13.05.26          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ବାବାଙ୍କ ଦ୍ୱାରା ତୁମମାନଙ୍କୁ ସୃଷ୍ଟିର ଆଦି-ମଧ୍ୟ-ଅନ୍ତର ଯେଉଁ ଜ୍ଞାନ ମିଳିଛି, ଏହାକୁ ତୁମେମାନେ ବୁଦ୍ଧିରେ ରଖିଛ ସେଥିପାଇଁ ତୁମେମାନେ ହେଲ ସ୍ୱଦର୍ଶନ ଚକ୍ରଧାରୀ ।”

ପ୍ରଶ୍ନ:-
ଆତ୍ମାମାନଙ୍କୁ ପବିତ୍ର କରିବା ପାଇଁ ଆତ୍ମିକ ପିତା କେଉଁ ଇଞ୍ଜେକ୍‌ସନ୍ ଦେଉଛନ୍ତି?

ଉତ୍ତର:-
ମନମନାଭବର । ଏହି ଇଞ୍ଜେକ୍‌ସନ୍ ଆତ୍ମିକ ପିତାଙ୍କ ବିନା କେହି ଦେଇପାରିବେ ନାହିଁ । ବାବା କହୁଛନ୍ତି ମିଠେ ବଚ୍ଚେ - ତୁମେମାନେ ମୋତେ ମନେ ପକାଅ । ବାସ୍ । ମନେ ପକାଇବା ଦ୍ୱାରା ହିଁ ଆତ୍ମା ପବିତ୍ର ହୋଇଯିବ । ଏଥିରେ ସଂସ୍କୃତ ଆଦି ପଢିବାର ମଧ୍ୟ କୌଣସି ଆବଶ୍ୟକତା ନାହିଁ । ବାବା ତ ହିନ୍ଦୀ ଭାଷାରେ ଏବଂ ସିଧାସିଧା ଶବ୍ଦରେ ଶୁଣାଉଛନ୍ତି । ଯେତେବେଳେ ଆତ୍ମାମାନଙ୍କର ଏହି ନିଶ୍ଚୟ ହୋଇଯାଉଛି କି - ଆମ ଆତ୍ମାର ପିତା ଆମକୁ ପବିତ୍ର ହେବାର ଏହି ଉପାୟ ବତାଉଛନ୍ତି, ସେତେବେଳେ ସେମାନେ ବିକାରଗୁଡିକୁ ତ୍ୟାଗ କରି ଚାଲିଥା’ନ୍ତି ।

ଓମ୍ ଶାନ୍ତି ।
ଓମ୍ ଶାନ୍ତିର ଅର୍ଥ ତ ପିଲାମାନଙ୍କୁ ବୁଝାଯାଇଛି । ଆତ୍ମା ସ୍ୱୟଂ ନିଜର ପରିଚୟ ଦେଉଛି । ମୋର ସ୍ୱରୂପ ଶାନ୍ତ ଅଟେ ଏବଂ ମୋର ରହିବାର ସ୍ଥାନ ଶାନ୍ତିଧାମ, ଯାହାକୁ ପରମଧାମ, ନିର୍ବାଣଧାମ ମଧ୍ୟ କୁହାଯାଇଥାଏ । ବାବା ମଧ୍ୟ କହୁଛନ୍ତି ଯେ ଦେହ-ଅଭିମାନକୁ ଛାଡି ଦେହୀ-ଅଭିମାନୀ ହୁଅ, ବାବାଙ୍କୁ ମନେ ପକାଅ । ସେ ହେଉଛନ୍ତି ପତିତ-ପାବନ । ଏ କଥା କେହି ହେଲେ ବି ଜାଣିନାହାଁନ୍ତି ଯେ ଆମେ ଆତ୍ମା ଅଟୁ । ଏଠାକୁ ଅଭିନୟ କରିବାକୁ ଆସିଛୁ । ଏବେ ଡ୍ରାମା ଶେଷ ହେଉଛି, ଘରକୁ ଫେରିବାକୁ ହେବ, ସେଥିପାଇଁ କହୁଛନ୍ତି, ମୋତେ ମନେ ପକାଅ ତେବେ ତୁମର ବିକର୍ମ ବିନାଶ ହେବ । ଏହାକୁ ହିଁ ସଂସ୍କୃତରେ ମନମନାଭବ କହୁଛନ୍ତି । ବାବା କିଛି ତ ସଂସ୍କୃତ ଭାଷାରେ କହିନାହାଁନ୍ତି । ବାବା ତ ହିନ୍ଦୀ ଭାଷାରେ ବୁଝାଉଛନ୍ତି । ଯେପରି ସରକାର ମଧ୍ୟ କହୁଛି ଯେ, ଏକମାତ୍ର ହିନ୍ଦୀ ଭାଷା ହେବା ଉଚିତ୍ । ବାବା ମଧ୍ୟ ବାସ୍ତବରେ ହିନ୍ଦୀରେ ହିଁ ବୁଝାଇଛନ୍ତି । କିନ୍ତୁ ଏହି ସମୟରେ ଅନେକ ଧର୍ମ, ମଠ, ପନ୍ଥ ଥିବା କାରଣରୁ ଭାଷା ମଧ୍ୟ ଅନେକ ପ୍ରକାରର କରିଦେଇଛନ୍ତି । ସତ୍ୟଯୁଗରେ ଏଠାରେ ଯେତେ ଭାଷା ରହିଛି ଏତେ ଭାଷା ରହିବ ନାହିଁ । ଗୁଜୁରାଟରେ ରହିଲାବାଲାଙ୍କର ଭାଷା ଅଲଗା । ଯିଏ ଯେଉଁ ଗାଁରେ ରହିଥାନ୍ତି, ସେ ସେଠାକାର ଭାଷା ଜାଣିଥାନ୍ତି । ଅନେକ ମନୁଷ୍ୟ ଏବଂ ଅନେକ ଭାଷା ରହିଛି । ସତ୍ୟଯୁଗରେ ତ ଗୋଟିଏ ଧର୍ମ, ଗୋଟିଏ ଭାଷା ଥିଲା । ଏବେ ତୁମ ସନ୍ତାନମାନଙ୍କର ବୁଦ୍ଧିରେ ସୃଷ୍ଟିର ଆଦି-ମଧ୍ୟ-ଅନ୍ତର ଜ୍ଞାନ ଅଛି, ଏ କଥା କୌଣସି ଶାସ୍ତ୍ରରେ ନାହିଁ । ଏଭଳି କୌଣସି ଶାସ୍ତ୍ର ନାହିଁ ଯେଉଁଥିରେ ଏହି ଜ୍ଞାନ ଥିବ । ନା ସେଥିରେ କଳ୍ପର ଆୟୁ ଲେଖାଯାଇଛି, ନା କାହାକୁ ଏ କଥା ଜଣା ଅଛି । ସୃଷ୍ଟି ତ ଏକ ହିଁ ଅଟେ । ସୃଷ୍ଟିର ଚକ୍ର ଘୂରି ଚାଲିଛି । ନୂଆରୁ ପୁରୁଣା, ପୁରୁଣାରୁ ପୁଣି ନୂଆ ହେଉଛି, ଏହାକୁ ହିଁ ସ୍ୱଦର୍ଶନ ଚକ୍ର ବୋଲି କୁହାଯାଉଛି । ଯାହାଙ୍କ ପାଖରେ ଏହି ଚକ୍ରର ଜ୍ଞାନ ଅଛି, ତାଙ୍କୁ ସ୍ୱଦର୍ଶନ ଚକ୍ରଧାରୀ କୁହାଯାଉଛି । ଆତ୍ମା ମଧ୍ୟରେ ଏହି ଜ୍ଞାନ ରହିଥାଏ, ଏହି ସୃଷ୍ଟିଚକ୍ର କିପରି ଘୂରୁଛି । ସେମାନେ ପୁଣି ଶ୍ରୀକୃଷ୍ଣଙ୍କୁ, ବିଷ୍ଣୁଙ୍କୁ ସ୍ୱଦର୍ଶନ ଚକ୍ର ଦେଇ ଦେଇଛନ୍ତି । ଏବେ ବାବା ବୁଝାଉଛନ୍ତି, ସେମାନଙ୍କ ପାଖରେ ତ ଏହି ଜ୍ଞାନ ନ ଥିଲା । ସୃଷ୍ଟିର ଆଦି-ମଧ୍ୟ-ଅନ୍ତର ଜ୍ଞାନ ବାବା ହିଁ ଦେଉଛନ୍ତି । ଏହା ହିଁ ହେଉଛି ସ୍ୱଦର୍ଶନ ଚକ୍ର । ବାକି କୌଣସି ହିଂସାର କଥା ନାହିଁ, ଯାହା ଦ୍ୱାରା ଗଳା କଟି ଯିବାର ସମ୍ଭାବନା ଅଛି । ଏସବୁ ମିଛ କଥା ଲେଖି ଦେଇଛନ୍ତି । ଏହି ଜ୍ଞାନ ବାବାଙ୍କ ବ୍ୟତୀତ କୌଣସି ମନୁଷ୍ୟମାତ୍ର ଦେଇପାରିବେ ନାହିଁ । ମନୁଷ୍ୟକୁ କେବେ ଭଗବାନ ବୋଲି କୁହାଯିବ ନାହିଁ, ଯେପରିକି ବ୍ରହ୍ମା-ବିଷ୍ଣୁ-ଶଙ୍କରଙ୍କୁ ମଧ୍ୟ ଦେବତା କୁହାଯାଉଛି । ବାବାଙ୍କର ଯେଉଁ ମହିମା ରହିଛି, ତାହା ଦେବତାମାନଙ୍କର ମଧ୍ୟ ନାହିଁ । ବାବା ତ ରାଜଯୋଗ ଶିଖାଉଛନ୍ତି । ଏପରି କୁହାଯିବ ନାହିଁ ଯେ ପିଲାମାନଙ୍କର ମଧ୍ୟ ମହିମା ଅଟେ, ଯାହା ବାବାଙ୍କର ଅଟେ । ପୁଣି ବି ପିଲାମାନେ ପୁନର୍ଜନ୍ମ ନେଇଥା’ନ୍ତି, ବାବା ତ ପୁନର୍ଜନ୍ମ ନେଇ ନ ଥାଆନ୍ତି । ପିଲାମାନେ, ବାବାଙ୍କୁ ମନେ ପକାଉଛନ୍ତି । ସର୍ବୋଚ୍ଚ ହେଲେ ଭଗବାନ, ସେ ସର୍ବଦା ପବିତ୍ର ଅଟନ୍ତି । ପିଲାମାନେ ପବିତ୍ର ହୋଇ ପୁଣି ପତିତ ହୋଇଯାଉଛନ୍ତି । ବାବା ତ ସର୍ବଦା ପବିତ୍ର ହିଁ ଅଟନ୍ତି । ପିଲାମାନଙ୍କୁ ବାବାଙ୍କର ସମ୍ପତ୍ତି ନିଶ୍ଚୟ ଦରକାର । ପ୍ରଥମତଃ ମୁକ୍ତି ଦରକାର ଦ୍ୱିତୀୟରେ ଜୀବନମୁକ୍ତି ଦରକାର । ଶାନ୍ତିଧାମକୁ ମୁକ୍ତି, ସୁଖଧାମକୁ ଜୀବନମୁକ୍ତି କୁହାଯାଉଛି । ମୁକ୍ତି ତ ସମସ୍ତଙ୍କୁ ମିଳିବ । ଯେଉଁମାନେ ପଢିବେ ସେମାନଙ୍କୁ ଜୀବନମୁକ୍ତି ମିଳିବ । ବାସ୍ତବରେ ଭାରତରେ ଜୀବନମୁକ୍ତି ଥିଲା । ବାକି ସବୁ ଏତେ ଆତ୍ମାମାନେ ମୁକ୍ତିଧାମରେ ଥିଲେ । ସତ୍ୟଯୁଗରେ କେବଳ ଏକ ହିଁ ଭାରତ ଦେଶ ଥିଲା । ସେଠାରେ ଲକ୍ଷ୍ମୀ-ନାରାୟଣଙ୍କର ରାଜ୍ୟ ଥିଲା । ବାବା ବୁଝାଉଛନ୍ତି, ଲକ୍ଷ୍ମୀ-ନାରାୟଣଙ୍କର ମନ୍ଦିର ସବୁଠାରୁ ଅଧିକ ତିଆରି କରୁଛନ୍ତି । ବିରଳା ଆଦି ଯିଏକି ଲକ୍ଷ୍ମୀ-ନାରାୟଣଙ୍କର ମନ୍ଦିର ତିଆରି କରୁଛନ୍ତି, ସେମାନେ ଏକଥା ଜାଣି ନାହାଁନ୍ତି ଯେ ଲକ୍ଷ୍ମୀ-ନାରାୟଣଙ୍କୁ ଏହି ବାଦଶାହୀ କେଉଁଠାରୁ ମିଳିଲା, ସେମାନେ କେତେ ସମୟ ରାଜତ୍ୱ କରିଥିଲେ । ପୁଣି କେଉଁଆଡେ ଗଲେ, କିଛି ହେଲେ ବି ଜାଣିନାହାଁନ୍ତି । ତେଣୁ ଏହା ଯେପରି କଣ୍ଢେଇମାନଙ୍କର ପୂଜା ହେଲା ନା, ଏହାକୁ ଭକ୍ତି କୁହାଯାଏ । ନିଜେ ହିଁ ପୂଜ୍ୟ ପୁଣି ନିଜେ ହିଁ ପୂଜାରୀ ହେଉଛନ୍ତି । ପୂଜ୍ୟ ଏବଂ ପୂଜାରୀ ମଧ୍ୟରେ ବହୁତ ଫରକ ରହିଛି, ଏହାର ମଧ୍ୟ ଅର୍ଥ ଥିବ ନା । ଯେଉଁମାନେ ବିକାରୀ ଅଟନ୍ତି ତାଙ୍କୁ ପତିତ କୁହାଯାଉଛି । କ୍ରୋଧୀକୁ ପତିତ କୁହାଯିବ ନାହିଁ, ଯେଉଁମାନେ ବିକାରଗ୍ରସ୍ତ ହେଉଛନ୍ତି ସେମାନଙ୍କୁ ପତିତ କୁହାଯାଉଛି । ବର୍ତ୍ତମାନ ତୁମକୁ ଜ୍ଞାନ ଅମୃତ ମିଳୁଛି । ଏକମାତ୍ର ବାବା ହିଁ ହେଉଛନ୍ତି ଜ୍ଞାନର ସାଗର । ବାବା ବୁଝାଉଛନ୍ତି - ଏହି ଭାରତ ହିଁ ସତ୍ତ୍ୱପ୍ରଧାନ ସର୍ବୋଚ୍ଚ ଥିଲା, ଏବେ ତମୋପ୍ରଧାନ ହୋଇଯାଇଛି, ଏ କଥା ତୁମ ବୁଦ୍ଧିରେ ଅଛି । ଏଠାରେ କୌଣସି ରାଜତ୍ୱ ତ ନାହିଁ । ଏଠାରେ ପ୍ରଜାଙ୍କର ପ୍ରଜା ଉପରେ ରାଜ୍ୟ ଚାଲିଛି । ସତ୍ୟଯୁଗରେ ବହୁତ କମ୍ ଲୋକ ରହିବେ, ଏବେ ତ କେତେ ଅଧିକ ଲୋକ ଅଛନ୍ତି । ବିନାଶର ପ୍ରସ୍ତୁତି