09.06.26 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:-
ବାବାଙ୍କ ସହିତ ଉଡିବା ପାଇଁ ସମ୍ପୂର୍ଣ୍ଣ ପବିତ୍ର ହୁଅ ଏବଂ ସମ୍ପୂର୍ଣ୍ଣ ସମର୍ପଣ ହୋଇଯାଅ,
ବିଚାର କର ଏହି ଦେହ ମୋର ନୁହେଁ - ଏକଦମ୍ ଅଶରୀରୀ ହୋଇଯାଅ” ।
ପ୍ରଶ୍ନ:-
ଉଚ୍ଚ ଲକ୍ଷ୍ୟରେ
ପହଞ୍ଚିବା ପାଇଁ ତୁମ ଭିତରୁ କେଉଁ ଭୟ ଦୂର ହୋଇଯିବା ଦରକାର?
ଉତ୍ତର:-
କେତେକ ସନ୍ତାନ ମାୟାର ତୋଫାନକୁ ବହୁତ ଭୟ କରୁଛନ୍ତି । କହୁଛନ୍ତି ବାବା ମାୟାର ତୋଫାନ ବହୁତ
ହଇରାଣ କରୁଛି, ତେଣୁ ତାକୁ ଅଟକାଇ ଦିଅ । ବାବା କହୁଛନ୍ତି ପିଲାମାନେ ଏହା ତ ମୁଷ୍ଟିଯୁଦ୍ଧ ଅଟେ
। ଦୁନିଆର ମୁଷ୍ଟି ଯୁଦ୍ଧରେ ମଧ୍ୟ ଏଭଳି ହୁଏ ନାହିଁ ଯେ କେବଳ ଗୋଟିଏ ପଟରୁ ହିଁ ଆକ୍ରମଣ ହେଉଥିବ
। ଜଣେ ଯଦି ୧୦ ଚାପୁଡା ମାରିବ ତେବେ ଆଉ ଜଣେ ୫ଟା ନିଶ୍ଚିତ ମାରିବ, ସେଥିପାଇଁ ତୁମକୁ ଡରିବାର
ନାହିଁ । ମହାବୀର ହୋଇ ବିଜୟୀ ହେବାକୁ ପଡିବ । ତେବେ ଯାଇ ନିଜର ଉଚ୍ଚ ଲକ୍ଷ୍ୟରେ ପହଞ୍ଚିପାରିବ ।
ଗୀତ:-
ଦର ପର ଆୟେ ହେଁ
କସମ ଲେକେ...
ଓମ୍ ଶାନ୍ତି ।
ପିଲାମାନେ ଗୀତ ଶୁଣିଲେ । ନିଶ୍ଚିତ ଗୀତରେ କୌଣସି ରହସ୍ୟ ଭରି ହୋଇ ରହିଛି । ସେଥିପାଇଁ ରେକର୍ଡ
କିଣି ବାବା ବସି ଏହାର ଅର୍ଥ ବୁଝାଉଛନ୍ତି । ଏହାକୁ କୁହାଯାଏ ଜୀଇଁ ଥାଉ ଥାଉ ମରି କରି ବାବାଙ୍କର
ହେବା । ବାବାଙ୍କର ହେବା ପରେ ଶିକ୍ଷକଙ୍କର ହେବା, ଶିକ୍ଷକଙ୍କ ପରେ ପୁଣି ଅଧିକାଂଶ ଗୁରୁ
କରିଥାନ୍ତି । ଖ୍ରୀଷ୍ଟିୟାନଙ୍କର ମଧ୍ୟ ସନ୍ତାନ ଜନ୍ମ ହେବା ମାତ୍ରେ ତା’କୁ ଖ୍ରୀଷ୍ଟ ଧର୍ମର
ଦୀକ୍ଷିତ କରାଇଥା’ନ୍ତି । ପିଲାଙ୍କୁ ନେଇ ଗୁରୁଙ୍କ କୋଳରେ ଦେଇଥା’ନ୍ତି । ପୁଣି ପାଦ୍ରୀ ହୁଅନ୍ତୁ
ଅଥବା ଆଉ କେହି ବି ହୁଅନ୍ତୁ । ପାଦ୍ରୀ ତ ଖ୍ରୀଷ୍ଟ ନୁହଁନ୍ତି । କହନ୍ତି ତାଙ୍କ ନାମରେ ଆମେ
ଖ୍ରୀଷ୍ଟିୟାନ ହେଉଛୁ ।
ଏବେ ତୁମେ ସନ୍ତାନମାନେ ପ୍ରଥମେ ବାବାଙ୍କର ହେଉଛ, ଅଶରୀରୀ ହେଉଛ । ଆମର ଶରୀର-ମନ-ଧନ ଯାହା କିଛି
ଅଛି ତାହା ବାବାଙ୍କୁ ଅର୍ପଣ କରୁଛୁ । ଜୀବଦଶାରୁ ମରୁଛୁ ଅର୍ଥାତ୍ ଆମେ ଆତ୍ମା ତାଙ୍କର ହେଉଛୁ ।
ଏକଥା ବୁଦ୍ଧିରେ ରହିବା ଉଚିତ୍ । ଯାହା ବି ବସ୍ତୁ, ଶରୀର, ଧନ, ଦୌଲତ, ସମ୍ବନ୍ଧୀ ଆଦି ଅଛି ସେ
ସବୁକୁ ଭୁଲିଯାଉଛୁ । ମୃତ୍ୟୁ ପରେ ସବୁ କିଛି ଭୁଲି ହୋଇଯାଇଥାଏ ନା । କେତେ ଶ୍ରେଷ୍ଠ ଲକ୍ଷ୍ୟ ଅଟେ
। ଆମେ ଅଶରୀରୀ ଆତ୍ମା ଅଟୁ । ଏହା ପୁରା ମନେ ରଖିବାକୁ ହେବ । ଏପରି ନୁହେଁ ଯେ ତୁମେ ଶରୀର ଛାଡି
ମରିଯାଉଛ । ନାଁ, ଆତ୍ମା ସମ୍ପୂର୍ଣ୍ଣ ପବିତ୍ର ହୋଇନାହିଁ । ଯଦିଓ ବାବାଙ୍କର ହୋଇଛ କିନ୍ତୁ ବାବା
କହୁଛନ୍ତି - ତୁମର ଆତ୍ମା ଅପବିତ୍ର ଅଟେ । ଆତ୍ମାର ଡେଣା କଟିଯାଇଛି । ଏବେ ଆତ୍ମା ଉଡିପାରିବ
ନାହିଁ । ତମୋପ୍ରଧାନ ହୋଇଥିବା କାରଣରୁ ଜଣେ ହେଲେ ବି ମନୁଷ୍ୟ ଘରକୁ ଫେରି ଯାଇପାରିବେ ନାହିଁ ।
ମାୟା ସମ୍ପୂର୍ଣ୍ଣ ଭାବେ ଡେଣା ଭାଙ୍ଗି ଦେଇଛି । ବାବା ବୁଝାଉଛନ୍ତି ଆତ୍ମା ସବୁଠାରୁ କ୍ଷୀପ୍ର
ବେଗରେ ଯାଇଥାଏ । ଆତ୍ମାଠାରୁ ତୀକ୍ଷ୍ଣ ବସ୍ତୁ ଆଉ କିଛି ନାହିଁ । ଆତ୍ମାଠାରୁ ତୀବ୍ର ବେଗରେ
କେହି ପହଞ୍ଚି ପାରିବ ନାହିଁ । ଶେଷ ସମୟରେ ମଶାଭଳି ସବୁ ଆତ୍ମାମାନେ ଯିବେ । କୁଆଡେ ଯିବେ? ବହୁତ
ଦୂର-ଦୂର ସୂର୍ଯ୍ୟ ଚନ୍ଦ୍ରଠାରୁ ମଧ୍ୟ ଉପରକୁ । ସେଠାରୁ ଆଉ ଫେରିବାର ନାହିଁ । ସେମାନଙ୍କର ରକେଟ
ଆଦି ତ ଯାଇ ପୁଣି ଫେରି ଆସୁଛି । ସୂର୍ଯ୍ୟ ପର୍ଯ୍ୟନ୍ତ ତ ପହଞ୍ଚି ପାରିବ ନାହିଁ । ତୁମକୁ ତ
ତା’ଠାରୁ ମଧ୍ୟ ବହୁତ ଦୂରକୁ ଯିବାକୁ ହେବ । ସୂକ୍ଷ୍ମବତନର ଉପରକୁ ମୂଳବତନକୁ ଯିବାକୁ ହେବ ।
ଆତ୍ମାକୁ ଡେଣା ମିଳିଯାଉଛି । ହିସାବ-କିତାବ ଚୁକ୍ତ କରି ଆତ୍ମା ପବିତ୍ର ହୋଇଯାଉଛି । ମହାବିନାଶ
ସମୟର ମହିମା ବହୁତ ଲେଖାଯାଇଛି । ସବୁ ଆତ୍ମାମାନଙ୍କୁ ହିସାବ-କିତାବ ଚୁକ୍ତ କରି ଯିବାକୁ ହେବ ।
ଏବେ ତ ସବୁ ଆତ୍ମାମାନେ ମଇଳା, ପାପ ଆତ୍ମା ଅଟନ୍ତି । ଯଦିଓ ବଡ ବଡ ଗୁରୁ, ସାଧୁ-ସନ୍ନ୍ୟାସୀ ଆଦି
ଅଛନ୍ତି । ଭାବୁଛନ୍ତି ଯେ ଆମେ ହେଲୁ ଗୁରୁ । ଅହମ୍ ବ୍ରହ୍ମସ୍ମି..., ଅହମ୍ ବ୍ରହ୍ମ । ଆମେ
ବ୍ରହ୍ମରେ ପହଞ୍ଚିଯାଇଛୁ । ଏବେ ସେମାନେ ଏହି ସୃଷ୍ଟିରେ ବସିଛନ୍ତି, ପୁଣି ବ୍ରହ୍ମରେ କିପରି
ପହଞ୍ଚିଛନ୍ତି? ଏବେ ତୁମେ ଜାଣୁଛ ଆମେ ଆତ୍ମାମାନେ ବ୍ରହ୍ମଲୋକ ନିବାସୀ ଅଟୁ । କିନ୍ତୁ ଏବେ
ସେଠାକୁ କେହି ବି ଯାଇପାରିବେ ନାହିଁ । ସବୁ ଆତ୍ମାମାନେ ଏଠାରେ ପୁନର୍ଜନ୍ମ ନେଉଛନ୍ତି । ଏହା
ବେହଦର ଡ୍ରାମା ଅଟେ । ସମସ୍ତ ଅଭିନେତାମାନଙ୍କୁ ଅଭିନୟ କରିବା ପାଇଁ ସେଠାରୁ ଏଠାକୁ ନିଶ୍ଚିତ
ଆସିବାକୁ ପଡିବ । ସମସ୍ତଙ୍କର ଆତ୍ମାମାନେ ରଂଗମଞ୍ଚ ଉପରକୁ ଆସିଛନ୍ତି । ଯେବେ ବିନାଶର ସମୟ
