10.05.25 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ଜ୍ଞାନର
ପଏଣ୍ଟଗୁଡିକୁ ସ୍ମୃତିରେ ରଖିଲେ ବହୁତ ଖୁସି ରହିବ, ତୁମେମାନେ ଏବେ ସ୍ୱର୍ଗର ଦ୍ୱାରରେ ଛିଡ଼ା
ହୋଇଛ, ବାବା ମୁକ୍ତି-ଜୀବନ ମୁକ୍ତିର ରାସ୍ତା ଦେଖାଉଛନ୍ତି ।’’
ପ୍ରଶ୍ନ:-
ନିଜର ରେଜିଷ୍ଟର
ଅର୍ଥାତ୍ ଚରିତ୍ରକୁ ଠିକ୍ ରଖିବା ପାଇଁ କେଉଁ କଥା ପ୍ରତି ନିଶ୍ଚିତ ଧ୍ୟାନ ଦେବାକୁ ହେବ ?
ଉତ୍ତର:-
ଧ୍ୟାନ ରହୁ ଯେ ମନ-ବଚନ-କର୍ମରେ ମୁଁ କାହକୁ ଦୁଃଖ ଦେଉନାହିଁ ତ? ନିଜର ସ୍ୱଭାବ ବହୁତ
ଫାଷ୍ଟକ୍ଲାସ ମିଠା ହେବା ଉଚିତ୍ । ମାୟା ନାକ-କାନ ଧରି ଏପରି କୌଣସି କର୍ତ୍ତବ୍ୟ ନ କରାଉ ଯାହା
ଦ୍ୱାରା କାହାକୁ ଦୁଃଖ ମିଳିବ । ଯଦି ଦୁଃଖ ଦେବ ତେବେ ବହୁତ ପଶ୍ଚାତାପ କରିବାକୁ ପଡ଼ିବ ଏବଂ
ରେଜିଷ୍ଟର ଖରାପ ହୋଇଯିବ ।
ଗୀତ:-
ନୟନ ହୀନ କୋ
ରାହ ଦିଖାଓ ପ୍ରଭୁ ....
ଓମ୍ ଶାନ୍ତି ।
ବାବା
ପିଲାମାନଙ୍କୁ ବୁଝାଉଛନ୍ତି । ବହୁତ ସହଜ ରାସ୍ତା ଦେଖାଇ ଦିଆଯାଉଥିଲେ ମଧ୍ୟ ପିଲାମାନେ
ଝୁଣ୍ଟିବାରେ ଲାଗିଛନ୍ତି । ଯେତେବେଳେ ପିଲାମାନେ ବାବାଙ୍କ ସମ୍ମୁଖରେ ବସୁଛନ୍ତି ସେତେବେଳେ
ଜାଣୁଛନ୍ତି ଯେ ଆମକୁ ବାବା ପାଠ ପଢାଉଛନ୍ତି, ଶାନ୍ତିଧାମକୁ ଯିବାର ରାସ୍ତା ଦେଖାଉଛନ୍ତି । ବହୁତ
ସହଜ ଅଟେ । ବାବା କହୁଛନ୍ତି ଦିନ-ରାତି ଯେତେଦୂର ସମ୍ଭବ ମୋତେ ମନେ ପକାଅ । ସେହି ଭକ୍ତିମାର୍ଗର
ଯାତ୍ରା ପାଦ ଦ୍ୱାରା ହୋଇଥାଏ ଏବଂ ବହୁତ ଧକ୍କା ଖାଇବାକୁ ପଡ଼ିଥାଏ । ଏଠାରେ ତୁମେମାନେ ବସିଥାଇ
ମଧ୍ୟ ଯୋଗର ଯାତ୍ରାରେ ରହିଛ । ବାବା ଏକଥା ମଧ୍ୟ କହିଛନ୍ତି - ଦୈବୀଗୁଣ ଧାରଣ କରିବାକୁ ହେବ ।
ଶଇତାନୀ ଅବଗୁଣକୁ ସମାପ୍ତ କରିଚାଲ । କୌଣସି ବି ସଇତାନୀ କାମ କର ନାହିଁ, ଏହା ଦ୍ୱାରା ବିକର୍ମ
ମଧ୍ୟ ଜମା ହୋଇଯାଇଥାଏ । ବାବା ତୁମମାନଙ୍କୁ ସର୍ବଦା ସୁଖୀ କରିବା ପାଇଁ ଆସିଛନ୍ତି । ଯେପରି ଜଣେ
ରାଜକୁମାର ତା’ର ପିତା ଏବଂ ରାଜତ୍ତ୍ୱକୁ ଦେଖି ଖୁସି ହେବ ନା । ଯଦିଓ ରାଜତ୍ତ୍ୱ ରହିଛି କିନ୍ତୁ
ଶାରୀରିକ ରୋଗ ଆଦି ତ ନିଶ୍ଚିତ ହେଉଥିବ ନା । ଏଠାରେ ତୁମମାନଙ୍କର ନିଶ୍ଚୟ ଅଛି ଯେ ଶିବାବାବା
ଆସିଛନ୍ତି, ସିଏ ଆମମାନଙ୍କୁ ପାଠ ପଢାଉଛନ୍ତି । ପୁଣି ଆମେ ସ୍ୱର୍ଗକୁ ଯାଇ ରାଜତ୍ତ୍ୱ କରିବୁ ।
ଯେଉଁଠାରେ କୌଣସି ପ୍ରକାରର ଦୁଃଖ ରହିବ ନାହିଁ । ତୁମ ବୁଦ୍ଧିରେ ଏବେ ରଚୟିତା ଏବଂ ରଚନାର
ଆଦି-ମଧ୍ୟ-ଅନ୍ତର ଜ୍ଞାନ ରହିଛି । ଏହି ଜ୍ଞାନ ଅନ୍ୟ କୌଣସି ମନୁଷ୍ୟମାନଙ୍କ ବୁଦ୍ଧିରେ ନାହିଁ ।
