10.07.25 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:-
ଦେହ-ଅଭିମାନକୁ ଛାଡି ଦେହୀ-ଅଭିମାନୀ ହୁଅ, ଦେହୀ-ଅଭିମାନୀମାନଙ୍କୁ ହିଁ ଈଶ୍ୱରୀୟ ସମ୍ପ୍ରଦାୟ
କୁହାଯାଉଛି ।”
ପ୍ରଶ୍ନ:-
ତୁମେମାନେ ଏବେ
ଯେଉଁ ସତସଙ୍ଗ କରୁଛ ତାହା ଅନ୍ୟ ସତସଙ୍ଗ ଗୁଡିକଠାରୁ ଭିନ୍ନ କିପରି?
ଉତ୍ତର:-
ଏହା ହିଁ ଏକମାତ୍ର ସତସଙ୍ଗ ଯେଉଁଠି ତୁମେମାନେ ଆତ୍ମା ଏବଂ ପରମାତ୍ମାଙ୍କର ଜ୍ଞାନ ଶୁଣୁଛ । ଏଠାରେ
ପାଠପଢା ଯାଉଛି । ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ମଧ୍ୟ ସମ୍ମୁଖରେ ରହିଛି । ଅନ୍ୟ ସତସଙ୍ଗ ଗୁଡିକରେ ନା
ପାଠପଢା ଯାଉଛି, ନା କୌଣସି ଲକ୍ଷ୍ୟ ରହିଛି ।
ଓମ୍ ଶାନ୍ତି ।
ରୁହାନୀ
ସନ୍ତାନମାନଙ୍କ ପ୍ରତି ରୁହାନୀ ବାବା ବୁଝାଉଛନ୍ତି । ରୁହାନୀ ସନ୍ତାନମାନେ ଶୁଣୁଛନ୍ତି ।
ପ୍ରଥମେ-ପ୍ରଥମେ ବାବା ବୁଝାଉଛନ୍ତି ଯେତେବେଳେ ବି ବସୁଛ ନିଜକୁ ଆତ୍ମା ଭାବି ବସ । ଦେହ ଭାବ ନାହିଁ
। ଦେହ-ଅଭିମାନୀକୁ ଆସୁରୀ ସମ୍ପଦ୍ରାୟ କୁହାଯାଏ ଏବଂ ଦେହୀ-ଅଭିମାନୀମାନଙ୍କୁ ଈଶ୍ୱରୀୟ
ସମ୍ପ୍ରଦାୟ କୁହାଯାଏ । ଈଶ୍ୱରଙ୍କର ଦେହ ନାହିଁ । ସେ ସର୍ବଦା ଆତ୍ମ-ଅଭିମାନୀ ଅଟନ୍ତି । ସେ ହେଲେ
ପରମ ଆତ୍ମା, ସମସ୍ତ ଆତ୍ମାମାନଙ୍କର ପିତା । ପରମ ଆତ୍ମା ଅର୍ଥାତ୍ ସବୁଠାରୁ ଉଚ୍ଚ । ମନୁଷ୍ୟ
ଯେତେବେଳେ ସର୍ବୋଚ୍ଚ ଭଗବାନ କହୁଛନ୍ତି ତେବେ ବୁଦ୍ଧିରେ ଆସୁଛି ସେ ନିରାକାର ଲିଙ୍ଗରୂପ ଅଟନ୍ତି
। ନିରାକାର ଲିଙ୍ଗଙ୍କର ପୂଜା ମଧ୍ୟ ହେଉଛି । ସେ ହେଲେ ପରମାତ୍ମା ଅର୍ଥାତ୍ ସମସ୍ତ
ଆତ୍ମାମାନଙ୍କଠାରୁ ଉଚ୍ଚ । ସେ ମଧ୍ୟ ଆତ୍ମା ଅଟନ୍ତି କିନ୍ତୁ ସର୍ବୋଚ୍ଚ ଆତ୍ମା ଅଟନ୍ତି । ସେ
ଜନ୍ମ-ମରଣର ଚକ୍ରରେ ଆସୁ ନାହାଁନ୍ତି । ବାକି ସମସ୍ତେ ପୁନର୍ଜନ୍ମ ନେଉଛନ୍ତି, ସମସ୍ତେ ତାଙ୍କର
ରଚନା ଅଟନ୍ତି । ରଚୟିତା ତ ଏକମାତ୍ର ବାବା ଅଟନ୍ତି । ବ୍ରହ୍ମା-ବିଷ୍ଣୁ-ଶଙ୍କର ମଧ୍ୟ ତାଙ୍କର
ରଚନା । ସମସ୍ତ ମନୁଷ୍ୟ ସୃଷ୍ଟି ମଧ୍ୟ ରଚନା । ରଚୟିତାଙ୍କୁ ବାବା କୁହାଯାଏ । ପୁରୁଷଙ୍କୁ ମଧ୍ୟ
