ୍ମା, ପରମାତ୍ମାଙ୍କଠାରୁ ଅଲଗା ରହିଲେ ବହୁକାଳ.... । ନାଁ,
ଏହା ପ୍ରଥମ ନମ୍ବରର ଅଜ୍ଞାନ ଅଟେ - ଆତ୍ମା ହିଁ ପରମାତ୍ମା, ପରମାତ୍ମା ହିଁ ଆତ୍ମା କହିବା ।
ଆତ୍ମା ତ ଜନ୍ମ ମରଣ ଚକ୍ରରେ ଆସୁଛି । ପରମାତ୍ମା ପୁନର୍ଜନ୍ମରେ ଆସୁନାହାଁନ୍ତି । ବାବା
ବୁଝାଉଛନ୍ତି - ତୁମେ ଭାରତବାସୀମାନେ ସ୍ୱର୍ଗବାସୀ ପୂଜ୍ୟ ଥିଲ । ମାନବ ଜାତିର ପୂଜ୍ୟ ସବୁ
ଦେବୀ-ଦେବତାମାନେ ଥିଲେ । ଏମାନେ ସମସ୍ତେ ଈଶ୍ୱରଙ୍କର ପରିବାରର ଅଟନ୍ତି । ଈଶ୍ୱର ରଚୟିତା ଅଟନ୍ତି
। ଗାୟନ କରାଯାଏ - ତୁମ୍ ମାତ୍-ପିତା ହମ୍ ବାଲକ ତେରେ.... ତେଣୁ ପରିବାର ହୋଇଗଲା ନା । ଆଚ୍ଛା
ଏକଥା ତ କୁହ, ତୁମେ ମାତା-ପିତା କାହାକୁ କହୁଛ? ଏହା କିଏ କହୁଛି? ଆତ୍ମା କହୁଛି ତୁମେ ମାତା-ପିତା.....
ତୁମ କୃପାରୁ ଆମକୁ ସ୍ୱର୍ଗର ଅସରନ୍ତି ସୁଖ ସ୍ୱର୍ଗରେ ମିଳିଥିଲା । ଆପଣ ମାତା-ପିତା ଆସି
ସ୍ୱର୍ଗର ସ୍ଥାପନା କରୁଛନ୍ତି । ତେଣୁ ଆମେ ଆପଣଙ୍କର ସନ୍ତାନ ହେଉଛୁ । ବାବା କହୁଛନ୍ତି - ମୁଁ
ନୂଆ ଦୁନିଆ ପାଇଁ ସଂଗମଯୁଗରେ ହିଁ ଆସି ରାଜଯୋଗ ଶିଖାଉଛି । ମନୁଷ୍ୟମାନଙ୍କର ବୁଦ୍ଧି
ସମ୍ପୂର୍ଣ୍ଣ ଭ୍ରଷ୍ଟ ହୋଇଯାଇଛି । ସ୍ୱର୍ଗକୁ ନର୍କ ବୋଲି ଭାବି ନେଉଛନ୍ତି । କହୁଛନ୍ତି ସେଠାରେ
ମଧ୍ୟ କଂସ, ଜରାସନ୍ଧ, ହିରଣ୍ୟକଶ୍ୟପ ଆଦି ଥିଲେ । ବାବା ଆସି ବୁଝାଉଛନ୍ତି - କ’ଣ ତୁମେ
ଭୁଲିଯାଇଛ । ମୋର ଶିବଜୟନ୍ତୀ ତୁମେ ଭାରତରେ ହିଁ ପାଳନ କରୁଛ । ଗାୟନ ମଧ୍ୟ କରାଯାଏ ଶିବରାତ୍ରୀ
। କେଉଁ ରାତ୍ରୀ? ଏହା ବ୍ରହ୍ମାଙ୍କର ବେହଦର ରାତ୍ରି । ବାବା ସଂଗମଯୁଗରେ ଆସି ରାତ୍ରିରୁ ଦିନ
ଅର୍ଥାତ୍ ନର୍କକୁ ସ୍ୱର୍ଗ କରାଉଛନ୍ତି । ଶିବରାତ୍ରୀର ଅର୍ଥ ମଧ୍ୟ କେହି ଜାଣିନାହାଁନ୍ତି ।
ଭଗବାନ ନିରାକାର ଅଟନ୍ତି । ମନୁଷ୍ୟମାନଙ୍କର ତ ଜନ୍ମ ପରେ ଜନ୍ମ ଶରୀରର ନାମ ବଦଳିଥାଏ । ପରମାତ୍ମା
