13.01.26 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:-
ବାବାଙ୍କ ଶ୍ରୀମତକୁ ସମ୍ମାନ ଦେବା ଅର୍ଥ କେବେ ବି ମୁରଲୀ ଶୁଣିବା ବନ୍ଦ ନ କରିବା ଏବଂ ପ୍ରତ୍ୟେକ
ଆଜ୍ଞାକୁ ପାଳନ କରିବା ” ।
ପ୍ରଶ୍ନ:-
ଯଦି ତୁମମାନଙ୍କୁ
କେହି ପଚାରନ୍ତି ଯେ - ଖୁସୀ ମଜାରେ ଅଛ? ତେବେ ତୁମକୁ ଗର୍ବର ସହିତ କେଉଁ ଉତ୍ତର ଦେବା ଦରକାର?
ଉତ୍ତର:-
ତାଙ୍କୁ କୁହ - ବ୍ରହ୍ମଲୋକ ନିବାସୀ ପରମାତ୍ମାଙ୍କୁ ପାଇବାର ଚିନ୍ତା ଥିଲା, ଏବେ ସେ ମିଳିଗଲେ,
ଆଉ କ’ଣ ବାକି ରହିଲା! ପାନା ଥା ସୋ ପା ଲିୟା.... ଅର୍ଥାତ୍ ଯାହା କିଛି ପାଇବାର ଥିଲା ତାହା
ପାଇଗଲି । ତୁମ ଈଶ୍ୱରୀୟ ସନ୍ତାନମାନଙ୍କୁ କୌଣସି କଥାର ଚିନ୍ତା ନାହିଁ । ତୁମକୁ ତ ସ୍ୱୟଂ
ପରମାତ୍ମା ପିତା ନିଜର କରିନେଲେ, ତୁମ ମୁଣ୍ଡ ଉପରେ ରାଜ ମୁକୁଟ ରଖିଦେଲେ, ତୁମର ଆଉ କ’ଣ ଚିନ୍ତା
ରହିଲା ।
ଓମ୍ ଶାନ୍ତି ।
ବାବା ବୁଝାଉଛନ୍ତି ଯେ ପିଲାମାନଙ୍କ ବୁଦ୍ଧିରେ ନିଶ୍ଚିତ ଏହି କଥା ରହିଥିବ ଯେ ବାବା ଆମର ପିତା
ବି ଅଟନ୍ତି, ଶିକ୍ଷକ ବି ଅଟନ୍ତି, ପରମ ସଦ୍ଗୁରୁ ମଧ୍ୟ ଅଟନ୍ତି, ତେଣୁ ପିଲାମାନେ ଏହି ସ୍ମୃତିରେ
ନିଶ୍ଚିତ ରହୁଥିବେ । ଏହିଭଳି ବାବାଙ୍କୁ ମନେ ପକାଇବା କେବେ ବି କେହି ଶିଖାଇ ପାରିବେ ନାହିଁ ।
ବାବା ହିଁ କଳ୍ପ କଳ୍ପ ଆସି ଶିଖାଉଛନ୍ତି । ସେ ହିଁ ଜ୍ଞାନର ସାଗର ପତିତ-ପାବନ ଅଟନ୍ତି । ସେ ଆମର
ପିତା ମଧ୍ୟ ଅଟନ୍ତି, ଶିକ୍ଷକ ମଧ୍ୟ ଅଟନ୍ତି ଏବଂ ଗୁରୁ ମଧ୍ୟ ଅଟନ୍ତି । ଏହି କଥା ଏବେ ହିଁ ତୁମକୁ
ବୁଝାଯାଉଛି ଯେବେକି ଜ୍ଞାନର ତୃତୀୟ ନେତ୍ର ମିଳିଯାଇଛି । ଯଦିଓ ପିଲାମାନେ ସବୁ କଥା
ବୁଝିପାରୁଥିବେ କିନ୍ତୁ ବାବାଙ୍କୁ ହିଁ ଭୁଲିଯାଉଛନ୍ତି, ତେଣୁ ଶିକ୍ଷକ ଏବଂ ଗୁରୁ ମଧ୍ୟ କିପରି
ମନେ ପଡିବେ । ମାୟା ଏତେ ସର୍ବଶକ୍ତିମାନ ଅଟେ ଯାହାକି ବାବାଙ୍କର ତିନୋଟି ରୂପରେ ମହିମା ହେଉଥିଲେ
ମଧ୍ୟ ତିନୋଟି ଯାକ ସମ୍ବନ୍ଧକୁ ଭୁଲାଇ ଦେଉଛି । ପିଲାମାନେ ମଧ୍ୟ ପତ୍ର ଲେଖୁଛନ୍ତି - ବାବା, ଆମେ
ଭୁଲିଯାଉଛୁ । ମାୟା ଏତେ ପ୍ରବଳ । ଏମିତି ତ ଡ୍ରାମା ଅନୁସାରେ ବହୁତ ସହଜ ମଧ୍ୟ ଅଟେ କାରଣ
ପିଲାମାନେ ମଧ୍ୟ ଜାଣିଛନ୍ତି ଯେ ଦୁନିଆରେ ଏମିତି କେବେ ବି କେହି ହୋଇପାରିବେ ନାହିଁ । ଜଣେ ହିଁ
ପିତା, ଶିକ୍ଷକ ଏବଂ ସଦ୍ଗୁରୁ ଅଟନ୍ତି, ତାହା ମଧ୍ୟ ବାସ୍ତବିକ ରୂପରେ, ଏଥିରେ ତ କାହାଣୀ ଆଦିର
କୌଣସି କଥା ନାହିଁ । ଏସବୁ ଭିତରେ ଭିତରେ ବୁଝିବା ଦରକାର ନା । କିନ୍ତୁ ମାୟା ଭୁଲାଇ ଦେଉଛି ।
ପିଲାମାନେ କହୁଛନ୍ତି ବାବା - ଆମେ ହାରିଗଲୁ, ତେବେ କଦମରେ ପଦ୍ମର ରୋଜଗାର କିପରି ହେବ!
