10.08.26 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ: - ଯେପରି
ବାବା ଅପକାରୀମାନଙ୍କ ଉପରେ ମଧ୍ୟ ଉପକାର କରୁଛନ୍ତି, ସେହିପରି ତୁମେମାନେ ମଧ୍ୟ ବାବାଙ୍କୁ
ଅନୁସରଣ କର, ସୁଖଦାୟୀ ହୁଅ, ଏହି ଦେହକୁ ଭୁଲ”
ପ୍ରଶ୍ନ:-
ଦେହୀ ଅଭିମାନୀ
ହୋଇ ରହୁଥିବା ସନ୍ତାନମାନଙ୍କର ମୁଖ୍ୟ ଲକ୍ଷଣ ଗୁଡିକ କ’ଣ ହୋଇଥିବ?
ଉତ୍ତର:-
୧. ସେମାନଙ୍କର ପରସ୍ପର ମଧ୍ୟରେ ବହୁତ ବହୁତ ଆତ୍ମିକ ସ୍ନେହ ରହିବ । ୨. ସେମାନେ କେବେହେଲେ ଜଣେ
ଅନ୍ୟ ଜଣଙ୍କର ଦୁର୍ଗୁଣ ବର୍ଣ୍ଣନା କରିବେ ନାହିଁ । ୩. ସେମାନେ ବହୁତ ବହୁତ ସୁଖଦାୟୀ ହେବେ । ୪.
ସେମାନଙ୍କର ଖୁସି କେବେହେଲେ ହଜିବ ନାହିଁ । ସର୍ବଦା ଅପାର ଖୁସିରେ ରହିବେ । ୫. କେବେହେଲେ
ମତଭେଦରେ ଆସିବେ ନାହିଁ । ୬. ଆମେ ଆତ୍ମା ଭାଇ-ଭାଇ ଅଟୁ, ଏହି ସ୍ମୃତିରେ ଗୁଣଗ୍ରାହୀ ହେବେ,
ତାଙ୍କୁ ସମସ୍ତଙ୍କର ଗୁଣ ହିଁ ଦେଖାଯିବ । ସେମାନେ ନିଜେ ଗୁଣବାନ୍ ହୋଇ ଅନ୍ୟମାନଙ୍କୁ ମଧ୍ୟ
ଗୁଣବାନ୍ କରିବେ । ୭. ସେମାନଙ୍କର ଏକ ବାବାଙ୍କ ବ୍ୟତୀତ ଅନ୍ୟ କେହି ମନେପଡ଼ିବେ ନାହିଁ ।
ଓମ୍ ଶାନ୍ତି ।
ତୁମେ ପିଲାମାନେ ସର୍ବୋଚ୍ଚ ଅବିନାଶୀ ପିତାଙ୍କ ସମ୍ମୁଖରେ ବସିଛ । ତୁମେ କେତେ ଭାଗ୍ୟଶାଳୀ ଯେ
ତୁମକୁ ଏପରି ପିତା ମିଳିଛନ୍ତି । ତୁମେ ଜ୍ଞାନର ସାଗର ବାବାଙ୍କ ପାଖକୁ ଆସିଛ ଜ୍ଞାନରତ୍ନ ଦ୍ୱାରା
ବୁଦ୍ଧିରୂପି ଝୁଲା ଭରିବାକୁ, ରୋଜଗାର କରିବାକୁ । ବାବା ତୁମ ମିଠା ମିଠା ସନ୍ତାନମାନଙ୍କୁ କେତେ
ଉଚ୍ଚକୁ ନେଇଯାଉଛନ୍ତି । ବାବା ତ କେବଳ ତୁମ ପିଲାମାନଙ୍କୁ ହିଁ ଦେଖୁଛନ୍ତି, ବାବାଙ୍କୁ ତ କାହାକୁ
ମନେପକାଇବାକୁ ପଡେନାହିଁ । ବ୍ରହ୍ମାଙ୍କ ଆତ୍ମାକୁ ତ ଶିବବାବାଙ୍କୁ ମନେପକାଇବାକୁ ପଡିଥାଏ । ବାବା
କହୁଛନ୍ତି ଆମେ ଦୁହେଁ ତୁମମାନଙ୍କୁ ହିଁ ଦେଖୁଛୁ । ବ୍ରହ୍ମାବାବା କହୁଛନ୍ତି ମୁଁ ସାକ୍ଷୀ ହୋଇ
ଦେଖିବାର ନାହିଁ, କିନ୍ତୁ ମୁଁ ମଧ୍ୟ ଶିବବାବାଙ୍କ ସହିତ ରହି ସେହିପରି ପିଲାମାନଙ୍କୁ ଦେଖିଥାଏ ।
ବାବାଙ୍କ ସାଥିରେ ତ ରହୁଛି ନା । ତାଙ୍କର ସନ୍ତାନ ତେଣୁ ମୁଁ ମଧ୍ୟ ତାଙ୍କ ସହିତ ଦେଖୁଛି । ମୁଁ
ବିଶ୍ୱର ମାଲିକ ହୋଇ ଘୂରି ବୁଲୁଛି । ଯେପରିକି ମୁଁ ହିଁ ଏସବୁ କରୁଛି । ମୁଁ ଦୃଷ୍ଟି ଦେଉଛି ।
