11.09.25          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ତୁମେମାନେ ସାରା ଦୁନିଆର ପ୍ରକୃତ ମିତ୍ର ଅଟ, ତୁମର କାହା ସହିତ ଶତ୍ରୁତା ରହିବା ଉଚିତ୍ ନୁହେଁ ।”

ପ୍ରଶ୍ନ:-
ତୁମେ ଆତ୍ମିକ ସେନା ଅଟ, ତୁମମାନଙ୍କୁ ବାବାଙ୍କର କେଉଁ ନିର୍ଦ୍ଦେଶ ମିଳିଛି, ଯାହାକୁ ପାଳନ କରିବାକୁ ହେବ?

ଉତ୍ତର:-
ତୁମକୁ ନିର୍ଦ୍ଦେଶ ମିଳିଛି ଯେ ସର୍ବଦା ବ୍ୟାଜ୍ ଲଗାଇ ରଖ । କେହି ଯଦି ପଚାରୁଛନ୍ତି ଏହା କ’ଣ? ତୁମେ କିଏ? ତେବେ କୁହ, ଆମେ ହେଉଛୁ ସାରା ଦୁନିଆର କାମ ଅଗ୍ନିକୁ ଲିଭାଉଥିବା ଅଗ୍ନିଶମ ବାହିନୀ । ବର୍ତ୍ତମାନ ସମୟରେ ସାରା ଦୁନିଆରେ କାମର ଅଗ୍ନି ଲାଗିରହିଛି, ଆମେ ସମସ୍ତଙ୍କୁ ସନ୍ଦେଶ ଦେଉଛୁ ଏବେ ପବିତ୍ର ହୁଅ, ଦୈବୀ ଗୁଣ ଧାରଣ କର ତେବେ ତୁମର ଜୀବନ ରୂପୀ ନଉକା ପାରି ହୋଇଯିବ ।

ଓମ୍ ଶାନ୍ତି ।
ମିଠା ମିଠା ଆତ୍ମିକ ସନ୍ତାନମାନେ ସହଜ ଭାବେ ବାବାଙ୍କ ସ୍ମୃତିରେ ବସିଛନ୍ତି । କାହାକୁ-କାହାକୁ କଷ୍ଟ ଲାଗୁଛି । ବହୁତ ଦ୍ୱନ୍ଦ୍ୱରେ ପଡୁଛନ୍ତି - ଆମେ ଟାଇଟ୍ ଅଥବା ସିଧା ହୋଇ ବସିଛୁ । ବାବା କହୁଛନ୍ତି ଏହିପରି କୌଣସି କଥା ନାହିଁ, ଯେପରି ମଧ୍ୟ ବସ । ବାବାଙ୍କୁ କେବଳ ମନେ ପକାଇବାକୁ ହେବ । ଏଥିରେ ମୁସ୍‌କିଲ୍‌ର କୌଣସି କଥା ନାହିଁ । ହଠଯୋଗୀମାନେ ଏହିପରି ସଳଖ କଠିନ ହୋଇ ବସିଥା’ନ୍ତି । ଗୋଡ ଉପରେ ଗୋଡ ରଖିଥା’ନ୍ତି । ଏଠାରେ ତ ବାବା କହୁଛନ୍ତି ଆରାମରେ ବସ । ବାବାଙ୍କୁ ଏବଂ ୮୪ ଜନ୍ମର ଚକ୍ରକୁ ମନେ ପକାଅ । ଏହା ହିଁ ସହଜ ଯୋଗ ଅଟେ । ଉଠିବା-ବସିବା ସମୟରେ ଏ କଥା ବୁଦ୍ଧିରେ ରହୁ । ଦେଖ ଯେପରି ଏହି ଛୋଟ ପିଲା ବାବାଙ୍କ ପାଖରେ ବସିଛି, ଏହାର ବୁଦ୍ଧିରେ ମାତା ପିତା ହିଁ ମନେ ରହିଥିବେ । ତୁମେ ମଧ୍ୟ ପିଲା ଅଟ ନା । ବାବାଙ୍କୁ ମନେ ପକାଇବା ତ ବହୁତ ସହଜ ଅଟେ । ଆମେ ବାବାଙ୍କର ସନ୍ତାନ, ବାବାଙ୍କଠାରୁ ହିଁ ସମ୍ପତ୍ତି ନେବାକୁ ହେବ । ଶରୀର ନିର୍ବାହ ଅର୍ଥେ ଭଲେ ଗୃହସ୍ଥ ବ୍ୟବହାରରେ ରୁହ, କେବଳ ଅନ୍ୟମାନଙ୍କର ସ୍ମୃତି ବୁଦ୍ଧିରୁ ବାହାର କରିଦିଅ । କେହି ହନୁମାନଙ୍କୁ, କେହି ପୁଣି କାହାକୁ, ସାଧୁ ଆଦିଙ୍କୁ ମନେ ପକାଉଛନ୍ତି । ଏ ସମସ୍ତଙ୍କୁ ମନେ ପକାଇବାର ଆବଶ୍ୟକତା ନାହିଁ । କିନ୍ତୁ ମନେ ପକାଉଛନ୍ତି ନା । ପୂଜା ନିମନ୍ତେ ପୂଜାରୀକୁ ମନ୍ଦିରକୁ ଯିବାକୁ ପଡିଥାଏ, ଏଥିରେ କେଉଁ ସ୍ଥାନକୁ ଯିବାର ଆବଶ୍ୟକତା ବି ନାହିଁ । କେହି ମିଳିଲେ କୁହ ଶିବବାବା କହୁଛନ୍ତି ଏକ ବାବାଙ୍କୁ ମନେ ପକାଅ । ଶିବବାବା ତ ନିରାକାର ଅଟନ୍ତି । ନିଶ୍ଚୟ ସେ ସାକାରରେ ଆସି କହୁଛନ୍ତି ମୋତେ ୟାଦ କର । ମୁଁ ହେଉଛି ପତିତ ପାବନ । ଏହା ତ ଠିକ୍ ଅକ୍ଷର ଅଟେ ନା । ବାବା କହୁଛନ୍ତି ମୋତେ ୟାଦ କର । ତୁମେ ସମସ୍ତେ ପତିତ ଅଟ । ଏହା ପତିତ ତମୋପ୍ରଧାନ ଦୁନିଆ ଅଟେ ନା । ସେଥିପାଇଁ ବାବା କହୁଛନ୍ତି କୌଣସି ବି ଦେହଧାରୀଙ୍କୁ ମନେ ପକାଅ ନାହିଁ । ଏହା ତ ଭଲ କଥା ଅଟେ ନା । କୌଣସି ଗୁରୁ ଆଦିଙ୍କର ମହିମା କରୁନାହାଁନ୍ତି । ବାବା କେବଳ କହୁଛନ୍ତି ମୋତେ ମନେ ପକାଇଲେ ତୁମର ପାପ କଟିଯିବ । ଏହା ହେଉଛି ଯୋଗବଳ ଅଥବା ଯୋଗଅଗ୍ନି । ବେହଦର ବାବା ତ ସତ୍ୟ କହୁଛନ୍ତି ନା - ଗୀତାର ଭଗବାନ ନିରାକାର ହିଁ ଅଟନ୍ତି । କୃଷ୍ଣଙ୍କର କଥା ନୁହେଁ । ଭଗବାନ କହୁଛନ୍ତି କେବଳ ମୋତେ ମନେ ପକାଅ ଆଉ କୌଣସି ଉପାୟ ନାହିଁ । ପବିତ୍ର ହୋଇଗଲେ ଉଚ୍ଚପଦ ପାଇବ । ନଚେତ୍ ପଦ କମ୍ ହୋଇଯିବ । ମୁଁ ତୁମକୁ ବାବାଙ୍କର ସନ୍ଦେଶ ଦେଉଛି । ମୁଁ ହେଉଛି ସନ୍ଦେଶୀ । ଏକଥା ବୁଝାଇବାରେ କୌଣସି ଅସୁବିଧା ନାହିଁ । ମାତାମାନେ, ଅହଲ୍ୟାମାନେ, କୁବ୍‌ଜାମାନେ ମଧ୍ୟ ଉଚ୍ଚପଦ ପାଇପାରିବେ । ଚାହେଁ ଏଠାରେ ରୁହନ୍ତୁ ଅଥବା ଘର ଗୃହସ୍ଥରେ ରୁହନ୍ତୁ, ଏପରି ନୁହେଁ ଯେ ଏଠାରେ ରହି ଅଧିକ ମନେ ପକାଇ ପାରିବେ । ବାବା କହୁଛନ୍ତି ବାହାରେ ରହି ମଧ୍ୟ ଅଧିକ ମନେ ପକାଇ ପାରିବେ । ବହୁତ ସେବା କରିପାରିବେ । ବାବାଙ୍କ ନିକଟରେ ସତେଜ ହୋଇ ଫେରିଥିବାରୁ ଭିତରେ କେତେ ଖୁସି ରହିବା ଉଚିତ୍ । ଏହି ଛି ଛି ବିକାରୀ ଦୁନିଆରେ ତ ବାକି ଅଳ୍ପଦିନ ରହିଛି । ପୁଣି କୃଷ୍ଣପୁରୀକୁ ଚାଲିଯିବା । କୃଷ୍ଣଙ୍କ ମନ୍ଦିରକୁ ମଧ୍ୟ ସୁଖଧାମ ବୋଲି କହିଥା’ନ୍ତି । ତେଣୁ ପିଲାମାନେ ଅସରନ୍ତି ଖୁସି ହେବା ଉଚିତ୍‌, ଯେହେତୁ ତୁମେ ବେହଦ ବାବାଙ୍କର ହୋଇଛ । ତୁମକୁ ହିଁ ସ୍ୱର୍ଗର ମାଲିକ କରିଥିଲି । ତୁମେ ମଧ୍ୟ କହୁଛ ବାବା ୫ ହଜାର