ରଚୟିତା କୁହାଯାଏ । ସ୍ତ୍ରୀକୁ ପୋଷ୍ୟ କରିଥା’ନ୍ତି ପୁଣି ତାଙ୍କଠାରୁ ସନ୍ତାନ ସୃଷ୍ଟି କରି,
ପାଳନା କରିଥାନ୍ତି । ବାସ୍ ବିନାଶ କରନ୍ତି ନାହିଁ । ଆଉ ଯେଉଁ ଧର୍ମ ସ୍ଥାପକ ଅଛନ୍ତି ସେମାନେ
ମଧ୍ୟ ସୃଷ୍ଟି କରୁଛନ୍ତି, ପୁଣି ତାଙ୍କର ପାଳନା କରୁଛନ୍ତି । କିନ୍ତୁ ବିନାଶ କେହି ବି
କରୁନାହାଁନ୍ତି । ବେହଦର ବାବା ଯାହାଙ୍କୁ ପରମାତ୍ମା କୁହାଯାଉଛି, ଆତ୍ମା ପରି ପରମପିତା
ପରମାତ୍ମାଙ୍କ ରୂପ ମଧ୍ୟ ବିନ୍ଦୁ । ବାକି ଭକ୍ତିମାର୍ଗରେ ପୂଜା ନିମନ୍ତେ ଏତେ ବଡ ଲିଙ୍ଗ ତିଆରି
କରୁଛନ୍ତି । ନଚେତ୍ ବିନ୍ଦୁର ପୂଜା କିପରି ହୋଇପାରିବ । ଭାରତରେ ରୁଦ୍ର ଯଜ୍ଞରେ ମାଟିର
ଶିବଲିଙ୍ଗ ଏବଂ ଶାଳଗ୍ରାମ ତିଆରି କରାଇ ତା’ର ପୂଜା କରିଥା’ନ୍ତି । ତାହାକୁ ରୁଦ୍ର ଯଜ୍ଞ
କୁହାଯାଏ । ବାସ୍ତବରେ ତା’ର ପ୍ରକୃତ ଅସଲି ନାମ ହେଉଛି ରାଜସ୍ୱ ଅଶ୍ୱମେଧ ଅବିନାଶୀ ରୁଦ୍ର ଗୀତା
ଜ୍ଞାନ ଯଜ୍ଞ । ଯାହା ଶାସ୍ତ୍ରରେ ମଧ୍ୟ ବର୍ଣ୍ଣନା କରାଯାଇଛି । ଏବେ ବାବା ସନ୍ତାନମାନଙ୍କୁ
କହୁଛନ୍ତି ନିଜକୁ ଆତ୍ମା ଭାବ । ଆଉ ଯେତେ ସବୁ ସତ୍ସଙ୍ଗ ରହିଛି ସେଥିରେ ଆତ୍ମା ଅଥବା
ପରମାତ୍ମାଙ୍କ ଜ୍ଞାନ ନା କାହା ପାଖରେ ଅଛି, ନା କାହାକୁ ବୁଝାଇପାରିବେ । ସେଠାରେ ତ କୌଣସି
ଲକ୍ଷ୍ୟ କିମ୍ବା ଉଦ୍ଦେଶ୍ୟ ନ ଥାଏ । ତୁମେମାନେ ତ ଏବେ ପାଠ ପଢୁଛ । ତୁମେମାନେ ଜାଣୁଛ ଆତ୍ମା
ଶରୀରରେ ପ୍ରବେଶ କରୁଛି । ଆତ୍ମା ଅବିନାଶୀ ଏବଂ ଶରୀର ବିନାଶୀ । ଶରୀର ଦ୍ୱାରା ପାର୍ଟ ବଜାଉଛି ।
ଆତ୍ମା ତ ଅଶରୀରୀ ଅଟେ ନା । କହିଥା’ନ୍ତି ମଧ୍ୟ ଅଶରୀରୀ ଆସିଥିଲୁ, ପୁଣି ଅଶରୀରୀ ଯିବୁ । ଶରୀର
ଧାରଣ କରିଲୁ ପୁଣି ଶରୀର ଛାଡି ଅଶରୀରୀ ହୋଇ ଯିବାକୁ ହେବ । ଏ ସବୁ ବାବା ଆସି ତୁମମାନଙ୍କୁ
ବୁଝାଉଛନ୍ତି । ଏ କଥା ମଧ୍ୟ ପିଲାମାନେ ଜାଣିଛନ୍ତି ଭାରତରେ ସତ୍ୟଯୁଗ ଥିବା ସମୟରେ
ଦେବୀ-ଦେବତାମାନଙ୍କର ରାଜ୍ୟ ଥିଲା, ଗୋଟିଏ ଧର୍ମ ଥିଲା । ଏ କଥା ମଧ୍ୟ ଭାରତବାସୀମାନେ ଜାଣି
ନାହାଁନ୍ତି । ବାବାଙ୍କୁ ଯିଏ ଜାଣି ନାହାଁନ୍ତି ସେ କିଛି ହେଲେ ବି ଜାଣିନାହାଁନ୍ତି । ପ୍ରାଚୀନ
ଋଷି-ମୁନିମାନେ ମଧ୍ୟ କହୁଥିଲେ - ଆମେ ରଚୟିତା ଏବଂ ରଚନାକୁ ଜାଣିନାହୁଁ । ରଚୟିତା ହେଲେ ବେହଦର
ବାବା, ସେ ହିଁ ରଚନାର ଆଦି-ମଧ୍ୟ-ଅନ୍ତକୁ ଜାଣିଛନ୍ତି । ଆରମ୍ଭକୁ ଆଦି କୁହାଯାଏ, ମଝିକୁ ମଧ୍ୟ ।
ଆଦି ହେଉଛି ସତ୍ୟଯୁଗ, ଯାହାକୁ ଦିନ କୁହାଯାଏ, ପୁଣି ମଧ୍ୟରୁ ଅନ୍ତ ପର୍ଯ୍ୟନ୍ତ ହେଉଛି ରାତି ।
ଦିନ ହେଉଛି ସତ୍ୟଯୁଗ- ତ୍ରେତାଯୁଗ ଯାହାକୁ ସ୍ୱର୍ଗ କୁହାଯାଏ । ସ୍ୱର୍ଗ ହେଉଛି ୱାଣ୍ଡର ଅଫ୍ ୱାଲର୍ଡ
ଅର୍ଥାତ୍ ଆଶ୍ଚର୍ଯ୍ୟମୟ ଦୁନିଆ । ଭାରତ ହିଁ ସ୍ୱର୍ଗ ଥିଲା, ଯେଉଁଠି ଲକ୍ଷ୍ମୀ- ନାରାୟଣ ରାଜତ୍ୱ
କରୁଥିଲେ, ଯାହାକୁ ଭାରତବାସୀ ଜାଣି ନାହାଁନ୍ତି । ବାବା ଏବେ ସ୍ୱର୍ଗର ସ୍ଥାପନା କରୁଛନ୍ତି ।
ବାବା କହୁଛନ୍ତି ତୁମେ
ନିଜକୁ ଆତ୍ମା ଭାବ । ମୁଁ ଫାଷ୍ଟକ୍ଲାସ୍ ଆତ୍ମା ଅଟେ । ବର୍ତ୍ତମାନ ମନୁଷ୍ୟ ମାତ୍ରକେ ସବୁ
ଦେହ-ଅଭିମାନୀ ଅଟନ୍ତି । ବାବା ଆସି ଆମକୁ ଆତ୍ମ-ଅଭିମାନୀ କରାଉଛନ୍ତି । ଆତ୍ମା କ’ଣ, ଏ କଥା
ମଧ୍ୟ ବାବା ବତାଉଛନ୍ତି । ମନୁଷ୍ୟ କିଛି ହେଲେ ଜାଣିନାହାଁନ୍ତି । ଭଲେ କହୁଛନ୍ତି ମଧ୍ୟ ଭ୍ରୁକୁଟୀ
ମଧ୍ୟରେ ଚମକୁଛି ଅଜବ ତାରା କିନ୍ତୁ ତାହା କ’ଣ, କିପରି ସେଥିରେ ପାର୍ଟ ଭରି ରହିଛି, କିଛି ହେଲେ
ବି ଜାଣି ନାହାଁନ୍ତି । ଏବେ ତୁମମାନଙ୍କୁ ବାବା ବୁଝାଉଛନ୍ତି, ତୁମ ଭାରତବାସୀମାନଙ୍କୁ ୮୪ ଜନ୍ମର
ପାର୍ଟ କରିବାକୁ ପଡୁଛି । ଭାରତ ହିଁ ହେଉଛି ଉଚ୍ଚ ଖଣ୍ଡ, ଯେଉଁ ମନୁଷ୍ୟ ମାତ୍ରକେ ବି ଅଛନ୍ତି,
ତାଙ୍କର ଏହା ତୀର୍ଥସ୍ଥଳ । ସମସ୍ତଙ୍କର ସଦ୍ଗତି କରିବା ପାଇଁ ବାବା ଏଠାକୁ ଆସିଥା’ନ୍ତି । ରାବଣ
ରାଜ୍ୟରୁ ମୁକ୍ତ କରି ପଥପ୍ରଦର୍ଶକ ହୋଇ ନେଇଯାଉଛନ୍ତି । ମନୁଷ୍ୟ ତ ଏମିତି କହି ଦେଉଛନ୍ତି, ଅର୍ଥ
କିଛି ହେଲେ ବି ଜାଣି ନାହାଁନ୍ତି । ଭାରତରେ ପ୍ରଥମେ ଦେବୀ-ଦେବତା ଥିଲେ । ତାଙ୍କୁ ହିଁ ପୁଣି
