10.10.26          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ମନ-ବଚନ-କର୍ମରେ କାହାକୁ ବି ଦୁଃଖ ଦିଅ ନାହିଁ, କେବେ ବି କାହା ଉପରେ କ୍ରୋଧ କର ନାହିଁ, ସ୍ନେହ ବହୁତ ମିଠା ଜିନିଷ, ଏହା ଦ୍ୱାରା କାହାକୁ ବି ବଶୀଭୂତ କରି ପାରିବ ।”

ପ୍ରଶ୍ନ:-
ବାବା ସନ୍ତାନମାନଙ୍କୁ ଡବଲ୍ ସିର୍‌ତାଜ୍‌(ଦ୍ୱି-ମୁକୁଟଧାରୀ) ବିଶ୍ୱର ମାଲିକ ହେବା ପାଇଁ ବା ଦି ବେସ୍ଟ (ସର୍ବୋତ୍ତମ) କେଉଁ ଉପାୟ ବତାଉଛନ୍ତି?

ଉତ୍ତର:-
ଦୈବୀଗୁଣକୁ ଧାରଣ କରି ବହୁତ-ବହୁତ ମିଠା ହୁଅ । ପରସ୍ପରକୁ ଭାଇ-ଭାଇ ଅଥବା ଭାଇ-ଭଉଣୀର ଦୃଷ୍ଟିରେ ଦେଖ । ନିଜର ପୁରୁଷାର୍ଥ ଦ୍ୱାରା ନିଜକୁ ରାଜତିଳକ ଦିଅ । ୨- ସ୍ୱୟଂ ଈଶ୍ୱର ବାବା ତୁମକୁ ପାଠ ପଢାଉଛନ୍ତି, ତେଣୁ ପାଠ ପଢାରେ ରେଗୁଲାର (ନିୟମିତ) ହୁଅ, ଯେତିକି ପଢିବ ଏବଂ ପଢାଇବ, ନିଜ ଚାଲିଚଳନକୁ ଯେତେ ସୁଧାରିବ, ସେତେ ଦି ବେଷ୍ଟ ହେବ ।

ଓମ୍ ଶାନ୍ତି ।
ମିଠା-ମିଠା ସିକିଲଧେ ସନ୍ତାନମାନେ ଜାଣିଛନ୍ତି ଯେ ଏବେ ଆମେ ନର୍କର କୂଳ ଛାଡି ଆଗକୁ ଯାଉଛୁ, ମଧ୍ୟରେ ଥିବା ଏହି ପୁରୁଷୋତ୍ତମ ସଙ୍ଗମଯୁଗ ବିଲ୍‌କୁଲ୍ ଅଲଗା ଅଟେ । ସାଗର ମଝିରେ ତୁମର ନୌକା ଅଛି । ତୁମେ ନା ସତ୍ୟଯୁଗୀ, ନା କଳିଯୁଗୀ ଅଟ । ତୁମେ ହେଉଛ ପୁରୁଷୋତ୍ତମ ସଙ୍ଗମଯୁଗୀ ସର୍ବୋତ୍ତମ ବ୍ରାହ୍ମଣ । ସଙ୍ଗମଯୁଗ ବ୍ରାହ୍ମଣମାନଙ୍କର ହିଁ ହୋଇଥାଏ । ବ୍ରାହ୍ମଣ ହେଉଛନ୍ତି ଚୋଟୀ (ସର୍ବୋଚ୍ଚ) । ଏହା ବ୍ରାହ୍ମଣମାନଙ୍କର ବହୁତ ଛୋଟ ଯୁଗ ଅଟେ । ଏହା ଗୋଟିଏ ଜନ୍ମର ଯୁଗ ଅଟେ । ଏହା ହେଉଛି ତୁମର ଖୁସିର ଯୁଗ । ଖୁସି କେଉଁ କଥାର? ଆମକୁ ଭଗବାନ ପାଠ ପଢାଉଛନ୍ତି । ଏପରି (ବିଦ୍ୟାର୍ଥୀମାନେ) କେତେ ଖୁସି ହେବେ! ଏବେ ସାରା ସୃଷ୍ଟି ଚକ୍ରର ଜ୍ଞାନ ତୁମ ବୁଦ୍ଧିରେ ଅଛି । ଏବେ ଆମେ ବ୍ରାହ୍ମଣ ହୋଇଛୁ, ପୁଣି ବ୍ରାହ୍ମଣରୁ ଦେବତା ହେବୁ । ପ୍ରଥମେ ନିଜ ଘର ସୁଇଟ୍ ହୋମ୍‌(ମିଠାଘର)କୁ ଯିବା, ପୁଣି ନୂଆ ଦୁନିଆକୁ ଆସିବା । ଆମେ ବ୍ରାହ୍ମଣ ହିଁ ସ୍ୱଦର୍ଶନ ଚକ୍ରଧାରୀ ଅଟୁ । ଆମେ ହିଁ ଏହି ବାଜୋଲି (ପାଦ ଓ ମୁଣ୍ଡକୁ ଏକାଠି କରି ଲେଉଟିବା ଖେଳ) ଖେଳ ଖେଳୁଛୁ । ତୁମେ ବ୍ରାହ୍ମଣ ସନ୍ତାନମାନେ ହିଁ ଏହି ବିରାଟ ରୂପକୁ ଜାଣିଛ - ବୁଦ୍ଧିରେ ସାରା ଦିନ ଏହି କଥାର ସ୍ମରଣ ଚାଲିବା ଉଚିତ୍ ।