ଦେବତାମାନଙ୍କ ପାଇଁ ହିଁ ପଦ୍ମ ଫୁଲର ପ୍ରତୀକ ଦେଖାଉଛନ୍ତି । ସମସ୍ତଙ୍କୁ ତ ଏପରି ଦେଖାଇପାରିବେ
ନାହିଁ । ତେବେ ଏହି ପାଠପଢା ଈଶ୍ୱର ପିତାଙ୍କର ହିଁ ଅଟେ, କୌଣସି ମନୁଷ୍ୟର ନୁହେଁ । କୌଣସି
ମନୁଷ୍ୟ କେବେ ବି ଏଭଳି ପାଠ ପଢାଇପାରିବେ ନାହିଁ । ଯଦିଓ ଦେବୀ-ଦେବତାମାନଙ୍କର ବହୁତ ମହିମା
କରାଯାଉଛି କିନ୍ତୁ ଉଚ୍ଚରୁ ଉଚ୍ଚ ଏକମାତ୍ର ପରମପିତା ହିଁ ଅଟନ୍ତି । ବାକି ସେମାନଙ୍କ ବଡ ପଣିଆ
ମଧ୍ୟ କେଉଁ କଥାର, ଆଜି ରାଜତ୍ୱ ଅଛି କାଲି ପୁଣି ତଳକୁ ଖସି ଯାଉଛନ୍ତି । ଏବେ ତୁମେମାନେ ଏହି
ଲକ୍ଷ୍ମୀ-ନାରାୟଣଙ୍କ ଭଳି ହେବା ପାଇଁ ପୁରୁଷାର୍ଥ କରୁଛ । ଜାଣିଛ ଏହି ପୁରୁଷାର୍ଥରେ ବହୁତ ଫେଲ
ହୋଇଯାଆନ୍ତି । ପୁଣି ବି କଳ୍ପ ପୂର୍ବରୁ ଯେତିକି ପିଲା ପାସ୍ ହୋଇଥିଲେ ସେତିକି ହିଁ ପାଠ ପଢିବେ
। ବାସ୍ତବରେ ଜ୍ଞାନ ତ ବହୁତ ସହଜ କିନ୍ତୁ ମାୟା ଭୁଲାଇ ଦେଉଛି । ବାବା କହୁଛନ୍ତି ନିଜର
ପୁରୁଷାର୍ଥର ଚାର୍ଟ ଲେଖ କିନ୍ତୁ ପିଲାମାନେ ଲେଖିପାରୁ ନାହାଁନ୍ତି । କେତେ ଦିନ ପର୍ଯ୍ୟନ୍ତ ବସି
ଲେଖୁଥିବେ । ଯଦି ବା ଲେଖୁଛନ୍ତି ତେବେ ଯାଞ୍ଚ ମଧ୍ୟ କରୁଛନ୍ତି - ମୁଁ ଦିନ ଭିତରେ ୨ ଘଣ୍ଟା
ବାବାଙ୍କର ସ୍ମୃତିରେ ରହିଛି? ତାହା ମଧ୍ୟ ସେହି ପିଲାମାନେ ହିଁ ଜାଣିପାରିବେ ଯେଉଁମାନେ
ବାବାଙ୍କର ଶ୍ରୀମତକୁ କାର୍ଯ୍ୟରେ ଲଗାଉଥିବେ । ବାବା ମଧ୍ୟ ଭାବୁଛନ୍ତି ଏମାନଙ୍କୁ ତ ଲଜ୍ୟା
ଲାଗୁଥିବ । ନଚେତ୍ ଶ୍ରୀମତକୁ ପାଳନ କରିବା ଉଚିତ୍ । କିନ୍ତୁ ବଡ କଷ୍ଟରେ ଶହେ ଜଣରେ ଦୁଇ ଜଣ ହିଁ
ଚାର୍ଟ ଲେଖୁଥିବେ, କାହିଁକି ନା ପିଲାମାନଙ୍କର ଶ୍ରୀମତ ପ୍ରତି ସେତିକି ସମ୍ମାନ ନାହିଁ । ମୁରଲୀ
ମିଳୁଥିଲେ ମଧ୍ୟ ପଢୁ ନାହାଁନ୍ତି । ଏମିତି ତ ନିଶ୍ଚିତ ମନକୁ ଆସୁଥିବ ଯେ ବାବା ତ ସତ କଥା ହିଁ
କହୁଛନ୍ତି, ମୁଁ ତ ନିଜେ ମୁରଲୀ ଠିକ୍ ଭାବରେ ପଢୁନାହିଁ ତେବେ ଅନ୍ୟକୁ କ’ଣ ବୁଝାଇବି?
