12.10.26 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:-
ତୁମେମାନେ ବହୁତ ଉଚ୍ଚ ଜାତିର ଅଟ, ତୁମକୁ ବ୍ରାହ୍ମଣରୁ ଦେବତା ହେବାକୁ ପଡିବ, ସେଥିପାଇଁ ତୁମକୁ
ବିକାରୀ ମନ୍ଦ ଅଭ୍ୟାସ ଗୁଡିକୁ ସମାପ୍ତ କରିବାକୁ ହେବ ।”
ପ୍ରଶ୍ନ:-
କେଉଁ କଥାର
ସମ୍ବନ୍ଧ ଏହି ପାଠପଢା ସହିତ ନାହିଁ?
ଉତ୍ତର:-
ପୋଷାକ ଆଦିର ସମ୍ବନ୍ଧ ଏହି ପାଠପଢା ସହିତ ନାହିଁ, ଏଥିରେ ପୋଷାକ ଆଦି ପରିବର୍ତ୍ତନ କରିବାର କୌଣସି
କଥା ନାହିଁ । ବାବା ତ ଆତ୍ମାମାନଙ୍କୁ ପାଠ ପଢାଉଛନ୍ତି । ଆତ୍ମା ଜାଣିଛି ଯେ ଏହା ପୁରୁଣା ପତିତ
ଶରୀର ଅଟେ, ଏହାକୁ କିଭଳି ବି ସାଧାରଣ ପୋଷାକ ପିନ୍ଧାଇ ଦିଅ, ସେଥିରେ କୌଣସି ଆପତ୍ତି ନାହିଁ ।
ଏଠାରେ ଶରୀର ଏବଂ ଆତ୍ମା ଉଭୟ କଳା ହୋଇଯାଇଛି । ବାବା କଳା (ଶ୍ୟାମଳ)କୁ ହିଁ ଗୋରା କରୁଛନ୍ତି ।
ଓମ୍ ଶାନ୍ତି ।
ରୁହାନୀ
ବାବାଙ୍କ ସମ୍ମୁଖରେ ରୁହାନୀ ପାଠଶାଳାରେ, ରୁହାନୀ ପିଲାମାନେ ବସିଛନ୍ତି । ଏହା ଭୌତିକ ପାଠଶାଳା
ନୁହେଁ । ରୁହାନୀ ପାଠଶାଳାରେ ରୁହାନୀ ବାବା ବସି ରୁହାନୀ (ଆତ୍ମିକ) ପିଲାମାନଙ୍କୁ ରାଜଯୋଗ
ଶିଖାଉଛନ୍ତି । ତୁମେ ସନ୍ତାନମାନେ ଜାଣିଛ ଯେ ଆମେ ପୁଣି ଥରେ ନରରୁ ନାରାୟଣ ଅଥବା ଦେବୀ-ଦେବତା
ପଦ ପ୍ରାପ୍ତ କରିବା ପାଇଁ ରୁହାନୀ ବାବାଙ୍କ ପାଖରେ ବସିଛୁ । ଏହା ହେଉଛି ନୂଆ କଥା । ଏକଥା ବି
ତୁମେମାନେ ଜାଣିଛ ଯେ ସତ୍ୟଯୁଗରେ ଲକ୍ଷ୍ମୀ-ନାରାୟଣଙ୍କର ରାଜ୍ୟ ଥିଲା, ସେମାନେ ଦ୍ୱିମୁକୁଟଧାରୀ
ଥିଲେ । ଲାଇଟ୍ର ମୁକୁଟ ଏବଂ ରତ୍ନଜଡିତ ମୁକୁଟ ଉଭୟ ଥିଲା । ପ୍ରଥମେ-ପ୍ରଥମେ ହୋଇଥାଏ ଲାଇଟ୍ର
ମୁକୁଟ, ଯେଉଁମାନେ ଆସିକରି ଯାଇଛନ୍ତି ତାଙ୍କ ପାଇଁ ଧଳାରଙ୍ଗର ଲାଇଟ୍ର ଆଭାମଣ୍ଡଳ ଦର୍ଶାଯାଇଥାଏ
। ଏହା ହେଉଛି ପବିତ୍ରତାର ଚିହ୍ନ । ଅପବିତ୍ର ଆତ୍ମା ପାଇଁ କେବେ ବି ଆଭାମଣ୍ଡଳ ଦର୍ଶାଇବେ ନାହିଁ
। ଯଦି ତୁମର ଫଟୋଚିତ୍ର ବାହାର କରିବା ତେବେ ସେଥିରେ ଆଭାମଣ୍ଡଳ ଦିଆଯାଇ ପାରିବ ନାହିଁ । ଏହି
ଆଭାମଣ୍ଡଳ ପବିତ୍ରତାର ଚିହ୍ନ ପାଇଁ ଦେଇଥାନ୍ତି । ଲାଇଟ୍ ଅର୍ଥାତ୍ ଆଲୋକ ଏବଂ ଡାର୍କ ଅର୍ଥାତ୍
ଅନ୍ଧାର । ବ୍ରହ୍ମାଙ୍କର ଦିନ ହେଉଛି ଆଲୋକ, ବ୍ରହ୍ମାଙ୍କର ରାତି ହେଲା ଅନ୍ଧାର । ଅନ୍ଧାର
ଅର୍ଥାତ୍ ତାଙ୍କ ମସ୍ତକରେ ଆଭାମଣ୍ଡଳ ନ ଥାଏ । ତୁମେମାନେ ଜାଣିଛ - ବାବା ହିଁ ଆସି, ଏତେ ସବୁ
ଆତ୍ମାମାନେ ଯିଏକି ପତିତ ଅର୍ଥାତ୍ କଳା ହିଁ କଳା ହୋଇଯାଇଛନ୍ତି, ସେମାନଙ୍କୁ ପବିତ୍ର କରୁଛନ୍ତି
। ଏବେ ତ ପବିତ୍ର ରାଜଧାନୀ ହିଁ ନାହିଁ । ସତ୍ୟଯୁଗରେ ଯେପରି ରାଜରାଣୀ ସେହିପରି ପ୍ରଜା, ସମସ୍ତେ