ମଧ୍ୟ ଚାଲିଛି । ଦିଲ୍ଲୀ ତ ନିଶ୍ଚିତ ପରିସ୍ତାନ ହେବ । କିନ୍ତୁ ଏକଥା କେହି ହେଲେ ଜାଣିନାହାଁନ୍ତି । ସେମାନେ ତ ଭାବୁଛନ୍ତି, ଏହା ନୂଆ ଦିଲ୍ଲୀ ଅଟେ । ଏହି ପୁରୁଣା ଦୁନିଆକୁ କିଏ ବଦଳାଇବ! ଏ କଥା କେହି ହେଲେ ଜାଣିନାହାଁନ୍ତି । ଏହି କଥା କୌଣସି ଶାସ୍ତ୍ରରେ ମଧ୍ୟ ନାହିଁ । ବୁଝାଇଲାବାଲା ଏକମାତ୍ର ବାବା ହିଁ ଅଟନ୍ତି । ଏବେ ତୁମେ ପିଲାମାନେ ନୂଆ ଦୁନିଆ ପାଇଁ ପ୍ରସ୍ତୁତି କରୁଛ । କଉଡିରୁ ହୀରା ତୁଲ୍ୟ ହେଉଛ । ଭାରତ କେତେ ଧନବାନ ଥିଲା, ଅନ୍ୟ କୌଣସି ଧର୍ମ ନ ଥିଲା । ଏବେ ତ ଅନେକ ଧର୍ମ ରହିଛି । ସମସ୍ତେ ଦୟାର ସାଗର ବାବାଙ୍କୁ ମନେ ପକାଉଛନ୍ତି । ଭାରତ ସୁଖଧାମ ଥିଲା, ଏ କଥା ଭୁଲିଯାଇଛନ୍ତି । ଏବେ ତ ଭାରତର ଅବସ୍ଥା କ’ଣ ହେଲାଣି । ନଚେତ୍ ଏହି ଭାରତ ସ୍ୱର୍ଗ ଥିଲା । ଏହା ବାବାଙ୍କର ଜନ୍ମସ୍ଥାନ ଅଟେ ନା । ତେଣୁ ଡ୍ରାମା ଅନୁସାରେ ବାବାଙ୍କର ଦୟା ଆସୁଛି । ଭାରତ ତ ପ୍ରାଚୀନ ଦେଶ ଅଟେ । କହିଥାନ୍ତି ମଧ୍ୟ ବାସ୍ତବରେ ଯୀଶୁଖ୍ରୀଷ୍ଟ ଆସିବାର ୩ ହଜାର ବର୍ଷ ପୂର୍ବରୁ ଭାରତ ସ୍ୱର୍ଗ ଥିଲା । ଆଉ କୌଣସି ଧର୍ମ ନ ଥିଲା । ଏବେ ଏହି ଭାରତର ବିଲ୍‌କୁଲ୍ ଅଧୋଗତି ହୋଇଯାଇଛି । ଗାୟନ ତ କରିଥା’ନ୍ତି - ଆମ ଦେଶ ଭାରତ ସବୁଠାରୁ ଶ୍ରେଷ୍ଠ ଥିଲା । ଏହାର ନାମ ହିଁ ହେଭେନ୍‌, ସ୍ୱର୍ଗ ଥିଲା । ଭାରତର ମହିମା ବିଷୟରେ ମଧ୍ୟ କେହି ହେଲେ ବି ଜାଣିନାହାଁନ୍ତି । ବାବା ହିଁ ଆସି ଭାରତର କାହାଣୀ ବୁଝାଉଛନ୍ତି । ଭାରତର କାହାଣୀ ଅର୍ଥ ଏହି ଦୁନିଆର କାହାଣୀ, ଏହାକୁ ସତ୍ୟନାରାୟଣଙ୍କର କାହାଣୀ କୁହାଯାଉଛି । ବାବା ହିଁ ବସି ବୁଝାଉଛନ୍ତି - ପୁରା ୫ ହଜାର ବର୍ଷ ପୂର୍ବରୁ ଭାରତରେ ଲକ୍ଷ୍ମୀ-ନାରାୟଣଙ୍କର ରାଜ୍ୟ ଥିଲା, ଯାହାଙ୍କର ଚିତ୍ର ମଧ୍ୟ ରହିଛି । କିନ୍ତୁ ତାଙ୍କୁ ଏହି ରାଜ୍ୟ କିପରି ମିଳିଥିଲା? ସତ୍ୟଯୁଗ ପୂର୍ବରୁ କ’ଣ ଥିଲା? ସଂଗମ । ସଂଗମ ପୂର୍ବରୁ କ’ଣ ଥିଲା? କଳିଯୁଗ । ବର୍ତ୍ତମାନ ହେଉଛି ସଂଗମଯୁଗ । ଯେଉଁ ସମୟରେ କି ବାବାଙ୍କୁ ଆସିବାକୁ ପଡୁଛି-କାହିଁକି ନା ଯେବେ ପୁରୁଣା ଦୁନିଆକୁ ନୂଆ କରିବାକୁ ପଡିଥାଏ, ତେବେ ମୋତେ ଆସିବାକୁ ପଡିଥାଏ - ପତିତ ଦୁନିଆକୁ ପବିତ୍ର କରିବା