ଏହା ହେଉଛି ତୁମର ବହୁତ-ବହୁତ ସ୍ନେହୀ ପରିବାର, ତୁମ ସମସ୍ତଙ୍କୁ ବହୁତ-ବହୁତ ସ୍ନେହୀ ହେବା ଦରକାର । ବାବା ବି ମିଠା ଅଟନ୍ତି, ତେଣୁ ସନ୍ତାନମାନଙ୍କୁ ମଧ୍ୟ ଏହିପରି ମିଠା କରୁଛନ୍ତି । କେବେ ବି କାହା ଉପରେ କ୍ରୋଧ କରିବା ଉଚିତ୍ ନୁହେଁ । ମନ-ବଚନ-କର୍ମରେ କାହାକୁ ଦୁଃଖ ଦେବାର ନାହିଁ । ବାବା କେବେ କାହାକୁ ଦୁଃଖ ଦିଅନ୍ତି ନାହିଁ, ଯେତେ ବାବାଙ୍କୁ ୟାଦ କରିବ, ସେତେ ମିଠା ହୋଇଚାଲିବ । ବାସ୍‌, ଏହି ୟାଦ୍ ଦ୍ୱାରା ହିଁ ଭେଳା ପାରି ହେବାର ଅଛି - ଏହା ହେଉଛି ୟାଦର ଯାତ୍ରା । ୟାଦ କରି-କରି ଭାୟା ଶାନ୍ତିଧାମ, ସୁଖଧାମକୁ ଯିବାକୁ ହେବ । ବାବା ସନ୍ତାନମାନଙ୍କୁ ସର୍ବଦା ସୁଖୀ କରିବା ପାଇଁ ହିଁ ଆସିଛନ୍ତି । ଭୂତକୁ ବାହାର କରିବା ପାଇଁ ବାବା ଉପାୟ ବତାଉଛନ୍ତି, ମୋତେ ୟାଦ କଲେ ଏହି ଭୂତ ବାହାରିଯିବ । ଯଦି କାହା ପାଖରେ ଭୂତ ଅଛି, ତେବେ ଏଇଠି ହିଁ ମୋ ପାଖରେ ଛାଡି ଦେଇଯାଅ । ତୁମେ କହୁଛ ମଧ୍ୟ, ବାବା ଆସି ଆମ ଭିତରୁ ଭୂତକୁ ବାହାର କରି ପତିତରୁ ପାବନ କରାଅ । ତେବେ ବାବା ଆମକୁ କେତେ ସୁନ୍ଦର ଫୁଲ କରୁଛନ୍ତି । ବାବା ଏବଂ ଦାଦା ଉଭୟ ମିଶି ତୁମ ସନ୍ତାନମାନଙ୍କୁ ସଜାଉଛନ୍ତି । ସିଏ ହେଲେ ଲୌକିକ ପିତା, ଇଏ ହେଉଛନ୍ତି ପାରଲୌକିକ ପିତା । ତେଣୁ ପିଲାମାନେ ବହୁତ ସ୍ନେହର ସହିତ ଚାଲି ପୁଣି ଅନ୍ୟମାନଙ୍କୁ ଚଲାଇବା ଦରକାର । ସବୁ ବିକାର ଗୁଡିକୁ ଦାନ ଦେବା ଉଚିତ୍‌, ଦାନ ଦେଲେ ଗ୍ରହଣ ଛାଡିଯିବ, ଏଥିରେ କୌଣସି ବାହାନା ଆଦିର କଥା ନାହିଁ । ସ୍ନେହରେ ତୁମେ କାହାକୁ ବି ବଶ କରି ପାରିବ । ସ୍ନେହରେ ସମସ୍ତଙ୍କୁ ବୁଝାଅ, ସ୍ନେହ ବହୁତ ମିଠା ଜିନିଷ । ବାଘକୁ, ହାତୀକୁ..... ପଶୁକୁ ମଧ୍ୟ ମନୁଷ୍ୟ ସ୍ନେହରେ ବଶ କରିଦିଅନ୍ତି । ତଥାପି ବି ସେମାନେ ତ ଆସୁରୀ ମଣିଷ ଅଟନ୍ତି, ତୁମେ ତ ଏବେ ଦେବତା ହେଉଛ । ତେଣୁ ଦୈବୀଗୁଣ ଧାରଣ କରି ବହୁତ-ବହୁତ ମିଠା ହେବାର ଅଛି । ପରସ୍ପରକୁ ଭାଇ-ଭାଇ ଅଥବା ଭାଇ-ଭଉଣୀ ଦୃଷ୍ଟିରେ ଦେଖ । ଆତ୍ମା, ଆତ୍ମାକୁ କେବେ ହେଲେ ଦୁଃଖ ଦେଇ ପାରିବ ନାହିଁ ।

