12.09.25 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ତୁମର
ପାଠପଢାର ସବୁକିଛି ଯୋଗ ଉପରେ ନିର୍ଭର କରୁଛି କାରଣ ଯୋଗ ଦ୍ୱାରା ହିଁ ଆତ୍ମା ପବିତ୍ର ହୋଇଥାଏ ଏବଂ
ବିକର୍ମ ବିନାଶ ହୋଇଥାଏ ।”
ପ୍ରଶ୍ନ:-
କେତେକ ସନ୍ତାନ
ବାବାଙ୍କର ହୋଇ ସାରିବା ପରେ ପୁଣି ହାତ ଛାଡ଼ି ଦେଉଛନ୍ତି, ଏହାର କାରଣ କ’ଣ?
ଉତ୍ତର:-
(୧) ବାବାଙ୍କୁ ସମ୍ପୂର୍ଣ୍ଣ ଭାବରେ ଚିହ୍ନି ନପାରିବା କାରଣରୁ ବା ପୁରା ନିଶ୍ଚୟବୁଦ୍ଧି ନ ହେବା
କାରଣରୁ ୮-୧୦ ବର୍ଷ ପରେ ମଧ୍ୟ ବାବାଙ୍କୁ ଛାଡପତ୍ର ଦେଇ ଦେଉଛନ୍ତି ବା ହାତ ଛାଡ଼ି ଦେଉଛନ୍ତି,
ଯାହାଦ୍ୱାରା ତାଙ୍କର ପଦ ଭ୍ରଷ୍ଟ ହୋଇଯାଉଛି । (୨) କୁଦୃଷ୍ଟି ରହିବା ଦ୍ୱାରା ମାୟାର ଗ୍ରହଚାରୀ
ଆସିଯାଉଛି, ଅବସ୍ଥା ତଳ ଉପର ହେଉଛି ସେଥିପାଇଁ ମଧ୍ୟ ପାଠପଢା ବନ୍ଦ ହୋଇଯାଉଛି ।
ଓମ୍ ଶାନ୍ତି ।
ଆତ୍ମିକ
ସନ୍ତାନମାନଙ୍କୁ ଆତ୍ମିକ ପିତା ବୁଝାଉଛନ୍ତି । ଏବେ ବୁଝୁଛ ଯେ ଆମେ ସବୁ ହେଉଛୁ ଆତ୍ମିକ ଅବିନାଶୀ
ପିତାଙ୍କର ସନ୍ତାନ, ଏହାଙ୍କୁ ବାପଦାଦା ବୋଲି କୁହାଯାଉଛି । ତୁମପରି ଇଏ ବ୍ରହ୍ମା ମଧ୍ୟ
ଶିବବାବାଙ୍କର ଆତ୍ମିକ ସନ୍ତାନ ଅଟନ୍ତି । ଶିବବାବାଙ୍କର ରଥ ତ ନିଶ୍ଚୟ ଦରକାର ନା ସେଥିପାଇଁ
ଯେମିତି ତୁମ ଆତ୍ମାମାନଙ୍କୁ ଶରୀର ମିଳିଛି କର୍ମ କରିବା ପାଇଁ, ସେହିପରି ଇଏ ମଧ୍ୟ ଶିବବାବାଙ୍କର
ରଥ କାହିଁକିନା ଏହା କର୍ମକ୍ଷେତ୍ର ଅଟେ ଯେଉଁଠି କର୍ମ କରିବାକୁ ପଡିଥାଏ । ତାହା ହେଉଛି ଘର
ଯେଉଁଠି ଆତ୍ମାମାନେ ରହୁଛନ୍ତି । ଆତ୍ମା ଜାଣିଛି ଆମର ଘର ଶାନ୍ତିଧାମ, ସେଠାରେ ଏହି ଖେଳ ହେଉନାହିଁ
। ସେଠାରେ ବତୀ ଆଦି କିଛି ନାହିଁ, କେବଳ ଆତ୍ମାମାନେ ହିଁ ରହୁଛନ୍ତି । ଏଠାକୁ ଅଭିନୟ କରିବାକୁ
ଆସୁଛନ୍ତି । ତୁମ ବୁଦ୍ଧିରେ ଅଛି - ଏହା ବେହଦର ଡ଼୍ରାମା । ଯେଉଁ ଅଭିନେତା ମାନେ ଅଛନ୍ତି,
ତାଙ୍କର ଅଭିନୟକୁ ଆରମ୍ଭରୁ ନେଇ ଅନ୍ତିମ ପର୍ଯ୍ୟନ୍ତ ତୁମେ ପୁରୁଷାର୍ଥର କ୍ରମଅନୁସାରେ ଜାଣିଛ ।
ଏଠାରେ କୌଣସି ସାଧୁ-ସନ୍ଥ ଆଦି ବୁଝାଉ ନାହାଁନ୍ତି । ଏଠାରେ ଆମେ ପିଲାମାନେ ବେହଦ ବାବାଙ୍କ ପାଖରେ
ବସିଛୁ, ଏବେ ଆମକୁ ଘରକୁ ଫେରିଯିବାକୁ ହେବ, ଆତ୍ମାକୁ ନିଶ୍ଚୟ ପବିତ୍ର ହେବାକୁ ପଡିବ । ଏପରି
ନୁହେଁ ଯେ ଏଠାରେ ଶରୀର ମଧ୍ୟ ପବିତ୍ର ହେବ, ତା ନୁହେଁ । ଆତ୍ମା ପବିତ୍ର ହେଉଛି । ପାଞ୍ଚ ତତ୍ତ୍ୱ
ସତ୍ତ୍ୱପ୍ରଧାନ ହେଲେ ଯାଇ ଶରୀର ପବିତ୍ର ହେବ । ଏବେ ତୁମ ଆତ୍ମା ପରୁଷାର୍ଥ କରି ପବିତ୍ର ହେଉଛି
। ସେଠାରେ ଆତ୍ମା ଏବଂ ଶରୀର ଉଭୟ ପବିତ୍ର ରହିଥାଏ । ଏଠାରେ ତାହା ହୋଇପାରିବ ନାହିଁ । ଆତ୍ମା
ପବିତ୍ର ହୋଇଗଲେ ପୁରୁଣା ଶରୀର ଛାଡ଼ିଥାଏ, ପୁଣି ନୂଆ ତତ୍ତ୍ୱରେ ନୂଆ ଶରୀର ତିଆରି ହେବ । ତୁମେ
ଜାଣିଛ ଆମର ଆତ୍ମା ବେହଦର ବାବାଙ୍କୁ ମନେ ପକାଉଛନ୍ତି ନା ନାହିଁ? ଏକଥା ପ୍ରତ୍ୟେକ ନିଜକୁ
ପଚାରିବା ଉଚିତ୍ । ପାଠପଢାର ସମସ୍ତ ଆଧାର ହେଉଛି ଯୋଗ । ପାଠପଢା ତ’ ହେଉଛି ସହଜ, ତୁମେ
ବୁଝିଯାଇଛ ଯେ ଚକ୍ର କିପରି ଘୂରୁଛି, ମୁଖ୍ୟ ହେଉଛି ଯୋଗର ଯାତ୍ରା । ଏହା ତ ଗୁପ୍ତ ଅଟେ । ଏହାକୁ
କେହି ଦେଖିପାରିବେ ନାହିଁ । ବାବା କହିପାରିବେ ନାହିଁ ଯେ ଇଏ ବହୁତ ଯୋଗଯୁକ୍ତ ରହୁଛନ୍ତି, ଅଥବା
କମ୍ । ହଁ, ଜ୍ଞାନ ନିମନ୍ତେ କହିପାରିବେ ଯେ ଇଏ ଜ୍ଞାନରେ ବହୁତ ତୀକ୍ଷ୍ଣ ଅଛନ୍ତି । ଯୋଗ ତ
ଗୁପ୍ତ, ବାହାରକୁ ଦେଖାଯାଏ ନାହିଁ । ଜ୍ଞାନ ମୁଖ ଦ୍ୱାରା କୁହାଯାଇଥାଏ । ୟାଦ ତ ହେଉଛି ଅଜପାଜପ
। ଜପ ଅକ୍ଷର ହେଉଛି ଭକ୍ତିମାର୍ଗର, ଜପ ଅର୍ଥାତ୍ କାହାର ନାମକୁ ଜପିବା । ଏଠାରେ ତ’ ଆତ୍ମାକୁ
ନିଜ ପିତାଙ୍କୁ ମନେ ପକାଇବାକୁ ହେବ ।
ତୁମେ ଜାଣିଛ ଯେ ଆମେ
ବାବାଙ୍କୁ ମନେ ପକାଇ ପକାଇ ପବିତ୍ର ହୋଇ ମୁକ୍ତିଧାମ ଶାନ୍ତିଧାମରେ ଯାଇ ପହଞ୍ଚିବୁ । ଏପରି ନୁହେଁ
ଯେ ଡ଼୍ରାମାରୁ ମୁକ୍ତ ହୋଇଯିବା । ମୁକ୍ତିର ଅର୍ଥ ହେଉଛି - ଦୁଃଖରୁ ମୁକ୍ତ ହେବା । ତୁମେ
ଶାନ୍ତିଧାମ ଯାଇ ପୁଣି ସୁଖଧାମକୁ ଆସିବ । ଯିଏ ପବିତ୍ର ହେବେ ସିଏ ସୁଖ ଭୋଗ କରନ୍ତି । ଅପବିତ୍ର
ମନୁଷ୍ୟ ତାଙ୍କର ସେବା କରିଥାଆନ୍ତି । ପବିତ୍ରତାର ମହିମା ରହିଛି, ଏଥିରେ ହିଁ ମେହନତ (ପରିଶ୍ରମ)
କରିବାକୁ ପଡୁଛି । ଆଖି ବହୁତ ଧୋକା ଦେଇଥାଏ, ଅଧୋଗତି ହୋଇଥାଏ । ତଳ ଉପର ତ ସମସ୍ତଙ୍କୁ ହେବାକୁ
ପଡୁଛି । ସମସ୍ତଙ୍କର ଦଶା ଖରାପ ହୋଇଯାଉଛି । ଯଦିଓ ବାବା ବୁଝାଉଛନ୍ତି କିନ୍ତୁ ପିଲାମାନେ ମଧ୍ୟ
ବୁଝାଇପାରିବେ । ପୁଣି କହୁଛନ୍ତି ମାତା ଗୁରୁ ଦରକାର କାହିଁକିନା ଏବେ ମାତା ଗୁରୁଙ୍କର ପରମ୍ପରା
ଆରମ୍ଭ ହୋଇଛି । ଆଗରୁ ପିତା ଗୁରୁଙ୍କର ପରମ୍ପରା ଥିଲା । ଏବେ ପ୍ରଥମେ ପ୍ରଥମେ କଳସ ମାତାମାନଙ୍କୁ
