12.07.26    Avyakt Bapdada     Odia Murli    31.12.2010     Om Shanti     Madhuban


“ପୁରୁଣା ବର୍ଷକୁ ବିଦାୟ ଦେବା ସହିତ ପୁରୁଣା ସଂସ୍କାର ଗୁଡିକୁ ବିଦାୟ ଦେଇ ନିର୍ବିଘ୍ନ ରହିବାର ଦୃଢ ସଂକଳ୍ପ କର ଏବଂ ଦୟାଶୀଳ, ମାଷ୍ଟର ଦାତା ହୋଇ ମାନସୀକ ସେବା ଦ୍ୱାରା ଦୁଃଖୀ ଅଶାନ୍ତ ଆତ୍ମାମାନଙ୍କୁ ସାହାରା ଦିଅ”


ଆଜି ବାପଦାଦା ଚାରିଆଡର ପିଲାମାନଙ୍କୁ ନୂଆବର୍ଷ ଏବଂ ନୂଆ ଦୁନିଆର ଅଭିନନ୍ଦନ ଦେବା ପାଇଁ ସୂକ୍ଷ୍ମବତନରୁ ସ୍ଥୂଳବତନକୁ ଆସିଛନ୍ତି । ପିଲାମାନେ ମଧ୍ୟ ସ୍ନେହ ତଥା ଉମଙ୍ଗର ସହିତ ନିଜର ମଧୁବନ ଘରେ ପହଞ୍ଚିଯାଇଛନ୍ତି । ଦୁନିଆର ଲୋକମାନେ ତ କେବଳ ନୂଆ ବର୍ଷ ପାଳନ କରୁଛନ୍ତି ଯାହାକି କେବଳ ଗୋଟିଏ ଦିନ ପାଇଁ ହୋଇଥାଏ, ତୁମେମାନେ କିନ୍ତୁ ସଂଗମଯୁଗରେ ନୂଆ ଦୁନିଆର ଉତ୍ସବ ସବୁ ଦିନ ପାଳନ କରି ଚାଲିଛ । ତୁମ ସମ୍ମୁଖରେ ନୂଆ ଦୁନିଆ ନୟନ ଭିତରେ ସଦାକାଳ ପାଇଁ ସମାହିତ ହୋଇଯାଇଛି । କେବଳ ମନେ ପକାଅ ଏବଂ ସେଠାରେ ପହଞ୍ଚିଯାଅ । ନୟନରେ ସମାହିତ ଅଟେ ନା! କ’ଣ ଅନୁଭବ ହେଉଛି ତ, ଏବେ ଏବେ ସଂଗମରେ ଅଛୁ ବା ଆଜି ସଂଗମରେ ଅଛୁ କାଲିକୁ ନିଜର ରାଜ୍ୟକୁ ଗଲୁ କି ଗଲୁ! ଏହିଭଳି ନୟନରେ ସ୍ପଷ୍ଟ ଭାବରେ ଦେଖାଯାଉଛି । ଦୁନିଆର ଲୋକମାନେ ତ ପରସ୍ପରକୁ ଗୋଟିଏ ଦିନ ପାଇଁ ଅଭିନନ୍ଦନ ଦେଉଛନ୍ତି କିନ୍ତୁ ବାପଦାଦା ତୁମମାନଙ୍କୁ ଉପହାର ରୂପରେ ସୁବର୍ଣ୍ଣ ବିଶ୍ୱ ଦେଇଛନ୍ତି, ଯାହାକି ବହୁତ ସମୟ ପର୍ଯ୍ୟନ୍ତ ଚାଲିବ । ତାହା ମଧ୍ୟ ତୁମ ନୟନରେ ଏଭଳି ସମାହିତ ଅଟେ ଯାହାକି ଗୋଟିଏ ସେକେଣ୍ଡରେ ପହଞ୍ଚି ଯାଇପାରିବ । ସମସ୍ତଙ୍କ ସମ୍ମୁଖରେ ନିଜର ସୁବର୍ଣ୍ଣ ଦୁନିଆ ନୟନରେ ସମାହିତ ଅଟେ । ଗୋଟିଏ ସେକେଣ୍ଡ ଭିତରେ ପହଞ୍ଚିପାରିବ ନା! ଆଜି ସଂଗମରେ ଅଛ କାଲି ରାଜ୍ୟ ଅଧିକାରୀ ହୋଇ ରାଜ୍ୟ କରିବ ।

ବର୍ତ୍ତମାନର ସମୟ ଅନୁସାରେ ତୁମେମାନେ ଜାଣିଛ ଯେ ତୁମ ପୂର୍ବଜମାନଙ୍କର ଭକ୍ତମାନେ ଦୁଃଖୀ ଏବଂ ଅଶାନ୍ତ ହୋଇଯାଇଥିବା କାରଣରୁ ତୁମ ପୂର୍ବଜ ଆତ୍ମାମାନଙ୍କୁ କେତେ ଡାକୁଛନ୍ତି । କ’ଣ ସେମାନଙ୍କର ଦୁଃଖ ଅଶାନ୍ତିର ଶବ୍ଦ ତୁମମାନଙ୍କୁ ଶୁଣାଯାଉଛି ତ? ଆମକୁ ଶାନ୍ତି ଦିଅ, ସୁଖ ଦିଅ, ଖୁସି ଦିଅ । ଏହି ଶବ୍ଦ ଶୁଭୁଛି ତ? ଦିଅ...