11.07.26 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ତୁମକୁ
ନିଜ ବିଷୟରେ ଚିନ୍ତା କରିବାର ଅଛି, ଅନ୍ୟର ନୁହେଁ କାହିଁକି ନା ଡ୍ରାମା ଅନୁସାରେ ଯିଏ କରିବ ସିଏ
ପାଇବ ।”
ପ୍ରଶ୍ନ:-
ତ୍ରିକାଳଦର୍ଶୀ
ହେବା ଦ୍ୱାରା ଆତ୍ମାକୁ କେଉଁ ସ୍ମୃତି ଆସିଛି?
ଉତ୍ତର:-
ଆତ୍ମାକୁ ସ୍ମୃତି ଆସିଲା - ବାସ୍ତବରେ ମୁଁ ମୂଳବତନର ନିବାସୀ ଏହି ଡ୍ରାମାରେ ପାର୍ଟ କରିବା ପାଇଁ
ଆସିଛି, ମୁଁ ମୁଖ୍ୟ ଆକ୍ଟର ହୋଇ ୮୪ ଜନ୍ମର ଅଭିନୟ କରିଲି । ବର୍ତ୍ତମାନ ବାବାଙ୍କ ସମ୍ମୁଖରେ ଅଛି,
ପୁଣି ତାଙ୍କ ସାଥିରେ ଘରକୁ ଯିବି । ମୋତେ ପବିତ୍ର ହୋଇ ଘରକୁ ଯିବାକୁ ହେବ, ପୁଣି ସୁଖଧାମକୁ
ଆସିବାକୁ ହେବ । ଏହି ସମସ୍ତ ଖେଳ ଭାରତ ଉପରେ ହିଁ ତିଆରି ହୋଇଛି । ତ୍ରିକାଳଦର୍ଶୀ ହେବା ଦ୍ୱାରା
ଆତ୍ମାକୁ ଏହି ସବୁ ସ୍ମୃତି ଆସିଯାଇଛି ।
ଗୀତ:-
ମରନା ତେରୀ ଗଲୀ
ମେଁ....
ଓମ୍ ଶାନ୍ତି ।
ଏହି ଗୀତ କିଏ ଗାଇଲେ? ପିଲାମାନେ । ପିଲାମାନେ କ’ଣ କହୁଛନ୍ତି! ବାବା ଏବେ ତ କେବଳ ଆପଣଙ୍କର
ଗଳାର ହାର ହିଁ ହେବାର ଅଛି । ଏହି ଶରୀର ତ ଏହିଠାରେ ହିଁ ଛାଡି ଦେବାକୁ ଅଛି । ପିଲାମାନେ
ଜାଣିଛନ୍ତି ଶାନ୍ତିଧାମ ବା ନିର୍ବାଣଧାମରେ ବାବା ଏବଂ ଆମେ ଆତ୍ମାରୂପୀ ସନ୍ତାନମାନେ ରହିଥାଉ, ଏବେ
ବାବା ବାରମ୍ବାର କହୁଛନ୍ତି ନିଜକୁ ଆତ୍ମା ନିଶ୍ଚୟ କର । ତୁମେ ଜାଣିଛ ଆମେ ଆତ୍ମାମାନେ ବାବାଙ୍କ
ସାଥୀରେ ନିର୍ବାଣଧାମର ନିବାସୀ ଥିଲୁ, ପୁଣି ଏହି ଶରୀର ଧାରଣ କରି ୮୪ ଜନ୍ମର ଚକ୍ର ଲଗାଇଛୁ ।
ପିଲାମାନେ ଜାଣିଛନ୍ତି ବାସ୍ତବରେ ଆମେ ନିର୍ବାଣଧାମର ନିବାସୀ ଅଟୁ । ଏବେ ପୁନର୍ବାର ବାବା
ଆସିଛନ୍ତି । ତୁମେମାନେ ଏଠାରେ ବସିଛ, ଦେଖୁଛ ବାବା ସମ୍ମୁଖରେ ବସିଛନ୍ତି । ଏଠାରେ ହେଲା ଲୌକିକ
ଶରୀରର ସମ୍ବନ୍ଧ । ଆମେ ସବୁ ବାସ୍ତବରେ ଆତ୍ମା ଥିଲୁ ପୁଣି ଲୌକିକ ସମ୍ବନ୍ଧରେ ଆସି ସୁଖ ଏବଂ
ଦୁଃଖର ଜୀବନ ବିତାଇଲୁ । ଏବେ ତୁମେ ଆତ୍ମାମାନେ ତ୍ରିକାଳଦର୍ଶୀ ହୋଇଛ । ବାବା ମଧ୍ୟ ତିନି କାଳ,
ତିନି ଲୋକର ଜ୍ଞାତା ଅଟନ୍ତି । ତୁମେମାନେ ମଧ୍ୟ ପୁରୁଷାର୍ଥର କ୍ରମ ଅନୁସାରେ ଜାଣିଛ । ପାଠପଢାର
ସ୍ମୃତି ତ ରହିବା ଉଚିତ୍ ନା । ଏବେ ତୁମର ସ୍ମୃତି ଆସିଛି । ବାବା ବୁଝାଇଛନ୍ତି - ତୁମେମାନେ
ମୂଳବତନର ନିବାସୀ ଅଟ, ବର୍ତ୍ତମାନ ତୁମେ ବାପଦାଦାଙ୍କ ଦ୍ୱାରା ତ୍ରିକାଳଦର୍ଶୀ ହୋଇଛ । ତୁମେ