ପୁନର୍ଜନ୍ମ ନେବାକୁ ପଡୁଛି । ଭାରତବାସୀ ହିଁ ଦେବତା ପୁଣି କ୍ଷତ୍ରିୟ, ବୈଶ୍ୟ, ଶୂଦ୍ର ହେଉଛନ୍ତି
। ପୁନର୍ଜନ୍ମ ନେଉଛନ୍ତି ନା । ଏହି ଜ୍ଞାନକୁ ସମ୍ପୂର୍ଣ୍ଣ ରୂପେ ବୁଝିବା ପାଇଁ ୭ ଦିନ ଲାଗୁଛି ।
ପତିତ ବୁଦ୍ଧିକୁ ପବିତ୍ର କରିବାକୁ ହେବ । ଏହି ଲକ୍ଷ୍ମୀ-ନାରାୟଣ ପବିତ୍ର ଦୁନିଆରେ ରାଜତ୍ୱ
କରୁଥିଲେ ନା । ତାଙ୍କର ହିଁ ରାଜ୍ୟ ଭାରତରେ ଥିଲା ସେତେବେଳେ ଅନ୍ୟ କୌଣସି ଧର୍ମ ନ ଥିଲା ।
ଗୋଟିଏ ହିଁ ରାଜ୍ୟ ଥିଲା । ଭାରତ କେତେ ସାହୁକାର ଥିଲା । ହୀରା-ନୀଳାର ମହଲ ଥିଲା । ପୁଣି ରାବଣ
ରାଜ୍ୟରେ ପୂଜାରୀ ହୋଇଛନ୍ତି । ଭକ୍ତିମାର୍ଗରେ ଏହି ମନ୍ଦିର ଆଦି ତିଆରି କରିଛନ୍ତି ।
ସୋମନାଥଙ୍କର ମନ୍ଦିର ଥିଲା ନା । ତେବେ ଗୋଟିଏ ମନ୍ଦିର ତ ନ ଥିଲା । ଏଠାରେ ମଧ୍ୟ ଶିବ ମନ୍ଦିରରେ
ଏତେ ହୀରା-ନୀଳା ଥିଲା ଯାହାକୁ ମହମ୍ମଦ ଗଜନୀ ଓଟରେ ଭରିକରି ନେଇଗଲା । ସତ୍ୟଯୁଗରେ ଏତେ ଧନ
ସମ୍ପତ୍ତି ଥିଲା ଯେ ଓଟ କ’ଣ କେହି ଲକ୍ଷ-ଲକ୍ଷ ଓଟ ଆଣିଲେ ମଧ୍ୟ ସବୁ ନେଇପାରିବେ ନାହିଁ ।
ସତ୍ୟଯୁଗରେ ସୁନା, ହୀରା ନୀଳାର ତ ଅନେକ ମହଲ ଥିଲା । ମହମ୍ମଦ ଗଜନୀ ତ’ ଏବେ ଆସିଛି । ଦ୍ୱାପରରେ
ମଧ୍ୟ କେତେ ମହଲ ଆଦି ହେଉଛି । ତାହା ପୁଣି ଭୂମିକମ୍ପରେ ମାଟି ତଳେ ଦବି ଯାଉଛି । ରାବଣର କୌଣସି
ସୁନାର ଲଙ୍କା ନ ଥିଲା । ରାବଣ ରାଜ୍ୟରେ ତ ଭାରତର ଏହିପରି ଅବସ୍ଥା ହୋଇଯାଇଛି । ୧୦୦ ଶତକଡା
ଅଧର୍ମୀ, ଅସତ୍ୟ, ଧନହୀନ ପତିତ ବିକାରୀ । ନୂଆ ଦୁନିଆକୁ ନିର୍ବିକାରୀ ଦୁନିଆ କୁହାଯାଏ । ଭାରତ
ଶିବାଳୟ ଥିଲା, ଯାହାକୁ ୱାଣ୍ଡର ଅଫ୍ ୱାଲର୍ଡ ଆଶ୍ଚର୍ଯ୍ୟମୟ ଦୁନିଆ କୁହାଯାଏ । ସେଠାରେ ବହୁତ କମ୍
ମନୁଷ୍ୟ ଥିଲେ । ଏବେ ତ କୋଟି-କୋଟି ମନୁଷ୍ୟ ଅଛନ୍ତି । ତେବେ ବିଚାର କରିବା ଦରକାର ନା । ଏବେ
ତୁମ ସନ୍ତାନମାନଙ୍କ ପାଇଁ ଏହା ହେଉଛି ପୁରୁଷୋତ୍ତମ ସଂଗମଯୁଗ, ଯେବେ ବାବା ଆସି ତୁମକୁ
ପୁରୁଷୋତ୍ତମ, ପାରସ ବୁଦ୍ଧି କରାଉଛନ୍ତି । ବାବା ମନୁଷ୍ୟରୁ ଦେବତା ହେବା ପାଇଁ ତୁମକୁ ସୁମତ
