10.06.26 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ଶିବବାବା
ଓ ବ୍ରହ୍ମାବାବା ଉଭୟଙ୍କର ମତ ପ୍ରସିଦ୍ଧ ଅଟେ, ତୁମମାନଙ୍କୁ ଉଭୟଙ୍କର ମତରେ ଚାଲି ନିଜର କଲ୍ୟାଣ
କରିବାକୁ ହେବ ।”
ପ୍ରଶ୍ନ:-
ନମ୍ବରୱାନ୍
ଟ୍ରଷ୍ଟୀ କିଏ ଏବଂ କିପରି?
ଉତ୍ତର:-
ଶିବବାବା ହେଉଛନ୍ତି ନମ୍ବରୱାନ୍ ଟ୍ରଷ୍ଟୀ, ତାଙ୍କ ଭିତରେ ଟିକିଏ ବି ଆସକ୍ତି ନାହିଁ ।
ଭକ୍ତିମାର୍ଗରେ ମଧ୍ୟ ତୁମେମାନେ ତାଙ୍କ ଉଦ୍ଦେଶ୍ୟରେ ଯାହାକିଛି ବି ଦାନ-ପୁଣ୍ୟ ଆଦି କରୁଛ, ସେ
ସବୁ ବୀମାଭୁକ୍ତ ହୋଇଯାଉଛି, ଯାହାର ଫଳ ତୁମକୁ ପରବର୍ତ୍ତୀ ଜନ୍ମରେ ମିଳୁଛି । ଏବେ ମଧ୍ୟ
ଯେଉଁମାନେ ବାବାଙ୍କ ଉଦ୍ଦେଶ୍ୟରେ ନିଜର ସବୁକିଛି ବୀମାଭୁକ୍ତ କରୁଛନ୍ତି ସେମାନଙ୍କୁ ତା’ର ପୂରା
ପ୍ରତିଦାନ ବାବା ଦେଉଛନ୍ତି କାହିଁକିନା ବାବା କହୁଛନ୍ତି ମୁଁ ନିଜେ ତ’ କୌଣସି ସୁଖ ଭୋଗ କରୁନାହିଁ,
ତେଣୁ ମୁଁ ତୁମର ଦାନ ନେଇ କ’ଣ କରିବି ।
ଗୀତ:-
ଦର୍ ପର ଆୟେ
ହେଁ କସମ ଲେକେ...
ଓମ୍ ଶାନ୍ତି ।
ଦୂରେଇ ଯାଇଥିବା ମଧୁର ସନ୍ତାନମାନେ ଗୀତ ଶୁଣିଲେ । ଯେଉଁମାନେ ବାବାଙ୍କର ହେଉଛନ୍ତି ତାଙ୍କୁ ହିଁ
ସନ୍ତାନ ବୋଲି କୁହାଯାଉଛି । ବାବା ବୁଝାଇଛନ୍ତି ଏହା ହେଉଛି ଅନ୍ତିମ ମରଜୀବା ଜନ୍ମ । ଜୀବଦଶା
କାଳରେ ବାବାଙ୍କର ହେବାକୁ ହେବ । ଏକଥା ତ’ ପିଲାମାନେ ଜାଣିଛନ୍ତି, ତେଣୁ ଶ୍ରୀମତର ଗାୟନ ରହିଛି
। ଶ୍ରୀମତ ଭଗବାନୁବାଚ । ଗୀତାରେ ଶ୍ରୀକୃଷ୍ଣଙ୍କର ନାମ ଲେଖିଦେଇଛନ୍ତି, କିନ୍ତୁ ଶିବବାବା ହିଁ
ଗୀତାଜ୍ଞାନ ଦାତା ଅଟନ୍ତି । ତାଙ୍କ ପରେ ବ୍ରହ୍ମା, ପୁଣି ଶ୍ରୀକୃଷ୍ଣ ଅଛନ୍ତି । ଶ୍ରୀକୃଷ୍ଣଙ୍କର
ଶ୍ରୀମତ ବୋଲି କୁହାଯିବ ନାହିଁ । ଆମର ବାବା ସର୍ବଶ୍ରେଷ୍ଠ ଅଟନ୍ତି । ପତିତ ପାବନ ଶ୍ରୀକୃଷ୍ଣ
ଅଥବା ରାଧାଙ୍କୁ କୁହାଯିବ ନାହିଁ । ଏମାନେ ଦୈବୀଗୁଣଧାରୀ ମନୁଷ୍ୟ ଅଟନ୍ତି । ମନୁଷ୍ୟକୁ ପତିତ
ପାବନ କୁହାଯାଇପାରିବ ନାହିଁ । ସତ୍ୟଯୁଗରେ ଏପରି କହିବେ ନାହିଁ - ପତିତ ପାବନ ଆସ । ଏକମାତ୍ର
ବାବା ହିଁ ପତିତଙ୍କୁ ପାବନ କରୁଛନ୍ତି, ଯାହାଙ୍କର ଶ୍ରୀମତ ଅନୁସାରେ ତୁମେ ଚାଲୁଛ । ପ୍ରଜାପିତା
ବ୍ରହ୍ମାଙ୍କର ମତ ପ୍ରସିଦ୍ଧ । ଶ୍ରୀମତ ମଧ୍ୟ ପ୍ରସିଦ୍ଧ । କିନ୍ତୁ ସେଥିରେ ଭୁଲ୍ କରିଦେଇଛନ୍ତି
ଯାହାକି ବାବାଙ୍କ ବଦଳରେ ଶ୍ରୀକୃଷ୍ଣଙ୍କର ନାମ ଲେଖିଦେଇଛନ୍ତି । ସବୁ ଧର୍ମାବଲମ୍ବୀମାନଙ୍କର ତ’
ପିତା ଜଣେ ଅଟନ୍ତି । ଶ୍ରୀକୃଷ୍ଣଙ୍କୁ ତ’ ସମସ୍ତେ ମାନିବେ ନାହିଁ । ଖ୍ରୀଷ୍ଟିଆନ୍ମାନେ
