12.08.25          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ତୁମମାନଙ୍କର ସେବା କରିବାର ବହୁତ ଉମଙ୍ଗ-ଉତ୍ସାହ ରହିବା ଦରକାର, ଯଦି ଜ୍ଞାନ ଏବଂ ଯୋଗ ଜଣା ଅଛି ତେବେ ଅନ୍ୟମାନଙ୍କୁ ମଧ୍ୟ ଶିଖାଅ, ସେବାର ବୃଦ୍ଧି କର ।’’

ପ୍ରଶ୍ନ:-
ସେବା କରିବାର ଉମଙ୍ଗ-ଉତ୍ସାହ ନ ଆସିବାର କାରଣ କ’ଣ? କେଉଁ ବିଘ୍ନ କାରଣରୁ ଉତ୍ସାହ ରହୁ ନାହିଁ?

ଉତ୍ତର:-
ସବୁଠାରୁ ବଡ ବିଘ୍ନ ହେଉଛି କ୍ରିମିନାଲ୍ ଆଇ ଅର୍ଥାତ୍ ବିକାରୀ ଦୃଷ୍ଟି । ଏହି ବେମାରୀ ସେବା ପ୍ରତି ଉତ୍ସାହିତ ହେବା ପାଇଁ ଦିଏ ନାହିଁ । ଏହା ବହୁତ କଡା ବେମାରୀ । ଯଦି କ୍ରିମିନାଲ୍ ଦୃଷ୍ଟି ଥଣ୍ଡା ହୋଇ ନ ଥିବ, ଗୃହସ୍ଥ ବ୍ୟବହାରରେ ଦୁଇଟିଯାକ ଚକ ଠିକ୍ ଭାବରେ ଚାଲୁ ନ ଥିବ ତେବେ ଗୃହସ୍ଥି ଏକ ବୋଝ ଭଳି ଅନୁଭବ ହେବ, ଯାହାଦ୍ୱାରା ହାଲୁକା ହୋଇ ସେବାରେ ଉମଙ୍ଗ-ଉତ୍ସାହ ରଖିପାରିବ ନାହିଁ ।

ଗୀତ:-
ଜାଗ ସଜନିଆଁ ଜାଗ...

ଓମ୍ ଶାନ୍ତି ।
ମଧୁର ସନ୍ତାନମାନେ ଏହି ଗୀତ ଶୁଣିଲେ । ଏହିପରି ଦୁଇ ଚାରିଟି ଭଲ ଗୀତ ଅଛି ଯାହା ସମସ୍ତଙ୍କ ପାଖରେ ରହିବା ଦରକାର ଅଥବା ଟେପ୍‌ରେ ଭରିବା ଉଚିତ୍ । ବାସ୍ତବରେ ଏହି ଗୀତ ମନୁଷ୍ୟମାନଙ୍କ ଦ୍ୱାରା ରଚିତ ବୋଲି କୁହାଯିବ । ଡ୍ରାମା ଅନୁସାରେ ତାଙ୍କୁ ଯାହା ଟଚ୍ ହୋଇଛି ତାହା ପୁଣି ପିଲାମାନଙ୍କ କାମରେ ଆସୁଛି । ଏପରି ଗୀତ ପିଲାମାନେ ଶୁଣିବା ଦ୍ୱାରା ନିଶା ଚଢିଥାଏ । ପିଲାମାନଙ୍କୁ ତ ନିଶା ଚଢିବା ଉଚିତ୍ ଯେ ଏବେ ଆମେ ନୂଆ ରାଜତ୍ୱ ସ୍ଥାପନ କରୁଛୁ । ରାବଣଠାରୁ ରାଜ୍ୟ ନେଉଛୁ । ଯେପରି କେହି ଯୁ୍‌ଦ୍ଧ ପାଇଁ ଲଢୁଥିଲେ ଖିଆଲ ରହିଥାଏ ନା- ଏହାଙ୍କର ରାଜତ୍ୱ ଅଧିକାର କରିନେବୁ । ୟାଙ୍କ ଗାଁକୁ ଆମେ ନିଜ ହାତକୁ ନେଇଯିବୁ । ବାସ୍ତବରେ ସେମାନେ ସବୁ ବିନାଶୀ ଜିନିଷ ପାଇଁ ଲଢନ୍ତି । ତୁମେ ସନ୍ତାନମାନଙ୍କର ଲଢେଇ ମାୟା ସହିତ ହେଉଛି, ଯାହା ବିଷୟରେ ତୁମ ବ୍ରାହ୍ମଣମାନଙ୍କ ବ୍ୟତୀତ ଆଉ କାହାକୁ ଜଣା ନାହିଁ । ତୁମେ ଜାଣିଛ ଆମକୁ ଏହି ବିଶ୍ୱରେ ଗୁପ୍ତ ରୀତିରେ ରାଜ୍ୟ ସ୍ଥାପନ କରିବାକୁ ହେବ ଅଥବା ବାବାଙ୍କଠାରୁ ସମ୍ପତ୍ତି ନେବାକୁ ହେବ । ଏହାକୁ ବାସ୍ତବରେ ଲଢେଇ ବି କୁହାଯିବ ନାହିଁ । ଡ୍ରାମା ଅନୁସାରେ ତୁମେ ସତ୍ତ୍ୱପ୍ରଧାନରୁ ତମୋପ୍ରଧାନ ହୋଇଯାଇଛ ପୁଣି ଏବେ ସତ୍ତ୍ୱପ୍ରଧାନ ହେବାକୁ ପଡିବ । ତୁମେ ନିଜର ଜନ୍ମକୁ ଜାଣି ନ ଥିଲ । ଏବେ ବାବା ବୁଝାଉଛନ୍ତି । ଆଉ ଯେଉଁ ସବୁ ଧର୍ମ ରହିଛି ସେମାନଙ୍କୁ ଏହି ଜ୍ଞାନ ମିଳିବ ନାହିଁ । ବାବା ତୁମେ ସନ୍ତାନମାନଙ୍କୁ ହିଁ ବସି ବୁଝାଉଛନ୍ତି । ଗାୟନ ମଧ୍ୟ ରହିଛି ଧର୍ମରେ ହିଁ ଶକ୍ତି ରହିଛି । ଭାରତବାସୀମାନଙ୍କୁ ଏକଥା ଜଣା ନାହିଁ ଯେ ଆମର କେଉଁ ଧର୍ମ । ତୁମେ ବାବାଙ୍କ ଦ୍ୱାରା ଜାଣୁଛ ଯେ ଆମର ଆଦି ସନାତନ ଦେବୀ ଦେବତା ଧର୍ମ । ବାବା ଆସି ପୁଣି ତୁମକୁ ସେହି ଧର୍ମକୁ ପରିବର୍ତ୍ତିତ କରୁଛନ୍ତି । ତୁମେ ଜାଣିଛ ଆମର ଧର୍ମ କେତେ ସୁଖଦାୟୀ । ତୁମକୁ କାହା ସହିତ ଲଢେଇ ଆଦି କରିବା ଅନୁଚିତ୍ । ତୁମକୁ ତ’ ନିଜ ସ୍ୱଧର୍ମରେ ସ୍ଥିତ ରହି ବାବାଙ୍କୁ ମନେ ପକାଇବାକୁ ହେବ, ଏଥିରେ ହିଁ ସମୟ ଲାଗିଥାଏ । ଏପରି ନୁହେଁ ଯେ କେବଳ କହିଦେଲେ ସ୍ୱଧର୍ମରେ ସ୍ଥିତ ହୋଇଯିବ । ଭିତରେ ଏହି ସ୍ମୃତି ରହିବା ଉଚିତ୍‌ - ମୁଁ ଆତ୍ମା ହେଉଛି ଶାନ୍ତ ସ୍ୱରୂପ । ମୁଁ ଆତ୍ମା ଏବେ ତମୋପ୍ରଧାନ ପତିତ ହୋଇଯାଇଛି । ମୁଁ ଆତ୍ମା ଶାନ୍ତିଧାମରେ ଥିବା ସମୟରେ ପବିତ୍ର ଥିଲି, ପରେ ପାର୍ଟ କରି ତମୋପ୍ରଧାନ ହୋଇଯାଇଛି, ଏବେ ପୁଣି ପବିତ୍ର ହୋଇ ଘରକୁ ଫେରିବାକୁ ହେବ । ବାବାଙ୍କଠାରୁ ସମ୍ପତ୍ତି ନେବା ପାଇଁ ନିଜକୁ ଆତ୍ମା ନିଶ୍ଚୟ କରି ବାବାଙ୍କୁ ମନେ ପକାଇବାକୁ ହେବ । ତୁମକୁ ନିଶା ଚଢିବା ଦରକାର ଯେ ଆମେ ହେଉଛୁ ଈଶ୍ୱରଙ୍କର ସନ୍ତାନ । ବାବାଙ୍କୁ ମନେ ପକାଇଲେ ହିଁ ବିକର୍ମ ବିନାଶ ହେବ । କେତେ ସହଜ କଥା - ବାବାଙ୍କୁ ମନେ ପକାଇବା ଦ୍ୱାରା ଆମେ ପବିତ୍ର ହୋଇ ପୁଣି ଶାନ୍ତିଧାମକୁ ଚାଲିଯିବୁ, ଦୁନିଆର ଲୋକମାନେ ଏହି ଶାନ୍ତିଧାମ, ସୁଖଧାମକୁ ବି ଜାଣି ନାହାଁନ୍ତି । ଏକଥା କୌଣସି ଶାସ୍ତ୍ରରେ ନାହିଁ । ଜ୍ଞାନ ସାଗରଙ୍କର ଏକମାତ୍ର ଗୀତା ଶାସ୍ତ୍ର ହିଁ ରହିଛି, ଯେଉଁଥିରେ କେବଳ ନାମ ବଦଳାଇ ଦେଇଛନ୍ତି । ସମସ୍ତଙ୍କର ସଦ୍‌ଗତି ଦାତା, ଜ୍ଞାନର ସାଗର ସେହି ପରମପିତା ପରମାତ୍ମାଙ୍କୁ କୁହାଯାଉଛି । ଆଉ କାହାକୁ ଜ୍ଞାନବାନ୍ କୁହାଯାଇପାରିବ ନାହିଁ । ଯେବେ ସେ ଆସି ଜ୍ଞାନ ଦେବେ ତେବେ ତୁମେ ଜ୍ଞାନବାନ ହୋଇପାରିବ । ଏବେ ସମସ୍ତେ ହେଉଛନ୍ତି ଭକ୍ତିବାନ୍ । ତୁମେ ମଧ୍ୟ ଥିଲ । ଏବେ ପୁଣି ଜ୍ଞାନବାନ ହେଉଛ । କ୍ରମାନ୍ୱୟରେ ପୁରୁଷାର୍ଥ ଅନୁସାରେ କାହା କାହା ପାଖରେ ଜ୍ଞାନ ଅଛି, ପୁଣି କାହା ପାଖରେ ନାହିଁ । ତେବେ ତାଙ୍କୁ କ’ଣ କୁହାଯିବ? ସେହି ହିସାବରେ ଉଚ୍ଚ ପଦ ପାଇପାରିବେ ନାହିଁ । ବାବା ସେବା ପାଇଁ କେତେ ଉତ୍ସାହିତ କରୁଛନ୍ତି । ପିଲାମାନଙ୍କ ପାଖରେ ଏବେ ସେହି ଶକ୍ତି ଆସି ନାହିଁ ଯେ କାହାକୁ ଭଲ ଭାବରେ ବୁଝାଇପାରିବେ । ଏହିଭଳି ପ୍ରକାରର ଯୁକ୍ତି ରଚନା କର । ଯଦିଓ ପିଲାମାନେ ମେହନତ କରି ସମ୍ମିଳନୀ ଆଦି କରୁଛନ୍ତି, ଗୋପଙ୍କ ପାଖରେ କିଛି ଶକ୍ତି ଅଛି, ତାଙ୍କର ଖିଆଲ ରହୁଛି ଯେ ସଂଗଠନ ହେଉ ଯାହାଦ୍ୱାରା କିଛି ଯୁକ୍ତି ରଚନା ହୋଇପାରିବ, ସେବାର ବୃଦ୍ଧି କିପରି ହେବ? ଏଥିପାଇଁ ପ୍ରୟାସ କରୁଛନ୍ତି । ଯଦିଓ ନାମ ରହିଛି ଶକ୍ତି ସେନା ପରନ୍ତୁ ପଢାଲେଖା ନୁହଁନ୍ତି । କେହି ପୁଣି ଅପାଠୁଆ ମଧ୍ୟ ଦୁନିଆର ପାଠୁଆଙ୍କୁ ଭଲ ପଢାଉଛନ୍ତି । ବାବା ବୁଝାଉଛନ୍ତି ବିକାରୀ ଦୃଷ୍ଟି ବହୁତ କ୍ଷତି କରିଥାଏ । ଏହି ବେମାରୀ ବହୁତ କଡା, ସେଥିପାଇଁ ଆଗ୍ରହ ହେଉ ନାହାଁନ୍ତି । ତେଣୁ ବାବା ପଚାରୁଛନ୍ତି ତୁମେ ଯୁଗଳ ଅର୍ଥାତ୍ ଦୁଇଚକ ଠିକ୍ ଭାବେ ଚାଲୁଛ? ସେପଟେ କେତେ ବଡ-ବଡ ସେନା ରହିଛନ୍ତି, ସ୍ତ୍ରୀଙ୍କର ଦଳ ମଧ୍ୟ ରହିଛି, ଲେଖାପଢି କରିଛନ୍ତି । ତାଙ୍କୁ ସାହାଯ୍ୟ ମଧ୍ୟ ମିଳୁଛି । ତୁମେ ତ ହେଉଛ ଗୁପ୍ତ । କେହି ବି ଜାଣିନାହାଁନ୍ତି ଯେ ଏହି ବ୍ରହ୍ମାକୁମାର କୁମାରୀମାନେ କ’ଣ କରୁଛନ୍ତି, ତୁମମାନଙ୍କ ମଧ୍ୟରେ କ୍ରମଅନୁସାରେ ରହିଛନ୍ତି । ଗୃହସ୍ଥ ବ୍ୟବହାରର ବୋଝ ମୁଣ୍ଡ ଉପରେ ରହିବା କାରଣରୁ ନଇଁ ପଡିଛନ୍ତି । ବ୍ରହ୍ମାକୁମାର କୁମାରୀ ନିଜକୁ କହୁଛନ୍ତି କିନ୍ତୁ ବିକାରୀ ଦୃଷ୍ଟି ଥଣ୍ଡା ହେଉ ନାହିଁ । ଏକାଭଳି ଦୁଇଟି ଚକ ଚାଲିବା, ଏହା ବହୁତ ମୁସକିଲ୍ । ବାବା ସନ୍ତାନମାନଙ୍କୁ ସେବା ବଢ଼ାଇବା ପାଇଁ ବୁଝାଉଛନ୍ତି । କେହି ଧନବାନ ଥିଲେ ମଧ୍ୟ ଆଗ୍ରହ ରଖୁ ନାହାଁନ୍ତି । ଧନର କ୍ଷୁଧାର୍ତ୍ତ ଅଛନ୍ତି, ପିଲା ଯଦି ନ ହେଲା ତେବେ ପୋଷ୍ୟ ସନ୍ତାନ ଗ୍ରହଣ କରିଥା’ନ୍ତି । ଆଗ୍ରହ ରହୁ ନାହିଁ, ବାବା ମୁଁ ବସିଛି । ମୁଁ ବଡ ଘର ନେଇ ଦେଉଛି ।

ବାବାଙ୍କର ଦୃଷ୍ଟି ବିଶେଷ ଭାବେ ଦିଲ୍ଲୀ ଉପରେ ରହିଛି କାହିଁକି ନା ଦିଲ୍ଲୀ ହେଉଛି ରାଜଧାନୀ ମୁଖ୍ୟାଳୟ । ବାବା କହୁଛନ୍ତି ଦିଲ୍ଲୀରେ ବିଶେଷ ସେବା କର । କାହାକୁ ବୁଝାଇବା ପାଇଁ ଅଫିସ୍ ଭିତରକୁ ପଶିଯିବା ଦରକାର । ଗାୟନ ମଧ୍ୟ ରହିଛି ଯେ ପାଣ୍ଡବମାନଙ୍କୁ କୌରବଙ୍କଠାରୁ ୩ ପାଦ ଭୂମି ମଧ୍ୟ ମିଳି ନ ଥିଲା । ଏହି କୌରବ ଅକ୍ଷର ତ ଗୀତାରୁ ଆସିଛି । ଭଗବାନ ଆସି ରାଜଯୋଗ ଶିଖାଇଥିଲେ, ତା’ର ନାମ ଗୀତା ରଖାଯାଇଛି । କିନ୍ତୁ ଗୀତାର ଭଗବାନଙ୍କୁ ଭୁଲିଯାଇଛନ୍ତି । ସେଥିପାଇଁ ବାବା ଘଡି ଘଡି କହୁଛନ୍ତି ମୁଖ୍ୟ ଏହି ବିଷୟରେ ଆଲୋଚନା ଆବଶ୍ୟକ! ଆଗରୁ ବାବା କହୁଥିଲେ ବନାରସର ବିଦ୍ୟାନ ମଣ୍ଡଳୀମାନଙ୍କୁ ବୁଝାଅ । ବାବା ଯୁକ୍ତି ତ’ ବତାଉଛନ୍ତି । ଭଲ ଭାବରେ ଚେଷ୍ଟା କରିବା ଉଚିତ୍ । ବାବା ବାରମ୍ବାର ବୁଝାଉଛନ୍ତି । ଦିଲ୍ଲୀରେ ଭଲ ଭାବେ ଯୁକ୍ତି ରଚନା କରି ସେବା କର । ସଂଗଠନରେ ମଧ୍ୟ ଏହି ସମ୍ବନ୍ଧରେ ବିଚାର କର । ମୂଳ କଥା ହେଉଛି ବଡ ମେଳା ଆଦି ଦିଲ୍ଲୀରେ କିପରି କରିହେବ । ଲୋକମାନେ ତ ଦିଲ୍ଲୀରେ ବହୁତ ହରତାଳ ଆଦି କରୁଛନ୍ତି । ତୁମେ ତ ଏପରି କୌଣସି କାମ କରୁନାହଁ । ତୁମକୁ ତ ଲଢେଇ ଝଗଡା କରିବାର କିଛି କଥା ନାହିଁ । ତୁମେ ତ’ କେବଳ ସୁପ୍ତ ଆତ୍ମାକୁ ଜାଗ୍ରତ କରୁଛ । ଦିଲ୍ଲୀବାସୀଙ୍କୁ ହିଁ ମେହନତ କରିବାକୁ ହେବ । ତୁମେ ଜାଣିଛ ଯେ ଆମେ ବ୍ରହ୍ମାଣ୍ଡର ମଧ୍ୟ ମାଲିକ ପୁଣି କଳ୍ପ ପୂର୍ବ ସଦୃଶ ସୃଷ୍ଟିର ମଧ୍ୟ ମାଲିକ ହେବୁ । ଏହି କଥାରେ ପୂର୍ଣ୍ଣବିଶ୍ୱାସ ରଖ । ଏହି ନିଶ୍ଚୟ ପକ୍କା ଅଟେ । ବିଶ୍ୱର ମାଲିକ ହେବାକୁ ହିଁ ପଡିବ । ଏବେ ତୁମକୁ ରାଜଧାନୀରେ ତିନି ପାଦ ଭୂମି ଦରକାର, ଯେପରି ଜ୍ଞାନର ଗୋଳା ଛଡାଯାଇପାରିବ ନିଶା ରହିବା ଦରକାର ନା ! ବଡଙ୍କର ଆବାଜ ଦରକାର ନା! ଏସମୟରେ ସାରା ଭାରତ ହେଉଛି ଗରୀବ । ଗରୀବମାନଙ୍କର ସେବା କରିବା ପାଇଁ ହିଁ ବାବା ଆସୁଛନ୍ତି । ଦିଲ୍ଲୀରେ ତ ବହୁତ ଭଲ ସେବା ହେବା ଦରକାର । ବାବା ଇଙ୍ଗିତ କରୁଛନ୍ତି । ଦିଲ୍ଲୀବାସୀ ଭାବୁଛନ୍ତି ଯେ ବାବା ଆମର ଧ୍ୟାନ ଆକର୍ଷିତ କରୁଛନ୍ତି । ପରସ୍ପର ମଧ୍ୟରେ କ୍ଷୀରଖଣ୍ଡ ହୋଇ ସ୍ନେହରେ ଚଳିବା ଦରକାର । ପାଣ୍ଡବମାନେ ନିଜର କିଲା ପ୍ରସ୍ତୁତ କରନ୍ତୁ । ଦିଲ୍ଲୀରେ ହିଁ କରିବାକୁ ପଡିବ । ଏଥିରେ ଭଲ ବୁଦ୍ଧିମାନ ହେବା ଆବଶ୍ୟକ । ଏହାଦ୍ୱାରା ବହୁତ କିଛି କରି ପାରିବ । ସେମାନେ ତ ବହୁତ ଗାନ କରୁଛନ୍ତି ଯେ ଭାରତ ଆମର ଦେଶ, ଆମେ ଏପରି କରିବୁ । କିନ୍ତୁ ନିଜ ପାଖରେ କିଛି ବି ଦମ୍ ନାହିଁ । ବିଦେଶୀମାନଙ୍କ ସାହାଯ୍ୟ ବିନା ଉନ୍ନତି କରିପାରିବେ ନାହିଁ । ତୁମକୁ ତ ଅବିନାଶୀ ବାବାଙ୍କଠାରୁ ବହୁତ ସାହାଯ୍ୟ ମିଳୁଛି । ଏତେ ସାହାଯ୍ୟ ଅନ୍ୟ କେହି ଦେଇପାରିବେ ନାହିଁ । ଏବେ ଜଲ୍‌ଦି କିଲା କରିବାକୁ ହେବ । ତୁମମାନଙ୍କୁ ବାବା ବିଶ୍ୱର ବାଦଶାହୀ ଦେଉଥିବାରୁ ବହୁତ ଆଗ୍ରହ ରହିବା ଦରକାର । ପରଦର୍ଶନ-ପରଚିନ୍ତନରେ ବହୁତଙ୍କର ବୁଦ୍ଧି ଅଟକି ରହୁଛି । ମାତାମାନଙ୍କ ଉପରେ ବନ୍ଧନର ବିପଦ ରହିଛି । ପୁରୁଷମାନଙ୍କ ଉପରେ କୌଣସି ବନ୍ଧନ ନାହିଁ । ମାତାମାନଙ୍କୁ ଅବଳା କୁହାଯାଏ । ପୁରୁଷମାନେ ବଳବାନ୍ ଥା’ନ୍ତି । ପୁରୁଷ ବିବାହ କଲେ ତାଙ୍କୁ ଉତ୍ସାହିତ କରି କୁହାଯାଏ - ତୁମେ ହିଁ ଗୁରୁ, ଈଶ୍ୱର ସବୁ କିଛି ଅଟ । ସ୍ତ୍ରୀ ତ ଯେପରି ଲାଙ୍ଗୁଡ ସଦୃଶ । ପଛରେ ଯିଏ ଲଟକିଥା’ନ୍ତି, ବାସ୍ତବରେ ସିଏ ଲାଙ୍ଗୁଡ ହୋଇ ଝୁଲିକି ରହିଥା’ନ୍ତି । ପତିଠାରେ ମୋହ, ପିଲାଙ୍କଠାରେ ମୋହ ଥାଏ, ପୁରୁଷମାନଙ୍କର ଏତେ ମୋହ ରହିନଥାଏ । ତାଙ୍କର ତ’ ଗୋଟିଏ ଜୋତା ଗଲା ତେବେ ଦ୍ୱିତୀୟ ତୃତୀୟ, ଆଣିଥା’ନ୍ତି । ଅଭ୍ୟାସ ହୋଇଯାଇଛି । ବାବା ତ’ ବୁଝାଉଛନ୍ତି - ଏହିଭଳି କଥା ସବୁ ଖବରକାଗଜରେ ବାହାର କର । ପିଲାମାନଙ୍କୁ ବାବାଙ୍କର ପ୍ରତ୍ୟକ୍ଷତା କରିବାକୁ ହେବ । ଏସବୁ ବୁଝାଇବା ତୁମର କାମ । ବାବାଙ୍କ ସହିତ ତ ଦାଦା ମଧ୍ୟ ଅଛନ୍ତି । ତେଣୁ ବାବା ସବୁ ସ୍ଥାନକୁ ଯାଇ ପାରିବେ ନାହିଁ । କହିବେ ଶିବବାବା ଏକଥା କୁହ, ଆମ ଉପରେ ଏହି ବିପଦ ଆସିଛି, ଏହି କଥାରେ ଆପଣ ରାୟ ଦିଅନ୍ତୁ, ଏହିପରି କଥା ସବୁ ପଚାରିବାକୁ ଲାଗିବେ । ବାବା ତ’ ଆସିଛନ୍ତି ପତିତଙ୍କୁ ପବିତ୍ର କରିବା ପାଇଁ । ବାବା କହୁଛନ୍ତି ତୁମକୁ ସବୁ ଜ୍ଞାନ ମିଳୁଛି । ଚେଷ୍ଟା କରି ପରସ୍ପର ମିଶି ରାୟ କର । ତୁମ ସନ୍ତାନମାନଙ୍କୁ ଏବେ ବିହଙ୍ଗମାର୍ଗର ସେବା ଦେଖାଇବା ଉଚିତ୍ । ପିମ୍ପୁଡି ମାର୍ଗର ସେବା ତ’ ହୋଇ ଆସୁଛି । କିନ୍ତୁ ଏପରି ସେବାର ଚମତ୍କାର କରି ଦେଖାଅ ଯେପରି