10.01.26 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ତୁମର
ଯୋଗର ଯାତ୍ରା ବିଲକୁଲ୍ ଗୁପ୍ତ, ତୁମ୍ଭେମାନେ ଏବେ ମୁକ୍ତିଧାମ ଯିବା ପାଇଁ ଯାତ୍ରା କରୁଛ”
ପ୍ରଶ୍ନ:-
ସ୍ଥୂଳଲୋକ
ନିବାସୀରୁ ସୂକ୍ଷ୍ମଲୋକ ନିବାସୀ ଫରିସ୍ତା ହେବାର ପୁରୁଷାର୍ଥ କ’ଣ?
ଉତ୍ତର:-
ଯଦି ସୂକ୍ଷ୍ମଲୋକ ନିବାସୀ ଫରିସ୍ତା ହେବାର ଅଛି ତେବେ ଆତ୍ମିକ ସେବାରେ ନିଜର ଅସ୍ଥିକୁ ମଧ୍ୟ
ସ୍ୱାହା କର ଅର୍ଥାତ୍ ଶରୀର, ମନ, ଧନ, ସମୟ, ସଂକଳ୍ପ ସବୁ କିଛି ସ୍ୱାହା କର । ଅସ୍ଥିକୁ ସ୍ୱାହା
କରିବା ବିନା କେବେ ବି ଫରିସ୍ତା ହୋଇପାରିବ ନାହିଁ କାହିଁକି ନା ଫରିସ୍ତାମାନଙ୍କର ହାଡ-ମାଂସର
ଶରୀର ନ ଥାଏ । ଏହି ବେହଦ ସେବାରେ ଦଧୀଚି ଋଷିଙ୍କ ଭଳି ନିଜର ଅସ୍ଥିକୁ ମଧ୍ୟ ସ୍ୱାହା କରିବାକୁ
ହେବ, ତେବେ ଯାଇ ବ୍ୟକ୍ତରୁ ଅବ୍ୟକ୍ତ ହୋଇପାରିବ ।
ଗୀତ:-
ଧୀରଜ ଧର୍ ମନୁଆ...
ଓମ୍ ଶାନ୍ତି ।
ସନ୍ତାନମାନଙ୍କୁ ଏହି ଗୀତରୁ ଇଙ୍ଗିତ ମିଳିଲା ଯେ, ଧୈର୍ଯ୍ୟ ଧର । ସନ୍ତାନମାନେ ଜାଣିଛନ୍ତି, ଆମେ
ଶ୍ରୀମତ ଆଧାରରେ ପୁରୁଷାର୍ଥ କରୁଛୁ ଏବଂ ଏହି ଗୁପ୍ତ ଯୋଗର ଯାତ୍ରାରେ ଅଛୁ । ସେହି ଯାତ୍ରା ତ
ନିଜର ସମୟ ଅନୁସାରେ ଶେଷ ହୋଇଥାଏ । ମୁଖ୍ୟ ହେଉଛି ଏହି ଯାତ୍ରା, ଯାହାକୁ ତୁମମାନଙ୍କ ବିନା ଆଉ
କେହି ଜାଣି ନାହାଁନ୍ତି । ଏବେ ଯାତ୍ରା ନିଶ୍ଚିତ କରିବାକୁ ହେବ ଏବଂ ନେଇଯିବା ପାଇଁ ପଣ୍ଡା ମଧ୍ୟ
ଦରକାର । ଏହାଙ୍କର ନାମ ମଧ୍ୟ ପାଣ୍ଡବ ସେନା ରଖାଯାଇଛି । ଏମାନେ ଏବେ ଯାତ୍ରା କରୁଛନ୍ତି । ଏଥିରେ
ସ୍ଥୂଳ ଲଢେଇର କୌଣସି କଥା ନାହିଁ । ଏଠାରେ ପ୍ରତ୍ୟେକ କଥା ଗୁପ୍ତ । ଏହି ଯାତ୍ରା ମଧ୍ୟ ବହୁତ
ଗୁପ୍ତ । ଶାସ୍ତ୍ରରେ ମଧ୍ୟ ବର୍ଣ୍ଣିତ ଅଛି - ବାବା କହୁଛନ୍ତି ମୋତେ ମନେପକାଇଲେ ମୋ ପାଖରେ ଆସି
ପହଞ୍ଚିଯିବ । ତେବେ ଏହା ଯାତ୍ରା ହେଲା ନା । ବାବା ସବୁ ଶାସ୍ତ୍ରର ସାରାଂଶକୁ ଶୁଣାଉଛନ୍ତି । ସେ
ସବୁକୁ ବାସ୍ତବରେ କାର୍ଯ୍ୟରେ ପରିଣତ କରୁଛନ୍ତି । ଆତ୍ମାମାନଙ୍କୁ ଏବେ ଆମର ନିର୍ବାଣଧାମକୁ
ଯାତ୍ରା କରିବାକୁ ହେବ । ଏହି ସବୁ କଥାକୁ ବିଚାର କରିଲେ ବୁଝିପାରିବ । ଏହା ହେଉଛି ମୁକ୍ତିଧାମର
ସତ୍ୟ ଯାତ୍ରା । ମୁକ୍ତିଧାମ ଯିବା ପାଇଁ ସମସ୍ତେ ଚାହାଁନ୍ତି । ତେବେ ଏହି ଯାତ୍ରା କରିବା ପାଇଁ
କେହି ମୁକ୍ତିଧାମର ରାସ୍ତା ଦେଖାଇବା ଦରକାର । କିନ୍ତୁ ବାବା ତ ନିଜ ସମୟ ଅନୁସାରେ ନିଜେ ଆସନ୍ତି,
ଯେଉଁ ସମୟକୁ କେହି ବି ଜାଣି ନାହାଁନ୍ତି । ଏ କଥା ବାବା ଏଠାକୁ ଆସି ବୁଝାଉଛନ୍ତି, ତେଣୁ
ପିଲାମାନଙ୍କୁ ନିଶ୍ଚୟ ହେଉଛି । ପ୍ରକୃତରେ ଏହା ହେଉଛି ସତ୍ୟ ଯାତ୍ରା, ଯାହାର ଗାୟନ ରହିଛି ଏବଂ
ଏହି ଯାତ୍ରା ଭଗବାନ ସ୍ୱୟଂ ଶିଖାଇଥିଲେ । ମନ୍ମନାଭବ, ମଧ୍ୟାଜୀ ଭବ । ଏହି ଅକ୍ଷର ମଧ୍ୟ
ତୁମମାନଙ୍କର ବହୁତ କାମରେ ଆସେ । ମାତ୍ର ଏ କଥା କିଏ କହିଥିଲେ? ଏହି ଭୁଲ କରି ଦେଇଛନ୍ତି । ସିଏ
କହିଛନ୍ତି ଦେହ ସହିତ ଦେହର ସବୁ ସମ୍ବନ୍ଧକୁ ଭୁଲି ଯାଅ । ୟା’ଙ୍କର ଅର୍ଥାତ୍ ବ୍ରହ୍ମାବାବାଙ୍କର
ମଧ୍ୟ ଦେହ ଅଛି । ୟା’ଙ୍କୁ ଯିଏ ବୁଝାଉଛନ୍ତି ସେ ମଧ୍ୟ ଅଲଗା ଅଟନ୍ତି, ଯାହାଙ୍କର ନିଜର ଦେହ ନାହିଁ,
ସେଇ ବାବା ହେଉଛନ୍ତି ବିଚିତ୍ର, ତାଙ୍କର କୌଣସି ଚିତ୍ର ନାହିଁ, ଆଉ ତ ସମସ୍ତଙ୍କର ଚିତ୍ର ଅର୍ଥାତ୍
ଶରୀର ରହିଛି । ସାରା ଦୁନିଆ ହେଉଛି ଏକ ଚିତ୍ରଶାଳା । ବିଚିତ୍ର ଏବଂ ଚିତ୍ର ଅର୍ଥାତ୍ ଜୀବ ଏବଂ
ଆତ୍ମାର ଏହି ମନୁଷ୍ୟ ସ୍ୱରୂପ ତିଆରି ହୋଇଛି । ଶିବବାବା ହେଉଛନ୍ତି ବିଚିତ୍ର । ସିଏ ବୁଝାଉଛନ୍ତି
ଯେ ମୋତେ ଏଇ ଚିତ୍ର ଅର୍ଥାତ୍ ଶରୀରର ଆଧାର ନେବାକୁ ପଡେ । ଯାହାକି ଶାସ୍ତ୍ରରେ ମଧ୍ୟ ବର୍ଣ୍ଣିତ
ଅଛି ମହାଭାରତ ଯୁଦ୍ଧ ସମୟରେ ଭଗବାନ ଏହିଭଳି କହିଥିଲେ, ରାଜଯୋଗ ମଧ୍ୟ ଶିଖାଇଥିଲେ ଏବଂ ନିଶ୍ଚିତ
ଭାବରେ ରାଜତ୍ୱର ସ୍ଥାପନା ହୋଇଥିଲା । ଏବେ ତ’ କୌଣସି ରାଜତ୍ୱ ନାହିଁ । ଭଗବାନ ହିଁ ନୂଆ ଦୁନିଆ
ପାଇଁ ରାଜଯୋଗ ଶିଖାଇଥିଲେ କାହିଁକି ନା ବିନାଶ ସମ୍ମୁଖରେ ଥିଲା । ତେବେ ବୁଝାଯାଇଛି, ଯେତେବେଳେ
ସ୍ୱର୍ଗର ସ୍ଥାପନା ହୋଇଥିଲା ସେତେବେଳେ ଏପରି ହୋଇଥିଲା ଏବଂ ସେହି ଲକ୍ଷ୍ମୀ-ନାରାୟଣଙ୍କ ରାଜ୍ୟର
ସ୍ଥାପନା ହୋଇଥିଲା । ଏବେ ତୁମମାନଙ୍କର ବୁଦ୍ଧିରେ ଅଛି ଯେ, ଏଠାରେ ପ୍ରଥମେ ସତ୍ୟଯୁଗ ଥିଲା, ଏବେ
କଳିଯୁଗ ଅଛି । ପୁଣି ବାବା ସେହି କଥା ବୁଝାଉଛନ୍ତି । ଏପରି ତ’ କେହି କହିପାରିବେ ନାହିଁ ଯେ,
ମୁଁ ତୁମମାନଙ୍କୁ ଘରକୁ ନେଇଯିବା ପାଇଁ ପରମଧାମରୁ ଆସିଛି । ଏକଥା କେବଳ ପରମପିତା ପରମାତ୍ମା
ବ୍ରହ୍ମାଙ୍କ ମାଧ୍ୟମରେ ହିଁ କହିପାରିବେ, ଆଉ କାହା ଦ୍ୱାରା କହିପାରିବେ ନାହିଁ । ସୁକ୍ଷ୍ମଲୋକରେ
ବ୍ରହ୍ମା-ବିଷ୍ଣୁ-ଶଙ୍କର ଅଛନ୍ତି । ବାବା ବ୍ରହ୍ମାଙ୍କ ପାଇଁ ମଧ୍ୟ କହିଛନ୍ତି ଯେ, ସିଏ ହେଉଛନ୍ତି
ଅବ୍ୟକ୍ତ ବ୍ରହ୍ମା, ଇଏ ହେଲେ ବ୍ୟକ୍ତ ବ୍ରହ୍ମା । ତୁମେମାନେ ଏବେ ଫରିସ୍ତା ହେବାକୁ ଯାଉଛ ।
ଫରିସ୍ତା ସ୍ଥୂଳ ଲୋକରେ ନ ଥା’ନ୍ତି । ସେମାନଙ୍କର ହାଡ-ମାଂସ ନ ଥାଏ । କାରଣ ସେମାନେ ଏଇଠି ଏହି
ଆଧ୍ୟାତ୍ମିକ ସେବାରେ ନିଜର ଅସ୍ଥି ଆଦି ସ୍ୱାହା କରିଦିଅନ୍ତି ଅର୍ଥାତ୍ ନିଜର ଶରୀର ମନ, ଧନ, ସମୟ,
ସଂକଳ୍ପ ସବୁ କିଛି ସ୍ୱାହା କରିଦିଅନ୍ତି । ତା’ ପରେ ଫରିସ୍ତା ହୋଇଯାଆନ୍ତି । ଏବେ ତ’ ଅସ୍ଥି ଅଛି
ନା । ଏହା ମଧ୍ୟ ଲେଖା ହୋଇଛି - ନିଜର ଅସ୍ଥିକୁ ମଧ୍ୟ ସେବାରେ ଦେଇ ଦେଲେ ଅର୍ଥାତ୍ ନିଜର ଅସ୍ଥି
ସବୁ ଖଲାସ କରିଦେଇଥା’ନ୍ତି । ଏବେ ସ୍ଥୂଳଲୋକରୁ ସୂକ୍ଷ୍ମଲୋକ ନିବାସୀ ହେବାକୁ ପଡିବ । ତେବେ
ଏଠାରେ ଆମେ ସବୁକିଛି ସ୍ୱାହା କରି ସୂକ୍ଷ୍ମ ଅର୍ଥାତ୍ ଫରିସ୍ତା ହୋଇଯାଉଛୁ । ଏହି ସେବାରେ ନିଜର
ସବୁ କିଛି ସ୍ୱାହା କରିବାକୁ ହେବ । ବାବାଙ୍କ ସ୍ମୃତିରେ ରହି-ରହି ଫରିସ୍ତା ହୋଇଯିବା । ଗାୟନ
ମଧ୍ୟ ଅଛି - ମିରୁଆ ମୌତ୍ ମଲୁକା ଶିକାର ଅର୍ଥାତ୍ କାହାର ପୁଷ ମାସ ତ କାହାର ସର୍ବନାଶ ।
ଫରିସ୍ତାମାନଙ୍କୁ ମଲୁକ କୁହାଯାଏ । ତୁମେମାନେ ମନୁଷ୍ୟରୁ ଫରିସ୍ତା ହେବାକୁ ଯାଉଛ । ତୁମମାନଙ୍କୁ
ଏବେ ଦେବତା କୁହାଯିବ ନାହିଁ । ଏଠାରେ ତ ତୁମର ଶରୀର ଅଛି ନା । ସୂକ୍ଷ୍ମଲୋକର ବର୍ଣ୍ଣନା ଏବେ
ହିଁ ହୋଇଥାଏ । ଯୋଗଯୁକ୍ତ ଅବସ୍ଥାରେ ରହି ରହି ଫରିସ୍ତା ହୋଇଯାଆନ୍ତି । ଅନ୍ତିମ ସମୟରେ ତୁମେମାନେ
ଫରିସ୍ତା ହୋଇଯିବ । ତୁମକୁ ସବୁକିଛି ସାକ୍ଷାତ୍କାର ହେବ ଏବଂ ଖୁସି ମିଳିବ । ମନୁଷ୍ୟ ତ କାଳର
ଶିକାର ହୋଇଯିବେ । ତୁମମାନଙ୍କ ଭିତରେ ଯେଉଁମାନେ ମହାବୀର ଅଛନ୍ତି, ସେମାନେ ତ ସ୍ଥିର ରହିବେ ।
ବାକି ଆଗକୁ କ’ଣ କ’ଣ ସବୁ ହେବ! ବିନାଶର ଦୃଶ୍ୟ ତ ନିଶ୍ଚିତ ଦେଖିବାକୁ ମିଳିବ । ଅର୍ଜୁନଙ୍କୁ
ବିନାଶର ସାକ୍ଷାତ୍କାର ହେଲା । ଜଣେ ଅର୍ଜୁନଙ୍କ କଥା ନୁହେଁ । ତୁମମାନଙ୍କୁ ବିନାଶ ଏବଂ
ସ୍ଥାପନାର ସାକ୍ଷାତ୍କାର ହେଉଛି । ପ୍ରଥମେ ବ୍ରହ୍ମାବାବାଙ୍କୁ ମଧ୍ୟ ବିନାଶର ସାକ୍ଷାତ୍କାର
ହୋଇଥିଲା । କିନ୍ତୁ ସେ ସମୟରେ ଜ୍ଞାନ କିଛି ନ ଥିଲା । କେବଳ ଏତିକି ଦେଖିଲେ ଯେ, ସୃଷ୍ଟିର
ବିନାଶ ହେଉଛି । ପୁଣି ଚତୁର୍ଭୂଜଙ୍କର ସାକ୍ଷାତ୍କାର ହେଲା । ବୁଝିବାକୁ ଲାଗିଲେ ଯେ ଏହା ତ’
ବହୁତ ବଢିଆ । ବିନାଶ ପରେ ମୁଁ ବିଶ୍ୱର ମାଲିକ ହେବି, ତେଣୁ ଖୁସି ଆସିଗଲା । ଦୁନିଆ ଏ କଥା ଜାଣି
ନାହିଁ ଯେ, ବିନାଶ ହେବା ମଧ୍ୟ ବହୁତ ଭଲ । ଶାନ୍ତି ପାଇଁ କେତେ ପ୍ରଯତ୍ନ କରୁଛନ୍ତି କିନ୍ତୁ
ଶେଷରେ ବିନାଶ ତ ହେବାର ଅଛି । ସମସ୍ତେ ଡାକୁଛନ୍ତି, ହେ ପତିତ-ପାବନ ଆସ, ତେଣୁ ବାବା ନିଶ୍ଚିତ
ଆସିବେ ଏବଂ ଏଠାକୁ ଆସି ପାବନ ଦୁନିଆର ସ୍ଥାପନା କରିବେ, ଯେଉଁଠାରେ ଆମେମାନେ ରାଜତ୍ୱ କରିବା ।
