09.07.25 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ବାବା
ତୁମମାନଙ୍କୁ ଜ୍ଞାନ ରତ୍ନ ଦେବା ପାଇଁ ଆସିଛନ୍ତି, ତୁମମାନଙ୍କୁ ଯାହା ବି ଶୁଣାଉଛନ୍ତି ବା
ବୁଝାଉଛନ୍ତି ତାହା ହିଁ ହେଉଛି ଜ୍ଞାନ, ଏହି ଜ୍ଞାନ ରତ୍ନ ଜ୍ଞାନ ସାଗରଙ୍କ ବ୍ୟତୀତ ଅନ୍ୟ କେହି
ଦେଇପାରିବେ ନାହିଁ ।’’
ପ୍ରଶ୍ନ:-
ଆତ୍ମାର ମହତ୍ତ୍ୱ
କମ୍ ହେବାର ମୁଖ୍ୟ କାରଣ କ’ଣ?
ଉତ୍ତର:-
ବିକାର ଗୁଡିକର ଖାଦ ମିଶିବା କାରଣରୁ ହିଁ ଆତ୍ମାର ମହତ୍ତ୍ୱ କମ୍ ହୋଇଯାଇଛି । ଯେପରି ସୁନାରେ
ଖାଦ ମିଶାଇ ଅଳଙ୍କାର ତିଆରି କରୁଛନ୍ତି ସେଥିପାଇଁ ତାହାର ମୂଲ୍ୟ କମ୍ ହୋଇଯାଉଛି । ସେହିପରି
ଆତ୍ମା ଯିଏକି ଅସଲି ସୁନା ଅଟେ, ସେଥିରେ ଯେତେବେଳେ ଅପବିତ୍ରତାର ଖାଦ ମିଶୁଛି ସେତେବେଳେ ତା’ର
ମୂଲ୍ୟ କମ୍ ହୋଇଯାଉଛି । ବର୍ତ୍ତମାନ ସମୟରେ ତମଃପ୍ରଧାନ ଆତ୍ମାର କୌଣସି ମୂଲ୍ୟ ନାହିଁ । ଶରୀରର
ମଧ୍ୟ କିଛି ମୂଲ୍ୟ ନାହିଁ । ଏବେ ତୁମର ଆତ୍ମା ଏବଂ ଶରୀର ଉଭୟ ଯୋଗବଳ ଦ୍ୱାରା ମୂଲ୍ୟବାନ ହେଉଛି
।
ଗୀତ:-
ୟହ କୌନ ଆଜ୍ ଆୟା
ସବେରେ-ସବେରେ...
ଓମ୍ ଶାନ୍ତି ।
ମଧୁର ଆତ୍ମିକ
ରୁହାନୀ ସନ୍ତାନମାନଙ୍କୁ ବାବା ବସି ବୁଝାଉଛନ୍ତି ଏବଂ ବାବାଙ୍କୁ ମନେ ପକାଇବାର ଉପାୟ ମଧ୍ୟ
ବତାଉଛନ୍ତି । ସନ୍ତାନମାନେ ବସିଛନ୍ତି, ସନ୍ତାନମାନଙ୍କର ହୃଦୟରେ ଅଛି ଯେ ଶିବ ଭୋଳା ବାବା
ଆସିଛନ୍ତି । ଧରିନିଅ ଅଧ ଘଣ୍ଟା ଶାନ୍ତିରେ ବସିଯାଉଛନ୍ତି କଥା କହୁ ନାହାଁନ୍ତି, ତେବେ
ତୁମମାନଙ୍କ ଅନ୍ତରାତ୍ମା କହିବ ଯେ ଶିବବାବା କିଛି କୁହନ୍ତୁ । ଜାଣିଛ ଶିବବାବା ବ୍ରହ୍ମାବାବାଙ୍କ
ଭ୍ରୃକୁଟୀରେ ବିରାଜମାନ ଅଛନ୍ତି, କିନ୍ତୁ କଥା କହୁନାହାଁନ୍ତି । ଏହା ମଧ୍ୟ ତୁମମାନଙ୍କର ୟାଦର
ଯାତ୍ରା ଅଟେ ନା । ବୁଦ୍ଧିରେ ଶିବବାବା ହିଁ ମନେ ଅଛନ୍ତି । ମନ ଭିତରେ ଭାବୁଛ ଯେ ବାବା କିଛି
କୁହନ୍ତୁ, ଜ୍ଞାନ ରତ୍ନ ଦିଅନ୍ତୁ । ବାବା ତୁମମାନଙ୍କୁ ଜ୍ଞାନ ରତ୍ନ ଦେବାକୁ ହିଁ ଆସୁଛନ୍ତି ।
ସେ ଜ୍ଞାନର ସାଗର ଅଟନ୍ତି ନା । କହୁଛନ୍ତି - ସନ୍ତାନମାନେ, ଦେହୀ-ଅଭିମାନୀ ହୋଇ ରୁହ । ବାବାଙ୍କୁ
ୟାଦ କର । ଏହା ହେଉଛି ଜ୍ଞାନ । ବାବା କହୁଛନ୍ତି ଏହି ଡ୍ରାମାର ଚକ୍ରକୁ, ସିଡିର ଚିତ୍ରକୁ ଏବଂ
ବାବାଙ୍କୁ ୟାଦ କର - ଏହା ହିଁ ହେଉଛି ଜ୍ଞାନ । ବାବା ଯାହା କିଛି ବୁଝାଉଛନ୍ତି ତାହାକୁ ଜ୍ଞାନ
କୁହାଯାଉଛି । ୟାଦର ଯାତ୍ରା ବିଷୟରେ ମଧ୍ୟ ବୁଝାଉଛନ୍ତି ଏହା ସବୁ ହେଉଛି ଜ୍ଞାନ ରତ୍ନ । ବାବା