ଜାଣିଛ ଏହି ଡ୍ରାମାରେ ଆମେମାନେ ମୁଖ୍ୟ ଅଭିନେତା ଅଟୁ । ସାରା ଡ୍ରାମାର ଜ୍ଞାନ ବର୍ତ୍ତମାନ ତୁମ
ବୁଦ୍ଧିରେ ଅଛି । ଏବେ ଆମର ମନେ ପଡୁଛି ଯେ - ଆମେ ଅଧାକଳ୍ପ ସୁଖଧାମରେ ହିଁ ରହିଥାଉ । ସେଠାରେ
ରାବଣ ନ ଥାଏ । ଆମେମାନେ ପୁରା ୮୪ ଜନ୍ମର ହିଁ ଚକ୍ର ଲଗାଉଛୁ । ଏବେ ବାବା ସମ୍ମୁଖରେ ବସିଛନ୍ତି
। ଆପଣଙ୍କ ଶ୍ରୀମତରେ ଚାଲି ଆମେ ଆପଣଙ୍କ ସାଥୀରେ ଯିବୁ । ଯେତେ ହୋଇପାରିବ ଆପଣଙ୍କୁ ମନେ ପକାଇବୁ
। ତୁମ ସନ୍ତାନମାନଙ୍କର ସାରାଦିନ ଏହି ଚିନ୍ତନ ହିଁ ରହିବା ଉଚିତ୍, ଯେତେବେଳେ କି ତୁମେମାନେ
ତ୍ରିକାଳଦର୍ଶୀ ହୋଇଛ । ଉଚ୍ଚରୁ ଉଚ୍ଚ ହେଲେ ଭଗବାନ । ତାଙ୍କ ସାଥୀରେ ତୁମେମାନେ ମଧ୍ୟ ଉଚ୍ଚରୁ
ଉଚ୍ଚରେ ରହିଲାବାଲା ଅଟ । ଏବେ ତୁମ ସନ୍ତାନମାନଙ୍କୁ ଘରର ସ୍ମୃତି ଆସିଛି । ଆମେ ପବିତ୍ର ହୋଇ
ନିଜର ପରମଧାମ ଘରକୁ ଯିବୁ । ଶିବବାବାଙ୍କର ପୂଜା ହେଉଛି ଏବଂ ଶାଳଗ୍ରାମମାନଙ୍କର ମଧ୍ୟ ପୂଜା
ହେଉଛି । ବାବା ହିଁ ଆସି ଆତ୍ମାମାନଙ୍କୁ ପାବନ କରୁଛନ୍ତି । ଏକମାତ୍ର ବାବା ଆତ୍ମାମାନଙ୍କୁ
ପବିତ୍ର କରିଥା’ନ୍ତି, ଆଉ କେହି କରି ପାରିବେ ନାହିଁ ।
ଏବେ ତୁମେ ସାରା ଡ୍ରାମାର ଖେଳକୁ ଜାଣିଯାଇଛ । ତୁମେମାନେ ବୁଝିଛ ଭାରତ ଉପରେ ହିଁ ଖେଳ ତିଆରି
ହୋଇଛି । ତେବେ ଏବେ ତୁମ ସନ୍ତାନମାନଙ୍କୁ ବାବା ସମ୍ମୁଖରେ ବସି ବୁଝାଉଛନ୍ତି । ପ୍ରତ୍ୟେକ
ଜୀବାତ୍ମା ଜାଣିଛନ୍ତି ବାବା ଜ୍ଞାନର ସାଗର ଅଟନ୍ତି । ତାଙ୍କୁ ଭକ୍ତିମାର୍ଗରେ ଡାକି ଆସିଛନ୍ତି
ଏବଂ ପ୍ରତିଜ୍ଞା କରି ଆସିଛନ୍ତି । ବାବା ଆପଣ ଯେବେ ଆସିବେ ତେବେ ନିଶ୍ଚୟ ଆମେ ଆପଣଙ୍କ ମତରେ ହିଁ
ଚାଲିବୁ । ଏହା କୌଣସି ଲୌକିକ ସମ୍ବନ୍ଧର କଥା ନୁହେଁ । ତୁମକୁ ଦେହୀ-ଅଭିମାନୀ ହୋଇ ଏହା ବୁଦ୍ଧିରେ
ରଖିବାକୁ ହେବ ଯେ ମୋତେ କେବଳ ବେହଦର ପିତାଙ୍କର ଶ୍ରୀମତରେ ଚାଲିବାକୁ ହେବ । ତାଙ୍କ କଥା ହିଁ
ମାନିବାର ଅଛି । ସିଏ ତ ବହୁତ ସହଜ ଭାବରେ ବୁଝାଉଛନ୍ତି । ଏବେ ତୁମର ଜ୍ଞାନର ତୃତୀୟ ନେତ୍ର
ଖୋଲିଯାଇଛି । ଏହି ଜ୍ଞାନ ତୁମର ଏହିଠାରେ ଅଛି । ମୂଳବତନରେ ବାବା ଏବଂ ପିଲାମାନେ ରହିଥାନ୍ତି ।
ସେଠାରେ ଏସବୁ କଥା କାହାକୁ ଜଣା ନ ଥାଏ । ଏବେ ତୁମ ସନ୍ତାନମାନଙ୍କୁ ବାବା ନିଜ ବିଷୟରେ ସମସ୍ତ
ଜ୍ଞାନ ଦେଉଛନ୍ତି । ସିଏ ହିଁ ଜ୍ଞାନର ସାଗର ଅଟନ୍ତି ଏବଂ ଅନ୍ୟ କୌଣସି ସତସଙ୍ଗରେ ଏଭଳି କେହି
କହିବେ ନାହିଁ ଯେ ବାବା ଆମ ଆତ୍ମାମାନଙ୍କୁ ପଢାଉଛନ୍ତି । ଏକଥା ତୁମେ ଜାଣିଛ । ବାରମ୍ବାର ତୁମକୁ
କହିବାକୁ ପଡୁଛି, ଦେହୀ ଅଭିମାନୀ ହୁଅ । ଆତ୍ମା ଏହି ଡ୍ରାମାରେ ଅଭିନେତା ଅଟେ, ତେଣୁ ଅଭିନୟ
କରୁଛି । ମୁଁ ଆତ୍ମା ହିଁ ଶରୀର ରୂପୀ ବସ୍ତ୍ରକୁ ଧାରଣ କରିଛି । ସେହି ଅଭିନେତା ମାନେ କେବଳ
ବସ୍ତ୍ର ପରିବର୍ତ୍ତନ କରିଥାନ୍ତି । ତୁମେ ଆତ୍ମାମାନେ ନିରାକାରୀ ଦୁନିଆରୁ ଏଠାକୁ ଆସି ଏହି ଶରୀର
ରୂପୀ ବସ୍ତ୍ରକୁ ଏହିଠାରେ ହିଁ ଧାରଣ କରୁଛ । ଦୁନିଆର ସେହି ଅଭିନେତାମାନେ କେବଳ ନିଜର ବସ୍ତ୍ରକୁ
ପରିବର୍ତ୍ତନ କରି ଅଭିନୟ କରିଥାନ୍ତି । ଆମ ଆତ୍ମାମାନଙ୍କୁ ବାବା ପୁନର୍ବାର ଆସି ରାଜଯୋଗ
ଶିଖାଉଛନ୍ତି ।
ଏବେ ତୁମେ ପିଲାମାନେ ଜାଣୁଛ - ବାବା ଆସିଯାଇଛନ୍ତି, ତେଣୁ ନିଶ୍ଚିତ ଆମେ ବାବାଙ୍କର ସହଯୋଗୀ ହେବୁ
। ନିଜେ ପବିତ୍ର ହୋଇ ଭାରତକୁ ପବିତ୍ର କରିବୁ । ଆମକୁ ଶ୍ରୀମତରେ ହିଁ ଚାଲିବାର ଅଛି । ଶ୍ରୀମତ
କହୁଛି - ବାବାଙ୍କୁ ମନେ ପକାଇବାକୁ ହେବ । ଯିଏ କରିବ ସିଏ ପାଇବ । ସମସ୍ତେ ତ ଆସି ପୁରୁଷାର୍ଥ
କରିବେ ନାହିଁ । ଯେଉଁମାନେ କଳ୍ପ ପୂର୍ବରୁ ପୁରୁଷାର୍ଥ କରିଥିଲେ, ସେହିମାନେ ହିଁ କରିବେ । ଏବେ
ଆମକୁ ଫେରିବାକୁ ହେବ, ସେଥିପାଇଁ ପୁରୁଷାର୍ଥ କରି ନିଶ୍ଚିତ ପବିତ୍ର ହେବାକୁ ପଡିବ । ଆମେ ଉପରେ
ମୂଳବତନର ନିବାସୀ ଅଟୁ । ପ୍ରଥମେ-ପ୍ରଥମେ ଆମେ ହିଁ ସ୍ୱର୍ଗକୁ ଆସିଥିଲେ ପୁଣି ସିଢିରେ ତଳକୁ ତଳକୁ
ଖସି ଆସିଛୁ । ବାବା ମଧ୍ୟ ଭାରତବାସୀମାନଙ୍କୁ ବୁଝାଉଛନ୍ତି । ବାବା ଭାରତକୁ ହିଁ ଆସୁଛନ୍ତି ।
ଅଧିକ ଭାରତରେ ହିଁ ଡାକୁଛନ୍ତି ଯେ ଏଠାକୁ ଆସି ଆମକୁ ପବିତ୍ର କର । ଶରୀର ଧାରଣ କରି ଆମକୁ
ଶ୍ରେଷ୍ଠ କର୍ମ ଶିଖାଅ । ଶରୀରର ନାମର ମଧ୍ୟ ଗାୟନ ହେଉଛି । ଇଏ ଭାଗ୍ୟଶାଳୀ ରଥ ଅଟନ୍ତି । ବାବା
ମଧ୍ୟ କହୁଛନ୍ତି ମୁଁ ସାଧାରଣ ଶରୀରରେ ପ୍ରବେଶ କରୁଛି । ପୂର୍ବରୁ ମଧ୍ୟ କହିଥିଲି - ଏବେ ତୁମ
ପିଲାମାନଙ୍କର ସ୍ମୃତି ଆସିଛି ନିଶ୍ଚିତ ଭାବରେ ୫ ହଜାର ବର୍ଷ ପୂର୍ବରୁ ମଧ୍ୟ ବାବା ଏହି କଥା
କହିଥିଲେ, ଆଉ କେହି ବି ଏକଥା କହିପାରିବେ ନାହିଁ । ବାବା ହିଁ କହୁଛନ୍ତି ୫ ହଜାର ବର୍ଷ ପୂର୍ବରୁ
ମଧ୍ୟ ମୁଁ ଏହି ଶରୀରରେ ଆସି ତୁମକୁ ବୁଝାଇଥିଲି । ଏବେ ପୁଣି ତୁମ ସନ୍ତାନମାନଙ୍କୁ କହୁଛି -
ଆତ୍ମ-ଅଭିମାନୀ ହୁଅ । ଯେମିତି ନାଟକର କଳାକାର ମାନଙ୍କର ମନେ ରହିଥାଏ - ମୁଁ କେଉଁ ବସ୍ତ୍ରକୁ
ଧାରଣ କରି, କି କି ଅଭିନୟ କରୁଛି । କିନ୍ତୁ ସେମାନେ ତ ଦେହ-ଅଭିମାନୀ ଅଟନ୍ତି । ଏସବୁ ହେଲା
ବେହଦର କଥା । ଆମକୁ ଦେହୀ-ଅଭିମାନୀ ହେବାର ଅଛି । ଆମେ ବାସ୍ତବରେ ଆତ୍ମା ହିଁ ଅଟୁ । ଏବେ ଆମର
ଅଭିନୟ ଶେଷ ହେବାକୁ ଯାଉଛି । ବାବା ସମ୍ମୁଖରେ ବସି ସବୁ କିଛି ତୁମମାନଙ୍କୁ ବୁଝାଉଛନ୍ତି,
ଏହିକଥାକୁ ଭୁଲି ଯାଅ ନାହିଁ । ମାୟା କେତେ ବିଘ୍ନ ପକାଉଛି । ବାବା ବୁଝାଉଛନ୍ତି ପିଲାମାନେ ତୁମକୁ
କୌଣସି ବି ବିକର୍ମ କରିବାର ନାହିଁ । ମନ ଭିତରେ ବହୁତ ତୋଫାନ ତ ଆସିବ । ନିଜର ପରୀକ୍ଷା ନେବାକୁ
ହେବ । ମୋର କର୍ମେନ୍ଦ୍ରିୟ ଗୁଡିକ ଚଳାୟମାନ ହେଉନାହାଁନ୍ତି ତ? ମୁଁ କାମ ବିକାରକୁ ଜିତିପାରିବି?
ତୁମପାଇଁ ତ ବହୁତ ସହଜ ଅଟେ । ଆମେ ସମସ୍ତେ ଆତ୍ମା ଅଟୁ, ଗୋଟିଏ ପିତାଙ୍କର ସନ୍ତାନ । ବାବାଙ୍କ
ସହିତ ହିଁ ଯୋଗ ଲଗାଇବାକୁ ହେବ । କର୍ମେନ୍ଦ୍ରିୟ ଗୁଡିକ ଚଳାୟମାନ ହେବା - ଏହା ମଧ୍ୟ
ଦେହ-ଅଭିମାନ ହେଲା ନା ।
ତୁମକୁ କାହାକୁ ବି ଡରିବାର ନାହିଁ । ନିର୍ଭୟ ହେବାର ଅଛି । ଯଦି କେବେ ବି କେଉଁଠାକୁ ଯାଉଛ ତେବେ
ସାକ୍ଷୀ ହୋଇ ଦେଖିବାର ଅଛି । ମୁଁ ତ ଆତ୍ମା ଅଟେ । ଏହି ଖେଳକୁ ତୁମେ ପୁରା ଜାଣିଯାଇଛ । ଉଚ୍ଚରୁ
ଉଚ୍ଚ ବାବା ଅଟନ୍ତି, ଏହି କଥା ବୁଦ୍ଧିରେ ଆସିଯାଇଛି, ତାଙ୍କୁ ବିନ୍ଦୁ କୁହାଯାଉଛି । ନିରାକାରୀ
ଦୁନିଆରେ ଆତ୍ମାମାନଙ୍କର ବୃକ୍ଷ ରହିଛି । ବୀଜରୁ ବୃକ୍ଷ ବାହାରିଥାଏ ପୁଣି କ୍ରମଅନୁସାରେ ପତ୍ର
ସବୁ ଆସିଥାଏ, ଏହି ସୃଷ୍ଟିରୂପୀ ବୃକ୍ଷ ମଧ୍ୟ ସେହିପରି । ଉପରୁ (ପରମଧାମରୁ) କ୍ରମ ଅନୁସାରେ
ଆତ୍ମାମାନେ ଆସିଥାନ୍ତି । ଆତ୍ମା କିପରି ପ୍ରବେଶ କରେ, କିପରି ବାହାରିଯାଏ, ଏହାକୁ କେହି
ଦେଖିପାରିବେ ନାହିଁ । ଏବେ ବାବା ବୁଝାଉଛନ୍ତି ତୁମର ଆତ୍ମା ପତିତ ହୋଇଯାଇଛି, ତାକୁ ପବିତ୍ର କର
। ଏହାଙ୍କ (ବ୍ରହ୍ମାଙ୍କ) ଦ୍ୱାରା ବାବା ଆସି ବୁଝାଉଛନ୍ତି । ବାବା ତ କର୍ମେନ୍ଦ୍ରିୟ ଦ୍ୱାରା କଥା
କହୁଛନ୍ତି ନା । ଆତ୍ମା ବିନ୍ଦୁ ଯଦି ଏହି ଶରୀରରେ ନ ଥାନ୍ତା ତେବେ ଏହି କର୍ମେନ୍ଦ୍ରିୟଗୁଡିକ
କିଛି କରିପାରି ନ ଥାନ୍ତେ । ଏତେ ଛୋଟ ବିନ୍ଦୁ କେତେ ଶକ୍ତିଶାଳୀ ଅଟେ, ତା’ ଭିତରେ ସାରା ଜ୍ଞାନ
ରହିଛି । ବାବା ଜ୍ଞାନର ସାଗର ଅଟନ୍ତି ଯିଏକି ତୁମକୁ ବସି ବୁଝାଉଛନ୍ତି । ତାଙ୍କ ଭିତରେ ସାରା
ଜ୍ଞାନ ରହିଛି । ତାଙ୍କର ଏହି ପାର୍ଟ ମଧ୍ୟ ଡ୍ରାମାରେ ନିଧାର୍ଯ୍ୟ ଅଛି । ତୁମ ଆତ୍ମାରେ ମଧ୍ୟ ୮୪
