12.08.26          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ବାବାଙ୍କ ସ୍ମୃତିରେ ରହିବା ଦ୍ୱାରା ଦଶା ଭଲ ରହିଥାଏ, ଏବେ ତୁମ ଉପରେ ବୃହସ୍ପତିର ଦଶା ରହିଛି ସେଥିପାଇଁ ତୁମର ଉନ୍ନତିର ସମୟ ଚାଲିଛି । ”

ପ୍ରଶ୍ନ:-
ଯଦି ଯୋଗ ଉପରେ ସମ୍ପୂର୍ଣ୍ଣ ଧ୍ୟାନ ନାହିଁ ତେବେ ତା’ର ପରିଣାମ କ’ଣ ହୋଇଥାଏ? ନିରନ୍ତର ବାବାଙ୍କ ସ୍ମୃତିରେ ରହିବାର ଉପାୟ ସବୁ କ’ଣ?

ଉତ୍ତର:-
(୧) ଯଦି ଯୋଗ ଉପରେ ସମ୍ପୂର୍ଣ୍ଣ ଧ୍ୟାନ ନାହିଁ ତେବେ ଚାଲୁ-ଚାଲୁ ମାୟାର ପ୍ରବେଶତା ହୋଇଯାଇଥାଏ, ତେଣୁ ତଳକୁ ଖସି ପଡନ୍ତି । (୨) ଦେହ-ଅଭିମାନୀ ହୋଇ ଅନେକ ପ୍ରକାରର ଭୁଲ କରିଚାଲିଥା’ନ୍ତି । ମାୟା ଓଲଟା କର୍ମ କରାଇ ଚାଲିଥାଏ । ପତିତ କରିଦେଇଥାଏ । ନିରନ୍ତର ବାବାଙ୍କ ସ୍ମୃତିରେ ରହିବା ପାଇଁ ହେଲେ ମୁଖରେ ଅଧିକ କଥାବାର୍ତ୍ତା କର ନାହିଁ, କ୍ରୋଧ କର ନାହିଁ, ଦେହ ସହିତ ସବୁ କିଛି ଭୁଲି, ମୁଁ ଆତ୍ମା, ପରମାତ୍ମାଙ୍କର ସନ୍ତାନ - ଏହି ଅଭ୍ୟାସ କର । ଯୋଗବଳ ଦ୍ୱାରା କ’ଣ ସବୁ ପ୍ରାପ୍ତି ହୋଇଥାଏ, ସେଗୁଡିକୁ ସ୍ମୃତିରେ ରଖ ।

ଗୀତ:-
ଓମ୍ ନମୋ ଶିବାୟ...

ଓମ୍ ଶାନ୍ତି ।
ମଧୁର ଆତ୍ମିକ ସନ୍ତାନମାନେ ଆତ୍ମାର ପିତା ଶିବବାବାଙ୍କର ମହିମା ଶୁଣିଲେ । ଯେବେ ପାପ ବଢିଯାଏ ଅର୍ଥାତ୍ ମନୁଷ୍ୟ ପାପ ଆତ୍ମା ହୋଇଯାଆନ୍ତି ସେତେବେଳେ ଯାଇ ପତିତ-ପାବନ ବାବା ଆସି, ପତିତମାନଙ୍କୁ ପାବନ କରିଥା’ନ୍ତି । ସେହି ଅନାଦି ଅବିନାଶୀ ବାବାଙ୍କର ହିଁ ମହିମା ରହିଛି, ତାଙ୍କୁ ବୃକ୍ଷପତି ମଧ୍ୟ କୁହାଯାଉଛି । ବର୍ତ୍ତମାନ ଅବିନାଶୀ ବାବାଙ୍କ ଦ୍ୱାରା ବେହଦର ବୃହସ୍ପତି ଦଶା ତୁମ ଉପରେ ପଡିଛି । ସ୍ୱତନ୍ତ୍ର ଓ ସାଧାରଣ ଦୁଇଟି ଅକ୍ଷର ରହିଛି ନା । ଏହାର ଅର୍ଥ ମଧ୍ୟ ଏହିଠାରେ ସିଦ୍ଧ ହେଉଛି । ବୃହସ୍ପତି ଦଶା ଦ୍ୱାରା ସ୍ୱତନ୍ତ୍ର ରୂପେ ଭାରତ ଜୀବନମୁକ୍ତ ହୋଇଯାଉଛି ଅର୍ଥାତ୍ ନିଜର ସ୍ୱରାଜ୍ୟ ପଦ ପାଉଛି କାରଣ ସତ୍ୟ ପିତା, ଯାହାଙ୍କୁ ଟ୍ରୁଥ (ସତ୍ୟ) କୁହାଯାଉଛି, ସେ ଆସି ଆମକୁ ନରରୁ ନାରାୟଣ କରାଉଛନ୍ତି । ଆଉ ଯେଉଁମାନେ ରହିଲେ ସେମାନେ କ୍ରମାନ୍ୱୟରେ ନିଜ ନିଜ ଧର୍ମର ବିଭାଗକୁ ଯାଇ ରହିବେ ଏବଂ କ୍ରମାନ୍ୱୟରେ ଆସିବେ । କଳିଯୁଗର ଶେଷ ପର୍ଯ୍ୟନ୍ତ ଆସି ଚାଲିଥା’ନ୍ତି । ପ୍ରତ୍ୟେକ ଆତ୍ମାକୁ ନିଜ ନିଜ ଧର୍ମରେ ନିଜସ୍ୱ ଅଭିନୟ ମିଳିଛି । ରାଜତ୍ୱରେ ରାଜାରୁ ଆରମ୍ଭ କରି ପ୍ରଜା ପର୍ଯ୍ୟନ୍ତ ସମସ୍ତଙ୍କୁ ନିଜ ନିଜର ଅଭିନୟ ମିଳିଛି । ନାଟକ ହେଉଛି ହିଁ ରାଜାଠାରୁ ଆରମ୍ଭ କରି ପ୍ରଜା ପର୍ଯ୍ୟନ୍ତ । ସମସ୍ତଙ୍କୁ ନିଜର ଅଭିନୟ କରିବାକୁ ପଡୁଛି । ବର୍ତ୍ତମାନ ପିଲାମାନେ ଜାଣିଛନ୍ତି ଆମ ଉପରେ ବୃହସ୍ପତିର ଦଶା ରହିଛି । ଏପରି ନୁହେଁ କି ଗୋଟିଏ ଦିନ ବୃହସ୍ପତିର ଦଶା ରହୁଛି । ନାଁ, ତୁମର ବୃହସ୍ପତି ଦଶା ଚାଲିଛି । ଏବେ ତୁମର ଉନ୍ନତିର କଳା ଚାଲିଛି । ଯେତେ ବାବାଙ୍କୁ ମନେ ପକାଇବ, ସେତେ ଉନ୍ନତି କଳା ହେବ । ବାବାଙ୍କୁ ଭୁଲିବା ଦ୍ୱାରା ମାୟାର ବିଘ୍ନ ଆସୁଛି । ବାବାଙ୍କୁ ମନେ ପକାଇଲେ ଦଶା ଭଲ ହୋଇଥାଏ । ଭଲ ଭାବରେ ମନେ ନ ପକାଇଲେ ନିଶ୍ଚୟ ତଳକୁ ଖସିଯିବେ । ପୁଣି ତାଙ୍କ ଦ୍ୱାରା କିଛି ନା କିଛି ଭୁଲ ହେବ । ବାବା ବୁଝାଉଛନ୍ତି ଡ୍ରାମା ଅନୁସାରେ ସବୁ ଧର୍ମାବଲମ୍ବୀମାନେ ପରସ୍ପର ଆଗପଛ ହୋଇ ଅଭିନୟ କରିବା ପାଇଁ ଆସିଥା’ନ୍ତି । ପିଲାମାନେ ଜାଣିଛନ୍ତି ସ୍ୱର୍ଗର ଦଶା ଅର୍ଥାତ୍ ଜୀବନମୁକ୍ତିର ଦଶା ଏବେ ଆମ ଉପରେ ପଡିଛି । ଏହି ଡ୍ରାମାର ଚକ୍ର କିପରି ଘୂରୁଛି, ଏହାକୁ ମଧ୍ୟ ବିସ୍ତୃତ ଭାବେ ବୁଝିବାକୁ ହେବ । ଏହି ସୃଷ୍ଟି ଡ୍ରାମାର ଚକ୍ର ସ୍ୱତନ୍ତ୍ର ରୂପେ ଭାରତ ଉପରେ ପ୍ରସ୍ତୁତ କରାଯାଇଛି । ବାବା ମଧ୍ୟ ଭାରତକୁ ହିଁ ଆସୁଛନ୍ତି । ଗାୟନ ରହିଛି ଆଶ୍ଚର୍ଯ୍ୟ ଭାବେ ଶୁଣନ୍ତି, କହନ୍ତି, ଭାଗନ୍ତି... ଚାଲୁ-ଚାଲୁ ମାୟା ପ୍ରବେଶ କରିବା କାରଣରୁ ନିଜର ଉଚ୍ଚ ସ୍ଥିତିରୁ ତଳକୁ ଖସି ଯାଆନ୍ତି । ଯୋଗ ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦେଉ ନାହାଁନ୍ତି, ପୁଣି ବାବା ଆସି ସଞ୍ଜିବନୀ ବୁଟୀ ଦେଉଛନ୍ତି ଅର୍ଥାତ୍ ସୁରଜିତ୍ କରିବା ପାଇଁ ବୁଟୀ ଦେଉଛନ୍ତି । ତୁମେ ମଧ୍ୟ ହନୁମାନ ଅଟ । ବାବା ବୁଝାଉଛନ୍ତି ଯେ ବର୍ତ୍ତମାନ ରାବଣକୁ ତଡିବା ପାଇଁ ଏହି ବୁଟୀ ମୁଁ ଶୁଘାଁଇ ଦେଉଛି । ବାବା ତୁମକୁ ସବୁ ସତ୍ୟ କଥା ଶୁଣାଉଛନ୍ତି । କେବଳ ବାବା ହିଁ ସତ୍ୟ ଅଟନ୍ତି, ଯିଏ ଆସି ତୁମକୁ ସତ୍ୟ ନାରାୟଣଙ୍କ କଥା ଶୁଣାଇ ସତ୍ୟଯୁଗର ସ୍ଥାପନା କରୁଛନ୍ତି । ସତ୍ୟ ବତାଉଥିବାରୁ ବାବାଙ୍କୁ ଟ୍ରୁଥ କୁହାଯାଉଛି । ଅନ୍ୟମାନେ ତୁମକୁ ପଚାରୁଛନ୍ତି ତୁମେ ଶାସ୍ତ୍ରକୁ ମାନୁଛ? ତୁମେ କୁହ ହଁ ଆମେ ଶାସ୍ତ୍ରକୁ କାହିଁକି ମାନିବୁ ନାହିଁ । ଆମେ ଜାଣିଛୁ ଏସବୁ ଭକ୍ତିମାର୍ଗର ଶାସ୍ତ୍ର । ଏହା ତ ଆମେ ମାନୁଛୁ । ଜ୍ଞାନ ଓ ଭକ୍ତି ଦୁଇଟି ଜିନିଷ । ଯେବେ ଜ୍ଞାନ ମିଳୁଛି, ତେବେ ଭକ୍ତିର ଆବଶ୍ୟକତା ନାହିଁ । ଭକ୍ତି ଅର୍ଥାତ୍ ଅବନତିର କଳା । ଜ୍ଞାନ ଅର୍ଥାତ୍ ଉନ୍ନତିର କଳା । ବର୍ତ୍ତମାନ ଭକ୍ତି ଚାଲୁଛି । ଏବେ ତୁମକୁ ଜ୍ଞାନ ମିଳିଛି ଯାହା ଦ୍ୱାରା ସଦ୍‌ଗତି ହେବ । କେବଳ ଭଗବାନ ହିଁ ଭକ୍ତଙ୍କର ରକ୍ଷାକର୍ତ୍ତା ଅଟନ୍ତି । ଶତ୍ରୁଠାରୁ ରକ୍ଷା କରାଯାଇଥାଏ । ବାବା କହୁଛନ୍ତି - ମୁଁ ଆସି ତୁମକୁ ରାବଣଠାରୁ ରକ୍ଷା କରୁଛି । ଦେଖୁଛ ନା - ରାବଣଠାରୁ କିପରି ରକ୍ଷା କରା ହେଉଛି । ଏହି ରାବଣ ଉପରେ ବିଜୟ ପ୍ରାପ୍ତ କରିବାକୁ ହେବ । ବାବା ବୁଝାଉଛନ୍ତି - ମଧୁର ସନ୍ତାନମାନେ ଏହି ରାବଣ ହିଁ ତୁମକୁ ତମୋପ୍ରଧାନ କରିଦେଇଛି । ସତ୍ୟଯୁଗକୁ ସତ୍ତ୍ୱପ୍ରଧାନ, ସ୍ୱର୍ଗ କୁହାଯାଇଥାଏ । ପୁଣି କଳା ତ ଧୀରେ ଧୀରେ କମିଯାଇଥାଏ । ଅନ୍ତିମ ସମୟରେ ସମ୍ପୂର୍ଣ୍ଣ ଭାବେ ଦେହ-ଅଭିମାନରେ ଆସିଗଲେ ପତିତ ହୋଇଯାଆନ୍ତି । ନୂଆ ଘର ହେଉଛି, ମାସେ ଅଥବା ୬ ମାସ ପରେ କିଛି-କିଛି କଳା କମ୍ ହୋଇଯାଇଥାଏ । ପ୍ରତ୍ୟେକ ବର୍ଷ ଘର ରଙ୍ଗ କରାଯାଇଥାଏ । କଳା କମ୍ ହୋଇଯାଉଛି ନା । ନୂଆରୁ ପୁରୁଣା, ପୁରୁଣାରୁ ପୁଣି ନୂଆ, ପ୍ରାରମ୍ଭରୁ ପ୍ରତ୍ୟେକ ଜିନିଷ ଏହିପରି ହୋଇ ଚାଲିଛି । ବୁଝାଯାଏ ଏହି ଘର ୧୦୦-୧୫୦ ବର୍ଷ ପର୍ଯ୍ୟନ୍ତ ଚାଲିବ । ବାବା ବୁଝାଉଛନ୍ତି ନୁଆ ଦୁନିଆକୁ ସତ୍ୟଯୁଗ କୁହାଯାଇଥାଏ । ପୁଣି ତ୍ରେତାକୁ ୨୫ ପ୍ରତିଶତ କମ୍ କୁହାଯାଇଥାଏ କାରଣ ଟିକିଏ ପୁରୁଣା ହୋଇଯାଇଥାଏ । ସେମାନେ ହେଲେ ଚନ୍ଦ୍ରବଂଶୀ । ତାଙ୍କୁ କ୍ଷତ୍ରିୟ ଚିହ୍ନ ଦେଉଛନ୍ତି କାରଣ ନୂଆ ଦୁନିଆ ପାଇଁ ଯୋଗ୍ୟ ହେଲେ ନାହିଁ, ସେଥିପାଇଁ ପୋଜିସନ୍ ଟିକେ କମ୍ ହୋଇଗଲା । ସମସ୍ତେ ଚାହୁଁଛନ୍ତି କୃଷ୍ଣପୁରୀକୁ ଯିବୁ । ଏପରି କେହି କୁହନ୍ତି ନାହିଁ ଯେ - ରାମପୁରୀ ଯିବୁ । ସମସ୍ତେ କୃଷ୍ଣପୁରୀ ନିମନ୍ତେ କହିଥାନ୍ତି । ଗାୟନ ମଧ୍ୟ କରିଥା’ନ୍ତି - ଚଲୋ ବୃନ୍ଦାବନ ଭଜୋ ରାଧେ-ଗୋବିନ୍ଦ... ବୃନ୍ଦାବନର ଆଶା ରଖିଥା’ନ୍ତି, ଅଯୋଧ୍ୟା ନିମନ୍ତେ କହୁ ନାହାଁନ୍ତି । ଶ୍ରୀକୃଷ୍ଣଙ୍କ ପ୍ରତି ସମସ୍ତଙ୍କର ବହୁତ ସ୍ନେହ ରହିଥାଏ । କୃଷ୍ଣଙ୍କୁ ବହୁତ ସ୍ନେହରେ ସ୍ମରଣ କରିଥା’ନ୍ତି । କୃଷ୍ଣଙ୍କୁ ଦେଖି କହନ୍ତି, ଏହାଙ୍କ ପରି ସ୍ୱାମୀ, ସନ୍ତାନ, ଭାଇ ମିଳନ୍ତୁ । ସେନ୍‌ସିବୁଲ୍ ବୁଦ୍ଧିମାନ ସନ୍ତାନ ଅଥବା କନ୍ୟାମାନେ କୃଷ୍ଣଙ୍କ ମୂର୍ତ୍ତିଙ୍କୁ ସମ୍ମୁଖରେ ରଖି ଇଚ୍ଛା କରିଥା’ନ୍ତି କି ଏହାଙ୍କ ପରି ସନ୍ତାନ ମିଳୁ । କୃଷ୍ଣଙ୍କ ସହିତ ପ୍ରେମ ବହୁତ ରହିଥା’ନ୍ତି ନା । ସମସ୍ତେ କୃଷ୍ଣପୁରୀ ଚାହାଁନ୍ତି । ବର୍ତ୍ତମାନ ତ ହେଉଛି କଂସପୁରୀ, ରାବଣର ପୁରୀ । କୃଷ୍ଣପୁରୀର ବହୁତ ମହତ୍ୱ ରହିଛି । କୃଷ୍ଣଙ୍କୁ ସମସ୍ତେ ମନେ ପକାଇଥା’ନ୍ତି । ସେଥିପାଇଁ ବାବା କହୁଛନ୍ତି, ତୁମେ ବହୁତ ସମୟରୁ ମନେ ପକାଇ ଆସିଛ । ଏବେ କୃଷ୍ଣପୁରୀ ଯିବାକୁ ପୁରୁଷାର୍ଥ କର, ଏହାଙ୍କ ବଂଶକୁ ତ ଯାଅ । ସୂର୍ଯ୍ୟବଂଶୀ ୮ ପିଢି ଚାଲେ । ତେଣୁ ଏପରି ପୁରୁଷାର୍ଥ କର ଯେପରି ରାଜବଂଶକୁ ଯାଇ ରାଜକୁମାରଙ୍କ ସାଥିରେ ଝୁଲିବ । ଏହା ବୁଝିବାର କଥା ଅଟେ ନା ।

ବାବା ବୁଝାଉଛନ୍ତି - ପିଲାମାନେ ଯେତେ ସମ୍ଭବ ମନମନାଭବ ହୋଇ ରୁହ । ବାବାଙ୍କ ସ୍ମୃତିରେ ନ ରହିବା ଦ୍ୱାରା ସ୍ଥିତି ତଳକୁ ଖସି ଯାଉଛି । ଜ୍ଞାନ କେବେ ତଳକୁ ଖସାଇ ନ ଥାଏ । ସ୍ମୃତିରେ ନ ରହୁଥିବାରୁ ତଳେ ପଡିଯାଉଛନ୍ତି । ଏହା ଉପରେ ହିଁ ଆଲ୍ଲା-ଅବଲଦୀନ, ହାତମତାଇର ନାଟକ ମଧ୍ୟ କରାଯାଇଛି । ସ୍ମୃତିରେ ରହିବା ପାଇଁ ମୁଖରେ ମୁହଲରା ଅର୍ଥାତ୍ ଲୁହାବାଟୁଳି ପକାଇ ଦେଉଥିଲେ । କାହାକୁ କ୍ରୋଧ ଆସିଲେ ମୁଖରୁ କିଛି ବାହାରିଯାଏ, ସେଥିପାଇଁ କହିଥା’ନ୍ତି ମୁଖରେ କିଛି ପକାଇଦିଅ । କଥାବାର୍ତ୍ତା ନ କଲେ କ୍ରୋଧ ଆସିବ ନାହିଁ । ବାବା କହୁଛନ୍ତି - କେବେ ହେଲେ କାହା ଉପରେ କ୍ରୋଧ କର ନାହିଁ । କିନ୍ତୁ ଏହି କଥାକୁ ସମ୍ପୂର୍ଣ୍ଣ ଭାବେ ନ ବୁଝି ଶାସ୍ତ୍ରରେ କିଛି ନା କିଛି ଲେଖି ଦେଇଛନ୍ତି । ବାବା ଯଥାର୍ଥରେ ଆସି ବୁଝାଉଛନ୍ତି । ବାବା ଆସିଲେ ତ ଯାଇ ବୁଝାଇବେ । ଯିଏ ଆସି ପୁଣି ଚାଲିଯାଇଥା’ନ୍ତି, ତାଙ୍କର ମହିମା ଗାୟନ କରାଯାଇଥାଏ । ଟାଗୋର, ଝାନ୍‌ସୀର ରାଣୀ ଆସିକରି ଯାଇଛନ୍ତି, ସେଥିପାଇଁ ତାଙ୍କ ଉପରେ ନାଟକ ତିଆରି କରୁଛନ୍ତି । ଆଚ୍ଛା ଶିବ ମଧ୍ୟ ଆସି, ପୁଣି ଯାଇଛନ୍ତି, ସେଥିପାଇଁ ଶିବ ଜୟନ୍ତୀ ପାଳନ କରୁଛନ୍ତି ନା । କିନ୍ତୁ ଶିବ କେବେ ଆସିଲେ, ଆସି କ’ଣ କଲେ, ଏକଥା ଜାଣି ନାହାଁନ୍ତି । ସେ ତ ସମଗ୍ର ସୃଷ୍ଟିର ପିତା ଅଟନ୍ତି । ନିଶ୍ଚୟ ଆସି ସମସ୍ତଙ୍କୁ ସଦ୍‌ଗତି ଦେଇଥିବେ । ଇସ୍‌ଲାମୀ, ବୌଦ୍ଧି ଯିଏବି ଆସି ଧର୍ମ ସ୍ଥାପନ କରି ଯାଇଛନ୍ତି, ତାଙ୍କର ଜୟନ୍ତୀ ପାଳନ କରୁଛନ୍ତି । ସମସ୍ତଙ୍କର ତିଥି