10.05.26    Avyakt Bapdada     Odia Murli    30.01.2010     Om Shanti     Madhuban


“ଚାରୋଟିଯାକ ବିଷୟରେ ସ୍ୱମାନର ଅନୁଭବୀ ସ୍ୱରୂପ ହୋଇ ଅନୁଭବର ଅଧିକାରୀ ପଣିଆକୁ କାର୍ଯ୍ୟରେ ଲଗାଅ ।”


ଆଜି ବ୍ରାହ୍ମଣ ସଂସାରର ରଚୟିତା ବାପଦାଦା ନିଜର ଚାରିଆଡର ବ୍ରାହ୍ମଣ ସଂସାରକୁ ଦେଖୁଛନ୍ତି । ପ୍ରତ୍ୟେକ ବ୍ରାହ୍ମଣ ଆତ୍ମା ସାରା ସଂସାର ଭିତରେ ବିଶେଷ ଅଟେ ଏବଂ କୋଟିକ ଭିତରେ କେହି ଅଟେ କାହିଁକିନା ସାଧାରଣ ଶରୀର ଭିତରେ ଆସିଥିବା ବାବାଙ୍କୁ ଚିହ୍ନି ଯାଇଛି । ବାପଦାଦା ମଧ୍ୟ ନିଜର ଦିଲ୍‌ରେ ସମାହିତ ହୋଇଥିବା ପିଲାମାନଙ୍କୁ ଦିଲ୍‌ର ସହିତ ହାର୍ଦ୍ଦିକ ସ୍ନେହ ଦେଉଛନ୍ତି । ପ୍ରତ୍ୟେକ ସନ୍ତାନ ନିଜକୁ ଏହିଭଳି ବାବାଙ୍କର ପ୍ରିୟ ତଥା ଦିଲ୍ ଭିତରେ ବାବାଙ୍କୁ ସମାହିତ କରିବାର ଅନୁଭବ କରୁଛ ତ! ବାବାଙ୍କ ପାଇଁ ପ୍ରତ୍ୟେକ ସନ୍ତାନ ଅତିପ୍ରିୟ ଅଟେ ଏବଂ ସମସ୍ତଙ୍କୁ ମଧ୍ୟ ପ୍ରିୟ ଅଟେ । ତେବେ ତୁମ ସମସ୍ତଙ୍କର ସର୍ବ ଆତ୍ମାଙ୍କ ପ୍ରତି ଚାଲେଞ୍ଚ ହେଲା ଆମେ ଯୋଗୀ ଜୀବନବାଲା ଅଟୁ । କେବଳ ଯୋଗ ଲଗାଇବାବାଲା ନୁହେଁ କିନ୍ତୁ ଯୋଗୀ ଜୀବନବାଲା ଅଟୁ । ଜୀବନ କେବଳ ଦୁଇ ଚାରି ଘଣ୍ଟା ପାଇଁ ହୋଇନଥାଏ, ଜୀବନ ତ ସଦାକାଳ ପାଇଁ ହୋଇଥାଏ । ତେଣୁ ଚାଲିବୁଲି କର୍ମ କରି ମଧ୍ୟ ଆମେ ନିରନ୍ତର ଯୋଗୀ ଅଟୁ । ଚାହେଁ ଯୋଗରେ ବସିପାରୁ, ଚାହେଁ ଯେକୌଣସି କର୍ମ କରି ମଧ୍ୟ ଆମେ କର୍ମ ଯୋଗୀ ଅଟୁ । ଜୀବନର ଲକ୍ଷ୍ୟ ହିଁ ସଦାଯୋଗୀ ହେବାର ଅଟେ । ଏହିଭଳି ନିଜର ଯୋଗୀ ଜୀବନକୁ ସ୍ୱାଭାବିକ ମନେ କରୁଛ ତ? ବାପଦାଦା ତ ପ୍ରତ୍ୟେକ ସନ୍ତାନର ମସ୍ତକରେ ଚମକୁଥିବାର ଭାଗ୍ୟକୁ ଦେଖୁଛନ୍ତି । ଜାଣିଛ କ’ଣ ଦେଖୁଛନ୍ତି? ମୋ’ର ପ୍ରତ୍ୟେକ ସନ୍ତାନ ସ୍ୱମାନଧାରୀ, ସ୍ୱରାଜ୍ୟ ଅଧିକାରୀ ଅଟେ । କାହିଁକି ଜାଣିଛ? ଯେଉଁଠାରେ ସ୍ୱମାନ ଅଛି ସେଠାରେ ଦେହଭାନ ଆସି ପାରିବ ନାହିଁ । ଆଦିଠାରୁ ଅନ୍ତ ପର୍ଯ୍ୟନ୍ତ ଅର୍ଥାତ୍ ବର୍ତ୍ତମାନ ସମୟ ପର୍ଯ୍ୟନ୍ତ ବାପଦାଦା ପ୍ରତ୍ୟେକ ସନ୍ତାନକୁ ଭିନ୍ନ ଭିନ୍ନ ସ୍ୱମାନ ଦେଇଛନ୍ତି । ଯଦି ଏବେ ବି ସ୍ୱମାନ ଗୁଡିକୁ ମନେ ପକାଇବ ଏବଂ ଗୋଟିଏ ଗୋଟିଏ ସ୍ୱମାନର ମାଳା ଗଡାଇ ଚାଲିବ ତେବେ ଅନେକ ଗୁଡିଏ ସ୍ୱମାନର ସ୍ୱରୂପ ହୋଇ, ସ୍ୱମାନରେ ଲଭଲୀନ ହୋଇଯିବ । କିନ୍ତୁ ପିଲାମାନଙ୍କର ଗୋଟିଏ କଥା ବାପଦାଦାଙ୍କୁ ଏପର୍ଯ୍ୟନ୍ତ ମଧ୍ୟ ଭଲ ଲାଗୁ ନାହିଁ, ଜାଣିଛ ତାହା କ’ଣ? ଯଦି କୌଣସି ବି ସନ୍ତାନ କହୁଛି ମୋତେ ସ୍ୱାଭିମାନରେ ସ୍ଥିତ ହେବା ପାଇଁ କେବେ କେବେ ମେହନତ କରିବାକୁ ପଡୁଛି, ଚାହୁଁଛି ସ୍ୱମାନରେ ସ୍ଥିତ ହେବା ପାଇଁ କିନ୍ତୁ କେବେ କେବେ ମେହନତ ଲାଗୁଛି, ତେଣୁ ସର୍ବଶକ୍ତିବାନ ପିତା ପିଲାମାନଙ୍କର ମେହନତକୁ ଦେଖିପାରୁ ନାହାଁନ୍ତି କାହିଁକିନା ଯେଉଁଠି ମୋହବତ୍ ଥାଏ, ସେଠାରେ ମେହନତ ନଥାଏ । ତେଣୁ ଯେଉଁଠି ମେହନତ ଲାଗୁଛି ସେଠାରେ ମୋହବତ୍ ଅର୍ଥାତ୍ ସ୍ନେହରେ କମୀ ରହିଛି ।

