13.07.26 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ତୁମେ
ବାବାଙ୍କ ପାଖକୁ ଆସିଛ ନିଜର ଜୀବନକୁ ହୀରା ତୁଲ୍ୟ କରିବା ପାଇଁ, ବାବାଙ୍କର ୟାଦ ଦ୍ୱାରା ହିଁ
ତୁମର ଜୀବନ ଏହିଭଳି ହୋଇଯିବ ।”
ପ୍ରଶ୍ନ:-
ନୂଆ ଦୁନିଆରେ
ଉଚ୍ଚପଦ ପାଇବା କେଉଁ ଗୋଟିଏ ମୁଖ୍ୟ ପୁରୁଷାର୍ଥ କରିବାକୁ ହେବ?
ଉତ୍ତର:-
ବାବା କହୁଛନ୍ତି - ମିଠେ ବଚ୍ଚେ, ଯେଉଁ ପୁରୁଣା ସମ୍ବନ୍ଧୀମାନେ ତୁମକୁ ଏତେ ଦୁଃଖୀ କରିଛନ୍ତି,
ଏବେ ସେମାନଙ୍କର ମୋହ ଜାଲରୁ ବୁଦ୍ଧିକୁ ବାହାର କରି କେବଳ ମୋତେ ୟାଦ କର । ସେମାନଙ୍କ ସହିତ ରହିଲେ
ମଧ୍ୟ ମନକୁ ମୋ ସହିତ ଲଗାଅ । ମନମନାଭବର ମନ୍ତ୍ରକୁ ସର୍ବଦା ୟାଦ ରଖିଲେ ତୁମେ ନୂଆ ଦୁନିଆରେ
ଉଚ୍ଚ ପଦ ପାଇବ ।
ଗୀତ:-
ତୁନେ ରାତ ଗୱାଇ....
ଓମ୍ ଶାନ୍ତି ।
ଯେପରି ପିଲାମାନଙ୍କୁ ସବୁ ଶାସ୍ତ୍ରମାନଙ୍କର ସାରାଂଶ ବୁଝାଯାଉଛି ସେହିଭଳି ଏହି ଗୀତଗୁଡିକର
ସାରାଂଶ ମଧ୍ୟ ତୁମକୁ ବୁଝାଯାଉଛି । ସିଏ ହିଁ ସମସ୍ତଙ୍କର ରୁହାନୀ ପିତା, ରୁହାନୀ ସନ୍ତାନମାନଙ୍କୁ
ବ୍ରହ୍ମାଙ୍କ ଶରୀରରେ ଆସି ବୁଝାଉଛନ୍ତି । ବାବା ବୁଝାଉଛନ୍ତି ହେ ସନ୍ତାନମାନେ - ତୁମେ ଜାଣିଛ
ଆମର ହୀରାତୁଲ୍ୟ ଜନ୍ମ (ଜୀବନ)ଗଢା ହେଉଛି । ତୁମେ ବାବାଙ୍କ ପାଖକୁ ହୀରା ତୁଲ୍ୟ ଜନ୍ମ ଗଢିବା
ପାଇଁ ଆସିଛ । ହୀରାତୁଲ୍ୟ ଜନ୍ମ କୁହାଯାଉଛି ସ୍ୱର୍ଗବାସୀମାନଙ୍କୁ । ନର୍କବାସୀଙ୍କର ହେଉଛି କଉଡି
ତୁଲ୍ୟ ଜନ୍ମ । ତୁମେ ସଂଗମ ଯୁଗକୁ ମଧ୍ୟ ଜାଣିସାରିଛ । ଆମେ ବର୍ତ୍ତମାନ ସଂଗମଯୁଗବାସୀ ଅଟୁ । ଏହି
ସଂଗମଯୁଗ ସମସ୍ତଙ୍କ ପାଇଁ କଲ୍ୟାଣକାରୀ ଅଟେ । ଏହି ସଂଗମଯୁଗରେ ହିଁ ସମସ୍ତଙ୍କର ଗତି ସଦ୍ଗତି
ହୋଇଥାଏ । କିଏ କରୁଛନ୍ତି? ପରମଧାମରୁ ଆସିଥିବା ମୁସାଫିର ଅର୍ଥାତ୍ ଯାତ୍ରୀ । ସିଏ ଯାତ୍ରୀ
ଅଟନ୍ତି ନା । ତୁମେ ଯାତ୍ରୀ ନୁହଁ, ତୁମେ ଏଠାକୁ ଆସି ଆଉ ଯାଇ ନ ଥାଅ । ବାବା କହୁଛନ୍ତି - ମୁଁ
ପୁରୁଣା ଦୁନିଆକୁ ଆସି ପୁଣି ଫେରିଯାଉଛି । ପିଲାମାନେ ଜାଣିଛନ୍ତି ଏହି ସେବା କଲାବାଲା କେବଳ
ଏକମାତ୍ର ଯାତ୍ରୀ (ବାବା) ଅଟନ୍ତି ଯିଏକି ଆସି ଆମ ସନ୍ତାନମାନଙ୍କର ବଡ ସେବା କରୁଛନ୍ତି । ଏଭଳି
ସେବା ଆଉ କେହି କରିପାରିବେ ନାହିଁ । ସେବା କରିବା ପାଇଁ ହିଁ ସମସ୍ତେ ଡାକୁଛନ୍ତି କି ଏଠାକୁ ଆସି
