09.08.26 Avyakt Bapdada Odia Murli 02.03.2011 Om Shanti Madhuban
"ମାଷ୍ଟର ସର୍ବଶକ୍ତିବାନ
ସ୍ୱମାନର ଆସନ ଉପରେ ରହି ପରସ୍ପରକୁ ଉମଙ୍ଗ ଉତ୍ସାହ ଦେଇ, ସହଯୋଗୀ ହୋଇ ବ୍ୟର୍ଥ ସଂକଳ୍ପ ରୂପକ
ଅରଖ ଫୁଲକୁ ଅର୍ପଣ କରି ପ୍ରଥମ ନମ୍ବର ପୁରସ୍କାର ନିଅ ।"
ଆଜି ତୁମେ ସମସ୍ତେ ଏବଂ
ତୁମ ସହିତ ଚାରିଆଡ଼ର ସବୁ ପିଲା ଅମୃତବେଳାଠାରୁ ଏବେ ପର୍ଯ୍ୟନ୍ତ ନିଜର ପ୍ରେମ ଏବଂ ଖୁସିର
ସ୍ନେହଭରା ଅଭିନନ୍ଦନ ଦେଇ ଚାଲିଛନ୍ତି । ତେଣୁ ବାବା ମଧ୍ୟ ତୁମ ସମସ୍ତ ସିକିଲଧେ ସନ୍ତାନମାନଙ୍କୁ
ଏହି ଜୟନ୍ତୀର ଅଭିନନ୍ଦନ ଦେବା ପାଇଁ ଆସିଛନ୍ତି । ପ୍ରତ୍ୟେକ ସନ୍ତାନ ବାବାଙ୍କ ପାଇଁ ଅତି ପ୍ରିୟ
ଅଟେ ଏବଂ ହୃଦୟର ଗେହ୍ଲା ସନ୍ତାନ ଅଟେ । ତେଣୁ ବାପ୍ଦାଦା ନିଜର ବାହୁର ମାଳା ଦ୍ୱାରା ତୁମ
ସମସ୍ତଙ୍କୁ ଅଭିନନ୍ଦନ ଦେଉଛନ୍ତି ।
ବାପ୍ଦାଦା ଦେଖୁଛନ୍ତି
ତୁମେମାନେ ତ ସମ୍ମୁଖରେ ବସି ଅଭିନନ୍ଦନ ଦେଉଛ ମଧ୍ୟ ଏବଂ ନେଉଛ ମଧ୍ୟ, କିନ୍ତୁ ଚାରିଆଡ଼ର ପିଲାମାନେ
ଅନେକ ସ୍ଥାନରେ ବସି ଅଭିନନ୍ଦନ ଦେଉଛନ୍ତି ଏବଂ ବାବା ମଧ୍ୟ ଦେଶ ବିଦେଶ ସବୁଆଡ଼ର ପିଲାମାନଙ୍କୁ ଅତି
ସ୍ନେହପୂର୍ବକ ଅଭିନନ୍ଦନ ଦେଉଛନ୍ତି । ବାପ୍ଦାଦା ଦେଖୁଛନ୍ତି ପ୍ରତ୍ୟେକ ସନ୍ତାନ ନିଜର
ଖୁସିବାସିଆ ଚେହେରାରେ ସ୍ନେହର ସାଗରର ଲହଡ଼ିରେ ଖେଳୁଛି । ବାବାଙ୍କୁ ଖୁସି ଲାଗୁଛି ଯେ ବାବା ଏକା
ଏକା ଆସୁ ନାହାଁନ୍ତି, ପିଲାମାନଙ୍କ ସାଥୀରେ ହିଁ ଆସୁଛନ୍ତି, କାହିଁକି ନା ବାବା ଯଜ୍ଞ ରଚନା ପାଇଁ
ହିଁ ଆସୁଛନ୍ତି । ତେବେ ଯଜ୍ଞରେ କେଉଁମାନେ ଥା'ନ୍ତି? ବ୍ରାହ୍ମଣମାନେ, ସେଥିପାଇଁ ବାବା ଏକୁଟିଆ
ଆସିନାହାଁନ୍ତି, ପିଲାମାନଙ୍କ ସାଥୀରେ ଆସିଛନ୍ତି ଓ କାହିଁକି ନା ଏହି ଜୟନ୍ତୀ ଟି ସବୁ ଜୟନ୍ତୀ
ଠାରୁ ବିଚିତ୍ର ଅଟେ । ସାରା କଳ୍ପ ଭିତରେ ଏହା ଏକମାତ୍ର ଜୟନ୍ତୀ ଅଟେ, ଯେଉଁଥିରେ ପିତାଙ୍କର ଏବଂ
ସନ୍ତାନ ମାନଙ୍କର ଜନ୍ମ ଏକା ସାଥୀରେ ହେଉଛି, ସେଥିପାଇଁ ଏହି ଜୟନ୍ତୀକୁ ହୀରାତୁଲ୍ୟ ଜୟନ୍ତୀ
କୁହାଯାଉଛି । ବାବା ମଧ୍ୟ ଆଦିରତ୍ନ ପିଲାମାନଙ୍କୁ ବିଶେଷ ଅଭିନନ୍ଦନ ଦେଉଛନ୍ତି । ତେଣୁ ତୁମେମାନେ
ଆଜି ଅଭିନନ୍ଦନ ଦେବା ପାଇଁ ଆସିଛ, ନା ନେବାକୁ ମଧ୍ୟ ଆସିଛ! ବାବା ତ କହିଦେଇଛନ୍ତି ସାଥୀ ହୋଇ
ରହିବ, ସାଥୀ ହୋଇ ଉଡ଼ିବ, ସାଥୀ ହୋଇ ଆସିବ ଏବଂ ବ୍ରାହ୍ମଣ ବାବାଙ୍କ ସାଥୀରେ ରାଜ୍ୟ କରିବ ।
ସାଥୀରେ ରହିବାର ପ୍ରତିଶୃତି ଦେଇଛନ୍ତି । ତୁମେମାନେ ମଧ୍ୟ କ'ଣ କହୁଛ? ଯେଉଁଠି ବାବା ଥିବେ, ଆମେ
ମଧ୍ୟ ସାଥୀରେ ଥିବୁ । ଏହା ହେଉଛି ପିଲାମାନଙ୍କର ବାବାଙ୍କ ସହିତ ଏବଂ ବାବାଙ୍କର ପିଲାମାନଙ୍କ