ମିଳୁଛି । ଅଧିକାଂଶ ମାତାମାନେ ଅଛନ୍ତି, କୁମାରୀମାନେ ପବିତ୍ରତାର ରାକ୍ଷୀ ବାନ୍ଧୁଛନ୍ତି ।
ଭଗବାନ କହୁଛନ୍ତି କାମ ମହାଶତ୍ରୁ ଅଟେ, ଏହା ଉପରେ ବିଜୟ ପ୍ରାପ୍ତ କର । ରକ୍ଷାବନ୍ଧନ ପବିତ୍ରତାର
ଚିହ୍ନ ଅଟେ, ସେମାନେ ରାକ୍ଷୀ ବାନ୍ଧୁଛନ୍ତି, କିନ୍ତୁ ପବିତ୍ର ତ ହେଉନାହାଁନ୍ତି । ସେ ସବୁ ହେଲା
ଲୋକଦେଖାଣିଆ ରାକ୍ଷୀ, ପବିତ୍ର କରାଇବା ପାଇଁ କେହି ହେଲେ ନାହାଁନ୍ତି । ଏଥିରେ ତ’ ଜ୍ଞାନ ଦରକାର
। ଏବେ ତୁମେ ରାକ୍ଷୀ ବାନ୍ଧୁଛ । ଅର୍ଥ ମଧ୍ୟ ବୁଝାଉଛ । ଏହି ପ୍ରତିଜ୍ଞା କରାଉଛନ୍ତି । ଯେପରି
ଶିଖମାନଙ୍କର ଚିହ୍ନ କଙ୍କଣ ରହିଛି କିନ୍ତୁ ପବିତ୍ର ତ ହେଉନାହାଁନ୍ତି । ପତିତଙ୍କୁ ପବିତ୍ର
କରାଉଥିବା, ସମସ୍ତଙ୍କର ସଦ୍ଗତି ଦାତା ହେଲେ ଜଣେ, ସେ ମଧ୍ୟ ଦେହଧାରୀ ନୁହଁନ୍ତି । ପାଣିର ଗଙ୍ଗା
ତ’ ଏହି ଆଖି ଦ୍ୱାରା ଦେଖି ହୁଏ । ବାବା ଯିଏକି ସଦ୍ଗତି ଦାତା ଅଟନ୍ତି, ତାଙ୍କୁ ଏହି ଆଖି
ଦ୍ୱାରା ଦେଖାଯାଇପାରିବ ନାହିଁ । ଆତ୍ମାକୁ କେହି ବି ଦେଖିପାରିବେ ନାହିଁ ଯେ ତାହା କେଉଁ ପ୍ରକାର
ଜିନିଷ । କହୁଛନ୍ତି ମଧ୍ୟ ଆମ ଶରୀରରେ ଆତ୍ମା ଅଛି, ତାକୁ ଦେଖିଛ? କହିବେ ନା । ସବୁ ଜିନିଷ
ଯାହାର ନାମ ରହିଛି ତାହା ନିଶ୍ଚିତ ଦେଖାଯାଇଥାଏ । ଆତ୍ମାର ମଧ୍ୟ ନାମ ରହିଛି । କହୁଛନ୍ତି ମଧ୍ୟ
ଭ୍ରୃକୁଟୀ ମଧ୍ୟରେ ଚମକୁଛି ଅଜବ ତାରକା । କିନ୍ତୁ ତାହା ଦେଖାଯାଏନାହିଁ । ପରମାତ୍ମାଙ୍କୁ ମଧ୍ୟ
ମନେ ପକାଉଛନ୍ତି କିନ୍ତୁ ସେ ଦେଖାଯାଆନ୍ତି ନାହିଁ । ଲକ୍ଷ୍ମୀ-ନାରାୟଣଙ୍କୁ ଏହି ଆଖି ଦ୍ୱାରା
ଦେଖିଥାନ୍ତି । ଯଦିଓ ଲିଙ୍ଗକୁ ପୂଜା କରୁଛନ୍ତି କିନ୍ତୁ ତାହା କୌଣସି ଯଥାର୍ଥ ରୂପେ ତ ନୁହେଁ ନା
। ଜାଣିନାହାଁନ୍ତି, ପରମାତ୍ମା କିଏ କିପରି ? ଏକଥା କେହି ଜାଣିପାରିବେ ନାହିଁ । ଆତ୍ମା ତ ବହୁତ
ଛୋଟ ବିନ୍ଦୁ ଅଟେ । ଦେଖି ହୁଏନାହିଁ । ନା ଆତ୍ମାକୁ, ନା ପରମାତ୍ମାଙ୍କୁ କେହି ଦେଖିପାରିବେ, ନା
ଜାଣିପାରିବେ । ଏବେ ତୁମେ ଜାଣିଛ ଯେ ଆମର ବାବା ଏହାଙ୍କ ଶରୀରରେ ଆସିଛନ୍ତି । ଏହି ଶରୀରର ନିଜସ୍ୱ
ଆତ୍ମା ମଧ୍ୟ ରହିଛି, ପୁଣି ପରମପିତା ପରମାତ୍ମା କହୁଛନ୍ତି - ମୁଁ ଏହାଙ୍କ ରଥରେ ବିରାଜମାନ କରିଛି
ସେଥିପାଇଁ ବାପଦାଦା ବୋଲି କହୁଛ । ଦାଦାଙ୍କୁ ତ’ ଏହି ଆଖି ଦ୍ୱାରା ଦେଖୁଛ, ବାବାଙ୍କୁ ଦେଖୁନାହିଁ