ଦେହ ସହିତ ସବୁକିଛି ଭୁଲିବାକୁ ହୋଇଥାଏ । ବାକି ବାବା ଓ ସନ୍ତାନ ଯେପରି ଏକ ହୋଇଯା’ନ୍ତି । ତେଣୁ
ବାବା ବୁଝାଉଛନ୍ତି ମିଠେ ବଚ୍ଚେ ଖୁବ୍ ପୁରୁଷାର୍ଥ କର । ଯେପରି ବାବା ଅପକାରୀମାନଙ୍କ ଉପରେ
ଉପକାର କରିଥା’ନ୍ତି ସେହିପରି ତୁମେ ମଧ୍ୟ ଫଲୋ ଫାଦର୍ କର, ସୁଖଦାୟୀ ହୁଅ । ପରସ୍ପର ମଧ୍ୟରେ
କେବେହେଲେ ଲଢ଼େଇ ଝଗଡ଼ା କର ନାହିଁ । ନିଜକୁ ଆତ୍ମା ଭାବି ଏହି ଦେହକୁ ଭୁଲିଚାଲ । ଏକମାତ୍ର
ବାବାଙ୍କ ବ୍ୟତୀତ ଅନ୍ୟ କେହି ମନେ ନ ପଡ଼ନ୍ତୁ । ଏହା ମଧ୍ୟ ଯେପରି ବଞ୍ଚି ଥାଉ ଥାଉ ମୃତ୍ୟୁର
ଅବସ୍ଥା ହୋଇଗଲା । ଯେପରି ଏହି ଦୁନିଆରୁ ମରିଗଲ । କୁହାଯାଏ - ଆପ୍ ମୁଏ ମର୍ ଗୟି ଦୁନିଆ ଅର୍ଥାତ୍
ତୁମର ମୃତ୍ୟୁ ହେଲେ ତୁମ ପାଇଁ ସାରା ଦୁନିଆ ମରିଗଲା । ତୁମକୁ ଏଠାରେ ବଞ୍ଚି ଥାଉ ଥାଉ ମରିବାର
ଅଛି, ଶରୀରର ଅଭିମାନ ଉଡ଼ାଇ ଦିଅ । ଏକାନ୍ତରେ ବସି ଅଭ୍ୟାସ କରିଚାଲ । ସକାଳେ ଏକାନ୍ତରେ ବସି ନିଜ
ସହିତ ନିଜେ କଥାବାର୍ତ୍ତା ହୁଅ । ବହୁତ ଉମଙ୍ଗର ସହ ବାବାଙ୍କୁ ମନେ ପକାଅ । ବାବା! ବାସ୍ ଏବେ
ମୁଁ ଆପଣଙ୍କ କୋଳକୁ ଆସିଲି କି ଆସିଲି । ବାସ୍ ଜଣଙ୍କ ୟାଦ୍ରେ ଶରୀରର ଅନ୍ତ ହେଉ......ଏହାକୁ
କୁହାଯାଏ ଏକାନ୍ତ । ବାବାଙ୍କୁ ସ୍ମରଣ କରି କରି ଏହି ଶରୀର ରୂପୀ ଚମଡ଼ା ଚାଲିଯିବ ।
ତୁମେ ଜାଣିଛ ଏହି ପୁରୁଣା ଦୁନିଆ, ପୁରୁଣା ଶରୀର ସମାପ୍ତ ହୋଇଯିବାର ଅଛି । ବାକି ପୁରୁଷାର୍ଥ
ପାଇଁ ସଙ୍ଗମର କିଛି ସମୟ ରହିଛି । ପିଲାମାନେ ପଚାରୁଛନ୍ତି ବାବା ଏହି ପାଠପଢ଼ା ଆଉ କେତେ
ପର୍ଯ୍ୟନ୍ତ ଚାଲିବ? ବାବା କହୁଛନ୍ତି ଯେ ପର୍ଯ୍ୟନ୍ତ ଦୈବୀ ରାଜଧାନୀ ସ୍ଥାପନ ନ ହୋଇଛି ସେ
ପର୍ଯ୍ୟନ୍ତ ଶୁଣାଇ ଚାଲିବି, ତା’ପରେ ତୁମେମାନେ ନୂଆ ଦୁନିଆକୁ ଟ୍ରାନ୍ସଫର୍ ହୋଇଯିବ । ଏହା
ପୁରୁଣା ଶରୀର, କିଛି ନା କିଛି କର୍ମଭୋଗ ଚାଲିଥିବ, ଏଥିରେ ବାବାଙ୍କଠାରୁ ସହଯୋଗର ଆଶା ରଖନାହିଁ
। ଦେବାଳିଆ ହୋଇଗଲ, ରୋଗ ହେଲା - ବାବା କହିବେ ଏହା ତୁମର ହିସାବ କିତାବ । ହଁ, ଯୋଗ ଦ୍ୱାରା
ତୁମର ଆୟୁ ବଢ଼ିବ । ନିଜେ ପରିଶ୍ରମ କର, କୃପା ମାଗ ନାହିଁ । ଯେତେ ବାବାଙ୍କୁ ମନେ ପକାଇବେ ସେଥିରେ
ହିଁ କଲ୍ୟାଣ ରହିଛି, ଯେତେ ପର୍ଯ୍ୟନ୍ତ ହେଉଛି ଯୋଗବଳ ଦ୍ୱାରା କାମ ହାସଲ କର । ଭକ୍ତି ମାର୍ଗରେ
