13.08.25 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ- ବ୍ରହ୍ମା
ହେଉଛନ୍ତି ଅକାଳମୂର୍ତ୍ତ ବାବାଙ୍କର କଥାବାର୍ତ୍ତା, ଚଳପ୍ରଚଳ ହେଉଥିବା ସିଂହାସନ, ଯେତେବେଳେ ସେ
ବ୍ରହ୍ମାଙ୍କ ଶରୀରରେ ଆସନ୍ତି ସେତେବେଳେ ତୁମ ବ୍ରାହ୍ମଣମାନଙ୍କୁ ରଚନା କରିଥା’ନ୍ତି ।”
ପ୍ରଶ୍ନ:-
ବୁଦ୍ଧିମାନ
ସନ୍ତାନମାନେ କେଉଁ ରହସ୍ୟକୁ ବୁଝି ଠିକ୍ ରୀତିରେ ବୁଝାଇ ପାରିବେ?
ଉତ୍ତର:-
ବ୍ରହ୍ମା କିଏ ଏବଂ ସେ ବ୍ରହ୍ମାରୁ ବିଷ୍ଣୁ କିପରି ହେଉଛନ୍ତି । ପ୍ରଜାପିତା ବ୍ରହ୍ମା ଏଠାରେ
ଅଛନ୍ତି, ସେ କୌଣସି ଦେବତା ନୁହଁନ୍ତି । ବ୍ରହ୍ମା ହିଁ ବ୍ରାହ୍ମଣମାନଙ୍କ ଦ୍ୱାରା ଜ୍ଞାନ ଯଜ୍ଞ
ରଚନା କରିଛନ୍ତି... ଏହି ସବୁ ରହସ୍ୟ ବୁଦ୍ଧିମାନ ସନ୍ତାନମାନେ ହିଁ ବୁଝି ବୁଝାଇ ପାରିବେ ।
ଅଶ୍ୱାରୋହୀ ଏବଂ ପଦାତିକମାନେ ଏଥିରେ ତ ଦ୍ୱନ୍ଦ୍ୱରେ ପଡିବେ ।
ଗୀତ:-
ଓମ୍ ନମୋ ଶିବାୟ...
ଓମ୍ ଶାନ୍ତି ।
ଭକ୍ତିରେ
ଜଣଙ୍କର ହିଁ ମହିମା ଗାନ କରିଥା’ନ୍ତି । ମହିମା ତ ଗାନ କରିଥା’ନ୍ତି ନା । କିନ୍ତୁ ନା ତାଙ୍କୁ
ଜାଣିଛନ୍ତି, ନା ତାଙ୍କର ଯଥାର୍ଥ ପରିଚୟକୁ ଜାଣିଛନ୍ତି । ଯଦି ଯଥାର୍ଥ ମହିମାକୁ ଜାଣିଥାନ୍ତେ
ତେବେ ବର୍ଣ୍ଣନା ନିଶ୍ଚୟ କରିଥାନ୍ତେ । ତୁମେ ସନ୍ତାନମାନେ ଜାଣିଛ ସର୍ବୋଚ୍ଚ ହେଉଛନ୍ତି ଭଗବାନ
। ମୁଖ୍ୟ ହେଉଛି ତାଙ୍କର ଚିତ୍ର । ବ୍ରହ୍ମାଙ୍କର ସନ୍ତାନ ମଧ୍ୟ ଥିବେ ନା । ତୁମେ ସମସ୍ତେ ହେଉଛ
ବ୍ରାହ୍ମଣ । ବ୍ରହ୍ମାଙ୍କୁ ମଧ୍ୟ ବ୍ରାହ୍ମଣ ହିଁ ଜାଣିପାରିବେ ଆଉ କେହି ଜାଣିପାରିବେ ନାହିଁ,
ସେଥିପାଇଁ ଦ୍ୱନ୍ଦ୍ୱରେ ପଡୁଛନ୍ତି । କହୁଛନ୍ତି ଇଏ କିପରି ବ୍ରହ୍ମା ହୋଇପାରିବେ । ବ୍ରହ୍ମାଙ୍କୁ
ସୂକ୍ଷ୍ମବତନବାସୀ ରୂପେ ଦେଖାଇଛନ୍ତି । ବାସ୍ତବରେ ପ୍ରଜାପିତା ସୂକ୍ଷ୍ମବତନରେ ରହିପାରିବେ ନାହିଁ
। ସେଠାରେ ତ ପ୍ରଜା ରଚନା ହେଉ ନାହିଁ । ଏହି ସମ୍ବନ୍ଧରେ ତୁମ ସହିତ ବହୁତ ବାଦ ବିବାଦ ମଧ୍ୟ
କରୁଛନ୍ତି । ବୁଝାଇବା ଦରକାର - ବ୍ରହ୍ମା ଏବଂ ବ୍ରାହ୍ମଣ ବାସ୍ତବରେ ଅଛନ୍ତି ନା । ଯେପରି
ଖ୍ରୀଷ୍ଟଙ୍କଠାରୁ ଖ୍ରୀଷ୍ଟିୟାନ ଅକ୍ଷର ବାହାରିଛି, ବୁଦ୍ଧଙ୍କ ଠାରୁ ବୌଦ୍ଧି, ଇବ୍ରାହିମ୍ଙ୍କଠାରୁ
ଇସ୍ଲାମୀ, ସେହିପରି ପ୍ରଜାପିତା ବ୍ରହ୍ମାଙ୍କ ଠାରୁ ବ୍ରାହ୍ମଣ ପ୍ରସିଦ୍ଧ ଅଛନ୍ତି । ଆଦିଦେବ
ହେଉଛନ୍ତି ବ୍ରହ୍ମା । ବାସ୍ତବରେ ବ୍ରହ୍ମାଙ୍କୁ ଦେବତା ବୋଲି କହିପାରିବା ନାହିଁ । ଏହା ମଧ୍ୟ
ଭୁଲ୍ । ଯିଏ ନିଜକୁ ବ୍ରାହ୍ମଣ ବୋଲାଉଛନ୍ତି ତାଙ୍କୁ ପଚାରିବା ଦରକାର ବ୍ରହ୍ମା କେଉଁଠାରୁ ଆସିଲେ?