ବାବା କହୁଛନ୍ତି, ମିଠା ସନ୍ତାନମାନେ, ମୁଁ ତୁମକୁ ସ୍ୱର୍ଗର ରାଜ୍ୟଭାଗ୍ୟ ଦେବାକୁ ଆସିଛି । ଏବେ ତୁମର ଯାହା କିଛି ଦରକାର, ତାହା ମୋ ଠାରୁ ନେଇ ନିଅ । ମୁଁ ତୁମକୁ ବିଶ୍ୱର ମାଲିକ ଦ୍ୱି-ମୁକୁଟଧାରୀ କରିବାକୁ ଆସିଛି କିନ୍ତୁ ତୁମକୁ ମେହନତ କରିବାକୁ ହେବ, ମୁଁ କାହାରି ଉପରେ ମୁକୁଟ ରଖିଦେବି ନାହିଁ, ତୁମେ ନିଜ ପୁରୁଷାର୍ଥ ଆଧାରରେ ହିଁ ନିଜକୁ ରାଜତିଳକ ଦେବ । ବାବା ପୁରୁଷାର୍ଥର ଉପାୟ ବତାଉଛନ୍ତି ଯେ ଏହିପରି ଭାବେ ବିଶ୍ୱର ମାଲିକ ଦ୍ୱି-ମୁକୁଟଧାରୀ ନିଜକୁ କରିପାରିବ । ପାଠପଢା ପ୍ରତି ସମ୍ପୂର୍ଣ୍ଣ ଧ୍ୟାନ ଦିଅ, କେବେ ବି ପାଠପଢା ଛାଡ ନାହିଁ । ଯଦି କୌଣସି ବି କାରଣରୁ ରୁଷିକରି ପାଠପଢା ଛାଡି ଦେଲ, ତେବେ ବହୁତ-ବହୁତ କ୍ଷତି ହୋଇଯିବ । ସର୍ବଦା କ୍ଷତି ଏବଂ ଲାଭକୁ ଦେଖୁ ଥାଅ । ତୁମେ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର ବିଦ୍ୟାର୍ଥୀ ଅଟ, ଈଶ୍ୱର ପିତାଙ୍କ ଦ୍ୱାରା ତୁମେ ପାଠପଢୁଛ । ପାଠପଢି ପୂଜ୍ୟ ଦେବତା ହେଉଛ । ତେବେ ଛାତ୍ର ମଧ୍ୟ ଏପରି ରେଗୁଲାର୍ ହେବା ଉଚିତ୍‌, ଛାତ୍ର ଜୀବନ ହେଉଛି ସର୍ବୋତ୍ତମ ଜୀବନ । ଯେତିକି ପାଠ ପଢିବା, ପଢାଇବା ଆଉ ଆଚରଣ ସୁଧାରିବା, ସେତେ ଉତ୍ତମ ହେବା ।

ମିଠା ସନ୍ତାନମାନେ ଏବେ ତୁମର ରିଟର୍ଣ୍ଣ ଜର୍ଣ୍ଣି (ବାହୁଡା ଯାତ୍ରା) ଅଟେ । ଯେପରି ସତ୍ୟଯୁଗରୁ ତ୍ରେତା, ଦ୍ୱାପର, କଳିଯୁଗ ପର୍ଯ୍ୟନ୍ତ ତଳକୁ ଓହ୍ଲାଇ ଆସିଛ, ସେହିପରି ଏବେ ତୁମକୁ ଆଇରନ୍ ଏଜ୍ (ଲୌହ ଯୁଗ), ଗୋଲ୍ଡେନ୍ ଏଜ୍ (ସୁନାର ଯୁଗ) ପର୍ଯ୍ୟନ୍ତ ଯିବାର ଅଛି । ଯେତେବେଳେ ସିଲ୍‌ବର ଏଜ୍‌(ରୂପାର ଯୁଗ) ପର୍ଯ୍ୟନ୍ତ ପହଞ୍ଚିଯିବ, ସେତେବେଳେ କର୍ମେନ୍ଦ୍ରିୟର ଚଞ୍ଚଳତା ଶେଷ ହୋଇଯିବ, ସେଥିପାଇଁ ଯେତିକି ବାବାଙ୍କୁ ମନେପକାଇବ ସେତିକି ତୁମ ଆତ୍ମାମାନଙ୍କର ରଜୋ ତମୋର କଳଙ୍କି ଛାଡିଯିବ ଏବଂ ଯେତିକି କଳଙ୍କି ଛାଡିଯିବ, ସେତିକି ଚୁମ୍ବକ ସଦୃଶ ବାବାଙ୍କ ଆଡକୁ ଆକର୍ଷଣ ବଢି ଚାଲିବ । ଯଦି ଆକର୍ଷଣ ହେଉ ନାହିଁ, ତେବେ ନିଶ୍ଚୟ କଳଙ୍କି ଲାଗି ରହିଛି, ସମ୍ପୂର୍ଣ୍ଣ କଳଙ୍କି ଛାଡି ଶୁଦ୍ଧ ସୁନା ହୋଇଯିବା, ଏହା ହେଉଛି ଅନ୍ତିମ କର୍ମାତୀତ ଅବସ୍ଥା ।

