12.05.26 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ଏବେ
ବିନାଶର ସମୟ ବହୁତ ନିକଟବର୍ତ୍ତୀ, ସେଥିପାଇଁ ଏକମାତ୍ର ବାବାଙ୍କ ସହିତ ସଚ୍ଚା ସ୍ନେହ ରଖ, କୌଣସି
ଦେହଧାରୀ ସହିତ ନୁହେଁ ।”
ପ୍ରଶ୍ନ:-
ଯେଉଁ
ପିଲାମାନଙ୍କର ସଚ୍ଚା ସ୍ନେହ ଏକମାତ୍ର ବାବାଙ୍କ ସହିତ ଥିବ ସେମାନଙ୍କର ଲକ୍ଷଣ କ’ଣ ହୋଇଥିବ?
ଉତ୍ତର:-
(୧) ସେମାନଙ୍କର ବୁଦ୍ଧିଯୋଗ କୌଣସି ବି ଦେହଧାରୀଙ୍କ ଆଡକୁ ଯାଇ ପାରିବ ନାହିଁ । ସେମାନେ ପରସ୍ପର
ମଧ୍ୟରେ ଜଣେ ଅନ୍ୟ ଜଣଙ୍କର ପ୍ରେମିକ-ପ୍ରେମିକା ହେବେ ନାହିଁ । (୨) ଯେଉଁମାନଙ୍କର ସଚ୍ଚା ସ୍ନେହ
ବାବାଙ୍କ ସହିତ ରହିଛି ସେମାନେ ସର୍ବଦା ବିଜୟୀ ହୋଇଥା’ନ୍ତି । ବିଜୟୀ ହେବା ଅର୍ଥାତ୍ ସତ୍ୟଯୁଗର
ମହାରାଜା-ମହାରାଣୀ ହେବା । (୩) ବାବାଙ୍କ ସହିତ ଆନ୍ତରିକ ସ୍ନେହ ରଖିଥିବା ପିଲାମାନେ ସର୍ବଦା
ସତ୍ୟନିଷ୍ଠ ହୋଇ ରହିଥା’ନ୍ତି । ସେମାନେ କିଛି ବି ଲୁଚାଇ ପାରିବେ ନାହିଁ । (୪) ପ୍ରତ୍ୟହ
ଅମୃତବେଳାରେ ଉଠି ସ୍ନେହର ସହିତ ବାବାଙ୍କୁ ମନେ ପକାଇଥା’ନ୍ତି । (୫) ଦଧୀଚି ଋଷିଙ୍କ ଭଳି ସେବାରେ
ନିଜର ହାଡ ମଧ୍ୟ ସ୍ୱାହା କରିଦେବେ ଅର୍ଥାତ୍ ସର୍ବସ୍ୱ ସ୍ୱାହା କରିବେ । (୬) ସେମାନଙ୍କର ବୁଦ୍ଧି
ସାଂସାରିକ କଥାର ଚିନ୍ତନରେ ଭଟକି ପାରିବ ନାହିଁ ।
ଗୀତ:-
ନ ୱହ ହମସେ ଜୁଦା
ହୋଙ୍ଗେ...
ଓମ୍ ଶାନ୍ତି ।
ଏକଥା ବ୍ରହ୍ମା ମୁଖ ବଂଶାବଳୀ, ବ୍ରାହ୍ମଣ କୂଳ ଭୁଷଣ ସନ୍ତାନମାନେ ପ୍ରତିଜ୍ଞା କରୁଛନ୍ତି କାହିଁକି
ନା ତାଙ୍କର ପ୍ରୀତି ଏକମାତ୍ର ବାବାଙ୍କ ସହିତ ଯୋଡି ହୋଇ ରହିଛି । ତୁମେ ଜାଣିଛ - ଏହା ବିନାଶର
ସମୟ ଅଟେ । ବାବା ପିଲାମାନଙ୍କୁ ବୁଝାଉଛନ୍ତି ଯେ ବିନାଶ ତ ନିଶ୍ଚିତ ହେବ । ବିନାଶ କାଳେ
ଯେଉଁମାନଙ୍କର ପ୍ରୀତି ବାବାଙ୍କ ସାଥିରେ ଥିବ, ସେମାନେ ହିଁ ବିଜୟୀ ହେବେ ଅର୍ଥାତ୍ ସତ୍ୟଯୁଗର
ମାଲିକ ହେବେ । ଶିବବାବା ବୁଝାଇଛନ୍ତି - ବିଶ୍ୱର ମାଲିକ ତ ରାଜା ବି ହୋଇଥାଆନ୍ତି ଓ ପ୍ରଜା ମଧ୍ୟ
ହୋଇଥା’ନ୍ତି, କିନ୍ତୁ ପଦବୀରେ ବହୁତ ଫରକ ରହିଥାଏ । ଯେତେ ବାବାଙ୍କ ସହିତ ପ୍ରୀତି ରଖିବ,
ବାବାଙ୍କ ସ୍ମୃତିରେ ରହିବ ସେତେ ଉଚ୍ଚ ପଦ ପାଇବ । ବାବା ବୁଝାଉଛନ୍ତି - ବାବାଙ୍କୁ ମନେ ପକାଇବା
