11.08.26 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:—
ବାପଦାଦାଙ୍କର ସ୍ନେହ ପାଇବାକୁ ହେଲେ ଯୋଗ୍ୟ ସେବାଧାରୀ ହୁଅ, ଯଦି ବୁଦ୍ଧିରେ ଜ୍ଞାନ ରୂପକ ବାଦଲ
ଭରପୂର ଅଛି, ତେବେ ବର୍ଷା କର ଅର୍ଥାତ୍ ଦାନ ଦିଅ ।’’
ପ୍ରଶ୍ନ:-
କେଉଁ ପ୍ରକାରର
ନିଶା ଭରପୁର ଥିବା ବାଦଲକୁ ମଧ୍ୟ ଉଡାଇ ନେଇଥାଏ, ବରଷିବାକୁ ଦେଇ ନ ଥାଏ?
ଉତ୍ତର:-
ଯଦି ଫାଲତୁ ଦେହ-ଅଭିମାନର ନିଶା ଆସିଗଲା, ତେବେ ଭରପୁର ହୋଇଥିବା ବାଦଲ ଅର୍ଥାତ୍ ଜ୍ଞାନଭରା
ବୁଦ୍ଧି ମଧ୍ୟ ଉଡିଯିବ । ଯଦି ବରଷିବେ ତେବେ ବି ସେବା ବଦଳରେ ଅପସେବା କରିବେ । ଯଦି ବାବାଙ୍କ
ସହିତ ସ୍ନେହ ନାହିଁ, ତାଙ୍କ ସହିତ ଯୋଗ ନାହିଁ, ତେବେ ଜ୍ଞାନ ଥାଇ ମଧ୍ୟ ଯେପରି ଖାଲି ଅଟନ୍ତି ।
ଏପରି ଖାଲି ବାଦଲ ଅନେକଙ୍କର କଲ୍ୟାଣ କିପରି କରିପାରିବେ ।
ଓମ୍ ଶାନ୍ତି ।
ଏବେ ଆଉ ଅଳ୍ପ ବାଦଲ ରହିଛନ୍ତି । ଯେମିତି ବରଷା କମିଗଲେ, ସାଗର ଉପରେ ବାଦଲ ରହି ନ ଥାଏ, ଥଣ୍ଡା
ହୋଇଯାଇଥାଏ । ଠିକ୍ ସେହିପରି ଏଠାରେ ମଧ୍ୟ ଥଣ୍ଡା ହୋଇଯାଉଛନ୍ତି । ଯେଉଁମାନେ ରିଫ୍ରେସ୍ (ସତେଜ)
ହୋଇଯାଇ ବର୍ଷା କରିଥାନ୍ତି, ତାଙ୍କୁ ବାଦଲ କୁହାଯାଏ । ଯଦି କେହି ବର୍ଷା କରୁ ନାହାଁନ୍ତି ତାଙ୍କୁ
ବାଦଲ କୁହାଯିବ ନାହିଁ । ଏହା ହେଲା ଜ୍ଞାନର ବାଦଲ । ତାହା ହେଉଛି ପାଣିର ବାଦଲ । ସିଜିନ୍
ଅନୁସାରେ ଜ୍ଞାନର ବାଦଲ ଆସିଥାଏ । ଏଠାରୁ ସତେଜ ହୋଇଯାଇ ଅନ୍ୟକୁ ସତେଜ କରିଥା’ନ୍ତି । ବାଦଲ
ମଧ୍ୟ କ୍ରମାନୁସାରେ ରହିଛନ୍ତି । କେହି ତ ବହୁତ ଜୋରରେ ବର୍ଷା କରିଥାନ୍ତି । ବାଦଲର କାମ ହେଉଛି
ବର୍ଷା କରିବା ଏବଂ ଝାଉଁଳି ପଡିଥିବା ଚାରାକୁ ସତେଜ କରିବା । ଯାହାଙ୍କ ପାଖରେ ସମ୍ପୂର୍ଣ୍ଣ
ଜ୍ଞାନ ଅଛି ସେ ଲୁଚିକରି ରହିପାରିବେ ନାହିଁ । ତାଙ୍କୁ ବାବାଙ୍କ ନିର୍ଦ୍ଦେଶନାର ମଧ୍ୟ ଆବଶ୍ୟକତା
ନାହିଁ । କାରଣ ସେ ବାଦଲ ଅଟନ୍ତି । ସେମାନେ ଆସୁଛନ୍ତି ହିଁ ଜ୍ଞାନରେ ଭରପୂର ହୋଇ ବର୍ଷା କରିବା
ପାଇଁ । ଯେଉଁଠି ଦେଖୁଛ, ଟାଂଗରା ଭୂମି ଅଛି, ସେଠାରେ ଯାଇ ସବୁଜିମା କରିବା ଆବଶ୍ୟକ । ମହାରଥୀ
ପିଲାମାନେ ତ ସବୁ ସେବାକେନ୍ଦ୍ରକୁ ଭଲ ଭାବରେ ଜାଣିଛନ୍ତି, କେଉଁ ସେବାକେନ୍ଦ୍ର ଥଣ୍ଡା ହୋଇଯାଇଛି?
