11.05.26 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ବାବା
ଆସିଛନ୍ତି ତୁମମାନଙ୍କୁ ନିଜ ସମାନ ମହିମା ଯୋଗ୍ୟ କରିବା ପାଇଁ, ବାବାଙ୍କର ଯାହା ସବୁ ମହିମା
ରହିଛି ତାହା ଏବେ ତୁମେମାନେ ଧାରଣ କରୁଛ” ।
ପ୍ରଶ୍ନ:-
ଭକ୍ତିମାର୍ଗରେ
ପରମାତ୍ମା ପ୍ରେମିକଙ୍କୁ ସମ୍ପୂର୍ଣ୍ଣ ରୂପରେ ନ ଜାଣିଥିଲେ ମଧ୍ୟ କେଉଁ ଶବ୍ଦକୁ ବହୁତ ସ୍ନେହର
ସହିତ କହିଥାନ୍ତି ଏବଂ ମନେ ପକାଇଥା’ନ୍ତି?
ଉତ୍ତର:-
ଭକ୍ତମାନେ ବହୁତ ସ୍ନେହରେ କହିଥାନ୍ତି ଏବଂ ମନେ ପକାଇଥାନ୍ତି ହେ ପ୍ରେମିକ ଆପଣ ଯେତେବେଳେ ଆସିବେ
ସେତେବେଳେ ଆମେ କେବଳ ଆପଣଙ୍କୁ ହିଁ ମନେ ପକାଇବୁ, ଅନ୍ୟ ସବୁ ଆଡୁ ବୁଦ୍ଧିଯୋଗ ତୁଟେଇ ଦେଇ କେବଳ
ଆପଣଙ୍କ ସହିତ ହିଁ ଯୋଡିବୁ । ଏବେ ବାବା କହୁଛନ୍ତି ପିଲାମାନେ, ମୁଁ ଆସିଯାଇଛି ତେଣୁ ତୁମେମାନେ
ଆତ୍ମ-ଅଭିମାନୀ ହୁଅ । ତୁମର ପ୍ରଥମ କର୍ତ୍ତବ୍ୟ ହେଲା ସ୍ନେହର ସହିତ ବାବାଙ୍କୁ ମନେ ପକାଇବା ।
ଓମ୍ ଶାନ୍ତି ।
ମଧୁର ଜୀବାତ୍ମାମାନଙ୍କୁ, ପରମପିତା ପରମାତ୍ମା ଆସି ବୁଝାଉଛନ୍ତି ଯେ ମୁଁ ସାଧାରଣ ବୃଦ୍ଧ ଶରୀରରେ
ଆସୁଛି । ଏଠାକୁ ଆସି ଅନେକ ସନ୍ତାନମାନଙ୍କୁ ପାଠ ପଢାଉଛି । ତେବେ ବ୍ରହ୍ମା ମୁଖ ବଂଶାବଳୀ
ବ୍ରାହ୍ମଣ ସନ୍ତାନମାନଙ୍କୁ ହିଁ ଜ୍ଞାନ ବୁଝାଇବେ । ନିଶ୍ଚିତ ମୁଖ ଦ୍ୱାରା ହିଁ ବୁଝାଇବେ, ତେବେ
କାହାକୁ ବୁଝାଇବେ? କହୁଛନ୍ତି - ପିଲାମାନେ ତୁମେମାନେ ମୋତେ ଭକ୍ତିମାର୍ଗରେ ଡାକି ଆସିଛ - ହେ
ପତିତପାବନ, ବିଶେଷ କରି ଭାରତରେ ଏବଂ ସାରା ଦୁନିଆରେ ସମସ୍ତେ ଡାକୁଛନ୍ତି । ଭାରତ ହିଁ ପବିତ୍ର
ଥିଲା, ବାକି ସମସ୍ତେ ଶାନ୍ତିଧାମରେ ଥିଲେ । ପିଲାମାନଙ୍କୁ ଏହି କଥା ସ୍ମୃତିରେ ରଖିବା ଦରକାର ଯେ
ସତ୍ୟଯୁଗ-ତ୍ରେତାଯୁଗ କାହାକୁ କୁହାଯାଉଛି, ଦ୍ୱାପର-କଳିଯୁଗ କାହାକୁ କୁହାଯାଉଛି । ସେ ସମୟରେ
କିଏ ରାଜତ୍ୱ କରୁଥିଲେ, ତୁମମାନଙ୍କ ବୁଦ୍ଧିରେ ଏହାର ପୁରା ଜ୍ଞାନ ରହିଛି । ଯେପରି ବାବାଙ୍କ
ପାଖରେ ରଚନାର ଆଦି-ମଧ୍ୟ-ଅନ୍ତର ଜ୍ଞାନ ରହିଛି, ସେହିପରି ତୁମମାନଙ୍କ ବୁଦ୍ଧିରେ ମଧ୍ୟ ଏହି
ଜ୍ଞାନ ରହିଛି । ବାବା ଯେଉଁ ଜ୍ଞାନ ଦେଉଛନ୍ତି ସେହି ଜ୍ଞାନ ପିଲାମାନଙ୍କ ପାଖରେ ମଧ୍ୟ ରହିବା
ଉଚିତ୍ । ବାବା ଆସି ପିଲାମାନଙ୍କୁ ନିଜ ସମାନ କରୁଛନ୍ତି । ଯେତିକି ମହିମା ବାବାଙ୍କର ରହିଛି
ସେତିକି ମହିମା ପିଲାମାନଙ୍କର ମଧ୍ୟ ଅଟେ । ବାବା ତ ପିଲାମାନଙ୍କୁ ଅଧିକ ମହିମା ସମ୍ପନ୍ନ
କରୁଛନ୍ତି । ସବୁବେଳେ ସ୍ମରଣ ରଖ ଯେ ଶିବବାବା ଏହାଙ୍କ ଦ୍ୱାରା ବୁଝାଉଛନ୍ତି । ଆତ୍ମା ହିଁ
ପରସ୍ପର ସହିତ କଥାବାର୍ତ୍ତା କରିଥାଏ । କିନ୍ତୁ ମନୁଷ୍ୟ ଦେହ-ଅଭିମାନୀ ହୋଇଥିବା କାରଣରୁ
ଭାବୁଛନ୍ତି, ଅମୁକ ବ୍ୟକ୍ତି ପାଠ ପଢାଉଛନ୍ତି । ବାସ୍ତବରେ ଆତ୍ମା ହିଁ ସବୁ କିଛି କରିଥାଏ ।
ଆତ୍ମା ହିଁ ଅଭିନୟ କରିଥାଏ । ସେଥିପାଇଁ ଦେହୀ ଅଭିମାନୀ ହେବାର ଅଛି । ବାରମ୍ବାର ନିଜକୁ ଆତ୍ମା
ମନେ କରିବାକୁ ହେବ । ଯେ ପର୍ଯ୍ୟନ୍ତ ନିଜକୁ ଆତ୍ମା ନ ଭାବିଛ ସେ ପର୍ଯ୍ୟନ୍ତ ବାବାଙ୍କୁ ମଧ୍ୟ
ସ୍ମରଣ କରିପାରିବ ନାହିଁ ତେଣୁ ଭୁଲିଯାଉଛ । ତୁମକୁ ପଚରାଯାଉଛି - ତୁମେ କାହାର ସନ୍ତାନ? ତୁମେ
କହୁଛ ଆମେ ଶିବବାବାଙ୍କର ସନ୍ତାନ ଅଟୁ । ଭିଜିଟର୍ ବୁକ୍ ବା ଆଗନ୍ତୁକଙ୍କ ପୁସ୍ତିକାରେ ମଧ୍ୟ ଲେଖା
ହୋଇଛି - ତୁମର ପିତା କିଏ? ତେବେ ତୁରନ୍ତ ଲୌକିକ ପିତାଙ୍କର ନାମ କହିଥା’ନ୍ତି । ଆଚ୍ଛା ଏବେ
ଆତ୍ମାର ପିତାଙ୍କର ନାମ କ’ଣ କୁହ? ତେବେ କେହି କୃଷ୍ଣଙ୍କର ନାମ, କେହି ହନୁମାନଙ୍କର ନାମ ଲେଖିବେ
ନଚେତ୍ ଲେଖିବେ ମୁଁ ଜାଣିନାହିଁ । ଆରେ, ତୁମେ ଲୌକିକ ପିତାଙ୍କୁ ଜାଣିଛ କିନ୍ତୁ ପାରଲୌକିକ ପିତା
ଯାହାଙ୍କୁ ତୁମେ ସବୁବେଳେ ଦୁଃଖରେ ମନେ ପକାଉଛ, ତାଙ୍କୁ ଜାଣିନାହଁ! କହୁଛ ମଧ୍ୟ, ହେ ଭଗବାନ ଦୟା
କର । ହେ ଭଗବାନ ଗୋଟିଏ ପୁତ୍ର ଦିଅ । ମାଗୁଛ ନା । ଏବେ ବାବା ଆସି ବିଲ୍କୁଲ୍ ସହଜ କଥା
ଶୁଣାଉଛନ୍ତି । ତୁମେ ଦେହ-ଅଭିମାନରେ ବହୁତ ରହୁଛ ସେଥିପାଇଁ ବାବାଙ୍କର ସମ୍ପତ୍ତିର ନିଶା ଚଢୁ
ନାହିଁ । ତୁମକୁ ତ ବହୁତ ନିଶା ଚଢିବା ଉଚିତ୍ । ଭକ୍ତି ମଧ୍ୟ କରୁଛନ୍ତି କେବଳ ଭଗବାନଙ୍କ ସହିତ
ମିଶିବା ପାଇଁ । ଯଜ୍ଞ, ତପ, ଦାନ, ପୁଣ୍ୟ ଆଦି କରିବା ଏହା ସବୁ ଭକ୍ତି ଅଟେ । ସମସ୍ତେ କେବଳ ଏକ
ଭଗବାନଙ୍କୁ ସ୍ମରଣ କରୁଛନ୍ତି । ବାବା କହୁଛନ୍ତି - ମୁଁ ତୁମର ପତିଙ୍କର ପତି, ପିତାଙ୍କର ପିତା
ଅଟେ । ଦୁନିଆର ସବୁ ପିତାମାନେ ଭଗବାନଙ୍କୁ ନିଶ୍ଚିତ ମନେ ପକାଉଛନ୍ତି । ଆତ୍ମାମାନେ ହିଁ ସ୍ମରଣ
କରୁଛନ୍ତି । ଯଦିଓ କହୁଛନ୍ତି, ଭ୍ରୁକୁଟୀ ମଝିରେ ଚମକୁଛି ଅଜବ ତାରକା.... କିନ୍ତୁ ଏହାର ଅର୍ଥକୁ
ନ ବୁଝି କହିଦେଉଛନ୍ତି । ଏହାର ରହସ୍ୟ ବିଷୟରେ କିଛି ବି ଜଣାନାହିଁ । ତୁମେ ଆତ୍ମାକୁ ହିଁ
ଜାଣିନାହଁ, ତେବେ ଆତ୍ମାର ପିତାଙ୍କୁ କିପରି ଜାଣିପାରିବ । ସାକ୍ଷାତ୍କାର ମଧ୍ୟ ଭକ୍ତିମାର୍ଗରେ
