09.01.26          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ଗ୍ରେଟ୍ ଗ୍ରେଟ୍ ଗ୍ରାଣ୍ଡ ଫାଦର ଅର୍ଥାତ୍ ସର୍ବ ଧର୍ମ ପିତାମାନଙ୍କର ମଧ୍ୟ ଆଦି ପିତା ହେଉଛନ୍ତି ପ୍ରଜାପିତା ବ୍ରହ୍ମା, ଯାହାଙ୍କର କର୍ତ୍ତବ୍ୟକୁ ତୁମେମାନେ ହିଁ ଜାଣିଛ ।”

ପ୍ରଶ୍ନ:-
କର୍ମକୁ ଶ୍ରେଷ୍ଠ କରିବାର ଉପାୟ କ’ଣ?

ଉତ୍ତର:-
ଏହି ଜନ୍ମର କୌଣସି କର୍ମ ବାବାଙ୍କୁ ଲୁଚାଅ ନାହିଁ, ଶ୍ରୀମତ ଅନୁସାରେ କର୍ମ କରିବା ଦ୍ୱାରା ପ୍ରତ୍ୟେକ କର୍ମ ଶ୍ରେଷ୍ଠ ହେବ । ତେବେ ସବୁ କଥା କର୍ମ ଉପରେ ହିଁ ନିର୍ଭର କରୁଛି । ଯଦି କୌଣସି ପାପ କର୍ମ କରି ଲୁଚାଇଲ ତେବେ ୧୦୦ ଗୁଣା ଦଣ୍ଡ ଭୋଗିବାକୁ ପଡ଼ିବ, ପାପ ବୃଦ୍ଧି ହୋଇ ଚାଲିବ, ବାବାଙ୍କ ସହିତ ଯୋଗ ତୁଟି ଯିବ ଏବଂ ଶେଷରେ ସତ୍ୟାନାଶ ହୋଇଯିବ, ସେଥିପାଇଁ ସତ୍ୟ ପିତାଙ୍କ ସହିତ ସତ୍ୟରେ ଚାଲ ।

ଓମ୍ ଶାନ୍ତି ।
ମିଠା ମିଠା ଗେହ୍ଲା ପିଲାମାନେ ତ ଜାଣିଛନ୍ତି ଯେ ଏହି ପୁରୁଣା ଦୁନିଆରେ ବର୍ତ୍ତମାନ ଆମେମାନେ ଆଉ ଅଳ୍ପ ଦିନର ଯାତ୍ରୀ । ଦୁନିଆର ମନୁଷ୍ୟମାନେ ତ ଭାବୁଛନ୍ତି ଆହୁରି ୪୦ ହଜାର ବର୍ଷ ଏଠାରେ ରହିବାର ଅଛି । ତୁମମାନଙ୍କର ତ ନିଶ୍ଚୟ ରହିଛି ନା । ତେଣୁ ଏହି କଥାକୁ ଭୁଲି ଯାଅ ନାହିଁ । ତୁମେମାନେ ଏଠାରେ ଅଛ ତେଣୁ ଭିତରେ ଭିତରେ ବହୁତ ଗଦ୍ ଗଦ୍ ହେବା ଉଚିତ୍ । ଏହି ଆଖିରେ ଯାହା କିଛି ଦେଖୁଛ ତାହା ତ ବିନାଶ ହୋଇଯିବ । ଆତ୍ମା ତ ଅବିନାଶୀ ଅଟେ । ଏହି କଥା ମଧ୍ୟ ତୁମ ବୁଦ୍ଧିରେ ଅଛି ଯେ ମୁଁ ଆତ୍ମା ପୂରା ୮୪ ଜନ୍ମ ନେଇସାରିଛି, ଏବେ ବାବା ମୋତେ ଘରକୁ ନେଇଯିବାକୁ ଆସିଛନ୍ତି । ପୁରୁଣା ଦୁନିଆର ଅନ୍ତ ସମୟରେ ବାବା ଆସୁଛନ୍ତି ନୂଆ ଦୁନିଆର ସ୍ଥାପନା କରିବା ପାଇଁ । ନୂଆରୁ ପୁରୁଣା ଏବଂ ପୁରୁଣାରୁ ନୂଆ, ଏହି ଚକ୍ରର ଜ୍ଞାନ ତୁମମାନଙ୍କ ବୁଦ୍ଧିରେ ଅଛି । ଅନେକ ଥର ଆମେ ଏହିଭଳି ଚକ୍ର ଲଗାଇଛୁ । ଏବେ ଏହି ଚକ୍ର ଶେଷ ହେବାକୁ ଯାଉଛି । ପୁଣି ନୂଆ ଦୁନିଆରେ ଆମେ ଅଳ୍ପ ସଂଖ୍ୟାରେ ଦେବତାମାନେ ହିଁ ରହିବୁ । ମନୁଷ୍ୟ କେହି ବି ରହିବେ ନାହିଁ । ଏବେ ଆମେ ମନୁଷ୍ୟରୁ ଦେବତା ହେଉଛୁ । ଏହି ନିଶ୍ଚୟ ତ ପକ୍କା ରହିଛି ନା । ବାକି କର୍ମ ଉପରେ ହିଁ ସବୁ କିଛି ନିର୍ଭର କରୁଛି । ମନୁଷ୍ୟ ଯଦି ଓଲଟା କର୍ମ କରେ ତେବେ ମନ ଭିତରେ ନିଶ୍ଚିତ ପଶ୍ଚାତାପ ହୋଇଥାଏ, ସେଥିପାଇଁ ବାବା ପଚାରୁଛନ୍ତି ଏହି ଜନ୍ମରେ ଏପରି କୌଣସି ପାପ କର୍ମ କରିନାହଁ ତ? ଏହା ହେଉଛି ଛି-ଛି ରାବଣ ରାଜ୍ୟ । ଏ କଥା ମଧ୍ୟ ତୁମେମାନେ ଜାଣିଛ । ଦୁନିଆ ଜାଣିନାହିଁ ଯେ ରାବଣ କାହାକୁ କୁହାଯାଏ । ବାପୁଜୀ କହୁଥିଲେ ରାମରାଜ୍ୟ ଦରକାର କିନ୍ତୁ ଅର୍ଥ ବୁଝି ନ ଥିଲେ । ଏବେ ବେହଦର ବାବା ବୁଝାଉଛନ୍ତି ରାମ ରାଜ୍ୟ କାହାକୁ କୁହାଯାଏ । ଏହା ହେଉଛି ଅନ୍ଧକାର ଦୁନିଆ । ଏବେ ବେହଦର ବାବା ପିଲାମାନଙ୍କୁ ବର୍ସା ଅର୍ଥାତ୍ ସମ୍ପତ୍ତି ଦେଉଛନ୍ତି । ଏବେ ତୁମେମାନେ ଭକ୍ତି କରୁନାହଁ । ତୁମମାନଙ୍କୁ ଏବେ ବାବାଙ୍କର ହାତ ମିଳିଛି । ବାବାଙ୍କ ସାହାରା ବିନା ତୁମେମାନେ ବିଷୟ ବୈତରଣୀ ନଦୀରେ ବୁଡ଼ି ରହିଥିଲ, ଏଠାରେ ଅଧାକଳ୍ପ ହେଉଛି ଭକ୍ତି । ଜ୍ଞାନ ମିଳିବା ଦ୍ୱାରା ତୁମେ ନୂଆ ଦୁନିଆ ସତ୍ୟଯୁଗକୁ ଚାଲିଯାଉଛ । ଏବେ ତୁମର ନିଶ୍ଚୟ ରହିଛି - ଆମେ ବାବାଙ୍କୁ ମନେ ପକାଇ ପକାଇ ପବିତ୍ର ହୋଇଯିବୁ, ପୁଣି ପବିତ୍ର ରାଜ୍ୟକୁ ଆସିବୁ । ଏହି ଜ୍ଞାନ ମଧ୍ୟ ତୁମକୁ ଏହି ପୁରୁଷୋତ୍ତମ ସଙ୍ଗମଯୁଗରେ ମିଳୁଛି । ଏହା ହେଉଛି ପୁରୁଷୋତ୍ତମ ସଙ୍ଗମଯୁଗ, ଯେତେବେଳେ ତୁମେ ଛି-ଛି ଅର୍ଥାତ୍ ପତିତରୁ ଗୁଲ୍‌-ଗୁଲ୍ ଅର୍ଥାତ୍ ପବିତ୍ର, କଣ୍ଟାରୁ ଫୁଲ ହେଉଛ । ତେବେ ଏଭଳି କିଏ କରାଉଛନ୍ତି? ବାବା । ବାବାଙ୍କୁ ତୁମେମାନେ ଜାଣିଛ । ଆମ ଆତ୍ମାମାନଙ୍କର ସେ ହେଉଛନ୍ତି ବେହଦର ଅର୍ଥାତ୍ ଅବିନାଶୀ ପିତା । ଲୌକିକ ପିତାଙ୍କୁ ବେହଦର ପିତା କୁହାଯିବ ନାହିଁ । ପାରଲୌକିକ ବାବା ଆତ୍ମା ହିସାବରେ ସମସ୍ତଙ୍କର ପିତା ଅଟନ୍ତି । ପୁଣି ବ୍ରହ୍ମାଙ୍କର କର୍ତ୍ତବ୍ୟ ମଧ୍ୟ ଜାଣିବା ଆବଶ୍ୟକ ନା । ତୁମେମାନେ ସମସ୍ତଙ୍କର କର୍ତ୍ତବ୍ୟକୁ ଜାଣିସାରିଛ । ବିଷ୍ଣୁଙ୍କର କର୍ତ୍ତବ୍ୟକୁ ମଧ୍ୟ ଜାଣିଛ । କେତେ ସୁନ୍ଦର ସୁସଜ୍ଜିତ ମୂର୍ତ୍ତି ଅଟେ । ସ୍ୱର୍ଗର ମାଲିକ ଅଟନ୍ତି ନା, ତାଙ୍କୁ ତ ସଙ୍ଗମର ହିଁ କୁହାଯିବ । ବ୍ରହ୍ମଲୋକ, ସୂକ୍ଷ୍ମଲୋକର, ସ୍ଥୂଳଲୋକର ଜ୍ଞାନ ମଧ୍ୟ ଏହି ସଙ୍ଗମଯୁଗରେ ହିଁ ମିଳୁଛି ନା । ବାବା ବୁଝାଉଛନ୍ତି - ଏହା ହେଉଛି ପୁରୁଣା ଦୁନିଆ ଏବଂ ନୂଆ ଦୁନିଆର ସଙ୍ଗମ । ଡ଼ାକୁଛନ୍ତି ମଧ୍ୟ - ହେ ପତିତ ପାବନ ଆସ । ପାବନ ଦୁନିଆକୁ ନୂଆ ଏବଂ ପତିତ ଦୁନିଆକୁ ପୁରୁଣା ଦୁନିଆ କୁହାଯିବ । ଏ କଥା ମଧ୍ୟ ଜାଣିଛ ଯେ ବେହଦ ବାବାଙ୍କର ମଧ୍ୟ ପାର୍ଟ ରହିଛି । ସିଏ କ୍ରିଏଟର୍ ଅର୍ଥାତ୍ ସୃଷ୍ଟିକର୍ତ୍ତା ଏବଂ ଡ଼ାଇରେକ୍ଟର ଅର୍ଥାତ୍ ନିର୍ଦ୍ଦେଶକ ଅଟନ୍ତି ନା । ଯେହେତୁ ତାଙ୍କୁ ସମସ୍ତେ ମାନୁଛନ୍ତି ତେବେ ନିଶ୍ଚିତ ତାଙ୍କର କିଛି କର୍ତ୍ତବ୍ୟ ଥିବ ନା! ତାଙ୍କୁ ମନୁଷ୍ୟ କୁହାଯିବ ନାହିଁ, କାରଣ ତାଙ୍କର ଶରୀର ନାହିଁ । ବାକି ସମସ୍ତଙ୍କୁ ମନୁଷ୍ୟ କୁହାଯିବ ଅଥବା ଦେବତା କୁହାଯିବ । ଶିବବାବାଙ୍କୁ ତ ନା ଦେବତା ନା ମନୁଷ୍ୟ କହିପାରିବା, କାହିଁକି ନା ତାଙ୍କର ଶରୀର ହିଁ ନାହିଁ । ଏହି ଶରୀରକୁ ତ ଅସ୍ଥାୟୀ ଭାବରେ ନେଇଛନ୍ତି । ସେ ନିଜେ କହୁଛନ୍ତି, ମିଠା-ମିଠା ସନ୍ତାନମାନଙ୍କୁ - ଶରୀର ବିନା ମୁଁ ରାଜଯୋଗ କିପରି ଶିଖାଇବି! ମୋତେ ମାଟି ଗୋଡ଼ି ଭିତରେ ଅଛନ୍ତି ବୋଲି କହିଦେଉଛନ୍ତି, କିନ୍ତୁ ଏବେ ତୁମେମାନେ ଜାଣୁଛ - ମୁଁ କିପରି ଆସୁଛି! ଏବେ ତୁମେମାନେ ରାଜଯୋଗ ଶିଖୁଛ । କୌଣସି ମନୁଷ୍ୟ ତ ଏହା ଶିଖାଇ ପାରିବ ନାହିଁ, ତାହା ହେଲେ ଦେବତାମାନେ ସତ୍ୟଯୁଗୀ ରାଜତ୍ୱ କିପରି ପ୍ରାପ୍ତ କଲେ? ତେଣୁ ନିଶ୍ଚିତ ଭାବରେ ପୁରୁଷୋତ୍ତମ ସଙ୍ଗମଯୁଗରେ ହିଁ ରାଜଯୋଗ ଶିଖିଥିବେ । ଏହି କଥାକୁ ସ୍ମରଣ କରି ଏବେ ତୁମକୁ ଅପାର ଖୁସିରେ ରହିବାକୁ ହେବ । ଆମେ ଏବେ ୮୪ ଜନ୍ମର ଚକ୍ର ପୂରା କରିଛୁ । ବାବା କଳ୍ପ-କଳ୍ପ ଏହିଭଳି ଆସୁଛନ୍ତି । ବାବା କହୁଛନ୍ତି ବ୍ରହ୍ମାଙ୍କର ଏହା ବହୁତ ଜନ୍ମର ଶେଷ ଜନ୍ମ । ସତ୍ୟଯୁଗର ରାଜ କୁମାର ଶ୍ରୀକୃଷ୍ଣ ହିଁ ୮୪ ଜନ୍ମର ଚକ୍ର ଲଗାଉଛନ୍ତି । ତୁମେ ଶିବଙ୍କର ୮୪ ଜନ୍ମ ବୋଲି କହିବ ନାହିଁ । ତୁମମାନଙ୍କ ଭିତରେ ମଧ୍ୟ ପୁରୁଷାର୍ଥର କ୍ରମ ଅନୁସାରେ ଏ କଥା ଜାଣିଛନ୍ତି । ମାୟା ବହୁତ ଶକ୍ତିଶାଳୀ, କାହାକୁ ବି ଛାଡ଼ୁନାହିଁ । ଏ କଥା ବାବା ଭଲ ଭାବରେ ଜାଣିଛନ୍ତି । ଏପରି ଭାବ ନାହିଁ ଯେ ବାବା ଅନ୍ତର୍ଯ୍ୟାମୀ ଅଟନ୍ତି । ନା, ସିଏ ସମସ୍ତଙ୍କର ଚାଲିଚଳଣିରୁ ଜାଣୁଛନ୍ତି । ସମାଚାର ଆସୁଛି - ମାୟା ଏକଦମ୍ କଞ୍ଚା ଗିଳି ଦେଉଛି । ଏପରି ବହୁତ କଥା ତୁମକୁ ଜଣାପଡ଼ୁନାହିଁ, କିନ୍ତୁ ବାବାଙ୍କୁ ତ ସବୁ ଜଣାପଡିଯାଉଛି । ମନୁଷ୍ୟମାନେ ଭାବୁଛନ୍ତି ବାବା ତ ଅନ୍ତର୍ଯ୍ୟାମୀ ଅଟନ୍ତି କିନ୍ତୁ ବାବା କହୁଛନ୍ତି ମୁଁ ତ ଅନ୍ତର୍ଯ୍ୟାମୀ ନୁହେଁ । ତେବେ ପ୍ରତ୍ୟେକଙ୍କର ଚାଲି-ଚଳଣିରୁ ହିଁ ସବୁ କିଛି ଜଣା ପଡ଼ିଥାଏ । କେହି କେହି ତ ବହୁତ ଖରାପ ଚାଲି-ଚଳଣି ମଧ୍ୟ ଦେଖାଉଛନ୍ତି । ବାବା ପିଲାମାନଙ୍କୁ ଖବରଦାର କରୁଛନ୍ତି । ମାୟାଠାରୁ ସତର୍କ ରହିବାକୁ ହେବ । ମାୟା ଏପରି ଅଟେ ଯିଏକି କୌଣସି ନା କୌଣସି ରୂପରେ ଏକଦମ୍ କଞ୍ଚା ଗିଳିଦେଉଛି । ଯଦିଓ ବାବା ବୁଝାଇ ଚାଲିଛନ୍ତି କିନ୍ତୁ ବୁଦ୍ଧିରେ କିଛି ବି ରହୁନାହିଁ ସେଥିପାଇଁ ପିଲାମାନଙ୍କୁ ବହୁତ ଖବରଦାର ରହିବାକୁ ହେବ । କାମ ବିକାର ମହାଶତ୍ରୁ ଅଟେ । ଜଣାପଡ଼ିବ ନାହିଁ ଯେ ଆମେ ବିକାରରେ ଯାଉଛୁ, ଏପରି ମଧ୍ୟ ହେଉଛି, ସେଥିପାଇଁ ବାବା କହୁଛନ୍ତି ଯଦି କିଛି ଭୁଲ୍ ହୋଇଯାଉଛି ତେବେ ସତ କହିଦିଅ, ଲୁଚାଅ ନାହିଁ । ନଚେତ୍ ଶହେ ଗୁଣା ପାପ ହୋଇଯିବ, ଯାହାକି ଭିତରେ ଭିତରେ ମନକୁ ଆନ୍ଦୋଳିତ କରିବ ଏବଂ ଅବସ୍ଥା ଏକଦମ ତଳକୁ ଖସିଯିବ । ତେଣୁ ସତ୍ୟ ପିତାଙ୍କ ସହିତ ବିଲ୍‌କୁଲ୍ ସଚ୍ଚା ହେବାକୁ ପଡ଼ିବ, ନଚେତ୍ ବହୁତ କ୍ଷତି ହେବ । ବର୍ତ୍ତମାନ ସମୟରେ ମାୟା ବହୁତ କଡ଼ା ପରୀକ୍ଷା ନେଉଛି । କାରଣ ଏହା ରାବଣର ଦୁନିଆ । ତେବେ ଆମେ ଏହି ପୁରୁଣା ଦୁନିଆକୁ କାହିଁକି ମନେ ପକାଇବା! ଆମେ ଯେଉଁ ନୂଆ ଦୁନିଆକୁ ଯାଉଛୁ ତାହାକୁ ହିଁ ମନେ ପକାଇବା । ପିତା ଯଦି ନୂଆ ଘର ତିଆରି କରନ୍ତି ତେବେ ପିଲାମାନେ ବୁଝିଯାଆନ୍ତି ଯେ ଆମ ପାଇଁ ହିଁ ନୂଆ ଘର ତିଆରି ହେଉଛି, ତେଣୁ ଖୁସି ହୋଇଥା’ନ୍ତି ନା । ଏହା ତ ବେହଦର କଥା । ଆମ ପାଇଁ ନୂଆ ଦୁନିଆ ସ୍ୱର୍ଗ ତିଆରି ହେଉଛି । ସ୍ୱର୍ଗରେ ତ ରହିବା ପାଇଁ ଘର ନିଶ୍ଚିତ ଥିବ । ଏବେ ଆମେ ନୂଆ ଦୁନିଆକୁ ଯିବା । ବାବାଙ୍କୁ ଯେତେ ମନେ ପକାଇବା ସେତେ ଗୁଲ୍‌-ଗୁଲ୍ ଅର୍ଥାତ୍ ଫୁଲ ଭଳି ହୋଇଯିବା । ଆମେ ବିକାରର ବଶବର୍ତ୍ତୀ ହୋଇ କଣ୍ଟା ହୋଇଯାଇଥିଲୁ । ବାବା ଜାଣିଛନ୍ତି ମାୟା ଅଧାଅଧି ପିଲାମାନଙ୍କୁ ଏକଦମ୍ କଞ୍ଚା ଖାଇଯାଉଛି, ତୁମେ ମଧ୍ୟ ଜାଣିଛ ଯେଉଁମାନେ ଆସୁନାହାଁନ୍ତି ସେମାନେ ମାୟାର ବଶବର୍ତ୍ତୀ ହୋଇଗଲେଣି । ବାବାଙ୍କ ପାଖକୁ ତ ଆସୁନାହାଁନ୍ତି । ଏହିଭଳି ମାୟା ଅନେକଙ୍କୁ ଗିଳି ଦେଉଛି । ବହୁତ ଆସୁଛନ୍ତି, ଭଲ ଭଲ କହି ଚାଲିଯାଉଛନ୍ତି - ମୁଁ ଏପରି କରିବି, ସେପରି କରିବି, ମୁଁ ତ ଯଜ୍ଞ ପାଇଁ ପ୍ରାଣ ଦେବାକୁ ପ୍ରସ୍ତୁତ ଅଛି । ଆଜି କିନ୍ତୁ ସେମାନେ ନାହାଁନ୍ତି । ତୁମମାନଙ୍କର ଲଢେଇ ମାୟା ସହିତ ହେଉଛି, ଯାହାକୁ ଦୁନିଆରେ କେହି ଜାଣିନାହାଁନ୍ତି । ଏବେ ତୁମକୁ ବାବା ଜ୍ଞାନର ତୃତୀୟ ନେତ୍ର ଦେଉଛନ୍ତି, ଯାହା