ଆମ ପତିତମାନଙ୍କର ସେବା କର । ବାବା ମଧ୍ୟ କହୁଛନ୍ତି ମୁଁ ପିଲାମାନଙ୍କର ସେବାରେ ଆସିଛି କାହିଁକି
ନା ପିଲାମାନେ ବହୁତ ଦୁଃଖୀ ଅଟନ୍ତି । ଡାକୁଛନ୍ତି ମଧ୍ୟ ଆମର ଦୁଃଖ ହରଣ କର ଏବଂ ଶାନ୍ତି ଦିଅ ।
ଏହି ଦୁଇଟି ଜିନିଷ ସର୍ବଦା ସ୍ମୃତିରେ ରହିଥାଏ - ସୁଖ ଏବଂ ଶାନ୍ତି । ଏଠାରେ ଦୁଃଖ ଏବଂ ଅଶାନ୍ତି
ରହିଛି ସେଥିପାଇଁ ଡାକୁଛନ୍ତି । ବାବା ହିଁ ଆସି ସୃଷ୍ଟିଚକ୍ରର ସାରା ରହସ୍ୟ ପିଲାମାନଙ୍କୁ
ବୁଝାଉଛନ୍ତି । ପିଲାମାନେ ଜାଣିଛନ୍ତି - ଏବେ ଭକ୍ତିମାର୍ଗ ସମାପ୍ତ ହେବାକୁ ଯାଉଛି । କଳିଯୁଗର
ଅନ୍ତ ଅର୍ଥାତ୍ ଭକ୍ତି ତଳକୁ ତଳକୁ ଖସି ଖସି ଆସୁଛି । ଜ୍ଞାନ ଦ୍ୱାରା ତୁମର ଉନ୍ନତିର କଳା
ହୋଇଯାଉଛି । ତୁମେ ଉଚ୍ଚରୁ ଉଚ୍ଚ ପଦ ପାଇ ଯାଉଛ, ତାପରେ ପୁଣି ସେହି ପ୍ରାରବ୍ଧର ସୁଖ କମି କମି
ଯାଇଥାଏ । ଭକ୍ତି ତ ଭାରତରେ ଯେତେ ହୋଇଥାଏ ସେତେ ଆଉ କେଉଁଠି ହୋଇ ନ ଥାଏ । ଅଧାକଳ୍ପ ଭକ୍ତି
ଚାଲିଥାଏ । ଯେବେଠାରୁ ଦ୍ୱାପରଯୁଗ ଆରମ୍ଭ ହୋଇଥାଏ ଏବଂ ଅନ୍ୟ ସବୁ ଧର୍ମ ସ୍ଥାପନ ହେବା ଆରମ୍ଭ
ହୋଇଥାଏ । ଭକ୍ତି ମଧ୍ୟ ପ୍ରଥମେ ବହୁତ ଭଲ ହୋଇଥାଏ । ଯେପରି ସ୍ୱର୍ଗ ପ୍ରଥମେ ବହୁତ ଭଲ ହୋଇଥାଏ,
ତା’ପରେ ଧୀରେ ଧୀରେ କଳା କମି କମି ଯାଇଥାଏ । ଯେତେବେଳେ ଭକ୍ତି ଆରମ୍ଭ ହୋଇଥାଏ, ସେତେବେଳେ
ପ୍ରଥମେ-ପ୍ରଥମେ ଶିବଙ୍କର ପୂଜାରୀ ହୋଇଥାଆନ୍ତି । ଅଧାକଳ୍ପ (ସତ୍ୟ-ତ୍ରେତା) ପର୍ଯ୍ୟନ୍ତ କୌଣସି
ପୂଜା ଆଦି ହୋଇ ନ ଥାଏ । ପୁଣି ଭକ୍ତିମାର୍ଗ ଆରମ୍ଭ ହୋଇଥାଏ ଏବଂ ଅନ୍ୟ ଧର୍ମ ସବୁ ମଧ୍ୟ ଆରମ୍ଭ
ହୋଇଯାଇଥାଏ । ଏତେ ଭକ୍ତି ଆଉ କେହି କରିପାରିବେ ନାହିଁ, ସମ୍ପୂର୍ଣ୍ଣ ଅଧାକଳ୍ପ ପର୍ଯ୍ୟନ୍ତ ଭକ୍ତି
ଚାଲିଥାଏ । ଏହା ମଧ୍ୟ ତୁମେମାନେ ଜାଣିଛ ଯେ ବାବା, ଯିଏକି ସମସ୍ତଙ୍କୁ ବିଶେଷ କରି ଭାରତକୁ ସଦ୍ଗତି
ଦେଇଥା’ନ୍ତି, ସ୍ୱର୍ଗର ମାଲିକ କରିଥା’ନ୍ତି ସେହି ଦୂର ଦେଶର ଯାତ୍ରୀ ଆସିଯାଇଛନ୍ତି - ଆମମାନଙ୍କୁ
ପୁନର୍ବାର ସ୍ୱର୍ଗର ରାଜ୍ୟଭାଗ୍ୟ ଦେବା ପାଇଁ । ବର୍ସା (ସମ୍ପତ୍ତି) ମଧ୍ୟ କେତେ ଉଚ୍ଚ କୋଟିର
ଦେଉଛନ୍ତି । କିନ୍ତୁ ଗୋଟିଏ ହେଲେ କଥା ବି କାହା ବୁଦ୍ଧିରେ ଧାରଣ ହେଉନାହିଁ । ଭାରତରେ କେତେ
ଭକ୍ତି କରୁଛନ୍ତି । କେତେ ମନ୍ଦିର ସବୁ ରହିଛି । ଭାରତ ଖଣ୍ଡରେ ତ ଢେର ମନ୍ଦିର ରହିଛି । ଏବେ
ତୁମେ ଜାଣୁଛ ଯେ ଏସବୁ କେଉଁମାନଙ୍କର ମନ୍ଦିର । ପ୍ରଥମେ-ପ୍ରଥମେ ତ ଶିବବାବାଙ୍କର ମନ୍ଦିର ତିଆରି