ଖ୍ରୀଷ୍ଟଙ୍କୁ ପିତା ବୋଲି ମାନିଥା’ନ୍ତି, ଶ୍ରୀକୃଷ୍ଣଙ୍କୁ ନୁହେଁ କାରଣ ଖ୍ରୀଷ୍ଟିୟାନମାନେ
ହେଉଛନ୍ତି ଖ୍ରୀଷ୍ଟଙ୍କର ମୁଖବଂଶାବଳୀ । ଶିବବାବା ଆସି ତୁମକୁ ନିଜର କରୁଛନ୍ତି । କହୁଛନ୍ତି,
ପୂର୍ଣ୍ଣ ରୂପେ ସମର୍ପିତ ହୋଇ ବାବାଙ୍କର ହୋଇଛ । ତେଣୁ ତାଙ୍କ ନିର୍ଦ୍ଦେଶ ଅନୁସାରେ ଚାଲିବାକୁ
ପଡିବ । ତୁମକୁ ବାବାଙ୍କୁ ନିଜ ମତ ଦେବାର ଆବଶ୍ୟକତା ନାହିଁ । ଶିବବାବା ନିଜେ ମତଦାତା ଅଟନ୍ତି ।
ଏମାନେ ତ’ ସମସ୍ତେ ତାଙ୍କର ସନ୍ତାନ ଅଟନ୍ତି । ଶିବବାବା ନାମୀଗ୍ରାମୀ ଅଟନ୍ତି । ତେଣୁ ସେ ଯାହା
ମତ ଦେବେ, ଯାହାକିଛି କରିବେ ସବୁ ସଠିକ୍ । ସେ ବ୍ରହ୍ମାଙ୍କୁ ମଧ୍ୟ ମତ ଦେଇଛନ୍ତି ଯେ ଏହିପରି କର
। ତୁମର ସମ୍ପର୍କ ହିଁ ଶିବବାବାଙ୍କ ସହିତ ରହିଛି । କାହାର ବି ଅବଗୁଣ ଦେଖିବା ଅନୁଚିତ୍,
ଶ୍ରୀମତ ଅନୁସାରେ ଚାଲିବା ଉଚିତ୍ । ଶିବବାବା ତ’ ହେଲେ ନିରାକାର । ତାଙ୍କର ତ’ ଏହା ଘର ନୁହେଁ ।
ତୁମେ ଏଠାରେ ପୁରୁଣା ଘରେ ରହୁଛ ପୁଣି ସ୍ୱର୍ଗକୁ ଯାଇ ନିଜ ଘରେ ରହିବ । ଶିବବାବା କହୁଛନ୍ତି,
ମୁଁ ତ’ ରହିବି ନାହିଁ । ମୁଁ ତ’ ବର୍ତ୍ତମାନ ସମୟରେ ସ୍ୱଳ୍ପ ସମୟ ପାଇଁ ଆସୁଛି ।
ତୁମେ ହେଲ ସଚ୍ଚା ସଚ୍ଚା ଆତ୍ମିକ ସୁରକ୍ଷାପ୍ରଦାନକାରୀ ସେନା । ସୁପ୍ରିମ୍ ଆତ୍ମା (ବାବା)
ନିର୍ଦ୍ଦେଶ ଦେଉଛନ୍ତି, ଅବିକଳ ଭାବେ ଡ୍ରାମାର ଯୋଜନା ଅନୁସାରେ ପୂର୍ବ କଳ୍ପ ଭଳି । କଳ୍ପ କଳ୍ପ
ଯେଉଁ ନିର୍ଦ୍ଦେଶ ଦେଇଥିବେ ତାହା ହିଁ ଦେଉଛନ୍ତି । ରାତି ଦିନ ଗୁହ୍ୟ କଥା ସବୁ ଶୁଣାଇ ଚାଲିଛନ୍ତି
। ନୂଆମାନେ ଏକଥା କେହି ବୁଝିପାରିବେ ନାହିଁ । ଯଦିଓ ୩୫-୪୦ ବର୍ଷ ହେଲା ଏଠାରେ ରହିଛନ୍ତି,
କିନ୍ତୁ ଅନେକ ଅଛନ୍ତି, ଯେଉଁମାନେ ଏହି ଗମ୍ଭୀର ଜ୍ଞାନକୁ ବୁଝିପାରୁ ନାହାଁନ୍ତି । ବାବା ନିତ୍ୟ
ନୂଆ ଜ୍ଞାନ ଶୁଣାଇ ଚାଲିଛନ୍ତି । କରାଚୀରୁ ଆରମ୍ଭ କରି ମୁରଲୀ ବାହାରି ଚାଲିଛି । ପୂର୍ବରୁ ବାବା
ମୁରଲୀ ଶୁଣାଉ ନ ଥିଲେ । ରାତ୍ରି ୨ଟାରେ ଉଠିକରି ୧୦-୧୫ ପୃଷ୍ଠା ଲେଖୁଥିଲେ । ଶିବବାବା
ଲେଖାଉଥିଲେ ପୁଣି ତା’ର କପିଗୁଡିକ ବାହାରୁଥିଲା । ଭକ୍ତିମାର୍ଗରେ ତ’ ଶାସ୍ତ୍ର ଆଦିର କାଗଜକୁ
ଯତ୍ନର ସହିତ ସାଇତି ରଖିଥା’ନ୍ତି । ଦିନକୁ ଦିନ ବଡ ବଡ ପୁସ୍ତକମାନ ରଚନା କରିଆସୁଛନ୍ତି । କେତେ
ଜୀବନ କାହାଣୀକୁ ରଚନା କରି ଚାଲିଛନ୍ତି । ସେ ସବୁକୁ ପଢ଼ି ପୁଣି ରଖିଦେଉଛନ୍ତି । ତୁମେ ତ’ ମୁରଲୀ
ପଢ଼ି ଫୋପାଡି ଦେଉଛ । ନଚେତ୍ ସର୍ବଦା ଏହି ବାଣୀକୁ ସବୁବେଳ ପାଇଁ ରଖିବା ଉଚିତ୍ । କିନ୍ତୁ
