08.08.26          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ଶାନ୍ତ ରହିବାର ସ୍ୱଭାବ ବହୁତ ଭଲ, ଶାନ୍ତ ସ୍ୱଭାବଧାରୀ ବହୁତ ମିଠା ହୋଇଥା’ନ୍ତି, ଫାଲ୍‌ତୁ କଥା କହିବା ଅପେକ୍ଷା ବରଂ ନ କହିବା ଭଲ”

ପ୍ରଶ୍ନ:-
କେଉଁ ପିଲାମାନଙ୍କୁ ସମସ୍ତେ ଶ୍ରଦ୍ଧା କରିଥା’ନ୍ତି? ନିଜକୁ ସୁରକ୍ଷିତ ରଖିବାର ସାଧନ କ’ଣ?

ଉତ୍ତର:-
ଯିଏ ସମସ୍ତଙ୍କର ବହୁତ ଆଗ୍ରହର ସହ, ସ୍ନେହରେ ସେବା କରିଥା’ନ୍ତି, ସେମାନଙ୍କୁ ସମସ୍ତେ ସ୍ନେହ କରିଥା’ନ୍ତି । ତୁମକୁ କେବେହେଲେ ବି ସେବାର ଅହଂକାର ଆସିବା ଅନୁଚିତ୍ । ବାବାଙ୍କ ଦ୍ୱାରା ତୁମକୁ ଯେଉଁ ଜ୍ଞାନର କସ୍ତୁରୀ ମିଳିଛି, ତାହା ଅନ୍ୟମାନଙ୍କୁ ଦେବା ଉଚିତ୍‌, ସମସ୍ତଙ୍କୁ ଶିବବାବାଙ୍କର ୟାଦ ଦେବାକୁ ହେବ । ଏହି ୟାଦର ଯାତ୍ରା ଦ୍ୱାରା ହିଁ ତୁମେ ବହୁତ ବହୁତ ସୁରକ୍ଷିତ ରହିବ । ଯେତେ ୟାଦ୍‌ରେ ରହିବ, ସେତେ ଖୁସୀ ବି ରହିବ ଏବଂ ମ୍ୟାନର୍ସ ଅର୍ଥାତ୍ ବ୍ୟବହାର ସୁଧୁରିଯିବ ।