ଦ୍ୱାରା ହିଁ ତୁମର ବିକର୍ମର ବୋଝ ଭସ୍ମ ହେବ । ତୁମେ ଲେଖି ପାରିବ ଯେ ବିନାଶ କାଳେ ବିପରୀତ
ବୁଦ୍ଧି.... ଏ କଥା ଲେଖିବାରେ ଭୟ କରିବାର ଆବଶ୍ୟକତା ନାହିଁ । ବାବା କହୁଛନ୍ତି - ମୁଁ ନିଜେ
କହୁଛି ଯେ ବିପରୀତ ବୁଦ୍ଧି ବାଲାଙ୍କର ବିନାଶ ହେବ ଏବଂ ପ୍ରୀତି ବୁଦ୍ଧି ବାଲାଙ୍କର ବିଜୟ ହେବ ।
ବାବା ବିଲ୍କୁଲ୍ ସ୍ପଷ୍ଟ ଭାବରେ କହିଦେଉଛନ୍ତି । କିନ୍ତୁ ଏହି ଦୁନିଆରେ ପ୍ରୀତିବୁଦ୍ଧି ତ
କାହାର ହେଲେ ବି ନାହିଁ । ତୁମର ହିଁ ପ୍ରୀତିବୁଦ୍ଧି ଅଟେ । ବାବା କହୁଛନ୍ତି ପିଲାମାନେ,
ପରମାତ୍ମା ଏବଂ ଶ୍ରୀକୃଷ୍ଣଙ୍କର ମହିମା ଅଲଗା ଅଲଗା ଲେଖିଲେ ସିଦ୍ଧ ହୋଇଯିବ ଯେ ଗୀତାର ଭଗବାନ
କିଏ? ଏହା ତ ଜରୁରୀ ଅଟେ ନା । ଦ୍ୱିତୀୟରେ ବାବା ବୁଝାଉଛନ୍ତି - ଜ୍ଞାନର ସାଗର, ପତିତ-ପାବନ
ପରମପିତା ଅଟନ୍ତି ନା ପାଣିର ନଦୀ ଅଟେ? ପତିତ-ପାବନ କିଏ ଜ୍ଞାନ ଗଙ୍ଗା ନା ପାଣିର ଗଙ୍ଗା? ଏହା ତ
ବହୁତ ସହଜ କଥା । ଦ୍ୱିତୀୟ କଥା-ଯେତେବେଳେ ପ୍ରଦର୍ଶନୀ କରୁଛ ସେତେବେଳେ ସର୍ବ ପ୍ରଥମେ ଗୀତାପାଠୀ
ମାନଙ୍କୁ ନିମନ୍ତ୍ରଣ ଦେବା ଉଚିତ୍ । ଗୀତାପାଠ କରାଯାଉଥିବା ସ୍ଥାନ ତ ଢେର ଅଛି । ତାଙ୍କୁ
ସ୍ୱତନ୍ତ୍ର ରୂପେ ନିମନ୍ତ୍ରଣ ଦେବା ଉଚିତ୍ । ଯିଏ ଶ୍ରୀମତ ଭଗବତ୍ ଗୀତାର ଅଭ୍ୟାସ କରୁଛନ୍ତି,
ତାଙ୍କୁ ପ୍ରଥମେ ନିମନ୍ତ୍ରଣ ଦେବା ଉଚିତ୍ କାହିଁକି ନା ସେହିମାନେ ହିଁ ଭୁଲିଯାଇଛନ୍ତି ଏବଂ
ସମସ୍ତଙ୍କୁ ଭୁଲାଇ ଚାଲିଛନ୍ତି । ତାଙ୍କୁ ଡାକିବା ଉଚିତ୍ ଯେ ଏବେ ଆସି ନିର୍ଣ୍ଣୟ ନିଅ ତାପରେ
ଯାହା ବୁଦ୍ଧିରେ ଆସିବ ତାହା କରିବ । ତେବେ ମନୁଷ୍ୟମାନେ ମଧ୍ୟ ବୁଝିବେ ଯେ - ଏମାନେ
ଗୀତାପାଠୀମାନଙ୍କୁ ଡାକୁଛନ୍ତି । ବୋଧହୁଏ ଏମାନେ ଗୀତା ଉପରେ ହିଁ ପ୍ରଚାର କରୁଛନ୍ତି । ଗୀତା
ଦ୍ୱାରା ହିଁ ସ୍ୱର୍ଗର ସ୍ଥାପନା ହୋଇଛି । ଗୀତାର ବହୁତ ମହିମା ରହିଛି କିନ୍ତୁ ଭକ୍ତିମାର୍ଗର ଗୀତା
ନୁହେଁ । ବାବା କହୁଛନ୍ତି - ମୁଁ ତୁମକୁ ସମ୍ପୂର୍ଣ୍ଣ ସତ୍ୟ କହୁଛି । ମନୁଷ୍ୟମାନେ ଯାହା ଅର୍ଥ
ବାହାର କରୁଛନ୍ତି ତାହା ବିଲ୍କୁଲ୍ ଭୁଲ ଅଟେ । କେହି ବି ସତ୍ୟ କହୁନାହାଁନ୍ତି, ମୁଁ ହିଁ ସତ୍ୟ