ପାଇଁ । ମୋତେ ପୁଣି ସର୍ବବ୍ୟାପୀ ବୋଲି କହିଦେଉଛନ୍ତି । ପୁଣି ଯୁଗେ-ଯୁଗେ ଆସୁଛି ବୋଲି କହୁଛନ୍ତି, ତେଣୁ ମନୁଷ୍ୟମାନେ ଦ୍ୱନ୍ଦ୍ୱରେ ପଡିଯାଉଛନ୍ତି । ସଂଗମଯୁଗକୁ କେବଳ ତୁମେ ହିଁ ଜାଣିଛ । ତୁମେ କିଏ - ପ୍ରଜାପିତା ବ୍ରହ୍ମାକୁମାର-କୁମାରୀ, ଏ କଥା ବୋର୍ଡ ଉପରେ ଲେଖାଯାଇଛି । ବ୍ରହ୍ମାଙ୍କର ପିତା କିଏ? ଶିବ, ଯିଏକି ସର୍ବୋଚ୍ଚ ଅଟନ୍ତି । ପଛରେ ରହିଛନ୍ତି ବ୍ରହ୍ମା ପୁଣି ବ୍ରହ୍ମାଙ୍କ ଦ୍ୱାରା ରଚନା ହେଉଛି । ପ୍ରଜାପିତା ତ ନିଶ୍ଚିତ ବ୍ରହ୍ମାଙ୍କୁ ହିଁ କୁହାଯିବ । ଶିବଙ୍କୁ ତ ପ୍ରଜାପିତା କୁହାଯିବ ନାହିଁ । ଶିବ ସମସ୍ତ ଆତ୍ମାମାନଙ୍କର ନିରାକାର ପିତା ଅଟନ୍ତି, ପୁଣି ଏଠାକୁ ଆସି ପ୍ରଜାପିତା ବ୍ରହ୍ମାଙ୍କ ଦ୍ୱାରା ସନ୍ତାନମାନଙ୍କୁ ପୋଷ୍ୟ ସନ୍ତାନ ରୂପେ ଗ୍ରହଣ କରୁଛନ୍ତି । ବାବା ବୁଝାଉଛନ୍ତି ମୁଁ ଏହାଙ୍କ ଶରୀରରେ ପ୍ରବେଶ କରିଛି । ବ୍ରହ୍ମାଙ୍କ ଦ୍ୱାରା ତୁମେ ମୁଖ ବଂଶାବଳୀ ବ୍ରାହ୍ମଣ ହୋଇଛ । ବ୍ରହ୍ମାଙ୍କ ଦ୍ୱାରା ହିଁ ତୁମକୁ ବ୍ରାହ୍ମଣ କରାଇ ପୁଣି ଦେବତା କରାଉଛି । ଏବେ ତୁମେ ବ୍ରହ୍ମାଙ୍କର ସନ୍ତାନ ହୋଇଛ । ବ୍ରହ୍ମା କାହାର ସନ୍ତାନ ଅଟନ୍ତି । ବ୍ରହ୍ମାଙ୍କର ପିତାଙ୍କର କୌଣସି ନାମ ରହି ଅଛି କି? ସେ ହେଉଛନ୍ତି ଶିବ ନିରାକାର । ସେ ଆସି ଏହାଙ୍କ ଶରୀରରେ ପ୍ରବେଶ କରି ପୋଷ୍ୟ କରି, ପୁଣି ମୁଖ ବଂଶାବଳୀ କରାଉଛନ୍ତି । ବାବା କହୁଛନ୍ତି - ମୁଁ ଏହାଙ୍କର ବହୁତ ଜନ୍ମର ଅନ୍ତରେ ପ୍ରବେଶ କରୁଛି । ଇଏ ମୋର ହୋଇଯାଉଛନ୍ତି । ସନ୍ନ୍ୟାସ ଧାରଣ କରୁଛନ୍ତି । କାହାର ସନ୍ନ୍ୟାସ? ୫ ବିକାରର । ଘରଦ୍ୱାର ଛାଡିବାର ଆବଶ୍ୟକତା ନାହିଁ । ଗୃହସ୍ଥ ବ୍ୟବହାରରେ ରହି ପବିତ୍ର ରହିବାକୁ ହେବ । ମୋତେ ମନେ ପକାଅ ତେବେ ତୁମର ବିକର୍ମ ବିନାଶ ହୋଇଯିବ । ଏହା ହିଁ ଯୋଗ ଅଟେ, ଏହା ଦ୍ୱାରା ବିକାର ରୂପି ଖାଦ ବାହାରିଯାଇ ତୁମେ ସତ୍ତ୍ୱପ୍ରଧାନ ହୋଇଯିବ । ଭକ୍ତିମାର୍ଗରେ ଯେତେ ବି ଗଙ୍ଗା-ସ୍ନାନ ଆଦି କଲେ, ଜପ-ତପ ଆଦି କଲେ, ସିଢି ନିଶ୍ଚିତ ଓହ୍ଲାଇବାକୁ ହିଁ ହେବ । ସତ୍ୱପ୍ରଧାନ ଥିଲ, ଏବେ ତମୋପ୍ରଧାନ ହୋଇଯାଇଛ ପୁଣି ସତ୍ୱପ୍ରଧାନ କିପରି ହେବ? ତାହା ପୁଣି ବାବାଙ୍କ ବିନା କେହି ରାସ୍ତା