କହୁଛନ୍ତି ମୋର ଶରୀରର କୌଣସି ନାମ ନାହିଁ । ମୋର ନାମ ଶିବ ହିଁ ଅଟେ । ମୁଁ କେବଳ ବୃଦ୍ଧ
ବାନପ୍ରସ୍ଥ ଶରୀରର ଆଧାର ନେଉଛି । ଇଏ (ବ୍ରହ୍ମା) ପୂଜ୍ୟ ଥିଲେ, ଏବେ ପୂଜାରୀ ହୋଇଛନ୍ତି ।
ଶିବବାବା ଆସି ସ୍ୱର୍ଗର ରଚନା କରୁଛନ୍ତି, ଆମେ ତାଙ୍କର ସନ୍ତାନ ଅଟୁ ତେଣୁ ନିଶ୍ଚିତ ଆମେ
ସ୍ୱର୍ଗର ମାଲିକ ହେବା ଉଚିତ୍ ନା । ଶିବବାବା ହେଲେ ସର୍ବୋଚ୍ଚ । ବ୍ରହ୍ମା-ବିଷ୍ଣୁ-ଶଙ୍କରଙ୍କର
ନିଜ-ନିଜର ଅଭିନୟ ରହିଛି । ପ୍ରତ୍ୟେକଙ୍କର ଆତ୍ମାରେ ନିଜର ସୁଖ-ଦୁଃଖର ଅଭିନୟ ନିର୍ଦ୍ଧାରିତ ହୋଇ
ରହିଛି । ତୁମେମାନେ ଜାଣିଛ ଆମେ ଶିବବାବାଙ୍କର ଉତ୍ତରାଧିକାରୀ ହୋଇଥିଲୁ । ଶିବବାବା ଆମକୁ
ସ୍ୱର୍ଗବାସୀ କରାଇଥିଲେ, ସେଥିପାଇଁ ସମସ୍ତେ ତାଙ୍କୁ ମନେ ପକାଉଛନ୍ତି । ହେ ଇଶ୍ୱର ଦୟା କର ।
ସାଧୁ ମଧ୍ୟ ସାଧନା କରୁଛନ୍ତି କାହିଁକିନା ଏଠାରେ ଦୁଃଖ ଅଛି ତେଣୁ ନିର୍ବାଣଧାମକୁ ଯିବାକୁ
ଚାହୁଁଛନ୍ତି । ଆତ୍ମା, ପରମାତ୍ମାଙ୍କଠାରେ ଲୀନ ହୋଇଯାଉଛି ଅଥବା ଆମେ ଆତ୍ମା ହିଁ ପରମାତ୍ମା ଅଟୁ
- ଏହା ଭାବିବା ଭୁଲ୍ । ଏବେ ତୁମେ କହୁଛ, ଆମେ ଆତ୍ମା ପରମଧାମର ନିବାସୀ ଅଟୁ, ପୁଣି ଦେବତା କୁଳକୁ
ଆସିବୁ ପୁନର୍ବାର ୮୪ ଜନ୍ମ ମଧ୍ୟ ନେବୁ । ଆମେ ଆତ୍ମା ବିଭିନ୍ନ ବର୍ଣ୍ଣରେ ଆସୁଛୁ । ଶିବବାବା
ଜନ୍ମ ମରଣରେ ଆସୁନାହାଁନ୍ତି । କେବଳ ନାରାୟଣଙ୍କର ରାଜତ୍ୱ ଥିଲା । ଯେପରି ଖ୍ରୀଷ୍ଟିୟାନମାନଙ୍କର
ରାଜତ୍ୱରେ ଏଡ୍ୱାର୍ଡ ଦି ଫାଷ୍ଟ, ସେକେଣ୍ଡ, ଥାର୍ଡ ଚାଲିଥାଏ । ସେହିପରି ଏଠାରେ ମଧ୍ୟ
ଲକ୍ଷ୍ମୀ-ନାରାୟଣ ଦି ଫାଷ୍ଟ, ଲକ୍ଷ୍ମୀ-ନାରାୟଣ ଦି ସେକେଣ୍ଡ, ଥାର୍ଡ, ଏହିପରି ୮ଟି ବଂଶାବଳୀ
ଚାଲିଥାଏ । ଏବେ ତୁମ ବ୍ରାହ୍ମଣମାନଙ୍କର ତୃତୀୟ ନେତ୍ର ଖୋଲିଯାଇଛି । ବାବା ଆସି ଆତ୍ମାମାନଙ୍କ
ସହିତ କଥା ହେଉଛନ୍ତି । ତୁମେ ଏହିପରି ୮୪ ଜନ୍ମର ଚକ୍ର ଲଗାଇ ଏତିକି ଏତିକି ଜନ୍ମ ନେଇ ଆସିଛ ।