(କିଛି ସମୟ ଯୋଗ କରିଲେ) ଓମ୍ ଶାନ୍ତି । ଆତ୍ମିକ ପିତା ଆତ୍ମିକ ସନ୍ତାନମାନଙ୍କୁ ବୁଝାଉଛନ୍ତି,
ଏକଥା ତ ପିଲାମାନେ ନିଶ୍ଚିତ ଭାବରେ ବୁଝିପାରୁଛନ୍ତି ଯେ ଆମେ ସମସ୍ତେ ଆତ୍ମା ହିଁ ଅଟୁ । ଆମକୁ
ପରମପିତା ପରମାତ୍ମା ପାଠ ପଢାଉଛନ୍ତି । ତେବେ ସେ କ’ଣ କହୁଛନ୍ତି? ଯଦି ମୋତେ ମନେ ପକାଇବ ତେବେ
ତୁମେ ସ୍ୱର୍ଗ ଦୁନିଆର ମାଲିକ ହେବ । ଏଥିରେ ପିତାଙ୍କ ସହିତ ପାଠପଢା ଶିକ୍ଷକ ଏବଂ ଗୁରୁ - ତିନୋଟି
ଯାକ ସମ୍ବନ୍ଧ ସାବ୍ୟସ୍ତ ହୋଇଗଲା । ଅଳ୍ପ ଶବ୍ଦରେ ହିଁ ସାରା ଜ୍ଞାନ ଆସିଗଲା । ଏଠାକୁ ତୁମେମାନେ
ଏହି ଜ୍ଞାନକୁ ଅଭ୍ୟାସ କରିବା ପାଇଁ ଆସୁଛ । ବାବା ମଧ୍ୟ ଏହି କଥା ହିଁ ବୁଝାଉଛନ୍ତି କାରଣ ତୁମେ
ନିଜେ କହୁଛ ଆମେ ଭୁଲି ଯାଉଛୁ, ସେଥିପାଇଁ ଏଠାକୁ ବାରମ୍ବାର ଅଭ୍ୟାସ କରିବା ପାଇଁ ଆସୁଛୁ । ଯଦିଓ
କେତେକ ପିଲା ଏଠାରେ ମଧ୍ୟ ରହୁଛନ୍ତି କିନ୍ତୁ ସେମାନଙ୍କର ମଧ୍ୟ ରିଭାଇଜ୍ ହୋଇପାରୁ ନାହିଁ ।
ଭାଗ୍ୟରେ ହିଁ ନାହିଁ । ପୁରୁଷାର୍ଥ ତ ବାବା କରାଇ ଚାଲିଛନ୍ତି । ଏକମାତ୍ର ବାବା ହିଁ ଏହି
ପୁରୁଷାର୍ଥ କରାଉଛନ୍ତି । ଏହି ପାଠପଢାରେ କାହା ପ୍ରତି ପାତର ଅନ୍ତର ହୋଇପାରିବ ନାହିଁ । ନା ଏହା
କୌଣସି ସ୍ୱତନ୍ତ୍ର ପାଠପଢ଼ା । ସେହି ପାଠପଢ଼ାରେ ସ୍ୱତନ୍ତ୍ର ଭାବରେ ପଢାଇବା ପାଇଁ ଶିକ୍ଷକଙ୍କୁ
ନିଯୁକ୍ତ କରିଥା’ନ୍ତି । ଏଠାରେ ତ ଭାଗ୍ୟ ଗଢ଼ିବା ପାଇଁ ବାବା ସମସ୍ତଙ୍କୁ ପାଠ ପଢ଼ାଉଛନ୍ତି । ଜଣ
ଜଣଙ୍କୁ କେଉଁ ପର୍ଯ୍ୟନ୍ତ ଅଲଗା ପଢ଼ାଇବେ । କେତେ ଢ଼େର ସନ୍ତାନ ରହିଛନ୍ତି । ଲୌକିକ ପାଠପଢ଼ାରେ
କୌଣସି ବଡ ଲୋକଙ୍କର ପିଲା ହୋଇଥିଲେ ତାଙ୍କୁ ସ୍ୱତନ୍ତ୍ର ଭାବେ ପଢ଼ାଇଥା’ନ୍ତି । ଶିକ୍ଷକ
ଜାଣିଥା’ନ୍ତି ଯେ ଇଏ ପାଠପଢାରେ ବହୁତ ଦୁର୍ବଳ ଅଟେ, ସେଥିପାଇଁ ତାଙ୍କୁ ବୃତ୍ତି ପାଇବା ଯୋଗ୍ୟ
କରାଇଥା’ନ୍ତି । କିନ୍ତୁ ଶିବବାବା ଏପରି କରୁନାହାନ୍ତି । ଇଏ ସମସ୍ତଙ୍କୁ ସମାନ ଭାବରେ ପାଠ
ପଢାଇଥା’ନ୍ତି । ସେହି ପାଠପଢାରେ ଶିକ୍ଷକ ଅଧିକ ପୁରୁଷାର୍ଥ କରାଇଥା’ନ୍ତି । ବାବା ତ କାହାକୁ
ଅଲଗା ଭାବେ ପୁରୁଷାର୍ଥ କରାଉନାହାଁନ୍ତି । ଏକ୍ସଟ୍ରା ପୁରୁଷାର୍ଥ ଅର୍ଥ ମାଷ୍ଟର କିଛି କୃପା
କରୁଛନ୍ତି । ଯଦିଓ ପଇସା ନେଉଛନ୍ତି, ସ୍ୱତନ୍ତ୍ର ସମୟ ଦେଇ ପାଠ ପଢ଼ାଉଛନ୍ତି । ଯାହାଦ୍ୱାରା ସେ
ଅଧିକ ପାଠପଢ଼ି ହୁସିଆର ହୋଇଥା’ନ୍ତି । ଏଠାରେ ତ ଅଧିକ କିଛି ପଢ଼ିବାର କଥା ହିଁ ନାହିଁ ।
ବାବାଙ୍କର ତ କଥା ହିଁ ଅଲଗା । ଯିଏକି ଏକମାତ୍ର ମହାମନ୍ତ୍ର ଦେଉଛନ୍ତି - “ମନମନାଭବ” । ଯୋଗ
ଦ୍ୱାରା କ’ଣ ହୋଇଥାଏ, ଏକଥା ମଧ୍ୟ ଜାଣିଛ ଯେ, ବାବା ହିଁ ପତିତ ପାବନ ଅଟନ୍ତି । ତାଙ୍କୁ ମନେ
ପକାଇଲେ ହିଁ ପବିତ୍ର ହେବୁ ।
ଏବେ ତୁମ ପାଖରେ ଜ୍ଞାନ ଅଛି, ତୁମେମାନେ ଯେତିକି ଯୋଗ କରିବ ସେତିକି ପାବନ ହେବ । ଯଦି କମ୍ ଯୋଗ
କରିବ ତେବେ କମ୍ ପବିତ୍ର ହେବ । ଏସବୁ ତୁମମାନଙ୍କ ପୁରୁଷାର୍ଥ ଉପରେ ନିର୍ଭର କରୁଛି । ବେହଦର
ବାବାଙ୍କୁ ମନେ ପକାଇଲେ ଆମେମାନେ ଲକ୍ଷ୍ମୀ ନାରାୟଣ ହେବୁ । ତାଙ୍କର ମହିମା ତ ସମସ୍ତେ ଜାଣିଛନ୍ତି
। କହୁଛନ୍ତି ମଧ୍ୟ ଆପଣ ପୁଣ୍ୟ ଆତ୍ମା, ଆମେ ପାପାତ୍ମା ଅଟୁ । ଦେଖ ଢ଼େର ମନ୍ଦିର ତିଆରି ହୋଇଛି ।
ତେବେ ସେଠାକୁ ସମସ୍ତେ କ’ଣ କରିବାକୁ ଯାଆନ୍ତି? ଦର୍ଶନ ଦ୍ୱାରା କିଛି ତ ଫାଇଦା ହୁଏ ନାହିଁ । ଜଣେ
ଆଉ ଜଣଙ୍କୁ ଦେଖି ମନ୍ଦିରକୁ ଯାଆନ୍ତି ବାସ୍ ଦର୍ଶନ କରି ଚାଲି ଆସନ୍ତି । ଅମୁକ ତୀର୍ଥଯାତ୍ରା
କରିବାକୁ ଯାଉଛି, ମୁଁ ମଧ୍ୟ ଯିବି । ଏହାଦ୍ୱାରା କ’ଣ ହେବ? କିଛି ବି ନୁହେଁ । ତୁମେମାନେ ମଧ୍ୟ
ଏହିଭଳି ଅନେକ ଥର ତୀର୍ଥଯାତ୍ରା କରିଛ । ଅନ୍ୟ ପର୍ବ ପାଳନ କରିବା ଭଳି ଏହି ଯାତ୍ରାକୁ ମଧ୍ୟ
ପର୍ବ ବୋଲି ଭାବୁଛନ୍ତି । ଏବେ ତୁମେମାନେ ଏହି ଯୋଗର ଯାତ୍ରାକୁ ଏକ ପର୍ବ ବୋଲି ଭାବୁଛ ଏବଂ ଯୋଗର
ଯାତ୍ରାରେ ରହୁଛ । ଏକମାତ୍ର ଶବ୍ଦ ହେଉଛି ମନମନାଭବ । ତୁମର ଏହା ଅନାଦି ଯାତ୍ରା ଅଟେ । ସେମାନେ
ମଧ୍ୟ କହୁଛନ୍ତି - ଏହି ଯାତ୍ରା ଆମେମାନେ ଅନାଦି କାଳରୁ କରିଆସିଛୁ । କିନ୍ତୁ ତୁମେମାନେ ଏବେ
ଜ୍ଞାନଯୁକ୍ତ କଥା କହୁଛ ଯେ, ଆମେ କଳ୍ପ କଳ୍ପ ଏହି ଯାତ୍ରା କରି ଆସିଛୁ ଏବଂ ବାବା ହିଁ ଆସି ଏହି
ଯାତ୍ରା ଶିଖାଉଛନ୍ତି । ସେମାନେ ଜନ୍ମ-ଜନ୍ମାନ୍ତର ଚାରିଧାମର ଯାତ୍ରା କରୁଛନ୍ତି । ଏବେ ବେହଦର
ବାବା କହୁଛନ୍ତି - ମୋତେ ସ୍ମରଣ କରିଲେ ତୁମେମାନେ ପାବନ ହୋଇଯିବ । ଏକଥା ତ ଆଉ କେହି ବି
କହୁନାହାନ୍ତି ଯେ, ତୁମେମାନେ ଯୋଗର ଯାତ୍ରାଦ୍ୱାରା ପାବନ ହୋଇଯିବ । ମନୁଷ୍ୟ ଯାତ୍ରା କରିବା
ସମୟରେ ପବିତ୍ର ରହିଥା’ନ୍ତି, ଆଜିକାଲି ତ ସେଠାରେ ମଧ୍ୟ ଖରାପ କର୍ମ କରୁଛନ୍ତି, ପବିତ୍ର
ରହୁନାହାନ୍ତି । ଏହି ଆଧ୍ୟାତ୍ମିକ ଯାତ୍ରା ବିଷୟରେ ତ କାହାକୁ ଜଣାନାହିଁ । ଏବେ ବାବା
ତୁମମାନଙ୍କୁ କହୁଛନ୍ତି - ଏହା ହିଁ ପ୍ରକୃତ ଯୋଗର ଯାତ୍ରା । ମନୁଷ୍ୟ ଚାରିଧାମର ଯାତ୍ରା କରିବାକୁ
ଯାଉଛନ୍ତି କିନ୍ତୁ ସେମାନେ ପୂର୍ବରୁ ଯେପରି ଥା’ନ୍ତି ସେହିପରି ହିଁ ରହିଯାଆନ୍ତି । କେବଳ ଚକ୍କର
ଲଗାଇ ଚାଲିଛନ୍ତି । ଯେପରି ଭାସ୍କୋଡାଗାମା ସୃଷ୍ଟିର ଚକ୍ର ଲଗାଇଥିଲେ । ସେହିପରି ଏମାନେ ମଧ୍ୟ
ଚକ୍ର ଲଗାଉଛନ୍ତି ନା । ଗୀତ ମଧ୍ୟ ଅଛି ନା - ଚତୁର୍ଦ୍ଦିଗ ଚକ୍ର ଲଗାଇଲେ... ତଥାପି ଦୂରରେ ରହିଲେ
। ଭକ୍ତିମାର୍ଗରେ ତ କେହି ବି ଭଗବାନଙ୍କ ସହିତ ମିଶାଇପାରିବେ ନାହିଁ । ତା’ ଦ୍ୱାରା ତ ଭଗବାନ
