11.07.25 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ପ୍ରଥମେ
ସମସ୍ତଙ୍କୁ ବାବାଙ୍କର ପ୍ରକୃତ ପରିଚୟ ଦେଇ ଗୀତାର ଭଗବାନଙ୍କୁ ପ୍ରମାଣିତ କର ତେବେ ଯାଇ ତୁମର
ନାମ ପ୍ରସିଦ୍ଧ ହେବ ।”
ପ୍ରଶ୍ନ:-
ତୁମେ
ସନ୍ତାନମାନେ ଚାରିଯୁଗରେ ଚକ୍ର ଲଗାଇଛ, ତା’ର ସ୍ମାରକୀ ରୂପରେ ଭକ୍ତିରେ ମଧ୍ୟ ପ୍ରଥା ଚାଲୁଛି,
ତାହା କ’ଣ?
ଉତ୍ତର:-
ତୁମେ ପିଲାମାନେ ଚାରି ଯୁଗରେ ଚକ୍ର ଲଗାଇଛ, ସେଥିପାଇଁ ସେମାନେ ମଧ୍ୟ ସବୁ ଶାସ୍ତ୍ର, ଚିତ୍ର
ଆଦିକୁ ଗାଡିରେ ରଖି ଚତୁର୍ଦ୍ଦିଗରେ ପରିକ୍ରମା ଲଗାଉଛନ୍ତି । ପୁଣି ଘରକୁ ଆସି ସେଗୁଡିକୁ ରଖି
ଦେଉଛନ୍ତି । ତୁମେମାନେ ବ୍ରାହ୍ମଣ, ଦେବତା, କ୍ଷତ୍ରିୟ, ବୈଶ୍ୟ, ଶୂଦ୍ର ହେଉଛ । ଏହି ଚକ୍ର ବଦଳରେ
ସେମାନେ ପରିକ୍ରମା କରାଇବା ଆରମ୍ଭ କରିଦେଇଛନ୍ତି । ଏହା ମଧ୍ୟ ଏକ ପ୍ରଥା ଅଟେ ।
ଓମ୍ ଶାନ୍ତି ।
ଆତ୍ମିକ ପିତା
ଆତ୍ମିକ ସନ୍ତାନମାନଙ୍କୁ ବୁଝାଉଛନ୍ତି, ଯେତେବେଳେ କାହାକୁ ବୁଝାଉଛ ତେବେ ପ୍ରଥମେ ଏ କଥା ସ୍ପଷ୍ଟ
ଭାବରେ ବୁଝାଇ ଦିଅ ଯେ ବାବା ଜଣେ ଅଟନ୍ତି, ପଚାରିବାର ନାହିଁ ଯେ ବାବା ଜଣେ ନା ଅନେକ ଅଟନ୍ତି ।
ଏମିତିରେ ତ ପୁଣି ଅନେକ କହିଦେବେ । କହିବାକୁ ହେବ ଯେ ରଚୟିତା ଈଶ୍ୱର ପିତା ଜଣେ ଅଟନ୍ତି । ସେ
ସମସ୍ତ ଆତ୍ମାଙ୍କର ପିତା ଅଟନ୍ତି । ପ୍ରଥମେ ପ୍ରଥମେ ଏପରି ବି କହିବା ଅନୁଚିତ୍ ଯେ ସେ ବିନ୍ଦୁ
ଅଟନ୍ତି, ଏହା କହିବା ଦ୍ୱାରା ଦ୍ୱନ୍ଦ୍ୱରେ ପଡିଯିବେ । ପ୍ରଥମେ ତ ଏହି କଥାକୁ ଭଲ ଭାବରେ ବୁଝାଅ
ଯେ ଆମର ପିତା ଦୁଇଜଣ - ଲୌକିକ ଏବଂ ପାରଲୌକିକ । ପ୍ରତ୍ୟେକଙ୍କର ଲୌକିକ ପିତା ତ ଅଛନ୍ତି ।
କିନ୍ତୁ ପାରଲୌକିକ ପିତାଙ୍କୁ କେହି ଖୁଦା, କେହି ଗଡ୍ ବୋଲି କହୁଛନ୍ତି । ସିଏ ଜଣେ ହିଁ ଅଟନ୍ତି
। ସମସ୍ତେ ଜଣଙ୍କୁ ହିଁ ମନେ ପକାଉଛନ୍ତି । ପ୍ରଥମେ ପ୍ରଥମେ ଏହା ପକ୍କା ନିଶ୍ଚୟ କରାଅ ଯେ ପିତା
ହେଉଛନ୍ତି ସ୍ୱର୍ଗର ରଚୟିତା । ସେ ଏଠାକୁ ଆସିଥାନ୍ତି ସ୍ୱର୍ଗର ମାଲିକ କରାଇବା ପାଇଁ, ସେହି
ଦିନଟିକୁ ଶିବଜୟନ୍ତୀ ମଧ୍ୟ କୁହାଯାଉଛି । ଏ କଥା ମଧ୍ୟ ତୁମେମାନେ ଜାଣିଛ ସ୍ୱର୍ଗର ରଚୟିତା
