11.11.25 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:-
ତୁମେମାନେ ହୃଦୟର ସହିତ ବାବା-ବାବା କୁହ ତେବେ ଖୁସିରେ ଲୋମ ଟାଙ୍କୁରି ଉଠିବ ଏବଂ ଖୁସିରେ ରହିବା
ଦ୍ୱାରା ମାୟାଜିତ୍ ହୋଇଯିବ’’ ।
ପ୍ରଶ୍ନ:-
କେଉଁ କଥାରେ
ପିଲାମାନଙ୍କୁ ମେହେନତ କରିବାକୁ ପଡିଥାଏ କିନ୍ତୁ ତାହା ହିଁ ହେଉଛି ଖୁସି ଏବଂ ଯୋଗର ଆଧାର ?
ଉତ୍ତର:-
ଆତ୍ମ-ଅଭିମାନୀ ହେବାରେ ହିଁ ମେହନତ ଲାଗୁଛି କିନ୍ତୁ ଏହା ଦ୍ୱାରା ହିଁ ଖୁସିର ନିଶା ଚଢୁଛି ଏବଂ
ମିଠା ବାବା ମନେ ପଡୁଛନ୍ତି । ମାୟା ତ ତୁମକୁ ଦେହ-ଅଭିମାନର ବଶୀଭୂତ କରିବ, ବଳବାନ୍ ସହିତ ବଳବାନ୍
ହୋଇ ଲଢିବ, କିନ୍ତୁ ଏଥିରେ ନିରାଶ ହେବାର ନାହିଁ । ବାବା କହୁଛନ୍ତି ପିଲାମାନେ ମାୟାର ତୋଫାନକୁ
ଡର ନାହିଁ, କେବଳ କର୍ମେନ୍ଦ୍ରିୟ ଦ୍ୱାରା କୌଣସି ବିକର୍ମ କର ନାହିଁ ।
ଓମ୍ ଶାନ୍ତି ।
ଆତ୍ମାର ପିତା ଆତ୍ମିକ ସନ୍ତାନମାନଙ୍କୁ ବୁଝାଉଛନ୍ତି ଅଥବା ଶିକ୍ଷା ଦେଉଛନ୍ତି, ପାଠ ପଢ଼ାଉଛନ୍ତି
। ପିଲାମାନେ ଜାଣିଛନ୍ତି ଯେ ପାଠ ପଢାଉଥିବା ବାବା ସର୍ବଦା ଦେହୀ-ଅଭିମାନୀ ଅଟନ୍ତି । ସେ
ହେଉଛନ୍ତି ନିରାକାର ଯିଏକି କେବେହେଲେ ଶରୀର ଧାରଣ କରନ୍ତି ନାହିଁ । ପୁନର୍ଜନ୍ମରେ ଆସନ୍ତି ନାହିଁ
। ବାବା ବୁଝାଉଛନ୍ତି ଏବେ ତୁମ ସନ୍ତାନମାନଙ୍କୁ ମୋ ସଦୃଶ ନିଜକୁ ଆତ୍ମା ବୋଲି ଭାବିବାକୁ ହେବ ।
ମୁଁ ପରମପିତା ଅଟେ । ପରମପିତାଙ୍କର ଦେହ ନ ଥାଏ । ତାଙ୍କୁ ଦେହୀ-ଅଭିମାନୀ ମଧ୍ୟ କୁହାଯିବ ନାହିଁ
। ସେ ହେଉଛନ୍ତି ହିଁ ନିରାକାର । ବାବା କହୁଛନ୍ତି ମୋର ନିଜର ଦେହ ନାହିଁ । ତୁମକୁ ତ
ଜନ୍ମଜନ୍ମାନ୍ତର ଦେହ ମିଳିଆସୁଛି । ବର୍ତ୍ତମାନ ତୁମମାନଙ୍କୁ ମୋ ସଦୃଶ ଦେହରୁ ଅଲଗା ହୋଇ ନିଜକୁ
ଆତ୍ମା ଭାବିବାକୁ ହେବ । ଯଦି ବିଶ୍ୱର ମାଲିକ ହେବାକୁ ଚାହୁଁଛ ତେବେ ଆଉ କୌଣସି କଷ୍ଟସାଧ୍ୟ କଥା
ନାହିଁ । ବାବା କହୁଛନ୍ତି ଦେହ-ଅଭିମାନକୁ ଛାଡି ମୋ ସମାନ ହୁଅ । ସର୍ବଦା ବୁଦ୍ଧିରେ ରହୁ ଯେ ମୁଁ
ଆତ୍ମା ଅଟେ । ମୋତେ ବାବା ରାଜଯୋଗର ପାଠ ପଢାଉଛନ୍ତି । ବାବା ତ ନିରାକାର ଅଟନ୍ତି, ସିଏ ଆମକୁ
ପାଠ ପଢାଇବେ କିପରି? ସେଥିପାଇଁ ବାବା ଏହି ଶରୀରରେ ଆସି ପାଠ ପଢାଉଛନ୍ତି । ଗୋମୁଖ ଦେଖାଉଛନ୍ତି
