09.10.26 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:-
ତୁମେମାନେ ଜାଣିଛ ଯେ ସବୁ ଆତ୍ମାମାନେ ବେହଦ ବାବାଙ୍କ ପାଖରେ ପଢିବେ ନାହିଁ, କିନ୍ତୁ ସାଥୀରେ
ନିଶ୍ଚିତ ଯିବେ ।”
ପ୍ରଶ୍ନ:-
ଚକ୍ରବର୍ତ୍ତୀ
ରାଜା ହେଉଥିବା ପିଲାମାନଙ୍କୁ କେଉଁ କଥା ପ୍ରତି ବହୁତ-ବହୁତ ଆଦର ଥିବ?
ଉତ୍ତର:-
ସେମାନଙ୍କୁ ପାଠପଢା ପ୍ରତି ବହୁତ ଆଦର ଥିବ । ଯେଉଁଠାରେ ବି ରୁହନ୍ତୁ କିନ୍ତୁ ପାଠ ନିଶ୍ଚିତ
ପଢିବେ । ତା ସହିତ ମିତ୍ର ସମ୍ବନ୍ଧୀମାନଙ୍କ ସହିତ ସମ୍ପର୍କ ରକ୍ଷା କରି ମଧ୍ୟ ବାବାଙ୍କୁ
ମନେପକାଇବାର ଅଭ୍ୟାସ ନିଶ୍ଚିତ କରିବେ ଏବଂ ସମସ୍ତଙ୍କୁ ଏହି ସନ୍ଦେଶ ଦେବେ ଯେ ବାବାଙ୍କୁ ମନେ
ପକାଅ ତେବେ ଶାନ୍ତିଧାମ-ସୁଖଧାମକୁ ଚାଲିଯିବ । ଏହି ଶ୍ରୀମତରେ ପୂରା ପୂରା ଚାଲୁଥିବା ପିଲାମାନେ
ହିଁ ଚକ୍ରବର୍ତ୍ତୀ ରାଜା ହୋଇଥାନ୍ତି ।
ଓମ୍ ଶାନ୍ତି ।
ବାବାଙ୍କୁ,
ସମସ୍ତ ରୁହାନୀ ପିଲାମାନଙ୍କ ସହିତ ଯେଉଁମାନେ ବି ସାରା ସୃଷ୍ଟିରେ ଜୀବ ଆତ୍ମାମାନେ ଅଛନ୍ତି, ସେ
ସମସ୍ତଙ୍କୁ ଘରକୁ ନେଇଯିବାକୁ ହିଁ ହେବ କାହିଁକି ନା ଏବେ ଅନ୍ଧକାରର ରାତ୍ରି ପୁରା ହେଉଛି ।
ପୁରୁଣା ଦୁନିଆ ପୂରା ହୋଇ ନୂଆ ଦୁନିଆ ସ୍ଥାପନା ହେଉଛି । ସେହି ଦୁନିଆ ହିଁ ରହିବ କିନ୍ତୁ ଏହା
ପୁରୁଣାରୁ ନୂଆ ହୋଇଥାଏ । ସତ୍ୟଯୁଗରେ ବାସ୍ତବିକ ଆଦି ସନାତନ ଦେବୀ ଦେବତା ଧର୍ମ ହିଁ ଥିଲା । ଏବେ
ସେହି ସୂର୍ଯ୍ୟବଂଶୀ, ଚନ୍ଦ୍ରବଂଶୀ ନାହାଁନ୍ତି । ବାବା ବୁଝାଉଛନ୍ତି ସେମାନେ ପୁନର୍ଜନ୍ମ
ନେଇ-ନେଇ ଏବେ ୮୪ ଜନ୍ମ ପୂରା କରିଛନ୍ତି । ଏହି ସମୟରେ ସମସ୍ତ ପାର୍ଟଧାରୀ ଆତ୍ମାମାନେ
ତମୋପ୍ରଧାନ ହୋଇଯାଇଛନ୍ତି । ଚାହୁଁଛନ୍ତି ମଧ୍ୟ ରାମରାଜ୍ୟ, ନୂଆ ଦୁନିଆ, ନୂଆ ଦିଲ୍ଲୀ ଦରକାର ।
ଯେପରି ପିଲାମାନେ କହିଥା’ନ୍ତି ନା - ଆମକୁ ଅମୁକ ନୂଆ ଜିନିଷ ଦରକାର । ଏକଥା ବି କହୁଛନ୍ତି ବାବା,
ନୂଆ ଦୁନିଆ ପାଇଁ ଆମକୁ ନୂଆ ବସ୍ତ୍ର ଦରକାର । ଦୀପାବଳୀରେ ଲୋକମାନେ ନୂଆ ବସ୍ତ୍ର ପିନ୍ଧିଥାନ୍ତି
। କୃଷ୍ଣ ଜୟନ୍ତୀରେ ନୂଆ ବସ୍ତ୍ର ପିନ୍ଧିବାର କୌଣସି କଥା ନାହିଁ । ବିଶେଷ ରୂପେ ଦୀପାବଳୀରେ ନୂଆ
ବସ୍ତ୍ର ପିନ୍ଧିବା ପାଇଁ କିଣାକିଣି ଆଦି ବହୁତ କରିଥାନ୍ତି । ଦୀପାବଳୀରେ ଦୀପ ଜାଳିଥାନ୍ତି ।
ତୁମର ଏବେ ଜ୍ୟୋତି ଜାଗ୍ରତ ହୋଇଛି, ତୁମକୁ ପୁଣି ଅନ୍ୟମାନଙ୍କର ମଧ୍ୟ ଜ୍ୟୋତି ଜାଗ୍ରତ କରିବାକୁ