ସେ କାହାର ରଚନା । ବ୍ରହ୍ମାଙ୍କୁ କିଏ ସୃଷ୍ଟି କରିଛନ୍ତି? ଏ କଥା କେବେ କେହି କହିପାରିବେ ନାହିଁ,
ଜାଣି ହିଁ ନାହାଁନ୍ତି । ଏକଥା ମଧ୍ୟ ତୁମେମାନେ ଜାଣିଛ - ଶିବବାବାଙ୍କର ଯିଏ ରଥ ହୋଇଛନ୍ତି,
ଯେଉଁଥିରେ ସେ ପ୍ରବେଶ କରିଥା’ନ୍ତି । ଇଏ ହେଉଛନ୍ତି ସେହି ଆତ୍ମା ଯିଏ ରାଜକୁମାର କୃଷ୍ଣ ହୋଇଥିଲେ
। ୮୪ ଜନ୍ମ ପରେ ଇଏ ଆସି ବ୍ରହ୍ମା ହୋଇଛନ୍ତି । ଏହାଙ୍କର ଜନ୍ମପତ୍ରୀର ନାମ ଅଲଗା ଥିବ କାହିଁକି
ନା ସେ ତ’ ହେଉଛନ୍ତି ମନୁଷ୍ୟ ନା । ପୁଣି ଏହାଙ୍କ ଶରୀରରେ ପ୍ରବେଶ କରିବା ଦ୍ୱାରା ଏହାଙ୍କ ନାମ
ବ୍ରହ୍ମା ରଖୁଛନ୍ତି । ଏକଥା ମଧ୍ୟ ପିଲାମାନେ ଜାଣିଛନ୍ତି - ସେହି ବ୍ରହ୍ମା ହେଉଛନ୍ତି
ବିଷ୍ଣୁଙ୍କର ରୂପ । ସେ ନାରାୟଣ ହେଉଛନ୍ତି ନା । ୮୪ ଜନ୍ମର ଅନ୍ତିମରେ ମଧ୍ୟ ସାଧାରଣ ରଥର ନା ।
ଏହି (ଶରୀର) ସବୁ ଆତ୍ମାମାନଙ୍କର ରଥ । ଅକାଳମୂର୍ତ୍ତଙ୍କର ଚାଲିଲା, ବୁଲିଲାର ସିଂହାସନ । ଶିଖ୍
ଲୋକମାନେ ପୁଣି ଅକାଳ ତଖତ୍ ତିଆରି କରିଦେଇଛନ୍ତି । ତାକୁ ଅକାଳତଖତ୍ କହୁଛନ୍ତି । ଏଠାରୁ
ଭ୍ରୁକୁଟୀ ତ ହେଉଛି ଅକାଳ ତଖତ୍ । ବାସ୍ତବରେ ଅକାଳ ତଖତ ସମସ୍ତଙ୍କର ରହିଛି । ଆତ୍ମାମାନେ ସମସ୍ତେ
ହେଉଛନ୍ତି ଅକାଳମୂର୍ତ୍ତ । ସର୍ବୋଚ୍ଚ ଭଗବାନଙ୍କୁ ଏହି ରଥ ଆବଶ୍ୟକ ନା । ରଥରେ ପ୍ରବେଶ କରି ବସି
ଜ୍ଞାନ ଦେଉଛନ୍ତି । ତାଙ୍କୁ ହିଁ ଜ୍ଞାନ ସାଗର କୁହାଯାଏ । ରଚୟିତା ଏବଂ ରଚନାର ଆଦି-ମଧ୍ୟ-ଅନ୍ତର
ଜ୍ଞାନ ଦେଉଛନ୍ତି । ନଲେଜଫୁଲର ଅର୍ଥ କୌଣସି ଅନ୍ତର୍ଯ୍ୟାମୀ ଅଥବା ସର୍ବଜ୍ଞାତା ନୁହେଁ ।
ସର୍ବବ୍ୟାପୀର ଅର୍ଥ ଅଲଗା ଏବଂ ସର୍ବଜ୍ଞାତାର ଅର୍ଥ ଅଲଗା । ମନୁଷ୍ୟ ତ’ ସବୁ କିଛି ମିଶାଇ ଯାହା
ଆସୁଛି ତାହା କହିଚାଲିଛ । ଏବେ ତୁମେମାନେ ଜାଣୁଛ ଆମେ ସବୁ ହେଉଛୁ ବ୍ରାହ୍ମଣ, ବ୍ରହ୍ମାଙ୍କର
ସନ୍ତାନ ଅଟୁ । ଆମର କୁଳ ସବୁଠାରୁ ଶ୍ରେଷ୍ଠ । ଲୋକମାନେ ଦେବତାମାନଙ୍କୁ ସର୍ବୋଚ୍ଚ ସ୍ଥାନ
ଦେଉଛନ୍ତି କାହିଁକି ନା ସତ୍ୟଯୁଗ ଆଦିରେ ଦେବତା ହୋଇଥିଲେ । ପ୍ରଜାପିତା ବ୍ରହ୍ମାଙ୍କର ସନ୍ତାନ
ବ୍ରାହ୍ମଣ ହୋଇଥା’ନ୍ତି - ତୁମମାନଙ୍କ ବ୍ୟତୀତ ଏ କଥା କେହି ହେଲେ ଜାଣି ନାହାଁନ୍ତି । ସେମାନେ
କିପରି ଜାଣିପାରିବେ । ଯେହେତୁ ବ୍ରହ୍ମାଙ୍କୁ ସୂକ୍ଷ୍ମବତନରେ ଅଛନ୍ତି ବୋଲି ଭାବୁଛନ୍ତି । ସେ
ଜିସ୍ମାନୀ ବ୍ରାହ୍ମଣ ଅଲଗା ଅଛନ୍ତି ଯେଉଁମାନେ କି ପୂଜା କରିଥା’ନ୍ତି ବ୍ରାହ୍ମଣ ଭୋଜନ
ଖାଇଥା’ନ୍ତି । ତୁମେ ତ’ ବ୍ରାହ୍ମଣ ଭୋଜନ ଆଦି ଖାଉନାହିଁ । ବ୍ରହ୍ମାଙ୍କର ରହସ୍ୟ ଏବେ ଭଲ ଭାବରେ