ଦ୍ୱାରା ତୁମେ ଅନ୍ଧକାରରୁ ଆଲୋକକୁ ଆସିଯାଇଛ । ଆତ୍ମାକୁ ହିଁ ଏହି ଜ୍ଞାନ ନେତ୍ର ଦେଉଛନ୍ତି ସେଥିପାଇଁ ବାବା କହୁଛନ୍ତି ତୁମେ ନିଜକୁ ଆତ୍ମା ଭାବ । ବେହଦର ବାବାଙ୍କୁ ମନେ ପକାଅ । ଭକ୍ତିରେ ତୁମେ ମନେ ପକାଉଥିଲ ନା । କହୁଥିଲ - ତୁମେ ଆସିଲେ ଆମେ ସମର୍ପଣ ହୋଇଯିବୁ, କିନ୍ତୁ କିପରି ସମର୍ପଣ ହେବ! ଏକଥା ଜାଣି ନ ଥିଲ । ଏବେ ତୁମେମାନେ ଜାଣୁଛ ଯେ ବାବା ମଧ୍ୟ ଆମ ଆତ୍ମାମାନଙ୍କ ସଦୃଶ ଆତ୍ମା ଅଟନ୍ତି । ବାବାଙ୍କର ଜନ୍ମକୁ ଅଲୌକିକ ଜନ୍ମ କୁହାଯିବ । ତୁମକୁ କିପରି ଭଲ ଭାବରେ ପାଠ ପଢାଉଛନ୍ତି! ତୁମେମାନେ ମଧ୍ୟ କହୁଛ ଇଏ ତ ସେହି ବାବା ଅଟନ୍ତି ଯିଏ କଳ୍ପ-କଳ୍ପ ଆମର ପିତା ହେଉଛନ୍ତି । ଆମେ ମଧ୍ୟ ବାବା-ବାବା କହୁଛୁ,ବାବା ମଧ୍ୟ ସନ୍ତାନ ବୋଲି କହୁଛନ୍ତି । ସେ ହିଁ ଆମକୁ ଶିକ୍ଷକ ରୂପରେ ରାଜଯୋଗ ଶିଖାଉଛନ୍ତି । ଆଉ ତ କେହି ରାଜଯୋଗ ଶିଖାଇ ପାରିବେ ନାହିଁ । ତୁମକୁ ବିଶ୍ୱର ମାଲିକ ମଧ୍ୟ କରୁଛନ୍ତି, ତେଣୁ ଏପରି ବାବାଙ୍କର ସନ୍ତାନ ହୋଇ ପୁଣି ସେହି ଶିକ୍ଷକଙ୍କର ଶିକ୍ଷା ମଧ୍ୟ ଗ୍ରହଣ କରିବା ଦରକାର । ଖୁସିରେ ଗଦ୍‌-ଗଦ୍ ହେବା ଦରକାର । ଯଦି କେହି ବିକାରୀ ହୋଇଗଲେ ତେବେ ତା’ଙ୍କୁ ଖୁସିର ଅନୁଭବ ହେବ ନାହିଁ । ଭଲେ ଯେତେ ବି ଚେଷ୍ଟା କର କିନ୍ତୁ ସେ ଯେପରି ଆମର ଜାତି ଭାଇ ନୁହେଁ । ଏଠାରେ ତ ମନୁଷ୍ୟମାନଙ୍କର କେତେ ସବୁ ସାଙ୍ଗିଆ ରହିଛି । ତୁମର ସରନେମ୍ ଅର୍ଥାତ୍ ସାଙ୍ଗିଆ ଦେଖ କେତେ ବଡ଼ । ଇଏ ହେଉଛନ୍ତି ସବୁଠାରୁ ବଡ଼ ଗ୍ରେଟ୍-ଗ୍ରେଟ୍ ଗ୍ରାଣ୍ଡ ଫାଦର ବ୍ରହ୍ମା, ତାଙ୍କୁ କେହି ଜାଣି ହିଁ ନାହାଁନ୍ତି । ଶିବବାବାଙ୍କୁ ତ ସର୍ବବ୍ୟାପୀ କହିଦେଉଛନ୍ତି । ବ୍ରହ୍ମାଙ୍କ ବିଷୟରେ ମଧ୍ୟ କାହାକୁ ବି ଜଣାନାହିଁ । ବ୍ରହ୍ମା-ବିଷ୍ଣୁ-ଶଙ୍କରଙ୍କର ଚିତ୍ର ମଧ୍ୟ ରହିଛି । ବ୍ରହ୍ମାଙ୍କୁ ସୂକ୍ଷ୍ମଲୋକକୁ ନେଇଯାଇଛନ୍ତି । ତାଙ୍କର ଜୀବନ କାହାଣୀ ବିଷୟରେ କିଛି ବି ଜାଣିନାହାଁନ୍ତି । ସୂକ୍ଷ୍ମଲୋକରେ ବ୍ରହ୍ମାଙ୍କୁ ଦେଖାଉଛନ୍ତି, ତେବେ ପ୍ରଜାପିତା ବ୍ରହ୍ମା କେଉଁଠୁ ଆସିବେ । ସେଠାରେ କ’ଣ ପୋଷ୍ୟ କରିବେ କି? ଏ କଥା କାହାକୁ ହେଲେ ଜଣାନାହିଁ । ପ୍ରଜାପିତା ବ୍ରହ୍ମା ବୋଲି କହୁଛନ୍ତି କିନ୍ତୁ ତାଙ୍କର ଜୀବନ କାହାଣୀ ଜାଣିନାହାଁନ୍ତି । ବାବା ବୁଝାଉଛନ୍ତି ଇଏ ହେଲେ ମୋର ରଥ । ବହୁତ ଜନ୍ମର ଶେଷ ଜନ୍ମରେ ମୁଁ ଏହାଙ୍କ ଶରୀରର ଆଧାର ନେଇଛି । ଏହା ହେଉଛି ପୁରୁଷୋତ୍ତମ ସଙ୍ଗମଯୁଗ ଯେଉଁ ସମୟରେ କି ଗୀତା ଅଧ୍ୟାୟର ପୁନରାବୃତ୍ତି ହେଉଛି । ଏଥିରେ ପବିତ୍ରତା ହେଉଛି ମୁଖ୍ୟ । ପତିତରୁ ପାବନ କିପରି ହେବ, ଏକଥା ଦୁନିଆରେ କାହାକୁ ବି ଜଣା ନାହିଁ । ସାଧୁ-ସନ୍ଥ ଆଦି କେବେ ଏପରି କହିବେ ନାହିଁ ଯେ ଦେହ ସହିତ ସମସ୍ତଙ୍କୁ ଭୁଲ । ଏକମାତ୍ର ବାବାଙ୍କୁ ମନେ ପକାଇବା ଦ୍ୱାରା ମାୟାର ସବୁ ପାପ କର୍ମ ଭସ୍ମ ହୋଇଯିବ । କୌଣସି ଗୁରୁ କେବେ ବି ଏପରି କହିବେ ନାହିଁ ।

ବାବା ବୁଝାଉଛନ୍ତି - ଇଏ ବ୍ରହ୍ମା କିପରି ହେଉଛନ୍ତି? ଛୋଟ ବୟସରେ ତ ଗାଁର ପିଲା ଥିଲେ । ୮୪ ଜନ୍ମ ନେଇଛନ୍ତି, ଡ୍ରାମାର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପାର୍ଟ କରିଛନ୍ତି । ତେଣୁ ନୂଆ ଦୁନିଆ ପୁଣି ପୁରୁଣା ହୋଇଯାଉଛି । ଏବେ ତୁମର ବୁଦ୍ଧିର ତାଲା ଖୋଲୁଛି । ତେଣୁ ତୁମେ ବୁଝି ପାରିବ ଏବଂ ଧାରଣା ମଧ୍ୟ କରିପାରିବ । ଏବେ ତ ତୁମେମାନେ ବୁଦ୍ଧିମାନ ହୋଇଯାଇଛ । ଆଗରୁ ବୁଦ୍ଧିହୀନ ଥିଲ । ଏହି ଲକ୍ଷ୍ମୀ-ନାରାୟଣ ବୁଦ୍ଧିମାନ୍ ଅଛନ୍ତି ଏବଂ ଏଠାରେ ବୁଦ୍ଧିହୀନ ହୋଇଯାଇଛନ୍ତି । ସମ୍ମୁଖରେ ଦେଖ, ଇଏ ତ ସ୍ୱର୍ଗର ମାଲିକ ଥିଲେ ନା । ଶ୍ରୀକୃଷ୍ଣ ତ ସ୍ୱର୍ଗର ମାଲିକ ଥିଲେ ପୁଣି ଗାଁର ପିଲା ମଧ୍ୟ ହୋଇଛନ୍ତି । ତୁମମାନଙ୍କୁ ଏହି ସବୁ କଥାକୁ ଧାରଣ କରି ପବିତ୍ର ମଧ୍ୟ ନିଶ୍ଚିତ ହେବାକୁ ପଡ଼ିବ । ମୁଖ୍ୟ ହେଉଛି ପବିତ୍ରତାର କଥା । ଲେଖୁଛନ୍ତି ମଧ୍ୟ - ବାବା, ମାୟା ମୋତେ ତଳକୁ ଖସାଇ ଦେଲା, ମୋର ଦୃଷ୍ଟି ବିକାରୀ ହୋଇଗଲା । ବାବା କହୁଛନ୍ତି ନିଜକୁ ଆତ୍ମା ମନେ କର । ବାସ୍ ଏବେ ତ ଘରକୁ ଯିବାକୁ ହେବ । ବାବାଙ୍କୁ ମନେ ପକାଇବାକୁ ପଡ଼ିବ । ଅଳ୍ପ ସମୟ ପାଇଁ, ଶରୀର ନିର୍ବାହ ଅର୍ଥେ କର୍ମ ମଧ୍ୟ କରି ପୁଣି ଘରକୁ ଚାଲିଯିବା । ଏହି ପୁରୁଣା ଦୁନିଆର ବିନାଶ ପାଇଁ ଲଢେଇ ମଧ୍ୟ ଲାଗିବ । ଏହା ମଧ୍ୟ ତୁମେମାନେ ଦେଖିବ - କିପରି ଯୁଦ୍ଧ ଲାଗିବ? ବୁଦ୍ଧି ଦ୍ୱାରା ମଧ୍ୟ ଜାଣିପାରୁଛ - ଯେହେତୁ ଆମେ ଦେବତା ହେବୁ, ତେଣୁ ଆମ ପାଇଁ ନୂଆ ଦୁନିଆ ମଧ୍ୟ ଦରକାର, ସେଥିପାଇଁ ବିନାଶ ମଧ୍ୟ ନିଶ୍ଚିତ ହେବ । ଆମେ ଶ୍ରୀମତ ଆଧାରରେ ନିଜ ପାଇଁ ନୂଆ ଦୁନିଆ ସ୍ଥାପନ କରୁଛୁ ।