ଭାରତରେ ହିଁ ସ୍ୱର୍ଗ ରଚନା କରୁଛନ୍ତି, ଯେଉଁଠି ଦେବୀ ଦେବତାମାନଙ୍କର ହିଁ ରାଜ୍ୟ ହେଉଛି । ତେଣୁ
ପ୍ରଥମେ ପ୍ରଥମେ ବାବାଙ୍କର ହିଁ ପରିଚୟ ଦେବାକୁ ହେବ । ତାଙ୍କର ନାମ ହିଁ ହେଉଛି ଶିବ । ଗୀତାରେ
ଭଗବାନୁବାଚ ଶବ୍ଦ ରହିଛି ନା । ପ୍ରଥମେ ପ୍ରଥମେ ଏହା ନିଶ୍ଚୟ କରାଇ ଲେଖାଇ ନେବା ଉଚିତ୍ । ଗୀତାରେ
ଅଛି ଭଗବାନୁବାଚ - ମୁଁ ତୁମମାନଙ୍କୁ ରାଜଯୋଗ ଶିଖାଉଛି ଅର୍ଥାତ୍ ନରରୁ ନାରାୟଣ କରାଉଛି । ଏହା
କିଏ କରିପାରିବେ? ଏ କଥା ନିଶ୍ଚୟ ବୁଝାଇବାକୁ ହେବ । ଭଗବାନ କିଏ, ପୁଣି ଏ କଥା ମଧ୍ୟ ବୁଝାଇବାକୁ
ପଡିବ । ସତ୍ୟଯୁଗରେ ପ୍ରଥମ ନମ୍ବରରେ ଯେଉଁ ଲକ୍ଷ୍ମୀ ନାରାୟଣ ଅଛନ୍ତି, ନିଶ୍ଚୟ ସେ ୮୪ ଜନ୍ମ
ନେଉଥିବେ । ପଛରେ ପୁଣି ଅନ୍ୟ ସବୁ ଧର୍ମାବଲମ୍ବୀମାନେ ଆସୁଛନ୍ତି । ସେମାନଙ୍କର ଏତେ ଜନ୍ମ
ହୋଇପାରିବ ନାହିଁ । ପ୍ରଥମେ ଆସୁଥିବା ଆତ୍ମମାନେ ହିଁ ୮୪ ଜନ୍ମ ନେଇଥାଆନ୍ତି । ସତ୍ୟଯୁଗରେ ତ
କିଛି ଶିଖନ୍ତି ନାହିଁ । ନିଶ୍ଚୟ ସଙ୍ଗମରେ ହିଁ ଶିଖୁଛନ୍ତି । ତେଣୁ ପ୍ରଥମେ ପ୍ରଥମେ ବାବାଙ୍କର
ପରିଚୟ ଦେବାକୁ ହେବ । ଯେପରି ଆତ୍ମାକୁ ଦେଖି ହେଉନାହିଁ, ଅନୁଭବ କରିହେଉଛି, ସେହିପରି
ପରମାତ୍ମାଙ୍କୁ ମଧ୍ୟ ଦେଖିପାରିବ ନାହିଁ । ବୁଦ୍ଧି ଦ୍ୱାରା ଜାଣୁଛନ୍ତି ସେ ଆମ ଆତ୍ମାମାନଙ୍କର
ପିତା ଅଟନ୍ତି । ତାଙ୍କୁ କୁହାଯାଉଛି ପରମ ଆତ୍ମା । ସେ ସଦା ପବିତ୍ର ଅଟନ୍ତି । ତାଙ୍କୁ ଆସି
ପତିତ ଦୁନିଆକୁ ପବିତ୍ର କରିବାକୁ ପଡୁଛି । ତେଣୁ ପ୍ରଥମ କଥା ହେଲା ବାବା ଜଣେ ଅଟନ୍ତି, ଏହାକୁ
ପ୍ରମାଣିତ କରି ବତାଇବା ଦ୍ୱାରା ଗୀତାର ଭଗବାନ ଶ୍ରୀକୃଷ୍ଣ ନୁହଁନ୍ତି, ଏହା ମଧ୍ୟ ପ୍ରମାଣିତ
ହୋଇଯିବ । ତୁମ ସନ୍ତାନମାନଙ୍କୁ ପ୍ରମାଣିତ କରି ବତାଇବାକୁ ହେବ ଯେ, ଏକ ବାବାଙ୍କୁ ହିଁ ସତ୍ୟ
ବୋଲି କୁହାଯାଏ । ବାକି କର୍ମକାଣ୍ଡ ଅଥବା ତୀର୍ଥ ଆଦିର କଥା ସବୁ ଭକ୍ତିର ଶାସ୍ତ୍ରରେ ଅଛି ।
ଜ୍ଞାନରେ ଏହାର ତ’ କୌଣସି ବର୍ଣ୍ଣନା ନାହିଁ । ଏଠାରେ କୌଣସି ଶାସ୍ତ୍ର ନାହିଁ । ବାବା ଆସି
ସମସ୍ତ ରହସ୍ୟ ବୁଝାଉଛନ୍ତି । ପ୍ରଥମେ ତୁମେ ସନ୍ତାନମାନେ ଏହି କଥା ଉପରେ ବିଜୟ ପ୍ରାପ୍ତ କରିବ
ଯେ ଭଗବାନ ଏକ ନିରାକାର ଅଟନ୍ତି, ଶରୀରଧାରୀ ନୁହଁନ୍ତି । ପରମପିତା ପରମାତ୍ମା ଶିବ ଭଗବାନୁବାଚ,