ତେବେ ଏହା ଭଲ କଥା ନା । ପତିତ-ପାବନଙ୍କୁ କାହିଁକି ମନେପକାଉଛନ୍ତି? କାହିଁକି ନା ଏଠାରେ ଦୁଃଖ
ଅଛି । ଦେବତାମାନେ ପାବନ ଦୁନିଆରେ ଥା’ନ୍ତି, ପତିତ ଦୁନିଆରେ ତ ଦେବତାମାନଙ୍କର ପାଦ ମଧ୍ୟ
ପଡିପାରିବ ନାହିଁ । ତେଣୁ ନିଶ୍ଚିତ ଭାବରେ ପତିତ ଦୁନିଆର ବିନାଶ ହେବା ଉଚିତ୍ । ଗାୟନ ମଧ୍ୟ ଅଛି
ଯେ ମହାବିନାଶ ହେଲା । ତା’ ପରେ କ’ଣ ହୁଏ? ଗୋଟିଏ ଧର୍ମର ସ୍ଥାପନା, ତାହା ତ ଏହିପରି ହେବ ନା ।
ଏହିଠାରେ ହିଁ ରାଜଯୋଗ ଶିଖିବେ । ଦୁନିଆର ବିନାଶ ହେବ, ବାକି ଭାରତରେ କିଏ ରହିବ? ଯେଉଁମାନେ
ରାଜଯୋଗ ଶିଖୁଛନ୍ତି, ଅନ୍ୟମାନଙ୍କୁ ଜ୍ଞାନ ଦେଉଛନ୍ତି, ସେହିମାନେ ରହିବେ । ବାକି ବିନାଶ ତ
ସମସ୍ତଙ୍କର ହେବାର ଅଛି, ଏଥିରେ ଡରିବାର କିଛି କଥା ନାହିଁ । ପତିତ-ପାବନଙ୍କୁ ଡାକୁଛନ୍ତି, ତେଣୁ
ସିଏ ଆସୁଛନ୍ତି, ତେବେ ଖୁସି ହେବା ଉଚିତ୍ ନା । ବାବା କହୁଛନ୍ତି ବିକାରଗ୍ରସ୍ତ ହୁଅ ନାହିଁ । ଏହି
ବିକାର ଉପରେ ବିଜୟୀ ହୁଅ ଅର୍ଥାତ୍ ଏହି ବିକାରର ଦାନ ଦେଇ ଦିଅ, ତେବେ ଗ୍ରହଣ ଛାଡିଯିବ । ଭାରତର
ଗ୍ରହଣ ନିଶ୍ଚିତ ଛାଡେ । କାରଣ କଳାରୁ ଗୋରା ହେବାକୁ ପଡିବ । ସତ୍ୟଯୁଗରେ ପବିତ୍ର ଦେବତାମାନେ
ଥିଲେ, ନିଶ୍ଚିତ ରୂପେ ସେମାନେ ଏହିଠାରେ ହିଁ ଦେବତା ହୋଇଥିବେ ।
ତୁମେମାନେ ଜାଣୁଛ ଯେ ଆମେ ଶ୍ରୀମତ ଆଧାରରେ ନିର୍ବିକାରୀ ହେଉଛୁ । ଭଗବାନୁବାଚ, ଏହା ହେଉଛି
ଗୁପ୍ତ । ଶ୍ରୀମତରେ ଚାଲି ତୁମେମାନେ ରାଜତ୍ୱ ନେଉଛ । ବାବା କହୁଛନ୍ତି ତୁମେମାନେ ନରରୁ ନାରାୟଣ
ହେବାକୁ ଯାଉଛ । ଗୋଟିଏ ସେକେଣ୍ଡରେ ରାଜତ୍ୱ ମିଳିଯିବ । ଆରମ୍ଭରେ କନ୍ୟାମାନେ ୪-୫ ଦିନ
ପର୍ଯ୍ୟନ୍ତ ଧ୍ୟାନ ଅବସ୍ଥାରେ ବୈକୁଣ୍ଠରେ ଯାଇ ରହୁଥିଲେ । ଶିବବାବା ଆସି ପିଲାମାନଙ୍କୁ
ବୈକୁଣ୍ଠର ମଧ୍ୟ ସାକ୍ଷାତ୍କାର କରାଉଥିଲେ । ଦେବତାମାନେ କେତେ ଆଡମ୍ବରର ସହିତ ଯିବା ଆସିବା
କରିବାର ମଧ୍ୟ ଦେଖୁଥିଲେ । ତେଣୁ ପିଲାମାନେ ମଧ୍ୟ ହୃଦୟଙ୍ଗମ କରୁଛନ୍ତି ଯେ ପ୍ରକୃତରେ ବାବା
ଗୁପ୍ତ ବେଶରେ ଆସି ଆମକୁ ବୁଝାଉଛନ୍ତି । ସିଏ ବ୍ରହ୍ମାଙ୍କ ଶରୀରରେ ଆସନ୍ତି । ତେବେ ବ୍ରହ୍ମାଙ୍କ
ଶରୀର ତ ଏଇଠି ଦରକାର ନା । ପ୍ରଜାପିତା ବ୍ରହ୍ମାଙ୍କ ଦ୍ୱାରା ସ୍ଥାପନା । ବାବା ବୁଝାଇଛନ୍ତି,
ଯିଏ ଆସିଲେ ତାଙ୍କୁ ପଚାର, କାହା ପାଖକୁ ଆସିଛ? କହିବେ ବି.କେ.ଙ୍କ ପାଖକୁ । ଆଚ୍ଛା ବ୍ରହ୍ମାଙ୍କ
ନାମ କେବେ ଶୁଣିଛ? ପ୍ରଜାପିତା ଅଟନ୍ତି ନା । ଆମେ ସମସ୍ତେ ତାଙ୍କର ହୋଇଛୁ । ନିଶ୍ଚିତ ଆଗରୁ
