13.09.26    Avyakt Bapdada     Odia Murli    15.11.2011     Om Shanti     Madhuban


“ଏବେ ନିର୍ବିଘ୍ନ ଏବଂ ସଦା ପ୍ରସ୍ତୁତ ରହି ୧୦୮ର ମାଳା ପ୍ରସ୍ତୁତ କର, ବ୍ରହ୍ମାବାବାଙ୍କ ସମାନ ସମ୍ପନ୍ନ ଏବଂ ସମ୍ପୂର୍ଣ୍ଣ ହୁଅ”


ଆଜି ସର୍ବଶକ୍ତିମାନ ପିତା ନିଜର ମାଷ୍ଟର ସର୍ବଶକ୍ତିମାନ ପିଲାମାନଙ୍କୁ ସର୍ବଶକ୍ତି ରୂପକ ସମ୍ପତ୍ତି ଦେବା ପାଇଁ ଆସିଛନ୍ତି । ତେବେ ସର୍ବଶକ୍ତିରୂପକ ସମ୍ପତ୍ତି ମଧ୍ୟ କେତେ ସହଜରେ ତୁମକୁ ପ୍ରାପ୍ତ ହେଉଛି । ଗୋଟିଏ ସେକେଣ୍ଡ ଭିତରେ ଜାଣିଗଲ ମେରା ବାବା, ବାବା କହିଲେ ମେରେ ବଚ୍ଚେ, ଏତିକିରେ ହିଁ ସମ୍ପତ୍ତି ଗୁଡିକର ମାଲିକ ହୋଇଗଲ । ତେବେ ପ୍ରତ୍ୟେକ ସନ୍ତାନ ନିକଟରେ ସର୍ବ ସମ୍ପତ୍ତି ସର୍ବଦା ସାଥୀରେ ରହୁଛି ତ ! ଏହି ନିଶା ରହୁଛି ଯାହା ବାବାଙ୍କର ସମ୍ପତ୍ତି ତାହା ମୋର ସମ୍ପତ୍ତି! ଏବେ ଚେକ୍‌ କର ବାବା ତ ପ୍ରତ୍ୟେକ ସନ୍ତାନକୁ ସର୍ବ ସମ୍ପତ୍ତି ଦେଇଛନ୍ତି, ଗୋଟିଏ ବି କମ୍ ଦେଇନାହାନ୍ତି କିନ୍ତୁ ସେହି ସର୍ବ ସମ୍ପତ୍ତି ଗୁଡିକ ସମସ୍ତଙ୍କ ପାଖରେ ସର୍ବଦା ସାଥୀରେ ରହୁଛି ତ, ନା କିଛି କିଛି ରହୁଛି ଆଉ କିଛି କିଛି ରହୁନାହିଁ ? ବାପଦାଦା ତ ଦେଇ ଦେଇଛନ୍ତି କିନ୍ତୁ ସମସ୍ତଙ୍କ ପାଖରେ ସର୍ବ ସମ୍ପତ୍ତି ସବୁବେଳେ ରହୁଛି ଏବଂ ତାକୁ ଯଥା ସମୟରେ କାର୍ଯ୍ୟରେ ଲଗାଇଛ ତ ? ଯଦି ମାଲିକ ହୋଇ ଅଦେଶ ଦେବ, ତେବେ ଯଥା ସମୟରେ ସମ୍ପତ୍ତି ଗୁଡିକୁ ଅନୁଭବ କରିପାରିବ? ବାପଦାଦା ଚାରିଆଡର ପଲାମାନଙ୍କର ସେବାର ଉମଙ୍ଗ-ଉତ୍ସାହକୁ ଦେଖୁଛନ୍ତି ମଧ୍ୟ ଏବଂ ଶୁଣୁଛନ୍ତି ମଧ୍ୟ । ଚାରିଆଡେ ବହୁତ ଭଲ ଉମଙ୍ଗ ଉତ୍ସାହର ସହିତ ୭୫ ବର୍ଷର ଏହି ଜୟନ୍ତୀ ପାଳନ କରୁଛନ୍ତି ଏବଂ ଚାଲେଞ୍ଜ ମଧ୍ୟ କରୁଛନ୍ତି ଯେ ଏବେ ପରିବର୍ତ୍ତନ ହେଲା କି ହେଲା । ତେବେ ଚାଲେଞ୍ଜ ମଧ୍ୟ ବହୁତ ଭଲ କରୁଛ । ବାପଦାଦା ପିଲାମାନଙ୍କର ଉମଙ୍ଗ-ଉତ୍ସାହକୁ ଦେଖି ଦେଖି ଖୁସି ହେଉଛନ୍ତି ଏବଂ ଗୀତ କ’ଣ ଗାଉଛନ୍ତି ? ବାଃ ପିଲାମାନେ ବାଃ ! ଏହା ସହିତ ବାପଦାଦା ଦେଖିଲେ ଯେ ପିଲାମାନେ ଚାଲେଞ୍ଜ ତ ବହୁତ ଭଲ କରୁଛନ୍ତି ଏବଂ ଉମଙ୍ଗ-ଉତ୍ସାହର ସହିତ କରୁଛନ୍ତି, କିନ୍ତୁ ଏହା ସହିତ ପିଲାମାନଙ୍କର ନିଜ ଭିତରେ ସବୁ ପ୍ରକାର ଧାରଣା ଗୁଡିକର ସଫଳତାର ସ୍ୱରୂପକୁ ମଧ୍ୟ ଦେଖିଲେ, ତୁମେମାନେ ମଧ୍ୟ ନିଜର ସମ୍ପନ୍ନତା ଏବଂ ସଫଳତାର ସ୍ୱରୂପକୁ ଜାଣିଛ କାହିଁକି ନା ନିମିତ୍ତ ହୋଇଥିବା ସବୁ ପିଲାମାନେ ସର୍ବଦା ସମ୍ପନ୍ନ ତଥା ସଫଳତାର ମୂର୍ତ୍ତି ହୋଇଗଲଣି ନା ଆଗକୁ ହେବ ? କାହିଁକି ନା ସୁଖମୟ ସଂସାରର ଆଧାର ସ୍ୱରୂପ ତୁମେମାନେ ହିଁ ଅଟ । ତେଣୁ ବାପଦାଦା ମଧ୍ୟ ସବୁପିଲାଙ୍କର ଫଳାଫଳକୁ ଦେଖିଛନ୍ତି । ତୁମେ ଯେଉଁମାନେ କି ଆଧାର ମୂରତ ଅଟ, କେବଳ ଅଳ୍ପ କେତେ ଜଣ ପିଲା ନୁହନ୍ତି, ତୁମ ସମସ୍ତଙ୍କର ଚାଲେଞ୍ଜ ହେଲା ଯେ ଆମେ ସୁଖମୟ ସଂସାରକୁ ଆଣିବାର ନିମିତ୍ତ ଅଟୁ ।

ତେଣୁ ବାପଦାଦା ସବୁ ପିଲାଙ୍କୁ ପଚାରୁଛନ୍ତି ଯେ ସୁଖମୟ ସଂସାରକୁ ଆଣିବାର ନିମିତ୍ତ ହୋଇଥିବା ପିଲାମାନେ ସମ୍ପୂର୍ଣ୍ଣ, ସମ୍ପନ୍ନ ଆଧାର ମୂରତ ହୋଇଗଲେଣି ? ବାପଦାଦାଙ୍କର ପିଲାମାନଙ୍କ ଉପରେ ଯେଉଁ ଆଶା ରହିଛି ପ୍ରତ୍ୟେକ ସନ୍ତାନ ସଫଳତାର ମୂରତ ହୋଇଯା’ନ୍ତୁ କିହିଁକି ନା ତୁମେମାନେ ବାବାଙ୍କର ସାଥୀ ହୋଇ ସଂକଳ୍ପ କରିଛ ଏବଂ ବଡ ଖୁସିର ସହିତ ଚାଲେଞ୍ଜ ମଧ୍ୟ କରିଛ, ପରିବର୍ତ୍ତନ ହେଲା କି ହେଲା । ତେଣୁ ନିଜେ ନିଜକୁ ପଚାର ବିଶ୍ୱ-ପରିବର୍ତ୍ତନର ନିମିତ୍ତ ହୋଇଥିବା ପିଲାମାନେ ସ୍ୱ-ସମ୍ପନ୍ନ ଏବଂ ସମ୍ପୂର୍ଣ୍ଣ କେଉଁ ପର୍ଯ୍ୟନ୍ତ ହେଲଣି ? କାହିଁକି ନା ଯଦି ରାଜ୍ୟର ସ୍ଥାପନା ହେଉଛି ତେବେ ପ୍ରଥମେ ତ ରାଜ୍ୟର ନିମିତ୍ତ ହେଉଥିବା ଆତ୍ମାମାନେ ହିଁ ନିମତ୍ତ ହେବେ ତା’ପରେ ଯାଇ ଅନ୍ୟମାନେ ନିମିତ୍ତ ହୋଇପାରିବେ । ତେବେ ବାପଦାଦା ଦେଖୁଛନ୍ତି ଯେ ଏବେ ସମ୍ପୂର୍ଣ୍ଣ ହେବା ପାଇଁ ଆଉ କିଛି କମି ରହିଛି । ସେବା ତ କରିଲ କିନ୍ତୁ ସେବାର ଫଳାଫଳ ରୂପରେ ତୁମମାନଙ୍କର ସାଥୀ କେତେ ଜଣ ବାହାରିଲେ ? ହିସାବ ବାହାର କର ଯେ ଯେତେ ଜଣ ଶୁଣୁଛନ୍ତି ସେମାନଙ୍କ ଭିତରୁ କେତେ ଜଣ ପାଖକୁ ଆସୁଛନ୍ତି ! ବାପଦାଦା ପିଲାମାନଙ୍କର ସାହସ ପାଇଁ ଖୁସି ଅଛନ୍ତି କିନ୍ତୁ ଏବେ ସେବାର ଫଳାଫଳ ଉପରେ ଆହୁରି ଅଧିକ ତୀବ୍ରତା ଆଣିବାକୁ ହେବ । ସବୁ ସମୟରେ ଆତ୍ମାମାନଙ୍କୁ ଏତିକି ନିକଟ ସମ୍ବନ୍ଧକୁ ଆଣ, ଖୁସି ବହୁତ ହେଉଛନ୍ତି । ଏବେ ବ୍ରହ୍ମାକୁମାରୀମାନଙ୍କର କର୍ତ୍ତବ୍ୟକୁ ଜାଣିବା ପାଇଁ ବହୁତ ରୁଚି ରଖୁଛନ୍ତି କିନ୍ତୁ ବାପଦାଦା ପୂର୍ବରୁ ମଧ୍ୟ କହିଛନ୍ତି ଆତ୍ମାମାନଙ୍କୁ ସମ୍ପତ୍ତି କେବଳ ବାବାଙ୍କ ଦ୍ୱାରା ହିଁ ମିଳିବ, ସେଥିପାଇଁ ବାବାଙ୍କୁ ଜାଣିବା ଦରକାର, ସମୟକୁ ଜାଣିବା ଦରକାର, ନିଜର ସ୍ୱମାନକୁ ଜାଣିବା ଦରକାର, ତେବେ ଯାଇ ସମ୍ପତ୍ତିର ଅଧିକାରୀ ହେବେ । ଏବେ ବାବା ଆସିଛନ୍ତି, ସମସ୍ତଙ୍କୁ ସମ୍ପତ୍ତି ଦେଉଛନ୍ତି, ଏହିକଥା ବୁଦ୍ଧିରେ ଆସିଲେ ଯାଇ ସମ୍ପତ୍ତି ନେବେ ଏବଂ ରାଜ୍ୟ ଅଧିକାରୀ ହେବେ ।

ତୁମେମାନେ ଯେଉଁ ଗୀତ ଗାଉଛ, ଆମର ବାବା ଆସିଛନ୍ତି, ଚାରିଆଡେ ଏହି ଶବ୍ଦ ଖେଳିଯାଉ । ଏବେ ବାପଦାଦା ଏହି ଫଳାଫଳ ଦେଖିବାକୁ ଚାହୁଁଛନ୍ତି । ପରିବର୍ତ୍ତନ ମଧ୍ୟ ହୋଇଛି, ସେବା କରିବାର ଲାଭ ମଧ୍ୟ ମିଳିଛି, ମେହନତର ଫଳ ମଧ୍ୟ ମିଳିଛି କିନ୍ତୁ ଏ ପର୍ଯ୍ୟନ୍ତ ବାବାଙ୍କ ପର୍ଯ୍ୟନ୍ତ ପହଁଞ୍ଚି ନାହାନ୍ତି । ଏଥିପାଇଁ କୈାଣସି ଯୋଜନା କର । ବାବାଙ୍କର ପ୍ରତ୍ୟକ୍ଷତା କିପରି ହେବ ? ରାଜଧାନୀରେ ରାଜ୍ୟ କରିବାବାଲା ନିର୍ବିଘ୍ନ ହେଲେଣି ତ? ଏବେ ଯଦି ଡ୍ରାମା ପରିବର୍ତ୍ତନର ସ୍ୱିଚ୍ ଅନ୍ କରିବ ତେବେ ତୁମେମାନେ ସଦା ପ୍ରସ୍ତୁତ ଅଛ ତ ? ଅଛ ତ? ସ୍ୱିଚ୍ ଅନ୍ କରିବା? କ’ଣ ଭାବୁଛ, ସ୍ୱିଚ୍ ଅନ୍ କରି ଦେବା? ସଦା ପ୍ରସ୍ତୁତ ଅଛ ତ ? କାହିଁକିନା ଏଥିପାଇଁ ସମସ୍ତେ ପ୍ରସ୍ତୁତ ହୋଇଯାଇଥିବା ଦରକାର, ରାଜ୍ୟ ଅଧିକାରୀ, ରାଜ୍ୟ ପରିବାରୀ ଏବଂ ରାଜକୀୟ ପ୍ରଜା । ତେବେ ସାଧାରଣ ପ୍ରଜାଙ୍କୁ ପ୍ରସ୍ତୁତ କରିବା ତ କୈାଣସି ବଡ କଥା ନୁହେଁ । ତେବେ ବାପଦାଦା ଆଜି ପିଲାମାନଙ୍କୁ ଫଳାଫଳ ପଚାରୁଛନ୍ତି । କ’ଣ ଭାବୁଛ ? ବାପଦାଦାଙ୍କୁ ବିନାଶର ସ୍ୱିଚ୍ ଅନ୍ କରିବା ପାଇଁ ଡେରି ଲାଗିବ ନାହିଁ । ତେବେ ପ୍ରଥମ ଧାଡି ବାଲା କ’ଣ କହୁଛି ? ଶକ୍ତିମାନେ କ’ଣ କହୁଛ ? ପାଣ୍ଡବମାନେ କ’ଣ କହୁଛନ୍ତି ? ଉତ୍ତର ଦିଅ । ପାଣ୍ଡବମାନେ ଉତ୍ତର ଦିଅ । ସ୍ୱିଚ୍ ଅନ୍ କରିଦେବା ? ସଦା ପ୍ରସ୍ତୁତ ଅଛ ତ ? (ବାବା ଆପଣ ତ ମାଲିକ ଅଟନ୍ତି, ଯଦି ଆପଣଙ୍କୁ ସଂକଳ୍ପ ଆସୁଛି, ଅନ୍ କରିବା ପାଇଁ ତେବେ ସ୍ୱିଚ୍ ଅନ୍ କରି ଦିଅନ୍ତୁ) ତେବେ ବାପଦାଦା ପିଲାମାନଙ୍କୁ କାହିଁକି ପଚାରୁଛନ୍ତି ? କାହିଁକି ନା ବାବାଙ୍କୁ ତ ରାଜ୍ୟରେ ଆସିବାର ନାହିଁ । ବ୍ରହ୍ମାବାବାଙ୍କୁ ଆସିବାର ଅଛି । (ଏହିଠାରେ ରହି ବାପଦାଦାଙ୍କ ସହିତ ମିଶୁଥିବୁ, ଏହା ବହୁତ ଭଲ ଲାଗୁଛି) ଏହା ତ ବହୁତ ଭଲ କଥା କିନ୍ତୁ ବାବାଙ୍କ ସମାନ ହୋଇ ବାବାଙ୍କ ସାଥୀ ରହିବାର ଜୀବନର ଅନୁଭବ କରିବା ମଧ୍ୟ ଦରକାର ନା । ତାହା ହେଲାଣି ? ପ୍ରସ୍ତୁତ ଅଛ ତ ? କେବଳ ତୁମେମାନେ ନୁହେଁ, ପୁରା ରାଜଧାନୀ । ତୁମେ କାହା ଉପରେ ରାଜ୍ୟ କରିବ ? ରାଜଧାନୀ ତ ଦରକାର ନା ! (ସମସ୍ତେ ସାଥୀ ଅଟୁ) କ’ଣ ସମସ୍ତେ ପ୍ରସ୍ତୁତ ଅଛନ୍ତି ? (ପୂରା ପ୍ରସ୍ତୁତ ଅଛନ୍ତି) ସମ୍ପନ୍ନ ହେବାରେ ମଧ୍ୟ ପ୍ରସ୍ତୁତ ଅଛନ୍ତି ତ? ଆଚ୍ଛା ସମସ୍ତେ ଭାବୁଛନ୍ତି, କିଛି କଥା ନାହିଁ ।

