12.09.26 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:-
ବର୍ତ୍ତମାନ ଏହା ରାବଣ ରାଜ୍ୟ, ପୁରୁଣା ଦୁନିଆ ସମାପ୍ତ ହୋଇ ନୂଆ ଦୁନିଆ ଆସିବାକୁ ଯାଉଛି
ସେଥିପାଇଁ ଶ୍ରୀମତ ଅନୁସାରେ ଚାଲି ପବିତ୍ର ହୁଅ, ତେବେ ଶ୍ରେଷ୍ଠ ଦେବୀ ଦେବତା ହୋଇଯିବ ।”
ପ୍ରଶ୍ନ:-
ବାବା ନିଜର
ପିଲାମାନଙ୍କୁ ସତ୍ୟ ନାରାୟଣ କଥା ବା କାହାଣୀ ଶୁଣାଉଛନ୍ତି, ସେହି କଥାର ରହସ୍ୟ କ’ଣ?
ଉତ୍ତର:-
ତା’ର ରହସ୍ୟ ହେଲା - ରାଜ୍ୟ ପ୍ରାପ୍ତ କରିବା ଏବଂ ହରାଇବା । ଅଲଫକୁ ଆଲ୍ଲା ମିଳିଲେ ଅର୍ଥାତ୍
ବ୍ରହ୍ମାଙ୍କୁ ଶିବବାବା ମିଳିଗଲେ, ତେଣୁ ହୀରାର ବ୍ୟବସାୟକୁ ଛାଡିଦେଲେ । ଯେଉଁମାନେ ବିଶ୍ୱର
ମାଲିକ ଥିଲେ ସେମାନେ ହିଁ ୮୪ ଜନ୍ମ ନେଇ ରାଜତ୍ୱ ହରାଇ ଦେଇଥା’ନ୍ତି ପୁଣି ବାବା ସେମାନଙ୍କୁ
ରାଜତ୍ୱ ଦେଇଥା’ନ୍ତି । ପତିତରୁ ପାବନ ହେବା, ଲୌକିକ ବ୍ୟବସାୟ ଆଦିର ମାଲିକାନାକୁ ତ୍ୟାଗ କରି
ବିଶ୍ୱର ମାଲିକ ହେବା - ଏହି ସଚ୍ଚା ସତ୍ୟନାରାୟଣ କଥା ବାବା ଶୁଣାଉଛନ୍ତି ।
ଗୀତ:-
ଆଖିର ୱହ ଦିନ
ଆୟା ଆଜ...
ଓମ୍ ଶାନ୍ତି ।
ଓମ୍ ଶାନ୍ତିର
ଅର୍ଥ ତ ରୁହାନୀ ବାବା ବୁଝାଇଦେଇଛନ୍ତି । ଓମ୍ ଅର୍ଥ ମୁଁ ଆତ୍ମା, ଏହା ମୋର ଶରୀର । ଆତ୍ମାକୁ ତ
ଦେଖି ହେଉ ନାହିଁ । ଏକଥା ବୁଦ୍ଧିରେ ଆସୁଛି ଯେ - ମୁଁ ଆତ୍ମା, ଏହା ମୋର ଶରୀର । ଆତ୍ମାରେ ହିଁ
ମନ-ବୁଦ୍ଧି ରହିଛି । ଶରୀରରେ ବୁଦ୍ଧି ନାହିଁ । ଆତ୍ମାରେ ହିଁ ଭଲ ଅଥବା ମନ୍ଦ ସଂସ୍କାର ରହିଥାଏ
। ମୁଖ୍ୟ ହେଲା ଆତ୍ମା । ସେହି ଆତ୍ମାକୁ କେହି ଦେଖିପାରିବେ ନାହିଁ । ଶରୀରକୁ ଆତ୍ମା ଦେଖିଥାଏ ।
କିନ୍ତୁ ଆତ୍ମାକୁ ଶରୀର ଦେଖି ପାରିବ ନାହିଁ । ଜାଣିପାରିବ ଯେ ଆତ୍ମା ଶରୀର ଛାଡି ଚାଲିଗଲେ ଶରୀର
ଜଡ ହୋଇଯାଇଥାଏ । ଆତ୍ମା ଦେଖାଯାଏ ନାହିଁ । ଶରୀର ଦେଖାଯାଇଥାଏ । ସେହିପରି ଆତ୍ମାର ଯିଏ ପିତା
ଅଟନ୍ତି, ଯାହାଙ୍କୁ ହେ ଈଶ୍ୱର ପିତା କହିଥା’ନ୍ତି, ତାଙ୍କୁ ମଧ୍ୟ ଦେଖି ହୁଏ ନାହିଁ । ତାଙ୍କୁ
ବୁଝିପାରିବ, ଅନୁଭବ କରିପାରିବ । ସବୁ ଆତ୍ମାମାନେ ଭାଇ-ଭାଇ ଅଟନ୍ତି । ଶରୀରରେ ଆସିବା ପରେ
କୁହାଯିବ ଇଏ ଭାଇ-ଭାଇ ଅଥବା ଭାଇ-ଭଉଣୀ ଅଟନ୍ତି । ଆତ୍ମାମାନଙ୍କର ପିତା ହେଉଛନ୍ତି ପରମପିତା
ପରମାତ୍ମା । ଶାରୀରିକ ଭାଇ-ଭଉଣୀ ପରସ୍ପରକୁ ଦେଖିପାରିବେ । ଆତ୍ମାମାନଙ୍କର ପିତା ସମସ୍ତଙ୍କର ଜଣେ
ଅଟନ୍ତି, ତାଙ୍କୁ କେହି ଦେଖିପାରିବେ ନାହିଁ । ତେଣୁ ବାବା ଆସିଛନ୍ତି ପୁରୁଣା ଦୁନିଆକୁ ନୂଆ