ତୁମେ ସନ୍ତାନମାନେ ଏବେ ଜାଣୁଛ ଯେ ଆଗରୁ ଆମ ପାଖରେ ଜ୍ଞାନ ନ ଥିଲା । ବାବାଙ୍କୁ ଆମେ ଜାଣି ନ
ଥିଲୁ । ମନୁଷ୍ୟ ଭକ୍ତିକୁ ବହୁତ ଉତ୍ତମ ବୋଲି ଭାବୁଛନ୍ତି, ତେଣୁ ଅନେକ ପ୍ରକାରର ଭକ୍ତି କରୁଛନ୍ତି
। କିନ୍ତୁ ସେଥିରେ ସବୁ ସ୍ଥୂଳ କଥା ରହିଛି, କୌଣସି ସୂକ୍ଷ୍ମ କଥା ନାହିଁ । ଏବେ ଅମରନାଥର ଯାତ୍ରା
କରିବେ, ତେବେ ସ୍ଥୂଳରେ ଯିବେ ନା । ସେଠାରେ ମଧ୍ୟ ଲିଙ୍ଗ ହିଁ ଅଛି । କାହା ପାଖକୁ ଯାଉଛନ୍ତି, ଏ
କଥା ମନୁଷ୍ୟମାନେ କିଛି ହେଲେ ଜାଣିନାହାଁନ୍ତି । ଏବେ ତୁମେମାନେ କେଉଁଠାକୁ ବି ଧକ୍କା ଖାଇବାକୁ
ଯିବ ନାହିଁ । ତୁମେ ଜାଣିଛ ଆମେ ନୂଆ ଦୁନିଆ ପାଇଁ ପାଠ ପଢୁଛୁ । ଯେଉଁଠାରେ ଏହି ବେଦ-ଶାସ୍ତ୍ର
ଆଦି ରହିବ ନାହିଁ । ସତ୍ୟଯୁଗରେ ଭକ୍ତି ରହିବ ନାହିଁ । ସେଠାରେ କେବଳ ସୁଖ ହିଁ ସୁଖ ରହିବ ।
ଯେଉଁଠି ଭକ୍ତି ଅଛି ସେଠାରେ ଦୁଃଖ ଅଛି । ଏହି ଗୋଲା ଅର୍ଥାତ୍ ସୃଷ୍ଟିଚକ୍ରର ଚିତ୍ର ବହୁତ ଭଲ ।
ସ୍ୱର୍ଗର ଦ୍ୱାର ଏହି ଚିତ୍ରରେ ସ୍ପଷ୍ଟ ଭାବରେ ଦେଖାଇଛନ୍ତି । ଏ କଥା ତୁମମାନଙ୍କ ବୁଦ୍ଧିରେ
ସ୍ପଷ୍ଟ ଭାବରେ ରହିବା ଉଚିତ୍ । ଆମେ ଏବେ ସ୍ୱର୍ଗର ଦ୍ୱାରରେ ବସିଛୁ । ତେଣୁ ବହୁତ ଖୁସି ରହିବା
ଦରକାର । ଏହିଭଳି ଜ୍ଞାନର ପଏଣ୍ଟସ୍କୁ ସ୍ମରଣ କରି କରି ତୁମେ ପିଲାମାନେ ବହୁତ ଖୁସିରେ
ରହିପାରିବ । ତୁମେମାନେ ଜାଣିଛ ଏବେ ଆମେ ସ୍ୱର୍ଗର ଦ୍ୱାରକୁ ଯାଉଛୁ । ସେଠାରେ ବହୁତ କମ୍ ସଂଖ୍ୟକ
ମନୁଷ୍ୟ ଥା’ନ୍ତି । ଏଠାରେ କେତେ ଢେର ମନୁଷ୍ୟ ଅଛନ୍ତି । କେତେ ଧକ୍କା ଖାଇ ଚାଲିଛନ୍ତି ।
ଦାନ-ପୁଣ୍ୟ କରୁଛନ୍ତି, ସାଧୁମାନଙ୍କ ପଛରେ କେତେ ଘୁରି ବୁଲୁଛନ୍ତି ତଥାପି ମଧ୍ୟ ଡାକିବାରେ
ଲାଗିଛନ୍ତି - ହେ ପ୍ରଭୁ ନୟନ ହୀନକୁ ରାସ୍ତା ଦେଖାଅ...ତେବେ ସମସ୍ତେ ସର୍ବଦା
ମୁକ୍ତି-ଜୀବନମୁକ୍ତିର ରାସ୍ତା ଚାହୁଁଛନ୍ତି । ଏହା ପୁରୁଣା ଦୁଃଖର ଦୁନିଆ, ଏ କଥା ମଧ୍ୟ କେବଳ
ତୁମେମାନେ ହିଁ ଜାଣିଛ । ଅନ୍ୟ କାହାକୁ ଏ କଥା ଜଣା ନାହିଁ । କଳିଯୁଗର ଆୟୁଷ ହଜାର ହଜାର ବର୍ଷ
ବୋଲି କହିଦେଉଛନ୍ତି, ତେଣୁ ବିଚରାମାନେ ଅନ୍ଧକାରରେ ଅଛନ୍ତି ନା । ତୁମମାନଙ୍କ ଭିତରେ ମଧ୍ୟ
କ୍ରମଅନୁସାରେ ଜାଣିଛନ୍ତି ଯେ ବାସ୍ତବରେ ଆମର ବାବା ଆମକୁ ରାଜଯୋଗର ଶିକ୍ଷା ଦେଉଛନ୍ତି । ଯେପରି
ବାରିଷ୍ଟରୀ ଯୋଗ, ଇଂଜିନିୟନରିଂ ଯୋଗ ମଧ୍ୟ କୁହାଯିବ ନା । କାରଣ ସେ ପାଠପଢାରେ ବିଦ୍ୟାର୍ଥୀମାନେ
ଶିକ୍ଷକଙ୍କୁ ମନେ ପକାଇଥା’ନ୍ତି । ବାରିଷ୍ଟରୀର ଜ୍ଞାନ ଦ୍ୱାରା ମନୁଷ୍ୟ ବାରିଷ୍ଟର ହୋଇଯିବେ ।
ଏହା ହେଲା ରାଜଯୋଗ । ଆମର ବୁଦ୍ଧିର ଯୋଗ ପରମପିତା ପରମାତ୍ମାଙ୍କ ସହିତ ରହିଛି । ତେଣୁ
ତୁମମାନଙ୍କ ଖୁସିର ପାରଦ ଏକଦମ୍ ଚଢି ରହିବା ଉଚିତ୍ । ତୁମମାନଙ୍କୁ ବହୁତ ମିଠା ହେବାକୁ ପଡ଼ିବ ।
ସ୍ୱଭାବ ମଧ୍ୟ ବହୁତ ଫାଷ୍ଟକ୍ଲାସ ହେବା ଦରକାର, ତୁମମାନଙ୍କ ସ୍ୱଭାବ ଦ୍ୱାରା ଯେପରି କାହାକୁ
ଦୁଃଖ ନ ମିଳୁ । ସମସ୍ତେ ଚାହୁଁଛନ୍ତି ମଧ୍ୟ ଆମ ଦ୍ୱାରା କାହାକୁ ଦୁଃଖ ନ ମିଳୁ । କିନ୍ତୁ ତାଥାପି
ମାୟା ନାକ-କାନକୁ ଧରି ଭୁଲ କରାଇ ଦେଉଛି, ପୁଣି ଭିତରେ ପଶ୍ଚାତାପ କରୁଛନ୍ତି - ମୁଁ ବିନା ଦୋଷରେ
ତାଙ୍କୁ ଦୁଃଖ ଦେଲି । କିନ୍ତୁ ରେଜିଷ୍ଟରରେ ତ ଦାଗ ଲାଗିଗଲା ନା । ତେଣୁ ଏଭଳି ଚେଷ୍ଟା କରିବା
ଦରକାର - ମୁଁ କାହାକୁ ହେଲେ ମନ-ବଚନ-କର୍ମରେ ଦୁଃଖ ଦେବି ନାହିଁ । ବାବା ଆସୁ ହିଁ ଛନ୍ତି - ଆମକୁ
ଏପରି ଦେବତା କରିବା ପାଇଁ । ଇଏ (ବାବା) କ’ଣ କେବେ କାହାକୁ ଦୁଃଖ ଦିଅନ୍ତି କି! ଲୌକିକ
ଶିକ୍ଷକମାନେ ପାଠ ପଢାଇଥା’ନ୍ତି, କାହାକୁ ଦୁଃଖ ତ ଦେଇ ନ ଥା’ନ୍ତି ନା । ହଁ, ଯଦି ପିଲାମାନେ ଭଲ
ଭାବରେ ପାଠ ନ ପଢନ୍ତି ତେବେ ତାଙ୍କୁ ଦଣ୍ଡ ଆଦି ଦେଇଥାନ୍ତି, ଆଜିକାଲି ମାଡ ଦେବାର ନିୟମ ମଧ୍ୟ
ବନ୍ଦ ହୋଇଗଲାଣି । ତୁମେ ହେଉଛ ଆତ୍ମିକ ଟୀଚର, ତୁମର କାମ ହେଲା ପାଠ ପଢାଇବା, ତା ସହିତ
ମ୍ୟାନର୍ସ ଅର୍ଥାତ୍ ଶିଷ୍ଟାଚାର ଶିଖାଇବା । ଯଦି ଲେଖା ପଢା କରିବ, ତେବେ ଉଚ୍ଚପଦ ପାଇବ । ଯଦି ନ
ପଢିବ ତେବେ ନିଜେ ଫେଲ୍ ହେବ । ଏହି ବାବା ମଧ୍ୟ ପ୍ରତିଦିନ ଆସି ଆମମାନଙ୍କୁ ପାଠ ପଢାଉଛନ୍ତି,
ମ୍ୟାନର୍ସ ମଧ୍ୟ ଶିଖାଉଛନ୍ତି । ଏହି ଶିକ୍ଷା ଦେବା ପାଇଁ ପ୍ରଦର୍ଶନୀ ଆଦିର ବ୍ୟବସ୍ଥା କରୁଛନ୍ତି
। ସମସ୍ତେ (ସେଣ୍ଟରବାଲା) ପ୍ରଦର୍ଶନୀ ଏବଂ ପ୍ରୋଜେକ୍ଟର ମାଗୁଛନ୍ତି । ପ୍ରୋଜେକ୍ଟରର୍ସ ମଧ୍ୟ
ହଜାର ହଜାର ସଂଖ୍ୟାରେ ନେବେ । ପ୍ରତ୍ୟେକ କଥା ବାବା ବହୁତ ସହଜ କରି ବତାଉଛନ୍ତି । ଅମରନାଥଙ୍କ
ତୀର୍ଥରେ ସେବା କରିବା ମଧ୍ୟ ବହୁତ ସହଜ । ଚିତ୍ର ଉପରେ ତୁମେମାନେ ବୁଝାଇପାରିବ । ଜ୍ଞାନ କ’ଣ ଏବଂ
ଭକ୍ତି କ’ଣ ? ଜ୍ଞାନ ଏ ପଟେ, ଭକ୍ତି ସେ ପଟେ ଅର୍ଥାତ୍ ଜ୍ଞାନ ଦ୍ୱାରା ସ୍ୱର୍ଗ ପ୍ରାପ୍ତି
ହୋଇଥାଏ ଏବଂ ଭକ୍ତି ଦ୍ୱାରା ନର୍କ । ଏହା ସମ୍ପୂର୍ଣ୍ଣ ସତ୍ୟ ଅଟେ । ତୁମେମାନେ ଏବେ ଯେଉଁ ପାଠ
ପଢୁଛ ତାହା ବହୁତ ସହଜ, ଅନ୍ୟମାନଙ୍କୁ ଭଲ ଭାବରେ ପାଠ ପଢାଇ ମଧ୍ୟ ପାରୁଛ, କିନ୍ତୁ ଯୋଗର ଯାତ୍ରା