ଓମ୍ ଶାନ୍ତି ।
ରୁହାନୀ ବାବା ବସି ରୁହାନୀ ପିଲାମାନଙ୍କୁ ବୁଝାଉଛନ୍ତି, ବୁଝାଇ ବୁଝାଇ କେତେ ବୁଦ୍ଧିମାନ୍ କରି ଦେଉଛନ୍ତି । ପାଠପଢ଼ା ମଧ୍ୟ ସହଜ ଅଟେ ନା । ତାହା ହେଲା ସ୍ଥୂଳ ପାଠପଢ଼ା ଓ ଏହା ହେଉଛି ସୂକ୍ଷ୍ମ ପାଠପଢ଼ା । ତୁମେ ସନ୍ତାନମାନେ ଜାଣିଛ ଏହି ପାଠ ବାବାଙ୍କ ବ୍ୟତୀତ ଅନ୍ୟ କେହି ପଢ଼ାଇ ପାରିବେ ନାହିଁ । ବାବା ଆସି ହିଁ ଛନ୍ତି ପବିତ୍ର କରିବାକୁ ଏବଂ ପଢ଼ାଇବାକୁ । ଲକ୍ଷ୍ୟ-ଉଦ୍ଦେଶ୍ୟ ସମ୍ମୁଖରେ ଦଣ୍ଡାୟମାନ, ତେଣୁ ଏପରି ପିତାଙ୍କୁ ମନେ ପକାଇ ଖୁସିରେ ଲୋମ ଟାଙ୍କୁରୀ ଉଠିବା ଦରକାର । ପିଲାମାନେ ଏ କଥା ମଧ୍ୟ ଜାଣିଛନ୍ତି ଯେ ଆମକୁ ଦିନ ପ୍ରତିଦିନ ଶାନ୍ତିରେ ରହିବାର ଅଛି । ସମସ୍ତଙ୍କୁ ଶାନ୍ତି ତ ବହୁତ ପସନ୍ଦ ଅଟେ । ପ୍ରସିଦ୍ଧ ଲୋକମାନେ ଅଧିକ କଥା କୁହନ୍ତି ନାହିଁ କି ଜୋର୍‌ରେ କଥାବାର୍ତ୍ତା କରନ୍ତି ନାହିଁ । ତୁମେମାନେ ବହୁତ-ବହୁତ ବଡ ଲୋକ ହେଉଛ, ବାସ୍ତବରେ ଲୋକ କୁହାଯିବ ନାହିଁ, ତୁମେମାନେ ତ ଦେବତା ହେଉଛ । ଦେବତାମାନେ ବହୁତ କମ୍ କଥା କହିଥା’ନ୍ତି । ତୁମକୁ ମଧ୍ୟ ଯଦି ଦେବତା ହେବାର ଅଛି, ତେବେ ବାଣୀ ପରିବର୍ତ୍ତେ ଚୁପ୍ ରହିବାର ଅଭ୍ୟାସ କର । ଯେଉଁମାନେ ଶାନ୍ତିରେ ରହିଥା’ନ୍ତି ତାଙ୍କ ପାଇଁ ବିଚାର କରାଯାଏ ଯେ ସେମାନଙ୍କର ନିଜ ଉପରେ ଆଟେନ୍‌ସନ୍ ବା ଧ୍ୟାନ ଅଛି, ତୁମକୁ ଯେହେତୁ ଶାନ୍ତିଧାମ ଯିବାର ଅଛି, ତେଣୁ ବହୁତ ଧିରେ କହିବା ଉଚିତ୍ । ଧୀରେ ଧୀରେ କଥା କହି-କହି ଶାନ୍ତିଧାମକୁ ଚାଲିଯିବାର ଅଛି । ଯେତେ ତୁମେ ଶାନ୍ତିରେ ରହିବ, ସେତେ ଶାନ୍ତିର ଶକ୍ତି ପ୍ରବାହିତ କରିପାରିବ । ତୁମକୁ ବହୁତ ଶାନ୍ତିରେ ରହିବା ଉଚିତ୍ । ବଡ଼ ପାଟିରେ କଥାବାର୍ତ୍ତା କଲେ ଭଲ ଲାଗେ ନାହିଁ । କ୍ରୋଧ କରିବା ମଧ୍ୟ ଭଲ ନୁହେଁ । ପିଲାମାନଙ୍କ ମଧ୍ୟରେ କୌଣସି ବି ବିକାର ରହିବା ଉଚିତ୍ ନୁହେଁ । ଯାଞ୍ଚ କରିବା ଦରକାର - ମୁଁ କାହା ସହ ଲଢ଼େଇ ଝଗଡ଼ା କରୁନାହିଁ ତ! ବାବା ତ ବୁଝାଇଛନ୍ତି ଖରାପ କଥା ଶୁଣ ନାହିଁ, ଖରାପ କଥା କୁହ ନାହିଁ ..... ଯେଉଁ କଥା ତୁମକୁ ପସନ୍ଦ ନୁହେଁ, ସେହି ଖରାପ କଥାରୁ ତୁମକୁ ଦୂରେଇ ରହିବା ଉଚିତ୍‌, ତେବେ ଯାଇ ଦୁହିଁଙ୍କର ମୁଖ ବନ୍ଦ ରହିବ । ପ୍ରତ୍ୟେକ କଥାରେ ଦୈବୀଗୁଣକୁ ଧାରଣ କରିବା ଉଚିତ୍ । କେହି ଜୋର୍‌ରେ କଥାବାର୍ତ୍ତା କଲେ ତାଙ୍କୁ କୁହ ଶାନ୍ତ, ଏତେ ଜୋର୍‌ରେ କଥା ହୁଅ ନାହିଁ । ତୁମେ ଜାଣିଛ ଆମେ ଶାନ୍ତି ସ୍ଥାପନା କରୁଛୁ । ସତ୍ୟଯୁଗରେ ଶାନ୍ତି ରହିଥାଏ ନାଁ । ମୂଳବତନରେ ତ ଶାନ୍ତି ନିଶ୍ଚିତ ରହିଛି । ଶରୀର ତ ନ ଥାଏ ତେବେ କହିବେ କିପରି । ବାବା ପିଲାମାନଙ୍କୁ ବହୁତ ଶ୍ରେଷ୍ଠ ଶ୍ରୀମତ ଦେଉଛନ୍ତି, ବୁଝାଉଛନ୍ତି ମିଠା ସନ୍ତାନମାନେ ଏବେ ତୁମକୁ ନିଜ ଘରକୁ ଯିବାର ଅଛି, ତେଣୁ ବାଣୀରୁ ମୁଭିକୁ ଆସ ପୁଣି ସାଇଲେନ୍ସ ଅଥବା ନୀରବ ହୋଇଯାଅ । ଯିଏ ବି ଦେଖା ହେଉଛନ୍ତି ତାଙ୍କୁ ଏହି ବାର୍ତ୍ତା ଦିଅ । ତୁମେମାନେ ଯେତେ ନୀରବ ରହିବ ସେତେ ବୁଝିବେ ଯେ, ଏମାନେ କେଉଁ ଧୁନ୍‌ରେ ଅଛନ୍ତି । ଶାନ୍ତ ରହିବାର ସ୍ୱଭାବ ବହୁତ ଭଲ । ଶାନ୍ତ ସ୍ୱଭାବଯୁକ୍ତ ବ୍ୟକ୍ତି ସମସ୍ତଙ୍କୁ ବହୁତ ମିଠା ଅର୍ଥାତ୍ ସ୍ନେହୀ ଲାଗିଥା’ନ୍ତି । ଫାଲ୍‌ତୁ କଥା କହିବା ଅପେକ୍ଷା ନ କହିବା ଭଲ ।