। ଜାଣିଛ ବାବା ହେଉଛନ୍ତି ଜ୍ଞାନର ସାଗର, ସେ ଏହି ଶରୀର ଦ୍ୱାରା ଆମକୁ ଜ୍ଞାନ ଶୁଣାଉଛନ୍ତି । ସେ
ହେଉଛନ୍ତି ଜ୍ଞାନର ସାଗର ପତିତ-ପାବନ । ନିରାକାର ରାସ୍ତା କିପରି ବତାଇବେ? ପ୍ରେରଣା ଦ୍ୱାରା ତ’
କୌଣସି କାମ ହେବ ନାହିଁ । ଭଗବାନ ଆସୁଛନ୍ତି ଏକଥା କାହାକୁ ହେଲେ ଜଣାନାହିଁ । ଶିବ ଜୟନ୍ତୀ ମଧ୍ୟ
ପାଳନ କରୁଛନ୍ତି ତେବେ ନିଶ୍ଚୟ ଏଠାକୁ ଆସିଥିବେ ନା । ତୁମେ ଜାଣିଛ ଏବେ ଆମକୁ ସେ ପଢାଉଛନ୍ତି ।
ବାବା ଏହାଙ୍କ ଶରୀରରେ ଆସି ପଢାଉଛନ୍ତି । ବାବାଙ୍କୁ ପୂରା ନ ଚିହ୍ନିବା କାରଣରୁ, ନିଶ୍ଚୟ ବୁଦ୍ଧି
ନ ହେବା ଯୋଗୁଁ ୮-୧୦ ବର୍ଷ ପରେ ମଧ୍ୟ ଛାଡପତ୍ର ଦେଉଛନ୍ତି । ମାୟା ବିଲୁକୁଲ୍ ହିଁ ଅନ୍ଧ
କରିଦେଉଛି । ବାବାଙ୍କର ହୋଇ ପୁଣି ଛାଡ଼ି ଦେଲେ ପଦଭ୍ରଷ୍ଟ ହୋଇଯାଏ । ଏବେ ତୁମମାନଙ୍କୁ ବାବାଙ୍କର
ପରିଚୟ ମିଳିଛି, ତେଣୁ ଅନ୍ୟମାନଙ୍କୁ ମଧ୍ୟ ପରିଚୟ ଦେବା ଉଚିତ୍ । ଋଷି-ମୁନି ଆଦି ସମସ୍ତେ
ନେତି-ନେତି (ଆମେ ଜାଣିନାହୁଁ) କହିଚାଲିଗଲେ । ଆଗରୁ ତୁମେ ମଧ୍ୟ ଜାଣିନଥିଲ । ଏବେ ତୁମେ କହୁଛ
ହଁ ଆମେ ଜାଣିଛୁ ତେଣୁ ଆସ୍ତିକ ହୋଇଗଲ । ସୃଷ୍ଟିର ଚକ୍ର କିପରି ଘୂରୁଛି, ଏକଥା ମଧ୍ୟ ତୁମେ
ଜାଣିଛ । ସାରା ଦୁନିଆ ଏବଂ ତୁମେ ନିଜେ, ଏହି ପାଠପଢା ପୂର୍ବରୁ ନାସ୍ତିକ ଥିଲ । ଏବେ ବାବା
ବୁଝାଉଥିବାରୁ ତୁମେ କହୁଛ ଯେ ଆମକୁ ପରମପିତା ପରମାତ୍ମା ବାବା ବୁଝାଇ, ଆସ୍ତିକ କରାଇଛନ୍ତି । ଆମେ
ରଚୟିତା ଏବଂ ରଚନାର ଆଦି-ମଧ୍ୟ-ଅନ୍ତକୁ ଜାଣିନଥିଲୁ । ବାବା ହେଉଛନ୍ତି ରଚୟିତା, ବାବା ହିଁ
ସଙ୍ଗମରେ ଆସି ନୂଆ ଦୁନିଆର ସ୍ଥାପନା ଏବଂ ପୁରୁଣା ଦୁନିଆର ବିନାଶ ମଧ୍ୟ କରାଉଛନ୍ତି । ପୁରୁଣା
ଦୁନିଆର ବିନାଶ ପାଇଁ ଏହି ମହାଭାରତ ଲଢେଇ ରହିଛି, ଯେଉଁଥି ପାଇଁ ଭାବୁଛନ୍ତି ଯେ, ସେ ସମୟରେ
ଶ୍ରୀକୃଷ୍ଣ ଥିଲେ । ଏବେ ତୁମେ ଜାଣୁଛ - ନିରାକାର ବାବା ଥିଲେ, ତାଙ୍କୁ ଦେଖି ହେବ ନାହିଁ ।
ଶ୍ରୀକୃଷ୍ଣଙ୍କର ତ ଚିତ୍ର ଅଛି, ତାଙ୍କୁ ଦେଖି ହେଉଛି । ଶିବଙ୍କୁ ତ ଦେଖି ହେବନାହିଁ ।
ଶ୍ରୀକୃଷ୍ଣ ହେଲେ ସତ୍ୟଯୁଗର ରାଜକୁମାର । ସେହି ଚେହେରା ଆଉ ଥରେ ହୋଇପାରିବ ନାହିଁ । ଶ୍ରୀକୃଷ୍ଣ
ମଧ୍ୟ କେବେ କିପରି ଆସିଥିଲେ, ଏକଥା ମଧ୍ୟ କେହି ଜାଣିନାହାଁନ୍ତି । ଶ୍ରୀକୃଷ୍ଣଙ୍କୁ କଂସର ଜେଲ୍ରେ
ଦେଖାଇଥା’ନ୍ତି । କଂସ କ’ଣ ସତ୍ୟଯୁଗରେ ଥିଲା କି? ଏହା କିପରି ହୋଇପାରିବ । କଂସ ଅସୁରକୁ