ବତାଇ ପାରିବେ ନାହିଁ । ବାବା ତ ବିଲକୁଲ୍ ହିଁ ସହଜ ଭାବରେ ବତାଉଛନ୍ତି ଯେ - ମୋତେ ମନେ ପକାଅ । ସେ ଆତ୍ମାମାନଙ୍କ ସହିତ ହିଁ କଥା ହେଉଛନ୍ତି । କୌଣସି ଗୁଜୁରାଟୀ ଅଥବା ସିନ୍ଧିମାନଙ୍କ ସହିତ କଥା ହେଉନାହାଁନ୍ତି । ଏହା ହିଁ ହେଉଛି ରୁହାନୀ ଜ୍ଞାନ । ଶାସ୍ତ୍ର ଗୁଡିକରେ ଶରୀର ସମ୍ବନ୍ଧୀୟ ଜ୍ଞାନ ରହିଛି । ଆତ୍ମାକୁ ହିଁ ଜ୍ଞାନ ଦରକାର, ଆତ୍ମା ହିଁ ପତିତ ହୋଇଯାଇଛି, ଆତ୍ମାକୁ ହିଁ ରୁହାନୀ ଇଞ୍ଜେକ୍‌ସନ୍ ଆବଶ୍ୟକ । ବାବାଙ୍କୁ ହିଁ ରୁହାନୀ ଅବିନାଶୀ ସର୍ଜନ କୁହାଯାଉଛି । ସେ ଆସି ନିଜର ପରିଚୟ ଦେଉଛନ୍ତି ଯେ ମୁଁ ତୁମର ରୁହାନୀ ସର୍ଜନ ଅଟେ । ତୁମର ଆତ୍ମା ପତିତ ହୋଇଥିବା କାରଣରୁ ଶରୀର ମଧ୍ୟ ରୋଗୀ ହୋଇଯାଇଛି । ଏହି ସମୟରେ ଭାରତବାସୀ ତଥା ସାରା ଦୁନିଆ ନର୍କବାସୀ ହୋଇଯାଇଛନ୍ତି, ପୁଣି ସ୍ୱର୍ଗବାସୀ କିପରି ହୋଇପାରିବେ, ଏ କଥା ବାବା ବୁଝାଉଛନ୍ତି । ବାବା କହୁଛନ୍ତି - ମୁଁ ହିଁ ଆସି ସବୁ ପିଲାମାନଙ୍କୁ ସ୍ୱର୍ଗବାସୀ କରାଉଛି । ତୁମେ ମଧ୍ୟ ବୁଝୁଛ ଯେ, ବାସ୍ତବରେ ଆମେ ନର୍କବାସୀ ଥିଲୁ । କଳିଯୁଗକୁ ନର୍କ କୁହାଯାଇଥାଏ । ଏବେ ନର୍କର ମଧ୍ୟ ଅନ୍ତ ସମୟ ଅଟେ । ଏହି ସମୟରେ ଭାରତବାସୀ ରୌରବ ନର୍କରେ ପଡିଛନ୍ତି, ଏହାକୁ ସାର୍ବଭୌମିକତା ମଧ୍ୟ କୁହାଯିବ ନାହିଁ । ପରସ୍ପର ମଧ୍ୟରେ ଲଢେଇ ଝଗଡା କରୁଛନ୍ତି । ଏବେ ବାବା ସ୍ୱର୍ଗକୁ ନେଇଯିବାର ଯୋଗ୍ୟ କରାଉଛନ୍ତି, ତେଣୁ ତାଙ୍କ କଥା ମାନିବା ଉଚିତ୍ । ଭାରତବାସୀ ନିଜର ଧର୍ମ ଶାସ୍ତ୍ରକୁ ମଧ୍ୟ ଜାଣିନାହାଁନ୍ତି, ବାବାଙ୍କୁ ହିଁ ଜାଣିନାହାଁନ୍ତି ।

ବାବା କହୁଛନ୍ତି - ମୁଁ ହିଁ ତୁମକୁ ପତିତରୁ ପାବନ କରାଇଥିଲି ଶ୍ରୀକୃଷ୍ଣ କରାଇ ନ ଥିଲେ । ଶ୍ରୀକୃଷ୍ଣ ତ ପ୍ରଥମ ନମ୍ବରର ପବିତ୍ର ଥିଲେ । ତାଙ୍କୁ ଶ୍ୟାମ-ସୁନ୍ଦର ମଧ୍ୟ କୁହାଯାଏ । ଶ୍ରୀକୃଷ୍ଣଙ୍କର ଆତ୍ମା ପୁନର୍ଜନ୍ମ ନେଇ-ନେଇ ଏବେ ଶ୍ୟାମଳ ହୋଇଯାଇଛନ୍ତି । କାମଚିତାରେ ବସି କଳା ହୋଇଯାଇଛନ୍ତି । ଜଗତଅମ୍ବାକୁ କାଳୀ ରୂପେ କାହିଁକି ଦେଖାଇଛନ୍ତି? ଏ କଥା କେହି ଜାଣିନାହାଁନ୍ତି । ଶ୍ରୀକୃଷ୍ଣଙ୍କୁ ଯେପରି କଳା ଦେଖାଇଛନ୍ତି, ସେହିପରି ଜଗତଅମ୍ବାଙ୍କୁ ମଧ୍ୟ କଳା ଦେଖାଉଛନ୍ତି । ଏବେ ତୁମେ କଳା ଅଟ ପୁଣି ସୁନ୍ଦର ହେଉଛ । ତୁମେ ସମସ୍ତେ ବୁଝାଇପାରିବ ଯେ ଏହି ଭାରତ ବହୁତ ସୁନ୍ଦର ଥିଲା । ସୌନ୍ଦର୍ଯ୍ୟତା ଦେଖିବାର ଅଛି ତ ଆଜମେରରେ ଥିବା ସୁନାର ଦ୍ୱାରିକା ଦେଖ । ସ୍ୱର୍ଗରେ ସୁନା ହୀରାର ମହଲ ଥିଲା ଏବେ ତ ପଥରର ମହଲ ରହିଛି, ସବୁ ତମୋପ୍ରଧାନ ହୋଇଯାଇଛି । ତେବେ ପିଲାମାନେ ଜାଣିଛନ୍ତି ଯେ - ଶିବବାବା, ବ୍ରହ୍ମା ଦାଦା ଉଭୟ ଏକତ୍ର ରହିଛନ୍ତି, ସେଥିପାଇଁ ବାପଦାଦା ବୋଲି କହୁଛନ୍ତି । ଶିବବାବାଙ୍କଠାରୁ ସମ୍ପତ୍ତି ମିଳୁଛି । ଯଦି ଦାଦାଙ୍କଠାରୁ ସମ୍ପତ୍ତି ମିଳୁଛି ବୋଲି କହିବା ତେବେ ଶିବବାବାଙ୍କ ପାଖରେ କ’ଣ ଅଛି? ସମ୍ପତ୍ତି ତ ଶିବବାବାଙ୍କଠାରୁ ମିଳୁଛି ବ୍ରହ୍ମାଙ୍କ ଦ୍ୱାରା । ବ୍ରହ୍ମାଙ୍କ ଦ୍ୱାରା ବିଷ୍ଣୁପୁରୀର ସ୍ଥାପନା ହେଉଛି । ଏବେ ତ ରାବଣ ରାଜ୍ୟ ଚାଲିଛି ତୁମ ବ୍ୟତୀତ ସମସ୍ତେ ଏଠାରେ ନର୍କବାସୀ ଅଟନ୍ତି । ତୁମେ ଏବେ ସଂଗମରେ ଅଛ । ଏବେ ପତିତରୁ ପାବନ ହେଉଛ, ପୁଣି ବିଶ୍ୱର ମାଲିକ ହୋଇଯିବ । ଏ କଥା କେହି ମନୁଷ୍ୟ ପଢାଉ ନାହାଁନ୍ତି । ତୁମକୁ କିଏ ମୁରଲୀ ଶୁଣାଉଛନ୍ତି? ଶିବବାବା । ସେ ପରମଧାମରୁ ଆସୁଛନ୍ତି, ପୁରୁଣା ଦୁନିଆ, ପୁରୁଣା ଶରୀରରେ । ଯଦି କାହାର ନିଶ୍ଚୟ ହୋଇଯିବ ତେବେ ବାବାଙ୍କ ସହିତ ମିଶିବା ବିନା ରହିପାରିବେ ନାହିଁ । କହିବେ ଯେ, ପ୍ରଥମେ ବେହଦର ବାବାଙ୍କ ସହିତ ମିଶିବୁ, ବାବାଙ୍କ ସହିତ ନ ମିଶି ରହିପାରିବୁ ନାହିଁ । କହିବେ, ବେହଦର ବାବା ଯିଏକି ସ୍ୱର୍ଗର ମାଲିକ କରାଉଛନ୍ତି, ତାଙ୍କ ପାଖକୁ ଆମକୁ ତୁରନ୍ତ ନେଇଚାଲ । ଆମେ ଟିକେ ଦେଖିବୁ ତ କିଏ ଶିବବାବାଙ୍କ ରଥ ଅଟନ୍ତି! ଲୋକମାନେ ମଧ୍ୟ ଘୋଡାର ଶୃଙ୍ଗାର କରିଥାନ୍ତି । ଆତ୍ମାର ସଙ୍କେତ ରୂପରେ ତା ମୁଣ୍ଡରେ ତିଳକ ଲଗାଇଥାନ୍ତି । ସେହି ଘୋଡା ମହମ୍ମଦଙ୍କର ଥିଲା, ଯିଏକି ଧର୍ମ ସ୍ଥାପନ କରିଥିଲେ । ଭାରତବାସୀ ପୁଣି ବୃଷଭକୁ ତିଳକ ଦେଇ ମନ୍ଦିରରେ ରଖିଥାନ୍ତି । ଭାବୁଛନ୍ତି ଯେ, ଇଏ ଶିବଙ୍କ ବାହାନ ଅଟନ୍ତି । ବୃଷଭ ଉପରେ ନା ଶିବ ବସିଥାନ୍ତି, ନା ଶଙ୍କର ବସୁଛନ୍ତି । କିଛି ବି ବୁଝୁ ନାହାଁନ୍ତି । ଶିବ ନିରାକାର ଅଟନ୍ତି, ସିଏ ପୁଣି କିପରି ବୃଷଭ ଉପରେ ବସିବେ । ବୃଷଭ ଉପରେ ବସିବା ପାଇଁ ତ ଗୋଡଥିବା ଦରକାର ନା । ଏହା ହେଉଛି ଅନ୍ଧଶ୍ରଦ୍ଧା । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ବାବାଙ୍କଠାରୁ ଯେଉଁ ଜ୍ଞାନ ଅମୃତ ମିଳୁଛି, ସେହି ଅମୃତକୁ ନିଜେ ପାନ କରିବା ସହିତ ଅନ୍ୟମାନଙ୍କୁ ମଧ୍ୟ ପାନ କରାଇବାକୁ ହେବ । ପୂଜାରୀରୁ ପୂଜ୍ୟ ହେବା ପାଇଁ ବିକାରଗୁଡିକୁ ତ୍ୟାଗ କରିବାକୁ ହେବ ।

(୨) ଯେଉଁ ବାବା ଆମକୁ ସ୍ୱର୍ଗକୁ ଯିବା ପାଇଁ ଯୋଗ୍ୟ କରୁଛନ୍ତି, ତାଙ୍କର ପ୍ରତ୍ୟେକ କଥାକୁ ମାନିବାକୁ ପଡିବ । ପୂରା ନିଶ୍ଚୟ ବୁଦ୍ଧି ହେବାକୁ ପଡିବ ।

ବରଦାନ:-
ଅନୁଭବ ରୂପୀ ୱିଲ୍ ପାୱାର ଅର୍ଥାତ୍ ଇଚ୍ଛା ଶକ୍ତି ଦ୍ୱାରା ମାୟାର ପାୱାରକୁ ସାମନା କରୁଥିବା ଅନୁଭବୀ ମୂରତ ଭବ ।

ସବୁଠାରୁ ଶକ୍ତିଶାଳୀ ସ୍ଥିତି ହେଲା ନିଜର ଅନୁଭବ । ଅନୁଭବୀ ଆତ୍ମା ନିଜର ଅନୁଭବ ରୂପୀ ୱିଲ୍ ପାୱାର ଦ୍ୱାରା ମାୟାର ଯେ କୌଣସି ପାୱାରକୁ, ସବୁ କଥାକୁ, ସବୁ ସମସ୍ୟାକୁ ସହଜରେ ସାମନା କରିପାରିବ ଏବଂ ସବୁ ଆତ୍ମାଙ୍କୁ ସନ୍ତୁଷ୍ଟ ମଧ୍ୟ କରିପାରିବ । ତେବେ ସମ୍ମୁଖୀନ କରିବାର ଶକ୍ତି ଦ୍ୱାରା ସମସ୍ତଙ୍କୁ ସନ୍ତୁଷ୍ଟ କରିବାର ଶକ୍ତି ଅନୁଭବ ରୂପୀ ୱିଲ୍ ପାୱାର ଦ୍ୱାରା ସହଜରେ ପ୍ରାପ୍ତ ହୋଇଥାଏ, ସେଥିପାଇଁ ସବୁ ପ୍ରକାରର ସମ୍ପତ୍ତିକୁ ଅନୁଭବ କରି ଅନୁଭବୀ ମୂରତ ହୁଅ ।

ସ୍ଲୋଗାନ:-
ପରସ୍ପରକୁ ଦେଖିବା ପରିବର୍ତ୍ତେ ନିଜକୁ ଦେଖ ଏବଂ ନିଜକୁ ପରିବର୍ତ୍ତନ କର ।

ଅବ୍ୟକ୍ତ ଈଶାରା:- ସର୍ବଦା ଅଚଳ, ଅଟଳ ଏବଂ ଏକରସ ସ୍ଥିତିର ଅନୁଭବ କର ।

ଏବେ ନିଜେ ନିଜକୁ ଚେକ୍ କର ଯେ ମୋ’ ପାଖରେ ସର୍ବଶକ୍ତିର, ସର୍ବ ପ୍ରାପ୍ତିର ଏବଂ ସର୍ବଗୁଣର ଅନୁଭବ ଅଛି ତ? ଯଦି ଅନୁଭବ ରୂପୀ ଅଧିକାରୀ ପଣିଆ ଅଛି, ତେବେ କୌଣସି ବି ପରିସ୍ଥିତି ଅନୁଭବର ଅଧିକାରୀ ପଣିଆ ସମ୍ମୁଖରେ କୌଣସି ପ୍ରଭାବ ପକାଇପାରିବ ନାହିଁ । ଅନୁଭବୀ ମୂରତ ଆତ୍ମା କେବେ ବି କୌଣସି ବି ପରିସ୍ଥିତିରେ ଅଚଳ ଅଟଳ ରହିଥାଆନ୍ତି, ହଲଚଲ୍ ହୋଇ ନ ଥା’ନ୍ତି କାହିଁକି ନା ସବୁଠାରୁ ବଡରୁ ବଡ ଅଧିକାରୀ ପଣିଆ ଅନୁଭବ ଅଟେ । ତେଣୁ ଯେଉଁ ମୂହୁର୍ତ୍ତରେ ଯେଉଁ ଶକ୍ତିକୁ ଆବାହନ କରିବ ସେହି ମୂହୁର୍ତ୍ତରେ ସେହି ଶକ୍ତି ସହଯୋଗୀ ହେବ ।