ଯୋଗଯୁକ୍ତ ରହିବା ପାଇଁ ଯାହା ବୁଝାଉଛନ୍ତି, ଏହି ରତ୍ନ ବହୁତ ଭଲ ଅଟେ । ବାବା କହୁଛନ୍ତି ନିଜର
୮୪ ଜନ୍ମକୁ ମନେ ପକାଅ । ତୁମେମାନେ ପବିତ୍ର ଅବସ୍ଥାରେ ଆସିଥିଲ ପୁନଃ ପବିତ୍ର ହୋଇ ଘରକୁ ଯିବାକୁ
ହେବ । କର୍ମାତୀତ ଅବସ୍ଥାକୁ ପ୍ରାପ୍ତ କରିବାକୁ ହେବ ଏବଂ ବାବାଙ୍କ ଠାରୁ ସମ୍ପୂର୍ଣ୍ଣ ସମ୍ପତ୍ତି
ନେବାକୁ ହେବ । ତାହା ସେତେବେଳେ ମିଳିବ, ଯେତେବେଳେ ଆତ୍ମା ଯୋଗର ବଳ ଦ୍ୱାରା ସତ୍ତ୍ୱପ୍ରଧାନ
ହୋଇଯିବ । ଏହି ଅକ୍ଷର ବହୁତ ମହତ୍ତ୍ୱପୂର୍ଣ୍ଣ ଅଟେ, ନୋଟ୍ କରିବା ଦରକାର । ଆତ୍ମାରେ ହିଁ ଧାରଣା
ହୋଇଥାଏ । ଏହି ଶରୀର ତ’ ଅଙ୍ଗପ୍ରତ୍ୟଙ୍ଗର ସମ୍ମିଶ୍ରଣ ଅଟେ ଯାହା ବିନାଶ ହୋଇଯାଉଛି । ସଂସ୍କାର
ଭଲ ବା ଖରାପ ଆତ୍ମାରେ ହିଁ ଭରି ଯାଇଥାଏ । ବାବାଙ୍କ ଭିତରେ ମଧ୍ୟ ସୃଷ୍ଟିର ଆଦି-ମଧ୍ୟ-ଅନ୍ତର
ଜ୍ଞାନର ସଂସ୍କାର ଭରି ରହିଛି- ସେଥିପାଇଁ ତାଙ୍କୁ ନଲେଜ୍ଫୁଲ୍ ବା ଜ୍ଞାନର ଭଣ୍ଡାର କୁହାଯାଉଛି
। ବାବା ଯଥାର୍ଥ ରୂପେ ବୁଝାଉଛନ୍ତି - ୮୪ର ଚକ୍ର ବିଲ୍କୁଲ୍ ସହଜ । ଏବେ ୮୪ର ଚକ୍ର ପୂର୍ଣ୍ଣ
ହୋଇଛି । ଏବେ ଆତ୍ମାମାନଙ୍କୁ ବାବାଙ୍କ ପାଖକୁ ଫେରିଯିବାକୁ ହେବ । ମଇଳା ଆତ୍ମା ତ ସେଠାକୁ
ଯାଇପାରିବ ନାହିଁ । ଯେବେ ତୁମର ଆତ୍ମା ପବିତ୍ର ହୋଇଯିବ ସେତେବେଳେ ପୁଣି ଏହି ଶରୀର ଛାଡି
ଚାଲିଯିବ । ପବିତ୍ର ଶରୀର ତ ଏଠାରେ ମିଳିପାରିବ ନାହିଁ । ଏହି ଶରୀର ପୁରୁଣା ଜୋତା ସଦୃଶ ଏଥିରୁ
ବୈରାଗ୍ୟ ଆସି ଚାଲିଛି । ଆତ୍ମାକୁ ଏବେ ପବିତ୍ର ହୋଇ ପୁଣି ଭବିଷ୍ୟତରେ ପବିତ୍ର ଶରୀର ନେବାକୁ
ହେବ । ସତ୍ୟଯୁଗରେ ଆମମାନଙ୍କର ଆତ୍ମା ଏବଂ ଶରୀର ଉଭୟ ପବିତ୍ର ଥିଲା । ଏବେ ତୁମମାନଙ୍କର ଆତ୍ମା
ଅପବିତ୍ର ହୋଇଯାଇଛି ତେଣୁ ଶରୀର ମଧ୍ୟ ଅପବିତ୍ର । ଯେମିତି ସୁନା ସେମିତି ଅଳଙ୍କାର । ସରକାର
ମଧ୍ୟ କହୁଛି ଶସ୍ତା ସୁନାର ଗହଣା ପିନ୍ଧ । ତାର ମୂଲ୍ୟ ମଧ୍ୟ କମ୍ । ଏବେ ତୁମର ଆତ୍ମାର ମୂଲ୍ୟ
ମଧ୍ୟ କମ୍ ହୋଇଯାଇଛି । ସେଠାରେ ତୁମମାନଙ୍କର ଆତ୍ମାର କେତେ ମୂଲ୍ୟ ରହୁଛି । ସତ୍ତ୍ୱପ୍ରଧାନ ଥାଏ
ନା । ଏବେ ହେଉଛି ତମଃପ୍ରଧାନ । ଖାଦ ମିଶିଛି, କୌଣସି କାମର ନୁହେଁ । ସେଠାରେ ଆତ୍ମା ପବିତ୍ର
ରହିବ, ତେଣୁ ବହୁତ ମୂଲ୍ୟ ରହିବ । ଏବେ ୯ କ୍ୟାରେଟ୍ ହୋଇଯାଇଛି, ତେଣୁ କିଛି ମୂଲ୍ୟ ନାହିଁ ।
ସେଥିପାଇଁ ବାବା କହୁଛନ୍ତି ଆତ୍ମାକୁ ପବିତ୍ର କରାଅ, ତେବେ ପବିତ୍ର ଶରୀର ମଧ୍ୟ ମିଳିବ । ଏହି