କରିବା ପାଇଁ । ନୂଆ ଦୁନିଆ ସତ୍ୟଯୁଗ ଥିଲା, ଏହି ପୁରୁଣା ଦୁନିଆ କଳିଯୁଗ ଅଟେ । ଏହାକୁ ଏବେ
ପରିବର୍ତ୍ତନ ହେବାକୁ ହେବ । ଯେପରି ପୁରୁଣା ଘର ଭଙ୍ଗା ଯାଇ ନୂଆ ଘର ତିଆରି କରାଯାଏ । ସେହିପରି
ଏହି ପୁରୁଣା ଦୁନିଆ ସମାପ୍ତ ହୋଇଯିବ । ସତ୍ୟଯୁଗ ପରେ ତ୍ରେତା, ଦ୍ୱାପର, କଳିଯୁଗ ପୁଣି ସତ୍ୟଯୁଗ
ନିଶ୍ଚିତ ଆସିବ । ବିଶ୍ୱର ଇତିହାସ-ଭୂଗୋଳର ପୁନରାବୃତ୍ତି ହେବ । ସତ୍ୟଯୁଗରେ
ଦେବୀ-ଦେବତାମାନଙ୍କର ରାଜ୍ୟ ହୋଇଥାଏ । ଅଧାକଳ୍ପ ସୂର୍ଯ୍ୟବଂଶୀ ଏବଂ ଚନ୍ଦ୍ରବଂଶୀଙ୍କର ରାଜ୍ୟ
ଚାଲିଥାଏ । ତାକୁ ଲକ୍ଷ୍ମୀ-ନାରାୟଣଙ୍କର ରାଜବଂଶ ଏବଂ ରାମ-ସୀତାଙ୍କର ରାଜବଂଶ କୁହାଯାଏ । ତେବେ
ଏହା ସହଜ ଅଟେ ନା । ପୁଣି ଦ୍ୱାପର, କଳିଯୁଗରେ ଅନ୍ୟ ସବୁ ଧର୍ମ ଆସିଥାନ୍ତି । ପୁଣି ଯେଉଁ
ଦେବୀ-ଦେବତାମାନେ ପବିତ୍ର ଥିଲେ, ସେମାନେ ଅପବିତ୍ର ହୋଇଯାଆନ୍ତି । ଏହାକୁ ରାବଣ ରାଜ୍ୟ କୁହାଯାଏ
। ରାବଣକୁ ବର୍ଷ-ବର୍ଷ ଧରି ଜଳାଇ ଆସୁଛନ୍ତି, କିନ୍ତୁ ରାବଣ ଜଳୁ ହିଁ ନାହିଁ । ସିଏ ସମସ୍ତଙ୍କର
ବଡ ଶତ୍ରୁ, ସେଥିପାଇଁ ତାକୁ ଜଳାଇବାର ପ୍ରଥା ଚାଲିଆସୁଛି । ଭାରତର ପ୍ରଥମ ନମ୍ବର ଶତ୍ରୁ ହେଲା
ରାବଣ ଏବଂ ପ୍ରଥମ ନମ୍ବର ସାଥୀ ସର୍ବଦା ସୁଖଦାତା ହେଉଛନ୍ତି ଖୁଦା ବା ଈଶ୍ୱର । ଖୁଦାଙ୍କୁ ଦୋସ୍ତ
ବା ବନ୍ଧୁ ବୋଲି କହିଥାନ୍ତି ନା । ଏହା ଉପରେ ଏକ କାହାଣୀ ବି ରହିଛି ଯେ ଈଶ୍ୱର ଆମର ସାଥୀ ଅଟନ୍ତି
। ରାବଣ ହେଲା ଶତ୍ରୁ । ଖୁଦା ଦୋସ୍ତଙ୍କୁ କେବେ ହେଲେ ଜଳାଇବେ ନାହିଁ । ରାବଣ ଆମର ଶତ୍ରୁ
ସେଥିପାଇଁ ଦଶମୁଣ୍ଡ ବାଲା ରାବଣ ତିଆରି କରି ତାକୁ ବର୍ଷ-ବର୍ଷ ଧରି ଜଳାଇ ଆସୁଛନ୍ତି । ଗାନ୍ଧୀଜୀ
ମଧ୍ୟ କହୁଥିଲେ ଆମର ରାମରାଜ୍ୟ ଦରକାର । ରାମ ରାଜ୍ୟରେ ସୁଖ, ରାବଣ ରାଜ୍ୟରେ ଦୁଃଖ ରହିଛି । ତେବେ
ଏହି କଥା କିଏ ବସି ବୁଝାଉଛନ୍ତି? ପତିତ-ପାବନ ବାବା, ଶିବବାବା ବ୍ରହ୍ମା ଦାଦା । ବାବା ଦସ୍ତଖତ
କଲାବେଳେ - ବାପଦାଦା ବୋଲି ଲେଖିଥାନ୍ତି । ପ୍ରଜାପିତା ବ୍ରହ୍ମା ତ ସମସ୍ତଙ୍କର ଥିବେ ନା,
ଯାହାଙ୍କୁ ଆଦିଦେବ କୁହାଯାଉଛି । ତାଙ୍କୁ ଗ୍ରେଟ୍ ଗ୍ରେଟ୍ ଗ୍ରାଣ୍ଡ ଫାଦର ବା ଆଦିପିତା
କୁହାଯାଉଛି । ମନୁଷ୍ୟ ସୃଷ୍ଟିର ପ୍ରଜାପିତା ଅଟନ୍ତି । ପ୍ରଜାପିତା ବ୍ରହ୍ମାଙ୍କ ଦ୍ୱାରା
ବ୍ରାହ୍ମଣ ପୁଣି ବ୍ରାହ୍ମଣରୁ ଦେବତା ହେଉଛନ୍ତି । ଦେବତା, କ୍ଷତ୍ରିୟ, ବୈଶ୍ୟ, ଶୁଦ୍ର
ହୋଇଯାଉଛନ୍ତି । ଏହାଙ୍କୁ କୁହାଯାଉଛି ପ୍ରଜାପିତା ବ୍ରହ୍ମା, ମନୁଷ୍ୟ ସୃଷ୍ଟିର ମୁଖ୍ୟ ।