ସହିତ ପ୍ରତିଜ୍ଞା । ଶରୀର ଦ୍ୱାରା ଯେଉଁଠି ବି ରହିଥା'ନ୍ତୁ ନା କାହିଁକି କିନ୍ତୁ ଦିଲ୍ ଭିତରେ
ସର୍ବଦା ବାବା ସାଥୀରେ ଅଛନ୍ତି । ସେଥିପାଇଁ ବାବାଙ୍କୁ ଦିଲାରାମ୍ କୁହାଯାଉଛି । ଏଠାରେ ମଧ୍ୟ
ଦିଲ୍ୱାଲା ବା ଦିଲ୍ୱାଡ଼ା ମନ୍ଦିର ସ୍ମାରକୀ ରୂପରେ ରହିଛି । ତେବେ ସମସ୍ତଙ୍କର ଦିଲ୍ ଭିତରେ,
ସାଥୀରେ ଦିଲାରାମ୍ ଅଛନ୍ତି ନା ଏବଂ ବାବା ସର୍ବଦା ପିଲାମାନଙ୍କୁ କହୁଛନ୍ତି କେବେବି ଏକୁଟିଆ ହୁଅ
ନାହିଁ । ସର୍ବଦା ସାଥୀରେ ରହୁଛୁ ଏବଂ ନିଶ୍ଚିତ ରହିବୁ । ଏକୁଟିଆ ହେବା ଦ୍ୱାରା ମାୟା ମଧ୍ୟ
ସୁଯୋଗ ନେଇ ଯାଉଛି ଏବଂ ବାବାଙ୍କ ସାଥୀରେ ଥିଲେ ସ୍ୱୟଂ ଲାଇଟ ହାଉସ ସାଥୀରେ ଅଛନ୍ତି, ତାଙ୍କ
ସମ୍ମୁଖରେ ମାୟା ଦୂରରୁ ହିଁ ଫେରି ଯାଏ, ପାଖକୁ ଆସିପାରିବ ନାହିଁ, ସେଥିପାଇଁ ପିଲାମାନଙ୍କର
ବାବାଙ୍କ ସହିତ ଏବଂ ବାବାଙ୍କର ପିଲାମାନଙ୍କର ସର୍ବଦା ସାଥୀରେ ରହିବାର ପ୍ରତିଜ୍ଞା ରହିଛି ।
ତୁମମାନଙ୍କର ମଧ୍ୟ ପ୍ରତିଜ୍ଞା ରହିଛି ନା! ସାଥୀରେ ଅଛୁ, ସାଥୀରେ ରହିବୁ । ସାଥୀରେ ରହିବାକୁ ଭଲ
ଲାଗୁଛି ନା । ଯଦି ଚାହୁଁଛ ତେବେ ହାତ ଉଠାଅ ।
ବାପ୍ଦାଦା ଦେଖୁଛନ୍ତି
ପ୍ରତ୍ୟେକ ସନ୍ତାନ ଅମୃତବେଳାରେ ବାବାଙ୍କ ସହିତ ବହୁତ ଦିଲ୍ର ସହିତ ବାର୍ତ୍ତାଳାପ କରୁଛନ୍ତି ।
ଏମିତି ତ ଅନ୍ୟ କେତେବେଳେ ସମୟ ମିଳୁନାହିଁ କିନ୍ତୁ ଅମୃତ ବେଳାରେ ପ୍ରତ୍ୟେକ ପିଲା ବହୁତ ମିଠା
ମିଠା ଦିଲ୍ର କଥା ଶୁଣାଉଛନ୍ତି ଏବଂ ବାବା ମଧ୍ୟ ପ୍ରତ୍ୟେକ ସନ୍ତାନର ଦିଲ୍ର କଥା ଶୁଣି ସବୁ
କଥାର ଉତ୍ତର ମଧ୍ୟ ଦେଉଛନ୍ତି । ସମସ୍ତଙ୍କୁ ଗୋଟିଏ କଥାର ବହୁତ ଖୁସି ରହିଛି ଯେ ଆମେ ଯଦି ଦିଲ୍ର
ସହିତ ମେରା ବାବା କହୁଛୁ, ତେବେ ବାବା ହାଜିର ହୋଇଯାଉଛନ୍ତି । ହଜୁର ବାବା ହାଜିର ହୋଇଯାଉଛନ୍ତି
। ଏଥିରେ କେବଳ ଦିଲ୍ର କଥା ରହିଛି, ଆଉ କିଛି କରିବାର ଆବଶ୍ୟକତା ନାହିଁ, ଯଦି ଦିଲ୍ରେ କହିଲ
ମେରା ବାବା ତେବେ ହଜୁର ହାଜିର ହୋଇଯିବେ ।
ତେବେ ଆଜି ଚାରିଆଡୁ ବାପ୍ଦାଦାଙ୍କର
କାନରେ ମିଠା ମିଠା ଗୀତ ଶୁଣାଯାଉଥିଲା । ଜାଣିଛ କେଉଁ ଗୀତ? ମେରା ବାବା, ପ୍ୟାରା ବାବା, ମିଠା
ବାବା ଏବଂ ବାପ୍ଦାଦା ମଧ୍ୟ ପିଲାମାନଙ୍କର ସ୍ନେହରେ ସମାହିତ ହୋଇଯାଇଥିଲେ ଏବଂ ଏବେ ମଧ୍ୟ ଅଛନ୍ତି
। ଏବେ ବାପ୍ଦାଦା ତୁମମାନଙ୍କର ଦିବ୍ୟ କର୍ତ୍ତବ୍ୟକୁ ଦେଖି କହୁଛନ୍ତି ଯେ ତୁମମାନଙ୍କର ଭକ୍ତମାନେ
ମଧ୍ୟ କମ୍ ବୁଦ୍ଧିବାଲା ନୁହଁନ୍ତି । ସେମାନେ ମଧ୍ୟ ତୁମମାନଙ୍କର ସ୍ମାରକୀର ବହୁତ କପି କରୁଛନ୍ତି
। ଦ୍ୱାପର ଯୁଗରେ ଆସିଛନ୍ତି, ଏମିତି ବି ପ୍ରଥମ ପ୍ରଥମ ଜନ୍ମ ସତୋପ୍ରଧାନ ହୋଇଥାଏ କାହିଁକି ନା
ପରମଧାମରୁ ନୂଆ ଆତ୍ମା ଆସିଥାଏ । ତେଣୁ ଭକ୍ତମାନଙ୍କ ଆଡ଼କୁ ଆଜି ଦୃଷ୍ଟି ଯାଇଥିଲା । ତେବେ ସେମାନେ
ବହୁତ ଯୁକ୍ତିଯୁକ୍ତ ଭାବରେ କପି କରିଛନ୍ତି କାହିଁକିନା ତୁମମାନଙ୍କର ଆରମ୍ଭ ସମୟର ବିଶେଷ
ଭକ୍ତମାନେ, ଯେଉଁଭଳି କର୍ମ ତୁମେମାନେ ବାସ୍ତବିକ ରୂପରେ କରିଛ ଠିକ୍ ସେହିପରି ସେମାନେ ସ୍ମାରକୀ
ତିଆରି କରିବାରେ ବହୁତ ଭଲ କପି କରୁଛନ୍ତି କିନ୍ତୁ ତୁମର ହେଲା ବାସ୍ତବିକ କର୍ମ ସେମାନଙ୍କର
ସ୍ମାରକୀ । ଯେପରି ତୁମେମାନେ ବ୍ରତ ଧାରଣ କରୁଛ, କେଉଁ ବ୍ରତ ଧାରଣ କରୁଛ? ପବିତ୍ରତାର । ସେହିପରି
ସେମାନେ ମଧ୍ୟ ବ୍ରତ ରଖୁଛନ୍ତି, ବ୍ରତର କପି କରୁଛନ୍ତି କିନ୍ତୁ ତୁମମାନଙ୍କର ବ୍ରତ ଗୋଟିଏ ଦିନ
ପାଇଁ ଧାରଣ କରିବା ଦ୍ୱାରା ତାହା ଅନେକ ଜନ୍ମ ପର୍ଯ୍ୟନ୍ତ ଚାଲୁଛି କିନ୍ତୁ ସେମାନେ ଗୋଟିଏ ଦିନ
ପାଇଁ ପବିତ୍ର ମଧ୍ୟ ରହୁଛନ୍ତି ଏବଂ ଖାଦ୍ୟ ପାନୀୟକୁ ମଧ୍ୟ ଶୁଦ୍ଧ ରଖୁଛନ୍ତି । ତୁମମାନଙ୍କର ହେଲା
୨୧ ଜନ୍ମ ପାଇଁ ବ୍ରତ, ସେମାନଙ୍କର ଅଳ୍ପକାଳ ପାଇଁ ବ୍ରତ । ସେହିପରି ଜାଗରଣ, ତୁମେମାନେ ଯେତେବେଳେ
ଆଲୋକକୁ ଆସିଗଲ ସାରା ବିଶ୍ୱରୁ ଅନ୍ଧାରକୁ ସମାପ୍ତ କରିଲ । ଆଧାକଳ୍ପ ପାଇଁ ଅଜ୍ଞାନ ରୂପକ
ଅନ୍ଧକାର ଆସିପାରିବ ନାହିଁ । ମନର ଅନ୍ଧକାରକୁ ମଧ୍ୟ ସମାପ୍ତ କରିଲ ଏବଂ ବାହାରେ ପ୍ରକୃତିର
ଦୁଃଖର ଅନ୍ଧକାରକୁ ମଧ୍ୟ ସମାପ୍ତ କରିଲ, ସେମାନେ ଏହାକୁ ମଧ୍ୟ କପି କରିଛନ୍ତି, ଜାଗରଣ କରୁଛନ୍ତି
। ଆହୁରି ମଧ୍ୟ ତୁମେ ସବୁ ବାବାଙ୍କ ଉପରେ ସମର୍ପିତ ହୋଇଛ, ବଳି ଚଢୁଛ ଅର୍ଥାତ୍ ପୂର୍ଣ୍ଣ ରୂପରେ
ସମର୍ପଣ ହୋଇଯାଉଛ, ତେଣୁ ସେମାନେ ମଧ୍ୟ ତା'କୁ କପି କରିଛନ୍ତି । କିନ୍ତୁ ନିଜକୁ ସମର୍ପଣ
କରୁନାହାଁନ୍ତି, ନିଜକୁ ବଳି ଚଢ଼ାଉ ନାହାଁନ୍ତି । କିନ୍ତୁ କାହାକୁ ବଳି ଚଢ଼ାଉଛନ୍ତି? ଜାଣିଛ ନା!
ବୋଦାକୁ ବଳି ଚଢ଼ାଉଛନ୍ତି । ତେବେ ବୋଦାକୁ କାହିଁକି ବାଛିଲେ, ଆଉ କାହାକୁ କାହିଁକି ବାଛିଲେ ନାହିଁ
। ସମସ୍ତେ ହସୁଛନ୍ତି, ଜାଣିଛନ୍ତି । ଯାହାକି ବାବା ତୁମମାନଙ୍କୁ ବାରମ୍ବାର ସଂକେତ ଦେଇଆସିଛନ୍ତି
ଯେ ମୁଁ ପଣିଆକୁ ଛାଡ଼ି ନିମିତ୍ତ ଭାବକୁ ଧାରଣ କର, ସେଥିପାଇଁ ସେମାନେ ମଧ୍ୟ ବୋଦାକୁ ହିଁ
ବାଛିଛନ୍ତି, କାହିଁକି ନା ସେ ମଧ୍ୟ ମେଁ ମେଁ କରିଥାଏ । ତେବେ ଭକ୍ତମାନଙ୍କର ମଧ୍ୟ ଚମତ୍କାରୀ
ବୁଦ୍ଧି ଅଟେ ନା! ତୁମମାନଙ୍କର ତ' ଭକ୍ତ ଅଟନ୍ତି ନା । ବାବାଙ୍କର ମଧ୍ୟ ଭକ୍ତ, ତୁମମାନଙ୍କର
ମଧ୍ୟ ଭକ୍ତ । ସେଥିପାଇଁ ବାବା ତୁମମାନଙ୍କର ଭକ୍ତମାନଙ୍କୁ ମଧ୍ୟ ଯେଉଁମାନେ ସଚ୍ଚା ଦିଲ୍ର ସହିତ
ଭକ୍ତି କରୁଛନ୍ତି, ସେମାନଙ୍କୁ ମଧ୍ୟ କିଛି ନା କିଛି ଭକ୍ତି ଫଳ ଦେଇ ଦିଅନ୍ତି । ସେମାନେ ମଧ୍ୟ
ସର୍ବଦା ସଚ୍ଚା ଏବଂ ସାତ୍ୱିକ ରହିଥାନ୍ତି । ଖୁସିରେ ମଧ୍ୟ ରହିଥା'ନ୍ତି । ଦୁଃଖରେ ଦୁଃଖୀ
ହୁଅନ୍ତି ନାହିଁ, କାହିଁକି ନା ସଚ୍ଚା ଦିଲ୍ରେ ଭକ୍ତି କରିଥା'ନ୍ତି । ତେଣୁ ବାବା ମଧ୍ୟ ଆଜିକାଲି
ତୁମ ମାନଙ୍କୁ ଏହି ସଂକେତ ଦେଉଛନ୍ତି ଯେ ମୁଁ ପଣିଆକୁ ଆସିବାକୁ ଦିଅ ନାହିଁ । ମୁଁ ଯାହା କହୁଛି
ତା ହିଁ ହେବା ଦରକାର, ମୁଁ ହିଁ ଠିକ୍ କହୁଛି, ତାହା ହିଁ ହେବା ଦରକାର । ଏହି ମୁଁ ଭିତରେ ମଧ୍ୟ
ଗୋଟିଏ ହେଲା ସାଧାରଣ ମୁଁ, ଯେପରି କି ମୁଁ ଶରୀରଧାରୀ ଅଟେ, ଦେହଧାରୀ ଅଟେ, ତେଣୁ ଗୋଟିଏ ହେଲା
ସାଧାରଣ ମୁଁ, ଆଉ ଗୋଟିଏ ହେଲା ସୁକ୍ଷ୍ମ ମୁଁ ପଣିଆ । ସେଥିରେ ବାବାଙ୍କର ଦାନକୁ ମଧ୍ୟ, ମୁଁ
କରିଛି, ମୁଁ କହିଛି, ମୁଁ କରୁଛି, ବାବାଙ୍କର ବିଶେଷତାଗୁଡ଼ିକରେ ମଧ୍ୟ ମୁଁ ପଣିଆ ଆସିଯାଉଛି ।
ଜ୍ଞାନର ବିଶେଷ ଅନୁଭୂତି କରିବାରେ, ବିଶେଷତାଗୁଡ଼ିକର ଅନୁଭୂତି କରିବାରେ ମଧ୍ୟ ସୁକ୍ଷ୍ମ ମୁଁ
ପଣିଆ ଆସିଯାଉଛି । ତେଣୁ ବାବା ମଧ୍ୟ ସଂକେତ ଦେଇ ଚାଲିଛନ୍ତି ଯେ ମୁଁ ଏବଂ ମୋର ଉପରେ ବିଶେଷ
ଧ୍ୟାନ ଦିଅ । ସର୍ବଦା ମୋର ବାବା, ଏହି ଆଡ଼କୁ ହିଁ ଦିଲ୍ର ଆକର୍ଷଣ ରହିଥାଉ । ବିନାଶୀ ମୋର ପଣିଆ,
ମୋର ନାମ ବିଖ୍ୟାତ ହେଉ, ମୋର ପ୍ରତିଷ୍ଠା ହେଉ - ଏ ଗୁଡ଼ିକୁ ସମାପ୍ତ କରି ମୁଁ ବାବାଙ୍କର ବାବା
ମୋର, ଏଥିରେ କେତେ ଖୁସି ମିଳୁଛି! ଭଗବାନ୍ ମୋର ହୋଇ ଯାଇଛନ୍ତି, ଆଉ କ'ଣ ଦରକାର! ତେବେ ଗୋଟିଏ
ହେଲା ସାଧାରଣ ମୋର ପଣିଆ, ଆଉ ଗୋଟିଏ ହେଲା ସୁକ୍ଷ୍ମ ମୋର ପଣିଆ । ଏହି ସୁକ୍ଷ୍ମ ରୂପର ମୋର ପଣିଆ
ମଇଳା କରିଦିଏ ଏବଂ ମୋର ବାବା ମାଲାମାଲ୍ କରିଦିଏ । ତେବେ ଆଜି ଜନ୍ମ ଦିନ ପାଳନ କରିବା ପାଇଁ
ଆସିଛ । ନିଜର ମଧ୍ୟ ଜନ୍ମ ଦିନ ପାଳନ କରିବା ପାଇଁ ଆସିଛ ନା! ବାବା ତ' ପିଲାମାନଙ୍କ ବିନା କିଛି
କରନ୍ତି ନାହିଁ, ସେଥିପାଇଁ ଆଜି ବାବା ପିଲାମାନଙ୍କର ଜନ୍ମ ଉତ୍ସବର ଅଭିନନ୍ଦନ ଦେବା ପାଇଁ
ଆସିଛନ୍ତି, ବାଃ ମୋର ପିଲାମାନେ ବାଃ! ଏବେ ଗୋଟିଏ କଥା କହିବୁ, ପ୍ରସ୍ତୁତ ଅଛ ତ'! କହିବୁ?
କରିବାକୁ ପଡ଼ିବ, ହାତ ଉଠାଅ, କରିବ ତ'? ଡବଲ୍ ବିଦେଶୀମାନେ କରିବ ତ'? ଟୀଚରମାନେ କରିବ ତ'? ଆଚ୍ଛା,
ତେବେ ଆଜି ବାପ୍ଦାଦା, ଯେପରି ଶିବ ପରମାତ୍ମାଙ୍କର ସ୍ମାରକୀ ଉପରେ ଅରଖଫୁଲ ଅର୍ପଣ କରିଥା'ନ୍ତି,
ଗୋଲାପ ଫୁଲ ନୁହେଁ, ଅନ୍ୟ କୌଣସି ଫୁଲ ଚଢ଼ାନ୍ତି ନାହିଁ, ଅରଖ ଫୁଲ ଚଢ଼ାନ୍ତି । ତେବେ ଆଜି ବାପ୍ଦାଦା
ତୁମମାନଙ୍କୁ କେଉଁ କଥାକୁ ଅର୍ପଣ କରିବାର ହୋମୱାର୍କ ଦେବା ପାଇଁ ଚାହୁଁଛନ୍ତି? ପ୍ରସ୍ତୁତ ଅଛ
ତ'! ଆଚ୍ଛା ।
ତେବେ ପିଲାମାନଙ୍କର
ଗୋଟିଏ କଥା ବହୁତ ଭଲ ଲାଗେ ଯେ ଯାହା କି ସବୁ କଥାରେ ହାଁ ଜୀ ହାଁ ଜୀ କରିଥା'ନ୍ତି । ତେଣୁ ଆଜିର
ଜନ୍ମଦିନ ଅବସରରେ ବାବାଙ୍କ ଭିତରେ ଏହି ସଂକଳ୍ପ ରହିଛି ଯେ ସମସ୍ତେ ପରସ୍ପରକୁ ଉମଙ୍ଗ-ଉତ୍ସାହ
ଦେବା ସହିତ, ପରସ୍ପରର ସହଯୋଗୀ ହୋଇ ବ୍ୟର୍ଥ ସଂକଳ୍ପ ରୂପକ ଅରଖ ଫୁଲକୁ ଅର୍ପଣ କରିଦିଅ । ବ୍ୟର୍ଥ
ସଂକଳ୍ପ କରିବାର ନାହିଁ, କି ଶୁଣିବାର ନାହିଁ କି ସଙ୍ଗ ଦୋଷରେ ପଡ଼ି ବ୍ୟର୍ଥ ସଂକଳ୍ପର ସଙ୍ଗର
ରଙ୍ଗ ଲଗାଇବାର ନାହିଁ । କାହିଁକି ନା ବ୍ୟର୍ଥ ସଂକଳ୍ପ ଯେଉଁଠାରେ ଥିବ ସେଠାରେ ଯୋଗର ସଂକଳ୍ପ,
ଜ୍ଞାନର ମଧୂର ବାଣୀ ଯାହାକୁ ମୂରଲୀ କହୁଛ, ସେହି ସବୁ ଶୁଦ୍ଧ ସଂକଳ୍ପ ଗୁଡ଼ିକ ସ୍ମୃତିରେ ରହିବ
ନାହିଁ । ଯଦିଓ ମୂରଲୀକୁ ଶୁଣୁଛ ଏବଂ ପଢୁଛ ମଧ୍ୟ, ତାହା ତ' ଆବଶ୍ୟକ ଅଟେ, ବ୍ରାହ୍ମଣମାନଙ୍କର ଏହା
ନିୟମ ଅଟେ, କିନ୍ତୁ ତାହା କେବଳ ଶୁଣିବାରେ ହିଁ ସିମୀତ ରହିବ, ମନ ଭିତରେ ମନନ ହେବ ନାହିଁ ।
ଭାବିବ, କହିବ, ଆଜିର ମୂରଲୀ ବହୁତ ଭଲ ଥିଲା, ଭାବୁଛି ବାବା କ'ଣ କହିଥିଲେ.... । ବରଦାନ ମଧ୍ୟ
ବହୁତ ଭଲ ଥିଲା । କିନ୍ତୁ ମନେ ପଡ଼ିବ... । ବ୍ୟର୍ଥ ସଂକଳ୍ପ ମନ ବୁଦ୍ଧିକୁ ନିଜ ଆଡ଼କୁ ଆକର୍ଷିତ
କରିଥାଏ । ତୁମେ ଜାଣିଛ, ପିଲାମାନେ ବାବାଙ୍କୁ କ'ଣ ସବୁ କହୁଛନ୍ତି? ବାବା-ଭଲ ଭଲ ସମାଚାର ତ'
ଶୁଣିବା ଦରକାର ନା! ଯଦିଓ ସବୁ କଥାରେ ଜ୍ଞାନ ରହିବା ଦରକାର କିନ୍ତୁ ବ୍ୟର୍ଥ କଥା ଗୁଡ଼ିକ ଉଚ୍ଚ
ପଦ ପ୍ରାପ୍ତି କରିବାରେ ବହୁତ କ୍ଷତି କରିଥାଏ । ତେବେ କ'ଣ ତୁମେମାନେ ବ୍ୟର୍ଥ ସଂକଳ୍ପକୁ ଅର୍ପଣ
କରିବା ପାଇଁ ବାବାଙ୍କ ସହିତ ପ୍ରତିଜ୍ଞା କରୁଛ ତ'! ତୁମେ କହିବ ଆମେ ତ' ଚାହୁଁନାହଁ, କିନ୍ତୁ ସେ
ଆସି ଯାଉଛି । ନ ଚାହିଁଲେ ମଧ୍ୟ ଆସି ଯାଉଛି । ତେବେ ବାବାଙ୍କୁ ଦୃଢ଼ ସଂକଳ୍ପର ସହିତ ଦେଇ ଦେଲେ,
ପ୍ରଥମେ ତୁମକୁ ଦେବା ଜଣା ଅଛି ତ? ବାବା ଦେଇ ଦେଲେ । ଦେଇଥିବା ଜିନିଷ ଯଦି ତୁମ ପାଖକୁ ଫେରି
ଆସିବ ତେବେ କ'ଣ ତୁମେ ତାକୁ ରଖିବ ନା ଫେରେଇ ଦେବ । ଯଦି ଦେଇସାରି ଥିବା ଜିନିଷକୁ ପୁଣି ନିଜ
ପାଖରେ ରଖୁଛ ତେବେ ତୁମକୁ କ'ଣ କୁହାଯିବ? ତେଣୁ ବାବାଙ୍କୁ ଥରେ ମାତ୍ର ନିଜର ରୁଚି ଅନୁସାରେ ଏବଂ
ଦୃଢ଼ତାର ସହିତ ଦେଇ ଦିଅ ଏବଂ ଚେକ୍ କର, ବାରମ୍ବାର ଦେଇଥିବା ଜିନିଷ ମୋ' ପାଖକୁ ଫେରି ଆସୁନାହିଁ
ତ! ଅନ୍ୟର ଜିନିଷକୁ ନିଜର କରିନେବା ଏହା ଭଲକଥା ନୁହେଁ । ତେଣୁ ପ୍ରତିଦିନ ଆରାମ୍ କରିବା ପୂର୍ବରୁ,
ପଛରେ ଆରାମ୍ କରିବ, ପ୍ରଥମେ ଚେକ୍ କରିବ ଆଜି ଦିନସାରା ଭିତରେ କୌଣସି ବ୍ୟର୍ଥ ସଂକଳ୍ପ ଆସିନାହିଁ
ତ, ମୁଁ କୌଣସି ବ୍ୟର୍ଥ ସଂକଳ୍ପ କରିନାହିଁ ତ! ଦେଇ ସାରିଥିବା ଜିନିଷ ଫେରାଇ ନେଇ ନାହିଁ ତ?