କୁହାଯାଉଛି । ଏହି ସମୟରେ ସମସ୍ତେ ହେଉଛନ୍ତି ଆସୁରୀ ସଂପ୍ରଦାୟ । ପରସ୍ପରକୁ ମାରୁଛନ୍ତି
କାଟୁଛନ୍ତି । ଦୈବୀ ଦୁନିଆ ଥିଲା, ଏକଥା ଭୁଲିଯାଇଛନ୍ତି । ଈଶ୍ୱରୀୟ ଦୈବୀ ଦୁନିଆ ଈଶ୍ୱର ହିଁ
ସ୍ଥାପନ କରୁଛନ୍ତି । ଏକଥା ମଧ୍ୟ ତୁମ ବୁଦ୍ଧିରେ ଅଛି - କିନ୍ତୁ ପୁରୁଷାର୍ଥର କ୍ରମ ଅନୁସାରେ ।
ଏବେ ତୁମେ ହେଲ ଈଶ୍ୱରୀୟ ପରିବାରର, ପୁଣି ସେଠାରେ ଦୈବୀ ପରିବାରର ହେବ । ଏହି ସମୟରେ ତୁମକୁ
ଈଶ୍ୱର ଯୋଗ୍ୟ କରାଉଛନ୍ତି ସ୍ୱର୍ଗର ଦେବୀ-ଦେବତା ହେବା ପାଇଁ । ବାବା ପଢାଉଛନ୍ତି । ଏହି ସଙ୍ଗମ
ଯୁଗକୁ କେହି ହେଲେ ବି ଜାଣିନାହାଁନ୍ତି । କୌଣସି ବି ଶାସ୍ତ୍ରରେ ଏହି ପୁରୁଷୋତ୍ତମ ଯୁଗର କଥା
ବର୍ଣ୍ଣନା ନାହିଁ । ପୁରୁଷୋତ୍ତମ ଯୁଗ ଅର୍ଥାତ୍ ଯେଉଁଠି ପୁରୁଷୋତ୍ତମ ହୋଇଥାନ୍ତି । ସତ୍ୟଯୁଗକୁ
ପୁରୁଷୋତ୍ତମ ଯୁଗ କୁହାଯାଉଛି । ଏହି ସମୟରେ ତ’ ମନୁଷ୍ୟ ପୁରୁଷୋତ୍ତମ ନୁହଁନ୍ତି । ଏହାଙ୍କୁ ତ
କନିଷ୍ଠ ତମୋପ୍ରଧାନ କୁହାଯିବ, ଏ ସବୁ କଥା ତୁମ ବ୍ରାହ୍ମଣମାନଙ୍କ ବ୍ୟତିତ ଆଉ କେହି ବୁଝିପାରିବେ
ନାହିଁ । ବାବା କହୁଛନ୍ତି ଏହା ହେଉଛି ଆସୁରୀ ଭ୍ରଷ୍ଟାଚାରୀ ଦୁନିଆ । ସତ୍ୟଯୁଗରେ ଏପରି କୌଣସି
ବାତାବରଣ ରହିବ ନାହିଁ । ତାହା ଶ୍ରେଷ୍ଠାଚାରୀ ଦୁନିଆ ଥିଲା । ସେମାନଙ୍କର ଚିତ୍ର ରହିଛି ।
ବାସ୍ତବରେ ଏମାନେ ଶ୍ରେଷ୍ଠାଚାରୀ ଦୁନିଆର ମାଲିକ ଥିଲେ । ସେମାନେ ଭାରତର ରାଜା ଥିଲେ ଯାହାଙ୍କର
ପୂଜା କରାଯାଉଛି । ପୂଜ୍ୟ ପବିତ୍ର ଥିଲେ, ଯିଏ ପୁଣି ପୂଜାରୀ ହୋଇଛନ୍ତି । ପୂଜାରୀ ଭକ୍ତି
ମାର୍ଗକୁ, ପୂଜ୍ୟ ଜ୍ଞାନମାର୍ଗକୁ କୁହାଯାଉଛି । ପୂଜ୍ୟରୁ ପୂଜାରୀ, ପୂଜାରୀରୁ ପୁଣି ପୂଜ୍ୟ କିପରି
ହେଉଛନ୍ତି ଏ କଥା ମଧ୍ୟ ତୁମେ ଜାଣିଛ, ଏହି ଦୁନିଆରେ ଜଣେ ହେଲେ ପୂଜ୍ୟ ହୋଇପାରିବେ ନାହିଁ ।
ପରମପିତା ପରମାତ୍ମା ଏବଂ ଦେବତାମାନଙ୍କୁ ହିଁ ପୂଜ୍ୟ କୁହାଯାଉଛି । ପରମପିତା ପରମାତ୍ମା ହେଉଛନ୍ତି
ସମସ୍ତଙ୍କର ପୂଜ୍ୟ । ସମସ୍ତ ଧର୍ମାବଲମ୍ବୀମାନେ ତାଙ୍କର ପୂଜା କରୁଛନ୍ତି । ଏପରି ବାବାଙ୍କର
ଜନ୍ମର ଏହିଠାରେ ହିଁ ଗାୟନ କରାଯାଉଛି । ଶିବ ଜୟନ୍ତୀ ରହିଛି ନା । କିନ୍ତୁ ମନୁଷ୍ୟମାନଙ୍କୁ କିଛି
ହେଲେ ଜଣାନାହିଁ ଯେ ତାଙ୍କର ଜନ୍ମ ଭାରତରେ ହେଉଛି, ଆଜିକାଲି ତ ଶିବଜୟନ୍ତୀକୁ ଛୁଟି ଦିନ ରୂପେ