ବତାଉଛି । ପରମାତ୍ମାଙ୍କୁ ସର୍ବବ୍ୟାପୀ କହିବା ମଧ୍ୟ ସତ୍ୟ ନୁହେଁ, ଏମାନେ ସମସ୍ତେ ବିନାଶ ହେବେ
ଏବଂ କଳ୍ପ କଳ୍ପ ହେଉଛନ୍ତି ମଧ୍ୟ । ତୁମକୁ ପ୍ରଥମେ ପ୍ରଥମେ ଏହି ମୁଖ୍ୟ କଥା ବୁଝାଇବାକୁ ହେବ ।
ବାବା କହୁଛନ୍ତି - ୟୁରୋପବାସୀ ଯାଦବଙ୍କର ବିନାଶ କାଳେ ବିପରୀତ ବୁଦ୍ଧି ଅଟେ । ନିଜେ ହିଁ ବିନାଶ
ପାଇଁ ଭଲ ଭାବରେ ପ୍ରସ୍ତୁତି କରୁଛନ୍ତି କିନ୍ତୁ ପଥରବୁଦ୍ଧି ହୋଇଥିବାରୁ ବୁଝିପାରୁ ନାହାଁନ୍ତି ।
ତୁମେ ମଧ୍ୟ ପଥରବୁଦ୍ଧି ଥିଲ, ଏବେ ପାରସବୁଦ୍ଧି ହେଉଛ । ପାରସବୁଦ୍ଧି ଥିଲ ପୁଣି ପଥରବୁଦ୍ଧି
କିପରି ହେଲ! ଏହା ମଧ୍ୟ ଆଶ୍ଚର୍ଯ୍ୟ ଅଟେ । ବାବାଙ୍କୁ ହିଁ ଜ୍ଞାନର ସାଗର, ଦୟାର ସାଗର ବୋଲି
କୁହାଯାଉଛି । ବାକି ଯେଉଁମାନେ ନିଜର ହିଁ କଲ୍ୟାଣ କରିବା ଜାଣିନାହାଁନ୍ତି ସେମାନେ ଅନ୍ୟମାନଙ୍କର
କଲ୍ୟାଣ କିପରି କରିବେ । ଯିଏ ଜ୍ଞାନକୁ ଧାରଣ କରୁନାହାଁନ୍ତି ତେବେ ପଦ ମଧ୍ୟ ସେହିପରି ପାଇବେ,
ଯେଉଁମାନେ ସେବା ଯୋଗ୍ୟ ଅଟନ୍ତି, ସେହିମାନେ ହିଁ ଉଚ୍ଚ ପଦ ପାଇବେ । ସେମାନଙ୍କୁ ବାବା ସ୍ନେହ
ମଧ୍ୟ କରିଥାନ୍ତି । ପୁରୁଷାର୍ଥର କ୍ରମ ଅନୁସାରେ ହୋଇଥାଏ । ଅନେକ ତ ଏକଥା ମଧ୍ୟ ବୁଝିପାରୁ
ନାହାଁନ୍ତି ଯେ ଆମର ବାବାଙ୍କ ସହିତ ପ୍ରୀତି ନାହିଁ ତେଣୁ ପଦ ମଧ୍ୟ ମିଳିବ ନାହିଁ । ସିଏ ନିଜର
ସନ୍ତାନ ହୁଅନ୍ତୁ ଅଥବା ସାବତ ସନ୍ତାନ ହୁଅନ୍ତୁ, ବିନାଶ କାଳେ ପ୍ରୀତି ବୁଦ୍ଧି ନ ହେଲେ,
ବାବାଙ୍କୁ ଅନୁସରଣ ନ କରିଲେ ତ ନୀଚ୍ଚ ପଦ ପାଇବେ । ଉଚ୍ଚ ପଦ ପାଇବା ପାଇଁ ଦୈବୀଗୁଣ ମଧ୍ୟ
ଆବଶ୍ୟକ । କଦାପି ମିଛ କହିବା ଅନୁଚିତ୍ । ବାବା କହୁଛନ୍ତି - ମୁଁ ସତ୍ୟ କଥା କହୁଛି ଯେ,
ଯେଉଁମାନେ ମୋ ସହିତ ପ୍ରୀତ ବୁଦ୍ଧି ରଖୁନାହାଁନ୍ତି ତାଙ୍କୁ ପଦ ମଧ୍ୟ ମିଳିବ ନାହିଁ । ଚେଷ୍ଟା
କରି ୨୧ ଜନ୍ମର ପୂରା ସମ୍ପତ୍ତି ନେବାକୁ ହେବ । ତେଣୁ ପ୍ରଦର୍ଶନୀ, ମେଳା ଆଦିକୁ ପ୍ରଥମେ
ଗୀତାପାଠୀମାନଙ୍କୁ ନିମନ୍ତ୍ରଣ ଦେବାକୁ ହେବ କାହିଁକି ନା ସେମାନେ ଭକ୍ତ ଅଟନ୍ତି ନା । ଗୀତା
ପଢିଲାବାଲା ନିଶ୍ଚିତ ଶ୍ରୀକୃଷ୍ଣଙ୍କୁ ହିଁ ମନେ ପକାଉଥିବେ କିନ୍ତୁ କିଛି ହେଲେ ବୁଝୁନାହାଁନ୍ତି
। ଶ୍ରୀକୃଷ୍ଣ ମୁରଲୀ ବଜାଇଲେ, ରାଧା ପୁଣି କୁଆଡେ ଗଲେ । ସରସ୍ୱତୀଙ୍କୁ ବୀଣା ଦେଇଛନ୍ତି, ମୁରଲୀ