ତୁମେ ସଚ୍ଚା-ସଚ୍ଚା ପୈଗମ୍ବର ଅର୍ଥାତ୍ ବାର୍ତ୍ତାବହ ଅଟ । ତୁମମାନଙ୍କର ସମସ୍ତଙ୍କ ଉପରେ ମେହର ଅର୍ଥାତ୍ କୃପା ରହିବା ଉଚିତ୍ । କୃପା କରୁଥିବା ସନ୍ତାନମାନେ ବହୁତ ଶାନ୍ତିରେ ବାବାଙ୍କ ୟାଦରେ ରହିବେ । କେବଳ ବାର୍ତ୍ତା ଦେବାର ଅଛି ଯେ ଅବିନାଶୀ ବାବାଙ୍କୁ ୟାଦ କର ତେବେ ଅବିନାଶୀ ସୁଖ ଶାନ୍ତି ମିଳିବ । ଲୌକିକ ପିତାଙ୍କ ପାଖରେ ବହୁତ ଧନ ଅଛି ତେବେ ସନ୍ତାନକୁ ବହୁତ ବର୍ସା ମିଳିବ ନା । ବେହଦ ବାବାଙ୍କ ପାଖରେ ତ ବିଶ୍ୱର ବାଦଶାହୀ ରହିଛି, ଯାହା କି ପ୍ରତି ୫୦୦୦ ବର୍ଷ ପରେ ତୁମକୁ ସେହି ବାଦଶାହୀ ମିଳୁଛି ।

ତୁମ ସନ୍ତାନମାନଙ୍କୁ ସମସ୍ତଙ୍କର ବହୁତ ଆଗ୍ରହର ସହ ସେବା କରିବାର ଅଛି । ପ୍ରତ୍ୟେକଙ୍କୁ ସେବା ଯୋଗ୍ୟ ହେବା ଉଚିତ୍ । ଯିଏ ସମସ୍ତଙ୍କ ସେବା ବହୁତ ସ୍ନେହର ସହିତ କରନ୍ତି, ସେମାନଙ୍କୁ ସମସ୍ତେ ସ୍ନେହ କରିଥା’ନ୍ତି । କେବେହେଲେ ବି ସେବାର ଅହଂକାର ଆସିବା ଅନୁଚିତ୍ । ବାବାଙ୍କ ଦ୍ୱାରା ତୁମକୁ ଜ୍ଞାନର ଯେଉଁ କସ୍ତୁରୀ ମିଳିଛି, ତାହାକୁ ଅନ୍ୟମାନଙ୍କୁ ଦେବା ଉଚିତ୍ । ପରସ୍ପରକୁ ମନେ ପକାଇଦିଅ ଯେ ଶିବବାବା ମନେ ଅଛନ୍ତି ତ? ଏଥିରେ ଖୁସୀ ବି ମିଳିଥାଏ । ଯିଏ ମନେପକାଇ ଦେଉଛନ୍ତି, ସେମାନଙ୍କୁ ଧନ୍ୟବାଦ ଦେବା ଦରକାର । ୟାଦର ଯାତ୍ରାରେ ତୁମେ ସନ୍ତାନମାନେ ବହୁତ ବହୁତ ସୁରକ୍ଷିତ ରହିବ । ଯେତେ ଯେତେ ୟାଦରେ ରହିବ, ସେତେ ଖୁସି ରହିବ ଏବଂ ବ୍ୟବହାର ମଧ୍ୟ ସୁଧୁରି ଚାଲିବ । ତୁମକୁ ନିଜର କ୍ୟାରେକ୍ଟର ଅର୍ଥାତ୍ ଚରିତ୍ର ନିଶ୍ଚିତ ସୁଧାରିବା ଉଚିତ୍ । ପ୍ରତ୍ୟେକ ନିଜର ମନକୁ ପଚାରନ୍ତୁ ଆମର ସ୍ୱଭାବ ବହୁତ ବହୁତ ମିଠା ତ? କେବେହେଲେ କାହାକୁ ନାରାଜ କରିଦେଉନାହିଁ ତ । ଏପରି ବାତାବରଣ କେବେହେଲେ ନ ହେଉ ଯେ କେହି ନାରାଜ ହୋଇଯାଉ । ଏପରି ଚେଷ୍ଟା କରିବାର ଅଛି କାରଣ ତୁମେ ସନ୍ତାନମାନେ ବହୁତ ଉଚ୍ଚ ସେବାରେ ଅଛ । ତୁମକୁ ଏହି ସାରା ମାଣ୍ଡୱା ଅର୍ଥାତ୍ ବିଶ୍ୱକୁ ଆଲୋକିତ କରିବାର ଅଛି । ତୁମେ ଧରିତ୍ରୀର ଚୈତନ୍ୟ ତାରକା ଅଟ । କୁହାଯାଏ ମଧ୍ୟ ନକ୍ଷତ୍ର ଦେବତା ..... ଆକାଶର ତାରକା ତ ଦେବତା ନୁହଁନ୍ତି ନା, ତୁମେ ତ ତା’ଠାରୁ ମହାନ୍ ବଳବାନ୍ ଅଟ କାହିଁକି ନା ତୁମେ ସାରା ବିଶ୍ୱକୁ ଆଲୋକିତ କରୁଛ, ତୁମେ ହିଁ ଦେବତା ହେବାକୁ ଯାଉଛ । ଯେପରି ଉପରେ ତାରକାମାନଙ୍କର ରିମ୍‌ଝିମ୍ ହେଉଛି । କେହି ତାରକା ବହୁତ ତେଜିୟାନ୍ ତ’ କେହି କମ୍ ତେଜିୟାନ । କେହି କେହି ତ ଚନ୍ଦ୍ରମାଙ୍କର ନିକଟରେ ଥା’ନ୍ତି । ତୁମେ ସନ୍ତାନମାନେ ଯୋଗବଳ ଦ୍ୱାରା ସମ୍ପୂର୍ଣ୍ଣ ପବିତ୍ର ହୋଇ ଚମକୁଛ ।