ତାରିଖ ରହିଛି, ଏହାଙ୍କର ଅର୍ଥାତ୍ ଶିବଙ୍କର ତିଥି, ତାରିଖ କେହି ଜାଣି ନାହାଁନ୍ତି । କହିଥାନ୍ତି ମଧ୍ୟ ଖ୍ରୀଷ୍ଟଙ୍କର ଏତେ ବର୍ଷ ପୂର୍ବରୁ ଭାରତ ସ୍ୱର୍ଗ ଥିଲା । ସ୍ୱସ୍ତିକା ଚିହ୍ନ କରିବା ସମୟରେ ସେଥିରେ ପୁରା ୪ ଭାଗ କରିଥା’ନ୍ତି । ୪ ଯୁଗ ଅଟେ । ଯୁଗର ଆୟୁ କମ୍ ବେଶୀ ହୋଇପାରିବ ନାହିଁ । ଜଗନ୍ନାଥପୁରୀରେ ହଣ୍ଡାରେ ମହାପ୍ରସାଦ ତିଆରି କରିଥା’ନ୍ତି । ପୂରା ୪ ଭାଗ ହୋଇଯାଏ । ବାବା କହୁଛନ୍ତି - ଭକ୍ତିମାର୍ଗରେ ଅଗଡମ୍‌-ବଗଡମ ଅର୍ଥାତ୍ ଗୋଳିଆଘଣ୍ଟା କରିଦେଇଛନ୍ତି । ବର୍ତ୍ତମାନ ବାବା କହୁଛନ୍ତି ଦେହ ସହିତ ଏଠିକାର ସବୁ କିଛି ଭୁଲିଯାଅ । ମୁଁ ଆତ୍ମା, ପରମପିତା ପରମାତ୍ମାଙ୍କର ସନ୍ତାନ ଅଟେ । ଏହି ଅଭ୍ୟାସ କର । ବାବା ସ୍ୱର୍ଗର ରଚୟିତା ହୋଇଥିବାରୁ ନିଶ୍ଚୟ ଆମକୁ ସ୍ୱର୍ଗକୁ ପଠାଇଥିବେ ନର୍କକୁ ତ ପଠାଇବେ ନାହିଁ । ବାବା କାହାକୁ ହେଲେ ବି ନର୍କକୁ ପଠାଇ ନ ଥା’ନ୍ତି । ପ୍ରଥମେ ସମସ୍ତେ ସୁଖ, ଭୋଗ କରୁଛନ୍ତି । ପ୍ରଥମେ ସୁଖ ପରେ ଦୁଃଖ । ବାବା ତ ସମସ୍ତଙ୍କର ଦୁଃଖହର୍ତ୍ତା ସୁଖକର୍ତ୍ତା ଅଟନ୍ତି ନା । ଆତ୍ମା ପ୍ରଥମେ ସୁଖ ପରେ ଦୁଃଖ ଦେଖିଥାଏ । ବିବେକ ମଧ୍ୟ କହୁଛି - ଆମେ ପ୍ରଥମେ ସତ୍ତ୍ୱପ୍ରଧାନ ପୁଣି ସତ୍ତ୍ୱ-ରଜୋ-ତମୋରେ ଆସୁଛୁ । ମନୁଷ୍ୟମାନେ ମଧ୍ୟ ବୁଝିଥାଆନ୍ତି - ବିଦେଶୀମାନେ ବହୁତ ସେନ୍‌ସିବୁଲ ଅର୍ଥାତ୍ ବୁଦ୍ଧିମାନ ଅଟନ୍ତି । ସେଠାରେ ତ ଏପରି ବମ୍ ତିଆରି କରୁଛନ୍ତି ଯେପରି ତୁରନ୍ତ ବିନାଶ ହୋଇଯିବ । ଯେପରି ଆଜିକାଲି ମୁର୍ଦ୍ଦାରକୁ ଇଲେଟ୍ରିକ୍ ଚୁଲା ଦ୍ୱାରା ତୁରନ୍ତ ଶେଷ କରିଦେଉଛନ୍ତି, ସେହିପରି ବମ୍ ଫୋପାଡିବା ଦ୍ୱାରା ନିଆଁ ଲାଗିଯାଉଥିବାରୁ ମନୁଷ୍ୟ ମଧ୍ୟ ତୁରନ୍ତ ଶେଷ ହୋଇଯିବେ । ସଂସାରରେ ନିଆଁ ଲାଗିବ । ଏପରି ତୋଫାନ ଆସୁଛି ଯେ ଗାଁ-ଗାଁ ଶେଷ ହୋଇଯାଉଛି । ପୁଣି ସେ ସମୟରେ ଏପରି କୌଣସି ବ୍ୟବସ୍ଥା ରହୁ ନାହିଁ ଯାହାଦ୍ୱାରା କାହାକୁ ବଞ୍ଚାଯାଇପାରିବ । ବିନାଶ ତ ନିଶ୍ଚୟ ହେବ । ପୁରୁଣା ଦୁନିଆ ଶେଷ ହୋଇଯିବ । ଗୀତାରେ ମଧ୍ୟ ବର୍ଣ୍ଣନା କରାଯାଇଛି । ବାବା ବୁଝାଉଛନ୍ତି - ୟୁରୋପବାସୀ ଏପରି ବମ୍ ଛାଡିବେ ଯେ ଜଣାପଡିବ ନାହିଁ । ତୁମେ ପିଲାମାନେ ଜାଣିଛ କଳ୍ପ ପୂର୍ବରୁ ମଧ୍ୟ ବିନାଶ ହୋଇଥିଲା, ଏବେ ମଧ୍ୟ ହେବ । ତୁମେ ମଧ୍ୟ କଳ୍ପ ପୂର୍ବ ସଦୃଶ ପଢୁଛ । ଧୀରେ-ଧୀରେ ଏହି ବୃକ୍ଷର ବୃଦ୍ଧି ହେବ । ବୃଦ୍ଧି ହୋଇ ହୋଇ ପୁଣି ସ୍ଥାପନା ହୋଇଯିବ । ଭଲ ଭଲ ଫୁଲମାନଙ୍କୁ ମଧ୍ୟ ମାୟାର ବିଘ୍ନ ଖସାଇ ଦେଉଛି । ସମ୍ପୂର୍ଣ୍ଣ ଯୋଗରେ ନ ରହିବାରୁ ମାୟା ବିଘ୍ନ ପକାଇଥାଏ ।

ବାବାଙ୍କର ସନ୍ତାନ ହୋଇ ପବିତ୍ରତାର ପ୍ରତିଜ୍ଞା କରି ପୁନର୍ବାର ବିକାରର ବଶୀଭୂତ ହେଲେ ନାମ ବଦନାମ କରି ଦେବେ । ପୁଣି ବହୁତ ଜୋରରେ ଧକ୍କା ଲାଗିବ । ବାବା କହୁଛନ୍ତି - ଏହି କାମ ବିକାରର ମାଡରେ କେବେ ହେଲେ ଆକ୍ରାନ୍ତ ହୁଅ ନାହିଁ । ପିଲାମାନେ ଜାଣିଛନ୍ତି ଏଠାରେ ରକ୍ତର ନଦୀ ବହିବ । ସତ୍ୟଯୁଗରେ କ୍ଷୀରର ନଦୀ ପ୍ରବାହିତ ହୋଇଥାଏ । ତାହା ହେଲା ନୂଆ ଦୁନିଆ, ଏହା ହେଉଛି ପୁରୁଣା ଦୁନିଆ । କଳିଯୁଗରେ ଦେଖ କ’ଣ କ’ଣ ଅଛି, ନୂଆ ଦୁନିଆର ବୈଭବକୁ ତ ଦେଖ । ଏଠାରେ ତ କିଛି ବି ନାହିଁ । କନ୍ୟାମାନେ ସାକ୍ଷାତ୍‌କାରରେ ଯାଇ ଦେଖି ଆସୁଛନ୍ତି । ସୂକ୍ଷ୍ମବତନରେ ସୁବିରସ ପିଇଲୁ, ଏପରି କଲୁ ଏସବୁର ସାକ୍ଷାତ୍‌କାର ହୋଇଥାଏ । କହନ୍ତି ଆମେ ମୂଳବତନକୁ ଯାଉଛୁ । ବାବା ବୈକୁଣ୍ଠକୁ ପଠାଇ ଦେଇଥାନ୍ତି । ଏସବୁ ସାକ୍ଷାତ୍‌କାର ଆଦି ଡ୍ରାମାରେ ନିଧାର୍ଯ୍ୟ ରହିଛି । ଏହା ଦ୍ୱାରା କିଛି ମିଳେ ନାହିଁ । ବହୁତ କନ୍ୟା ସୂକ୍ଷ୍ମବତନ ଯାଇ, ସୁବିରସ ପିଉଥିଲେ, କିନ୍ତୁ ଆଜି ନାହାଁନ୍ତି । ଭଲ ଭଲ ଫାଷ୍ଟକ୍ଳାସ୍ ସନ୍ତାନମାନେ ହଜିଗଲେ । ବହୁତ ଧ୍ୟାନ, ସାକ୍ଷାତ୍କାରରେ ଯେଉଁମାନେ ଯାଉଥିଲେ ସେମାନେ ବିବାହ କରିଗଲେ । ଆଶ୍ଚର୍ଯ୍ୟ ଲାଗୁଛି - ମାୟା କିଭଳି ଅଟେ, ଭାଗ୍ୟ କିପରି ଓଲଟି ଯାଉଛି । ବହୁତ ସନ୍ତାନମାନେ ଭଲ ଭଲ ପାର୍ଟ କଲେ, ଜରୁରୀ ସମୟରେ ବହୁତ ସାହାଯ୍ୟ ମଧ୍ୟ କଲେ, ସେମାନେ ମଧ୍ୟ ଆଜି ନାହାଁନ୍ତି । ସେଥିପାଇଁ ବାବା କହୁଛନ୍ତି - ମାୟା ତୁମେ ବହୁତ ଜବରଦସ୍ତ ଅଟେ । ମାୟା ସହିତ ତୁମର ଯୁଦ୍ଧ ଚାଲୁଛି । ଏହାକୁ ଯୋଗବଳର ଲଢେଇ କୁହାଯାଏ । ଯୋଗବଳ ଦ୍ୱାରା କ’ଣ ପ୍ରାପ୍ତି ହୋଇଥାଏ - ଏକଥା କେହି ଜାଣି ନାହାଁନ୍ତି । କେବଳ ଭାରତର ପ୍ରାଚୀନ ଯୋଗ କହୁଛନ୍ତି । ମଧୁର ସନ୍ତାନମାନଙ୍କୁ ଯୋଗ ନିମନ୍ତେ ବୁଝାଯାଉଛି - ପ୍ରାଚୀନ ରାଜଯୋଗର ଗାୟନ ରହିଛି । ଯିଏବି ଫିଲୋସୋଫର ଅର୍ଥାତ୍ ଦାର୍ଶନିକମାନେ ରହିଛନ୍ତି ସେମାନଙ୍କ ପାଖରେ ଆଧ୍ୟାତ୍ମିକ ଜ୍ଞାନ ତ ନାହିଁ । ରୁହାନୀ ବାବା ହିଁ ଜ୍ଞାନର ସାଗର ଅଟନ୍ତି । ତାଙ୍କୁ ହିଁ ଶିବାୟ ନମଃ କୁହାଯାଉଛି । ତାଙ୍କର ହିଁ ମହିମାର