ମଧ୍ୟ ପାଳନ କରୁ ନାହାଁନ୍ତି । ଜୟନ୍ତୀ ପାଳନ କର, ନକର, ତୁମ ଇଚ୍ଛା, କାରଣ ଏହା ସରକାରୀ ଛୁଟି
ଦିନ ନୁହେଁ । ଯିଏ ଶିବ ଜୟନ୍ତୀକୁ ପାଳନ୍ତି ନାହିଁ, ସେମାନେ ତ’ ନିଜ ନିଜ କାମରେ ଚାଲି ଯାଆନ୍ତି
। ବହୁତ ଧର୍ମ ରହିଛି ନା । ସତ୍ୟଯୁଗରେ ଏପରି କଥା ହୁଏ ନାହିଁ । ସେଠାରେ ଏହି ବାତାବରଣ ହିଁ ନାହିଁ
। ସତ୍ୟଯୁଗ ହେଉଛି ନୂଆ ଦୁନିଆ, ସେଠାରେ ଏକ ଧର୍ମ ହିଁ ରହିବ । ଏ କଥା ଜଣାପଡ଼ିବ ନାହିଁ ଯେ ଆମ
ପଛରେ ଚନ୍ଦ୍ରବଂଶୀ ରାଜ୍ୟ ହେବ । ଏଠାରେ ତୁମେ ସବୁ କିଛି ଜାଣିଛ - ଏହି କଥା ସବୁ ଅତୀତ ହୋଇଯାଇଛି
। ସତ୍ୟଯୁଗରେ ତୁମେଥିବ, ସେଠାରେ କେଉଁ ଅତୀତକୁ ମନେ ପକାଇବ? ଅତୀତ ହେଉଛି କଳିଯୁଗ । ତା’ର
ଇତିହାସ ଭୂଗୋଳ ଶୁଣିଲେ ଫାଇଦା କ’ଣ ।
ଏଠାରେ ତୁମେ ଜାଣିଛ ଆମେ
ବାବାଙ୍କ ପାଖରେ ବସିଛୁ । ବାବା ଶିକ୍ଷକ ସହିତ ସତଗୁରୁ ମଧ୍ୟ ଅଟନ୍ତି । ବାବା ଆସିଛନ୍ତି
ସମସ୍ତଙ୍କର ସଦ୍ଗତି କରିବା ପାଇଁ । ସମସ୍ତ ଆତ୍ମାମାନଙ୍କୁ ନିଶ୍ଚୟ ନେଇଯିବେ । ମନୁଷ୍ୟ ତ’ ଦେହ
ଅଭିମାନରେ ଆସି କହୁଛନ୍ତି, ସବୁ ମାଟିରେ ମିଶିଯିବ । ଏ କଥା ବୁଝୁନାହାଁନ୍ତି ଯେ ଆତ୍ମାମାନେ ତ
ଚାଲିଯିବେ, ବାକି ଏହି ଶରୀର ମାଟିରେ ତିଆରି ହୋଇଛି, ଏହି ପୁରୁଣା ଶରୀର ବିନାଶ ହୋଇଯାଉଛି । ଆମେ
ଆତ୍ମା ଗୋଟିଏ ଶରୀର ଛାଡି ଅନ୍ୟ ଏକ ଶରୀର ନେଉ । ଏହି ଦୁନିଆରେ ଏହା ଆମର ଅନ୍ତିମ ଜନ୍ମ । ଏଠାରେ,
ସମସ୍ତେ ପତିତ ଅଟନ୍ତି, ସର୍ବଦା ପବିତ୍ର ତ’ କେହି ରହିପାରିବେ ନାହିଁ । ପ୍ରତି ଜିନିଷ
ସତ୍ତ୍ୱପ୍ରଧାନ, ସତ୍ତ୍ୱ, ରଜୋ, ତମୋ ହୋଇଥାଏ ନା । ଲୋକେ ତ କହିଦେଉଛନ୍ତି ସବୁ ଈଶ୍ୱରଙ୍କର ହିଁ
ରୂପ, ଈଶ୍ୱର ଖେଳ କରିବା ପାଇଁ ଅନେକ ରୂପ ଧାରଣ କରିଛନ୍ତି । ହିସାବ-କିତାବ କିଛି ହେଲେ
ଜାଣିନାହାଁନ୍ତି । ନାଁ ଯିଏ ଖେଳ କରୁଛନ୍ତି ତାଙ୍କୁ ଜାଣିଛନ୍ତି । ବାବା ହିଁ ବସି ବିଶ୍ୱର
ଇତିହାସ ଭୂଗୋଳ ବୁଝାଉଛନ୍ତି । ଖେଳରେ ପ୍ରତ୍ୟେକଙ୍କର ଅଭିନୟ ଅଲଗା-ଅଲଗା ରହିଛି । ସମସ୍ତଙ୍କର
ପୋଜିସନ୍ (ସ୍ଥାନ) ଅଲଗା-ଅଲଗା, ଯିଏ ଯେପରି ଉପାଧିଧାରୀ ଥା’ନ୍ତି, ତାଙ୍କର ମହିମା ସେହିପରି
ହୋଇଥାଏ । ଏସବୁ କଥା ବାବା ସଙ୍ଗମରେ ହିଁ ବୁଝାଉଛନ୍ତି । ସତ୍ୟଯୁଗରେ ପୁଣି ସତ୍ୟଯୁଗର ଅଭିନୟ