ପ୍ରଜାପିତା ବ୍ରହ୍ମାଙ୍କର କେତେ ଢେର ସନ୍ତାନ ଅଛନ୍ତି । ସମସ୍ତେ ବାବା-ବାବା କହୁଛନ୍ତି । ଇଏ
ହେଲେ ସାକାର ବାବା । ଶିବବାବା ହେଲେ ନିରାକାର ବାବା । ଗାୟନ ମଧ୍ୟ କରାଯାଉଛି ଯେ ପ୍ରଜାପିତା
ବ୍ରହ୍ମାଙ୍କ ଦ୍ୱାରା ନୂଆ ମନୁଷ୍ୟ ସୃଷ୍ଟିର ରଚନା କରୁଛନ୍ତି । ଏହା ହେଲା ପତିତ ଦୁନିଆ, ରାବଣ
ରାଜ୍ୟ । ଏବେ ରାବଣର ଆସୁରୀ ଦୁନିଆ ସମାପ୍ତ ହୋଇଯିବ, ସେଥିପାଇଁ ଏହି ମହାଭାରତ ଲଢେଇ ହେବାକୁ
ଯାଉଛି । ପୁଣି ସତ୍ୟଯୁଗରେ ଏହି ରାବଣ ଶତ୍ରୁକୁ କେହି ଜଳାଇବେ ନାହିଁ । ସେଠାରେ ରାବଣ ରହିବ ହିଁ
ନାହିଁ । ରାବଣ ହିଁ ଏହି ଦୁଃଖର ଦୁନିଆ ରଚନା କରିଛି । ଏପରି ନୁହେଁ ଯେ ଯାହାଙ୍କ ପାଖରେ ବହୁତ
ପଇସା ଅଛି, ବଡ-ବଡ ମହଲ ଆଦି ରହିଛି ସିଏ ସ୍ୱର୍ଗରେ ଅଛନ୍ତି । ବାବା ବୁଝାଉଛନ୍ତି ଯଦିଓ କାହା
ପାଖରେ କୋଟି-କୋଟି ଟଙ୍କା ଅଛି, କିନ୍ତୁ ଶାନ୍ତି ନାହିଁ, ପଇସା ଆଦି ତ ସବୁ ମାଟିରେ ମିଶିବାକୁ
ଯାଉଛି । ନୂଆ ଦୁନିଆରେ ପୁଣି ନୂଆ ଖଣି ସବୁ ବାହାରିବ, ଯେଉଁଥିରୁ ନୂଆ ଦୁନିଆର ସାରା ମହଲ
ଇତ୍ୟାଦି ତିଆରି ହେବ । ଏହି ପୁରୁଣା ଦୁନିଆ ଏବେ ବିନାଶ ହୋଇଯିବ । ସତ୍ୟଯୁଗରେ ହେଲେ ଭାଇସଲେସ୍
ଅର୍ଥାତ୍ ସମ୍ପୂର୍ଣ୍ଣ ନିର୍ବିକାରୀ । ସେଠାରେ ଯୋଗବଳ ଦ୍ୱାରା ସନ୍ତାନ ଜନ୍ମ ହେବେ । ସେଠାରେ
ବିକାର ହିଁ ନଥାଏ । ନା ଦେହ-ଅଭିମାନ, ନା କ୍ରୋଧ, ନା କାମ ବିକାର ରହିବ । ୫ ବିକାର ରହିବ ହିଁ
ନାହିଁ ସେଥିପାଇଁ ସେଠାରେ କେବେ ରାବଣକୁ ଜଳାଯାଉ ନାହିଁ । ଏଠାରେ ତ ରାବଣ ରାଜ୍ୟ ଚାଲିଛି,
ସେଥିପାଇଁ ସମସ୍ତେ ଡାକୁଛନ୍ତି ହେ ପତିତ-ପାବନ ଆସ । ସିଏ ତ ମୁକ୍ତିଦାତା ଅଟନ୍ତି, ସମସ୍ତଙ୍କର
ଦୁଃଖହର୍ତ୍ତା ଅଟନ୍ତି । ଏବେ ସମସ୍ତେ ରାବଣ ରାଜ୍ୟରେ ଅଛନ୍ତି । ବାବାଙ୍କୁ ଆସି ରାବଣ-ରାଜ୍ୟରୁ
ମୁକ୍ତ କରିବାକୁ ପଡୁଛି ।
ଏବେ ବାବା କହୁଛନ୍ତି
ତୁମେ ପବିତ୍ର ହୁଅ । ଏହି ପତିତ ଦୁନିଆ ବିନାଶ ହୋଇଯିବ, ଯେଉଁମାନେ ଶ୍ରୀମତରେ ଚାଲିବେ ସେମାନେ
ଶ୍ରେଷ୍ଠ ଦେବୀ-ଦେବତା ହେବେ । ବିନାଶ ତ ନିଶ୍ଚିତ ହେବ, ସେଥିରେ ସମସ୍ତେ ମରିବେ । ବାକି
କେଉଁମାନେ ବଞ୍ଚିବେ? ଯେଉଁମାନେ ଶ୍ରୀମତ ଅନୁସାରେ ପବିତ୍ର ରହୁଛନ୍ତି, ସେହିମାନେ ହିଁ ବାବାଙ୍କ
ମତରେ ଚାଲି ବିଶ୍ୱର ବାଦଶାହୀର ବର୍ସା ପାଇବେ । ସତ୍ୟଯୁଗରେ ଏହି ଲକ୍ଷ୍ମୀ-ନାରାୟଣଙ୍କର ରାଜ୍ୟ
ଥିଲା ନା । ଏବେ ତ ରାବଣ ରାଜ୍ୟ ଚାଲିଛି, ଯାହାକି ବିନାଶ ହୋଇଯିବ । ସତ୍ୟଯୁଗୀ ରାମରାଜ୍ୟ