ଦିଅ... ଦିଅ.... ତେଣୁ ଏବେ ତୁମମାନଙ୍କୁ ଦୟାଳୁ, କଲ୍ୟାଣକାରୀ ଦାତାଙ୍କର ସନ୍ତାନ ରୂପରେ ଆତ୍ମାମାନଙ୍କୁ ମାନସୀକ ସେବା ଦ୍ୱାରା ଦେବାର କାର୍ଯ୍ୟ କରିବାକୁ ହେବ । ବାପଦାଦାଙ୍କୁ ତ ଏହି ଦୁଃଖୀ, ଅଶାନ୍ତ ଆତ୍ମାମାନଙ୍କ ଉପରେ ବହୁତ ଦୟା ଲାଗୁଛି । ତୁମମାନଙ୍କୁ ମଧ୍ୟ ଦୟା ଲାଗୁଛି ନା! (କାଶ ହେଲା) (ଆଜି ବ୍ରହ୍ମାବାବାଙ୍କର କାଶ ଆସିଯାଇଛି) ତେଣୁ ତୁମମାନଙ୍କୁ ମଧ୍ୟ ଆତ୍ମାମାନଙ୍କ ଉପରେ ଦୟା ଲାଗୁଛି ନା! ଏବେ ଏହି ବର୍ଷ, କାହିଁକିନା ଆଜିର ଦିନରେ ନୂତନବର୍ଷ ମଧ୍ୟ ଆସୁଛି ଏବଂ ପୁରୁଣା ବର୍ଷ ମଧ୍ୟ ବିଦାୟ ନେଉଛି । ତେଣୁ ଯାଉଥିବା ବର୍ଷରେ ତୁମେମାନେ କ’ଣ ସବୁ ଯୋଜନା କରିଛ? ବର୍ଷ ତ ଯିବ କିନ୍ତୁ ତୁମେମାନେ ନିଜ ପାଇଁ ବର୍ଷ ସାଥୀରେ କ’ଣ ବିଦାୟ ଦେବ? ଯେପରି ବର୍ଷ ବିଦାୟ ନେବ, ସେହିପରି ତୁମେମାନେ ନିଜ ଜୀବନରୁ କ’ଣ ବିଦାୟ ଦେବ? ଏବଂ ନୂଆ କ’ଣ ଭରିବ? ସବୁ ଦିନ ପାଇଁ ବିଦାୟ ଦେବ ନା ଅଳ୍ପ ସମୟ ପାଇଁ ବିଦାୟ ଦେବ? କାହିଁକିନା ବାପଦାଦା ପୂର୍ବରୁ ମଧ୍ୟ ଶୁଣାଇସାରିଛନ୍ତି ଯେ ଆଜି ପର୍ଯ୍ୟନ୍ତ ଯେଉଁ ପୁରୁଣା ସଂସ୍କାର ଗୁଡିକ ରହିଯାଇଛି ସେଗୁଡିକୁ ମନେ ମନେ ଦେଖି, ଜାଣି ସମାପ୍ତ କରିବାକୁ ହିଁ ପଡିବ । ବାପଦାଦାଙ୍କୁ ଏହି ପୁରୁଣା ସଂସ୍କାର ଗୁଡିକ ପୁରୁଷାର୍ଥରେ ବିଘ୍ନ ରୂପ ହେବାର ଦେଖାଯାଉଛି । ପିଲାମାନେ ଗୋଟିଏ ପଟେ କହୁଛନ୍ତି ବାବା ହିଁ ମୋ’ର ସଂସାର ଅଟନ୍ତି । ପୁଣି ପୁରୁଣା ସଂସ୍କାର କେଉଁଠୁ ଆସୁଛି? ଯଦି ସଂସାର ହିଁ ବାବା ତେବେ ଏହି ପୁରୁଣା ସଂସ୍କାର ଯାହାକି ବିଘ୍ନ ପକାଉଛି । ଏଗୁଡିକ ସମାପ୍ତ ହେବା ଦରକାର ନା! ଅମୃତବେଳାରେ ଯେତେବେଳେ ସମସ୍ତେ ବାର୍ତ୍ତଳାପ କରୁଛନ୍ତି ବାବା ଦେଖୁଛନ୍ତି ସମସ୍ତେ ନିଜ ନିଜର ଚାର୍ଟ ଦେଉଛନ୍ତି ଯେଉଁଥିରେ ଏବେ ପର୍ଯ୍ୟନ୍ତ ପୁରୁଣା ସଂସ୍କାର ଗୁଡିକ ହିଁ ପୁରୁଷାର୍ଥକୁ ଢିଲା କରିଦେଉଛି ।

ତେଣୁ ଆଜିର ଦିନରେ ବର୍ଷକୁ ବିଦାୟ ଦେବା ସମୟରେ ଏହି ସଂସ୍କାର ଗୁଡିକୁ ମଧ୍ୟ ବିଦାୟ ଦେଇ ପାରିବ? ଦେଇପାରିବ? ହାତ ଉଠାଅ । ଦେବାକୁ ପଡିବ । ହାତ ଉଠାଇବା ତ ବହୁତ ସହଜ ଅଟେ କିନ୍ତୁ ମନର ହାତ ଉଠାଇବାକୁ ହେବ । ଆଚ୍ଛା, ଉଠାଉଛନ୍ତି । ପୁରୁଣା ସଂସ୍କାର ଗୁଡିକୁ ସଦାକାଳ ପାଇଁ ବିଦାୟ ଦେବ, ସେଥିପାଇଁ ହାତ ଉଠାଉଛ । ପୁଣି ଥରେ ଉଠାଅ । ଆଚ୍ଛା! ଅଧିକାଂଶ ପିଲା ହାତ ଉଠାଇ ବାପଦାଦାଙ୍କୁ ଖୁସି କରିଦେଇଛନ୍ତି । ବାପଦାଦାଙ୍କୁ ଏଥିପାଇଁ ଖୁସି ଲାଗୁଛି ଯେ ପିଲାମାନେ ସାହସୀ ଅଟନ୍ତି । ଯେଉଁଠି ସାହସ ଅଛି ସେଠାରେ ବାପଦାଦାଙ୍କର ସଦାସର୍ବଦା ସହଯୋଗ ରହିଛି । ତେଣୁ ଏବେ ଯେତେବେଳେ ହାତ ଉଠାଇ ଦେଇଛ, ତେଣୁ ବାପଦାଦାଙ୍କର ଛୋଟ ବା ବଡ ପ୍ରତ୍ୟେକ ସ୍ଥାନ ସଦାକାଳ ପାଇଁ ନିର୍ବିଘ୍ନ ହୋଇଗଲା ନା! କାହିଁକିନା ବାପଦାଦାଙ୍କ ପାଖକୁ ଯେଉଁ ସମାଚାର ସବୁ ଆସୁଛି ତା’ର କାରଣ ପୁରୁଣା ସଂସ୍କାର ହିଁ ଅଟେ । ତେଣୁ ଆଜି ସଂସ୍କାରଗୁଡିକୁ ସଂକଳ୍ପରେ ସମାପ୍ତ କରିଦେଲ ଅର୍ଥାତ୍ ବାପଦାଦାଙ୍କ ଠାରୁ ନିର୍ବିଘ୍ନ ଭବର ବରଦାନ ନେଇଗଲ । କ’ଣ ବରଦାନ ନେଲ ତ? ସାହସର ଫଳ ମିଳିଥାଏ ନା! ଏବଂ ବାପଦାଦାଙ୍କର ମଧ୍ୟ ବରଦାନ ମିଳିଛି ଯେ ପିଲାମାନଙ୍କର ସାହସର ଗୋଟିଏ ପାଦ ବଦଳରେ ବାପଦାଦାଙ୍କର ସାହାଯ୍ୟର ଅନେକ ପାଦ ନିଶ୍ଚିତ ମିଳିଯିବ । ତେଣୁ ଏହି ସଂକଳ୍ପକୁ ଆଜିଠାରୁ ମନେ ରଖିବ ଯେ ମୁଁ ମୋ’ର ପୁରୁଣା ସଂସ୍କାରକୁ ଦେଇ ଦେଇଛି । ଧରିନିଅ ଯଦି ସେ ତୁମ ପାଖକୁ ଫେରିଆସେ ତେବେ କ’ଣ କରିବ? କ’ଣ କରିବ? ଦେଇ ସାରିଥିବା ଜିନିଷକୁ ପୁନର୍ବାର ନିଜ ପାଖରେ ରଖାଯାଏ ନାହିଁ କାହିଁକିନା ଦେଇ ଦେଲ ଅର୍ଥାତ୍ ତୁମର ନୁହେଁ । ଯେହେତୁ ତୁମର ଜିନିଷ ନୁହେଁ ତେଣୁ ନିଜ ପାଖରେ କିପରି ରଖିପାରିବ? ବାବାଙ୍କୁ ଦେଇ ଦେଇଛ, ତେଣୁ ପୁଣି ବାବାଙ୍କୁ ହିଁ ଦେବ ନା । ଏହା ତ ପକ୍କା ଅଟେ ନା! ଦେଇ ଦେଇଛ ନା! ପକ୍କା ତ? ଏବେ ଦୁଇଟିଯାକ ହାତ ଉଠାଅ । ପକ୍କା । ପଛବାଲା ମଧ୍ୟ ହାତ ଉଠାଉଛନ୍ତି ।

ବାପଦାଦା ଏଥିପାଇଁ ଖୁସି ହେଉଛନ୍ତି ଯେ କଳିଯୁଗରେ ରହୁଥିଲେ ମଧ୍ୟ ବାବାଙ୍କ ଦ୍ୱାରା ଯେଉଁସବୁ ପ୍ରାପ୍ତି ଗୁଡିକ ହୋଇଛି ସେଗୁଡିକର ଅନୁଭବ ଏବେ ସଂଗମଯୁଗରେ ହିଁ କରିପାରିବ । ଦୁନିଆ ପାଇଁ କଳିଯୁଗ କିନ୍ତୁ ତୁମମାନଙ୍କ ପାଇଁ ସଂଗମଯୁଗ ଅର୍ଥାତ୍ ସର୍ବପ୍ରାପ୍ତିର ଯୁଗ । ପରମାତ୍ମ ପ୍ରାପ୍ତି, ସର୍ବପ୍ରାପ୍ତି, ସର୍ବଗୁଣ, ସର୍ବ ଜ୍ଞାନର ସମ୍ପତ୍ତି ଯାହା ସବୁ ପ୍ରାପ୍ତ ହୋଇଛି ସେଗୁଡିକୁ ବାସ୍ତବିକ ରୂପରେ ଅନୁଭବ କରିପାରିବ । ତେଣୁ ଆଜିର ଦିନରେ ଯେଉଁମାନେ ବି ହାତ ଉଠାଇଛନ୍ତି ସେହି ପିଲାମାନଙ୍କୁ, ଚାହେଁ ଏଠାରେ ସମ୍ମୁଖରେ ବସିଛନ୍ତି, ଚାହେଁ ଦେଶ ବିଦେଶରେ ଦୂରରେ ବସି ଶୁଣୁଛନ୍ତି, ସେହି ସବୁ ପିଲାମାନଙ୍କୁ ବହୁତ ଦିଲର ସହିତ ବାପଦାଦା କ’ଣ ଦେଉଛନ୍ତି? ଅଭିନନ୍ଦନ ହେଉଛନ୍ତି ଏବଂ ଅଭିନନ୍ଦନ ଦେବା ସହିତ ସବୁପିଲାଙ୍କର ମସ୍ତକ ଉପରେ ହାତ ରଖୁଛନ୍ତି ଏବଂ ତୁମମାନଙ୍କ ସହିତ ବାପଦାଦା ମଧ୍ୟ ମନେ ମନେ ନୃତ୍ୟ କରୁଛନ୍ତି । “ବାଃ! ବଚ୍ଚେ ବାଃ!” ଏବେ ତୁମେମାନେ ମନ ଭିତରେ ନୃତ୍ୟ କରୁଛ ନା! କୁହ ହାଁ ଜୀ । ଟୀଚରମାନେ ଏବେ ଦେଖିବ । ଏଠାରେ ଯେଉଁ ଟୀଚରମାନେ ଅଛନ୍ତି ସେମାନେ ହାତ ଉଠାଅ । ବିଦେଶର ଟୀଚରମାନେ ମଧ୍ୟ ଅଛନ୍ତି ନା! ବାପଦାଦାଙ୍କୁ ସବୁ ପିଲାଙ୍କର ଏହି ଦୃଢ ସଂକଳ୍ପକୁ ଶୁଣି ଖୁସି ଲାଗୁଛି ଯେ ପିଲାମାନେ ଯାହା