ବୁଝାଇବାକୁ ପଡୁଛି । କୁହ ଅନ୍ୟ ସବୁ କଥାକୁ ଛାଡି ଯାହାଙ୍କ ଦ୍ୱାରା ପତିତରୁ ପବିତ୍ର ହେଉଛ,
ପ୍ରଥମେ ତାଙ୍କୁ ତ ମନେ ପକାଅ । ପରେ ଏହି କଥା ମଧ୍ୟ ବୁଝିଯିବେ । ସାମାନ୍ୟ କଥାରେ ସଂଶୟ ଆସିଲେ
ବାବାଙ୍କୁ ହିଁ ଛାଡି ଦେଇଥାନ୍ତି । ପ୍ରଥମ ମୁଖ୍ୟ କଥା ହେଉଛି ବାବା ଓ ସମ୍ପତ୍ତି । ବାବା
କହୁଛନ୍ତି ମୋତେ ମନେ ପକାଅ । ମୁଁ ନିଶ୍ଚୟ କାହା ଶରୀର ମାଧ୍ୟମରେ ତ ଆସିବି ନା । ତାଙ୍କର ନାମ
ମଧ୍ୟ ରହିବା ଦରକାର । ପ୍ରଥମେ ତାଙ୍କୁ ଆସି ରଚନା କରୁଛି । ବ୍ରହ୍ମାଙ୍କ ସମ୍ବନ୍ଧରେ ବୁଝାଇବା
ପାଇଁ ତୁମର ବହୁତ ବୁଦ୍ଧି ଥିବା ଦରକାର । ଏଭଳି ବୁଝାଇବାରେ ପଦାତିକ, ଅଶ୍ୱାରୋହୀ ସମସ୍ତେ ଝାଉଁଳି
ପଡୁଛନ୍ତି । ଅବସ୍ଥା ଅନୁସାରେ ବୁଝାଉଛନ୍ତି ନା । ପ୍ରଜାପିତା ବ୍ରହ୍ମା ତ’ ଏଠାରେ ଅଛନ୍ତି ନା ।
ବ୍ରାହ୍ମଣମାନଙ୍କ ଦ୍ୱାରା ଜ୍ଞାନ ଯଜ୍ଞ ରଚନା କରୁଥିବାରୁ ନିଶ୍ଚୟ ବ୍ରାହ୍ମଣ ହିଁ ଦରକାର ନା ।
ପ୍ରଜାପିତା ବ୍ରହ୍ମା ମଧ୍ୟ ଏହିଠାରେ ରହିବା ଦରକାର, ଯାହାଙ୍କ ଦ୍ୱାରା ବ୍ରାହ୍ମଣ ହେବେ ।
ବ୍ରାହ୍ମଣମାନେ କହୁଛନ୍ତି ଯେ ଆମେ ମଧ୍ୟ ହେଉଛୁ ବ୍ରହ୍ମାଙ୍କର ସନ୍ତାନ । ଭାବୁଛନ୍ତି ପରମ୍ପରାରୁ
ଆମର କୁଳ ଚାଲିଆସିଛି । କିନ୍ତୁ ବ୍ରହ୍ମା କେବେ ଥିଲେ ସେ କଥା ଜଣା ନାହିଁ । ଏବେ ତୁମେ
ବ୍ରାହ୍ମଣ ହୋଇଛ । ବ୍ରହ୍ମାଙ୍କ ସନ୍ତାନ ହିଁ ବ୍ରାହ୍ମଣ । ସେମାନେ ତ ବାବାଙ୍କର କର୍ତ୍ତବ୍ୟକୁ
ଜାଣି ହିଁ ନାହାଁନ୍ତି । ଭାରତରେ ପ୍ରଥମେ ବ୍ରାହ୍ମଣ ହିଁ ଥିଲେ । ବ୍ରାହ୍ମଣମାନଙ୍କର ହେଉଛି
ସବୁଠାରୁ ଉଚ୍ଚ କୂଳ । ଲୌକିକ ବ୍ରାହ୍ମଣମାନେ ମଧ୍ୟ ଭାବନ୍ତି ଯେ ଆମର କୁଳର ଉତ୍ପତ୍ତି ନିଶ୍ଚୟ
ବ୍ରହ୍ମାଙ୍କଠାରୁ ହୋଇଥିବ । କିନ୍ତୁ କିପରି, କେବେ... ଏହାକୁ ବର୍ଣ୍ଣନା କରିପାରିବେ ନାହିଁ ।
ତୁମେ ଜାଣୁଛ - ପ୍ରଜାପିତା ବ୍ରହ୍ମା ହିଁ ବ୍ରାହ୍ମଣଙ୍କୁ ରଚନା କରୁଛନ୍ତି । ଯେଉଁ
ବ୍ରାହ୍ମଣମାନଙ୍କୁ ହିଁ ପୁଣି ଦେବତା ହେବାକୁ ପଡିବ । ବ୍ରାହ୍ମଣମାନଙ୍କୁ ଆସି ବାବା ପଢାଉଛନ୍ତି
। ବ୍ରାହ୍ମଣମାନଙ୍କର ରାଜତ୍ୱ ନାହିଁ । ବ୍ରାହ୍ମଣମାନଙ୍କର କୁଳ ଅଛି, ରାଜା-ରାଣୀ ହେଲେ ହିଁ
ରାଜତ୍ୱ କୁହାଯିବ । ଯେପରି ସୂର୍ଯ୍ୟବଂଶୀ ଡିନାୟଷ୍ଟି (ରାଜବଂଶ) । ତୁମ ବ୍ରାହ୍ମଣମାନଙ୍କ ମଧ୍ୟରେ
କେହି ରାଜା ତ’ ହେଉ ନାହାଁନ୍ତି । ସେମାନେ ଯେଉଁ କହୁଛନ୍ତି ଯେ କୌରବ ଏବଂ ପାଣ୍ଡବମାନଙ୍କର
ରାଜ୍ୟ ଥିଲା, ଉଭୟ ଭୁଲ୍ । ଉଭୟଙ୍କର ତ ରାଜତ୍ୱ ନାହିଁ । ପ୍ରଜାଙ୍କର ପ୍ରଜା ଉପରେ ରାଜତ୍ୱ