କାହାକୁ ମିଳିଲେ ନାହିଁ ବରଂ ଭଗବାନଙ୍କଠାରୁ ଦୂରରେ ରହିଲେ । ଚାରିଆଡେ ଚକ୍ର ଲଗାଇ ଘରକୁ ଆସି
ପୁଣି ୫ ବିକାରର ବନ୍ଧନରେ ବାନ୍ଧି ହୋଇଯାଉଛନ୍ତି । ସେ ସବୁ ହେଉଛି ମିଥ୍ୟାଯାତ୍ରା । ଏବେ
ତୁମେମାନେ ଜାଣୁଛ,ଏହା ପୁରୁଷୋତ୍ତମ ସଙ୍ଗମଯୁଗ, ଯେଉଁ ସମୟରେ ବାବା ଆସିଛନ୍ତି । ଦିନ ଆସିବ
ସମସ୍ତେ ଜାଣିଯିବେ ଯେ, ବାବା ଆସିଛନ୍ତି । ଶେଷରେ ଭଗବାନ ମିଳିବେ, କିନ୍ତୁ କିପରି? ଏକଥା ତ
କେହିହେଲେ ଜାଣିନାହାନ୍ତି । ମଧୁର ସନ୍ତାନମାନେ ଏକଥା ଜାଣିଛନ୍ତି ଯେ, ଆମେମାନେ ଶ୍ରୀମତ ଆଧାରରେ
ଏହି ଭାରତକୁ ପୁନର୍ବାର ସ୍ୱର୍ଗ କରୁଛୁ । ଭାରତର ହିଁ ନାମ ତୁମେମାନେ ନେଉଛ । ସେ ସମୟରେ ଆଉ
କୌଣସି ଧର୍ମ ରହିବ ନାହିଁ । ସାରା ବିଶ୍ୱ ପବିତ୍ର ହୋଇଯିବ । ଏବେ ତ କେତେ ଢ଼େର ଧର୍ମ ରହିଛି ।
ବାବା ଆସି ତୁମମାନଙ୍କୁ ସାରା ବୃକ୍ଷର ଜ୍ଞାନ ଶୁଣାଉଛନ୍ତି । ତୁମମାନଙ୍କୁ ସବୁ କଥା ମନେପକାଇ
ଦେଉଛନ୍ତି । ତୁମେମାନେ ଦେବତା ଥିଲ, ପୁଣି କ୍ଷତ୍ରିୟ, ବୈଶ୍ୟ, ଶୂଦ୍ର ହେଲ । ଏବେ ପୁଣି
ବ୍ରାହ୍ମଣ ହୋଇଛ । ଏହି ହମ୍ ସୋ’ର ଅର୍ଥକୁ ବାବା କେତେ ସହଜ ଭାବରେ ବୁଝାଇ ଦେଉଛନ୍ତି । ଓମ୍
ଅର୍ଥାତ୍ ମୁଁ ଆତ୍ମା, ପୁଣି ମୁଁ ଆତ୍ମା ଏହିପରି ଚକ୍ର ଲଗାଉଛି । ସେମାନେ ତ କହି ଦେଉଛନ୍ତି ଆମେ
ଆତ୍ମା ହିଁ ପରମାତ୍ମା, ପରମାତ୍ମା ହିଁ ଆତ୍ମା । ଏମିତି କେହି ଜଣେ ହେଲେ ନାହାନ୍ତି ଯାହାଙ୍କୁ
‘ହମ୍ ସୋ’ର ଅର୍ଥ ଯଥାର୍ଥ ଭାବରେ ଜଣାଥିବ । ତେଣୁ ବାବା କହୁଛନ୍ତି ଏହି ମନ୍ତ୍ରକୁ ସର୍ବଦା ମନେ
ରଖିବା ଉଚିତ୍ । ସୃଷ୍ଟିଚକ୍ରର ଜ୍ଞାନ ବୁଦ୍ଧିରେ ନ ଥିଲେ ଚକ୍ରବର୍ତ୍ତୀ ରାଜା କିପରି ହେବ? ଏବେ
ଆମେମାନେ ବ୍ରାହ୍ମଣ ହୋଇଛୁ, ପୁଣି ଦେବତା ହେବୁ । ଏକଥା ତୁମେମାନେ କାହାକୁ ବି ପଚାର, କେହି
କହିପାରିବେ ନାହିଁ । ସେମାନେ ତ ୮୪ ଜନ୍ମର ଅର୍ଥକୁ ମଧ୍ୟ ଜାଣିନାହାଁନ୍ତି । ଭାରତର ଉତ୍ଥାନ ଏବଂ
ପତନର ଗାୟନ ରହିଛି । ଏକଥା ଠିକ୍ । ସତ୍ତ୍ୱପ୍ରଧାନ, ସତ୍ତ୍ୱ, ରଜୋ, ତମୋ, ସୂର୍ଯ୍ୟବଂଶୀ,
ଚନ୍ଦ୍ରବଂଶୀ, ବୈଶ୍ୟବଂଶୀ... ଏ ସମ୍ବନ୍ଧରେ ଏବେ ତୁମମାନଙ୍କୁ ସବୁକିଛି ଜଣାପଡିଗଲାଣି । ବୀଜରୂପ
ବାବାଙ୍କୁ ହିଁ ଜ୍ଞାନର ସାଗର କୁହାଯାଉଛି । ସେ ଏହି ଚକ୍ରରେ ଆସୁନାହାନ୍ତି । ଏପରି ନୁହେଁ ଯେ,
ଆମେ ଜୀବ ଆତ୍ମାମାନେ ପରମାତ୍ମା ହୋଇଯାଉଛୁ । ନା । ବାବା ନିଜ ସମାନ ନଲେଜ୍ଫୁଲ୍ (ଜ୍ଞାନବାନ)
କରୁଛନ୍ତି କିନ୍ତୁ ନିଜ ସମାନ ଭଗବାନ କରୁ ନାହାଁନ୍ତି । ଏହି କଥାକୁ ବହୁତ ଭଲ ଭାବରେ ବୁଝିବାକୁ
ହେବ, ତେବେ ଯାଇ ବୁଦ୍ଧିରେ ଏହି ଚକ୍ରର ଜ୍ଞାନ ଘୁରି ପାରିବ, ଯାହାର ନାମ ରଖାଯାଇଛି ସ୍ୱଦର୍ଶନ