ହେବ । ସେମାନଙ୍କର ହେଉଛି ଭକ୍ତିମାର୍ଗର ଦୀପାବଳୀ, ତୁମର ହେଲା ଜ୍ଞାନର ଦୀପାବଳୀ । ତୁମକୁ କୌଣସି
ବସ୍ତ୍ର ଆଦି ବଦଳାଇବାକୁ ପଡିବ ନାହିଁ । ତୁମର ଯେବେ ଜ୍ୟୋତି ସମ୍ପୂର୍ଣ୍ଣ ରୂପେ ଜାଗ୍ରତ ହୋଇଯିବ
ତେବେ ପୁଣି ନୂଆ ଦୁନିଆରେ ନୂଆ ବସ୍ତ୍ର ମିଳିବ । ବାବା କହୁଛନ୍ତି ମୁଁ ସମସ୍ତଙ୍କୁ ଘରକୁ ନେଇଯିବି
। କେହି ଚାହାଁନ୍ତୁ ବା ନ ଚାହାଁନ୍ତୁ । ଡାକୁଛନ୍ତି ମଧ୍ୟ - ହେ ପତିତ-ପାବନ ଆସ । ଖ୍ରୀଷ୍ଟିୟାନ୍ମାନେ
ପୁଣି କହୁଛନ୍ତି ମୁକ୍ତିଦାତା ଆସ । ସମସ୍ତେ ନିଜ ନିଜ ଭାଷାରେ ଡାକୁଛନ୍ତି । ମୁଁ କଳ୍ପ-କଳ୍ପ ଆସି
ସମସ୍ତଙ୍କୁ ନେଇଯାଉଛି । ସତ୍ୟଯୁଗରେ ତ ବହୁତ କମ୍ ମନୁଷ୍ୟ ରହିଥା’ନ୍ତି । ଏବେ ଅନେକ ଢେର
ପାର୍ଟଧାରୀ ଅଛନ୍ତି । ଏମାନେ ହେଲେ ଜୀବ ଆତ୍ମା । ଶରୀରକୁ ଜୀବ କୁହାଯାଏ । ଏପରି ନୁହେଁ କି ଜୀବ
କହୁଛି ଯେ ମୁଁ ଗୋଟିଏ ଆତ୍ମା ଛାଡି ଆଉ ଗୋଟିଏ ନେଉଛି । ନା, ଆତ୍ମା କହିଥାଏ ମୁଁ ଗୋଟିଏ ଶରୀର
ଛାଡି ଆଉ ଗୋଟିଏ ନେଇଥାଏ । କିନ୍ତୁ ଏକଥା ବି କେହି ଜାଣିନାହାଁନ୍ତି ଯେ ଆମେମାନେ ୮୪ ଜନ୍ମ ନେଉଛୁ
। ଏପରି ବି ନୁହେଁ ଯେ ସମସ୍ତଙ୍କୁ ୮୪ ଜନ୍ମ ମିଳିଥାଏ । ସମସ୍ତଙ୍କର ନିଜ-ନିଜର ହିସାବ ରହିଛି ।
ଯେଉଁମାନେ ପ୍ରଥମେ ଆସିଥାନ୍ତି ସେମାନେ ନିଶ୍ଚିତ ଅଧିକ ଜନ୍ମ ନେବେ । ଅଧିକରୁ ଅଧିକ ୮୪ ଜନ୍ମ ।
କମରୁ କମ ଗୋଟିଏ ଜନ୍ମ ବି ହୋଇଥାଏ । ଏକଥା ବାବା ଆସି ବୁଝାଉଛନ୍ତି, ସମସ୍ତଙ୍କୁ ତ ପାଠ ପଢାଇବେ
ନାହିଁ । କିନ୍ତୁ ସମସ୍ତଙ୍କୁ ସାଥିରେ ନିଶ୍ଚିତ ନେଇଯିବେ । ଡ୍ରାମାର ଯୋଜନା ଅନୁଯାୟୀ ମୁଁ ବନ୍ଧା
ହୋଇଛି ଘରକୁ ନେଇଯିବା ପାଇଁ । ଦୁନିଆ ଏକଥା ଜାଣିନାହିଁ ଯେ ପୁରୁଣା ଦୁନିଆ ବିନାଶ ହେବାର ଅଛି ।
ବାବା ଆସି ନିଶ୍ଚିତ ନୂଆ ଦୁନିଆର ସ୍ଥାପନା କରିବେ । ମନୁଷ୍ୟମାନଙ୍କୁ ରଚୟିତା ଏବଂ ରଚନାର
ଆଦି-ମଧ୍ୟ-ଅନ୍ତର ତିଳେମାତ୍ର ବି ଜ୍ଞାନ ନାହିଁ । ହଁ, ଭକ୍ତିମାର୍ଗ ବିଷୟରେ ଜଣାଅଛି ।
ଭକ୍ତିମାର୍ଗର ନୀତି-ପ୍ରଥା ଏବଂ ଜ୍ଞାନମାର୍ଗର ନୀତି-ପ୍ରଥା ବିଲ୍କୁଲ୍ ଅଲଗା ଅଟେ । ଏହା ତ
ହୋଇପାରିବ ନାହିଁ ଯେ ସତ୍ୟଯୁଗରୁ କଳିଯୁଗ ପର୍ଯ୍ୟନ୍ତ ଭକ୍ତି ହିଁ ରହିବ । ଗାୟନ ମଧ୍ୟ କରାଯାଏ
ଜ୍ଞାନ ଦିନ, ଭକ୍ତି ରାତି । ଅନ୍ଧକାର ରାତ୍ରିରେ ମନୁଷ୍ୟ ଧକ୍କା ଖାଇଥାନ୍ତି । ବାବା କହୁଛନ୍ତି
ମାଟି ଗୋଡିରେ ବି ଯାଇ ମୋତେ ଖୋଜୁଛନ୍ତି । କେହି ହନୁମାନଙ୍କର ସାକ୍ଷାତ୍କାର କରୁଛନ୍ତି, କେହି