ଆଜି ଅମୃତବେଳାରେ ବାପଦାଦା ଦେଶ ବିଦେଶ ଚାରିଆଡର ବ୍ରାହ୍ମଣମାନଙ୍କ ପାଖକୁ ଚକ୍ର ଲଗାଇବା ପାଇଁ ଯାଇଥିଲେ, ତେବେ କ’ଣ ଦେଖିଲେ ଜାଣିଛ? କେହି କେହି ପିଲା ସ୍ୱମାନରେ ବସିଛନ୍ତି, ଭାବୁଛନ୍ତି ମୁଁ ବାପଦାଦାଙ୍କର ହୃଦୟ ସିଂହାସନ ଅଧିକାରୀ ଅଟେ, ଏହିଭଳି ମଧ୍ୟ ଭାବୁଛନ୍ତି, ସ୍ୱମାନରେ ସ୍ଥିତ ହେବାର ପୁରୁଷାର୍ଥ ମଧ୍ୟ କରୁଛନ୍ତି କିନ୍ତୁ ସେଥିରେ କମୀ କ’ଣ ଦେଖିଲେ ଜାଣିଛ? ସ୍ୱମାନ ମଧ୍ୟ ମନେ ଅଛି, ଭାବୁଛନ୍ତି ମଧ୍ୟ କିନ୍ତୁ ସ୍ୱମାନର ହୋଇ, ଅନୁଭବୀ ମୂରତ ହୋଇ ଅନୁଭବର ଅଧିକାରୀ ସ୍ୱରୂପ ହେବାରେ କମୀ ଦେଖାଯାଉଛି କାହିଁକିନା ଅଧିକାରୀ ପଣିଆ ତ ବହୁତ ପ୍ରକାରର ଅଛି କିନ୍ତୁ ସବୁଠାରୁ ବଡ ଅଧିକାରୀ ପଣିଆ ହେଲା ଅନୁଭବର ଅଧିକାରୀ ପଣିଆ ଏବଂ ଏହି ସ୍ୱମାନର ଅନୁଭୂତି ସ୍ୱୟଂ ଅଲମାଇଟୀ ଅଥୋରିଟୀ ହିଁ ଦେଇଛନ୍ତି । ତେଣୁ ମେହନତ ତ କରୁଛନ୍ତି କିନ୍ତୁ ଅନୁଭବ ସ୍ୱରୂପ ହେଉ ନାହାଁନ୍ତି । ତେଣୁ ବାପଦାଦା ଏହି କଥା ଦେଖିଲେ ଯେ ପିଲାମାନେ ଯୋଗରେ ତ ବସୁଛନ୍ତି ଏବଂ ଭାବୁଛନ୍ତି ମଧ୍ୟ କିନ୍ତୁ ଅନୁଭବର ସ୍ୱରୂପ କେହି କେହି ହେଉଛନ୍ତି । ତେବେ ଅନୁଭବରେ କୌଣସି ପ୍ରକାରର ଦେହ ଅଭିମାନ ଟିକିଏ ବି ନିଜ ଆଡକୁ ଟାଣି ନେଇପାରିବ ନାହିଁ । ତେଣୁ ଅନୁଭବର ସ୍ୱରୂପ ହୋଇଯିବା ଅର୍ଥାତ୍ କର୍ମ କରିବା ସମୟରେ ମଧ୍ୟ କର୍ମଯୋଗୀର ଅନୁଭବରେ ହଜିଯିବା । ଏବେ ଏହାର ଆଉ ଟିକିଏ ଅଧିକ ଆବଶ୍ୟକତା ରହିଛି । ସ୍ୱରୂପରେ ସ୍ଥିତ ହୋଇଯିବା, ସବୁ ବିଷୟରେ ଅନୁଭବୀ ସ୍ୱରୁପ ହେବା, ଏଥିରେ ଜ୍ଞାନ ଯୋଗ, ଧାରଣା, ସେବା, ଚାରୋଟିଯାକ ବିଷୟରେ ଅନୁଭବର ସ୍ୱରୂପ ହେବାକୁ ପଡିବ । କାରଣ ଅନୁଭବୀକୁ ମାୟା ମଧ୍ୟ ହଲଚଲ୍ କରିପାରିବ ନାହିଁ, ସେଥିପାଇଁ ବାପଦାଦା ଆଜି ସମସ୍ତଙ୍କୁ ଅନୁଭବୀ ସ୍ୱରୂପରେ ଦେଖିବାକୁ ଚାହୁଁଛନ୍ତି । ଶୁଣିବାରେ ଏବଂ ଭାବିବାରେ ମଧ୍ୟ ଫରକ ରହିଛି କିନ୍ତୁ ଅନୁଭବୀ ସ୍ୱରୂପ ହେବା ଅର୍ଥାତ୍ ଯାହା ଭାବିଲ, ଯେଉଁ ସ୍ୱମାନରେ ସ୍ଥିତ ହେବାକୁ ଚାହିଁଲ ତା’ର ଅନୁଭବ ସ୍ୱରୂପରେ ସ୍ଥିତ ହୋଇଗଲ । ଅନୁଭବୀକୁ କେହି ବି ଦୋହଲାଇ ପାରିବ ନାହିଁ କାହିଁକିନା ସ୍ୱମାନ ଏବଂ ଦେହଭାନ୍‌, ଯେଉଁଠି ସ୍ୱମାନର ସ୍ୱରୂପ ହୋଇଥିବ, ସ୍ୱମାନର ଅନୁଭବରେ ସ୍ଥିତ ରହୁଥିବ ସେଠାକୁ ଦେହଭାନ ଅର୍ଥାତ୍ ଦୈହିକ ସ୍ମୃତି ଆସିପାରିବ ନାହିଁ । ଯେପରି ଦେଖ ଯଦି ଅନ୍ଧକାର ଅଛି କିନ୍ତୁ ତୁମେ ଲାଇଟ୍‌ର ସ୍ୱିଚ୍ ଅନ୍ କରିଦେଉଛ ତେବେ ଅନ୍ଧକାର ଆପେ ଆପେ ଅର୍ନ୍ତଧ୍ୟାନ ହୋଇଯାଉଛି । ଅନ୍ଧକାରକୁ ସମାପ୍ତ କରିବା ପାଇଁ ବା ତଡିବା ପାଇଁ ମେହନତ କରିବାକୁ ପଡୁ ନାହିଁ । ସେହିପରି ଯେତେବେଳେ ସ୍ୱମାନର ଆସନ ଉପରେ ବସି ଅନୁଭବର ସ୍ୱୀଚ୍‌କୁ ଅନ୍ କରିବ ତେବେ କୌଣସି ପ୍ରକାରର ଦେହଭାନ ଆସିପାରିବ ନାହିଁ । କାରଣ ଦେହଭାନ ମଧ୍ୟ ଭିନ୍ନ ଭିନ୍ନ ପ୍ରକାରର ରହିଛି ଏବଂ ବାବା ମଧ୍ୟ ଭିନ୍ନ ଭିନ୍ନ ପ୍ରକାରର ସ୍ୱମାନ ଦେଇଛନ୍ତି । ସ୍ୱମାନ ଗୁଡିକୁ ମଧ୍ୟ ଜାଣିଛ, ପୁରୁଷାର୍ଥ ମଧ୍ୟ କରୁଛ କିନ୍ତୁ ଅନୁଭବ କରିବା ପାଇଁ ପୁରୁଷାର୍ଥ କରିବା ଏବଂ ଅନୁଭବୀ ହେବା ଏଥିରେ ଫରକ ରହିଛି, ସେଥିପାଇଁ ମେହନତ କରିବାକୁ ପଡୁଛି । ତେଣୁ ବାପଦାଦାଙ୍କୁ ଏବେ ସମୟ ଅନୁସାରେ, ବାବାଙ୍କ ସମାନ ହେବାର ଲକ୍ଷ୍ୟକୁ ସମ୍ପନ୍ନ କରିବା ସମୟରେ ଏହିଭଳି ମେହନତ କରିବା ଭଲ ଲାଗୁ ନାହିଁ । ତେଣୁ ସମସ୍ତେ ନିଜେ ନିଜକୁ ଚେକ୍ କର ଯେ ମୁଁ କର୍ମଯୋଗୀ ଜୀବନଧାରୀ ଅଟେ ତ? ଜୀବନ ତ ସ୍ୱାଭାବିକ ଏବଂ ସଦାକାଳର ହୋଇଥାଏ, କେବେ କେବେର ନୁହେଁ । ତେଣୁ ଏହିଭଳି ଅନୁଭବୀ ସ୍ୱରୂପ ହୁଅ, ଯୋଗୀ ଜୀବନରେ ରହିବାର ଯେଉଁ ଲକ୍ଷ୍ୟ ରଖିଛ, ଅନୁଭବୀ ମୂରତ ହେବାର ଯେଉଁ ଲକ୍ଷ୍ୟ ରଖିଛ ସେହିଭଳି ଲକ୍ଷ୍ୟ ସମ୍ପନ୍ନ ଅଟ ତ? ମସ୍ତକରେ ସର୍ବଦା ଚମକୁଥିବା ତାରକାର ଆଲୋକ ନିଜକୁ ମଧ୍ୟ ଅନୁଭବ ହେଉ, ନିଜେ ମଧ୍ୟ ସେହିଭଳି ସ୍ୱରୂପରେ ସ୍ଥିତ ରୁହ, ସ୍ମୃତି ସ୍ୱରୂପ ହୁଅ, ସ୍ମରଣ କରିବାବାଲା ନୁହେଁ, କିନ୍ତୁ ସ୍ମୃତି ସ୍ୱରୂପ ହୁଅ ଏବଂ ମୁଁ ସ୍ମୃତି ସ୍ୱରୂପ ଅଟେ କି ନୁହେଁ ତା’ର ପ୍ରମାଣ ହେଲା ଯେଉଁଠି ସ୍ମୃତିର ଅନୁଭବୀ ସ୍ୱରୂପ ରହିଛି ସେଠାରେ ନିଜ ଭିତରେ ପ୍ରତ୍ୟେକ କାର୍ଯ୍ୟ କରିବା ସମୟରେ ମଧ୍ୟ ସମର୍ଥୀର ଅନୁଭବ ହେଉଥିବ । କାର୍ଯ୍ୟ ତ ଭିନ୍ନ ଭିନ୍ନ ହୋଇଥିବ କିନ୍ତୁ ଅନୁଭବ ସ୍ୱରୂପର ସ୍ଥିତି ଭିନ୍ନ ଭିନ୍ନ ହୋଇ ନ ଥିବ ।

ତେଣୁ ଆଜି ବାପଦାଦା ଦେଖୁଥିଲେ ଯେ ପିଲାମାନଙ୍କୁ ମେହନତ କାହିଁକି କରିବାକୁ ପଡୁଛି? ତେବେ ଅନୁଭବ ସ୍ୱରୂପ ହେବାରେ ପୁରୁଷାର୍ଥର କ୍ରମ ଅନୁସାରେ ଦେଖିବାକୁ ମିଳିଲା । ବାପଦାଦାଙ୍କର ତ ପ୍ରତ୍ୟେକ ସନ୍ତାନ ପ୍ରତି ଅତି ସ୍ନେହ ରହିଛି ତେଣୁ ସ୍ନେହୀ ଆତ୍ମାର ମେହନତ କରିବା ଦେଖି ହୁଏ ନାହିଁ । ଚାହେଁ କୌଣସି ବି ବିଷୟରେ ମେହନତ କରିବାକୁ ପଡୁଛି, କେବେ କେବେ ଶବ୍ଦକୁ ବ୍ୟବହାର କରିବାକୁ ମଧ୍ୟ ପଡୁଛି, ଏହାର କାରଣ ହେଲା ଅନୁଭବୀ ସ୍ୱରୂପ ହେବାରେ କମୀ । ପୁରୁଷାର୍ଥୀ ତ ଅଟ କିନ୍ତୁ ସ୍ୱରୂପ ହୋଇ ନାହଁ । ଗୋଟିଏ ସେକେଣ୍ଡ ଭିତରେ ଚାରୋଟିଯାକ ବିଷୟରେ ନିଜର ସ୍ୱମାନର ଅନୁଭବୀ ସ୍ୱରୂପର ଅନୁଭୂତି ହେବା ଦରକାର, ଯାହାଦ୍ୱାରା ଦେହଅଭିମାନ ପାଖକୁ ଆସିପାରିବ ନାହିଁ । ଯେପରି ଆଲୋକ ନିକଟରେ ଅନ୍ଧକାର ରହିପାରିବ ନାହିଁ, ତା’କୁ ବାହାର କରିବାକୁ ପଡେ ନାହିଁ, ସେହିପରି ଏହା ମଧ୍ୟ ସ୍ୱାଭାବିକ ଅଟେ ଯାହାକି ଯେଉଁଠି ଅନ୍ଧକାର ରହିଛି ସେଠାରେ ଆଲୋକ କମ ଅଛି ନଚେତ୍ ନାହିଁ । ତେଣୁ ସବୁଠାରୁ ବଡରୁ ବଡ ଅଧିକାରୀ ପଣିଆ ହେଲା ଅନୁଭବର ଅଥୋରିଟୀ ହେବା - ଏହାର ଗାୟନ ମଧ୍ୟ ରହିଛି । ଅନୁଭବକୁ ହଜାର ହଜାର ଲୋକ ଯଦି ବଦଳାଇବାକୁ ଚାହିଁବ ତେବେ ବି ବଦଳାଇ ପାରିବେ ନାହିଁ । ଯେପରି ତୁମେ ସମସ୍ତେ ଚିନିକୁ ଅନୁଭବ କରି ଦେଖିଛ ତାହା ମିଠା ଅଟେ, ଯଦି ହଜାରେ ଲୋକ ତୁମକୁ ବଦଳାଇବା ପାଇଁ ଚାହିଁବେ, ତେବେ ତୁମେ ବଦଳିପାରିବ କି? ତେଣୁ ଯାହା ବି ବିଷୟଗୁଡିକ ରହିଛି, ଚାହେଁ ଜ୍ଞାନ ହେଉ, ଚାହେଁ ଯୋଗ ହେଉ, ଧାରଣା ହେଉ ବା ସେବା ହେଉ କୌଣସି ଥିରେ ଚାହେଁ ଗୋଟିଏ ବିଷୟରେ ହେଉ ପଛକେ ଯଦି ମେହନତ କରିବାକୁ ପଡୁଛି ତେବେ ନିଶ୍ଚିତ ଅନୁଭବର କମୀ ରହିଛି । ସେବାର ସଫଳତାରେ, ଧାରଣାରେ ସ୍ୱଭାବ-ସଂସ୍କାରର ପରିବର୍ତ୍ତନରେ, ଯୋଗରେ ମଧ୍ୟ ଅଚଳ ରହିବାରେ ବା ଯୋଗୀ ଜୀବନର ଅନୁଭୂତି କରିବାରେ ଯେଉଁଠି ବି ମେହନତ କରିବାକୁ ପଡୁଛି ବା କେବେ କେବେ କହୁଛ, ତେବେ ଏହାର ଅର୍ଥ ହେଲା ସେହି ବିଷୟରେ ତୁମେ ଅନୁଭବୀ ମୂରତ ହୋଇ ନାହଁ । ତେବେ ଅନୁଭବ ମଧ୍ୟ କେବେ କେବେ ହୋଇନଥାଏ, ସ୍ୱାଭାବିକ ସଂସ୍କାର ହୋଇଯାଇଥାଏ । ତେଣୁ ଏବେ ଶୁଣିଲ ତ ମେହନତ କରିବାର କାରଣ କ’ଣ! ତୁମମାନଙ୍କର ତ ଅନୁଭବ ଥିବ ଯେଉଁ ସମୟରେ ଅନୁଭବର ଆସନ ଉପରେ ସ୍ଥିତ ହେଉଛ ବା କୌଣସି ବି ବରଦାନର ସ୍ୱରୂପର ଅନୁଭବୀ ହୋଇ ଅନୁଭବ କରୁଛ ତେବେ ସେହି ସମୟରେ ମେହନତ କରିବାକୁ ପଡୁନାହିଁ, ସ୍ୱାଭାବିକ ଭାବରେ ଅନୁଭୂତି ହେଉଛି, ସେଥିପାଇଁ ଏବେ ସମୟ ଅନୁସାରେ ସବୁ କିଛି ଅଚାନକ ହେବା ପୂର୍ବରୁ ଜଣାପଡିବ ନାହିଁ । ଯେପରି ଏବେ ପ୍ରକୃତିର ଘଟଣା ଗୁଡିକ ଅଚାନକର ଖେଳ ଭଳି ଘଟି ଚାଲିଛି ଏବଂ ଏବେ ତ କେବଳ ଆରମ୍ଭ ହେଉଛି । ଅଚାନକ ନୂଆ ନୂଆ ଘଟଣା ସବୁ ଘଟୁଛି । ଯେପରି ଭୂମିକମ୍ପ ହେଲା, କେତେ କମ ସମୟ ଭିତରେ ଲକ୍ଷ ଲକ୍ଷ ଲୋକ ପ୍ରାଣ ହରାଇଲେ, କ’ଣ ସେମାନଙ୍କୁ ଜଣା ଥିଲା! କାଲିକି ଆମେ ଥିବୁ କି ନଥିବୁ? ଏହିଭଳି ଅନେକ ଦୁର୍ଘଟଣା ସବୁ ଭିନ୍ନ ଭିନ୍ନ ସ୍ଥାନରେ ଅଚାନକ ଭାବରେ ଘଟିବା ଆରମ୍ଭ ହୋଇଗଲାଣି । ଏକା ସାଙ୍ଗରେ ଅନେକ ଆତ୍ମାଙ୍କର ଟିକେଟ୍ କଟୁଛି, ତେଣୁ ଏହିଭଳି ସମୟରେ ତୁମେମାନେ ସଦା ପ୍ରସ୍ତୁତ ଅଟ ତ? ଏଭଳି କହିବ ନାହିଁ ତ, ପୁରୁଷାର୍ଥ ତ କରୁଛି? ତେବେ ଏଭରରେଡୀ ଅର୍ଥାତ୍ ସଦାପ୍ରସ୍ତୁତର ଅର୍ଥ ହେଲା କୌଣସି ବି ବରଦାନ ର ବା ସ୍ୱମାନର ସଂକଳ୍ପ କରିବା ମାତ୍ରକେ ତା’ର ସ୍ୱରୂପ ହୋଇଯାଉଥିବ, ସେଥିପାଇଁ ଆଜି ବାପଦାଦା ଏହି କଥା ଉପରେ ବିଶେଷ ଧ୍ୟାନ ଆକର୍ଷଣ କରାଉଛନ୍ତି ଯେ କୌଣସି ବି ବରଦାନକୁ ଫଳିଭୂତ କରି ବରଦାନର ବା ସ୍ୱମାନର ସ୍ୱରୂପର ଅନୁଭବୀ ହୋଇପାରିବ? ହେବାକୁ ହିଁ ପଡିବ । ଚେଷ୍ଟା ତ କରୁଛ କିନ୍ତୁ ଯଦି ଚେଷ୍ଟା ମଧ୍ୟ କରିବାର ଅଛି ତେବେ ଏବେଠାରୁ ହିଁ କର କାହିଁକିନା ବହୁତ ସମୟର ଅଭ୍ୟାସ, ଆବଶ୍ୟକ ବେଳେ ସାହାଯ୍ୟ କରିବ । ପୁରୁଷାର୍ଥୀ ନୁହେଁ, ଅନୁଭବୀ କାହିଁକିନା ଅନୁଭବର ଅଥୋରିଟୀ ଅର୍ଥାତ୍ ଅଧିକାରୀ ପଣିଆ ତୁମମାନଙ୍କୁ ସ୍ୱୟଂ ଅଲମାଇଟୀ ଅଥୋରିଟୀ ହିଁ ଦେଇଛନ୍ତି । ଯେପରି ଦେହଭାନରେ ରହିବାର ଅନୁଭବୀ ଅଟ, କ’ଣ ଦେହଭାନକୁ ମନେ ପକାଇବାକୁ ପଡୁଛି ଯେ ମୁଁ ଅମୁକ ଅଟେ! ଧରିନିଅ ତୁମର ନାମ ଦେହ ଉପରେ ରଖାଯାଇଛି, ତେବେ ଦେହଭାନ ଅର୍ଥାତ୍ ଦେହର ସ୍ମୃତି ହୋଇଗଲା ନା, ମୁଁ ଅମୁକ ଅଟେ, ଯଦି ହଜାରେ ଲୋକ ତୁମକୁ କହିବେ ତୁମେ ଅମୁକ ନୁହେଁ, ସମୁକ ଅଟ, ତୁମର ନାମକୁ ବଦଳାଇ କହିବେ ତେବେ କ’ଣ ତୁମେ ମାନିଯିବ କି? କ’ଣ ନିଜର ନାମକୁ ଭୁଲିଯିବ କି? ଜନ୍ମ ନେବା ମାତ୍ରକେ ଯେଉଁ ନାମ ରଖାଯାଇଛି ସେହି ଦେହଭାନ କେତେ ପକ୍କା ଏବଂ ସ୍ୱାଭାବିକ ଅଟେ । ଅନ୍ୟ କାହାକୁ ଯଦି ତୁମ ନାମ ଧରି ଡକାଯାଉଥିବ ତୁମକୁ ଡକାଯାଉନଥିବ, କିନ୍ତୁ ତୁମର ସମାନ ନାମଧାରୀ ଅନ୍ୟ କାହାକୁ ଡକାଯାଉଥିବ ତେବେ ତୁମର କାନ ସେହି ନାମକୁ ଶୁଣିବା ମାତ୍ରକେ ତୁମର ଧ୍ୟାନ ସେ ଆଡକୁ ଚାଲିଯିବ, ଭାବିବ ମୋତେ ଡାକୁଛନ୍ତି । ତେଣୁ ଦେହଭାନ ଏତିକି ପକ୍କା ହୋଇଯାଇଛି । ସେହିପରି ଦେହୀ-ଅଭିମାନୀ ସ୍ଥିତି, ସ୍ୱମାନଧାରୀ ସ୍ୱରାଜ୍ୟ ଅଧିକାରୀ ସ୍ଥିତି ମଧ୍ୟ ସେତିକି ପକ୍କା ହେବା ଦରକାର । ତୁମେମାନେ କହୁଛ ନା ଆମର ଜୀବନ ପରିବର୍ତ୍ତନ ହୋଇଯାଇଛି, ତେବେ ପରିବର୍ତ୍ତନ କ’ଣ କରିଛ? ଦେହଭାନରୁ ସ୍ୱମାନଧାରୀ, ସ୍ୱରାଜ୍ୟ ଅଧିକାରୀ ହୋଇଯାଇଛ । ତେଣୁ ଚେକ୍ କର ମୁଁ ଜ୍ଞାନ ସ୍ୱରୂପ ହୋଇଛି ତ? ନା କେବଳ ଜ୍ଞାନ ଶୁଣିବା ଏବଂ ଶୁଣାଇବା ବାଲା ହୋଇଯାଇଛି? ତେବେ ଜ୍ଞାନ ଅର୍ଥାତ୍ ନଲେଜ୍‌, ନଲେଜକୁ କୁହାଯାଏ, ନଲେଜ ଇଜ୍ ଲାଇଟ୍‌, ନଲେଜ ଇଜ୍ ମାଇଟ୍‌, ତେଣୁ ଜ୍ଞାନ ସ୍ୱରୂପ ହେବା ଅର୍ଥ ଯାହାବି କାର୍ଯ୍ୟ କରିବ ତାହା ଲାଇଟ୍ ଏବଂ ମାଇଟ୍‌ବାଲା ହେଉଥିବ ଅର୍ଥାତ୍ ଯଥାର୍ଥ କର୍ମ ହେଉଥିବ । ତେବେ କୁହାଯିବ ଜ୍ଞାନ ସ୍ୱରୂପ । ତେଣୁ ଜ୍ଞାନ ଶୁଣାଇବାବାଲା ନୁହେଁ, ଜ୍ଞାନ ସ୍ୱରୂପ ହୁଅ । ସେହିଭଳି ଯୋଗ ସ୍ୱରୂପର ଅର୍ଥ ହେଲା କର୍ମେନ୍ଦ୍ରିୟଜିତ୍ ହେବା । ପ୍ରତ୍ୟେକ କର୍ମେନ୍ଦ୍ରିୟ ଉପରେ ସ୍ୱରାଜ୍ୟଧାରୀ । ଏହାକୁ କୁହାଯାଏ ଯୋଗଯୁକ୍ତ ଅର୍ଥାତ୍ ଯୁକ୍ତିଯୁକ୍ତ ଜୀବନ । ଯଦି ଏହିଭଳି ଜ୍ଞାନ ଯୋଗର ସ୍ୱରୂପ ହୋଇଯିବ ତେବେ ପ୍ରତ୍ୟେକ ଗୁଣର ଧାରଣା ଆପେ ଆପେ ହୋଇଯିବ । ଯେଉଁଠାରେ ଜ୍ଞାନ ଯୋଗ ରହିଛି, ଯୋଗଯୁକ୍ତ ସ୍ଥିତି ରହିଛି ସେଠାରେ ଦିବ୍ୟଗୁଣର ଧାରଣା ଆପେ ଆପେ ହୋଇଯିବ । ସେବା ମଧ୍ୟ ସବୁ ସମୟରେ ଆପେ ଆପେ ହୋଇଯିବ । ସମୟ ଅନୁସାରେ ଚାହେଁ ସଂକଳ୍ପ ଦ୍ୱାରା ସେବା କର, ଚାହେଁ ବାଣୀ ଦ୍ୱାରା ସେବା କର, ଚାହେଁ କର୍ମ ଦ୍ୱାରା, ଚାହେଁ ସ୍ନେହପୂର୍ଣ୍ଣ ସମ୍ବନ୍ଧ ଦ୍ୱାରା କର, ସେବା ମଧ୍ୟ ସବୁ ସମୟରେ ଅଖଣ୍ଡ ଭାବରେ ଚାଲୁ ରହିଥିବ । ତେବେ ସମ୍ବନ୍ଧ ସମ୍ପର୍କ ଦ୍ୱାରା ମଧ୍ୟ ସେବା ହୋଇଥାଏ । ଧରିନିଅ ତୁମର କୌଣସି ଭାଇ ବା ଭଉଣୀ ବ୍ରାହ୍ମଣ ପରିବାର