ବର୍ଣ୍ଣଗୁଡିକର ମଧ୍ୟ ଏକ ଚିତ୍ର ତିଆରି କରାଯାଇଛି ଯେଉଁଥିରେ ଦେବତା, କ୍ଷତ୍ରିୟ, ବୈଶ୍ୟ, ଶୂଦ୍ର,
ବ୍ରାହ୍ମଣ ଦେଖାଇଥା’ନ୍ତି । ଏବେ ତୁମେମାନେ ଜାଣୁଛ ଆମେ ବ୍ରାହ୍ମଣ ହିଁ ସର୍ବୋଚ୍ଚ ବର୍ଣ୍ଣ ଅଟୁ
। ବାସ୍ତବରେ ଏହି ସମୟରେ ଆମେ ଈଶ୍ୱରୀୟ ସନ୍ତାନ ହୋଇଛୁ । ଏହି ସହଜ ରାଜଯୋଗ ଏବଂ ଜ୍ଞାନ ଦ୍ୱାରା
ଆମକୁ ଅସରନ୍ତି ସୁଖ ମିଳୁଛି । କେହି ତ ସୂର୍ଯ୍ୟବଂଶୀ ରାଜଧାନୀର ସମ୍ପତ୍ତି ନେଉଛନ୍ତି, କେହି
ପୁଣି ଚନ୍ଦ୍ରବଂଶୀର । ସାରା ସାମ୍ରାଜ୍ୟ ସ୍ଥାପନ ହେଉଛି । ପ୍ରତ୍ୟେକ ନିଜର ପୁରୁଷାର୍ଥ ଆଧାରରେ
ସେହି ପଦ ପାଇବେ । କେହି ଯଦି ପଚାରିବେ ଯେ ଏବେ ପଢୁ-ପଢୁ ଯଦି ଆମର ଶରୀର ତ୍ୟାଗ ହୋଇଗଲା, ତେବେ
ଆମକୁ କି ପଦ ମିଳିବ? ତେବେ ବାବା ବତାଇ ପାରିବେ । ଯୋଗ କରିବା ଦ୍ୱାରା ହିଁ ଆୟୁଷ ବଢିଥାଏ,
ବିକର୍ମ ବିନାଶ ହୋଇଥାଏ, ପତିତରୁ ପାବନ ହେବାର ଆଉ କୌଣସି ଉପାୟ ନାହିଁ । ପତିତ-ପାବନ କହିବା
ମାତ୍ରେ ହିଁ ଭଗବାନଙ୍କ କଥା ମନେ ପଡିଥାଏ । କିନ୍ତୁ ଭଗବାନ କିଏ? ଏ କଥା ଜାଣିନାହାଁନ୍ତି । ବାବା
କହୁଛନ୍ତି - ମୁଁ ଭାରତକୁ ହିଁ ଆସୁଛି । ଏହା ମୋର ଜନ୍ମସ୍ଥାନ ଅଟେ । ସୋମନାଥ ମନ୍ଦିର କେତେ ବଡ
ଓ ସୁନ୍ଦର ଅଟେ - ଏ କଥା ବାବା ବସି ପିଲାମାନଙ୍କୁ ବୁଝାଉଛନ୍ତି । ଭକ୍ତିମାର୍ଗରେ ପୁଣି ସ୍ମାରକୀ
ଆଦି ତିଆରି କରିବା ଆରମ୍ଭ ହୋଇଥାଏ । ଯେତେବେଳେ ପୂଜାରୀ ହୋଇଥା’ନ୍ତି, ସେତେବେଳେ ପ୍ରଥମେ-ପ୍ରଥମେ
ସୋମନାଥଙ୍କର ମନ୍ଦିର ତିଆରି କରନ୍ତି । ଭାରତ ତ ସତ୍ୟଯୁଗ, ତ୍ରେତାରେ ବହୁତ ସାହୁକାର ଥିଲା ।
ମନ୍ଦିରମାନଙ୍କରେ ମଧ୍ୟ ଅସରନ୍ତି ଧନ ଥିଲା । ଭାରତ ହୀରା ତୁଲ୍ୟ ଥିଲା । ଏବେ ତ ଭାରତ କାଙ୍ଗାଳ,
କଉଡି ତୁଲ୍ୟ ହୋଇଯାଇଛି । ପୁଣି ବାବା ଆସି ଭାରତକୁ ହୀରାତୁଲ୍ୟ କରାଉଛନ୍ତି । କାହାକୁ ବି ପଚାର
- ସୃଷ୍ଟିକର୍ତ୍ତା କିଏ? କହିବେ - ପରମାତ୍ମା । ସେ କେଉଁଠାରେ ଅଛନ୍ତି? କହିବେ - ସେ ତ