ହୋଇଥାଏ । ଭକ୍ତିମାର୍ଗରେ ପୂଜା କରିବା ପାଇଁ ବଡ ବଡ ଲିଙ୍ଗ ରଖି ଦେଇଛନ୍ତି କାରଣ ଯଦି ବିନ୍ଦୁ
ରୂପ ଦେଖାଇବେ ତେବେ କେହି ବୁଝିପାରିବେ ନାହିଁ । ଏହା ହେଉଛି ସୂକ୍ଷ୍ମ କଥା । ପରମାତ୍ମା
ଯାହାଙ୍କୁ ଅଖଣ୍ଡ ଜ୍ୟୋତି ସ୍ୱରୂପ କହିଥାନ୍ତି, ଭାବୁଛନ୍ତି ତାଙ୍କର ରୂପ ବହୁତ ବଡ । ବ୍ରହ୍ମ
ସମାଜର ସଦସ୍ୟ ମାନେ ଜ୍ୟୋତିକୁ ପରମାତ୍ମା କହିଥାନ୍ତି । ଦୁନିଆରେ ଏହି କଥା କାହାକୁ ଜଣା ନାହିଁ
ଯେ ପରମପିତା ପରମାତ୍ମା ବିନ୍ଦୁ ଅଟନ୍ତି, ତେଣୁ ଦ୍ୱନ୍ଦ୍ୱରେ ପଡିଯାଇଛନ୍ତି । ପିଲାମାନେ ମଧ୍ୟ
କହୁଛନ୍ତି ବାବା କାହାକୁ ସ୍ମରଣ କରିବୁ । ଆମେ ତ ଶୁଣିଥିଲୁ ସିଏ ବଡ ଲିଙ୍ଗ ଅଟନ୍ତି, ତାଙ୍କୁ
ହିଁ ସ୍ମରଣ କରାଯାଇଥାଏ । ତେବେ ବିନ୍ଦୁକୁ କିପରି ମନେ ପକାଇବୁ? ଆରେ ତୁମେ ଆତ୍ମା ମଧ୍ୟ ବିନ୍ଦୁ,
ବାବା ମଧ୍ୟ ବିନ୍ଦୁ ଅଟନ୍ତି । ଆତ୍ମାକୁ ଡାକିଥାନ୍ତି, ତେଣୁ ସେ ନିଶ୍ଚିତ ଭ୍ରୁକୁଟୀରେ ହିଁ ଆସି
ବସିବ । ଭକ୍ତିମାର୍ଗରେ ଯାହା ସବୁ ସାକ୍ଷାତ୍କାର ଆଦି ହୋଇଥାଏ, ସେସବୁ ହେଲା ଭକ୍ତି । ଭକ୍ତି
ମଧ୍ୟ ଜଣଙ୍କର କରୁନାହାଁନ୍ତି, ବହୁତଙ୍କୁ ଭଗବାନ କରିଦେଇଛନ୍ତି । ଯେଉଁ ଭକ୍ତମାନେ ଭକ୍ତି
କରୁଛନ୍ତି, ସେମାନଙ୍କୁ ଭଗବାନ କିପରି କହିବା । ଯଦି ପରମାତ୍ମା ସର୍ବବ୍ୟାପୀ ବୋଲି କହୁଛନ୍ତି,
ତେବେ ପୁଣି ଭକ୍ତି କାହାର କରୁଛନ୍ତି । ସେମାନେ ପୁଣି ଭକ୍ତି ମଧ୍ୟ ଭିନ୍ନ ପ୍ରକାରର କରୁଛନ୍ତି ।
ବାବା ବୁଝାଉଛନ୍ତି - ପିଲାମାନେ ଏଭଳି ଭାବ ନାହିଁ ଯେ ଆମକୁ ଅନେକ ବର୍ଷ ବଞ୍ଚିବାର ଅଛି । ଏବେ
ସମୟ ବହୁତ ନିକଟତ୍ତର ହୋଇ ଚାଲିଛି । ନିଶ୍ଚୟ ରଖିବାକୁ ହେବ, ଶିବବାବାଙ୍କୁ ବ୍ରହ୍ମାଙ୍କ ଦ୍ୱାରା
ସ୍ଥାପନା କରାଇବାକୁ ହେବ । ବାବା ନିଜେ କହୁଛନ୍ତି - ମୁଁ ଏହାଙ୍କ ଦ୍ୱାରା ତୁମକୁ ଡ୍ରାମାର
ଆଦି-ମଧ୍ୟ-ଅନ୍ତର ରହସ୍ୟ ବୁଝାଉଛି । ଗାୟନ ମଧ୍ୟ କରୁଛନ୍ତି- ବ୍ରହ୍ମାଙ୍କ ଦ୍ୱାରା ସ୍ଥାପନା ।
ଏକଥା ଜାଣି ନାହାଁନ୍ତି ଯେ ନୂଆ ଦୁନିଆକୁ ବିଷ୍ଣୁପୁରୀ କୁହାଯାଉଛି ଅର୍ଥାତ୍ ବିଷ୍ଣୁଙ୍କର ଦୁଇଟି
ରୂପ ଲକ୍ଷ୍ମୀ-ନାରାୟଣ ରାଜତ୍ୱ କରୁଥିଲେ । କାହାକୁ ବି ଜଣାନାହିଁ ଯେ ବିଷ୍ଣୁ କିଏ । ତୁମେ
ଜାଣିଛ ଯେ ଏହି ବ୍ରହ୍ମା ସରସ୍ୱତୀ ହିଁ ବିଷ୍ଣୁଙ୍କର ଦୁଇ ରୂପ ଲକ୍ଷ୍ମୀ-ନାରାୟଣ ହୋଇ ପାଳନା
କରିଥାନ୍ତି । ବ୍ରହ୍ମାଙ୍କ ଦ୍ୱାରା ସ୍ଥାପନା ବିଷ୍ଣୁପୁରୀ ଅର୍ଥାତ୍ ସ୍ୱର୍ଗର, ପୁଣି ପାଳନା