ସ୍ଥାପନ ହେବ । ସିଏ ତ୍ରେତାଯୁଗୀ ସୀତାଙ୍କ ରାମ ନୁହଁନ୍ତି । ଶାସ୍ତ୍ରଗୁଡିକରେ ତ ବହୁତ ଫାଲତୁ
କଥା ଲେଖି ଦେଇଛନ୍ତି । ସାରା ଦୁନିଆ ହିଁ ଲଙ୍କା ଅଟେ, ଏଠାରେ ରାବଣର ରାଜ୍ୟ ଚାଲିଛି ।
ସତ୍ୟଯୁଗରେ ଭାରତ ସୁନାର ଚଢେଇ ଥିଲା । ଯେତେବେଳେ କି ଅନ୍ୟ କୌଣସି ରାଜ୍ୟ ହିଁ ନ ଥିଲା । ବାବା
ଭାରତକୁ ଆସି ପୁଣି ଥରେ ଏହାକୁ ସୁନାର ଚଢେଇ ସ୍ୱର୍ଗ କରୁଛନ୍ତି । ବାକି ଯେଉଁ ଏତେ ସବୁ ଧର୍ମ
ରହିଛି ସେ ସବୁ ବିନାଶ ହୋଇଯିବ । ସମୁଦ୍ର ମଧ୍ୟ ଉଚ୍ଛୁଳିବ । ବମ୍ବେ କ’ଣ ଥିଲା, ଗୋଟିଏ ଛୋଟ ଗାଁ
ଥିଲା । ଏବେ ସତ୍ୟଯୁଗର ସ୍ଥାପନା ହେଉଛି ପୁଣି ଏହି ବମ୍ବେ ଆଦି ରହିବ ନାହିଁ । ସତ୍ୟଯୁଗରେ ବହୁତ
କମ୍ ମନୁଷ୍ୟ ଥାନ୍ତି । ଦିଲ୍ଲୀ ରାଜଧାନୀ ହୋଇଥାଏ ଯେଉଁଠାରେ ଲକ୍ଷ୍ମୀ-ନାରାୟଣଙ୍କର ରାଜ୍ୟ
ଚାଲିଥାଏ । ସତ୍ୟଯୁଗରେ ଦିଲ୍ଲୀ ପରିସ୍ତାନ ଥିଲା । ଦିଲ୍ଲୀରେ ହିଁ ଗଦ୍ଦୀ ବା ସିଂହାସନ ଥିଲା ।
ରାମରାଜ୍ୟରେ ମଧ୍ୟ ଦିଳ୍ଲୀ ହିଁ ରାଜଧାନୀ ଥିଲା । କିନ୍ତୁ ରାମରାଜ୍ୟରେ ହୀରା ନୀଳାର ମହଲ ଥିଲା,
ଅସରନ୍ତି ସୁଖ ଥିଲା । ବାବା କହୁଛନ୍ତି ତୁମେମାନେ ବିଶ୍ୱର ରାଜ୍ୟ ହରାଇଛ, ମୁଁ ପୁଣି ଥରେ ଦେଉଛି
। ତେଣୁ ତୁମେମାନେ ମୋ ମତରେ ଚାଲ । ଯଦି ଶ୍ରେଷ୍ଠ ହେବାର ଅଛି ତେବେ କେବଳ ମୋତେ ହିଁ ମନେ ପକାଅ
ଆଉ କୌଣସି ଦେହଧାରୀଙ୍କୁ ମନେ ପକାଅ ନାହିଁ । ନିଜକୁ ଆତ୍ମା ଭାବି ମୋତେ ମନେ ପକାଅ ତେବେ ତୁମେ
ତମୋପ୍ରଧାନରୁ ସତ୍ତ୍ୱପ୍ରଧାନ ହୋଇଯିବ ଏବଂ ମୋ ପାଖକୁ ଚାଲି ଆସିବ । ତୁମେ ମୋର ଗଳାର ମାଳା ହୋଇ
ପୁଣି ବିଷ୍ଣୁଙ୍କ ଗଳାର ମାଳା ହୋଇଯିବ । ମାଳାର ସବୁଠାରୁ ଉପରେ ମୁଁ ଅଛି । ତା’ପରେ ଯୁଗଳ ଦାନା
ବ୍ରହ୍ମା-ସରସ୍ୱତୀ ରହିଛନ୍ତି । ଏହି ଦୁଇଜଣ ହିଁ ସତ୍ୟଯୁଗର ମହାରାଜା-ମହାରାଣୀ ହେଉଛନ୍ତି ।
ସେମାନଙ୍କର ପୁଣି ପୁରା ମାଳା ବା ପରିବାର ରହିଛି ଯେଉଁମାନେ କ୍ରମାନୁସାରେ ସିଂହାସନରେ ବସୁଛନ୍ତି
। ମୁଁ ଭାରତକୁ ଏହି ବ୍ରହ୍ମା-ସରସ୍ୱତୀ ଏବଂ ବ୍ରାହ୍ମଣମାନଙ୍କ ଦ୍ୱାରା ସ୍ୱର୍ଗ କରୁଛି ।
ଯେଉଁମାନେ ଏବେ ପରିଶ୍ରମ କରୁଛନ୍ତି ସେମାନଙ୍କର ପୁଣି ସ୍ମାରକୀ ବା ମନ୍ଦିର ତିଆରି ହେଉଛି ।
ଆତ୍ମାମାନଙ୍କର ରହିବାର ସ୍ଥାନ ହେଲା ପରମଧାମ, ଯାହାକୁ ବ୍ରହ୍ମାଣ୍ଡ ମଧ୍ୟ କୁହାଯାଏ । ଆମେ ସବୁ
ଆତ୍ମାମାନେ ସେହି ମିଠା ଘରେ ବାବାଙ୍କ ସାଥିରେ ରହିଥାଉ । ତାହା ହେଲା ଶାନ୍ତିଧାମ । ମନୁଷ୍ୟ
ଚାହିଁଥାଏ - ମୁଁ ମୁକ୍ତିଧାମକୁ ଚାଲିଯାଆନ୍ତି କି । କିନ୍ତୁ ଘରକୁ କେହି ଫେରି ଯାଇପାରିବେ ନାହିଁ
। ସମସ୍ତଙ୍କୁ ଏଠାରେ ଅଭିନୟ କରିବାକୁ ହିଁ ହେବ । ନାଟକ ସମାପ୍ତ ହେବା ପର୍ଯ୍ୟନ୍ତ ବାବା ତୁମକୁ
ପ୍ରସ୍ତୁତ କରିଚାଲିଛନ୍ତି । ଯେତେବେଳେ ତୁମେ ପ୍ରସ୍ତୁତ ହୋଇଯିବ, ତେବେ ସେଠାରେ ଯେଉଁ ଆତ୍ମାମାନେ
ବି ଅଛନ୍ତି, ସେମାନେ ସମସ୍ତେ ଆସିଯିବେ, ତା’ପରେ ସବୁ ବିନାଶ ହୋଇଯିବ । ତୁମେ ଯାଇ ନୂଆ ଦୁନିଆରେ
ରାଜତ୍ୱ କରିବ ପୁଣି କ୍ରମଅନୁସାରେ ଚକ୍ର ବା ନାଟକ ଚାଲିବ । ଗୀତରେ ମଧ୍ୟ ଶୁଣିଲ ନା । ଆଖିର ୱହ
ଦିନ୍ ଆୟା ଆଜ୍ (ଶେଷରେ ଆଜି ସେହିଦିନ ଆସିଛି) । ଭକ୍ତିମାର୍ଗରେ ସମସ୍ତେ ଧକ୍କା ଖାଇ ଚାଲିଥିଲେ
। ବାବା ହେଲେ ଜ୍ଞାନସୂର୍ଯ୍ୟ । ଜ୍ଞାନସୂର୍ଯ୍ୟ ପ୍ରଗଟା.... ଏବେ ତୁମ ବୁଦ୍ଧିରେ ସୃଷ୍ଟିର
ଆଦି-ମଧ୍ୟ-ଅନ୍ତର ଜ୍ଞାନ ରହିଛି । ତୁମେ ଜାଣିଛ ଯେଉଁ ଭାରତବାସୀ ନର୍କବାସୀ ହୋଇଯାଇଛନ୍ତି,
ସେମାନେ ପୁଣି ସ୍ୱର୍ଗବାସୀ ହେବେ । ବାକି ଏତେ ସବୁ ଆତ୍ମାମାନେ ଶାନ୍ତିଧାମକୁ ଚାଲିଯିବେ । ଏସବୁ
ବହୁତ ସଂକ୍ଷେପରେ ବୁଝାଇବାକୁ ହେବ, ଅଲଫ ବାବା, ବେ ବାଦଶାହୀ (ରାଜତ୍ୱ) । ଅଲଫଙ୍କ ଦ୍ୱାରା
ବାଦଶାହୀ ମିଳିଯାଉଛି । ତା’ପରେ କଳିଯୁଗୀ ବ୍ୟବସାୟ ସବୁ ସମାପ୍ତ ହୋଇଯିବ । ଏହାର କାହାଣୀ ବାବା
ବସି ବୁଝାଉଛନ୍ତି । ଏହା ହେଉଛି ପ୍ରକୃତ ସତ୍ୟ-ନାରାୟଣ କଥା । ବାକି ସବୁ ହେଲା ଦନ୍ତ କଥା ବା
କାହାଣୀ । ବାବା ହିଁ ନରରୁ ନାରାୟଣ ହେବା ପାଇଁ ଏହି ଜ୍ଞାନ ଶୁଣାଉଛନ୍ତି । ଏହା ବିଶ୍ୱର
ଇତିହାସ-ଭୂଗୋଳ ଅଟେ ନା । ଲକ୍ଷ୍ମୀ-ନାରାୟଣଙ୍କର ରାଜ୍ୟ କେବେ ଆରମ୍ଭ ହେଲା, ପୁଣି କେତେ ଦିନ
ପର୍ଯ୍ୟନ୍ତ ଚାଲିଲା । ତେବେ ଏସବୁ କାହାଣୀ ହେଲା ନା । ଯେଉଁମାନେ ବିଶ୍ୱ ଉପରେ ରାଜତ୍ୱ କରୁଥିଲେ,
ସେମାନେ ୮୪ ଜନ୍ମ ନେଇ ବିଲ୍କୁଲ୍ ହିଁ ତମୋପ୍ରଧାନ ହୋଇଯାଇଛନ୍ତି ।
ଏବେ ବାବା କହୁଛନ୍ତି -
ମୁଁ ସେହି ରାଜ୍ୟ ପୁଣି ଥରେ ସ୍ଥାପନ କରୁଛି । ତୁମେ କିପରି ପତିତରୁ ପାବନ, ପାବନରୁ ପତିତ ହେଉଛ
- ସେହି ସବୁ ଇତିହାସ-ଭୂଗୋଳ ବୁଝାଉଛି । ପ୍ରଥମେ-ପ୍ରଥମେ ସୂର୍ଯ୍ୟବଂଶୀମାନଙ୍କର ରାଜ୍ୟ ପୁଣି
ଚନ୍ଦ୍ରବଂଶୀ ମାନଙ୍କର.... ସେମାନଙ୍କ ପରେ ଅନ୍ୟମାନେ ମଧ୍ୟ ଆସିଥାନ୍ତି । ବୌଦ୍ଧି, ଇସ୍ଲାମୀ
ପୁଣି ଖ୍ରୀଷ୍ଟିୟାନମାନେ ଆସିଥାନ୍ତି । ପୁଣି ଯେଉଁ ଦେବୀ-ଦେବତା ଧର୍ମ ଥିଲା ତାହା ଗୁପ୍ତ ହୋଇଗଲା
। ପୁଣି ଥରେ ବିଶ୍ୱର ଇତିହାସ-ଭୂଗୋଳର ପୁନରାବୃତ୍ତି ହେବ । ଶାସ୍ତ୍ରରେ ବ୍ରହ୍ମାଙ୍କର ଆୟୁଷ ୧୦୦