ଜ୍ଞାନ ଆଉ କେହି ଦେଇପାରିବେ ନାହିଁ ।
ବାବା ହିଁ କହୁଛନ୍ତି
ମାମେକମ୍ ୟାଦ କରୋ । ଏ କଥା ଶ୍ରୀକୃଷ୍ଣ କିପରି କହିବେ । ସେ ତ’ ଦେହଧାରୀ ଅଟନ୍ତି ନା । ବାବା
କହୁଛନ୍ତି ନିଜକୁ ଆତ୍ମା ଭାବି ମୋତେ ମନେ ପକାଅ । କୌଣସି ଦେହଧାରୀକୁ ମନେ ପକାଅ ନାହିଁ । ଏବେ
ତୁମେମାନେ ବୁଝୁଛ, ତେଣୁ ପୁଣି ଅନ୍ୟମାନଙ୍କୁ ବୁଝାଇବାକୁ ହେବ । ଶିବବାବା ହେଉଛନ୍ତି ନିରାକାର,
ତାଙ୍କର ଜନ୍ମ ଅଲୌକିକ ଅଟେ । ତୁମମାନଙ୍କୁ ମଧ୍ୟ ଅଲୌକିକ ଜନ୍ମ ଦେଉଛନ୍ତି । ଅଲୌକିକ ବାବା,
ଅଲୌକିକ ସନ୍ତାନ । ଲୌକିକ, ପାରଲୌକିକ ଏବଂ ଅଲୌକିକ କୁହାଯାଉଛି । ତୁମ ସନ୍ତାନମାନଙ୍କୁ ଅଲୌକିକ
ଜନ୍ମ ମିଳୁଛି । ବାବା ତୁମମାନଙ୍କୁ ପୋଷ୍ୟ କରି ସମ୍ପତ୍ତି ଦେଉଛନ୍ତି । ତୁମେମାନେ ଜାଣିଛ ଆମ
ବ୍ରାହ୍ମଣମାନଙ୍କର ମଧ୍ୟ ଅଲୌକିକ ଜନ୍ମ ଅଟେ । ଅଲୌକିକ ବାବାଙ୍କଠାରୁ ଅଲୌକିକ ସମ୍ପତ୍ତି ମିଳୁଛି
। ବ୍ରହ୍ମାକୁମାର-କୁମାରୀମାନଙ୍କ ବ୍ୟତୀତ ଅନ୍ୟ କେହି ସ୍ୱର୍ଗର ମାଲିକ ହୋଇପାରିବେ ନାହିଁ ।
ମନୁଷ୍ୟ କିଛି ବି ବୁଝୁ ନାହାଁନ୍ତି । ବାବା ତୁମମାନଙ୍କୁ କେତେ ବୁଝାଉଛନ୍ତି । ଆତ୍ମା ଯିଏ
ଅପବିତ୍ର ହୋଇଯାଇଛି ତାହା ବାବାଙ୍କ ସ୍ମୃତି ବ୍ୟତୀତ ପବିତ୍ର ହୋଇ ପାରିବ ନାହିଁ । ସ୍ମୃତିରେ ନ
ରହିଲେ ଖାଦ ରହିଯିବ, ପବିତ୍ର ହୋଇପାରିବ ନାହିଁ । ପୁଣି ଦଣ୍ଡ ଭୋଗିବାକୁ ପଡିବ । ସାରା ଦୁନିଆର
ମନୁଷ୍ୟ ଆତ୍ମାମାନଙ୍କୁ ପବିତ୍ର ହୋଇ ଘରକୁ ଫେରିବାକୁ ହେବ । ଶରୀର ତ ଯିବ ନାହିଁ । ବାବା
କହୁଛନ୍ତି ନିଜକୁ ଆତ୍ମା ଭାବିବା କେତେ କଷ୍ଟକର । କର୍ମଧନ୍ଦା ସମୟରେ ଆତ୍ମିକ ସ୍ଥିତି ରହିନଥାଏ
। ବାବା କହୁଛନ୍ତି ଯଦି ନିଜକୁ ଆତ୍ମା ଭାବୁ ନାହଁ ତେବେ ଶିବବାବାଙ୍କୁ ତ ୟାଦ କର । ଧନ୍ଦା ଆଦି
କରି ଏହି ପରିଶ୍ରମ କର ଯେ ମୁଁ ଆତ୍ମା ଏହି ଶରୀର ଦ୍ୱାରା କାମ କରୁଛି । ମୁଁ ଆତ୍ମା ହିଁ
ଶିବବାବାଙ୍କୁ ମନେ ପକାଉଛି । ଆତ୍ମା ହିଁ ପ୍ରଥମେ ପ୍ରଥମେ ପବିତ୍ର ଥିଲା, ଏବେ ପୁଣି ତାକୁ
ପବିତ୍ର ହେବାକୁ ହେବ । ଏହା ହେଉଛି ପରିଶ୍ରମ । ଏଥିରେ ଜବରଦସ୍ତ ରୋଜଗାର ହେଉଛି । ଏଠାରେ ଯେତେ
ବଡ ସାହୁକାର ବି ହୁଅନ୍ତୁ, ସେମାନଙ୍କ ପାଖରେ ଅରବ-ଖରବ ରହିଥାଉ କିନ୍ତୁ ଆନ୍ତରିକ ସୁଖ ନାହିଁ ।
ସମସ୍ତଙ୍କ ମୁଣ୍ଡ ଉପରେ ଦୁଃଖ ଅଛି । ଆଜି ବଡ ବଡ ରାଜା, ପ୍ରେସିଡେଣ୍ଟ ଆଦି ଅଛନ୍ତି, କାଲି
ତାଙ୍କୁ ମାରିଦେଉଛନ୍ତି, ବିଲାତରେ କ’ଣ-କ’ଣ ସବୁ ହେଉଛି । ସାହୁକାରମାନଙ୍କ ଉପରେ ରାଜାମାନଙ୍କ