ବି ଲକ୍ଷ୍ୟ ରଖିଛନ୍ତି - ବାବାଙ୍କ ସମାନ ସମ୍ପନ୍ନ ଏବଂ ସମ୍ପୂର୍ଣ୍ଣ ହେବା ପାଇଁ, ସେଥିରେ ଏହି ନିର୍ବିଘ୍ନ ରହିବାର ଦୃଢ ସଂକଳ୍ପ ସମ୍ପନ୍ନ ତା’ର ସମୟକୁ ମଧ୍ୟ ପାଖେଇ ଆଣିବ । ବାପଦାଦାଙ୍କୁ ଏଥିପାଇଁ ମଧ୍ୟ ଖୁସି ଲାଗୁଛି ଯେ ସବୁ ପିଲାମାନେ ଯେଉଁ ସଂକଳ୍ପ କରିଛନ୍ତି ତାକୁ ନିଶ୍ଚିତ ସମ୍ପନ୍ନ କରିବେ ଏବଂ ଦୁନିଆର ଲୋକମାନେ ଯେଉଁମାନେ କି ଦୁଃଖୀ ଅଛନ୍ତି, ଅଶାନ୍ତ ଅଛନ୍ତି ସେମାନଙ୍କର ମାନସୀକ ସେବା କରି ସେମାନଙ୍କୁ ମଧ୍ୟ କିଛି ନା କିଛି ସାହାରା ଦେଇ ଚାଲିବେ କାହିଁକିନା ବାପଦାଦାଙ୍କୁ ପିଲାମାନଙ୍କର ଡାକିବା, ଚିତ୍କାର କରିବା ସହନ ହେଉନାହିଁ । ସେମାନେ ତୁମମାନଙ୍କର ହିଁ ପରିବାର ଅଟନ୍ତି ନା! ତେବେ ଦୁଃଖ ଅଶାନ୍ତି ତ ବହୁତ ବଢି ବଢିଚାଲିଛି, ସେଥିପାଇଁ ଏବେ ଦୟାଳୁ ହୁଅ । ଏବଂ ଏହି ସଂକଳ୍ପ ମଧ୍ୟ ତା’ ସହିତ ଯୋଡିଦିଅ ଯେ ଚାଲିବା ବୁଲିବା ବେଳେ ଏବଂ ବିଶେଷ କରି ଅମୃତବେଳାରେ ଆତ୍ମାମାନଙ୍କର ମାନସୀକ ସେବା ମଧ୍ୟ ନିଶ୍ଚିତ କରିବୁ, କ’ଣ ଏହି ସଂକଳ୍ପ କରିପାରିବ? ଯେପରି ଏହି ସଂକଳ୍ପ କରିଲ ଯେ ସଦାକାଳ ପାଇଁ ପୁରୁଣା ସଂସ୍କାର ଗୁଡିକୁ ସମାପ୍ତ କରିବୁ, ସଦାକାଳ ପାଇଁ ସଂକଳ୍ପ କରିଛ ନା! ଅଳ୍ପ ସମୟ ପାଇଁ ତ ନୁହେଁ ନା! ତେଣୁ ଯେପରି ପୁରୁଣା ସଂସ୍କାରଗୁଡିକୁ ସମାପ୍ତ କରି ବାବାଙ୍କ ସମାନ ହେବ ସେହିପରି ଦାତାଙ୍କର ସନ୍ତାନ ହୋଇ ମାଷ୍ଟର ଦାତା ସ୍ୱରୂପରେ ମାନସୀକ ସେବା ମଧ୍ୟ କରିବାକୁ ହେବ । ଏଥିପାଇଁ ପ୍ରସ୍ତୁତ ଅଛ ତ? ମାନସୀକ ସେବା କରିବା ପାଇଁ ପ୍ରସ୍ତୁତ ଅଛ ତ? ହାଉ ଉଠାଅ । ମାନସୀକ ସେବା କରିବ ତ? ସାରା ଦିନ ଭିତରେ ଯାହା ବି ସମୟ ମିଳିବ ସେଥିରେ ମାନସୀକ ସେବା ନିଶ୍ଚିତ କରିବ କାହିଁକିନା ତୁମମାନଙ୍କୁ ହିଁ ସୁଖମୟ ସଂସାର ଆଣିବାକୁ ହେବ । ବାବା ତୁମମାନଙ୍କୁ ଏହି ସେବା ପାଇଁ ହିଁ ରାଇଟ୍ ହ୍ୟାଣ୍ଡ କରିଛନ୍ତି । ଦାନ ତ ଡାହାଣ ହାତ ଦ୍ୱାରା କରାଯାଏ ନା! ତେଣୁ ତୁମେମାନେ ସବୁ ବାବାଙ୍କର ଡାହାଣ ହାତ ଅଟ । ତେଣୁ ବାପଦାଦା ତୁମ ଡାହାଣ ହାତ ମାନଙ୍କ ଦ୍ୱାରା ସମସ୍ତଙ୍କୁ ଏହି ସେବା ପ୍ରଦାନ କରିବାକୁ ଚାହୁଁଛନ୍ତି ଯେ ସର୍ବଦା କିଛି ନା କିଛି ଦେଇ ଚାଲିଥାଅ । ସେମାନେ ଚିତ୍କାର କରୁଛନ୍ତି ଦିଅ - ଦିଅ ଏବଂ ତୁମେମାନେ ଦୁଃଖୀମାନଙ୍କୁ ସୁଖ ଦେଇ, ଶକ୍ତିହୀନକୁ କିଛି ଶକ୍ତି ଦେଇ ପୂଣ୍ୟର କାମ କର । ଏବେ ତୁମେମାନେ ଯିଏକି ନିଜକୁ ଜାଣିଛ, ବାବାଙ୍କୁ ମଧ୍ୟ ଜାଣିଛ, ସମ୍ପତ୍ତିର ଅଧିକାରୀ ମଧ୍ୟ ହୋଇଯାଇଛୁ ଅନ୍ୟମାନଙ୍କୁ ମଧ୍ୟ ନିଜ ଭଳି କର କାହିଁକିନା ଏବେ ସମସ୍ତେ ମୁକ୍ତି ଚାହୁଁଛନ୍ତି । ସମସ୍ତଙ୍କୁ ମୁକ୍ତିଧାମକୁ ପଠାଇ ତୁମେମାନେ ବାବାଙ୍କର ବରଦାନ ଆଧାରରେ ରାଜ୍ୟ ଅଧିକାରୀ ହେବ ସେଥିପାଇଁ ବାବା ସମସ୍ତଙ୍କୁ ଏହି ସଂକଳ୍ପ ଦେଉଛନ୍ତି - ନିର୍ବିକାରୀ ଭବ, ସେବାଧାରୀ ଭବ । ଯେଉଁ ପିଲାମାନେ ବାବାଙ୍କର ହୋଇଯାଇଛନ୍ତି ସେମାନଙ୍କୁ ସଂଗମଯୁଗୀ ବ୍ରାହ୍ମଣ ଜୀବନର ମଜା ଅନୁଭବ ହେଉଛି ଏବଂ ହୋଇଚାଲିବ । ତେଣୁ ଚାହେଁ ନୂଆ କରି ଆସିଥାଅ, ଚାହେଁ ପୁରୁଣା ମଧ୍ୟ ହୋଇଥାଅ କିନ୍ତୁ ଯେଉଁମାନେ ନିଜକୁ ବାବାଙ୍କର ସମ୍ପତ୍ତିର ଅଧିକାରୀ ମନେ କରୁଛ, ଅତିନ୍ଦ୍ରୀୟ ସୁଖର ଝୁଲଣାରେ ଝୁଲୁଛ ଏବଂ ଆଗକୁ ମଧ୍ୟ ଯେଉଁ ସଂକଳ୍ପ କରିଛ ଯେ ଆମେ ନିଜର ସଂସ୍କାର ଉପରେ ବିଜୟୀ ନିଶ୍ଚିତ ହେବୁ, ତୁମେମାନେ ସମସ୍ତେ କୋଟିକ ଭିତରେ କେହି ଅଟ, ନା କେହି କେହିଙ୍କ ଭିତରେ ମଧ୍ୟ କେହି ଅଟ? ଜନକ ବଚ୍ଚୀ କହିଛି ନା, ୧୦୮ର ମାଳା ସହିତ ୧୬ ହଜାର ମାଳାର ବିଶେଷ ମିଳନ କର । ତେଣୁ ତୁମେ ଯେଉଁମାନେ ଭାବୁଛ ଯେ ଆମେ ୧୬ ହଜାର ମାଳାରେ ବା ୧୦୮ ମାଳାରେ ନିଶ୍ଚିତ ଆସିବୁ ସେମାନେ ହାତ ଉଠାଅ ।

ନୂଆ ନୂଆ ପିଲାମାନେ ମଧ୍ୟ ହାତ ଉଠାଉଛନ୍ତି । ଅଭିନନ୍ଦନ । ନିଶ୍ଚୟ ବୁଦ୍ଧି ହିଁ ବିଜୟୀ ହୋଇଥାଆନ୍ତି । ବାପଦାଦା ମଧ୍ୟ ଜାଣିଛନ୍ତି ଯେ ଯେଉଁମାନେ ନିଶ୍ଚୟ ବୁଦ୍ଧି ଅଟନ୍ତି ସେମାନେ ଆଗକୁ ଯାଇପାରିବେ, ଏବଂ ଯିବେ ମଧ୍ୟ । ଆଚ୍ଛା! ଯେଉଁମାନେ ପ୍ରଥମ ଥର ପାଇଁ ଆସିଛନ୍ତି ସେମାନେ ହାତ ଉଠାଅ । ସମସ୍ତଙ୍କ ତରଫରୁ ବାପଦାଦା ତୁମମାନଙ୍କୁ ଅଭିନନ୍ଦନ ଦେଉଛନ୍ତି । ଯେଉଁ କଥା ଉପରେ ଏବେ ନିଶ୍ଚୟ କରିଲ, ତାକୁ ପ୍ରତିଦିନ ଅମୃତବେଳାରେ ସ୍ମୃତିରେ ଦୋହୋରାଉଥାଅ । ଆଚ୍ଛା । ବାପଦାଦା ପିଲାମାନଙ୍କୁ ଦେଖି ଖୁସି ହେଉଛନ୍ତି ଯେ ଅତି ବିଳମ୍ବର ସମୟ ଆସିବା ପୂର୍ବରୁ ତୁମେମାନେ ବାବାଙ୍କର ସମ୍ପତ୍ତିର ଅଧିକାରୀ ହୋଇଯାଇଛ । ସେଥିପାଇଁ ଏଠାକୁ ଆସିଥିବା ସମସ୍ତ ବ୍ରାହ୍ମଣ ପରିବାର ତରଫରୁ ବା ନିଜ ନିଜର ସେଣ୍ଟରଗୁଡିକରେ ରହୁଥିବା ସମସ୍ତ ପିଲାମାନଙ୍କ ତରଫରୁ ମଧ୍ୟ ବାପଦାଦା ତୁମ ସମସ୍ତଙ୍କୁ ଅଭିନନ୍ଦନ ଦେଉଛନ୍ତି । ଏବେ ତୁମେମାନେ ଗୋଟିଏ ଚମତ୍କାରୀ କରି ଦେଖାଅ, କ’ଣ ସାହାସ ଅଛି ତ? କହିବୁ, ସାହସ ଅଛି? ତୁମେମାନେ ପ୍ରଥମରୁ ହିଁ ନିର୍ବିଘ୍ନ ରୁହ ଏବଂ ନିଶ୍ଚୟ ତଥା ନିଶାରେ ନମ୍ବରୱାନ ହୁଅ । ବାପଦାଦାଙ୍କୁ ଖୁସି ଲାଗୁଛି ଯେ ପୁରୁଣାମାନେ ତ ପୁରୁଣା ଅଟନ୍ତି କିନ୍ତୁ ନୂଆମାନେ ମଧ୍ୟ ଅଳ୍ପ ସମୟ ଭିତରେ କମାଲ କରି ଦେଖାଇବେ । ଆଚ୍ଛା!