ଜନ୍ମର ପାର୍ଟ ରହିଛି । ତୁମେ ଦୁଃଖ ସୁଖର ପାର୍ଟ କରୁଛ । ଦୁଃଖରେ ବହୁତ କଷ୍ଟ ଭୋଗ କରୁଛ । ବାବା
କହୁଛନ୍ତି ମୁଁ ତ ପୁନର୍ଜନ୍ମରେ ଆସୁନାହିଁ, ତୁମେ ୮୪ ଜନ୍ମ ନେଉଛ । ମୁଁ ତ ନେଉନାହିଁ । ମୁଁ ଆସି
ତୁମ ସନ୍ତାନମାନଙ୍କୁ ସହଜ ଉପାୟ ବତାଉଛି ଯେ ମୋତେ ମନେ ପକାଅ ତେବେ ପବିତ୍ର ହୋଇଯିବ । ଅଧାକଳ୍ପ
ତୁମେ କାମ ଅଗ୍ନିରେ ବସି ତମୋପ୍ରଧାନ(ପତିତ) ହୋଇଯାଇଛ । ଆତ୍ମାମାନଙ୍କ ସାଥିରେ ହିଁ ବାବା
କଥାବାର୍ତ୍ତା କରୁଛନ୍ତି । ଆତ୍ମାର କର୍ମେନ୍ଦ୍ରିୟଗୁଡିକ ପ୍ରଥମେ ଛୋଟ ହୋଇଥାନ୍ତି ପରେ ବଡ
ହୋଇଥାଆନ୍ତି । ଆତ୍ମା ତ ଛୋଟ ବଡ ହୋଇ ନ ଥାଏ । ଆତ୍ମା ହିଁ କହିଥାଏ ହେ ପତିତ ପାବନ ଆସ । ଆତ୍ମା
ନିଜର ପିତାଙ୍କୁ ଡାକୁଛି । ବାବା କହୁଛନ୍ତି - ମୁଁ କଳ୍ପ କଳ୍ପ ଆସୁଛି, ତୁମ ପତିତମାନଙ୍କୁ
ପବିତ୍ର କରିବା ପାଇଁ । ଏବେ ତୁମେ ଜାଣିଛ ଆତ୍ମା କିପରି ଯିବା ଆସିବା କରୁଛି । ମନୁଷ୍ୟ ଆତ୍ମାକୁ
ଦେଖିବା ପାଇଁ ବହୁତ ଚେଷ୍ଟା କରୁଛନ୍ତି ଯେ ଦେଖିବା ଆତ୍ମା କିପରି ବାହାରିଯାଉଛି, କିନ୍ତୁ କାହାକୁ
ଜଣାପଡୁ ନାହିଁ କାରଣ ଏହା ଅତି ସୂକ୍ଷ୍ମ ଅଟେ । ଏତେ ଛୋଟିଆ ଆତ୍ମାରେ କେତେ ପାର୍ଟ ଭରା ହୋଇ
ରହିଛି । ଯେପରି ମଞ୍ଜି ଭିତରେ ବୃକ୍ଷର ସାରା ଜ୍ଞାନ ରହିଥାଏ । ସେହି ମଞ୍ଜି ତ ଜଡ ଅଟେ । ବରଗଛର
ମଞ୍ଜି କେତେ ଛୋଟ, ସେଥିରୁ କେତେ ବଡ ଏବଂ ଲମ୍ବା ବୃକ୍ଷ ସୃଷ୍ଟି ହେଉଛି । କଲିକତାରେ ଥିବା
ବରଗଛକୁ ଅନେକ ପିଲା ଦେଖିଥିବେ । ବହୁତ ବଡ ବୃକ୍ଷ । ତା’ର ମୂଳ ସମ୍ପୂର୍ଣ୍ଣ ଭାବେ ସଢିଯାଇଛି ।
ବାକି ବୃକ୍ଷଟି ଓହଳ ଦ୍ୱାରା ଛିଡା ହୋଇଛି । ଏହି ସୃଷ୍ଟି ରୂପୀ ବୃକ୍ଷ ମଧ୍ୟ ସେହିପରି । ଦେବତା
ଧର୍ମ ରୂପୀ ମୂଳଦୁଆ ନାହିଁ । ବୃକ୍ଷର ମଧ୍ୟ ବର୍ତ୍ତମାନ ଜୀର୍ଣ୍ଣଶୀର୍ଣ୍ଣ ଅବସ୍ଥା ହୋଇଗଲାଣି ।
ଏକଥା ମଧ୍ୟ ତୁମେମାନେ ଜାଣିଛ ସେଥିପାଇଁ ତ ସରକାରଙ୍କୁ କହୁଛ ଯେ ଆମେ ଏତିକି ସମୟ ମଧ୍ୟରେ
ଦୁନିଆକୁ ପବିତ୍ର କରି ଦେଖାଇବୁ । ମନୁଷ୍ୟମାନେ ଏହିସବୁ କଥାକୁ ବୁଝି ପାରୁନାହାଁନ୍ତି । ତୁମର ତ
ନିଶ୍ଚୟ ରହିଛି ଯେ ଆମେ ଏହି ଭାରତକୁ ନିଶ୍ଚିତ ଶ୍ରେଷ୍ଠାଚାରୀ କରିବୁ, ତେବେ ତ ଯାଇ ଭ୍ରଷ୍ଟାଚାରୀ
ଦୁନିଆର ବିନାଶ ହେବ । ଏମାନେ ଯେଉଁ କଥା ଭାବୁଛନ୍ତି ଯେ ଦୁନିଆରେ ଶାନ୍ତି ହୋଇଯାଉ କାରଣ ଆତ୍ମା