ଦେଉଛନ୍ତି । ବାବାଙ୍କ ମତ ନିମନ୍ତେ ହିଁ ଗାୟନ କରାଯାଉଛି ତୁମର ଗତି-ମତି ନିଆରା... ଏହାର ଅର୍ଥ
ମଧ୍ୟ କେହି ଜାଣି ନାହାଁନ୍ତି । ବାବା ବୁଝାଉଛନ୍ତି - ମୁଁ ଏପରି ଶ୍ରେଷ୍ଠ ମତ ଦେଉଛି ଯାହା ଫଳରେ
ତୁମେମାନେ ଦେବତା ହୋଇଯାଉଛ । ଏବେ କଳିଯୁଗ ପୂରା ହେଉଛି, ପୁରୁଣା ଦୁନିଆର ବିନାଶ ସମ୍ମୁଖରେ
ରହିଛି । ମନୁଷ୍ୟ ବିଲ୍କୁଲ୍ ଘୋର ଅନ୍ଧକାରରେ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇ ରହିଛନ୍ତି ।
କାହିଁକି ନା କହୁଛନ୍ତି ଶାସ୍ତ୍ରରେ ଲେଖାଯାଇଛି - କଳିଯୁଗ ତ ଏବେ ଛୋଟ ପିଲା, ବିନାଶ ହେବା ପାଇଁ
ଆହୁରି ୪୦ ହଜାର ବର୍ଷ ରହିଛି । ୮୪ ଲକ୍ଷ ଯୋନି ବୁଝିଥିବା କାରଣରୁ କଳ୍ପର ଆୟୁ ମଧ୍ୟ ଲମ୍ବା-ଚଉଡା
କରିଦେଇଛନ୍ତି । ବାସ୍ତବରେ ହେଉଛି ୫ ହଜାର ବର୍ଷ । ବାବା ବୁଝାଉଛନ୍ତି ତୁମେମାନେ ୮୪ ଜନ୍ମ ନେଉଛ,
୮୪ ଲକ୍ଷ ନୁହେଁ । ବେହଦର ବାବା ତ ଏହି ସମସ୍ତ ଶାସ୍ତ୍ର ଆଦିକୁ ଜାଣିଛନ୍ତି, ସେଥିପାଇଁ ତ
କହୁଛନ୍ତି ଏ ସବୁ ହେଉଛି ଭକ୍ତିମାର୍ଗର, ଯାହା ଅଧାକଳ୍ପ ଚାଲୁଛି, ଏହାଦ୍ୱାରା କେହି ମୋତେ
ପାଇପାରି ନ ଥାନ୍ତି । ଏହା ମଧ୍ୟ ବିଚାର କରିବାର କଥା - ଯଦି କଳ୍ପର ଆୟୁଷ ଲକ୍ଷ-ଲକ୍ଷ ବର୍ଷ ହେବ
ତେବେ ତ ଲୋକସଂଖ୍ୟା ବହୁତ ହେବା ଦରକାର । ଯେବେ କି ଖ୍ରୀଷ୍ଟିୟାନ୍ଙ୍କର ସଂଖ୍ୟା ୨ ହଜାର ବର୍ଷରେ
ଏତେ ହୋଇଯାଇଛି । ଭାରତର ଅସଲ ଧର୍ମ ଦେବୀ-ଦେବତା ଧର୍ମ ଅଟେ, ତାହା ରହିବା ଦରକାର କିନ୍ତୁ ଆଦି
ସନାତନ ଦେବୀ-ଦେବତା ଧର୍ମକୁ ଭୁଲିଯାଇଥିବା କାରଣରୁ ନିଜକୁ ହିନ୍ଦୁ ଧର୍ମର କହିଦେଉଛନ୍ତି ।
ବାସ୍ତବରେ ହିନ୍ଦୁ ବୋଲି ଧର୍ମ କିଛି ନାହିଁ । ଭାରତ କେତେ ଶ୍ରେଷ୍ଠ ଥିଲା । ଆଦି ସନାତନ
ଦେବୀ-ଦେବତା ଧର୍ମ ଥିବା ସମୟରେ ତାହା ବିଷ୍ଣୁପୁରୀ ଥିଲା । ଏବେ ରାବଣପୁରୀ ହୋଇଯାଇଛି । ସେହି
ଦେବୀ-ଦେବତାମାନେ ୮୪ ଜନ୍ମ ପରେ କ’ଣ ହୋଇଯାଇଛନ୍ତି । ଦେବତାମାନଙ୍କୁ ନିର୍ବିକାରୀ ଆଉ ନିଜକୁ
