11.08.25          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ତୁମମାନଙ୍କୁ ପାଠପଢି କର୍ମାତୀତ ଅବସ୍ଥାକୁ ପ୍ରାପ୍ତ କରିବାକୁ ହେବ, ତତ୍‌ସହିତ ଅନ୍ୟମାନଙ୍କୁ ପତିତରୁ ପାବନ ହେବାର ରାସ୍ତା ମଧ୍ୟ ବତାଇବାକୁ ହେବ, ଆତ୍ମିକ ସେବା କରିବାକୁ ହେବ । ’’

ପ୍ରଶ୍ନ:-
କେଉଁ ମନ୍ତ୍ରକୁ ମନେ ରଖିଲେ ପାପ କର୍ମରୁ ରକ୍ଷା ପାଇଯିବ?

ଉତ୍ତର:-
ବାବା ମନ୍ତ୍ର ଦେଇଛନ୍ତି ଯେ - ଖରାପ କଥା ଶୁଣ ନାହିଁ, ଖରାପ କଥା ଦେଖ ନାହିଁ... ଏହି ମନ୍ତ୍ରକୁ ସର୍ବଦା ମନେ ରଖ । ତୁମକୁ ନିଜର କର୍ମେନ୍ଦ୍ରିୟ ଦ୍ୱାରା କୌଣସି ପାପ କର୍ମ କରିବା ଅନୁଚିତ୍ । କଳିଯୁଗରେ ସମସ୍ତଙ୍କ ଦ୍ୱାରା ପାପ କର୍ମ ହିଁ ହୋଇଥାଏ ସେଥିପାଇଁ ବାବା ଏହି ଯୁକ୍ତି ଶିଖାଉଛନ୍ତି ଯେ, ପବିତ୍ରତାର ଗୁଣକୁ ଧାରଣ କର - ଏହା ହିଁ ହେଉଛି ନମ୍ବରୱାନ ଗୁଣ ।

ଓମ୍ ଶାନ୍ତି ।
ପିଲାମାନେ, କାହା ସମ୍ମୁଖରେ ବସିଛ । ବୁଦ୍ଧିରେ ନିଶ୍ଚିତ ଆସୁଥିବ ଯେ ଆମେ ପତିତ-ପାବନ ସମସ୍ତଙ୍କର ସଦ୍‌ଗତିଦାତା, ନିଜର ଅବିନାଶୀ ପିତାଙ୍କ ସମ୍ମୁଖରେ ବସିଛୁ । ଯଦିଓ ବ୍ରହ୍ମାଙ୍କ ଶରୀରରେ ଅଛନ୍ତି ତଥାପି ଶିବବାବାଙ୍କୁ ମନେପକାଇବାକୁ ହେବ । କୌଣସି ମନୁଷ୍ୟ ସମସ୍ତଙ୍କର ସଦ୍‌ଗତି କରିପାରିବ ନାହିଁ । ମନୁଷ୍ୟକୁ ପତିତପାବନ କୁହାଯାଏ ନାହିଁ । ପିଲାମାନଙ୍କୁ ନିଜକୁ ଆତ୍ମା ଭାବିବାକୁ ପଡିବ । ସେ ହେଉଛନ୍ତି ଆମ ସମସ୍ତ ଆତ୍ମାମାନଙ୍କର ପିତା । ସେହି ପିତା ଆମକୁ ସ୍ୱର୍ଗର ମାଲିକ କରୁଛନ୍ତି । ଏହା ପିଲାମାନଙ୍କର ଜାଣିବା ଦରକାର ଏବଂ ଖୁସୀ ବି ହେବା ଦରକାର । ଏହା ବି ପିଲାମାନେ ଜାଣୁଛନ୍ତି ଯେ ଆମେ ନର୍କବାସୀରୁ ସ୍ୱର୍ଗବାସୀ ହେଉଛୁ । ଆମକୁ ବହୁତ ସହଜ ରାସ୍ତା ମିଳୁଛି । କେବଳ ବାବାଙ୍କୁ ମନେ ପକାଇ ନିଜ ମଧ୍ୟରେ ଦୈବୀଗୁଣ ଧାରଣ କରିବାକୁ ହେବ । ନିଜର ଯାଞ୍ଚ ରଖିବାକୁ ହେବ । ନାରଦଙ୍କ ଉଦାହରଣ ମଧ୍ୟ ରହିଛି । ଏହି ସବୁ ଦୃଷ୍ଟାନ୍ତ ଜ୍ଞାନର ସାଗର ବାବା ହିଁ ଦେଇଛନ୍ତି । ଯାହା ବି ସନ୍ନ୍ୟାସୀ ଆଦିଙ୍କର ଉଦାହରଣ ଦେଇଥାନ୍ତି, ତାହା ସବୁ ବାବାଙ୍କ ଦ୍ୱାରା ଦିଆଯାଇଛି । ଭକ୍ତି ମାର୍ଗରେ କେବଳ ଗାୟନ କରିଥାନ୍ତି । କଇଁଛର, ସର୍ପର, ଭ୍ରମରୀର ଉଦାହରଣ ଦେଇଥା’ନ୍ତି । ପରନ୍ତୁ ନିଜେ ସେଭଳି କିଛି ବି କରିପାରନ୍ତି ନାହିଁ । ବାବା ଦେଇଥିବା ଉଦାହରଣ ପରେ ପୁଣି ଭକ୍ତିମାର୍ଗରେ ତା’ର ପୁନରାବୃତ୍ତି କରିଥା’ନ୍ତି । ଭକ୍ତିମାର୍ଗ ହେଉଛି ହିଁ ଅତୀତର କଥା । ଏହି ସମୟରେ ଯାହା ବାସ୍ତବରେ ଘଟୁଛି ତାହାର ପୁଣି ଗାୟନ ହେଉଛି । ଯଦିଓ ଦେବତାମାନଙ୍କର ଜନ୍ମ ଦିନ ଅଥବା ଭଗବାନଙ୍କର ଜନ୍ମ ଦିନ ପାଳନ କରୁଛନ୍ତି ପରନ୍ତୁ କିଛି ବି ଜାଣନ୍ତି ନାହିଁ । ଏବେ ତୁମେ ବୁଝିବାକୁ ଲାଗୁଛ । ବାବାଙ୍କଠାରୁ ଶିକ୍ଷା ନେଇ ପତିତରୁ ପବିତ୍ର ବି ହେଉଛ ଏବଂ ପତିତଙ୍କୁ ପବିତ୍ର ହେବାର ରାସ୍ତା ମଧ୍ୟ ବତାଉଛ । ଏହା ହେଲା ତୁମର ମୁଖ୍ୟ ଆତ୍ମିକ ସେବା । ପ୍ରଥମେ-ପ୍ରଥମେ କାହାକୁ ବି ଆତ୍ମାର ଜ୍ଞାନ ଦେବାକୁ ହେବ । କୁହ ତୁମେ ହେଉଛ ଆତ୍ମା । ଆତ୍ମାକୁ ଯଥାର୍ଥ ଭାବେ କେହି ଜାଣିନାହାଁନ୍ତି । ଆତ୍ମା ତ ଅବିନାଶୀ । ଯେତେବେଳେ ସମୟ ହୋଇଥାଏ ଆତ୍ମା ଶରୀରରେ ଆସି ପ୍ରବେଶ କରିଥାଏ । ତେଣୁ ନିଜକୁ ବାରମ୍ବାର ଆତ୍ମା ଭାବିବା ଦରକାର । ଆମ ଆତ୍ମାମାନଙ୍କର ପିତା ହେଉଛନ୍ତି ପରମପିତା ପରମାତ୍ମା ଅଟନ୍ତି । ସେ ମଧ୍ୟ ହେଉଛନ୍ତି ପରମ ଶିକ୍ଷକ । ଏହା ବି ସବୁବେଳେ ପିଲାମାନଙ୍କର ମନେ ରହିବା ଦରକାର । ଏହା ଭୁଲିବା ଉଚିତ୍ ନୁହେଁ । ତୁମେ ଜାଣୁଛ ଯେ ଏବେ ଘରକୁ ଫେରିବାକୁ ହେବ । ବିନାଶ ସମ୍ମୁଖରେ ଛିଡା ହୋଇଛି । ସତ୍ୟଯୁଗରେ ଦୈବୀ ପରିବାର ବହୁତ ଛୋଟ ହୋଇଥାଏ । କଳିଯୁଗରେ ତ ଅନେକ ମନୁଷ୍ୟ ଅଛନ୍ତି । ଅନେକ ଧର୍ମ, ଅନେକ ମତ ରହିଛି । ସତ୍ୟଯୁଗରେ ଏସବୁ କିଛି ବି ରହିବ ନାହିଁ । ପିଲାମାନଙ୍କୁ ସାରାଦିନ ବୁଦ୍ଧିରେ ଏହି କଥା ଚିନ୍ତନରେ ଆଣିବା ଦରକାର । ଏହା ପାଠପଢା ଅଟେ ନା । ଲୌକିକ ପାଠପଢାରେ ତ କେତେ ପୁସ୍ତକ ଆଦି ରହିଥାଏ । ପ୍ରତି କ୍ଲାସ୍‌ରେ ନୂଆ-ନୂଆ ବହି କିଣିବାକୁ ପଡିଥାଏ । ଏଠାରେ ତ କୌଣସି ବି ବହି କିମ୍ବା ଶାସ୍ତ୍ର ଆଦିର କଥା ନାହିଁ । ଏଥିରେ ତ ଗୋଟିଏ କଥା, ଗୋଟିଏ ପାଠପଢା ହେଉଛି । ଏଠାରେ ଯେତେବେଳେ ବ୍ରିଟିଶ ସରକାର ଥିଲା, ରାଜାମାନଙ୍କର ରାଜ୍ୟ ଥିଲା, ତେବେ ଷ୍ଟାମ୍ପ୍‌ରେ ମଧ୍ୟ ରାଜାରାଣୀଙ୍କ ବ୍ୟତୀତ ଆଉ କାହାର ଫଟୋ ରଖୁ ନ ଥିଲେ । ଆଜିକାଲି ତ ଦେଖ ଭକ୍ତ ଆଦି ଯିଏ ବି ଆସି ଯାଇଛନ୍ତି ସେମାନଙ୍କର ବି ଷ୍ଟାମ୍ପ ତିଆରି କରିଦେଉଛନ୍ତି । ଏହି ଲକ୍ଷ୍ମୀ-ନାରାୟଣଙ୍କର ରାଜ୍ୟ ହେଲେ ଚିତ୍ର ବି କେବଳ ଏକ ହିଁ ମହାରାଜା-ମହାରାଣୀଙ୍କର ରହିବ । ଏପରି ନୁହେଁ ଯେ ଅତୀତରେ ଯେଉଁ ଦେବତାମାନେ ଥିଲେ ସେମାନଙ୍କର ଚିତ୍ର ଲୋପ ପାଇଯାଇଛି । ତା’ ନୁହେଁ, ପୁରୁଣାରୁ ପୁରୁଣା ଦେବତାମାନଙ୍କର ଚିତ୍ର ବହୁତ ଆନ୍ତରୀକତାର ସହିତ ନେଇଥାନ୍ତି କାହିଁକି ନା ଶିବବାବାଙ୍କ ପରେ ଦେବତାମାନେ ରହିଛନ୍ତି । ଏହି ସବୁ କଥା ତୁମେ ପିଲାମାନେ ଅନ୍ୟମାନଙ୍କୁ ରାସ୍ତା ଦେଖାଇବା ପାଇଁ ଧାରଣ କରୁଛ । ଏହା ହେଲା ବିଲ୍‌କୁଲ୍ ନୂଆ ପାଠ । ତୁମେମାନେ ହିଁ ଏକଥା ଶୁଣିଥିଲ ଏବଂ ପଦ ପାଇଥିଲ, ଏ କଥା ଆଉ କେହି ଜାଣି ନାହାଁନ୍ତି । ତୁମକୁ ରାଜଯୋଗ ପରମପିତା ପରମାତ୍ମା ଶିଖାଉଛନ୍ତି । ମହାଭାରତ ଲଢେଇ ମଧ୍ୟ ପ୍ରସିଦ୍ଧ ରହିଛି । କ’ଣ ହେବ ତାହା ତ ଆଗକୁ ଗଲେ ଦେଖିବ । କିଏ କ’ଣ କହୁଛନ୍ତି, କିଏ ଆଉ କ’ଣ କହୁଛନ୍ତି । ଦିନ-ପ୍ରତିଦିନ ମନୁଷ୍ୟଙ୍କୁ ଅନୁଭବ ହେବାକୁ ଲାଗିବ । କହୁଛନ୍ତି ମଧ୍ୟ ବିଶ୍ୱଯୁଦ୍ଧ ଲାଗିଯିବ । ତାହା ପୂର୍ବରୁ ତୁମମାନଙ୍କୁ ନିଜେ ପାଠପଢି କର୍ମାତୀତ ଅବସ୍ଥାକୁ ପ୍ରାପ୍ତ କରିବାକୁ ହିଁ ହେବ । ବାକି ଅସୁର ଏବଂ ଦେବତାମାନଙ୍କ ମଧ୍ୟରେ କୌଣସି ଲଢେଇ ଆଦି ହୋଇ ନ ଥାଏ । ଏହି ସମୟରେ ତୁମେ ବ୍ରାହ୍ମଣ ସମ୍ପ୍ରଦାୟ ହୋଇଛ ଯେଉଁମାନେ ପୁଣି ଯାଇ ଦୈବୀ ସମ୍ପ୍ରଦାୟର ହେବ ଏଣୁ ଏହି ଜନ୍ମରେ ଦିବ୍ୟଗୁଣ ଧାରଣ କରୁଛ । ନମ୍ବରୱାନ୍ ଦିବ୍ୟଗୁଣ ହେଲା ପବିତ୍ରତା । ତୁମେ ଏହି ଶରୀର ଦ୍ୱାରା କେତେ ପାପ କରିଆସିଛ । ଆତ୍ମାକୁ ହିଁ କୁହାଯାଇଛି ହେ ପାପ ଆତ୍ମା, ଆତ୍ମା ଏହି କର୍ମେନ୍ଦ୍ରିୟ ଦ୍ୱାରା କେତେ ପାପ କରିଚାଲିଛି । ଏବେ ଖରାପ କଥା ଶୁଣ ନାହିଁ... କାହାକୁ କୁହାଯାଉଛି? ଆତ୍ମାକୁ । ଆତ୍ମା ହିଁ କାନ ଦ୍ୱାରା ଶୁଣୁଛି । ବାବା ହିଁ ତୁମ ପିଲାମାନଙ୍କୁ ମନେ ପକାଇ ଦେଉଛନ୍ତି ଯେ ତୁମେ ଆଦି ସନାତନ ଦେବୀ-ଦେବତା ଧର୍ମର ଥିଲ, ପୁରା ଚକ୍ର ଲଗାଇ ଆସିଛ ଏବେ ପୁଣି ତୁମକୁ ସେହିପରି ହେବାକୁ ପଡିବ । ଏହି ମଧୂର ସ୍ମୃତି ଆସିବା ଦ୍ୱାରା ପବିତ୍ର ହେବା ପାଇଁ ସାହାସ ଆସିଥାଏ । ତୁମର ବୁଦ୍ଧିରେ ଅଛି ଯେ ଆମେ କିପରି ୮୪ ଜନ୍ମର ଅଭିନୟ କଲୁ । ପ୍ରଥମେ-ପ୍ରଥମେ ଆମେ ଏହିଭଳି ଥିଲୁ । ଏହା କାହାଣୀ ଅଟେ ନା । ବୁଦ୍ଧିରେ ଆସିବା ଦରକାର ୫ ହଜାର ବର୍ଷ ପୂର୍ବେ ଆମେ ସେହି ଦେବତା ଥିଲୁ । ଆମେ ଆତ୍ମା ହେଉଛୁ ମୂଳବତନବାସୀ । ପୂର୍ବେ ଟିକିଏ ହେଲେ ବି ଏହି ଖିଆଲ ନ ଥିଲା ଯେ - ପରମଧାମ ହେଉଛି ଆମ ଆତ୍ମାମାନଙ୍କର ଘର ଅଟେ । ସେଠାରୁ ଆମେ ଆସୁଛୁ ଅଭିନୟ କରିବାପାଇଁ । ସୂର୍ଯ୍ୟବଂଶୀ-ଚନ୍ଦ୍ରବଂଶୀ... ହେଲୁ । ଏବେ ତୁମେ ବ୍ରହ୍ମାଙ୍କର ସନ୍ତାନ ବ୍ରାହ୍ମଣବଂଶୀ ହୋଇଛ । ତୁମେ ଈଶ୍ୱରୀୟ ସନ୍ତାନ ହୋଇଛ । ଈଶ୍ୱର ବସି ତୁମକୁ ଶିକ୍ଷା ଦେଉଛନ୍ତି । ଇଏ ହେଉଛି ପରମପିତା, ପରମଶିକ୍ଷକ, ପରମ ସତଗୁରୁ ମଧ୍ୟ । ଆମେ ତାଙ୍କ ମତରେ ସମସ୍ତ ମନୁଷ୍ୟଙ୍କୁ ଶ୍ରେଷ୍ଠ କରୁଛୁ । ମୁକ୍ତି-ଜୀବନମୁକ୍ତି ଉଭୟ ଶ୍ରେଷ୍ଠ । ଆମେ ନିଜ ଘରକୁ ଯିବୁ ପୁଣି ପବିତ୍ର ଆତ୍ମାମାନେ ଆସି ସତ୍ୟଯୁଗରେ ରାଜତ୍ୱ କରିବେ । ଏହା ଚକ୍ର ଅଟେ ନା । ଏହାକୁ ସ୍ୱଦର୍ଶନ ଚକ୍ର କୁହାଯାଏ । ଏହା ଜ୍ଞାନର କଥା ଅଟେ । ବାବା କହୁଛନ୍ତି ଯେ ତୁମର ଏହି ସ୍ୱଦର୍ଶନ ଚକ୍ର ଅଟକିବା ଉଚିତ୍ ନୁହେଁ । ଏହିପରି ସ୍ୱଦର୍ଶନ ଚକ୍ର ଘୂରିଲେ ବିକର୍ମ ବିନାଶ ହୋଇଯିବ । ତୁମେ ଏହି ରାବଣ ଉପରେ ବିଜୟ ପ୍ରାପ୍ତ କରିନେବ । ପାପ କଟିଯିବ । ଏବେ ସ୍ମୃତି ଆସିଛି, ବାବାଙ୍କୁ ସ୍ମରଣ କରିବା ପାଇଁ । ଏଭଳି ନୁହେଁ ଯେ, ମାଳା ବସି ସ୍ମରଣ କରିବାକୁ ହେବ । ଆତ୍ମା ଭିତରେ ଜ୍ଞାନ ରହିଛି ଯାହା ତୁମେ ପିଲାମାନଙ୍କୁ ଅନ୍ୟ ଭାଇ ଭଉଣୀମାନଙ୍କୁ ବୁଝାଇବାକୁ ହେବ । ପିଲାମାନେ ବି ସହଯୋଗୀ ତ ହେବେ ନା । ତୁମମାନଙ୍କୁ ହିଁ ସ୍ୱଦର୍ଶନ ଚକ୍ରଧାରୀ କରୁଛି । ଏହି ଜ୍ଞାନ ମୋ ଭିତରେ ଅଛି ଏଣୁ ମୋତେ ଜ୍ଞାନର ସାଗର ମନୁଷ୍ୟ ସୃଷ୍ଟିର ବୀଜରୂପ କୁହାଯାଏ । ତାଙ୍କୁ ବାଗବାନ (ବଗିଚାର ମାଲିକ) କୁହାଯାଏ । ଦେବୀ-ଦେବତା ଧର୍ମର ବୀଜ ଶିବବାବା ହିଁ ଲଗାଇଛନ୍ତି । ଏବେ ତୁମେ ଦେବୀ-ଦେବତା ହେଉଛ । ଏହା ସାରାଦିନ ସ୍ମରଣ କଲେ ମଧ୍ୟ ତୁମର ବହୁତ କଲ୍ୟାଣ ହେବ । ଦୈବୀଗୁଣ ବି ଧାରଣ କରିବାକୁ ହେବ । ପବିତ୍ର ମଧ୍ୟ ହେବାକୁ ପଡିବ । ସ୍ତ୍ରୀ-ପୁରୁଷ ଉଭୟ ଏକାଠି ରହି ପବିତ୍ର ହେଉଛ । ଏଭଳି ଅନ୍ୟ କୌଣସି ଧର୍ମ ତ ନାହିଁ । କେବଳ ପୁରୁଷମାନେ ନିବୃତ୍ତିମାର୍ଗୀ ହୋଇଥା’ନ୍ତି । କହିଥା’ନ୍ତି ନା - ସ୍ତ୍ରୀ-ପୁରୁଷ ଉଭୟ ଏକାଠି ରହି ପବିତ୍ର ରହିପାରିବେ ନାହିଁ, ଏହା ମୁସ୍କିଲ୍ ଅଟେ । ସତ୍ୟଯୁଗରେ ପବିତ୍ର ଥିଲେ ନା । ଲକ୍ଷ୍ମୀ-ନାରାୟଣଙ୍କର ମହିମା ମଧ୍ୟ ଗାୟନ କରିଥା’ନ୍ତି ।