ଉପରେ ସମସ୍ୟା ଆସିଯାଉଛି । ଏଠାରେ ଯେଉଁ ରାଜାମାନେ ଥିଲେ ସେମାନେ ପ୍ରଜା ହୋଇଯାଇଛନ୍ତି ।
ରାଜାମାନଙ୍କ ଉପରେ ପ୍ରଜାମାନଙ୍କର ରାଜ୍ୟ ହୋଇଗଲାଣି । ଡ୍ରାମାରେ ଏହିପରି ନିଧାର୍ଯ୍ୟ ରହିଛି ।
ଶେଷ ବେଳକୁ ଏହି ଅବସ୍ଥା ହୋଇଯାଇଥାଏ । ପରସ୍ପର ମଧ୍ୟରେ ବହୁତ ଲଢେଇ କରିବେ । ତୁମେମାନେ ଜାଣିଛ
କଳ୍ପ ପୂର୍ବରୁ ମଧ୍ୟ ଏପରି ହୋଇଥିଲା, ତୁମେମାନେ ଗୁପ୍ତ ବେଶରେ ଦିଲ୍ ବା ଜାନ, ସିକ ବା ପ୍ରେମ (ମନ-ପ୍ରାଣ)
ଦ୍ୱାରା ନିଜର ହରାଇଥିବା ରାଜ୍ୟ ନେଉଛ । ତୁମମାନଙ୍କୁ ହିଁ ପରିଚୟ ମିଳିଛି - ଆମେ ତ ମାଲିକ ଥିଲୁ,
ସୂର୍ଯ୍ୟବଂଶୀ ଦେବତା ଥିଲୁ । ଏବେ ପୁଣି ସେହିପରି ହେବା ପାଇଁ ପୁରୁଷାର୍ଥ କରୁଛୁ କାହିଁକି ନା
ଏଠାରେ ତୁମେମାନେ ସତ୍ୟ ନାରାୟଣଙ୍କର କଥା ଶୁଣୁଛ ନା । ବାବାଙ୍କ ଦ୍ୱାରା ଆମେ ନରରୁ ନାରାୟଣ
କିପରି ହେବୁ? ବାବା ଆସି ରାଜଯୋଗ ଶିଖାଉଛନ୍ତି । ଭକ୍ତିମାର୍ଗରେ ଏହାକୁ କେହି ଶିଖାଇପାରିବେ ନାହିଁ
। କୌଣସି ମନୁଷ୍ୟକୁ ବାପ, ଶିକ୍ଷକ, ଗୁରୁ କୁହାଯିବ ନାହିଁ । ଭକ୍ତିରେ କେତେ ପୁରାଣ କାହାଣୀ
ଶୁଣାଉଛନ୍ତି । ଏବେ ତୁମମାନଙ୍କୁ ୨୧ ଜନ୍ମ ବିଶ୍ରାମ ପାଇବା ପାଇଁ ପବିତ୍ର ତ ନିଶ୍ଚୟ ହେବାକୁ
ପଡିବ ।
ବାବା କହୁଛନ୍ତି ନିଜକୁ
ଆତ୍ମା ଭାବ । ଅଧାକଳ୍ପ ତ ଡ୍ରାମା ଅନୁସାରେ ଦେହ-ଅଭିମାନୀ ହୋଇ ରହୁଛ, ଏବେ ଦେହୀ-ଅଭିମାନୀ
ହେବାକୁ ପଡିବ । ଡ୍ରାମା ଅନୁସାରେ ଏବେ ପୁରୁଣା ଦୁନିଆକୁ ବଦଳାଇ ନୂଆ କରିବାକୁ ହେବ । ଦୁନିଆ ତ’
ଏକ ଅଟେ, ପୁରୁଣା ଦୁନିଆରୁ ପୁଣି ନୂଆ ହେବ । ନୂଆ ଦୁନିଆରେ ନୂଆ ଭାରତ ଥିଲା ତେଣୁ ସେଠାରେ ଦେବୀ
ଦେବତାମାନେ ଥିଲେ । ତୁମେ ଜାଣିଛ ରାଜଧାନୀ ମଧ୍ୟ ଯମୁନା କୂଳରେ ଥିଲା, ଯାହାକୁ ପରିସ୍ତାନ ମଧ୍ୟ
କହୁଥିଲେ । ସେଠାରେ ପ୍ରାକୃତିକ ସୌନ୍ଦର୍ଯ୍ୟ ରହିଥାଏ । ଆତ୍ମା ପବିତ୍ର ହୋଇଗଲେ ପବିତ୍ର ଆତ୍ମାକୁ
ଶରୀର ମଧ୍ୟ ପବିତ୍ର ମିଳିଥାଏ । ବାବା କହୁଛନ୍ତି ମୁଁ ଆସି ତୁମମାନଙ୍କୁ ସୁନ୍ଦର ଦେବୀ-ଦେବତା
କରାଉଛି । ତୁମେ ସନ୍ତାନମାନେ ନିଜର ଯାଞ୍ଚ କର, ମୋ ପାଖରେ କୌଣସି ଅବଗୁଣ ତ ନାହିଁ? ବାବାଙ୍କ
ସ୍ମୃତିରେ ରହୁଛି? ପାଠ ମଧ୍ୟ ପଢିବାକୁ ହେବ । ଏହା ବହୁତ ଶ୍ରେଷ୍ଠ ପାଠପଢା । ଗୋଟିଏ ହିଁ ପାଠପଢା,
ସେ ପାଠପଢାରେ ତ କେତେ ପ୍ରକାରର ପୁସ୍ତକ ପଢୁଛନ୍ତି । ଏହି ପାଠପଢା ହେଉଛି ସର୍ବୋଚ୍ଚ, ଶିକ୍ଷକ
ମଧ୍ୟ ହେଉଛନ୍ତି ସର୍ବୋଚ୍ଚ ଶିବବାବା । ଏପରି ନୁହେଁ ଯେ ଶିବବାବା ଏହି ଦୁନିଆର ମାଲିକ ଅଟନ୍ତି