ବାବା ମିଠା ସନ୍ତାନମାନଙ୍କୁ ମୂଳ କଥା ବୁଝାଉଛନ୍ତି, ଦେହୀ-ଅଭିମାନୀ ହୁଅ । ଦେହ ସହିତ ଦେହର ସର୍ବସମ୍ବନ୍ଧକୁ ଭୂଲି ମୋତେ ମନେପକାଅ, ପାବନ ମଧ୍ୟ ନିଶ୍ଚୟ ହେବାର ଅଛି । କୁମାରୀ ପବିତ୍ର ଥିବା ଯାଏ ତାଙ୍କ ଆଗରେ ସମସ୍ତେ ମୁଣ୍ଡ ନୁଆଁଇଥାନ୍ତି, ବିବାହ କଲେ ପୁଣି ସିଏ ପୂଜାରୀ ହୋଇଯାଏ । ତାଙ୍କୁ ସମସ୍ତଙ୍କ ଆଗରେ ମୁଣ୍ଡ ନୁଆଇଁବାକୁ ପଡିଥାଏ । କନ୍ୟା ବାପ ଘରେ ଥିବା ପର୍ଯ୍ୟନ୍ତ, ଏତେ ଅଧିକ ସମ୍ବନ୍ଧ ମନେପଡେ ନାହିଁ । ବିବାହ ପରେ ଦେହର ସମ୍ବନ୍ଧ ମଧ୍ୟ ବଢି ଚାଲେ, ପୁଣି ପତି ଓ ସନ୍ତାନଙ୍କ ପ୍ରତି ମୋହ ବଢି ଚାଲେ । ଶାଶୁ-ଶ୍ୱଶୁର ଆଦି ସବୁ ମନେପଡିଥାନ୍ତି । ପ୍ରଥମେ ତ କେବଳ ମା-ବାପାଙ୍କ ଠାରେ ମୋହ ଥାଏ । ଏଇଠି ତ ସେହି ସବୁ ସମ୍ବନ୍ଧକୁ ମଧ୍ୟ ଭୂଲିବାକୁ ହୁଏ କାହିଁକି ନା ଇଏ ଏକମାତ୍ର ତୁମର ପ୍ରକୃତ ମାତା-ପିତା ଅଟନ୍ତି ନା । ଏହା ହେଉଛି ଈଶ୍ୱରୀୟ ସମ୍ବନ୍ଧ । ଗାୟନ ବି କରନ୍ତି, ତ୍ୱମେବ ମାତା ଚ ପିତା ତ୍ୱମେବ...ଏଇ ମାତା-ପିତା ତୁମକୁ ବିଶ୍ୱର ମାଲିକ କରୁଛନ୍ତି, ତେଣୁ ବାବା କହୁଛନ୍ତି, ମୋତେ(ବେହଦର ପିତାଙ୍କୁ) ନିରନ୍ତର ମନେପକାଅ ଆଉ କୌଣସି ଦେହଧାରୀ ଠାରେ ମମତ୍ୱ ରଖ ନାହିଁ । ଏହି ବେହଦର ବାପା, ଯିଏ ତୁମକୁ ସ୍ୱର୍ଗକୁ ନେଇଯାଉଛନ୍ତି, ଏହିପରି ମିଠା ବାବାଙ୍କୁ ବହୁତ ସ୍ନେହର ସହିତ ମନେପକାଅ ଏବଂ ସ୍ୱଦର୍ଶନ ଚକ୍ର ଘୂରାଇଚାଲ । ଏହି ୟାଦର ବଳ ଦ୍ୱାରା ହିଁ ତୁମର ଆତ୍ମା କାଞ୍ଚନ ହୋଇ ସ୍ୱର୍ଗର ମାଲିକ ହୋଇଯିବ । ସ୍ୱର୍ଗର ନା ଶୁଣିବା ମାତ୍ରେ ହିଁ ମନ ଖୁସି ହୋଇଯାଏ । ଯିଏ ନିରନ୍ତର ୟାଦ କରି ଅନ୍ୟମାନଙ୍କୁ ବି ୟାଦ କରାଉ ଥିବେ, ସିଏ ଉଚ୍ଚ ପଦ ପାଇବେ । ଏହିଭଳି ପୁରୁଷାର୍ଥ କରି-କରି ଅନ୍ତ ସମୟରେ, ତୁମର ଅବସ୍ଥା ଠିକ୍ ହୋଇଯିବ । ଏହି ଦୁନିଆ ମଧ୍ୟ ହେଉଛି ପୁରୁଣା, ଦେହ ମଧ୍ୟ ପୁରୁଣା, ଦେହ ସହିତ ଦେହର ସବୁ ସମ୍ବନ୍ଧୀମାନେ ମଧ୍ୟ ପୁରୁଣା, ସେମାନଙ୍କ ଠାରୁ ବୁଦ୍ଧିଯୋଗ ହଟାଇ କେବଳ ବାବାଙ୍କ ସହିତ ବୁଦ୍ଧିଯୋଗ ଯୋଡିବାର ଅଛି ଯାହାଦ୍ୱାରା କି ଅନ୍ତକାଳରେ ସେହି ଏକ ବାବାଙ୍କର ସ୍ମୃତି ରହିବ । ଯଦି ଆଉ କେଉଁ ସମ୍ବନ୍ଧ ମନେଥିବ, ତେବେ ଅନ୍ତ ସମୟରେ ମଧ୍ୟ ସିଏ ମନେପଡିଯିବେ ଏବଂ ପଦ ଭ୍ରଷ୍ଟ ହୋଇଯିବ । ଅନ୍ତକାଳରେ ଯିଏ ବେହଦର ବାପାଙ୍କ ସ୍ମୃତିରେ ରହିବେ, ସିଏ ନରରୁ ନାରାୟଣ ହେବେ । ବାବାଙ୍କର ସ୍ମୃତି ଅଛି ତ ଶିବାଳୟ ଦୂର ନୁହେଁ ।