କେଉଁ ସେଣ୍ଟରର ପିଲାମାନଙ୍କ ପାଖକୁ ଅଧିକ ତୋଫାନ ଅର୍ଥାତ୍ ବିଘ୍ନ ଆସୁଛି? ମହାରଥୀ ସେବାଧାରୀ
ପିଲାମାନେ ଏହି କଥାକୁ ଭଲ ଭାବରେ ଜାଣିଛନ୍ତି । ବାବା ମଧ୍ୟ ସର୍ବଦା କହିଥା’ନ୍ତି ଯୋଗ୍ୟ
ସେବାଧାରୀ ସନ୍ତାନମାନଙ୍କୁ ମୋର ସ୍ନେହସମ୍ପନ୍ନ ସ୍ମୃତି ଦେବ । ଭଲ-ଭଲ ବାଦଲ ସେବା ପାଇଁ
ଯାଇଥା’ନ୍ତି । ପ୍ରଦର୍ଶନୀରେ ମଧ୍ୟ ସମସ୍ତେ ସମତାଳରେ ବୁଝାଇ ନ ଥା’ନ୍ତି । ଏହା ହିଁ ହେଉଛି
ମୁଖ୍ୟ କଥା - ଗୀତାର ଭଗବାନ ନିରାକାର ପରମପିତା ପରମାତ୍ମା ଅଟନ୍ତି ନା କି ସାକାରୀ ଶ୍ରୀକୃଷ୍ଣ
ବୁଝାଇବା ପାଇଁ ବହୁତ ଭଲ ଉପାୟ ରହିବା ଦରକାର । ସାରାଦିନ ଏହି ଖିଆଲ ରହିବା ଦରକାର ଯେ ସମସ୍ତଙ୍କୁ
ଯାଇ ଜାଗ୍ରତ କରିବୁ । ସମସ୍ତେ ଘୋର ଅନ୍ଧକାରରେ ପଡିଛନ୍ତି । ସମସ୍ତଙ୍କୁ ସ୍ନେହର ସହିତ ବୁଝାଇ
ଚାଲ ଯେ ଦୁଇଜଣ ପିତା ରହିଛନ୍ତି । ଏକ ଲୌକିକ ପିତା, ଦ୍ୱିତୀୟ ପାରଲୌକିକ । ଅବିନାଶୀ ପାରଲୌକିକ
ବାବାଙ୍କୁ ହିଁ ପତିତ-ପାବନ କୁହାଯାଏ । ଏବେ ତୁମ ସନ୍ତାନମାନଙ୍କୁ ବୁଦ୍ଧି ମିଳିଛି । ଦୁନିଆର
ମନୁଷ୍ୟମାନେ ଦେଖିବାକୁ ଆକର୍ଷଣଯୁକ୍ତ ହେଲେ ବି ପଥରବୁଦ୍ଧି ଅଟନ୍ତି । ବାବା ସ୍ୱୟଂ କହୁଛନ୍ତି
ମୋତେ ସାଧୁ ନାମଧାରୀମାନଙ୍କର ମଧ୍ୟ ଉଦ୍ଧାର କରିବାକୁ ପଡିବ । ସାଧୁମାନେ ମଧ୍ୟ ରଚୟିତା ଏବଂ
ରଚନାକୁ ଜାଣି ନାହାଁନ୍ତି । ସତ୍ୟଯୁଗ ଠାରୁ ପୁଣି ଏହି ଜ୍ଞାନ ଲୁପ୍ତ ପ୍ରାୟ ହୋଇଯାଇଛି । କିନ୍ତୁ
ଏକଥା କେହି ହେଲେ ଜାଣି ନାହାଁନ୍ତି । ଶାସ୍ତ୍ରରେ ଏହି ଜ୍ଞାନ ନାହିଁ । ଏହା ଦ୍ୱାରା କାହାର ସଦ୍ଗତି
ହୋଇପାରିବ ନାହିଁ, ଗୀତାର ବହୁତ ମାନ ଥିଲେ ମଧ୍ୟ ତାହା ହେଉଛି ଭକ୍ତିମାର୍ଗର । ବାବା ତ
ପତିତ-ପାବନ ସେ ଆସି ରାଜଯୋଗ ଶିଖାଉଛନ୍ତି । ତେଣୁ ନିଶ୍ଚୟ ରାଜତ୍ୱ କରିବା ପାଇଁ ନୂଆ ଦୁନିଆ
ଦରକାର । ବାବା ହିଁ ଆସି ରାଜଯୋଗ ଶିଖାଇବେ । ଏକଥା ବି ବର୍ତ୍ତମାନ ତୁମେ ଜାଣୁଛ, ଯାହାଙ୍କୁ
କଳ୍ପ ପୂର୍ବରୁ ବୁଝାଇଥିବେ, ତାଙ୍କୁ ହିଁ ବର୍ତ୍ତମାନ ବୁଝାଇଲେ ପୁଣି ସେମାନେ ବୁଝିବେ । ଏହି
ଲଢେଇ ସେଭଳି ନୁହେଁ ଯେମିତି ସର୍ବଦା ହୋଇ ଆସିଛି, ୮-୧୦ ବର୍ଷ ଚାଲି ପୁଣି ବନ୍ଦ ହୋଇଯିବ ।
ଡ୍ରାମା ଅନୁସାରେ ତିଆରି ହୋଇଥିବା ବମ୍ ରଖିବା ପାଇଁ ତିଆରି କରାଯାଇନାହିଁ । ପତିତ
ମନୁଷ୍ୟମାନଙ୍କର ବିନାଶ ନ ହେବା ପର୍ଯ୍ୟନ୍ତ ସତ୍ୟଯୁଗ ଆସିବ ନାହିଁ । ଶାନ୍ତି କିପରି ସ୍ଥାପନ
ହେବ - ଏକଥା ମଧ୍ୟ ବୁଝାଇବାକୁ ପଡିବ । ଶାନ୍ତି ସ୍ଥାପନ କରିବା ଅଥବା ଶ୍ରେଷ୍ଠାଚାରୀ ଦୁନିଆ