। ବିଶ୍ୱର ମାଲିକ ତ ତୁମେମାନେ ହେଉଛ ନା । କେତେ ନୂଆ-ନୂଆ ଗୁହ୍ୟ କଥା ବାବା ତୁମମାନଙ୍କୁ
ଶୁଣାଉଛନ୍ତି । ମନୁଷ୍ୟ ବୁଝୁଛନ୍ତି ଯେ ପରମାତ୍ମା ସୃଷ୍ଟିର ମାଲିକ ଅଟନ୍ତି । ବାବା ବୁଝାଉଛନ୍ତି
- ମଧୁର ସନ୍ତାନମାନେ, ମୁଁ ଏହି ସୃଷ୍ଟିର ମାଲିକ ନୁହେଁ । ତୁମେମାନେ ମାଲିକ ହୋଇଥାଅ ପୁଣି
ରାଜ୍ୟ ହରାଇଥାଅ । ପୁଣି ବାବା ଆସି ବିଶ୍ୱର ମାଲିକ କରାଇଥାନ୍ତି । ଏହି ଦୁନିଆକୁ ହିଁ ବିଶ୍ୱ
କୁହାଯାଉଛି । ମୂଳବତନ ଅଥବା ସୂକ୍ଷ୍ମବତନର କଥା ନୁହେଁ । ମୂଳବତନରୁ ତୁମେମାନେ ଏଠାକୁ ଆସି ୮୪
ଜନ୍ମର ଚକ୍ର ଲଗାଉଛ, ପୁଣି ବାବାଙ୍କୁ ଆସିବାକୁ ପଡୁଛି ଏବେ ପୁଣି ତୁମମାନଙ୍କୁ ପୁରୁଷାର୍ଥ
କରାଉଛନ୍ତି - ସେହି ପ୍ରାଲବ୍ଧ ପାଇବା ପାଇଁ, ଯାହା ତୁମେମାନେ ହରାଇଛ । ଏହା ହାରଜିତ୍ର ଖେଳ ଅଟେ
ନା । ଏହି ରାବଣ ରାଜ୍ୟ ଖଲାସ ହୋଇଯିବ । ବାବା କେତେ ସହଜ ଯୁକ୍ତି ବୁଝାଉଛନ୍ତି । ବାବା ନିଜେ ବସି
ପଢାଉଛନ୍ତି । ସେଠାରେ ମନୁଷ୍ୟ, ମନୁଷ୍ୟକୁ ପଢାଉଛନ୍ତି । ତୁମେମାନେ ମଧ୍ୟ ମନୁଷ୍ୟ ଅଟ କିନ୍ତୁ
ବାବା ତୁମମାନଙ୍କୁ ବସି ପଢାଉଛନ୍ତି । ପାଠପଢାର ସଂସ୍କାର ଆତ୍ମାରେ ହିଁ ରହିଥଏ । ଏବେ ତୁମେମାନେ
ବହୁତ ଜ୍ଞାନବାନ ହୋଇଛ, ଦୁନିଆରେ ସବୁ ହେଲା ଭକ୍ତିର ଜ୍ଞାନ । ରୋଜଗାର ପାଇଁ ମଧ୍ୟ ଜ୍ଞାନ ରହିଛି
। ଶାସ୍ତ୍ରର ଜ୍ଞାନ ମଧ୍ୟ ରହିଛି, ଏହା ହେଉଛି ଆତ୍ମିକ ଜ୍ଞାନ । ତୁମ ଆତ୍ମାକୁ ରୁହାନୀ ବାବା ବସି
ଜ୍ଞାନ ଶୁଣାଉଛନ୍ତି । ୫ ହଜାର ବର୍ଷ ପୂର୍ବରୁ ମଧ୍ୟ ତୁମେମାନେ ଶୁଣିଥିଲ । ସାରା ମନୁଷ୍ୟ
ସୃଷ୍ଟିରେ ଏପରି କେହି କେବେ ପଢାଇ ନ ଥିବେ । ଏ କଥା କାହାକୁ ହେଲେ ଜଣାନାହିଁ, ଈଶ୍ୱର କିପରି
ପଢାଇଥାନ୍ତି?
ତୁମେ ସନ୍ତାନମାନେ
ଜାଣୁଛ ଏହି ପାଠପଢା ଦ୍ୱାରା ରାଜଧାନୀ ସ୍ଥାପନ ହେଉଛି । ଯିଏ ଭଲ ଭାବରେ ପଢି ଶ୍ରୀମତରେ
ଚାଲୁଛନ୍ତି ସେ ଉଚ୍ଚ ପଦାଧିକାରୀ ହେଉଛନ୍ତି, କିନ୍ତୁ ଯେଉଁମାନେ ଯାଇ ବାବାଙ୍କର ନିନ୍ଦା
କରାଉଛନ୍ତି ହାତ ଛାଡି ଦେଉଛନ୍ତି ସେ ପ୍ରଜାରେ ବହୁତ ନୀଚ୍ଚ ପଦ ପାଇବେ । ବାବା ତ ଗୋଟିଏ ପାଠ
ପଢାଉଛନ୍ତି । ପାଠପଢାରେ କେତେ ସୁଯୋଗ ରହିଛି । ଦୈବୀ ରାଜଧାନୀ ଥିଲା ନା । ଏକମାତ୍ର ବାବା ହିଁ
ଏଠାକୁ ଆସି ରାଜଧାନୀ ସ୍ଥାପନ କରୁଛନ୍ତି । ବାକି ଏସବୁ ବିନାଶ ହୋଇଯିବ । ବାବା କହୁଛନ୍ତି -
ପିଲାମାନେ, ଏବେ ଜଲ୍ଦି ପ୍ରସ୍ତୁତି କର । ଭୁଲ୍ ଭଟକାରେ ସମୟ ନଷ୍ଟ କର ନାହିଁ । ବାବାଙ୍କୁ ମନେ