ମିଠା-ମିଠା ବହୁତ ସମୟରୁ ହଜିଯାଇ ମିଳିଥିବା ସନ୍ତାନମାନେ ବେହଦର ବାପାଙ୍କ ପାଖକୁ ରିଫ୍ରେସ୍ ହେବା ପାଇଁ ଆସନ୍ତି କାହିଁକି ନା ସନ୍ତାନମାନେ ଜାଣିଛନ୍ତି ଯେ ବେହଦର ପିତାଙ୍କ ଠାରୁ ବେହଦ ବିଶ୍ୱର ବାଦଶାହୀ ମିଳୁଛି,ଏହା କେବେ ଭୂଲିବା ଉଚିତ୍ ନୁହେଁ । ଏହିକଥା ସର୍ବଦା ମନେରହିଲେ ସନ୍ତାନମାନେ ଅପାର ଖୁସିରେ ରହିବେ । ଏହି ବ୍ୟାଜ୍‌କୁ ଚାଲିବା-ବୁଲିବା ବେଳେ ବାରମ୍ବାର ଦେଖୁଥାଅ, ଏକଦମ୍ ଏହାକୁ ହୃଦୟରେ ଲଗାଇ କରି ରଖ । ଅହୋ! ଭଗବାନଙ୍କ ଶ୍ରୀମତ ଦ୍ୱାରା ଆମେ ଏହିପରି ହେଉଛୁ । ବାସ୍ ବ୍ୟାଜ୍‌କୁ ଦେଖି ତାଙ୍କୁ ପ୍ରେମ କରି ଚାଲ । ବାବା, ବାବା କରୁଥାଅ, ତେବେ ସର୍ବଦା ସ୍ମୃତି ରହିବ । ଆମେ ବାବାଙ୍କ ଦ୍ୱାରା ଏହିଭଳି ହେଉଛୁ ।