ପବିତ୍ର ଥିଲେ । ସେଠାରେ ଏହି ଲକ୍ଷ୍ମୀ-ନାରାୟଣଙ୍କର ରାଜ୍ୟ ଥିଲା । ଏହି ଚିତ୍ର ଉପରେ ତୁମ
ପିଲାମାନଙ୍କୁ ବହୁତ ଭଲ ଭାବରେ ବୁଝାଇବାକୁ ହେବ । ଏହା ହେଉଛି ତୁମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ।
ବୁଝାଇବା ପାଇଁ ଆହୁରି ବି ଭଲ ଭଲ ଚିତ୍ର ସବୁ ରହିଛି ସେଥିପାଇଁ ଏତେ ଚିତ୍ର ସବୁ ରଖାଯାଇଥାଏ ।
ମନୁଷ୍ୟମାନେ ତୁରନ୍ତ ବୁଝିପାରୁ ନାହାଁନ୍ତି ଯେ ଆମେମାନେ ଏହି ୟାଦର ଯାତ୍ରା ଦ୍ୱାରା
ତମୋପ୍ରଧାନରୁ ସତ୍ୱପ୍ରଧାନ ହେବୁ, ପୁଣି ମୁକ୍ତି ଅଥବା ଜୀବନମୁକ୍ତିକୁ ଚାଲିଯିବୁ । ଦୁନିଆରେ
କେହି ଜାଣିନାହାଁନ୍ତି ଯେ ଜୀବନମୁକ୍ତି କାହାକୁ କୁହାଯାଉଛି । ଲକ୍ଷ୍ମୀ-ନାରାୟଣଙ୍କର ରାଜ୍ୟ କେବେ
ଥିଲା - ଏକଥା ବି କେହି ଜାଣିନାହାଁନ୍ତି । ଏବେ ତୁମେମାନେ ଜାଣୁଛ ଯେ ଆମେ ବାବାଙ୍କଠାରୁ
ପବିତ୍ରତାର ଦୈବୀ ସ୍ୱରାଜ୍ୟ ନେଉଛୁ । ଚିତ୍ର ଗୁଡିକ ଉପରେ ତୁମେ ଭଲ ଭାବରେ ବୁଝାଇପାରିବ ।
ଭାରତରେ ହିଁ ଦ୍ୱିମୁକୁଟଧାରୀ ଦେବତାମାନଙ୍କର ପୂଜା କରିଥା’ନ୍ତି । ଏପରି ଚିତ୍ର ମଧ୍ୟ ସିଢିରେ
ରହିଛି । ରତ୍ନଜଡିତ ମୁକୁଟ ଅଛି କିନ୍ତୁ ଲାଇଟ୍ର ମୁକୁଟ ନାହିଁ । ପବିତ୍ର ଆତ୍ମାମାନଙ୍କର ହିଁ
ପୂଜା ହୋଇଥାଏ । ଲାଇଟ୍ ହେଉଛି ପବିତ୍ରତାର ଚିହ୍ନ । ବାକି ଏପରି ନୁହେଁ ଯେ କୌଣସି ସିଂହାସନ ଉପରେ
ବସିବା ଦ୍ୱାରା ହିଁ ପବିତ୍ରତାର ଲାଇଟ୍ ବାହାରିଥାଏ । ନା, ଏହା ପବିତ୍ରତାର ଚିହ୍ନ ଅଟେ । ତୁମେ
ବର୍ତ୍ତମାନ ପୁରୁଷାର୍ଥୀ ଅଟ, ସେଥିପାଇଁ ତୁମ ମସ୍ତକରେ ପବିତ୍ରତାର ଆଭାମଣ୍ଡଳ ଦିଆଯାଇପାରିବ ନାହିଁ
। ଦେବୀ-ଦେବତାମାନଙ୍କର ଆତ୍ମା ଏବଂ ଶରୀର ଉଭୟ ପବିତ୍ର ଅଟେ । ଏଠାରେ ତ କାହାର ପବିତ୍ର ଶରୀର
ହିଁ ନାହିଁ ସେଥିପାଇଁ ପବିତ୍ରତାର ଆଭାମଣ୍ଡଳ ଦିଆଯାଇପାରିବ ନାହିଁ । ତୁମମାନଙ୍କ ମଧ୍ୟରେ କେହି
କେହି ତ ପୂରା ପବିତ୍ର ରହିଥାନ୍ତି । କେହି ପୁଣି ଅଧା ପବିତ୍ର ରହିଥାନ୍ତି । ଯଦି ମାୟାର ତୋଫାନ
ବହୁତ ଆସୁଛି ତେବେ ତାକୁ ଅଧା ପବିତ୍ର ବୋଲି କହିବା । କେହି କେହି ତ ଏକଦମ୍ ପତିତ ହୋଇଯାଉଛନ୍ତି
। ନିଜେ ବି ବୁଝୁଛନ୍ତି ଯେ ମୁଁ ପତିତ ହୋଇଯାଇଛି । ଆତ୍ମା ହିଁ ପତିତ ହୋଇଥାଏ, ସେଥିପାଇଁ ତାକୁ
ପବିତ୍ରତାର ଲାଇଟ୍ ଦିଆଯାଇପାରିବ ନାହିଁ ।
ତୁମ ପିଲାମାନଙ୍କୁ ଏକଥା ଭୁଲିଯିବା ଉଚିତ୍ ନୁହେଁ ଯେ ଆମେ ଉଚ୍ଚରୁ ଉଚ୍ଚ ବାବାଙ୍କର ସନ୍ତାନ ଅଟୁ,
ତେବେ କେତେ ରାଜକୀୟତା ରହିବା ଦରକାର । ଧରିନିଅ କେହି ମେହନ୍ତର ଅଟନ୍ତି, ଯଦି ସିଏ ଏମ୍.ଏଲ୍.ଏ