ନ ପକାଇବା ଦ୍ୱାରା ବହୁତ ମୂଲ୍ୟବାନ୍ ସମୟ ନଷ୍ଟ ହୋଇଯାଉଛି । ଶରୀର ନିର୍ବାହ ଅର୍ଥେ ଧନ୍ଦା ଆଦି
ଭଲେ କର କିନ୍ତୁ ହାତ୍ କାର ଡେ ଦିଲ୍ ୟାର ଡେ ଅର୍ଥାତ୍ କାମ ଧନ୍ଦା କରି ବୁଦ୍ଧିରେ ପରମାତ୍ମାଙ୍କୁ
ମନେ ପକାଅ । ବାବା କହୁଛନ୍ତି ମୋତେ ୟାଦ କର ତେବେ ତୁମମାନଙ୍କୁ ରାଜତ୍ୱ ମିଳିଯିବ । ଖୁଦା
ଦୋସ୍ତର କାହାଣୀ ମଧ୍ୟ ଶୁଣିଛ ନା । ଆଲ୍ଲା ଅବଲଦୀନର ନାଟକ ମଧ୍ୟ ଦେଖାଉଛନ୍ତି । ଠକ୍ ଠକ୍ କରିବା
ଦ୍ୱାରା ସମ୍ପତ୍ତି ବାହାରି ଆସିଲା, ଏବେ ତୁମେ ସନ୍ତାନ ମାନେ ଜାଣୁଛ - ଆଲ୍ଲା ତୁମକୁ ଜ୍ଞାନର ଠକ୍
ଠକ୍ କରିବା ଦ୍ୱାରା କ’ଣରୁ କ’ଣ କରୁଛନ୍ତି । ତୁରନ୍ତ ଦିବ୍ୟଦୃଷ୍ଟି ଦ୍ୱାରା ବୈକୁଣ୍ଠକୁ
ଚାଲିଯାଉଛ । ଆଗରୁ କନ୍ୟାମାନେ ପରସ୍ପର ମଧ୍ୟରେ ମିଳିମିଶି ବସୁଥିଲେ । ପୁଣି ସ୍ୱତଃ ଧ୍ୟାନରେ
ଚାଲିଯାଉଥିଲେ । ପୁଣି ତାକୁ ଜାଦୁ କହିଦେଉଥିଲେ । ତେଣୁ ତାହା ବନ୍ଦ କରିଦେଲେ । ତେବେ ଏ ସବୁ ଏହି
ସମୟର କଥା ଅଟେ । ହାତମତାୟୀର ମଧ୍ୟ କାହାଣୀ ରହିଛି । ମୁହଲରା (ଗୋଲି) ମୁଖରେ ପକାଇବାରୁ ମାୟା
ଉଭେଇ ଯାଉଥିଲା । ଗୋଲି ବାହାର କରିବା ଦ୍ୱାରା ମାୟା ଆସିଯାଉଥିଲା । ଏହାର ରହସ୍ୟ କେହି
ବୁଝିପାରିବେ ନାହିଁ । ବାବା କହୁଛନ୍ତି ପିଲାମାନେ ମୁଖରେ ମୁହଲରା ପକାଇ ରଖ । ତୁମେମାନେ ସବୁ
ଶାନ୍ତିର ସାଗର ଅଟ, ଆତ୍ମା ନିଜ ସ୍ୱଧର୍ମରେ ଶାନ୍ତିରେ ରହିଥାଏ । ସତ୍ୟଯୁଗରେ ମଧ୍ୟ ଜାଣିଥା’ନ୍ତି
ଯେ ଆମେ ହେଉଛୁ ଆତ୍ମା । ବାକି ପରମାତ୍ମା ବାବାଙ୍କୁ କେହି ହେଲେ ଜାଣିବେ ନାହିଁ । କେବେ କେହି
ବି ପଚାରିଲେ - କୁହ ସେଠାରେ ବିକାରର ନାମ ରହିବ ନାହିଁ । ତାହା ହେଉଛି ନିର୍ବିକାରୀ ଦୁନିଆ । ୫
ବିକାର ସେଠାରେ ରହିବ ନାହିଁ । ଦେହ-ଅଭିମାନ ହିଁ ନାହିଁ । ମାୟାର ରାଜ୍ୟରେ ଦେହ-ଅଭିମାନୀ
ହୋଇଥା’ନ୍ତି, ସେଠାରେ ମୋହଜିତ୍ ହେବେ । ଏହି ପୁରୁଣା ଦୁନିଆରୁ ନଷ୍ଟମୋହା ହେବାକୁ ପଡିବ ।
ଯେଉଁମାନେ ଘରଦ୍ୱାର ଛାଡୁଛନ୍ତି ତାଙ୍କର ବୈରାଗ୍ୟ ଆସୁଛି । ତୁମମାନଙ୍କୁ ତ ଘରଦ୍ୱାର ଛାଡିବାର
ନାହିଁ । ବାବାଙ୍କ ୟାଦରେ ରହି ଏହି ପୁରୁଣା ଶରୀର ଛାଡି ଘରକୁ ଯିବାକୁ ହେବ । ସମସ୍ତଙ୍କର
ହିସାବ-କିତାବ ଚୁକ୍ତ ହେବ । ପୁଣି ଘରକୁ ଚାଲିଯିବା । ଏହା କଳ୍ପ-କଳ୍ପ ହେଉଛି । ତୁମମାନଙ୍କର
ବୁଦ୍ଧି ଏବେ ବହୁତ ଦୂରକୁ ଉପରକୁ ଯାଉଛି, ସେମାନେ ଦେଖୁଛନ୍ତି କେଉଁ ପର୍ଯ୍ୟନ୍ତ ସାଗର ରହିଛି?
