13.09.25          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:— ସର୍ବ ପ୍ରଥମେ ଏହି ବିଚାର କର ଯେ ମୋ’ର ଆତ୍ମାରେ ଯେଉଁ ଜଙ୍କ୍ ଲାଗିଛି ତାହା କିପରି ସଫା ହେବ, କାରଣ ଛୁଞ୍ଚି ଉପରେ ଜଙ୍କ ଲାଗିଥିବା ପର୍ଯ୍ୟନ୍ତ ଚୁମ୍ବକ ଟାଣିପାରିବ ନାହିଁ ।”

ପ୍ରଶ୍ନ:-
ପୁରୁଷୋତ୍ତମ ସଂଗମଯୁଗରେ ତୁମକୁ ପୁରୁଷୋତ୍ତମ ହେବା ପାଇଁ କେଉଁ ପୁରୁଷାର୍ଥ କରିବାକୁ ହେବ?

ଉତ୍ତର:-
କର୍ମାତୀତ ହେବାର ପୁରୁଷାର୍ଥ । କୌଣସି ବି କର୍ମ ସମ୍ବନ୍ଧ ଆଡକୁ ବୁଦ୍ଧି ନ ଯାଉ ଅର୍ଥାତ୍ କର୍ମ ବନ୍ଧନ ନିଜ ଆଡକୁ ଆକର୍ଷିତ ନ କରୁ । ସର୍ବ ସମ୍ବନ୍ଧ ଏକମାତ୍ର ବାବାଙ୍କ ସହିତ ରହୁ । କାହା ସହିତ ବି ମନର ଆସକ୍ତି ନ ରହୁ । ଏହିଭଳି ପୁରୁଷାର୍ଥ କର, ପରଚିନ୍ତନ ପରଦର୍ଶନରେ ନିଜର ସମୟ ନଷ୍ଟ କର ନାହିଁ । ବାବାଙ୍କ ସ୍ମୃତିରେ ରହିବାର ଅଭ୍ୟାସ କର ।

ଗୀତ:-
ଜାଗ ସଜନିଆଁ ଜାଗ...

ଓମ୍ ଶାନ୍ତି ।
ଆତ୍ମିକ ସନ୍ତାନମାନେ ଶରୀର ଦ୍ୱାରା ଗୀତ ଶୁଣିଲେ? କାହିଁକି ନା ବାବା ଏବେ ସମସ୍ତ ସନ୍ତାନମାନଙ୍କୁ ଆତ୍ମ-ଅଭିମାନୀ କରାଉଛନ୍ତି । ତୁମକୁ ଆତ୍ମାର ଜ୍ଞାନ ମିଳୁଛି । ଦୁନିଆରେ ଜଣେ ହେଲେ ମନୁଷ୍ୟ ନାହାଁନ୍ତି, ଯାହାଙ୍କ ପାଖରେ ଆତ୍ମାର ଯଥାର୍ଥ ଜ୍ଞାନ ଥିବ । ତେବେ ପୁଣି ପରମାତ୍ମାଙ୍କ ଜ୍ଞାନ କିପରି ରହିପାରିବ? ଏ କଥା ବାବା ହିଁ ବସି ବୁଝାଉଛନ୍ତି । ଶରୀର ସହିତ ହିଁ ବୁଝାଇବାକୁ ପଡିବ । ଶରୀର ବିନା ତ ଆତ୍ମା କିଛି କରିପାରିବ ନାହିଁ । ଆତ୍ମା ଜାଣିଛି ଯେ ମୁଁ କେଉଁଠାର ନିବାସୀ, କାହାର ସନ୍ତାନ ଅଟେ । ଏବେ ତୁମେ ଯଥାର୍ଥ ରୂପେ ଜାଣିଛ । ସବୁ ଅଭିନେତା ହେଉଛନ୍ତି ପାର୍ଟଧାରୀ । ଭିନ୍ନ-ଭିନ୍ନ ଧର୍ମର ଆତ୍ମାମାନେ କେବେ ଆସୁଛନ୍ତି, ଏ କଥା ମଧ୍ୟ ତୁମ ବୁଦ୍ଧିରେ ଅଛି । ବାବା ବିସ୍ତାରରେ ବୁଝାଉନାହାଁନ୍ତି, ସାରାଂଶରେ ବୁଝାଉଛନ୍ତି । ସାରାଂଶ ଅର୍ଥାତ୍ ଗୋଟିଏ ସେକେଣ୍ଡରେ ଏପରି ବୁଝାଉଛନ୍ତି ଯେ ସତ୍ୟଯୁଗ ଆଦିରୁ ନେଇ ଅନ୍ତ ପର୍ଯ୍ୟନ୍ତ ଜଣାପଡିଯାଉଛି ଯେ କିପରି ଆମର ଅଭିନୟ ନିଧାର୍ଯ୍ୟ ହୋଇ ରହିଛି । ଏବେ ତୁମେ ଜାଣୁଛ ଯେ ବାବା କିଏ, ତାଙ୍କର ଏହି ଡ୍ରାମାରେ କ’ଣ ଅଭିନୟ ରହିଛି? ଏ କଥା ମଧ୍ୟ ଜାଣିଛ ବାବା ହେଲେ ସର୍ବୋଚ୍ଚ, ସମସ୍ତଙ୍କର ସଦ୍‌ଗତି ଦାତା, ଦୁଃଖହର୍ତ୍ତା ସୁଖକର୍ତ୍ତା । ଶିବ ଜୟନ୍ତୀର ଗାୟନ ମଧ୍ୟ ରହିଛି । ନିଶ୍ଚୟ କୁହାଯିବ ଯେ ଶିବ ଜୟନ୍ତୀ ସବୁଠାରୁ ଶ୍ରେଷ୍ଠ ଅଟେ । ଖାସ୍ ଭାରତରେ ହିଁ ଜୟନ୍ତୀ ପାଳନ କରୁଛନ୍ତି । ଯେଉଁ-ଯେଉଁ ରାଜତ୍ୱ ସମୟରେ ଯେଉଁ ଶ୍ରେଷ୍ଠ ପୁରୁଷଙ୍କର ଅତୀତର ଇତିହାସ ଭଲ ଥାଏ ତାଙ୍କର ଷ୍ଟାମ୍ପ ମଧ୍ୟ ତିଆରି କରିଥା’ନ୍ତି । ଏବେ ଶିବଙ୍କ ଜୟନ୍ତୀ ମଧ୍ୟ ପାଳନ କରୁଛନ୍ତି । ବୁଝାଇବା ଦରକାର ସବୁଠାରୁ ଶ୍ରେଷ୍ଠ ଜୟନ୍ତୀ କାହାର? କାହାର ଷ୍ଟାମ୍ପ ତିଆରି କରିବା ଦରକାର? କୌଣସି ସାଧୁ-ସନ୍ଥ ଅଥବା ଶିଖ୍‌ମାନଙ୍କର, ମୁସଲମାନମାନଙ୍କର ଅଥବା ଇଂରେଜମାନଙ୍କର କୌଣସି ଭଲ ଦାର୍ଶନିକ ଥିଲେ ତାଙ୍କର ଷ୍ଟାମ୍ପ ତିଆରି କରାଇଥା’ନ୍ତି । ଯେପରି ରାଣା ପ୍ରତାପ ଆଦିଙ୍କର ମଧ୍ୟ ତିଆରି କରୁଛନ୍ତି । ବାସ୍ତବରେ ଶିବବାବାଙ୍କର ହିଁ ଷ୍ଟାମ୍ପ୍ ହେବା ଦରକାର, ଯିଏକି ସମସ୍ତଙ୍କ ସଦ୍‌ଗତି ଦାତା ଅଟନ୍ତି । ଏହି ସମୟରେ ବାବା ନ ଆସିଲେ ସଦ୍‌ଗତି କିପରି ହେବ, କାହିଁକି ନା ସମସ୍ତେ ରୌରବ ନର୍କରେ ଉବୁଟୁବୁ ହେଉଛନ୍ତି । ସବୁଠାରୁ ସର୍ବୋଚ୍ଚ ହେଲେ ଶିବବାବା, ପତିତ-ପାବନ । ଶିବଙ୍କ ମନ୍ଦିର ମଧ୍ୟ ବହୁତ ଉଚ୍ଚ ସ୍ଥାନରେ ତିଆରି କରୁଛନ୍ତି କାହିଁକି ନା ସେ ସର୍ବୋଚ୍ଚ ଅଟନ୍ତି ।

ବାବା ହିଁ ଆସି ଭାରତକୁ ସ୍ୱର୍ଗର ମାଲିକ କରାଉଛନ୍ତି । ସେ ଆସିବା ପରେ ସଦ୍‌ଗତି କରୁଛନ୍ତି, ତେଣୁ ସେହି ବାବାଙ୍କର ହିଁ ସ୍ମୃତି ଚିହ୍ନ ରହିବା ଉଚିତ୍ । ଷ୍ଟାମ୍ପ ମଧ୍ୟ ଶିବବାବାଙ୍କର କିପରି କରିବେ? ଭକ୍ତିମାର୍ଗରେ ତ ଶିବଲିଙ୍ଗ ତିଆରି କରୁଛନ୍ତି । ସେ ହିଁ ସର୍ବଶ୍ରେଷ୍ଠ ଆତ୍ମା ଅଟନ୍ତି । ସର୍ବୋଚ୍ଚ ମନ୍ଦିର ମଧ୍ୟ ଶିବଙ୍କର ହିଁ କୁହାଯିବ । ସୋମନାଥ ଶିବଙ୍କର ମନ୍ଦିର ଅଟେ ନା । ଭାରତବାସୀ ତମୋପ୍ରଧାନ ହେବା କାରଣରୁ ଏକଥା ମଧ୍ୟ ଜାଣି ନାହାଁନ୍ତି ଯେ ଶିବ କିଏ ଯାହାଙ୍କର ପୂଜା କରୁଛୁ ଏବଂ ତାଙ୍କର କର୍ତ୍ତବ୍ୟ ତ’ କ’ଣ । ରାଣା ପ୍ରତାପ ମଧ୍ୟ ଲଢେଇ କରିଥିଲେ, ତାହା ତ’ ହିଂସା ହେଲା ନା । ଏହି ସମୟରେ ସମସ୍ତେ ହେଉଛନ୍ତି ଡବଲ ହିଂସକ । ବିକାରଗ୍ରସ୍ତ ହେବା, କାମ କଟୁରୀ ଚଲାଇବା ଏହା ମଧ୍ୟ ହିଂସା ଅଟେ ନା । ଏହି ଲକ୍ଷ୍ମୀ-ନାରାୟଣ ତ ଡବଲ ଅହିଂସକ ଥିଲେ । ମନୁଷ୍ୟଙ୍କ ପାଖରେ ଯେତେବେଳେ ସମ୍ପୂର୍ଣ୍ଣ ଜ୍ଞାନ ହେବ ସେତେବେଳେ ହିଁ ସେମାନେ ଅର୍ଥ ସହିତ ଷ୍ଟାମ୍ପ ତିଆରି କରିବେ । ସତ୍ୟଯୁଗରେ ଏହି ଲକ୍ଷ୍ମୀ-ନାରାୟଣଙ୍କ ଷ୍ଟାମ୍ପ୍ ରହିଥାଏ । ଶିବବାବାଙ୍କ ଜ୍ଞାନ ତ’ ସେଠାରେ ରହିବ ନାହିଁ ତେଣୁ ନିଶ୍ଚୟ ଶ୍ରେଷ୍ଠରୁ ଶ୍ରେଷ୍ଠ ଲକ୍ଷ୍ମୀ-ନାରାୟଣଙ୍କର ହିଁ ଷ୍ଟାମ୍ପ୍ ରହିବ । ଏବେ ମଧ୍ୟ ଭାରତରେ ସେହି ଷ୍ଟାମ୍ପ ରହିବା ଉଚିତ୍ । ସର୍ବଶ୍ରେଷ୍ଠ ହେଉଛନ୍ତି ତ୍ରିମୂର୍ତ୍ତି ଶିବ । ତାହା ତ’ ଅବିନାଶୀ ରହିବା ଉଚିତ୍ କାହିଁକି ନା ଭାରତକୁ ଅବିନାଶୀ ରାଜ-ଗଦ୍ଦି ଦେଉଛନ୍ତି । ପରମପିତା ପରମାତ୍ମା ହିଁ ଭାରତକୁ ସ୍ୱର୍ଗ କରାଉଛନ୍ତି । ତୁମମାନଙ୍କ ମଧ୍ୟରେ ବହୁତ ଅଛନ୍ତି ଯେଉଁମାନେ କି ଭୁଲିଯାଉଛନ୍ତି ଯେ ବାବା ଆମକୁ ସ୍ୱର୍ଗର ମାଲିକ କରାଉଛନ୍ତି । ଏ କଥା ମାୟା ଭୁଲାଇ ଦେଉଛି । ବାବାଙ୍କୁ ନ ଜାଣିବା କାରଣରୁ ଭାରତବାସୀ କେତେ ଭୁଲ୍ କରି ଆସିଲେ । ଶିବବାବା କ’ଣ କରୁଛନ୍ତି ଏକଥା କାହାକୁ ହେଲେ ଜଣା ନାହିଁ । ଶିବଜୟନ୍ତୀର ଅର୍ଥ ମଧ୍ୟ ବୁଝୁ ନାହାଁନ୍ତି । ଏହି ଜ୍ଞାନ ବାବାଙ୍କ ବ୍ୟତୀତ ଆଉ କାହା ପାଖରେ ନାହିଁ ।

ଏବେ ତୁମମାନଙ୍କୁ ବାବା ବୁଝାଉଛନ୍ତି ଯେ ତୁମେ ଅନ୍ୟମାନଙ୍କ ଉପରେ ତଥା ନିଜ ଉପରେ ନିଜେ ମଧ୍ୟ ଦୟା କର । ଶିକ୍ଷକ ପାଠ ପଢାଇଥା’ନ୍ତି, ଏହା ବି ତାଙ୍କର ଦୟା ହେଲା ନା । ଇଏ ମଧ୍ୟ କହୁଛନ୍ତି, ମୁଁ ଶିକ୍ଷକ ଅଟେ । ତୁମକୁ ପଢାଉଛି । ବାସ୍ତବରେ ଏହାର ନାମ ପାଠଶାଳା ବୋଲି ବି କୁହାଯିବ ନାହିଁ, ଏହା ତ ବହୁତ ବଡ ୟୁନିଭରସିଟି (ବିଶ୍ୱ ବିଦ୍ୟାଳୟ) ଅଟେ । ବାକି ତ ସବୁ ହେଉଛି ମିଛ । ସାରା ବିଶ୍ୱ ପାଇଁ ତ ଗୋଟିଏ ବି କଲେଜ ନାହିଁ । ତେଣୁ ଏକ ବାବାଙ୍କର ହିଁ ୟୁନିଭରସିଟୀ ରହିଛି, ଯିଏ ସାରା ବିଶ୍ୱର ସଦ୍‌ଗତି କରୁଛି । ବାସ୍ତବରେ ଏହା ଏକମାତ୍ର ବିଶ୍ୱବିଦ୍ୟାଳୟ ଅଟେ । ଏହା ଦ୍ୱାରା ହିଁ ସମସ୍ତେ ମୁକ୍ତି-ଜୀବନମୁକ୍ତି ପାଉଛନ୍ତି ଅର୍ଥାତ୍ ଶାନ୍ତି ଏବଂ ସୁଖକୁ ପ୍ରାପ୍ତ କରୁଛନ୍ତି । ତେଣୁ ଏହା ବିଶ୍ୱ ପାଇଁ ହେଲା ନା, ସେଥିପାଇଁ ବାବା କହୁଛନ୍ତି ଡର ନାହିଁ । ଏହା ତ’ ବୁଝାଇବାର କଥା ଅଟେ । ଏପରି ମଧ୍ୟ ହୋଇଥାଏ, ଜରୁରୀକାଳୀନ ପରିସ୍ଥିତିରେ କେହି କାହାରି କଥା ମଧ୍ୟ ଶୁଣି ନ ଥାନ୍ତି । ପ୍ରଜାଙ୍କର ପ୍ରଜା ଉପରେ ରାଜ୍ୟ ଚାଲୁଛି ଆଉ କୌଣସି ଧର୍ମରେ ଆରମ୍ଭରୁ ରାଜତ୍ୱ ଚାଲୁ ନାହିଁ । ସେମାନେ ତ’ ଧର୍ମ ସ୍ଥାପନ କରିବାକୁ ଆସୁଛନ୍ତି । ପୁଣି ଯେବେ ଲକ୍ଷ-ଲକ୍ଷ ସଂଖ୍ୟାରେ ହୋଇଯିବେ ସେବେ ରାଜତ୍ୱ କରିପାରିବେ । ଏଠାରେ ତ ବାବା ରାଜତ୍ୱ ସ୍ଥାପନ କରୁଛନ୍ତି - ସାରା ବିଶ୍ୱ ନିମନ୍ତେ । ଏହା ମଧ୍ୟ ବୁଝାଇବାର କଥା ଅଟେ । ଦୈବୀ ରାଜଧାନୀ ଏହି ପୁରୁଷୋତ୍ତମ ସଂଗମଯୁଗରେ ସ୍ଥାପନ କରୁଛନ୍ତି । ବାବା ବୁଝାଇଛନ୍ତି - ଶ୍ରୀକୃଷ୍ଣ, ଶ୍ରୀନାରାୟଣ, ଶ୍ରୀରାମ ଆଦିଙ୍କର କଳା ଚିତ୍ର ମଧ୍ୟ ହାତରେ ଧରି ବୁଝାଅ ଶ୍ରୀକୃଷ୍ଣଙ୍କୁ ଶ୍ୟାମ-ସୁନ୍ଦର କାହିଁକି କୁହାଯାଉଛି? ସୁନ୍ଦର ଥିଲେ ପୁଣି ଶ୍ୟାମଳ କିପରି ହେଉଛନ୍ତି? ଭାରତ ହିଁ ସ୍ୱର୍ଗ ଥିଲା, ଏବେ ନର୍କ ହୋଇଯାଇଛି । ନର୍କ ଅର୍ଥାତ୍ କଳା, ସ୍ୱର୍ଗ ଅର୍ଥାତ୍ ଗୋରା । ରାମ ରାଜ୍ୟକୁ ଦିନ, ରାବଣ ରାଜ୍ୟକୁ ରାତି କୁହାଯାଉଛି । ତେଣୁ ତୁମେ ବୁଝାଇପାରିବ - ଦେବତାମାନଙ୍କୁ କାହିଁକି କଳା କରିଛନ୍ତି । ବାବା ବସି ବୁଝାଉଛନ୍ତି - ତୁମେ ଏବେ ପୁରୁଷୋତ୍ତମ ସଂଗମଯୁଗରେ ଅଛ । ସେମାନେ ନାହାଁନ୍ତି, ତୁମେ ତ’ ଏଠାରେ ବସିଛ ନା । ଏଠାରେ ତୁମେ ସଂଗମଯୁଗରେ ହିଁ ଅଛ, ପୁରୁଷୋତ୍ତମ ହେବା ପାଇଁ ପୁରୁଷାର୍ଥ କରୁଛ । ବିକାରୀ ପତିତ ମନୁଷ୍ୟମାନଙ୍କ ସହିତ ତୁମର କୌଣସି ସମ୍ପର୍କ ହିଁ ନାହିଁ, ହଁ, ଏବେ କର୍ମାତୀତ ଅବସ୍ଥା ହୋଇ ନ ଥିବାରୁ କର୍ମ ସମ୍ବନ୍ଧ ସହିତ ମଧ୍ୟ ମନ ଲାଗିଯାଉଛି । କର୍ମାତୀତ ହେବା ପାଇଁ ଯୋଗଯୁକ୍ତ ସ୍ଥିତି ଆବଶ୍ୟକ । ବାବା ବୁଝାଉଛନ୍ତି ତୁମେ ହେଉଛ ଆତ୍ମା, ତୁମର ପରମାତ୍ମା ପିତାଙ୍କ ସହିତ କେତେ ସ୍ନେହ ରହିବା ଉଚିତ୍ । ଓହୋ! ବାବା ଆମକୁ ପଢାଉଛନ୍ତି । ଏହି ଉତ୍ସାହ କାହା ପାଖରେ ରହୁ ନାହିଁ । ମାୟା ବାରମ୍ବାର ଦେହ-ଅଭିମାନର ବଶୀଭୂତ କରିଦେଉଛି । ଯେହେତୁ ତୁମେ ଜାଣୁଛ ଯେ ଶିବବାବା ଆମ ଆତ୍ମାମାନଙ୍କ ସହିତ କଥା ହେଉଛନ୍ତି, ତେଣୁ ସେହି ଆକର୍ଷଣ, ସେହି ଖୁସି ରହିବା ଦରକାର ନା । ଜଙ୍କ ଲାଗି ନ ଥିବା ଛୁଞ୍ଚିକୁ ତୁମେ ଚୁମ୍ବକ ଆଗରେ ରଖିଲେ ତୁରନ୍ତ ଲାଖିଯିବ । ଟିକିଏ ହେଲେ ଜଙ୍କ ରହିଲେ ଲାଗିବ ନାହିଁ । ଆକର୍ଷଣ ହେବ ନାହିଁ । ଯେଉଁଠି ଜଙ୍କ ନ ଥିବ ସେହି ସ୍ଥାନକୁ ଚୁମ୍ବକ ଟାଣିବ । ଯୋଗଯୁକ୍ତ ସ୍ଥିତିରେ ରହିଲେ ପିଲାମାନେ ଆକର୍ଷିତ କରିପାରିବେ । ବିକାର ରୂପୀ ଜଙ୍କ ଥିଲେ ଆକର୍ଷିତ ହୋଇପାରିବେ ନାହିଁ । ପ୍ରତ୍ୟେକ ବୁଝିପାରିବେ ଯେ ଆମର ଛୁଞ୍ଚି ବିଲ୍‌କୁଲ୍ ପବିତ୍ର ହୋଇଗଲେ ଆକର୍ଷିତ କରିପାରିବ । ଆକର୍ଷଣ ହେଉ ନାହିଁ କାହିଁକି ନା ଜଙ୍କ ଲାଗି ରହିଛି । ତୁମେ ଅଧିକ ଯୋଗଯୁକ୍ତ ହେଲେ ବିକର୍ମ ଭସ୍ମ ହେବ । ଆଚ୍ଛା, ପୁଣି ଯଦି କୌଣସି ପାପ କରିବ ତେବେ ଶହେଗୁଣା ଦଣ୍ଡ ଭୋଗ କରିବ । ଜଙ୍କ ଲାଗି ରହିଛି, ତେଣୁ ଯୋଗଯୁକ୍ତ ହୋଇ ରହିପାରୁ ନାହାଁନ୍ତି । ନିଜକୁ ଆତ୍ମା ବୁଝି ବାବାଙ୍କୁ ମନେ ପକାଅ, ବାବାଙ୍କୁ ଭୁଲିବା ଦ୍ୱାରା ଜଙ୍କ ଲାଗିଯାଏ । ତେଣୁ ସେହି ଆକର୍ଷଣ, ସ୍ନେହ ରହୁ ନାହିଁ । ଜଙ୍କ ସଫା ଥିଲେ, ସ୍ନେହ ରହିବ, ଖୁସି ମଧ୍ୟ ରହିବ । ଚେହେରା ହର୍ଷିତ ରହିବ । ତୁମକୁ ଭବିଷ୍ୟରେ ଏହିପରି ହେବାକୁ ପଡିବ । ସେବା ନ କରିବା ଦ୍ୱାରା ପୁରୁଣା ବିକାରୀ କଥାବାର୍ତ୍ତା ହେଉଛନ୍ତି । ବାବାଙ୍କଠାରୁ ବୁଦ୍ଧିଯୋଗ ହିଁ ବିଛିନ୍ନ କରି ଦେଉଛନ୍ତି । ଯାହା କିଛି ଚମକ ଥିଲା, ତାହା ମଧ୍ୟ ସମାପ୍ତ ହୋଇଯାଉଛି । ବାବାଙ୍କ ପ୍ରତି ଟିକିଏ ହେଲେ ବି ସ୍ନେହ ରହୁ ନାହିଁ । ଯିଏ ଭଲ ଭାବରେ ବାବାଙ୍କୁ ୟାଦ କରୁଥିବେ ତାଙ୍କର ସ୍ନେହ ରହିବ । ବାବାଙ୍କର ମଧ୍ୟ ତାଙ୍କ ପ୍ରତି ଆକର୍ଷଣ ରହିବ । ଏହି ସନ୍ତାନ ଭଲ ସେବା ମଧ୍ୟ କରୁଛି ଓ ଯୋଗଯୁକ୍ତ ମଧ୍ୟ ରହୁଛି । ତେଣୁ ବାବାଙ୍କର ସ୍ନେହ ତାଙ୍କ ପ୍ରତି ରହିଥାଏ । ନିଜ ଉପରେ ଧ୍ୟାନ ରଖିଥାନ୍ତି, ଆମ ଦ୍ୱାରା କୌଣସି ପାପ ହେଉ ନାହିଁ ତ? ୟାଦ ନ କଲେ କଳଙ୍କି କିପରି ଛାଡିବ । ବାବା କହୁଛନ୍ତି ପ୍ରତ୍ୟହ ଚାର୍ଟ ରଖିଲେ ଜଙ୍କ ଛାଡିଯିବ । ତମୋପ୍ରଧାନରୁ ସତ୍ତ୍ୱପ୍ରଧାନ ହେବା ପାଇଁ ଜଙ୍କ ଛଡାଇବା ଦରକାର । ଜଙ୍କ ଛାଡୁଛି ଏବଂ ଚଢୁଛି ମଧ୍ୟ । ଏହାଦ୍ୱାରା ଶହେ ଗୁଣା ଦଣ୍ଡଭୋଗ କରିବାକୁ ପଡିଯାଏ । ବାବାଙ୍କ ସ୍ମୃତି ନ ରହିଲେ କିଛି ନା କିଛି ପାପ କରିଥା’ନ୍ତି । ବାବା କହୁଛନ୍ତି ଜଙ୍କ ସଫା ନକରି ତୁମେ ମୋ ପାଖକୁ ଆସିପାରିବ ନାହିଁ । ନଚେତ୍ ପୁଣି ଦଣ୍ଡ ଭୋଗ କରିବାକୁ ପଡିବ । ଦଣ୍ଡ ବି ମିଳିବ, ପଦ ମଧ୍ୟ ଭ୍ରଷ୍ଟ ହୋଇଯିବ । ବାକି ବାବାଙ୍କଠାରୁ ସମ୍ପତ୍ତି କ’ଣ ମିଳିଲା? ଏପରି କର୍ମ କରିବା ଅନୁଚିତ୍ ଯାହା ଦ୍ୱାରା ଆହୁରି ପାପ ଚଢିବ । ପ୍ରଥମେ ତ ନିଜର ପାପକୁ ଲାଘବ କରିବାର ଖିଆଲ ରଖ । ଖିଆଲ କରୁ ନ ଥିଲେ ବାବା ଜାଣିବେ ଯେ ଏହାଙ୍କର ଭାଗ୍ୟରେ ନାହିଁ । ଯୋଗ୍ୟତା ଦରକାର । ଭଲ ଚରିତ୍ର ହେବା ଆବଶ୍ୟକ । ଲକ୍ଷ୍ମୀ-ନାରାୟଣଙ୍କ ଚରିତ୍ରର ତ ଗାୟନ କରାଯାଉଛି । ଏହି ସମୟର ମନୁଷ୍ୟ ତାଙ୍କ ଆଗରେ ନିଜର ଚରିତ୍ରର ବର୍ଣ୍ଣନା କରୁଛନ୍ତି । ଶିବବାବାଙ୍କୁ ଜାଣି ହିଁ ନାହାଁନ୍ତି, ସେ ହିଁ ସଦ୍‌ଗତି ଦାତା ଅଟନ୍ତି, ପୁଣି ସନ୍ନ୍ୟାସୀମାନଙ୍କ ପାଖକୁ ଯାଉଛନ୍ତି । କିନ୍ତୁ ସମସ୍ତଙ୍କର ସଦ୍‌ଗତି ଦାତା ହିଁ ହେଉଛନ୍ତି ଜଣେ । ବାବା ହିଁ ସ୍ୱର୍ଗର ସ୍ଥାପନା କରୁଛନ୍ତି ପୁଣି ତଳକୁ ଓହ୍ଲାଇବାକୁ ହିଁ ପଡିବ । ବାବାଙ୍କ ବ୍ୟତୀତ କେହି ପବିତ୍ର କରାଇପାରିବେ ନାହିଁ । ମନୁଷ୍ୟ ଗୁମ୍ଫା ଭିତରେ ଯାଇ ବସୁଛନ୍ତି, ଏହା ଅପେକ୍ଷା ଗଙ୍ଗାରେ ଯାଇ ବସିଲେ ତ’ ସଫା ହୋଇଯିବେ କାହିଁକି ନା ପତିତ-ପାବନୀ ଗଙ୍ଗାକୁ କହୁଛନ୍ତି ନା । ମନୁଷ୍ୟ ଶାନ୍ତି ଚାହୁଁଛନ୍ତି ତେଣୁ ଯେବେ ଘରକୁ ଯିବେ ସେବେ ଅଭିନୟ ପୂରା ହେବ । ଆମ ଆତ୍ମାମାନଙ୍କ ଘର ହେଉଛି ନିର୍ବାଣଧାମ । ଏଠାରେ ଶାନ୍ତି କେଉଁଠୁ ଆସିବ? ତପସ୍ୟା କରୁଛନ୍ତି, ତାହା ମଧ୍ୟ କର୍ମ କରୁଛନ୍ତି ନା, ତପସ୍ୟାରେ ଶାନ୍ତ ହୋଇ ବସିଯାଉଛନ୍ତି । ଶିବବାବାଙ୍କୁ ତ’ ଜାଣି ନାହାଁନ୍ତି । ସେ ସବୁ ହେଉଛି ଭକ୍ତିମାର୍ଗ, ପୁରୁଷୋତ୍ତମ ସଂଗମଯୁଗ ହେଉଛି ଗୋଟିଏ, ଯେବେକି ବାବା ଆସୁଛନ୍ତି । ଆତ୍ମା ସ୍ୱଚ୍ଛ ହୋଇ ମୁକ୍ତି-ଜୀବନମୁକ୍ତିକୁ ଚାଲିଯାଉଛି । ଯେଉଁମାନେ ପରିଶ୍ରମ କରିବେ ସେମାନେ ରାଜ୍ୟ କରିବେ, ବାକି ଯେଉଁମାନେ ପରିଶ୍ରମ କରିବେ ନାହିଁ ସେମାନେ ଦଣ୍ଡ ପାଇବେ । ଆରମ୍ଭରେ ଦଣ୍ଡର ସାକ୍ଷାତ୍‌କାର କରାଇଥିଲି । ପୁଣି ପଛକୁ ମଧ୍ୟ ସାକ୍ଷାତ୍‌କାର ହେବ । ଦେଖିବେ ଯେ ଆମେ ଶ୍ରୀମତ ପାଳନ ନ କରିବା କାରଣରୁ ଏପରି ଅବସ୍ଥା ହୋଇଛି । ପିଲାମାନଙ୍କୁ କଲ୍ୟାଣକାରୀ ହେବାକୁ ପଡିବ । ବାବା ଏବଂ ରଚନାର ପରିଚୟ ଦେବାକୁ ହେବ । ଯେପରି ଛୁଞ୍ଚିକୁ କିରୋସିନି ତେଲରେ ପକାଇଲେ ଜଙ୍କ ଛାଡିଯାଏ, ସେହିପରି ବାବାଙ୍କ ୟାଦରେ ରହିବା ଦ୍ୱାରା ବିକାର ରୂପୀ ଜଙ୍କ ଛାଡିଯାଏ । ନଚେତ୍ ସେହି ସ୍ନେହ, ସେହି ଆକର୍ଷଣ ବାବାଙ୍କ ପ୍ରତି ରହିବ ନାହିଁ । ସବୁ ସ୍ନେହ ମିତ୍ର ସମ୍ବନ୍ଧୀମାନଙ୍କ ଆଡକୁ ଚାଲିଯିବ, ତାଙ୍କ ପାଖରେ ଯାଇ ରହିଥାନ୍ତି । କେଉଁଠି ସେହି ବିକାରର ଜଙ୍କ ଲାଗିଥିବା ସଙ୍ଗ ଏବଂ କେଉଁଠି ଏହି ଶ୍ରେଷ୍ଠ ସଙ୍ଗ । ଜଙ୍କ ଖାଇଯାଇଥିବା ଜିନିଷ ସଙ୍ଗରେ ରହିଲେ ସେଥିରେ ମଧ୍ୟ ଜଙ୍କ୍ ଲାଗିଯିବ । ଜଙ୍କ୍ ସଫା କରିବା ପାଇଁ ହିଁ ବାବା ଆସୁଛନ୍ତି । ବାବାଙ୍କୁ ମନେ ପକାଇଲେ ପବିତ୍ର ହେବେ । ଅଧାକଳ୍ପରୁ ବହୁତ ଜୋରରେ ଜଙ୍କ୍ ଲାଗି ରହିଛି । ଏବେ ଚୁମ୍ବକ ସଦୃଶ ବାବା କହୁଛନ୍ତି ମୋତେ ମନେ ପକାଅ । ଯେତେ ବୁଦ୍ଧିର ଯୋଗ ମୋ ସହିତ ରହିବ ସେତେ ଜଙ୍କ୍ ସଫା ହେବ । ନୂଆ ଦୁନିଆ ତ’ ସ୍ଥାପନା ହେବ, ସତ୍ୟଯୁଗରେ ପ୍ରଥମେ ଦେବୀ-ଦେବତାମାନଙ୍କର ବହୁତ ଛୋଟ ବୃକ୍ଷ ରହିବ, ପୁଣି ବୃଦ୍ଧି ହୋଇଚାଲିବ । ଏହିଠାରେ ହିଁ ତୁମ ପାଖକୁ ଆସି ପୁରୁଷାର୍ଥ କରୁଛନ୍ତି । ଉପରୁ କେହି ଆସୁ ନାହାଁନ୍ତି , ଯେପରି ଅନ୍ୟ ଧର୍ମର ଆତ୍ମାମାନେ ଉପରୁ ଆସୁଛନ୍ତି । ଏଠାରେ ତୁମର ରାଜଧାନୀ ସ୍ଥାପନା ହେଉଛି । ସମସ୍ତ ଆଧାର ପାଠପଢା ଉପରେ ରହିଛି ଓ ବାବାଙ୍କର ଶ୍ରୀମତ ପାଳନ ଉପରେ ରହିଛି । ବୁଦ୍ଧିଯୋଗ ବାହାରକୁ ଗଲେ ମଧ୍ୟ ଜଙ୍କ୍ ଲାଗିଯାଏ । ଏଠାରେ ସବୁ ହିସାବ-କିତାବ ଚୁକ୍ତ କରି ଜୀବଦଶାରେ ରହି ସବୁକିଛି ତ୍ୟାଗ କରି ଆସୁଛନ୍ତି । ସନ୍ନ୍ୟାସ କଲେ ମଧ୍ୟ ଅନେକ ଦିନ ଧରି ଘର କଥା ମନରେ ଥାଏ ।

ତୁମେ ପିଲାମାନେ ଜାଣିଛ ଏବେ ଆମକୁ ସତ୍‌ର ସଙ୍ଗ ମିଳିଛି । ଆମେ ନିଜ ପିତାଙ୍କ ସ୍ମୃତିରେ ହିଁ ରହୁଛୁ । ମିତ୍ର-ସମ୍ବନ୍ଧୀମାନଙ୍କୁ ତ’ ଜାଣିଛ ନା । ଗୃହସ୍ଥ ବ୍ୟବହାରରେ ରହି, କର୍ମ କରି ବାବାଙ୍କୁ ମନେ ପକାଇ, ପବିତ୍ର ହେବାକୁ ପଡିବ, ଅନ୍ୟମାନଙ୍କୁ ମଧ୍ୟ ଶିଖାଇବାକୁ ହେବ । ପୁଣି ଭାଗ୍ୟରେ ଥିଲେ ଅଗ୍ରଗତି କରିବେ । ବ୍ରାହ୍ମଣ କୁଳର ନ ହୋଇଥିଲେ ପୁଣି ଦେବତା କୁଳକୁ କିପରି ଆସିବେ? ବହୁତ ସହଜ ପଏଣ୍ଟସ୍ ଦିଆଯାଉଛି, ଯାହା ତୁରନ୍ତ କାହାର ବୁଦ୍ଧିରେ ଆସିଯିବ । ବିନାଶ କାଳେ ବିପରୀତ ବୁଦ୍ଧିର ଚିତ୍ର ମଧ୍ୟ ସ୍ୱଷ୍ଟ ଭାବେ ରହିଛି । ବର୍ତ୍ତମାନ ସେ ସାମ୍ରାଜ୍ୟ ତ’ ନାହିଁ । ଦୈବୀ ସାମ୍ରାଜ୍ୟ ଥିଲା, ଯାହାକୁ ସ୍ୱର୍ଗ କୁହାଯାଉଥିଲା । ଏବେ ତ’ ପଞ୍ଚାୟତି ରାଜ୍ୟ ରହିଛି, ଏହା ବୁଝାଇବାରେ କୌଣସି ଆପତ୍ତି ନାହିଁ । କିନ୍ତୁ ନିଜର ଜଙ୍କ୍ ସଫା ହୋଇଥିଲେ ତ କାହାକୁ ତୀର ଲାଗିବ । ପ୍ରଥମେ ଜଙ୍କ ସଫା କରିବା ପାଇଁ ଚେଷ୍ଟା କରିବା ଦରକାର । ନିଜର ଚରିତ୍ରକୁ ଦେଖିବା ଦରକାର । ରାତି-ଦିନ ଆମେ କ’ଣ କରୁଛୁ? ରୋଷେଇ ଘରେ ଭୋଜନ ପ୍ରସ୍ତୁତ ସମୟରେ, ରୁଟି ସେକିବା ସମୟରେ ମଧ୍ୟ ଯେତେ ସମ୍ଭବ ବାବାଙ୍କର ସ୍ମୃତିରେ ରୁହ, ବୁଲିବାକୁ ଗଲେ ମଧ୍ୟ ସ୍ମୃତିରେ ରୁହ । ବାବା ସମସ୍ତଙ୍କର ଅବସ୍ଥାକୁ ତ’ ଜାଣିଛନ୍ତି ନା । ପରଚିନ୍ତନ-ପରଦର୍ଶନ କଲେ ଆହୁରି ଜଙ୍କ ଲାଗିଥାଏ । ପରଚିନ୍ତନର କୌଣସି କଥା ଶୁଣ ନାହିଁ । ଆଚ୍ଛା!