ପାର୍ଟ କରି-କରି ଥକିଗଲାଣି ସେଥିପାଇଁ ଡାକୁଛି - ହେ ଶାନ୍ତିଦାତା । ଏମାନେ କ’ଣ ଜାଣିଛନ୍ତି ଯେ
ଆତ୍ମା ଶାନ୍ତ ସ୍ୱରୂପ ଅଟେ । କିନ୍ତୁ ଏଠାରେ ଆତ୍ମାକୁ କର୍ମେନ୍ଦ୍ରିୟ ଦ୍ୱାରା କର୍ମ ତ ନିଶ୍ଚିତ
କରିବାକୁ ହିଁ ପଡିବ । ଶାନ୍ତି ଦିଅ ବୋଲି କହୁଛନ୍ତି । ଏକଥା କାହାକୁ ବି ଜଣା ନାହିଁ ଯେ
ଶାନ୍ତିଧାମ ଅଲଗା ଏବଂ ସୁଖଧାମ ଅଲଗା । ସୁଖଧାମରେ ବହୁତ କମ୍ ମନୁଷ୍ୟ ଥାଆନ୍ତି । ତାହା ପବିତ୍ର
ଦୁନିଆ ହିଁ ଅଟେ । ସେଠାରେ ତ କେହି ଶାନ୍ତି ମାଗି ନ ଥାନ୍ତି । କର୍ମ ତ ସେଠାରେ ମଧ୍ୟ କରିଥାନ୍ତି
କିନ୍ତୁ ସେଠାରେ ଅଶାନ୍ତି ନ ଥାଏ । ଜୀବନମୁକ୍ତିଧାମ ଏବଂ ଶାନ୍ତିଧାମ ଦୁଇଟିଯାକ ଅଲଗା ଅଲଗା
ଅଟନ୍ତି । ସତ୍ୟଯୁଗରେ ଜୀବାତ୍ମାମାନଙ୍କୁ ସୁଖ ବି ମିଳିଥାଏ ତ ଶାନ୍ତି ବି ମିଳିଥାଏ । ସଦା
ସୁସ୍ଥ ସଦା ସମ୍ପତ୍ତିବାନ ହୋଇ ଥାଆନ୍ତି ।
ଏବେ ତୁମେ ଜାଣିଛ ସ୍ୱର୍ଗ କାହାକୁ କୁହାଯାଏ । ଦୁନିଆରେ ଏକଥା ମଧ୍ୟ କାହାକୁ ଜଣାନାହିଁ ଯେ
ସ୍ୱର୍ଗ କ’ଣ । ଏହି (ଲକ୍ଷ୍ମୀ-ନାରାୟଣ) ସନ୍ତାନ ଅଟନ୍ତି ନା । ଏହି ସନ୍ତାନମାନଙ୍କୁ ମଧ୍ୟ ସୁଖ
କିଏ ଦେଲେ? କେହି ତ ସୁଖଦାତା ଅଛନ୍ତି ନା । କ’ଣ ଏମାନଙ୍କର ରାଜ୍ୟ ପୁଣି ଆସିବ? ସ୍ୱର୍ଗର
ନିଶ୍ଚିତ ପୁଣି ପୁନରାବୃତ୍ତି ହେବ । ଯେତେବେଳେ ଆମେ ସ୍ୱର୍ଗରେ ଥିବା ସେତେବେଳେ ଏକଥା କହିବା
ନାହିଁ ଯେ ନର୍କର ପୁଣି ପୁନରାବୃତ୍ତି ହେବ । ଏବେ କହୁଛ ପବିତ୍ରତା ସୁଖ-ଶାନ୍ତିର ନୂଆ ଦୁନିଆ
ପୁନର୍ବାର ଆସିବ । ଏହା ତ ପୁରୁଣା ଦୁଃଖଧାମ ଅଟେ, ଏହାକୁ ଲୌହଯୁଗ ବୋଲି କୁହାଯାଉଛି । ନୂଆ
ଦୁନିଆ ବି ତ ଥିଲା ନା! ତାକୁ ସ୍ୱର୍ଗ କୁହାଯାଉଥିଲା । ଏହି ଜ୍ଞାନ ତୁମ ବୁଦ୍ଧିରେ ରହିଛି ।
ନିଶ୍ଚିତ ଭାବରେ ଆମେ ପୁନର୍ବାର ଦେବୀ-ଦେବତା ହେଉଛୁ । ତୁମର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ହିଁ ଏହା
ଅଟେ । ଆମେ ପୁଣି ଥରେ ସ୍ୱର୍ଗର ରାଜତ୍ୱ ନେଉଛୁ । ବେହଦର ବାବାଙ୍କଠାରୁ ଆମେ ନିଶ୍ଚିତ ସମ୍ପତ୍ତି
ପାଇବୁ । ଏହି କଥାକୁ ଭଲ ଭାବରେ ମନେ ପକାଇବାକୁ ହେବ । ଆମେ ଆତ୍ମାମାନେ ସେହିଠାରେ ରହିଥାଉ ପୁଣି
ଆମେ ଏଠାକୁ ପାର୍ଟ କରିବା ପାଇଁ ଆସିଛୁ । ଏବେ ଆମକୁ ସ୍ମୃତି ଆସିଛି - ଆମେ କିପରି ୮୪ ଜନ୍ମ
ନେଉଛୁ । ବାବା ମଧ୍ୟ ତୁମେ ବ୍ରହ୍ମା ମୁଖ ବଂଶାବଳୀ ବ୍ରାହ୍ମଣମାନଙ୍କୁ ବୁଝାଉଛନ୍ତି । ବ୍ରାହ୍ମଣ
ହେବା ବିନା, ପ୍ରଜାପିତା ବ୍ରହ୍ମାଙ୍କର ସନ୍ତାନ ହେବା ବିନା ଶିବବାବାଙ୍କଠାରୁ ସମ୍ପତ୍ତି କିପରି