ବା ଏମ୍.ପି. ହୋଇଯାଆନ୍ତି ଅଥବା ପାଠପଢି କୌଣସି ଉଚ୍ଚ ପଦ ପାଇଯାଇଥାନ୍ତି, ତେବେ ସିଏ ଟିପ୍ଟପ୍
ହୋଇ ରହିଥାଆନ୍ତି । ଏହିପରି ବହୁତ ହୋଇଛନ୍ତି । ଯଦିଓ ସେ ସେହି ଜାତିର ଥାଆନ୍ତି - କିନ୍ତୁ ପଦବୀ
ମିଳିବା ଦ୍ୱାରା ନିଶା ଚଢିଯାଇଥାଏ । ପୁଣି ପୋଷାକ ଆଦି ମଧ୍ୟ ସେହିଭଳି ହିଁ ପିନ୍ଧିଥାନ୍ତି ।
ସେହିପରି ଏବେ ତୁମେମାନେ ମଧ୍ୟ ପାଠ ପଢୁଛ, ପତିତରୁ ପବିତ୍ର ହେବା ପାଇଁ । ସେମାନେ ମଧ୍ୟ ପାଠପଢି
ଡାକ୍ତର, ବାରିଷ୍ଟର ଆଦି ହୋଇଥାନ୍ତି । କିନ୍ତୁ ସେମାନେ ପତିତ ତ ଅଟନ୍ତି ନା କାହିଁକି ନା
ସେମାନଙ୍କର ପାଠପଢା କୌଣସି ପବିତ୍ର ହେବା ପାଇଁ ନୁହେଁ । ତୁମେମାନେ ତ ଜାଣିଛ ଯେ ଆମେ ଭବିଷ୍ୟତରେ
ପବିତ୍ର ଦେବୀ-ଦେବତା ହେବୁ, ତେଣୁ ଆମର ଏହି ଶୁଦ୍ରପଣର ଅଭ୍ୟାସ ପରିବର୍ତ୍ତିତ ହୋଇଯିବ । ତୁମ
ଭିତରେ ଏହି ନିଶା ରହିବା ଦରକାର ଯେ ଆମକୁ ପରମପିତା ପରମାତ୍ମା ଦ୍ୱି-ମୁକୁଟଧାରୀ କରୁଛନ୍ତି । ଆମେ
ଶୂଦ୍ରରୁ ବ୍ରାହ୍ମଣ ହେଉଛୁ ପୁଣି ଦେବତା ହେବୁ ତେଣୁ ସେହି ଖରାପ ବିକାରୀ ଅଭ୍ୟାସଗୁଡିକ ସମାପ୍ତ
ହୋଇଯାଏ । ଆସୁରୀ ଜିନିଷ ସବୁ ଛାଡିବାକୁ ପଡିବ । ଯଦି ମେହନ୍ତରରୁ ଏମ୍.ପି. ହୋଇଯାଆନ୍ତି, ତେବେ
ତାଙ୍କର ଚାଲି-ଚଳନ ଘର ଆଦି ସବୁ ଫାଷ୍ଟକ୍ଲାସ ହୋଇଯାଇଥାଏ । ସେମାନଙ୍କର ତ ଏହି ସମୟ ପାଇଁ ।
ତୁମେମାନେ ତ ଜାଣିଛ ଯେ ଆମେ ଭବିଷ୍ୟତରେ କ’ଣ ହେବୁ । ନିଜ ସହିତ ଏହିପରି କଥା ସବୁ ହେବା ଉଚିତ୍
। ଆମେମାନେ କ’ଣ ଥିଲୁ, ଏବେ କ’ଣ ହୋଇଯାଇଛୁ । ତୁମେ ମଧ୍ୟ ଶୁଦ୍ର ଜାତିର ଥିଲ, ଏବେ ବିଶ୍ୱର
ମାଲିକ ହେଉଛ । ଯେତେବେଳେ କେହି ଉଚ୍ଚପଦ ପାଇଥାନ୍ତି ତେବେ ତାଙ୍କର ପୁଣି ସେହି ପଦର ନିଶା
ରହିଥାଏ । ତେବେ ତୁମେମାନେ ମଧ୍ୟ କ’ଣ ଥିଲ? ବିକାରୀ ବା ପତିତ ଥିଲ । ଏବେ ତୁମକୁ ଭଗବାନ
ପାଠପଢାଇ ବେହଦର ମାଲିକ କରୁଛନ୍ତି । ଏକଥା ବି ତୁମେମାନେ ବୁଝୁଛ ଯେ ପରମପିତା ପରମାତ୍ମା
ନିଶ୍ଚିତ ଏହିଠାକୁ ହିଁ ଆସି ରାଜଯୋଗ ଶିଖାଇବେ । ମୂଳବତନ ଅଥବା ସୂକ୍ଷ୍ମବତନରେ ତ ଶିଖାଇବେ ନାହିଁ
। ତୁମେ ସମସ୍ତେ ଦୂରଦେଶରେ ରହିଲାବାଲା ଆତ୍ମା ଅଟ, ଏଠାକୁ ଆସି ଅଭିନୟ କରୁଛ । ତୁମକୁ ୮୪ ଜନ୍ମର
ଅଭିନୟ କରିବାକୁ ହିଁ ହେବ । ଦୁନିଆରେ ତ ୮୪ ଲକ୍ଷ ଯୋନି ବୋଲି କହିଦେଉଛନ୍ତି । ସେମାନେ କେତେ
ଘୋର ଅନ୍ଧକାରରେ ଅଛନ୍ତି । ଏବେ ତୁମେମାନେ ବୁଝୁଛ - ୫ ହଜାର ପୂର୍ବରୁ ଆମେମାନେ ଦେବୀ-ଦେବତା
ଥିଲୁ । ବର୍ତ୍ତମାନ ତ ପତିତ ହୋଇଯାଇଛୁ । ଗାୟନ ମଧ୍ୟ କରୁଛନ୍ତି ହେ ପତିତ-ପାବନ ଆସ, ଆମକୁ ପାବନ
କର । କିନ୍ତୁ କିଛି ବୁଝୁନାହାଁନ୍ତି । ଏବେ ବାବା ସ୍ୱୟଂ ପବିତ୍ର କରିବାକୁ ଆସିଛନ୍ତି । ବାବା
ଆମକୁ ରାଜଯୋଗ ଶିଖାଉଛନ୍ତି । ପାଠପଢା ବିନା କେହି ଉଚ୍ଚପଦ ପାଇପାରିବେ ନାହିଁ । ତୁମେମାନେ
ଜାଣିଛ ଯେ ବାବା ଆମକୁ ପାଠ ପଢାଇ ନରରୁ ନାରାୟଣ କରୁଛନ୍ତି । ତୁମମାନଙ୍କର ଲକ୍ଷ୍ୟ ଓ ଉଦ୍ଦେଶ୍ୟ
ସମ୍ମୁଖରେ ରହିଛି । ପ୍ରଜା ପଦ ପାଇବା କୌଣସି ଲକ୍ଷ୍ୟ ଉଦ୍ଦେଶ୍ୟ ନୁହେଁ । ଲକ୍ଷ୍ମୀ-ନାରାୟଣଙ୍କର
ଚିତ୍ର ମଧ୍ୟ ରହିଛି । ଏହିପରି ଚିତ୍ର କେଉଁଠାରେ ରଖି କ’ଣ ପାଠ ପଢାଉଥିବେ? ତୁମମାନଙ୍କ ବୁଦ୍ଧିରେ
ସମସ୍ତ ଜ୍ଞାନ ରହିଛି । ଆମେମାନେ ୮୪ ଜନ୍ମ ନେଇ ପତିତ ହୋଇଯାଇଛୁ । ସିଢିର ଚିତ୍ର ବହୁତ ଭଲ । ଏହା
ପତିତ ଦୁନିଆ ଅଟେ ନା, ଏଥିରେ ସାଧୁ-ସନ୍ଥ ସମସ୍ତେ ଆସିଯାଉଛନ୍ତି । ସେମାନେ ନିଜେ ବି ଗାୟନ
କରୁଛନ୍ତି ଯେ ହେ ପତିତ-ପାବନ ଆସ । ପତିତ ଦୁନିଆକୁ ପବିତ୍ର ଦୁନିଆ କୁହାଯିବ ନାହିଁ । ନୂଆ
ଦୁନିଆ ହେଉଛି ପବିତ୍ର ଦୁନିଆ । ପୁରୁଣା ପତିତ ଦୁନିଆରେ କେହି ପବିତ୍ର ରହିପାରିବେ ନାହିଁ । ତେଣୁ
ତୁମମାନଙ୍କର କେତେ ନିଶା ରହିବା ଦରକାର । ଆମେ ଈଶ୍ୱର ପିତାଙ୍କର ଛାତ୍ର ଅଟୁ, ଈଶ୍ୱର ଆମକୁ ପାଠ
ପଢାଉଛନ୍ତି । ଗରୀବମାନଙ୍କୁ ହିଁ ବାବା ଆସି ପାଠ ପଢାଉଛନ୍ତି । ଗରୀବମାନଙ୍କର ପୋଷାକ ଆଦି ମଇଳା
ହୋଇଥାଏ ନା । ତୁମର ଆତ୍ମା ତ ପାଠ ପଢୁଛି ନା । ଆତ୍ମା ଜାଣିଛି ଯେ ଏହା ପୁରୁଣା ଶରୀର ଅଟେ ।
ଏହାକୁ ତ ଯେପରି ବି ହାଲୁକା ପୋଷାକ ପିନ୍ଧାଇ ଦିଅ କୌଣସି ଆପତ୍ତି ନାହିଁ । ଏଥିରେ କୌଣସି ପୋଷାକ
ଆଦି ବଦଳାଇବାର ଅଥବା ଆକର୍ଷିତ କରିବାର କଥା ନାହିଁ । ପୋଷାକ ସହିତ କୌଣସି ସମ୍ପର୍କ ହିଁ ନାହିଁ
। ବାବା ତ ଆତ୍ମାମାନଙ୍କୁ ପାଠ ପଢାଉଛନ୍ତି । ଏହି ଶରୀର ତ ପତିତ ଅଟେ, ଏହା ଉପରେ ଯେତେ ବି ଭଲ
ପୋଷାକ ପିନ୍ଧ କିନ୍ତୁ ଆତ୍ମା ଏବଂ ଶରୀର ତ ପତିତ ଅଟେ ନା । କୃଷ୍ଣଙ୍କୁ ଶ୍ୟାମଳ ବର୍ଣ୍ଣ
ଦେଖାନ୍ତି ନା । ତାଙ୍କର ଆତ୍ମା ଏବଂ ଶରୀର ଉଭୟ କଳା ଥିଲା । କୃଷ୍ଣ ଗାଉଁଲି ପିଲା ଥିଲେ, ତୁମେ
ସବୁ ବି ଗାଁର ପିଲା ଥିଲ । ଦୁନିଆରେ ସବୁ ମନୁଷ୍ୟ ନିର୍ଦ୍ଧନ ବା ମୁରବୀ ଶୁନ୍ୟ ହୋଇଯାଇଛନ୍ତି ।
ସେମାନେ ବାବାଙ୍କୁ ଜାଣି ହିଁ ନାହାଁନ୍ତି । ହଦର ପିତା ତ ସମସ୍ତଙ୍କର ଅଛନ୍ତି । ବେହଦର ପିତା
ତୁମ ବ୍ରାହ୍ମଣମାନଙ୍କୁ ହିଁ ମିଳିଛନ୍ତି । ଏବେ ବେହଦର ବାବା ତୁମକୁ ରାଜଯୋଗ ଶିଖାଉଛନ୍ତି ।
ଭକ୍ତି ଏବଂ ଜ୍ଞାନ । ଭକ୍ତିର ଅନ୍ତ ହେଲେ ବାବା ଆସି ଜ୍ଞାନ ଦେବେ । ବର୍ତ୍ତମାନ ହେଉଛି ଅନ୍ତ