ସର୍ବବ୍ୟାପୀ ଅଟନ୍ତି । ବାବା କହୁଛନ୍ତି - ଏହି ସାରା ବୃକ୍ଷ ଏବେ ଜୀର୍ଣ୍ଣଶୀର୍ଣ୍ଣ ଅବସ୍ଥା
ପ୍ରାପ୍ତ ହେଲାଣି ।
ନିଜକୁ ଦେଖାଯାଇଥାଏ କି ଆମେ ଏପରି ଯୋଗ୍ୟ ହୋଇଛୁ? ଯାହାଦ୍ୱାରା ବାବା ମମ୍ମାଙ୍କର ଉତ୍ତରାଧିକାରୀ
ହୋଇପାରିବୁ? ଏହା ହେଉଛି ହିଁ ପତିତ ଦୁନିଆ । ପବିତ୍ରତା ହିଁ ହେଉଛି ମୁଖ୍ୟ । ଏବେ ତ ନା
ସ୍ୱାସ୍ଥ୍ୟ ଅଛି, ନା ସମ୍ପତ୍ତି, ନା ଖୁସି ଅଛି । ଏହା ହେଉଛି ମୃଗତୃଷ୍ଣା ସମାନ ରାଜ୍ୟ । ଏହା
ଉପରେ ମଧ୍ୟ ଦୁର୍ଯ୍ୟୋଧନର କାହାଣୀ ଶାସ୍ତ୍ରଗୁଡିକରେ ଲେଖାଯାଇଛି । ବିକାରୀକୁ ଦୁର୍ଯ୍ୟୋଧନ
କୁହାଯାଇଥାଏ । ଦ୍ରୌପଦୀମାନେ କହୁଛନ୍ତି - ଆମର ଇଜ୍ଜତ ରକ୍ଷା କର । ଏଠାରେ ସମସ୍ତେ ଦ୍ରୌପଦୀ
ଅଟନ୍ତି ନା । ଏହି କନ୍ୟାମାନେ ସ୍ୱର୍ଗର ଦ୍ୱାର ଅଟନ୍ତି । ବାବା କେତେ ଭଲ ଭାବରେ ବୁଝାଉଛନ୍ତି ।
ଯାହାଙ୍କର ବୁଦ୍ଧିଯୋଗ ସମ୍ପୂର୍ଣ୍ଣ ରୀତିରେ ଲାଗିଥିବ ତାଙ୍କର ଧାରଣା ମଧ୍ୟ ହେବ ।
ବ୍ରହ୍ମଚର୍ଯ୍ୟ ସମୟରେ ହିଁ ଜ୍ଞାନ ଧାରଣ କରାଯାଇଥାଏ । ବାବା କହୁଛନ୍ତି - ଗୃହସ୍ଥ ବ୍ୟବହାରରେ
ରହି ପଦ୍ମଫୁଲ ସମାନ ହୋଇ ରହିବାକୁ ହେବ । ଉଭୟ ପକ୍ଷ ସହ ସମ୍ପର୍କ ରକ୍ଷା କରିବାକୁ ହେବ ।
ସମସ୍ତଙ୍କୁ ତ ନିଶ୍ଚିତ ମରିବାକୁ ହେବ । ମୃତ୍ୟୁ ସମୟରେ ମନୁଷ୍ୟକୁ ମନ୍ତ୍ର ଦିଆଯାଇଥାଏ । ବାବା
କହୁଛନ୍ତି ତୁମେ ସବୁ ମରିବାକୁ ଯାଉଛ । ମୁଁ କାଳମାନଙ୍କର କାଳ ସମସ୍ତଙ୍କୁ ଘରକୁ ନେଇଯାଇଥାଏ ।
ତେଣୁ ଖୁସି ହେବା ଉଚିତ୍ ନା । ପୁଣି ଯେଉଁମାନେ ଭଲ ଭାବରେ ପଢିବେ ସେହିମାନେ ସ୍ୱର୍ଗର ମାଲିକ
ହେବେ । ପାଠ ନ ପଢିଲେ ତ ପ୍ରଜା ପଦ ପାଇବେ । ଏଠାକୁ ତୁମେ ଆସିଛ ରାଜ୍ୟ ପଦ ପାଇବା ପାଇଁ । ଏହା
ପାଠପଢା ଅଟେ, ଏଥିରେ ଅନ୍ଧଶ୍ରଦ୍ଧାର ତ କୌଣସି କଥା ହିଁ ନାହିଁ । ଏହି ପାଠ ପଢାଯାଉଛି ରାଜପଦ
ପାଇବା ପାଇଁ । ଯେପରି ପାଠପଢାର ଲକ୍ଷ୍ୟ ରହିଛି - ବାରିଷ୍ଟର ହେବାକୁ ହେଲେ ପଢାଇଲାବାଲା