ପୁଣି ଶ୍ରୀକୃଷ୍ଣଙ୍କୁ ଦେଇ ଦେଇଛନ୍ତି । ମନୁଷ୍ୟମାନେ କହୁଛନ୍ତି - ଆମକୁ ଆଲ୍ଲା ହିଁ ସୃଷ୍ଟି
କରିଛନ୍ତି, କିନ୍ତୁ ଆଲ୍ଲାଙ୍କୁ ଜାଣିନାହାଁନ୍ତି । ଏହା ଭାରତର ହିଁ କଥା ଅଟେ । ଭାରତରେ ହିଁ
ଦେବତାମାନଙ୍କର ରାଜ୍ୟ ଥିଲା, ସେଥିପାଇଁ ତାଙ୍କର ଚିତ୍ର ମନ୍ଦିରରେ ପୂଜା କରାଯାଉଛି । ବାକି ରାଜା
ଆଦିଙ୍କର ମୂର୍ତ୍ତି ତ ବାହାରେ ସ୍ଥାପନ କରି ଦେଉଛନ୍ତି, ଯାହା ଉପରେ ଚଢେଇମାନେ ଆସି ଅପରିଷ୍କାର
କରି ଚାଲିଥାଆନ୍ତି । ଲକ୍ଷ୍ମୀ-ନାରାୟଣ, ରାଧା-କୃଷ୍ଣ ଆଦିଙ୍କୁ କେତେ ଫାଷ୍ଟକ୍ଲାସ ସ୍ଥାନରେ
ରଖିଥା’ନ୍ତି । ତାଙ୍କୁ ମହାରାଜା-ମହାରାଣୀ କହିଥା’ନ୍ତି, କିଙ୍ଗ ଇଂରାଜୀ ଅକ୍ଷର ଅଟେ । ଲକ୍ଷ
ଲକ୍ଷ ଟଙ୍କା ଖର୍ଚ୍ଚ କରି ମନ୍ଦିର ତିଆରି କରୁଛନ୍ତି କାହିଁକି ନା ସେହି ମହାରାଜା ମାନେ ପବିତ୍ର
ଥିଲେ । ଯେପରି ରାଜା-ରାଣୀ ସେହିପରି ପ୍ରଜା ସମସ୍ତେ ପୂଜ୍ୟ ଥିଲେ । ତୁମେ ହିଁ ପୂଜ୍ୟ ପୁଣି
ପୂଜାରୀ ହେଉଛ । ତେଣୁ ପ୍ରଥମ କଥା ହେଲା, ବାବାଙ୍କୁ ମନେ ପକାଅ । ବାବାଙ୍କୁ ମନେ ପକାଇବାର
ଅଭ୍ୟାସ କରିବା ଦ୍ୱାରା ଧାରଣା ହେବ । ଜଣଙ୍କ ସହିତ ପ୍ରୀତି ନ ରହିଲେ ପୁଣି ଅନ୍ୟମାନଙ୍କ ସାଥିରେ
ପ୍ରୀତି ଲାଗିଯାଇଥାଏ । ଏପରି ଏପରି କନ୍ୟାମାନେ ଅଛନ୍ତି, ଯେଉଁମାନେ କି ପରସ୍ପରକୁ ଏତେ ସ୍ନେହ
କରିଥାନ୍ତି ଯାହାକି ଶିବବାବାଙ୍କୁ ମଧ୍ୟ ସେତିକି ସ୍ନେହ କରିନଥା’ନ୍ତି । ଶିବବାବା କହୁଛନ୍ତି -
ତୁମକୁ ମୋ ସହିତ ବୁଦ୍ଧିର ଯୋଗ ଲଗାଇବାର ଅଛି ନା ପରସ୍ପରର ପ୍ରେମିକ-ପ୍ରେମିକା ହେବାର ଅଛି! ତୁମେ
ପୁଣି ମୋତେ ବିଲକୁଲ୍ ହିଁ ଭୁଲିଯାଉଛ । ତୁମକୁ ତ ମୋ ସହିତ ବୁଦ୍ଧିର ଯୋଗ ଯୋଡିବାକୁ ହେବ ।
ଏଥିପାଇଁ ବହୁତ ମେହନତ କରିବାକୁ ପଡିବ । ସେମାନଙ୍କର ବୁଦ୍ଧି ଯୋଗ ତୁଟୁ ହିଁ ନାହିଁ ।
ଶିବବାବାଙ୍କ ବଦଳରେ, ଦିନ-ରାତି ପରସ୍ପରକୁ ହିଁ ମନେ ପକାଉଛନ୍ତି । ଯଦି ବାବା ନାମ ଶୁଣାଇଦେବେ
ତେବେ ଟ୍ରେଟର ଅର୍ଥାତ୍ ବିଶ୍ୱାସଘାତକ ହୋଇଯିବେ, ପୁଣି ଗାଳି ଦେବାରେ ମଧ୍ୟ ବିଳମ୍ବ କରିବେ ନାହିଁ
। ବ୍ରହ୍ମାବାବାଙ୍କୁ ଗାଳି ଦେଲେ ଶିବବାବା ମଧ୍ୟ ତୁରନ୍ତ ଶୁଣିଦେବେ । ବ୍ରହ୍ମାବାବାଙ୍କ ପାଖରେ