ହୋଇଥାଏ ତ ସମସ୍ତେ ଆସିଯାଇଥା’ନ୍ତି, ସେଠାରେ ରହି କ’ଣ କରିବେ! ଅଭିନେତା ଅଭିନୟ କରିବା ବିନା ଘରେ
ବସି ରହିପାରିବ ନାହିଁ । ନାଟକରେ ନିଶ୍ଚିତ ଆସିବାକୁ ପଡିବ । ସେଠାରୁ ଯେତେବେଳେ ସମସ୍ତେ
ଚାଲିଆସୁଛନ୍ତି, ତେବେ ପୁଣି ବାବା ସମସ୍ତଙ୍କୁ ନେଇ ଯାଉଛନ୍ତି । ବାବା କହୁଛନ୍ତି ଯଦିଓ ମୁଁ
ଏଠାରେ ଅଛି ତଥାପି ମଧ୍ୟ ତେବେ ବି ଆତ୍ମାମାନେ ଉପରୁ ଆସି ଚାଲିଛନ୍ତି, କ୍ରମାନୁସାରେ ବୃଦ୍ଧି
ହୋଇ ଚାଲିଛନ୍ତି । ପୁଣି ତୁମେ କ୍ରମଅନୁସାରେ ମଧ୍ୟ ଯିବ । ତୁମର ଅବସ୍ଥା ଉପରେ ଏହା ଆଧାରିତ,
ସେଥିପାଇଁ ତୁମକୁ ମରଜୀବା ହେବାକୁ ପଡିବ । ଆମେ ଆତ୍ମା ଅଟୁ ଏହି ନିଶ୍ଚୟ କରିବାରେ ହିଁ ପରିଶ୍ରମ
ରହିଛି । ପିଲାମାନେ ପ୍ରତ୍ୟେକ ମୁହୂର୍ତ୍ତରେ ଦେହ-ଅଭିମାନରେ ଆସି ଭୁଲିଯାଉଛନ୍ତି ।
ଦେହୀ-ଅଭିମାନୀ ହୋଇ ସେତେବେଳେ ରହିପାରିବେ ଯେତେବେଳେ ସମ୍ପୂର୍ଣ୍ଣ ଭାବେ ସମର୍ପଣ ହେବେ - ବାବା
ଏସବୁ ଆପଣଙ୍କର ଅଟେ । ମୁଁ ମଧ୍ୟ ଆପଣଙ୍କର । ଏହି ଦେହ ଯେପରି ମୋର ନୁହେଁ, ଏହାକୁ ମୁଁ ଛାଡି
ଦେଉଛି । ବାବା ମୁଁ ଆପଣଙ୍କର ଅଟେ । ବାବା କହୁଛନ୍ତି ମୋର ହୋଇ ଅନ୍ୟ ସମସ୍ତଙ୍କଠାରୁ ମମତ୍ୱ
ତୁଟାଇଦିଅ । କିନ୍ତୁ ଏପରି ନୁହେଁ ଯେ ଏଠାରେ ଆସି ତୁମେ ସମସ୍ତେ ରହିଯିବ । ତୁମକୁ ନିଜର
କର୍ମଧନ୍ଦା କରିବାକୁ ହେବ । ଘର ସମ୍ଭାଳିବାକୁ ପଡିବ । ପିଲାମାନଙ୍କୁ ମାତା-ପିତାଙ୍କର ଋଣ
ଶୁଝିବାକୁ ପଡିବ । ତାଙ୍କର ସେବା କରି ଋଣ ପରିଶୋଧ କରିବାକୁ ହେବ । ପିଲାମାନଙ୍କ ଉପରେ
ମାତା-ପିତାଙ୍କ ପାଳନାର ଋଣ ରହିଥାଏ । ଏବେ ବାବା ତୁମର ପାଳନା କରୁଛନ୍ତି । ଯେଉଁମାନେ ପ୍ରଥମରୁ
ଆସିଥିଲେ ସେମାନେ ତୁରନ୍ତ ସମର୍ପଣ କରିଦେଲେ, ନିଜ ପାଖରେ କିଛି ରଖିଲେ ନାହିଁ, ସବୁ ସମର୍ପଣ
କରିଦେଲେ, ସେହି ଧନ ଦ୍ୱାରା ତୁମେ ଭାରତକୁ ପବିତ୍ର କରାଉଛ । ଭାରତ ହିଁ ସମ୍ପୂର୍ଣ୍ଣ ପବିତ୍ର
ଥିଲା । ଭାରତବାସୀଙ୍କ ପରି ପବିତ୍ର ସୁଖୀ ଆଉ କେହି ହୋଇପାରିବେ ନାହିଁ । ଭାରତ ସବୁଠାରୁ ବଡ
ତୀର୍ଥ ଅଟେ, ଯେଉଁଠାକୁ ପତିତ-ପାବନ ବାବା ଆସି ସାରା ସୃଷ୍ଟିକୁ, ପତିତମାନଙ୍କୁ ମଧ୍ୟ ପବିତ୍ର
କରାଉଛନ୍ତି । ବର୍ତ୍ତମାନ ଏହି ତତ୍ତ୍ୱ ଆଦି ସମସ୍ତେ ଶତ୍ରୁ ତୁଲ୍ୟ ଅଟନ୍ତି । ଭୂମିକମ୍ପ ହେବ,
ତୋଫାନ ଆସିବ କାରଣ ତତ୍ତ୍ୱ ତମୋପ୍ରଧାନ ଅଟେ । ପ୍ରାକୃତିକ ବିପର୍ଯ୍ୟୟ ଆସିବ, ବହୁତ ଦୁଃଖ ଦେବ ।
ବର୍ତ୍ତମାନ ସବୁ ଜିନିଷ ଦୁଃଖଦାୟୀ ଅଟେ । ସତ୍ୟଯୁଗରେ ସବୁ ସୁଖର ଜିନିଷ ରହିବ । ସେଠାରେ ଏହି
ତୋଫାନ ଅଥବା ଗରମ ବାୟୁ ଆଦି କିଛି ରହିବ ନାହିଁ । ଏହି କଥାକୁ ତୁମମାନଙ୍କ ଭିତରେ ମଧ୍ୟ ବହୁତ କମ୍
ବୁଝୁଛନ୍ତି । ଆଜି ଅଛନ୍ତି, କାଲି ଚାଲିଯାଉଛନ୍ତି, ତେବେ କୁହାଯିବ କିଛି ହେଲେ ବୁଝିନାହାଁନ୍ତି
। ଯଦିଓ ଏଠାକୁ ଆସୁଛନ୍ତି କିନ୍ତୁ ସମସ୍ତେ ସ୍ଥାୟୀ ହୋଇ ରହିପାରୁ ନାହାଁନ୍ତି । ଏଠାରୁ ଯିବାର
୧୦ ଦିନ ପରେ ସମାଚାର ଲେଖିବେ - ବାବା ଅମୁକକୁ ମାୟା ଖାଇଗଲା । ଏହିପରି ହୋଇ ଚାଲିଛି । ଛୋଟ ଫୁଲ
ବଡ ହେଲେ ସେଥିରେ ଫଳ ଆସିଯାଏ । ତାଙ୍କ ପାଖରେ ପୁଣି ଅନ୍ୟମାନଙ୍କୁ ନିଜ ଭଳି ଗଢିବାର ଶକ୍ତି
ରହିଥାଏ । ତାର ଫଳ ବାହାରିଥାଏ ।
ବାବାଙ୍କର ହୋଇ ପୁଣି ପ୍ରଜା ମଧ୍ୟ ତିଆରି କରିବାକୁ ହେବ, ଉତ୍ତରାଧିକାରୀ ମଧ୍ୟ ତିଆରି କରିବାକୁ
ପଡିବ । ପଣ୍ଡା ହୋଇ ବାବାଙ୍କ ପାଖକୁ ଆସିଲେ, ବାସ୍ ଆମେ ପହଞ୍ଚିଗଲୁ । ନାଁ, ଏହି ଲକ୍ଷ୍ୟ ବହୁତ
ବଡ ଅଟେ । କହୁଛନ୍ତି ମାୟାର ତୋଫାନ ବହୁତ ଆସୁଛି । ତୁମେ ବାବାଙ୍କର ହୋଇଛ, ତେଣୁ ତୁଫାନ ତ ଆସିବ
। କହୁଛନ୍ତି, ବାବା ଆମେ ଆପଣଙ୍କର ଥିଲୁ । ଆପଣଙ୍କଠାରୁ ସମ୍ପତ୍ତିର ଅଧିକାର ନେଇଥିଲୁ, ପୁଣି
ପୁନର୍ଜନ୍ମ ନେଇ ୮୪ ଜନ୍ମ ନେଲୁ, ପୁନର୍ବାର ଆସି ଆପଣଙ୍କର ହୋଇଛୁ । ମୁଁ ତ ଆପଣଙ୍କଠାରୁ
ସମ୍ପତ୍ତି ନେଇ କରି ହିଁ ଛାଡିବି । ତେଣୁ ଏଭଳି ବାବାଙ୍କୁ ସେହିପରି ମନେ ପକାଇବାକୁ ପଡିବ ଏବଂ
ନିଜ ସମାନ କରାଇ ପ୍ରମାଣ ରୂପି ଫଳ ଦେବାକୁ ହେବ । ନଚେତ୍ ମାଳା କିପରି ତିଆରି ହେବ । ବାବାଙ୍କର
ଉତ୍ତରାଧିକାରୀ କିପରି ତିଆରି କରାଇବ । ପ୍ରଜା ମଧ୍ୟ ଦରକାର, ଉତ୍ତରାଧିକାରୀ ମଧ୍ୟ ଦରକାର -
ଯିଏକି ଗଦି ଉପରେ ବସିବେ । ବାବାଙ୍କ ପାଖକୁ ବହୁତ ଆସୁଛନ୍ତି ପୁଣି ଛାଡପତ୍ର ଦେଇ ଦେଉଛନ୍ତି ।
ବୁଦ୍ଧିର ଯୋଗ ତୁଟିଲା, ଖେଳ ଶେଷ ।
କେତେକ ସନ୍ତାନ ବାବାଙ୍କୁ ଆସି ପଚାରୁଛନ୍ତି - ବାବା ଅବସ୍ଥାକୁ କିପରି ପରିପକ୍ୱ କରିବୁ, ଯେପରି
କୌଣସି ତୋଫାନ ଆସିବ ନାହିଁ । ଏହାର ରାସ୍ତା ତ ବତାଇ ହିଁ ଚାଲିଛନ୍ତି, ତୁମେ ବାବାଙ୍କୁ ମନେ
ପକାଅ । ତୋଫାନ ତ ଆସିବ । ମୁଷ୍ଟିଯୁଦ୍ଧରେ ଏପରି କେବେ ଦେଖିଛ କି ଜଣେ ହିଁ ଚାପୁଡା ଖାଇ