ବର୍ଷ ପୂର୍ବରୁ ମଧ୍ୟ ଆମେ ଆପଣଙ୍କ ସହିତ ମିଶିଥିଲୁ ଏବଂ ପୁଣି ମିଶିବୁ । ଏବେ ବାବାଙ୍କୁ ମନେ ପକାଇବା ଦ୍ୱାରା ମାୟା ଉପରେ ବିଜୟ ପ୍ରାପ୍ତ କରିବ । ଏବେ ଏହି ଦୁଃଖଧାମରେ ତ ରହିବାର ନାହିଁ । ତୁମେ ସୁଖଧାମ ଯିବା ପାଇଁ ହିଁ ପାଠ ପଢ଼ୁଛ । ସମସ୍ତଙ୍କୁ ହିସାବ ଚୁକ୍ତ କରି ଘରକୁ ଯିବାକୁ ହେବ । ମୁଁ ନୂଆ ଦୁନିଆ ସ୍ଥାପନ କରିବାକୁ ହିଁ ଆସିଛି । ବାକି ସବୁ ଆତ୍ମାମାନେ ମୁକ୍ତିଧାମ ଚାଲିଯିବେ । ବାବା କହୁଛନ୍ତି - ମୁଁ ହେଉଛି କାଳର କାଳ ମହାକାଳ । ସମସ୍ତଙ୍କୁ ଶରୀରରୁ ମୁକ୍ତ କରି ଆତ୍ମାମାନଙ୍କୁ ନେଇଯିବି । ସମସ୍ତେ କହୁଛନ୍ତି ମଧ୍ୟ ଆମେ ଜଲ୍‌ଦି ଯିବୁ । ଏଠାରେ ତ ରହିବାର ନାହିଁ । ଏହା ତ ପୁରୁଣା ଦୁନିଆ, ପୁରୁଣା ଶରୀର ଅଟେ । ଏବେ ବାବା କହୁଛନ୍ତି ମୁଁ ସମସ୍ତଙ୍କୁ ନେଇଯିବି । କାହାକୁ ହେଲେ ଛାଡିବି ନାହିଁ । ତୁମେ ସମସ୍ତେ ଡାକିଛ - ହେ ପତିତ ପାବନ ଆସ । ଯଦିଓ ମନେ ପକାଉଛନ୍ତି ଅର୍ଥ କିଛି ହେଲେ ବୁଝୁନାହାଁନ୍ତି । ପତିତ ପାବନଙ୍କର କେତେ ଧୁନ୍ ଲଗାଉଛନ୍ତି । ପୁଣି କହୁଛନ୍ତି ରଘୁପତି ରାଘବ ରାଜା ରାମ । ଏବେ ଶିବବାବା ତ ରାଜା ହେଉନାହାନ୍ତି ଅଥବା ରାଜତ୍ତ୍ୱ କରୁନାହାନ୍ତି । ତାଙ୍କୁ ରାଜା ରାମ କହିବା ଭୁଲ୍ ହୋଇଗଲା । ମାଳା ଗଡାଇବା ସମୟରେ ରାମ-ରାମ କହିଥା’ନ୍ତି । ଏହାଦ୍ୱାରା ଭଗବାନଙ୍କର ସ୍ମୃତି ଆସୁଛି । ଭଗବାନ ହେଉଛନ୍ତି ଶିବ । ମନୁଷ୍ୟମାନଙ୍କର ବହୁତ ନାମ ରଖିଦେଇଛନ୍ତି । ଶ୍ରୀକୃଷ୍ଣଙ୍କୁ ମଧ୍ୟ ଶ୍ୟାମ ସୁନ୍ଦର, ବୈକୁଣ୍ଠନାଥ, ଲହୁଣୀ ଚୋର ଆଦି ବହୁତ ନାମ ଦେଉଛନ୍ତି । ତୁମେ ଏବେ ଶ୍ରୀକୃଷ୍ଣଙ୍କୁ ଲହୁଣୀ ଚୋର ବୋଲି କହିବ? ବିଲ୍‌କୁଲ୍ ନୁହେଁ । ଏବେ ତୁମେ ବୁଝୁଛ ଭଗବାନ ଏକ ନିରାକାର, କୌଣସି ବି ଦେହଧାରୀକୁ ଭଗବାନ କହିପାରିବ ନାହିଁ । ବ୍ରହ୍ମା, ବିଷ୍ଣୁ, ଶଙ୍କରଙ୍କୁ ମଧ୍ୟ କହିପାରିବ ନାହିଁ ପୁଣି ମନୁଷ୍ୟ ନିଜକୁ କିପରି ଭଗବାନ କହିପାରିବେ । ବୈଜୟନ୍ତୀ ମାଳା କେବଳ ୧୦୮ଙ୍କର ଗାୟନ କରାଯାଏ । ଶିବବାବା ସ୍ୱର୍ଗ ସ୍ଥାପନ କରୁଛନ୍ତି, ବ୍ରହ୍ମାବାବା ତାହାର ମାଲିକ ଅଟନ୍ତି । ନିଶ୍ଚୟ ସ୍ୱର୍ଗର ମାଲିକ ହେବା ପୂର୍ବରୁ ସେ ପୁରୁଷାର୍ଥ କରିଥିବେ । ତାହାକୁ କୁହାଯାଉଛି କଳିଯୁଗର ଅନ୍ତ, ସତ୍ୟଯୁଗ ଆଦିର ସଙ୍ଗମଯୁଗ । ଏହା ହେଉଛି କଳ୍ପର ସଙ୍ଗମଯୁଗ । ମନୁଷ୍ୟମାନେ ପୁଣି ଯୁଗେ-ଯୁଗେ କହିଦେଇଛନ୍ତି, ଅବତାର ନାମ ମଧ୍ୟ ଭୁଲି ତାଙ୍କୁ ମାଟି-ଗୋଡି ଭିତରେ, କୋଣ-କୋଣରେ କହିଦେଇଛନ୍ତି । ଏହା ମଧ୍ୟ ଡ୍ରାମା ଅଟେ । ଯେଉଁ କଥା ଅତୀତ ହୋଇଯାଏ ତାହାକୁ କୁହାଯାଏ ଡ଼୍ରାମା । କାହା ସହ ଝଗଡ଼ା ଆଦି ହେଲା ତାହା ପାସ୍ ହୋଇଗଲା, ସେ ବିଷୟରେ ଚିନ୍ତା କର ନାହିଁ । କେହି କିଛି କହିଦେଲେ ତୁମେ ତାକୁ ଭୁଲିଯାଅ । କଳ୍ପ ପୂର୍ବରୁ ମଧ୍ୟ ଏହିପରି କହିଥିଲେ । ସେ କଥା ସବୁ ମନେ ରଖିବା ଦ୍ୱାରା ଅଧୋପତନ ହୋଇଥାଏ । ସେ କଥା ପୁଣି କେବେ ହେଲେ ବି କୁହ ନାହିଁ ।

ତୁମକୁ ସେବା ତ କରିବାକୁ ହେବ ନା । ସେବାରେ କୌଣସି ବିଘ୍ନ ପଡ଼ିବା ଅନୁଚିତ । ସେବାରେ ଦୁର୍ବଳତା ଦେଖାଇବା ଅନୁଚିତ । ଏହା ଶିବବାବାଙ୍କର ସେବା ଅଟେ ନା । ଏଥିରେ କେବେ ହେଲେ ମନା କରିବା ଉଚିତ୍ ନୁହେଁ । ନଚେତ୍ ନିଜର ପଦ ହିଁ ଭ୍ରଷ୍ଟ କରିଦେବ । ବାବାଙ୍କର ସାହାଯ୍ୟକାରୀ ହୋଇଛ ତେଣୁ ସମ୍ପୂର୍ଣ୍ଣ ସାହାଯ୍ୟ କରିବାକୁ ହେବ । ବାବାଙ୍କର ସେବା କରିବାରେ ଟିକିଏ ହେଲେ ଧୋକା ଦେବା ଅନୁଚିତ । ସମସ୍ତଙ୍କୁ ସନ୍ଦେଶ ଦେବାକୁ ହିଁ ହେବ । ବାବା କହୁଛନ୍ତି ମିୟ୍ୟୁଜିୟମ୍‌ର ନାମ ଏପରି ରଖ ଯାହା ଫଳରେ ମନୁଷ୍ୟ ଦେଖି ଭିତରକୁ ଆସି ବୁଝିବେ, କାହିଁକିନା ଏହା ନୂଆ ଜ୍ଞାନ ଅଟେ ନା । ନୂଆ ଜିନିଷ ଦେଖି ମନୁଷ୍ୟ ଭିତରକୁ ଆସିଥାନ୍ତି । ଆଜିକାଲି ବିଦେଶରୁ ଆସୁଛନ୍ତି, ଭାରତର ପ୍ରାଚୀନ ଯୋଗ ଶିଖିବା ପାଇଁ । ପ୍ରାଚୀନ ଅର୍ଥାତ୍ ପୁରୁଣାରୁ ପୁରୁଣା, ଏହା ତ ଭଗବାନଙ୍କର ଶିକ୍ଷା ଅଟେ, ଯାହାକୁ ୫ ହଜାର ବର୍ଷ ହୋଇଗଲାଣି । ସତ୍ୟ-ତ୍ରେତା ଯୁଗରେ ଯୋଗ କରିବେ ନାହିଁ, ଯିଏ ଶିଖାଉଛନ୍ତି ସେ ତ ଚାଲିଯିବେ, ପୁଣି ୫ ହଜାର ବର୍ଷ ପରେ ଆସି ରାଜଯୋଗ ଶିଖାଇବେ । ପ୍ରାଚୀନ ଅର୍ଥାତ୍ ୫ ହଜାର ବର୍ଷ ପୂର୍ବରୁ ଭଗବାନ ଶିଖାଇଥିଲେ । ସେହି ଭଗବାନ ପୁଣି ସଙ୍ଗମରେ ଆସି ରାଜଯୋଗ ଶିଖାଇବେ, ଯାହା ଫଳରେ ତୁମେ ପବିତ୍ର ହୋଇପାରିବ । ବର୍ତ୍ତମାନ ସମୟରେ ତ ତତ୍ତ୍ୱ ମଧ୍ୟ ତମୋପ୍ରଧାନ ହୋଇଯାଇଛି । ପାଣି ମଧ୍ୟ କେତେ କ୍ଷତି