ଗଣେଷଙ୍କର ସାକ୍ଷାତ୍କାର କରୁଛନ୍ତି । ସେମାନେ ତ ସବୁ ଭଗବାନ ନୁହଁନ୍ତି । ମୋର ନିଜର ଶରୀର ତ
ନାହିଁ । ମାୟା ରାବଣ ସମସ୍ତଙ୍କୁ ବୋକା କରିଦେଇଛି । ଭାରତବାସୀମାନଙ୍କୁ ଏକଥା ବି ଜଣାନାହିଁ ଯେ
ରାମରାଜ୍ୟ କାହାକୁ କୁହାଯାଏ । ଏକଥା ମଧ୍ୟ ତାଙ୍କ ଧ୍ୟାନରେ ଆସୁଛି ଯେ ଲକ୍ଷ୍ମୀ-ନାରାୟଣଙ୍କର
ରାଜ୍ୟ ଏହି ଦୁନିଆରେ ଥିଲା । କେବଳ କହିଦେଉଛନ୍ତି - ରାମରାଜ୍ୟ ଦରକାର । ରାମ କୌଣସି ରଘୁପତି
ରାଘବ ନୁହଁନ୍ତି । ରାମଙ୍କ ପାଇଁ ଶାସ୍ତ୍ର ଗୁଡିକରେ ବହୁତ ଓଲଟା କଥା ଲେଖି ଦେଇଛନ୍ତି ।
ମନୁଷ୍ୟମାନେ ମୃତ୍ୟୁକୁ କେତେ ଡରୁଛନ୍ତି । ଜୀବନକୁ ବଞ୍ଚାଇବା ପାଇଁ ଆଶୀର୍ବାଦ ମାଗୁଛନ୍ତି । ଏବେ
ତ ଅନେକ ମରିବେ । ସେମାନଙ୍କ ପାଇଁ କ’ଣ କହିବେ! ବାବାଙ୍କୁ ଏଥିପାଇଁ ହିଁ ଡାକିଛ ଯେ ବାବା ଆମକୁ
ପବିତ୍ର ଦୁନିଆକୁ ନେଇ ଚାଲ । ମୁଁ ଶାନ୍ତିଧାମକୁ ତୁମର ଶରୀରକୁ ତ ନେଇଯିବି ନାହିଁ । ସେଠାକୁ ତ
ଆତ୍ମାମାନେ ଯିବେ । ଏହା ତ ପୁରୁଣା ଛି-ଛି ବିକାରୀ ଶରୀର । ଏହି ସଂସାରରେ ନିଆଁ ଲାଗିବାର ଅଛି,
ସେଥିପାଇଁ ନିଆଁର ଗୋଳା ବାରୁଦ ତିଆରି କରୁଛନ୍ତି । ଏବେ ସେମାନେ କହୁଛନ୍ତି - ବମ୍ ତିଆରି କର
ନାହିଁ । ଏତିକି ବି ଜ୍ଞାନ ନାହିଁ ଯେ ଯାହାଙ୍କ ପାଖରେ ଅଧିକ ବମ୍ ଥିବ, ସିଏ ନିଶ୍ଚିତ ଶକ୍ତିଶାଳୀ
ହୋଇଯିବ । ଯଦି ବମ୍ ତିଆରି ନ କରିବେ, ତେବେ ନିଜକୁ କିପରି ବଞ୍ଚାଇ ପାରିବେ । ଯଦି ସେମାନେ ସବୁ
ବମ୍ ସମୁଦ୍ରରେ ପକାଇ ଦେବେ ତେବେ ସିଏ ମଧ୍ୟ ତିଆରି କରିବା ବନ୍ଦ କରିଦେବେ । କିନ୍ତୁ ସମୁଦ୍ରରୁ
ମଧ୍ୟ ବାଦଲ ପାଣି ନେଇଥାଏ, ଯଦି ସେହି ପାଣିର ବର୍ସା ହେବ ତେବେ ସବୁ ପ୍ରକାରର କ୍ଷତି ହୋଇଯିବ ।
କ୍ଷେତ ଆଦି ସବୁ ଜଳିଯିବ, ସେଥିପାଇଁ ଡ୍ରାମାରେ ଏହି ଉପାୟ ରଚନା କରାଯାଇଛି । ଆଗରୁ ଏହି ବମ୍ ଆଦି
ନ ଥିଲା, ଏବେ ବାହାରିଛି ସେଥିପାଇଁ ଏହିଭଳି ଆତଙ୍କ ବ୍ୟାପୁଛି । ଏବେ ତୁମେ ଜାଣୁଛ - ଏ ସବୁ
ଡ୍ରାମା ଅଟେ । ତୁମମାନଙ୍କ ମଧ୍ୟରେ ବି ଅନେକଙ୍କୁ ବିନାଶର ନିଶ୍ଚୟ ହେଉ ନାହିଁ । ଯଦି ନିଶ୍ଚୟ
ହେଉଥାନ୍ତା ତେବେ ଯୋଗରେ ବହୁତ ଭଲ ଭାବରେ ରହିଥା’ନ୍ତେ । ତେବେ ଯୋଗବଳ ଦ୍ୱାରା ବିଶ୍ୱର ବାଦଶାହୀ
ନେବାକୁ ହେବ । ତୁମର ସବୁ କିଛି ଗୁପ୍ତ ଅଟେ, ଏଠାରେ ଶିଖାଇଲା ବାଲା ବି ଗୁପ୍ତ ଅଟନ୍ତି । ତାଙ୍କୁ
ଏହି ଆଖି ଦ୍ୱାରା ଦେଖି ହୁଏ ନାହିଁ । ଏବେ ତୁମେ ଆତ୍ମାର ଅନୁଭବ କରିଛ ଯେ ମୋ ଆତ୍ମାରେ ୮୪