ମିଠା ସନ୍ତାନମାନଙ୍କର ବୁଦ୍ଧି ବଡ ବିଶାଳ ହେବା ଦରକାର । ସାରା ଦିନ ସର୍ବିସ୍ (ସେବା)ର ବିଚାର ଚାଲୁ ଥାଉ । ବାବାଙ୍କର ତ ସେହିଭଳି ସନ୍ତାନ ଦରକାର, ଯିଏକି ସର୍ବିସ ବିନା ରହି ପାରନ୍ତି ନାହିଁ । ତୁମ ସନ୍ତାନମାନଙ୍କୁ ସାରା ବିଶ୍ୱକୁ ଘେରିଯିବାର ଅଛି ଅର୍ଥାତ୍ ପତିତ ଦୁନିଆକୁ ପାବନ କରିବାର ଅଛି । ସାରା ବିଶ୍ୱକୁ ଦୁଃଖଧାମରୁ ସୁଖଧାମ କରିବାର ଅଛି । ଶିକ୍ଷକଙ୍କୁ ମଧ୍ୟ ପାଠ ପଢାଇବାରେ ମଜା ଆସିଥାଏ ନା । ଏବେ ତ ତୁମେ ବହୁତ ଉଚ୍ଚ ଶିକ୍ଷକ ହୋଇଛ । ଯିଏ ଯେତେ ଉତ୍ତମ ଶିକ୍ଷକ, ସିଏ ଅନେକଙ୍କୁ ମଧ୍ୟ ନିଜଭଳି ଗଢିବେ । କେବେ ବି ଥକିବେ ନାହିଁ । ଈଶ୍ୱରୀୟ ସେବା କରିବାରେ ବହୁତ ଖୁସି ରହିଥାଏ । ବାବାଙ୍କର ସାହାଯ୍ୟ ବି ମିଳିଥାଏ । ଏହା ମଧ୍ୟ ବଡ (ବିଶାଳ) ବେହଦର ବ୍ୟାପାର ଅଟେ, ବ୍ୟାପାରୀ ଲୋକେ ହିଁ ଧନବାନ ହୋଇଥାଆନ୍ତି । ସେମାନେ ଏହି ଜ୍ଞାନ ମାର୍ଗରେ ମଧ୍ୟ ଅଧିକ ଲମ୍ଫ ଦିଅନ୍ତି । ବାବା ମଧ୍ୟ ବେହଦର ବ୍ୟାପାରୀ ଅଟନ୍ତି ନା । ଏହି ସୌଦା ବହୁତ ଫାଷ୍ଟକ୍ଲାସ୍ କିନ୍ତୁ ଏଥିରେ ବହୁତ ସାହସ ଧାରଣ କରିବାକୁ ହୁଏ । ନୂଆ-ନୂଆ ସନ୍ତାନମାନେ ପୁରୁଷାର୍ଥରେ ପୁରୁଣାମାନଙ୍କ ଠାରୁ ମଧ୍ୟ ଆଗକୁ ଯାଇ ପାରିବେ । ପ୍ରତ୍ୟେକଙ୍କର ଅଲଗା ଭାଗ୍ୟ ଅଛି, ତେଣୁ ପୁରୁଷାର୍ଥ ମଧ୍ୟ ସମସ୍ତଙ୍କୁ ପୃଥକ ଭାବରେ କରିବାର ଅଛି, ନିଜର ସମ୍ପୂର୍ଣ୍ଣ ଚେକିଙ୍ଗ୍‌(ଯାଞ୍ଚ) କରିବା ଦରକାର । ଏହିପରି ଚେକିଙ୍ଗ କରୁଥିବା ଆତ୍ମାମାନେ ଏକଦମ୍ ରାତି-ଦିନ ପୁରୁଷାର୍ଥରେ ଲାଗିପଡିବେ, କହିବେ ଆମେ କାହିଁକି ନିଜର ସମୟ ନଷ୍ଟ କରିବୁ । ଯେତେ ହୋଇପାରେ ସମୟ ବଞ୍ଚାଇବାର ଅଛି । ସେମାନେ ନିଜ ସହିତ ପକ୍କା ପ୍ରତିଜ୍ଞା କରିଥାନ୍ତି ଯେ, ମୁଁ ବାବାଙ୍କୁ କେବେ ବି ଭୂଲିବି ନାହିଁ, ସ୍କଲାର୍‌ସିପ୍ ନେଇ କରି ଛାଡିବି । ଏହିପରି ସନ୍ତାନମାନଙ୍କୁ ସାହାଯ୍ୟ ମଧ୍ୟ ମିଳିଥାଏ । ଏପରି ବି ନୂଆ-ନୂଆ ପୁରୁଷାର୍ଥୀ ସନ୍ତାନମାନଙ୍କୁ ତୁମେ ଦେଖିବ, ସେମାନେ ସାକ୍ଷାତ୍‌କାର କରୁଥିବେ । ଯେପରି ଆରମ୍ଭରେ ହୋଇଥିଲା, ତାହା ପୁଣି ଶେଷ ସମୟରେ ଦେଖିବ, ଯେତେ ନିକଟତର ହେବେ, ସେତେ ଖୁସିରେ ନାଚିବେ । ସେପଟେ ଖୁନେ ନାକେହକ (ରକ୍ତର ଖେଳ) ମଧ୍ୟ ଚାଲିଥିବ ।