ଶିକ୍ଷକଙ୍କ ସହିତ ଯୋଗ ରଖିବାକୁ ପଡିବ । ଏଠାରେ ତୁମକୁ ଭଗବାନ ପଢାଉଛନ୍ତି ତେଣୁ ତାଙ୍କ ସହିତ
ଯୋଗ ଲଗାଇବାକୁ ହେବ । ବାବା କହୁଛନ୍ତି ମୁଁ ପରମଧାମ, ବହୁତ ଦୂରରୁ ଆସୁଛି । ପରମଧାମ କେତେ ଉଚ୍ଚ
ଅଟେ । ସୂକ୍ଷ୍ମବତନଠାରୁ ମଧ୍ୟ ଉଚ୍ଚ, ସେଠାରୁ ଆସିବା ପାଇଁ ମୋତେ ଗୋଟିଏ ସେକେଣ୍ଡ ଲାଗୁଛି ।
ତା’ଠାରୁ ତୀବ୍ର ଆଉ କିଛି ହୋଇପାରିବ ନାହିଁ । ଗୋଟିଏ ସେକେଣ୍ଡରେ ଜୀବନମୁକ୍ତି ଦେଉଛି ।
ଜନକଙ୍କର ଉଦାହରଣ ରହିଛି ନା । ଏବେ ତ ନର୍କ ପୁରୁଣା ଦୁନିଆ ହୋଇଯାଇଛି । ନୂଆ ଦୁନିଆ ସ୍ୱର୍ଗକୁ
କୁହାଯାଇଥାଏ । ବାବା ନର୍କର ବିନାଶ କରାଇ ସ୍ୱର୍ଗର ମାଲିକ କରାଉଛନ୍ତି । ବାକି ସବୁ ଆତ୍ମାମାନେ
ଶାନ୍ତିଧାମକୁ ଚାଲିଯିବେ । ଆତ୍ମା ଅବିନାଶୀ ଅଟେ । ତା’କୁ ଅଭିନୟ ମଧ୍ୟ ଅବିନାଶୀ ମିଳିଛି । ତେଣୁ
ଆତ୍ମା ଛୋଟ ବଡ କିପରି ହୋଇପାରିବ ଅଥବା କିପରି ଜଳିପାରିବ, ମରି ପାରିବ? ଆତ୍ମା ହିଁ ହେଉଛି ତାରକା
ସଦୃଶ । ଛୋଟ ବଡ ହୋଇପାରିବ ନାହିଁ । ଏବେ ତୁମେ ହେଉଛ ଈଶ୍ୱର ପିତାଙ୍କର ବିଦ୍ୟାର୍ଥୀ । ଈଶ୍ୱର
ପିତା ଜ୍ଞାନର ସାଗର, ସୁଖର ସାଗର ଅଟନ୍ତି । ସେ ତୁମକୁ ପାଠ ପଢାଉଛନ୍ତି । ତୁମେ ଜାଣିଛ ଏହି
ପାଠପଢା ଦ୍ୱାରା ଆମେ ହିଁ ଦେବୀ-ଦେବତା ହେବୁ । ତୁମେ ଭାରତର ସେବା କରୁଛ । ପ୍ରଥମେ ତ ବାବାଙ୍କର
ହେବାକୁ ପଡିବ । ଅନ୍ୟ ସ୍ଥାନମାନଙ୍କରେ ତ ଗୁରୁଙ୍କ ପାଖକୁ ଯାଇଥା’ନ୍ତି, ତାଙ୍କର ହୋଇଥା’ନ୍ତି
ଅଥବା ତାଙ୍କୁ ନିଜର ଗୁରୁ କରିଥା’ନ୍ତି । ଏଠାରେ ତ ପିତା ଅଛନ୍ତି । ତେଣୁ ପ୍ରଥମେ ପିତାଙ୍କର
ସନ୍ତାନ ହେବାକୁ ପଡିବ । ବାବା ପିଲାମାନଙ୍କୁ ନିଜର ସମ୍ପତ୍ତି ଦେଇଥା’ନ୍ତି । ବାବା କହୁଛନ୍ତି -
ପିଲାମାନେ ତୁମେ ସବୁ କିଛି ଏକ୍ସଚେଞ୍ଜ (ବଦଳ) କରିଦିଅ । ତୁମର ମୂଲ୍ୟହୀନ ବସ୍ତୁ ମୋର, ମୋର ସବୁ