ଗାଇଥାଆନ୍ତି ମୋତେ ପଲକରେ ଲୁଚାଇ ଦିଅ... ପ୍ରିୟ ଜିନିଷକୁ ନୟନ ପିତୁଳା, ପ୍ରାଣ ପ୍ରିୟ
କହିଥା’ନ୍ତି । ଏହି ବାବା ତ ବହୁତ ପ୍ରିୟ ଅଟନ୍ତି, ପରନ୍ତୁ ଗୁପ୍ତ । ତାଙ୍କ ପାଇଁ ଏତେ ସ୍ନେହ
ରହିବା ଦରକାର ଯାହାକି ନ କହିବା ଭଲ । ପିଲାମାନଙ୍କୁ ବାବା ତ ନିଜ ପଲକରେ ଲୁଚାଇ ରଖିଥା’ନ୍ତି ।
ପଲକ ଏହି ଆଖିର କଥା ନୁହେଁ, ଏହା ବୁଦ୍ଧିର କଥା । ମୋଷ୍ଟ ବିଲଭେଡ୍ ଅର୍ଥାତ୍ ଅତି ପ୍ରିୟ
ନିରାକାର ବାବା ଆମକୁ ପଢ଼ାଉଛନ୍ତି । ସେ ଜ୍ଞାନର ସାଗର, ସୁଖର ସାଗର, ସ୍ନେହର ସାଗର ଅଟନ୍ତି ।
ଏପରି ଅତି ପ୍ରିୟର ପିତାଙ୍କ ସହିତ କେତେ ସ୍ନେହ ରହିବା ଦରକାର । ପିଲାମାନଙ୍କର କେତେ ନିଷ୍କାମ
ସେବା କରୁଛନ୍ତି । ତୁମ ପିଲାମାନଙ୍କୁ ହୀରା ତୁଲ୍ୟ କରୁଛନ୍ତି । କେତେ ମିଠା ବାବା ଅଟନ୍ତି ।
କେତେ ନିରହଂକାରୀ ହୋଇ ତୁମମାନଙ୍କର ସେବା କରୁଛନ୍ତି । ତେଣୁ ତୁମମାନଙ୍କୁ ମଧ୍ୟ ସେତିକି ସ୍ନେହର
ସହିତ ସେବା କରିବା ଦରକାର । ଶ୍ରୀମତରେ ଚାଲିବା ଉଚିତ୍ । ନିଜର ମତ ଚଲାଇଲେ ଭାଗ୍ୟରେ ଗାର
ପଡ଼ିଯିବ ।
ତୁମମାନଙ୍କର ପରସ୍ପର ମଧ୍ୟରେ ବହୁତ ବହୁତ ଆତ୍ମିକ ସ୍ନେହ ରହିବା ଉଚିତ୍, ପରନ୍ତୁ ଦେହ ଅଭିମାନ
ଆସିବା କାରଣରୁ ପରସ୍ପର ଭିତରେ ସେହି ସ୍ନେହ ରହି ନ ଥାଏ । ତେଣୁ ଜଣେ ଅନ୍ୟଜଣଙ୍କର ଅବଗୁଣ ବାହାର
କରିଥା’ନ୍ତି, ଅମୁକ ଏପରି, ସେ ଏଇୟା କରୁଛି... ତୁମେ ଯେତେବେଳେ ଦେହୀ ଅଭିମାନୀ ଥିଲ କାହାର
ଅବଗୁଣ ଦେଖୁ ନ ଥିଲ । ପରସ୍ପର ମଧ୍ୟରେ ବହୁତ ସ୍ନେହ ଥିଲା, ଏବେ ପୁଣି ସେହି ଅବସ୍ଥା ଧାରଣ
କରିବାକୁ ହେବ । ତୁମେ ପ୍ରଥମେ କେତେ ମିଠା ଥିଲ ପୁନଃ ଏପରି ମିଠା, ସଦା ସୁଖଦାୟୀ ହୁଅ । ଦେହ
ଅଭିମାନରେ ଆସି ଦୁଃଖଦାୟୀ ହୋଇଗଲ, ତେଣୁ ତୁମର ଆତ୍ମିକ ଖୁସି ହଜିଗଲା । ଜୀବନ ମଧ୍ୟ ଛୋଟ ହୋଇଗଲା
। ଏବେ ପୁଣି ବାବା ଆସିଛନ୍ତି ତୁମକୁ ସତୋପ୍ରଧାନ କରି ସଦା ସୁଖଦାୟୀ କରିବାକୁ । ତୁମେ ଯେତେ
ବାବାଙ୍କୁ ୟାଦ୍ କରିଚାଲିବ, ସେତେ ଅବଗୁଣ ସମାପ୍ତ ହୋଇଯିବ । ମତଭେଦ ଦୂର ହୋଇଯିବ । ଏହା ପକ୍କା
ମନେ ରହୁ ଯେ ଆମେ ଆତ୍ମା ଭାଇ ଭାଇ ଅଟୁ । ଆତ୍ମା ଭାଇ ଭାଇକୁ ଦେଖିଲେ ସର୍ବଦା ଗୁଣ ହିଁ ଦେଖାଯିବ
। ସମସ୍ତଙ୍କୁ ଗୁଣବାନ୍ କରିବାକୁ ଚେଷ୍ଟା କର । ଅବଗୁଣଗୁଡ଼ିକୁ ତ୍ୟାଗ କରି ଗୁଣ ଧାରଣ କର ।