ରଖୁନାହାଁନ୍ତି, ଜାଣିଛନ୍ତି ଯେ ଏସବୁ ବିନାଶ ହୋଇଯିବ । ଚିତ୍ର ଆଦି ଯାହା କିଛି ତୁମେ ତିଆରି
କରୁଛ ତାହା ଅଳ୍ପ ସମୟ ପାଇଁ । ପୁଣି ଏସବୁ ମାଟି ତଳେ ପୋତି ହୋଇଯିବ, ସ୍ୱର୍ଗରେ ନା ଶାସ୍ତ୍ର,
ନା ଚିତ୍ର ଆଦି କିଛି ବି ରହିବ ନାହିଁ, ପୁଣି ଏସବୁ ଯାହାକିଛି ଶୁଣାଯାଉଛି, କଳ୍ପ ପରେ ମଧ୍ୟ
ସେହିପରି ହେବ । ଶାସ୍ତ୍ର ଆଦି ପୁଣି ଦ୍ୱାପରରୁ ଆରମ୍ଭ ହେବ । ଆଗରୁ ‘ଗ୍ରନ୍ଥ’ ମଧ୍ୟ ହାତ
ଲେଖାଥିଲା ଯାହାକି ବହୁତ ଛୋଟ ଥିଲା । ଏବେ ତାକୁ ବଡ କରିଦେଇଛନ୍ତି । ଦିନକୁ ଦିନ ଆହୁରି ବଡ କରି
ତିଆରି କରି ଚାଲିବେ । ନଚେତ୍ ଶିବବାବାଙ୍କର ଜୀବନ କାହାଣୀ ବହୁତ ଅଧିକ ଲେଖିବା ଉଚିତ୍ । ଏବେ
ତୁମେ ସନ୍ତାନମାନେ କହୁଛ - ପରମପିତା ପରମାତ୍ମାଙ୍କର ଜୀବନ କାହାଣୀକୁ ଆମେ ଜାଣିଛୁ । ବାବା ବସି
ବୁଝାଉଛନ୍ତି - ମୁଁ ଭକ୍ତିମାର୍ଗରେ କ’ଣ କରୁଛି । ଭକ୍ତିମାର୍ଗରେ ମଧ୍ୟ ବୀମାଭୁକ୍ତ କରୁଛି ।
ଈଶ୍ୱର ଅର୍ଥେ ମନୁଷ୍ୟ ଦାନ ପୁଣ୍ୟ କରିଥା’ନ୍ତି ନା । କହିଥା’ନ୍ତି ଇଏ ଈଶ୍ୱର ଅର୍ଥେ ଦାନ ପୁଣ୍ୟ
କରିଛନ୍ତି । ସେଥିପାଇଁ ଈଶ୍ୱର ତାଙ୍କୁ ବଡ ଘରେ ଜନ୍ମ ଦେଇଛନ୍ତି । ଭକ୍ତିମାର୍ଗରେ ଅନେକ
ଧର୍ମାତ୍ମା ରହିଥା’ନ୍ତି, ଈଶ୍ୱରଙ୍କ ପାଇଁ, ଶ୍ରୀକୃଷ୍ଣଙ୍କ ପାଇଁ ଦାନପୁଣ୍ୟ କରିଥା’ନ୍ତି । ତେଣୁ
ବାବା ବୁଝାଉଛନ୍ତି - ମୁଁ ପିଲାମାନଙ୍କୁ ପରଜନ୍ମରେ ଅଳ୍ପକାଳ ପାଇଁ ଫଳ ଦେଇଆସୁଛି । ସେଥିପାଇଁ
ଭଲ ବା ମନ୍ଦ ଫଳ ମିଳିଥାଏ ନା । କେତେ ବୀମାଭୁକ୍ତ ହେଲା । ଯିଏ ଯେଉଁଭଳି କର୍ମ କରିଥା’ନ୍ତି,
ସେହି ଅନୁସାରେ ତାଙ୍କୁ ଫଳ ମିଳିଥାଏ । ମାୟା ତୁମ ଦ୍ୱାରା ଓଲଟା କାମ କରାଇଥାଏ, ଯାହାଦ୍ୱାରା
ତୁମେ ଦୁଃଖ ପାଉଛ । ଏବେ ମୁଁ ତୁମକୁ ଏଭଳି କର୍ମ ଶିଖାଉଛି ଯାହା ଫଳରେ କେବେ ଦୁଃଖ ହେବ ନାହିଁ
ଏବଂ ସେଠାରେ ମାୟା ମଧ୍ୟ ରହିବ ନାହିଁ । ଯିଏ ଯେତିକି ବୀମା କରାଇବେ ସେହି ଅନୁସାରେ ପଦ ପାଇବେ ।
ଶିବବାବା ମଧ୍ୟ ଟ୍ରଷ୍ଟି ଅଟନ୍ତି ନା । ଶିବବାବା ଏକ ନମ୍ବରର ଟ୍ରଷ୍ଟି ଅଟନ୍ତି । ଦୁନିଆରେ ଥିବା
ଟ୍ରଷ୍ଟିମାନଙ୍କର ମଧ୍ୟ ଆସକ୍ତି ଯାଇଥାଏ, କେହି ଟ୍ରଷ୍ଟି ତ କାହାର ଭାଗ୍ୟକୁ ମଧ୍ୟ
ବିଗାଡିଦେଇଥା’ନ୍ତି । ଶିବବାବାଙ୍କୁ ଦେଖ ସେ କିପରି ଟ୍ରଷ୍ଟୀ ଅଟନ୍ତି, କହୁଛନ୍ତି ଏସବୁ କିଛି
ପିଲାମାନଙ୍କ ପାଇଁ । ତୁମର ସମସ୍ତ ସମ୍ପର୍କ ଶିବବାବାଙ୍କ ସହିତ ରହିଛି । ବାବା କହୁଛନ୍ତି ମୁଁ
ସଚ୍ଚା ଟ୍ରଷ୍ଟି ଅଟେ । ମୁଁ ନିଜେ ସୁଖ ଭୋଗ କରୁନାହିଁ, ସାରା ରାଜଧାନୀର ପିଲାମାନଙ୍କୁ ଦେଉଛି ।
ଲୌକିକ ପିତା ମଧ୍ୟ ପିଲାମାନଙ୍କୁ ସବୁକିଛି ସମ୍ପତ୍ତି ଦେଇ ଦେଇଥା’ନ୍ତି । ମୁଁ ତ’ ସ୍ୱର୍ଗର କିଛି
ବି ନେବି ନାହିଁ । ତୁମକୁ ହିଁ ସବୁକିଛି ଦେଉଛି । ତେଣୁ ତୁମର ସମସ୍ତ ସମ୍ପର୍କ ଶିବବାବାଙ୍କ
ସହିତ ରହିଛି । ଏହି ବ୍ରହ୍ମାବାବା ମଧ୍ୟ କହୁଛନ୍ତି ମୁଁ ବି ସବୁକିଛି ବୀମାଭୁକ୍ତ କରିଦେଇଛି ।
ତନ-ମନ-ଧନ ସବୁକିଛି ବାବାଙ୍କ ସେବାରେ ଲଗାଇଦେଇଛି । ସିନ୍ଧିରେ ଗୋଟିଏ କଥା ରହିଛି - ହାତ ଯାହାର
ଦାତା ରୂପରେ ଥାଏ ପ୍ରଥମ ନମ୍ବରରେ ସିଏ ହିଁ ସ୍ୱର୍ଗକୁ ଯାଇଥା’ନ୍ତି । ତେଣୁ ବାବାଙ୍କ ପାଖରେ
ସବୁକିଛି ବୀମାଭୁକ୍ତ କରିବାକୁ ହେବ । ସୁଦାମା ଦୁଇମୁଠା ଚାଉଳ ଦେବାରୁ ତ ତାଙ୍କୁ ମହଲ ମିଳିଗଲା
। ଏବେ ଦେଖ କେତେ ଘର ତିଆରି ହୋଇଛି, କେହି ୧ଟଙ୍କା ପଠାଇ କହୁଛନ୍ତି ଆମର ଖଣ୍ଡେ ଇଟା ବି
ଲାଗିଯାଉ । ବାବା ଲେଖୁଛନ୍ତି ତୁମକୁ ତ’ ସବୁଠାରୁ ଭଲ ମହଲ ମିଳିବ କାହିଁକିନା ତୁମେ ଗରିବ ଅଟ ।
ମୁଁ ହିଁ ଗରିବଙ୍କର ବନ୍ଧୁ ଅଟେ । ଗରିବର ୧ଟଙ୍କା ସହିତ ସାହୁକାରଙ୍କର ୧୦ ହଜାର ଟଙ୍କା ସମାନ
ହୋଇଥାଏ । ସେଥିପାଇଁ ଉଭୟଙ୍କୁ ସମାନ ପଦବୀ ମିଳିଯାଇଥାଏ । ଏଠାକୁ ସାହୁକାର ବହୁତ ମୁସ୍କିଲ୍ରେ
ଆସିଥା’ନ୍ତି । ସବୁଠାରୁ କନ୍ୟାମାନେ ତ’ ସମ୍ପୂର୍ଣ୍ଣ ବନ୍ଧନମୁକ୍ତ ଅଟନ୍ତି । ଯେପରି ଦେଖ ମମ୍ମା
ପ୍ରଥମ ନମ୍ବର ହୋଇଗଲେ । ତାଙ୍କ ପାଖରେ ତ’ କିଛି ବି ନ ଥିଲା । ଗରିବ ଘରର ଥିଲେ, ତଥାପି ମଧ୍ୟ
ପ୍ରଥମ ନମ୍ବର ହୋଇଗଲେ । ବ୍ରହ୍ମା ନିଜର ସବୁକିଛି ଦେଇଦେଲେ, ତଥାପି ମଧ୍ୟ ପ୍ରଥମେ ଲକ୍ଷ୍ମୀ ପରେ
ନାରାୟଣଙ୍କର ନାମ ରହିଛି । କେତେ ଆଶ୍ଚର୍ଯ୍ୟଜନକ ଖେଳ । ତେଣୁ କେବେ ହେଲେ କୌଣସି କଥା ପ୍ରତି
ସନ୍ଦେହ ଆସିବା ଅନୁଚିତ୍ । ବାପଦାଦା ମଧ୍ୟ କିଛି କମ୍ ନୁହଁନ୍ତି, ଟିକିଏ ବି ତାଙ୍କ ପ୍ରତି
ସନ୍ଦେହ ଆସିବା ଅନୁଚିତ୍ । ବହୁତ ମଧୁର ମଧ୍ୟ ହେବାକୁ ପଡିବ । ପ୍ରତ୍ୟେକ ପଦକ୍ଷେପରେ ଶ୍ରୀମତ
ନେବାକୁ ପଡିବ । ନଚେତ୍ ମାୟା ବହୁତ କ୍ଷତି କରାଇ ଦେବ । ପିଲାମାନଙ୍କୁ କେତେ ନିର୍ଦ୍ଦେଶ ଦେବାକୁ
ପଡୁଛି । ବାବା କହୁଛନ୍ତି - ସମ୍ପୂର୍ଣ୍ଣ ସମାଚାର ଲେଖ । ବାବା ସବୁ ପ୍ରକାରର ଯତ୍ନ କରିବେ ।
ବାବାଙ୍କର ପିଲାମାନଙ୍କ ପ୍ରତି ବହୁତ ଧ୍ୟାନ ରହିଥାଏ । କିଭଳି ଏହି ପିଲାଟି ଉନ୍ନତି କରି ଆଗକୁ
ବଢ଼ୁ । ପାଠପଢ଼ା ପ୍ରତି ପୁରା ଧ୍ୟାନ ରହିବା ଦରକାର । ଆମେ ହେଲୁ ସବୁଠାରୁ ପ୍ରିୟ ଈଶ୍ୱର