ଗଢିବା, ଏହା ତ କେବଳ ଏକମାତ୍ର ବାବାଙ୍କର ହିଁ କାର୍ଯ୍ୟ ଅଟେ । ବାବା କହୁଛନ୍ତି ଅନ୍ୟ
ସମସ୍ତଙ୍କଠାରୁ ବୁଦ୍ଧିଯୋଗ ତୁଟାଇ ଜଣଙ୍କ ସହିତ ଯୋଡିବାକୁ ହେବ । ଦେହ ସହିତ ଯାହା କିଛି ଆଖିରେ
ଦେଖାଯାଉଛି, ସବୁଥିରୁ ମମତ୍ତ୍ୱ ତୁଟାଇବାକୁ ହେବ । ଏବେ ଆମକୁ ଘରକୁ ଫେରି ଯିବାକୁ ହେବ, ତେଣୁ
ଘରକୁ ହିଁ ମନେ ପକାଇବାକୁ ପଡିବ । ଏବେ ତୁମେ ଜାଣୁଛ ଯେ ଏହା ହେଉଛି ମୃତ୍ୟୁଲୋକ । ଆମେ ଅମରଲୋକକୁ
ଯିବା ପାଇଁ ଅମର କଥା ଶୁଣୁଛୁ । ଦେବତାମାନଙ୍କୁ ଦୈବୀଗୁଣ ସମ୍ପନ୍ନ ମନୁଷ୍ୟ କୁହାଯାଇଥାଏ । ଏଠାରେ
ତ ଜଣେ ହେଲେ ଦେବତା ନାହାଁନ୍ତି । କୃଷ୍ଣଙ୍କ ପାଇଁ ମଧ୍ୟ କେତେ ଗ୍ଲାନିର କଥା ଲେଖିଦେଇଛନ୍ତି ।
କିଛି ହେଲେ ବି ସଠିକ୍ ଭାବରେ ବୁଝିପାରୁ ନାହାଁନ୍ତି ।
ଏବେ ତୁମ ପିଲାମାନଙ୍କୁ ଭଲ ଭାବରେ ପୁରୁଷାର୍ଥ କରି, ଦୈବୀଗୁଣ ଧାରଣ କରିବାକୁ ହେବ । ଦୈବୀଗୁଣ
କାହାକୁ କୁହାଯାଏ - ଏକଥା ମଧ୍ୟ ବୁଝାଇ ଦିଆଯାଇଛି । ସମ୍ପୂର୍ଣ୍ଣ ନିର୍ବିକାରୀ ନିଶ୍ଚିତ ହେବାକୁ
ପଡିବ । ଏହା ହେଉଛି ମୁଖ୍ୟ ପ୍ରଥମ ଗୁଣ । ସବୁ ସ୍ଥାନରେ ତୁମେ ଦେଖିବ ଯେ ପବିତ୍ରଙ୍କ ସମ୍ମୁଖରେ
ଅପବିତ୍ର ମାନବ ମୁଣ୍ଡ ନୁଆଁଇଥାନ୍ତି । ସତ୍ୟଯୁଗରେ ସମସ୍ତେ ପବିତ୍ର, ତେଣୁ ସେଠାରେ ମନ୍ଦିର
ରହିବ ନାହିଁ । ପୁଣି ଯେବେ ପୂଜାରୀ ହେଉଛନ୍ତି, ସେତେବେଳେ ମନ୍ଦିର ତିଆରି କରୁଛନ୍ତି, ଯେଉଁମାନେ
ପବିତ୍ର ଥିଲେ, ସେହିମାନେ ହିଁ ପତିତ ହୋଇଯାଇଛନ୍ତି । ଏହା ହେଉଛି ବହୁତ ଜନ୍ମର ଶେଷ ଜନ୍ମ । ବାବା
କହୁଛନ୍ତି ଏହି ପୁରୁଣା ଦୁନିଆ ଓ ପୁରୁଣା ଶରୀରକୁ ମଧ୍ୟ ଭୁଲିବାକୁ ପଡିବ । ଏହି ପୁରୁଣା ଦୁନିଆ
ଏବେ ସମାପ୍ତ ହୋଇଯିବ । ଏହା ବିନାଶ ହେବା ପାଇଁ ସମୟ ଲାଗିବ ନାହିଁ । ଏହି ପୁରୁଣା ଦୁନିଆ, ଧନ,
ଦୌଲତ, ମାଲ-ମିଲକିୟତ ବା ସ୍ଥାବର ଅସ୍ଥାବର ସମ୍ପତ୍ତି ସବୁ ଚାଲିଯିବ । ଆଉ ଅଳ୍ପଦିନ ବାକି ଅଛି ।
ଦୁନିଆରେ କେହି ଜାଣି ନାହାଁନ୍ତି ଯେ ଏହି ପୁରୁଣା ଦୁନିଆ ଶେଷ ହୋଇଯିବ । ତୁମେ ଶୁଣାଉଛ କିନ୍ତୁ
ବିଶ୍ୱାସ ମଧ୍ୟ ଆସିବା ଦରକାର ନା । ଯେବେ ଭଗବାନୁବାଚ ବୋଲି ବୁଝିବେ, ତେବେ ବୁଦ୍ଧିରେ ରହିବ ।
ବାବା ତୁମ ସନ୍ତାନମାନଙ୍କୁ କହୁଛନ୍ତି - ନିଜକୁ ଆତ୍ମା ବୋଲି ଭାବି ମୋତେ ମନେ ପକାଅ । ପିଲାମାନେ
ଜାଣିଛନ୍ତି ଯେ ଅବିନାଶୀ ପିତା ଆମକୁ ରାଜଯୋଗ ଶିଖାଉଛନ୍ତି । ସେ ସମସ୍ତ ଆତ୍ମାମାନଙ୍କର ପିତା
ଅଟନ୍ତି । ଆମେ ସମସ୍ତେ ହେଲେ ଭାଇ-ଭାଇ । ସ୍ୱର୍ଗରେ ସବୁ ବ୍ରଦର୍ସ ଅର୍ଥାତ୍ ଭାଇମାନେ ସୁଖୀ ଥିଲେ,