ବାବା କହୁଛନ୍ତି - ମୁଁ ଏଠାରେ ତୁମମାନଙ୍କ ସେବାରେ ଉପସ୍ଥିତ ହୋଇଛି । ତୁମେମାନେ ଦାବି କରି ଆସିଛ ଯେ ଆମଭଳି ପତିତମାନଙ୍କୁ ପବିତ୍ର କର, ତେଣୁ ତୁମମାନଙ୍କ କଥା ଅନୁସାରେ ମୁଁ ଆସିଛି, ତୁମକୁ ବହୁତ ସହଜ ରାସ୍ତା ବତାଉଛି । ମନମନାଭବ । ଭଗବାନୁବାଚ ଅଛି ନା, କେବଳ ସେଥିରେ ଶ୍ରୀକୃଷ୍ଣଙ୍କର ନାମ ଲେଖିଦେଇଛନ୍ତି । ବାବାଙ୍କ ପରେ ହେଉଛନ୍ତି ଶ୍ରୀକୃଷ୍ଣ । ଇଏ ହେଲେ ପରମଧାମର ମାଲିକ, ସେ ହେଉଛନ୍ତି ବିଶ୍ୱର ମାଲିକ । ସୂକ୍ଷ୍ମଲୋକରେ ତ କିଛି ବି ନାହିଁ । ସମସ୍ତଙ୍କ ମଧ୍ୟରେ ନମ୍ବରୱାନ ଆତ୍ମା ହେଲେ ଶ୍ରୀକୃଷ୍ଣ, ଯାହାଙ୍କୁ ସମସ୍ତେ ସ୍ନେହ କରୁଛନ୍ତି । ବାକି ଆଉ ସମସ୍ତେ ପଛରେ ଆସୁଛନ୍ତି । ସ୍ୱର୍ଗକୁ ତ ସମସ୍ତେ ଯାଇ ପାରିବେ ନାହିଁ । ତେଣୁ ମିଠା-ମିଠା ସନ୍ତାନମାନେ ବହୁତ ଖୁସିରେ ରହିବା ଉଚିତ୍ । ଏଠାରେ ନକଲି ଖୁସି ଚାଲିପାରିବ ନାହିଁ । ବାହାରୁ ଭିନ୍ନ-ଭିନ୍ନ ପ୍ରକାରର ସନ୍ତାନମାନେ ବାବାଙ୍କ ପାଖକୁ ଆସୁଥିଲେ, ଯେଉଁମାନେ କି କେବେ ବି ପବିତ୍ର ରୁହନ୍ତି ନାହିଁ । ବାବା ତାଙ୍କୁ ବୁଝାଉଥିଲେ - ଯଦି ବିକାରରେ ଯାଉଛ ତେବେ ପୁଣି ଆସୁଛ କାହିଁକି, ସିଏ କହୁଥିଲେ - କ’ଣ କରିବି, ରହିପାରୁନାହିଁ । ସବୁଦିନ ତ ଆସୁଛି, କିଏ ଜାଣେ କେବେ ଯଦି ତୀର ଲାଗିଯିବ । ଆପଣଙ୍କ ବିନା ସଦ୍‌ଗତି କିଏ କରିବ । ଏହିପରି କହି ଆସି ବସି ଯାଉଥିଲେ । ମାୟା ତ ବହୁତ ଶକ୍ତିଶାଳୀ ଅଟେ । ନିଶ୍ଚୟ ମଧ୍ୟ ହେଉଛି ଯେ - ବାବା ଆମକୁ ପତିତରୁ ପାବନ ଅର୍ଥାତ୍ ଗୁଲ୍‌-ଗୁଲ୍ କରୁଛନ୍ତି । କିନ୍ତୁ କ’ଣ କରିବେ, ତଥାପି ସତ୍ୟ ତ କହୁଥିଲେ ନା - ଏବେ ନିଶ୍ଚିତ ସିଏ ସୁଧୁରି ଯିବେଣି । ତାଙ୍କର ଏହି ନିଶ୍ଚୟ ମଧ୍ୟ ଥିଲା ଯେ - ଏହାଙ୍କ ଦ୍ୱାରା ହିଁ ମୁଁ ସୁଧୁରିବି ।

ବର୍ତ୍ତମାନ ସୃଷ୍ଟି ନାଟକରେ କେତେ ଅଭିନେତା ଅଛନ୍ତି । ଜଣଙ୍କର ଚେହେରା ଆଉ ଜଣଙ୍କ ସହିତ ମିଶୁ ନାହିଁ । ପୁଣି କଳ୍ପ ପରେ ସେହି ଚେହେରାରେ ନିଜର ପାର୍ଟ ରିପିଟ୍ କରିବେ । ସବୁ ଆତ୍ମାମାନେ ତ ସ୍ଥାୟୀ ଅଟନ୍ତି ନା । ସବୁ ଅଭିନେତାମାନେ ବିଲ୍‌କୁଲ୍ ସଠିକ୍ ପାର୍ଟ ହିଁ କରୁଛନ୍ତି । ସେଥିରେ କିଛି ବି ଫରକ ହୋଇପାରିବ ନାହିଁ । କାରଣ ସବୁ ଆତ୍ମା ଅବିନାଶୀ ଅଟନ୍ତି । ତାଙ୍କ ଭିତରେ ଅବିନାଶୀ ପାର୍ଟ ଭରି ରହିଛି । ଏ ସବୁ କେତେ ବୁଝିବାର କଥା । ବାବା କେତେ ବୁଝାଉଛନ୍ତି ତଥାପି ପିଲାମାନେ ଭୁଲିଯାଉଛନ୍ତି । କାହାକୁ ବୁଝାଇପାରୁନାହାଁନ୍ତି । ଏହା ମଧ୍ୟ ଡ଼୍ରାମାରେ ଅଛି । ପ୍ରତି କଳ୍ପରେ ଏହିପରି ରାଜତ୍ୱ ସ୍ଥାପନ ହେଉଛି । ସତ୍ୟ ଯୁଗରେ କମ୍ ଆତ୍ମା ଆସିବେ ତାହା ପୁଣି କ୍ରମାନ୍ୱୟରେ । ଏଠାରେ ମଧ୍ୟ କ୍ରମ ଅନୁସାରେ ରହିଛନ୍ତି ନା । ନିଜର ପାର୍ଟକୁ ସେ ନିଜେ ହିଁ ଜାଣିଛନ୍ତି, ଦ୍ୱିତୀୟ କେହି ବି ଜାଣିପାରିବେ ନାହିଁ । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ସତ୍ୟ ପିତାଙ୍କ ସହିତ ସର୍ବଦା ସଚ୍ଚା ହୋଇ ରହିବାକୁ ହେବ । ବାବାଙ୍କ ଉପରେ ପୂରା-ପୂରା ସମର୍ପଣ ହେବାକୁ ପଡ଼ିବ ।

(୨) ଜ୍ଞାନ ରତ୍ନକୁ ଧାରଣ କରି ବୁଦ୍ଧିମାନ୍ ହେବାକୁ ପଡ଼ିବ । ଅନ୍ତରରେ ଅପାର ଖୁସିରେ ରହିବାକୁ ହେବ । କୌଣସି ବି ଶ୍ରୀମତ ବିରୁଦ୍ଧ କାମ କରି ଖୁସିକୁ ହରାଇବା ଉଚିତ୍ ନୁହେଁ ।

ବରଦାନ:-
ଡ୍ରାମା ଜ୍ଞାନର ଅନୁଭବ ଦ୍ୱାରା ସର୍ବଦା ସାକ୍ଷୀ ପଣିଆର ସ୍ଥିତିରେ ସ୍ଥିତ ରହୁଥିବା ଅଚଳ ଅଟଳ ଭବ ।

ଯେଉଁମାନେ ଡ୍ରାମା ଜ୍ଞାନର ଅନୁଭବୀ ଅଟନ୍ତି ସେମାନେ ସର୍ବଦା ସାକ୍ଷୀ ପଣିଆର ସ୍ଥିତିରେ ସ୍ଥିତ ରହି ଏକରସ ଏବଂ ଅଚଳ-ଅଟଳ ସ୍ଥିତିର ଅନୁଭବ କରିଥାଆନ୍ତି । ଡ୍ରାମା ଜ୍ଞାନର ଅନୁଭବୀ ଆତ୍ମା କେବେ ବି ଖରାପ ଭିତରେ ଖରାପକୁ ନ ଦେଖି ଭଲକୁ ହିଁ ଦେଖିବ ଅର୍ଥାତ୍ ତାଙ୍କୁ ସ୍ୱକଲ୍ୟାଣର ରାସ୍ତା ଦେଖାଯିବ । ତୁମମାନଙ୍କର ଅକଲ୍ୟାଣର ଖାତା ତ ସମାପ୍ତ ହୋଇଯାଇଛି । ଏବେ ତ କଲ୍ୟାଣକାରୀ ପିତାଙ୍କର ସନ୍ତାନ ଅଟ, କଲ୍ୟାଣକାରୀ ଯୁଗ ମଧ୍ୟ ଅଟେ - ଏହାର ଜ୍ଞାନ ଏବଂ ଅନୁଭବର ଅଧିକାରୀ ପଣିଆ ଦ୍ୱାରା ଅଚଳ-ଅଟଳ ହୁଅ ।

ସ୍ଲୋଗାନ:-
ଯେଉଁମାନେ ସମୟକୁ ଅମୂଲ୍ୟ ମନେ କରି ତା’କୁ ସଫଳ କରିଥାଆନ୍ତି ସେମାନେ ସମୟ ଅନୁସାରେ ଧୋକା ଖାଇ ନ ଥା’ନ୍ତି ।

ଅବ୍ୟକ୍ତ ଈଶାରା:- ଏହି ଅବ୍ୟକ୍ତି ମାସରେ ବନ୍ଧନମୁକ୍ତ ହୋଇ ଜୀବନମୁକ୍ତ ସ୍ଥିତିର ଅନୁଭବ କର ।

ଜ୍ଞାନ ରୂପକ ସମ୍ପତ୍ତି ଆଧାରରେ ବର୍ତ୍ତମାନ ସମୟରେ ହିଁ ମୁକ୍ତି-ଜୀବନମୁକ୍ତିର ଅନୁଭବ କରିବାକୁ ହେବ । ଯାହା ବି ସବୁ ଦୁଃଖ-ଅଶାନ୍ତିର କାରଣ ରହିଛି, ବିକାରଗୁଡିକ ରହିଛି ସେଥିରୁ ମୁକ୍ତ ହେବାକୁ ପଡିବ । ଯଦି ବି କୌଣସି ବିକାର ଆସୁଛି ତେବେ ତା’ ଉପରେ ବିଜୟୀ ହେବାକୁ ପଡିବ, ହାରିଯିବାର ନାହିଁ । ଅନେକ ପ୍ରକାରର ବ୍ୟର୍ଥ ସଂକଳ୍ପ, ବିକଳ୍ପ ଏବଂ ବିକର୍ମଠାରୁ ମୁକ୍ତ ହେବା ହିଁ ଜୀବନମୁକ୍ତ ଅବସ୍ଥା ଅଟେ ।