କେବେହେଲେ କାହାର ନିନ୍ଦା କରନାହିଁ । କାହା କାହା ମଧ୍ୟରେ ଏପରି ଅବଗୁଣ ରହିଥାଏ ଯେ ନିଜେ ବି
ବୁଝିପାରନ୍ତି ନାହିଁ, ନିଜକୁ ସେମାନେ ବହୁତ ଭଲ ବୋଲି ଭାବି ଥାଆନ୍ତି ପରନ୍ତୁ ଅବଗୁଣ ଥିବା
କାରଣରୁ କେଉଁଠି ନା କେଉଁଠି ଓଲଟା ବାଣୀ ବାହାରିଯାଇଥାଏ । ସତ୍ତ୍ୱପ୍ରଧାନ ଅବସ୍ଥାରେ ଏହି କଥା
ହୁଏ ନାହିଁ । ନିଜେ ନିଜକୁ ଦେଖ ଆମେ କେତେ ମିଠା ହୋଇଛୁ? ବାବାଙ୍କ ପ୍ରତି ଆମର କେତେ ସ୍ନେହ
ରହିଛି? ବାବାଙ୍କ ସାଥିରେ ଏପରି ସ୍ନେହ ରହୁ ଯେ ଯେପରି ବାବାଙ୍କ ସହିତ ପୁରା ଯୋଡି ହୋଇ ରହିଥିବ
। ବାବା ଆପଣ ଆମକୁ କେତେ ଶ୍ରେଷ୍ଠ ବୁଦ୍ଧିମାନ କରୁଛନ୍ତି, ସ୍ୱର୍ଗର ମାଲିକ କରୁଛନ୍ତି । ଏପରି
ଅନ୍ତରରେ ବାବାଙ୍କର ମହିମା କରି ଖୁସୀରେ ଗଦ୍ଗଦ୍ ହେବା ଉଚିତ୍ । ଆତ୍ମିକ ଖୁସିରେ ରହିବା ଉଚିତ୍
। ଗାୟନ ମଧ୍ୟ ରହିଛି ଖୁସି ପରି ଖୋରାକ ନାହିଁ । ବାବାଙ୍କ ସହ ମିଶିବାର ମଧ୍ୟ କେତେ ଖୁସି ରହିବା
ଦରକାର । ସଙ୍ଗମରେ ହିଁ ତୁମ ସନ୍ତାନମାନଙ୍କୁ ୨୧ ଜନ୍ମ ପାଇଁ ସଦା ଖୁସିରେ ରହିବାର ଭୋଜନ
ମିଳିଯାଉଛି ଯାହାକି କାହାକୁ କୌଣସି କଥାର ଚିନ୍ତା ରହିବ ନାହିଁ । ଏବେ କେତେ ଚିନ୍ତା ରହିଛି
ସେଥିପାଇଁ ତା’ର ପ୍ରଭାବ ଶରୀର ଉପରେ ମଧ୍ୟ ପଡିଥାଏ । ତୁମକୁ କୌଣସି ଆଉ କଥାର ଚିନ୍ତା ନାହିଁ ।
ଏହି ଖୁସିର ଭୋଜନ ଜଣେ ଅନ୍ୟ ଜଣଙ୍କୁ ଖାଇବାକୁ ଦିଅ । ଜଣେ ଅନ୍ୟ ଜଣଙ୍କର ଏହିପରି ଖୁସିରେ ବହୁତ
ସମ୍ମାନ କରିବା ଉଚିତ୍ । ଏପରି ଖାତିରି ମନୁଷ୍ୟ, ମନୁଷ୍ୟର କରିପାରିବେ ନାହିଁ । ତୁମେ ବାବାଙ୍କ
ଶ୍ରୀମତରେ ଏହି ସମ୍ମାନ କରୁଛ । କାହାକୁ ବାବାଙ୍କର ପରିଚୟ ଦେବା - ଏହା ଅତି ଖୁସି ବାସୀର କଥା ।
ଏହା ଜ୍ଞାନ ଓ ଯୋଗର ଉତ୍ତମ ବିଚିତ୍ର ଭୋଜନ ଅଟେ । ଏହି ଔଷଧି ଏକ ରୁହାନୀ ସର୍ଜନଙ୍କ ଦ୍ୱାରା
ମିଳୁଛି । ମନମନାଭବ, ମଧ୍ୟାଜୀ ଭବ - ବାସ୍ ଏହି ଦୁଇଟି ଶବ୍ଦ ହିଁ ଭୋଜନ । ଅତି ପ୍ରିୟତମ
ପିତାଙ୍କଠାରୁ ବିଶ୍ୱର ବାଦଶାହୀ ମିଳୁଛି, ଏହା କ’ଣ କିଛି କମ୍ କଥା । ଏହି ଦୁଇଟି ବଚନ ହିଁ
ପ୍ରସିଦ୍ଧ ଅଟେ । ଏହି ଦୁଇଟି ବଚନରେ ତୁମେ ସଦା ସୁସ୍ଥ, ସର୍ବଦା ଧନବାନ୍ ହୋଇଯାଉଛ । ତେବେ
ତୁମମାନଙ୍କୁ ଏହି କଥା ସ୍ମରଣ କରି କରି ହର୍ଷିତ ହୋଇ ରହିବା ଦରକାର । ଈଶ୍ୱରୀୟ ଛାତ୍ର ଜୀବନ ଅତି