ସମୟ । ସତ୍ୟଯୁଗରେ ଭକ୍ତି ଆଦି କିଛି ବି ହୁଏ ନାହିଁ । ବର୍ତ୍ତମାନ ପୁରୁଣା ଦୁନିଆର ବିନାଶ ସମୟ
ଆସି ପହଞ୍ଚିଛି । ପବିତ୍ର ଦୁନିଆକୁ ସ୍ୱର୍ଗ କୁହାଯାଏ । ଚିତ୍ରରେ କେତେ ସ୍ପଷ୍ଟ ଭାବରେ ବୁଝାଇ
ଦିଆଯାଇଛି । ରାଧାକୃଷ୍ଣ ହିଁ ପୁଣି ଲକ୍ଷ୍ମୀ-ନାରାୟଣ ହେଉଛନ୍ତି । ଏକଥା ମଧ୍ୟ କାହାକୁ ଜଣା ନାହିଁ
। ତୁମେ ଜାଣିଛ ଦୁହେଁ ଅଲଗା ଅଲଗା ରାଜଧାନୀର ଥିଲେ । ତୁମେ ସ୍ୱର୍ଗର ସ୍ୱୟମ୍ବର ମଧ୍ୟ ଦେଖିଛ ।
ପାକିସ୍ତାନରେ ତୁମ ପିଲାମାନଙ୍କୁ ଖୁସିରେ ରଖିବା ପାଇଁ ସବୁ ପ୍ରକାରର ସାଜସଜ୍ଜା ସଙ୍ଗୀତର
ବ୍ୟବସ୍ଥା କରାଯାଇଥିଲା । ତୁମକୁ ସବୁ ପ୍ରକାରର ସାକ୍ଷାତ୍କାର ହେଉଥିଲା ।
ଏବେ ତୁମେ ଜାଣୁଛ - ଆମେ ରାଜଯୋଗ ଶିଖୁଛୁ, ଏହା ଭୁଲିଯିବା ଉଚିତ୍ ନୁହେଁ । ଭଲେ ରୋଷେଇ କାମ
କରୁଛନ୍ତି, ଅଥବା ବାସନ ମାଜୁଛନ୍ତି, କିନ୍ତୁ ସମସ୍ତଙ୍କ ଆତ୍ମା ତ ପଢୁଛି ନା । ଏଠାରେ ସମସ୍ତେ
ଆସି ବସୁଛନ୍ତି, ସେଥିପାଇଁ ବଡ ବଡ ଲୋକମାନେ ଆସୁ ନାହାଁନ୍ତି - ଭାବୁଛନ୍ତି ଏଠାରେ ତ ସମସ୍ତେ
ଗରୀବ ଅଟନ୍ତି, ତେଣୁ ଲଜ୍ଜା ଆସୁଛି । ବାବା ତ ହେଉଛନ୍ତି ଦରିଦ୍ର ନାରାୟଣ । କେଉଁଠି କେଉଁଠି
ସେଣ୍ଟରମାନଙ୍କୁ ମେହେନ୍ତରମାନେ ମଧ୍ୟ ଆସୁଛନ୍ତି । କେଉଁଠାରେ ମୁସଲମାନ ମଧ୍ୟ ଆସୁଛନ୍ତି । ବାବା
କହୁଛନ୍ତି - ଦେହର ସବୁ ଧର୍ମକୁ ଛାଡ । ମୁଁ ଗୁଜୁରାଟି, ମୁଁ ଅମୁକ - ଏ ସବୁ ହେଲା ଦେହ-ଅଭିମାନ
। ଏଠାରେ ଆତ୍ମାମାନଙ୍କୁ ପରମାତ୍ମା ପଢାଉଛନ୍ତି । ବାବା କହୁଛନ୍ତି - ମୁଁ ମଧ୍ୟ ସାଧାରଣ ଶରୀରରେ
ଆସିଛି । ତେଣୁ ସାଧାରଣ ପାଖକୁ ସାଧାରଣ ବ୍ୟକ୍ତି ହିଁ ଆସିବେ । ଲୋକମାନେ ତ ଭାବୁଛନ୍ତି ଇଏ
ବ୍ରହ୍ମା ତ ହୀରା ବ୍ୟବସାୟୀ ଥିଲେ । ବାବା ନିଜେ ମନେ ପକାଇ ଦେଉଛନ୍ତି ଯେ କଳ୍ପ ପୂର୍ବରୁ ମଧ୍ୟ
ମୁଁ କହିଥିଲି କି ମୁଁ ସାଧାରଣ ବୃଦ୍ଧ ଶରୀରରେ ଆସେ । ବହୁତ ଜନ୍ମର ଶେଷ ଜନ୍ମରେ ମୁଁ ଆସି
ପ୍ରବେଶ କରେ । ଏମାନଙ୍କୁ କହୁଛନ୍ତି ଯେ ତୁମେ ନିଜର ଜନ୍ମକୁ ଜାଣି ନାହଁ । କେବଳ ଜଣେ ଅର୍ଜୁନକୁ
ତ ଘୋଡାଗାଡିର ରଥ ଉପରେ ବସି ଜ୍ଞାନ ଦେଇ ନାହାଁନ୍ତି ନା, ତାକୁ ପାଠଶାଳା କୁହାଯିବ ନାହିଁ । ନା
ଯୁଦ୍ଧକ୍ଷେତ୍ର, ନା ପାଠପଢା ଅଟେ । ପିଲାମାନଙ୍କୁ ପାଠପଢା ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦେବା
ଦରକାର । ଆମକୁ ସମ୍ପୂର୍ଣ୍ଣ ଭାବେ ପାଠପଢି ଦ୍ୱିମୁକୁଟଧାରୀ ହେବାକୁ ହେବ । ଏବେ ତ କୌଣସି ମୁକୁଟ
ନାହିଁ । ଭବିଷ୍ୟତରେ ଦ୍ୱିମୁକୁଧାରୀ ହେବାକୁ ହେବ । ଦ୍ୱାପରରୁ ଲାଇଟ୍ ଅର୍ଥାତ୍ ପବିତ୍ରତା