ନା । ତେବେ ଗୋ ମୁଖରୁ ତ’ ଗଙ୍ଗା ବାହାରି ପାରିବ ନାହିଁ । ମାତାକୁ ମଧ୍ୟ ଗୋ ମାତା ବୋଲି
କୁହାଯାଏ । ତୁମେ ସମସ୍ତେ ଗାଈ ଅଟ । ଏହି ବ୍ରହ୍ମା ତ ଗାଈ ନୁହଁନ୍ତି । ବ୍ରହ୍ମାଙ୍କ ମୁଖ ଦ୍ୱାରା
ଜ୍ଞାନ ମିଳୁଛି । ବାବାଙ୍କର ଗାଈ ତ ନାହିଁ ନା - ତାଙ୍କୁ ବଳଦ ଉପରେ ସବାରୀ ହେବାର ମଧ୍ୟ
ଦେଖାଇଥା’ନ୍ତି । ସେମାନେ ତ ଶିବ ଏବଂ ଶଙ୍କରଙ୍କୁ ଏକ ବୋଲି କହିଦେଇଛନ୍ତି । ତୁମେ ସନ୍ତାନମାନେ
ଏବେ ଜାଣୁଛ ଯେ ଶିବ-ଶଙ୍କର ଏକ ନୁହଁନ୍ତି । ଶିବ ତ’ ହେଉଛନ୍ତି ଶ୍ରେଷ୍ଠରୁ ଶ୍ରେଷ୍ଠ ତାଙ୍କ ପରେ
ପୁଣି ବ୍ରହ୍ମା-ବିଷ୍ଣୁ-ଶଙ୍କର । ବ୍ରହ୍ମା ହେଉଛନ୍ତି ସୂକ୍ଷ୍ମଲୋକ ନିବାସୀ । ତୁମମାନଙ୍କୁ
ବିଚାର ସାଗର ମନ୍ଥନ କରି ପଏଣ୍ଟସ୍ ବାହାର କରି ବୁଝାଇବାକୁ ପଡୁଛି ଆଉ ତୁମମାନଙ୍କୁ ନିର୍ଭୟ ମଧ୍ୟ
ହେବାକୁ ପଡିବ । ତୁମେ ସନ୍ତାନମାନେ ହିଁ ଖୁସିରେ ଅଛ । ତୁମେ କହୁଛ ଆମେ ଈଶ୍ୱରୀୟ ବିଦ୍ୟାର୍ଥୀ
ଅଟୁ, ଆମକୁ ବାବା ପାଠ ପଢାଉଛନ୍ତି । ଭଗବାନୁବାଚ ମଧ୍ୟ ରହିଛି - ହେ ସନ୍ତାନମାନେ, ମୁଁ
ତୁମମାନଙ୍କୁ ରାଜାମାନଙ୍କର ରାଜା କରିବା ପାଇଁ ପାଠ ପଢାଉଛି । ତୁମେମାନେ ଯେଉଁ ଆଡକୁ ବି ଯାଉଛ
ସେଣ୍ଟରକୁ ଯାଉଛ, ତୁମମାନଙ୍କ ବୁଦ୍ଧିରେ ରହିଛି ଯେ, ଆମକୁ ବାବା ପାଠ ପଢ଼ାଉଛନ୍ତି । ଯାହାକୁ ଆମେ
ଏବେ ସେବାକେନ୍ଦ୍ରରେ ବସି ଶୁଣୁଛୁ ଏବଂ ବାବା ମୁରଲୀ ଚଲାଉଛନ୍ତି । ମୁଖରେ ବାବା, ବାବା କହିଚାଲ
। ଏହା ମଧ୍ୟ ତୁମର ଯାତ୍ରା ହେଲା ନା । ଯୋଗ ଶବ୍ଦ ଏତେ ଶୋଭା ପାଉ ନାହିଁ । ମନୁଷ୍ୟମାନେ ଅମରନାଥ,
ବଦ୍ରିନାଥ ଯାତ୍ରା କରିବା ପାଇଁ ପାଦରେ ଚାଲି ଚାଲି ଯାଇଥା’ନ୍ତି । ଏବେ ତୁମ ସନ୍ତାନମାନଙ୍କୁ ତ
ନିଜ ଘରକୁ ଯିବାକୁ ହେବ । ତୁମେମାନେ ଜାଣିଛ ଏବେ ଏହି ବେହଦର ନାଟକ ପୂରା ହେବାକୁ ଯାଉଛି । ବାବା
ଆସିଛନ୍ତି ଆମକୁ ଯୋଗ୍ୟ କରି ନେଇଯିବା ପାଇଁ । ତୁମେ ନିଜେ କହୁଛ ଯେ ଆମେ ପତିତ ଅଟୁ । ପତିତମାନେ
କେବେ ବି ମୁକ୍ତି ପ୍ରାପ୍ତ କରିପାରିବେ ନାହିଁ । ବାବା କହୁଛନ୍ତି - ହେ ଆତ୍ମାମାନେ, ତୁମେ ପତିତ
ହୋଇଯାଇଛ । ଦୁନିଆରେ ଶରୀରକୁ ପତିତ ଭାବି ଗଙ୍ଗାରେ ସ୍ନାନ କରିବାକୁ ଯାଇଥା’ନ୍ତି । ସେମାନେ ତ