କଳିଯୁଗରେ ସବୁ ମନୁଷ୍ୟମାନେ ଦୁଃଖୀ ହୋଇଯାଇଛନ୍ତି । ସବୁ ଆତ୍ମାମାନେ ନର୍କବାସୀ ଅଟନ୍ତି । କେବଳ
ଆତ୍ମା ତ ରହିବ ନାହିଁ ନା । ଶରୀର ବି ତ ଦରକାର ନା । ଏବେ ତୁମ ସନ୍ତାନମାନଙ୍କୁ ଆତ୍ମ-ଅଭିମାନୀ
ହେବାକୁ ପଡିବ, ଏଥିରେ ହିଁ ପରିଶ୍ରମ ରହିଛି । ଏହା ମାଉସୀ ଘର କଥା ନୁହେଁ । ଏହି ଆତ୍ମ-ଅଭିମାନୀ
ଅବସ୍ଥା ସେତେବେଳେ ପରିପକ୍ୱ ହୋଇଯିବ, ଯେତେବେଳେ ବୁଦ୍ଧିରେ ପ୍ରଥମେ ଏହି ନିଶ୍ଚୟ ଆସିବ ଯେ
ପରମପିତା ପରମାତ୍ମା ଆମକୁ ପାଠ ପଢାଉଛନ୍ତି । ଶିବବାବା ଏହି ବ୍ରହ୍ମାଙ୍କ ଶରୀର ମାଧ୍ୟମରେ
ପଢାଇବାକୁ ଆସୁଛନ୍ତି । ଆମେ ମଧ୍ୟ ଶରୀର ଦ୍ୱାରା ଶୁଣି ଧାରଣ କରୁଛୁ । ସଂସ୍କାର ଅନୁସାରେ ହିଁ
ଗୋଟିଏ ଶରୀର ଛାଡି ଆଉ ଗୋଟିଏ ଶରୀର ଧାରଣ କରିଥା’ନ୍ତି । ଯେପରି ବାବା ଯୋଦ୍ଧାମାନଙ୍କର ଉଦାହରଣ
ଦେଇଥା’ନ୍ତି । ଲଢେଇର ସଂସ୍କାର ନେଇ ଚାଲିଗଲେ, ପୁଣି ସେହି ସୈନ୍ୟବାହିନୀରେ ଆସି ଯୋଗ ଦେଇଥାନ୍ତି
। ଏବେ ବାବାଙ୍କର ସଂସ୍କାର ବିଷୟରେ ବି ତୁମେ ଜାଣିଛ ଯେ ନିରାକାର ଅବିନାଶୀ ବାବାଙ୍କ ପାଖରେ କେଉଁ
ସଂସ୍କାର ଅଛି ! ସେ ମନୁଷ୍ୟ ସୃଷ୍ଟିର ବୀଜରୂପ ଅଟନ୍ତି । ପତିତ-ପାବନ, ଜ୍ଞାନର ସାଗର ଅଟନ୍ତି ।
ସିଏ ହିଁ ଆସି ସମସ୍ତଙ୍କୁ ପାବନ କରାଇବେ । ବାବା କହୁଛନ୍ତି - ମୋତେ ମନେ ପକାଇଲେ ତୁମର
ଜନ୍ମ-ଜନ୍ମାନ୍ତରର ବିକର୍ମ ବିନାଶ ହୋଇଯିବ । ନଚେତ୍ ବହୁତ ଦଣ୍ଡ ଭୋଗ କରିବାକୁ ପଡିବ । କିଛି
ହେଲେ ପଦ ମିଳିବ ନାହିଁ ।
ଏବେ ପିଲାମାନେ ଜାଣିଛନ୍ତି ଯେ ବାବା ଆମକୁ ସହଜ ରାସ୍ତା ବତାଉଛନ୍ତି ଏବଂ କହୁଛନ୍ତି - ମନମନାଭବ
। ଗୀତାରେ ମଧ୍ୟ ଏହି ଅକ୍ଷର ରହିଛି, କିନ୍ତୁ ଏହାର ଅର୍ଥ ବୁଝୁ ନାହାଁନ୍ତି । ବାବା କହୁଛନ୍ତି
ମୋତେ ହିଁ କେବଳ ମନେ ପକାଅ । ଦେହ ସହିତ ଦେହର ସବୁ ଧର୍ମକୁ ଛାଡି ନିଜକୁ ଆତ୍ମା ବୋଲି ଭାବି
ପରମପିତା ପରମାତ୍ମାଙ୍କୁ ମନେ ପକାଅ । ୟାଦକୁ ହିଁ ଯୋଗ ଅଗ୍ନି କୁହାଯାଉଛି । ଯୋଗ ସାଧାରଣ ଅକ୍ଷର
ଅଟେ । ଗୀତାରେ ମଧ୍ୟ ଅଛି, କିନ୍ତୁ କେବଳ କୃଷ୍ଣଙ୍କ ନାମ ଲେଖି ଦେଇଥିବା କାରଣରୁ ଘୋର ଅନ୍ଧକାର
କରିଦେଇଛନ୍ତି । ଏବେ ତୁମେ ବୁଝାଇଲେ କହୁଛନ୍ତି ଏହା ତୁମର କଳ୍ପନା ଅଟେ । ତାଙ୍କୁ କିଛି ବି ଜଣା
ପଡୁ ନାହିଁ । ତାଙ୍କୁ ତ ସମ୍ପତ୍ତିର ଅଧିକାର ନେବାର ନାହିଁ । ପ୍ରଥମେ ଏହା ବୁଝନ୍ତୁ ଯେ ଇଏ
ଅନାଦି ଅବିନାଶୀ ବାବା, ପିତା, ଶିକ୍ଷକ ଓ ସତଗୁରୁ ମଧ୍ୟ ଅଟନ୍ତି, ସେ ଆମକୁ ପାଠ ପଢାଉଛନ୍ତି ।