ନ ପଢିଲେ ଶିବବାବାଙ୍କ ପାଖରେ ପଢିପାରିବେ ନାହିଁ । ବ୍ରହ୍ମାଙ୍କ ବିନା ତ ଶିବବାବା ମଧ୍ୟ
ଶୁଣିପାରିବେ ନାହିଁ, ସେଥିପାଇଁ କହୁଛନ୍ତି ସାକାରଙ୍କୁ ଯାଇ ପଚାର । କେତେକ ଭଲ ଭଲ ପିଲାମାନେ
ସାକାରଙ୍କୁ ମଧ୍ୟ ମାନୁ ହିଁ ନାହାଁନ୍ତି । ଭାବୁଛନ୍ତି ଇଏ ତ ପୁରୁଷାର୍ଥୀ ଅଟନ୍ତି । ପୁରୁଷାର୍ଥୀ
ତ ସମସ୍ତେ ଅଟନ୍ତି କିନ୍ତୁ ତୁମକୁ ତ ମାତା-ପିତାଙ୍କୁ ହିଁ ଅନୁସରଣ କରିବାକୁ ହେବ । କେହି କେହି
ବୁଝାଇଲେ ବୁଝିଯାଇଥା’ନ୍ତି, କିନ୍ତୁ ଯାହାର ଭାଗ୍ୟରେ ନ ଥାଏ ତେବେ ବୁଝାଇବା ସତ୍ତ୍ୱେ ମଧ୍ୟ ବୁଝି
ପାରି ନ ଥାନ୍ତି । ତେଣୁ ସେମାନେ ସେବାଯୋଗ୍ୟ ହୋଇ ନ ଥାନ୍ତି । କିନ୍ତୁ ବୁଦ୍ଧି ଏକମାତ୍ର
ଶିବବାବାଙ୍କ ସହିତ ଲାଗିବା ଉଚିତ୍ । ଆଜିକାଲି ଏଭଳି ବହୁତ ଲୋକ କହୁଛନ୍ତି ଯେ ମୋ ଶରୀରରେ
ଶିବବାବା ଆସୁଛନ୍ତି, ଏଥିପ୍ରତି ବହୁତ ଯତ୍ନଶୀଳ ହେବା ଉଚିତ୍ । ମାୟାର ବହୁତ ପ୍ରବେଶତା ହେଉଛି,
ଯାହାଙ୍କ ଶରୀରରେ ପ୍ରଥମେ ଶ୍ରୀ ନାରାୟଣ ଆଦି ଆସୁଥିଲେ, ସେମାନେ ମଧ ଆଜି ନାହାଁନ୍ତି । କେବଳ
ଆତ୍ମାର ପ୍ରବେଶତା ଦ୍ୱାରା କିଛି ହୋଇ ନ ଥାଏ । ବାବା କହୁଛନ୍ତି ମୋତେ ୟାଦ କର । ବାକି ଇଏ ମୋ
ଶରୀରରେ ଆସୁଛନ୍ତି, ସିଏ ଆସୁଛନ୍ତି... ଏ ସବୁ ମାୟା ଅଟେ । ମୋତେ ମନେ ନ ପକାଇଲେ କ’ଣ ପ୍ରାପ୍ତି
ହେବ, ଯେ ପର୍ଯ୍ୟନ୍ତ ବାବାଙ୍କ ସହିତ ସିଧା ଯୋଗ ନ ରହିବ ପଦ କିପରି ପାଇବ, ଧାରଣା କିପରି ହେବ ।
ବାବା କହୁଛନ୍ତି - ତୁମେ ମୋତେ ମନେ ପକାଅ । ବ୍ରହ୍ମାଙ୍କ ଦ୍ୱାରା ହିଁ ମୁଁ ବୁଝାଉଛି,
ବ୍ରହ୍ମାଙ୍କ ଦ୍ୱାରା ହିଁ ସ୍ଥାପନା ହୋଇଛି । ତ୍ରିମୂର୍ତ୍ତି ଚିତ୍ର ମଧ୍ୟ ନିଶ୍ଚୟ ଦରକାର । କେହି
କେହି ତ ବ୍ରହ୍ମାଙ୍କ ଚିତ୍ର ଦେଖି ବିଗିଡିଥାନ୍ତି । କେହି ପୁଣି ଶ୍ରୀକୃଷ୍ଣଙ୍କର ୮୪ ଜନ୍ମକୁ
ଦେଖି ବିଗିଡିଥାନ୍ତି ଓ ଚିତ୍ରକୁ ଚିରି ଦେଇଥା’ନ୍ତି । ଏହି ଚିତ୍ର ତ ବାବା ତିଆରି କରାଇଛନ୍ତି ।
ତେଣୁ ବାବା ପିଲାମାନଙ୍କୁ ବୁଝାଉଛନ୍ତି - ଏ କଥା ଭୁଲିଯାଅ ନାହିଁ । କେବଳ ବାବାଙ୍କୁ ମନେ
ପକାଇଚାଲ । ବନ୍ଧନରେ ଥିବା ମାତାମାନେ ମଧ୍ୟ ବିକଳ ହେବା ଉଚିତ୍ ନୁହେଁ । ଘରେ ବସି ବାବାଙ୍କୁ ମନେ