ଚାଲିବ । ସେଠାରେ ଏହି ସବୁ କଥା ହେବ ନାହିଁ । ଏଠାରେ ତୁମ ବୁଦ୍ଧିରେ ସୃଷ୍ଟିଚକ୍ରର ଜ୍ଞାନ
ଘୂରୁଛି । ତୁମର ନାମ ହିଁ ହେଉଛି ସ୍ୱଦର୍ଶନ ଚକ୍ରଧାରୀ । ଲକ୍ଷ୍ମୀ ନାରାୟଣଙ୍କୁ କ’ଣ ସ୍ୱଦର୍ଶନ
ଚକ୍ର ଦିଆଯାଉଛି କି । ଏସବୁ ଏଠିକାର କଥା । ମୂଳ ବତନରେ କେବଳ ଆତ୍ମାମାନେ ରହୁଛନ୍ତି,
ସୂକ୍ଷ୍ମବତନରେ କିଛି ହେଲେ ନାହିଁ । ମନୁଷ୍ୟ, ଜୀବଜନ୍ତୁ, ପଶୁ, ପକ୍ଷୀ ଆଦି ସବୁ ଏହିଠାରେ
ଅଛନ୍ତି । ସତ୍ୟଯୁଗରେ ମୟୂର ଆଦି ଦେଖାଉଛନ୍ତି । ଏପରି ନୁହେଁ ଯେ ସେଠାରେ ମୟୂରର ପର ବାହାର କରି
ପିନ୍ଧିବେ । ମୟୂରକୁ କ’ଣ ଦୁଃଖ ଦେବେ କି । ଏପରି ବି ନୁହେଁ ଯେ ମୟୂରଠାରୁ ଖସି ତଳେ ପଡିଯାଇଥିବା
ପରକୁ ମୁକୁଟରେ ଲଗାଇବେ । ନାଁ, ମୁକୁଟରେ ମଧ୍ୟ ମିଥ୍ୟା ସ୍ମାରକୀ ଦେଇ ଦେଇଛନ୍ତି । ସେଠାରେ ସବୁ
ସୁନ୍ଦର ଜିନିଷ ରହିବ । କୌଣସି ଖରାପ ଜିନିଷର ଚିହ୍ନ-ବର୍ଣ୍ଣ ରହିବ ନାହିଁ । ଏପରି କୌଣସି ଜିନିଷ
ରହିବ ନାହିଁ ଯାହାକୁ ଦେଖି ଘୃଣା ଲାଗିବ । ଏଠାରେ ତ’ ଘୃଣା ଆସୁଛି ନା । ସେଠାରେ ଜୀବଜନ୍ତୁଙ୍କୁ
ମଧ୍ୟ ଦୁଃଖ ହୁଏ ନାହିଁ । ସତ୍ୟଯୁଗ କେତେ ଫାଷ୍ଟକ୍ଲାସ ହେବ । ନାମ ହିଁ ହେଉଛି ସ୍ୱର୍ଗ, ହେଭେନ୍,
ନୂଆ ଦୁନିଆ । ଏଠାରେ ତ’ ପୁରୁଣା ଦୁନିଆରେ ଦେଖ ବର୍ଷା ଯୋଗୁଁ କେତେ ଘର ଭୁଷୁଡି ଯାଉଛି, ମନୁଷ୍ୟ
ମରିଯାଉଛନ୍ତି । ଭୂମିକମ୍ପ ହେଲେ ସବୁ ପୋତି ହୋଇ ମରିଯିବେ । ସତ୍ୟଯୁଗରେ ବହୁତ କମ୍ ରହିବେ ପରେ
ପୁଣି ବୃଦ୍ଧି ହେବ । ପ୍ରଥମେ ସୂର୍ଯ୍ୟବଂଶୀ ରହିବେ । ଦୁନିଆ ୨୫ ପ୍ରତିଶତ ପୁରୁଣା ହେବା ପରେ
ଚନ୍ଦ୍ରବଂଶୀ ହେବେ । ସତ୍ୟଯୁଗ ୧୨୫୦ ବର୍ଷ ଅଟେ, ତାହା ହେଉଛି ୧୦୦ ପ୍ରତିଶତ ନୂଆ ଦୁନିଆ, ଯେଉଁଠି
ଦେବୀ ଦେବତାମାନେ ରାଜତ୍ୱ କରନ୍ତି । ତୁମମାନଙ୍କ ମଧ୍ୟରେ ବି ବହୁତ ଏ କଥାକୁ ଭୁଲି ଯାଉଛନ୍ତି ।
ରାଜଧାନୀ ତ ନିଶ୍ଚିତ ସ୍ଥାପନ ହେବ । ଏଥିରେ ନିରୁତ୍ସାହିତ ହେବା ଅନୁଚିତ୍ । ସବୁ କିଛି
ପୁରୁଷାର୍ଥର କଥା । ବାବା ସମସ୍ତ ସନ୍ତାନମାନଙ୍କୁ ସମାନ ପୁରୁଷାର୍ଥ କରାଉଛନ୍ତି । ତୁମେ ନିଜ
ପାଇଁ ବିଶ୍ୱ ଉପରେ ସ୍ୱର୍ଗର ବାଦଶାହୀ (ରାଜତ୍ୱ) ସ୍ଥାପନ କରୁଛ । ନିଜକୁ ଦେଖିବା ଉଚିତ୍ କି ମୁଁ
କ’ଣ ହେବି? ଆଚ୍ଛା—
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ
ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ଏହି