ଉତ୍ତମ - ଏହା ବର୍ତ୍ତମାନର ଗାୟନ ଅଟେ । ଯେତେ ହୋଇପାରେ ଜଣେ ଅନ୍ୟ ଜଣଙ୍କୁ ଏହି ଆତ୍ମିକ ଔଷଧି
ପହଞ୍ଚାଅ, ଜଣେ ଅନ୍ୟ ଜଣଙ୍କର ଉନ୍ନତି କର, ସମୟ ନଷ୍ଟ କର ନାହିଁ । ବହୁତ ଧୈର୍ଯ୍ୟ, ଗମ୍ଭୀରତା,
ବୁଦ୍ଧିମତ୍ତାରେ ବାବାଙ୍କୁ ମନେ ପକାଅ, ନିଜର ଜୀବନ ହୀରାତୁଲ୍ୟ କର ।
ମିଠେ ବଚ୍ଚେ, ବାବାଙ୍କ ଦ୍ୱାରା ମିଳୁଥିବା ଶ୍ରୀମତରେ କିଛି ଗଫଲତ କରନାହିଁ । ବାବାଙ୍କ ସନ୍ଦେଶ
ସମସ୍ତଙ୍କ ପାଖରେ ପହଞ୍ଚାଇବା ଉଚିତ୍ । ବାବାଙ୍କର ବାର୍ତ୍ତା ତ ସମସ୍ତଙ୍କୁ ମିଳିବା ଉଚିତ୍ ନା ।
ବାର୍ତ୍ତା ବହୁତ ସହଜ - କେବଳ କୁହ ନିଜକୁ ଆତ୍ମା ଭାବି ବାବାଙ୍କୁ ମନେ ପକାଅ ଏବଂ ଏହି
କର୍ମେନ୍ଦ୍ରିୟ ଦ୍ୱାରା ମନ-ବଚନ-କର୍ମରେ କିଛି ଖରାପ କର୍ମ କରନାହିଁ । ଦିନେ ତୁମର ଏହି ନୀରବତା
ଶକ୍ତିର ଆବାଜ୍ ପ୍ରଖ୍ୟାତ ହେବ । ଦିନକୁ ଦିନ ତୁମର ଉନ୍ନତି ହୋଇଚାଲିବ । ତୁମର ନାମ ପ୍ରସିଦ୍ଧ
ହୋଇଚାଲିବ । ସମସ୍ତେ ମାନିବେ ଏହି ସଂସ୍ଥା ଭଲ, ଭଲ କାମ କରୁଛନ୍ତି, ବହୁତ ସହଜ ରାସ୍ତା
ବତାଉଛନ୍ତି । ବ୍ରାହ୍ମଣଙ୍କର ଏହି ବୃକ୍ଷ ବହୁତ ବଢ଼ିବ, ପ୍ରଜା ବଢି ଚାଲିବେ । ସେଣ୍ଟର୍ ବହୁତ
ବୃଦ୍ଧି ହୋଇଗଲା । ତୁମର ପ୍ରଦର୍ଶନୀ ମଧ୍ୟ ଗାଁ ଗାଁ ରେ ହେବ । ତୁମ ସନ୍ତାନମାନଙ୍କୁ ବହୁତ ଉଚ୍ଚ
ସେବା କରିବାକୁ ହେବ । ତୁମର ନୂଆ ନୂଆ ସେଣ୍ଟର୍ ଖୋଲି ଚାଲିବ, ଯେଉଁଠି ଅନେକ ମନୁଷ୍ୟ ଆସି ନିଜ
ଜୀବନ ହୀରା ତୁଲ୍ୟ କରି ଗଢ଼ି ତୋଳିବେ । ତୁମକୁ ବହୁତ ସ୍ନେହରେ ପ୍ରତ୍ୟେକଙ୍କୁ ସମ୍ଭାଳିବାକୁ ହେବ
। ବିଚରା କାହାର ପାଦ କୁଆଡ଼େ ଖସି ନ ଯାଉ । ଯେତେ ଅଧିକ ସେଣ୍ଟର୍ ହେବ ସେତେ ଅଧିକ ଆତ୍ମା ଆସି
ଜୀବଦାନ ପାଇବେ । ତୁମମାନଙ୍କ ପ୍ରତି ଯେତେ ପ୍ରଭାବିତ ହେବେ ସେତେ ତୁମକୁ ଡାକିବେ - ଏଠାକୁ ଆସି
ଆମକୁ ମନୁଷ୍ୟରୁ ଦେବତା କରିବାର ରାଜଯୋଗ ଶିଖାଅ । ଭବିଷ୍ୟତରେ ବହୁତ ଚହଳ ପଡିଯିବ ଯେ ସେହି
ଭଗବାନ୍ ଆସି ଆବୁ ପର୍ବତରେ ପହଞ୍ଚିଛନ୍ତି ।
ତୁମେ ସନ୍ତାନମାନେ ଦେଖୁଛ କି ବର୍ତ୍ତମାନ ଏହି ପୁରୁଣା ଦୁନିଆରେ ଅନେକ ଇଣ୍ଟର୍ନାସ୍ନାଲ୍ ରୋଲେ
ଅର୍ଥାତ୍ ଆର୍ନ୍ତଜାତୀୟ ସ୍ତରରେ ଅନେକ ପ୍ରକାରର ସମସ୍ୟା ରହିଛି । ଏବେ ଏହି ସବୁ ସମସ୍ୟା ସମାପ୍ତ
ହେବ, ଏହାର ଚିନ୍ତା ତୁମକୁ କେବେ ବି କରିବା ଅନୁଚିତ୍ । ତୁମେ ସମସ୍ତଙ୍କୁ ଶୁଣାଅ ଯେ ଏହାର