କରିଥାନ୍ତି । ତୁମମାନଙ୍କ ବୁଦ୍ଧିରେ ରହିବା ଦରକାର - ବାବା ଜ୍ଞାନର ସାଗର ଅଟନ୍ତି । ମନୁଷ୍ୟ
ସୃଷ୍ଟିର ବୀଜରୂପ ଅଟନ୍ତି । ସିଏ ଏହି ଡ୍ରାମାର ଆଦି-ମଧ୍ୟ-ଅନ୍ତକୁ ଜାଣିଛନ୍ତି । ସିଏ ହିଁ ପତିତ
ପାବନ ଅଟନ୍ତି, ଯେଉଁ କର୍ତ୍ତବ୍ୟ ବାବାଙ୍କର ତାହା ହିଁ ତୁମମାନଙ୍କର । ତୁମେ ମଧ୍ୟ ଆତ୍ମାମାନଙ୍କୁ
ପତିତରୁ ପାବନ କରୁଛ । ଦୁନିଆରେ ଜଣେ ବାପାଙ୍କର ୩-୪ଟି ପୁଅ ଥିବେ, କେଉଁ ପୁଅ ଉଚ୍ଚପଦର ଅଧିକାରୀ
ହୋଇଥିବେ ତ ଆଉ କେହି ବିଲ୍କୁଲ୍ ସାଧାରଣ ଥିବ । ଏଠାରେ ବାବା ତୁମକୁ ଗୋଟିଏ କର୍ତ୍ତବ୍ୟ
ଶିଖାଉଛନ୍ତି ଯେ ତୁମେ ପତିତମାନଙ୍କୁ ପବିତ୍ର କର । ସମସ୍ତଙ୍କୁ ଏହି ଲକ୍ଷ୍ୟ ଦିଅ ଯେ ଶିବବାବା
କହୁଛନ୍ତି ମୋତେ ସ୍ମରଣ କର । ଗୀତାରେ ଶ୍ରୀକୃଷ୍ଣ ଭଗବାନଉବାଚ କହି ଓଲଟା ଲେଖିଦେଇଛନ୍ତି । ତୁମକୁ
ବୁଝାଇବାକୁ ହେବ - ଭଗବାନ ତ ନିରାକାର, ପୁନର୍ଜନ୍ମ ରହିତ ଅଟନ୍ତି । ବାସ୍ ଏହା ହିଁ ଭୁଲ୍ ଅଟେ ।
ଏବେ ତୁମେ ପିଲାମାନେ ଶ୍ରୀକୃଷ୍ଣପୁରୀର ମାଲିକ ହେଉଛ । କେହି ତ ରାଜଧାନୀରେ ଆସିବେ ଆଉ କେହି
ପ୍ରଜାରେ ଆସିବେ । ତାକୁ ଶ୍ରୀକୃଷ୍ଣପୁରୀ କୁହାଯାଉଛି - କାରଣ ଶ୍ରୀକୃଷ୍ଣ ସମସ୍ତଙ୍କର ବହୁତ
ପ୍ରିୟ ହୋଇଥା’ନ୍ତି । ଛୋଟ ପିଲା ପ୍ରିୟ ହୋଇଥା’ନ୍ତି ନା । ପିଲାମାନଙ୍କର ମଧ୍ୟ ମା-ବାପାଙ୍କ
ସହିତ ବହୁତ ସ୍ନେହ ହୋଇଯାଇଥାଏ । ଧୀରେ ଧୀରେ ପୁଣି ସ୍ନେହ ବାଣ୍ଟି ହୋଇଯାଏ । ଏବେ ବାବା
ବୁଝାଉଛନ୍ତି ତୁମେ ନିଜକୁ ଶରୀର ମନେ କର ନାହିଁ । ବାରମ୍ବାର ନିଜକୁ ଆତ୍ମା ନିଶ୍ଚୟ କର । ଆତ୍ମ
ଅଭିମାନୀ ହୁଅ । ବାବା ମଧ୍ୟ ନିରାକାର ଅଟନ୍ତି । ଏଠାରେ ମଧ୍ୟ ତାଙ୍କୁ ଜ୍ଞାନ ବୁଝାଇବା ପାଇଁ
ଶରୀର ନେବାକୁ ପଡୁଛି । ଶରୀର ବିନା ତ ବୁଝାଇ ପାରିବେ ନାହିଁ । ତୁମର ତ ନିଜର ଶରୀର ଅଛି ।
କିନ୍ତୁ ବାବା ଏ ଶରୀର ଲୋନରେ ନେଉଛନ୍ତି । ବାକି ଏଥିରେ ପ୍ରେରଣା ଆଦିର କଥା ହିଁ ନାହିଁ । ବାବା
ନିଜେ କହୁଛନ୍ତି ମୁଁ ଏହି ଶରୀର ଧାରଣ କରି ପିଲାମାନଙ୍କୁ ପାଠ ପଢାଉଛି କାରଣ ତୁମମାନଙ୍କର ଆତ୍ମା
ଏବେ ତମୋପ୍ରଧାନ ହୋଇଯାଇଛି, ପୁନଃ ଆତ୍ମାକୁ ସତ୍ତ୍ୱପ୍ରଧାନ କରିବାକୁ ହେବ । ଗାୟନ ମଧ୍ୟ
କରୁଛନ୍ତି - ପତିତ ପାବନ ଆସ, କିନ୍ତୁ ଅର୍ଥ ବୁଝୁନାହାଁନ୍ତି । ଏବେ ତୁମେ ବୁଝୁଛ - ବାବା କିପରି