ଚାଲିଥିବ । ନିଶ୍ଚିତ ଦୁଇଜଣଙ୍କ ପାଖରେ ହିଁ ସାହାସ ଥିବ । ୫ ଚାପୁଡା ଯଦି ଜଣେ ଲଗାଇବ ତ ଅନ୍ୟ
ଜଣେ ୧୦ଟା ଲଗାଉଥିବ । ଏହା ମଧ୍ୟ ବକ୍ସିଙ୍ଗ । ବାବାଙ୍କୁ ମନେ ପକାଇଲେ ମାୟା ପଳାଇଯିବ କିନ୍ତୁ
ଏସବୁ ତୁରନ୍ତ ତ ହେବ ନାହିଁ । ମାୟା ସହିତ କୁସ୍ତି ଲଢିବାକୁ ହେବ । ଏପରି ଭାବ ନାହିଁ ଯେ ମାୟା
ଚାପୁଡା ମାରିବ ନାହିଁ । ଯେ କେହି ବି ହୁଅନ୍ତୁ ନା କାହିଁକି, ଚାପୁଡା ଲାଗିବ । ଏହା ବହୁତ ବଡ
ମୁଷ୍ଟିଯୁଦ୍ଧ ଅଟେ । ଅନେକ ଡରିଯାଇଥା’ନ୍ତି, ମାୟା ଏକଦମ୍ ନାକେଦମ୍ କରିଦେଇଥାଏ । ଏହା
ଯୁଦ୍ଧସ୍ଥଳ ଅଟେ ନା । ବୁଦ୍ଧିଯୋଗ ଲଗାଇବାରେ ମାୟା ବହୁତ ବିଘ୍ନ ପକାଇଥାଏ । ସାରା ପରିଶ୍ରମ ଯୋଗ
କରିବାରେ ରହିଛି । ଯଦିଓ ବାବା କହୁଛନ୍ତି ଯେ ଜ୍ଞାନୀ ଆତ୍ମାମାନେ ମୋର ପ୍ରିୟ ଅଟନ୍ତି, କିନ୍ତୁ
ଏପରି ନୁହେଁ ଯେ କେବଳ ଜ୍ଞାନ ଶୁଣାଇଲାବାଲା ପ୍ରିୟ ଅଟନ୍ତି । ସର୍ବପ୍ରଥମେ ତ ପୁରା ଯୋଗ ଦରକାର
। ବାବାଙ୍କୁ ସ୍ମରଣ କରିବାକୁ ହେବ । ମାୟାର ବିଘ୍ନକୁ ଡରିବା ଅନୁଚିତ୍ । ବିଶ୍ୱର ମାଲିକ ହେଉଛ
ନା । ସମସ୍ତେ କ’ଣ ହେବେ? ୧୬୧୦୮ର ମାଳା ତ ବହୁତ ବଡ । ଅନ୍ତ ସମୟରେ ମାଳା ସମ୍ପୂର୍ଣ୍ଣ ହେବ ।
ତ୍ରେତାଯୁଗର ଅନ୍ତ ପର୍ଯ୍ୟନ୍ତ କେତେ ରାଜକୁମାର-କୁମାରୀ ଆସିବେ, ଏହାର କିଛି ତ ପ୍ରତୀକ ଅଛି ନା
। ୮ ଜଣଙ୍କର ମଧ୍ୟ ସ୍ମାରକୀ ଅଛି । ୧୦୮ର ମଧ୍ୟ ସ୍ମାରକୀ ରହିଛି । ଏହା ଏକଦମ୍ ସଠିକ୍ ।
ତ୍ରେତାଯୁଗର ଶେଷରେ ୧୬୧୦୮ ରାଜକୁମାର କୁମାରୀ ହୋଇଥାଆନ୍ତି । ପ୍ରଥମରୁ ତ ହେବେ ନାହିଁ । ପ୍ରଥମେ
ଅଳ୍ପ ହୁଅନ୍ତି ପୁଣି ପରେ ବୃଦ୍ଧି ହୋଇଚାଲିଥାଏ । ସେମାନେ ସମସ୍ତେ ଏହିଠାରେ ହିଁ ହୋଇଥାଆନ୍ତି ।
ବହୁତ ଭଲ ସୁଯୋଗ କିନ୍ତୁ ବହୁତ ପରିଶ୍ରମ କରିବାକୁ ପଡିବ । ଗୀତରେ ମଧ୍ୟ ଗାଇଥା’ନ୍ତି, କେବେ ବି
ଛାଡିବୁ ନାହିଁ, ମରିଯିବୁ ପଛେ... । ବାବା ଏହି ଶରୀର-ମନ-ଧନ ସବୁ ଆପଣଙ୍କର । ଆମେ ଅଶରୀରୀ ହୋଇ
ଆପଣଙ୍କୁ ମନେ ପକାଉଛୁ । ବୁଦ୍ଧିଯୋଗ ଆପଣଙ୍କ ସହିତ ଲଗାଇବୁ । ବାବା ପୁଣି କହୁଛନ୍ତି ଏସବୁ କିଛି
ତୁମମାନଙ୍କ ପାଇଁ ହିଁ ରହିଛି । ପିଲାମାନେ କହୁଛନ୍ତି - ଆମର ସବୁ କିଛି ଆପଣଙ୍କର । କୁହାଯାଏ ନା
- ଏସବୁ ଭଗବାନ ଦେଇଛନ୍ତି! ଏବେ ବାବା କହୁଛନ୍ତି - ଏ ସବୁ କିଛି ବିନାଶ ହୋଇଯିବ । ତୁମ ପାଖରେ
କ’ଣ ଅଛି? ଏହି ଶରୀର ମଧ୍ୟ ବିନାଶ ହୋଇଯିବ । ଏବେ ମୁଁ ତୁମକୁ ପୁଣି ବଦଳ କରି ଦେଉଛି । କେବଳ