ଭିତରେ ଟିକିଏ ଦୁଃଖୀ ହୋଇଥିବ ବା ପୁରୁଷାର୍ଥରେ ଟିକିଏ ମାନ୍ଦା ଥିବ ବା କୌଣସି ଖରାପ ସଂସ୍କାରର ବଶୀଭୂତ ହୋଇଥିବ, ଏହିଭଳି ସମ୍ପର୍କବାଲା ଆତ୍ମାକୁ ଯଦି ତୁମେ ଉମଙ୍ଗ-ଉତ୍ସାହ ଦେଲ ବା ତାକୁ ସ୍ନେହ, ସହଯୋଗ ଦେଇ ଆଗକୁ ବଢାଇ ଦେଲ, ତେବେ ଏହାଦ୍ୱାରା ମଧ୍ୟ ସେବାର ପୁଣ୍ୟ ଜମା ହେଲା । ଖସି ପଡିଥିବା ଆତ୍ମାକୁ ଉଠାଇବା ମଧ୍ୟ ବହୁତ ବଡ ପୁଣ୍ୟ ଅଟେ । ତେଣୁ ସମ୍ବନ୍ଧ ଏବଂ ସମ୍ପର୍କ ଦ୍ୱାରା ସେବା କରିବା - ଏହା ସଚ୍ଚା ସେବାଧାରୀର କର୍ତ୍ତବ୍ୟ ଅଟେ । ତେବେ ସେବା ମିଳିଲେ ବା ସେବା କରିବାକୁ ଦିଆ ଗଲେ ଯାଇ ସେବା ହେବ, ତାହା ନୁହେଁ । ସଂକଳ୍ପ, ବାଣୀ, କର୍ମ ଏବଂ ସମ୍ବନ୍ଧ-ସମ୍ପର୍କ ଦ୍ୱାରା ଆପେ ଆପେ ସେବା ହେଉଥିବ । କେବେ କେବେ ବାପଦାଦା ଦେଖୁଛନ୍ତି ଯେ କେହି କେହି ପିଲା କାହା କାହା ସହିତ ସମ୍ପର୍କରେ ଆସିବାରେ ଯଦି ଦେଖୁଛନ୍ତି ଯେ ଏହାଙ୍କର ସ୍ୱଭାବ-ସଂସ୍କାର ଯେଉଁଭଳି ହେବା ଦରକାର ଟିକିଏ ସେଭଳି ନୁହେଁ, କିନ୍ତୁ ଇଏ ତ ଏହିଭଳି ହିଁ ଅଟେ, ୟାଙ୍କର ତ ବଦଳିବାର ହିଁ ନାହିଁ, ୟାଙ୍କର ସେବା କରିବା ଅର୍ଥ ସମୟକୁ ନଷ୍ଟ କରିବା, କ’ଣ ଏଭଳି ସଂକଳ୍ପ କରିବା ଯଥାର୍ଥ ଅଟେ କି? ଯେବେକି ତୁମେମାନେ ମାନୁଛ ଯେ ଆମେ ପ୍ରକୃତିକୁ ମଧ୍ୟ ସତ୍ତ୍ୱପ୍ରଧାନ କରିବାବାଲା ଅଟୁ, ଇଏ ତ ମନୁଷ୍ୟ ଆତ୍ମା ଅଟେ, ପୁଣି ବ୍ରାହ୍ମଣ ମଧ୍ୟ ଅଟେ କିନ୍ତୁ ସଂସ୍କାରର ବଶୀଭୂତ ଅଟେ । ଯଦି ପ୍ରକୃତିର ସଂସ୍କାରକୁ ପରିବର୍ତ୍ତନ କରିବାର ମଧ୍ୟ ଚାଲେଞ୍ଚ କରିଛ ତେବେ ଇଏ ତ ପୁରୁଷ ଅର୍ଥାତ୍ ଆତ୍ମା ଅଟେ । ପୁଣି ତୁମମାନଙ୍କର ସମ୍ବନ୍ଧରେ ମଧ୍ୟ ରହିଛି ତେଣୁ ସଚ୍ଚା ସେବାଧାରୀ ନିଜର ସେବାର ପୁଣ୍ୟ ରୋଜଗାର କରିବା ପାଇଁ ଶୁଭଭାବନା ତ ନିଶ୍ଚିତ ରଖିବ । ଇଏ ତ ଏହିଭଳି ଅଟେ, ଇଏ ବଦଳି ପାରିବ ନାହିଁ । ଏହା ତ ଶୁଭଭାବନା ନୁହେଁ, ଏହା ହେଉଛି ସୂକ୍ଷ୍ମ ଘୃଣାର ଭାବନା । ପୁଣି ବି ଆମର ଭାଇ ବା ଭଉଣୀ ତ ଅଟେ ନା, ମେରା ବାବା ତ କହୁଛି ନା! ତେଣୁ ସଚ୍ଚା ସେବାଧାରୀ ଶୁଭଭାବନା ଦେବାର ସେବା ଦ୍ୱାରା ମଧ୍ୟ ପୂଣ୍ୟ ରୋଜଗାର କରିଥାଏ, ତେଣୁ ତଳକୁ ଖସି ଯାଇଥିବା ଆତ୍ମାକୁ ଆଉ ତଳକୁ ଖସାଅ ନାହିଁ । ତାକୁ ଉପରକୁ ଉଠାଇବା, ସହଯୋଗ ଦେବା-ତେବେ କୁହାଯିବ ସଚ୍ଚା ସେବାଧାରୀ ପୁଣ୍ୟ ଆତ୍ମା । ତେଣୁ ଏହିଭଳି ନିଜକୁ ଚେକ୍ କର ଯେ ଏତିକି ସେବାର ଉମଙ୍ଗ-ଉତ୍ସାହ ଅଛି ତ? ତେବେ କୁହାଯିବ ଅନୁଭବର ଅଥୋରିଟୀବାଲା ଆତ୍ମା । ତେଣୁ ବାପଦାଦା ଏବେ ଏହି କଥା ଚାହୁଁଛନ୍ତି ଯେ ଅନୁଭବୀ ମୂରତ ହୋଇ ଅନୁଭବର ଅଥୋରିଟୀକୁ କାର୍ଯ୍ୟରେ ଲଗାଅ ।