ଚାଲିଛି, ତାକୁ ରାଜଧାନୀ କୁହାଯିବ ନାହିଁ । ମୁକୁଟ ହିଁ ନାହିଁ । ବାବା ବୁଝାଇଛନ୍ତି - ପ୍ରଥମେ
ଭାରତରେ ଡବଲ ମୁକୁଟଧାରୀ ଥିଲେ, ପରେ ଗୋଟିଏ ମୁକୁଟ ହୋଇଗଲା । ବର୍ତ୍ତମାନ ତ ମୁକୁଟ ବିହୀନ
ହୋଇଯାଇଛନ୍ତି । ଏହାକୁ ମଧ୍ୟ ଭଲ ଭାବରେ ସିଦ୍ଧ କରି ବତାଇବାକୁ ହେବ, ଯିଏ ଭଲ ଧାରଣାଯୁକ୍ତ
ହୋଇଥିବେ ସିଏ ଭଲ ଭାବରେ ବୁଝାଇ ପାରିବେ । ବ୍ରହ୍ମାଙ୍କ ସମ୍ବନ୍ଧରେ ହିଁ ଅଧିକ କଥା ବୁଝାଇବାକୁ
ପଡିଥାଏ । ବିଷ୍ଣୁଙ୍କୁ ମଧ୍ୟ ଜାଣି ନାହାଁନ୍ତି । ଏ କଥା ମଧ୍ୟ ବୁଝାଇବାକୁ ହେବ । ବୈକୁଣ୍ଠକୁ
ବିଷ୍ଣୁପୁରୀ କୁହାଯାଉଛି ଅର୍ଥାତ୍ ଲକ୍ଷ୍ମୀ-ନାରାୟଣଙ୍କର ରାଜ୍ୟ ଥିଲା । କୃଷ୍ଣ ରାଜକୁମାର ହେଲେ
ତ କହିବେ ନା - ମୋ’ ବାବା ହେଉଛନ୍ତି ରାଜା । ଏପରି ନୁହେଁ ଯେ କୃଷ୍ଣଙ୍କ ବାପା ରାଜା ହୋଇପାରିବେ
ନାହିଁ । ଶ୍ରୀକୃଷ୍ଣଙ୍କୁ ରାଜକୁମାର କୁହାଯାଉଥିବାରୁ ନିଶ୍ଚୟ ରାଜାଙ୍କ ପାଖରେ ଜନ୍ମ ହେବେ ।
ସାହୁକାରଙ୍କ ପାଖରେ ଜନ୍ମ ନେଇଥିଲେ ତାଙ୍କୁ କ’ଣ ରାଜକୁମାର କୁହାଯାଇଥାନ୍ତା କି । ରାଜପଦ ଏବଂ
ସାହୁକାରଙ୍କ ପଦ ମଧ୍ୟରେ ରାତି-ଦିନର ଫରକ ରହିଛି । ଶ୍ରୀକୃଷ୍ଣଙ୍କ ପିତା ରାଜାଙ୍କର ନାମ ହିଁ
ନାହିଁ । ଶ୍ରୀକୃଷ୍ଣଙ୍କୁ ନାମ କେତେ ପ୍ରସିଦ୍ଧ ଅଛି । ପିତାଙ୍କର ପଦ ଶ୍ରେଷ୍ଠ ବୋଲି କୁହାଯାଇ
ପାରିବ ନାହିଁ । ତାହା ଦ୍ୱିତୀୟ ଶ୍ରେଣୀର ପଦ ଯିଏ କେବଳ ନିମିତ୍ତ ହେଉଛନ୍ତି କୃଷ୍ଣଙ୍କୁ ଜନ୍ମ
ଦେବା ପାଇଁ । ଏପରି ନୁହେଁ ଯେ ସେ କୃଷ୍ଣଙ୍କ ଆତ୍ମାଠାରୁ ବେଶୀ ପଢିଛନ୍ତି । ନା, କୃଷ୍ଣ ହିଁ
ପୁଣି ନାରାୟଣ ହୋଇଥା’ନ୍ତି । ବାକି ବାବାଙ୍କର ନାମ ହିଁ ଲୋପ ହୋଇଯାଇଥାଏ । ସେ ନିଶ୍ଚିତ
ବ୍ରାହ୍ମଣ । କିନ୍ତୁ ପାଠପଢାରେ ଶ୍ରୀକୃଷ୍ଣଙ୍କଠାରୁ କମ୍ ଅଛନ୍ତି । ଶ୍ରୀକୃଷ୍ଣଙ୍କ ଆତ୍ମା ନିଜ
ବାପଠାରୁ ମଧ୍ୟ ଅଧିକ ପାଠ ପଢ଼ିଛନ୍ତି, ସେଥିପାଇଁ ତ ତାଙ୍କର ଏତେ ନାମ ପ୍ରସିଦ୍ଧ ରହିଛି ।
କୃଷ୍ଣଙ୍କ ପିତା କିଏ ଥିଲେ - ଏକଥା ଯେପରି କାହାକୁ ଜଣା ହିଁ ନାହିଁ । ଆଗକୁ ଗଲେ ଜଣା ପଡିବ ।
ଏହିଠାରୁ ତ ଶିକ୍ଷା ନେଇ ଥିବେ ନା । ରାଧାଙ୍କର ମଧ୍ୟ ମା-ବାପା ତ ଥିବେ ନା । କିନ୍ତୁ ତାଙ୍କଠାରୁ
ରାଧାଙ୍କ ନାମ ଅଧିକ ପ୍ରସିଦ୍ଧ କାହିଁକି ନା ମା-ବାପା କମ୍ ପାଠ ପଢିଛନ୍ତି । ରାଧାଙ୍କ ନାମ
ତାଙ୍କଠାରୁ ଉଚ୍ଚ ହୋଇଯାଇଥାଏ । ଏହା ହେଉଛି ପ୍ରାଞ୍ଚଳ - ପିଲାମାନଙ୍କୁ ବୁଝାଇବା ପାଇଁ । ସମସ୍ତ
ଆଧାର ପାଠପଢା ଉପରେ ରହିଛି । ବ୍ରହ୍ମାଙ୍କ ସମ୍ବନ୍ଧରେ ବୁଝାଇବା ନିମନ୍ତେ ମଧ୍ୟ ବୁଦ୍ଧି ଦରକାର