ବହୁତଙ୍କର କଲ୍ୟାଣ ହୋଇଯିବ । ବାବା ଏହା କଳ୍ପ ପୂର୍ବରୁ ମଧ୍ୟ ବୁଝାଇଥିଲେ, ଏବେ ମଧ୍ୟ ବୁଝାଉଛନ୍ତି । ବହୁତଙ୍କର ବୁଦ୍ଧି କେଉଁଠି ନା କେଉଁଠି ବାନ୍ଧି ହୋଇ ରହିଛି । ଉତ୍ସାହ ନାହିଁ । ତୁରନ୍ତ ଦେହ-ଅଭିମାନ ଆସିଯାଉଛି । ଦେହ-ଅଭିମାନ ହିଁ ସତ୍ୟାନାଶ କରିଛି । ଏବେ ସତ୍ୟ ବାବା ତୁମକୁ ଶ୍ରେଷ୍ଠ କରିବା ପାଇଁ କେତେ ସହଜ କଥା ବତାଉଛନ୍ତି । ବାବାଙ୍କୁ ମନ ପକାଇଲେ ଶକ୍ତି ଆସିବ । ନଚେତ୍ ଶକ୍ତି ଆସିବ ନାହିଁ । ସେଣ୍ଟର ସମ୍ଭାଳିଲେ ମଧ୍ୟ, ସେହି ନିଶା ରହୁ ନାହିଁ କାହିଁକି ନା ଦେହ-ଅଭିମାନ ରହିଛି । ଦେହୀ-ଅଭିମାନୀ ହେଲେ ତ ନିଶା ଚଢିବ ଯେ ମୁଁ କେତେ ଶ୍ରେଷ୍ଠ ପିତାଙ୍କର ସନ୍ତାନ । ବାବା କହୁଛନ୍ତି ଯେତେ ତୁମେ ଦେହୀ-ଅଭିମାନୀ ହେବ ସେତେ ଶକ୍ତି ଆସିବ । ଅଧାକଳ୍ପର ଦେହ-ଅଭିମାନର ନିଶା ରହିଛି ତେଣୁ ଦେହୀ-ଅଭିମାନୀ ହେବାରେ ବହୁତ ମେହନତ ଲାଗୁଛି । ଏପରି ନୁହେଁ ବାବା ଜ୍ଞାନର ସାଗର, ମୁଁ ମଧ୍ୟ ଜ୍ଞାନ ଧାରଣ କରିଛି, ବହୁତଙ୍କୁ ବୁଝାଉଛି କିନ୍ତୁ ଏଥିପାଇଁ ଯୋଗବଳର ଧାର ମଧ୍ୟ ଦରକାର । ଜ୍ଞାନ ତରବାରୀ ଅଛି । ବାବାଙ୍କ ସ୍ମୃତି ହିଁ ହେଉଛି ଯାତ୍ରା । ଉଭୟ ଅଲଗା ଅଲଗା ଜିନିଷ । ଜ୍ଞାନ ତରବାରୀରେ ଯୋଗବଳ ରୂପୀ ଯାତ୍ରାର ଧାର ଦରକାର । ତାହା ନ ଥିଲେ କାଠର ତରବାରୀ ହୋଇଯିବ । ଶିଖ୍‌ମାନେ ତରବାରୀର କେତେ ସମ୍ମାନ ରଖିଥାନ୍ତି । ସେମାନେ ତ’ ହିଂସକ ଥିଲେ, ଯେଉଁଥିରେ ଲଢେଇ କରୁଥିଲେ, ବାସ୍ତବରେ ଗୁରୁମାନେ କ’ଣ ଲଢେଇ କରିପାରିବେ କି । ଗୁରୁ ତ ଅହିଂସକ ହେବା ଦରକାର ନା । ଲଢେଇ ଦ୍ୱାରା କ’ଣ ସଦ୍‌ଗତି ହେବ କି । ତୁମର ତ’ ହେଉଛି ଯୋଗର ବିଷୟ । ଯୋଗବଳ ବିନା ଜ୍ଞାନ ତରବାରୀ କାମ କରିବ ନାହିଁ । ବିକାରୀ ଦୃଷ୍ଟି ବହୁତ କ୍ଷତି କରିଥାଏ । ଆତ୍ମା କାନ ଦ୍ୱାରା ଶୁଣେ, ବାବା କହୁଛନ୍ତି ତୁମେ ମୋରି ସ୍ମୃତିରେ ମଗନ ରହିଲେ ସେବା ବହୁତ ବଢିଯିବ । କେବେ-କେବେ କହୁଛନ୍ତି ବାବା ସମ୍ବନ୍ଧୀମାନେ ଶୁଣୁ ନାହାଁନ୍ତି । ବାବା କହୁଛନ୍ତି ବାବାଙ୍କ ସ୍ମୃତିରେ ଦୁର୍ବଳ ଅଛ ସେଥିପାଇଁ ଜ୍ଞାନର ତରବାରୀ କାମ କରୁନାହିଁ । ବାବାଙ୍କୁ ମନେ ପକାଇବାର ମେହନତ କର । ଏହା ହେଉଛି ଗୁପ୍ତ ମେହନତ । ମୁରଲୀ ଶୁଣାଇବା ହେଉଛି ପ୍ରତ୍ୟକ୍ଷ । ବାବାଙ୍କ ସ୍ମୃତି ହେଉଛି ଗୁପ୍ତ ମେହନତ, ଯାହା ଦ୍ୱାରା ଶକ୍ତି ମିଳିଥାଏ । ଜ୍ଞାନ ଦ୍ୱାରା ଶକ୍ତି ମିଳେନାହିଁ । ତୁମେ ପତିତରୁ ପାବନ ଯୋଗର ବଳ ଦ୍ୱାରା ହେଉଛ । ରୋଜଗାର କରିବା ପାଇଁ ହିଁ ପୁରୁଷାର୍ଥ କରିବାକୁ ହେବ ।