ଏବେ ବାପଦାଦା ଚାହେଁ ନୂଆ ହୋଇଥାଆନ୍ତୁ ଚାହେଁ ପୁରୁଣା ହୋଇଥାଆନ୍ତୁ ସମସ୍ତଙ୍କୁ ଗୋଟିଏ ସେକେଣ୍ଡର କାମ ଦେଉଛନ୍ତି । ସମସ୍ତେ ଏବେ ଏବେ ଗୋଟିଏ ସେକେଣ୍ଡ ଭିତରେ ନିଜକୁ ଅନ୍ୟ ସବୁ ସଂକଳ୍ପଠାରୁ ଦୂରେଇ ରଖି ଗୋଟିଏ ସେକେଣ୍ଡ ଭିତରେ ନିଜକୁ ବିନ୍ଦୁ ରୂପରେ ସ୍ଥିତ କରିପାରିବ? କରିପାରିବ? ଗୋଟିଏ ସେକେଣ୍ଡ ଭିତରେ ମୁଁ ବିନ୍ଦୁ ଅଟେ, ଅନ୍ୟ କୌଣସି ସଂକଳ୍ପ ନାହିଁ, ବିନ୍ଦୁ ଅଟେ । (ଡ୍ରିଲ୍ କରାଇଲେ) । ଯେଉଁମାନେ ଗୋଟିଏ ସେକେଣ୍ଡ ଭିତରେ ନିଜକୁ ବିନ୍ଦୁ ସ୍ଥିତିରେ ସ୍ଥିତ କରିଛନ୍ତି ସେମାନେ ହାତ ଉଠାଅ । ଗୋଟିଏ ସେକେଣ୍ଡରେ ବିନ୍ଦୁ ଲଗାଇପାରିଛ । ଆଚ୍ଛା! ଏବେ ଏହି ଅଭ୍ୟାସକୁ ୧୫ ଦିନ, ସାରା ଦିନ ଭିତରେ ପ୍ରତ୍ୟେକ ଘଣ୍ଟାରେ ଗୋଟିଏ ସେକେଣ୍ଡରେ ବିନ୍ଦୁ ଲଗାଅ, ଏହି ଅଭ୍ୟାସକୁ ସମସ୍ତେ କରିବ ଏବଂ ସେଠାରେ ନିଜ ନିଜର ବାତାବରଣ ଭିତରେ ରହି, ନିଜ ନିଜର କାର୍ଯ୍ୟ ବ୍ୟବହାର ଭିତରେ ରହି ଚେକ୍ କର ଯେ ଗୋଟିଏ ସେକେଣ୍ଡ ଭିତରେ ବିନ୍ଦୁ ସ୍ୱରୂପ ହେବାରେ ସଫଳତା ମିଳିଲା ତ? କାହିଁକିନା ଏଠାରେ ତ ଅନୁକୂଳ ବାତାବରଣ ମଧ୍ୟ ରହିଛି କିନ୍ତୁ ନିଜ ନିଜର ସ୍ଥାନରେ ରହି ଗୋଟିଏ ସେକେଣ୍ଡ ଭିତରେ ବିନ୍ଦୁ ସ୍ୱରୂପରେ ସ୍ଥିତ ହୋଇପାରିବ? ଏହିଭଳି ଅଭ୍ୟାସ କରିବ, କାହିଁକିନା ବାପଦାଦା ତ ଶୁଣାଇ ଦେଇଛନ୍ତି, ଯେତେ ଯେତେ ଆଗକୁ ବଢିଚାଲିବ, ସେତେସେତେ ଏହିଭଳି ଗୋଟିଏ ସେକେଣ୍ଡ ଭିତରେ ବିନ୍ଦୁ ସ୍ଥିତିରେ ସ୍ଥିତ ହେବାର ଆବଶ୍ୟକତା ପଡିବ ସେଥିପାଇଁ ନିଜେ ନିଜକୁ ହିଁ ଚେକ୍ କରିବ ଏବଂ ନିଜ ନିଜ ସ୍ଥାନରେ ନିଜର ଟୀଚରଙ୍କୁ ରିପୋର୍ଟ ଲେଖିକରି ଦେବ । ପୁଣି ଟୀଚରଙ୍କ ଦ୍ୱାରା ଚାହେଁ ଏଠାରେ ଯେଉଁମାନେ ଅଛନ୍ତି ବା ଆସିନାହାଁନ୍ତି । କ୍ଳାସର ସବୁ ପିଲାଙ୍କ ପାଇଁ ଏହି ହୋମ୍‌ୱାର୍କ ଦିଆଯାଉଛି, ଏହାର ଫଳାଫଳ ଯଦି ବାପଦାଦାଙ୍କ ପାଖକୁ ଆସିବ ତେବେ ବାପଦାଦା ମଧ୍ୟ ଦେଖିବେ, ଏହାଦ୍ୱାରା ଜଣା ପଡିବ ଯେ ତୁମେ ୧୦୮ର ବା ୧୬ ହଜାର ମାଳାର ଅଧିକାରୀ ଅଟ । ଗୋଟିଏ ସେକେଣ୍ଡ ଭିତରେ ପ୍ରତିଦିନର ଦିନଚର୍ଯ୍ୟା ଭିତରେ କେତେ ସଫଳ ହେଲ, ଏହାଦ୍ୱାରା ଜଣାପଡିଯିବ ଯେ ତୁମେ କେଉଁ ମାଳାର ଯୋଗ୍ୟ ଅଟ । କାହିଁକିନା ଏବେ ଯଦି ହାତ ଉଠା କରାଇବୁ ଯେ କେଉଁମାନେ ନିଜର ବାସ୍ତବିକ ଧାରଣା ଅନୁସାରେ ନିଜକୁ ୧୦୮ ବା ୧୬ ହଜାରର ମାଳାରେ ଆସିବ ବୋଲି ଭାବୁଛ, ତେବେ ସମସ୍ତେ ହାତ ଉଠାଇ ଦେବେ, ସେଥିପାଇଁ ତୁମେମାନେ କେବଳ ଫଳାଫଳ ଲେଖି ପଠାଅ ଯେଉଁଥିରୁ ଜଣାପଡିଯିବ, କାହିଁକିନା ଧରିନିଅ ଦାଦୀମାନେ କାହାର ନାମ ଲେଖି ଦେବେ ତେବେ ଅନ୍ୟମାନେ ଭାବିବେ ମୁଁ ମଧ୍ୟ ଆସିପାରିବି ନା, ତେଣୁ ଏହି ରିପୋର୍ଟରୁ ଜଣାପଡିଯିବ ।