ମଧ୍ୟ ହୋଇଥିଲେ । ବ୍ରହ୍ମାଙ୍କ ଦ୍ୱାରା ସ୍ଥାପନା, ତେଣୁ ସାଥିରେ ବ୍ରାହ୍ମଣ ମଧ୍ୟ ଦରକାର । ବାବା
ବ୍ରହ୍ମାଙ୍କ ଦ୍ୱାରା କାହାକୁ ବୁଝାଉଛନ୍ତି? ଶୁଦ୍ରମାନଙ୍କୁ ତ’ ବୁଝାଇବେ ନାହିଁ । ଆମେମାନେ
ହେଉଛୁ ବ୍ରହ୍ମାମୁଖବଂଶାବଳୀ ବ୍ରାହ୍ମଣ, ଶିବବାବା ଆମକୁ ବ୍ରହ୍ମାଙ୍କ ଦ୍ୱାରା ଆପଣାର କରିଛନ୍ତି
। ବ୍ରହ୍ମାକୁମାର-କୁମାରୀମାନେ ବହୁତ ଅଛନ୍ତି, ଅନେକ ସେଣ୍ଟର ରହିଛି । ସବୁଠାରେ
ବ୍ରହ୍ମାକୁମାରୀମାନେ ପାଠ ପଢାଉଛନ୍ତି । ଏଠି ଆମମାନଙ୍କୁ ଦାଦା (ଜେଜେବାପା)ଙ୍କର ବର୍ସା ମିଳୁଛି
। ଭଗବାନୁବାଚ, ମୁଁ ତୁମମାନଙ୍କୁ ରାଜଯୋଗ ଶିଖାଉଛି । ସିଏ ହେଲେ ନିରାକାର ତେଣୁ ୟା’ଙ୍କ ଶରୀରର
ଆଧାର ନେଇ ଆମମାନଙ୍କୁ ଜ୍ଞାନ ଶୁଣାଉଛନ୍ତି । ପ୍ରଜାପିତାଙ୍କର ତ ସମସ୍ତେ ସନ୍ତାନ ଅଟନ୍ତି ନା!
ଆମେ ହେଉଛୁ ପ୍ରଜାପିତା ବ୍ରହ୍ମାକୁମାର-କୁମାରୀ । ଶିବବାବା ହେଉଛନ୍ତି ଜେଜେବାପା । ସିଏ ଆମକୁ
ପୋଷ୍ୟ କରିଛନ୍ତି । ତୁମେ ଜାଣୁଛ ଆମେ ବ୍ରହ୍ମାଙ୍କ ଦ୍ୱାରା ଜେଜେବାପାଙ୍କଠାରୁ ପଢୁଛୁ । ଏଇ
ଲକ୍ଷ୍ମୀ-ନାରାୟଣ ଉଭୟେ ସ୍ୱର୍ଗର ମାଲିକ ଅଟନ୍ତି ନା । ଉଚ୍ଚରୁ ଉଚ୍ଚ ନିରାକାର ହିଁ ଭଗବାନ
ଅଟନ୍ତି ନା । ସନ୍ତାନମାନଙ୍କର ବହୁତ ଭଲ ଧାରଣା ହେବା ଉଚିତ୍ । ସର୍ବ ପ୍ରଥମେ ବୁଝାଅ ଯେ
ଭକ୍ତିମାର୍ଗରେ ଦୁଇଜଣ ପିତା ଅଛନ୍ତି । ସ୍ୱର୍ଗରେ ଅର୍ଥାତ୍ ସତ୍ୟଯୁଗରେ କେବଳ ଜଣେ । ପାରଲୌକିକ
ପିତାଙ୍କ ଦ୍ୱାରା ରାଜତ୍ୱ ମିଳିଗଲା ପୁଣି ସେଠାରେ କାହିଁକି ତାଙ୍କୁ ମନେପକାଇବା । ସେଠାରେ ଦୁଃଖ
ହିଁ ନାହିଁ ଯାହାକି ମନେପକାଇବାକୁ ପଡିବ । ଦୁଃଖହର୍ତ୍ତା, ସୁଖକର୍ତ୍ତା ବୋଲି ଗାୟନ ରହିଛି ନା ।
ତାହା ହେଉଛି ବର୍ତ୍ତମାନର କଥା । ଯାହା ଅତ୍ରିକାନ୍ତ ହୋଇଯାଏ ତାହାର ଗାୟନ ହୁଏ । ତେବେ ଜଣଙ୍କର
ହିଁ ମହିମା ରହିଛି । ସେଇ ଏକମାତ୍ର ବାବା ହିଁ ଆସି ପତିତମାନଙ୍କୁ ପାବନ କରୁଛନ୍ତି । କିନ୍ତୁ
ମନୁଷ୍ୟ କ’ଣ ଏ କଥା ବୁଝୁଛନ୍ତି । ସେମାନେ ତ’ ବିତି ଯାଇଥିବା କଥାକୁ ବସି ଲେଖୁଛନ୍ତି ।
ତୁମେମାନେ ଏବେ ବୁଝିପାରୁଛ - ପ୍ରକୃତରେ ବାବା ହିଁ ଆସି ରାଜଯୋଗର ଶିକ୍ଷା ଦେଉଛନ୍ତି, ଯାହା
ଦ୍ୱାରା ରାଜ୍ୟ ମିଳୁଛି । ପୁଣି ୮୪ ଜନ୍ମର ଚକ୍ରରେ ଆସୁଛନ୍ତି । ଏବେ ଆମେମାନେ ପାଠ ପଢୁଛୁ, ପୁଣି
୨୧ ଜନ୍ମ ପର୍ଯ୍ୟନ୍ତ ରାଜ୍ୟ କରିବା, ଏହିପରି ଦେବତା ହେବା । କଳ୍ପ ପୂର୍ବରୁ ମଧ୍ୟ ଏପରି ହୋଇଥିଲୁ