ବଦଳାଇଥାଆନ୍ତି ନା । ତେଣୁ ବାବା କହୁଛନ୍ତି - ପିଲାମାନେ ଅଶରୀରୀ ହୁଅ । ମୋତେ ମନେ ପକାଅ ।
ବୁଦ୍ଧିରୁ ସବୁ କିଛି ସମର୍ପଣ କରିଦିଅ । ରାଜା ହରିଶ୍ଚନ୍ଦ୍ରଙ୍କର କାହାଣୀ ରହିଛି ନା । କହିଲେ
ଅମାନତ ରଖିଦିଅ ।
ବାବା କହୁଛନ୍ତି - ସବୁ ଶାସ୍ତ୍ର ଆଦିର ସାରମର୍ମଙ୍କୁ ତୁମକୁ ବୁଝାଉଛି । ମୁଁ ହିଁ ତୁମକୁ
ବ୍ରହ୍ମା ମୁଖ ଦ୍ୱାରା ରାଜା-ରାଣୀ କରାଇଥିଲି, ପୁଣି ଏବେ କରାଉଛି । କେବେହେଲେ ବି ମନୁଷ୍ୟ,
ମନୁଷ୍ୟକୁ ଗୀତା ଶୁଣାଇ, ରାଜଯୋଗ ଶିଖାଇ, ରାଜା-ରାଣୀ କରିପାରିବ ନାହିଁ । ତାହାହେଲେ ଗୀତା
ଶୁଣିବା ଦ୍ୱାରା ଲାଭ କ’ଣ? ବାବା କହୁଛନ୍ତି - ମୁଁ ନିଜେ କଳ୍ପ କଳ୍ପ ଆସି ତୁମକୁ ସ୍ୱର୍ଗର
ମାଲିକ କରାଉଛି । ମୋର ସନ୍ତାନ ହେଲେ ତୁମେ ଉତ୍ତରାଧିକାରୀ ହେବ ନା । ତେଣୁ ଯେତେ ଯୋଗ କରିବ ସେତେ
ଶୁଦ୍ଧ ହୋଇଯିବ । ବାବା ଏସବୁ ଆପଣଙ୍କର, ମୁଁ ତ ନିମିତ୍ତ ମାତ୍ର । ଆପଣଙ୍କ ଆଦେଶ ବିନା ମୁଁ କିଛି
ହେଲେ ବି କରିପାରିବି ନାହିଁ । ଶରୀର ନିର୍ବାହ କିପରି କରିବାକୁ ହେବ - ଏହି ମତ ମଧ୍ୟ ପିଲାମାନେ
ନେଉଛନ୍ତି । ପ୍ରାୟତଃ ଗରୀବମାନେ ହିଁ ନିଜର ସମ୍ପୂର୍ଣ୍ଣ ଦିନଚର୍ଯ୍ୟାର ହିସାବ ଦେଇଥା’ନ୍ତି ।
ସାହୁକାରମାନେ ଦେଇପାରିବେ ନାହିଁ । ସେମାନେ ସମର୍ପଣ ହୋଇପାରିବେ ନାହିଁ । ସେପରି କେହି ବିରଳ
ବାହାରୁଛନ୍ତି । ଯେପରି ଏକ ଜନକଙ୍କର ନାମ ରହିଛି । ପିଲା-ଛୁଆ ଅଛନ୍ତି, ସମ୍ପତ୍ତି ଏକାଠି ଅଛି
ତେବେ ଅଲଗା କିପରି ହେବି । ସାହୁକାରମାନେ ନିଜର ସମ୍ପତ୍ତି କିପରି ଆଣିବେ, ଯାହା ଫଳରେ ସମର୍ପଣ
ହୋଇପାରିବ? ବାବା ହେଉଛନ୍ତି ଗରିବ ମାନଙ୍କର ବନ୍ଧୁ । ମାତାମାନେ ସବୁଠାରୁ ଗରିବ ଅଟନ୍ତି,
ତାଙ୍କଠାରୁ ଅଧିକ କନ୍ୟାମାନେ ଗରିବ । କନ୍ୟାମାନଙ୍କର କେବେ ବି ସମ୍ପତ୍ତିର ନିଶା ରହି ନ ଥାଏ ।
ପୁଅକୁ ବାପ ସମ୍ପତ୍ତିର ନିଶା ରହିଥାଏ । ତେଣୁ ସେ ସବୁକୁ ତ୍ୟାଗ କରି ପୁଣି ବୈକୁଣ୍ଠର ସମ୍ପତ୍ତି
ନେବାକୁ ପଡିବ । ଦାନ ସର୍ବଦା ଗରୀବମାନଙ୍କୁ ହିଁ ଦିଆଯାଇଥାଏ । ଭାରତ ହେଲା ସବୁଠାରୁ ଗରୀବ,
ଆମେରିକା ବହୁତ ସାହୁକାର ଅଟେ । ତାଙ୍କୁ କ’ଣ ବାବା ସମ୍ପତ୍ତି ଦେଉଛନ୍ତି କି? ଭାରତ ସବୁଠାରୁ
ସାହୁକାର ଥିଲା ସେତେବେଳେ ଅନ୍ୟ କୌଣସି ଧର୍ମ ନ ଥିଲା । କେବଳ ଭାରତବାସୀ ହିଁ ଥିଲେ, ଗୋଟିଏ ଭାଷା