ବାପଦାଦା ପଚାରୁଛନ୍ତି ସବୁବେଳେ ଗୋଟିଏ ସେକେଣ୍ଡ ଭିତରେ ଯେଉଁ ସ୍ୱରୂପକୁ ଅନୁଭବ କରିବାକୁ ଚାହିଁବ କରିପାରିବ? ଗୋଟିଏ ସେକେଣ୍ଡରେ? ପୂର୍ବରୁ ଯେଉଁ ୫ ସ୍ୱରୂପର ଅଭ୍ୟାସ କରିବା ପାଇଁ ଶୁଣାଇଥିଲୁ, ତାକୁ ମଧ୍ୟ ଯେବେ ଇଚ୍ଛା ଗୋଟିଏ ସେକେଣ୍ଡରେ ତା’ର ସ୍ୱରୂପ ହୋଇପାରିବ? ଏହିଭଳି ଅଭ୍ୟାସ କରିବା ଦ୍ୱାରା ଜଣା ପଡିବ ଯେ ମୁଁ ଯେଉଁ ସ୍ଥିତିରେ ସ୍ଥିତ ହେବା ପାଇଁ ଚାହୁଁଛ ଗୋଟିଏ ସେକେଣ୍ଡରେ ସ୍ଥିତ ହୋଇ ପାରୁଛି ନା ସମୟ ଲାଗୁଛି? ବାକି ଅଧିକାଂଶ ପିଲାଙ୍କର ହାତ ଉଠାଇବା ଦେଖି ବାପଦାଦା ଖୁସି ହେଉଛନ୍ତି । ଏବେ ତ ହାତ ଉଠାଇ ଦେଲ କିନ୍ତୁ ଅଭ୍ୟାସ କରି କରି ଏହା ଏଭଳି ଅଭ୍ୟାସ ହୋଇଯିବ ଯେପରି ଦ୍ୱାପର କଳିଯୁଗର ଅଭ୍ୟାସ ଦ୍ୱାରା ଦେହଭାନ୍‌ରେ ଆସିବା ସ୍ୱାଭାବିକ ହୋଇଯାଇଛି । ସେହିପରି ଯେଉଁ ସ୍ୱରୂପରେ ସ୍ଥିତ ହେବା ପାଇଁ ଚାହିଁବ ତାହା ମଧ୍ୟ ଏହିପରି ସହଜ ହୋଇଯାଉ, କାହିଁକିନା ସମୟ ଏଭଳି ଆସିବାକୁ ଯାଉଛି ଯେତେବେଳେ ତୁମମାନଙ୍କୁ ଏହି ଅଭ୍ୟାସର ଆବଶ୍ୟକତା ପଡିବ । ତେଣୁ ଏହି ଅଭ୍ୟାସ ସମସ୍ତେ ନିଜ ନିଜର କାର୍ଯ୍ୟକ୍ଷେତ୍ରରେ ରହି କରୁଥାଅ ଏବଂ ତା’ର ଫଳାଫଳ ନିଜର ନିମିତ୍ତ ଟୀଚରଙ୍କୁ ଦେଉଥାଅ ତେବେ ଏହି ବର୍ଷର ସମାପ୍ତି ପର୍ଯ୍ୟନ୍ତ ଏହି ଅଭ୍ୟାସ କରିଚାଲ, ନିଜେ ନିଜେ କର, ନିଜର ଟୀଚର ମଧ୍ୟ ନିଜେ ହୁଅ କିନ୍ତୁ ଫଳାଫଳକୁ ଦେଖାଇବା ପାଇଁ ଯଦି ଟୀଚରଙ୍କୁ ନିଜର ଚାର୍ଟ ଦେବ ତେବେ ଅଧିକ ଧ୍ୟାନ ରହିବ । ଏଭଳି ଅନୁଭବ କର ଯେପରି ନିଜର ହାତକୁ ଯେଉଁଠାରେ ରଖିବାକୁ ଚାହୁଁଛ, ରଖିପାରୁଛ ନା! ସେହିପରି ମନକୁ ଯେଉଁ ସ୍ଥିତିରେ ସ୍ଥିତ କରିବା ପାଇଁ ଚାହିଁବ ମନ ସେହି ସ୍ଥିତିରେ ରହୁଥିବ । ତେଣୁ ମହାମନ୍ତ୍ରର ସ୍ମାରକୀ ମଧ୍ୟ ମନମନାଭବ ଅଟେ । ମନର ଡ୍ରିଲ୍ କରିବାରେ ସଫଳତା କେତେ ମିଳୁଛି, ତାକୁ ନିଜେ ନିଜେ ଅନୁଭବ କର । ବାପଦାଦା ଏବେ ଏହି କଥା ଚାହୁଁଛନ୍ତି ଯେ ମୋ’ର ପ୍ରତ୍ୟେକ ସନ୍ତାନ ସଂଗମଯୁଗରେ ସୁଖ, ସଂଗମର ପ୍ରାପ୍ତି ଗୁଡିକରେ, ସବୁଥିରେ ଅନୁଭବୀ ହୁଅନ୍ତୁ । ନିଜେ ନିଜକୁ ଚେକ୍ କର ଯେ ସର୍ବ ପ୍ରାପ୍ତିର, ସର୍ବଶକ୍ତିର, ଜ୍ଞାନର ସର୍ବ ରହସ୍ୟ ଗୁଡିକୁ, ଯୋଗର ସର୍ବ ବିଧିଗୁଡିକୁ, ଧାରଣାରେ ମଧ୍ୟ ସବୁ ପ୍ରକାରର ଧାରଣାରେ ଅନୁଭବୀ ହେଲିଣି? ଏହିଭଳି ନିଜର ସାରା ଚେକିଂ କରୁଥାଅ ଏବଂ ଆଗକୁ ଆଗକୁ ବଢୁଥାଅ । ତେବେ ଆଜି ବାପଦାଦା ଚେକିଙ୍ଗ୍ ଏବଂ ପ୍ରାପ୍ତିକୁ ଚେକ୍ କରିବା ପାଇଁ କହୁଛନ୍ତି । ଯଦି କୌଣସି ବି ପ୍ରାପ୍ତିରେ କମି ରହିଗଲା ତେବେ ଡ୍ରାମା ଅନୁସାରେ ପରୀକ୍ଷା ଗୁଡିକ ମଧ୍ୟ ସମୟ ଅନୁସାରେ ସେହିଥିରେ ହିଁ ଆସିବ ସେଥିପାଇଁ ସବୁ ବିଷୟରେ ସମ୍ପନ୍ନ ଏବଂ ସମ୍ପୂର୍ଣ୍ଣ ହେବାର ଚେକିଙ୍ଗ୍ କର ଏବଂ ନିଜକୁ ପରିବର୍ତ୍ତନ କର ।