ଏବେ ତୁମେ ଜାଣୁଛ ବାବା ଆମକୁ ଶୂଦ୍ରରୁ ବ୍ରାହ୍ମଣ କରି ପୁଣି ଦେବତା କରୁଛନ୍ତି । ଆମେ ହିଁ ପୂଜ୍ୟରୁ ପୂଜାରୀ ହେବୁ । ପୁଣି ଯେତେବେଳେ ବାମମାର୍ଗକୁ ଯିବୁ ସେତେବେଳେ ଶିବଙ୍କର ମନ୍ଦିର ତିଆରି କରି ପୂଜା କରିବୁ । ତୁମ ପିଲାମାନଙ୍କର ୮୪ ଜନ୍ମର ଜ୍ଞାନ ରହିଛି । ବାବା ହିଁ କହୁଛନ୍ତି ଯେ ତୁମେ ନିଜର ଜନ୍ମ ଗୁଡିକ ବିଷୟରେ ଜାଣିନାହଁ, ମୁଁ ଶୁଣାଉଛି । ଏଭଳି ଆଉ କୌଣସି ମନୁଷ୍ୟ କହିପାରିବେ ନାହିଁ । ତୁମକୁ ଏବେ ବାବା ସ୍ୱଦର୍ଶନ ଚକ୍ରଧାରୀ କରୁଛନ୍ତି । ତୁମେ ଆତ୍ମା ପବିତ୍ର ହେଉଛ । ଶରୀର ତ ଏଠାରେ ପବିତ୍ର ହୋଇପାରିବ ନାହିଁ । ଆତ୍ମା ପବିତ୍ର ହୋଇଗଲା ପରେ ପୁଣି ଅପବିତ୍ର ଶରୀରକୁ ଛାଡିବାକୁ ପଡିଥାଏ । ସବୁ ଆତ୍ମାମାନଙ୍କୁ ପବିତ୍ର ହୋଇ ଘରକୁ ଯିବାକୁ ହେବ । ପବିତ୍ର ଦୁନିଆ ଏବେ ସ୍ଥାପନ ହେଉଛି । ବାକି ସମସ୍ତେ ସ୍ୱୀଟହୋମ୍ (ଶାନ୍ତିଧାମ)କୁ ଚାଲିଯିବେ । ଏକଥା ମନେ ରଖିବା ଦରକାର ।

ବାବାଙ୍କୁ ମନେ ପକାଇବା ସହିତ ଘରକୁ ବି ମନେ ପକେଇବା ଉଚିତ୍ କାହିଁକିନା ଏବେ ଘରକୁ ଫେରିଯିବାକୁ ହେବ । ଘରେ ହିଁ ବାବାଙ୍କୁ ମନେ ପକାଇବାକୁ ହେବ । ଯଦିଓ ତୁମେ ଜାଣୁଛ ଯେ ବାବା ଏହି ଶରୀରରେ ଆସି ଆମକୁ ଶୁଣାଉଛନ୍ତି ପରନ୍ତୁ ବୁଦ୍ଧି ପରମଧାମ ଶାନ୍ତିଧାମରୁ ବିଚ୍ଛିନ୍ନ ହେବା ଉଚିତ୍ ନୁହେଁ । ଟିଚର ଘର ଛାଡି ଆସିଥା’ନ୍ତି, ତୁମକୁ ପଢାଇବା ପାଇଁ । ପାଠପଢାଇ ପୁଣି ବହୁତ ଦୂରକୁ ଚାଲିଯାଉଛନ୍ତି । ଗୋଟିଏ ସେକେଣ୍ଡରେ କେଉଁଠାକୁ ମଧ୍ୟ ଯାଇପାରିବେ । ଆତ୍ମା କେତେ ଛୋଟ ବିନ୍ଦୁ ଅଟେ । ଆଶ୍ଚର୍ଯ୍ୟ ହେବା ଦରକାର । ବାବା ଆତ୍ମାର ଜ୍ଞାନ ମଧ୍ୟ ଦେଇଛନ୍ତି । ଏହା ବି ତୁମେ ଜାଣିଛ ସ୍ୱର୍ଗରେ କୌଣସି ଖରାପ ବସ୍ତୁ ନ ଥାଏ, ଯାହାଦ୍ୱାରା ହାତ, ପାଦ ଅଥବା କପଡା ଆଦି ମଇଳା ହେବ । ଦେବତାମାନଙ୍କର ବେଶଭୂଷା କେତେ ସୁନ୍ଦର ହୋଇଥାଏ । କେତେ ସୁନ୍ଦର ବସ୍ତ୍ର ହେବ । ଧୋଇବାକୁ ବି ପଡିବ ନାହିଁ । ଏମାନଙ୍କୁ ଦେଖିକରି କେତେ ଖୁସୀ ହେବା ଦରକାର । ଆତ୍ମା ଜାଣିଛି ଯେ ଭବିଷ୍ୟତ ୨୧ ଜନ୍ମ ମୁଁ ଏହିଭଳି ହେବି । ଲକ୍ଷ୍ମୀ-ନାରାୟଣଙ୍କ ଚିତ୍ର ବାରମ୍ବାର ଦେଖିବା ଦରକାର । ଏହି ଚିତ୍ର ସମସ୍ତଙ୍କ ପାଖରେ ରହିବା ଉଚିତ୍ । ଏଥିରେ ବହୁତ ଖୁସୀ ହେବା ଦରକାର - ଆମକୁ ବାବା ଏହିଭଳି ତିଆରି କରୁଛନ୍ତି । ଏଭଳି ବାବାଙ୍କର ଆମେ ସନ୍ତାନ ପୁଣି କାନ୍ଦୁଛୁ କାହିଁକି! ଆମର କୌଣସି ଚିନ୍ତା ରହିବା ଉଚିତ୍ କି । ଦେବତାମାନଙ୍କର ମନ୍ଦିରକୁ ଯାଇ ମହିମା ଗାୟନ କରିଥାନ୍ତି - ସର୍ବଗୁଣ ସମ୍ପନ୍ନ... ଅଚ୍ୟୁତମ୍ କେଶବମ୍‌... କେତେ ନାମ କହିଚାଲିଥାନ୍ତି । ଏସବୁ ଶାସ୍ତ୍ରରେ ଲେଖା ହୋଇଛି ଯାହାକୁ ମନେ ପକାଇଥାନ୍ତି । ଶାସ୍ତ୍ରରେ କିଏ ଲେଖିଛନ୍ତି? ବ୍ୟାସ ଲେଖିଛନ୍ତି ବା କେହି ନୂଆ-ନୂଆ ବି ତିଆରି କରୁଛନ୍ତି । ଆଗରୁ ହସ୍ତଲିଖିତ ଗ୍ରନ୍ଥ ବହୁତ ଛୋଟ ଥିଲା । ଏବେ ତ କେତେ ବଡ କରିଦେଇଛନ୍ତି । ନିଶ୍ଚିତ ରୂପେ ନୂଆ କିଛି ଲେଖା ଯାଇଥିବ । ବାସ୍ତବରେ ଏବେ ଗୁରୁ ନାନକ ତ ଆସିଛନ୍ତି ଧର୍ମସ୍ଥାପନ କରିବା ପାଇଁ । ଜ୍ଞାନଦାତା ତ ଜଣେ ହିଁ ଅଟନ୍ତି । ଯୀଶୁଖ୍ରୀଷ୍ଟ ବି ଆସିଥାନ୍ତି କେବଳ ଧର୍ମ ସ୍ଥାପନ କରିବା ପାଇଁ । ଯେତେବେଳେ ଉପରୁ ସବୁ ଆସି ଯାଇଥା’ନ୍ତି ପୁଣି ତ’ ଫେରିବେ । ଘରକୁ କିଏ ପଠେଇବେ? କ’ଣ କ୍ରାଇଷ୍ଟ ପଠାଇବେ? ନା । ସେ ତ ଭିନ୍ନ ନାମ ରୂପରେ ତମୋପ୍ରଧାନ ଅବସ୍ଥାରେ ଅଛନ୍ତି । ସତ୍ତ୍ୱ, ରଜୋ, ତମୋରେ ଆସୁଛନ୍ତି ନା । ଏହି ସମୟରେ ସମସ୍ତେ ତମୋପ୍ରଧାନ ହୋଇଯାଇଛନ୍ତି । ସଭିଙ୍କର ଜରାଜୀର୍ଣ୍ଣ ଅବସ୍ଥା ଆସିଯାଇଛି ନା । ପୁର୍ନଜନ୍ମ ନେଇ ନେଇ ଏହି ସମୟରେ ସବୁ ଧର୍ମବଲମ୍ବୀମାନେ ଆସି ତମୋପ୍ରଧାନ ହୋଇଯାଇଛନ୍ତି । ଏବେ ସମସ୍ତଙ୍କୁ ପୁଣି ଘରକୁ ନିଶ୍ଚିତ ଯିବାର ଅଛି । ପୁଣି ଚକ୍ରକୁ ଘୂରିବା ଦରକାର । ପ୍ରଥମେ ନୂଆ ଧର୍ମ ହେବା ଦରକାର ଯାହା ସତ୍ୟଯୁଗରେ ଥିଲା । ବାବା ହିଁ ଆସି ଆଦି ସନାତନ ଦେବୀ-ଦେବତା ଧର୍ମର ସ୍ଥାପନା କରିଥା’ନ୍ତି । ପୁଣି ବିନାଶ ମଧ୍ୟ ହେବ । ସ୍ଥାପନା, ବିନାଶ, ପୁଣି ପାଳନା । ସତ୍ୟଯୁଗରେ ଗୋଟିଏ ହିଁ ଧର୍ମ ରହିବ । ଏହା ସ୍ମୃତିରେ ଆସୁଛି ନା! ସାରା ଚକ୍ର ସ୍ମୃତିରେ ଆସିବା ଦରକାର । ଏବେ ଆମେ ୮୪ ଜନ୍ମର ଚକ୍ରକୁ ପୂର୍ଣ୍ଣ କରି ଘରକୁ ଯିବୁ । ତୁମେ କହିବା, ଚାଲିବା ସହିତ ସ୍ୱଦର୍ଶନ ଚକ୍ରଧାରୀ ହେଉଛ । ସେମାନେ ପୁଣି କହୁଛନ୍ତି କୃଷ୍ଣଙ୍କର ସ୍ୱଦର୍ଶନ ଚକ୍ର ଥିଲା, ତା’ଦ୍ୱାରା ସମସ୍ତଙ୍କୁ ମାରିଲେ । ଅକାସୁର ବକାସୁର ଆଦିଙ୍କର ଚିତ୍ର ଦେଖାଇଛନ୍ତି । ପରନ୍ତୁ ଏପରି କୌଣସି କଥା ହିଁ ନାହିଁ ।