କାହିଁ । ଏ ସବୁ ହେଲା ବୁଦ୍ଧିର କଥା । ଆମମାନଙ୍କୁ ବାବାଙ୍କୁ ବହୁତ ମନେ ପକାଇବାକୁ ହେବ ।
କିନ୍ତୁ ଏଥିରେ ହିଁ ମାୟା ବିଘ୍ନ ପକାଇଥାଏ ଏବଂ ଯୋଗ ତୁଟାଇ ଦେଇଥାଏ । ବାବା କହୁଛନ୍ତି ତୁମେମାନେ
ସବୁ ଯୋଗର ଯାତ୍ରାରେ ବହୁତ କମଜୋର୍ ଅଛ । ଭଲ-ଭଲ ମହାରଥୀମାନେ ମଧ୍ୟ ଏଥିରେ ବହୁତ କମଜୋର ଅଟନ୍ତି
। ଭାବିଥା’ନ୍ତି ଏହାଙ୍କ ପାଖରେ ଜ୍ଞାନ ବହୁତ ଭଲ ରହିଛି, ତେଣୁ ଇଏ ମହାରଥୀ ଅଟନ୍ତି । ବାବା
କହୁଛନ୍ତି - ସୈନ୍ୟମାନଙ୍କ ଭିତରେ ଅଶ୍ୱାରୋହୀ ଏବଂ ପଦାତିକ ମଧ୍ୟ ଥା’ନ୍ତି ନା । ଯେଉଁମାନେ
ଯୋଗଯୁକ୍ତ ହୋଇ ରହୁଛନ୍ତି ସେହିମାନେ ହିଁ ମହାରଥୀ ଅଟନ୍ତି । ଉଠିବା-ବସିବା ସମୟରେ ମଧ୍ୟ
ବାବାଙ୍କୁ ମନେ ପକାଇବାକୁ ହେବ, ତେବେ ବିକର୍ମ ବିନାଶ ହେବ ଏବଂ ଆତ୍ମା ପବିତ୍ର ହୋଇଯିବ । ନଚେତ୍
ଦଣ୍ଡ ବି ଭୋଗ କରିବାକୁ ପଡ଼ିବ ଏବଂ ପଦ ମଧ୍ୟ ଭ୍ରଷ୍ଟ ହୋଇଯିବ, ସେଥିପାଇଁ ନିଜର ଚାର୍ଟ ରଖିବା
ଦରକାର ତେବେ ତୁମକୁ ଜଣାପଡିଯିବ ଯେ ମୁଁ ବାବାଙ୍କୁ କେତେ ସମୟ ମନେ ପକାଇଲି? ବାବା ନିଜେ
କହୁଛନ୍ତି ମୁଁ ମଧ୍ୟ ପୁରୁଷାର୍ଥ କରୁଛି । ବାରମ୍ବାର ବୁଦ୍ଧି ଅନ୍ୟ ଆଡ଼କୁ ଚାଲିଯାଉଛି ।
ବାବାଙ୍କ ଉପରେ ତ ବହୁତ ଦାୟିତ୍ୱ ରହୁଛି ନା । ତୁମେମାନେ ତ ତୀବ୍ରଗତିରେ ଆଗକୁ ଯାଇପାରିବ । ପୁଣି
ତା’ ସହିତ ନିଜର ଚଳଣି ମଧ୍ୟ ସୁଧାରିବାକୁ ହେବ । ଯଦି ପବିତ୍ର ହୋଇ ପୁଣି ବିକାରଗ୍ରସ୍ତ ହୋଇଗଲ
ତେବେ କରିଥିବା ରୋଜଗାର ସବୁ ସମାପ୍ତ ହୋଇଯିବ । କାହା ଉପରେ କ୍ରୋଧ କରିଲ, ସମ୍ବନ୍ଧରେ ତୀକ୍ତତା
ଆସିଗଲା ଅର୍ଥାତ୍ ଅସୁର ହୋଇଗଲ । ଅନେକ ପ୍ରକାରର ମାୟା ଆସୁଛି । ବର୍ତ୍ତମାନ କେହି ହେଲେ ବି
ସଂପୂର୍ଣ୍ଣ ହୋଇନାହାଁନ୍ତି । ବାବା ସମସ୍ତଙ୍କୁ ପୁରୁଷାର୍ଥ କରାଉଛନ୍ତି । କୁମାରୀମାନଙ୍କ ପାଇଁ
ତ ବହୁତ ସହଜ, ଏଥିରେ ନିଜକୁ ବହୁତ ଶକ୍ତିଶାଳୀ କରିବାକୁ ହେବ ଏବଂ ତା’ ସହିତ ଆନ୍ତରିକ ସ୍ୱଚ୍ଛତା
ଏବଂ ସତ୍ୟତା ଦରକାର । ଯଦି କୌଣସି ଦେହଧାରୀ ସହିତ ମନ ଲାଗିଥିବ, ତେବେ ଏହି ଜ୍ଞାନମାର୍ଗରେ
ଚାଲିପାରିବ ନାହିଁ । କୁମାରୀମାନେ, ମାତାମାନେ ତ ଭାରତକୁ ସ୍ୱର୍ଗ କରିବାର ସେବାରେ ଲାଗିଯିବା
ଉଚିତ୍ । ଏହିଥିରେ ହିଁ ମେହନତ ରହିଛି । ମେହନତ ବିନା କିଛି ହେଲେ ମିଳି ନ ଥାଏ । ତୁମକୁ ୨୧
ଜନ୍ମ ପାଇଁ ରାଜତ୍ତ୍ୱ ମିଳୁଛି, ତେଣୁ କେତେ ମେହନତ କରିବା ଉଚିତ୍ । ସେ ପାଠ ମଧ୍ୟ ବାବା ଏଥିପାଇଁ