ଜ୍ଞାନର ସାଗର ସମସ୍ତଙ୍କର ସେ ପିତା ଅଟନ୍ତି । ଶ୍ରୀକୃଷ୍ଣ ତ ସମସ୍ତଙ୍କର ପିତା ହୋଇପାରିବେ ନାହିଁ,
ସେ କାହାକୁ କହିପାରିବେ ନାହିଁ ଯେ ଦେହର ସବୁ ଧର୍ମକୁ ଛାଡି ମୋତେ ମନେ ପକାଅ । ଏହା ବହୁତ ସହଜ
କଥା । କିନ୍ତୁ ମନୁଷ୍ୟ ଶାସ୍ତ୍ର ଆଦି ପଢ଼ି ପଢି ଭକ୍ତିରେ ପକ୍କା ହୋଇଗଲେଣି । ଆଜିକାଲି ଶାସ୍ତ୍ର
ଆଦିକୁ ଗାଡିରେ ରଖି ପରିକ୍ରମା କରୁଛନ୍ତି । ଚିତ୍ର, ଗ୍ରନ୍ଥ ଆଦି ଗୁଡିକୁ ମଧ୍ୟ ପରିକ୍ରମା
କରାଉଛନ୍ତି ପୁଣି ଘରକୁ ଆଣି ରଖି ଦେଉଛନ୍ତି । ଏବେ ତୁମେ ସନ୍ତାନମାନେ ଜାଣୁଛ ଆମେ ଦେବତାରୁ
କ୍ଷତ୍ରୀୟ, ବୈଶ୍ୟ, ଶୂଦ୍ର ହୋଇ, ଏହିଭଳି ଚକ୍ର ଲଗାଉଛୁ । ଚକ୍ର ବଦଳରେ ସେମାନେ ପୁଣି ପରିକ୍ରମା
କରାଇ ଘରେ ରଖିଦେଉଛନ୍ତି । ସେମାନେ ପରିକ୍ରମା କରାଇବା ପାଇଁ ଗୋଟିଏ ନିର୍ଦ୍ଦିଷ୍ଟ ଦିନ
ରଖିଥା’ନ୍ତି, ତେଣୁ ପ୍ରଥମେ ଏହା ପ୍ରମାଣିତ କରି ବତାଇବାକୁ ହେବ ଯେ ଶ୍ରୀକୃଷ୍ଣ ଭଗବାନୁବାଚ ଠିକ୍
ନୁହେଁ, କିନ୍ତୁ ଶିବ ଭଗବାନୁବାଚ ଅଟେ । ଶିବ ହିଁ ପୁନର୍ଜନ୍ମ ରହିତ, ସେ ଆସୁଛନ୍ତି ନିଶ୍ଚୟ,
କିନ୍ତୁ ତାଙ୍କର ଦିବ୍ୟ ଜନ୍ମ ହେଉଛି । ଭାଗୀରଥଙ୍କ ଶରୀରରେ ଆସି ସବାର ହେଉଛନ୍ତି । ପତିତମାନଙ୍କୁ
ଆସି ପବିତ୍ର କରାଉଛନ୍ତି । ରଚୟିତା ଏବଂ ରଚନାର ଆଦି-ମଧ୍ୟ-ଅନ୍ତର ରହସ୍ୟ ବୁଝାଉଛନ୍ତି, ଯେଉଁ
ଜ୍ଞାନ ଆଉ କେହି ଜାଣନ୍ତି ନାହିଁ । ବାବାଙ୍କୁ ନିଜେ ଆସି ନିଜର ପରିଚୟ ଦେବାକୁ ପଡୁଛି । ମୁଖ୍ୟ
କଥା ହିଁ ହେଉଛି ବାବାଙ୍କର ପରିଚୟ ଦେବା । ସେ ହିଁ ଗୀତାର ଭଗବାନ ଅଟନ୍ତି, ଏହାକୁ ତୁମେ ଯଦି
ପ୍ରମାଣିତ କରି ବତାଇବ ତେବେ ତୁମର ନାମ ବହୁତ ପ୍ରସିଦ୍ଧ ହୋଇଯିବ । ତେଣୁ ଏପରି ପର୍ଚ୍ଚା ତିଆରି
କରି ସେଥିରେ ଚିତ୍ର ଆଦି କରି ଉଡାଜାହାଜରୁ ପକାଇବା ଉଚିତ୍ । ବାବା ମୁଖ୍ୟ ମୁଖ୍ୟ କଥା
ବୁଝାଉଛନ୍ତି । ତୁମର ମୁଖ୍ୟ ଗୋଟିଏ କଥାରେ ବିଜୟ ପ୍ରାପ୍ତ ହୋଇଗଲେ ତୁମେ ବିଜୟୀ ହୋଇଯିବ । ଏଥିରେ
ତୁମର ନାମ ବହୁତ ପ୍ରସିଦ୍ଧ ହେଉଛି, ଏଥିରେ କେହି ଖିଟ୍ପିଟ୍ କରିବେ ନାହିଁ । ଏହା ବହୁତ ସ୍ପଷ୍ଟ
କଥା । ବାବା କହୁଛନ୍ତି ମୁଁ ସର୍ବବ୍ୟାପୀ କିପରି ହୋଇପାରିବି । ମୁଁ ତ ଆସି ପିଲାମାନଙ୍କୁ ଜ୍ଞାନ