ଏହା ପକ୍କା ନିଶ୍ଚୟ ହେବା ଆବଶ୍ୟକ । ନୂଆ ଲୋକମାନଙ୍କର ନିଶ୍ଚୟ ଆସିଯିବ, ଏହା ଅସମ୍ଭବ ଅଟେ ।
କେହି କେହି ନୂଆମାନେ ମଧ୍ୟ ବୁଦ୍ଧିମାନ ହୋଇଥିଲେ ବୁଝିଯାଆନ୍ତି । କେତେକ ଆତ୍ମା ତ ଏଠାକୁ
ଆସିବାକୁ ମଧ୍ୟ ଚାହୁଁନାହାଁନ୍ତି, କିଛି ହେଲେ ବୁଝୁ ନାହାଁନ୍ତି । ଟିକିଏ ହେଲେ ବି ତାଙ୍କ
ବୁଦ୍ଧିରେ ଆସୁନାହିଁ । ଏତେ ଢେର ବି.କେ. ଅଛନ୍ତି, ନିଶ୍ଚୟ ଏମାନଙ୍କୁ ବାବାଙ୍କଠାରୁ ସ୍ୱର୍ଗର
ସମ୍ପତ୍ତି ମିଳିଥିବ । ଏହା ଏକ ପରିବାର ହୋଇଗଲା । ଏହାର ନାମ ହିଁ ଲେଖାଯାଇଛି
ବ୍ରହ୍ମାକୁମାର-କୁମାରୀମାନେ, ତେଣୁ ପରିବାର ହେଲା ନା । ପ୍ରଜାପିତା ବ୍ରହ୍ମାଙ୍କର ପରିବାର କେତେ
ବଡ କିନ୍ତୁ ଏକଥା କାହାରି ବୁଦ୍ଧିରେ ଆସିପାରିବ ନାହିଁ । କେହି ଯଦି ପଚାରନ୍ତି ଯେ ତୁମର ଲକ୍ଷ୍ୟ
ଉଦ୍ଦେଶ୍ୟ କ’ଣ? କୁହ, ବାହାରେ ଥିବା ବୋର୍ଡରେ ଲେଖାଯାଇଛି - ପ୍ରଜାପିତା ବ୍ରହ୍ମାକୁମାର
କୁମାରୀମାନେ, ତେଣୁ ପରିବାର ହୋଇଗଲା । ଏଠାରେ ବାବାଙ୍କଠାରୁ ସମ୍ପତ୍ତି ମିଳୁଛି । ପ୍ରଜାପିତା
ବ୍ରହ୍ମାଙ୍କ ମୁଖାରବିନ୍ଦ ଦ୍ୱାରା ଶିବବାବା ରଚନା କରୁଛନ୍ତି । ତେଣୁ ସିଏ ସୃଷ୍ଟିକର୍ତ୍ତା
ହୋଇଗଲେ, ସେ ସ୍ୱର୍ଗର ରଚନା କରୁଥିବାରୁ ନିଶ୍ଚୟ ପିଲାମାନଙ୍କୁ ସ୍ୱର୍ଗର ସମ୍ପତ୍ତି ଦେବେ । ତେଣୁ
ଏହା ପରିବାର ହେଲା ନା । ପିତା, ପୁତ୍ର, କନ୍ୟା ଓ ଦାଦା ଅର୍ଥାତ୍ ଜେଜେବାପା ଅଛନ୍ତି । ବ୍ରହ୍ମା
ବି ଅଛନ୍ତି, ଶିବ ମଧ୍ୟ ଅଛନ୍ତି । ସେ ହେଲେ ରଚୟିତା । ଯଦି ଶିବ ନିରାକାର ହେଲେ ତେବେ ସିଏ
ପିଲାମାନଙ୍କୁ ସମ୍ପତ୍ତି କିପରି ଦେବେ । ଶିବବାବା ବ୍ରହ୍ମାଙ୍କ ଦ୍ୱାରା ହିଁ ସମ୍ପତ୍ତି ଦେଉଛନ୍ତି
। ଏହି କଥାକୁ ଭଲ ଭାବରେ ବୁଝାଇବା ଦରକାର । କୁହ, ଏହା ତୁମର ପିତାଙ୍କର ଘର ଅଟେ । ଏହାକୁ ରୁଦ୍ର
ଜ୍ଞାନ ଯଜ୍ଞ କୁହାଯାଉଛି । ଆମେ ବ୍ରାହ୍ମଣ ଅଟୁ, ବାବାଙ୍କ ବ୍ୟତୀତ ଆଉ କେହି ରାଜଯୋଗ ଶିଖାଇ
ପାରିବେ ନାହିଁ । ଗୀତାରେ ମଧ୍ୟ ଅଛି ନା - ମନମନାଭବ ଅର୍ଥାତ୍ ମୋତେ ମନେ ପକାଅ । ତେଣୁ ଆମେ ସେହି
ଏକ ବାବାଙ୍କୁ ହିଁ ମନେ ପକାଉଛୁ । ଭକ୍ତିମାର୍ଗରେ ଗାୟନ କରିଥାନ୍ତି ଯେ ବାବା ଆପଣ ଆସିଲେ ଆମେ
ସମର୍ପଣ ହୋଇ, ଏକମାତ୍ର ଆପଣଙ୍କର ହୋଇଯିବୁ । ଆମେ ଆତ୍ମାମାନେ ଏହି ଦେହକୁ ଛାଡି ଆପଣଙ୍କ ସାଥିରେ
ଚାଲିଯିବୁ । ଆପଣଙ୍କର ହେବୁ, ତେଣୁ ନିଶ୍ଚୟ ଆପଣଙ୍କ ସାଥିରେ ମଧ୍ୟ ଯିବୁ । ନିର୍ବନ୍ଧ ହେଲେ
ସାଜନ ସଜନୀଙ୍କୁ ସାଥିରେ ନେଇଯାଇଥାନ୍ତି ନା । ଏହି ଶିବ ସାଜନ ମଧ୍ୟ କହୁଛନ୍ତି, ମୁଁ ତୁମକୁ ଏହି