ଚାଲିଯାଉଥିବାରୁ କେବଳ ଗୋଟିଏ ମୁକୁଟ ରହିଯାଏ । ଏକ ମୁକୁଟଧାରୀ ଦ୍ୱିମୁକୁଟଧାରୀ ମାନଙ୍କୁ ପୂଜା
କରିଥା’ନ୍ତି । ଏହି ଚିହ୍ନ ମଧ୍ୟ ନିଶ୍ଚିତ ରହିବା ଦରକାର । ବାବା ଚିତ୍ର ପାଇଁ ନିର୍ଦ୍ଦେଶ
ଦେଉଛନ୍ତି, ତେଣୁ ଚିତ୍ର ତିଆରିରେ ଲାଗିଥିବା ଚିତ୍ରକାର ମାନଙ୍କୁ ତ ମୁରଲୀ ଉପରେ ବହୁତ ଧ୍ୟାନ
ଦେବାକୁ ପଡିବ । ଚିତ୍ର ଦେଖାଇ କାହାକୁ ବୁଝାଇବା ବହୁତ ସହଜ ହୋଇଥାଏ । ଯେପରି କଲେଜରେ ନକ୍ସା ବା
ମାନଚିତ୍ର ଦେଖାଇ ଦେଲେ ବୁଦ୍ଧିରେ ଆସିଯାଇଥାଏ । ୟୁରୋପ୍ ସେପଟରେ ରହିଛି, ଆୟଲାଣ୍ଡ ରହିଛି,
ଲଣ୍ଡନ ଏପଟେ ରହିଛି । ନକ୍ସା ଦେଖି ନ ଥିଲେ ତାଙ୍କୁ କ’ଣ ଜଣାପଡିବ ୟୁରୋପ କେଉଁଠାରେ ଅଛି ।
ନକ୍ସା ଦେଖିଲେ ଶୀଘ୍ର ବୁଦ୍ଧିରେ ଆସିଯିବ । ଏବେ ତୁମେମାନେ ଜାଣୁଛ ଉପରେ ପୂଜ୍ୟ ଦ୍ୱିମୁକୁଟଧାରୀ
ଦେବୀ-ଦେବତାମାନେ ରହିଛନ୍ତି । ପୁଣି ତଳକୁ ଆସିଲେ ପୂଜାରୀ ହୋଇଯାଉଛନ୍ତି । ସିଢି ତଳକୁ
ଓହ୍ଲାଉଛନ୍ତି ନା । ଏହି ସିଢି ତ ବହୁତ ସହଜ । ଯାହାକୁ କେହି ବି ବୁଝିପାରିବେ । କିନ୍ତୁ କାହା
କାହାର ବୁଦ୍ଧିରେ ପଶୁ ହିଁ ନାହିଁ । ତାଙ୍କର ଭାଗ୍ୟ ହିଁ ଏହିପରି । ସ୍କୁଲରେ ପାସ୍ ଫେଲ୍ ତ ହୋଇ
ଥାଆନ୍ତି । ଭାଗ୍ୟରେ ନ ଥିଲେ ପୁରୁଷାର୍ଥ ମଧ୍ୟ ହୁଏ ନାହିଁ, ବେମାର ପଡିଯାଆନ୍ତି, ପାଠ
ପଢିପାରନ୍ତି ନାହିଁ । କେହି କେହି ତ ଭଲ ଭାବେ ପଢୁଛନ୍ତି । କିନ୍ତୁ ତାହା ହେଉଛି ଜିସ୍ମାନୀ
ଅର୍ଥାତ୍ ଲୌକିକ ପାଠପଢା, ଏହା ହେଉଛି ରୁହାନୀ ପାଠପଢା । ଏଥିପାଇଁ ସୁନାର ବୁଦ୍ଧି ଆବଶ୍ୟକ ।
ବାବା ଯିଏ ସୁନା ଭଳି ସର୍ବଦା ପବିତ୍ର, ତାଙ୍କୁ ମନେ ପକାଇଲେ ତୁମର ଆତ୍ମା ସୁନା ବା ସ୍ୱଚ୍ଛ
ହୋଇଯିବ । କୁହାଯାଏ ଇଏ ତ ଯେପରି ପଥରବୁଦ୍ଧି ଅଟନ୍ତି । ସ୍ୱର୍ଗରେ ଏପରି ଶବ୍ଦ କହିବେ ନାହିଁ ।
ତାହା ତ ସ୍ୱର୍ଗ ଥିଲା । ଏକଥା ଭୁଲିଯାଇଛନ୍ତି କି ଭାରତ ସ୍ୱର୍ଗ ଥିଲା । ଏ କଥା ପ୍ରଦର୍ଶନୀରେ
ବୁଝାଇପାରିବ, ପୁଣି ରିପିଟ୍ (ପୁନରାବୃତ୍ତି) ମଧ୍ୟ କରାଇପାରିବ । ପ୍ରୋଜେକ୍ଟଟରରେ ଏପରି
ହୋଇପାରିବ ନାହିଁ । ପ୍ରଥମେ-ପ୍ରଥମେ ତ ଏହି ତ୍ରିମୂର୍ତ୍ତୀ, ଲକ୍ଷ୍ମୀ-ନାରାୟଣ ଏବଂ ସିଢିର
ଚିତ୍ର ବହୁତ ଜରୁରୀ । ଏହି ଲକ୍ଷ୍ମୀ-ନାରାୟଣଙ୍କ ଚିତ୍ରରେ ସମସ୍ତ ୮୪ ଜନ୍ମର ଜ୍ଞାନ ଆସିଯାଉଛି ।
ପିଲାମାନଙ୍କର ସାରା ଦିନ ଏହି ଚିନ୍ତନ ଚାଲିବା ଦରକାର । ପ୍ରତ୍ୟେକ ସେଣ୍ଟରରେ ମୁଖ୍ୟ ଚିତ୍ର ତ
ନିଶ୍ଚିତ ରଖିବାକୁ ପଡିବ । ଚିତ୍ର ଗୁଡିକରୁ ବହୁତ ଭଲ ଭାବରେ ବୁଝିପାରିବେ । ବ୍ରହ୍ମାଙ୍କ ଦ୍ୱାରା
ଏହି ରାଜଧାନୀ ସ୍ଥାପନ ହେଉଛି । ଆମେ ହେଉଛୁ ପ୍ରଜାପିତା ବ୍ରହ୍ମାଙ୍କର ସନ୍ତାନ