ଶୁଣାଉଛି । ଡାକୁଛନ୍ତି ମଧ୍ୟ - ଆସି ପାବନ କରାଅ । ରଚୟିତା ଏବଂ ରଚନାର ଜ୍ଞାନ ଶୁଣାଅ । ମହିମା
ମଧ୍ୟ ବାବାଙ୍କର ଅଲଗା ଏବଂ ଶ୍ରୀକୃଷ୍ଣଙ୍କର ଅଲଗା, ଏପରି ନୁହେଁ ଶିବବାବା ଆସି ପୁଣି ଶ୍ରୀକୃଷ୍ଣ
ଅଥବା ନାରାୟଣ ହେଉଛନ୍ତି, ୮୪ ଜନ୍ମରେ ଆସୁଛନ୍ତି! ନା । ତୁମମାନଙ୍କର ବୁଦ୍ଧି ଏହି ସମସ୍ତ କଥା
ବୁଝାଇବାରେ ଲାଗି ରହିବା ଉଚିତ୍ । ମୁଖ୍ୟ ହେଉଛି ହିଁ ଗୀତା । ଭଗବାନୁବାଚ କୁହାଯାଇଛି, ନିଶ୍ଚୟ
ଭଗବାନଙ୍କୁ ମୁଖ ଦରକାର ନା । ଭଗବାନ ତ ହେଉଛନ୍ତି ନିରାକାର । ଆତ୍ମା ମୁଖ ବିନା କଥା କହିବ କିପରି
। ସେଥିପାଇଁ କହୁଛନ୍ତି ମୁଁ ସାଧାରଣ ଶରୀରର ଆଧାର ନେଉଛି । ତେଣୁ ଯିଏ ପ୍ରଥମେ ଲକ୍ଷ୍ମୀ ନାରାୟଣ
ହେଉଛନ୍ତି, ସିଏ ହିଁ ୮୪ ଜନ୍ମ ନେଇ ନେଇ ଶେଷ ସମୟ ଆସିଲେ ପୁଣି ତାଙ୍କରି ହିଁ ଶରୀରରେ ବାବା
ଆସୁଛନ୍ତି । ସିଏ ଶ୍ରୀକୃଷ୍ଣଙ୍କର ବହୁତ ଜନ୍ମର ଅନ୍ତିମ ଜନ୍ମରେ ଆସୁଛନ୍ତି । ଏହିପରି ବିଚାର
ସାଗର ମନ୍ଥନ କର, କାହାକୁ କିପରି ବୁଝାଇବୁ । ଗୋଟିଏ କଥାରେ ତୁମମାନଙ୍କର ନାମ ପ୍ରସିଦ୍ଧ ହୋଇଯିବ
। ରଚୟିତା ବାବାଙ୍କ ବିଷୟରେ ସମସ୍ତଙ୍କୁ ଜଣାପଡିଯିବ । ପୁଣି ତୁମମାନଙ୍କ ପାଖକୁ ବହୁତ ଆସିବେ ।
ତୁମମାନଙ୍କୁ ଡାକିବେ ଯେ ଏଠାରେ ଆସି ଭାଷଣ କର । ସେଥିପାଇଁ ପ୍ରଥମେ ଭଗବାନ କିଏ ଏ କଥା ସିଦ୍ଧ
କର । ତୁମେ ସନ୍ତାନମାନେ ଜାଣିଛ - ବାବାଙ୍କଠାରୁ ଆମେ ସ୍ୱର୍ଗର ବର୍ସା ନେଉଛୁ । ବାବା ପ୍ରତ୍ୟେକ
୫ ହଜାର ବର୍ଷ ପରେ ଭାରତକୁ ହିଁ ଭାଗ୍ୟଶାଳୀ ରଥରେ ଆସୁଛନ୍ତି । ଇଏ ହେଉଛନ୍ତି ସୌଭାଗ୍ୟଶାଳୀ,
ଯେଉଁ ରଥରେ ଭଗବାନ ଆସି ବସୁଛନ୍ତି । ଏହା କ’ଣ କମ୍ କଥା । ଭଗବାନ ୟାଙ୍କ ଶରୀରରେ ପ୍ରବେଶ କରି
ସନ୍ତାନମାନଙ୍କୁ ବୁଝାଉଛନ୍ତି ଯେ ମୁଁ ବହୁତ ଜନ୍ମର ଶେଷରେ ୟାଙ୍କ ଶରୀରରେ ପ୍ରବେଶ କରୁଛି । ଇଏ
ଶ୍ରୀକୃଷ୍ଣଙ୍କ ଆତ୍ମାର ରଥ ନା । ସେ ନିଜେ କୃଷ୍ଣ ତ’ ନୁହଁନ୍ତି । ଏହା ତାଙ୍କର ବହୁତ ଜନ୍ମର
ଅନ୍ତିମ ଜନ୍ମ ଅଟେ । ପ୍ରତ୍ୟେକ ଜନ୍ମରେ ଚେହେରା, ବୃତ୍ତି ଆଦି ବଦଳିଯାଇଥାଏ । ବହୁତ ଜନ୍ମର
ଅନ୍ତିମ ଜନ୍ମରେ ଯାହାଙ୍କ ଭିତରେ ପ୍ରବେଶ କରୁଛି ସେ ପୁଣି ଶ୍ରୀକୃଷ୍ଣ ହେଉଛନ୍ତି । ସଙ୍ଗମଯୁଗରେ