। ବୁଝିପାରୁଛ ଯେ ଆମେମାନେ ହିଁ ପୂରା ୮୪ ଜନ୍ମର ଚକ୍ର ଲଗାଇଲୁ । ଏବେ ପୁଣି
ସତ୍ୟଯୁଗ-ତ୍ରେତାଯୁଗକୁ ଯିବା । ସେଥିପାଇଁ ବାବା ପଚାରୁଛନ୍ତି, ପୁର୍ବରୁ କେତେ ଥର ବାବାଙ୍କ
ସହିତ ମିଶିଛ? ଏହା ବାସ୍ତବିକ କଥା ନା! ଯଦି ନୂଆ କେହି ବି ଶୁଣିବେ ତେବେ ବୁଝିଯିବେ ଯେ, ୮୪
ଜନ୍ମର ଚକ୍ର ନିଶ୍ଚିତ ଅଛି । ଯେଉଁମାନେ ପ୍ରଥମରୁ ଆସନ୍ତି ସେହିମାନଙ୍କର ହିଁ ଚକ୍ର ପୂର୍ଣ୍ଣ
ହେଉଥିବ । ତେଣୁ ବୁଦ୍ଧିରେ ବିଚାର କରିବା ଦରକାର । କହୁଛନ୍ତି ବାବା ଏହି ଘରେ ଏହି ଡ୍ରେସରେ
ଆମେମାନେ ଆପଣଙ୍କ ସହିତ ଅନେକ ଥର ମିଳନ କରିଛୁ ଏବଂ ଆଗକୁ ମଧ୍ୟ ଏହିଭଳି ମିଳନ କରୁଥିବୁ । ପତିତରୁ
ପାବନ, ପାବନରୁ ପତିତ ହୋଇ ଆସିଛୁ । କୌଣସି ଜିନିଷ ସର୍ବଦା ନୂଆ ହିଁ ରହିବ, ଏଭଳି ହୋଇପାରିବ ନାହିଁ
। ପୁରୁଣା ନିଶ୍ଚିତ ହୁଏ । ପ୍ରତ୍ୟେକ ଜିନିଷ ସତ୍ତ୍ୱ-ରଜୋ-ତମୋରେ ଆସେ । ଏବେ ତୁମ୍ଭେମାନେ
ଜାଣୁଛ ଯେ, ନୂଆ ଦୁନିଆ ଆସୁଛି । ଯାହାକୁ ସ୍ୱର୍ଗ କୁହାଯାଏ । ଏହା ହେଉଛି ନର୍କ । ତାହା ହେଉଛି
ପାବନ ଦୁନିଆ । ବହୁତ ଡାକୁଛନ୍ତି - ହେ ପତିତ-ପାବନ ଆସ, ଆମକୁ ପାବନ କର କାହିଁକି ନା ଦୁଃଖ ବହୁତ
ବଢି ଚାଲିଛି । କିନ୍ତୁ ଏକଥା ବୁଝନ୍ତି ନାହିଁ ଯେ, ଆମେମାନେ ହିଁ ପୂଜ୍ୟ ଥିଲୁ ପୁଣି ଏବେ ପୂଜାରୀ
ହୋଇଛୁ । ଦ୍ୱାପରରେ ପୂଜାରୀ ହେଲୁ । ଅନେକ ଧର୍ମ ସ୍ଥାପନ ହେଲା । ଏହିଭଳି ପତିତରୁ ପାବନ, ପାବନରୁ
ପତିତ ହୋଇ ଆସିଛୁ । ଭାରତରେ ହିଁ ଏସବୁ ଖେଳ ହୋଇଥାଏ ।
ତୁମମାନଙ୍କୁ ଏବେ ସ୍ମୃତି ଆସିଛି, ଏବେ ତୁମେମାନେ ଶିବ ଜୟନ୍ତୀ ପାଳନ କରୁଛ । ବାକି ଆଉ କେହି
ଶିବବାବାଙ୍କୁ ତ ଜାଣି ହିଁ ନାହାଁନ୍ତି । ତାଙ୍କୁ କେବଳ ଆମେମାନେ ଜାଣିଛୁ । ବାସ୍ତବରେ ସିଏ
ଆମମାନଙ୍କୁ ରାଜଯୋଗ ଶିଖାଉଛନ୍ତି । ବର୍ତ୍ତମାନ ବ୍ରହ୍ମାଙ୍କ ଦ୍ୱାରା ସ୍ୱର୍ଗର ସ୍ଥାପନା ହେଉଛି
। ଯେଉଁମାନେ ଯୋଗ ଶିଖିବେ, ସ୍ଥାପନା କାର୍ଯ୍ୟରେ ସହଯୋଗୀ ହେବେ, ସେହିମାନେ ହିଁ ନିଶ୍ଚିତ ଭାବରେ
ରାଜ୍ୟଭାଗ୍ୟ ପାଇବେ । ବାସ୍ତବରେ ଆମେମାନେ ପ୍ରତି କଳ୍ପରେ ବାବାଙ୍କ ଠାରୁ ରାଜଯୋଗ ଶିଖିଛୁ ।
ବାବା ବୁଝାଇଛନ୍ତି - ଏବେ ୮୪ ଜନ୍ମର ଚକ୍ର ପୂର୍ଣ୍ଣ ହେବାକୁ ଯାଉଛି । ପୁଣି ନୂଆ ଚକ୍ରରେ
ଆସିବାକୁ ହେବ । ସାରା ଚକ୍ରକୁ ତ ଜାଣିବା ଦରକାର ନା । ଏହି ଚିତ୍ର ସବୁ ନ ଥିଲେ ମଧ୍ୟ ତୁମେମାନେ
ବୁଝାଇ ପାରିବ । ଏହା ତ ବିଲ୍କୁଲ ସହଜ କଥା । ବାସ୍ତବରେ ଭାରତ ସ୍ୱର୍ଗ ଥିଲା, ଯାହାକି ଏବେ