ଚିନ୍ତା କରନାହିଁ, ଏହି ପୁରୁଣା ଦୁନିଆ ସମାପ୍ତ ହେବାର ସମୀପବର୍ତ୍ତୀ ହେଲାଣି, ଏଥିପ୍ରତି ମୋହ
ରଖନାହିଁ, ଯଦି ମୋହ ଥିବ, ଶୁଦ୍ଧ ହୃଦୟ ନ ଥିବ ତେବେ ଅପାର ଖୁସି ରହିବ ନାହିଁ । ପିଲାମାନଙ୍କୁ
ଅଥାହ ଜ୍ଞାନଧନର ସମ୍ପତ୍ତି ମିଳି ଚାଲିଛି, ତେଣୁ ଅପାର ଖୁସି ରହିବା ଦରକାର । ହୃଦୟ ଯେତେ ଶୁଦ୍ଧ
ହେବ ସେତେ ଅନ୍ୟମାନଙ୍କୁ ମଧ୍ୟ ଶୁଦ୍ଧ କରିବ । ଯୋଗର ସ୍ଥିତି ଦ୍ୱାରା ହିଁ ହୃଦୟ ଶୁଦ୍ଧ ହୋଇଥାଏ
। ତୁମମାନଙ୍କୁ ଯୋଗୀ ହେବାର ଏବଂ କରିବାର ସଉକ ରହିବା ଉଚିତ୍ । ଯଦି ଦେହରେ ମୋହ ଅଛି, ଦେହ
ଅଭିମାନ ଆସୁଛି ତେବେ ବୁଝିଯାଅ ଆମର ଅବସ୍ଥା ଅପରିପକ୍ୱ ରହିଛି । ଦେହୀ-ଅଭିମାନୀ ସନ୍ତାନମାନେ
ଶୁଦ୍ଧ ହୀରା ହୁଅନ୍ତି, ସେଥିପାଇଁ ଯେତେ ସମ୍ଭବ ଦେହୀ ଅଭିମାନୀ ହେବାର ଅଭ୍ୟାସ କର । ଆଚ୍ଛା!
ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତ-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି
ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ବାବାଙ୍କ
ପରି ନିରହଂକାରୀ ହୋଇ ବହୁତ ସ୍ନେହରେ ସମସ୍ତଙ୍କର ସେବା କରିବାର ଅଛି । ଶ୍ରୀମତରେ ଚାଲିବା ଦରକାର
। ନିଜ ମତରେ ଚାଲି ଭାଗ୍ୟରେ ଗାର ପକାଇବା ଅନୁଚିତ୍ ।
(୨) ସଙ୍ଗମରେ ବାବାଙ୍କ
ଦ୍ୱାରା ଖୁସିର ଯେଉଁ ଖୋରାକ ମିଳିଛି, ସେହି ଖୋରାକ ଖାଅ ଓ ଅନ୍ୟକୁ ଖାଇବାକୁ ଦିଅ । ନିଜ ସମୟ
ନଷ୍ଟ କର ନାହିଁ । ବହୁତ ଧୈର୍ଯ୍ୟ, ଗମ୍ଭୀରତା, ବୁଦ୍ଧିମତ୍ତାରେ ବାବାଙ୍କୁ ୟାଦ୍ କରି ନିଜ ଜୀବନ
ହୀରାତୁଲ୍ୟ କରି ଗଢ଼ିବା ଉଚିତ୍ ।
ବରଦାନ:-
ଆସକ୍ତିକୁ
ଅନାସକ୍ତିରେ ପରିବର୍ତ୍ତନ କରୁଥିବା ଶକ୍ତିସ୍ୱରୂପ ହୁଅ ।
ଶକ୍ତିସ୍ୱରୂପ ହେବା ପାଇଁ
ଆସକ୍ତିକୁ ଅନାଶକ୍ତିରେ ପରିବର୍ତ୍ତନ କର । ନିଜର ଦେହରେ, ସମ୍ବନ୍ଧରେ, କୌଣସି ବି ପଦାର୍ଥରେ ଯଦି
କେଉଁଠି ବି ଆସକ୍ତି ରହିଛି, ତେବେ ମାୟା ମଧ୍ୟ ଆସିପାରିବ ଏବଂ ତୁମେ ଶକ୍ତି ସ୍ୱରୂପ ହୋଇପାରିବ
ନାହିଁ । ସେଥିପାଇଁ ପ୍ରଥମେ ଯଦି ଅନାସକ୍ତ ହେବ ତେବେ ଯାଇ ମାୟାର ବିଘ୍ନଗୁଡିକୁ ସମ୍ମୁଖୀନ
କରିପାରିବ । ତେବେ ବିଘ୍ନ ଆସିବା ସମୟରେ ଚିତ୍କାର କରିବା ବା ବିଚଳିତ ହେବା ପରିବର୍ତ୍ତେ ଯଦି