ଏବେ ତୁମ ସନ୍ତାନମାନଙ୍କୁ ଅବିନାଶୀ ଜ୍ଞାନ ରତ୍ନର ଲଟେରୀ ମିଳୁଛି, ତେଣୁ କେତେ ଖୁସିରେ ରହିବା ଉଚିତ୍ । ଅନ୍ତରରେ ଖୁସିରେ ଉତ୍ସାହିତ ହେଉଥାଅ । ତୁମର ଏହି ଜନ୍ମ ହୀରାତୁଲ୍ୟ ବୋଲି ଗାୟନ କରାଯାଇଛି । ତୁମେ ବ୍ରାହ୍ମଣ ହିଁ ଜ୍ଞାନୀ ହୋଇଛ, ତେଣୁ ତୁମକୁ ଜ୍ଞାନର ଖୁସି ରହୁଛି । ଏହି ଦେବତାମାନଙ୍କଠାରୁ ମଧ୍ୟ ତୁମେ ଶ୍ରେଷ୍ଠ ଅଟ, ତେଣୁ ତୁମର ଚେହେରା ଖୁସିରେ ସର୍ବଦା ପ୍ରସ୍ଫୁଟିତ ହୋଇ ରହୁ । ବାବା ପିଲାମାନଙ୍କୁ ଆଶୀର୍ବାଦ ଦେଉଛନ୍ତି ମିଠେ ବଚ୍ଚେ ସଦା ଶାନ୍ତ ଭବ! ଚିରଞ୍ଜିବୀ ଭବ! ଅର୍ଥାତ୍ ବହୁତ ଜନ୍ମ ବଞ୍ଚି ରୁହ । ବାବାଙ୍କଠାରୁ ଆଶୀର୍ବାଦ ତ’ ମିଳୁଛି ତଥାପି ପ୍ରତ୍ୟେକଙ୍କୁ ନିଜର ପୁରୁଷାର୍ଥ କରିବାର ଅଛି ଯେ ମୁଁ ଚିରଞ୍ଜିବୀ କିପରି ହେବି । ବାବାଙ୍କୁ ୟାଦ କରି କରି ତୁମେ ଚିରଞ୍ଜିବୀ ହେଉଛ । ବାବା ଏହି ଆଶୀର୍ବାଦ ଦେଉଛନ୍ତି । ବ୍ରାହ୍ମଣମାନେ ମଧ୍ୟ କହୁଛନ୍ତି ଆୟୁଷ୍ମାନ ଭବ, ବାବା ବି କହୁଛନ୍ତି ପିଲାମାନେ ସଦା ବଞ୍ଚି ରୁହ । ତୁମକୁ ଅଧା କଳ୍ପ ପର୍ଯ୍ୟନ୍ତ କେବେ କାଳ ଖାଇବ ନାହିଁ । ସତ୍ୟଯୁଗରେ ତ ମରିବାର ନାମ ରହିବ ନାହିଁ । ଏଠାରେ ମନୁଷ୍ୟ ତ ମରିବାକୁ ଡରୁଛନ୍ତି ନା । ତୁମେ ତ’ ମରିବା ପାଇଁ ପୁରୁଷାର୍ଥ କରୁଛ । ତୁମେ ଜାଣିଛ ବାବାଙ୍କୁ ୟାଦ କରି କରି ଆମେ ଏହି ଶରୀର ତ୍ୟାଗ କରି ନିଜ ଶିବବାବାଙ୍କ ପାଖକୁ ଚାଲିଯିବୁ, ତା’ପରେ ସ୍ୱର୍ଗବାସୀ ହେବୁ ।