ହିଁ ବାବା ଆସୁଛନ୍ତି । ଆମେ ମଧ୍ୟ ବାବାଙ୍କର ହୋଇ ବାବାଙ୍କଠାରୁ ସମ୍ପତ୍ତି ନେଉଛୁ । ବାବା ପାଠ
ପଢ଼ାଇ ସାଥିରେ ନେଇଯାଉଛନ୍ତି, ଆଉ କୌଣସି ଅସୁବିଧାର କଥା ନାହିଁ । ବାବା କହୁଛନ୍ତି କେବଳ ମୋତେ
ମନେ ପକାଅ, ତେଣୁ ଭଲ ଭାବେ ବିଚାର କରିବା ଦରକାର ଯେ କିପରି ଭାବେ ଲେଖିବୁ । ଏହା ହେଉଛି ମୁଖ୍ୟ
ଭୁଲ୍ ଯେଉଁ କାରଣରୁ ଭାରତ ଅସତ୍ୟ, ଅଧର୍ମୀ, ଦରିଦ୍ର ହୋଇଯାଇଛି । ବାବା ପୁଣି ଆସି ରାଜଯୋଗ
ଶିଖାଉଛନ୍ତି, ଭାରତକୁ ସତ୍ଚରିତ୍ର ଆଉ ଧନବାନ କରୁଛନ୍ତି । ସାରା ଦୁନିଆକୁ ସତ୍ଚରିତ୍ର
କରୁଛନ୍ତି । ସେ ସମୟରେ ସାରା ବିଶ୍ୱର ମାଲିକ ତୁମେମାନେ ହିଁ ହେବ । ଯେପରି କହିଥା’ନ୍ତି - ୱିସ୍
ୟୁ ଲଙ୍ଗ୍ ଲାଇଫ୍ ଏଣ୍ଡ୍ ପ୍ରସ୍ପରିଟି ଅର୍ଥାତ୍ ଦୀର୍ଘାୟୁ ଏବଂ ସମୃଦ୍ଧିର ଆଶୀର୍ବାଦ କରୁଛି ।
ବାବା ଆଶୀର୍ବାଦ ଦେଉନାହାଁନ୍ତି କି ସର୍ବଦା ଜୀବିତ ରହିଥାଅ । ସାଧୁମାନେ କହୁଛନ୍ତି - ଅମର ହୁଅ
। ତୁମେମାନେ ଏବେ ବୁଝୁଛ ଯେ ଅମର ନିଶ୍ଚୟ ଅମରପୁରୀରେ ହିଁ ହେବେ । ମୃତ୍ୟୁଲୋକରେ ପୁଣି ଅମର ରୁହ
ବୋଲି କିପରି କହିବେ । ତେଣୁ ସନ୍ତାନମାନେ ଯେତେବେଳେ ସଭା ଆଦି କରିଥା’ନ୍ତି ବାବାଙ୍କୁ ମତ
ପଚାରିଥା’ନ୍ତି । ବାବା ଆଗୁଆ ମତ ଦେଉଛନ୍ତି କି ନିଜ ନିଜର ମତ ଲେଖି କରି ପଠାଅ, ପୁଣି ଭଲେ ଏକାଠି
ବି ହୋଇଥାଉ । ମୁରଲୀରେ ତ ମତ ଲେଖିଲେ ସମସ୍ତଙ୍କ ପାଖରେ ପହଞ୍ଚିପାରିବ । ୨-୩ ହଜାର ଟଙ୍କାର
ଖର୍ଚ୍ଚରୁ ବଞ୍ଚିଯିବ । ଏହି ୨-୩ ହଜାର ଟଙ୍କାରେ ୨-୩ଟି ସେଣ୍ଟର ଖୋଲିପାରିବ । ଚିତ୍ର ଆଦି ନେଇ
ଗାଁ ଗାଁକୁ ଯିବା ଦରକାର ।
ତୁମ ସନ୍ତାନମାନଙ୍କର
ଅଧିକ ଜିଜ୍ଞାସା ସୂକ୍ଷ୍ମବତନର କଥାରେ ରହିବା ଉଚିତ୍ ନୁହେଁ । ବ୍ରହ୍ମା, ବିଷ୍ଣୁ, ଶଙ୍କର
ଆଦିଙ୍କର ଚିତ୍ର ଉପରେ ଅଳ୍ପ ବୁଝାଯାଇଥାଏ । ଏମାନଙ୍କର ମଝିରେ ଅଳ୍ପ ପାର୍ଟ ରହିଛି । ତୁମେମାନେ
ଯାଉଛ, ମିଶୁଛ ବାକି ଆଉ କିଛି ନାହିଁ । ସେଥିପାଇଁ ଏଥିରେ ଅଧିକା ଜିଜ୍ଞାସା ରଖାଯାଏ ନାହିଁ ।
ଏଠାକୁ ଆତ୍ମାକୁ ଡକାଯାଇଥାଏ, ତାଙ୍କୁ ଦେଖାଇଥା’ନ୍ତି । କେହି କେହି ଆସି କାନ୍ଦିଥା’ନ୍ତି ମଧ୍ୟ