ତୁମ୍ଭମାନଙ୍କର ଈଶ୍ୱରୀୟ ରେସ୍ ଚାଲିଛି, ଯେତିକି ଆଗକୁ ଦୌଡିବ, ସେତେ ନୂଆ ଦୁନିଆର ଦୃଶ୍ୟ ମଧ୍ୟ ପାଖକୁ ଆସି ଚାଲିବ । ଖୁସି ବଢି ଚାଲିବ, ଯାହାଙ୍କୁ ଦୃଶ୍ୟ ନିକଟରେ ଦେଖାଯାଏ ନାହିଁ, ସେମାନଙ୍କର ଖୁସିରେ ରହିବ ନାହିଁ । ଏବେ ତ କଳିଯୁଗୀ ଦୁନିଆ ପ୍ରତି ବୈରାଗ୍ୟ ଏବଂ ସତଯୁଗୀ ନୂଆ ଦୁନିଆ ପ୍ରତି ବହୁତ ସ୍ନେହ ରହିବା ଦରକାର । ଶିବବାବା ସ୍ମୃତିରେ ରହିଲେ ସ୍ୱର୍ଗର ବର୍ସା ମଧ୍ୟ ସ୍ମୃତିରେ ରହିବ । ସ୍ୱର୍ଗର ବର୍ସା ସ୍ମ୍ମୃତିରେ ରହିଲେ ଶିବବାବା ମଧ୍ୟ ସ୍ମୃତିରେ ରହିବେ । ତୁମେମାନେ ଜାଣିଛ, ଏବେ ଆମେ ସ୍ୱର୍ଗ ଆଡକୁ ଯାଉଛୁ, ପାଦ ନର୍କ ଆଡେ ରହିଛି - ମୁଣ୍ଡ ସ୍ୱର୍ଗ ଆଡକୁ ଅଛି । ଏବେ ତ ଛୋଟ ବଡ ସମସ୍ତଙ୍କର ବାନପ୍ରସ୍ଥ ଅବସ୍ଥା ହୋଇଛି । ବାବାଙ୍କର ସର୍ବଦା ଏହି ନିଶା ରହିଥିଲା ଯେ, ଅହୋ! ମୁଁ ଯାଇ ଏହିପରି ବାଳକୃଷ୍ଣ ହେବି, ଯାହାଙ୍କ ପାଇଁ ପୂର୍ବରୁ ଉପହାର ମଧ୍ୟ ପଠାଉଛନ୍ତି । ଯାହାଙ୍କର ସମ୍ପୂର୍ଣ୍ଣ ନିଶ୍ଚୟ ଅଛି, ସେହି ଗୋପୀକାମାନେ ଉପହାରମାନ ପଠାଇଥାନ୍ତି, ତାଙ୍କୁ ଅତିନ୍ଦ୍ରିୟ ସୁଖର ଅନୁଭବ ହୋଇଥାଏ । ଆମେ ହିଁ ଅମରଲୋକରେ ଦେବତା ହେବା । କଳ୍ପ ପୂର୍ବେ ମଧ୍ୟ ଆମେ ହିଁ ହୋଇଥିଲୁ ପୁଣି ଆମେ ୮୪ ପୁର୍ନଜନ୍ମ ନେଇଛୁ । ଏହି ବାଜୋଲିର ଖେଳ ମନେରହିଲେ ମଧ୍ୟ ଅହୋ ସୌଭାଗ୍ୟ - ସର୍ବଦା ଅସୀମ ଖୁସିରେ ରହିବ । ତୁମକୁ ବଡ ଲଟେରି ମିଳୁଛି । ୫୦୦୦ ବର୍ଷ ପୂର୍ବେ ମଧ୍ୟ ମୁଁ ରାଜ୍ୟ ଭାଗ୍ୟ ପାଇଥିଲି ପୁଣି କାଲି ପାଇବି, ଏହା ଡ୍ରାମାରେ ନିଧାର୍ଯ୍ୟ ଅଛି । ଯେପରି କଳ୍ପ ପୂର୍ବେ ଜନ୍ମ ନେଇ ଥିଲି, ସେହିପରି ନେବି, ସିଏ ମୋର ସେହି ମାତା-ପିତା ହେବେ । ଯିଏ କୃଷ୍ଣଙ୍କର ପିତା ଥିଲେ, ପୁଣି ସିଏ ହେବେ । ଏହିପରି ଯିଏ ସାରା ଦିନ ବିଚାର କରୁଥିବେ, ସିଏ ବହୁତ ରମଣୀକତାରେ ରହିବେ । ଯଦି ବିଚାର ସାଗର ମନ୍ଥନ କରୁ ନାହାଁନ୍ତି ତେବେ ଜାଣ ସିଏ ଅସୁସ୍ଥ ଅଛନ୍ତି । ଆଚ୍ଛା —

ମିଠେ ମିଠେ ସିକିଲଧେ ବଚ୍ଚୋ ପ୍ରତି ମାତ-ପିତା ବାପଦାଦା କା ୟାଦପ୍ୟାର ଔର ଗୁଡ୍ ମର୍ଣ୍ଣିଙ୍ଗ୍ । ରୁହାନୀ ବାପ କି ରୁହାନୀ ବଚ୍ଚୋଁ କୋ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ଈଶ୍ୱରୀୟ ସେବାରେ କେବେ ବି ଥକିବାର ନାହିଁ । ଉତ୍ତମ ଟିଚର୍ ହୋଇ ନିଜ ଭଳି କରିବାର ସେବା କରିବାର ଅଛି ।

(୨) ୟାଦର ବଳ ଦ୍ୱାରା ଆତ୍ମାକୁ କାଞ୍ଚନ (ସୁନା ଭଳି) କରିବାର ଅଛି, କୌଣସି ବି ଦେହଧାରୀଙ୍କଠାରେ ମମତ୍ୱ ରଖିବାର ନାହିଁ ।