ତେବେ ଆଜି ଜନ୍ମଦିନର
ଉପହାର ଦେବା ପାଇଁ ସାହସ ଅଛି ତ! ଅଛି ସାହସ? ହାତ ଉଠାଅ । ସାହସ ଅଛି? ତେବେ ଯେଉଁଠି ସାହସ ଅଛି,
ସେଠାରେ ବାପ୍ଦାଦା ମଧ୍ୟ ତୁମକୁ ଉପହାର ଦେବେ । ତୁମେ କେବଳ ଦିଲ୍ର ସହିତ କୁହ ମେରା ବାବା,
ଦୟାଳୁ କୃପାଳୁ ବାବା, ଆପଣ ଏହି ଜିନିଷକୁ ମୋ ଠାରୁ ନେଇଯାଆନ୍ତୁ । ଯଦି ଦିଲ୍ ର ସହିତ କହିବ ତେବେ
ବାବା ମଧ୍ୟ ଅତିରିକ୍ତ ଉପହାର ଦେବେ, କାହିଁକି ନା ତୁମମାନଙ୍କର ସାହସ ଆଧାରରେ ବାବା ଅତିରିକ୍ତ
ଉପହାର ଦେଇଥା'ନ୍ତି । ଯେଉଁଠି ସାହସ ରହିଛି ସେଠାରେ ବାବାଙ୍କର ସାହାଯ୍ୟ ନିଶ୍ଚିତ ମିଳିଥାଏ ।
ଏହାକୁ ତ' ଅନୁଭବ କରିଛ ନା! କାହିଁକି ନା ବାପ୍ଦାଦା ବହୁତ ସମୟରୁ ସୂଚନା ଦେଇ ଚାଲିଛନ୍ତି ଯେ
ଏବେ ତୀବ୍ର ପୁରୁଷାର୍ଥର ରାସ୍ତା ହେଲା ତିନୋଟି ବିନ୍ଦୁ ଲଗାଇବା । ମୁଁ ବିନ୍ଦୁ ଅଟେ, ବିନ୍ଦୁ
ବାବାଙ୍କୁ ମନେ ପକାଇବାକୁ ହେବ ଏବଂ ବିତି କଥାକୁ ବିନ୍ଦୁ ଲଗାଇବାକୁ ହେବ । ଫୁଲ୍ଷ୍ଟପ୍ ମଧ୍ୟ
ବିନ୍ଦୁ ଅଟେ, ଯାହାକୁ ବାପ୍ଦାଦା କହୁଛନ୍ତି ମନନ୍ କର, ବିନ୍ଦୁ ହେବାକୁ ପଡ଼ିବ, ବିନ୍ଦୁକୁ
ଦେଖିବାକୁ ହେବ ଏବଂ ବିନ୍ଦୁ ଲଗାଇବାକୁ ହେବ । ସେଥିପାଇଁ ବିନ୍ଦୁର ମଧ୍ୟ ବହୁତ ମହତ୍ୱ ରହିଛି ।
ଆଜିକାଲିର ଯୁଗରେ ମଧ୍ୟ ବିନ୍ଦୁର ବହୁତ ମହତ୍ୱ ରହିଛି । ଦେଖ ଟଙ୍କା ଗଣୁଛନ୍ତି ନା, ଆଜିକାଲି
ସମସ୍ତଙ୍କର ସବୁଠାରୁ ଅଧିକ ସ୍ନେହ କାହା ପ୍ରତି ରହିଛି? ଟଙ୍କା ପ୍ରତି । ତେବେ ଟଙ୍କା ବଢ଼ିଥାଏ
କିପରି? ବିନ୍ଦୁ ଲଗାଇ ଚାଲ, ୧୦ ରେ ବିନ୍ଦୁ ଲଗାଅ ୧୦୦ ହୋଇଯିବ, ଆଉ ଗୋଟିଏ ବିନ୍ଦୁ ଲଗାଇଲେ
୧୦୦୦ ହୋଇଯିବ । ତେଣୁ ବିନ୍ଦୁର ମହତ୍ୱ ରହିଛି କିନ୍ତୁ ଅସଲି ବିନ୍ଦୁଟି କ'ଣ ତାକୁ ଭୁଲି ଗଲେଣି
। ତେବେ ଆଜି ବାବାଙ୍କୁ ଜନ୍ମ ଦିନର ଉପହାର ଦେଲ ତ'? ଦେଲ ତ'? ଦିଲ୍ ର ସହିତ ଦେଲ ତ'? କାହିଁକି
କ'ଣ କହିବ ନାହିଁ ତ'? କିପରି କରିବି, କ'ଣ କରିବି? ଏହି ସବୁ କି, କି ର ଭାଷା ବହୁତ ଖରାପ୍ ଅଟେ
। କାହିଁକି କରିବି, କିପରି କରିବି, ଏହିଭଳି କ, କା, କି କରିବ ନାହିଁ । ତେବେ ଉପହାର ଦେବା ପାଇଁ
ଖୁସି ଖୁସିରେ ହାତ ଉଠାଇଛ । ନା ସଂଗଠନ ଭିତରେ ବାଧ୍ୟ ହୋଇ ହାତ ଉଠାଇଛ? କାହିଁକି ନା
ବାଧ୍ୟତାମୂଳକ ଭାବରେ କରୁଥିବା ଆତ୍ମା ସବୁବେଳେ କରି ପାରିବ ନାହିଁ । କେବେ କେବେ କରିବ । ଯିଏ
ଦିଲ୍ ର ସହିତ କରିବ, ମୋତେ କରିବାକୁ ହିଁ ହେବ, ହେବାକୁ ହିଁ ପଡ଼ିବ । ଉପହାର ତ ଦେଇଦେଲ, ତେଣୁ
ଦେବାକୁ ହିଁ ପଡ଼ିବ । ଏହିଭଳି ଯଦି ଖୁସି ଖୁସିରେ ସଂକଳ୍ପ କରିବ ତେବେ ତୁମଭଳି ସର୍ବଶକ୍ତିବାନ
ପିତାଙ୍କର ସନ୍ତାନ ମାଷ୍ଟର ସର୍ବଶକ୍ତିବାନ ଆତ୍ମା ପାଇଁ ଏହା କ'ଣ ବଡ଼ କଥା, ମାଷ୍ଟର
ସର୍ବଶକ୍ତିବାନର ସ୍ଥିତିର ଆସନ ଉପରେ ସର୍ବଦା ସ୍ଥିତ ରହିଥିବ । ଭୁଲିଯିବ ନାହିଁ । ଏହା ତୁମର
ସ୍ୱମାନ୍ ଅଟେ ନା! ନିଜର ସ୍ୱମାନ୍କୁ ଛାଡ଼ିବା କଥା ନୁହେଁ । ଲୋକମାନେ ସ୍ୱମାନ୍ ପାଇଁ ଲଢ଼େଇ
କରୁଛନ୍ତି । ତେଣୁ ଆଜି ବାବାଙ୍କ ଭିତରେ ସ୍ନେହ ଉତ୍ପନ୍ନ ହେଲା ଯେ ଛୋଟିଆ ଛୋଟିଆ କଥାରେ ନିଜର
ସ୍ୱମାନ୍ କୁ, ପରମାତ୍ମା ଦ୍ୱାରା ମିଳିଥିବା ସ୍ୱମାନ୍ କୁ ଭୁଲି ଯାଉଛ । ଲୋକମାନଙ୍କ ଦ୍ୱାରା
