11.01.26    Avyakt Bapdada     Odia Murli    20.10.2008     Om Shanti     Madhuban


“ସନ୍ତୁଷ୍ଟମଣୀ ହୋଇ ବିଶ୍ୱରେ ସନ୍ତୁଷ୍ଟତାର ଆଲୋକ ବିଚ୍ଛୁରିତ କର, ନିଜେ ସନ୍ତୁଷ୍ଟ ରୁହ ଏବଂ ସମସ୍ତଙ୍କୁ ସନ୍ତୁଷ୍ଟ କର”


ଆଜି ବାପଦାଦା ନିଜର ସଦା ସନ୍ତୁଷ୍ଟ ରହୁଥିବା ସନ୍ତୁ‌ଷ୍ଟମଣୀମାନଙ୍କୁ ଦେଖୁଛନ୍ତି । ଗୋଟିଏ ଗୋଟିଏ ସନ୍ତୁଷ୍ଟମଣୀର ଚମକ ଦ୍ୱାରା ଚାରିଆଡ କେତେ ସୁନ୍ଦର ଚମକି ଉଠିଛି । ପ୍ରତ୍ୟେକ ସନ୍ତୁଷ୍ଟମଣୀ ଆତ୍ମା ବାବାଙ୍କର କେତେ ପ୍ରିୟ ଅଟେ, ସମସ୍ତଙ୍କର ମଧ୍ୟ ପ୍ରିୟ ଅଟେ ଏବଂ ନିଜର ମଧ୍ୟ ପ୍ରିୟ ଅଟେ କାହିଁକିନା ସନ୍ତୁଷ୍ଟତା ସମସ୍ତଙ୍କୁ ପ୍ରିୟ ଅଟେ । ସନ୍ତୁଷ୍ଟତା ସର୍ବଦା ସର୍ବ ପ୍ରାପ୍ତି ସମ୍ପନ୍ନ ଅଟେ, କାହିଁକିନା ଯେଉଁଠି ସନ୍ତୁଷ୍ଟତା ରହିଛି ସେଠାରେ କୌଣସି ଜିନିଷ ଅପ୍ରାପ୍ତ ନ ଥାଏ । ସନ୍ତୁଷ୍ଟ ଆତ୍ମା ଭିତରେ ସନ୍ତୁଷ୍ଟତାର ଗୁଣ ସ୍ୱାଭାବିକ ଭାବରେ ଥାଏ । ସନ୍ତୁଷ୍ଟତାର ଶକ୍ତି ଆପେ ଆପେ ଏବଂ ସହଜରେ ଚତୁର୍ଦ୍ଦିଗରେ ସେହିଭଳି ବାୟୁମଣ୍ଡଳ ସୃଷ୍ଟି କରିଥାଏ । ସନ୍ତୁଷ୍ଟ ଆତ୍ମାର ଚେହେରା, ତା’ର ନୟନ ବାୟୁମଣ୍ଡଳରେ ସନ୍ତୁଷ୍ଟତାର ତରଙ୍ଗ ଖେଳାଇଥାଏ । ଯେଉଁଠି ସନ୍ତୁଷ୍ଟତା ରହିଛି ସେଠାରେ ଅନ୍ୟ ସମସ୍ତ ବିଶେଷତା ଗୁଡିକ ମଧ୍ୟ ଆପେ ଆପେ ଆସିଯାଏ । ଏହି ସଂଗମଯୁଗରେ ସନ୍ତୁଷ୍ଟତା ବିଶେଷ କରି ବାବାଙ୍କର ଦାନ ଅଟେ । ସନ୍ତୁଷ୍ଟତାର ସ୍ଥିତି ପରିସ୍ଥିତି ଉପରେ ସର୍ବଦା ବିଜୟୀ ହୋଇଥାଏ । ପରିସ୍ଥିତି ତ ବଦଳିବାରେ ଲାଗିଥାଏ କିନ୍ତୁ ସନ୍ତୁଷ୍ଟତାର ଶକ୍ତି ସଦା ସର୍ବଦା ପ୍ରଗତିକୁ ପ୍ରାପ୍ତ କରିଥାଏ । ଯେତେ ବି ପରିସ୍ଥିତି ସମ୍ମୁଖକୁ ଆସୁ କିନ୍ତୁ ସନ୍ତୁଷ୍ଟମଣୀ ଆତ୍ମା ନିକଟରେ ସବୁ ସମୟରେ ମାୟା ଏବଂ ପ୍ରକୃତି ଏକ କଣ୍ଢେଇ ଖେଳ ସଦୃଶ ଦେଖାଯାଇଥାଏ । ସେଥିପାଇଁ ସନ୍ତୁଷ୍ଟ ଆତ୍ମା କେବେ ବି ବିଚଳିତ ହୋଇନଥାଏ । ପରିସ୍ଥିତି ରୂପୀ ଖେଳ ତା’କୁ ମନୋରଞ୍ଜନର ଦୃଶ୍ୟ ଭଳି ଅନୁଭବ ହୋଇଥାଏ । ତେବେ ଏହିଭଳି ମନୋରଞ୍ଜନର ଅନୁଭବ କରିବା ପାଇଁ ନିଜର ସ୍ଥିତିରୂପୀ ଆସନ ସର୍ବଦା ସାକ୍ଷୀଦ୍ରଷ୍ଟାର ଆସନ ହେବା ଦରକାର । କାରଣ ସାକ୍ଷୀ ଦ୍ରଷ୍ଟା ସ୍ଥିତିରେ ସ୍ଥିତ ରହୁଥିବା ଆତ୍ମାମାନେ ହିଁ ଏହିଭଳି ମନୋରଞ୍ଜନର ଅନୁଭବ କରିଥାଆନ୍ତି । ପରିସ୍ଥିତି ରୂପୀ ଦୃଶ୍ୟ ଯେତେ ବି ବଦଳୁଥାଉ କିନ୍ତୁ ସାକ୍ଷୀଦ୍ରଷ୍ଟାର ଆସନ ଉପରେ ସ୍ଥିତ ରହୁଥିବା ସନ୍ତୁଷ୍ଟ ଆତ୍ମା ସାକ୍ଷୀ ହୋଇ ପ୍ରତ୍ୟେକ ପରିସ୍ଥିତିକୁ ସ୍ୱସ୍ଥିତି ଦ୍ୱାରା ପରିବର୍ତ୍ତନ କରିଦେଇଥାଏ । ତେଣୁ ସମସ୍ତେ ନିଜକୁ ଚେକ୍ କର ଯେ ମୁଁ ସଦା ସନ୍ତୁଷ୍ଟ ଅଟେ ତ? ସଦା ଅଟେ ତ? ସଦା ସନ୍ତୁଷ୍ଟ, ନା କେବେ କେବେ ସନ୍ତୁଷ୍ଟ?