ପିଲାମାନଙ୍କର ସ୍ମୃତି ଏକରସ ରହିଲେ, ଅବସ୍ଥା ଭଲ ରହୁଛି ଏବଂ ବହୁତ ଖୁସିରେ ରହୁଛନ୍ତି । ଯେବେ ବାବାଙ୍କ ସ୍ମୃତି ଠିକ୍ ରହୁ ନାହିଁ, କୌଣସି କଥାରେ ଦ୍ୱନ୍ଦ୍ୱରେ ପଡୁଛନ୍ତି ତେବେ ଖୁସି ହଜିଯାଉଛି । କ’ଣ ପିଲାମାନଙ୍କର ଶିକ୍ଷକଙ୍କ କଥା ମନେ ପଡୁ ନ ଥିବ । ଏଠାରେ ତ’ ଘରେ ରହି, ସବୁ କିଛି କରି ଶିକ୍ଷକଙ୍କୁ ମନେ ପକାଇବାକୁ ହେବ । ଏହି ଶିକ୍ଷକଙ୍କ ଦ୍ୱାରା ବହୁତ ବହୁତ ଶ୍ରେଷ୍ଠ ପଦ ମିଳୁଛି । ଗୃହସ୍ଥ ବ୍ୟବହାରରେ ମଧ୍ୟ ରହିବାକୁ ହେବ । ଶିକ୍ଷକଙ୍କ ସ୍ମୃତି ରହିଲେ ବାପ ଏବଂ ଗୁରୁ ନିଶ୍ଚୟ ମନେ ପଡିବେ । ବାବା କେତେ ପ୍ରକାରରେ ବୁଝାଉଛନ୍ତି । କିନ୍ତୁ ଘରେ ପୁଣି ଧନ-ଦୌଲତ, ପିଲା-ଛୁଆ ଆଦି ଦେଖି ବାବାଙ୍କୁ ଭୁଲିଯାଉଛନ୍ତି । ବହୁତ ବୁଝାଉଛନ୍ତି ମଧ୍ୟ । ତୁମକୁ ରୁହାନୀ ସେବା କରିବାକୁ ହେବ । ବାବାଙ୍କ ସ୍ମୃତି ହିଁ ହେଉଛି ସର୍ବୋଚ୍ଚ ସେବା । ମନ୍‌ସା-ବାଚା-କର୍ମଣା ବୁଦ୍ଧିରେ ବାବାଙ୍କ ସ୍ମୃତି ରହୁ । ମୁଖ ଦ୍ୱାରା ମଧ୍ୟ ଜ୍ଞାନର କଥା ଶୁଣାଅ । କାହାକୁ ଦୁଃଖ ଦିଅ ନାହିଁ । କୌଣସି ଅକର୍ତ୍ତବ୍ୟ କର ନାହିଁ । ପ୍ରଥମ କଥା ହେଲା ବାବାଙ୍କୁ ନ ବୁଝିଲେ ଆଉ କିଛି ହେଲେ ବି ବୁଝିବେ ନାହିଁ । ପ୍ରଥମେ ବାବାଙ୍କ ପ୍ରତି ନିଶ୍ଚୟ ବୁଦ୍ଧି କରାଅ । ନଚେତ୍ ଆଗକୁ ବଢିବା ଅନୁଚିତ୍ । ଶିବବାବା ରାଜଯୋଗ ଶିଖାଇ ବିଶ୍ୱର ମାଲିକ କରୁଛନ୍ତି । ଏହି ଛି-ଛି ଦୁନିଆରେ ମାୟାର ବହୁତ ଚାକଚକ୍ୟ ରହିଛି । କେତେ ଫେସନ ହୋଇଗଲାଣି । ଛି-ଛି ଦୁନିଆ ପ୍ରତି ଘୃଣା ଆସିବା ଦରକାର । ଏକମାତ୍ର ବାବାଙ୍କୁ ମନେ ପକାଇଲେ ତୁମର ବିକର୍ମ ବିନାଶ ହେବ । ପବିତ୍ର ହୋଇଯିବ । ସମୟ ନଷ୍ଟ କର ନାହିଁ । ଭଲ ଭାବରେ ଧାରଣ କର । ମାୟା ଶତ୍ରୁ ବହୁତଙ୍କର ବୁଦ୍ଧି ଖାଲି କରି ଦେଉଛି । ସେନାରେ କମାଣ୍ଡର ଭୁଲ୍ କଲେ ତାଙ୍କୁ ବହିଷ୍କାର କରିଦେଇଥାନ୍ତି । ସ୍ୱୟଂ କମାଣ୍ଡରଙ୍କୁ ମଧ୍ୟ ଲାଜ ଲାଗିଥାଏ, ପୁଣି ଇସ୍ତଫା ପତ୍ର ଦେଇ ଦିଅନ୍ତି । ଏଠାରେ ମଧ୍ୟ ସେହିପରି ହେଉଛି । ଭଲ-ଭଲ କମାଣ୍ଡର୍ସ କେବେ କେବେ ଫେଲ୍ ହୋଇଯାଇଥାଆନ୍ତି । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ଯୋଗର ଗୁପ୍ତ ମେହନତ କରିବାକୁ ହେବ । ଯୋଗର ମସ୍ତିରେ ରହିବା ଦ୍ୱାରା ସେବା ସ୍ୱତଃ ବଢିଚାଲିବ । ମନ ବଚନ କର୍ମରେ ଯୋଗଯୁକ୍ତ ରହିବାର ପୁରୁଷାର୍ଥ କରିବାକୁ ହେବ ।

(୨) ମୁଖ ଦ୍ୱାରା ଜ୍ଞାନ କଥା ହିଁ ଶୁଣାଇବାକୁ ହେବ, କାହାକୁ ଦୁଃଖ ଦେବାର ନାହିଁ । କୌଣସି ବି ଅକର୍ତ୍ତବ୍ୟ କାର୍ଯ୍ୟ କରିବାର ନାହିଁ । ଦେହୀ-ଅଭିମାନୀ ହେବାର ମେହନତ କରିବାକୁ ହେବ ।

ବରଦାନ:-
ଲୁହା ଭଳି ଆତ୍ମାକୁ ପାରସମଣି ସଦୃଶ କରୁଥିବା ମାଷ୍ଟର ପାରସନାଥ ହୁଅ ।

ତୁମେ ହେଉଛ ସମସ୍ତେ ପାରସନାଥ ପିତାଙ୍କର ସନ୍ତାନ ମାଷ୍ଟର ପାରସନାଥ - ତେଣୁ କିପରି ବି ଲୁହା ଭଳି ଆତ୍ମା ହୋଇଥିଲେ ମଧ୍ୟ ତୁମମାନଙ୍କ ସଂଗ ଦ୍ୱାରା ଲୁହା ମଧ୍ୟ ପାରସମଣି ହୋଇଯାଉ । ଇଏ ତ ଲୁହା - ଏଭଳି କେବେ ବି ଭାବିବ ନାହିଁ କାହିଁକି ନା ପାରମମଣିର କାମ ହେଲା ଲୁହାକୁ ପାରସ କରିଦେବା । ଯଦି ଏହି ଲକ୍ଷ୍ୟ ଏବଂ ଲକ୍ଷଣକୁ ସ୍ମୃତିରେ ରଖି ପ୍ରତ୍ୟେକ ସଂକଳ୍ପ ଏବଂ ପ୍ରତ୍ୟେକ କର୍ମ କରିବ ତେବେ ଅନୁଭବ ହେବ ଯେ ମୁଁ ଆତ୍ମାର ଲାଇଟ୍‌ର କିରଣ ଅନେକ ଆତ୍ମାଙ୍କୁ ସୁନା ଭଳି କରିବାର ଶକ୍ତି ପ୍ରଦାନ କରୁଛି ।

ସ୍ଲୋଗାନ:-
ପ୍ରତ୍ୟେକ କାର୍ଯ୍ୟକୁ ଯଦି ସାହସର ସହିତ କରିବ ତେବେ ସମସ୍ତଙ୍କଠାରୁ ସମ୍ମାନ ମିଳିବ ।

ଅବ୍ୟକ୍ତ ଈଶାରେ - ଯଦି ସହଜଯୋଗୀ ହେବାକୁ ଚାହୁଁଛ ତେବେ ପରମାତ୍ମ ସ୍ନେହର ଅନୁଭବୀ ହୁଅ ।

ପରମାତ୍ମା ହିଁ ଏହି ଶ୍ରେଷ୍ଠ ବ୍ରାହ୍ମଣ ଜନ୍ମର ଆଧାର । କଥାରେ ଅଛି - ଯଦି ସ୍ନେହ ଅଛି ତେବେ ଦୁନିଆ ମଧ୍ୟ ଅଛି ଏବଂ ଜୀବନ ମଧ୍ୟ ଅଛି । ଯଦି ସ୍ନେହ ନାହିଁ ତେବେ ଦୁନିଆ ନାହିଁ କି ଜୀବନ ନାହିଁ । ତେଣୁ ସ୍ନେହ ମିଳିବା ଅର୍ଥ ଦୁନିଆ ମିଳିଗଲା । ଦୁନିଆ ତ ପ୍ରଭୁ ସ୍ନେହର ଗୋଟିଏ ବୁନ୍ଦା ପାଇବା ପାଇଁ ତୃଷାର୍ତ୍ତ ଅଛନ୍ତି କିନ୍ତୁ ଏହି ପ୍ରଭୁ ସ୍ନେହ ହେଉଛି ତୁମମାନଙ୍କର ସମ୍ପତ୍ତି । ଏହି ପ୍ରଭୁ ସ୍ନେହରେ ପାଳିତ ହେବା ଅର୍ଥ ବ୍ରାହ୍ମଣ ଜୀବନରେ ଆଗକୁ ବଢିବା ତେଣୁ ସଦା ସର୍ବଦା ସ୍ନେହର ସାଗରରେ ଲବଲୀନ ହୋଇ ରୁହ ।