ମିଳିଥିବା ସ୍ୱମାନରେ ମଧ୍ୟ କେତେ ନିଶା ରହୁଛି! ଏହା ତ ପରମାତ୍ମାଙ୍କ ଦ୍ୱାରା ତୁମମାନଙ୍କୁ
ମାଷ୍ଟର ସର୍ବଶକ୍ତିମାନର ସ୍ୱମାନ୍ ରହିଛି । ଏହା ଆଧାରରେ ଯାହା ଚାହିଁବ ତାହା କରିପାରିବ । କ'ଣ
ସାହସ ଅଛି ତ'? ମୁଁଣ୍ଡ ହଲାଅ । ହାତ ହଲାଅ ନାହିଁ । ମୁଣ୍ଡ ହଲାଅ । ସାହସ ଅଛି? ଟୀଚର ମାନେ
ସାହସ ଅଛି? ତୁମ ମାନଙ୍କୁ କରିବାକୁ ପଡ଼ିବ, ଧ୍ୟାନ ଦେବାକୁ ପଡ଼ିବ । ତୁମେମାନେ ନିଜେ ମଧ୍ୟ କରିବ
ଏବଂ ବିଶେଷ ଧ୍ୟାନ ଦେଇ ସମସ୍ତଙ୍କୁ କରାଇବ । ନିମିତ୍ତ ଅଟ ନା! ଏବେ ଦେଖିବା କେଉଁ କ୍ଲାସ୍, ବା
କାହାର କ୍ଲାସ୍ ଏଥିରେ ନମ୍ବର ନେଉଛି, ସେମାନଙ୍କୁ ଭଲ ପୁରସ୍କାର ଦିଆଯିବ, କ'ଣ ପୁରସ୍କାର
ଦିଆଯିବ ତାହା କୁହାଯିବ ନାହିଁ, କିନ୍ତୁ ବଢ଼ିଆ ପୁରସ୍କାର ଦିଆଯିବ । ସାରା କ୍ଲାସ୍ ଚେଷ୍ଟା କରିବ
କରିବା ପାଇଁ । ଏମିତି ନୁହେଁ ଯେ ଜଣେ କେହି କରିବ, ନା, ସମସ୍ତେ କରିବ ।
ତେବେ ଆଜି ବାପ୍ଦାଦାଙ୍କୁ
ପ୍ରତ୍ୟେକ ପିଲାଙ୍କ ପ୍ରତି ସ୍ନେହ ଆସୁଛି ଯେ ସମସ୍ତେ ନମ୍ବର ୱାନ୍ରେ ଆସି ଯାଆନ୍ତୁ । ଦ୍ୱିତୀୟ
ନମ୍ବରରେ ନୁହେଁ । ଯଦିଓ ପ୍ରଥମ ରାଜଗାଦୀ ଉପରେ ବସିବ ନାହିଁ, କାରଣ ସିଂହାସନ ଉପରେ ଦୁଇଜଣ ହିଁ
ବସିବେ, କିନ୍ତୁ ପ୍ରଥମ ରାଜଧାନୀରେ, ପ୍ରଥମ ରାଜ-ପରିବାର ଭିତରେ ଆସ । ଯଦିଓ ଦ୍ୱିତୀୟ ନମ୍ବର
ହୋଇଗଲା, କିନ୍ତୁ ରାଜ୍ୟ କରିବା ପାଇଁ ବା ରାଜ୍ୟ ଅଧିକାରୀ ହେବା ପାଇଁ ପ୍ରଥମ ରାଜ୍ୟରେ ଆସିଯାଅ
। ତେବେ ବାପ୍ଦାଦାଙ୍କର ପିଲାମାନଙ୍କ ପ୍ରତି ଏହି ସ୍ନେହ ରହିଛି ଯେ ପ୍ରତ୍ୟେକ ସନ୍ତାନ କୌଣସି
ନା କୌଣସି ବିଶେଷତାରେ ନମ୍ବର ୱାନ୍ ହୁଅନ୍ତୁ । କ୍ରମାନ୍ୱୟରେ ନୁହେଁ, ନମ୍ବର ୱାନ କ'ଣ ଏହିଭଳି
ଉମଙ୍ଗ ଉତ୍ସାହ ଅଛି ତ'? ନମ୍ବର ୱାନ୍ରେ ଆସିବ ତ ନା ଯାହା ମିଳିଲେ ବି ଚଳିବ? ଭଲ, ଭଲ କରିବାର
ନାହିଁ । ବାବାଙ୍କର ଆଶା ରହିଛି ଯେ ପ୍ରତ୍ୟେକ ସନ୍ତାନ କୌଣସି ନା କୌଣସି ଚମତ୍କାରୀ କରିବାରେ
ନମ୍ବର ୱାନ୍ ହୁଅନ୍ତୁ । ଚାରୋଟି ବିଷୟ ରହିଛି ନା, ତେଣୁ କୌଣସି ବିଷୟରେ ନମ୍ୱର ୱାନ ନିଶ୍ଚିତ
ହେବି । ନିଶ୍ଚିତ ହେବି । ଏହି କଥା ଉପରେ ବିଶେଷ ଗୁରୁତ୍ୱ ଦେବ । ଆଉ କିଛି ଅଧିକ ମେହେନତ କରିବା
ପାଇଁ କୁହାଯାଉ ନାହିଁ, କୌଣସି ଗୋଟିଏ ବିଷୟରେ ନମ୍ବର ୱାନ୍ ହୁଅ । ଏହା ତ ସହଜ ଅଟେ ନା । ବାକି
ଆଜିର ଦିନରେ ଅମୃତ ବେଳାରେ ପ୍ରତ୍ୟେକ ସନ୍ତାନମାନେ ବି ମିଳନ କରୁଥିଲେ, ସେମାନଙ୍କର ବହୁତ
ଖୁସିବାସିଆ, ଖୁସିର ହସ ହସ ଚେହେରା ଦେଖାଯାଉଥିଲା ଏବଂ ବାବା ମଧ୍ୟ ପ୍ରତ୍ୟେକ ସନ୍ତାନକୁ ସର୍ବଦା
ଉଡ଼ିବାର କଳାରେ ରହିବାର ବରଦାନ ଦେଇଛନ୍ତି । ଚାଲିବାର କଳା ନୁହେଁ, ଉଡ଼ିବାର କଳା । ତେଣୁ ବାପ୍ଦାଦାଙ୍କର
ଆଜିର ଏହି ବରଦାନକୁ ମନେ ରଖିବ । ବାପ୍ଦାଦା ନିଜର ଏବଂ ତୁମମାନଙ୍କର ଜନ୍ମଜୟନ୍ତୀରେ କ'ଣ ବରଦାନ
ଦେଇଛନ୍ତି । ଉଡ଼ିବାର କଳାରେ ସମ୍ପନ୍ନ ଭବ । ତୁମେମାନେ ମଧ୍ୟ ସାରାଦିନ ଶିବ ରାତ୍ରୀର ଉତ୍ସବକୁ
ଦିଲ୍ ଭିତରେ ପାଳନ କରିଛ ନା, ତେବେ ସମସ୍ତେ ଭଲ ଅଟ, ଭଲ ହୋଇ ରହିବ ଏବଂ ଭଲରୁ ଭଲ ରାଜ୍ୟପଦ
ପ୍ରାପ୍ତ କରିବ । ସମସ୍ତେ ଭଲ ଅଟ ନା! ବାବା ତ ଭଲକୁ ହିଁ ଦେଖୁଛନ୍ତି । ଆଚ୍ଛା!