ଥିଲା । ଈଶ୍ୱର ଏକ ଅଟନ୍ତି । ମୁଁ ଏକ ରାଜ୍ୟ, ଏକ ଧର୍ମ, ଏକ ଭାଷାର ରାଜ୍ୟ ସ୍ଥାପନା କରୁଛି ।
ଏକ ସର୍ବଶକ୍ତିମାନ, ଏକ ଗଭର୍ଣ୍ଣମେଣ୍ଟ ସ୍ଥାପନ କରୁଛି । ଏକରୁ ପୁଣି ଦୁଇ, ତିନି ହେବ । ଏବେ
କେତେ ଧର୍ମ ରହିଛି, ପୁଣି ନିଶ୍ଚିତ ଗୋଟିଏ ଧର୍ମ ହେବା ଉଚିତ୍ । ୫ ହଜାର ବର୍ଷର କଥା । ଏକ ଧର୍ମ
ଥିଲା । ବିଦ୍ୱାନମାନେ ସତ୍ୟଯୁଗର ଆୟୁଷ ଲକ୍ଷ ଲକ୍ଷ ବର୍ଷ ବୋଲି ଲେଖିଦେଇଛନ୍ତି । ବୁଝିପାରୁ
ନାହାଁନ୍ତି ଯେ ସତ୍ୟଯୁଗ କ’ଣ? ଭାବୁଛନ୍ତି, ସ୍ୱର୍ଗବାସୀ ହେଲା, ବୋଧ ହୁଏ ଉପରକୁ ଚାଲିଗଲା ।
ଦିଲୱାଡା ମନ୍ଦିରରେ ମଧ୍ୟ ଛାତରେ ସ୍ୱର୍ଗ ଦେଖାଇଛନ୍ତି । ତେଣୁ ମନୁଷ୍ୟ ଦ୍ୱନ୍ଦ୍ୱରେ
ପଡିଯାଉଛନ୍ତି । ବାସ୍ତବରେ ସ୍ୱର୍ଗ ଉପରେ ନାହିଁ । ତୁମେ ଏବେ ଜାଣିଛ ଆମେ ବାବାଙ୍କ ପାଖକୁ ଯାଇ
ପୁଣି ଏଠାକୁ ହିଁ ଆସି ରାଜତ୍ୱ କରିବୁ । ଏହି ଜ୍ଞାନ ବୁଦ୍ଧିରେ ରହିବା ଉଚିତ୍, ଯାହା ଫଳରେ
କାହାକୁ ବୁଝାଇପାରିବ । ଯେଉଁମାନେ ପରିପକ୍ୱ ହୋଇନାହାଁନ୍ତି ତାଙ୍କୁ ତ ମାୟା ରୂପୀ ଚଢେଇ ଖାଇଯିବ,
ସେଥିପାଇଁ ଫଟୋ ମଧ୍ୟ ମଗାଯାଉଛି, ରେଜିଷ୍ଟର (ଆଚରଣ ବିବୃତ୍ତି) ରଖାଯାଉଛି ।
ବାବାଙ୍କ ପାଖକୁ ସମାଚାର ଆସୁଛି ଅମୁକ ଏଭଳି ଜ୍ଞାନ ଶୁଣାଇଲେ ଯେ ମୁଁ ବାବାଙ୍କର ହୋଇଗଲି ।
ଶାସ୍ତ୍ରମାନଙ୍କରେ ମଧ୍ୟ ଲେଖାଯାଇଛି - କୁମାରୀମାନଙ୍କ ଦ୍ୱାରା ଜ୍ଞାନ ବାଣ ମାରିଲେ । ଆରେ,
ବାବାଙ୍କୁ କାହିଁକି ଭୁଲିଯାଇଛ? ଏହାକୁ ଜ୍ଞାନ ବାଣ କୁହାଯାଉଛି । କେବଳ ବାବାଙ୍କର ୟାଦ ଦେଇ
ଦେବାକୁ ହେବ । ବାକି କୌଣସି ହିଂସ୍ରକ ବାଣର କଥା ନୁହେଁ । ବାବା କହୁଛନ୍ତି - ମୁଁ ବ୍ରହ୍ମାଙ୍କ
ମୁଖ ଦ୍ୱାରା ସବୁ ଶାସ୍ତ୍ରଗୁଡିକର ରହସ୍ୟ ତୁମକୁ ବୁଝାଉଛି । ବହ୍ମା ତ ନିଶ୍ଚିତ ଏହିଠାରେ ରହିବା
ଦରକାର । ସେମାନେ ପୁଣି ବିଷ୍ଣୁଙ୍କ ନାଭି କମଳରୁ ବ୍ରହ୍ମା ବାହାରିବାର ଦେଖାଇଛନ୍ତି । କିଛି ହେଲେ
ଜାଣି ନାହାଁନ୍ତି । ମନୁଷ୍ୟମାନଙ୍କୁ ତ ଯାହା ଆସିଲା ତାହା ଲେଖି ଦେଲେ । ଅଳିଆ-ଆବର୍ଜନା ଭର୍ତ୍ତି
ହୋଇ ରହିଛି । ରିଦ୍ଧି-ସିଦ୍ଧିବାଲା ମଧ୍ୟ ବହୁତ ହୋଇଗଲେଣି । ଯେତେବେଳେ ସତ୍ୟ ବାହାରିଥାଏ,
ସେତେବେଳେ ମିଥ୍ୟାବାଦୀମାନେ ତାର ସାମନା କରିଥା’ନ୍ତି । ଏବେ ତୁମେମାନେ ଜାଣୁଛ ଯେ ଶିବବାବା ହେଲେ