ବିକାରୀ ଭାବି ତାଙ୍କର ପୂଜା କରୁଛନ୍ତି । ସତ୍ୟଯୁଗରେ ଭାରତ ନିର୍ବିକାରୀ ଥିଲା, ନୂଆ ଦୁନିଆ ଥିଲା,
ଯାହାକୁ ନୂଆ ଭାରତ କୁହାଯାଏ । ଏହା ହେଉଛି ପୁରୁଣା ଭାରତ । ନୂଆ ଭାରତ କ’ଣ ଥିଲା, ପୁରୁଣା ଭାରତ
କ’ଣ ହୋଇଯାଇଛି, ନୂଆ ଦୁନିଆରେ ଭାରତ ହିଁ ନୂଆ ଥିଲା, ଏବେ ପୁରୁଣା ଦୁନିଆରେ ଭାରତ ମଧ୍ୟ ପୁରୁଣା
ହୋଇଯାଇଛି, ତା’ର କ’ଣ ଗତି ହୋଇଗଲାଣି । ଭାରତ ହିଁ ସ୍ୱର୍ଗ ଥିଲା, ଏବେ ନର୍କ ହୋଇଯାଇଛି । ଭାରତ
ହିଁ ସବୁଠାରୁ ସାହୁକାର ଥିଲା, ଭାରତ ହିଁ ସବୁଠାରୁ କାଙ୍ଗାଳ ହୋଇଯାଇଛି, ସମସ୍ତଙ୍କଠାରୁ ଭିକ
ମାଗୁଛି । ପ୍ରଜାଙ୍କ ଠାରୁ ମଧ୍ୟ ଭିକ ମାଗୁଛି । ଏହା ତ ବୁଝିବାର କଥା । ଆଜିର ଦେହ-ଅଭିମାନୀ
ମନୁଷ୍ୟମାନଙ୍କୁ ଅଳ୍ପ କିଛି ପଇସା ମିଳିଗଲେ ଭାବୁଛନ୍ତି ଆମେ ତ ସ୍ୱର୍ଗରେ ବସିଛୁ । ସୁଖଧାମକୁ (ସ୍ୱର୍ଗକୁ)
ବିଲ୍କୁଲ୍ ଜାଣି ନାହାଁନ୍ତି । କାହିଁକି ନା ପଥରବୁଦ୍ଧି ଅଟନ୍ତି । ଏବେ ତାଙ୍କୁ ପାରସବୁଦ୍ଧି
କରାଇବା ପାଇଁ ୭ ଦିନର ଭଟ୍ଟୀରେ ବସାଅ କାହିଁକି ନା ପତିତ ଅଟନ୍ତି ନା । ପତିତମାନଙ୍କୁ ତ ଏଠାରେ
ବସାଇ ପାରିବ ନାହିଁ । ଏଠାରେ ପବିତ୍ର ହିଁ ରହିପାରିବେ । ପତିତମାନଙ୍କୁ ଅନୁମତି ଦିଆଯାଇପାରିବ
ନାହିଁ ।
ତୁମେମାନେ ଏବେ
ପୁରୁଷୋତ୍ତମ ସଂଗମଯୁଗରେ ଅଛ । ଜାଣୁଛ ବାବା ଆମକୁ ଏପରି ପୁରୁଷୋତ୍ତମ କରାଉଛନ୍ତି । ଏହା ହେଉଛି
ସତ୍ୟନାରାୟଣଙ୍କର କଥା । ସତ୍ୟ ବାବା ତୁମମାନଙ୍କୁ ନରରୁ ନାରାୟଣ ହେବା ପାଇଁ ରାଜଯୋଗ ଶିଖାଉଛନ୍ତି
। ଜ୍ଞାନ କେବଳ ଏକମାତ୍ର ବାବାଙ୍କ ପାଖରେ ଅଛି, ଯାହାଙ୍କୁ ଜ୍ଞାନର ସାଗର କୁହାଯାଉଛି । ଶାନ୍ତିର
ସାଗର, ପବିତ୍ରତାର ସାଗର, ଏହା ସେହି ଜଣଙ୍କର ହିଁ ମହିମା ଅଟେ । ଦ୍ୱିତୀୟ କାହାର ମହିମା ହୋଇ
ପାରିବ ନାହିଁ । ଦେବତାମାନଙ୍କର ମହିମା ଅଲଗା, ପରମପିତା ପରମାତ୍ମା ଶିବଙ୍କର ମହିମା ଅଲଗା । ସେ
ହେଲେ ପିତା । ଶ୍ରୀକୃଷ୍ଣ ହେଉଛନ୍ତି ଦେବତା । ସୂର୍ଯ୍ୟବଂଶୀରୁ, ଚନ୍ଦ୍ରବଂଶୀ ତଥା, ବୈଶ୍ୟବଂଶୀ...