ହୁଏ, ତାପରେ ଦେବୀ-ଦେବତାଙ୍କର ମନ୍ଦିର ତିଆରି ହୁଏ । ସେହି ମନ୍ଦିରଗୁଡିକ ମଧ୍ୟ ତୁମ ସମ୍ମୁଖରେ
ଅଛି । ଗୋଟିଏ ପଟେ ଶିବବାବାଙ୍କର ପୂଜା କରି ଚାଲିଛନ୍ତି, ଆଉ ଗୋଟିଏ ପଟେ ଶିବବାବା ତୁମକୁ ପୂଜ୍ୟ
କରୁଛନ୍ତି । ତୁମେ ଏଠାକୁ ପୂଜ୍ୟ ଦେବତା ହେବା ପାଇଁ ଆସିଛ । ଯେଉଁମାନେ ବି ଦେବତାମାନଙ୍କର
ପୂଜାରୀ ଅଟନ୍ତି ବାସ୍ତବରେ ସେମାନେ ମଧ୍ୟ ଆସି ଏଠାରେ ବ୍ରାହ୍ମଣ ହେବେ । ଧୀରେ ଧୀରେ ବୃଦ୍ଧି
ହୋଇ ଚାଲିବ । ସମସ୍ତେ ତ ଏକାଠି ପଢି ପାରିବେ ନାହିଁ । ସମୟ ଲାଗିଥାଏ । କଳ୍ପ ପୂର୍ବରୁ ମଧ୍ୟ
ଯେଉଁମାନେ ପଢିଥିବେ ସେହିମାନେ ପୁଣି ପଢିବେ । ତେଣୁ ଜଣେ ଅନ୍ୟ ଜଣଙ୍କୁ ପଢାଇବାରେ ଲାଗିପଡିବା
ଉଚିତ୍ । ଆମେ ସମସ୍ତଙ୍କୁ ବାବା ଏବଂ ସୃଷ୍ଟିର ଆଦି-ମଧ୍ୟ-ଅନ୍ତର ରହସ୍ୟ ଶୁଣାଉଛୁ, ଯାହାଦ୍ୱାରା
ମନୁଷ୍ୟ ସ୍ୱର୍ଗର ମାଲିକ ହୋଇପାରିବେ । ତେବେ ଏହାକୁ ଆସି ବୁଝ । ତୁମ ପିଲାମାନଙ୍କର ବୁଦ୍ଧିରେ
ରହିଛି ଯେ ଏହି ନାଟକ କିପରି ଚକ୍ର ଲଗାଉଛି । ଲକ୍ଷ ଲକ୍ଷ ବର୍ଷର କାହାଣୀ ତ କେହି ଶୁଣାଇ ପାରିବେ
ନାହିଁ । ତୁମେ ଜାଣିଛ ୫ ହଜାର ବର୍ଷ ପୂର୍ବରୁ କ’ଣ ଥିଲା, କାହାର ରାଜ୍ୟ ଥିଲା! ଭାରତରେ ଆମ
ପୂଜ୍ୟ ଦେବୀ ଦେବତାଙ୍କର ରାଜ୍ୟ ଥିଲା । ମନେ ପଡିଲା ନା - ଆମେ ପୂଜ୍ୟ ଥିଲେ ପୁଣି ପୂଜାରୀ ହେଲେ
। ପୂର୍ବରୁ ଏହି କଥା ଜଣା ନ ଥିଲା - ଆମେ ହିଁ ସେହି ପୂଜ୍ୟ ଦେବୀ-ଦେବତା ଥିଲୁ, ପୁଣି ଆମେ ୮୪
ଜନ୍ମ ନେଲୁ । ୮୪ ଜନ୍ମର କାହାଣୀ ଲକ୍ଷ୍ମୀ-ନାରାୟଣଙ୍କର ଅଟେ । ତୁମେ ନିଜର ୮୪ ଜନ୍ମର କାହାଣୀ
ଶୁଣାଉଛ । ସେମାନଙ୍କୁ (ଦୁନିଆର ଲୋକମାନଙ୍କୁ) ତ ନିଜର କାହାଣୀ ଲେଖିବା ପାଇଁ ବହୁତ ସମୟ
ଲାଗିଥାଏ । ତୁମେ ଗୋଟିଏ ମିନିଟ୍ରେ ୮୪ ଜନ୍ମର କାହାଣୀ ଶୁଣାଇ ପାରିବ । ସେମାନେ ତ ଗୋଟିଏ
ଜନ୍ମର କାହାଣୀ ଲେଖିଥାନ୍ତି । ଛୋଟ ଅବସ୍ଥାରେ କ’ଣ କ’ଣ କରିଥିଲେ । ଇଏ ମଧ୍ୟ ନିଜର କାହାଣୀ
ଶୁଣାଉଛନ୍ତି । ଆମେ ୮୪ ଜନ୍ମର ଚକ୍ର କିପରି ଲଗାଉଛୁ । ଏହା ତ ଜଣଙ୍କର କଥା ନୁହେଁ, ବହୁତ
ବ୍ରାହ୍ମଣ ଅଛନ୍ତି । ତୁମେମାନେ ହିଁ କେବଳ ଏହି ଚକ୍ରକୁ ଜାଣିଛ । ଏହି ଚକ୍ରକୁ ଜାଣିବା ଦ୍ୱାରା
ତୁମେ ରାଜା ରାଣୀ ହେଉଛ ଏବଂ ଅନ୍ୟମାନଙ୍କୁ ମଧ୍ୟ କରୁଛ । ଭକ୍ତି ମଧ୍ୟ ଭାରତବାସୀମାନଙ୍କ ଭଳି