କିଛି ତୁମର । ଦେହ ସହିତ ଯାହା କିଛି ଅଛି ସେସବୁକୁ ମୋତେ ଦେଇଦିଅ । ମୁଁ ତୁମର ଆତ୍ମା ଓ ଶରୀର
ଉଭୟକୁ ପବିତ୍ର କରିଦେବି ଏବଂ ପୁଣି ରାଜ ପଦ ମଧ୍ୟ ଦେବି । ତୁମ ପାଖରେ ଯାହା କିଛି ଅଛି ତୁମେ ବଳି
ଚଢାଇଦିଅ ତେବେ ଜୀବନମୁକ୍ତି ମିଳିବ । ବାବା, ଏସବୁ କିଛି ଆପଣଙ୍କର । ବାବା କହୁଛନ୍ତି - ତୁମେ
ମୋତେ ନିଜର ଉତ୍ତରାଧିକାରୀ କରାଅ । ମୁଁ ତୁମକୁ ୨୧ ଜନ୍ମ ପାଇଁ ମୋର ଉତ୍ତରାଧିକାରୀ କରାଉଛି ।
କେବଳ ତୁମେ ମୋ ମତ ଅନୁସାରେ ଚାଲ । ଭଲେ ଧନ୍ଦା ଆଦି କର, ବିଦେଶ ଯାଅ, କିଛି ବି କର, କେବଳ ମୋ
ମତରେ ଚାଲ । ଖବରଦାର ହୋଇ ରହିବାକୁ ପଡିବ, ମାୟା ଘଡିକୁ ଘଡି - ତୁମକୁ ହଇରାଣ କରିବ । କୌଣସି
ବିକର୍ମ କରିବା ଅନୁଚିତ୍ । ଶ୍ରୀମତ ଅନୁସାରେ ଚାଲିଲେ ଶ୍ରେଷ୍ଠ ହୋଇପାରିବ । ଆଚ୍ଛା—
ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ
ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ଆତ୍ମା ଏବଂ
ଶରୀର ଉଭୟକୁ ପବିତ୍ର କରିବା ପାଇଁ ଦେହ ସହିତ ଯାହା କିଛି ତୁମ ପାଖରେ ଅଛି, ତା’କୁ ବାବାଙ୍କୁ
ସମର୍ପଣ କରି ତାଙ୍କ ଶ୍ରୀମତରେ ଚାଲିବାକୁ ହେବ ।
(୨) ମାତା-ପିତାଙ୍କର
ସିଂହାସନର ଅଧିକାରୀ ହେବା ପାଇଁ ନିଜକୁ ଯୋଗ୍ୟ କରିବାକୁ ହେବ । ଯୋଗ୍ୟ ସନ୍ତାନ ହେବା ପାଇଁ
ମୁଖ୍ୟ ରୂପରେ ପବିତ୍ରତାକୁ ଧାରଣ କରିବାକୁ ହେବ ।
ବରଦାନ:-
ସଂଗମଯୁଗରେ
ଅତିନ୍ଦ୍ରୀୟ ସୁଖର ଅନୁଭୂତି କରୁଥିବା ଡବଲ ପ୍ରାପ୍ତିର ଅଧିକାରୀ ଭବ ।
ଯେଉଁ ପିଲାମାନେ
ସଂଗମଯୁଗରେ ଅତିନ୍ଦ୍ରୀୟ ସୁଖର ଅନୁଭବ କରି ନିଅନ୍ତି ସେମାନଙ୍କ ଭିତରେ ସର୍ବଦା ଶାନ୍ତି ଏବଂ
ଖୁସିର ଡବଲ ପ୍ରାପ୍ତିର ନିଶା ରହିଥାଏ କାହିଁକିନା ଅତିନ୍ଦ୍ରୀୟ ସୁଖରେ ଏହି ଦୁଇଟିଯାକ ପ୍ରାପ୍ତି
ସମାହିତ ଅଟେ । ଏବେ ତୁମମାନଙ୍କୁ ଯେଉଁଭଳି ବାବା ଏବଂ ତାଙ୍କର ସମ୍ପତ୍ତିର ପ୍ରାପ୍ତି ହେଉଛି ଏଭଳି