ଆସି ପବିତ୍ର କରୁଛନ୍ତି । ଏକଥା ମଧ୍ୟ ତୁମେ ଜାଣୁଛ । ସତ୍ୟଯୁଗରେ କେବଳ ଦୈବୀ ପରିବାର ଥିବ, ତୁମେ
ସ୍ୱର୍ଗକୁ ଚାଲିଯିବ । ବାକି ଏତେ ଗୁଡିଏ ଯେଉଁ ଦେଶ ସବୁ ରହିଛି ସେମାନଙ୍କର ଚିହ୍ନ ବର୍ଣ୍ଣ ନ
ଥିବ । ଭାରତ ଭୂଖଣ୍ଡ ହିଁ ସ୍ୱର୍ଗ ହେବ । ପରମପିତା ପରମାତ୍ମା ହିଁ ଆସି ସ୍ୱର୍ଗର ସ୍ଥାପନା
କରୁଛନ୍ତି । ଏବେ ନର୍କ ଦୁନିଆ ଅଟେ । ସବୁଠାରୁ ପ୍ରାଚୀନ ଏହି ଭାରତ ଖଣ୍ଡ ହିଁ ଅଟେ ଯେଉଁଠାରେ
ଦେବତାମାନଙ୍କର ରାଜ୍ୟ ଥିଲା, ଏବେ ନାହିଁ । ଏଠାରେ ସେମାନଙ୍କର ମନ୍ଦିର ରହିଛି, ଚିତ୍ର ଅଥବା
ମୂର୍ତ୍ତି ରହିଛି । ଏହା ଭାରତର ହିଁ କଥା ହେଲା । ଏହି କଥା କୌଣସି ଭାରତବାସୀଙ୍କ ବୁଦ୍ଧିରେ
ଆସୁନାହିଁ ଯେ ଭାରତ ସ୍ୱର୍ଗ ଥିଲା, ଏହି ଲକ୍ଷ୍ମୀ-ନାରାୟଣ ମାଲିକ ଥିଲେ, ସେ ସମୟରେ ଅନ୍ୟ କୌଣସି
ଖଣ୍ଡ ନ ଥିଲା । ଏବେ ତ ଅନେକ ଧର୍ମ ହୋଇଗଲାଣି । ଭାରତବାସୀ ଧର୍ମଭ୍ରଷ୍ଟ, କର୍ମ-ଭ୍ରଷ୍ଟ
ହୋଇଯାଇଛନ୍ତି । ଶ୍ରୀକୃଷ୍ଣଙ୍କୁ ଶ୍ୟାମ-ସୁନ୍ଦର କହିଦେଉଛନ୍ତି କିନ୍ତୁ ଅର୍ଥ କିଛି
ବୁଝୁନାହାଁନ୍ତି । ବାସ୍ତବରେ ଇଏ ‘ବ୍ରହ୍ମା’ ପତିତ ଥିଲେ ନା । କହୁଛନ୍ତି ଶ୍ରୀକୃଷ୍ଣଙ୍କୁ ସର୍ପ
ଦଂଶନ କରିଥିଲା ତେଣୁ ଶ୍ୟାମଳ ହୋଇଯାଇଥିଲେ । ତେବେ ସିଏ ତ ସତ୍ୟଯୁଗର ରାଜକୁମାର ଥିଲେ, ସିଏ ପୁଣି
କିପରି କଳା ହେଲେ । ଏବେ ତୁମେ ଏହି ସବୁ କଥାକୁ ବୁଝୁଛ । ଶ୍ରୀକୃଷ୍ଣଙ୍କର ମା-ବାପା ମଧ୍ୟ ଏବେ
ପାଠ ପଢୁଛନ୍ତି । ଶ୍ରୀକୃଷ୍ଣ ତାଙ୍କର ମା-ବାପାଙ୍କଠାରୁ ମଧ୍ୟ ଉତ୍ତମ ବୋଲି ଗାୟନ ରହିଛି । ମା-ବାପାଙ୍କର
ନାମ ଏତେ ବିଖ୍ୟାତ ନୁହେଁ । ନଚେତ୍ ଯେଉଁ ମା-ବାପାଙ୍କ କୋଳରେ ଏହିଭଳି ସନ୍ତାନ ଜନ୍ମ ହେଲେ ସେହି
ମା-ବାପା ମଧ୍ୟ ସମସ୍ତଙ୍କର ପ୍ରିୟ ହେବା ଉଚିତ୍ । କିନ୍ତୁ ଏପରି ନୁହେଁ, ସାରା ମହିମା
ରାଧା-କୃଷ୍ଣଙ୍କର ହିଁ ହେଉଛି । ମା-ବାପାଙ୍କର କିଛି ମହିମା ନାହିଁ । ତୁମ ବୁଦ୍ଧିରେ ଜ୍ଞାନ
ରହିଛି । ଜ୍ଞାନ ହେଲା ଦିନ, ଭକ୍ତି ହେଲା ରାତ୍ରି । ଭକ୍ତିରୂପି ଅନ୍ଧକାର ରାତ୍ରିରେ ଧକ୍କା ଖାଇ
ଚାଲିଛନ୍ତି ।
ଏବେ ପିଲାମାନଙ୍କୁ ବୁଝାଯାଉଛି - ଘର ଗୃହସ୍ଥରେ ରୁହ, ଏହି ସେବା ମଧ୍ୟ କର । କାହାକୁ ବି ବୁଝାଅ
ଯେ- ତୁମେ ଏକମାତ୍ର ପରମାତ୍ମା ପ୍ରେମିକଙ୍କର ଅଧାକଳ୍ପର ପ୍ରେମିକା ଅଟ । ଭକ୍ତିମାର୍ଗରେ ସମସ୍ତେ
ତାଙ୍କୁ ମନେ ପକାଉଛନ୍ତି ତେଣୁ ସମସ୍ତେ ପ୍ରେମିକା ହେଲେ ନା । କିନ୍ତୁ ପ୍ରେମିକଙ୍କୁ ଭଲ ଭାବରେ