ଏବେ ତୁମେ ମୋଷ୍ଟ ବିଲବେଡ୍ ବାବାଙ୍କର ସନ୍ତାନ ହୋଇଛ ତେଣୁ ତୁମକୁ ବି ବାବାଙ୍କ ପରି ବହୁତ ବହୁତ ମିଠା ବହୁତ ପ୍ୟାରା (ସ୍ନେହୀ) ହେବାର ଅଛି । ବାବା ପତ୍ରରେ ମଧ୍ୟ ଲେଖୁଛନ୍ତି ମିଠା ମିଠା ଲାଡ୍‌ଲା ସିକିଲଧା ପିଲାମାନେ ...... ବାବା ବହୁତ ମିଠା ଅଟନ୍ତି ନା । ବାସ୍ତବରେ ଅନୁଭବ କରୁଛ ଯେ ବାବା କେତେ ମିଠା, କେତେ ପ୍ୟାରା ଅଟନ୍ତି । ଆମକୁ ବି ଏହିପରି କରୁଛନ୍ତି । ତୁମେମାନେ ଏକଥା ମଧ୍ୟ ଜାଣିଛ ଯେ ଆମେ କେତେ ମିଠା, କେତେ ପ୍ୟାରା ଥିଲୁ । ଆମେ ହିଁ ପୂଜ୍ୟରୁ ପୁଣି ପୂଜାରୀ ହୋଇ ନିଜକୁ ପୂଜା କଲୁ । ଏହା ବି ବହୁତ ଆଶ୍ଚର୍ଯ୍ୟପୂର୍ଣ୍ଣ ବୁଝିବାର କଥା ।

ତୁମେ ସନ୍ତାନମାନେ ଜାଣିଛ ଅଧାକଳ୍ପ ପାଇଁ ଆମର ସବୁ ଦୁଃଖ ଦୂର କଲାବାଲା ବାବା ଏବେ ଆସିଛନ୍ତି । କହୁଛନ୍ତି ହର-ହର ମହାଦେବ । ଏବେ ସେହି ମହାଦେବ ତ ନାହାଁନ୍ତି । ଦୁଃଖ ତ ବାବା ହିଁ ହରଣ କରିବେ । ଦୁଃଖ ହରଣ କରି ସୁଖ ଦେଲା ବାଲା ଏକମାତ୍ର ବାବା ହିଁ ଅଟନ୍ତି । ଅଧାକଳ୍ପ ତୁମେ ବହୁତ ଦୁଃଖ ଦେଖିଛ । ୫ ବିକାରର ରୋଗ ବହୁତ ବଢ଼ିଯାଇଛି, ଏହି ବେମାରୀ ବହୁତ ଦୁଃଖୀ କରିଦେଇଛି, ସେଥିପାଇଁ ବାବା କହୁଛନ୍ତି ମିଠେ ବଚ୍ଚେ, ଏହି ଯେଉଁ କର୍ମର ଖାତା ରହିଛି, ତାକୁ ଏବେ ଠିକ୍ କର । ବ୍ୟାପାରୀମାନେ ମଧ୍ୟ ୧୨ ମାସର ଖାତା ରଖିଥା’ନ୍ତି ନା ।

ବାବା ବୁଝାଉଛନ୍ତି ପିଲାମାନେ, ସାରା ସୃଷ୍ଟିରେ ଦେଖ ବର୍ତ୍ତମାନ କେତେ ଆବର୍ଜନା ରହିଛି, ଏହା ହେଉଛି ହିଁ ନର୍କ । ତେଣୁ ବାବାଙ୍କୁ ଆସିବାକୁ ପଡ଼ୁଛି ନର୍କକୁ ସ୍ୱର୍ଗ କରିବା ପାଇଁ । ବାବା ବହୁତ ଉକୀର ଅର୍ଥାତ୍ ସ୍ନେହରେ ଆସୁଛନ୍ତି, ସେ ଜାଣିଛନ୍ତି ମୋତେ ପିଲାମାନଙ୍କର ସେବାରେ ଆସିବାର ଅଛି । ମୁଁ କଳ୍ପ-କଳ୍ପ ତୁମ ପିଲାମାନଙ୍କ ସେବାରେ ଉପସ୍ଥିତ ହେଉଛି । ଯେତେବେଳେ ନିଜେ ଆସୁଛନ୍ତି ପିଲାମାନେ ବୁଝୁଛନ୍ତି ଯେ ବାବା ଆମମାନଙ୍କ ସେବାରେ ଉପସ୍ଥିତ ହୋଇଛନ୍ତି । ଏଠାରେ ବସି ବସି ସମସ୍ତଙ୍କର ସେବା ହୋଇଯାଉଛି । ସାରା ସୃଷ୍ଟିର କଲ୍ୟାଣକାରୀ ଦାତା ତ ଏକ ଅଟନ୍ତି ନା । ବାବା ଜାଣିଛନ୍ତି ସାରା ଦୁନିଆର ଯେଉଁ ସବୁ ଆତ୍ମାମାନେ ବି ଅଛନ୍ତି ସମସ୍ତଙ୍କୁ ମୋତେ ହିଁ ବର୍ସା ଦେବାକୁ ଆସିବାକୁ ପଡିବ । ବେହଦ ବାବାଙ୍କର ଦୃଷ୍ଟି ଦୁନିଆର ଆତ୍ମାମାନଙ୍କ ଆଡ଼କୁ ଯାଉଛି । ଯଦିଓ ଏଠାରେ ବସିଛନ୍ତି ପରନ୍ତୁ ଦୃଷ୍ଟି ସାରା ବିଶ୍ୱ ଆଡ଼କୁ ଏବଂ ସାରା ବିଶ୍ୱର ମନୁଷ୍ୟମାତ୍ରଙ୍କ ଉପରେ ରହିଛି, କାହିଁକି ନା ସାରା ବିଶ୍ୱର ନିହାଲ୍ କରିବାର ଅଛି । ଡ୍ରାମା ପ୍ଲାନ୍ ଅନୁସାରେ କଳ୍ପ ପୂର୍ବ ଭଳି ସାରା ବିଶ୍ୱର ଆତ୍ମାମାନେ ନିହାଲ୍ ହୋଇଯିବେ । ବାବା ସବୁ ପିଲାମାନଙ୍କୁ ମନେପକାଉଛନ୍ତି, ଦୃଷ୍ଟି ତ’ ଯାଉଛି ନା, ସଙ୍ଗମଯୁଗରେ ହିଁ ବାବା ପିଲାମାନଙ୍କ ସେବାରେ ଉପସ୍ଥିତ ହେଉଛନ୍ତି ତାଙ୍କ ପରି ଅନ୍ୟ କେହି ବି ସେବା କରିପାରିବେ ନାହିଁ । ତାଙ୍କର ହେଉଛି ବେହଦର ସେବା । ତୁମେ ସନ୍ତାନମାନେ ମଧ୍ୟ ବାବାଙ୍କୁ ସେତେବେଳେ ପ୍ରତ୍ୟକ୍ଷ କରିପାରିବ ଯେତେବେଳେ ତାଙ୍କ ପରି ସେବା କରିବ । ସେବାଧାରୀଙ୍କୁ ଫଳ ମଧ୍ୟ ବହୁତ ଉଚ୍ଚ ମିଳିଥାଏ । ପିଲାମାନଙ୍କର ନିଶା ମଧ୍ୟ ଚଢୁଛି ଯେ ଆମେ ଶ୍ରୀମତ ଆଧାରରେ ସାରା ବିଶ୍ୱର ମନୁଷ୍ୟମାନଙ୍କୁ ସୁଖ ଦେଉଛୁ ।

ବାବା କହୁଛନ୍ତି ମିଠେ ବଚ୍ଚେ, ଜ୍ଞାନ ରତ୍ନରେ ନିଜର ଝୋଲୀ ଖୁବ୍ ଭରପୂର କର । ଯେତେ ଭରିବାର ଅଛି ଭର । ନିଜର ସମୟ ବରବାଦ କର ନାହିଁ । ବାବାଙ୍କ ୟାଦରେ ସମୟକୁ ସଫଳ କର । ଯିଏ ଭଲ ଭାବରେ ଧାରଣା କରନ୍ତି ସେମାନେ ଅନ୍ୟମାନଙ୍କର ସେବା ମଧ୍ୟ ବହୁତ ଭଲ ଭାବରେ କରିପାରିବେ । ସମୟ ନଷ୍ଟ କରିବେ ନାହିଁ । ପୁରୁଷାର୍ଥ କରି ପିଲାମାନଙ୍କୁ ଅନ୍ତର୍ମୁଖୀ ହେବାର ଅଛି । ଅନ୍ତର ଆତ୍ମା ଅଟେ ନା । ଏହା ନିଶ୍ଚୟ କରିବାକୁ ହେବ ଯେ ଆମ ଆତ୍ମାମାନଙ୍କୁ ବାବା ବୁଝାଉଛନ୍ତି । ସୋଲ୍ କନ୍‌ସିଅସ୍ ଅର୍ଥାତ୍ ଆତ୍ମ-ଅଭିମାନୀ ହୋଇ ରହିବା ହିଁ ପ୍ରକୃତ ଅନ୍ତର୍ମୁଖୀ ହେବା । ଅନ୍ତର୍ମୁଖୀ ଅର୍ଥାତ୍ ଭିତରେ ଯେଉଁ ଆତ୍ମା ଅଛି, ତାକୁ ସବୁ କିଛି ବାବାଙ୍କଠାରୁ ହିଁ ଶୁଣିବାର ଅଛି । ବାବା ସ୍ନେହରେ ବାରମ୍ବାର ବୁଝାଉଛନ୍ତି । ମାତା-ପିତା ଓ ଅନ୍ୟ ସବୁ ଭଲ ଭଲ ଅନନ୍ୟ ବଡ଼ ଭାଇ ଭଉଣୀମାନେ ଅଛନ୍ତି, ଯେଉଁମାନେ କି ଭଲ ସେବା କରୁଛନ୍ତି ତାଙ୍କଠାରୁ ଶିଖ । ଅନ୍ତରରେ ଏହା ନିଶ୍ଚୟ କର ଯେ ଆମକୁ ଫାଲ୍‌ତୁରେ ସମୟ ନଷ୍ଟ କରିବାର ନାହିଁ, ଶରୀର ନିର୍ବାହ ବି କରିବାର ଅଛି, ନିଜର ରଚନାକୁ ବି ଦେଖିବାର ଅଛି । କେବଳ ମମତ୍ୱ ରଖିବାର ନାହିଁ । ମମତ୍ୱ ରଖିଲେ କ୍ଷତି ହୋଇଯିବ । ଏକ ବାବାଙ୍କଠାରେ ମମତ୍ୱ ରଖ । ତୁମେ ଏଠାରେ ବାବାଙ୍କ ସମ୍ମୁଖରେ ଅଛ । ଆତ୍ମା ଓ ପରମାତ୍ମା ସମ୍ମୁଖରେ ଅଛନ୍ତି କାହିଁକି ନା ଏଠାରେ ସ୍ୱୟଂ ବାବା ଆତ୍ମାମାନଙ୍କୁ ପଢ଼ାଉଛନ୍ତି । ସେଠାରେ ଆତ୍ମାମାନେ ଆତ୍ମାମାନଙ୍କୁ ପଢ଼ାଉଛନ୍ତି ।