। କେହି ସ୍ନେହର ସହ ମିଶିଥା’ନ୍ତି । କେହି ଦୁଃଖର ଲୁହ ଗଡାଇଥା’ନ୍ତି । ଏ ସବୁ ଡ୍ରାମାରେ ପାର୍ଟ
ରହିଛି, ଯାହାକୁ କଥୋପକଥନ କୁହାଯାଏ । ଦୁନିଆରେ ତ ବ୍ରାହ୍ମଣ ଶରୀରରେ କାହାର ଆତ୍ମାକୁ
ଡାକିଥା’ନ୍ତି ପୁଣି ତାଙ୍କୁ କପଡା ଆଦି ପିନ୍ଧାଇଥାନ୍ତି । ତେବେ ଶରୀର ତ ଶେଷ ହୋଇଗଲା, ବାକି
ପିନ୍ଧିବ କିଏ? ତୁମମାନଙ୍କର ସେହି ପ୍ରଥା ନାହିଁ । କାନ୍ଦିବାର କୌଣସି କଥା ହିଁ ନାହିଁ ।
ସର୍ବୋଚ୍ଚ ହେବାକୁ ପଡିବ, ତେବେ ଏହା କିପରି ହେବ । ନିଶ୍ଚୟ ମଝିରେ ସଙ୍ଗମଯୁଗ ରହିଛି ଯେଉଁଥିରେ
ପବିତ୍ର ହୋଇଥାନ୍ତି । ତୁମେମାନେ ଗୋଟିଏ କଥା ପ୍ରମାଣିତ କରି ଦେଖାଇଲେ କହିବେ ଏମାନେ ବିଲ୍କୁଲ୍
ଠିକ୍ ବତାଉଛନ୍ତି । ଭଗବାନ କେବେ ମିଛ କୁହନ୍ତି ନାହିଁ । ପୁଣି ବହୁତଙ୍କର ସ୍ନେହ ମଧ୍ୟ ହେବ,
ବହୁତ ଆସିବେ । ଠିକ୍ ସମୟରେ ପିଲାମାନଙ୍କୁ ସବୁ ପଏଣ୍ଟସ୍ ମଧ୍ୟ ମିଳିଥାଏ । ପଛକୁ କ’ଣ କ’ଣ ହେବ,
ତାହା ମଧ୍ୟ ଦେଖିବ, ଲଢ଼େଇ ଲାଗିବ, ବମ୍ ପଡିବ । ପ୍ରଥମେ ବିନାଶ ବିଦେଶରୁ ଆରମ୍ଭ ହେବ । ଏଠାରେ
ରକ୍ତ ନଦୀ ବହିବ ପୁଣି ଘିଅ ଦୁଧର ନଦୀ ବହିବ । ପ୍ରଥମେ ପ୍ରଥମେ ଗଣ୍ଡଗୋଳର ସୂତ୍ରପାତ ବିଲାତରୁ
ବାହାରିବ । ସେହିଠାରେ ହିଁ ଡରର ଆଶଙ୍କା ରହିଛି । କେତେ ବଡ ବଡ ବମ୍ ତିଆରି କରୁଛନ୍ତି । କ’ଣ ସବୁ
ସେଥିରେ ପକାଉଛନ୍ତି, ଯାହା ଏକଦମ୍ ସହରକୁ ସମାପ୍ତ କରିଦେଉଛି । ଏହା ମଧ୍ୟ କହିବାକୁ ହେବ, କିଏ
ସ୍ୱର୍ଗର ରାଜତ୍ତ୍ୱର ସ୍ଥାପନ କରୁଛନ୍ତି । ସ୍ୱର୍ଗୀୟ ଈଶ୍ୱର ପିତା ନିଶ୍ଚୟ ସଙ୍ଗମରେ ଆସୁଛନ୍ତି
। ତୁମେମାନେ ଜାଣିଛ ବର୍ତ୍ତମାନ ହେଉଛି ସଙ୍ଗମଯୁଗ । ତୁମମାନଙ୍କୁ ବାବାଙ୍କ ସ୍ମୃତିରେ ରହିବାର
ମୁଖ୍ୟ କଥା ବୁଝାଯାଉଛି, ଯାହାଦ୍ୱାରା ହିଁ ପାପ କଟିବ । ଭଗବାନ ଯେତେବେଳେ ଆସିଥିଲେ କହିଥିଲେ ଯେ
କେବଳ ମୋତେ ମନେ ପକାଅ ତେବେ ତୁମେ ସତ୍ତ୍ୱପ୍ରଧାନ ହୋଇଯିବ । ମୁକ୍ତିଧାମକୁ ଯିବ । ପୁଣି ପ୍ରଥମରୁ
ଆରମ୍ଭ କରି ଚକ୍ରର ପୁନରାବୃତ୍ତି ହେବ । ଦୈବୀ ଧର୍ମ, ଇସ୍ଲାମୀ ଧର୍ମ, ବୌଦ୍ଧ ଧର୍ମ.... ତୁମ
ବିଦ୍ୟାର୍ଥୀମାନଙ୍କ ବୁଦ୍ଧିରେ ଏହି ସମସ୍ତ ନଲେଜ୍ ବା ଜ୍ଞାନ ରହିବା ଉଚିତ୍ । ଖୁସି ରହୁଛି, ଆମେ