କେହି କରି ନ ଥାନ୍ତି । ଅନ୍ୟ ଯାହା ବି ମଠ-ପନ୍ଥ ଧର୍ମ ଆଦି ରହିଛି ସେଗୁଡିକ ଆମର ଭକ୍ତିମାର୍ଗ
ସମୟରେ ସ୍ଥାପନ ହୋଇଥାଏ । ପ୍ରଥମେ-ପ୍ରଥମେ ଆମର କେତେ ଛୋଟ ଫୁଲ ଗଛଟିଏ ଥିଲା, ଆତ୍ମିକ ଫୁଲ ବଗିଚା
ଥିଲା । ତୁମେ ଚୈତନ୍ୟ ଫୁଲ ଥିଲ । ତାକୁ କୁହାଯାଉଛି ଫୁଲର ବଗିଚା । ପୁଣି ସେହି ଫୁଲ ବଗିଚା
କଣ୍ଟାର ବଗିଚା ହୋଇଯାଇଥାଏ । ଏହି ସମୟରେ ସମସ୍ତେ କଣ୍ଟା ହୋଇଯାଇଛନ୍ତି । ପୁଣି କଣ୍ଟାରୁ ଫୁଲ
କିପରି ହେବ, ତାହା ବାବା ଆସି ବୁଝାଉଛନ୍ତି । ଜଣେ ଅନ୍ୟ ଜଣଙ୍କୁ ଦୁଃଖ ଦେବା କଣ୍ଟା ଲଗାଇବା ଅଟେ
। ଛାତ୍ର ଜୀବନକୁ ଉତ୍ତମ ବୋଲି କୁହାଯାଉଛି । ଏହି ଜୀବନ ବହୁତ ଭଲ ହୋଇଥାଏ । ପୁଅ ଝିଅମାନେ ବଡ
ଖୁସିରେ ପାଠ ପଢିବାରେ ଲାଗିଥାନ୍ତି । ବିବାହ କରିବା ମାତ୍ରେ ପରସ୍ପରକୁ କଣ୍ଟା ଫୁଟାଇବା ଆରମ୍ଭ
କରି ଦେଇଥାନ୍ତି ଅର୍ଥାତ୍ ବିକାରୀ ହୋଇଯାଇଥାଆନ୍ତି । ସତ୍ୟଯୁଗରେ କେହି କଣ୍ଟା ଲଗାଇ ନ ଥାନ୍ତି
। ଏବେ ତୁମେ ପୁନର୍ବାର ଫୁଲ ହେଉଛ । ତୁମେ ଜାଣିଛ ଭାରତ ସ୍ୱର୍ଗ ଥିବାବେଳେ କେତେ ଅପାର ସୁଖ ଥିଲା
। ସୁନାର ଖଣି ମାନ ଥିଲା । ଏବେ ତାହା ସବୁ ଖାଲି ହୋଇଯାଇଛି । ପୁଣି ତୁମକୁ ଭରପୁର ମାତ୍ରାରେ
ସୁନା ମିଳିବ । ଭାରତରେ ହିଁ ସୁନା, ହୀରା, ରତ୍ନର ଖଣି ସବୁ ଥିଲା । ସେହି ସମୟରେ ଆମେରିକା ଆଦି
କିଛି ବି ନ ଥାଏ । ବମ୍ବେ ମଧ୍ୟ ନ ଥାଏ । ଆଶ୍ଚର୍ଯ୍ୟର କଥା ନା । କଳିଯୁଗର ଶେଷରେ କିଛି ବି ସୁନା
ଦେଖିବାକୁ ମିଳୁନାହିଁ ପୁଣି ସତ୍ୟଯୁଗର ଆରମ୍ଭରେ ବହୁତ ସୁନାର ଖଣି ସବୁ ଭରପୁର ହୋଇଯିବ । ସୁନାର
ମହଲ ତିଆରି ହୋଇଥାଏ । ଆଶ୍ଚର୍ଯ୍ୟଜନକ ଅଟେ ନା । ସେଠାରେ ଖଣିଗୁଡିକରୁ କେତେ ଢେର ସୁନା ବାହାର
କରିଥା’ନ୍ତି । ଯେପରି ଏଠାରେ ମାଟିର ଇଟା ତିଆରି ହେଉଛି ସେଠାରେ ସେହିପରି ସୁନାର ଇଟା ତିଆରି
ହେବ । ମାୟା ମଛନ୍ଦର (ଯାଦୁଖେଳ) ର ଖେଳ ଦେଖାଇଥାନ୍ତି ନା । ଧ୍ୟାନରେ ଯାଇ ଦେଖିଲେ ଏଠାରେ ତ
ସୁନା ହିଁ ସୁନା ରହିଛି । ବାସ୍ତବରେ ସତ୍ୟଯୁଗରେ ସୁନା ରହିବ । ଏଠାରେ ତ ଦେଖ ମାଟିର ଇଟା ମଧ୍ୟ
ମିଳୁନାହିଁ । ଏଠାରେ ଯେତିକି ଇଟା ପଇସା ଦେଲେ ମିଳୁଛି ସେଠାରେ ସେତିକି ସୁନାର ଇଟା ମାଗଣାରେ
ମିଳିବ । ରାତି-ଦିନର ଫରକ ରହିଛି । ତେବେ କାହିଁକି ନୂଆ ଦୁନିଆରେ ଉଚ୍ଚ ପଦ ପାଇବାର ପୁରୁଷାର୍ଥ
ନ କରିବା! ଏଠାରେ ମୋହ ଜାଲରେ କାହିଁକି ବାନ୍ଧି ହେବା!
ବାବା କହୁଛନ୍ତି ପୁରୁଣା ସମ୍ବନ୍ଧରେ ତୁମେ କେତେ ଦୁଃଖ ପାଉଛ! ବାବା ଏଭଳି କହୁନାହାଁନ୍ତି ଯେ
ସେମାନଙ୍କୁ ଛାଡିଦିଅ । କେବଳ ବୁଦ୍ଧିଯୋଗ ଏକମାତ୍ର ବାବାଙ୍କ ସହିତ ଲଗାଅ ତେବେ ତୁମେ ବିଶ୍ୱର
ମାଲିକ ହୋଇଯିବ । ମନମନାଭବର ଅର୍ଥ ହିଁ ହେଉଛି - ମୋତେ ମନେ ପକାଅ ଏବଂ ବିଷ୍ଣୁ ଚତୁର୍ଭୁଜକୁ
ଅର୍ଥାତ୍ ବିଷ୍ଣୁପୁରୀକୁ ମନେପକାଅ । ମୂଳ ହିଁ ହେଉଛି ଗୋଟିଏ ଅକ୍ଷର । ଭକ୍ତିମାର୍ଗରେ ତ ଢେର
ପଞ୍ଚାୟତ ରହିଛି । ଏବେ ତୁମେ ସବୁ ଆତ୍ମାମାନେ କେବଳ ଏକ ପରମପିତା ପରମାତ୍ମା (ପ୍ରେମିକ)ଙ୍କର
ପ୍ରେମିକା ଅଟ । ସିଏ ତୁମକୁ ସୁଖଧାମର ମାଲିକ କରୁଛନ୍ତି । ସବୁ ଆତ୍ମାମାନେ ତାଙ୍କୁ ମନେ
ପକାଉଛନ୍ତି । ତୁମେମାନେ ଆତ୍ମିକ ପ୍ରେମିକ (ବାବା)ଙ୍କର ସାରା କଳ୍ପରେ ଥରେ ମାତ୍ର ଆତ୍ମିକ
ପ୍ରେମିକା ହେଉଛ । ବାକି ତ ସବୁ ମନୁଷ୍ୟମାନେ ଶାରୀରିକ ପ୍ରେମିକ ପ୍ରେମିକା ଅଟନ୍ତି । ଏବେ
ବେହଦର ପ୍ରେମିକାମାନଙ୍କୁ ବେହଦର ପ୍ରେମିକ ମିଳିଯାଇଛନ୍ତି । ତାଙ୍କୁ କହୁଛନ୍ତି ମଧ୍ୟ ଏଠାକୁ ଆସ
ଏବଂ ଆମକୁ ପତିତରୁ ପାବନ କର । ସେହି ଜଣଙ୍କୁ ହିଁ ଡାକୁଛନ୍ତି । ତୁମେ ଜାଣିଛ ଆମମାନଙ୍କର ଆତ୍ମା
ପତିତ ହୋଇଯାଇଛି ସେଥିପାଇଁ ଡାକୁଛନ୍ତି ହେ ପତିତ-ପାବନ ଆସ । ଯେତେବେଳେ କୁମ୍ଭମେଳା ଲାଗୁଛି,
ତେବେ କେତେ ଭକ୍ତ ଯାଇ ଗଙ୍ଗାସ୍ନାନ କରୁଛନ୍ତି । କିନ୍ତୁ ଲାଭ କିଛି ବି ନାହିଁ । କେହି ବି
ପବିତ୍ର ହେଉନାହାଁନ୍ତି । ଏବେ ବାବା ଆସି ଜ୍ଞାନର ବର୍ଷା କରୁଛନ୍ତି । ତୁମ ଉପରେ ଜ୍ଞାନର ବର୍ସା
ହେଉଛି, ଯାହାଦ୍ୱାରା ଏହି କଣ୍ଟାର ଜଙ୍ଗଲ ପୁଣି ଫୁଲର ବଗିଚା ହୋଇଯିବ । ତୁମେ ଜାଣିଛ ଯେତେବେଳେ
ଆମର ରାଜ୍ୟ ହେବ, ସେତେବେଳେ ସେଠାରେ କେହି ବି ପତିତ ନ ଥିବେ । ସାରା ବିଶ୍ୱ ଉପରେ ଜ୍ଞାନର ବର୍ସା
ହେଉଛି । ସବୁ କିଛି ଶସ୍ୟ-ଶ୍ୟାମଳା ହୋଇଯାଉଛି । ହୀରାନୀଳାର ଖଣିଗୁଡିକ ମଧ୍ୟ ନୂଆ ହୋଇଯାଉଛି ।
ଏବେ ତୁମମାନଙ୍କୁ କେତେ ଖୁସିରେ ରହିବା ଉଚିତ୍ । ତୁମେମାନେ ସମ୍ମୁଖରେ ଦେଖୁଛ - ବେହଦର ପିତା ଆସି
ବୁଝାଉଛନ୍ତି ଯେ ତୁମେ ମୋତେ ମନେପକାଅ ତେବେ ତୁମର ବିକର୍ମ ବିନାଶ ହୋଇଯିବ । ଚାହେଁ ତୁମେ ଯେଉଁଠି