ସୂର୍ଯ୍ୟ-ଚନ୍ଦ୍ରରେ କ’ଣ ଅଛି? ଆଗରୁ ବୁଝୁଥିଲେ ଇଏ ଦେବତା ଅଟନ୍ତି । ତୁମେମାନେ କହୁଛ ଏମାନେ ତ
ବିଶ୍ୱରୂପୀ ରଙ୍ଗମଞ୍ଚର ବତୀ ଅଟନ୍ତି । ଏଠାରେ ଖେଳ ହେଉଛି ତେଣୁ ଏହି ବତୀଗୁଡିକ ମଧ୍ୟ ଏଠାରେ
ଅଛନ୍ତି । ମୂଳବତନ, ସୂକ୍ଷ୍ମବତନରେ ଏ ସବୁ ନ ଥାଏ । ସେଠାରେ ଖେଳ ହିଁ ନାହିଁ । ଏହି ଅନାଦି ଖେଳ
ଚାଲି ଆସୁଛି । ଚକ୍ର ଘୂରି ଚାଲିଛି, ପ୍ରଳୟ ହେଉ ନାହିଁ । ଭାରତ ତ ହେଉଛି ଅବିନାଶୀ ଖଣ୍ଡ ।
ଏଥିରେ ମନୁଷ୍ୟମାନେ ହିଁ ରହିଥା’ନ୍ତି, ଜଳମୟୀ ହେଉ ନାହିଁ । ପଶୁ-ପକ୍ଷୀ ଆଦି ଯିଏ ଅଛନ୍ତି, ସବୁ
ରହିବେ । ବାକି ଯେଉଁ ସବୁ ଖଣ୍ଡ ରହିଛି, ତାହା ସତ୍ୟ, ତ୍ରେତା ଯୁଗରେ ରହିବ ନାହିଁ । ତୁମେମାନେ
ଯାହା କିଛି ଦିବ୍ୟ ଦୃଷ୍ଟିରେ ଦେଖିଛ ତାହା ପୁଣି ପ୍ରାକ୍ଟିକାଲ୍ରେ ଦେଖିବ । ଯେଉଁ ସ୍ୱର୍ଗ ପାଇଁ
ପୁରୁଷାର୍ଥ କରୁଛ ପ୍ରାକ୍ଟିକାଲ୍ରେ ତୁମେମାନେ ବୈକୁଣ୍ଠରେ ଯାଇ ରାଜତ୍ୱ କରିବ । ପୁଣି ବି ବାବା
କହୁଛନ୍ତି ୟାଦରେ ରହିବା ପାଇଁ ବହୁତ ମେହନତ ରହିଛି । ମାୟା ୟାଦ କରିବାକୁ ଦେଉ ନାହିଁ । ବହୁତ
ସ୍ନେହର ସହିତ ବାବାଙ୍କୁ ୟାଦ କରିବାକୁ ହେବ । ଅଜ୍ଞାନ କାଳରେ ମଧ୍ୟ ସ୍ନେହରେ ପିତାଙ୍କର ମହିମା
କରିଥାନ୍ତି । ଆମର ଅମୁକ ଏପରି ଥିଲେ, ଅମୁକ ପଦଧାରୀ ଥିଲେ । ଏବେ ତୁମମାନଙ୍କ ବୁଦ୍ଧିରେ ସାରା
ସୃଷ୍ଟି ଚକ୍ର ରହିଛି । ସବୁ ଧର୍ମର ଜ୍ଞାନ ରହିଛି । ଯେପରି ସେଠାରେ ଆତ୍ମାମାନଙ୍କର ବୃକ୍ଷ ଅଛି
। ଏଠାରେ ପୁଣି ମନୁଷ୍ୟ ସୃଷ୍ଟି ରୂପୀ ବୃକ୍ଷ ରହିଛି । ଗ୍ରେଟ୍-ଗ୍ରେଟ୍ ଗ୍ରାଣ୍ଡ ଫାଦର ଆଦିପିତା
ହେଉଛନ୍ତି ବ୍ରହ୍ମା । ପୁଣି ହେଉଛି ତୁମର ବଂଶାବଳୀ । ସୃଷ୍ଟି ତ ଘୂରି ଚାଲିଛି ନା ।
ବାବା ବୁଝାଉଛନ୍ତି -
ପିଲାମାନେ, ନରରୁ ନାରାୟଣ ହେବାକୁ ହେଲେ ତୁମମାନଙ୍କର କଥା ଅନୁସାରେ କାର୍ଯ୍ୟ ହେବା ଦରକାର ।
ପ୍ରଥମେ ନିଜ ଅବସ୍ଥାକୁ ଦେଖିବାକୁ ହେବ । ବାବା ମୁଁ ତ ଆପଣଙ୍କଠାରୁ ପୂରା ସମ୍ପତ୍ତି ନେଇ ହିଁ
ଛାଡିବି, ତେଣୁ ସେହିପରି ଚାଲି-ଚଳଣୀ ମଧ୍ୟ ହେବା ଦରକାର । ନରରୁ ନାରାୟଣ ହେବାର ଏହା ଏକମାତ୍ର
ପାଠପଢା । ଏହା ତୁମକୁ ବାବା ହିଁ ପଢାଉଛନ୍ତି । ରାଜାମାନଙ୍କର ରାଜା ତୁମେମାନେ ହିଁ ହେଉଛ, ଏହା
ଆଉ କୌଣସି ଖଣ୍ଡରେ ହୁଏ ନାହିଁ । ତୁମେମାନେ ହିଁ ପବିତ୍ର ରାଜା ହେଉଛ ପୁଣି ବିନା ଲାଇଟ୍ର
ମୁକୁଧଧାରୀ ଅପବିତ୍ର ରାଜାମାନେ ପବିତ୍ର ରାଜାମାନଙ୍କର ମନ୍ଦିର ତିଆରି କରି ପୂଜା କରୁଛନ୍ତି ।
ଏବେ କେବଳ ତୁମେମାନେ ହିଁ ପଢୁଛ । ଛାତ୍ର ଶିକ୍ଷକଙ୍କୁ କାହିଁକି ଭୁଲିଯାଇଛନ୍ତି! କହୁଛନ୍ତି ବାବା
ମାୟା ଭୁଲାଇ ଦେଉଛି । ଦୋଷ ମାୟା ଉପରେ ରଖି ଦେଉଛନ୍ତି । ଆରେ ତୁମକୁ ହିଁ ବାବାଙ୍କୁ ମନେ
ପକାଇବାକୁ ହେବ । ମୁଖ୍ୟ ଟିଚର ଜଣେ ହିଁ ଅଟନ୍ତି, ବାକି ଅନ୍ୟ ସମସ୍ତେ ହେଉଛନ୍ତି ସହଯୋଗୀ
ଶିକ୍ଷକ । ବାବାଙ୍କୁ ଭୁଲିଯାଉଛ, ଆଚ୍ଛା! ଶିକ୍ଷକଙ୍କୁ ମନେ ପକାଅ । ତୁମମାନଙ୍କୁ ୩ଟି ସୁଯୋଗ
ଦିଆଯାଇଥାଏି । ଗୋଟିଏ ଭୁଲିଲେ ଆଉ ଗୋଟିଏ ସ୍ୱରୂପକୁ ମନେ ପକାଅ । ଆଚ୍ଛା!