ଚକ୍ର । ତୁମେମାନେ ବୁଦ୍ଧି ଦ୍ୱାରା ବୁଝିପାରିବ - ଆମେ କିପରି ଏହି ୮୪ ଜନ୍ମର ଚକ୍ରରେ ଆସୁଛୁ ।
ଏଥିରେ ସବୁ କିଛି ଆସିଯାଉଛି । ଏଥିରେ ସମୟ ମଧ୍ୟ ଆସିଯାଉଛି, ବର୍ଣ୍ଣ ମଧ୍ୟ ଆସିଯାଉଛି ଏବଂ
ବଂଶାବଳୀ ମଧ୍ୟ ଆସିଯାଉଛି ।
ଏବେ ତୁମମାନଙ୍କ ବୁଦ୍ଧିରେ ଏସବୁ ଜ୍ଞାନ ରହିବା ଉଚିତ୍ । ଜ୍ଞାନ ଦ୍ୱାରା ହିଁ ଉଚ୍ଚପଦ ମିଳିଥାଏ
। ନିଜ ଭିତରେ ଜ୍ଞାନ ଥିଲେ ଅନ୍ୟମାନଙ୍କୁ ମଧ୍ୟ ଦେଇପାରିବେ । ଏଠାରେ ତୁମମାନଙ୍କୁ କୌଣସି
ପ୍ରଶ୍ନପତ୍ର ଆଦି ପୂରଣ କରିବାକୁ ଦିଆଯାଉନାହିଁ । ସେହି ସ୍କୁଲ୍ମାନଙ୍କରେ ପରୀକ୍ଷା ହେଲେ
ବିଲାତରୁ ପେପର ଆସିଥାଏ । ଯେଉଁମାନେ ବିଲାତରେ ପାଠ ପଢ଼ୁଛନ୍ତି ତାଙ୍କର ଫଳାଫଳ ସେଠାରେ ଘୋଷଣା
କରୁଛନ୍ତି । ତାଙ୍କ ଭିତରେ ମଧ୍ୟ କେହି ଏଜୁକେସନ୍ର ବଡ ଅଥୋରିଟୀ ହୋଇଥିବେ ଯିଏବି ପେପରର ତଦାରଖ
କରିଥା’ନ୍ତି । ତେବେ ତୁମମାନଙ୍କ ପେପରର ଯାଞ୍ଚ କିଏ କରିବ? ତୁମେ ନିଜେ ହିଁ କରିବ । ତେଣୁ ନିଜକୁ
ଯେପରି କରିବାକୁ ଚାହୁଁଛ ସେପରି କରିପାରିବ । ଯେଉଁ ପଦ ପାଇବାକୁ ଚାହୁଁଛ ତାହା ପୁରୁଷାର୍ଥ
ଦ୍ୱାରା ବାବାଙ୍କଠାରୁ ନେଇପାରିବ । ପ୍ରଦର୍ଶନୀ ଆଦିରେ ପିଲାମାନେ ପଚାରିଥା’ନ୍ତି ନା - କ’ଣ ହେବ?
ଦେବତା ହେବ, ବାରିଷ୍ଟର ହେବ... କ’ଣ ହେବ? ବାବାଙ୍କୁ ଯେତେ ସ୍ମରଣ କରିବ, ଯେତେ ସେବା କରିବ ସେତେ
ଫଳ ମିଳିବ । ଯେଉଁମାନେ ଭଲ ଭାବରେ ବାବାଙ୍କୁ ସ୍ମରଣ କରନ୍ତି ସେମାନେ ଜାଣିଥା’ନ୍ତି ଯେ
ଆମମାନଙ୍କୁ ସେବା ମଧ୍ୟ କରିବାକୁ ହେବ ଏବଂ ପ୍ରଜା ମଧ୍ୟ ତିଆରି କରିବାକୁ ପଡିବ! ଏବେ ରାଜଧାନୀ
ସ୍ଥାପନ ହେଉଛି । ସେଠାରେ ସବୁ ପ୍ରକାରର ଦରକାର । ସେଠାରେ ମନ୍ତ୍ରୀ ରହିବେ ନାହିଁ । ଯାହାଙ୍କର
ବୁଦ୍ଧି କମ୍ ତାଙ୍କର ମନ୍ତ୍ରୀର ଆବଶ୍ୟକତା ପଡିଥାଏ । ତୁମମାନଙ୍କୁ ସେଠାରେ ରାୟ ନେବାର ଆବଶ୍ୟକତା
ହିଁ ନାହିଁ । ବହୁତ ସନ୍ତାନ ବାବାଙ୍କ ପାଖକୁ ରାୟ ନେବାକୁ ଆସୁଛନ୍ତି - ସ୍ଥୂଳ କଥାର ରାୟ
ନେଉଛନ୍ତି, ପଇସାର କ’ଣ କରିବୁ? ଧନ୍ଦା କିପରି କରିବୁ? ବାବା କହୁଛନ୍ତି ଦୁନିଆର କଥା ବାବାଙ୍କ
ପାଖକୁ ଆଣନାହିଁ । ହଁ, ନିରାଶ ନ ହୋଇଯାଆନ୍ତୁ ସେଥିପାଇଁ କିଛି ନା କିଛି ଧୈର୍ଯ୍ୟ ଦେବାଭଳି କଥା
କହି ଦେଇଥା’ନ୍ତି । କିନ୍ତୁ ଏହା ମୋ’ର ଧନ୍ଦା ନୁହେଁ । ମୋର ଧନ୍ଦା ହେଲା ତୁମମାନଙ୍କୁ ରାସ୍ତା
ଦେଖାଇବା । ତୁମେମାନେ ବିଶ୍ୱର ମାଲିକ କିପରି ହେଉଛ? ସେଥିପାଇଁ ତୁମମାନଙ୍କୁ ଶ୍ରୀମତ ମିଳିଛି ।
ବାକି ସବୁ ଆସୁରୀ ମତ । ସତ୍ୟଯୁଗରେ ଶ୍ରୀମତ କୁହାଯିବ । କଳିଯୁଗରେ ଆସୁରୀ ମତ । ତାହା ହେଉଛି
ସୁଖଧାମ । ସେଠାରେ କେହି ଏଭଳି ପଚାରିବେ ନାହିଁ ଯେ, ଖୁସୀ ମଜାରେ ଅଛ? ସ୍ୱାସ୍ଥ୍ୟ ଠିକ୍ ଅଛି?