ବର୍ଷ ଦେଖାଇଛନ୍ତି । ଏଠାରେ ଯେଉଁ ବ୍ରହ୍ମା ଅଛନ୍ତି, ଯାହାଙ୍କ ଶରୀରରେ ପ୍ରବେଶ କରି ବାବା
ସମ୍ପତ୍ତି ଦେଉଛନ୍ତି, ଇଏ ବି ଶରୀର ଛାଡିଦେବେ । ଆତ୍ମାମାନଙ୍କର ପିତା ଆତ୍ମାମାନଙ୍କୁ ଆସି
ଜ୍ଞାନ ଶୁଣାଉଛନ୍ତି । ସିଏ ହିଁ ପତିତ-ପାବନ ଅଟନ୍ତି । ମନୁଷ୍ୟ, ମନୁଷ୍ୟକୁ ପବିତ୍ର କରାଇପାରିବେ
ନାହିଁ । ଯିଏ ନିଜେ ହିଁ ମୁକ୍ତ ହୋଇପାରୁ ନାହାଁନ୍ତି ସିଏ ଅନ୍ୟମାନଙ୍କୁ ପୁଣି କିପରି ମୁକ୍ତ
କରିବେ । ସେମାନେ ତ ସମସ୍ତେ ଭକ୍ତି ଶିଖାଇଲାବାଲା ଗୁରୁ ଅଟନ୍ତି । କେହି କହିବେ ଅମୁକଙ୍କର ଭକ୍ତି
କର, କେହି ପୁଣି କହିବେ ଶାସ୍ତ୍ର ଶୁଣ । ଅନେକ ପ୍ରକାରର ମତ-ମତାନ୍ତର ରହିଛି, ସେଥିପାଇଁ ସମସ୍ତେ
ଆହୁରି ଅଧିକ ଅବୁଝା ହୋଇଯାଇଛନ୍ତି । ଏବେ ବାବା ଆସି ବୁଦ୍ଧିମାନ କରୁଛନ୍ତି । ଏହି
ଲକ୍ଷ୍ମୀ-ନାରାୟଣ ବିଶ୍ୱର ମାଲିକ ଥିଲେ ନା । ଏବେ କେତେ କାଙ୍ଗାଳ ହୋଇଯାଇଛନ୍ତି । ପୁଣି ଶିବବାବା
ଆସି ନର୍କବାସୀରୁ ସ୍ୱର୍ଗବାସୀ କରୁଛନ୍ତି । ବାବା କେତେ ଭଲ ଭାବରେ ବୁଝାଉଛନ୍ତି ଯାହାଦ୍ୱାରା
ସମସ୍ତଙ୍କର ଭାଗ୍ୟ ଜାଗ୍ରତ ହୋଇଯିବ । ବାବା ମନୁଷ୍ୟମାନଙ୍କର ଭାଗ୍ୟ ଜାଗ୍ରତ କରିବାକୁ ଆସିଛନ୍ତି
। ବର୍ତ୍ତମାନ ସମସ୍ତେ ପତିତ ଦୁଃଖୀ ଅଟନ୍ତି ନା । ସମସ୍ତେ ତ୍ରାହି-ତ୍ରାହି କରି ବିନାଶ ହୋଇଯିବେ
ସେଥିପାଇଁ ବାବା କହୁଛନ୍ତି ତ୍ରାହି-ତ୍ରାହି କରିବା ପୂର୍ବରୁ ବେହଦର ବାବାଙ୍କଠାରୁ କିଛି ବର୍ସା
ନେଇଯାଅ । ଏହି ଦୁନିଆରେ ଯାହା କିଛି ଦେଖୁଛ ସବୁ ବିନାଶ ହୋଇଯିବ । ଭାରତର ପତନ ଏବଂ ଉତ୍ଥାନ
ହେଉଛି । ଏହା ଭାରତର ହିଁ ଖେଳ ଅଟେ । ସତ୍ୟଯୁଗରେ ଭାରତର ଉତ୍ଥାନ ହେବ । ଏବେ କଳିଯୁଗରେ ପତନ
ହେବାର ଅଛି । ଏସବୁ ହେଲା ରାବଣ ରାଜ୍ୟର ଆଡମ୍ବର । ଏବେ ବିନାଶ ହୋଇଯିବ । ବିଶ୍ୱର ପତନ, ବିଶ୍ୱର
ଉତ୍ଥାନ । ସତ୍ୟଯୁଗରେ କିଏ-କିଏ ରାଜ୍ୟ କରୁଛନ୍ତି । ଏକଥା ବାବା ବସି ବୁଝାଉଛନ୍ତି । ଭାରତର ଉତ୍ଥାନ
ଅର୍ଥାତ୍ ଦେବତାମାନଙ୍କର ରାଜ୍ୟ । ଭାରତର ପତନ ଅର୍ଥାତ୍ ରାବଣ ରାଜ୍ୟ । ଏବେ ନୂଆ ଦୁନିଆ ତିଆରି
ହେଉଛି । ପୁରୁଣା ଦୁନିଆ ବିନାଶ ହୋଇଯିବ । ଏହା ପୂର୍ବରୁ ତୁମେ ବାବାଙ୍କଠାରୁ ବର୍ସା ନେବା ପାଇଁ
ପାଠ ପଢୁଛ । କେତେ ସହଜ କଥା । ଏହା ହେଉଛି ମନୁଷ୍ୟରୁ ଦେବତା ହେବାର ପାଠପଢା ।
ସନ୍ନ୍ୟାସୀମାନଙ୍କର ହେଲା ନିବୃତ୍ତି ମାର୍ଗ । ସେ ଧର୍ମ ହିଁ ଅଲଗା ଅଟେ । ସେମାନେ ତ ଘର ଗୃହସ୍ଥ
ଛାଡି ଚାଲିଯାଉଛନ୍ତି । ସେମାନଙ୍କର ହେଲା ହଦର ସନ୍ନ୍ୟାସ । ତୁମକୁ ଏହି ପୁରୁଣା ଦୁନିଆର