ବ୍ରହ୍ମାକୁମାର-କୁମାରୀମାନେ । ଆଗରୁ ଆମେ ଶୁଦ୍ର ବର୍ଣ୍ଣର ଥିଲୁ ଏବେ ଆମେ ବ୍ରାହ୍ମଣ ବର୍ଣ୍ଣର
ହୋଇଛୁ ପୁଣି ଦେବତା ବର୍ଣ୍ଣର ହେବୁ । ଶିବବାବା ଆମକୁ ଶୂଦ୍ରରୁ ବ୍ରାହ୍ମଣ କରୁଛନ୍ତି । ଆମର
ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ମୁଖରେ ରହିଛି । ଏହି ଲକ୍ଷ୍ମୀ-ନାରାୟଣ ସ୍ୱର୍ଗର ମାଲିକ ଥିଲେ ପୁଣି ଏହି
ସିଢି କିପରି ଓହ୍ଲାଇଲେ । କ’ଣ ଥିଲୁ ପୁଣି କ’ଣ ହୋଇଯାଉଛୁ । ଏକଦମ୍ ଯେପରି ବୁଦ୍ଧୁ ହୋଇ
ଯାଉଛନ୍ତି । ଏହି ଲକ୍ଷ୍ମୀ-ନାରାୟଣ ଭାରତରେ ରାଜତ୍ୱ କରୁଥିଲେ । ଭାରତବାସୀମାନେ ଏକଥା ଜାଣିବା
ଦରକାର ନା । ପୁଣି କ’ଣ ହେଲା, କୁଆଡେ ଚାଲି ଗଲେ । କ’ଣ ଏମାନଙ୍କ ଉପରେ କେହି ବିଜୟ ପ୍ରାପ୍ତ
କରିଲା? ନା ସେମାନେ ଲଢେଇରେ କାହାକୁ ହରାଇଲେ? ନା କାହାକୁ ଜିତିଲେ, ନା ହାରିଲେ । ଏହା ତ ସବୁ
ମାୟାର କଥା ଅଟେ । ରାବଣ ରାଜ୍ୟ ଆରମ୍ଭ ହେଲା ଏବଂ ୫ ବିକାରର ଅଧିନ ହୋଇ ରାଜତ୍ୱ ହରାଇଲେ । ପୁଣି
୫ ବିକାର ଉପରେ ବିଜୟୀ ପ୍ରାପ୍ତ କରିବା ଦ୍ୱାରା ସେହିପରି ହେଉଛନ୍ତି । ବର୍ତ୍ତମାନ ରାବଣ ରାଜ୍ୟର
ଆକର୍ଷଣ ରହିଛି । ଆମେ ଗୁପ୍ତ ରୀତିରେ ନିଜର ରାଜଧାନୀ ସ୍ଥାପନ କରୁଛୁ । ତୁମେ କେତେ ସାଧାରଣ ଅଟ
। ପାଠ ପଢାଇଲାବାଲା ସର୍ବୋଚ୍ଚ ଅଟନ୍ତି ଏବଂ ନିରାକାର ବାବା ପତିତ ଶରୀରରେ ଆସି ପିଲାମାନଙ୍କୁ
ଏହିପରି ଲକ୍ଷ୍ମୀ-ନାରାୟଣ କରୁଛନ୍ତି । ବାବା ଦୂରଦେଶରୁ ପତିତ ଦୁନିଆ ପତିତ ଶରୀରକୁ ଆସୁଛନ୍ତି ।
ସିଏ ବି ନିଜକୁ ଲକ୍ଷ୍ମୀ-ନାରାୟଣ କରୁନାହାଁନ୍ତି, ତୁମ ସନ୍ତାନମାନଙ୍କୁ କରୁଛନ୍ତି । କିନ୍ତୁ
ତୁମେ ଲକ୍ଷ୍ମୀ-ନାରାୟଣ ହେବା ପାଇଁ ସଂପୂର୍ଣ୍ଣ ପୁରୁଷାର୍ଥ କରୁନାହଁ । ଦିନ-ରାତି ପଢିବାକୁ ହେବ
ଏବଂ ପଢାଇବାକୁ ହେବ । ବାବା ଦିନକୁ ଦିନ ବହୁତ ସହଜ ଯୁକ୍ତି ବୁଝାଇ ଚାଲିଛନ୍ତି । ବୁଝାଇବା ବେଳେ
ଲକ୍ଷ୍ମୀ- ନାରାୟଣଙ୍କଠାରୁ ହିଁ ଆରମ୍ଭ କରିବା ଦରକାର । ସେମାନେ ୮୪ ଜନ୍ମ କିପରି ନେଲେ । ପୁଣି
ଏହି ଅନ୍ତିମ ଜନ୍ମରେ ପାଠ ପଢୁଛନ୍ତି ପୁଣି ସେମାନଙ୍କର ବଂଶାବଳୀ ହେବ । କେତେ ବୁଝାଇବାର କଥା ଅଟେ
। ଚିତ୍ରଗୁଡିକ ପାଇଁ ବାବା ନିର୍ଦ୍ଦେଶ ଦେଉଛନ୍ତି । ଯଦି କୌଣସି ଚିତ୍ର ତିଆରି କଲ, ତେବେ
ତୁରନ୍ତ ବାବାଙ୍କ ପାଖକୁ ଦୌଡି ଆସିବା ଦରକାର । ବାବା ସଂଶୋଧନ୍ କରି ସବୁ ନିର୍ଦ୍ଦେଶ ଦେଇଦେବେ ।
ବାବା କହୁଛନ୍ତି ମୁଁ
ରାଜାମାନଙ୍କର ରାଜା ଅଟେ, ଭଣ୍ଡାର ସ୍ୱତଃ ଭରପୁର ହୋଇଯିବ । କୌଣସି କଥାର ଚିନ୍ତା ନାହିଁ । ଏତେ