ପୁରୁଷୋତ୍ତମ ଯୁଗରେ ସ୍ୱର୍ଗର ଦେବୀ-ଦେବତା ହେବାର ପାଠ ପଢି ନିଜକୁ ଯୋଗ୍ୟ କରିବାକୁ ହେବ ।
ପୁରୁଷାର୍ଥରେ କେବେ ବି ନିରାଶ ହେବାର ନାହିଁ ।
(୨) ଏହି ବେହଦର ଖେଳରେ
ପ୍ରତ୍ୟେକ ଅଭିନେତାଙ୍କର ପାର୍ଟ ଏବଂ ପୋଜିସନ୍ ଅଲଗା ଅଲଗା ଅଟେ, ଯାହାର ଯେପରି ପୋଜିସନ୍ ଅର୍ଥାତ୍
ପଦ ରହିଛି ତାଙ୍କୁ ସେହିପରି ସମ୍ମାନ ମିଳୁଛି, ଏହିସବୁ ରହସ୍ୟକୁ ବୁଝି ବିଶ୍ୱର ଇତିହାସ-ଭୂଗୋଳକୁ
ସ୍ମରଣ କରି ସ୍ୱଦର୍ଶନ ଚକ୍ରଧାରୀ ହେବାକୁ ପଡ଼ିବ ।
ବରଦାନ:-
ବାବାଙ୍କର
ପ୍ରତ୍ୟେକ ଶ୍ରୀମତର ପାଳନ କରୁଥିବା ସଚ୍ଚା ସ୍ନେହୀ ସଚ୍ଚା ପ୍ରେମୀକା ହୁଅ ।
ଯେଉଁ ପିଲାମାନେ
ସଦାସର୍ବଦା ଏକମାତ୍ର ବାବାଙ୍କର ସ୍ନେହରେ ଲଭଲୀନ ହୋଇରହିଥାଆନ୍ତି, ସେମାନଙ୍କୁ ବାବାଙ୍କର
ପ୍ରତ୍ୟେକ କଥା ପ୍ରିୟ ଲାଗିଥାଏ, ତେଣୁ ସେମାନଙ୍କର ସବୁ ପ୍ରଶ୍ନ ସମାପ୍ତ ହୋଇଯାଇଥାଏ ।
ବ୍ରାହ୍ମଣ ଜନ୍ମର ମୂଳଦୁଆ ହିଁ ସ୍ନେହ ଅଟେ । ଯେଉଁମାନେ ସ୍ନେହୀ ଏବଂ ପ୍ରେମୀକା ଆତ୍ମା
ସେମାନଙ୍କୁ ବାବାଙ୍କର ଶ୍ରୀମତକୁ ପାଳନ କରିବା ପାଇଁ ମୁଶକିଲ୍ର ଅନୁଭବ ହୋଇନଥାଏ । ସ୍ନେହ ଥିବା
କାରଣରୁ ସେମାନଙ୍କ ଭିତରେ ସର୍ବଦା ଏହି ଉମଙ୍ଗ ରହିଥାଏ ଯେ ବାବା ଯାହା ସବୁ କହିଛନ୍ତି ତାହା ମୋ’
ପାଇଁ ହିଁ କହିଛନ୍ତି, ତେଣୁ ମୋତେ ନିଶ୍ଚିତ କରିବାକୁ ହେବ । ସ୍ନେହୀ ଆତ୍ମାମାନେ ବିଶାଳ
ହୃଦୟବାଲା ମଧ୍ୟ ହୋଇଥାଆନ୍ତି, ସେଥିପାଇଁ ସେମାନଙ୍କ ପାଇଁ ସବୁ ବଡ କଥା ମଧ୍ୟ ଛୋଟ ହୋଇଯାଏ ।
ସ୍ଲୋଗାନ:-
କୌଣସି କଥାରେ
ଅପମାନର ବା ଦୁଃଖର ଅନୁଭୂତି ହେବା ମଧ୍ୟ ଫେଲ୍ ହେବାର ଲକ୍ଷଣ ।
ଅବ୍ୟକ୍ତ ଈଶାରା:- ଏବେ
ଲଗନର ଅଗ୍ନିକୁ ପ୍ରଜ୍ୱଳିତ କରି ଯୋଗକୁ ଜ୍ୱାଳା ରୂପ କର ।
ଜ୍ୱାଳା ସ୍ୱରୂପ
ସ୍ଥିତିର ଅନୁଭବ କରିବା ପାଇଁ ନିରନ୍ତର ଯୋଗର ଜ୍ୱାଳାକୁ ପ୍ରଜ୍ୱଳିତ କରି ରଖ । ଏହାର ସହଜ ବିଧି
ହେଲା - ସର୍ବଦା ନିଜକୁ “ସାରଥୀ” ଏବଂ “ସାକ୍ଷୀ” ମନେ କରିଚାଲ । ଆତ୍ମା ଏହି ଶରୀରୂପୀ ରଥର ସାରଥୀ
ଅଟେ - ଏହି ସ୍ମୃତି ସ୍ୱତଃ ହିଁ ଏହି ରଥଠାରୁ ବା କୌଣସି ପ୍ରକାରର ଦୈହିକ ଚେତନାଠାରୁ ନିଆରା
କରିଦେଇଥାଏ ଏବଂ ସମସ୍ତ କର୍ମେନ୍ଦ୍ରିୟ ନିଜର ନିୟନ୍ତ୍ରଣରେ ରହିଥାଆନ୍ତି । ମନ-ବୁଦ୍ଧି-ସଂସ୍କାର
ରୂପୀ ସୂକ୍ଷ୍ମ ଶକ୍ତିଗୁଡିକ ମଧ୍ୟ ଶୃ୍ଙ୍ଖଳିତ ଭାବରେ ରହିଥା’ନ୍ତି ।