ଆତ୍ମାକୁ ନିର୍ଲେପ ବୋଲି ଭାବୁଛନ୍ତି । ବାବା ବୁଝାଉଛନ୍ତି - ମୂଳ କଥା ହେଉଛି ଆତ୍ମାର ।
କହିଥାଆନ୍ତି ମଧ୍ୟ ପାପ ଆତ୍ମା, ପୁଣ୍ୟ ଆତ୍ମା । ଏହି ଅକ୍ଷରକୁ ଭଲ ଭାବରେ ମନେ ପକାଅ । ଏହି ସବୁ
କଥା ନିଜେ ବୁଝି ପୁଣି ଅନ୍ୟମାନଙ୍କୁ ମଧ୍ୟ ବୁଝାଇବାକୁ ହେବ । ତୁମମାନଙ୍କୁ ହିଁ ଭାଷଣ ଆଦି
କରିବାକୁ ପଡିବ । ବାବା ତ ଗାଁ-ଗାଁ, ଗଳି-ଗଳିକୁ ଯିବେ ନାହିଁ । ତୁମେମାନେ ଘରେ-ଘରେ ଏହି ଚିତ୍ର
ରଖିଦିଅ । ୮୪ ଜନ୍ମର ଚକ୍ର କିପରି ଘୂରୁଛି । ଏ କଥା ସିଡି ଚିତ୍ରରେ ବହୁତ ସ୍ପଷ୍ଟ ଭାବରେ
ବର୍ଣ୍ଣନା କରାଯାଇଛି । ଏବେ ବାବା କହୁଛନ୍ତି - ସତ୍ତ୍ୱପ୍ରଧାନ ହୁଅ । କାରଣ ତୁମମାନଙ୍କୁ ନିଜ
ଘରକୁ ଯିବାକୁ ହେବ, କିନ୍ତୁ ପବିତ୍ର ନ ହୋଇ ତ କେହି ଘରକୁ ଯାଇପାରିବେ ନାହିଁ । ତେଣୁ ସବୁବେଳେ
ଏହି ଚିନ୍ତା ଲାଗି ରହୁ । ତେବେ ବହୁତ ସନ୍ତାନ ଏପରି ଅଛନ୍ତି ଯେଉଁମାନେ ଲେଖୁଛନ୍ତି, ବାବା ବହୁତ
ତୋଫାନ ଆସୁଛି । ମନରେ ବହୁତ ଖରାପ ବିଚାର ଆସୁଛି । ଆଗରୁ ଏଭଳି ବିଚାର ଆସୁ ନ ଥିଲା ।
ବାବା କହୁଛନ୍ତି ତୁମେମାନେ ଚିନ୍ତା କର ନାହିଁ । ଆଗରୁ କ’ଣ ତୁମେମାନେ ଯୁଦ୍ଧ ଭୂମିରେ ଥିଲ କି !
ଏବେ ତୁମକୁ ବାବାଙ୍କ ସ୍ମତିରେ ରହି ମାୟା ଉପରେ ବିଜୟ ପ୍ରାପ୍ତ କରିବାକୁ ପଡିବ । ଏହିକଥା
ଘଡି-ଘଡି ସ୍ମୃତିରେ ରଖ । ଗଣ୍ଠି ପକାଅ ଦିଅ । ଯେପରି ମାତାମାନେ ପଣତ କାନିରେ ଗଣ୍ଠି
ପକାଇଥା’ନ୍ତି, ପୁରୁଷମାନେ ପୁଣି ନୋଟ୍ ବୁକ୍ରେ ଲେଖିଥା’ନ୍ତି । ତୁମର ଏହି ବ୍ୟାଜ୍ ବହୁତ ଭଲ
ଚିହ୍ନ ଅଟେ । ଆମେ ରାଜକୁମାର ହେବାକୁ ଯାଉଛୁ, ଏହା ହେଉଛି ଭିକାରୀରୁ ରାଜକୁମାର ହେବାର ଈଶ୍ୱରୀୟ
ବିଶ୍ୱବିଦ୍ୟାଳୟ । ତୁମେ ରାଜକୁମାର ଥିଲ ନା । ଶ୍ରୀକୃଷ୍ଣ ବିଶ୍ୱର ରାଜକୁମାର ଥିଲେ । ଯେପରି
ଇଂଲଣ୍ଡରେ ମଧ୍ୟ ପ୍ରିନ୍ସ ଅଫ୍ ୱେଲ୍ସ କୁହାଯାଇଥାଏ । ତାହା ହଦର କଥା, ରାଧା-କୃଷ୍ଣ ତ ବହୁତ
ବିଖ୍ୟାତ ଅଟନ୍ତି । ସେମାନେ ସ୍ୱର୍ଗର ରାଜକୁମାର-କୁମାରୀ ଥିଲେ ନା ସେଥିପାଇଁ ସମସ୍ତେ ତାଙ୍କୁ
ସ୍ନେହ କରୁଛନ୍ତି । ଶ୍ରୀକୃଷ୍ଣଙ୍କୁ ସମସ୍ତେ ବହୁତ ଭଲ ପାଇଥା’ନ୍ତି । ବାସ୍ତବରେ ଉଭୟଙ୍କୁ
ସ୍ନେହ କରିବା ଦରକାର । ପ୍ରଥମେ ତ ରାଧାଙ୍କୁ ସ୍ନେହ କରିବା ଉଚିତ୍ । କିନ୍ତୁ ପୁଅ ପ୍ରତି ଅଧିକ