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ଯେପରି ବାବା ଶିକ୍ଷକ ରୂପରେ ପାଠପଢାଇ ସମସ୍ତଙ୍କ ଉପରେ ଦୟା କରୁଛନ୍ତି, ସେହିପରି ନିଜକୁ ନିଜ ଉପରେ ଏବଂ ଅନ୍ୟମାନଙ୍କ ଉପରେ ମଧ୍ୟ ଦୟା କରିବାକୁ ହେବ । ପାଠପଢା ଏବଂ ଶ୍ରୀମତ ଉପରେ ପୂରା-ପୂରା ଧ୍ୟାନ ଦେଇ, ନିଜର ଚରିତ୍ରକୁ ସୁଧାରିବାକୁ ପଡିବ ।

(୨) ପରସ୍ପର ମଧ୍ୟରେ କୌଣସି ବିତିଯାଇଥିବା ବିକାରୀ ପରଚିନ୍ତନର କଥାବାର୍ତ୍ତା କରି ବାବାଙ୍କଠାରୁ ବୁଦ୍ଧିଯୋଗ ତୁଟାଇ ଦେବା ଉଚିତ୍ ନୁହେଁ । କୌଣସି ବି ପାପ କର୍ମ କରିବାର ନାହିଁ, ବାବାଙ୍କ ସ୍ମୃତିରେ ରହି ଆତ୍ମାରୁ ଜଙ୍କ୍ ସଫା କରିବାକୁ ହେବ ।

ବରଦାନ:-
ଦୃଢତାର ଶକ୍ତି ଦ୍ୱାରା ଟାଙ୍ଗରା ଭୂଇଁରେ ମଧ୍ୟ ଫଳ ଉତ୍ପନ୍ନ କରୁଥିବା ସଫଳତା ସ୍ୱରୂପ ଭବ ।

ଯେ କୌଣସି କଥାରେ ସଫଳତା ସ୍ୱରୂପ ହେବା ପାଇଁ ଦୃଢତା ଏବଂ ସ୍ନେହର ସଂଗଠନ ଦରକାର । ଦୃଢତାର ଶକ୍ତି ଟାଙ୍ଗରା ଭୂଇଁରେ ମଧ୍ୟ ଫଳ ଉତ୍ପନ୍ନ କରିଦେଇଥାଏ । ଯେପରି ଆଜିକାଲି ବୈଜ୍ଞାନିକମାନେ ମରୁଭୂମିରେ ମଧ୍ୟ ଫଳ ଫଳାଇବା ପାଇଁ ଚେଷ୍ଟା କରୁଛନ୍ତି, ସେହିପରି ତୁମେମାନେ ଶାନ୍ତିର ଶକ୍ତି ଦ୍ୱାରା ସ୍ନେହର ପାଣି ଛିଞ୍ଚିବା ସହିତ ଫଳିଭୂତ ହୁଅ । ତେବେ ଦୃଢତା ଆଧାରରେ ନିରାଶା ଭିତରେ ମଧ୍ୟ ଆଶାର ଦୀପ ଜଳାଇ ପାରିବ କାହିଁକି ନା ସାହସ ରଖିବା ଦ୍ୱାରା ବାବାଙ୍କର ସାହାଯ୍ୟ ମିଳିଯାଏ ।

ସ୍ଲୋଗାନ:-
ନିଜକୁ ସର୍ବଦା ପ୍ରଭୁଙ୍କର ଅମାନତ ମନେ କରିଚାଲିଲେ କର୍ମରେ ଆତ୍ମିକ ଭାବ ଆସିଯିବ ।

ଅବ୍ୟକ୍ତ ଈଶାରା:- ଏବେ ଲଗନର ଅଗ୍ନିକୁ ପ୍ରଜ୍ୱଳିତ କରି ଯୋଗକୁ ଜ୍ୱାଳା ରୂପ କର ।

ସାରଥୀ ଅର୍ଥାତ୍ ଆତ୍ମ ଅଭିମାନୀ କାହିଁକି ନା ଆତ୍ମା ହିଁ ସାରଥୀ ଅଟେ । ବ୍ରହ୍ମାବାବା ଏହି ବିଧି ଦ୍ୱାରା ନମ୍ବର ୱାନ ସିଦ୍ଧି ପ୍ରାପ୍ତ କରିଛନ୍ତି, ତେଣୁ ତୁମେମାନେ ମଧ୍ୟ ନିଜର ପିତାଙ୍କୁ ଅନୁକରଣ କର । ବାବା ଯେପରି ଦେହକୁ ଅଧୀନ କରି ପ୍ରବେଶ କରୁଛନ୍ତି ଅର୍ଥାତ୍ ସାରଥୀ ହେଉଛନ୍ତି, ଦେହର ଅଧୀନ ହେଉ ନାହାଁନ୍ତି, ସେଥିପାଇଁ ନ୍ୟାରା ଏବଂ ପ୍ୟାରା ଅଟନ୍ତି, ସେହିପରି ତୁମେ ସବୁ ବ୍ରାହ୍ମଣ ଆତ୍ମାମାନେ ମଧ୍ୟ ବାବାଙ୍କ ସମାନ ସାରଥୀ ସ୍ଥିତିରେ ରୁହ । ସାରଥୀ ସ୍ୱତଃ ହିଁ ସାକ୍ଷୀ ହୋଇ ଯାହା ବି କରିବ, ଦେଖିବ, ଶୁଣିବ ଏବଂ ସବୁକିଛି କରୁଥିଲେ ମଧ୍ୟ ମାୟାର ଲେପ-ଛେପଠାରୁ ନିର୍ଲେପ ରହିବ ।