କରୁଛି । ପୁରୁଣା ଦୁନିଆରେ ଉପଦ୍ରବ ହେଉଛି । ସତ୍ୟଯୁଗରେ ଉପଦ୍ରବର କୌଣସି କଥା ହିଁ ରହିବ ନାହିଁ । ସେଠାରେ ତ ପ୍ରକୃତି ଦାସୀ ହୋଇଥାଏ । ଏଠାରେ ପ୍ରକୃତି ଶତ୍ରୁ ହୋଇ ଦୁଃଖ ଦେଉଛି । ଏହି ଲକ୍ଷ୍ମୀ-ନାରାୟଣଙ୍କର ରାଜ୍ୟରେ ଦୁଃଖର କୌଣସି କଥା ହିଁ ନ ଥିଲା । ସେତେବେଳେ ସତ୍ୟଯୁଗ ଥିଲା । ଏବେ ପୁଣି ଥରେ ତାହାର ସ୍ଥାପନା ହେଉଛି । ବାବା ପ୍ରାଚୀନ ରାଜଯୋଗ ଶିଖାଉଛନ୍ତି । ପୁଣି ୫ ହଜାର ବର୍ଷ ପରେ ଶିଖାଇବେ, ଯାହାର ଅଭିନୟ ଥିବ ସେ କରିବେ । ବେହଦର ବାବା ମଧ୍ୟ ଅଭିନୟ କରୁଛନ୍ତି । ବାବା କହୁଛନ୍ତି ମୁଁ ବ୍ରହ୍ମାଙ୍କ ଶରୀରରେ ପ୍ରବେଶ କରି, ସ୍ଥାପନା କରି ପୁଣି ଚାଲିଯାଉଛି । ହାହାକାର ପରେ ପୁଣି ଜୟଜୟକାର ହୋଇଥାଏ । ପୁରୁଣା ଦୁନିଆ ଶେଷ ହୋଇଯିବ । ଏହି ଲକ୍ଷ୍ମୀ-ନାରାୟଣଙ୍କର ରାଜ୍ୟ ଥିବା ସମୟରେ ପୁରୁଣା ଦୁନିଆ ନ ଥିଲା । ୫ ହଜାର ବର୍ଷର କଥା । ଲକ୍ଷ-ଲକ୍ଷ ବର୍ଷର କଥା ହୋଇପାରିବ ନାହିଁ । ତେଣୁ ବାବା କହୁଛନ୍ତି ଆଉ ସବୁ କଥାକୁ ଛାଡି ନିଜର କଲ୍ୟାଣ କରିବା ପାଇଁ, ଏହି ସେବାରେ ଲାଗିଯାଅ । ରାଗି ଋଷି ସେବାରେ ଧୋକା ଦେବା ଅନୁଚିତ୍ । ଏହା ହେଉଛି ଈଶ୍ୱରୀୟ ସେବା । ମାୟାର ତୋଫାନ ବହୁତ ଆସିବ । କିନ୍ତୁ ବାବାଙ୍କ ଈଶ୍ୱରୀୟ ସେବାରେ ଧୋକା ଦେବା ଅନୁଚିତ୍ । ବାବା ସେବା ନିମନ୍ତେ ନିର୍ଦ୍ଦେଶ ତ ଦେଉଛନ୍ତି । ମିତ୍ର-ସମ୍ବନ୍ଧୀ ଆଦି ଯିଏ ବି ଆସୁଛନ୍ତି, ତୁମେ ହେଉଛ ସମସ୍ତଙ୍କର ସତ୍ୟ ମିତ୍ର । ତୁମେ ବ୍ରହ୍ମାକୁମାର-କୁମାରୀମାନେ ତ ସାରା ଦୁନିଆର ମିତ୍ର ଅଟ କାହିଁକି ନା ତୁମେ ବାବାଙ୍କର ସାହାଯ୍ୟକାରୀ ଅଟ । ମିତ୍ରମାନଙ୍କ ମଧ୍ୟରେ କୌଣସି ଶତ୍ରୁତା ରହିବା ଅନୁଚିତ୍ । ସେମିତି କୌଣସି କଥା ଉଠିଲେ କୁହ, ଶିବବାବାଙ୍କୁ ମନେ ପକାଅ । ବାବାଙ୍କ ଶ୍ରୀମତରେ ଲାଗିଯିବା ଉଚିତ୍ । ନଚେତ୍ ନିଜର ହିଁ କ୍ଷତି କରିଦେବ । ଟ୍ରେନ୍‌ରେ ତୁମେ ଆସୁଛ ସେଠାରେ ତ ସମସ୍ତେ ଖାଲି ଥାଆନ୍ତି । ସେବା କରିବାର ବହୁତ ଭଲ ସୁଯୋଗ ରହିଛି । ବ୍ୟାଜ୍ ତ ବହୁତ ଭଲ ଜିନିଷ ଅଟେ । ପ୍ରତ୍ୟେକେ ଏହାକୁ ଲଗାଇବା ଉଚିତ୍ । କେହି ଯଦି ପଚାରୁଛନ୍ତି ଯେ ତୁମେ କିଏ ତେବେ କୁହ ଆମେ ହେଲୁ ଅଗ୍ନିଶମ ଦଳ, ଯେପରି