। ସେହି ଶ୍ରୀକୃଷ୍ଣଙ୍କର ଆତ୍ମା ହିଁ ୮୪ ଜନ୍ମ ନେଉଛନ୍ତି । ତୁମେ ମଧ୍ୟ ୮୪ ଜନ୍ମ ନେଉଛ । ସମସ୍ତେ
ତ’ ଏକାଠି ଆସିବେ ନାହିଁ । ଯିଏ ପାଠପଢାରେ ପ୍ରଥମ ହେଉଛନ୍ତି, ସତ୍ୟଯୁଗରେ ମଧ୍ୟ ସେ ପ୍ରଥମେ
ଆସିବେ । କ୍ରମାନ୍ୱୟରେ ତ ଆସୁଛନ୍ତି ନା । ଏହା ବହୁତ ସୂକ୍ଷ୍ମ କଥା । ଯାହାଙ୍କର ସ୍ୱଳ୍ପ ବୁଦ୍ଧି
ହୋଇଥିବ ସେମାନେ ତ ଧାରଣା କରିପାରିବେ ନାହିଁ । କ୍ରମାନ୍ୱୟରେ ଧାରଣା କରିଥା’ନ୍ତି । ତୁମର
କ୍ରମାନ୍ୱୟରେ ବଦଳି ହେଉଛ । କେତେ ବଡ ଲମ୍ବା ଧାଡି ଲାଗିବ । ଯେଉଁମାନେ ପଛଆଡକୁ ଯିବେ ।
କ୍ରମାନ୍ୱୟରେ ନିଜ-ନିଜର ସ୍ଥାନରେ ଯାଇ ନିବାସ କରିବେ । ସମସ୍ତଙ୍କ ପାଇଁ ସ୍ଥାନ ନିଦ୍ଧିଷ୍ଟ
ରହିଛି । ଏହା ବହୁତ ଆଶ୍ଚର୍ଯ୍ୟଜନକ ଖେଳ । କିନ୍ତୁ କେହି ହେଲେ ବୁଝୁ ନାହାଁନ୍ତି । ଏହାକୁ
କଣ୍ଟାର ଜଙ୍ଗଲ କୁହାଯାଉଛି । ଏଠାରେ ସମସ୍ତେ ପରସ୍ପରକୁ ଦୁଃଖ ଦେଉଛନ୍ତି । ସେଠାରେ ତ
ସ୍ୱାଭାବିକ ଭାବେ ସୁଖ ରହିବ । ଏଠାରେ ହେଉଛି କୃତ୍ରିମ ସୁଖ । ବାସ୍ତବ ସୁଖ ଏକମାତ୍ର ବାବା ହିଁ
ଦେଇପାରିବେ । ଏଠାରେ କାକ ବିଷ୍ଠା ସମାନ ସୁଖ ରହିଛି । ଦିନକୁ ଦିନ ସଂସାର ତମୋପ୍ରଧାନ ହୋଇଚାଲିଛି
। ଏଠାରେ କେତେ ଦୁଃଖ ରହିଛି । କହୁଛନ୍ତି - ବାବା ମାୟାର ତୁଫାନ ବହୁତ ଆସୁଛି । ମାୟା ଭ୍ରମରେ
ପକାଇ ଦେଉଛି, ବହୁତ ଦୁଃଖର ଅନୁଭବ ହେଉଛି । ସୁଖଦାତା ବାବାଙ୍କର ସନ୍ତାନ ହୋଇ ମଧ୍ୟ ଯଦି ଦୁଃଖର
ଅନୁଭବ ହେଉଛି ତେବେ ବାବା କହୁଛନ୍ତି - ପିଲାମାନେ, ଏହା ତୁମର ବହୁତ ବଡ କର୍ମଭୋଗ । ବାବା
ମିଳିଥିବାରୁ ଦୁଃଖର ଅନୁଭବ ହେବା ଅନୁଚିତ୍ । ଯାହା କିଛି ପୁରୁଣା କର୍ମଭୋଗ ଅଛି ତାକୁ ଯୋଗବଳ
ଦ୍ୱାରା ଚୁକ୍ତ କର । ଯଦି ଯୋଗବଳ ନ ଥିବ ତେବେ ଦଣ୍ଡ ଭୋଗି ଚୁକ୍ତ କରିବାକୁ ପଡିବ । ଦଣ୍ଡ ସାଥେ
ଜୋରିମନା ଭଲ କଥା ନୁହେଁ । ଭଲ ଭାବେ ପୁରୁଷାର୍ଥ କରିବା ଦରକାର ନଚେତ୍ ପୁଣି ଟ୍ରିବୁନାଲ୍ ବସିବ
। ପ୍ରଜା ତ’ ଢେର ଅଛନ୍ତି । ସେମାନେ ତ ଡ୍ରାମା ଅନୁସାରେ ଗର୍ଭଜେଲ୍ରେ ବହୁତ ଦଣ୍ଡ ଭୋଗ
କରିଥାଆନ୍ତି । ଅଶୁଦ୍ଧ ଆତ୍ମାମାନେ ବହୁତ ଭଟକୁଥାନ୍ତି ମଧ୍ୟ, କେହି କେହି ଆତ୍ମା ବହୁତ କ୍ଷତି
କରିଥାନ୍ତି - ଯେତେବେଳେ କାହା ମଧ୍ୟରେ ଅଶୁଦ୍ଧ ଆତ୍ମା ପ୍ରବେଶ କରିଥାଏ ସେତେବେଳେ କେତେ ହଇରାଣ
ହୋଇଥାନ୍ତି । ନୂଆ ଦୁନିଆରେ ଏଭଳି କଥା ହୁଏ ନାହିଁ । ଏବେ ତୁମେ ପୁରୁଷାର୍ଥ କରୁଛ - ଆମେ କିପରି
ନୂଆ ଦୁନିଆକୁ ଯିବୁ । ସେଠାକୁ ଯାଇ ନୂଆ-ନୂଆ ମହଲ ତିଆରି କରିବାକୁ ପଡିବ । କୃଷ୍ଣଙ୍କ ଭଳି
ରାଜାମାନଙ୍କ ପାଖରେ ଜନ୍ମ ନେବ । କିନ୍ତୁ ଏତେ ମହଲ ଆଦି ସବୁ କ’ଣ ପୂର୍ବରୁ କ’ଣ ନିର୍ମାଣ
ହୋଇଥିବ କି ! ସେ ସବୁକୁ ତ ପୁଣି ତିଆରି କରିବାକୁ ପଡିବ । କିଏ ରଚନା କରୁଛନ୍ତି, ଯାହାଙ୍କ ପାଖରେ
ଜନ୍ମ ନେଇଥାଆନ୍ତି । ଗାୟନ ମଧ୍ୟ ରହିଛି - ରାଜାମାନଙ୍କ ପାଖରେ ଜନ୍ମ ହେବେ । କ’ଣ ସବୁ ହେବ ତାହା
ତ’ ଆଗକୁ ଗଲେ ଦେଖିବ । ଏବେଠାରୁ ତ ବାବା ବତାଇବେ ନାହିଁ । କହିଦେଲେ ନକଲି ନାଟକ ହୋଇଯିବ,
ସେଥିପାଇଁ କିଛି ବତାଉ ନାହାଁନ୍ତି । ଡ୍ରାମାରେ ବତାଇବାର ନିୟମ ନାହିଁ । ବାବା କହୁଛନ୍ତି ମୁଁ
ମଧ୍ୟ ଅଭିନେତା ଅଟେ । ଆଗର କଥା ପୂର୍ବରୁ ଯଦି ଜାଣିଥା’ନ୍ତି ତେବେ ବହୁତ କିଛି ବତାଇଥା’ନ୍ତି ।
ବାବା ଅନ୍ତର୍ଯ୍ୟାମୀ ହୋଇଥିଲେ ପୂର୍ବରୁ ବତାଇ ଦେଇଥା’ନ୍ତେ । ବାବା କହୁଛନ୍ତି - ନା, ଡ୍ରାମାରେ
ଯାହା ହେଉଛି, ତାକୁ ସାକ୍ଷୀ ହୋଇ ଦେଖିଚାଲ ଏବଂ ତା’ ସହିତ ଯୋଗର ଯାତ୍ରାରେ ମଗ୍ନ ହୋଇ ରୁହ ।
ଏହିଥିରେ ହିଁ ଫେଲ୍ ହୋଇଥା’ନ୍ତି । ଜ୍ଞାନ କେବେ କମ୍-ବେଶୀ ହୁଏ ନାହିଁ । ଯୋଗର ଯାତ୍ରା ହିଁ
କେବେ କମ୍ କେବେ ଅଧିକ ହୋଇଥାଏ । ଜ୍ଞାନ ତ’ ଯାହା ମିଳିଲା ତାହା ହିଁ ତ ରହୁଛି । ଯୋଗର ଯାତ୍ରାରେ
କେବେ ଉତ୍ସାହ ରହୁଛି କେବେ ଢ଼ିଲା ହୋଇଯାଉଛି । ତଳ-ଉପର ଯାତ୍ରା ହେଉଛି । ଜ୍ଞାନରେ ତୁମେ ସିଢି
ଚଢୁନାହିଁ । ଜ୍ଞାନକୁ ଯାତ୍ରା ବୋଲି କୁହାଯାଉନାହିଁ । ଯାତ୍ରା ହେଉଛି ଯୋଗର । ବାବା କହୁଛନ୍ତି
ୟାଦରେ ରହିବା ଦ୍ୱାରା ତୁମେ ନିରାପଦରେ ରହିବ । ଦେହ-ଅଭିମାନରେ ଆସିବା ଦ୍ୱାରା ତୁମେ ବହୁତ ଧୋକା
ଖାଉଛ । ବିକର୍ମ କରି ଦେଉଛ । କାମ ବିକାର ହେଉଛି ମହାଶତ୍ରୁ, ସେଥିରେ ଫେଲ୍ ହୋଇ ଯାଉଛନ୍ତି ।
ବାବା କ୍ରୋଧ ଆଦିର କଥା ଏତେ କହୁ ନାହାଁନ୍ତି ।
ଜ୍ଞାନ ଦ୍ୱାରା ହେଉଛି
ସେକେଣ୍ଡରେ ଜୀବନମୁକ୍ତି ହେଉଛି ନଚେତ୍ ଏପରି ବି କୁହାଯାଏ ସାଗରକୁ କାଳି ବନାଅ ତଥାପି ଭଗବାନଙ୍କ
ମହିମା ସମ୍ପୂର୍ଣ୍ଣ ହେବ ନାହିଁ । ନଚେତ୍ କେବଳ କୁହାଯାଉଛି ଅଲଫକୁ ମନେ ପକାଅ । ୟାଦ କରିବା
କାହାକୁ କୁହାଯାଏ, ଏକଥା କ’ଣ ଜାଣିଛନ୍ତି କି । କହୁଛନ୍ତି କଳିଯୁଗରୁ ଆମକୁ ସତ୍ୟଯୁଗକୁ ନେଇଚାଲ
। ପୁରୁଣା ଦୁନିଆରେ କେତେ ଦୁଃଖ ରହିଛି । ଦେଖୁଛ ବର୍ଷାରେ କେତେ ଘର ଭାଙ୍ଗିପଡୁଛି, କେତେ
ବୁଡିଯାଉଛନ୍ତି । ବର୍ଷା ଆଦି ଏ ସବୁ ପ୍ରାକୃତିକ ବିପର୍ଯ୍ୟୟ ମଧ୍ୟ ହେବ । ଏ ସବୁ ଅଚାନକ ହୋଇଯିବ