ପ୍ରାପ୍ତି ସାରା କଳ୍ପ ଭିତରେ ହୋଇପାରିବ ନାହିଁ । ଏହି ସମୟର ପ୍ରାପ୍ତି ଅତିନ୍ଦ୍ରୀୟ ସୁଖ ଏବଂ
ଜ୍ଞାନ ମଧ୍ୟ ଆଉ କେବେ ମିଳିପାରିବ ନାହିଁ । ତେଣୁ ଏହି ଡବଲ ପ୍ରାପ୍ତିର ଅଧିକାରୀ ହୁଅ ।
ସ୍ଲୋଗାନ:-
ପରସ୍ପରର
ସଂସ୍କାରକୁ ଜାଣିବା ସହିତ ସମସ୍ତଙ୍କ ସହିତ ମିଶି ଚଳିବା ହିଁ ଉନ୍ନତିର ସାଧନ ଅଟେ ।
ଅବ୍ୟକ୍ତ ଈଶାରା -
ସର୍ବଦା ହର୍ଷିତ ରହିବା ପାଇଁ ନିଜର ସ୍ୱଭାବକୁ ସରଳ କର ଏବଂ ସହନଶୀଳ ହୁଅ ।
ଯେଉଁମାନେ ସରଳଚିତ୍ତ
ଅଟନ୍ତି ସେହିମାନେ ହିଁ ହର୍ଷିତ ରହିଥାଆନ୍ତି ଏବଂ ସମସ୍ତଙ୍କୁ ଆକର୍ଷିତ କରିଥାଆନ୍ତି । ହର୍ଷିତ
ରହିବାର ଅର୍ଥ ହେଲା ଅତିନ୍ଦ୍ରୀୟ ସୁଖରେ ଝୁମିବା । ଜ୍ଞାନର ସ୍ମରଣ କରିବା ସହିତ ଅବ୍ୟକ୍ତ
ସ୍ଥିତିର ଅନୁଭବ କରିବା ଏବଂ ଅତିନ୍ଦ୍ରୀୟ ସୁଖରେ ଝୁମିବା, ଏହାକୁ ହିଁ କୁହାଯାଏ ହର୍ଷିତ ରହିବା
। ଏଥିପାଇଁ ସାକ୍ଷୀପଣିଆର ଆସନ ଉପରେ ସ୍ଥିତ ରହି ମାୟା ଏବଂ ପ୍ରକୃତିର କଣ୍ଢେଇ ଖେଳକୁ ମନୋରଞ୍ଜନ
ରୂପରେ ଦେଖ ।
ମାତେଶ୍ୱରୀ ଜୀଙ୍କର
ଅମୂଲ୍ୟ ମହାବାକ୍ୟ - “ସଚ୍ଚା ପାତଶାହା ପରମାତ୍ମାଙ୍କ ସହିତ ସଚ୍ଚା ହୋଇ ରୁହ”
ଏହି ସମୟରେ ନିଜ ପାଇଁ
ପିତା ପରମାତ୍ମାଙ୍କ ଠାରୁ ଏହି ଆଦେଶ ମିଳିଛି ଯେ - ନିରନ୍ତର ମୋ ସ୍ମୃତିରେ ରୁହ । ଯୋଗର ଅର୍ଥ
ହେଉଛି - ଈଶ୍ୱରୀୟ ସ୍ମୃତିରେ ରହିବା, ଯୋଗର ଅର୍ଥ ଧ୍ୟାନ ନୁହେଁ । ଆମର ଏହି ରାଜଯୋଗ ଯାହାକି
ଚାଲୁଥିବା-ବୁଲୁଥିବା, କାମ-ଧନ୍ଦା କରୁଥିବା ସମୟରେ ତାଙ୍କର (ଈଶ୍ୱରଙ୍କର) ସ୍ମୃତିରେ ରହିବାକୁ
ହୁଏ, ଯାହାକୁ କି ଅତୁଟ, ଅଖଣ୍ଡ ଯୋଗ କୁହାଯାଏ, କିନ୍ତୁ ଏଥିରେ ନିରନ୍ତର ସ୍ମୃତିରେ ରହିବାର
ଅଭ୍ୟାସ ଦରକାର । ଯଦି ତାଙ୍କର ଆଦେଶକୁ ଆଜ୍ଞାବହ ହୋଇ ପାଳନ ନ କରିବା, କିନ୍ତୁ ଅବଜ୍ଞା କରିବା,
ତାହାହେଲେ ଦଣ୍ଡ ନିଶ୍ଚିତ ଭୋଗିବାକୁ ପଡିବ । ତାଙ୍କର ନିର୍ଦ୍ଦେଶ ହେଉଛି - ଯେପରି କର୍ମ ମୁଁ