ନିଆଁ ଲିଭାଇବା ପାଇଁ ଅଗ୍ନିଶମ ଦଳ ରହିଛନ୍ତି । ବର୍ତ୍ତମାନ ସାରା ସୃଷ୍ଟିରେ କାମ ବିକାରର ଅଗ୍ନିରେ ସମସ୍ତେ ଜଳୁଛନ୍ତି । ଏବେ ବାବା କହୁଛନ୍ତି କାମ ମହାଶତ୍ରୁ ଉପରେ ବିଜୟ ପ୍ରାପ୍ତ କର । ବାବାଙ୍କୁ ୟାଦ କରି, ପବିତ୍ର ହୋଇ ଦୈବୀଗୁଣ ଧାରଣ କର ତେବେ ଭେଳା ପାର ହୋଇଯିବ । ଏହି ବ୍ୟାଜ୍ ଶ୍ରୀମତ ଦ୍ୱାରା ହିଁ କରାଯାଇଛି । ବ୍ୟାଜ୍‌କୁ ନେଇ ବହୁତ କମ୍ ସନ୍ତାନମାନେ ସେବା କରୁଛନ୍ତି । ବାବା ମୁରଲୀରେ କେତେ ବୁଝାଉଛନ୍ତି । ପ୍ରତ୍ୟେକ ବ୍ରାହ୍ମଣଙ୍କ ପାଖରେ ଏହି ବ୍ୟାଜ୍ ରହିବା ଉଚିତ୍‌, ଯେ କେହି ବି ଦେଖା ହେଲେ ଏହା ଉପରେ ତାଙ୍କୁ ବୁଝାଇବାକୁ ହେବ, ଇଏ ହେଉଛନ୍ତି ବାବା, ଏହାଙ୍କୁ ମନେ ପକାଇବାକୁ ହେବ । ଆମେ ସାକାରଙ୍କର ମହିମା କରୁ ନାହୁଁ । ସମସ୍ତଙ୍କର ସଦ୍‌ଗତି ଦାତା ଏକ ହିଁ ନିରାକାର ବାବା ଅଟନ୍ତି, ତାଙ୍କୁ ମନେ ପକାଇବାକୁ ହେବ । ଯୋଗର ବଳ ଦ୍ୱାରା ହିଁ ତୁମର ପାପ କଟିଯିବ । ପୁଣି ଅନ୍ତ ସମୟର ମତି ଅନୁଯାୟୀ ଗତି ହୋଇଯିବ । ଦୁଃଖଧାମରୁ ମୁକ୍ତ ହୋଇଯିବ । ପୁଣି ତୁମେ ବିଷ୍ଣୁପୁରୀକୁ ଚାଲିଯିବ । କେତେ ବଡ ଖୁସିର ଖବର । ଈଶ୍ୱରୀୟ ସାହିତ୍ୟ ମଧ୍ୟ ଦେଇପାରିବ । କୁହ, ତୁମେ ଯଦି ଗରୀବ ତୁମକୁ ମାଗଣାରେ ଦେଇପାରିବୁ । ସାହୁକାରମାନେ ତ ପଇସା ଦେବା ଉଚିତ୍ କାହିଁକି ନା ଏହାକୁ ତ ବହୁତ ଛପାଇବାକୁ ପଡିବ । ଏହି ଜିନିଷ ଏଭଳି ଅଟେ ଯାହାଦ୍ୱାରା ତୁମେ ଫକୀରରୁ ବିଶ୍ୱର ମାଲିକ ହୋଇଯିବ । ସବୁ କିଛି ତ ବୁଝାଯାଉଛି । ସମସ୍ତ ଧର୍ମାବଲମ୍ବୀମାନଙ୍କୁ କୁହ, ବାସ୍ତବରେ ତୁମେ ଆତ୍ମା ଅଟ, ନିଜକୁ ଆତ୍ମା ବୋଲି ଭାବି ବାବାଙ୍କୁ ମନେ ପକାଅ । ଏବେ ବିନାଶ ସମ୍ମୁଖରେ ରହିଛି, ଦୁନିଆ ବଦଳିବାକୁ ଯାଉଛି । ଶିବବାବାଙ୍କୁ ମନେ ପକାଇଲେ ବିଷ୍ଣପୁରୀକୁ ଆସିଯିବ । କୁହ, ତୁମକୁ ଏହି କୋଟି-କୋଟି, ପଦ୍ମ-ପଦ୍ମ ମୂଲ୍ୟର ଜିନିଷ ଦେଉଛୁ ।