ତୁମ ପିଲାମାନଙ୍କୁ ଏବେ ସ୍ୱଦର୍ଶନ ଚକ୍ରଧାରୀ ହୋଇ ରହିବାକୁ ହେବ, କାହିଁକି ନା ସ୍ୱଦର୍ଶନ ଚକ୍ର ଦ୍ୱାରା ତୁମର ପାପ କଟିଥାଏ । ଆସୁରୀ ପଣିଆର ବିନାଶ ହେଉଛି । ଦେବତା ଏବଂ ଅସୁରମାନଙ୍କର ଲଢେଇ ତ ହୋଇପାରିବ ନାହିଁ । ଅସୁର କଳିଯୁଗରେ, ଦେବତାମାନେ ସତ୍ୟଯୁଗରେ, ମଝିରେ ହେଉଛି ସଂଗମଯୁଗ । ଶାସ୍ତ୍ର ହିଁ ହେଉଛି ଭକ୍ତିମାର୍ଗର । ଜ୍ଞାନର ଚିହ୍ନବର୍ଣ୍ଣ ନାହିଁ । ସମସ୍ତଙ୍କ ପାଇଁ ଜ୍ଞାନର ସାଗର ଏକ ବାବା ହିଁ ଅଛନ୍ତି । ବାବାଙ୍କ ବ୍ୟତୀତ କୌଣସି ବି ଆତ୍ମା ପବିତ୍ର ହୋଇ ଘରକୁ ଫେରି ଯାଇପାରିବେ ନାହିଁ । ଅଭିନୟ ନିଶ୍ଚିତ କରିବାକୁ ପଡିବ, ତେଣୁ ଏବେ ନିଜର ୮୪ ଜନ୍ମର ଚକ୍ରକୁ ବି ମନେ ପକାଇବାକୁ ହେବ । ଆମେ ଏବେ ସତ୍ୟଯୁଗୀ ନୂଆ ଜନ୍ମ ନେଉଛୁ । ଏପରି ଜନ୍ମ ପୁଣି କେବେ ମିଳିବ ନାହିଁ । ଶିବବାବା ପୁଣି ବ୍ରହ୍ମାବାବା । ଲୌକିକ, ପାରଲୌକିକ ଏବଂ ଇଏ ହେଲେ ଅଲୌକିକ ବାବା । ଏହି ସମୟର ହିଁ କଥା ଅଟେ, ଏହାଙ୍କୁ ଅଲୌକିକ କୁହାଯାଉଛି । ତୁମେ ସନ୍ତାନମାନେ ଶିବବାବାଙ୍କୁ ସ୍ମରଣ କରୁଛ । ବ୍ରହ୍ମାଙ୍କୁ ନୁହେଁ । ଯଦିଓ ବ୍ରହ୍ମାଙ୍କର ମନ୍ଦିରକୁ ଯାଇ ପୂଜା କରୁଛନ୍ତି, ତାହା ମଧ୍ୟ ସେତେବେଳେ ପୂଜା କରିଥାନ୍ତି ଯେତେବେଳେ ସୁକ୍ଷ୍ମ ବତନରେ ସମ୍ପୂର୍ଣ୍ଣ ଅବ୍ୟକ୍ତ ମୁରତ ହୋଇଥା’ନ୍ତି । ବ୍ରହ୍ମା ତ ଶରୀରଧାରୀ ତେଣୁ ପୂଜା ଯୋଗ୍ୟ ନୁହଁନ୍ତି । ଇଏ ତ ହେଲେ ମନୁଷ୍ୟ ନା । ମନୁଷ୍ୟଙ୍କର ପୂଜା ହୋଇ ନ ଥାଏ । ବ୍ରହ୍ମାଙ୍କର ଦାଢି ଦେଖାଯାଇଛି, ତେଣୁ ସେଥିରୁ ଜଣାପଡେ ଯେ ସେ ଏଠାକାର ଅଟନ୍ତି । ଦେବତାମାନଙ୍କର ଦାଢୀ ହୋଇନଥାଏ । ଏହି ସବୁ କଥା ପିଲାମାନଙ୍କୁ ବୁଝାଇ ଦେଇଛି । ତୁମର ନାମ ବିଖ୍ୟାତ ହେଉଛି । ଏଣୁ ତୁମର ମନ୍ଦିର ମଧ୍ୟ ତିଆରି ହୋଇଛି । ସୋମନାଥ ମନ୍ଦିର କେତେ ଶ୍ରେଷ୍ଠ । ସୋମରସ ପିଆଇଲେ ପୁଣି କ’ଣ ହେଲା? ପୁଣି ଏଠାରେ ବି ଦିଲୱାଡା ମନ୍ଦିର ଦେଖ । ମନ୍ଦିରରେ ଅବିକଳ ଭାବେ ଅତୀତର ସ୍ମୃତି ଚିହ୍ନ ସବୁ ତିଆରି ହୋଇଛି । ତଳେ ତୁମେ ତପସ୍ୟା କରୁଛ, ଉପରେ ରହିଛି ସ୍ୱର୍ଗ । ମନୁଷ୍ୟ ଭାବିଥାନ୍ତି ଯେ ସ୍ୱର୍ଗ ତ କେଉଁଠି ଉପରେ ରହିଛି । ମନ୍ଦିରରେ ମଧ୍ୟ ତଳେ କିପରି ସ୍ୱର୍ଗ ତିଆରି କରିବେ ! ତେଣୁ ଉପର ଛାତରେ ତିଆରି କରିଦେଇଛନ୍ତି । ଏକଥା ତ ତିଆରି କରିଥିବା କାରିଗର ମଧ୍ୟ ବୁଝିପାରୁ ନାହାଁନ୍ତି । ବଡ ବଡ କୋଟିପତି ଅଛନ୍ତି, ତାଙ୍କୁ ଏହି ସବୁ କଥା ବୁଝାଇବାକୁ ପଡିବ । ତୁମକୁ ଏବେ ଜ୍ଞାନ ମିଳିଛି ତେଣୁ ତୁମେ ଅନେକଙ୍କୁ ଦେଇପାରିବ । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ଆତ୍ମାରୁ ଆସୁରୀ ପଣିଆକୁ ସମାପ୍ତ କରିବା ପାଇଁ ଚାଲିଲା-ବୁଲିଲା ବେଳେ ସ୍ୱଦର୍ଶନ ଚକ୍ରଧାରୀ ହୋଇ ରହିବାକୁ ହେବ । ସମ୍ପୂର୍ଣ୍ଣ ସୃଷ୍ଟିଚକ୍ରକୁ ସ୍ମୃତିରେ ଆଣିବାକୁ ହେବ ।

(୨) ବାବାଙ୍କ ସ୍ମୃତି ରହିବା ସହିତ ବୁଦ୍ଧି ପରମଧାମ ଘର ସହିତ ମଧ୍ୟ ଲାଗି ରହୁ । ବାବା ଯାହା ସବୁ ସ୍ମୃତି ଦେଇଛନ୍ତି ସେଗୁଡିକୁ ସ୍ମରଣ କରି ନିଜର କଲ୍ୟାଣ କରିବାକୁ ହେବ ।

ବରଦାନ:-
ସର୍ବଗୁଣ ସମ୍ପନ୍ନ ହେବା ସହିତ କୌଣସି ଗୋଟିଏ ବିଶେଷତାରେ ବିଶେଷ ପ୍ରଭାବଶାଳୀ ହୁଅ ।

ଯେପରି ସବୁ ଡାକ୍ତରଙ୍କ ଭିତରେ ସାଧାରଣ ରୋଗଗୁଡିକୁ ଚିକିତ୍ସା କରିବାର ଜ୍ଞାନ ନିଶ୍ଚିତ ଅଛି କିନ୍ତୁ ତା’ ସହିତ କୌଣସି ଗୋଟିଏ ବିଷୟରେ ବିଶେଷ ଯୋଗ୍ୟତା ଧାରଣ କରି ନାମୀଗ୍ରାମୀ ହୋଇଯାଆନ୍ତି ସେହିପରି ତୁମମାନଙ୍କୁ ସର୍ବଗୁଣ ସମ୍ପନ୍ନ ତ ନିଶ୍ଚିତ ହେବାକୁ ପଡିବ, ପୁଣି ବି କୌଣସି ଗୋଟିଏ ବିଶେଷତାକୁ ବିଶେଷ ରୂପରେ ଅନୁଭବ କରି, ସେବାରେ ଲଗାଇ ଆଗକୁ ବଢିଚାଲ । ଯେପରି ସରସ୍ୱତୀକୁ ବିଦ୍ୟାର ଦେବୀ, ଲକ୍ଷ୍ମୀଙ୍କୁ ଧନର ଦେବୀ କହି ପୂଜା କରୁଛନ୍ତି ସେହିପରି ନିଜ ଭିତରେ ସର୍ବଗୁଣ, ସର୍ବଶକ୍ତି ଥିଲେ ମଧ୍ୟ କୌଣସି ଗୋଟିଏ ବିଶେଷତାରେ ବିଶେଷ ଗବେଷଣା କରି ନିଜକୁ ପ୍ରଭାବଶାଳୀ କର ।

ସ୍ଲୋଗାନ:-
ଯଦି ବିକାର ରୂପୀ ସାପଗୁଡିକୁ ସହଜଯୋଗର ଶଯ୍ୟା କରି ଦେବ ତେବେ ସର୍ବଦା ନିଶ୍ଚିନ୍ତ ରହିବ ।

ଅବ୍ୟକ୍ତ ଈଶାରେ - ଯଦି ସହଜଯୋଗୀ ହେବାକୁ ଚାହୁଁଛ ତେବେ ପରମାତ୍ମ ସ୍ନେହର ଅନୁଭବୀ ହୁଅ ।

ଯଦି ତୁମର ମନ ହିଁ ବାବାଙ୍କର ତେବେ ପୁଣି ମନକୁ କିପରି ଲଗାଇବି! ସ୍ନେହ କିପରି କରିବି! ଏଭଳି ପ୍ରଶ୍ନ ହିଁ ଉଠିପାରିବ ନାହିଁ, କାହିଁକି ନା ତୁମେ ସର୍ବଦା ଲବଲୀନ ସ୍ଥିତିରେ ହିଁ ରହୁଛ, ସ୍ନେହ ସ୍ୱରୂପ, ମାଷ୍ଟର ସ୍ନେହର ସାଗର ହୋଇଯାଇଛ, ତେଣୁ ସ୍ନେହ କରିବାକୁ ପଡୁନାହିଁ ବରଂ ସ୍ନେହର ସ୍ୱରୂପ ହୋଇଯାଇଛ । ଯେତେ ଯେତେ ଜ୍ଞାନ ସୂର୍ଯ୍ୟର କିରଣ ବା ପ୍ରକାଶ ବଢି ବଢି ଚାଲିଥିବ ସେହି ଅନୁସାରେ ଅଧିକ ଅଧିକ ସ୍ନେହର ଲହଡି ଉଚ୍ଛୁଳିବାକୁ ଲାଗିବ ।