ଶକ୍ତିରୂପକୁ ଧାରଣ କରିନେବ ଅର୍ଥାତ୍ ଶକ୍ତି ସ୍ୱରୂପ ସ୍ଥିତିରେ ସ୍ଥିତ ହୋଇଯିବ, ତେବେ ବିଘ୍ନ
ବିନାଶକ ହୋଇଯିବ ।
ସ୍ଲୋଗାନ:-
ଦୟା,
ନିଃସ୍ୱାର୍ଥ ଏବଂ ନିର୍ମୋହ ହେବା ଉଚିତ୍, ସ୍ୱାର୍ଥଯୁକ୍ତ ନୁହେଁ ।
ଅବ୍ୟକ୍ତ ଈଶାରା -
ଅପବିତ୍ରତାର ବୀଜକୁ ମଧ୍ୟ ସମାପ୍ତ କରି ସମ୍ପୂର୍ଣ୍ଣ ସ୍ୱଚ୍ଛ ହୁଅ ।
ମୁଁ ସଂଗମଯୁଗୀ
ବ୍ରାହ୍ମଣ ଅଟେ, ଏହି ବ୍ୟର୍ଥ ସଂକଳ୍ପ, ଅପବିତ୍ରତାର ସଂସ୍କାର ଶୁଦ୍ରମାନଙ୍କର ସଂସ୍କାର ବା
ସ୍ୱରୂପ ଅଟେ । ଏଭଳି ଅନୁଭବ ହେଉ ଯେ ଏହି ଅପବିତ୍ରତା ଏବଂ ବିସ୍ମୃତିର ସଂସ୍କାର । ଯାହାକି ମୋ’ର
ଅର୍ଥାତ୍ ବ୍ରାହ୍ମଣ ପଣିଆର ସଂସ୍କାର ନୁହେଁ କିନ୍ତୁ ଶୁଦ୍ର ପଣିଆର ସଂସ୍କାର ଅଟେ, ସେଗୁଡିକୁ ଯଦି
ମୋ’ର ବୋଲି ଭାବୁଛ, ତେବେ ମାୟାର ବଶୀଭୂତ ହୋଇ ଦୁଃଖୀ ହେଉଛ ।
ମାତେଶ୍ୱରୀ ଜୀ ଙ୍କ
ଅମୂଲ୍ୟ ମହାବାକ୍ୟ
“ଜୀବନର ଆଶା ପୂର୍ଣ୍ଣ
ହେବାର ସୁବର୍ଣ୍ଣ ସମୟ”
ଆମ ସବୁ ଆତ୍ମାମାନଙ୍କୁ
ବହୁତ ସମୟରୁ ଏହି ଆଶା ଥିଲା ଯେ ଜୀବନରେ ସଦା ସୁଖ ଶାନ୍ତି ମିଳୁ, ତେବେ ବହୁତ ଜନ୍ମର ଆଶା କେବେ
ତ ପୂର୍ଣ୍ଣ ହେବ । ଏହା ଆମର ଅନ୍ତିମ ଜନ୍ମ, ସେହି ଅନ୍ତିମ ଜନ୍ମର ବି ଅନ୍ତ ସମୟ । ଏପରି କେବେ
ଭାବ ନାହିଁ ଯେ ମୁଁ ତ ଏବେ ଛୋଟ, ଛୋଟ ହେଉ ବା ବଡ଼, ସୁଖ ତ ଦରକାର ନା, ପରନ୍ତୁ ଦୁଃଖ କେଉଁ
ଜିନିଷରୁ ମିଳୁଛି, ତାହାର ଜ୍ଞାନ ପ୍ରଥମେ ଦରକାର । ତୁମକୁ ଜ୍ଞାନ ମିଳିଛି ଯେ ଏହି ପାଞ୍ଚ
ବିକାରରେ ଫସିବା କାରଣରୁ ଏହି ଯେଉଁ କର୍ମବନ୍ଧନ ସୃଷ୍ଟି ହୋଇଛି, ତାକୁ ପରମାତ୍ମାଙ୍କର ୟାଦର
ଅଗ୍ନିରେ ଭସ୍ମ କରିବାକୁ ହେବ, ଏହା ହିଁ କର୍ମବନ୍ଧନରୁ ମୁକ୍ତ ହେବାର ସହଜ ଉପାୟ । ଏହି
ସର୍ବଶକ୍ତିବାନ୍ ବାବାଙ୍କୁ ଚାଲିବୁଲି ପ୍ରତ୍ୟେକ ନିଶ୍ୱାସରେ ୟାଦ୍ କର । ଏବେ ଏହି ଉପାୟ
ବତାଇବାର ସହାୟତା ନିଜେ ପରମାତ୍ମା ଆସି କରୁଛନ୍ତି, ପରନ୍ତୁ ଏଥିରେ ପୁରୁଷାର୍ଥ ତ ପ୍ରତ୍ୟେକ
ଆତ୍ମାକୁ କରିବାକୁ ହେବ । ପରମାତ୍ମା ତ ବାବା, ଟିଚର୍, ଗୁରୁ ରୂପରେ ଆସି ଆମକୁ ବର୍ସା ଦେଉଛନ୍ତି
। ତେଣୁ ପ୍ରଥମେ ଶିବବାବାଙ୍କର ହୋଇଯିବାକୁ ହେବ, ପୁଣି ଶିକ୍ଷକଙ୍କଠାରୁ ପାଠପଢିବାକୁ ହେବ, ଯେଉଁ
ପାଠପଢ଼ା ଦ୍ୱାରା ଭବିଷ୍ୟତରେ ଜନ୍ମ ଜନ୍ମାନ୍ତର ସୁଖର ପ୍ରାଲବ୍ଧ ମିଳିବ ଅର୍ଥାତ୍ ଜୀବନମୁକ୍ତି