ଏହିଭଳି ଚାରୋଟିଯାକ ବିଷୟରେ ଯେଉଁମାନେ ନିଜକୁ ଅନୁଭବୀ ସ୍ୱରୂପ ହୋଇ ଅନୁଭବର ଅଥୋରିଟୀକୁ କାର୍ଯ୍ୟରେ ଲଗାଇବେ, ନିଜ ଭିତରେ ଯେଉଁ କମୀ ଥିବ ତା’କୁ ମଧ୍ୟ ପୂରଣ କରିବେ, ନିଜ ଉପରେ ଏତିକି ଧ୍ୟାନ ଦେବେ ସେମାନେ ହାତ ଉଠାଅ । ମନର ହାତ ଉଠାଉଛ ତ! ଶରୀରର ହାତ ନୁହେଁ, ମନର ହାତ ଉଠାଅ, କାହିଁକିନା ବାପଦାଦା ଶିବରାତ୍ରି ଦିନ ଫଳାଫଳ ପଚାରିବେ । କାହାର ବି ମନ ଭିତରେ କମୀର ସଂସ୍କାର ନିଜର ଶୁଭଭାବନାକୁ କମ୍ କରି ନ ଦେଉ । ଅନ୍ୟ ଆତ୍ମାର ସଂସ୍କାର ଦୁର୍ବଳ ହେଲେ ମଧ୍ୟ ଏତିକି ତ ଶକ୍ତିଶାଳୀ ଅଟେ ଯାହାକି ତୁମର ଶୁଭଭାବନାକୁ ମଧ୍ୟ କମ୍ କରିଦେଇପାରୁଛି, ସେଥିପାଇଁ ଯେପରି ବ୍ରହ୍ମାବାବା କ’ଣ ନ ଦେଖିଛନ୍ତି, କ’ଣ ନ କରିଛନ୍ତି, ସବୁ ଦାୟିତ୍ୱ ଥିଲେ ମଧ୍ୟ ଶେଷ ସମୟରେ ଶୁଭଭାବନା, ଶୁଭକାମନାର ତିନୋଟି ଶବ୍ଦ ସମସ୍ତଙ୍କୁ ଶିକ୍ଷା ରୂପରେ ଦେଇ ଯାଇଛନ୍ତି । କ’ଣ ମନେ ଅଛି ତ! ସେହି ତିନୋଟିଯାକ ଶବ୍ଦ ମନେ ଅଛି ତ! ନିଜେ ମଧ୍ୟ ନିରାକାରୀ ନିରହଂକାରୀ, ନିର୍ବିକାରୀ ସ୍ଥିତିରେ ଅବ୍ୟକ୍ତ ହୋଇଛନ୍ତି, କାହାକୁ ବି କର୍ମଭୋଗର ଅନୁଭବ କରିବାକୁ ଦେଇନାହାଁନ୍ତି । କ’ଣ ଏପରି କେହି ଭାବିଥିଲେ କି ବ୍ରହ୍ମାବାବାଙ୍କର କର୍ମଭୋଗ ସମାପ୍ତ ହେଉଛି, କିନ୍ତୁ କ’ଣ ହୋଇଗଲେ? ଅବ୍ୟକ୍ତ ହୋଇଗଲେ ନା । ସେହିଭଳି ବ୍ରହ୍ମାବାବାଙ୍କ ସମାନ ଫରିସ୍ତା ଭବର ବରଦାନ ଯାହାକି ବ୍ରହ୍ମାବାବା କାର୍ଯ୍ୟରେ କରି ଦେଖାଇଛନ୍ତି, ତେଣୁ ବ୍ରହ୍ମାବାବାଙ୍କୁ ଫଲୋ କର । ଯେପରି ତୁମେମାନେ କହୁଛ ମେରାବାବା, ସେହିପରି ବାବା କ’ଣ କହୁଛନ୍ତି? ମେରେ ବଚ୍ଚେ ହୈଁ ଅର୍ଥାତ୍ ସମସ୍ତେ ମୋର ସନ୍ତାନ ଅଟନ୍ତି । ଏହିଭଳି ଶୁଭଭାବନା, ପରିବାରର ଭାବନା ପରସ୍ପର ଭିତରେ ରହିବା ଦରକାର । କାହାର ସ୍ୱଭାବକୁ ଦେଖ ନାହିଁ । ବାବା ଜାଣିଛନ୍ତି ସମସ୍ତଙ୍କର ଭାବ ସ୍ୱଭାବ ଅଲଗା ଅଲଗା ଅଟେ, କିନ୍ତୁ ଭାବ-ସ୍ୱଭାବ ତୁମର ପାରସ୍ପରିକ ସ୍ନେହକୁ ସମାପ୍ତ କରି ନ ଦେଉ, ସମ୍ବନ୍ଧକୁ ସମାପ୍ତ କରି ନ ଦେଉ । ତୁମର କାର୍ଯ୍ୟର ସଫଳତାକୁ କମ କରିଦେଉ, ଏହା ଠିକ୍ ନୁହେଁ । ପରିବାର ଅଟେ ନା! କେଉଁ ପରିବାର? ପ୍ରଭୁ ପରିବାର, ପରମାତ୍ମ ପରିବାର । ଏଥିରେ କୌଣସି ବି କାରଣରୁ ସ୍ନେହର କମୀ ହେବା ଉଚିତ୍ ନୁହେଁ । ସ୍ନେହର ଅର୍ଥ ହେଲା ଶୁଭଭାବନା ନିଶ୍ଚିତ ରହିଥିବ । ଯାହା ବି ହୋଇଥାଉ କିନ୍ତୁ ପରମାତ୍ମାଙ୍କର ପରିବାର ଅଟେ । ଯିଏ ଭାବୁଛି ମୁଁ ପ୍ରଭୁ ପରିବାରର ଅଟେ, ତେବେ ପରିବାର ଅର୍ଥାତ୍ ସ୍ନେହ । ଯଦି ପରିବାର ଭିତରେ ସ୍ନେହ ନାହିଁ ତେବେ ତାହା ପରିବାର ନୁହେଁ । ଏହି ପରମାତ୍ମ ପରିବାର, ଜଣଙ୍କର ହିଁ ପରିବାର, ଏହି ଗୋଟିଏ ସମୟରେ ହିଁ ହୋଇଥାଏ । ତେବେ ଏତେ ବଡ ପରିବାର ପରମାତ୍ମାଙ୍କ ବ୍ୟତୀତ ଅନ୍ୟ କାହାର ହୋଇପାରିବ ନାହିଁ । ତେଣୁ ଚେକ୍ କର କାହିଁକିନା ଏହା ମଧ୍ୟ ପୁରୁଷାର୍ଥରେ ବିଘ୍ନ ପକାଇଥାଏ । ତେଣୁ ନିଜେ ଯେତେବେଳେ ବିଘ୍ନମୁକ୍ତ ହେବ ସେତେବେଳେ ନିଜେ ଅନୁଭବୀ ହୋଇ ଅନୁଭବର ଅଥୋରିଟୀ ଦ୍ୱାରା ସମସ୍ତଙ୍କୁ ଅନୁଭବୀ କରିପାରିବ । ଆଚ୍ଛା!

ବାପଦାଦା ଚାରିଆଡର ପିଲାମାନଙ୍କୁ ଦେଖି ଖୁସି ହୋଇ ବାଃ ବଚ୍ଚେ ବାଃ ର ଗୀତ ଗାଉଛନ୍ତି! ପ୍ରତ୍ୟେକ ସନ୍ତାନର ଦିଲ୍‌ରେ ବାବା ଅଛନ୍ତି ଏବଂ ବାବାଙ୍କ ଦିଲ୍‌ରେ ପ୍ରତ୍ୟେକ ସନ୍ତାନ ଅଛନ୍ତି ଏବଂ ଏଠାରେ ଏତେ ବଡ ମଧୁବନ ନିବାସୀ ପରିବାରକୁ ଦେଖି ଆହୁରି ମଧ୍ୟ ଖୁସି ଲାଗୁଛି - ବାଃ ମଧୁବନ ବାଃ! ସମସ୍ତଙ୍କର ଆଶ୍ରୟସ୍ଥଳୀ ମଧୁବନ ହିଁ ଅଟେ, ସେଥିପାଇଁ ପିଲାମାନେ ମଧୁବନକୁ ଧାଇଁ ଆସୁଛନ୍ତି । ଏବେ ବାବାଙ୍କର ଆଶାକୁ ଶୀଘ୍ରରୁ ଶୀଘ୍ର ପୂରଣ କରିବାକୁ ହେବ । ଚାରୋଟି ଯାକ ବିଷୟରେ ଅନୁଭବୀ ସ୍ୱରୂପ ହେବାକୁ ହିଁ ପଡିବ । ଦେଶ ବିଦେଶ ଚାରିଆଡେ ଯିଏ ଯେଉଁଠି ବି ବସି ଦେଖୁଛନ୍ତି ସମସ୍ତେ କିପରି ମିଳନର ଦୃଶ୍ୟକୁ ଦେଖି ହର୍ଷିତ ହେଉଛନ୍ତି ବାପଦାଦା ଦେଖୁଛନ୍ତି । ଏହିସବୁ ସାଧନଗୁଡିକୁ ତିଆରି କରିବାରେ ବିଜ୍ଞାନ ମଧ୍ୟ ଏହି ସମୟରେ ଉନ୍ନତି ଆଡକୁ ଯାଉଛି, ନୂଆ ନୂଆ ଉଦ୍‌ଭାବନ ସବୁ ଯଦିଓ ଦୁନିଆର ଅଟେ, କିନ୍ତୁ ତୁମମାନଙ୍କ ପାଇଁ ଭଲ ଭଲ ଲାଭଦାୟକ ସାଧନଗୁଡିକ ମଧ୍ୟ ବାହାର କରୁଛନ୍ତି । ତେଣୁ ଦୂରରେ ରହିଥିଲେ ମଧ୍ୟ ସାଥୀରେ ଅଛ । ସେଥିପାଇଁ ବୈଜ୍ଞାନିକ ମାନଙ୍କୁ ମଧ୍ୟ ଅଭିନନ୍ଦନ, କାରଣ ସାଧନଗୁଡିକୁ ତ ତିଆରି କରିଛନ୍ତି ନା! ଆଚ୍ଛା! ଦେଶ ବିଦେଶର ସବୁ ପିଲାଙ୍କୁ ବହୁତ ବହୁତ ଆନ୍ତରିକ ସ୍ନେହ ସମ୍ପନ୍ନ ଶୁଭେଚ୍ଛା ସ୍ୱୀକାର ହେଉ ଏବଂ ବିଶେଷ କରି ଏହିଭଳି ବିଶେଷ ପିଲାମାନଙ୍କୁ ନମସ୍ତେ ।

ବରଦାନ:-
ଜ୍ଞାନର ଆଲୋକ ଦ୍ୱାରା ପୁରୁଷାର୍ଥର ମାର୍ଗକୁ ସହଜ ଏବଂ ସ୍ପଷ୍ଟ କରୁଥିବା ଫରିସ୍ତା ସ୍ୱରୂପ ହୁଅ ।

ଫରିସ୍ତା ପଣିଆର ଜୀବନରେ ଲାଇଟ୍ ଅର୍ଥାତ୍ ଆଲୋକ ଏବଂ ମାଇଟ୍ ଅର୍ଥାତ୍ ଶକ୍ତି ଦୁଇଟି ଯାକ ସ୍ପଷ୍ଟ ଭାବରେ ଦେଖାଯାଇଥାଏ । କିନ୍ତୁ ଲାଇଟ୍ ଏବଂ ମାଇଟ୍ ରୂପ ହେବା ପାଇଁ ମନନ କରିବାର ଏବଂ ସହନ କରିବାର ଶକ୍ତି ଦରକାର । ମନ ପାଇଁ ମନନ ଶକ୍ତି ଏବଂ ବାଣୀ ତଥା କର୍ମ ପାଇଁ ସହନଶକ୍ତିକୁ ଧାରଣ କର, ତା’ପରେ ଯାହା ବି ଶବ୍ଦ ଶୁଣାଇବ ବା କର୍ମ କରିବ ତାହା ସେହି ଅନୁରୂପକ ହେବ । ଯଦି ଏହି ଦୁଇଟି ଯାକ ଶକ୍ତି ରହିଥିବ, ତେବେ ସମସ୍ତଙ୍କ ପାଇଁ ପୁରୁଷାର୍ଥର ମାର୍ଗ ସହଜ ଏବଂ ସ୍ପଷ୍ଟ ହୋଇଯିବ ।

ସ୍ଲୋଗାନ:-
ବ୍ୟର୍ଥ କଥାବାର୍ତ୍ତା କରିବା ଅର୍ଥ ଅନେକଙ୍କୁ ଅଶାନ୍ତି ଦେବା ।

ଅବ୍ୟକ୍ତ ଈଶାରା:- ସର୍ବଦା ଅଚଳ, ଅଟଳ ଏବଂ ଏକରସ ସ୍ଥିତିର ଅନୁଭବ କର । ତୁମେ ପିଲାମାନେ ମାଷ୍ଟର ପ୍ରକୃତି ପତି ଅଟ, ତେଣୁ ଏହି ପ୍ରକୃତିର ଖେଳକୁ ଦେଖି ହର୍ଷିତ ହେଉଥାଅ । ପ୍ରକୃତି ଚାହେଁ ହଲଚଲ୍ କରୁ ବା କୌଣସି ସୁନ୍ଦର ଖେଳ ଦେଖାଉ, ଦୁଇଟିଯାକ ପରିସ୍ଥିତିରେ ପ୍ରକୃତିପତି ଆତ୍ମାମାନେ ସାକ୍ଷୀ ହୋଇ ଖେଳ ଦେଖିବା ସହିତ ଖେଳରୁ ମଜା ମଧ୍ୟ ଅନୁଭବ କରିବେ, ବିଚଳିତ ହେବେ ନାହିଁ, ସେଥିପାଇଁ ବାପଦାଦା ପିଲାମାନଙ୍କୁ ତପସ୍ୟା ଦ୍ୱାରା ସାକ୍ଷୀପଣିଆ ସ୍ଥିତିର ଆସନ ଉପରେ ଅଚଳ, ଅଟଳ ସ୍ଥିର ହୋଇ ରହିବାର ବିଶେଷ ଅଭ୍ୟାସ କରାଉଛନ୍ତି ।