ପଢିବାକୁ ଦେଉଛନ୍ତି - କହୁଛନ୍ତି ଏଥିରେ ପକ୍କା ଅର୍ଥାତ୍ ଦକ୍ଷ ହେବା ପର୍ଯ୍ୟନ୍ତ ପଢ । ଏପରି ନ
ହେଉ ଉଭୟ ପକ୍ଷରୁ ଚାଲିଯିବ । କେହି କେହି କାହା କାହାର ନାମ ରୂପର ବନ୍ଧନରେ ବାନ୍ଧି ହୋଇ
ସତ୍ୟାନାଶ ହୋଇଯାଇଥାଆନ୍ତି ।
ଭାଗ୍ୟବାନ ସନ୍ତାନମାନେ
ହିଁ ଶରୀରର ଅଭିମାନକୁ ଭୁଲି ନିଜକୁ ଅଶରୀରୀ ଆତ୍ମା ମନେ କରି ବାବାଙ୍କୁ ମନେ ପକାଇବାର
ପୁରୁଷାର୍ଥ କରିପାରିବେ । ବାବା ପ୍ରତିଦିନ ବୁଝାଉଛନ୍ତି - ପିଲାମାନେ, ତୁମେ ଶରୀରର ଅଭିମାନକୁ
ଛାଡ଼ିଦିଅ । ଆମେମାନେ ହେଲୁ ଅଶରୀରୀ ଆତ୍ମା ଏବେ ଘରକୁ ଯିବାକୁ ହେବ, ଏହି ଶରୀରକୁ ଏହିଠାରେ ହିଁ
ଛାଡ଼ି ଦେବାକୁ ହେବ, ତାହା ମଧ୍ୟ ସେତେବେଳେ ଛାଡିପାରିବ ଯେତେବେଳେ ନିରନ୍ତର ବାବାଙ୍କର ସ୍ମୃତିରେ
ରହି କର୍ମାତୀତ ହୋଇଯିବ । ଏ ସବୁ ହେଲା ବୁଦ୍ଧିର କାମ କିନ୍ତୁ ଯଦି କାହାର ଭାଗ୍ୟରେ ନ ଥିବ ତେବେ
ପୁରୁଷାର୍ଥ କ’ଣ କରାଇବ । ବୁଦ୍ଧିରେ ଏ କଥା ରହିବା ଉଚିତ୍ ଯେ ଆମେ ଅଶରୀରୀ ଆସିଥିଲୁ, ପ୍ରଥମେ
ସୁଖର କର୍ମ ସମ୍ବନ୍ଧରେ ଆସିଲୁ ପୁଣି ରାବଣ ରାଜ୍ୟରେ ବିକାରୀ ବନ୍ଧନରେ ଆବଦ୍ଧ ହୋଇଗଲୁ । ଏବେ
ପୁଣି ବାବା କହୁଛନ୍ତି ଅଶରୀରି ହୋଇ ଘରକୁ ଯିବାକୁ ହେବ । ତେଣୁ ନିଜକୁ ଆତ୍ମା ମନେ କରି ମୋତେ ମନେ
ପକାଅ । ଆତ୍ମା ହିଁ ପତିତ ହୋଇଯାଇଛି । ସେଥିପାଇଁ ଆତ୍ମା କହୁଛି, ହେ ପତିତ ପାବନ ଆସ । ତେଣୁ ଏବେ
ତୁମମାନଙ୍କୁ ପତିତରୁ ପାବନ ହେବାର ଉପାୟ ମଧ୍ୟ ବତାଉଛନ୍ତି । ଆତ୍ମା ହେଉଛି ଅବିନାଶୀ । ତୁମେ
ଆତ୍ମା ଏଠାରେ ଶରୀର ଧାରଣ କରି ଅଭିନୟ କରିବା ପାଇଁ ଆସିଛ । ଏ କଥା ମଧ୍ୟ ବାବା ଏବେ ବୁଝାଉଛନ୍ତି,
ଯାହାଙ୍କୁ କଳ୍ପ ପୂର୍ବରୁ ବୁଝାଇଥିଲେ ସେହିମାନେ ହିଁ ଏଠାକୁ ଆସିବେ । ଏବେ ବାବା କହୁଛନ୍ତି
କଳିଯୁଗୀ ସମ୍ବନ୍ଧକୁ ଭୁଲିଯାଅ, ତୁମମାନଙ୍କୁ ତ ଏବେ ଘରକୁ ଫେରିବାକୁ ହେବ, ଏହି ଦୁନିଆ ହିଁ
ସମାପ୍ତ ହୋଇଯିବ । ଏଥିରେ କୌଣସି ସାର ନାହିଁ ସେଥିପାଇଁ ତ ଭଗବାନଙ୍କୁ ଖୋଜୁଛନ୍ତି । ଭଗବାନଙ୍କ
ସହିତ ମିଶିବା ପାଇଁ ଭକ୍ତି କରୁଛନ୍ତି । ଭାବୁଛନ୍ତି ଭକ୍ତି ବହୁତ ଭଲ, ବହୁତ ଭକ୍ତି କରିଲେ
ଭଗବାନ ମିଳିବେ ଏବଂ ସଦ୍ଗତିକୁ ନେଇଯିବେ । ଏବେ ତୁମର ଭକ୍ତି ପୁରା ହେଉଛି । ତେଣୁ ତୁମ ମୁଖରୁ
‘ହେ ରାମ’, ‘ହେ ଭଗବାନ’ ଏହିଭଳି ଭକ୍ତିର ଶବ୍ଦ ମଧ୍ୟ ନ ବାହାରୁ । ତୁମର ଏହିଭଳି ଭାବନା ବନ୍ଦ
ହୋଇଯିବା ଉଚିତ୍ । ବାବା କେବଳ ଗୋଟିଏ କଥା କହୁଛନ୍ତି, ମୋତେ ମନେ ପକାଅ । ଏହି ଦୁନିଆ ହିଁ