ପିତାଙ୍କର ବିଦ୍ୟାର୍ଥୀ । ଭଗବାନୁବାଚ ମଧ୍ୟ ଲେଖାଯାଇଛି, କିନ୍ତୁ ଗୀତାରେ ଶ୍ରୀକୃଷ୍ଣଙ୍କ ନାମ
ଲେଖିଦେଇଛନ୍ତି । ସମସ୍ତ ମନୁଷ୍ୟମାନଙ୍କ ମଧ୍ୟରେ ଶ୍ରୀକୃଷ୍ଣ ମଧ୍ୟ ସର୍ବୋଚ୍ଚ ଅଟନ୍ତି ନା ।
ଶ୍ରୀକୃଷ୍ଣ ସତ୍ୟଯୁଗର ପ୍ରଥମ ରାଜକୁମାର ଅଟନ୍ତି । ଶ୍ରୀକୃଷ୍ଣଙ୍କ ନାମ ଲେଖୁଛନ୍ତି,
ଶ୍ରୀନାରାୟଣଙ୍କର କାହିଁକି ଲେଖୁ ନାହାଁନ୍ତି! କାହିଁକିନା ଶ୍ରୀକୃଷ୍ଣ ହେଲେ ଛୋଟ ପିଲା । ଛୋଟ
ଥିବା ସମୟରେ ବାଳକ ସତ୍ତ୍ୱପ୍ରଧାନ ହୋଇଥାଏ । ପୁଣି ପିଲାରୁ ଯୁବକ, ପୁଣି ବୃଦ୍ଧ ଅବସ୍ଥା ଆସିଥାଏ
। ଛୋଟ ପିଲାମାନଙ୍କର ହିଁ ମହିମା କରାଯାଇଥାଏ କାରଣ ସେମାନେ ପବିତ୍ର ଅଟନ୍ତି ନା । ବାଳକକୁ
ବ୍ରହ୍ମଜ୍ଞାନୀ ସମାନ କୁହାଯାଇଥାଏ । ଛୋଟ ପିଲାମାନଙ୍କ ଦ୍ୱାରା କୌଣସି ପାପ ହୋଇ ନ ଥାଏ । ତେଣୁ
ଶ୍ରୀକୃଷ୍ଣ ମଧ୍ୟ ଛୋଟ ପିଲା ହୋଇଥିବା କାରଣରୁ ତାଙ୍କର ଜନ୍ମଦିନ ପାଳନ କରାଯାଇଥାଏ । ପୁଣି ମଧ୍ୟ
ଶ୍ରୀକୃଷ୍ଣଙ୍କୁ ଦ୍ୱାପର ଯୁଗରେ ଦେଖାଇ ଦେଇଛନ୍ତି । ଏହିସବୁ କଥା ବାବା ଆସି ବୁଝାଉଛନ୍ତି । ତୁମ
ବ୍ରାହ୍ମଣମାନଙ୍କ ବ୍ୟତୀତ ଦୁନିଆରେ ଆଉ କେହି ନାହାଁନ୍ତି, ଯିଏକି ଏସବୁ କଥା ଜାଣିଥିବେ । ତେଣୁ
ବ୍ରାହ୍ମଣମାନେ ହେଲେ ଉତ୍ତମ । ତୁମେ ବ୍ରାହ୍ମଣମାନେ ଈଶ୍ୱରୀୟ ସନ୍ତାନ ଅଟ । ସତ୍ୟଯୁଗରେ
ତୁମମାନଙ୍କୁ ଈଶ୍ୱରୀୟ ସନ୍ତାନ ବୋଲି କୁହାଯିବ ନାହିଁ । ଈଶ୍ୱରଙ୍କଠାରୁ ନିଶ୍ଚିତ ସ୍ୱର୍ଗର
ପ୍ରାପ୍ତି ହେବ । ଏହା ହେଲା ତୁମର ଅତି ଦୁର୍ଲ୍ଲଭ ଅମୂଲ୍ୟ ଜୀବନ । ସମସ୍ତଙ୍କର ଜୀବନ ତ’ ଏପରି
ହୋଇପାରିବ ନାହିଁ । ଏହି ଡ୍ରାମା ହିଁ ଏହିପରି ରଚିତ ହୋଇଛି । କଳ୍ପ ପୂର୍ବରୁ ଯେଉଁମାନେ ପଢ଼ିଥିଲେ,
ସେହିମାନେ ହିଁ ଏବେ ପଢ଼ୁଛନ୍ତି । ଭଗବାନ ନିଶ୍ଚିତ ଭଗବାନ ଭଗବତୀ ସୃଷ୍ଟି କରିଥିଲେ । କିନ୍ତୁ
ତାଙ୍କୁ ଭଗବାନ ଭଗବତୀ ବୋଲି କୁହାଯିବ ନାହିଁ । ଈଶ୍ୱର ଏକ ଅଟନ୍ତି । ନିରାକାରଙ୍କର ହିଁ ଏହିଭଳି
ମହିମା ରହିଛି । ସାକାରଙ୍କର କୌଣସି ମହିମା ନାହିଁ । ଏହି ଲକ୍ଷ୍ମୀ ନାରାୟଣଙ୍କୁ ନିରାକାର ହିଁ
ଏହିଭଳି କରାଇଛନ୍ତି । ଏବେ ରାଜଯୋଗ ଶିଖୁଛନ୍ତି । ରାଜତ୍ୱ ସ୍ଥାପନ ହୋଇଥିବାରୁ, ସେ ସମୟରେ
ବିନାଶ ମଧ୍ୟ ହୋଇଥିଲା । ବାବା ନିଶ୍ଚିତ ସ୍ୱର୍ଗର ହିଁ ସମ୍ପତ୍ତି ଦେବେ । ଏବେ ତ ସଙ୍ଗମଯୁଗର
ହିଁ କଥା ଚାଲିଛି । ବର୍ତ୍ତମାନ ଶିବବାବା ଆସୁଛନ୍ତି, ତେଣୁ ଖେଳ ପୁରା ହେଉଛି, ପୁଣି