ବରଦାନ:-
ଶାନ୍ତିର ଶକ୍ତି ଦ୍ୱାରା ଗୋଟିଏ ସେକେଣ୍ଡ ଭିତରେ ସବୁ ସମସ୍ୟାର ସମାଧାନ କରୁଥିବା ଏକାନ୍ତ ବାସୀ ଭବ ।

ଯେତେବେଳେ କୌଣସି ବି ନୂଆ ବା ଶକ୍ତିଶାଳୀ ଜିନିଷ ଉଦ୍ଭାବନ କରିଥାଆନ୍ତି ସେତେବେଳେ ତାକୁ ଅଣ୍ଡରଗ୍ରାଉଣ୍ଡ ଅର୍ଥାତ୍ ମାଟି ତଳେ ଥିବା ଗୁପ୍ତ କୋଠରିରେ କରିଥାଆନ୍ତି । ଏଠାରେ ଏକାନ୍ତବାସୀ ହେବା ହିଁ ଅଣ୍ଡରଗ୍ରାଉଣ୍ଡ ହେବା ଅଟେ । ଯେତେବେଳେ ବି ସମୟ ମିଳୁଛି, ସବୁ କର୍ମ ଧନ୍ଦା କରିବା ସହିତ, ସମସ୍ତଙ୍କଠାରୁ ଶୁଣିବା ଏବଂ ଶୁଣାଇବା ସହିତ, ଯାହାକୁ ଯାହା ନିର୍ଦ୍ଦେଶ ଦେବା କଥା ସେଗୁଡିକ କରିବା ସହିତ ଏହି ଦେହର ଦୁନିଆ ଏବଂ ଦେହର ଚେତନାଠାରୁ ଉର୍ଦ୍ଧ୍ୱକୁ ଶାନ୍ତି ସ୍ଥିତିକୁ ଚାଲିଯାଅ ଅର୍ଥାତ୍ ନିରବ ହୋଇଯାଅ । ଏହିଭଳି ଅଭ୍ୟାସ ବା ଅନୁଭବ କରିବା ଏବଂ କରାଇବାର ସ୍ଥିତି ସବୁ ସମସ୍ୟାର ସମାଧାନ କରିଦେବ । ଏହାଦ୍ୱାରା ଗୋଟିଏ ସେକେଣ୍ଡରେ କାହାକୁ ବି ଶାନ୍ତି ବା ଶକ୍ତିର ଅନୁଭୂତି କରାଇପାରିବ । ଯିଏକି ତୁମ ସମ୍ମୁଖକୁ ଆସିବ ସେ ଏହି ସ୍ଥିତି ଦ୍ୱାରା ହିଁ ସାକ୍ଷାତ୍‌କାରର ଅନୁଭବ କରିବ ।

ସ୍ଲୋଗାନ:-
ବ୍ୟର୍ଥ ସଂକଳ୍ପ ବା ବିକଳ୍ପ ଠାରୁ ଦୂରରେ ରହି ଆତ୍ମିକ ସ୍ଥିତିରେ ରହିବା ହିଁ ଯୋଗଯୁକ୍ତ ହେବା ।

ଅବ୍ୟକ୍ତ ଈଶାରା:- ପରୋପକାରର ଭାବନାରେ ସମ୍ପନ୍ନ ହୋଇ ଅପକାରୀର ମଧ୍ୟ ଉପକାର କର ।

ବ୍ରହ୍ମାବାବା ପିଲାମାନଙ୍କୁ ମାଲିକ କରି ନିଜକୁ ସେବାଧାରୀ ରୂପରେ ରଖିଥିଲେ । ପିଲାମାନଙ୍କୁ ମାଲିକ ପଣିଆର ସମ୍ମାନ, ନାମ ଏବଂ ମର୍ଯ୍ୟାଦା ମଧ୍ୟ ଦେଇଥିଲେ । କେବେ ବି ନିଜର ନାମ ବିଖ୍ୟାତ କରି ନ ଥିଲେ, ସର୍ବଦା କହୁଥିଲେ ମେରେ ବଚ୍ଚେ । ତେଣୁ ବାବା ଯେପରି ନାମ, ମାନ, ଶାନ୍ ସବୁ କିଛି ତ୍ୟାଗ କରିଥିଲେ, ପରୋପକାର କରିଥିଲେ, ପିଲାମାନଙ୍କୁ ସୁଖରେ ହିଁ ନିଜର ସୁଖ ଅନୁଭବ କରୁଥିଲେ, ପିଲାମାନଙ୍କର ବିସ୍ମୃତି କାରଣରୁ ଅନୁଭବ କରୁଥିବା ଦୁଃଖକୁ ନିଜର ଦୁଃଖ ଭାବୁଥିଲେ, ସେହିଭଳି ନିଜର ପିତାଙ୍କୁ ଅନୁକରଣ କରି ପରୋପକାର ଭାବନାରେ ସମ୍ପନ୍ନ ହୁଅ ତେବେ ଯାଇ ବିଶ୍ୱ କଲ୍ୟାଣର କାର୍ଯ୍ୟ ସମ୍ପନ୍ନ ଭବ ।