ସନ୍ନ୍ୟାସ କରି ପୁଣି ଏଠାକୁ ଆସିବାର ନାହିଁ । ଏକଥା ମଧ୍ୟ ଭଲ ଭାବରେ ବୁଝାଇବାକୁ ହେବ, କେଉଁ
କେଉଁ ଧର୍ମ କେବେ ଆସୁଛି । ଦ୍ୱାପରଯୁଗ ପରେ ହିଁ ଅନ୍ୟ ସବୁ ଧର୍ମ ଆସୁଛନ୍ତି । ପ୍ରଥମେ ସୁଖ ଭୋଗ
କରୁଛନ୍ତି ପୁଣି ଦୁଃଖ । ଏହି ସାରା ଚକ୍ରକୁ ବୁଦ୍ଧିରେ ରଖିବାକୁ ହେବ । ଯେବେଠାରୁ ତୁମେ ଚକ୍ରରେ
ଆସୁଛ ମହାରାଜା-ମହାରାଣୀ ହେଉଛ । କେବଳ ଅଲଫ ଏବଂ ବେ ଅର୍ଥାତ୍ ବାବା ଏବଂ ବର୍ସାକୁ ବୁଝାଇବାକୁ
ହେବ ।
ବାବା କାହାକୁ ବିଦେଶ
ଯିବାକୁ ମନା କରୁନାହାଁନ୍ତି । ଏମିତି ତ ସମସ୍ତେ ଇଚ୍ଛା କରିଥାନ୍ତି ଯେ ନିଜ ଦେଶରେ ହିଁ ମୃତ୍ୟୁ
ହେଉ । ଏବେ ବିନାଶ ତ ନିଶ୍ଚିତ ହେବ, ଏତେ ଗଣ୍ଡଗୋଳ ହୋଇଯିବ ଯାହାକି ବିଦେଶରୁ ପୁଣି ଆସି ବି
ପାରିବେ ନାହିଁ, ସେଥିପାଇଁ ବାବା ବୁଝାଉଛନ୍ତି ଯେ ଭାରତ ଭୂମି ସବୁଠାରୁ ଉତ୍ତମ, ଯେଉଁଠାରେ ବାବା
ଆସି ଅବତାର ନେଉଛନ୍ତି । ଶିବଜୟନ୍ତୀ ମଧ୍ୟ ପାଳନ କରାଯାଉଛି । କେବଳ କୃଷ୍ଣଙ୍କର ନାମ ଲେଖି
ଦେଇଥିବାରୁ ସବୁ ମହିମା ହିଁ ଶେଷ ହୋଇଯାଇଛି । ସମସ୍ତ ମନୁଷ୍ୟମାତ୍ରଙ୍କର ମୁକ୍ତିଦାତା ଏଠାରେ ଆସି
ଅବତାର ନେଉଛନ୍ତି । ଈଶ୍ୱର ପିତା ହିଁ ଆସି ସମସ୍ତଙ୍କୁ ମୁକ୍ତ କରୁଛନ୍ତି । ତେବେ ଏଭଳି ବାବାଙ୍କୁ
ପ୍ରଣାମ କରିବା ଦରକାର୍, ତାଙ୍କର ଜୟନ୍ତୀ ପାଳନ କରିବା ଉଚିତ୍ । କିନ୍ତୁ କୃଷ୍ଣଙ୍କର ନାମ ଲେଖି
ଦେଇଥିବାରୁ ସବୁ ମହିମା ହିଁ ସମାପ୍ତ କରି ଦେଇଛନ୍ତି । ନଚେତ୍ ଭାରତ ସବୁଠାରୁ ଶ୍ରେଷ୍ଠ ତୀର୍ଥ
ଅଟେ । ବାବା ଏହି ଭାରତକୁ ହିଁ ଆସି ସମସ୍ତଙ୍କୁ ପବିତ୍ର କରାଉଛନ୍ତି । ତେଣୁ ଏହା ସବୁଠାରୁ ବଡ
ତୀର୍ଥ ଅଟେ । ସମସ୍ତଙ୍କୁ ଦୁର୍ଗତିରୁ ମୁକ୍ତ କରି ସଦ୍ଗତି ଦେଉଛନ୍ତି । ଏହିପରି ଡ୍ରାମା ତିଆରି
ହୋଇଛି । ଏବେ ତୁମେ ଆତ୍ମାମାନେ ଜାଣୁଛ, ଆମର ବାବା ଏହି ଶରୀର ଦ୍ୱାରା ଏହି ସବୁ ରହସ୍ୟ
ବୁଝାଉଛନ୍ତି । ଆମେ ଆତ୍ମାମାନେ ଏହି ଶରୀର ଦ୍ୱାରା ଶୁଣୁଛୁ । ତେଣୁ ଆତ୍ମ-ଅଭିମାନୀ ହେବାକୁ
ପଡିବ । ନିଜକୁ ଆତ୍ମା ଭାବି ବାବାଙ୍କୁ ମନେ ପକାଅ ତେବେ କଳଙ୍କି ଛାଡିଯିବ ବା ପାପ କଟିଯିବ ଏବଂ
ପବିତ୍ର ହୋଇ ତୁମେ ବାବାଙ୍କ ପାଖକୁ ଚାଲିଯିବ । ତୁମେ ଯେତେ ମନେ ପକାଇବ ସେତେ ପବିତ୍ର ହେବ, ଯଦି
ଅନ୍ୟମାନଙ୍କୁ ମଧ୍ୟ ନିଜ ସମାନ କରିବ ତେବେ ଅନେକଙ୍କର ଆଶୀର୍ବାଦ ମିଳିବ ଏବଂ ଉଚ୍ଚ ପଦ ପାଇପାରିବ
। ସେଥିପାଇଁ ଗାୟନ ରହିଛି ଯେ ଗୋଟିଏ ସେକେଣ୍ଡରେ ଜୀବନମୁକ୍ତି । ଆଚ୍ଛା!