ଜାଣିନାହାଁନ୍ତି । ବହୁତ ସ୍ନେହରେ ମନେ ପକାଉଛନ୍ତି - ପ୍ରେମମୟ ତୁମେ ଯେତେବେଳେ ଆସିବ ମୁଁ କେବଳ
ତୁମକୁ ହିଁ ସ୍ମରଣ କରିବି ଅନ୍ୟ ସବୁ ଆଡୁ ବୁଦ୍ଧିଯୋଗ ତୁଟେଇ ତୁମ ସହିତ ଯୋଡିବି । ଏହିଭଳି ଗୀତ
ଗାଉଥିଲ ନା, କିନ୍ତୁ ବାବାଙ୍କଠାରୁ ଆମକୁ କି ସମ୍ପତ୍ତି ମିଳୁଛି ଏକଥା କାହାକୁ ଜଣାନାହିଁ । ଏବେ
ବାବା ବୁଝାଇଛନ୍ତି ତୁମେ ଦେହୀ-ଅଭିମାନୀ ହୁଅ । ବାବାଙ୍କୁ ସ୍ମରଣ କରିବା ତୁମମାନଙ୍କର ପ୍ରଥମ
କର୍ତ୍ତବ୍ୟ ଅଟେ । ପୁତ୍ର ସର୍ବଦା ପିତାଙ୍କୁ ଏବଂ କନ୍ୟା ମାତାଙ୍କୁ ମନେ ପକାଇଥା’ନ୍ତି ।
ସମବର୍ଗୀୟ ଅଟନ୍ତି ନା । ପୁତ୍ର ଭାବିଥାଏ ମୁଁ ପିତାଙ୍କର ଉତ୍ତରାଧିକାରୀ ହେବି । ଝିଅ କ’ଣ କେବେ
ଏମିତି କହିବ, ଯେ ମୁଁ ଉତ୍ତରାଧିକାରୀ ହେବି । ସିଏ ତ ଭାବିଥାଏ ମୋତେ ବାପଘରୁ ଶାଶୁ ଘରକୁ ଯିବାକୁ
ହେବ । ଏବେ ତୁମର ନିରାକାର ଏବଂ ସାକାର ଦୁଇ ପିତାଙ୍କ ଘର ଅଛି । ଡାକୁଛନ୍ତି ମଧ୍ୟ ହେ ପରମପିତା
ପରମାତ୍ମା ଦୟା କର, ଦୁଃଖ ହରଣ କରି ସୁଖ ଦିଅ, ଆମକୁ ମୁକ୍ତ କର, ଆମର ପଥ ପ୍ରଦର୍ଶକ ହୁଅ ।
କିନ୍ତୁ ତା’ର ଅର୍ଥ ବଡ ବଡ ବିଦ୍ୱାନ ଆଚାର୍ଯ୍ୟ ମଧ୍ୟ ଜାଣିନାହାଁନ୍ତି । ବାବା ତ ସମସ୍ତଙ୍କର
ମୁକ୍ତିଦାତା ଅଟନ୍ତି । ସିଏ ହିଁ ସମସ୍ତଙ୍କର କଲ୍ୟାଣକାରୀ ଅଟନ୍ତି । କିନ୍ତୁ ସେମାନେ ତ ନିଜର
ହିଁ କଲ୍ୟାଣ କରିପାରୁ ନାହାଁନ୍ତି ତେବେ ଅନ୍ୟର କଲ୍ୟାଣ କ’ଣ କରିବେ । ଏଠାରେ ବାବା କହୁଛନ୍ତି -
ମୁଁ ଗୁପ୍ତ ରୂପରେ ଆସୁଛି, ଖୁଦା ଦୋସ୍ତ କାହାଣୀ ଶୁଣିଛ ନା । ତେବେ ଏହା କଳିଯୁଗ ଏବଂ ସତ୍ୟଯୁଗ
ମଧ୍ୟରେ ପୋଲ ସଦୃଶ ଅଟେ, ତୁମକୁ ସେ ପାରିକୁ ଯିବାକୁ ହେବ । ତେବେ ଖୁଦା ତ ପିତା ଅଟନ୍ତି, ସାଥୀ
ମଧ୍ୟ ଅଟନ୍ତି । ମାତା, ପିତା, ଶିକ୍ଷକର ଅଭିନୟ ମଧ୍ୟ କରୁଛନ୍ତି । ଏଠାରେ ତୁମକୁ ସାକ୍ଷାତ୍କାର
ହେଉଛି ତେଣୁ ଜାଦୁ-ଜାଦୁ ବୋଲି କହିଦେଉଛନ୍ତି । ସାକ୍ଷାତ୍କାର ତ ନବଧା ଭକ୍ତିକରୁଥିବା ଭକ୍ତ
ଆତ୍ମାଙ୍କୁ ମଧ୍ୟ ହୋଇଥାଏ, ସେମାନେ ବହୁତ ନିଷ୍ଠାବାନ ଭକ୍ତ ଅଟନ୍ତି । କହିଥାନ୍ତି ଦର୍ଶନ ଦିଅ
ନଚେତ୍ ଗଳା କାଟିଦେବୁ, ତେବେ ଯାଇ ସାକ୍ଷାତ୍କାର ହୋଇଥାଏ, ଏହାକୁ ନବଧା ଭକ୍ତି କୁହାଯାଏ ।
କିନ୍ତୁ ଏଠାରେ ନବଧା ଭକ୍ତିର କଥା ନାହିଁ । ଘରେ ବସି-ବସି ମଧ୍ୟ ବହୁତ ସାକ୍ଷାତ୍କାର ହୋଇଯାଉଛି
। ଦିବ୍ୟଦୃଷ୍ଟିର ଚାବି ମୋ ପାଖରେ ଅଛି । ଅର୍ଜୁନଙ୍କୁ ମଧ୍ୟ ଦିବ୍ୟଦୃଷ୍ଟି ଦେଇଥିଲି ନା । ଏହି