ବାବା କେତେ ବୁଝାଉଛନ୍ତି - ବ୍ୟାଜ୍ ମାଧ୍ୟମରେ ସେବା କରିବାକୁ କିନ୍ତୁ ବ୍ୟାଜ୍ ଲଗାଉ ନାହାଁନ୍ତି । ଲଜ୍ୱ୍ୟା ଲାଗୁଛି । ବ୍ରାହ୍ମଣୀମାନେ ଯେବେ ପାର୍ଟି ନେଇ ଆସୁଛନ୍ତି ଅଥବା କେଉଁଠାକୁ ଅଫିସ୍‌କୁ ଏକା ଯାଉଛନ୍ତି, ଏହି ବ୍ୟାଜ୍ ନିଶ୍ଚୟ ଲଗାଇବା ଉଚିତ୍‌, ଯାହାଙ୍କୁ ତୁମେ ଏହା ଉପରେ ବୁଝାଇବ ସେ ବହୁତ ଖୁସି ହେବେ । କୁହ, ଆମେ ଏକମାତ୍ର ବାବାଙ୍କୁ ହିଁ ସ୍ମରଣ କରୁଛୁ, ସେ ହିଁ ସମସ୍ତଙ୍କୁ ସୁଖ ଶାନ୍ତି ଦେଉଛନ୍ତି, ତାଙ୍କୁ ୟାଦ କର । ପତିତ ଆତ୍ମା ତ ଘରକୁ ଯାଇପାରିବେ ନାହିଁ । ଏବେ ଏହି ପୁରୁଣା ଦୁନିଆ ବଦଳୁଛି । ଏହିପରି ରାସ୍ତାରେ ସେବା କରି କରି ଆସିବା ଉଚିତ୍ । ତୁମର ବହୁତ ନାଁ ହେବ, ବାବା ଭାବୁଛନ୍ତି ବୋଧ ହୁଏ ଲଜ୍ୱ୍ୟା ଲାଗୁଛି ଯାହା ଫଳରେ ବ୍ୟାଜ୍ ପିନ୍ଧି ସେବା କରୁ ନାହାଁନ୍ତି । ପ୍ରଥମତଃ ବ୍ୟାଜ୍‌, ସିଡି ଅଥବା ତ୍ରିମୂର୍ତ୍ତି ଚିତ୍ର, ଗୋଲା (ସୃଷ୍ଟିଚକ୍ର) ଏବଂ ବୃକ୍ଷର ଚିତ୍ର ସାଥିରେ ରଖ, ପରସ୍ପର ମଧ୍ୟରେ ଜଣେ ଅନ୍ୟ ଜଣଙ୍କୁ ବୁଝାଇଲେ ସମସ୍ତେ ଏକାଠି ହୋଇଯିବେ । ପଚାରିବେ ଯେ ଏହା କ’ଣ? କୁହ, ଶିବବାବା ଏହାଙ୍କ ଦ୍ୱାରା ନୂଆ ଦୁନିଆ ସ୍ଥାପନ କରୁଛନ୍ତି । ବର୍ତ୍ତମାନ ବାବା କହୁଛନ୍ତି ମୋତେ ମନେ ପକାଅ, ପବିତ୍ର ହୁଅ । ଅପବିତ୍ରମାନେ ତ ଘରକୁ ଫେରି ଯାଇପାରିବେ ନାହିଁ । ଏହିପରି ମିଠା-ମିଠା କଥା ଶୁଣାଇବା ଉଚିତ୍‌, ତେବେ ସମସ୍ତେ ଖୁସିରେ ଶୁଣିବେ । କିନ୍ତୁ କାହାରି ବୁଦ୍ଧିରେ ପଶୁ ନାହିଁ । ମୁରଲୀ କ୍ଲାସ୍‌କୁ ଗଲେ ମଧ୍ୟ ବ୍ୟାଜ୍ ଲଗାଇବା ଉଚିତ୍ । ମିଲେଟ୍ରୀ ଲୋକେ ମଧ୍ୟ ବ୍ୟାଜ୍ ଲଗାଇଥା’ନ୍ତି । ତାଙ୍କୁ କ’ଣ ଲଜ୍ୱ୍ୟା ଲାଗୁଛି? ତୁମେ ମଧ୍ୟ ରୁହାନୀ ମିଲେଟ୍ରୀ ଅଟ ନା । ବାବା ନିର୍ଦ୍ଦେଶ ଦେଉଛନ୍ତି ପୁଣି ଏହାକୁ କାମରେ କାହିଁକି ଲଗାଉ ନାହଁ । ବ୍ୟାଜ୍ ଲଗାଇଲେ ଶିବବାବାଙ୍କର ସ୍ମୃତି ମଧ୍ୟ ରହିବ - ଆମେ ଶିବବାବାଙ୍କର ସନ୍ତାନ ଅଟୁ । ଦିନକୁ ଦିନ ସେବାକେନ୍ଦ୍ର ମଧ୍ୟ ଖୋଲିବ । କେହି ନା କେହି ବାହାରିବେ । କହିବେ ଅମୁକ ସହରରେ ଆପଣଙ୍କର ଶାଖା ନାହିଁ ତାଙ୍କୁ କୁହ କେହି ଘରର ବ୍ୟବସ୍ଥା କରି ନିମନ୍ତ୍ରଣ ଦେଲେ ଆମେ ଆସି ସେବା କରିପାରିବୁ । ସାହସ ପିଲାମାନଙ୍କର, ସାହାଯ୍ୟ ବାବାଙ୍କର, ବାବା ତ ସନ୍ତାନମାନଙ୍କୁ ହିଁ କହିବେ ସେବାକେନ୍ଦ୍ର ଖୋଲ, ସେବା କର । ଏ ସବୁ ଶିବବାବାଙ୍କର ଦୋକାନ ଅଟେ ନା, ପିଲାମାନଙ୍କ ଦ୍ୱାରା ହିଁ ଚଳାଉଛନ୍ତି । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ପରସ୍ପର ମଧ୍ୟରେ ଋଷି କେବେ ହେଲେ ସେବାରେ ଧୋକା ଦେବାର ନାହିଁ । ବିଘ୍ନ ରୂପ ହେବାର ନାହିଁ । ନିଜର ଦୁର୍ବଳତା ଦେଖାଇବାର ନାହିଁ । ବାବାଙ୍କର ସମ୍ପୂର୍ଣ୍ଣ ସହଯୋଗୀ ହେବାର ଅଛି ।