ଜନ୍ମର ପାର୍ଟ ଭରି ହୋଇ ରହିଛି । ମୁଁ ଆତ୍ମା ଅବିନାଶୀ ଅଟେ । ଏହା ହେଉଛି ଅତି ଗୁହ୍ୟ କଥା ।
ଖବରକାଗଜରେ ମଧ୍ୟ ବାହାରି ଥିଲା ଯେ ଆତ୍ମା କ’ଣ ଯାହାକି ଶରୀରରେ ରହିଥାଏ? ଯଦି ଏକଥା କେହି
କହିପାରିବେ ତାଙ୍କୁ ଲକ୍ଷ-ଲକ୍ଷ ଟଙ୍କା ମିଳିପାରିବ । ଆତ୍ମା କ’ଣ, କେଉଁଠାରୁ ଆସୁଛି? କିପରି
ଅଭିନୟ କରୁଛି? ଏକଥା କେହି ବି ଜାଣି ନାହାଁନ୍ତି । କେହି କେହି କହୁଛନ୍ତି ଆତ୍ମା ପାଣି ଫୋଟକା
ସଦୃଶ ଅଟେ, କେହି ପୁଣି କହୁଛନ୍ତି ବ୍ରହ୍ମ ତତ୍ତ୍ୱ ବଡ ଜ୍ୟୋତି ଅଟେ, ସେଥିରେ ଆତ୍ମାମାନେ ଲୀନ
ହୋଇଯିବେ । ଅନେକ ପ୍ରକାରର କଥା କହିଥାନ୍ତି । ତୁମେମାନେ ଜାଣିଛ ଆତ୍ମା ବିନ୍ଦୁ ସମାନ ଅଟେ ।
ଆତ୍ମାରେ ଅଭିନୟ ସବୁ ନିର୍ଦ୍ଧାରିତ ହୋଇ ରହିଛି । ଏହି ଡ୍ରାମା ଅନାଦି ପୂର୍ବ ପ୍ରସ୍ତୁତ ଅଟେ,
ତା’ର କେବେ ବିନାଶ ହେଉନାହିଁ । ଆତ୍ମା ବି ଅବିନାଶୀ ଅଟେ । ତାକୁ ସେହି ଅଭିନୟ କରିବାକୁ ହିଁ
ହେବ । ଏଥିରେ ଫରକ ଆସିପାରିବ ନାହିଁ । ଏହି ସବୁ କଥା ସେହିମାନଙ୍କ ବୁଦ୍ଧିରେ ରହିବ, ଯାହାଙ୍କର
କଳ୍ପ ପୂର୍ବରୁ ବୁଦ୍ଧିରେ ରହିଥିଲା ।
ବାବା କହୁଛନ୍ତି - ଏତେ
ଢେର ମନୁଷ୍ୟମାନଙ୍କୁ ମୁଁ କିପରି ପାଠ ପଢାଇବି । ହଁ, ପିଲାମାନେ ଏତିକି ବୁଝିବେ ଯେ ବାବା
କହୁଛନ୍ତି ମୋତେ ମନେ ପକାଅ ତେବେ ତୁମର ବିକର୍ମ ବିନାଶ ହେବ । ସମସ୍ତଙ୍କୁ ସନ୍ଦେଶ ମିଳିବ । ବାବା
ଏହି ମନ୍ତ୍ର ସମସ୍ତଙ୍କ ପାଇଁ ଦେଉଛନ୍ତି । ବାବା ବୁଝାଉଛନ୍ତି ତୁମ ପିଲାମାନଙ୍କୁ ଦୈବୀଗୁଣ ଧାରଣ
କରିବାକୁ ହେବ । ଅବଗୁଣକୁ ଛାଡିବାକୁ ହେବ । ଦେହ-ଅଭିମାନକୁ ଛାଡ । ତଥାପି ବି ଛାଡୁ ନାହାଁନ୍ତି
। ବିଚରା ସେମାନଙ୍କୁ କ’ଣ ମିଳିବ? ପରସ୍ପର ଭିତରେ ସ୍ନେହର ସହିତ ଚାଲୁ ନାହାଁନ୍ତି । ତୁମକୁ
ବହୁତ ମିଠା ହେବାକୁ ପଡିବ । ବାବା ସ୍ନେହର ସାଗର ଅଟନ୍ତି । ତୁମେ ମଧ୍ୟ ତାଙ୍କର ସନ୍ତାନ ଅଟ,
ତେବେ ତୁମକୁ ବହୁତ ସ୍ନେହୀ ହେବାକୁ ପଡିବ । କେହି କେତେ ବି କ୍ରୋଧ କରନ୍ତୁ, ସ୍ତୁତି-ନିନ୍ଦା ଆଦି
ସବୁ କିଛି ସହନ କରିବାକୁ ହେବ । କେହି ଦେବାଳିଆ ହୋଇଗଲେ ଭାବିଥାନ୍ତି - ବାବା ଏବେ ସହାୟତା କରିବେ
। ଆରେ ଏହା ତ ତୁମର କର୍ମଭୋଗ ଅଟେ, ଏହା ତ ତୁମକୁ ସହନ କରିବାକୁ ପଡିବ । ବାବା ଏଥିରେ କ’ଣ କରିବେ
। ବାବା ଆସିଛନ୍ତି ସବୁ ଆତ୍ମାମାନଙ୍କୁ ନେଇଯିବା ପାଇଁ । ଏକଥା ମଧ୍ୟ ତୁମେମାନେ ହିଁ ଜାଣିଛ ।