ସ୍ନେହ ରହିଥାଏ କାହିଁକି ନା ସେ ଉତ୍ତରାଧିକାରୀ ହୋଇଥାଏ । ସ୍ତ୍ରୀର ମଧ୍ୟ ପତି ପ୍ରତି ସ୍ନେହ
ରହିଥାଏ । ପତିଙ୍କ ନିମନ୍ତେ କହିଥା’ନ୍ତି, ସେ ତୁମର ଗୁରୁ ଈଶ୍ୱର ଅଟନ୍ତି । ସ୍ତ୍ରୀ ପାଇଁ ଏପରି
କହି ନ ଥା’ନ୍ତି । ସତ୍ୟ ଯୁଗରେ ତ ମାତାମାନଙ୍କର ମହିମା ରହିବ । ପ୍ରଥମେ ଲକ୍ଷ୍ମୀ ପରେ ନାରାୟଣ
। ଅମ୍ବାଙ୍କର କେତେ ରିଗାର୍ଡ (ସମ୍ମାନ) ରଖୁଛନ୍ତି । କାରଣ ସିଏ ବ୍ରହ୍ମାଙ୍କର କନ୍ୟା ଅଟନ୍ତି ।
ବ୍ରହ୍ମାଙ୍କର ଏତେ ମହିମା ନାହିଁ, ବ୍ରହ୍ମାଙ୍କର ମନ୍ଦିର ଅଜମେରରେ ରହିଛି । ଯେଉଁଠି ମେଳା ଆଦି
ହୋଇଥାଏ । ଅମ୍ବାଙ୍କ ମନ୍ଦିରରେ ମଧ୍ୟ ମେଳା ଲାଗିଥାଏ । ବାସ୍ତବରେ ଏହି ସବୁ ମେଳା ମଇଳା କରିବା
ପାଇଁ ହୋଇଥାଏ । ତୁମର ଏହି ମେଳା ଲାଗୁଛି ସ୍ୱଚ୍ଛ କରିବା ପାଇଁ । ସ୍ୱଚ୍ଛ ହେବା ପାଇଁ ତୁମକୁ
ସ୍ୱଚ୍ଛ ବାବାଙ୍କୁ ସ୍ମରଣ କରିବାକୁ ହେବ । ପାଣି ଦ୍ୱାରା କୌଣସି ପାପ ନାଶ ହୁଏ ନାହିଁ । ଗୀତାରେ
ମଧ୍ୟ ଭଗବାନୁବାଚ ରହିଛି, ମନମନାଭବ । ଗୀତାର ପ୍ରଥମ ଏବଂ ଶେଷରେ ଏହି ଶବ୍ଦ ରହିଛି । ତୁମେ
ସନ୍ତାନମାନେ ଜାଣିଛ ଯେ ଆମେମାନେ ହିଁ ପ୍ରଥମେ-ପ୍ରଥମେ ଭକ୍ତି ଆରମ୍ଭ କରିଛୁ । ପ୍ରଥମେ
ସତ୍ତ୍ୱପ୍ରଧାନ ଭକ୍ତି ପୁଣି ସତ୍ତ୍ୱ, ରଜୋ, ତମୋ ଭକ୍ତି ହୋଇଥାଏ । ଏବେ ତ ଦେଖ ମାଟି ପଥର ଆଦି
ସବୁର ଭକ୍ତି କରୁଛନ୍ତି । ଏସବୁ ହେଉଛି ଅନ୍ଧଶ୍ରଦ୍ଧା । ବର୍ତ୍ତମାନ ତୁମେ ସଂଗମଯୁଗରେ ଅଛ । ଏହା
ସୃଷ୍ଟିରୂପି ଓଲଟା ବୃକ୍ଷ ଅଟେ ନା । ଉପରେ ଅଛନ୍ତି ବୀଜ । ବାବା କହୁଛନ୍ତି ଏହି ମନୁଷ୍ୟ
ସୃଷ୍ଟିର ବୀଜ ଅଥବା ରଚୟିତା ହେଉଛି ମୁଁ । ଏବେ ନୂଆ ଦୁନିଆର ସ୍ଥାପନା କରୁଛି । ନୂଆ ଦୁନିଆର
ଚାରା ଲଗାଇଥା’ନ୍ତି ନା । ଯେପରି ବୃକ୍ଷର ପୁରୁଣା ପତ୍ର ଝଡିଯାଇଥାଏ ଏବଂ ନୂଆ-ନୂଆ ପତ୍ର
ବାହାରିଥାଏ । ସେହିପରି ବର୍ତ୍ତମାନ ବାବା ମଧ୍ୟ ଦେବୀ-ଦେବତା ଧର୍ମର ସ୍ଥାପନା କରୁଛନ୍ତି । ବହୁତ
ପତ୍ର ଅଛନ୍ତି ଯେଉଁମାନେ ମିକ୍ସ ହୋଇଯାଇଛନ୍ତି । ନିଜକୁ ହିନ୍ଦୁ ବୋଲି କହୁଛନ୍ତି । ବାସ୍ତବରେ
ହିନ୍ଦୁମାନେ ହେଲେ ଆଦି ସନାତନ ଦେବୀ ଦେବତା ଧର୍ମର । ହିନ୍ଦୁସ୍ଥାନର ବାସ୍ତବ ନାମ ହିଁ ହେଉଛି