ଏହିସବୁ କଥା ତୁମ ସନ୍ତାନମାନଙ୍କ ମଧ୍ୟରେ ଚିନ୍ତନ ମନ୍ଥନ ହେବା ଉଚିତ୍ । ବିଦ୍ୟାର୍ଥୀମାନଙ୍କ ବୁଦ୍ଧିରେ ସାରା ଦିନ ପାଠପଢା ମନେ ରହିଥାଏ ନା । ତୁମର ବୁଦ୍ଧିରେ ବି ସାରା ପାଠପଢ଼ା ହିଁ ରହିଛି । ଏହା ଆତ୍ମିକ ପାଠପଢ଼ା ଅଟେ । ଭଲ ବିଦ୍ୟାର୍ଥୀ ସର୍ବଦା ଏକାନ୍ତରେ ଯାଇ ପାଠ ପଢ଼ନ୍ତି । ଛାତ୍ରମାନେ ପରସ୍ପର ସହି ମିଶିଲେ, ପାଠପଢ଼ାର ହିଁ ବାର୍ତ୍ତାଳପ କରିଥା’ନ୍ତି, ଏହି ବେହଦର ପାଠପଢ଼ାରେ ତ ଆହୁରି ଖୁସିରେ ଲାଗିଯିବା ଉଚିତ୍ ।

ତୁମେ ସନ୍ତାନମାନେ ଏବେ ବାବାଙ୍କର ସହଯୋଗୀ ହୋଇଛ । ୟାଦରେ ରହିବା ହିଁ ସହଯୋଗ କରିବା କାରଣ ୟାଦର ଯାତ୍ରା ଅର୍ଥାତ୍ ଶାନ୍ତିର ଯାତ୍ରା, ସେଥିପାଇଁ କୁହାଯାଉଛି ପ୍ରତ୍ୟେକେ ନିଜ ଘରକୁ ସ୍ୱର୍ଗ କରନ୍ତୁ । ପ୍ରତ୍ୟେକଙ୍କ ବୁଦ୍ଧିରେ ଅଲଫ୍ (ବାବା) ଓ ବେ (ବର୍ସା) ଅଛି । ବାବା ଅର୍ଥାତ୍ ଅଲଫ୍‌ଙ୍କୁ ୟାଦ କଲେ ବାଦଶାହୀ ମିଳିବ । ଆଉ କିଛି କରିବାର ନାହିଁ । କେବଳ ନିଜକୁ ଆତ୍ମା ମନେକରି ବାବାଙ୍କୁ ୟାଦ କର ତେବେ ରାଜତ୍ୱ ତୁମର । ତୁମେ ସନ୍ତାନମାନେ ସମସ୍ତଙ୍କୁ ଏହି ବାର୍ତ୍ତା ଦେଇଚାଲ କି ବାବାଙ୍କୁ ୟାଦ କର, ତେବେ ସ୍ୱର୍ଗର ରାଜତ୍ୱ ମିଳିବ । ଆଚ୍ଛା ।

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତ-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ବାବାଙ୍କ ୟାଦରେ ନିଜ ସମୟ ଆବାଦ୍ ଅର୍ଥାତ୍ ସଫଳ କରିବା ଉଚିତ୍ । ଏହି ଅମୂଲ୍ୟ ସମୟ କେଉଁଠି ବି ବର୍‌ବାଦ୍‌ କର ନାହିଁ । ପୁରୁଷାର୍ଥ କରି ଅନ୍ତର୍ମୁଖୀ ଅର୍ଥାତ୍ ସୋଲ୍ କନ୍‌ସିଅସ୍ ହୋଇ ରହିବା ଦରକାର ।