ଗାୟନ କରାଯାଉଛି । ବାବା ଆସି ତୁମକୁ କେତେ ଜ୍ଞାନ ବୁଝାଉଛନ୍ତି । ଏହାକୁ ଜ୍ଞାନର ତୃତୀୟ ନେତ୍ର କୁହାଯାଉଛି । ଆଉ କାହାର ଶକ୍ତି ନାହିଁ ଯିଏ ନିଜକୁ ତ୍ରିକାଳଦର୍ଶୀ କହିପାରିବେ । ତ୍ରିକାଳଦର୍ଶୀ କେବଳ ବ୍ରାହ୍ମଣ ହିଁ ହୋଇଥା’ନ୍ତି, ଯେଉଁ ବ୍ରାହ୍ମଣଙ୍କ ଦ୍ୱାରା ଜ୍ଞାନ ଯଜ୍ଞ ରଚନା କରାଯାଇଛି । ରୁଦ୍ର ଜ୍ଞାନ ଯଜ୍ଞ ଅଟେ ନା । ଶିବଙ୍କୁ ରୁଦ୍ର ମଧ୍ୟ କହିଥା’ନ୍ତି । ଅନେକ ନାମ ରଖିଦେଇଛନ୍ତି । ପ୍ରତ୍ୟେକ ଦେଶରେ ଭିନ୍ନ ଭିନ୍ନ ନାମ ରହିଛି । ବାବାଙ୍କ ବ୍ୟତୀତ ଆଉ କାହାର ଏତେ ନାମ ନାହିଁ । ଏହାଙ୍କୁ ମଧ୍ୟ ବବୁଲନାଥ କୁହାଯାଏ । ଯେଉଁଥିରେ କଣ୍ଟା ଥାଏ, ତାକୁ ବବୁଲ କୁହାଯାଏ । ବାବା କଣ୍ଟାରୁ ଫୁଲ କରୁଥିବାରୁ, ତାଙ୍କର ନାମ ବବୁଲନାଥ ରଖାଯାଇଛି । ବମ୍ବେରେ ବବୁଲନାଥ ମନ୍ଦିରରେ ବହୁତ ମେଳା ହୋଇଥାଏ । ଅର୍ଥ କିଛି ହେଲେ ବୁଝନ୍ତି ନାହିଁ । ବାବା ବସି ବୁଝାଉଛନ୍ତି ଏହାଙ୍କର ସଠିକ୍ ନାମ ଶିବ ଅଟେ । ବ୍ୟାପାରୀମାନେ ମଧ୍ୟ ବିନ୍ଦୁକୁ ଶିବ କହିଦେଇଥା’ନ୍ତି । ଏକ ଦୁଇ ଗଣନା କରି କରି, ୧୦ରେ ପହଞ୍ଚିଲେ ଶିବ ବୋଲି କହିଥା’ନ୍ତି । ବାବା ମଧ୍ୟ କହୁଛନ୍ତି - ମୁଁ ବିନ୍ଦୁ ଷ୍ଟାର ଅର୍ଥାତ୍ ତାରକା ସଦୃଶ ଅଟେ । ଏପରି ବହୁତ ଲୋକେ ଦୁଇଟି ତିଳକ ମଧ୍ୟ ଲଗାଇଥା’ନ୍ତି । ମାତା ଓ ପିତା । ଜ୍ଞାନ ସୂର୍ଯ୍ୟ ଜ୍ଞାନ ଚନ୍ଦ୍ରମାର ଚିହ୍ନ । କିନ୍ତୁ ସେମାନେ ଅର୍ଥ ଜାଣି ନାହାଁନ୍ତି । ତେବେ ବାବା ଯୋଗ ବିଷୟରେ ବୁଝାଉଥିଲେ । ଯୋଗ କେତେ ପ୍ରସିଦ୍ଧ । ଏବେ ତୁମେ ସନ୍ତାନମାନେ ଯୋଗ ଶବ୍ଦ ଛାଡିଦିଅ, ୟାଦ କର ଅର୍ଥାତ୍ ମନେ ପକାଅ । ବାବା ବୁଝାଉଛନ୍ତି - ‘ଯୋଗ’ ଅକ୍ଷର କହିଲେ ବୁଝିପାରିବେ ନାହିଁ, ମନେ ପକାଇବା କହିଲେ ବୁଝିବେ । ବାବାଙ୍କୁ ବହୁତ ୟାଦ କରିବାକୁ ହେବ । ତାଙ୍କୁ ସାଜନ ମଧ୍ୟ କୁହାଯାଇଥାଏ । ପାଟରାଣୀ କରିଥା’ନ୍ତି ନା । ବିଶ୍ୱର ରାଜଧାନୀର ସମ୍ପତ୍ତି ବାବା ଦେଉଛନ୍ତି । ସତ୍ୟଯୁଗରେ ଜଣେ ପିତା ରହିବେ । ଭକ୍ତିରେ ଦୁଇଜଣ ପିତା ଓ ଜ୍ଞାନମାର୍ଗରେ ଏବେ ତୁମର ତିନିଜଣ ପିତା ଅଛନ୍ତି । କେତେ ଆଶ୍ଚର୍ଯ୍ୟ କଥା । ତୁମେ ଅର୍ଥ ସହିତ ଜାଣିଛ - ସତ୍ୟଯୁଗରେ ସମସ୍ତେ ସୁଖୀ ହେବେ, ସେଥିପାଇଁ ପାରଲୌକିକ ପିତାଙ୍କୁ ଜାଣିବାର ଆବଶ୍ୟକତା ହିଁ ନାହିଁ । ଏବେ ତୁମେ ତିନିଜଣ ପିତାଙ୍କୁ୍‌ ଜାଣିଛ । କେତେ ସହଜ ବୁଝିବାର କଥା । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ବାବାଙ୍କ ସ୍ମୃତିରେ ରହିବା ପାଇଁ ମୁଖ ଦ୍ୱାରା କିଛି ହେଲେ ବି କୁହ ନାହିଁ । ମୁଖର ମୌନ କର, ତେବେ କ୍ରୋଧ ସମାପ୍ତ ହୋଇଯିବ । କାହା ଉପରେ ବି କ୍ରୋଧ କରିବାର ନାହିଁ ।