ଭାରତ, ଯେଉଁଠି ଦେବତାମାନେ ରହୁଥିଲେ । ଆଉ କୌଣସି ଦେଶର ନାମ ବଦଳୁ ନାହିଁ, କେବଳ ଏହାର ନାମ
ବଦଳାଇ ଦେଇ ହିନ୍ଦୁସ୍ଥାନ ବୋଲି କହିଦେଉଛନ୍ତି । ବୌଦ୍ଧମାନେ ଏପରି କହିବେ ନାହିଁ ଯେ ଆମର ଧର୍ମ
ଜାପାନୀ ଅଥବା ଚିନୀ ଅଟେ । ସେମାନେ ତ’ ନିଜ ଧର୍ମକୁ ବୌଦ୍ଧ ଧର୍ମ ହିଁ କହିବେ । କିନ୍ତୁ
ତୁମମାନଙ୍କ ଭିତରେ କେହି ବି ନିଜକୁ ଆଦି ସନାତନ ଦେବୀ-ଦେବତା ଧର୍ମର ବୋଲି କହୁ ନାହାଁନ୍ତି । ଯଦି
କେହି କହୁଛନ୍ତି ତେବେ କୁହ, ସେହି ଧର୍ମ କେବେ ଏବଂ କିଏ ସ୍ଥାପନ କରିଥିଲେ? ସେମାନେ କିଛି ହେଲେ
ବି କହିପାରିବେ ନାହିଁ । କଳ୍ପର ଆୟୁଷକୁ ହିଁ ଲମ୍ବା-ଚଉଡା କରିଦେଇଛନ୍ତି, ଏହାକୁ ହିଁ କୁହାଯାଉଛି
ଅଜ୍ଞାନ ଅନ୍ଧକାର । ପ୍ରଥମେ ତ ନିଜର ଧର୍ମ ବିଷୟରେ ହିଁ ଜଣା ନାହିଁ, ଦ୍ୱିତୀୟରେ
ଲକ୍ଷ୍ମୀ-ନାରାୟଣଙ୍କର ରାଜ୍ୟକୁ ବହୁତ ଦୂରକୁ ନେଇଯାଇଛନ୍ତି ସେଥିପାଇଁ ଘୋର ଅନ୍ଧକାର ବୋଲି
କୁହାଯାଉଛି । ଜ୍ଞାନ ଏବଂ ଅଜ୍ଞାନ ମଧ୍ୟରେ କେତେ ଫରକ ରହିଛି । ଜ୍ଞାନର ସାଗର ହେଉଛନ୍ତି ହିଁ
ଏକମାତ୍ର ଶିବବାବା । ସେଥି ମଧ୍ୟରୁ ସିଏ ଯେପରି ଗୋଟିଏ ଲୋଟା ଜ୍ଞାନ ଦେଉଛନ୍ତି । କେବଳ
ସମସ୍ତଙ୍କୁ ଏକଥା ଶୁଣାଅ ଯେ, ଏକମାତ୍ର ଶିବବାବାଙ୍କୁ ମନେ ପକାଅ ତେବେ ତୁମର ବିକର୍ମ ବିନାଶ
ହୋଇଯିବ । ତେବେ ଏହା ଯେପରି ଆଞ୍ଜୁଳାଏ ପାଣି ସଦୃଶ ହେଲା ନା । କେହି କେହି ତ ସମ୍ପୂର୍ଣ୍ଣ
ସ୍ନାନ କରିଥା’ନ୍ତି, କେହି ପୁଣି ମାଠିଆ ଭରି ନେଇଯାଇଥା’ନ୍ତି । କେହି ଛୋଟ-ଛୋଟ ଲୋଟାରେ ପାଣି
ଭରି କରି ନେଇଯାଆନ୍ତି । ପ୍ରତିଦିନ ଗୋଟିଏ-ଗୋଟିଏ ବୁନ୍ଦା ମାଠିଆରେ ଢାଳି ତାକୁ ଜ୍ଞାନ ଜଳ ଭାବି
ପିଇଥା’ନ୍ତି । ବିଲାତକୁ ମଧ୍ୟ ବୈଷ୍ଣବମାନେ ଲୋଟାରେ ଗଙ୍ଗା ଜଳ ଭରି କରି ନେଇଯାଇଥା’ନ୍ତି । ତାହା
ସରିଗଲେ ପୁଣି ମଗାଇଥା’ନ୍ତି । ବାସ୍ତବରେ ଏସବୁ ପାଣି ତ ପାହାଡରୁ ହିଁ ଆସେ । ଉପରୁ ମଧ୍ୟ ପାଣି
ପଡିଥାଏ । ଆଜିକାଲି ଦେଖ ଘର ମଧ୍ୟ କେତେ ଉଚ୍ଚ ୧୦୦ ମହଲା ବିଶିଷ୍ଟ କରୁଛନ୍ତି । ସତ୍ୟଯୁଗରେ ତ
ଏପରି ହେବ ନାହିଁ । ସେଠାରେ ତ ତୁମକୁ ଏତେ ଜାଗା ମିଳିବ ଯେ ସେକଥା ନ ପଚାରିଲେ ଭଲ । ଏଠାରେ
ରହିବା ପାଇଁ ଜାଗା ନାହିଁ, ସେଥିପାଇଁ ଏତେ ମହଲା ତିଆରି କରୁଛନ୍ତି । ସେଠାରେ ଅସରନ୍ତି ଶସ୍ୟ