ପକାଇଚାଲ । ବନ୍ଧନରେ ଥିଲାବାଲାଙ୍କୁ ତ ଆହୁରି ଉଚ୍ଚପଦ ମିଳିପାରିବ । ତୁମ ସନ୍ତାନମାନଙ୍କୁ
ଜ୍ଞାନ ଦେଲାବାଲା ଏକମାତ୍ର ଜ୍ଞାନର ସାଗର ବାବା ହିଁ ଅଟନ୍ତି । ଆଧ୍ୟାତ୍ମିକ ଜ୍ଞାନ ଏକ ବାବାଙ୍କ
ବିନା ଆଉ କାହା ପାଖରେ ନାହିଁ । ଜ୍ଞାନର ସାଗର ଏକ ପରମପିତା ପରମାତ୍ମା ହିଁ ଅଟନ୍ତି, ତାଙ୍କୁ
ହିଁ ମୁକ୍ତି ଦାତା କୁହାଯାଉଛି, ଏଥିରେ ଡରିବାର କୌଣସି କଥା ନାହିଁ । ବାବା ପିଲାମାନଙ୍କୁ
ବୁଝାଉଛନ୍ତି, ପିଲାମାନଙ୍କୁ ପୁଣି ଅନ୍ୟମାନଙ୍କୁ ବୁଝାଇବାକୁ ହେବ । ବାବା କହୁଛନ୍ତି - ମୋତେ ମନେ
ପକାଅ ତେବେ ସଦ୍ଗତି ପ୍ରାପ୍ତ ହେବ । ସତ୍ୟଯୁଗରେ ରାମରାଜ୍ୟ ହେବ, କଳିଯୁଗରେ ନୁହେଁ ।
ସତ୍ୟଯୁଗରେ ତ ଗୋଟିଏ ହିଁ ରାଜ୍ୟ ରହିବ । ଏହି ସବୁ କଥା ତୁମ ବୁଦ୍ଧିରେ ମଧ୍ୟ କ୍ରମଅନୁସାରେ
ରହିଛି, ଯାହାଙ୍କର ବୁଦ୍ଧିରେ ଧାରଣା ହେଉଛି, ଯାହାଙ୍କର ଧାରଣା ହେଉନାହିଁ, ତାଙ୍କର ବିନାଶ କାଳେ
ବିପରୀତ ବୁଦ୍ଧି ବୋଲି କୁହାଯିବ, ସେମାନେ ଉଚ୍ଚ ପଦ ପାଇ ପାରିବେ ନାହିଁ । ସମସ୍ତଙ୍କର ତ ବିନାଶ
ହେବ । ଏହି ଶବ୍ଦ କେତେ ମୂଲ୍ୟବାନ ଅଟେ! ଶିବବାବା କହୁଛନ୍ତି - ବିନାଶ କାଳେ ପ୍ରୀତି ବୁଦ୍ଧି
ହୁଅ । ଏହା ତୁମର ଅନ୍ତିମ ଜନ୍ମ ଅଟେ, ବର୍ତ୍ତମାନ ତୁମେ ପ୍ରୀତି ବୁଦ୍ଧି ନ ରଖିଲେ ଉଚ୍ଚ ପଦ
ମଧ୍ୟ ମିଳିବ ନାହିଁ । ନିର୍ମଳ ହୃଦୟ ହୋଇଥିଲେ ଭଗବାନ ସନ୍ତୁଷ୍ଟ ହୋଇଥା’ନ୍ତି । ଦଧୀଚି ଋଷିଙ୍କ
ଭଳି ସେବାରେ ନିଜର ସର୍ବସ୍ୱ ସ୍ୱାହା କରିବା ଉଚିତ୍ । କାହା ଉପରେ ଗ୍ରହ ଖରାପ ପଡିଲେ ନିଶା ହିଁ
ଉଡିଯାଇଥାଏ ପୁଣି ଅନେକ ପ୍ରକାରର ତୋଫାନ ଆସିଥାଏ । ମୁଖରେ କହିଥା’ନ୍ତି ଏହାଠାରୁ ତ ଲୌକିକଙ୍କ
ପାଖକୁ ଚାଲିଯିବା ଭଲ, ଏଠାରେ ତ କୌଣସି ମଜା ନାହିଁ । ସେଠାରେ ତ ନାଟକ, ବାଇସ୍କୋପ ଆଦି ଖୁବ୍
ରହିଛି, ଯେଉଁମାନେ ସେ ସବୁର ଅଭ୍ୟସ୍ତ ହୋଇ ଯାଇଛନ୍ତି ସେମାନେ ଏଠାରେ ରିହପାରିବେ ନାହିଁ । ଏହା
ବହୁତ ମୁସକିଲ୍ ଅଟେ । ହଁ, ପୁରୁଷାର୍ଥ ଦ୍ୱାରା ଉଚ୍ଚ ପଦ ମଧ୍ୟ ପାଇପାରିବ, ତେଣୁ ଖୁସିରେ ରହିବା
ଉଚିତ୍ । ବାବା ନିଜେ କହୁଛନ୍ତି - ସକାଳୁ ଉଠି ଯୋଗରେ ନ ବସିଲେ ମଜା ହିଁ ଆସୁନାହିଁ । ଶୋଇ ରହିବା