ବିନାଶକୁ ଦେଖ, ନିଜର ରାଜ୍ୟକୁ ମଧ୍ୟ ଦେଖ । ଏବେ ମୋତେ ମନେ ପକାଅ ତେବେ ଏହିଭଳି ହେବ । ଏବେ ତୁମେ
ଜାଣୁଛ, ବିଷ୍ଣୁ କିଏ? ମନ୍ଦିର ତିଆରି କରିଥିବା ବ୍ୟକ୍ତି ନିଜେ ହିଁ ଜାଣିନାହାଁନ୍ତି ।
ବିଷ୍ଣୁଙ୍କ ଦ୍ୱାରା ପାଳନା, ଚାରିଭୂଜା ଅର୍ଥ ହିଁ ହେଲା - ୨ ଭୁଜା ପୁରୁଷର ଏବଂ ୨ ଭୁଜା
ସ୍ତ୍ରୀର । ବିଷ୍ଣୁଙ୍କର ଦୁଇ ରୂପ ଲକ୍ଷ୍ମୀ-ନାରାୟଣ । କିନ୍ତୁ କିଛି ବି ବୁଝିନାହାଁନ୍ତି । କାହା
ବିଷୟରେ ମଧ୍ୟ ଜ୍ଞାନ ନାହିଁ । ନା ଶିବବାବାଙ୍କ ବିଷୟରେ, ନା ବିଷ୍ଣୁଙ୍କ ବିଷୟରେ । ପ୍ରଥମେ
ବାବାଙ୍କର ଆକର୍ଷଣ ଥିଲା, ବହୁତ ଆସୁଥିଲେ । ଆରମ୍ଭ ସମୟରେ ସାରା ଅଗଣା ହିଁ ଭରିଯାଉଥିଲା । ଜଜ୍,
ମାଜିଷ୍ଟେଟ୍ ପ୍ରଭୃତି ସମସ୍ତେ ଆସୁଥିଲେ । ପୁଣି ବିକାର ପାଇଁ ଝଗଡା ଆରମ୍ଭ ହେଲା, କହିବାକୁ
ଲାଗିଲେ - ଯଦି ସନ୍ତାନ ଜନ୍ମ ହେବେ ନାହିଁ ତେବେ ସୃଷ୍ଟି କିପରି ଚାଲିବ । ବିକାର ତ ସୃଷ୍ଟି
ବୃଦ୍ଧି ପ୍ରାପ୍ତ ହେବାର ନିୟମ ଅଟେ । ଗୀତାର କଥାକୁ ମଧ୍ୟ ଭୁଲିଗଲେ ଯେ କାମ ବିକାର ମହାଶତ୍ରୁ
ଅଟେ, ତା ଉପରେ ବିଜୟ ପ୍ରାପ୍ତ କରିବାକୁ ହେବ । କହିବାକୁ ଲାଗିଲେ ଯଦି ସ୍ତ୍ରୀ-ପୁରୁଷ ଦୁଇଜଣ
ଏକାଠି ଆସୁଛନ୍ତି ତେବେ ତାଙ୍କୁ ଜ୍ଞାନ ଦିଅ । ଜଣଙ୍କୁ ଦିଅ ନାହିଁ । କିନ୍ତୁ ଦୁଇଜଣ ଯାକ ଆସିଲେ
ତ ଦିଆଯିବ ନା । ଦେଖ, ଦୁଇଜଣଙ୍କୁ ଏକାଠି ଜ୍ଞାନ ଦେଲେ ମଧ୍ୟ କେହି ତ ଜ୍ଞାନକୁ ଗ୍ରହଣ କରୁଛି ଆଉ
କେିହ ଗ୍ରହଣ କରୁନାହିଁ । ଯଦି ତାଙ୍କ ଭାଗ୍ୟରେ ନ ଥିବ ତେବେ କ’ଣ କରାଯାଇପାରିବ । ଜଣେ ହଂସ ଜଣେ
ବଗ ହୋଇଯାଉଛନ୍ତି । ଏଠାରେ ତୁମେ ବ୍ରାହ୍ମଣମାନେ, ଦେବତାମାନଙ୍କଠାରୁ ମଧ୍ୟ ଉତ୍ତମ ଅଟ । ଜାଣିଛ
- ଆମେ ଈଶ୍ୱରୀୟ ସନ୍ତାନ, ଶିବବାବାଙ୍କର ପୁତ୍ର ଅଟୁ । ସ୍ୱର୍ଗରେ ତୁମ ପାଖରେ ଏହି ଜ୍ଞାନ ରହିବ
ନାହିଁ, କିମ୍ବା ଯେତେବେଳେ ନିରାକାରୀ ଦୁନିଆ ମୁକ୍ତିଧାମରେ ଥିବ ସେତେବେଳେ ମଧ୍ୟ ଏହି ଜ୍ଞାନ ନ
ଥିବ । ଏହି ଜ୍ଞାନ ଶରୀର ସହିତ ଏହିଠାରେ ହିଁ ସମାପ୍ତ ହୋଇଯିବ । ଏବେ ତୁମକୁ ଜ୍ଞାନ ମିଳିଛି ।
ଏକମାତ୍ର ବାବା ହିଁ ପାଠ ପଢାଉଛନ୍ତି । ଏବେ ଏହି ଖେଳ ସମାପ୍ତ ହେଉଛି, ସମସ୍ତ ଅଭିନେତାମାନେ
ଏଠାରେ ଉପସ୍ଥିତ ଅଛନ୍ତି । ବାବା ମଧ୍ୟ ଆସିଛନ୍ତି । ଉପରେ ଥିବା ଆତ୍ମାମାନେ ମଧ୍ୟ ଧୀରେ ଧୀରେ
ଆସୁଛନ୍ତି । ଯେତେବେଳେ ସମସ୍ତେ ଆସଯିବେ ସେତେବେଳେ ବିନାଶ ହୋଇଯିବ, ପୁଣି ସମସ୍ତଙ୍କୁ ବାବା