ଏହି ଶବ୍ଦ ସେଠାରେ ରହିବ ନାହିଁ । ଏଠାରେ ଏକଥା ପଚରାଯାଉଛି । କୌଣସି ଅସୁବିଧା ନାହିଁ ତ ? ରାଜି
ଖୁସୀ ଅଛ? ଏଥିରେ ମଧ୍ୟ ବହୁତ କଥା ଆସିଯାଉଛି । ସେଠାରେ ଦୁଃଖ ହିଁ ନାହିଁ ଯାହାକି ପଚାରିବାକୁ
ପଡିବ । ଏହା ଦୁଃଖର ଦୁନିଆ । ବାସ୍ତବରେ ତୁମମାନଙ୍କୁ ଏପରି କେହି ପଚାରିପାରିବେ ନାହିଁ । ଯଦିଓ
ମାୟା ତଳକୁ ଖସାଉଛି କିନ୍ତୁ ବାବା ତ ମିଳିଛନ୍ତି ନା । ତୁମେ କହିବ - ତୁମେ କ’ଣ ରାଜି ଖୁସି କଥା
ପଚାରୁଛ! ଆମେ ଈଶ୍ୱରଙ୍କର ସନ୍ତାନ, ଆମକୁ ରାଜି ଖୁସି କଥା କ’ଣ ପଚାରୁଛ । ଚିନ୍ତା ଥିଲା ପାର
ବ୍ରହ୍ମରେ ଥିବା ପରମାତ୍ମାଙ୍କର, ସିଏ ମିଳିଗଲେ, ପୁଣି କାହାର ଚିନ୍ତା? ଏକଥା ସର୍ବଦା ମନେ
ପକାଇବା ଉଚିତ୍ - ଆମେ କାହାର ସନ୍ତାନ ! ତୁମମାନଙ୍କ ବୁଦ୍ଧିରେ ଏବେ ଜ୍ଞାନ ଅଛି ଯେ - ଆମେମାନେ
ପାବନ ହୋଇଗଲେ ଲଢ଼େଇ ଆରମ୍ଭ ହୋଇଯିବ । ତେଣୁ ଯଦି କେହି ତୁମମାନଙ୍କୁ ପଚାରୁଛନ୍ତି ଯେ, ତୁମେମାନେ
ଖୁସିରେ ଅଛ? ତେବେ କୁହ, ଆମେମାନେ ସର୍ବଦା ରାଜି ଖୁସି ଅଛୁ । ରୋଗରେ ପଡିଲେ ମଧ୍ୟ ବାବାଙ୍କ
ସ୍ମୃତିରେ ରୁହ । ତୁମେମାନେ ସ୍ୱର୍ଗଠାରୁ ମଧ୍ୟ ଏଠାରେ ଅଧିକ ଖୁସି ରାଜି ଅଛ । ଯଦି ସ୍ୱର୍ଗର
ବାଦଶାହୀ ଦେଉଥିବା ବାବା ମିଳିଛନ୍ତି, ଯିଏ ଆମକୁ ଏତେ ଯୋଗ୍ୟ କରୁଛନ୍ତି ତେବେ ଆମେ କାହିଁକି
ଚିନ୍ତା କରିବୁ? ଈଶ୍ୱରଙ୍କ ସନ୍ତାନମାନଙ୍କର ଚିନ୍ତା କ’ଣ! ସେଠାରେ ଦେବତାମାନଙ୍କର ମଧ୍ୟ କୌଣସି
ଚିନ୍ତା ରହିବ ନାହିଁ । ଦେବତାମାନଙ୍କ ଉପରେ ତ ଈଶ୍ୱର ଅଛନ୍ତି । ତେଣୁ ଈଶ୍ୱରଙ୍କ ସନ୍ତାନଙ୍କର
ଚିନ୍ତା କାହିଁକି ରହିବ । ବାବା ଆମକୁ ପଢ଼ାଉଛନ୍ତି । ବାବା ଆମର ଶିକ୍ଷକ, ସତଗୁରୁ ଅଟନ୍ତି । ବାବା
ଆମ ଉପରେ ଏବେ ମୁକୁଟ ରଖୁଛନ୍ତି, ଆମେ ମୁକୁଟଧାରୀ ହେଉଛୁ । ତୁମେ ଜାଣିଛ ଆମକୁ କିପରି ବିଶ୍ୱର
ମୁକୁଟ ମିଳୁଛି । ବାବା ମୁକୁଟ ରଖୁନାହାଁନ୍ତି । ଏକଥା ମଧ୍ୟ ତୁମେମାନେ ଜାଣିଛ ସତ୍ୟଯୁଗରେ ବାପା
ନିଜର ପୁତ୍ରର ମୁଣ୍ଡରେ ମୁକୁଟ ପିନ୍ଧାଇ ଥା’ନ୍ତି । ଏହିକଥାକୁ ଇଂରାଜୀରେ କ୍ରାଉନ୍ ପ୍ରିନ୍ସ
କୁହାଯାଉଛି । ଏଠାରେ ପିତାଙ୍କର ମୁକୁଟ ପିଲାମାନଙ୍କୁ ମିଳିବା ପର୍ଯ୍ୟନ୍ତ ପିଲାମାନଙ୍କର
ଉତ୍କଣ୍ଠା ରହିଥାଏ - ବାପା କେବେ ମୃତ୍ୟୁବରଣ କରିବେ ତେବେ ଆମ ମୁଣ୍ଡକୁ ମୁକୁଟ ଆସିବ । ଆଶା
ରହିଥାଏ ଯେ, ରାଜକୁମାରରୁ ମହାରାଜା ହେବୁ । ସେଠାରେ ତ ଏପରି କଥା ନାହିଁ । ନିଜ ସମୟରେ କାଇଦା
ଅନୁସାରେ ବାପା ପିଲାମାନଙ୍କୁ ରାଜମୁକୁଟ ଦେଇ ଦୂରେଇ ଯାଆନ୍ତି । ସେଠାରେ ବାନପ୍ରସ୍ଥର ଚର୍ଚ୍ଚା
ହେବ ନାହିଁ । ପିଲାମାନଙ୍କୁ ମହଲ ଆଦି ତିଆରି କରି ଦେଇଥା’ନ୍ତି । ତାଙ୍କର ସବୁ ଆଶା ପୂରା
ହୋଇଯାଏ । ତୁମେ ଜାଣିଛ ସତ୍ୟଯୁଗରେ ସୁଖ ହିଁ ସୁଖ ରହିଛି । ବାସ୍ତବରେ ସବୁ ସୁଖ ସେତେବେଳେ