ନିରାକାର ଏବଂ ଏହି ବ୍ରହ୍ମା ହେଉଛନ୍ତି ସାକାର । ବାକି ନାଭି ଆଦିର କୌଣସି କଥା ନାହିଁ । ଆଚ୍ଛା—
ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ
ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ବର୍ତ୍ତମାନ
ଜ୍ଞାନୀ ତୁ ଆତ୍ମା ହେବାକୁ ପଡିବ । କେବଳ ଜ୍ଞାନ ଶୁଣିବା ଶୁଣାଇଲାବାଲା ନୁହେଁ । ଯୋଗର ମେହନତ
ମଧ୍ୟ କରିବାକୁ ହେବ । ଅଶରୀରୀ ସ୍ଥିତିରେ ରହି ଅଶରୀରୀ ବାବାଙ୍କୁ ସ୍ମରଣ କରିବାକୁ ହେବ ।
(୨) ବାବାଙ୍କର ହୋଇ
ଅନ୍ୟ ସବୁ କଥାରୁ ମୋହ ତୁଟାଇ ଦେବାକୁ ହେବ । ଏହି ଦେହ ମଧ୍ୟ ମୋର ନୁହେଁ । ପୂରା ଦେହୀ-ଅଭିମାନୀ
ହୋଇ ସମ୍ପୂର୍ଣ୍ଣ ସମର୍ପଣ ହେବାକୁ ପଡିବ ।
ବରଦାନ:-
ମାଷ୍ଟର ଅଲମାଇଟୀ
ଅଥୋରିଟୀ ଅର୍ଥାତ୍ ମାଷ୍ଟର ସର୍ବଶକ୍ତିବାନର ଆସନ ଉପରେ ସ୍ଥିତ ରହୁଥିବା ସଦାକାଳର କର୍ମଯୋଗୀ ଭବ
।
ଯେପରି କୌଣସି ମେଶିନକୁ
ସେଟ୍ କରାଯାଇଥାଏ, ତେବେ ଥରେ ସେଟ୍ କରିଦେଲେ ତାହା ଆପେ ଆପେ ଚାଲିଥାଏ, ସେହିପରି ମାଷ୍ଟର
ସର୍ବଶକ୍ତିବାନର ସ୍ଥିତିରେ ନିଜକୁ ଥରେ ସେଟ୍ କରିଦିଅ ଅର୍ଥାତ୍ ସ୍ଥିତ କରିଦିଅ ତା’ହେଲେ କେବେ
ବି ଦୁର୍ବଳତା ପୂର୍ଣ୍ଣ ଶବ୍ଦ ତୁମ ମୁଖରୁ ବାହାରିବ ନାହିଁ । ପ୍ରତ୍ୟେକ ସଂକଳ୍ପ, ପ୍ରତ୍ୟେକ
ଶବ୍ଦ ବା କର୍ମ ସେହି ସ୍ଥିତି ଅନୁରୂପକ ଆପେ ଆପେ ହୋଇଚାଲିବ । ଏହି ସେଟିଙ୍ଗ୍ ତୁମକୁ ସହଜରେ ଏବଂ
ସଦାକାଳ ପାଇଁ କର୍ମଯୋଗୀ, ନିରନ୍ତର ନିର୍ବିକଳ୍ପ ସମାଧିରେ ରହୁଥିବା ସହଜଯୋଗୀ କରିଦେବ ।
ସ୍ଲୋଗାନ:-
ମୁଁ ପରିବର୍ତ୍ତେ
ବାବା-ବାବା କହିବା ହିଁ ଯୋଗଯୁକ୍ତ ସ୍ଥିତିର ପ୍ରମାଣ ଅଟେ ।
ଅବ୍ୟକ୍ତ ଈଶାରା -
ସର୍ବଦା ହର୍ଷିତ ରହିବା ପାଇଁ ନିଜର ସ୍ୱଭାବକୁ ସରଳ କର ଏବଂ ସହନଶୀଳ ହୁଅ ।
ଯେଉଁମାନେ ସହନଶୀଳ
ଅଟନ୍ତି ସେହିମାନେ ହିଁ ଡ୍ରାମାର ଢାଲ ତଳେ ସୁରକ୍ଷିତ ରହିପାରିବେ ଏବଂ ହର୍ଷିତ ହୋଇ ରହିପାରିବେ
। ଯଦି ସହନଶୀଳତା ନାହିଁ ତେବେ ଡ୍ରାମା ରୂପକ ଢାଲକୁ ଧରିବା ମଧ୍ୟ କଷ୍ଟକର ଅଟେ । ଏହି ସମୟରେ
ଯାହା ବି ସବୁ କର୍ମଧନ୍ଦା କରୁଛ ସେଥିରେ ସର୍ବଦା କରି କରାଉଥିବା ବାବାଙ୍କର ସ୍ମୃତି ରହିଥାଉ ।
କରାଇବାବାଲା ବାବା ଅଟନ୍ତି ଏବଂ କରିବାବାଲା ମୁଁ ଆତ୍ମା ନିମିତ୍ତ ଅଟେ, ଯଦି ଏହି କଥାକୁ
ସ୍ମୃତିରେ ରଖି କର୍ମ କରିବ ତେବେ ଅନୁଭବ ହେବ ଯେପରି ସାକ୍ଷୀଦ୍ରଷ୍ଟା ହୋଇ ଅଭିନୟ କରୁଛି ।