ଆଜି ଦିନରେ ବାପଦାଦା ତୁମ ସମସ୍ତଙ୍କର ସାଧାରଣ ସ୍ୱରୂପରେ ମଧ୍ୟ ତୁମମାନଙ୍କର ଭବିଷ୍ୟତର ରୂପ ଏବଂ ପ୍ରାପ୍ତିଗୁଡିକର ରୂପକୁ ମଧ୍ୟ ଦେଖୁଛନ୍ତି । ଆଚ୍ଛା! ସବୁଆଡର ସିକିଲଧେ, ବାପଦାଦାଙ୍କର ହୃଦୟ ସିଂହାସନ ଅଧିକାରୀ, ବାପଦାଦାଙ୍କର ଇଚ୍ଛାମୁତାବକ କର୍ମ କରୁଥିବା, ଆଜ୍ଞାକାରୀ, ତୀବ୍ର ପୁରୁଷାର୍ଥୀ ପିଲାମାନଙ୍କୁ ବାପଦାଦାଙ୍କର ବହୁତ ବହୁତ ଦିଲ୍‌ର ସ୍ନେହ ସମ୍ପନ୍ନ ଅଭିନନ୍ଦନ, ଅଭିନନ୍ଦନ, ଅଭିନନ୍ଦନ । ବାପଦାଦାଙ୍କୁ ମଧ୍ୟ ପିଲାମାନଙ୍କୁ ଦେଖି ଖୁସି ଲାଗୁଛି ତେଣୁ କହୁଛନ୍ତି ବାଃ, ବାଃ, ବାଃ! ମୋର ପିଲାମାନେ ବାଃ! ସାରା ବର୍ଷ ତୁମେମାନେ ଏହିଭଳି ନିର୍ବିଘ୍ନ ଏବଂ ଖୁସିବାସିଆ ସ୍ଥିତିରେ ରୁହ । ନିଜର ଚାଲିଚଳନ ଏବଂ ଚେହେରା ଦ୍ୱାରା ସମସ୍ତଙ୍କୁ ଖୁସି ଏବଂ ସ୍ମିତହାସ୍ୟର ଶିକ୍ଷା ଦିଅ । ସର୍ବଦା ନିଜେ ଉଡୁଥାଅ ଏବଂ ଅନ୍ୟମାନଙ୍କୁ ମଧ୍ୟ ଉଡାଉଥାଅ । ଚାଲ ନାହିଁ ଉଡ । ଉଡିବାର କଳା ସମସ୍ତଙ୍କୁ ପ୍ରିୟ ଅଟେ । ତେଣୁ ଉଡି ଉଡି ସନ୍ଦେଶ ଦିଅ । ସମସ୍ତେ ତୁମକୁ ଦେଖି ଖୁସିର ଝୁଲଣାରେ ଝୁଲନ୍ତୁ । ହ୍ୟାପୀ-ହ୍ୟାପୀ-ହ୍ୟାପୀ ନ୍ୟୁ ଇୟର । ଆଚ୍ଛା - ଓମ୍ ଶାନ୍ତି ।

ବରଦାନ:-
ଈଶ୍ୱରୀୟ ଭାଗ୍ୟ ରୂପରେ ଆଲୋକର ମୁକୁଟ ପ୍ରାପ୍ତ କରୁଥିବା ସର୍ବ ପ୍ରାପ୍ତି ସ୍ୱରୂପ ଭବ ।

ଦୁନିଆ ହିସାବରେ ରାଜ ପଦ ପ୍ରାପ୍ତ କରିବା ହିଁ ସବୁଠାରୁ ବଡ ଭାଗ୍ୟ ଅଟେ ଏବଂ ରାଜତ୍ୱର ଚିହ୍ନ ହେଲା ମୁକୁଟ । ସେହିପରି ଈଶ୍ୱରୀୟ ଭାଗ୍ୟର ଚିହ୍ନ ହେଲା ଆଲୋକର ମୁକୁଟ ଏବଂ ଏହି ମୁକୁଟକୁ ପ୍ରାପ୍ତ କରିବାର ଆଧାର ହେଲା ପବିତ୍ରତା । ସମ୍ପୂର୍ଣ୍ଣ ପବିତ୍ର ଆତ୍ମାମାନେ ଆଲୋକର ମୁକୁଟଧାରୀ ହେବା ସହିତ ସର୍ବ ପ୍ରାପ୍ତିରେ ମଧ୍ୟ ସମ୍ପନ୍ନ ହୋଇଥାଆନ୍ତି । ଯଦି କୌଣସ ବି ପ୍ରାପ୍ତିର କମି ରହିଥିବ, ତେବେ ଆଲୋକର ମୁକୁଟ ମଧ୍ୟ ସ୍ପଷ୍ଟ ଦେଖାଯିବ ନାହିଁ ।

ସ୍ଲୋଗାନ:-
ନିଜର ଆତ୍ମିକ ସ୍ଥିତିରେ ସ୍ଥିତ ରହୁଥିବା ଆତ୍ମାମାନେ ହିଁ ସଂକଳ୍ପର ମହାଦାନୀ ଅଟନ୍ତି ।

ଅବ୍ୟକ୍ତ ଈଶାରା - ଜ୍ୱାଳା ସ୍ୱରୂପ ସ୍ଥିତିରେ ରହି ଶକ୍ତିଶାଳୀ ଯୋଗର ଅନୁଭବ କର । ଏବେ ସମସ୍ତେ ଭଲ ଭଲ ତ କହୁଛନ୍ତି କିନ୍ତୁ ମୋତେ ଭଲ ହେବାକୁ ପଡିବ । ଏଭଳି ପ୍ରେରଣା ସେମାନଙ୍କୁ ମିଳୁ ନାହିଁ । ଏହାର ଏକମାତ୍ର ସାଧନ ହେଲା - ସଂଗଠିତ ରୂପରେ ଜ୍ୱାଳା ସ୍ୱରୂପ ହୁଅ । ଜଣେ ଜଣେ ଆତ୍ମା ଚୈତନ୍ୟ ଲାଇଟ୍ ହାଉସ୍ ହୁଅ । ସେବାଧାରୀ ଅଟ, ସ୍ନେହୀ ଅଟ, ଏକବଳ, ଏକ ଭରାସାବାଲା ଅଟ, ଏସବୁ ତ ଠିକ୍ ଅଛି, କିନ୍ତୁ ମାଷ୍ଟର ସର୍ବଶକ୍ତିବାନର ସ୍ଥିତି ଯଦି ପ୍ରତ୍ୟକ୍ଷ ହୋଇଯିବ ତେବେ ସମସ୍ତେ ତୁମ ଚାରିପଟେ ପତଙ୍ଗ ଭଳି ଚକ୍ର ଲଗାଇବା ଆରମ୍ଭ କରିଦେବେ ।