ବାପଦାଦା ସର୍ବଦା ସର୍ବଶକ୍ତି ସମ୍ପନ୍ନ ହେବା ପାଇଁ, ଖୁସି ପାଇଁ, ଡବଲ ଲାଇଟ୍ ହୋଇ ଉଡିବା ପାଇଁ ପିଲାମାନଙ୍କୁ ଏହି କଥା କହୁଛନ୍ତି ଯେ ସଦା ଶବ୍ଦ ସର୍ବଦା ତୁମର ମନେ ରହିଥାଉ । କେବେ କେବେ ଶବ୍ଦ ତ ବ୍ରାହ୍ମଣ ଜୀବନର ଶବ୍ଦକୋଷରେ ହିଁ ନାହିଁ, କାହିଁକିନା ସନ୍ତୁଷ୍ଟତାର ଅର୍ଥ ହିଁ ହେଉଛି ସର୍ବପ୍ରାପ୍ତି । ଯେଉଁଠି ସର୍ବ ପ୍ରାପ୍ତି ରହିଛି ସେଠାରେ କେବେ କେବେ ଶବ୍ଦର ସ୍ଥାନ ନାହିଁ । ତେଣୁ ତୁମେମାନେ ସର୍ବଦା ଅନୁଭୂତି କରିବାବାଲା ଅଟ ନା ଅନୁଭୂତି କରିବା ପାଇଁ ପୁରୁଷାର୍ଥ କରୁଛ? ସମସ୍ତେ ନିଜେ ନିଜକୁ କେବେ ପଚାରିଛ, ଚେକ୍ କରିଛ? କାହିଁକିନା ତୁମେ ସମସ୍ତେ ବାବାଙ୍କର ବିଶେଷ ସ୍ନେହୀ, ସହଯୋଗୀ, ଗେହ୍ଲା ଏବଂ ମିଠା ମିଠା ସ୍ୱପରିବର୍ତ୍ତକ ସନ୍ତାନ ଅଟ । ଏହା ଠିକ୍ କଥା ନା? ଠିକ୍ ନା? ଠିକ୍ ତ? ବାବା ତୁମକୁ ଯେଉଁ ଦୃଷ୍ଟିରେ ଦେଖୁଛନ୍ତି ସେହିଭଳି ନିଜକୁ ଅନୁଭବ କରୁଛ ତ? ହାତ ଉଠାଅ, ଯେଉଁମାନେ ସର୍ବଦା ସନ୍ତୁଷ୍ଟ ରହୁଛନ୍ତି, କେବେ କେବେ ନୁହେଁ । ତେବେ ସଦା ଶବ୍ଦକୁ ମନେ ରଖିଛ ତ? ଟିକିଏ ଧୀରେ ଧୀରେ ହାତ ଉଠାଉଛନ୍ତି । ଆଚ୍ଛା । ବହୁତ ଭଲ । ଅଳ୍ପ ଅଳ୍ପ ଉଠାଉଛନ୍ତି ଏବଂ ଭାବି ଭାବି ଉଠାଉଛନ୍ତି । କିନ୍ତୁ ବାପଦାଦା ତ ବାରମ୍ବାର ସାବଧାନ କରାଇଚାଲିଛନ୍ତି ଯେ ଏବେ ସମୟକୁ ଦେଖ ଏବଂ ନିଜକୁ ଦେଖ । ସମୟର ବେଗ ଏବଂ ନିଜର ପୁରୁଷାର୍ଥର ବେଗକୁ ଚେକ୍ କର, ସମ୍ମାନର ସହିତ ପାସ୍ ତ ହେବାକୁ ହିଁ ପଡିବ ନା! ସମସ୍ତେ ଭାବ ଯେ ମୁଁ ବାବାଙ୍କର ରାଜକୁମାରୀ ବା ରାଜକୁମାର ଅଟେ । ନିଜକୁ ରାଜକୁମାର ମନେ କରୁଛ ନା! ପ୍ରତିଦିନ ବାପଦାଦା ତୁମମାନଙ୍କୁ କେଉଁ ୟାଦପ୍ୟାର ଦେଉଛନ୍ତି? ଲାଡଲେ ବଚ୍ଚେ ଅର୍ଥାତ୍ ଗେହ୍ଲା ସନ୍ତାନ । ତେବେ ଗେହ୍ଲା କିଏ ହୋଇଥାଏ? ଗେହ୍ଲା ସେହି ହୋଇଥାଏ ଯିଏ ପିତାଙ୍କୁ ଅନୁକରଣ କରିଥାଏ ଏବଂ ଅନୁକରଣ କରିବା ମଧ୍ୟ ବହୁତ-ବହୁତ-ବହୁତ ସହଜ ଅଟେ, କୌଣସି କଷ୍ଟକର କଥା ନୁହେଁ । ଯଦି କେବଳ ଗୋଟିଏ କଥାକୁ ଅନୁକରଣ କରିଦେଲ ତେବେ ଅନ୍ୟ ସବୁ କଥା ସହଜରେ ଅନୁକରଣ ହୋଇଯିବ । ତାହା ଗୋଟିଏ ଧାଡିର କଥା ଯାହାକୁ ବାବା ସବୁଦିନ ମନେ ପକାଇ ଦେଉଛନ୍ତି । ତାହା ମନେ ଅଛି ତ? ନିଜକୁ ଆତ୍ମା ମନେ କରି ମୋତେ ମନେ ପକାଅ । ଗୋଟିଏ ଧାଡି ଅଟେ ନା ଏବଂ ମନେ ପକାଇବାବାଲା ମଧ୍ୟ ଆତ୍ମା ଅଟେ ଯାହାକୁ ବାବାଙ୍କର ସର୍ବ ସମ୍ପତ୍ତି ମିଳିଯାଇଛି ସେ ତ ସେବା ନ କରି ରହିପାରିବ ନାହିଁ କାହିଁକିନା ପ୍ରାପ୍ତି ଅସରନ୍ତି ଅଟେ, ଅମାପ ଅଟେ । ଯିଏ ବା ତାଙ୍କର ସନ୍ତାନ ସେ ଦାନ ନ କରି ରହିପାରିବ ନାହିଁ ଏବଂ ତୁମ ଅଧିକାଂଶ ପିଲାମାନଙ୍କୁ କେଉଁ ଉପାଧି ମିଳିଛି? ଡବଲ ବିଦେଶୀ । ତେଣୁ ଉପାଧି ହିଁ ଡବଲ ଅଟେ । ବାପଦାଦାଙ୍କୁ ମଧ୍ୟ ତୁମମାନଙ୍କୁ ଦେଖି ଖୁସି ଲାଗୁଛି ଏବଂ ସର୍ବଦା ଏହି ଗୀତ ଗାଉଛନ୍ତି ଯେ ବାଃ ମେରେ ବଚ୍ଚେ ବାଃ! ବହୁତ ଭଲ କଥା, ଭିନ୍ନ ଭିନ୍ନ ଦେଶରୁ କେଉଁ ବିମାନରେ ବସି ଆସିଛ? ସ୍ଥୂଳରେ କୌଣସି ବି ବିମାନରେ ଆସିଥାଉ କିନ୍ତୁ ବାପଦାଦା କେଉଁ ବିମାନକୁ ଦେଖୁଛନ୍ତି । ଅତି ସ୍ନେହରୂପୀ ବିମାନରେ ଆସି ନିଜର ଅତିପ୍ରିୟ ଘରେ ପହଞ୍ଚି ଯାଇଛ । ବାପଦାଦା ପ୍ରତ୍ୟେକ ସନ୍ତାନକୁ ଆଜି ବିଶେଷ କରି ଏହି ବରଦାନ ଦେଉଛନ୍ତି ଯେ, ହେ ମୋର ପ୍ରିୟ ଗେହ୍ଲା ସନ୍ତାନମାନେ ସର୍ବଦା ସନ୍ତୁଷ୍ଟମଣୀ ହୋଇ ସାରା ବିଶ୍ୱରେ ସନ୍ତୁଷ୍ଟତାର ତରଙ୍ଗ ବିଚ୍ଛୁରିତ କର । ସର୍ବଦା ସନ୍ତୁଷ୍ଟ ରୁହ ଏବଂ ସନ୍ତୁଷ୍ଟ କର । କେହି କେହି ପିଲା କହୁଛନ୍ତି ସନ୍ତୁଷ୍ଟ ରହିବା ତ ସହଜ ଅଟେ କିନ୍ତୁ ସନ୍ତୁଷ୍ଟ କରିବାକୁ ଟିକିଏ କଷ୍ଟ ଲାଗୁଛି । ବାପଦାଦା ଜାଣିଛନ୍ତି, ଯଦି ପ୍ରତ୍ୟେକ ଆତ୍ମାକୁ ସନ୍ତୁଷ୍ଟ କରିବାର ଅଛି ତେବେ ତା’ର ବିଧି ମଧ୍ୟ ବହୁତ ସହଜ ଅଟେ । ଯଦି କେହି ତୁମ ଉପରେ ଅସନ୍ତୁଷ୍ଟ ରହୁଛି ବା ଅସନ୍ତୁ୍‌ଷ୍ଟ ହେଉଛି ତେବେ ସେ ମଧ୍ୟ ଅସନ୍ତୁଷ୍ଟ ଅଟେ କିନ୍ତୁ ତୁମ ଉପରେ ମଧ୍ୟ ତା’ର ଅସନ୍ତୁଷ୍ଟତାର ପ୍ରଭାବ କିଛି ତ ପଡୁଛି ନା । ବ୍ୟର୍ଥ ସଂକଳ୍ପ ତ ଚାଲୁଛି ନା । ତେବେ ବାପଦାଦା ଯେଉଁ ଶୁଭ ଭାବନା ବା ଶୁଭ କାମନାର ମନ୍ତ୍ର ଦେଇଛନ୍ତି ଯଦି ନିଜକୁ ସେହି ମନ୍ତ୍ରର ସ୍ମୃତି ସ୍ୱରୂପ ସ୍ଥିତିରେ ରଖିବ ତେବେ ତୁମର ବ୍ୟର୍ଥ ସଂକଳ୍ପ ଚାଲିବ ନାହିଁ ସବୁ କିଛି ଜାଣିଥିଲେ ମଧ୍ୟ, ସେ ଏହିଭଳି ଅଟେ, ସେ ସେହିଭଳି ଅଟେ କିନ୍ତୁ ନିଜକୁ ସର୍ବଦା ନିଆରା ରଖିବାକୁ ହେବ ଅର୍ଥାତ୍ ତାଙ୍କର ସଂସ୍କାରର ଭାଇବ୍ରେଶନ ଠାରୁ ନ୍ୟାରା ଏବଂ ବାବାଙ୍କର ପ୍ୟାରା ଅନୁଭବ କରିବାକୁ ହେବ । ତେଣୁ ତୁମର ନ୍ୟାରା ହେବାର ଏବଂ ବାବାଙ୍କର ପ୍ୟାରା ହେବାର ଶ୍ରେଷ୍ଠ ସ୍ଥିତିର ଭାଇବ୍ରେଶନ ଅର୍ଥାତ୍ ସଂକଳ୍ପର ତରଙ୍ଗ ଯଦି ସେହି ଆତ୍ମା ନିକଟରେ ପହଞ୍ଚି ପାରୁ ନାହିଁ ତେବେ ବାୟୁମଣ୍ଡଳରେ ତ ନିଶ୍ଚିତ ବିଚ୍ଛୁରିତ ହେବ । ଯଦି କେହି ପରିବର୍ତ୍ତନ ହେଉ ନାହିଁ କିନ୍ତୁ ତୁମ ଭିତରେ ବ୍ୟର୍ଥ ସଂକଳ୍ପ ରୂପରେ ସେହି ଆତ୍ମାର ପ୍ରଭାବ ପଡିବାରେ ଲାଗିଛି ତେବେ ବାୟୁମଣ୍ଡଳରେ ସମସ୍ତଙ୍କର ସଂକଳ୍ପ ଖେଳିଯାଉଛି, ସେଥିପାଇଁ ତୁମେ ନିଜେ ନିଆରା ହୋଇ ବାବାଙ୍କର ପ୍ୟାରା ହୋଇ ସେହି ଆତ୍ମାର ମଧ୍ୟ କଲ୍ୟାଣ ପାଇଁ ଶୁଭଭାବନା, ଶୁଭକାମନା ରଖ । କେବେକେବେ ପିଲାମାନେ କୁହନ୍ତି ସେ ପ୍ରଥମେ ଭୁଲ କରିଲ ନା, ତେଣୁ ମୋତେ ମଧ୍ୟ ଟିକିଏ ଜୋରରେ କହିବାକୁ ପଡିଲା ସେଥିପାଇଁ, ଟିକିଏ ନିଜର ସ୍ୱଭାବ ଏବଂ ମୁଖ ଟିକିଏ କଡା ହୋଇଯାଉଛି । ତେଣୁ ସେ ତ ଭୁଲ୍ କରିଲା କିନ୍ତୁ ତୁମେ ଯେଉଁଭଳି କଡା ଶବ୍ଦ କହିଲ ତାହା କ’ଣ ଭୁଲ୍ ନୁହେଁ? ସେ ଅନ୍ୟ ପ୍ରକାରର ଭୁଲ୍ କରିଲା କିନ୍ତୁ ତୁମେ ନିଜ ମୁଖ ଦ୍ୱାରା ଯେଉଁ କଡା ଶବ୍ଦ କହିଲ, ଯାହାକୁ କ୍ରୋଧର ଅଂଶ କୁହାଯିବ, କ’ଣ ତାହା ଠିକ୍ କି? ତେବେ କ’ଣ ଗୋଟିଏ ଭୁଲ୍ ଆଉ ଗୋଟିଏ ଭୁଲ୍‌କୁ ଠିକ୍ କରିପାରିବ? ଆଜିକାଲିର ସମୟ ଅନୁସାରେ ନିଜର ବାଣୀକୁ କଡା କରିବା, ଏଥିପ୍ରତି ମଧ୍ୟ ବିଶେଷ ଧ୍ୟାନ ଦିଅ କାହିଁକି ନା ଜୋରରେ କଥା କହିବା ବା ବିରକ୍ତି ହୋଇ କଥା କହିବା, ଏହାଦ୍ୱାରା ସେହି ଆତ୍ମା ତ ପରିବର୍ତ୍ତନ ହେବ ନାହିଁ ବରଂ ଏହା ମଧ୍ୟ ଦୁଇ ନମ୍ବର ବିକାରର ଅଂଶ ଅଟେ । କଥାରେ ଅଛି - ତୁମ ମୁଖରୁ ଏଭଳି ବାଣୀ ବାହାରୁ ଯେପରି ଫୁଲର ବର୍ଷା ହେଉଛି । ମିଠା ବାଣୀ, ହର୍ଷିତ ଚେହେରା, ମିଠା ମନୋବୃତ୍ତି, ମିଠା ଦୃଷ୍ଟି, ମିଠା ସମ୍ବନ୍ଧ-ସମ୍ପର୍କ - ଏହା ମଧ୍ୟ ସେବାର ସାଧନ ଅଟେ, ସେଥିପାଇଁ ଫଳାଫଳକୁ ଚେକ୍ କର, ଧରିନିଅ କେହି ଯଦି ଭୁଲ୍ କରିଲା ବା ଭୁଲ୍ ଅଟେ ଏବଂ ତୁମେ ତାକୁ ବୁଝାଇବା ଉଦ୍ଦେଶ୍ୟରେ, ଅନ୍ୟ କୌଣସି ଲକ୍ଷ୍ୟରେ ନୁହେଁ, ତୁମର ଉଦ୍ଦେଶ୍ୟ ବହୁତ ଭଲ ଯେ ମୁଁ ଏହାଙ୍କୁ ଶିକ୍ଷା ଦେଉଛି ବା ବୁଝାଉଛି, କିନ୍ତୁ ଫଳାଫଳ କ’ଣ ଦେଖିବାକୁ ମିଳୁଛି? ସେ ଆତ୍ମା ପରିବର୍ତ୍ତନ ହେଉଛି? ବରଂ ଭବିଷ୍ୟତରେ ତୁମ ଆଗକୁ ଆସିବା ପାଇଁ ଡରିବ । ତେଣୁ ତୁମେ ଯେଉଁ ଲକ୍ଷ୍ୟ ରଖିଥିଲ ତାହା ତ ପୂରଣ ହେଲା ନାହିଁ, ସେଥିପାଇଁ ନିଜର ମନର ସଂକଳ୍ପକୁ ଏବଂ ବାଣୀକୁ ଏବଂ ସମ୍ବନ୍ଧ-ସମ୍ପର୍କକୁ ସର୍ବଦା ମିଠା, ମଧୁରତା ସମ୍ପନ୍ନ ଅର୍ଥାତ୍ ମହାନ କର, କାହିଁକିନା ବର୍ତ୍ତମାନ ସମୟରେ ଲୋକମାନେ ବାସ୍ତବିକ ଜୀବନକୁ ଦେଖିବାକୁ ଚାହୁଁଛନ୍ତି, ଯଦି ବାଣୀ ଦ୍ୱାରା ସେବା କରୁଛ ତେବେ ବାଣୀର ସେବା ଦ୍ୱାରା ପ୍ରଭାବିତ ହୋଇ ପାଖକୁ ତ ଆସିଯାଉଛନ୍ତି, ଏହି ଲାଭ ତ ମିଳିଯାଉଛି କିନ୍ତୁ ବାସ୍ତବିକ ଜୀବନରେ ମଧୁରତା, ମହାନତା, ଶ୍ରେଷ୍ଠ ଭାବନା, ଚାଲିଚଳନ ଏବଂ ଚେହେରାକୁ ଦେଖି ନିଜେ ମଧ୍ୟ ପରିବର୍ତ୍ତନ ହେବା ପାଇଁ ପ୍ରେରଣା ନେଇଯାଉଛନ୍ତି, ଏହାଛଡା ଆଗକୁ ସମୟର ଅବସ୍ଥା ଯେପରି ପରିବର୍ତ୍ତନ ହେବାକୁ ଯାଉଛି, ସେହିଭଳି ସମୟରେ ତୁମମାନଙ୍କୁ ନିଜର ଚାଲିଚଳନ ଦ୍ୱାରା ଏବଂ ଚେହେରା ଦ୍ୱାରା ଅଧିକ ସେବା କରିବାକୁ ପଡିବ, ସେଥିପାଇଁ ନିଜେ ନିଜକୁ ଚେକ୍ କର - ସର୍ବ ଆତ୍ମାଙ୍କ ପ୍ରତି ଶୁଭଭାବନା, ଶୁଭକାମନାଯୁକ୍ତ ବୃତ୍ତି ଏବଂ ଦୃଷ୍ଟିର ସଂସ୍କାର ସ୍ୱାଭାବିକ ଭାବରେ ମୋ’ର ନେଚର ଅଟେ ତ?