ମଧ୍ୟ ଉତ୍ପନ୍ନ ହୁଏ । ଯେପରି ଆମେରିକାରେ ବହୁତ ଶସ୍ୟ ହେଉଛି ତେଣୁ ଜଳାଇ ଦେଉଛନ୍ତି । ଏହା ହେଲା
ମୃତ୍ୟୁଲୋକ । ତାହା ଅମରଲୋକ । ଅଧାକଳ୍ପ ତୁମେ ସେଠାରେ ସୁଖରେ ରହିବ । ସେଠାରେ କାଳ ଭିତରକୁ
ପ୍ରବେଶ କରିପାରିବ ନାହିଁ । ଏହା ଉପରେ ଏକ କାହାଣୀ ମଧ୍ୟ ରହିଛି । ଏହା ହେଉଛି ବେହଦର କଥା ।
ବେହଦର କଥାକୁ ନେଇ ପୁଣି ହଦର କଥା କରିଦେଇଛନ୍ତି । ପୂର୍ବରୁ ଗ୍ରନ୍ଥ କେତେ ଛୋଟ ଥିଲା । ଏବେ ତ
କେତେ ବଡ କରିଦେଇଛନ୍ତି । ଶିବବାବା କେତେ ଛୋଟ, ତାଙ୍କର ମଧ୍ୟ ବଡ ପ୍ରତିମା କରିଦେଇଛନ୍ତି ।
ବୁଦ୍ଧ ଏବଂ ପାଣ୍ଡବଙ୍କର ବହୁତ ବଡ ଲମ୍ବା-ଲମ୍ବା ଚିତ୍ର କରିଦେଇଛନ୍ତି । ବାସ୍ତବରେ ଏପରି ତ କେହି
ହୋଇ ନ ଥା’ନ୍ତି । ତୁମ ସନ୍ତାନମାନଙ୍କୁ ତ ଏହି ଏମ୍ ଅବଜେକ୍ଟ (ଲକ୍ଷ୍ୟ-ଉଦ୍ଦେଶ୍ୟ)ର ଚିତ୍ର
ଘରେ-ଘରେ ରଖିବା ଉଚିତ୍ । ଆମେ ଏବେ ପାଠପଢି ଏହିପରି ହେବାକୁ ଯାଉଛୁ । ତେଣୁ କାନ୍ଦିବା ଉଚିତ୍
ନୁହେଁ । ଯିଏ କାନ୍ଦନ୍ତି ସେ ସବୁ କିଛି ହରାଇଥା’ନ୍ତି । ଦେହ-ଅଭିମାନରେ ଆସିଯାଇଥା’ନ୍ତି । ତୁମ
ସନ୍ତାନମାନଙ୍କୁ ଆତ୍ମ-ଅଭିମାନୀ ହେବାକୁ ପଡିବ, କିନ୍ତୁ ଏହିଥିରେ ହିଁ ମେହନତ ଲାଗିଥାଏ ।
ଆତ୍ମ-ଅଭିମାନୀ ହେଲେ ହିଁ ଖୁସିର ନିଶା ଚଢିଥାଏ । ମିଠା ବାବା ମନେ ପଡିଥା’ନ୍ତି । ବାବାଙ୍କଠାରୁ
ଆମେ ସ୍ୱର୍ଗର ବର୍ସା ନେଉଛୁ । ବାବା ଆମକୁ ଏହି ଭାଗ୍ୟଶାଳୀ ରଥରେ ଆସି ପାଠ ପଢାଉଛନ୍ତି ।
ରାତି-ଦିନ ବାବା-ବାବା ସ୍ମରଣ କରୁଥାଅ । ତୁମେ ଅଧାକଳ୍ପର ପ୍ରେମିକ ଅଟ । ଭକ୍ତମାନେ ଭଗବାନଙ୍କୁ
ମନେ ପକାଇଥା’ନ୍ତି । ଭକ୍ତ ତ ଅନେକ ଅଛନ୍ତି । ଜ୍ଞାନ ମାର୍ଗରେ ମଧ୍ୟ ସମସ୍ତେ ସେହି ଏକ ବାବାଙ୍କୁ
ହିଁ ସ୍ମରଣ କରିଥାନ୍ତି । ସିଏ ହିଁ ସମସ୍ତଙ୍କର ପିତା ଅଟନ୍ତି । ଜ୍ଞାନର ସାଗର ବାବା ଆମକୁ ପାଠ
ପଢାଉଛନ୍ତି, ତେଣୁ ତୁମମାନଙ୍କର ତ ଲୋମ ଟାଙ୍କୁରୀ ଉଠିବା ଦରକାର । ମାୟାର ତୋଫାନ ତ ଆସିବ । ବାବା
କହୁଛନ୍ତି - ସବୁଠାରୁ ଅଧିକ ତୋଫାନ ତ ମୋ ପାଖକୁ ଆସୁଛି କାହିଁକି ନା ସବୁଠାରୁ ଆଗରେ ମୁଁ ଅଛି ।
ମୋ ପାଖକୁ ଆସୁଛି, ତେଣୁ ମୁଁ ବୁଝିପାରୁଛି - ପିଲାମାନଙ୍କ ପାଖକୁ କେତେ ଆସୁ ନ ଥିବ । କେତେ