ତମଃପ୍ରଧାନ ଅଟେ । ସତ୍ତ୍ୱପ୍ରଧାନ ଆତ୍ମାମାନେ ସତ୍ୟଯୁଗରେ ରହିବେ । ସତ୍ୟଯୁଗ ହେଉଛି ଆରୋହଣ କଳା
ପୁଣି ଦ୍ୱାପରଠାରୁ ଅବତରଣ କଳା ହେଉଛି । ବାସ୍ତବରେ ତ୍ରେତା ଯୁଗକୁ ମଧ୍ୟ ସ୍ୱର୍ଗ କୁହାଯିବ ନାହିଁ
। ସ୍ୱର୍ଗ କେବଳ ସତ୍ୟଯୁଗକୁ ହିଁ କୁହାଯିବ । ଏବେ ତୁମ ସନ୍ତାନମାନଙ୍କର ବୁଦ୍ଧିରେ ସୃଷ୍ଟିର
ଆଦି-ମଧ୍ୟ-ଅନ୍ତର ଜ୍ଞାନ ରହିଛି । ଆଦି ଅର୍ଥାତ୍ ଆରମ୍ଭ, ମଧ୍ୟ ଅର୍ଥାତ୍ ମଝି ସମୟ ପୁଣି ଅନ୍ତିମ
ସମୟ । ମଧ୍ୟ ସମୟରେ ରାବଣ ରାଜ୍ୟ ଆରମ୍ଭ ହୋଇଥାଏ । ବାବା କେବଳ ଭାରତରେ ହିଁ ଆସିଥା’ନ୍ତି ।
ଭାରତ ହିଁ ପତିତ ଏବଂ ପାବନ ହେଉଛି । ୮୪ ଜନ୍ମ ମଧ୍ୟ ଭାରତବାସୀ ହିଁ ନେଉଛନ୍ତି । ବାକି
କ୍ରମାନ୍ୱୟରେ ଅନ୍ୟସବୁ ଧର୍ମର ଆତ୍ମାମାନେ ଆସୁଛନ୍ତି । ସୃଷ୍ଟିରୂପି ବୃକ୍ଷର ବୃଦ୍ଧି ହେଉଛି,
ସେମାନେ ପୁଣି ସେହି ସମୟରେ ହିଁ ଆସିବେ । ଏହି କଥା ଆଉ କାହାରି ବୁଦ୍ଧିରେ ନ ଥିବ । ତୁମମାନଙ୍କ
ଭିତରେ ମଧ୍ୟ ସମସ୍ତେ ଧାରଣ କରିପାରିବେ ନାହିଁ । ଏହି ୮୪ ଜନ୍ମର ଚକ୍ର ବୁଦ୍ଧିରେ ରହିଲେ ମଧ୍ୟ
ଖୁସିରେ ରହିବ । ଏବେ ବାବା ଆମକୁ ନେଇଯିବା ପାଇଁ ଆସିଛନ୍ତି । ସଚ୍ଚା-ସଚ୍ଚା ପ୍ରେମିକ ଆସିଛନ୍ତି,
ଯାହାଙ୍କୁ ଆମେ ଭକ୍ତିମାର୍ଗରେ ବହୁତ ମନେ ପକାଉଥିଲୁ, ସେ ଆମମାନଙ୍କୁ ଘରକୁ ନେଇଯିବା ପାଇଁ
ଆସିଛନ୍ତି । କିନ୍ତୁ ମନୁଷ୍ୟମାନେ ଏକଥା ଜାଣିନାହାଁନ୍ତି ଯେ ଶାନ୍ତି ମଧ୍ୟ କାହାକୁ କୁହାଯାଉଛି
। ଆତ୍ମା ତ ହେଉଛି ହିଁ ଶାନ୍ତ ସ୍ୱରୂପ । ଆତ୍ମାକୁ ଏହି ଅରଗାନ୍ସ ଅର୍ଥାତ୍ କର୍ମେନ୍ଦ୍ରିୟ
ମିଳିଛି, ତେଣୁ କର୍ମ କରିବାକୁ ପଡ଼ୁଛି । ବାବା ଯିଏ କି ଶାନ୍ତିର ସାଗର ଅଟନ୍ତି, ସେ ସମସ୍ତଙ୍କୁ
ସାଥୀରେ ନେଇଯାଇଥାଆନ୍ତି । ତେବେ ଯାଇ ସମସ୍ତଙ୍କୁ ଶାନ୍ତି ମିଳିବ । ସତ୍ୟଯୁଗରେ ତୁମକୁ ଶାନ୍ତି
ଏବଂ ସୁଖ ଉଭୟ ମିଳିବ । ବାକି ସବୁ ଆତ୍ମାମାନେ ଶାନ୍ତିଧାମକୁ ଚାଲି ଯିବେ । ବାବାଙ୍କୁ ହିଁ
ଶାନ୍ତିର ସାଗର କୁହାଯାଉଛି । ଏକଥା ମଧ୍ୟ ବହୁତ ସନ୍ତାନମାନେ ଭୁଲିଯାଉଛନ୍ତି କାହିଁକିନା
ଦେହ-ଅଭିମାନରେ ରହୁଛନ୍ତି, ଦେହୀ-ଅଭିମାନୀ ହେଉନାହାଁନ୍ତି । ବାବା ସମସ୍ତଙ୍କୁ ଶାନ୍ତି ତ
ଦେଉଛନ୍ତି ନା । ଚିତ୍ରରେ ସଙ୍ଗମଯୁଗ ସମ୍ବନ୍ଧରେ ବୁଝାଅ । ବର୍ତ୍ତମାନ ସମସ୍ତେ ଅଶାନ୍ତ ।
ସତ୍ୟଯୁଗରେ ତ ଏତେ ଧର୍ମ ହିଁ ନ ଥିବ । ସମସ୍ତେ ଶାନ୍ତିଧାମକୁ ଚାଲିଯିବେ । ସେଠାରେ ସମସ୍ତଙ୍କୁ
ମନ ଭରି ଶାନ୍ତି ମିଳିବ । ତୁମର ରାଜତ୍ୱରେ ଶାନ୍ତି ଏବଂ ସୁଖ ଉଭୟ ରହିବ । ସତ୍ୟଯୁଗରେ ପବିତ୍ରତା,