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ ।
ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ବାବାଙ୍କ
ଗଳାର ମାଳା ହୋଇ ବିଷ୍ଣୁଙ୍କ ଗଳାରେ ଗୁନ୍ଥା ହେବା ପାଇଁ ସମ୍ପୂର୍ଣ୍ଣ ସତ୍ତ୍ୱପ୍ରଧାନ ହେବାକୁ
ପଡିବ । ଏକମାତ୍ର ବାବାଙ୍କ ମତରେ ଚାଲିବାକୁ ହେବ ।
(୨) ଏପରି ସେବା କରିବାକୁ
ହେବ ଯେପରି ଅନେକ ଆତ୍ମାଙ୍କର ଆଶୀର୍ବାଦ ମିଳୁଥିବ । ତ୍ରାହି-ତ୍ରାହି ହେବା ପୂର୍ବରୁ ବାବାଙ୍କ
ଠାରୁ ପୂରା-ପୂରା ବର୍ସା ନେବାକୁ ପଡିବ ।
ବରଦାନ:-
ସ୍ନେହୀ ହେବାର
ଗୁଢ ରହସ୍ୟକୁ ଜାଣି ସମସ୍ତଙ୍କୁ ସନ୍ତୁଷ୍ଟ କରୁଥିବା ରାଜଯୁକ୍ତ ଯୋଗଯୁକ୍ତ ଭବ ।
ଯେଉଁ ପିଲାମାନେ
ଏକମାତ୍ର ସର୍ବଶକ୍ତିମାନ ପିତାଙ୍କର ସ୍ନେହୀ ହୋଇ ରହିଥାଆନ୍ତି, ସେମାନେ ସର୍ବ ଆତ୍ମାମାନଙ୍କର
ସ୍ନେହୀ ସ୍ୱତଃ ହୋଇଯାଆନ୍ତି । ଯେଉଁମାନେ ଏହି ଗୁଢ ରହସ୍ୟକୁ ଜାଣିଯାଆନ୍ତି ସେମାନେ ରାଜଯୁକ୍ତ,
ଯୋଗଯୁକ୍ତ ବା ଦିବ୍ୟଗୁଣରେ ଯୁକ୍ତିଯୁକ୍ତ ହୋଇଯାଆନ୍ତି । ଏହିଭଳି ରାଜ ଅର୍ଥାତ୍ ରହସ୍ୟଯୁକ୍ତ
ଆତ୍ମା ସର୍ବ ଆତ୍ମାମାନଙ୍କୁ ସହଜରେ ସନ୍ତୁଷ୍ଟ କରିଦେଇଥାଆନ୍ତି ଏବଂ ଯେଉଁମାନେ ଏହି ରହସ୍ୟକୁ
ଜାଣି ନ ଥାଆନ୍ତି ସେମାନେ କେତେବେଳେ ଅନ୍ୟକୁ ଅସନ୍ତୁଷ୍ଟ କରିଥାଆନ୍ତି ତ କେବେ ନିଜେ ଅସନ୍ତୁଷ୍ଟ
ହୋଇଯାଆନ୍ତି । ସେଥିପାଇଁ ସର୍ବଦା ସ୍ନେହୀ ହୋଇ ରହିବାର ରହସ୍ୟକୁ ଜାଣି ରାଜଯୁକ୍ତ ହୁଅ ।
ସ୍ଲୋଗାନ:-
ଯେଉଁମାନେ
ନିମିତ୍ତ ଅଟନ୍ତି, ସେମାନେ ଦାୟିତ୍ୱ ଗୁଡିକୁ ତୁଲାଉଥିଲେ ମଧ୍ୟ ସର୍ବଦା ହାଲୁକା ରହିଥାଆନ୍ତି ।
ଅବ୍ୟକ୍ତ ଈଶାରା:- ଏବେ
ନିଜର ଦାତା ସ୍ୱରୂପକୁ ପ୍ରତ୍ୟକ୍ଷ କର ।
ଯେପରି ବାପଦାଦା ସର୍ବଦା
ବଡ ଦିଲବାଲା ବା ବିଶାଳ ହୃଦୟବାଲା ଅଟନ୍ତି, ସେଥିପାଇଁ ସମସ୍ତଙ୍କର ଦିଲ୍କୁ ଆରାମ ଦେଉଥିବା
ଦିଲାରାମ ଅଟନ୍ତି, ସେହିପରି ତୁମେ ପିଲାମାନେ ମଧ୍ୟ ବେହଦର ଦିଲ୍, ଉଦାରଦିଲ୍, ଦାତାପଣିଆର ଦିଲ୍ବାଲା,
ସର୍ବଦା ନିଜର ଦିଲ୍ ଖୁସ୍ ସ୍ଥିତି ଦ୍ୱାରା ଦୁନିଆକୁ ଖୁସି କରୁଥିବା ସୌଭାଗ୍ୟଶାଳୀ ଆତ୍ମା ଅଟ ।
ତେବେ ତୁମେ ଶ୍ରେଷ୍ଠ ଆତ୍ମାମାନେ ହିଁ ଦୁନିଆର ଆଧାର ମୂରତ ଅଟ । ଯେତେବେଳେ ତୁମେମାନେ ଜାଗ୍ରତ
ହୋଇ ଜାଗ୍ରତ ଜ୍ୟୋତି ହୋଇଯାଉଛ ସେତେବେଳେ ଦୁନିଆର ଲୋକମାନେ ମଧ୍ୟ ଜାଗ୍ରତ ହୋଇଯାଉଛନ୍ତି ।
ତୁମମାନଙ୍କର ଉତ୍ଥାନ ହେବା ଦ୍ୱାରା ସମସ୍ତଙ୍କର କଲ୍ୟାଣ ହୋଇଯାଉଛି ।