ଦୁଃଖରୁ ମୁକ୍ତ କରି ସୁଖଧାମକୁ ନେଇଯିବି । ପୁଣି ତୁମେ ନିଜ-ନିଜର ପୁରୁଷାର୍ଥ ଅନୁସାରେ ଯାଇ
ରାଜତ୍ୱ କରିବ । ଯିଏ ଯେତେ ଜ୍ଞାନ ଧନ ଧାରଣ କରିବେ ସିଏ ସେତେ ଉଚ୍ଚପଦ ପାଇବେ । ଛୋଟ-ଛୋଟ
କୁମାରୀମାନେ ମଧ୍ୟ ସେବା କରୁଛନ୍ତି । ତାଙ୍କୁ ହିଁ ପ୍ରଖ୍ୟାତ ବିଦ୍ୱାନ, ପଣ୍ଡିତ ଆଦିଙ୍କୁ
ବୁଝାଇବାକୁ ହେବ, ଏଥିପ୍ରତି ଆଗ୍ରହ ରହିବା ଆବଶ୍ୟକ । କୁସ୍ତିରେ ବଡ-ବଡ ଚ୍ୟାଲେଞ୍ଜ ଦେଇଥାନ୍ତି
ଯେ ଏହାଙ୍କ ସାଥିରେ ମୁଁ ଲଢିବି । ଯୋଗ୍ୟ ସେବାଧାରୀ ପିଲାମାନେ ଆରାମରେ ଶୋଇବା ଅନୁଚିତ୍ । ଆରାମ
ହାରାମ ଅଟେ । ଯିଏ ବି ନିଜକୁ ମହାରଥୀ ବୋଲି ଭାବୁଛନ୍ତି, ସେହି ସନ୍ତାନମାନେ ସୁଖରେ ଶୋଇବା
ଅନୁଚିତ୍ । ସେବା ପାଇଁ ଚକ୍କର ଲଗାଇବା ଉଚିତ୍ । ଆଜିକାଲି ବାବା ପ୍ରଦର୍ଶନୀ ବହୁତ କରାଉଛନ୍ତି ।
ବଡ ବଡ ଲୋକମାନଙ୍କ ପାଖକୁ ନିମନ୍ତ୍ରଣ ପଠାଇଦିଅ । ଏବେ ନ ହେଲେ ବି ସେମାନେ ପଛରେ ଆସିବେ ।
ସାଧୁ-ସନ୍ଥ-ମହାତ୍ମା ଯେ କେହି ବି ହୁଅନ୍ତୁ, ସମସ୍ତଙ୍କୁ ଜାଗ୍ରତ କରାଅ, କିନ୍ତୁ ସେମାନଙ୍କ ସହ
କଥାବାର୍ତ୍ତା ହେବା ପାଇଁ ମହାରଥୀ ହେବା ଆବଶ୍ୟକ । ଯେଉଁମାନଙ୍କର ବାବାଙ୍କ ସହିତ ଯୋଗ ନାହିଁ,
ସ୍ନେହ ନାହିଁ, ସେମାନେ ତ ଯେପରି ଖାଲି ବାଦଲ ଅଟନ୍ତି । ସେମାନେ କ’ଣ କରିବେ! ଏକଥା ତ ଜାଣିଛ ଯେ
ଅପାଠୁଆ ପାଠୁଆଙ୍କର ଜିନିଷ ବୋହିବେ । ପ୍ରତ୍ୟେକେ ନିଜକୁ ବୁଝିପାରିବେ - ମୁଁ କେଉଁ ପର୍ଯ୍ୟନ୍ତ
ପାଠ ପଢୁଛି । ସେବା କରି ଦେଖାଉଛି । ଭରପୂର ବାଦଲ ଯଦି ବର୍ଷା ନ କରେ ସେ ବାଦଲ କେଉଁ କାମର ।
ପ୍ରତ୍ୟେକ ନିଜେ ବୁଝିବା ଦରକାର । ବ୍ୟର୍ଥ, ଦେହ-ଅଭିମାନର ନିଶାରେ ରହିଲେ, ସବୁବେଳ ପାଇଁ
ଉଚ୍ଚପଦ ହରାଇ ବସିବେ । ବାବାଙ୍କର ସେବାରେ କେତେ ଆଗ୍ରହ ରହିଛି । ସରକାରଙ୍କୁ ବୁଝାଇବା ଦରକାର
ଯେ ଆମକୁ ହଲ୍ ଦିଅନ୍ତୁ । ଯେଉଁଠି ଆମେ ରୁହାନୀ ସେବା କରି ମନୁଷ୍ୟମାନଙ୍କୁ ଦେବତା କରାଇବୁ ।
ବାବା ଆସିଛନ୍ତି ରାଜଯୋଗ ଶିଖାଇବା ପାଇଁ, କିନ୍ତୁ ଯଥାର୍ଥ ଭାବେ ବୁଝାଇବା ଦରକାର । ଯିଏ ଭାଷଣ
କରିବା ଜାଣିନାହାଁନ୍ତି, ସିଏ ବୁଝାଇପାରିବେ ନାହିଁ । ସିଏ ଉଚ୍ଚ ପଦ ମଧ୍ୟ ପାଇପାରିବେ ନାହିଁ ।
ଉଚ୍ଚ ପଦ ସିଏ ପାଇପାରିବେ ଯିଏ ସେବା କରିବେ । ବିଖ୍ୟାତ ଲୋକମାନଙ୍କୁ ଲେଖ ଯେ ଏହି ଜ୍ଞାନ ବିନା
ଭାରତ ଅଥବା ଦୁନିଆର କଲ୍ୟାଣ ହୋଇପାରିବ ନାହିଁ । ମୁଖ୍ୟ ହେଉଛି ପାଠପଢା । ଏହି ଲକ୍ଷ୍ମୀ-ନାରାୟଣ