ଚାରିଆଡ଼ର ଚାହେଁ
ସମ୍ମୁଖରେ ବସିଛନ୍ତି, ଚାହେଁ ନିଜ ନିଜ ସ୍ଥାନରେ ବସି ମିଳନ କରୁଛନ୍ତି, ସମସ୍ତଙ୍କୁ ଦେଖି ବାପ୍ଦାଦା
ମଧ୍ୟ ହର୍ଷିତ ହେଉଛନ୍ତି ଏବଂ ପିଲାମାନେ ମଧ୍ୟ ବାବାଙ୍କର ମିଳନକୁ ଦେଖି ଖୁସି ହେଉଛନ୍ତି ।
କିନ୍ତୁ ଆଜିର ସଂକଳ୍ପ ରଖ ସଦା ଖୁସି, କେବେ କେବେ ବାଲା ଖୁସି ନୁହେଁ, ସଦା ଖୁସି । ଯିଏବି ତୁମର
ଚେହେରାକୁ ଦେଖୁ ଅନୁଭବ କରୁ ଯେ ଇଏ ବହୁତ ଭାଗ୍ୟବାନ ଆତ୍ମା ଭଳି ଦେଖାଯାଉଛନ୍ତି । ତୁମମାନଙ୍କର
ଚାଲି ଚଳନରୁ ଏବଂ ଚେହେରାରୁ ତୁମର ଭାଗ୍ୟ ଦେଖାଯାଉ । ଏମିତି ନୁହେଁ ଯେ କେବଳ ମନ ଭିତରେ ବହୁତ
ଖୁସି ଥିବ, ନା ତୁମମାନଙ୍କର ଭାଗ୍ୟବାନ୍ ଚେହେରା, ଖୁସିବାସିଆ ଚେହେରା ଅନ୍ୟମାନଙ୍କୁ ପରିଚୟ
କରାଇବ । ଚେହେରା କହିଦେବ କିଛି ଅଛି । ତୁମର ଚେହେରା ସେବା କରୁ, ବାବାଙ୍କ ପର୍ଯ୍ୟନ୍ତ ନେଇଆସୁ
। ସର୍ବଦା ଖୁସିବାସିଆ ସ୍ଥିତିରେ ରହିବା ମଧ୍ୟ ସେବାର ସାଧନ ଅଟେ, ତେଣୁ ଚାରିଆଡ଼ର ପିଲାମାନଙ୍କୁ
ତୁମ ମାନଙ୍କର ମଧ୍ୟ ଜନ୍ମଦିନର ପଦ୍ମଗୁଣା ଅଭିନନ୍ଦନ ଅଭିନନ୍ଦନ ଅଭିନନ୍ଦନ, ଆଚ୍ଛା!
ବରଦାନ:-
ସନ୍ଦେହର
ସଂକଳ୍ପକୁ ସମାପ୍ତ କରି ମାୟାଜିତ ହେଉଥିବା ବିଜୟୀ ରତ୍ନ ଭବ ।
କେବେ ବି ପ୍ରଥମରୁ ଏଭଳି
ସନ୍ଦେହପୂର୍ଣ୍ଣ ସଂକଳ୍ପ ଉତ୍ପନ୍ନ ନ ହେଉ ଯେ କିଏ ଜାଣେ ମୁଁ ଫେଲ୍ ହୋଇଯିବି ନାହିଁ ତ, କାରଣ
ସଂଶୟ ବୁଦ୍ଧି ହେବା ଦ୍ୱାରା ହିଁ ପରାଜୟ ହୋଇଥାଏ, ସେଥିପାଇଁ ସର୍ବଦା ଏହି ସଂକଳ୍ପ ରହୁ ଯେ ମୁଁ
ବିଜୟ ପ୍ରାପ୍ତ କରି ହିଁ ଦେଖାଇବି । ବିଜୟ ତ ମୋର ଜନ୍ମସିଦ୍ଧ ଅଧିକାର ଅଟେ, ଏହିଭଳି ଅଧିକାରୀ
ହୋଇ କର୍ମ କରିବା ଦ୍ୱାରା ବିଜୟ ଅର୍ଥାତ୍ ସଫଳତାର ଅଧିକାର ନିଶ୍ଚିତ ପ୍ରାପ୍ତ ହୋଇଥାଏ, ଏହି
ଆଧାରରେ ହିଁ ବିଜୟୀ ରତ୍ନ ହୋଇଯିବ, ସେଥିପାଇଁ ମାଷ୍ଟର ନଲେଜ୍ଫୁଲ୍ ଆତ୍ମା ମୁଖରୁ କିଏ ଜାଣେ
ଶବ୍ଦ କେବେବି ବାହାରିବା ଉଚିତ୍ ନୁହେଁ ।
ସ୍ଲୋଗାନ:-
ଦୟାର ଭାବନା
ସହଜରେ ନିମିତ୍ତ ଭାବ ଜାଗ୍ରତ କରି ଦେଇଥାଏ ।
ଅବ୍ୟକ୍ତ ଇଶାରା:-
ଅପବିତ୍ରତାର ବୀଜକୁ ମଧ୍ୟ ସମାପ୍ତ କରି ସମ୍ପୂର୍ଣ୍ଣ ସ୍ୱଚ୍ଛ ହୁଅ । ଯେପରି ଲାଜକୁଳି ଲତାଟି କିଏ
ବି ହାତ ଲଗାଇବା ଦ୍ୱାରା ଶକ୍ତିହୀନ ହୋଇଯାଏ, ସେଥିପାଇଁ ସମୟ ଲାଗେନାହିଁ, ସେହିପରି ତୁମେମାନେ
ଗୋଟିଏ ସେକେଣ୍ଡର ଶୁଦ୍ଧ ସଂକଳ୍ପର ଶକ୍ତି ଦ୍ୱାରା ମାୟାକୁ ଲାଜକୁଳି ଲତା ଭଳି ମୁର୍ଚ୍ଛିତ
କରିଦିଅ, ନିଜର ସ୍ୱ-ସ୍ୱରୂପ, ବରଦାନୀ ସ୍ୱରୂପ ସଦା ସର୍ବଦା ସ୍ମୃତିରେ ରହିଥାଉ ଯାହା ଦ୍ୱାରା
ଅପବିତ୍ରତା ବା ବିସ୍ମୃତିର ଚିହ୍ନବର୍ଣ୍ଣ ରହିବ ନାହିଁ ।