ସୁଖ, ଶାନ୍ତି ସବୁ କିଛି ତୁମମାନଙ୍କୁ ମିଳିବ । ମୁକ୍ତିଧାମକୁ ସୁଇଟ୍ ହୋମ କୁହାଯାଏ । ସେଠାର
କେହି ପତିତ ଦୁଃଖୀ ହେବେ ନାହିଁ, ଦୁଃଖ ସୁଖର କୌଣସି କଥା ରହିବ ନାହିଁ । ତେବେ ଶାନ୍ତିର ଅର୍ଥକୁ
ବୁଝୁନାହାଁନ୍ତି । ବାବା ରାଣୀଙ୍କର ହାରର ଉଦାହରଣ ଦେଉଛନ୍ତି ନା । ଏବେ ବାବା କହୁଛନ୍ତି
ଶାନ୍ତି-ସୁଖ-ସବୁ ନିଅ । ଆୟୁଷ୍ମାନ ଭବ... ସେଠାରେ କାଇଦା ଅନୁସାରେ ପୁତ୍ର ସନ୍ତାନ ହେବ ।
ସନ୍ତାନପ୍ରାପ୍ତି ପାଇଁ ସେଠାରେ କୌଣସି ପୁରୁଷାର୍ଥ କରିବାକୁ ପଡ଼ିବ ନାହିଁ । ଶରୀର ତ୍ୟାଗ
କରିବାର ସମୟ ହେଲେ ସାକ୍ଷାତକାର ହୋଇଥାଏ ଏବଂ ଖୁସିରେ ଶରୀର ଛାଡ଼ି ଦେଇଥା’ନ୍ତି । ଯେପରି
ବାବାଙ୍କୁ ଖୁସି ରହିଥାଏ ନା - ଏହି ଶରୀରକୁ ଛାଡ଼ି ମୁଁ ଏହିପରି ହେବି, ଏବେ ପାଠ ପଢୁଛି ।
ତୁମେମାନେ ମଧ୍ୟ ଜାଣିଛ ଆମେ ସତ୍ୟଯୁଗକୁ ଯିବୁ । ଏବେ ସଙ୍ଗମ ଯୁଗରେ ତୁମମାନଙ୍କ ବୁଦ୍ଧିରେ ଏ କଥା
ରହିଛି । ତେଣୁ କେତେ ଖୁସିରେ ରହିବା ଉଚିତ୍ । ଯେତେ ଉଚ୍ଚ ପାଠପଢା ସେତେ ଖୁସି । ଆମକୁ ଭଗବାନ
ପାଠ ପଢାଉଛନ୍ତି । ଲକ୍ଷ୍ୟ ତୁମମାନଙ୍କ ସମ୍ମୁଖରେ ରହିଛି ତେଣୁ କେତେ ଖୁସି ରହିବା ଉଚିତ୍ ।
କିନ୍ତୁ - ଚାଲୁ ଚାଲୁ ତଳକୁ ଖସି ଯାଉଛନ୍ତି । ତୁମର ସେବା ସେତେବେଳେ ବୃଦ୍ଧି ହେବ ଯେତେବେଳେ
କୁମାରୀମାନେ ସେବାକ୍ଷେତ୍ରକୁ ଆସିବେ । ବାବା କହୁଛନ୍ତି ପ୍ରଥମେ ତ ପରସ୍ପରର ସମ୍ବନ୍ଧରେ ତିକ୍ତତା
ଆଣ ନାହିଁ । ଜାଣିଛ ଯେ ଆମେ ଏପରି ଦୁନିଆକୁ ଯାଉଛୁ ଯେଉଁଠି ବାଘ-ଛେଳି ଏକତ୍ର ପାଣି ପିଇବେ,
ସେଠାରେ ତ ପ୍ରତ୍ୟେକ ଜିନିଷ ଦେଖିବା ମାତ୍ରେ ହିଁ ମନ ଖୁସି ହୋଇଯାଇଥାଏ । ନାମ ହିଁ ହେଉଛି
ସ୍ୱର୍ଗ । ତେଣୁ କୁମାରୀମାନେ ଲୌକିକ ପିତା-ମାତାଙ୍କୁ କୁହନ୍ତୁ - ଏବେ ଆମେ ସେଠାକୁ ଯିବା ପାଇଁ
ପ୍ରସ୍ତୁତି କରୁଛୁ, ସେଥିପାଇଁ ପବିତ୍ର ତ ନିଶ୍ଚିତ ହେବାକୁ ପଡ଼ିବ । ବାବା କହୁଛନ୍ତି କାମ
ମହାଶତ୍ରୁ ଅଟେ । ଏବେ ମୁଁ ଯୋଗିନୀ ହୋଇଛି ସେଥିପାଇଁ ପତିତ ହୋଇପାରିବି ନାହିଁ । କଥା କହିବାରେ
ନିର୍ଭିକ ପଣିଆ ଆବଶ୍ୟକ । ଏପରି କୁମାରୀ ଯେବେ ବାହାରିବେ ପୁଣି ଦେଖିବ କେତେ ଜଲ୍ଦି ସେବା ହେବ
। କିନ୍ତୁ ନଷ୍ଟମୋହା ହେବା ଦରକାର । ଥରେ ମରିଗଲେ ଅର୍ଥାତ୍ ବୁଦ୍ଧିରୁ ଭୁଲିଗଲେ ପୁଣି ସ୍ମୃତିରେ
ଆସିବା ଉଚିତ୍ ନୁହେଁ । କିନ୍ତୁ ବହୁତଙ୍କୁ ଘରର, ପିଲାଛୁଆ ଆଦିଙ୍କର ସ୍ମୃତି ଆସିଯାଉଛି । ତେବେ