ବାପଦାଦା ପ୍ରତ୍ୟେକ ସନ୍ତାନକୁ ବିଜୟୀମାଳାର ଦାନା ରୂପରେ ଦେଖିବାକୁ ଚାହୁଁଛନ୍ତି । ତେଣୁ ତୁମେ ସମସ୍ତେ ନିଜକୁ ମାଳାର ଦାନା ହେବା ଯୋଗୀ ଆତ୍ମା ମନେ କରୁଛ? କେତେକ ପିଲା ଭାବୁଛନ୍ତି ୧୦୮ର ମାଳାରେ ତ ନିମିତ୍ତ ହୋଇଥିବା ପିଲାମାନେ ହିଁ ଆସିବେ କିନ୍ତୁ ବାପଦାଦା ପୂର୍ବରୁ ମଧ୍ୟ ଶୁଣାଇଛନ୍ତି ଯେ ୧୦୮ ମାଳାର ଗାୟନ ତ ଭକ୍ତିମାର୍ଗର ଅଟେ କିନ୍ତୁ ତୁମେ ସମସ୍ତେ ଯଦି ବିଜୟୀ ଦାନା ହୋଇଯିବ ତେବେ ବାପଦାଦା ମାଳାକୁ ଅଧିକ ପରସ୍ତ କରିଦେବେ । ତେବେ ବାବାଙ୍କର ହୃଦୟ ରୂପୀ ମାଳରେ ତୁମ ସମସ୍ତ ବିଜୟୀ ପିଲାମାନଙ୍କ ପାଇଁ ସ୍ଥାନ ଅଛି, ଏହା ବାବାଙ୍କର ଗ୍ୟାରେଣ୍ଟି ଅଟେ । କେବଳ ନିଜକୁ ମନ-ବଚନ-କର୍ମ-ଚେହେରା ଏବଂ ଚାଲିଚଳନରେ ବିଜୟୀ କର । କ’ଣ ପସନ୍ଦ ଅଟେ ତ? ହେବ ତ? ବାପଦାଦା ଗ୍ୟାରେଣ୍ଟି ଦେଉଛନ୍ତି ତୁମକୁ, ବିଜୟ ମାଳାର ଦାନା କରିଦେବେ । କିଏ ହେବ? (ସମସ୍ତେ ହାତ ଉଠାଇଲେ) ଆଚ୍ଛା, ତେବେ ବାପଦାଦା ମାଳା ଭିତରେ ମାଳା ତିଆରି କରିବା ଆରମ୍ଭ କରିଦେବେ । କ’ଣ ଡବଲ ବିଦେଶୀମାନଙ୍କୁ ପସନ୍ଦ ତ! ବିଜୟୀ ମାଳାରେ ଆଣିବା ବାବାଙ୍କର କାମ କିନ୍ତୁ ତୁମର କାମ ହେଲା ବିଜୟୀ ହେବା । କ’ଣ ସହଜ ନା ମୁଶକିଲ? ମୁଶକିଲ ଲାଗୁଛି କି? ଯାହାଙ୍କୁ ମୁଶକିଲ ଲାଗୁଛି, ସେମାନେ ହାତ ଉଠାଅ । କ’ଣ ମୁଶକିଲ୍ ଲାଗୁଛି? ଅଳ୍ପ ଅଳ୍ପ, କେହି କେହି ଅଛନ୍ତି । କିନ୍ତୁ ବାପଦାଦା କହୁଛନ୍ତି - ଯେହେତୁ ତୁମେମାନେ ବାପଦାଦା ବୋଲି କହୁଛ, ତେବେ କ’ଣ ବାବା ଶବ୍ଦ କହିବା ଦ୍ୱାରା ପିତାଙ୍କର ସମ୍ପତ୍ତି ମିଳିବ ନାହିଁ । ଯେହେତୁ ସମସ୍ତେ ସମ୍ପତ୍ତିର ଅଧିକାରୀ ଅଟ ଏବଂ କେତେ ସହଜରେ ବାବା ତୁମକୁ ସମ୍ପତ୍ତି ଦେଉଛନ୍ତି, ଗୋଟିଏ ସେକେଣ୍ଡର ହିଁ କଥା, ତୁମେମାନେ ଜାଣିଗଲ, ମାନିଗଲ ଏବଂ କହିଲ ମେରା ବାବା ତେଣୁ ବାବା କ’ଣ କହିଲେ? ମେରା ବଚ୍ଚା । ତେବେ ବଚ୍ଚା ଅର୍ଥାତ୍ ସନ୍ତାନ ତ ସ୍ୱତଃ ହିଁ ସମ୍ପତ୍ତିର ଅଧିକାରୀ ଅଟେ । ବାବା ଶବ୍ଦ କହୁଛ ନା, ସମସ୍ତେ ସେହି ଗୋଟିଏ ଶବ୍ଦ କହୁଛ - ମେରା ବାବା । ଠିକ୍ କଥା ନା! ମେରା ବାବା ତ? ଏଥିରେ ମଧ୍ୟ ହାତ ଉଠାଅ । ଯଦି ବାବା ମୋ’ର ତେବେ ସମ୍ପତ୍ତି କ’ଣ ମୋ’ର ନୁହେଁ? ଯଦି ବାବା ମୋ’ର ବୋଲି କହୁଛ ତେବେ ମୋ’ର ସମ୍ପତ୍ତି ତ ତା’ ସହିତ ବନ୍ଧା ହୋଇଛି ନା ଏବଂ ସମ୍ପତ୍ତି ମଧ୍ୟ କ’ଣ? ତାହା ହେଲା ବାବାଙ୍କ ସମାନ ହେବା ବା ବିଜୟୀ ହେବା । ବାପଦାଦା ଦେଖୁଛନ୍ତି ଯେ ଡବଲ ବିଦେଶୀମାନେ ଅଧିକ ହାତ ଧରାଧରି ହୋଇ ଚାଲିଥାଆନ୍ତି । ହାତ ଧରା ଧରି ହୋଇ ଚାଲିବା ସେମାନଙ୍କର ଫେଶନ ଅଟେ । ତେବେ ଏବେ ମଧ୍ୟ ବାବା କହୁଛନ୍ତି ଶିବବାବା କ’ଣ, ହାତ କ’ଣ? ସ୍ଥୂଳ ହାତ ତ ନୁହେଁ । ତେଣୁ ଶିବବାବାଙ୍କର ହାତ କ’ଣ ଯାହାକୁ ତୁମେମାନେ ଧରିବ? ଶ୍ରୀମତ ହିଁ ବାବାଙ୍କର ହାତ । ତେଣୁ ଯେପରି ସ୍ଥୂଳ ହାତରେ ହାତ ରଖି ଚାଲିବାକୁ ପସନ୍ଦ କରୁଛ ସେହିପରି ଶ୍ରୀମତ ରୂପୀ ହାତରେ ହାତ ଦେଇ ଚାଲିବା କ’ଣ ମୁଶକିଲ୍ କଥା! ବ୍ରହ୍ମାବାବାଙ୍କୁ ତ ଦେଖିଛ, ବାସ୍ତବିକ ପ୍ରମାଣ ଦେଖିଲ ନା, ପ୍ରତ୍ୟେକ ପାଦ ଶ୍ରୀମତ ଅନୁସାରେ ଚାଲିବା ଦ୍ୱାରା ସମ୍ପୂର୍ଣ୍ଣ ଫରିସ୍ତା ହେବାର ଲକ୍ଷ୍ୟ ସ୍ଥଳରେ ପହଞ୍ଚି ଗଲେ ନା! ଅବ୍ୟକ୍ତ ଫରିସ୍ତା ହୋଇଗଲୋ ନା । ତେଣୁ ଫଲୋ ଫାଦର କର, ଉଠିବାଠାରୁ ନେଇ ଶୋଇବା ପର୍ଯ୍ୟନ୍ତ ପ୍ରତ୍ୟେକ ଶ୍ରୀମତକୁ ପାଳନ କର, ତେବେ ପ୍ରତ୍ୟେକ ପାଦ ପାଇଁ ଶ୍ରୀମତ କ’ଣ ତାହା ତ ବାପଦାଦା ଶୁଣାଇ ଦେଇଛନ୍ତି । କିପରି ଉଠିବ, କିପରି ଚାଲିବ, କର୍ମ କିପରି କରିବ, ମନ ଭିତରେ କ’ଣ କ’ଣ ସଂକଳ୍ପ କରିବ ଏବଂ ସମୟକୁ କିପରି ଶ୍ରେଷ୍ଠ ରୂପରେ ବ୍ୟତୀତ କରିବ । ରାତିରେ ଶୋଇବା ପର୍ଯ୍ୟନ୍ତ ମଧ୍ୟ ଶ୍ରୀମତ ମିଳିଯାଇଛି । ଭାବିବାର ମଧ୍ୟ ଆବଶ୍ୟକତା ନାହିଁ । ଏକଥା କରିବି କି ନ କରିବି ଏଥିପାଇଁ, କେବଳ ବ୍ରହ୍ମାବାବାଙ୍କୁ ଅନୁକରଣ କର । ତେଣୁ ବାପଦାଦାଙ୍କର ତ ପିଲାମାନଙ୍କ ପ୍ରତି ଅତୁଟ ସ୍ନେହ ରହିଛି, ତେଣୁ ବାପଦାଦା ଗୋଟିଏ ବି ସନ୍ତାନକୁ ବିଜୟୀ ନ ହେଉ, ରାଜା ନ ହେଉ, ଏଭଳି ଦେଖିବାକୁ ଚାହୁଁ ନାହାଁନ୍ତି । ସମସ୍ତେ ରାଜା ସନ୍ତାନ ଅଟ । ସ୍ୱରାଜ୍ୟ ଅଧିକାରୀ ଅଟ ସେଥିପାଇଁ ନିଜର ସ୍ୱରାଜ୍ୟକୁ କେବେ ବି ଭୁଲ ନାହିଁ । ବୁଝିଲ ତ!

ବାପଦାଦା ତ ଅନେକ ଥର ସଙ୍କେତ ଦେଇ ସାରିଛନ୍ତି ଯେ ସମୟ ଅଚାନକ ଏବଂ ବିଷମ ହେବାକୁ ଯାଉଛି ସେଥିପାଇଁ ସଦା ପ୍ରସ୍ତୁତ ହୋଇ ରୁହ, ଏଥିପାଇଁ ଅଶରୀରୀ ପଣିଆର ଅନୁଭବ ଆବଶ୍ୟକ ଅଟେ । ଯେତେ ବି ବ୍ୟସ୍ତ ରହିଥାଅ କିନ୍ତୁ ବ୍ୟସ୍ତତା ଭିତରେ ମଧ୍ୟ ଗୋଟିଏ ସେକେଣ୍ଡ ପାଇଁ ଅଶରୀରୀ ହେବାର ଅଭ୍ୟାସ ଏବେଠାରୁ କରିଦେଖ । ତୁମେ କହିବ ମୁଁ ତ ବହୁତ ବ୍ୟସ୍ତ ରହୁଛି, ଧରିନିଅ ତୁମେ ବହୁତ ବ୍ୟସ୍ତ ଅଛ କିନ୍ତୁ ଶୋଷ ଲାଗିଲା ତେବେ କ’ଣ କରିବ? ପାଣି ତ ପିଇବ ନା! କାରଣ ତୁମେ ଜାଣିଛ ଯେ ଶୋଷ ଲାଗିଲେ ପାଣି ପିଇବା ଜରୁରୀ ଅଟେ । ସେହିଭଳି ମଝିରେ ମଝିରେ ଅଶରୀରୀ ଆତ୍ମିକ ସ୍ଥିତିରେ ସ୍ଥିତ ରହିବାର ଅଭ୍ୟାସ ମଧ୍ୟ ଜରୁରୀ ଅଟେ କାହିଁକିନା ଆଗାମୀ ସମୟରେ ଚାରିଆଡର ହଲଚଲ ପରିସ୍ଥିତିରେ ଅଚଳ ସ୍ଥିତିର ଆବଶ୍ୟକତା ପଡିବ । ତେଣୁ ଏବେଠାରୁ ଯଦି ବହୁତ କାଳର ଅଭ୍ୟାସ ନ କରିବ ତେବେ ଅତି ହଲଚଲ୍ ସମୟରେ ଅଚଳ କିପରି ରହିବ? ତେଣୁ ସାରା ଦିନ ଭିତରେ ଗୋଟିଏ ଦୁଇଟି ମିନିଟ୍ ବାହାର କରି ମଧ୍ୟ ଚେକ୍ କର ଯେ ସମୟ ଅନୁସାରେ ମୁଁ ନିଜର ଆତ୍ମିକ ସ୍ଥିତି ଦ୍ୱାରା ଅଶରୀରୀ ହୋଇପାରିବି ତ? ଏହାକୁ ଚେକ୍ କର ଏବଂ ପରିବର୍ତ୍ତନ କର । କେବଳ ଚେକ୍ କରିବାର ନାହିଁ, ଚେଞ୍ଚ ମଧ୍ୟ କରିବାକୁ ହେବ । ତେଣୁ ବାରମ୍ବାର ଏହି ଅଭ୍ୟାସକୁ ଚେକ୍ କରିବା ଦ୍ୱାରା, ତା’କୁ ଅଭ୍ୟାସ କରିବା