ବି ବସିଥାଅ, ସ୍ନାନ ମଧ୍ୟ କରୁଥାଅ କିନ୍ତୁ ବୁଦ୍ଧିରେ ବାବାଙ୍କର ୟାଦ ରହିଥାଉ । ସେଠାରେ ତ ମନେ
ପକାଇବା ପାଇଁ ସମୟ ଅଛି । ବାବାଙ୍କୁ ଯେତେ ୟାଦ କରିବ ସେତେ ରୋଜଗାର ହେବ । ସ୍ମୃତିରେ ରହିଲେ
ହିଁ ରୋଜଗାର ହୋଇଥାଏ । ଏଭଳି କେବେ ଶୁଣିଛ କି ୟାଦରେ ରହିବା ଦ୍ୱାରା ରୋଜଗାର ହୋଇଥାଏ! କେତେ ବଡ
ରୋଜଗାର, ତୁମେ ବିଷ୍ଣୁପୁରୀର ମାଲିକ ହୋଇଯିବ । ତୁମେ ଜାଣିଛ ଆମ ଆତ୍ମାମାନଙ୍କର ପିତା ନିରାକାର
ଅଟନ୍ତି । ସିଏ ଏହି ଶରୀରର ଆଧାର ନେଇଛନ୍ତି । ଭାଗୀରଥଙ୍କର ମଧ୍ୟ (ଶାସ୍ତ୍ରରେ) ବର୍ଣ୍ଣନା ରହିଛି
ନା । ଭାଗ୍ୟଶାଳୀ ରଥ, ଯେଉଁ ରଥ (ଶରୀର)ରେ ପରମପିତାଙ୍କର ପରମ ଆତ୍ମା ସବାର ହୋଇଥାଏ । ଆତ୍ମାର
ରଥ ଯେତେବେଳେ ପ୍ରସ୍ତୁତ ହୋଇଯାଏ ସେତେବେଳେ ଆତ୍ମା ତୁରନ୍ତ ଆସି ପ୍ରବେଶ କରିଥାଏ । ବାବାଙ୍କୁ ତ
ଏହି ରଥରେ ଆସି କେବଳ ଜ୍ଞାନ ଦେବାର ଅଛି । ୟାଙ୍କର ମଧ୍ୟ ବହୁତ ଜନ୍ମର ଅନ୍ତିମ ଜନ୍ମରେ ଯେତେବେଳେ
ବାନପ୍ରସ୍ଥ ଅବସ୍ଥା ହୋଇଯାଏ ସେତେବେଳେ ବାବା କହୁଛନ୍ତି - ମୁଁ ଆସି ୟାଙ୍କ ଶରୀରରେ ପ୍ରବେଶ
କରୁଛି ଅଥବା ମୁଁ ଆସି ଏହି ରଥରେ ବିରାଜମାନ ହେଉଛି । ବାକି କୌଣସି ଘୋଡା ଗାଡି ରଥର କଥା ନାହିଁ
। ଏବେ ତୁମକୁ ଏହି ଜ୍ଞାନ ମିଳିଛି । ବାବା ସମ୍ମୁଖରେ ବସି ତୁମ ସନ୍ତାନମାନଙ୍କୁ ବୁଝାଉଛନ୍ତି ।
ତୁମକୁ ତ ବହୁତ ଖୁସି ଲାଗିବା ଉଚିତ୍ । ଯେଉଁମାନେ ଆଇ.ସି.ଏସ୍. ପରୀକ୍ଷା ଦେବା ପାଇଁ ପାଠ
ପଢୁଥାନ୍ତି ସେମାନଙ୍କର ବହୁତ ନିଶା ରହିଥାଏ । ତାହା ସବୁଠାରୁ ବଡ ପରୀକ୍ଷା । ଏହା ମଧ୍ୟ ତୁମର
ପାଠପଢା ଅଟେ । ଏହା ଭଗବାନଙ୍କର ପାଠଶାଳା ଅଟେ । ଏବେ ପ୍ରଶ୍ନ ଉଠୁଛି ଭଗବାନ କିଏ? କ’ଣ
ଶ୍ରୀକୃଷ୍ଣ ନା ଶିବବାବା? ସମସ୍ତଙ୍କର ଭଗବାନ କିଏ? କେବଳ ଏକ ନିରାକାରଙ୍କ ବ୍ୟତୀତ ସମସ୍ତେ ତ
ଶ୍ରୀକୃଷ୍ଣଙ୍କୁ ମାନିବେ ନାହିଁ । ସବୁ ଆତ୍ମାମାନଙ୍କର ପିତା ସେହି ନିରାକାର ପରମପିତା ପରମାତ୍ମା
ଅଟନ୍ତି । ସିଏ ସର୍ବଦା ପରମଧାମରେ ରହିଥାନ୍ତି । ପିଲାମାନଙ୍କୁ ସ୍ୱର୍ଗର ମାଲିକ କରିବା ପାଇଁ ଥରେ
ମାତ୍ର ହିଁ ଆସିଥା’ନ୍ତି । ତୁମେ ଜାଣିଛ ସେହି ବାବା କଳ୍ପ କଳ୍ପ ଆସି ଆମକୁ ରଙ୍କ (ଦରିଦ୍ର)ରୁ