ବାବାଙ୍କ ସାଥୀରେ ଯୋଗ କିପରି ଲାଗିବ । ଏଥିରେ ତ ଏକଥା ବୁଦ୍ଧିରେ ରହିବା ଉଚିତ୍ ଯେ ମୁଁ ହେଉଛି
ବାବାଙ୍କର । ଏହି ପୁରୁଣା ଦୁନିଆର ବିନାଶ ହେବ । ତେଣୁ ବାବା କହୁଛନ୍ତି ମୋତେ ମନେ ପକାଅ । ଆଚ୍ଛା-
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ
ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ନିଜର ଉଚ୍ଚ
ଭାଗ୍ୟ ଗଢିବା ପାଇଁ ଯେତେ ସମ୍ଭବ - ଅଶରୀରୀ ହେବାର ଅଭ୍ୟାସ କରିବାକୁ ହେବ । ଶରୀରର ଅଭିମାନ ବିଲ୍କୁଲ୍
ଭୁଲି ହୋଇଯାଉ, କାହାର ନାମ-ରୂପ ମନେ ନ ପଡୁ - ଏହି ମେହନତ କରିବାକୁ ହେବ ।
(୨) ନିଜର ଚାଲି-ଚଳଣିର
ଚାର୍ଟ ରଖିବାକୁ ହେବ । କେବେହେଲେ ଆସୁରୀ ଚାଲି-ଚଳଣ ଦେଖାଇବାର ନାହିଁ । ସଚ୍ଚା ହୃଦୟରେ
ନଷ୍ଟମୋହା ହୋଇ ଭାରତକୁ ସ୍ୱର୍ଗ କରିବାର ସେବାରେ ଲାଗି ଯିବା ଉଚିତ୍ ।
ବରଦାନ:-
ମାୟାର ରାଜକୀୟ
ରୂପର ବନ୍ଧନଠାରୁ ମୁକ୍ତ, ବିଶ୍ୱଜିତ୍, ଜଗତଜିତ୍ ଭବ ।
ମୋ’ର ପୁରୁଷାର୍ଥ, ମୋ’ର
ଉଦ୍ଭାବନ, ମୋ’ର ସେବା, ମୋ’ର ଟଚିଙ୍ଗ୍, ମୋ’ର ଗୁଣ ଭଲ ଅଟେ, ମୋ’ର ନିର୍ଣ୍ଣୟ ଶକ୍ତି ବହୁତ ଭଲ
ଅଟେ, ଏହିଭଳି ମୋ’ର ପଣିଆ ହିଁ ମାୟାର ରାଜକୀୟ ରୂପ ଅଟେ । ମାୟା ଏଭଳି ଯାଦୁମନ୍ତ୍ର କରିଦେଉଛି
ଯାହାକି ତୋ’ରକୁ ମଧ୍ୟ ମୋ’ର କରି ଦେଉଛି । ସେଥିପାଇଁ ଏବେ ଏହିଭଳି ଅନେକ ପ୍ରକାରର ବନ୍ଧନରୁ
ମୁକ୍ତ ହୋଇ ଏକମାତ୍ର ବାବାଙ୍କର ସମ୍ବନ୍ଧକୁ ଆସିଯାଅ ତାହାହେଲେ ମାୟାଜିତ୍ ହୋଇଯିବ । ମାୟାଜିତ୍
ହିଁ ପ୍ରକୃତିଜିତ୍, ବିଶ୍ୱଜିତ୍ ବା ଜଗତ୍ଜିତ୍ ହୋଇଥାଆନ୍ତି । ସେହିମାନେ ହିଁ ଗୋଟିଏ
ସେକେଣ୍ଡରେ ଅଶରୀରୀ ଭବର ନିର୍ଦ୍ଦେଶକୁ ସହଜରେ ଏବଂ ସ୍ୱତଃ ଭାବରେ କାର୍ଯ୍ୟରେ ଲଗାଇ ପାରିବେ ।
ସ୍ଲୋଗାନ:-
ବିଶ୍ୱ
ପରିବର୍ତ୍ତକ ସିଏ ଅଟେ ଯିଏକି କାହାର ବି ନକାରାତ୍ମକକୁ ସକାରାତ୍ମକରେ ପରିବର୍ତ୍ତନ କରିପାରୁଥିବ
।
ଅବ୍ୟକ୍ତ ଈଶାରା:-
ଆତ୍ମିକ ରାଜକୀୟତା ସହିତ ପବିତ୍ରତାର ବ୍ୟକ୍ତିତ୍ୱକୁ ଧାରଣ କର ।
ତୁମମାନଙ୍କର ସ୍ୱ-ସ୍ୱରୂପ
ପବିତ୍ର ଅଟେ, ସ୍ୱଧର୍ମ ଅର୍ଥାତ୍ ଆତ୍ମାର ପ୍ରଥମ ଧାରଣା ପବିତ୍ରତା ଅଟେ । ସ୍ୱ ଦେଶ ପବିତ୍ର ଦେଶ
ଅଟେ । ସ୍ୱରାଜ୍ୟ ପବିତ୍ର ରାଜ୍ୟ ଅଟେ । ସ୍ୱର ସ୍କାରକୀ ପରମ ପବିତ୍ର ପୂଜ୍ୟ ଅଟେ ।
କର୍ମେନ୍ଦ୍ରିୟ ଗୁଡିକର ଅନାଦି ସ୍ୱଭାବ ସୁକର୍ମ ଅଟେ, ବାସ୍ ଏହି କଥା ଯଦି ସର୍ବଦା ସ୍ମୃତିରେ
ରଖିବ, ତେବେ ମେହନତ କରିବାରୁ ଏବଂ ହଠକ୍ରିୟାରୁ ମୁକ୍ତ ହୋଇଯିବ ଏବଂ ପବିତ୍ରତାକୁ ବରଦାନ ରୂପରେ
ଧାରଣ କରିନେବ ।