ବାପଦାଦା ଜାଣିଛନ୍ତି ଯେ ଏବେ ସମସ୍ତେ ପ୍ରସ୍ତୁତ ଅଛନ୍ତି କିନ୍ତୁ ସଦା ପ୍ରସ୍ତୁତ ରହିବାର ସ୍ଥିତି ଦରକାର । ବାପଦାଦା ଯେଉଁ ଦୁଇଟି କଥା କହିଥିଲେ ଯେ ଗୋଟିଏ ସେକେଣ୍ଡ ଭିତରେ ଫୁଲଷ୍ଟପ୍ ଲଗାଇ ପାରୁଥିବା ପିଲାମାନେ ଦରକାର, ବ୍ୟର୍ଥ ସଂକଳ୍ପର ଚିହ୍ନ ବର୍ଣ୍ଣନ ରହୁ । ଯାହାକୁ ବି ସନ୍ଦେଶ ଦେଉଛ ସେ ସନ୍ଦେଶକୁ ଶୁଣି ନିଜକୁ ପରିବର୍ତ୍ତନ କରିବାର ଉମଙ୍ଗ-ଉତ୍ସାହରେ ଆସିଯାଉ । ଏବେ ବାପଦାଦା ଏହି ଭଳି ଫଳାଫଳ ଦେଖିବାକୁ ଚାହୁଁଛନ୍ତି । ଏଥିପାଇଁ ବାପଦାଦା ପିଲାମାନଙ୍କୁ ପରାମର୍ଶ ଦେଉଛନ୍ତି, ଆଜ୍ଞା ମଧ୍ୟ ଦେଉଛନ୍ତି ଯେ ସେବା ତ କରୁଛ କିନ୍ତୁ ଯାହାଙ୍କର ବି ସେବା କରୁଛ, ଏକା ସମୟରେ ତିନି ରୂପରେ ଏବଂ ତିନୋଟି ବିଧିରେ ସେବା କର, ସେହି ତିନୋଟି ରୂପ ହେଲା ନଲେଜଫୁଲ ଅର୍ଥାତ୍ ଜ୍ଞାନୀ, ପାୱାରଫୁଲ ଅର୍ଥାତ୍ ଶକ୍ତିଶାଳୀ ଏବଂ ଲଭଫୁଲ ଅର୍ଥାତ୍ ସ୍ନେହୀ, ଏହି ତିନୋଟି ରୂପରେ ସେବା କର ଏବଂ ତିନୋଟି ରୀତିରେ ସେବା କର, ତାହା ହେଲା ମନ, ବାଣୀ, କର୍ମରେ ଏକା ସମୟରେ ସେବା କର, କେବଳ ବାଣୀ ଦ୍ୱାରା ନୁହେଁ କିନ୍ତୁ ବାଣୀ ସହିତ ସଂକଳ୍ପ ଦ୍ୱାରା ମଧ୍ୟ ଏକାଠି ସେବା କର ଏବଂ ମନ ମଧ୍ୟ ଶକ୍ତିଶାଳୀ ହେବା ଦରକାର । ତେଣୁ ବର୍ତ୍ତମାନର ଆବଶ୍ୟକତା ହେଲା ଏକା ସମୟରେ ସଂକଳ୍ପ ଅର୍ଥାତ୍ ମନର ବୃତ୍ତି ଶକ୍ତିଶାଳୀ ହୋଇଥିବ ଯାହା ଦ୍ୱାରା ଆତ୍ମାମାନଙ୍କର ମନୋବୃତ୍ତି ମଧ୍ୟ ପରିବର୍ତ୍ତନ ହୋଇଯିବ । ବାଣୀ ଦ୍ୱାରା ସାରା ଜ୍ଞାନ ସ୍ପଷ୍ଟ ହୋଇଯାଉଥିବ ଏବଂ କର୍ମ ଦ୍ୱାରା ଏଭଳି ସେବା କର ଯାହାକି ସେହି ଆତ୍ମାମାନେ ଅନୁଭବ କରିବେ ଯେ ପ୍ରକୃତରେ ଆମେ ନିଜର ଘରେ ପହଁଞ୍ଚି ଯାଇଛୁ । ପରିବାରର ଅନୁଭବ ହେବା ଦ୍ୱାରା ନିକଟତମ ସାଥୀ ହୋଇଯିବେ । ତେଣୁ ବାପଦାଦା ଏବେ ଏକା ସମୟରେ ତିନି ରୂପର ସେବା ଏକାଠି ଚାହୁଁଛନ୍ତି । କ’ଣ ହୋଇପାରିବ ? ହୋଇପାରିବ ? ହାତ ଉଠାଅ, ହୋଇପାରିବ ? ଏବେ ବାପଦାଦା ଫଳାଫଳ ରୂପରେ ଦେଖୁଛନ୍ତି ଯେ ବାଣୀର ସେବା ଦ୍ୱାରା କେବଳ ଜ୍ଞାନୀ ହୋଇଯାଉଛନ୍ତି କିନ୍ତୁ ପରିବାରର ସାଥୀ ହୁଅନ୍ତୁ, ଏଥିପାଇଁ ସମୟ ଲାଗିଯାଉଛି । ତେଣୁ ବାପଦାଦା ଦେଖୁଛନ୍ତି ଯେ ସମୟର ଆହ୍ୱାନ ଅନୁଯାଇ ଏବେ ଏଭଳି ସେବାକର ଯାହାକି ଏକା ସମୟରେ ତିନି ପ୍ରକାରର ସେବା ଦ୍ୱାରା ପ୍ରାପ୍ତିର ଅନୁଭବ କରନ୍ତୁ । ତେଣୁ ସମସ୍ତେ ମିଳନ କରିବା ପାଇଁ ଉମଙ୍ଗ-ଉତ୍ସାହର ସହିତ ଆସି ପହଁଞ୍ଚି ଯାଇଛ, ସେଥିପାଇଁ ବାପଦାଦା ପିଲାମାନଙ୍କର ଉମଙ୍ଗ-ଉତ୍ସାହକୁ ଦେଖି ଖୁସି ହେଉଛନ୍ତି । ଏବେ ସମ୍ପନ୍ନ ଏବଂ ସମ୍ପୂର୍ଣ୍ଣ ହେବା ପ୍ରତି ମଧ୍ୟ ଧ୍ୟାନ ଦେବାକୁ ହେବ ଯାହାକି ଅତିକମ୍‌ରେ ୧୦୮ର ମାଳା ପ୍ରସ୍ତୁତ କରିପାରିବ । କ’ଣ କରିପାରିବ ତ? ୧୦୮ର ମାଳା ପ୍ରସ୍ତୁତ ଅଟେ ତ? ପ୍ରସ୍ତୁତ ତ ? କାହିଁକି ନା ରାଜଧାନୀର ରାଜ୍ୟ ଅଧିକାରୀ ତ ସେହିମାନେ ହେବେ ନା । ତେଣୁ ୧୦୮ ରତ୍ନଙ୍କର ତାଲିକା ଏବେ ବାହାର କରିପାରିବ? ହାଁ ଜୀ କହୁନାହଁ କାହିଁକି ? ୧୦୮ ରାଜ୍ୟ ଅଧିକାରୀ, ତା’ ପରେ ୧୬ ହଜାର ଯେଉଁମାନେ କି ୧୦୮ ରାଜ୍ୟ ଅଧିକାରୀଙ୍କର ସାଥୀ ହେବେ । ତା’ପରେ ସମସ୍ତେ କ୍ରମଅନୁସାରେ ରହିବେ । ତେଣୁ ବାପଦାଦା ଏବେ ସମୟ ଅନୁସାରେ, ସମୟକୁ ପାଖକୁ ଆଣୁଥିବା ପିଲାମାନଙ୍କଠାରୁ ଏହି ଆଶା ରଖୁଛନ୍ତି ଯେ ୧୦୮ର ମାଳା ସଦା ପ୍ରସ୍ତୁତ ହୋଇଯାଆନ୍ତୁ, ବାପ ସମାନ ହୋଇଯାଆନ୍ତୁ । ତେବେ ପ୍ରଥମ ଧାଡିବାଲା କୁହ, ୧୦୮ଟି ନାମ ବାହାରି ପାରିବ ? ହଁ କିମ୍ବା ନା କୁହ । ବ୍ରହ୍ମାବାବା ଯେତେବେଳେ ସାକାରରେ ଥିଲେ ସେତେବେଳେ ଅନେକ ଥର ଚେଷ୍ଟା କରିଛନ୍ତି