(୨) ଏବେ ଆମେ ଦେବତାମାନଙ୍କଠାରୁ ବି ଶ୍ରେଷ୍ଠ ବ୍ରାହ୍ମଣ ଅଟୁ, ଏବେ ବାବାଙ୍କ ଦ୍ୱାରା ଅବିନାଶୀ ଜ୍ଞାନ ରତ୍ନର ଲଟେରୀ ମିଳିଛି, ଜ୍ଞାନୀ ହୋଇଛ ତ ଚେହେରା ସଦା ଖୁସିରେ ହର୍ଷିତ ହୋଇ ରହୁ । ଅନ୍ତର ଖୁସୀରେ ଉଛୁଳି ଉଠୁଥାଅ ।

ବରଦାନ:-
ସଂକଳ୍ପର ମହାଦାନ ଦ୍ୱାରା ପ୍ରତ୍ୟେକ ସଂକଳ୍ପର ସିଦ୍ଧି ପ୍ରାପ୍ତ କରୁଥିବା ମାଷ୍ଟର ସର୍ବଶକ୍ତିମାନ ଭବ ।

ଯେଉଁ ପିଲାମାନେ ମନର ସଂକଳ୍ପ ଦ୍ୱାରା ଶକ୍ତିଗୁଡିକୁ ଦାନ କରିଥାଆନ୍ତି, ସେମାନଙ୍କୁ ମାଷ୍ଟର ସର୍ବଶକ୍ତିମାନର ବରଦାନ ପ୍ରାପ୍ତ ହୋଇଯାଏ । କାହିଁକିନା ମନର ସଂକଳ୍ପ ଦ୍ୱାରା ଶକ୍ତିଗୁଡିକର ଦାନ କରିବା ଦ୍ୱାରା ସଂକଳ୍ପରେ ଏତେ ମାତ୍ରାରେ ଶକ୍ତି ଜମା ହୋଇଯାଏ, ଯାହାକି ପ୍ରତ୍ୟେକ ସଂକଳ୍ପରେ ସିଦ୍ଧି ପ୍ରାପ୍ତ ହୋଇଥାଏ । ସେମାନେ ନିଜର ସଂକଳ୍ପକୁ ଯେଉଁଠାରେ ଇଚ୍ଛା ସେଠାରେ ଗୋଟିଏ ସେକେଣ୍ଡ ଭିତରେ ସ୍ଥିତ କରିପାରିବେ, କାରଣ ସଂକଳ୍ପଗୁଡିକ ସେମାନଙ୍କର ଅଧୀନରେ ରହିଥାଆନ୍ତି । ସେମାନେ ନିଜର ସଂକଳ୍ପଗୁଡିକ ଉପରେ ବିଜୟୀ ହୋଇଥିବା କାରଣରୁ ଚଞ୍ଚଳ ସଂକଳ୍ପ ବାଲାଙ୍କୁ ମଧ୍ୟ କିଛି ସମୟ ପାଇଁ ଅଚଳ ବା ଶାନ୍ତ କରିଦେଇପାରିବେ ।

ସ୍ଲୋଗାନ:-
ଯଦି ନିରନ୍ତର ଏକମାତ୍ର ବାବାଙ୍କ ସଙ୍ଗରେ ରହିବ, ତେବେ ସଂଗଦୋଷରୁ ସୁରକ୍ଷିତ ରହିବ ।

ଅବ୍ୟକ୍ତ ଈଶାରା:- ଅପବିତ୍ରତାର ବୀଜକୁ ମଧ୍ୟ ସମାପ୍ତ କରି ସମ୍ପୂର୍ଣ୍ଣ ସ୍ୱଚ୍ଛ ଅର୍ଥାତ୍ ପବିତ୍ର ହୁଅ ।

କୌଣସି ବି ବିକର୍ମ ବା ବ୍ୟର୍ଥ କର୍ମ ଯଦି ବାରମ୍ବାର ହୋଇଯାଉଛି, ତେବେ ଏହାର କାରଣ ହେଲା ସର୍ବଦା ସଚ୍ଚାସାଥୀଙ୍କୁ ନିଜ ସାଥୀରେ ରଖୁନାହଁ ଅଥବା ସଂଗର ଅନୁଭବ କରୁ ନାହଁ । ଯେପରି ଶକ୍ତିମାନେ ଗୋଟିଏ ସେକେଣ୍ଡର ଦୃଷ୍ଟି ଦ୍ୱାରା ଅସୁରମାନଙ୍କୁ ସଂହାର କରିଥାଆନ୍ତି, ସେହିପରି ଯୁଗଳ ରୂପର ସ୍ମୃତି ଦ୍ୱାରା ନିଜର ଆସୁରୀ ସଂସ୍କାର ବା ଅପବିତ୍ରତାର ସଂକଳ୍ପକୁ ଗୋଟିଏ ସେକେଣ୍ଡ ଭିତରେ ସଂହାର କର ।