ନେଇ ପାରିବ । ପ୍ରଜାପିତା ବ୍ରହ୍ମା ତ ବିଖ୍ୟାତ ଅଟନ୍ତି ନା । ବ୍ରହ୍ମାଙ୍କ ଦ୍ୱାରା ନୂଆ ଦୁନିଆର
ସ୍ଥାପନା କରୁଛନ୍ତି । ତେଣୁ ନୂଆ ଦୁନିଆର ରାଜ୍ୟ ମଧ୍ୟ ନିଶ୍ଚିତ ସେମାନଙ୍କୁ ମିଳିଥିବ । ୫ ହଜାର
ବର୍ଷ ପୂର୍ବରୁ ମଧ୍ୟ ବ୍ରହ୍ମାଙ୍କ ଦ୍ୱାରା ବିଷ୍ଣୁପୁରୀର ସ୍ଥାପନା କରିଥିଲି । ଏବେ ପୁଣି
ପୁନରାବୃତ୍ତି ହେବ । ସେଥିପାଇଁ ତୁମେ ପ୍ରସ୍ତୁତି କରୁଛ । କେତେକ ପିଲା ପଚାରୁଛନ୍ତି - ଡ୍ରାମାକୁ
ବଡ ମନେ କରିବା ନା ପୁରୁଷାର୍ଥକୁ ବଡ ମନେକରିବା? ବୁଝାଯାଉଛି ପୁରୁଷାର୍ଥ ତ ନିଶ୍ଚିତ କରିବାକୁ
ହିଁ ହେବ । ପୁରୁଷାର୍ଥ ବିନା ପ୍ରାରବ୍ଧ କିପରି ମିଳିବ । ପୁରା ପୁରୁଷାର୍ଥ କରିବାକୁ ହେବ । କେହି
ଯଦି ଭଲ ଭାବରେ ପୁରୁଷାର୍ଥ କରିଥାନ୍ତି, ତେବେ ବୁଝିବାକୁ ହୋଇଥାଏ ଯେ ଡ୍ରାମା ଅନୁସାରେ ୟାଙ୍କର
ଭଲ ପୁରୁଷାର୍ଥ ଚାଲୁଛି । ପଦ ମଧ୍ୟ ଭଲ ପାଇବେ । ତାଙ୍କର ପୁରୁଷାର୍ଥ ବହୁତ ତୀବ୍ର ଗତିରେ ଚାଲିଛି
। ଚାଲୁ-ଚାଲୁ ପୁଣି କାହାର କମ୍ ପଦ ମଧ୍ୟ ହୋଇଯାଉଛି । ବ୍ରାହ୍ମଣୀମାନେ ଜାଣିଛନ୍ତି ଏବଂ
ବ୍ରାହ୍ମଣୀମାନଙ୍କ ପାଖକୁ ଆସିଲାବାଲା ମଧ୍ୟ ଜାଣିଛନ୍ତି । ଅମୁକ ବହୁତ ଭଲ ଭାବରେ ପୁରୁଷାର୍ଥ
କରୁଥିଲା, ଆଜିକାଲି ଆସୁନାହିଁ । କହୁଛନ୍ତି କିଏ ଜାଣେ ମୋ ବୁଦ୍ଧିରେ କାହିଁକି ଧାରଣା ହେଉନାହିଁ
। ବାବାଙ୍କୁ ମୁଁ ସ୍ମରଣ ହିଁ କରିପାରୁନାହିଁ । ବାସ୍, ମୁଁ ଚାଲିପାରିବି ନାହିଁ । ଲକ୍ଷ୍ୟ
ବହୁତ ଉଚ୍ଚ । ଏହିଭଳି ଭାବରେ ଲେଖି ଦେଉଛନ୍ତି । ମୂଳକଥା ହିଁ ହେଲା ନିର୍ବିକାରୀ ହେବା ।
ବିକାରଗୁଡିକୁ ଛାଡିବା ବଡ ମୁସ୍କିଲ୍, ତୁମେ ଜାଣିଛ ଡ୍ରାମା ଅନୁସାରେ କଳ୍ପ ପୂର୍ବଭଳି ୟାଙ୍କର
ଏହିଭଳି ଅବସ୍ଥା ଚାଲି ଆସିଛି । ଆଚ୍ଛା—
ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ
ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ଏହି ବେହଦର
ଖେଳକୁ ସାକ୍ଷୀ ହୋଇ ଦେଖିବାର ଅଛି । କାହାକୁ ବି ଡରିବାର ନାହିଁ । ନିର୍ଭୟ ହେବା ପାଇଁ “ମୁଁ
ଆତ୍ମା ଅଟେ” - ଏହି ପାଠକୁ ପକ୍କା କରିବାର ଅଛି ।
(୨) ନିଜର ଯାଞ୍ଚ କରି
ନିଜର ପରୀକ୍ଷା ନେବାକୁ ହେବ ଯେ କୌଣସି ବି କର୍ମେନ୍ଦ୍ରିୟ ଚଞ୍ଚଳ ହେଉନାହିଁ ତ? କାମ ବିକାର ଉପରେ
ବିଜୟ ପ୍ରାପ୍ତ କରିଛି? ଦେହୀ-ଅଭିମାନୀ କେତେ ପର୍ଯ୍ୟନ୍ତ ହେଲିଣି?