ମଧ୍ୟ ପାଠପଢିବା ଦ୍ୱାରା ହିଁ ଏହିପରି ଉଚ୍ଚ ରାଜପଦ ପାଇଛନ୍ତି ନା । ଏମାନେ ପୂର୍ବଜନ୍ମରେ
ରାଜଯୋଗ ଶିଖିଥିଲେ । ଆମେ ମଧ୍ୟ ଏଠାରେ ଏବେ ପାଠପଢୁଛୁ । ସ୍କୁଲରେ ବିଦ୍ୟାର୍ଥୀମାନେ
ଜାଣିଥା’ନ୍ତି ଯେ ଆମେ ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ପୁଣି ଏହିପରି ହେବୁ । ଏହି ଜ୍ଞାନ
ତୁମକୁ ମିଳୁଛି, ତାହା ଏହି ଦୁନିଆ ପାଇଁ ନୁହେଁ । ତୁମେ ମଧ୍ୟ ପାଠପଢୁଛ ଭବିଷ୍ୟତ ୨୧ ଜନ୍ମ
ନିମନ୍ତେ ପ୍ରାରବ୍ଧ ଗଢିବା ପାଇଁ । ସେମାନେ ଏହି ଜନ୍ମର ସୁଖ ପାଇଁ ପାଠ ପଢୁଛନ୍ତି । ତେଣୁ
ଲୌକିକ ପାଠ ପଢିବା ସହିତ ଏହି ଶିକ୍ଷା ମଧ୍ୟ ଶିଖିବାକୁ ହେବ, ଏଥିରେ ଭୟର କୌଣସି କଥା ନାହିଁ ।
ଆଧ୍ୟାତ୍ମିକ ଜ୍ଞାନ କାହିଁକି ଗ୍ରହଣ ନ କରିବ? ଚିତ୍ର ନେଇ ଯାଇ ବୁଝାଇବା ଦରକାର । କୁହ - ଜ୍ଞାନ
ସମସ୍ତଙ୍କ ନିମନ୍ତେ ବହୁତ ଆବଶ୍ୟକ, କିନ୍ତୁ ପିଲାମାନେ ବର୍ତ୍ତମାନ ଏଥିରେ ଦମ୍ଭ ଦେଖାଉ
ନାହାଁନ୍ତି । ଚାକିରୀର ବୋଝ ମୁଣ୍ଡେଇଛନ୍ତି । ବନ୍ଧନମୁକ୍ତ ହୋଇଥିଲେ ସେବାରେ ଲାଗିଯିବା ଉଚିତ୍
। ସମସ୍ତେ ଶ୍ରୀମତରେ ତ ଚାଲିବେ ନାହିଁ । ମଝିରେ ମାୟାର ପ୍ରବେଶତା ହେଉଛି । କେତେକ ସନ୍ତାନଙ୍କର
ବହୁତ ଆଗ୍ରହ ରହିଛି, କିନ୍ତୁ ନିଶା ଚଢୁନାହିଁ ଯେ ଆମେ ଯାଇ ଅନେକଙ୍କର କଲ୍ୟାଣ କରିବୁ । ତେଣୁ
ବାବା ମଧ୍ୟ ବୁଝାଉଛନ୍ତି ଯେ ଯଦି ସାବାଳକ ହୋଇଯାଇଛ, ତେବେ ଏତେ ଦ୍ୱନ୍ଦ୍ୱରେ ପଡିବା କ’ଣ ଦରକାର!
କହିପାରିବ ଯେ ଆମକୁ ତ ଭାରତର ଉଦ୍ଧାର କରିବାକୁ ହେବ । ସତ୍ୟ ବା ଶ୍ରେଷ୍ଠ ସେବା କରି
ମନୁଷ୍ୟମାନଙ୍କୁ ଦେବତା କରିବାକୁ ପଡିବ । ବାବାଙ୍କୁ ତ ଆଶ୍ଚର୍ଯ୍ୟ ଲାଗୁଛି, ନିଶା ଚଢୁ ନାହିଁ
ସେଥିପାଇଁ ବାବା କହୁଛନ୍ତି ଏମାନଙ୍କର ବୁଦ୍ଧି ରଜୋଗୁଣୀ ଅଟେ । ବହୁତ ଭଲ ସୁଯୋଗ ରହିଛି । ଏହିପରି
ଅନେକ ଅଛନ୍ତି ଯାହାଙ୍କର ଜ୍ଞାନର ଅହଂକାର ରହିଛି କିନ୍ତୁ ବହୁତ ଅପସେବା କରୁଛନ୍ତି । ଏହିକଥା ତ
ଗୁଡ ଜାଣେ ଗୁଡ ବଣା ଜାଣେ ଅର୍ଥାତ୍ ଶିବବାବା ଓ ବ୍ରହ୍ମାବାବା ଜାଣିଛନ୍ତି । ରାହୁର ଗ୍ରହଣ
ଲାଗିଯାଉଛି । ବୃହସ୍ପତିର ଦଶା ଓହ୍ଲାଇ ରାହୁର ଦଶା ପଡିଯାଉଛି । ବର୍ତ୍ତମାନ ଦେଖୁଛ ଭଲ ସ୍ଥିତି
ରହିଛି, ପୁଣି ଦେଖିବ ତ ଖରାପ ଗ୍ରହ ପଡିବାରୁ ସ୍ଥିତି ନିମ୍ନଗାମୀ ହୋଇଯାଉଛି । ପିଲାମାନଙ୍କୁ ତ
ବହୁତ ବାହାଦୂର ହେବାକୁ ପଡିବ । କଷ୍ଟ କରିବାକୁ ହେବ । ଆମେ ଏହି ଭାରତକୁ ସ୍ୱର୍ଗବାସୀ କରି
ଛାଡିବୁ । ତୁମର ଧର୍ମ ହେଉଛି ନର୍କବାସୀଙ୍କୁ ସ୍ୱର୍ଗବାସୀ, ଭ୍ରଷ୍ଟାଚାରୀଙ୍କୁ ଶ୍ରେଷ୍ଠାଚାରୀ