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ
ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧)
ବାବାଙ୍କଠାରୁ ପୂରା ସମ୍ପତ୍ତି ନେବା ପାଇଁ ଯାହା କହୁଛ ତାହା ହିଁ କରିବାକୁ ହେବ, ଏହିଭଳି
ପୁରୁଷାର୍ଥ କରିବାକୁ ହେବ, ମୋହଜୀତ୍ ହେବାକୁ ହେବାକୁ ପଡିବ ।
(୨) ସର୍ବଦା ମନେ ରହୁ
ଯେ ଆମେ ଶାନ୍ତି ସାଗରଙ୍କର ସନ୍ତାନ ଅଟୁ, ଆମକୁ ଶାନ୍ତିରେ ରହିବାକୁ ହେବ । ମୁଖରେ ମୁହଲରା (ଏକ
ପ୍ରକାରର ଗୋଲି) ରଖିବାକୁ ହେବ । ଅବହେଳା କରି ନିଜର ସମୟ ନଷ୍ଟ କରିବାର ନାହିଁ ।
ବରଦାନ:-
ସଂଗଠନ ରୂପୀ
କିଲ୍ଲାକୁ ମଜବୁତ କରି ସମସ୍ତଙ୍କର ସ୍ନେହୀ, ସନ୍ତୁଷ୍ଟ ଆତ୍ମା ହୁଅ ।
ସଂଗଠନର ଶକ୍ତି ବିଶେଷ
ଶକ୍ତି ଅଟେ । ଏକମତବାଲା ସଂଗଠନର କିଲ୍ଲାକୁ କେହି ବି ହଲଚଲ୍ କରିପାରିବେ ନାହିଁ । କିନ୍ତୁ ଏହାର
ଆଧାର ହେଲା ପରସ୍ପରର ସ୍ନେହୀ ହୋଇ ସମସ୍ତଙ୍କୁ ସମ୍ମାନ ଦେବା ଏବଂ ନିଜେ ସନ୍ତୁଷ୍ଟ ରହି
ସମସ୍ତଙ୍କୁ ସନ୍ତୁଷ୍ଟ କରିବା । ନା କେହି ନିଜେ ଡିଷ୍ଟର୍ବ ହେଉଥିବେ ନା ଅନ୍ୟକୁ ଡିଷ୍ଟର୍ବ
କରୁଥିବେ । ଯଦି ସମସ୍ତେ ପରସ୍ପରକୁ ଶୁଭଭାବନା ଏବଂ ଶୁଭକାମନାର ସହଯୋଗ ଦେଇଚାଲିବେ ତେବେ ସଂଗଠନ
ରୂପୀ କିଲ୍ଲା ମଜବୁତ ହୋଇଯିବ । ତେଣୁ ସଂଗଠନର ଶକ୍ତି ହିଁ ବିଜୟ ପ୍ରାପ୍ତ କରିବାର ବିଶେଷ ଆଧାର
ସ୍ୱରୂପ ଅଟେ ।
ସ୍ଲୋଗାନ:-
ଯଦି ପ୍ରତ୍ୟେକ
କର୍ମ ଯଥାର୍ଥ ଏବଂ ଯୁକ୍ତିଯୁକ୍ତ ହେବ ତେବେ କୁହାଯିବ ପବିତ୍ର ଆତ୍ମା ।
ଅବ୍ୟକ୍ତ ଈଶାରା:-
ସଂକଳ୍ପ ଶକ୍ତିକୁ ଜମା କରି ଶ୍ରେଷ୍ଠ ସେବାର ନିମିତ୍ତ ହୁଅ ।
ପ୍ରତ୍ୟେକ ସନ୍ତାନ ଯିଏକି
ନିଜ ପ୍ରତି ଏବଂ ସେବା ପ୍ରତି ସର୍ବଦା ଭଲ ଭଲ ଉତ୍ସାହଯୁକ୍ତ ସଂକଳ୍ପ କରୁଥାଏ ଯଥା - ଏବେଠାରୁ
ଏଇଆ କରିବି, ଏହିଭଳି କରିବି, ନିଶ୍ଚିତ କରିବି, କରି ଦେଖାଇବି..... । ଏହିଭଳି ଶ୍ରେଷ୍ଠ
ସଂକଳ୍ପର ବୀଜ ଯାହାକୁ ତୁମେମାନେ ନିଜ ଭିତରେ ବପନ କରୁଛ, ସେହି ସଂକଳ୍ପ ରୂପୀ ବୀଜକୁ ବାସ୍ତବ
ରୂପ ଦେବା ପାଇଁ ଯଦି ସର୍ବଦା ତାକୁ ପାଳନା ଦେଇଚାଲିବ ତେବେ ସେହି ବୀଜ ନିଶ୍ଚିତ ଫଳସ୍ୱରୂପ
ହୋଇଯିବ ।