ମନୁଷ୍ୟ “ଆମେମାନେ ହିଁ ସେହି” ଏହାର ଅର୍ଥକୁ ବୁଝୁ ନାହାଁନ୍ତି । ଆମେ ଆତ୍ମା ହିଁ ପରମାତ୍ମା
ବୋଲି କହିଦେଉଛନ୍ତି, କିନ୍ତୁ ଏହା ତ ଭୁଲ୍ କଥା । ଏବେ ତୁମେମାନେ ବୁଝାଉଛ ଯେ ଭାରତର ଆରୋହଣ ଏବଂ
ଅବରୋହଣ କଳା କିପରି ହେଉଛି । ଏହା ହେଉଛି ଜ୍ଞାନ, ସେସବୁ ହେଉଛି ଭକ୍ତି । ସତ୍ୟଯୁଗରେ ସମସ୍ତେ
ପବିତ୍ର ଥିଲେ, ରାଜା-ରାଣୀଙ୍କର ରାଜ୍ୟ ଚାଲୁଥିଲା, ସେଠାରେ ମନ୍ତ୍ରୀ (ପରାମର୍ଶଦାତା) ମଧ୍ୟ ନ
ଥା’ନ୍ତି, କାହିଁକି ନା ରାଜା-ରାଣୀ ନିଜେ ହିଁ ମାଲିକ ଅଟନ୍ତି । ବାବାଙ୍କଠାରୁ ବର୍ସା (ସମ୍ପତ୍ତି)
ନେଇଛନ୍ତି । ତାଙ୍କ ପାଖରେ ବୁଦ୍ଧି ଅଛି । ଲକ୍ଷ୍ମୀ-ନାରାୟଣଙ୍କୁ କାହାର ରାୟ ନେବାର ଆବଶ୍ୟକତା
ନାହିଁ । ସେଠାରେ ମନ୍ତ୍ରୀ ରହିବେ ନାହିଁ । ଭାରତ ପରି ପବିତ୍ର ଦେଶ ଆଉ କେଉଁ ଦେଶ ନ ଥିଲା ।
ଭାରତ ମହାନ୍ ପବିତ୍ର ଦେଶ ଥିଲା । ନାମ ହିଁ ଥିଲା ସ୍ୱର୍ଗ, ଏବେ ନର୍କ ହୋଇଯାଇଛି । ନର୍କରୁ ପୁଣି
ସ୍ୱର୍ଗ ବାବା ହିଁ କରାଇବେ । ଆଚ୍ଛା—
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ
ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ଏକମାତ୍ର
ବାବାଙ୍କର ସୁମତରେ ଚାଲି ମନୁଷ୍ୟରୁ ଦେବତା ହେବାକୁ ପଡିବ, ଏହି ସୁଖଦାୟୀ ସଂଗମଯୁଗରେ ସ୍ୱୟଂକୁ
ପୁରୁଷୋତ୍ତମ ପାରସବୁଦ୍ଧି କରିବାକୁ ହେବ ।
(୨) ୭ ଦିନର ଜ୍ଞାନଯୋଗର
ଭଟ୍ଟୀରେ ବସି ପତିତ ବୁଦ୍ଧିକୁ ପବିତ୍ର ବୁଦ୍ଧି କରିବାକୁ ହେବ । ସତ୍ୟ ପିତାଙ୍କଠାରୁ ସତ୍ୟ
ନାରାୟଣଙ୍କର ସତ୍ୟ କଥା ଶୁଣି ନରରୁ ନାରାୟଣ ହେବାକୁ ପଡିବ ।
ବରଦାନ:-
ନିଜର ସର୍ବ