(୨) କେବେ ଯଦି କାହା ସହିତ ଝଗଡା ହୋଇଗଲା, ସେହି ସମୟ ବିତିଗଲା, ପୁନର୍ବାର ତା’ର ଚିନ୍ତନ କରିବାର ନାହିଁ । କେହି ଯଦି କମ୍‌-ବେଶୀ କହିଲା, ତୁମେ ତା’କୁ ଭୁଲିଯାଅ । କଳ୍ପ ପୂର୍ବରୁ ମଧ୍ୟ ଏହିପରି ନିଶ୍ଚିତ କହିଥିଲା । ତେଣୁ ସେହି କଥାର ପୁଣି କେବେ ବି ପୁନରାବୃତ୍ତି କର ନାହିଁ ।

ବରଦାନ:-
ଶାନ୍ତିର ଦୂତ ହୋଇ ସମସ୍ତଙ୍କୁ ଶାନ୍ତିର ସନ୍ଦେଶ ଦେଉଥିବା ମାଷ୍ଟର ଶାନ୍ତି, ଶକ୍ତିଦାତା ହୁଅ ।

ତୁମେ ସମସ୍ତେ ଶାନ୍ତିର ସନ୍ଦେଶ ବାହକ ଶାନ୍ତି ଦୂତ ଅଟ । ତେଣୁ ଯେଉଁଠାରେ ବି ରହୁଥାଅ ନା କାହିଁକି ସର୍ବଦା ନିଜକୁ ଶାନ୍ତିର ଦୂତ ମନେ କରିଚାଲ । ମୁଁ ଶାନ୍ତିଦୂତ ଅଟେ, ଶାନ୍ତିର ସନ୍ଦେଶ ବାହକ ଅଟେ - ଏହି ସ୍ମୃତିରେ ରହିଲେ ନିଜେ ମଧ୍ୟ ଶାନ୍ତ ସ୍ୱରୂପ ଶକ୍ତିଶାଳୀ ସ୍ଥିତିରେ ରହିବ ଏବଂ ଅନ୍ୟମାନଙ୍କୁ ମଧ୍ୟ ଶାନ୍ତି ଦେଇ ଚାଲିବ । ସେମାନେ ତୁମକୁ ଅଶାନ୍ତି ଦିଅନ୍ତୁ କିନ୍ତୁ ତୁମେ ତାଙ୍କୁ ଶାନ୍ତି ଦିଅ । ସେମାନେ ନିଆଁ ଲଗାନ୍ତୁ କିନ୍ତୁ ତୁମେ ସେଥିରେ ପାଣି ଢାଳ - ଏହା ହିଁ ହେଉଛି ତୁମ ଭଳି ଶାନ୍ତିଦୂତ, ମାଷ୍ଟର ଶାନ୍ତି ଶକ୍ତିଦାତା ପିଲାମାନଙ୍କର କର୍ତ୍ତବ୍ୟ ।

ସ୍ଲୋଗାନ:-
ଯେପରି ବାଣୀରେ ଆସିବା ପାଇଁ ସହଜ ଲାଗୁଛି ସେହିପରି ବାଣୀଠାରୁ ଉର୍ଦ୍ଧ୍ୱରେ ରହିବା ମଧ୍ୟ ସହଜ ହୋଇଯାଉ ।

ଅବ୍ୟକ୍ତ ଈଶାରା:- ଏବେ ଲଗନର ଅଗ୍ନିକୁ ପ୍ରଜ୍ୱଳିତ କରି ଯୋଗକୁ ଜ୍ୱାଳା ରୂପ କର ।

ଯୋଗ କରିବା ସମୟରେ ସର୍ବଦା ଲାଇଟ୍ ହାଉସ୍ ଏବଂ ମାଇଟ୍ ହାଉସ୍ ଅର୍ଥାତ୍ ଆଲୋକ ଏବଂ ଶକ୍ତିର କେନ୍ଦ୍ର - ଏହିଭଳି ସ୍ଥିତିର ଅନୁଭବ କର । ଜ୍ଞାନ ହେଲା ଲାଇଟ୍ ଏବଂ ଯୋଗ ହେଲା ମାଇଟ୍ । ଜ୍ଞାନ ଏବଂ ଯୋଗ - ଏହି ଦୁଇଟିଯାକ ଶକ୍ତିରେ ଲାଇଟ୍ ଏବଂ ମାଇଟ୍ ସମ୍ପନ୍ନ ହୁଅ - ତେବେ କୁହାଯିବ ମାଷ୍ଟର ସର୍ବଶକ୍ତିମାନ । ଏହିଭଳି ଶକ୍ତିଶାଳୀ ଆତ୍ମାମାନେ ଯେ କୌଣସି ପରିସ୍ଥିତିକୁ ଗୋଟିଏ ସେକେଣ୍ଡରେ ଅତିକ୍ରମ କରିଯାଇଥାଆନ୍ତି ।