ମିଳିବ ଯେତେବେଳେ ତୁମେମାନେ ସେଠାକୁ ଯିବ । ତୁମେମାନେ ଜାଣିବ, ସ୍ୱର୍ଗରେ କ’ଣ ହେବ? ଗୋଟିଏ
ଶରୀର ଛାଡି ପୁଣି କୁଆଡେ ଯିବ? ଏବେ ବାସ୍ତବରେ ବାବା ତୁମମାନଙ୍କୁ ପାଠ ପଢ଼ାଉଛନ୍ତି । ତୁମେମାନେ
ଜାଣିଛ ଯେ, ଆମେମାନେ ସତରେ ସ୍ୱର୍ଗକୁ ଯିବୁ । ସେମାନେ ତ କହିଦେଉଛନ୍ତି ଆମେ ସ୍ୱର୍ଗକୁ ଯିବୁ,
କିନ୍ତୁ ସ୍ୱର୍ଗ କାହାକୁ କୁହାଯାଉଛି ଏକଥା ଜାଣି ନାହାଁନ୍ତି । ତୁମେମାନେ ଜନ୍ମ ଜନ୍ମାନ୍ତର ଏହି
ଅଜ୍ଞାନ କଥା ସବୁ ଶୁଣିଆସିଛ, ଏବେ ବାବା ତୁମକୁ ସତ୍ୟ କଥା ଶୁଣାଉଛନ୍ତି । ଆଚ୍ଛା—
ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ
ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ସର୍ବଦା
ରାଜି-ଖୁସୀ ରହିବା ପାଇଁ ବାବାଙ୍କ ସ୍ମୃତିରେ ରହିବାକୁ ହେବ । ପାଠପଢ଼ା ଦ୍ୱାରା ନିଜକୁ ନିଜେ ରାଜ
ମୁକୁଟ ପିନ୍ଧାଇବାକୁ ହେବ ।
(୨) ଶ୍ରୀମତ ଆଧାରରେ
ଭାରତକୁ ସ୍ୱର୍ଗ କରିବାର ସେବା କରିବାକୁ ହେବ । ସର୍ବଦା ଶ୍ରୀମତକୁ ସମ୍ମାନ ଦେବାକୁ ହେବ ।
ବରଦାନ:-
ଶ୍ରେଷ୍ଠ
ଭାଗ୍ୟର ସ୍ମୃତି ଦ୍ୱାରା ନିଜର ସମର୍ଥ ସ୍ୱରୂପରେ ରହୁଥିବା ସୂର୍ଯ୍ୟବଂଶୀ ପଦର ଅଧିକାରୀ ଭବ ।
ଯେଉଁମାନେ ନିଜର
ଶ୍ରେଷ୍ଠ ଭାଗ୍ୟକୁ ସଦାସର୍ବଦା ସ୍ମୃତିରେ ରଖିଥାଆନ୍ତି ସେମାନେ ସର୍ବଦା ସମର୍ଥ ସ୍ୱରୂପରେ
ରହିଥାଆନ୍ତି । ସେମାନଙ୍କର ସର୍ବଦା ନିଜର ଅନାଦି ଏବଂ ଅସଲି ସ୍ୱରୂପ ସ୍ମୃତିରେ ରହିଥାଏ । ସେମାନେ
କେବେହେଲେ ନକଲି ମୁଖା ଧାରଣ କରନ୍ତି ନାହିଁ । କେବେ କେବେ ମାୟା ନକଲି ଗୁଣ ଏବଂ ଅକର୍ତ୍ତବ୍ୟର
ସ୍ୱରୂପ କରାଇ ଦେଇଥାଏ । କାହାକୁ କ୍ରୋଧୀ, କାହାକୁ ଲୋଭୀ, କାହାକୁ ଦୁଃଖୀ, କାହାକୁ ଅଶାନ୍ତ
କରିଦେଇଥାଏ କିନ୍ତୁ ତୁମମାନଙ୍କର ଅସଲି ସ୍ୱରୂପ ଏହିସବୁ କଥା ଠାରୁ ଅଲଗା ଅଟେ । ତେବେ ଯେଉଁ
ପିଲାମାନେ ନିଜର ଅସଲି ସ୍ୱରୂପରେ ସ୍ଥିତ ରହିଥାଆନ୍ତି, ସେମାନେ ସୂର୍ଯ୍ୟବଂଶୀ ପଦର ଅଧିକାରୀ
ହୋଇଯାଆନ୍ତି ।
ସ୍ଲୋଗାନ:-
ଯଦି ସମସ୍ତଙ୍କ
ପ୍ରତି ଦୟାଳୁ ହେବ ତେବେ ଅହଂକାର ଏବଂ ଅନୁମାନ ସମାପ୍ତ ହୋଇଯିବ ।
ଅବ୍ୟକ୍ତ ଈଶାରା:- ଏହି
ଅବ୍ୟକ୍ତି ମାସରେ ବନ୍ଧନମୁକ୍ତ ହୋଇ ଜୀବନମୁକ୍ତ ସ୍ଥିତିର ଅନୁଭବ କର ।
ଯେବେକି ତୁମମାନଙ୍କର
ରଚନା କମଳପୁଷ୍ପ ଜଳ ଭିତରେ ରହି ମଧ୍ୟ ଜଳର ବନ୍ଧନ ଅର୍ଥାତ୍ ସ୍ପର୍ଶଠାରୁ ମୁକ୍ତ ଅଟେ, ତେବେ ରଚନା
ଭିତରେ ଯଦି ଏହିଭଳି ବିଶେଷତା ରହିଛି ତାହା ହେଲେ କ’ଣ ମାଷ୍ଟର ରଚୟିତାଙ୍କ ଭିତରେ ଏହି ବିଶେଷତା
ରହିପାରିବ ନାହିଁ? ଯଦି କେବେ କୌଣସି ବନ୍ଧନରେ ବାନ୍ଧି ହୋଇଯାଉଛ ତେବେ ନିଜ ସମ୍ମୁଖରେ ଏହି
କମଳପୁଷ୍ପର ଦୃଷ୍ଟାନ୍ତକୁ ରଖ ଯେ କମଳପୁଷ୍ପ ଯଦି ନ୍ୟାରା ଏବଂ ପ୍ୟାରା ରହିପାରୁଛି ତେବେ କ’ଣ
ମାଷ୍ଟର ସର୍ବଶକ୍ତିବାନ ଆତ୍ମା ନ୍ୟାରା ପ୍ୟାରା ହୋଇପାରିବ ନାହିଁ! ଏହାଦ୍ୱାରା ସଦାକାଳ ପାଇଁ
ନ୍ୟାରା ପ୍ୟାରା ହୋଇଯିବ ।