କେତେ ରୋଜଗାର କରୁଛୁ, ଏହି ଅମର କଥା ଅମର ବାବା ତୁମମାନଙ୍କୁ ହିଁ ଶୁଣାଉଛନ୍ତି । ତୁମମାନଙ୍କର
ଅନେକ ନାମ ରଖିଦେଇଛନ୍ତି । ମୁଖ୍ୟ ହେଲା ପ୍ରଥମେ ଦୈବୀ ଧର୍ମ, ପୁଣି ତା’ପରେ ସମସ୍ତଙ୍କର ବୃଦ୍ଧି
ହୋଇ ହୋଇ ବୃକ୍ଷ ବଢ଼ିଚାଲିଛି । ଅନେକ ଧର୍ମ, ଅନେକ ମତ ହୋଇଯାଇଥାଏ । ଏହା ଏକମାତ୍ର ଧର୍ମ ଯାହାକି
ଏକମାତ୍ର ଶ୍ରୀମତ ଦ୍ୱାରା ସ୍ଥାପନ ହେଉଛି । ଦ୍ୱିତୀୟର କଥା ନାହିଁ । ଏହି ରୁହାନୀ ଜ୍ଞାନ,
ରୁହାନୀ ବାବା ବସି ତୁମ ସନ୍ତାନମାନଙ୍କୁ ବୁଝାଉଛନ୍ତି । ତେଣୁ ତୁମ ସନ୍ତାନମାନଙ୍କୁ ଖୁସିରେ
ମଧ୍ୟ ରହିବା ଦରକାର ।
ତୁମେମାନେ ଜାଣୁଛ ବାବା
ଆମକୁ ପଢ଼ାଉଛନ୍ତି, ତୁମେମାନେ ମଧ୍ୟ ଅନୁଭବରୁ କହୁଛ ଯେ ଏହି ଶୁଦ୍ଧ ଅହଂକାର ରହିବା ଉଚିତ୍ -
ଭଗବାନ ଆମକୁ ପଢ଼ାଉଛନ୍ତି, ତେବେ ଆଉ କ’ଣ ଦରକାର! ଯେବେ ଆମେ ବିଶ୍ୱର ମାଲିକ ହେଉଛୁ ତେଣୁ ଖୁସି
କାହିଁକି ରହୁନାହିଁ ଅର୍ଥାତ୍ ନିଶ୍ଚୟରେ କେଉଁଠି ସଂଶୟ ରହୁଛି । ବାବାଙ୍କ ପ୍ରତି ସଂଶୟ ଆଣିବା
ଉଚିତ୍ ନୁହେଁ । ମାୟା ସଂଶୟରେ ପକାଇ ଭୁଲାଇ ଦେଉଛି । ବାବା ବୁଝାଇଛନ୍ତି ମାୟା ଆଖି ଦ୍ୱାରା
ବହୁତ ଧୋକା ଦେଉଛି । ଭଲ ଜିନିଷ ଦେଖିଲେ ଖାଇବା ପାଇଁ ମନ ଚଞ୍ଚଳ ହେଉଛି, ଆଖି ଦ୍ୱାରା ଦେଖିବାରୁ
ମାରିବା ପାଇଁ କ୍ରୋଧ ଆସୁଛି । ନ ଦେଖିଲେ ମାରିବେ କିପରି । ଆଖି ଦ୍ୱାରା ଦେଖିବାରୁ ଲୋଭ, ମୋହ
ମଧ୍ୟ ଆସୁଛି । ମୁଖ୍ୟ ଧୋକା ଆଖି ଦେଉଛି । ଏହା ଉପରେ ପୂରା ନଜର ରଖିବାକୁ ହେବ । ଆତ୍ମାକୁ
ଜ୍ଞାନ ମିଳିଥାଏ, ତେଣୁ ପୁଣି ବିକାର ପଣିଆ ଛାଡି ଯାଇଥାଏ, ଏପରି ନୁହେଁ ଯେ ଆଖିକୁ ବାହାର
କରିଦେବାକୁ ହେବ । ତୁମମାନଙ୍କୁ ତ ବିକାରୀ ଦୃଷ୍ଟିକୁ ନିର୍ବିକାରୀ କରିବାକୁ ହେବ । ଆଚ୍ଛା-
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ
ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ସର୍ବଦା ଏହି
ନିଶା ବା ଖୁସିରେ ରହିବାକୁ ହେବ ଯେ ଆମକୁ ଭଗବାନ ପାଠ ପଢ଼ାଉଛନ୍ତି । କୌଣସି କଥାରେ ସଂଶୟ ବୁଦ୍ଧି
ହେବାର ନାହିଁ । ମନ ଭିତରେ ଶୁଦ୍ଧ ଅହଂକାର ରଖିବାକୁ ହେବ ।
(୨) ସୂକ୍ଷ୍ମବତନ ବିଷୟରେ
ଅଧିକ ଆଗ୍ରହ ରଖିବାର ନାହିଁ । ଆତ୍ମାକୁ ସତ୍ତ୍ୱପ୍ରଧାନ କରିବା ପାଇଁ ପୂରା ପୂରା ପୁରୁଷାର୍ଥ