କରୁଛି, ମୋତେ ଦେଖି ତୁମେ ଅନୁସରଣ କରିଚାଲ, ନ ହେଲେ ମାୟାଠାରୁ ଚୋଟ ଖାଇବାକୁ ହେବ । ସତ୍ୟ
ପାତଶାହାଙ୍କ ସହ ସତ୍ୟତାରେ ରୁହ, ଯାହା କିଛି ବି ମାୟାର ବିଘ୍ନ ହଇରାଣ କରୁଛି, ତାହା ତାଙ୍କ
ସମ୍ମୁଖରେ ପ୍ରକାଶ କରିବା ଆବଶ୍ୟକ, ତେବେ ତାଙ୍କ ସହଯୋଗରେ ମାୟା ଦୂରେଇଯିବ, ରାସ୍ତା ପରିଷ୍କାର
ହୋଇଯିବ, ତା’ପରେ ତ ସେ ଯେଉଁଠାରେ ରଖିବେ, ଯେପରି ଚଲାଇବେ, ଯାହା ଖୁଆଇବେ ରାସ୍ତା ସମ୍ପୂର୍ଣ୍ଣ
ରୂପେ ସଫା ହୋଇଯିବ । ଏପରି ସାଥୀରେ ସାଥୀ ହୋଇ ରହିବା ପାଇଁ ବହୁତ ସାହାସ ଦରକାର । ଏପରି ମହାନ
ସୌଭାଗ୍ୟଶାଳୀ ଆତ୍ମା ବିଲ୍କୁଲ୍ ଅଳ୍ପ ସଂଖ୍ୟାରେ ବାହାରିବେ, ସେମାନେ ବିଜୟ ମାଳାରେ ଆସିବେ ।
ଆଉ ସବୁ ଭାଗ୍ୟଶାଳୀମାନେ ଅଳ୍ପ ବହୁତ ପ୍ରାପ୍ତି କରି ଯାଇ ପ୍ରଜା ହେବେ, ତେଣୁ ବାବାଙ୍କ ଠାରୁ
ଅଳ୍ପ କିଛି ପ୍ରାପ୍ତି କରି ମଧ୍ୟ ଖୁସି ହୋଇଯାଅ ନାହିଁ । ନିଜର ଇଚ୍ଛା ତ ସମ୍ପୂର୍ଣ୍ଣ ହେଉ,
ସାହସ ରଖିଲେ ଆଗକୁ ଉନ୍ନତି କରିପାରିବ । ମାୟା ବିଘ୍ନ ପକାଇବ, କିନ୍ତୁ ତା’ ଉପରେ ବିଜୟ ପ୍ରାପ୍ତ
କରିବାକୁ ହେବ, ଏଥିରେ ଯଦି କିଛି ଭୁଲ୍ କରୁଛ, ତା ଅର୍ଥ ବାବାଙ୍କ ଉପରେ ନିଶ୍ଚୟ କମ୍ ଅଛି, କିଛି
ନିଜର ଧାରଣାରେ ମଧ୍ୟ ଅପୂର୍ଣ୍ଣ ରହିଛି । ଏହା ତ ଆମ ନିଜର ଦୋଷ, ଏଥିରେ ଲୋକ-ଲାଜ,
କୁଳ-ମର୍ଯ୍ୟାଦାକୁ ତୁଟାଇବାକୁ ପଡିବ, ଯେତେବେଳେ ଏହାକୁ ତୁଟାଇବ, ତେବେ ଯାଇ ସତ୍ୟ ପାରଲୌକିକ
ଦୈବୀ ମର୍ଯ୍ୟାଦା ପ୍ରାପ୍ତ କରିପାରିବ । ଏହି ବିକାରୀ ଦୁନିଆ ତ ବିନାଶ ହେବାର ଅଛି, ମୀରା ମଧ୍ୟ
ଲୋକ-ଲାଜକୁ ଛାଡି ଦେଲାପରେ ଯାଇ ଗିରିଧରଙ୍କୁ ପାଇଲେ । ଯଦି ସେହି ଲୋକ-ଲାଜକୁ ଆବୋରି ଧରି ରଖିବା,
ତେବେ ଦୈବୀ ଦୁନିଆର ଶୋଭା ହୋଇପାରିବା ନାହିଁ । ଏବେ ନିଜର ମଙ୍ଗଳ ପାଇଁ ଈଶ୍ୱରୀୟ ମତ ଦିଆଯାଉଛି,
ଏହା ନିଜ ବୁଦ୍ଧିରେ ସିଦ୍ଧାନ୍ତ ନେବାକୁ ହେବ, କ’ଣ କରିବାକୁ ହେବ, ଯଥାର୍ଥ କ’ଣ? । । ଓମ୍
ଶାନ୍ତି । ।