ଦୁନିଆରେ ସମସ୍ତେ ଘୋର ଅନ୍ଧକାରରେ ରହିଛନ୍ତି । ଭକ୍ତିମାର୍ଗରେ ନିଶ୍ଚିତ ଭକ୍ତମାନଙ୍କର ମାନ
ରହିବା ଦରକାର । ଶଙ୍କରାଚାର୍ଯ୍ୟ ଆଦି ସବୁ ଭକ୍ତ ଅଟନ୍ତି । ତାଙ୍କୁ ପବିତ୍ର ଭକ୍ତ କୁହାଯିବ ।
ଭକ୍ତିମାର୍ଗ ତ ଅଛି ନା । ଯେଉଁମାନେ ପବିତ୍ର ରହିଥାନ୍ତି, ସେମାନଙ୍କର ବଡ-ବଡ ଆଖଡା (ମଠ)
ଇତ୍ୟାଦି ତିଆରି ହୋଇଛି । ତାଙ୍କର କେତେ ମାନ ରହିଛି । ଧାର୍ମିକ ପୁସ୍ତକ ଗୁଡିକର ମଧ୍ୟ ବହୁତ
ମାନ ରହିଛି । ସେଗୁଡିକୁ ବଡ ବଡ ପରିକ୍ରମା କରାଉଛନ୍ତି । ଭକ୍ତିର ମାନ ବହୁତ ରହିଛି । ଜ୍ଞାନ
ବିଷୟରେ କାହାକୁ ବି ଜଣାନାହିଁ । ତୁମେମାନେ ଯେବେ ଦେବତା ହେଉଛ ତେବେ ତୁମର କେତେ ମହିମା ହୋଇଥାଏ
। ଏପରି କେହି ନ ଥିବେ ଯାହାର ମାତାପିତା କୌଣସି ନା କୌଣସି ମନ୍ଦିର ଆଦିକୁ ଯାଇ ନ ଥିବେ । କିଛି
ନା କିଛି ଭକ୍ତିର ଚିହ୍ନ ଘରେ ନିଶ୍ଚିତ ରହିଥାଏ । ହେ ଭଗବାନ କହିବା, ଏହା ବି ଭକ୍ତିମାର୍ଗ ଅଟେ
। ଏବେ ତୁମେମାନେ ବେହଦ ବାବାଙ୍କର ହୋଇଛ । ଇଏ ବାବା, ଇଏ ଦାଦା, ସେଥିପାଇଁ ତ୍ରିମୂର୍ତ୍ତିର
ଚିତ୍ର ଉପରେ ବୁଝାଇବା ବହୁତ ଭଲ । ଯଦିଓ କେହି କହୁଛନ୍ତି ଯେ ଦାଦାଙ୍କୁ କାହିଁକି ରଖିଛ? ଆରେ
ପ୍ରଜାପିତା ବ୍ରହ୍ମା ତ ନିଶ୍ଚିତ ଏହିଠାରେ ରହିବା ଦରକାର ନା । ଇଏ ତ କଳ୍ପବୃକ୍ଷର ତଳେ ତପସ୍ୟାରେ
ବସିଛନ୍ତି । ଗୁରୁ, ଗୋସାଇଁମାନେ ବଦଳିଥା’ନ୍ତି । କିନ୍ତୁ ଏଠାରେ ଯିଏ ମୁଖ୍ୟ ଅଟନ୍ତି ସିଏ
ସର୍ବଦା ରହିଛନ୍ତି । ଏଥିରେ ପିଲାମାନଙ୍କୁ ବହୁତ ମିଠା ହେବାକୁ ପଡିବ । ତୁମର ଚଳଣି ବହୁତ
ରାଜକୀୟ ହେବା ଦରକାର । ତୁମକୁ କମ୍ କଥା କହିବା ଦରକାର । ପ୍ରଥମେ-ପ୍ରଥମେ ବାବାଙ୍କର ପରିଚୟ
ଦେବାକୁ ହେବ । ଅଧିକ ଜ୍ଞାନ ବୁଝାଇବା ମଧ୍ୟ ଫାଲତୁ ଅଟେ । ତୁମେ ବହୁତ କମ୍ କଥା କୁହ । ତୁମେମାନେ
ମଧ୍ୟ ଭକ୍ତିମାର୍ଗରେ ବହୁତ କଥା କହିଛ, ଚିତ୍କାର କରିଛ । କେତେ ଧକ୍କା ଖାଇଛ । ଏବେ ତୁମକୁ ବହୁତ
ସରଳ ସାଧାରଣ ଭାବେ ବୁଝାଯାଉଛି - କେବଳ ବାବାଙ୍କୁ ୟାଦ କର ତେବେ ଯୋଗବଳ ଦ୍ୱାରା ବିଶ୍ୱର ମାଲିକ
ହୋଇପାରିବ । ଆଗକୁ ଗଲେ ଜଣାପଡିବ, କ୍ରମାନୁସାରେ କିଏ-କିଏ କ’ଣ ହେଉଛନ୍ତି । ପ୍ରଜାଙ୍କର ହିସାବ
ବାହାର କରିବେ ନାହିଁ । ପ୍ରଜା ତ ଲକ୍ଷ-ଲକ୍ଷ କୋଟି-କୋଟି ହୋଇଯିବେ । ଯେଉଁମାନେ ବ୍ରାହ୍ମଣ ହେବେ
ସେହିମାନେ ସୂର୍ଯ୍ୟବଂଶୀ ଚନ୍ଦ୍ରବଂଶୀ ହେବେ । ଆଗକୁ ଗଲେ ବାବାଙ୍କୁ ବହୁତ ମନେ ପକାଇ ଚାଲିବେ ।