ଶ୍ରୀକୃଷ୍ଣଙ୍କର ମଧ୍ୟ ଜନ୍ମ ହେବ । ବିଚରା ମନୁଷ୍ୟମାନେ ତ’ ଦ୍ୱନ୍ଦ୍ୱରେ ପଡିଯାଇଛନ୍ତି,
ସେଇଥିପାଇଁ ତ ବାବା ଆସି ବୁଝାଉଛନ୍ତି । ପରମପିତା ପରମାତ୍ମା ବ୍ରହ୍ମାଙ୍କ ଦ୍ୱାରା ସବୁ
ଶାସ୍ତ୍ରଗୁଡିକର ସାରାଂଶ ବତାଉଛନ୍ତି । ଏବେ ତୁମେ ‘ମାଷ୍ଟର ଜ୍ଞାନର ସାଗର’ ସଦୃଶ ହୋଇଯାଇଛ । ଏହା
ଆତ୍ମାର ହିଁ ମହିମା ଅଟେ । ଜ୍ଞାନର ସାଗର, ଆନନ୍ଦର ସାଗର, ସୁଖର ସାଗର, ଏହା ବାବାଙ୍କର ମହିମା
ଅଟେ । ବାବା କହୁଛନ୍ତି - ଏହି ଭାରତ ତ ସବୁଠାରୁ ବଡ ତୀର୍ଥସ୍ଥାନ ଅଟେ । କିନ୍ତୁ ଗୀତାରେ
ଶ୍ରୀକୃଷ୍ଣଙ୍କର ନାମ ଲେଖିଦେଇଥିବା କାରଣରୁ ସମସ୍ତ ମହିମା ଗୁପ୍ତ କରିଦେଇଛନ୍ତି । ନଚେତ୍ ସମସ୍ତେ
ଶିବଙ୍କ ମନ୍ଦିରରେ ହିଁ ଫୁଲ ଚଢ଼ାଇଥା’ନ୍ତି, ସମସ୍ତଙ୍କର ସଦ୍ଗତି ଦାତା ଏକମାତ୍ର ଶିବ ହିଁ
ଅଟନ୍ତି । ଅଧାକଳ୍ପ ତୁମେ ପ୍ରାଲବ୍ଧ ଭୋଗ କରି ପୁଣି ତଳକୁ ଖସୁଛ । ସମସ୍ତଙ୍କୁ ତମୋପ୍ରଧାନ
ହେବାକୁ ହିଁ ପଡିବ । ଏବେ ବାବା କହୁଛନ୍ତି - ତୁମମାନଙ୍କ ପାଇଁ ମୁଁ ନୂଆ ଦୁନିଆ ସ୍ଥାପନ କରୁଛି
। ନୂଆ ଦୁନିଆକୁ ମୁଁ ଆସିବି ନାହିଁ, ସେଠାକାର ସବୁକିଛି ତୁମ ସନ୍ତାନମାନଙ୍କ ପାଇଁ । ଏହା ହେଲା
ସତ୍ୟକଥା । ମନୁଷ୍ୟମାନେ ତ’ ନିଜ ପାଇଁ କରୁଛନ୍ତି, ପୁଣି କହିଦେଉଛନ୍ତି ଯେ ଆମେ ନିଷ୍କାମ ସେବା
କରୁଛୁ । କିନ୍ତୁ ନିଷ୍କାମ ସେବା ତ’ କେହି କରିପାରିବେ ନାହିଁ । ପ୍ରତ୍ୟେକ କର୍ମର ଫଳ ନିଶ୍ଚିତ
ମିଳିଥାଏ । ମୁଁ ତ’ ତୁମ ସନ୍ତାନମାନଙ୍କୁ ଅବିନାଶୀ ଜ୍ଞାନ ରତ୍ନ ଦେଉଛି । ମୁଁ ତୁମ ପାଇଁ ହିଁ
ବୈକୁଣ୍ଠ ସ୍ଥାପନ କରୁଛି । ପିଲାମାନଙ୍କୁ ଦୈବୀ ସ୍ୱରାଜ୍ୟର ସ୍ମରଣିକା ଦେଉଛନ୍ତି । ତେଣୁ ଏହାକୁ
ନେବା ପାଇଁ ସେହିପରି ଯୋଗ୍ୟ ହେବା ଦରକାର । କାରଣ ସ୍ୱର୍ଗର ମାଲିକ ହେବାକୁ ପଡିବ । ହାତ ପାଖରେ
ସ୍ୱର୍ଗ ମିଳୁଛି । ଗୋଟିଏ ସେକେଣ୍ଡରେ ଜୀବନମୁକ୍ତି ଅଥବା ଗୋଟିଏ ସେକେଣ୍ଡରେ ବାଦଶାହୀ ମିଳୁଛି ।
ଶିବବାବା ଦିବ୍ୟଦୃଷ୍ଟି ଦାତା ଅଟନ୍ତି । ଗୋଟିଏ ସେକେଣ୍ଡରେ ତୁମକୁ ବୈକୁଣ୍ଠକୁ ନେଇଯାଉଛନ୍ତି,
ଏହି ବ୍ରହ୍ମାବାବାଙ୍କ ହାତରେ କୌଣସି ଚାବି ନାହିଁ । ବାବା କହୁଛନ୍ତି ମୁଁ ତୁମ ପିଲାମାନଙ୍କୁ
ରାଜତ୍ୱ ଦେଉଛି । ମୁଁ ରାଜତ୍ୱ କରୁନାହିଁ । ପୁଣି ଯେତେବେଳେ ତୁମେ ଭକ୍ତିମାର୍ଗକୁ ଯିବ,
ସେତେବେଳେ ଦିବ୍ୟଦୃଷ୍ଟି ଦ୍ୱାରା ତୁମର ମନୋରଞ୍ଜନ କରିବାକୁ ପଡିବ । କେତେ ଭଲ ଭାବରେ ବୁଝାଉଛନ୍ତି
। ଏପରି ବାବା ସବୁ କଳ୍ପରେ କଳ୍ପର ସଙ୍ଗମଯୁଗରେ ଥରେ ମାତ୍ର ଆସୁଛନ୍ତି । ପୂର୍ବରୁ ଯାହା ତିଆରି