ସାଥୀରେ ନେଇଯିବେ । ସମସ୍ତଙ୍କୁ ଯିବାକୁ ହେବ, ଏହି ପତିତ ଦୁନିଆର ବିନାଶ ମଧ୍ୟ ନିଶ୍ଚିତ ହେବ ।
ଆଚ୍ଛା-
ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ
ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ପତିତରୁ
ପାବନ କରିବାର ଧନ୍ଦା ଯାହାକି ବାବାଙ୍କର ଅଟେ, ସେହି ଧନ୍ଦା ମଧ୍ୟ କରିବାକୁ ହେବ । ସମସ୍ତଙ୍କୁ
ଏହି ଲକ୍ଷ୍ୟ ଦେବାକୁ ହେବ ଯେ ବାବାଙ୍କୁ ମନେ ପକାଅ ଏବଂ ପବିତ୍ର ହୁଅ ।
(୨) ଏହି ବ୍ରାହ୍ମଣ
ଜୀବନ ଦେବତାମାନଙ୍କଠାରୁ ମଧ୍ୟ ଉତ୍ତମ ଜୀବନ ଅଟେ, ଏହି ନିଶାରେ ରହିବାକୁ ହେବ । ବୁଦ୍ଧିର ଯୋଗ
ଅନ୍ୟ ସବୁଆଡୁ ତୁଟେଇ ଏକମାତ୍ର ପ୍ରେମିକ ବାବାଙ୍କୁ ହିଁ ମନେ ପକାଇବାକୁ ହେବ ।
ବରଦାନ:-
ତ୍ୟାଗ ଏବଂ
ସ୍ନେହର ଶକ୍ତି ଦ୍ୱାରା ସେବାରେ ସଫଳତା ପ୍ରାପ୍ତ କରୁଥିବା ସ୍ନେହୀ ସହଯୋଗୀ ଭବ ।
ଯେପରି ଆରମ୍ଭ ସମୟରେ
ଜ୍ଞାନର ଶକ୍ତି କମ୍ ଥିଲା କିନ୍ତୁ ତ୍ୟାଗ ଏବଂ ସ୍ନେହର ଆଧାରରେ ସଫଳତା ମିଳିଥିଲା । ବୁଦ୍ଧିରେ
ରାତି ଦିନ ବାବାଙ୍କ ପ୍ରତି ଏବଂ ଯଜ୍ଞ ପ୍ରତି ଲଗନ ରହୁଥିଲା, ଅନ୍ତରରୁ ବାହାରୁଥିଲା ବାବା ଏବଂ
ଯଜ୍ଞ । ଏହି ସ୍ନେହ ହିଁ ସମସ୍ତଙ୍କୁ ସହଯୋଗୀ କରିଦେଲା । ଏହି ଶକ୍ତି ଆଧାରରେ ହିଁ ସେବା
କେନ୍ଦ୍ରଗୁଡିକ ଗଢି ଉଠିଲା । ସାକାର ସ୍ନେହ ଆଧାରରେ ହିଁ ମନାମନାଭବ ସ୍ଥିତିରେ ସ୍ଥିତ
ହୋଇଯାଉଥିଲେ, ସାକାର ସ୍ନେହ ହିଁ ସହଯୋଗୀ କରିଦେଲା । ଏବେ ବି ତ୍ୟାଗ ଏବଂ ସ୍ନେହର ଶକ୍ତିର
ବାୟୁମଣ୍ଡଳ ଚାରିଆଡେ ସୃଷ୍ଟିକର ତେବେ ସଫଳତା ମିଳିଯିବ ।
ସ୍ଲୋଗାନ:-
ଯଦି ଫରିସ୍ତା
ହେବାକୁ ଚାହୁଁଛ ତେବେ ବ୍ୟର୍ଥ ବାଣୀ ବା ହଲଚଲ କରିବା ଭଳି ବାଣୀଠାରୁ ମୁକ୍ତ ହୁଅ ।
ଅବ୍ୟକ୍ତ ଈଶାରା:-
ସର୍ବଦା ଅଚଳ, ଅଟଳ ଏବଂ ଏକରସ ସ୍ଥିତିର ଅନୁଭବ କର ।
ଚାହେଁ ପ୍ରକୃତି ଦ୍ୱାରା,
ଚାହେଁ ବ୍ୟକ୍ତି ଦ୍ୱାରା ଯେମିତି ବି ପରୀକ୍ଷା ଆସୁ, କେହି ବି ତୁମର ଅଚଳ ସ୍ଥିତିର ଆସନକୁ ହଲଚଲ୍
ନ କରୁ । କ’ଣ ଏତିକି ମଜବୁତ ଅଟ ତ! ଦେଖ ଯେପରି ତୁମର ଶରୀର ଯଦି କୌଣସି ଆସନ ଉପରେ ସ୍ଥିର ହୋଇ ନ
ରହିବ ତେବେ ହଲଚଲ୍ ହେବ ନା! ସେହିପରି ତୁମର ମନ ହଲଚଲ୍ କରୁ ନାହିଁ ତ? ସର୍ବଦା ଅଚଳ ଅଟଳ ରହୁଛି
ତ? ଟିକିଏ ବି ହଲଚଲ୍ ନ ହେଉ । ଯଦି କେବେ ହଲଚଲ୍ କେବେ ଅଚଳ ରହୁଥିବ ତେବେ ସିଂହାସନ ମଧ୍ୟ କେବେ
ମିଳିବ, କେବେ ମିଳିବ ନାହିଁ ।