ଢେର ପିଲାମାନେ ବସିଛନ୍ତି । ବାବା ଜାଣିଛନ୍ତି କାହା ଦ୍ୱାରା ହୁଣ୍ଡି ଭରାଯାଇ ପାରିବ ।
ବାବାଙ୍କର ବୁଦ୍ଧିରେ ଅଛି ଯେ ଜୟପୁରରେ କିଭଳି ସେବା ହେବ । ସେଠାରେ ହିଁ ହଠଯୋଗୀମାନଙ୍କର
ମିୟ୍ୟୁଜିୟମ ରହିଛି । ତୁମମାନଙ୍କର ପୁଣି ରାଜଯୋଗର ମିୟ୍ୟୁଜିୟମ୍ ଏପରି ଭଲ ଭାବରେ ତିଆରି ହେବା
ଦରକାର ଯାହା ଦ୍ୱାରା କେହି ବି ଆସି ଦେଖିବେ । ଆଚ୍ଛା—
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ ।
ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ପବିତ୍ର
ଜ୍ଞାନକୁ ବୁଦ୍ଧିରେ ଧାରଣ କରିବା ପାଇଁ ନିଜର ବୁଦ୍ଧି ରୂପକ ପାତ୍ରକୁ ସୁନାର ପାତ୍ର କରିବାକୁ
ହେବ । ଯୋଗ ଦ୍ୱାରା ହିଁ ବୁଦ୍ଧି ରୂପକ ପାତ୍ର ସୁନା ହୋଇପାରିବ ।
(୨) ବର୍ତ୍ତମାନ ଆମେ
ବ୍ରାହ୍ମଣ ହୋଇଛୁ ସେଥିପାଇଁ ଶୂଦ୍ର ପଣିଆର ସବୁ ପ୍ରକାର ଅଭ୍ୟାସକୁ ସମାପ୍ତ କରିଦେବାକୁ ହେବ ।
ବହୁତ ରାଜକୀୟତାରେ ରହିବାକୁ ହେବ । ଆମେ ବିଶ୍ୱର ମାଲିକ ହେବାକୁ ଯାଉଛୁ - ଏହି ନିଶାରେ ରହିବାକୁ
ହେବ ।
ବରଦାନ:-
ସଂଗମଯୁଗରେ
ଗୋଟିଏର ଶହେ ଗୁଣା ପ୍ରତ୍ୟକ୍ଷ ଫଳ ପ୍ରାପ୍ତ କରୁଥିବା ପଦମାପଦମ ଭାଗ୍ୟଶାଳୀ ଭବ ।
ସଂଗମଯୁଗ ହିଁ ଗୋଟିଏର
ଶହେ ଗୁଣା ପ୍ରତ୍ୟକ୍ଷ ଫଳ ପ୍ରଦାନ କରିଥାଏ, କେବଳ ଗୋଟିଏ ଥର ଯଦି ସଂକଳ୍ପ କରିବ ଯେ ମୁଁ
ବାବାଙ୍କର ଅଟେ, ମୁଁ ମାଷ୍ଟର ସର୍ବଶକ୍ତିମାନ ଅଟେ, ତେବେ ମାୟାଜିତ୍ ବିଜୟୀ ହେବାର ନିଶାର ଅନୁଭବ
ହେବ । ତେବେ ଶ୍ରେଷ୍ଠ ସଂକଳ୍ପ କରିବା ହିଁ ମଞ୍ଜି ପୋତିବା ଏବଂ ତା’ର ସବୁଠାରୁ ବଡ ଫଳ ହେଲା
ଯାହାକି ସ୍ୱୟଂ ପରମାତ୍ମା ପିତା ମଧ୍ୟ ସାକାର ମନୁଷ୍ୟ ଶରୀର ମାଧ୍ୟମରେ ମିଶିବା ପାଇଁ ଆସୁଛନ୍ତି,
କେବଳ ଏହି ଫଳ ଭିତରେ ହିଁ ସବୁ ଫଳ ଆସିଯାଉଛି ।
ସ୍ଲୋଗାନ:-
ସଚ୍ଚା
ବ୍ରାହ୍ମଣ ସେହିମାନେ ଅଟନ୍ତି ଯାହାଙ୍କର ଚେହେରା ଏବଂ ଚରିତ୍ର ଦ୍ୱାରା ପବିତ୍ରତାର ବ୍ୟକ୍ତିତ୍ୱର
ବା ରାଜକୀୟତାର ଅନୁଭବ ହେଉଥିବ ।
ଅବ୍ୟକ୍ତ ଈଶାରା:-
ପରୋପକାରର ଭାବନାରେ ସମ୍ପନ୍ନ ହୋଇ ଅପକାରୀର ମଧ୍ୟ ଉପକାର କର ।
ବର୍ତ୍ତମାନ ସମୟରେ ଅନେକ
ଆତ୍ମାଙ୍କ ଭିତରେ ସ୍ୱ ଉପକାର କରିବାର ଇଚ୍ଛା ରହିଛି କିନ୍ତୁ ସାହାସ ଏବଂ ଶକ୍ତି ନାହିଁ । ଏହିଭଳି
ନିର୍ବଳ ଆତ୍ମାମାନଙ୍କର ଉପକାର କରିବାର ନିମିତ୍ତ ତୁମେ ପରୋପକାରୀ ପିଲାମାନେ ହିଁ ଅଟ । ତେବେ
କାହାର ଉପକାର ମଧ୍ୟ ସଚ୍ଚା ଦିଲ୍ ଆଧାରରେ ହୋଇଥାଏ । ତେଣୁ ଯଦି ବିଶ୍ୱରାଜ୍ୟ ଅଧିକାରୀ ହେବାକୁ
ଚାହୁଁଛ, ତେବେ ସ୍ୱ-ଉପକାରୀ ହେବା ସହିତ ପର-ଉପକାରୀ ହୁଅ ।