ବହୁତ ୟାଦ କରିବାରେ ଲାଗିପଡିବେ । ଯେବେ ମୃତ୍ୟୁ ସମ୍ମୁଖକୁ ଆସିବ ତେବେ ବୈରାଗ୍ୟ ଆସିବ । ଏହା
ସେହି ମହାଭାରତ ଲଢେଇ ଅଟେ । ସବୁ ଆତ୍ମାମାନେ ହିସାବ-କିତାବ ଚୁକ୍ତ କରି ଚାଲିଯିବେ, ଏହାକୁ
ବିନାଶର ସମୟ କୁହାଯାଉଛି । ଏତେ ସବୁ ଶରୀର ବିନାଶ ହୋଇଯିବ । ପ୍ରାକୃତିକ ବିପର୍ଯ୍ୟୟ ହେବ, ଏହା
ମଧ୍ୟ ଡ୍ରାମାରେ ନିର୍ଦ୍ଧାରିତ ହୋଇ ରହିଛି । ଏହା ନୂଆ କଥା ନୁହେଁ । ଅକାଳ ପଡିବା ଯୋଗୁଁ
ମନୁଷ୍ୟ ଭୋକରେ ମରିଥାନ୍ତି ।
ବାବା ଜାଣିଛନ୍ତି ମୋର
ପିଲାମାନେ ବହୁତ ଦୁଃଖୀ ହୋଇଯାଇଛନ୍ତି । ମୁଁ ସମସ୍ତଙ୍କୁ ଦୁଃଖରୁ ମୁକ୍ତ କରି ଘରକୁ ନେଇଯିବି ।
ବାବା କହୁଛନ୍ତି - ଏମାନେ ସବୁ ପରସ୍ପର ମଧ୍ୟରେ ଲଢିବେ, ଲହୁଣୀ ତୁମକୁ ମିଳିବ ଅର୍ଥାତ୍ ସାରା
ବିଶ୍ୱର ମାଲିକ ତୁମେ ହେବ । କୃଷ୍ଣଙ୍କ ମୁଖରେ ଚନ୍ଦ୍ରମାର ସାକ୍ଷାତକାର କରୁଥିଲେ ନା । ମୁଖରେ
ଏହି ବିଶ୍ୱର ଗୋଲା ଆସିଯାଉଛି । ତୁମେମାନେ ରାଜକୁମାର-କୁମାରୀ ହେଉଛ । ସାରା ସୃଷ୍ଟି ଯେପରି
ତୁମର ହାତ ମୁଠାରେ ରହିଛି । ମୁଖରେ ବି, ହାତ ମୁଠାରେ ବି ସୃଷ୍ଟି ଦେଖାଇଥାନ୍ତି । ତେବେ
ସ୍ୱର୍ଗର ଗୋଲକ ତୁମ ମୁଖରେ ରହିଛି । ତୁମେମାନେ ଜାଣିଛ ଯେ ଯୋଗବଳ ଦ୍ୱାରା ଆମେ ବିଶ୍ୱର ମାଲିକ
ହେଉଛୁ । ଯୋଗ ଦ୍ୱାରା ସ୍ୱାସ୍ଥ୍ୟ ଏବଂ ଜ୍ଞାନ ଦ୍ୱାରା ସମ୍ପତ୍ତି ମିଳିଥାଏ । ତୁମେମାନେ
ଚକ୍ରବର୍ତ୍ତୀ ରାଜା ହେଉଛ । କିନ୍ତୁ ପିଲାମାନଙ୍କର ପାଠପଢା ପ୍ରତି ଏତେ ଖାତିରି ନାହିଁ । ଯଦିଓ
କେଉଁଆଡେ ବଦଳି ହୋଇ ଚାଲିଯାଉଛନ୍ତି କିନ୍ତୁ ବାବା କହୁଛନ୍ତି ଯେଉଁଠି ବି ରୁହ କିନ୍ତୁ ପାଠ
ନିଶ୍ଚିତ ପଢ । ପବିତ୍ର ରୁହ, ଖାଦ୍ୟ-ପାନୀୟ ଶୁଦ୍ଧ ରଖ । ସମସ୍ତଙ୍କ ସହିତ ସମ୍ପର୍କ ମଧ୍ୟ
ରଖିବାକୁ ହେବ । ଏହି ଦୁନିଆ ଦୁଃଖଦାୟୀ ଅଟେ । ମୁଖ୍ୟ ହେଉଛି କାମ ବିକାରଗ୍ରସ୍ତ ହେବା, ଏହି
ବିକାରକୁ ବହୁତ କଷ୍ଟରେ ତ୍ୟାଗ କରୁଛନ୍ତି । ଯଦି କିଛି କହିବ ତ ବିଶ୍ୱାସଘାତକ ହୋଇଯାଉଛନ୍ତି ।
ପୁଣି ଅବଳାମାନଙ୍କ ଉପରେ କେତେ ବିଘ୍ନ ଆସୁଛି । ଏହି ଆର୍ଯ୍ୟ ସମାଜୀମାନେ ତ ଏବେ ଆସିଛନ୍ତି ।
ଏମାନେ ଶେଷ ବେଳର ଶାଖା ଅଟନ୍ତି । ସେମାନେ ଦେବତାମାନଙ୍କୁ ମାନୁ ନାହାଁନ୍ତି । ମହାବୀର,
ହନୁମାନଙ୍କର ମଧ୍ୟ ନାମ ରହିଛି, ସେମାନେ ବୀରତ୍ୱ ଦେଖାଇଛନ୍ତି । ଜୈନମାନେ ମଧ୍ୟ ମହାବୀର ନାମ
ରଖିଦେଇଛନ୍ତି । ଏବେ ଏହାର ଅର୍ଥ ତ ତୁମେମାନେ ବୁଝୁଛ । ତୁମେମାନେ ମଧ୍ୟ ମହାବୀର ଅଟ, ଯେଉଁମାନେ