। କୁମ୍ଭକର୍ଣ୍ଣ ନିଦରେ ଶୋଇ ରହିଛନ୍ତି । ବିନାଶ ସମୟରେ ଜାଗ୍ରତ ହେଲେ କ’ଣ କରିପାରିବେ! ମରିଯିବେ
। ଧରିତ୍ରୀ ମଧ୍ୟ ଜୋରରେ ହଲିବ ତୁଫାନ ବର୍ଷା ଆଦି ସବୁ ହେବ । ବମ୍ ମଧ୍ୟ ପକାଇବେ । କିନ୍ତୁ
ଏଠାରେ ପୁଣି ଗୃହଯୁଦ୍ଧ ମିଶିଯିବ... ରକ୍ତ ନଦୀର ଗାୟନ ରହିଛି । ଏଠାରେ କେତେ ମାଡପିଟ୍ ହେଉଛି ।
ପରସ୍ପର ଉପରେ କେସ୍ କରିଚାଲିଛନ୍ତି । ସେମାନେ ଲଢିବେ ମଧ୍ୟ ନିଶ୍ଚୟ । ସମସ୍ତେ ହେଲେ ପିତୃହୀନ,
ତୁମେ ବାବାଙ୍କର ହୋଇଛ । ତୁମକୁ କୌଣସି ଲଢେଇ ଆଦି କରିବାର ନାହିଁ । ବ୍ରାହ୍ମଣ ହେବା ଦ୍ୱାରା
ତୁମେ ବାବାଙ୍କର ହୋଇଗଲ । ବାପ ଅଥବା ପତିଙ୍କୁ ଧନୀ ବୋଲି କୁହାଯାଏ । ଶିବବାବା ତ ହେଉଛନ୍ତି
ପତିମାନଙ୍କର ପତି । ନିର୍ବନ୍ଧ ହୋଇଗଲେ ତ କହିଥା’ନ୍ତି ଆମେ ଏପରି ସ୍ୱାମୀଙ୍କ ସହିତ କେବେ ମିଶିବୁ
। ଆତ୍ମାମାନେ କହୁଛନ୍ତି - ଶିବବାବା, ଆମର ତ’ ଆପଣଙ୍କ ସହ ନିର୍ବନ୍ଧ ହୋଇସାରିଛି । ଏବେ ଆପଣଙ୍କ
ସହିତ ଆମେ କିପରି ମିଶିବୁ? କେହି ତ ସତ୍ୟ ଲେଖୁଛନ୍ତି, କେହି ତ ବହୁତ ଲୁଚାଉଛନ୍ତି । ସତ୍ୟତାର
ସହିତ ଲେଖୁ ନାହାଁନ୍ତି ଯେ ବାବା ଆମ ଦ୍ୱାରା ଏହି ଭୁଲ୍ ହୋଇଗଲା । କ୍ଷମା କର । ଯଦି କେହି
ବିକାରଗ୍ରସ୍ତ ହେଲେ ତେବେ ବୁଦ୍ଧିରେ ଧାରଣା ହୋଇପାରିବ ନାହିଁ । ବାବା କହୁଛନ୍ତି ତୁମେ ଏପରି
କଠୋର ଭୁଲ୍ କଲେ ଚୁର୍ମାର୍ ହୋଇଯିବ । ତୁମକୁ ମୁଁ ଗୋରା କରିବାକୁ ଆସିଛି, ପୁଣି ତୁମେ କଳା ମୁହଁ
କିପରି କରୁଛ । ଭଲେ ସ୍ୱର୍ଗକୁ ଯିବ କିନ୍ତୁ ମୂଲ୍ୟହୀନ ପଦ ପାଇବ । ରାଜଧାନୀ ସ୍ଥାପନ ହେଉଛି ନା
। କେହି ତ’ ହାରି ଯାଇ ଜନ୍ମ-ଜନ୍ମାନ୍ତରର ପଦ ଭ୍ରଷ୍ଟ କରିଦେଉଛନ୍ତି । କହୁଛନ୍ତି ବାବାଙ୍କଠାରୁ
ତୁମେ ଏହି ପଦ ପାଇବାକୁ ଆସିଛ, ବାବା ଏତେ ଉଚ୍ଚ ପଦାଧିକାରୀ ହେବେ, ଆମେ ସନ୍ତାନମାନେ କ’ଣ ପ୍ରଜା
ହେବୁ କି । ବାବା ଗଦ୍ଦି ଉପରେ ବସିଥିବେ ଏବଂ ପିଲାମାନେ ଦାସ-ଦାସୀ ହେବେ, କେତେ ଲଜ୍ୟାର କଥା ।
ଅନ୍ତିମ ସମୟରେ ତୁମକୁ ସବୁର ସାକ୍ଷାତ୍କାର ହେବ । ପୁଣି ବହୁତ ପଶ୍ଚାତାପ କରିବ । ଅଯଥା ଏପରି
କଲି । ସନ୍ନ୍ୟାସୀ ମଧ୍ୟ ବ୍ରହ୍ମଚର୍ଯ୍ୟରେ ରହୁଥିବାରୁ, ବିକାରୀମାନେ ତାଙ୍କ ପାଖରେ ମୁଣ୍ଡ
ନୁଆଁଉଛନ୍ତି । ପବିତ୍ରତାର ମାନ ରହିଛି । କାହାର ଭାଗ୍ୟରେ ନ ଥିଲେ ବାବା ଆସି ପଢାଇଲେ ମଧ୍ୟ
ତଥାପି ଭୁଲ୍ କରୁଛନ୍ତି । ବାବାଙ୍କୁ ମନେ ହିଁ ପକାଉ ନାହାଁନ୍ତି । ବହୁତ ବିକର୍ମ ହୋଇଯାଇଥାଏ ।
ତୁମ ପିଲାମାନଙ୍କ ଉପରେ ଏବେ ବୃହସ୍ପତି ଦଶା ରହିଛି । ଏହାଠାରୁ ଉଚ୍ଚ ଦଶା ଆଉ କିଛି ନାହିଁ ।