ବରଦାନ:-
ଏକମାତ୍ର
ବାବାଙ୍କର ସ୍ମୃତି ଦ୍ୱାରା ସଚ୍ଚା ସୁହାଗ ଅର୍ଥାତ୍ ସଧବା ପଣିଆର ଅନୁଭବ କରୁଥିବା ଭାଗ୍ୟବାନ
ଆତ୍ମା ଭବ ।
ଯେଉଁମାନେ କୌଣସି ବି
ଆତ୍ମାର କଥା ଶୁଣୁଥିଲେ ମଧ୍ୟ ଶୁଣନ୍ତି ନାହିଁ, ଅନ୍ୟ କୌଣସି ଆତ୍ମାର ସ୍ମୃତି ସଂକଳ୍ପ ବା
ସ୍ୱପ୍ନରେ ମଧ୍ୟ ଆଣନ୍ତି ନାହିଁ ଅର୍ଥାତ୍ କୌଣସି ବି ଦେହଧାରୀ ପ୍ରତି ଆକର୍ଷିତ ହୁଅନ୍ତି ନାହିଁ,
ଏକମାତ୍ର ବାବା ଦ୍ୱିତୀୟ କେହି ନୁହେଁ - ଏହି ସ୍ମୃତିରେ ରହିଥାଆନ୍ତି, ସେମାନଙ୍କ ମସ୍ତକରେ
ଅବିନାଶୀ ସୁହାଗର ତିଳକ ଲାଗିଯାଇଥାଏ । ଏହିଭଳି ସଚ୍ଚା ସୁହାଗିନୀ ଆତ୍ମାମାନେ ହିଁ ଭାଗ୍ୟବାନ
ଅଟନ୍ତି ।
ସ୍ଲୋଗାନ:-
ଯଦି ନିଜର
ଶ୍ରେଷ୍ଠ ସ୍ଥିତି ନିର୍ମାଣ କରିବାକୁ ଚାହୁଁଛ, ତେବେ ପ୍ରଥମେ ଅନ୍ତର୍ମୁଖୀ ହୁଅ ତା’ପରେ
ବାହ୍ୟମୁଖତାରେ ଆସ ।
ଅବ୍ୟକ୍ତ ଈଶାରା -
ଜ୍ୱାଳା ସ୍ୱରୂପ ସ୍ଥିତିରେ ରହି ଶକ୍ତିଶାଳୀ ଯୋଗର ଅନୁଭବ କର ।
ଯେପରି କୌଣସି ଜିନିଷକୁ
ଯଦି ନିଆଁରେ ପକାଇଦେବ ତେବେ ତା’ର ନାମ, ରୂପ, ଗୁଣ ଇତ୍ୟାଦି ସବୁ ବଦଳିଯିବ, ସେହିପରି ଯେତେବେଳେ
ତୁମେମାନେ ବାବାଙ୍କୁ ମନେ ପକାଇବାର ଲଗନର ଅଗ୍ନିରେ ପଡିଯାଉଛ ସେତେବେଳେ ପରିବର୍ତ୍ତନ ହୋଇଯାଉଛ ।
ମନୁଷ୍ୟରୁ ବ୍ରାହ୍ମଣ ହୋଇଯାଉଛ, ତା’ପରେ ବ୍ରାହ୍ମଣରୁ ଫରିସ୍ତା ତଥା ଦେବତା ହୋଇଯାଉଛ । ଲଗନର
ଅଗ୍ନି ଦ୍ୱାରା ଏଭଳି ପରିବର୍ତ୍ତନ ହୋଇଥାଏ ଯାହାକି ତିଳେ ମାତ୍ର ବି ମୋ’ର ପଣିଆ ରହି ନ ଥାଏ ।
ସେଥିପାଇଁ ହିଁ ଯୋଗକୁ ଜ୍ୱାଳାରୂପ କୁହାଯାଉଛି ।