କି ରାବଣ ଉପରେ ବିଜୟ ପ୍ରାପ୍ତ କରୁଛ । ଏସବୁ ଯୋଗବଳର କଥା । ତୁମେମାନେ ବାବାଙ୍କୁ ମନେ ପକାଉଛ,
ଏହାଦ୍ୱାରା ତୁମର ବିକର୍ମ ବିନାଶ ହେବ । ପୁଣି ତୁମେ ଶାନ୍ତି-ସୁଖର ଦୁନିଆକୁ ଚାଲିଯିବ । ଏହି
ସନ୍ଦେଶ ସମସ୍ତଙ୍କୁ ଦେବାକୁ ହେବ । ଏହି ସ୍ଥାପନା କାର୍ଯ୍ୟ ବଡ ବିଚିତ୍ର ଅଟେ, ଏହାକୁ କେହି
ଜାଣିନାହାଁନ୍ତି । ତୁମମାନଙ୍କ ମଧ୍ୟରେ ବି କ୍ରମାନୁସାରେ ରହିଛନ୍ତି । ତୁମମାନଙ୍କ ଭିତରେ କୌଣସି
ବିକାର ରହିବା ଉଚିତ୍ ନୁହେଁ । ଆତ୍ମାକୁ ବାବା ଜ୍ଞାନ ଦେଉଛନ୍ତି । ଆତ୍ମା ବିକାରୀ ହୋଇଥାଏ, ସବୁ
କିଛି ଆତ୍ମା ହିଁ କରିଥାଏ । ତେଣୁ ଏବେ ବାବାଙ୍କର ଶ୍ରୀମତରେ ସମ୍ପୂର୍ଣ୍ଣ ରୂପେ ଚାଲିବାକୁ ହେବ
। ଯଦି ସତଗୁରୁଙ୍କ ସମ୍ମୁଖରେ ରହି ନିନ୍ଦା କରାଇଲ ତେବେ କୌଣସି ଠାବ ବା ସ୍ଥାନ ମିଳିବ ନାହିଁ ।
କୌଣସି ବି ପାପ କରିବା ଏହା ନିନ୍ଦା ହେଲା ନା । ଯଦି ଶିକ୍ଷକଙ୍କ ମତରେ ଚାଲିବ ନାହିଁ ତେବେ ଫେଲ୍
ହୋଇଯିବ । ଯଦି ଶିକ୍ଷକଙ୍କ ଠାରୁ ଶିକ୍ଷା ନେଇ ଚାଲିବ ତେବେ ସମ୍ମାନର ସହିତ ପାସ୍ ହୋଇଯିବ । ତାହା
ହଦର କଥା, ଏହା ହେଉଛି ବେହଦର କଥା । ଭଗବାନ କିଏ, ଦୁନିଆରେ ଏହି କଥା କେହି ଜାଣିନାହାଁନ୍ତି ।
ମାୟାର ମଧ୍ୟ ସତ୍ତ୍ୱ ରଜୋ ତମୋ ଅବସ୍ଥା ହୋଇଥାଏ । ଏବେ ମାୟା ବି ତମୋପ୍ରଧାନ ହୋଇଯାଇଛି । ଦେଖ
କ’ଣ-କ’ଣ ସବୁ କରୁଛନ୍ତି । ଏକଥା କାହାରି ବୁଦ୍ଧିରେ ବି ନାହିଁ ଯେ ଆମେ କେଉଁଥିରେ ନିଆଁ ଲଗାଉଛୁ
। ଏହା ମଧ୍ୟ ଡ୍ରାମାରେ ନିର୍ଦ୍ଧାରିତ ହୋଇ ରହିଛି । ଯାହା କିଛି ହୋଇଥାଏ ଡ୍ରାମା ଅନୁସାରେ
ହୋଇଥାଏ । ଯାଦବଙ୍କ ପ୍ଳାନ୍, କୌରବଙ୍କର ପ୍ଳାନ ଏବଂ ପାଣ୍ଡବଙ୍କର ପ୍ଲାନ, କଣ କଣ କରି
ଚାଲିଛନ୍ତି । ପାଣ୍ଡବମାନଙ୍କୁ ଉଚ୍ଚରୁ ଉଚ୍ଚ ପ୍ଳାନ୍ ବତାଇଲାବାଲା ହେଉଛନ୍ତି ବାବା । ନୂଆ
ଦୁନିଆରେ ଲକ୍ଷ୍ମୀ-ନାରାୟଣଙ୍କର ରାଜ୍ୟ ଥିଲା । ଏବେ ପୁରୁଣା ଦୁନିଆ ବିନାଶ ହେବାର ଅଛି ।
ସବୁଠାରୁ ପ୍ରିୟ ବାବାଙ୍କଠାରୁ ତୁମେ ସବୁଠାରୁ ପ୍ରିୟ ସନ୍ତାନମାନେ ସମ୍ପତ୍ତି ନେଉଛ । ବାବାଙ୍କ
ବିନା କେହି କହିପାରିବେ ନାହିଁ ଯେ ମୁଁ ତୁମକୁ ସାଥିରେ ନେଇଯିବି । ସେମାନେ କହୁଛନ୍ତି ଯେ ସବୁ
ପରମାତ୍ମା ହିଁ ପରମାତ୍ମା ଅଟନ୍ତି । ପୁଣି ଏପରି କଥା କେମିତି କହିପାରିବେ । ଏହି ସବୁ କଥା
ତୁମେମାନେ ହିଁ ଜାଣିଛ ଆଉ କେହି ଜାଣିନାହାଁନ୍ତି । ଆଚ୍ଛା—