ଦ୍ୱାରା, ସ୍ୱାଭାବିକ ସ୍ଥିତି ହୋଇଯିବ । ବାପଦାଦାଙ୍କ ସହିତ ସ୍ନେହ ଅଛି, ଏଥିରେ ତ ସମସ୍ତେ ହାତ ଉଠାଉଛ । ଅଛି ନା ସ୍ନେହ! କ’ଣ ପୂରା ସ୍ନେହ ଅଛି ନା ଅଧୁରା ଅଛି? ଅଧୁରା ତ ନୁହେଁ ନା! ଯଦି ସ୍ନେହ ଅଛି ତେବେ ତୁମର ପ୍ରତିଜ୍ଞା କ’ଣ? କ’ଣ ପ୍ରତିଜ୍ଞା କରିଛ? ସାଥୀରେ ଯିବ ତ? ଅଶରୀରୀ ହୋଇ ସାଥୀରେ ଯିବ, ନା ପଛେ ପଛେ ଆସିବ? କ’ଣ ସାଥୀରେ ଯିବ ତ? କିଛି ସମୟ ବତନରେ ସାଥୀ ହୋଇ ରହିବା, ତା’ପରେ ବ୍ରହ୍ମାବାବାଙ୍କ ସହିତ ପ୍ରଥମ ଜନ୍ମରେ ଆସିବ । ଏହି ପ୍ରତିଜ୍ଞା କରିଛ ନା! ଠିକ୍ ନା! ଏଥିରେ ହାତ ଉଠା କରାଉ ନାହିଁ ତେଣୁ ମୁଣ୍ଡ ହଲାଅ । ହାତ ଉଠାଇଲେ ଥକିଯିବ ନା! ଯଦି ସାଥୀରେ ହିଁ ଯିବାର ଅଛି, ପଛରେ ରହିବାର ନାହିଁ ତେବେ ବାବା ମଧ୍ୟ ସାଥୀରେ କାହାକୁ ନେବେ? ବାପ୍ ସମାନ ହେବା ବାଲାଙ୍କୁ ସାଥୀରେ ନେଇଯିବେ ନା । ବାବାଙ୍କୁ ମଧ୍ୟ ଏକା ଏକା ଯିବା ପସନ୍ଦ ନୁହେଁ, ପିଲାମାନଙ୍କ ସାଥୀରେ ହିଁ ଯିବାର ଅଛି । ତେବେ ସାଥୀରେ ଯିବା ପାଇଁ ପ୍ରସ୍ତୁତ ଅଟ ତ? ମୁଣ୍ଡ ହଲାଅ । ଅଟ ତ? ସମସ୍ତେ ଯିବ? ଆଚ୍ଛା, ତେବେ ସମସ୍ତେ ସାଥୀରେ ଯିବା ପାଇଁ ପ୍ରସ୍ତୁତ ଅଛ? ଯେତେବେଳେ ବାବା ଯିବେ ସେତେବେଳେ ଯିବ ନା । ଏବେ ତ ଯିବାର ନାହିଁ, ଏବେ ତ ବିଦେଶକୁ ଫେରିବାକୁ ହେବ ନା । ବାବା ଯେତେବେଳେ ଆଦେଶ ଦେବେ, ନଷ୍ଟୋମୋହା ସ୍ମୃତିଲବ୍ଧା ହେବାର ଘଣ୍ଟି ବଜାଇବେ, ସେତେବେଳେ ସାଥୀରେ ଯିବ । ସେଥିପାଇଁ ପ୍ରସ୍ତୁତି କରୁଛ ତ! ତେବେ ସ୍ନେହର ଚିହ୍ନ ହେଲା ସାଥୀରେ ଯିବା । ଆଚ୍ଛା!

ବାପଦାଦା ପ୍ରତ୍ୟେକ ସନ୍ତାନକୁ ଦୂରରେ ଥିଲେ ମଧ୍ୟ ନିକଟରେ ଅନୁଭବ କରୁଛନ୍ତି । ଯେବେକି ବି ଜ୍ଞାନର ସାଧନଗୁଡିକ ଦୂରକୁ ନିକଟ କରିଦେଇପାରୁଛି ଦୂର ଜିନିଷକୁ, ଦେଖିପାରୁଛ, କଥା କହିପାରୁଛ, ସେହିପରି ବାପଦାଦା ମଧ୍ୟ ଦୂରରେ ବସିଥିବା ପିଲାମାନଙ୍କୁ ସବୁଠାରୁ ନିକଟରେ ଦେଖୁଛନ୍ତି । ତେଣୁ ତୁମେମାନେ ଦୂରରେ ନାହଁ, ଦିଲ ଭିତରେ ସମାହିତ ଅଟ । ତେଣୁ ବାପଦାଦା ଏହି ବିଶେଷ ପାଳି ଅନୁସାରେ ଆସିଥିବା ପିଲାମାନଙ୍କୁ ନିଜର ଦିଲ୍ ଭିତରେ, ନୟନରେ ସମାହିତ କରିବା ସହିତ ପ୍ରତ୍ୟେକ ସନ୍ତାନକୁ ସାଥୀରେ ଯିବାବାଲା ରୂପରେ, ସାଥୀରେ ରହିବା ବାଲା ରୂପରେ ଏବଂ ସାଥୀରେ ରାଜ୍ୟ କରିବାବାଲା ରୂପରେ ଦେଖୁଛନ୍ତି । ତେଣୁ ଆଜିଠାରୁ ଦିନ ସାରା ବାରମ୍ବାର କେଉଁ ଡ୍ରିଲ୍ କରିବ? ଏବେ ଏବେ ଗୋଟିଏ ସେକେଣ୍ଡେ ଭିତରେ ଆତ୍ମ-ଅଭିମାନୀ ହୋଇଯାଅ, ନିଜର ଶରୀରକୁ ଦେଖୁଥିଲେ ମଧ୍ୟ ଅଶରୀରୀ ସ୍ଥିତିରେ ରହି ଦେହଠାରୁ ନିଆରା ଏବଂ ବାବାଙ୍କର ପ୍ରିୟ ହେବାର ଅନୁଭବ କରିପାରିବ ତ! ତେଣୁ ଏବେ ଗୋଟିଏ ସେକେଣ୍ଡ ଭିତରେ ଅଶରୀରୀ ହୋଇଯାଅ । ଆଚ୍ଛା! (ବାପଦାଦା ଡ୍ରିଲ କରାଇଲେ) ଏହିଭଳି ସାରା ଦିନ ଭିତରେ ମଝିରେ ମଝିରେ କେମିତି ବି ହେଉ ଗୋଟିଏ ମିନିଟ୍ ବାହାର କରି ଏହି ଅଭ୍ୟାସକୁ ପକ୍କା କରିଚାଲ କାହିଁକି ନା ବାପଦାଦା ଜାଣିଛନ୍ତି ଯେ ଆଗାମୀ ସମୟ ଅତି ହାହାକାରର ସମୟ ହେବ । ତୁମମାନଙ୍କୁ ସମସ୍ତଙ୍କୁ ସକାଶ ଦେବାକୁ ପଡିବ ଏବଂ ସକାଶ ଦେବାରେ ହିଁ ତୁମର ନିଜର ପୁରୁଷାର୍ଥ ମଧ୍ୟ ତୀବ୍ର ହୋଇଯିବ । ବହୁତ କମ ସମୟ ଭିତରେ ସକାଶ ଦ୍ୱାରା ସର୍ବଶକ୍ତି ଦେବାକୁ ପଡିବ ଏବଂ ଯେଉଁମାନେ ଏହିଭଳି ସଂକଟ ସମୟରେ ସକାଶ ଦେବେ, ଯେତେ ଆତ୍ମାଙ୍କୁ ଦେବେ, ଚାହେଁ ବହୁତ ଜଣଙ୍କୁ ଦିଅନ୍ତୁ, ଚାହେଁ ଅଳ୍ପ ଜଣଙ୍କୁ ଦିଅନ୍ତୁ, ସେହି ଅନୁସାରେ ହିଁ ଦ୍ୱାପର ଏବଂ କଳିଯୁଗରେ ତାଙ୍କର ଭକ୍ତ ହେବେ । ତେଣୁ ସଂଗମଯୁଗରେ ତୁମେ ସମସ୍ତେ ଭକ୍ତ ମଧ୍ୟ ତିଆରି କରୁଛ କାହିଁକି ନା ତୁମେ ଦେଇଥିବା ସୁଖ ଏବଂ ଶାନ୍ତି ସେମାନଙ୍କ ହୃଦୟରେ ସମାହିତ ହୋଇଯିବ ଏବଂ ସେମାନେ ଭକ୍ତି ରୂପରେ ତୁମକୁ ତା’ର ପ୍ରତିଦାନ ଦେବେ । ଆଚ୍ଛା! ଚାରିଆଡର ବାପଦାଦାଙ୍କର ନୟନର ଜ୍ୟୋତି, ବିଶ୍ୱର ଆଧାର ଏବଂ ଉଦ୍ଧାର କରୁଥିବା ଆତ୍ମାମାନଙ୍କୁ, ମାଷ୍ଟର ଦୁଃଖହର୍ତ୍ତା, ସୁଖକର୍ତ୍ତା, ବିଶ୍ୱ ପରିବର୍ତ୍ତକ ପିଲାମାନଙ୍କୁ ବହୁତ ବହୁତ ହାର୍ଦ୍ଦିକ ସ୍ନେହ, ହାର୍ଦ୍ଦିକ ଶୁଭେଚ୍ଛା ଏବଂ ପଦ୍ମ ପଦ୍ମ ବରଦାନ ସ୍ୱୀକାର ହେଉ । ଆଚ୍ଛା!

ବରଦାନ:-
ଯୁଗଳ ସ୍ୱରୂପର ସ୍ମୃତି ଏବଂ ପଦବୀର ନିଶା ଦ୍ୱାରା କଳ୍ପ କଳ୍ପର ଅଧିକାରୀ ହୁଅ ।

ମୁଁ ଏବଂ ମୋର ବାବା - ଯଦି ସ୍ମୃତିରେ ସର୍ବଦା ଯୁଗଳ ସ୍ୱରୂପରେ ରହିବ ଏବଂ ଏହି ଶ୍ରେଷ୍ଠ ପଦବୀ ସର୍ବଦା ସ୍ମୃତିରେ ରହିବ ଯେ ମୁଁ ଆଜି ବ୍ରାହ୍ମଣ ଅଛି, କାଲିକୁ ଦେବତା ହେବି । ଯଦି ହମ୍ ସୋ, ସୋ ହମ୍‌ର ମନ୍ତ୍ର ସର୍ବଦା ସ୍ମୃତିରେ ରହିବ ତେବେ ସେହି ନିଶାରେ ଏବଂ ଖୁସିରେ ପୁରୁଣା ଦୁନିଆ ସହଜରେ ଭୁଲି ହୋଇଯିବ । ସର୍ବଦା ଏହି ଶୁଦ୍ଧ ଗର୍ବ ମନ ଭିତରେ ରହିବ ଯେ ମୁଁ ହିଁ କଳ୍ପ କଳ୍ପର ଅଧିକାରୀ ଆତ୍ମା ଅଟେ । ଆମେମାନେ ଥିଲୁ, ଏବେ ହୋଇଛୁ, ଏବଂ ଆମେ ହିଁ କଳ୍ପ କଳ୍ପ ହେବୁ ।

ସ୍ଲୋଗାନ:-
ଯଦି ନିଜେ ନିଜର ଶିକ୍ଷକ ହୋଇଯିବ ତେବେ ସମସ୍ତ ଦୋଷ ଦୁର୍ବଳତା ଗୁଡିକ ସ୍ୱତଃ ହିଁ ସମାପ୍ତ ହୋଇଯିବ ।

ଅବ୍ୟକ୍ତ ଈଶାରା:- ଏହି ଅବ୍ୟକ୍ତି ମାସରେ ବନ୍ଧନମୁକ୍ତ ହୋଇ ଜୀବନମୁକ୍ତ ସ୍ଥିତିର ଅନୁଭବ କର । ଏମିତି ବାନ୍ଧି ହୋଇ ରହିବା କାହାକୁ ବି ଭଲ ଲାଗେ ନାହିଁ, କିନ୍ତୁ ଯେତେବେଳେ ପରବଶ ହୋଇଯାଉଛ ସେତେବେଳେ ତୁମେ ବାନ୍ଧି ହୋଇଯାଉଛ । ତେଣୁ ଚେକ୍ କର ଯେ ମୁଁ ପରବଶ ଆତ୍ମା, ନା ସ୍ୱତନ୍ତ୍ର ଆତ୍ମା? ଜୀବନମୁକ୍ତିର ମଜା ତ ଏବେ ମିଳୁଛି । ଭବିଷ୍ୟତରେ ତ ଜୀବନ ବନ୍ଧନ ଏବଂ ଜୀବନମୁକ୍ତି ଭିତରେ ପାର୍ଥକ୍ୟ କ’ଣ ତାହା ଜାଣିପାରିବ ନାହିଁ । ତେଣୁ ଏହି ସମୟର ଜୀବନମୁକ୍ତ ସ୍ଥିତିର ଅନୁଭବ ଶ୍ରେଷ୍ଠ ଅଟେ । ଜୀବନରେ ଅଛୁ କିନ୍ତୁ ମୁକ୍ତ ଅଟୁ, ବନ୍ଧନରେ ନାହୁଁ ।