ହୋଇଛି, ତାହା ହିଁ ହେଉଛି ଏବେ ଆଉ କିଛି ନୂଆ ହେବାର ନାହିଁ... ଯାହାସବୁ ହେଉଛି, ଡ୍ରାମାରେ
ନିଧାର୍ଯ୍ୟ ହୋଇ ରହିଛି । ତେଣୁ ଏହାକୁ ସାକ୍ଷୀ ହୋଇ ଦେଖିବାକୁ ହେବ । ବାବା ବହୁତ ଭଲ ଭାବରେ
ବୁଝାଉଛନ୍ତି । ବାବା କହୁଛନ୍ତି ପିଲାମାନେ ମୁଁ ତୁମର ଇନ୍ସ୍ୟୁରାନ୍ସ ମ୍ୟାଗ୍ନେଟ୍ (ବୀମାଭୁକ୍ତ
ଚୁମ୍ବକ) ଅଟେ । ତୁମର ଗୋଟିଏ ପଇସା ମଧ୍ୟ ବ୍ୟର୍ଥ ହେବାକୁ ନେଉନାହିଁ । ତୁମକୁ କଉଡିରୁ ହୀରା
ତୁଲ୍ୟ କରାଉଛି । ଏସବୁ ଶିବବାବା ଏହି ବ୍ରହ୍ମାଙ୍କ ଦ୍ୱାରା କରୁଛନ୍ତି, କାହିଁକିନା ସେ
କରିକରାଉଥିବାବାଲା ଅଟନ୍ତି । ସେ ନିରାକାର, ନିରହଂକାରୀ ଅଟନ୍ତି । ଈଶ୍ୱର ପିତା କିପରି ବସି ପାଠ
ପଢ଼ାଉଛନ୍ତି । ଏପରି କହୁନାହାଁନ୍ତି ଯେ ଆସି ମୋ ପାଦ ତଳେ ପଡ । ବାବା ତ’ ଆଜ୍ଞାକାରୀ ସେବାଧାରୀ
ଅଟନ୍ତି । ବାବା କହୁଛନ୍ତି - ଯାହାଙ୍କୁ ମୁଁ ମାଲିକ କରାଇଥିଲି, ସେମାନେ ସୁଖ ଭୋଗ କରି କରି ଏବେ
ଦୁଃଖୀ ହୋଇଯାଇଛନ୍ତି । ତୁମକୁ ସୁଖ ମଧ୍ୟ ବହୁତ ମିଳୁଛି । ଏତେ ସୁଖ ଅନ୍ୟ କୌଣସି
ଧର୍ମାବଲମ୍ବୀମାନଙ୍କୁ ମିଳୁନାହିଁ । ଏପରି କହିପାରିବେ ନାହିଁ ଯେ ଭାରତବାସୀଙ୍କୁ କାହିଁକି ସୁଖ
ମିଳୁଛି, ଅନ୍ୟମାନେ କ’ଣ କରିଥିଲେ? ଆରେ ଏତେ ଢ଼େର ମନୁଷ୍ୟ ରହିଛନ୍ତି, ସମସ୍ତେ ତ’ ଆସିପାରିବେ
ନାହିଁ । ଏହିପରି ଡ୍ରାମା ତିଆରି ହୋଇଛି । ଭାରତରେ ହିଁ ଆଦି ସନାତନ ଦେବୀ ଦେବତା ଧର୍ମ ଥିଲା ।
ଭଗବାନ ହିଁ ଆସି ସହଜ ରାଜଯୋଗ ଶିଖାଇଥିଲେ । ବାବା କହୁଛନ୍ତି - ମୁଁ ପୁଣି ଥରେ ଆସିଛି ।
ତୁମେମାନେ ମଧ୍ୟ ଜାଣିଛ - ଆମେ ୮୪ ଜନ୍ମର ଅଭିନୟ କଲୁ ଏବେ ପୁଣି ଘରକୁ ଯିବୁ । ଏହା ଆମର ବହୁତ
ପୁରୁଣା ଶରୀର ହୋଇଗଲାଣି (ସର୍ପର ଉଦାହରଣ ଦିଆଯାଇଛି) । ସନ୍ନ୍ୟାସୀମାନେ ପୁଣି କହୁଛନ୍ତି ଆତ୍ମା
ହିଁ ପରମାତ୍ମାରେ ଲୀନ ହୋଇଯାଉଛି । ଏହିପରି ଅବସ୍ଥାରେ ରହି ରହି ପୁଣି ଶରୀର ଛାଡିଦେଉଛନ୍ତି ।
କିନ୍ତୁ ବ୍ରହ୍ମରେ କେହି ଲୀନ ହୁଅନ୍ତି ନାହିଁ । ସେମାନଙ୍କ ଭିତରେ ମଧ୍ୟ କେହି କେହି ବହୁତ
ବୁଦ୍ଧିମାନ ହୋଇଥା’ନ୍ତି, ଶାନ୍ତିରେ ବସି ଶରୀର ତ୍ୟାଗ କରି ଚାଲିଯାଇଥା’ନ୍ତି, ସେଥିପାଇଁ
ବାୟୁମଣ୍ଡଳରେ ୨-୩ ଦିନ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ନିରବତା ହୋଇଯାଇଥାଏ । ତେବେ ତୁମେ ଜାଣିଛ ଯେ
ଏହି ପୁରୁଣା ଶରୀର ଛାଡି ବାବାଙ୍କ ପାଖକୁ ଯାଉଛୁ । ବ୍ରହ୍ମା ତ’ ବାବା ନୁହଁନ୍ତି, ଏହା ସେ
ବିଚାରାମାନଙ୍କର ଭ୍ରମ ଅଟେ । ଆଚ୍ଛା—
ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ
ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ଏହି
ଡ୍ରାମାର ପ୍ରତ୍ୟେକ ଦୃଶ୍ୟକୁ ସାକ୍ଷୀ ହୋଇ ଦେଖିବାକୁ ହେବ କାହିଁକିନା ପୂର୍ବ ପ୍ରସ୍ତୁତ
ଡ୍ରାମାର ପୁନରାବୃତ୍ତି ହୋଇଚାଲିଛି । କେବେ ବି କୌଣସି କଥାରେ ସଂଶୟ ଆଣିବାର ନାହିଁ ।
(୨) ବାବା ବୀମା
କରାଉଥିବା ଚୁମ୍ବକ ଅଟନ୍ତି, ସେଥିପାଇଁ ତନ-ମନ-ଧନ ବାବାଙ୍କ ସେବାରେ ସଫଳ କରି ନିଜର ଭବିଷ୍ୟତକୁ
ସୁଖମୟ କରିବାକୁ ହେବ । ବାବାଙ୍କ ସହିତ ସମ୍ପୂର୍ଣ୍ଣ ରୂପେ ସମ୍ପର୍କ ରଖିବାକୁ ହେବ । ନିଜର ପୂରା
ପୂରା ସମାଚାର ଦେବାକୁ ହେବ ।
ବରଦାନ:-
ମରଜୀବା ସ୍ଥିତି
ଦ୍ୱାରା ସାହସ ଏବଂ ଉତ୍ସାହର ଅବିନାଶୀ ଷ୍ଟାମ୍ପ ଲଗାଉଥିବା ପ୍ରାପ୍ତି ସମ୍ପନ୍ନ ଭବ ।
ଯେଉଁମାନେ
ସର୍ବପ୍ରାପ୍ତିରେ ସମ୍ପନ୍ନ ହୋଇଥାଆନ୍ତି, ସେମାନଙ୍କର ପ୍ରତ୍ୟେକ ଚାଲିଚଳନ ଏବଂ ଦୃଷ୍ଟି ବୃତ୍ତିରେ
ଉମଙ୍ଗ-ଉତ୍ସାହ ଦେଖାଯାଇଥାଏ । କିନ୍ତୁ ସାହସ ଏବଂ ଉତ୍ସାହର ଅବିନାଶୀ ଷ୍ଟାମ୍ପ ଲଗାଇବା ପାଇଁ
ନିଜର ଅତୀତର ବା ଈଶ୍ୱରୀୟ ମର୍ଯ୍ୟାଦାର ବିପରୀତ ଯେଉଁ ସବୁ ସଂସ୍କାର, ସ୍ୱଭାବ ବା କର୍ମ ହେଉଛି
ସେଗୁଡିକରୁ ମରଜୀବା ଅର୍ଥାତ୍ ବଞ୍ଚି ଥାଉ ଥାଉ ମରିଯାଅ । ପ୍ରତିଜ୍ଞା ରୂପୀ ସ୍ୱୀଚ୍କୁ ସେଟ୍
କରି ବାସ୍ତବିକ ରୂପରେ ପ୍ରତିଜ୍ଞା ଅନୁସାରେ ଚାଲ । ଯଦି ସାହସ ସାଥୀରେ ଉତ୍ସାହ ରହିଥିବ, ତେବେ
ପ୍ରାପ୍ତିର ଝଳକ ଦୂରରୁ ହିଁ ଦେଖାଯିବ ।
ସ୍ଲୋଗାନ:-
ମେଳା ଭିତରେ
ହେଉ ବା ବିଶୃଙ୍ଖଳା ଭିତରେ ହେଉ ସବୁ ପରିସ୍ଥିତିରେ ଡବଲ ଲାଇଟ୍ ହୋଇ ରହୁଥିବା ଆତ୍ମାମାନେ ହିଁ
ଧାରଣାମୂରତ ଅଟନ୍ତି ।
ଅବ୍ୟକ୍ତ ଈଶାରା -
ସର୍ବଦା ହର୍ଷିତ ରହିବା ପାଇଁ ନିଜର ସ୍ୱଭାବକୁ ସରଳ କର ଏବଂ ସହନଶୀଳ ହୁଅ ।
ତୁମମାନଙ୍କର ପ୍ରତ୍ୟେକ
ସଂକଳ୍ପରେ, ପ୍ରତ୍ୟେକ ବାଣୀରେ ବିଶେଷତା ରହିବା ଦରକାର । ସର୍ବଦା ସରଳ ସ୍ୱଭାବ, ସରଳବାଣୀ ଏବଂ
ସରଳତା ସମ୍ପନ୍ନ କର୍ମ ହେଉଥାଉ - ଏହିଭଳି ସରଳ ସ୍ୱରୂପ ହୋଇ ରୁହ । ସର୍ବଦା ଜଣଙ୍କର ମତ ଅନୁସାରେ
ଚାଲିବା, ଜଣଙ୍କ ସହିତ ସର୍ବ ସମ୍ବନ୍ଧ ଯୋଡିବା, ଜଣଙ୍କ ଠାରୁ ସର୍ବପ୍ରାପ୍ତି କରିବା, ଏହିଭଳି
ଜଣଙ୍କ ଦ୍ୱାରା ସର୍ବଦା ଏକରସ ସ୍ଥିତିରେ ରହିବାର ସହଜ ଅଭ୍ୟାସୀ ହୁଅ । ସର୍ବଦା ଖୁସିରେ ରୁହ ଏବଂ
ଖୁସି ରୂପକ ସମ୍ପତ୍ତି ବାଣ୍ଟ । ସମସ୍ତଙ୍କ ଭିତରେ ଖୁସିର ଲହଡି ଖେଳାଇ ଦିଅ, ଏହା ହିଁ ହେଉଛି
ପ୍ରକୃତ ସେବା ।