ପଦରେ ପୁରୁଷାର୍ଥ ଅନୁସାରେ ପଦ ମିଳିବ । ଏବଂ ଗୁରୁ ରୂପରେ ପବିତ୍ର କରି ମୁକ୍ତି ଦେଉଛନ୍ତି ।
ତେଣୁ ଏହି ରହସ୍ୟକୁ ବୁଝି ଏପରି ପୁରୁଷାର୍ଥ କରିବା ଉଚିତ୍ । ପୁରୁଣା ଖାତାର ହିସାବକୁ ସମାପ୍ତ
କରି ନୂଆ ଜୀବନ ଗଢ଼ିବାର ଏହା ହିଁ ଉଚିତ୍ ସମୟ, ବର୍ତ୍ତମାନ ଯେତେ ପୁରୁଷାର୍ଥ କରି ନିଜର ଆତ୍ମାକୁ
ପବିତ୍ର କରିବ ସେତେ ଶୁଦ୍ଧ ରେକର୍ଡ଼ ଭରିହେବ । ଯାହା ସାରା କଳ୍ପ ଚାଲିବ । ବର୍ତ୍ତମାନ ସମୟର
ରୋଜଗାର ଉପରେ ସାରା କଳ୍ପ ନିର୍ଭର କରେ । ଦେଖ, ବର୍ତ୍ତମାନ ସମୟରେ ହିଁ ତୁମକୁ ଆଦି-ମଧ୍ୟ-ଅନ୍ତର
ଜ୍ଞାନ ମିଳୁଛି, ଆମକୁ ଦେବତା ହେବାକୁ ହେବ ଏବଂ ଆମେ ନିଜର ଉନ୍ନତି କଳା ଆଧାରରେ ସେଠାକୁ ଯାଇ
ପ୍ରାଲବ୍ଧ ଭୋଗ କରିବୁ । ସେଠାରେ ଦେବତାମାନଙ୍କୁ ଭବିଷ୍ୟ ବିଷୟରେ ଜଣାପଡ଼େ ନାହିଁ ଯେ ଆମେ ପତନ
ଅବସ୍ଥାକୁ ଯିବୁ, ଯଦି ଏହା ଜଣାଥା’ନ୍ତା ଯେ ସୁଖ ଭୋଗିବା ପରେ ପୁଣି ତଳସ୍ତରକୁ ଖସିବାର ଅଛି,
ତେବେ ସେହି ଚିନ୍ତାରେ ସୁଖ ମଧ୍ୟ ଭୋଗ କରିପାରିବେ ନାହିଁ । ତେଣୁ ଏହି ଈଶ୍ୱରୀୟ ନିୟମ ରଚନା
ହୋଇଛି ଯେ ମନୁଷ୍ୟ ସର୍ବଦା ଉତ୍ଥାନ ପାଇଁ ପୁରୁଷାର୍ଥ କରନ୍ତି ଅର୍ଥାତ୍ ସୁଖ ପାଇଁ ରୋଜଗାର
କରନ୍ତି । କିନ୍ତୁ ଡ୍ରାମାରେ ଅଧା ସୁଖ ଅଧା ଦୁଃଖର ପାର୍ଟ ପୂର୍ବ ନିଶ୍ଚିତ ହୋଇ ରହିଛି, ଯେଉଁ
ରହସ୍ୟକୁ ଆମେ ଜାଣିଛୁ, କିନ୍ତୁ ଯେତେବେଳେ ସୁଖର ସମୟ ଆସୁଛି, ସେତେବେଳେ ପୁରୁଷାର୍ଥ କରି ସୁଖ
ନେବାକୁ ହେବ, ଏହା ହିଁ ପୁରୁଷାର୍ଥର ବିଶେଷତା । ଆକ୍ଟର୍ ଅର୍ଥାତ୍ ଅଭିନେତାର କାମ ହେଲା ନିଜ
ଆକ୍ଟ ଅର୍ଥାତ୍ ଅଭିନୟ କରିବା ସମୟରେ ସମ୍ପୂର୍ଣ୍ଣ ବିଶେଷତାର ସହିତ ପାର୍ଟ କରିବା, ଯାହାଦ୍ୱାରା
କି ଦର୍ଶକମାନେ ହେୟର ହେୟର ଅର୍ଥାତ୍ ବାଃ ବାଃ କରିବେ, ସେଥିପାଇଁ ହିରୋ ହିରୋଇନ୍ର ପାର୍ଟ ଦେବତା
ମାନଙ୍କୁ ମିଳିଛି, ଯାହାର ସ୍ମାରକୀ ଚିତ୍ରର ଗାୟନ ଓ ପୂଜନ କରାଯାଉଛି । ନିର୍ବିକାରୀ
ପ୍ରବୃତ୍ତିରେ ରହି କମଳପୁଷ୍ପ ସମାନ ଅବସ୍ଥା ତିଆରି କରିବା, ଏହା ହିଁ ଦେବତାମାନଙ୍କର ବିଶେଷତା ।
ଏହି ବିଶେଷତାକୁ ଭୁଲିବା କାରଣରୁ ହିଁ ଭାରତର ଏପରି ଦୁର୍ଦ୍ଦଶା ହୋଇଯାଇଛି, ଏବେ ପୁନଃ ଏହିପରି
ଜୀବନ ରଚନା କରୁଥିବା ପରମାତ୍ମା ଆସିଛନ୍ତି, ବର୍ତ୍ତମାନ ତାଙ୍କର ହାତ ଧରିଲେ ଜୀବନ ନୌକା ପାରି
ହେବ । ଆଚ୍ଛା - ଓମ୍ ଶାନ୍ତି ।