ରାଓ (ରାଜା) କରୁଛନ୍ତି । ଭାରତ ଏବେ ଦରିଦ୍ର ଅଟେ ନା । ପୁଣି ପରବର୍ତ୍ତୀ ଜନ୍ମରେ କ’ଣ ହେବାକୁ
ଯାଉଛ ତୁମକୁ ସବୁ କିଛି ସାକ୍ଷାତ୍କାର ହୋଇଛି । ବିନାଶର ସାକ୍ଷାତ୍କାର ମଧ୍ୟ କରିଛ ।
ସ୍ଥାପନାର ମଧ୍ୟ କରିଛ । ଭଗବାନଉବାଚ ମୁଁ ତୁମକୁ ରାଜାଙ୍କର ରାଜା କରୁଛି । ବହୁତ ଦାନ-ପୁଣ୍ୟ
କରିବା ଦ୍ୱାରା କାହାକୁ ଅଳ୍ପକାଳର ସୁଖ ମିଳିଥାଏ । ରାଜାମାନଙ୍କ ପାଖରେ ଜନ୍ମ ନେଇ ପୁଣି ତୁରନ୍ତ
ମରିଯାଇଥା’ନ୍ତି । କେହି କେହି ଗର୍ଭରେ ମଧ୍ୟ ମରିଯାଇଥାନ୍ତି । କେହି କେହି କଣା, କୁଜା, କେମ୍ପା
ହୋଇଯାଇଥା’ନ୍ତି । ଯେଉଁଭଳି କର୍ମ କରିଥାନ୍ତି ସେହିଭଳି ପଦ ପାଇଥାନ୍ତି । ଏବେ ତ ମୁଁ ତୁମକୁ
ରାଜାଙ୍କର ରାଜା କରୁଛି । ତୁମେ କହୁଛ ବାବା ମୁଁ ଆପଣଙ୍କ ଉପରେ ସମର୍ପଣ ହୋଇଯିବି । ତେଣୁ
ନିଶ୍ଚିତ ରାଜ୍ୟ ପଦ ମଧ୍ୟ ତୁମେ ହିଁ ପାଇବ । ଭାରତକୁ ମହାଦାନୀ ଖଣ୍ଡ (ରାଷ୍ଟ୍ର) କୁହାଯାଏ ।
ଏଠାରେ ବହୁତ ଦାନପୁଣ୍ୟ କରିଥାନ୍ତି । ଦାନ ପୁଣ୍ୟ କରିବା ପୁଣି ଭକ୍ତିମାର୍ଗରେ ଆରମ୍ଭ ହୋଇଥାଏ ।
ଏବେ ବାବା ତୁମକୁ ୨୧ ଜନ୍ମ ପାଇଁ ଦାନ ଦେଉଛନ୍ତି । ଏବେ ତୁମେ ବାବାଙ୍କ ଉପରେ ସମର୍ପଣ ହେଉଛ ।
ଶରୀର, ମନ, ଧନ ସବୁ କିଛି ଦେଇ ଦେଇଛ । ଏବେ ବାବା କହୁଛନ୍ତି ଟ୍ରଷ୍ଟି ବା ନିମିତ୍ତ ହୋଇ ରୁହ ।
ନିଜର ଘର ଗୃହସ୍ଥକୁ ସମ୍ଭାଳ । ସବୁ କିଛି ଶିବ ବାବାଙ୍କର । ମୁଁ ଆପଣଙ୍କର, ଆପଣଙ୍କୁ ହିଁ ମନେ
ପକାଉଛି । ହୃଦୟର ସହିତ ସମର୍ପଣ କରିଥାନ୍ତି । ବାବା କହୁଛନ୍ତି ଭଲେ ମହଲରେ ରୁହ, ବୁଲାବୁଲି କର,
ଖୁସି ମଉଜରେ ରୁହ, କେବଳ ମୋତେ ମନେପକାଅ ତେବେ ତୁମେ ବହୁତ ଖୁସିରେ ରହିବ । ତୁମେମାନେ ବିଶ୍ୱର
ମାଲିକ ଥିଲ । ଏବେ ପୁଣି ତୁମେ ପୁରୁଷାର୍ଥ କରି ସେହିଭଳି ହେଉଛ । ବାବା ବୁଝାଉଛନ୍ତି - ମିଠା
ମିଠା ସନ୍ତାନମାନେ ଏହି ଯୋଗବଳ ଦ୍ୱାରା ହିଁ ତୁମେ ବିକର୍ମାଜିତ୍ ହୋଇଯିବ । ବାବାଙ୍କର ୟାଦ
ଦ୍ୱାରା ତୁମେ ବିଶ୍ୱର ମାଲିକ ହେଉଛ । ଆଚ୍ଛା —
ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ
ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ରାଜା