କରିବାକୁ ହେବ । ପରସ୍ପର ମଧ୍ୟରେ ବିଚାର-ବିମର୍ଶ କରି ସମସ୍ତଙ୍କୁ ବାବାଙ୍କର ପ୍ରକୃତ ପରିଚୟ
ଦେବାକୁ ହେବ ।
ବରଦାନ:-
ସମ୍ମାନର ସହିତ
ଉତ୍ତୀର୍ଣ୍ଣ ହେବା ପାଇଁ ପୁରୁଷାର୍ଥର ଗତିକୁ ତୀବ୍ରବେଗୀ ଏବଂ ବ୍ରେକ୍କୁ ମଜୁବୁତ ରଖୁଥିବା
ଯଥାର୍ଥ ଯୋଗୀ ହୁଅ ।
ବର୍ତ୍ତମାନର ସମୟ
ଅନୁସାରେ ପୁରୁଷାର୍ଥର ଗତି ତୀବ୍ରବେଗୀ ଏବଂ ବ୍ରେକ୍ ମଜବୁତ ରହିବା ଉଚିତ୍, ତେବେ ଯାଇ ଅନ୍ତିମ
ସମୟରେ ସମ୍ମାନର ସହିତ ଉତ୍ତୀର୍ଣ୍ଣ ହୋଇପାରିବ କାହିଁକି ନା ସେହି ସମୟର ପରିସ୍ଥିତି ଗୁଡିକ
ବୁଦ୍ଧିରେ ଅନେକ ପ୍ରକାରର ସଂକଳ୍ପ ଉତ୍ପନ୍ନ କରାଇଦେବ, ତେଣୁ ସେହିଭଳି ସମୟରେ ସବୁ ସଂକଳ୍ପ ଠାରୁ
ଉର୍ଦ୍ଧ୍ୱରେ ରହି ଗୋଟିଏ ହିଁ ସଂକଳ୍ପରେ ସ୍ଥିତ ହେବାର ଅଭ୍ୟାସ ଥିବା ଆବଶ୍ୟକ । ଯେଉଁ ସମୟରେ
ବୁଦ୍ଧି ଅନେକ ପ୍ରକାରର ବିସ୍ତାର ଭିତରେ ଘୁରି ବୁଲୁଥିବ ସେହି ସମୟରେ ତାକୁ ବନ୍ଦ କରିବାର
ଶକ୍ତିଶାଳୀ ଅଭ୍ୟାସ ଦରକାର । ଷ୍ଟପ୍ କରିବା ମାତ୍ରକେ ଷ୍ଟପ୍ ହେଉଥିବ । ଯେତେ ସମୟ ଇଚ୍ଛା ସେତିକି
ସମୟ ପର୍ଯ୍ୟନ୍ତ ବୁଦ୍ଧିକୁ ଗୋଟିଏ ସଂକଳ୍ପରେ ସ୍ଥିତ କରିଦେବା ଏହା ହିଁ ହେଉଛି ଯଥାର୍ଥ ଯୋଗ ।
ସ୍ଲୋଗାନ:-
ତୁମେ ସମସ୍ତେ
ଆଜ୍ଞାଧୀନ ସେବକ ଅଟ, ସେଥିପାଇଁ କେବେ ବି ବେପରୁଆ ହୋଇପାରିବ ନାହିଁ । କାରଣ ସେବକର ଅର୍ଥ ହେଲା
ସର୍ବଦା ସେବାରେ ଉପସ୍ଥିତ ରହିବା ।
ଅବ୍ୟକ୍ତ ଈଶାରା:-
ସଂକଳ୍ପ ଶକ୍ତିକୁ ଜମା କରି ଶ୍ରେଷ୍ଠ ସେବାର ନିମିତ୍ତ ହୁଅ ।
ଯେପରି ଇଞ୍ଜେକ୍ସନ୍
ମାଧ୍ୟମରେ ରକ୍ତରେ ଶକ୍ତି ଭରି ଦିଆଯାଇ ପାରୁଛି, ସେହିପରି ତୁମମାନଙ୍କର ଶ୍ରେଷ୍ଠ ସଂକଳ୍ପ
ଇଞ୍ଜେକ୍ସନ୍ ଭଳି କାମ କରିବ । ତୁମମାନଙ୍କର ସଂକଳ୍ପ ଦ୍ୱାରା ଅନ୍ୟମାନଙ୍କର ସଂକଳ୍ପରେ ଶକ୍ତି
ଆସିଯାଉଥିବ - ବର୍ତ୍ତମାନ ଏହିଭଳି ସେବାର ବହୁତ ଆବଶ୍ୟକତା ରହିଛି । ନିଜର ସୁରକ୍ଷା ପାଇଁ ମଧ୍ୟ
ଶୁଭ ଏବଂ ଶ୍ରେଷ୍ଠ ସଂକଳ୍ପର ଶକ୍ତିକୁ ଏବଂ ନିର୍ଭୟତାର ଶକ୍ତିକୁ ଜମା କର । ତେବେ ଯାଇ ତୁମର
ଅନ୍ତିମ ସମୟ ସୁଖମୟ ହେବ ଏବଂ ତୁମେ ବେହଦ ସେବା କାର୍ଯ୍ୟରେ ସହଯୋଗୀ ହୋଇ ବେହଦ ବିଶ୍ୱର ରାଜ୍ୟ
ଅଧିକାରୀ ହୋଇପାରିବ ।