ଦ୍ୱନ୍ଦ୍ୱରେ ପଡୁଥିବେ । ଅନେକ ପ୍ରକାରର ତୋଫାନ ଆସୁଛି, ଯାହା ଅଜ୍ଞାନ କାଳରେ ମଧ୍ୟ କେବେ ଆସି ନ
ଥିଲା, ତାହା ମଧ୍ୟ ଆସୁଛି । ପ୍ରଥମେ ମୋ ପାଖକୁ ଆସିବା ଦରକାର, ନଚେତ୍ ମୁଁ ପିଲାମାନଙ୍କୁ କିପରି
ବୁଝାଇବି । ଇଏ ସମ୍ମୁଖରେ ଅଛନ୍ତି । ଯଦି ପହିଲମାନ ହୋଇଥିବେ ତେବେ ମାୟା ମଧ୍ୟ ପହିଲମାନ ସାଥିରେ
ପହିଲମାନ ହୋଇ ଲଢିଥାଏ । ମଲ୍ଲଯୁଦ୍ଧରେ ସମସ୍ତେ ଏକା ପରି ହୋଇ ନ ଥାନ୍ତି । ପ୍ରଥମ, ଦ୍ୱିତୀୟ,
ତୃତୀୟ ଶ୍ରେଣୀର ହୋଇଥା’ନ୍ତି । ବାବାଙ୍କ ପାଖକୁ ସବୁଠାରୁ ଅଧିକ ତୋଫାନ ଆସିଥାଏ, ସେଥିପାଇଁ ବାବା
କହୁଛନ୍ତି ଏହି ତୋଫାନକୁ ଡର ନାହିଁ । କେବଳ କର୍ମେନ୍ଦ୍ରିୟ ଦ୍ୱାରା କୌଣସି ବିକର୍ମ କର ନାହିଁ ।
କେତେକ କହନ୍ତି - ଜ୍ଞାନରେ ଆସିଲା ପରେ ଏକଥା କାହିଁକି ହେଉଛି, ତାହାଠାରୁ ତ’ ଜ୍ଞାନ ନ ନେଇଥିଲେ
ଭଲ ହୋଇଥା’ନ୍ତା । ସଂକଳ୍ପ ମଧ୍ୟ ଆସି ନ ଥାନ୍ତା । ଆରେ ଏହା ତ’ ଯୁଦ୍ଧକ୍ଷେତ୍ର ଅଟେ ନା ।
ସ୍ତ୍ରୀ ସମ୍ମୁଖରେ ଥିଲେ ମଧ୍ୟ ଦୃଷ୍ଟି ପବିତ୍ର ରହୁ, ଭାବିବା ଦରକାର ଶିବବାବାଙ୍କର ସନ୍ତାନ
ହୋଇଥିବା ଦୃଷ୍ଟିରୁ ଆମେ ହେଉଛୁ ଭାଇ-ଭାଇ ପୁଣି ପ୍ରଜାପିତା ବ୍ରହ୍ମାଙ୍କର ସନ୍ତାନ ଦୃଷ୍ଟିରୁ ଆମେ
ଭାଇ-ଭଉଣୀ ହୋଇଗଲୁ । ପୁଣି ବିକାର କେଉଁଠାରୁ ଆସିଲା । ବ୍ରାହ୍ମଣମାନେ ହେଲେ ଚୁଟି ଅର୍ଥାତ୍
ଉଚ୍ଚ କୂଳର । ଯେଉଁମାନେ ପୁଣି ଦେବତା ହେଉଛନ୍ତି ତେଣୁ ଆମେ ଭାଇ ଭଉଣୀ ହୋଇଗଲୁ । ଆମେ ଏକମାତ୍ର
ବାବାଙ୍କର ସନ୍ତାନ କୁମାର-କୁମାରୀ ଅଟୁ । ଯଦି ଉଭୟ କୁମାର-କୁମାରୀ ହୋଇ ନ ରହୁଛନ୍ତି ତେବେ ପୁଣି
ଝଗଡା ହୋଇଥାଏ । ଅବଳାମାନଙ୍କ ଉପରେ ଅତ୍ୟାଚାର ହୋଇଥାଏ । ପୁରୁଷମାନେ ମଧ୍ୟ ଲେଖୁଛନ୍ତି ଆମ
ସ୍ତ୍ରୀ ଯେପରି ପୁତନା ଅଟେ । ଏଥିରେ ବହୁତ ପରିଶ୍ରମ ରହିଛି । ଯୁବକମାନଙ୍କୁ ତ ବହୁତ ପରିଶ୍ରମ
କରିବାକୁ ପଡିଥାଏ । ଯେଉଁମାନେ ଗନ୍ଧର୍ବ ବିବାହ କରି ଏକତ୍ର ରହୁଛନ୍ତି, ତାଙ୍କର ତ କମାଲ ଅଟେ ।
ସେମାନଙ୍କର ପଦ ବହୁତ ଉଚ୍ଚ ହୋଇପାରିବ । କିନ୍ତୁ ଯେତେବେଳେ ସେହିପରି ଅବସ୍ଥା ଧାରଣ କରିବେ,
ଜ୍ଞାନରେ ତୀଖା ହୋଇଯିବେ । ଆଚ୍ଛା—
ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ
ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ମାୟାର
ତୋଫାନକୁ ଡରିବାର ନାହିଁ କିମ୍ବା କୌଣସି ଦ୍ୱନ୍ଦ୍ୱରେ ପଡିବାର ନାହିଁ । କେବଳ ଧ୍ୟାନ ରଖିବାକୁ
ହେବ ଯେ କର୍ମେନ୍ଦ୍ରିୟ ଦ୍ୱାରା କୌଣସି ବିକର୍ମ ନ ହେଉ । ଜ୍ଞାନର ସାଗର ବାବା ଆମକୁ ପାଠ
ପଢାଉଛନ୍ତି - ଏହି ଖୁସିରେ ରହିବାକୁ ହେବ ।
(୨) ସତ୍ତ୍ୱପ୍ରଧାନ ହେବା
ପାଇଁ ଆତ୍ମ-ଅଭିମାନୀ ହେବାର ପରିଶ୍ରମ କରିବାକୁ ହେବ, ଜ୍ଞାନର ବିଚାର ସାଗର ମନ୍ଥନ କରିବାକୁ ହେବ,
ଯୋଗର ଯାତ୍ରାରେ ରହିବାକୁ ହେବ ।
ବରଦାନ:-
ଶୁଭ ଚିନ୍ତନ
ଦ୍ୱାରା ଜ୍ଞାନର ସାଗରରେ ସମାହିତ ହେଉଥିବା ଅତିନ୍ଦ୍ରିୟ ସୁଖର ଅନୁଭବୀ ହୁଅ ।
ଯେପରି ସାଗର ଭିତରେ
ରହୁଥିବା ଜୀବଜନ୍ତୁ ସାଗର ଜଳରେ ବୁଡି ରହିଥାଆନ୍ତି, ବାହାରକୁ ଆସିବାକୁ ଚାହାଁନ୍ତି ନାହିଁ, ମାଛ
ମଧ୍ୟ ପାଣି ଭିତରେ ହିଁ ରହିଥାଏ, ସାଗର ବା ପାଣି ହିଁ ତା’ର ସଂସାର ଅଟେ, ସେହିପରି ତୁମେ
ପିଲାମାନେ ମଧ୍ୟ ଶୁଭଚିନ୍ତନ ଦ୍ୱାରା ଜ୍ଞାନ ସାଗର ବାବାଙ୍କ ଭିତରେ ସଦାସର୍ବଦା ଏକନିଷ୍ଠ ହୋଇ
ରୁହ, ଯେ ପର୍ଯ୍ୟନ୍ତ ସାଗର ସହିତ ଏକନିଷ୍ଠ ହେବାର ଅନୁଭବ କରିନାହଁ ସେ ପର୍ଯ୍ୟନ୍ତ ଅତୀନ୍ଦ୍ରିୟ
ସୁଖର ଝୁଲଣାରେ ଝୁଲିବାର ଏବଂ ସର୍ବଦା ହର୍ଷିତ ରହିବାର ଅନୁଭବ କରିପାରିବ ନାହିଁ । ଏଥିପାଇଁ
ନିଜକୁ ଏକାନ୍ତବାସୀ କର ଅର୍ଥାତ୍ ସର୍ବ ଆକର୍ଷଣର ଭାଇବ୍ରେଶନ ଠାରୁ ଅନ୍ତମୁର୍ଖୀ ହୁଅ ।
ସ୍ଲୋଗାନ:-
ନିଜର ଚେହେରା
ଏଭଳି ଚଳନ୍ତି ସଂଗ୍ରହାଳୟ କରିଦିଅ ଯେଉଁଥିରେ ବିନ୍ଦୁ ସ୍ୱରୂପ ବାବା ଦେଖାଯାଉଥିବେ ।
ଅବ୍ୟକ୍ତ ଈଶାରା:-
ଅଶରୀରୀ ଅଥବା ବିଦେହୀ ସ୍ଥିତିର ଅଭ୍ୟାସକୁ ବଢାଅ ।
ନିଜକୁ ଶରୀରର ବନ୍ଧନ
ଠାରୁ ମୁକ୍ତ କରିବା ପାଇଁ ନିଜକୁ ସର୍ବଦା ଅବତାର ମନେ କର । ଅବତାର ଅଟେ, ଏହି ସ୍ମୃତିରେ ରହି
ଶରୀରର ଆଧାର ନେଇ କର୍ମ କର । କିନ୍ତୁ କର୍ତ୍ତା ପଣିଆର ଚେତନାଠାରୁ ଉର୍ଦ୍ଧ୍ୱରେ ରହି କର୍ମ କର ।
ମୁଁ କରିଛି, ମୁଁ କରୁଅଛି... ଏହିଭଳି ସଂକଳ୍ପକୁ ମଧ୍ୟ ସମର୍ପିତ କରିଦିଅ ଯାହାଦ୍ୱାରା କର୍ମର
ବନ୍ଧନରେ ବାନ୍ଧି ହେବ ନାହିଁ । ଦେହ ଭିତରେ ରହିଥିଲେ ମଧ୍ୟ ବିଦେହୀ ଅବସ୍ଥାର ଅନୁଭବ କରିବ ।