ହେବାର ପଦ ପାଇବା ପାଇଁ ବାବାଙ୍କ ଉପରେ ପୁରା ପୁରା ସମର୍ପଣ ହେବାକୁ ପଡିବ । ତନ (ଶରୀର) ମନ, ଧନ
ସବୁ କିଛି ସମର୍ପଣ କରି ଟ୍ରଷ୍ଟୀ ହୋଇ ରହିବାକୁ ପଡିବ । ବିକର୍ମାଜୀତ୍ ହେବାର ପୁରୁଷାର୍ଥ
କରିବାକୁ ପଡିବ ।
(୨) ୟାଦରେ ହିଁ ରୋଜଗାର
ହୋଇଥାଏ, ସେଥିପାଇଁ ନିରନ୍ତର ୟାଦରେ ରହିବାର ପୁରୁଷାର୍ଥ କରିବାକୁ ହେବ । ଏଭଳି ରୁହାନୀ ଫୁଲ
ହେବାର ଅଛି ଯାହାଦ୍ୱାରା କି ଫୁଲର ଦୁନିଆ (ସ୍ୱର୍ଗ)ର ଅଧିକାରୀ ହୋଇଯିବ । ଭିତରେ କୌଣସି କଣ୍ଟା
ନ ଥାଉ ।
ବରଦାନ:-
ଏକମାତ୍ର
ବାବାଙ୍କ ଭିତରେ ସାରା ସଂସାରର ଅନୁଭବ କରୁଥିବା ବେହଦର ବୈରାଗୀ ହୁଅ ।
ବେହଦର ବୈରାଗୀ ସେହିମାନେ
ହୋଇପାରିବେ ଯେଉଁମାନେ ବାବାଙ୍କୁ ହିଁ ନିଜର ସଂସାର ମନେ କରିଥାଆନ୍ତି । ଯେଉଁମାନଙ୍କର ବାବା ହିଁ
ସଂସାର ଅଟନ୍ତି, ସେମାନେ ନିଜର ସଂସାରରେ ହିଁ ରହିବେ, ଅନ୍ୟ କେଉଁଠାକୁ ତ ଯିବେ ହିଁ ନାହିଁ, ତେଣୁ
ସ୍ୱତଃ ହିଁ ସବୁ ଆଡୁ ଅଲଗା ହୋଇଯିବେ । ତେବେ ସଂସାର ଭିତରେ ବ୍ୟକ୍ତି ଏବଂ ବୈଭବ ସବୁ କିଛି
ଆସିଯାଉଛି । ଯାହା ବାବାଙ୍କର ସମ୍ପତ୍ତି ତାହା ମୋ’ର ସମ୍ପତ୍ତି - ଏହି ସ୍ମୃତିରେ ରହିବା ଦ୍ୱାରା
ବେହଦର ବୈରାଗୀ ହୋଇଯିବ । କାହାକୁ ବି ଦେଖୁଥିଲେ ମଧ୍ୟ ଦେଖିବ ନାହିଁ । ଦେଖା ହିଁ ଯିବ ନାହିଁ ।
ସ୍ଲୋଗାନ:-
ଶକ୍ତିଶାଳୀ
ସ୍ଥିତିର ଅନୁଭବ କରିବା ପାଇଁ ଏକାନ୍ତ ଏବଂ ରମଣିକତାର ସନ୍ତୁଳନ ରଖ ।
ଅବ୍ୟକ୍ତ ଈଶାରା -
ଜ୍ୱାଳା ସ୍ୱରୂପ ସ୍ଥିତିରେ ରହି ଶକ୍ତିଶାଳୀ ଯୋଗର ଅନୁଭବ କର ।
ଯେପରି କୌଣସି ଶତ୍ରୁ
ଠାରୁ ସୁରକ୍ଷିତ ରହିବା ପାଇଁ ରାଜାମାନେ ଦୁର୍ଗ ନିର୍ମାଣ କରିଥାଆନ୍ତି, ଯାହା ଭିତରେ ପ୍ରଜାମାନେ
ସୁରକ୍ଷିତ ରହିପାରିବେ, କେବଳ ଜଣେ ରାଜା ପାଇଁ ଗୋଟିଏ ସୁରକ୍ଷିତ କୋଠରୀ ତିଆରି କରି ନ ଥାଆନ୍ତି,
କିନ୍ତୁ ପ୍ରଜାମାନଙ୍କ ପାଇଁ କିଲା ବା ଦୁର୍ଗ ନିର୍ମାଣ କରିଥାଆନ୍ତି । ସେହିପରି ତୁମେମାନେ ମଧ୍ୟ
ନିଜ ପାଇଁ, ନିଜର ସାଥୀମାନଙ୍କ ପାଇଁ, ଅନ୍ୟ ଆତ୍ମାମାନଙ୍କ ପାଇଁ ଜ୍ୱାଳା ସ୍ୱରୂପ ଯୋଗର ଦୁର୍ଗ
ନିର୍ମାଣ କର । ଯଦି ଯୋଗ ଶକ୍ତିର ଜ୍ୱାଳା ପ୍ରଜ୍ୱଳିତ ରହିଥିବ, ତେବେ ପ୍ରତ୍ୟେକ ଆତ୍ମା
ସୁରକ୍ଷିତ ରହିବାର ଅନୁଭବ କରିବେ ।