ନର୍କ ହୋଇଯାଇଛି । ଲୋକମାନେ ଭାବୁଛନ୍ତି ଯେ କଳିଯୁଗ ଏବେ ଆରମ୍ଭ ହୋଇଛି । କିନ୍ତୁ ତୁମେମାନେ
କହୁଛ - ଏହା ହେଉଛି କଳିଯୁଗର ଅନ୍ତିମ ସମୟ । ୮୪ ଜନ୍ମର ଚକ୍ର ପୂରା ହେବାକୁ ଯାଉଛି । ବାବା
ବୁଝାଉଛନ୍ତି, ମୁଁ ପତିତ ଦୁନିଆକୁ ପାବନ କରିବା ପାଇଁ ଆସୁଛି । ତୁମେମାନେ ଜାଣିଛ ଯେ, ଆମମାନଙ୍କୁ
ପାବନ ଦୁନିଆକୁ ଯିବାକୁ ହେବ । ତୁମେମାନେ ମୁକ୍ତି, ଜୀବନମୁକ୍ତିଧାମ, ଶାନ୍ତିଧାମ, ସୁଖଧାମ ଏବଂ
ଦୁଃଖଧାମକୁ ମଧ୍ୟ ଜାଣୁଛ । କିନ୍ତୁ ଯଦି ଭାଗ୍ୟରେ ନ ଥିବ, ତେବେ ତାଙ୍କ ଭିତରେ ବିଚାର ଆସେ ନାହିଁ
ଯେ ଆମେମାନେ କାହିଁକି ସୁଖଧାମକୁ ନ ଯିବା । ଆମ ସମସ୍ତଙ୍କର ଘର ହେଉଛି ଶାନ୍ତିଧାମ । ସେଠାରେ
ଆତ୍ମାର କର୍ମେନ୍ଦ୍ରିୟ ନ ଥାଏ ତେଣୁ ସିଏ କିଛି କଥାବାର୍ତ୍ତା କରିପାରେ ନାହିଁ । ସେଠାରେ
ସମସ୍ତଙ୍କୁ ଶାନ୍ତି ମିଳେ । ସତ୍ୟଯୁଗରେ ଗୋଟିଏ ଧର୍ମ ଥାଏ । ଏହା ହେଉଛି ଅନାଦି ଅବିନାଶୀ ବିଶ୍ୱ
ନାଟକ ଯାହାକି ଚକ୍ର ଲଗାଇ ଚାଲିଛି । ଆତ୍ମାର କେବେ ବିନାଶ ହୁଏ ନାହିଁ । ଶାନ୍ତିଧାମରେ ମଧ୍ୟ
କିଛି ସମୟ ରହିବାକୁ ପଡେ । ଏହା ବହୁତ ବୁଝିବାର କଥା । କଳିଯୁଗ ହେଉଛି ଦୁଃଖଧାମ । ଏଠାରେ ଅନେକ
ଧର୍ମ ରହିଛି ତେଣୁ କେତେ ହଙ୍ଗାମା ହେଉଛି । ଯେତେବେଳେ ଏହି ଦୁନିଆ ବିଲ୍କୁଲ୍ ଦୁଃଖଧାମରେ
ପରିଣତ ହୋଇଯାଏ ସେତେବେଳେ ବାବା ଆସନ୍ତି । ପୁଣି ଦୁଃଖଧାମ ପରେ ସମ୍ପୂର୍ଣ୍ଣ ସୁଖଧାମ ହୁଏ ।
ଆମେମାନେ ଶାନ୍ତିଧାମରୁ ସୁଖଧାମକୁ ଆସିଥାଉ, ପୁଣି ଦୁନିଆ ଦୁଃଖଧାମରେ ପରିଣତ ହୁଏ । ସତ୍ୟଯୁଗରେ
ସମ୍ପୂର୍ଣ୍ଣ ନିର୍ବିକାରୀ ଦୁନିଆ ଥିଲା, ଏଠାରେ ସମ୍ପୂର୍ଣ୍ଣ ବିକାରୀ ଦୁନିଆ । ଏକଥା ଅନ୍ୟକୁ
ବୁଝାଇବା ତ ବହୁତ ସହଜ ନା । କିନ୍ତୁ ସାହସ ଦରକାର । କେଉଁଠାକୁ ବି ଯାଇ ବୁଝାଅ । ଶାସ୍ତ୍ରରେ
ଏକଥା ମଧ୍ୟ ଲେଖା ହୋଇଛି - ହନୁମାନ ସତ୍ସଙ୍ଗରେ ଯାଇ ପଛରେ ଜୋତା ଉପରେ ବସୁଥିଲେ । ତେଣୁ ଯିଏ
ମହାବୀର, ସିଏ କେଉଁଠି ମଧ୍ୟ ଯାଇ ଯୁକ୍ତିର ସହିତ ଶୁଣିବେ, ଦେଖିବା କ’ଣ ଶୁଣାଉଛନ୍ତି । ତୁମେମାନେ
ତାଙ୍କର କଲ୍ୟାଣ କରିବା ପାଇଁ, ଡ୍ରେସ୍ ବଦଳାଇ କେଉଁଠାକୁ ବି ଯାଇ ପାରିବ । ବାବା ମଧ୍ୟ ଗୁପ୍ତ
ବେଶରେ ତୁମର କଲ୍ୟାଣ କରୁଛନ୍ତି ନା । ମନ୍ଦିରରୁ ବା ଯେଉଁଠାରୁ ବି ନିମନ୍ତ୍ରଣ ମିଳୁଛି ସେଠାକୁ
ଯାଇ ବୁଝାଇବାକୁ ହେବ । ଦିନକୁ ଦିନ ତୁମେମାନେ ବୁଦ୍ଧିମାନ ହୋଇ ଚାଲିଛ । ସମସ୍ତଙ୍କୁ ବାବାଙ୍କର
ପରିଚୟ ଦେବାକୁ ହେବ ସେଥିପାଇଁ, ଚେଷ୍ଟା କରିବାକୁ ହେବ । ଗାୟନ ମଧ୍ୟ ରହିଛି ଯେ, ସମୟ ଆସିବ