ତୁମେ ପିଲାମାନଙ୍କ ଉପରେ ଚକ୍ର ଲଗାଇଥାଏ । ଆଚ୍ଛା—
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ
ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ଏହି
ଡ୍ରାମାର ପ୍ରତ୍ୟେକ ଦୃଶ୍ୟକୁ ସାକ୍ଷୀ ହୋଇ ଦେଖିବାକୁ ହେବ, ଏକମାତ୍ର ବାବାଙ୍କର ସ୍ମୃତିରେ ମସ୍ତ
ରହିବାକୁ ହେବ । ଯୋଗର ଯାତ୍ରାରେ କେବେ ବି ଉମଙ୍ଗ-ଉତ୍ସାହ କମ୍ ନ ହେଉ ।
(୨) ପାଠପଢାରେ କେବେ
ଗଫଲତ ଅର୍ଥାତ୍ ଅବହେଳା କରିବାର ଅନୁଚିତ୍, ନିଜର ଶ୍ରେଷ୍ଠ ଭାଗ୍ୟ ଗଢିବା ପାଇଁ ପବିତ୍ର
ନିଶ୍ଚିତ ହେବାକୁ ପଡିବ । ମାୟାଠାରୁ ହାରିଯାଇ ଜନ୍ମ-ଜନ୍ମାନ୍ତର ପାଇଁ ନିଜର ପଦ ଭ୍ରଷ୍ଟ କରିବାର
ନାହିଁ ।
ବରଦାନ:-
ସଚ୍ଚା ସେବା
ଦ୍ୱାରା ଅବିନାଶୀ, ଅଲୌକିକ ଖୁସିର ସାଗର ଲହଡିରେ ଖେଳୁଥିବା ସୌଭାଗ୍ୟଶାଳୀ ଆତ୍ମା ହୁଅ ।
ଯେଉଁ ପିଲାମାନେ ସେବା
କରିବାରେ ବାପଦାଦାଙ୍କର ତଥା ନିମିତ୍ତ ହୋଇଥିବା ବଡମାନଙ୍କର ସ୍ନେହପୂର୍ଣ୍ଣ ଆଶୀର୍ବାଦ ପ୍ରାପ୍ତ
କରିଥାଆନ୍ତି ସେମାନଙ୍କୁ ନିଜ ଭିତରେ ଅଲୌକିକ ଆତ୍ମିକ ଖୁସିର ଅନୁଭବ ହୋଇଥାଏ । ସେମାନେ ସେବା
ଦ୍ୱାରା ଆନ୍ତରିକ ଖୁସି, ଆତ୍ମିକ ମଉଜ ଏବଂ ବେହଦର ପ୍ରାପ୍ତିର ଅନୁଭବ କରିବା ସହିତ ସର୍ବଦା
ଖୁସିର ସାଗରର ଲହଡିରେ ଖେଳୁଥା’ନ୍ତି । ତେଣୁ ସଚ୍ଚା ସେବା ସମସ୍ତଙ୍କର ସ୍ନେହ, ସମସ୍ତଙ୍କ ଦ୍ୱାରା
ଅବିନାଶୀ ସମ୍ମାନ ଏବଂ ଖୁସି ରୂପକ ଆଶୀର୍ବାଦ ତଥା ସୌଭାଗ୍ୟ ପ୍ରାପ୍ତ କରିବାର ଶ୍ରେଷ୍ଠ ଭାଗ୍ୟର
ଅନୁଭବ କରାଇଥାଏ । ଯିଏ ସର୍ବଦା ଖୁସିରେ ରହିଥାଏ ସେ ହିଁ ସୌଭାଗ୍ୟଶାଳୀ ।
ସ୍ଲୋଗାନ:-
ସର୍ବଦା ହର୍ଷିତ
ଏବଂ ଆକର୍ଷଣ ମୂରତ ହେବା ପାଇଁ ସନ୍ତୁଷ୍ଟମଣୀ ହୁଅ ।
ଅବ୍ୟକ୍ତ ଈଶାରେ - ଯଦି
ସହଜଯୋଗୀ ହେବାକୁ ଚାହୁଁଛ ତେବେ ପରମାତ୍ମ ସ୍ନେହର ଅନୁଭବୀ ହୁଅ ।
କର୍ମରେ, ବାଣୀରେ,
ସମ୍ବନ୍ଧ-ସମ୍ପର୍କରେ ଲଭ ଅର୍ଥାତ୍ ସ୍ନେହ ଦେବା ସହିତ ସ୍ମୃତି ଏବଂ ସ୍ଥିତିରେ ଲଭଲୀନ ହୋଇ
ରହିବାକୁ ହେବ । ଯିଏ ଯେତିକି ଲଭଲୀ ଅର୍ଥାତ୍ ପ୍ରିୟ ହୋଇଥିବ ସେ ସେତିକି ଲଭଲୀନ ସ୍ଥିତିରେ
ରହିପାରିବ । ଏହି ଲଭଲୀନ ସ୍ଥିତିକୁ ଲୋକମାନେ ଲୀନ ହେବାର ଅବସ୍ଥା କହିଦେଉଛନ୍ତି । ବାବାଙ୍କ
ସହିତ ଲଭ୍ ଅର୍ଥାତ୍ ସ୍ନେହକୁ ସମାପ୍ତ କରି କେବଳ ଲୀନ ହେବା ଶବ୍ଦକୁ ଧରିନେଇଛନ୍ତି । ଯଦି
ତୁମେମାନେ ସର୍ଦଦା ବାବାଙ୍କର ସ୍ନେହରେ ଲଭଲୀନ ହୋଇ ରହିବ ତେବେ ଅନ୍ୟମାନଙ୍କୁ ମଧ୍ୟ ସହଜରେ ନିଜ
ସମାନ ବା ବାବାଙ୍କ ସମାନ କରିପାରିବ ।