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ ।
ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ବିନାଶର
ନିଧାର୍ଯ୍ୟକୁ ଜାଣି ପୁରା ପୁରା ଶ୍ରୀମତରେ ଚାଲିବାକୁ ହେବ । ଯୋଗର ବଳ ଦ୍ୱାରା ବିଶ୍ୱର ରାଜତ୍ୱ
ନେବାର ପୁରୁଷାର୍ଥ କରିବାକୁ ହେବ । ନିଜର ଜାଗ୍ରତ ହୋଇଥିବା ଜ୍ୟୋତି ଦ୍ୱାରା ସମସ୍ତଙ୍କର
ଜ୍ୟୋତିକୁ ଜାଗ୍ରତ କରି ବା ଜଳାଇ ପ୍ରକୃତ ଦୀପାବଳୀ ପାଳନ କରିବାକୁ ହେବ ।
(୨) ସ୍ତୁତି-ନିନ୍ଦା ସବୁ
କିଛି ସହନ କରି ବାବାଙ୍କ ସମାନ ପ୍ରେମର ସାଗର ହେବାକୁ ପଡିବ । ଚାଲିଚଳଣକୁ ବହୁତ ରାଜକୀୟ ଅର୍ଥାତ୍
ମାର୍ଜିତ କରିବାକୁ ହେବ । କଥାବାର୍ତ୍ତା ବହୁତ କମ କରିବାକୁ ହେବ ।
ବରଦାନ:-
ଯଥା ସମୟରେ
ପ୍ରତ୍ୟେକ ଗୁଣକୁ ବା ଶକ୍ତିକୁ ବ୍ୟବହାର କରୁଥିବା ଅନୁଭବୀ ମୂରତ ଭବ ।
ବ୍ରାହ୍ମଣ ଜୀବନର
ବିଶେଷତା ହେଲା ଅନୁଭବ । ଯଦି କୌଣସି ଗୋଟିଏ ବି ଶକ୍ତିର ବା ଗୁଣର ଅନୁଭୂତି ହେଉନାହିଁ ତେବେ କେବେ
ନା କେବେ ବିଘ୍ନର ବଶୀଭୂତ ହୋଇଯିବ । ତେଣୁ ଏବେ ଅନୁଭୂତି କରିବାର ପାଠପଢା ଆରମ୍ଭ କର ।
ପ୍ରତ୍ୟେକ ଗୁଣ ବା ଶକ୍ତିରୂପକ ସମ୍ପତ୍ତିକୁ ବ୍ୟବହାର କର ଅର୍ଥାତ୍ କାର୍ଯ୍ୟରେ ଲଗାଅ । ଯେଉଁ
ସମୟରେ ଯେଉଁ ଗୁଣର ଆବଶ୍ୟକତା ରହିଛି ସେହି ସମୟରେ ତା’ର ସ୍ୱରୂପ ହୋଇଯାଅ । କେବଳ ଜ୍ଞାନ ହିସାବରେ
ତାକୁ ବୁଦ୍ଧି ରୂପକ ଲକର ଭିତରେ ସାଇତି ରଖ ନାହିଁ, କାର୍ଯ୍ୟରେ ଲଗାଅ ତେବେ ଯାଇ ବିଜୟୀ
ହୋଇପାରିବ ଏବଂ ବାଃ ରେ ମୁଁ ଗୀତ ସର୍ବଦା ଗାଇ ଚାଲିବ ।
ସ୍ଲୋଗାନ:-
କୋମଳତାର
ସଂକଳ୍ପକୁ ସମାପ୍ତ କରି ଶକ୍ତିଶାଳୀ ସଂକଳ୍ପର ରଚନା କରୁଥିବା ଆତ୍ମାମାନେ ହିଁ ଡବଲ ଲାଇଟ୍
ରହିଥାଆନ୍ତି ।
ଅବ୍ୟକ୍ତ ଈଶାରା:-
ପରୋପକାରର ଭାବନାରେ ସମ୍ପନ୍ନ ହୋଇ ଅପକାରୀର ମଧ୍ୟ ଉପକାର କର ।
ଯେଉଁମାନେ ନିଜ ପାଇଁ
ଇଚ୍ଛା ମାତ୍ରର ଅବିଦ୍ୟା ଅଟନ୍ତି, ଅଖଣ୍ଡ ଦାନୀ ଅଟନ୍ତି, ସେହିମାନେ ହିଁ ପରୋପକାରୀ ଅଟନ୍ତି ।
ଯେପରି ବାବା ନିଜର ବ୍ୟକ୍ତିଗତ ସମୟକୁ ମଧ୍ୟ ସେବାରେ ଲଗାଇ ଦେଇଥିଲେ । ନିଜେ ନମ୍ର ହୋଇ
ପିଲାମାନଙ୍କୁ ସମ୍ମାନ ଦେଇଥିଲେ । ପ୍ରଥମେ ପିଲାମାନେ - କାମ ନିଜର କିନ୍ତୁ ନାମ ପିଲାମାନଙ୍କର ।
କାମ କରିବା ପରେ ନାମ ବିଖ୍ୟାତ କରାଇବାର ଇଚ୍ଛାକୁ ମଧ୍ୟ ତ୍ୟାଗ କରିଥିଲେ ଅର୍ଥାତ୍ ନାମରେ ମଧ୍ୟ
ପରୋପକାରୀ ହୋଇଥିଲେ । ସେହିଭଳି ନିଜର ପିତାଙ୍କୁ ଅନୁକରଣ କର ।