(୨) ଏହି ଦୁଃଖଧାମରେ ଏବେ ନିଆଁ ଲାଗିଯିବ, ସେଥିପାଇଁ ଏହାକୁ ଭୁଲି ନୂଆ ଦୁନିଆକୁ ମନେ ପକାଇବାକୁ ହେବ । ବାବାଙ୍କ ସହିତ ପବିତ୍ର ରହିବା ପାଇଁ କରିଥିବା ପ୍ରତିଜ୍ଞାରେ ପକ୍କା ରହିବାକୁ ହେବ ।

ବରଦାନ:-
ନିରାକାରୀ ସ୍ଥିତିର ଅଭ୍ୟାସ ଦ୍ୱାରା ମୁଁ ପଣିଆକୁ ସମାପ୍ତ କରୁଥିବା ନିରହଂକାରୀ ଭବ ।

ବର୍ତ୍ତମାନ ସମୟରେ ସବୁଠାରୁ ସୁନ୍ଦର ଏବଂ ସୂକ୍ଷ୍ମ ସୂତାଟି ହେଲା - ମୁଁ ପଣିଆ । ଏହି ମୁଁ ଶବ୍ଦ ହିଁ ଦେହ-ଅଭିମାନଠାରୁ ଉର୍ଦ୍ଧ୍ୱକୁ ମଧ୍ୟ ନେଇଯାଇଥାଏ ଏବଂ ଦେହ-ଅଭିମାନକୁ ମଧ୍ୟ ନେଇଆସିଥାଏ । ଯେତେବେଳେ ଏହି ମୁଁ ପଣିଆ ଓଲଟା ରୂପରେ ଆସିଥାଏ, ସେତେବେଳେ ସେ ତୁମକୁ ବାବାଙ୍କର ପ୍ରିୟ କରିବା ବଦଳରେ କୌଣସି ନା କୌଣସି ଆତ୍ମାର ବା ନାମ, ମାନ୍ ଏବଂ ଶାନ୍‌ର ପ୍ରିୟ କରିଦେଇଥାଏ । ତେଣୁ ଏହି ବନ୍ଧନରୁ ମୁକ୍ତ ହେବା ପାଇଁ ନିରନ୍ତର ନିରାକାରୀ ସ୍ଥିତିରେ ସ୍ଥିତ ହୋଇ ସାକାର ସ୍ଥିତକୁ ଆସ, ଏହି ଅଭ୍ୟାସକୁ ସ୍ୱାଭାବିକ ନେଚରରେ ପରିଣତ କରିଦିଅ ଯାହାଦ୍ୱାରା ନିରହଂକାରୀ ହୋଇଯିବ ।

ସ୍ଲୋଗାନ:-
କାହାର ଖରାପ ବା ଭଲ କଥା ଶୁଣି ସଂକଳ୍ପରେ ମଧ୍ୟ ଘୃଣାଭାବ ଆସିବା ଏହା ମଧ୍ୟ ପରମତ ଅଟେ ।

ଅବ୍ୟକ୍ତ ଈଶାରା:- ଅପବିତ୍ରତାର ବୀଜକୁ ମଧ୍ୟ ସମାପ୍ତ କରି ସମ୍ପୂର୍ଣ୍ଣ ସ୍ୱଚ୍ଛ ଅର୍ଥାତ୍ ପବିତ୍ର ହୁଅ ।

ସଂକଳ୍ପରେ ବା ସ୍ୱପ୍ନରେ ମଧ୍ୟ ଯେତେବେଳେ ଅପବିତ୍ରତାର ଅଂଶ ମାତ୍ର ନ ରହିବ ତେବେ କୁହାଯିବ ସଚ୍ଚା ବ୍ରାହ୍ମଣ, ଏହିଭଳି ଧାରଣା ପାଇଁ ହିଁ ଗାୟନ ରହିଛି, ପ୍ରାଣ ଯାଉ ପଛକେ ଧର୍ମ ନ ଯାଉ । ଏହିଭଳି ସାହସ, ଏହିଭଳି ଧାରଣା ପାଇଁ ଗାୟନ ରହିଛି ପ୍ରାଣ ଯାଉ ପଛେ ଧର୍ମ ନ ଯାଉ । ଏହିଭଳି ସାହସ, ଏହିଭଳି ଦୃଢ ନିଶ୍ଚୟ କରୁଥିବା ଆତ୍ମାମାନେ ଯେକୌଣସି ପ୍ରକାରର ପରିସ୍ଥିତିରେ ନିଜର ଧର୍ମକୁ ଅର୍ଥାତ୍ ଧାରଣାକୁ ରକ୍ଷା କରିବା ପାଇଁ ଯାହା ବି ତ୍ୟାଗ କରିବାକୁ ପଡୁ ବା ସହନ କରିବାକୁ ପଡୁ ବା ସାମ୍‌ନା କରିବାକୁ ପଡୁ ବା ସାହସ ରଖିବାକୁ ପଡୁ ସେମାନେ ଖୁସି ଖୁସିରେ କରିଥାଆନ୍ତି, ପଛଘୁଞ୍ଚା ଦେଇ ନ ଥାଆନ୍ତି ।