କରିବା । ବାବା ଉମଙ୍ଗ-ଉତ୍ସାହ ତ ବହୁତ ଚଢାଉଛନ୍ତି କିନ୍ତୁ ପିଲାମାନଙ୍କଠାରେ କ୍ରମଅନୁସାରେ
ଚଢୁଛି । ଆଚ୍ଛା—
ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି
ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧)
ବନ୍ଧନମୁକ୍ତ ହୋଇ ଭାରତର ସଚ୍ଚା ସେବା କରିବାକୁ ହେବ । ରୁହାନୀ ଅର୍ଥାତ୍ ଆତ୍ମିକ ସେବା କରି
ମନୁଷ୍ୟକୁ ଦେବତା କରିବାକୁ ହେବ । ମନରେ ଜ୍ଞାନର ଗର୍ବ ଆସିବା ଉଚିତ୍ ନୁହେଁ । ଆତ୍ମିକ ନିଶାରେ
ରହିବାର ଅଛି ।
(୨) ନିଶ୍ଚୟବୁଦ୍ଧି ହୋଇ
ପ୍ରଥମେ ନିଜର ଅବସ୍ଥାକୁ ପରିପକ୍ୱ କରିବାକୁ ହେବ । ଦେହ ସହିତ ଯାହା କିଛି ଦେଖୁଛ, ସେଥିରୁ
ବୁଦ୍ଧିଯୋଗ ତୁଟାଇ ଏକମାତ୍ର ବାବାଙ୍କ ସାଥିରେ ଯୋଡିବାକୁ ହେବ ।
ବରଦାନ:-
କରିବା ଏବଂ
କହିବା - ଏହି ଦୁଇଟିଯାକକୁ ସମାନ କରି ଉଚ୍ଚ ମାନର ସେବା କରୁଥିବା ସଚ୍ଚା ସେବାଧାରୀ ଭବ ।
ସର୍ବଦା ଧ୍ୟାନ ରହୁ ଯେ
ପ୍ରଥମେ କରିବା ତା’ପରେ କହିବା । କାହିଁକିନା କହିବା ସହଜ ହୋଇଥାଏ କିନ୍ତୁ କରିବା ପାଇଁ ପରିଶ୍ରମ
ଲାଗିଥାଏ । ତେବେ ପରିଶ୍ରମର ଫଳ ଭଲ ହୋଇଥାଏ, କିନ୍ତୁ ଯଦି କେବଳ ଅନ୍ୟମାନଙ୍କୁ କହୁଥିବ, ନିଜେ
କରୁନଥିବ ତେବେ ସେବା ସହିତ ଅପସେବା ମଧ୍ୟ ପ୍ରତ୍ୟକ୍ଷ ହୋଇଥାଏ । ଯେପରି ଅମୃତ ପାତ୍ରରେ ବୁନ୍ଦାଏ
ବିଷ ପଡିଗଲେ ସାରା ଅମୃତ ବିଷ ହୋଇଯାଏ, ସେହିଭଳି ଯେତେ ବି ସେବା କରୁଥାଅ କିନ୍ତୁ ମାତ୍ର ଗୋଟିଏ
ଛୋଟିଆ ଭୁଲ୍ ମଧ୍ୟ ସେବାର ଫଳକୁ ସମାପ୍ତ କରିଦେଇଥାଏ, ସେଥିପାଇଁ ନିଜ ଉପରେ ଧ୍ୟାନ ଦିଅ, ତେବେ
କୁହାଯିବ ସଚ୍ଚା ସେବାଧାରୀ ।
ସ୍ଲୋଗାନ:-
ଅନେକତା ଭିତରେ
ଏକତା ଆଣିବା, ବିଗିଡି ଯାଇଥିବା କଥାକୁ ସଜାଡି ଦେବା - ଏହା ସବୁଠାରୁ ବଡ ବିଶେଷତା ଅଟେ ।
ଅବ୍ୟକ୍ତ ଈଶାରା:-
ଅପବିତ୍ରତାର ବୀଜକୁ ମଧ୍ୟ ସମାପ୍ତ କରି ସମ୍ପୂର୍ଣ୍ଣ ସ୍ୱଚ୍ଛ ଅର୍ଥାତ୍ ପବିତ୍ର ହୁଅ ।
ଯେତେବେଳେ ଅପବିତ୍ରତା
ଅର୍ଥାତ୍ କାମ ମହାଶତ୍ରୁ ସ୍ୱପ୍ନରେ ବା ସଂକଳ୍ପରେ ମଧ୍ୟ ଆକ୍ରମଣ ନ କରିବ ସେତେବେଳେ କୁହାଯିବ
ଡବଲ ଅହିଂସକ । ସର୍ବଦା ଭାଇ ଭାଇର ସ୍ମୃତି ସହଜରେ ଏବଂ ସ୍ୱତଃ ଭାବରେ ସ୍ମୃତି ଉପରେ ରହୁଥିବ ।
କେବେ ବି ନିଜର ସମ୍ପୂର୍ଣ୍ଣ ସତୋପ୍ରଧାନ ସ୍ଥିତିରୁ ତଳକୁ ଖସି ନିଜକୁ ହତ୍ୟା କର ନାହିଁ ।
ଆତ୍ମାର ଅସଲୀ ଗୁଣ ସ୍ୱରୂପ ଏବଂ ଶକ୍ତି ସ୍ୱରୂପର ସ୍ଥିତିରୁ ତଳକୁ ଆସିବା ଅର୍ଥାତ୍ ବିସୃତ ହେବା,
ଏହା ମଧ୍ୟ ପାପ ଖାତାରେ ଜମା ହୋଇଥାଏ ।