ଦ୍ୱାରା କେବେ-କେବେ ନିଦ ଆସିଯାଇଥାଏ । ବିଛଣାରୁ ଉଠି ବସିବା ଦ୍ୱାରା ବୁଦ୍ଧିରୁ ଭଲ ଜ୍ଞାନର
ପଏଣ୍ଟ୍ ବାହାରିଥାଏ, ତେଣୁ ମଜା ଆସିଥାଏ ।
ବର୍ତ୍ତମାନ ଆଉ କମ୍ ସମୟ ରହିଛି, ଆମେ ବାବାଙ୍କ ଠାରୁ ବିଶ୍ୱର ବାଦଶାହୀ ନେଉଛୁ । ଏହି କଥା ବସି
ସ୍ମରଣ କଲେ ମଧ୍ୟ ଖୁସିର ନିଶା ଚଢିବ । ସକାଳୁ ଚିନ୍ତନ ଚାଲିଲେ ସାରା ଦିନ ମଧ୍ୟ ଖୁସି ରହିଥାଏ ।
ଯଦି ଖୁସି ରହୁ ନାହିଁ ତେବେ ନିଶ୍ଚିତ ବାବାଙ୍କ ସହିତ ପ୍ରୀତି ବୁଦ୍ଧି ନାହିଁ । ଅମୃତବେଳାର
ଏକାନ୍ତ ବହୁତ ଭଲ ରହିଥାଏ, ଯେତେ ବାବାଙ୍କୁ ମନେ ପକାଇବ ସେତେ ଖୁସିର ନିଶା ଚଢିବ । ଲୌକିକ
ପାଠପଢାରେ ଅଧିକ ଲାଗିଯିବା ଦ୍ୱାରା ଖରାପଗ୍ରହର ପ୍ରଭାବ ପଡିଥାଏ କାହିଁକି ନା ବାବାଙ୍କୁ
ଭୁଲିଯାଇଥା’ନ୍ତି । ବାବାଙ୍କଠାରୁ ସମ୍ପତ୍ତି ନେବାର ଅଛି ତ ମନ-ବଚନ-କର୍ମ ଦ୍ୱାରା ସେବା କରିବାକୁ
ହେବ । ଏହି ସେବାରେ ହିଁ ଏହି ଅନ୍ତିମ ଜନ୍ମ ବ୍ୟତୀତ କରିବାକୁ ହେବ । ଯଦି ଦୁନିଆର କଥାରେ ଲାଗି
ରହିବ ତେବେ ପୁଣି ଏହି ସେବା କେବେ କରିବ! କାଲି-କାଲି କରି କରି ମରିଯିବ । ବାବା ଆସିଛନ୍ତି ହିଁ
ସ୍ୱର୍ଗକୁ ନେଇଯିବା ପାଇଁ । ଏଠାରେ ତ ଲଢେଇରେ କେତେ ମରୁଛନ୍ତି । ତେଣୁ କେତେ ଦୁଃଖ ହେଉଥିବ ।
ସତ୍ୟଯୁଗରେ ତ ଲଢେଇ ଆଦି ହେବ ନାହିଁ । ଲଢାଇ ଆଦି ଅନ୍ତରେ ହେବ, ସବୁ ସମାପ୍ତ ହୋଇଯିବ ।
ଯେଉଁମାନେ ଈଶ୍ୱରଙ୍କ ପ୍ରତି ବିମୁଖ ହୋଇଥିବେ ସେମାନେ ଏହିପରି ମରିବେ, ଯେଉଁମାନେ ଈଶ୍ୱରଙ୍କର
ହୋଇଥିବେ ସେ ରାଜ୍ୟ ଭାଗ୍ୟ ପାଇବେ । ପ୍ରଦର୍ଶନୀରେ ମଧ୍ୟ ବୁଝାଇବାକୁ ହେବ ଯେ ଆମେ ନିଜର ରୋଜଗାର
ଦ୍ୱାରା, ନିଜର ହିଁ ତନ-ମନ-ଧନ ଦ୍ୱାରା ଆମର ରାଜ୍ୟ ସ୍ଥାପନ କରୁଛୁ । ଆମେ ଭିକ ମାଗୁନାହୁଁ,
ଏହାର ଆବଶ୍ୟକତା ହିଁ ନାହିଁ । ଢେର ଭାଇ ଭଉଣୀ ଏକତ୍ର ହୋଇ ରାଜଧାନୀ ସ୍ଥାପନ କରୁଛନ୍ତି । ତୁମେ
କୋଟି-କୋଟି ଟଙ୍କା ଠୁଳ କରି ନିଜର ହିଁ ବିନାଶ କରୁଛ, ଆମେ ଗୋଟିଏ ଗୋଟିଏ ପଇସା ଏକତ୍ର କରି
ବିଶ୍ୱର ମାଲିକ ହେଉଛୁ । ଏହା କେତେ ଆଶ୍ଚର୍ଯ୍ୟଜନକ କଥା ଅଟେ । ଆଚ୍ଛା—
ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ
ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ଅମୃତବେଳାରେ