ଯେତେବେଳେ କି ସନ୍ନ୍ୟାସୀ, ରାଜା ଆଦି ସମସ୍ତେ ଆସିବେ । ରାଜା ଜନକଙ୍କୁ ଗୋଟିଏ ସେକେଣ୍ଡରେ
ଜୀବନମୁକ୍ତି ମିଳିଲା । ସିଏ ପୁଣି ତ୍ରେତା ଯୁଗରେ ଅନୁଜନକ ହେଲେ । ଆଚ୍ଛା—
ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ
ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ଅନ୍ତିମ
ବିନାଶର ଦୃଶ୍ୟକୁ ଦେଖିବା ପାଇଁ ନିଜର ସ୍ଥିତିକୁ ମହାବୀର ଭଳି ନିର୍ଭୟ, ଅବିଚଳିତ କରିବାକୁ ହେବ
। ଗୁପ୍ତ ଭାବରେ ଯୋଗର ଯାତ୍ରାରେ ରହିବାକୁ ହେବ ।
(୨) ଅବ୍ୟକ୍ତ ଲୋକ
ନିବାସୀ ଫରିସ୍ତା ହେବା ପାଇଁ ବେହଦର ସେବାରେ ଦଧିଚି ଋଷିଙ୍କ ପରି ନିଜର ଅସ୍ଥିକୁ ସ୍ୱାହା
କରିବାକୁ ହେବ ।
ବରଦାନ:-
ପ୍ରଥମ ଶ୍ରୀମତ
ଉପରେ ବିଶେଷ ଧ୍ୟାନ ଦେଇ ମୂଳଦୁଆକୁ ମଜବୁତ କରୁଥିବା ସହଜଯୋଗୀ ଭବ ।
ବାପଦାଦାଙ୍କର ପ୍ରଥମ
ନମ୍ବରର ଶ୍ରୀମତ ହେଲା ନିଜକୁ ଆତ୍ମା ମନେ କରି ବାବାଙ୍କୁ ମନେ ପକାଅ । ଯଦି ଆତ୍ମା ପରିବର୍ତ୍ତେ
ନିଜକୁ ସାଧାରଣ ଶରୀରଧାରୀ ମନେ କରୁଛ ତେବେ ଯୋଗ ସ୍ଥାୟୀ ଭାବରେ ଲାଗିପାରିବ ନାହିଁ । ଏମିତି ବି
କୌଣସି ଦୁଇଟି ଜିନିଷକୁ ଯେତେବେଳେ ଯୋଡାଯାଇଥାଏ ସେତେବେଳେ ତାକୁ ପ୍ରଥମେ ସମାନ କରିଥାଆନ୍ତି,
ସେହିପରି ନିଜକୁ ଯଦି ଆତ୍ମା ମନେ କରି ବାବାଙ୍କୁ ମନେ ପକାଇବ ତେବେ ଯୋଗ କରିବା ସହଜ ହୋଇଯିବ ।
ତେଣୁ ଏହି ଶ୍ରୀମତ ହିଁ ମୁଖ୍ୟ ମୂଳଦୁଆ ଅଟେ । ଏହି କଥା ଉପରେ ବାରମ୍ବାର ଗୁରୁତ୍ୱ ଦେଉଥାଅ
ତାହାହେଲେ ସହଜଯୋଗୀ ହୋଇଯିବ ।
ସ୍ଲୋଗାନ:-
କର୍ମ ହିଁ
ଆତ୍ମାର ଦର୍ଶନ କରାଇବାର ଦର୍ପଣ ଅଟେ, ସେଥିପାଇଁ କର୍ମ ଦ୍ୱାରା ଶକ୍ତିସ୍ୱରୂପକୁ ପ୍ରତ୍ୟକ୍ଷ କର
।
ଅବ୍ୟକ୍ତ ଈଶାରା:- ଏହି
ଅବ୍ୟକ୍ତି ମାସରେ ବନ୍ଧନମୁକ୍ତ ହୋଇ ଜୀବନମୁକ୍ତ ସ୍ଥିତିର ଅନୁଭବ କର ।
ବ୍ରାହ୍ମଣରୁ ଫରିସ୍ତା
ଅର୍ଥାତ୍ ଜୀବନମୁକ୍ତ, ଜୀବନବନ୍ଧନ ନୁହେଁ । ନା ଦେହର ବନ୍ଧନ, ନା ଦେହର ସମ୍ବନ୍ଧର ବନ୍ଧନ, ନା
ଦେହର ପଦାର୍ଥ ଗୁଡିକର ବନ୍ଧନ । ଯଦି ଦେହ ପ୍ରତି ରହିଥିବା ଆକର୍ଷଣକୁ ସମାପ୍ତ କରିଦେବ ତେବେ
ଦେହର ସମ୍ବନ୍ଧ ଏବଂ ଦେହର ପଦାର୍ଥ ଗୁଡିକର ବନ୍ଧନ ଆପେ ଆପେ ସମାପ୍ତ ହୋଇଯିବ । ଏମିତି ନୁହେଁ କି
ଚେଷ୍ଟା କରିବା । ତେବେ ଚେଷ୍ଟା ‘କୋଶିଶ’ ବା ‘ଚେଷ୍ଟା’ କୌଣସି ଶବ୍ଦ ହିଁ ପ୍ରମାଣିତ କରୁଛି ଯେ
ପୁରୁଣା ଦୁନିଆ ପ୍ରତି ତୁମର କଶିଶ ଅର୍ଥାତ୍ ଆକର୍ଷଣ ରହିଛି । ସେଥିପାଇଁ କୋଶିଶ ଶବ୍ଦକୁ ସମାପ୍ତ
କର ଏବଂ ଦେହ ଅଭିମାନକୁ ତ୍ୟାଗ କର ।