ସମ୍ପତ୍ତିକୁ ବାବାଙ୍କର ନିର୍ଦ୍ଦେଶ ଅନୁସାରେ କାର୍ଯ୍ୟରେ ଲଗାଉଥିବା ଅନେଷ୍ଟ ଅର୍ଥାତ୍ ସଚ୍ଚୋଟ
ହୁଅ ।
ଅନେଷ୍ଟ ଅର୍ଥାତ୍
ସଚ୍ଚୋଟ ତାଙ୍କୁ କୁହାଯାଏ ଯେଉଁମାନେ ବାବାଙ୍କ ଠାରୁ ପ୍ରାପ୍ତ ହେଉଥିବା ସମସ୍ତ ସମ୍ପତ୍ତିକୁ
ବାବାଙ୍କର ନିର୍ଦ୍ଦେଶ ବିନା କୌଣସି ବି କାର୍ଯ୍ୟରେ ଲଗାନ୍ତି ନାହିଁ । ଯଦି ସମୟ, ବାଣୀ, କର୍ମ,
ନିଃଶ୍ୱାସ ବା ସଂକଳ୍ପ ରୂପୀ ସମ୍ପତ୍ତିକୁ ପରମତରେ ବା ସଂଗଦୋଷରେ ଆସି ବ୍ୟର୍ଥରେ ନଷ୍ଟ କରୁଛ,
ସ୍ୱଚିନ୍ତନ କରିବା ପରିବର୍ତ୍ତେ ପରଚିନ୍ତନ କରୁଛ, ସ୍ୱମାନରେ ରହିବା ପରିବର୍ତ୍ତେ କୌଣସି
ପ୍ରକାରର ଅଭିମାନରେ ଆସୁଛ, ଶ୍ରୀମତ ପରିବର୍ତ୍ତେ ମନମତ ଆଧାରରେ ଚାଲୁଛ ତେବେ ତୁମକୁ ଅନେଷ୍ଟ
କୁହାଯିବ ନାହିଁ । କାରଣ ଏହି ସମସ୍ତ ସମ୍ପତ୍ତି ତୁମକୁ ବିଶ୍ୱକଲ୍ୟାଣ କାର୍ଯ୍ୟରେ ଲଗାଇବା ପାଇଁ
ହିଁ ମିଳିଛି, ତେଣୁ କେବଳ ସେହି କାର୍ଯ୍ୟରେ ଲଗାଇବା ହିଁ ସଚ୍ଚୋଟ ହେବା ।
ସ୍ଲୋଗାନ:-
ବିରୋଧ ଆଚରଣ
ମାୟା ସହିତ କରିବାର ଅଛି, ଦୈବୀ ପରିବାର ସହିତ ନୁହେଁ ।
ଅବ୍ୟକ୍ତ ଈଶାରା:-
ସଂକଳ୍ପ ଶକ୍ତିକୁ ଜମା କରି ଶ୍ରେଷ୍ଠ ସେବାର ନିମିତ୍ତ ହୁଅ ।
ବିଶ୍ୱର ସର୍ବ ଆତ୍ମାମାନେ
ଗୋଟିଏ ହିଁ ବିଶାଳ ପରିବାରର ସଦସ୍ୟ ଅଟନ୍ତି, ନିଜର ପରିବାରର କୌଣସି ବି ଆତ୍ମା ବରଦାନରୁ ବଞ୍ଚିତ
ନ ରୁହନ୍ତୁ - ଏହିଭଳି ଉମଙ୍ଗ ଉତ୍ସାହ ଭରା ଶ୍ରେଷ୍ଠ ସଂକଳ୍ପ ସର୍ବଦା ତୁମ ହୃଦୟରେ ବିରାଜମାନ କରୁ
। କେବଳ ନିଜର କର୍ମଧନ୍ଦାରେ ହିଁ ସର୍ବଦା ବ୍ୟସ୍ତ ରୁହ ନାହିଁ, ସୃଷ୍ଟି ରୂପୀ ବିଶାଳ ମଂଚ ଉପରେ
ସ୍ଥିତ ରହି ବେହଦ ବିଶ୍ୱର ଆତ୍ମାମାନଙ୍କର ସେବା କରିବାର ଶ୍ରେଷ୍ଠ ସଂକଳ୍ପ କର, ଏହା ହିଁ ସଫଳତାର
ସହଜ ସାଧନ ଅଟେ ।