ଏକାନ୍ତରେ ବସି ବାବାଙ୍କୁ ସ୍ନେହର ସହିତ ମନେ ପକାଇବାକୁ ହେବ । ଦୁନିଆର ସବୁ କଥାକୁ ଛାଡି
ଈଶ୍ୱରୀୟ ସେବାରେ ଲାଗିଯିବାକୁ ହେବ ।
(୨) ବାବାଙ୍କ ପ୍ରତି
ସଚ୍ଚା ହୃଦୟର ସ୍ନେହ ରଖିବାକୁ ହେବ । ପରସ୍ପର ମଧ୍ୟରେ ଜଣେ ଅନ୍ୟଜଣଙ୍କର ପ୍ରେମିକ-ପ୍ରେମିକା
ହେବାର ନାହିଁ । ବୁଦ୍ଧିର ପ୍ରୀତି ଏକମାତ୍ର ବାବାଙ୍କ ସହିତ ଯୋଡିବାକୁ ହେବ, ଦେହଧାରୀଙ୍କ ସହିତ
ନୁହେଁ ।
ବରଦାନ:-
ସର୍ବଶକ୍ତି ରୂପୀ
ସମ୍ପତ୍ତିରେ ସମ୍ପନ୍ନ ହୋଇ ଦାତା ହେଉଥିବା ବିଧାତା, ବରଦାତା ଭବ ।
ଯେଉଁ ପିଲାମାନେ ସର୍ବ
ଶକ୍ତି ରୂପୀ ସମ୍ପତ୍ତିରେ ସମ୍ପତ୍ତିବାନ୍ ଅଟନ୍ତି ସେହିମାନେ ହିଁ ସମ୍ପନ୍ନ ଏବଂ ସମ୍ପୂର୍ଣ୍ଣ
ସ୍ଥିତିର ପାଖାପାଖି ଥିବାର ଅନୁଭବ କରିଥାଆନ୍ତି । ସେମାନଙ୍କ ଭିତରେ କୌଣସି ବି ଭକ୍ତି ପଣିଆର
ଅଥବା ଭିକାରୀ ପଣିଆର ସଂସ୍କାର ପ୍ରକଟ ହୋଇ ନ ଥାଏ । ବାବାଙ୍କର ସାହାଯ୍ୟ ଦରକାର, ଆଶୀର୍ବାଦ
ଦରକାର, ସହଯୋଗ ଦରକାର, ଶକ୍ତି ଦରକାର... । ଏହିଭଳି ଦରକାର ଶବ୍ଦ ଦାତା, ବିଧାତା, ବରଦାତା
ପିଲାମାନଙ୍କ ଭିତରେ ଶୋଭା ପାଉ ନାହିଁ । ସେମାନେ ତ ବିଶ୍ୱର ପ୍ରତ୍ୟେକ ଆତ୍ମାକୁ କିଛି ନା କିଛି
ଦାନ ବା ବରଦାନ ଦେବାବାଲା ଅଟନ୍ତି ।
ସ୍ଲୋଗାନ:-
ପ୍ରତ୍ୟେକ
ଆତ୍ମାକୁ କୌଣସି ନା କୌଣସି ପ୍ରାପ୍ତି କରାଉଥିବା ବଚନ ହିଁ ସତ୍ ବଚନ ଅଟେ ।
ଅବ୍ୟକ୍ତ ଈଶାରା:-
ସର୍ବଦା ଅଚଳ, ଅଟଳ ଏବଂ ଏକରସ ସ୍ଥିତିର ଅନୁଭବ କର ।
ଯିଏ ଯେତେ ବି ହଲ୍ଚଲ୍
କରୁ କିନ୍ତୁ ତୁମେ ସର୍ବଦା ଅଚଳ ରୁହ । କ’ଣ ପରିସ୍ଥିତି ଶ୍ରେଷ୍ଠ ଅଟେ, ନା ସ୍ୱସ୍ଥିତି ଶ୍ରେଷ୍ଠ
ଅଟେ? କେବେ କେବେ ପରିସ୍ଥିତି ଆକ୍ରମଣ କରି ଦେଉ ନାହିଁ ତ? ଚିନ୍ତା କର, ଏହି ପରିସ୍ଥିତି
ଶକ୍ତିଶାଳୀ ଅଟେ ନା ମୋ’ର ସ୍ୱସ୍ଥିତି ଶକ୍ତିଶାଳୀ ଅଟେ? ତେବେ ଏହିଭଳି ସ୍ମୃତି ଦ୍ୱାରା ଦୁର୍ବଳରୁ
ଶକ୍ତିଶାଳୀ ହୋଇଯିବ । ଯେପରି ତୁମେ ତପସ୍ୱୀ ଆତ୍ମାମାନେ ନିଜର ଏକରସ ସ୍ଥିତିରେ ଏକାଗ୍ର ହୋଇଯାଉଛ,
ସେହିଭଳି ହଠଯୋଗୀମାନେ ମଧ୍ୟ ନିଜର ଗୋଟିଏ ଗୋଡରେ ଛିଡା ହୋଇଯାଉଛନ୍ତି । ତେବେ କେଉଁଠି ତୁମର
ଏକରସ ସ୍ଥିତି, କେଉଁଠି ସେମାନଙ୍କର ଏକ ଗୋଡିକିଆ ଛିଡା ଦେବାର ସ୍ଥିତି, ଫରକ ହୋଇଗଲା ନା!