କିନ୍ତୁ ଫାଇନାଲ ହୋଇପାରିନାହିଁ କିନ୍ତୁ ଏବେ ତ ୭୫ ବର୍ଷ ଶେଷ ହେବାକୁ ଯାଉଛି । ତେଣୁ ଏହି ୭୫ ବର୍ଷର ଜୟନ୍ତିରେ କିଛି ତ ନବୀନତା କରିବାନା ! ତେବେ ଏହି ନବୀନତା କର ଯାହାକି ସମସ୍ତେ ନିଜକୁ ୧୦୮ର ଦାନା ହେବାର ଯୋଗ୍ୟ କରନ୍ତୁ, ଯାହାକି ଗଣତି ହୋଇପାରିବ ଯେ ହଁ ୧୦୮ର ମାଳା ପ୍ରସ୍ତୁତ ହୋଇଗଲା । କାହିଁକି ନା ଯେତେବେଳେ ପ୍ରଥମେ ତୁମେ ରାଜ୍ୟଅଧିକାରୀ ହେବ ତେବେ ଯାଇ ତ ତୁମ ପଛରେ ରାଜ୍ୟର ସମ୍ପର୍କବାଲା ପ୍ରସ୍ତୁତ ହେବେ । ସେମାନଙ୍କୁ ବି ତ ଜାଗା ମିଳିବା ଦରକାର ନା ! ତେବେ ବାପଦାଦାଙ୍କର କହିବାର ସାରାଂଶ ହେଲା ଯେ ଏବେ ପ୍ରତ୍ୟେକଙ୍କୁ ନିଜର ତୀବ୍ର ପୁରୁଷାର୍ଥ ଦ୍ୱାରା ଦୃଢ ସଂକଳ୍ପ କରିବାକୁ ହେବ ଯେ ମୋତେ ବାବାଙ୍କ ସମାନ ହେବାକୁ ହିଁ ପଡିବ କାହିଁକିନା ବାପଦାଦା ତ ଶୁଣାଇ ସାରିଛନ୍ତି ଯେ ଅଚାନକ ହିଁ ପରିବର୍ତ୍ତନ ହେବାର ଅଛି । ତା’ ପୂର୍ବରୁ ଅତିକମ୍‌ରେ ଯେଉଁମାନେ ସେବାର ନିମିତ୍ତ ଅଟନ୍ତି, ଜୋନ୍‌ର ମୁଖ୍ୟ ତଥା ସେଣ୍ଟରର ମୁଖ୍ୟମାନେ ଅଛନ୍ତି, ତାଙ୍କ ସାଥୀରେ ସେମାନଙ୍କର ନିକଟତମ ପାଣ୍ଡବ ସାଥୀମାନେ ମଧ୍ୟ ଅଛନ୍ତି, ଯଦିଓ ସେମାନେ ସେବା କେନ୍ଦ୍ରର ମୁଖ୍ୟ ନୁହଁନ୍ତି କିନ୍ତୁ କୈାଣସି ନା କୈାଣସି ବିଶେଷ କାର୍ଯ୍ୟରେ ନିମିତ୍ତ ହୋଇଛନ୍ତି, ଯେଉଁମାନଙ୍କୁ ସମସ୍ତେ ବିଶେଷ ଆତ୍ମା ଦୃଷ୍ଟିରେ ଦେଖୁଛନ୍ତି ସେହି ପାଣ୍ଡବମାନଙ୍କୁ ମଧ୍ୟ ଏବେ ତୀବ୍ର ପୁରୁଷାର୍ଥ କରି ସ୍ୱ-ପରିବର୍ତ୍ତନର ନମୁନା ବାହାରକୁ ଦେଖାଇବାକୁ ପଡିବ, ଏଥିପାଇଁ ସଦାପ୍ରସ୍ତୁତ ଅଛ ତ? ଯେଉଁମାନେ ଭାବୁଛନ୍ତି ଯେ ଏହି କାର୍ଯ୍ୟ ତ କରିବାକୁ ହିଁ ହେବ, ନିଜକୁ ବାପ ସମାନ, ବ୍ରହ୍ମାବାବାଙ୍କ ସମାନ ଫଲୋ ଫାଦର କରିବାକୁ ହିଁ ପଡିବ, ସେମାନେ ହାତ ଉଠାଅ । ହାତ ତ ଏତେ ଉଠାଉଛ, ଯାହାକି ଖୁସି କରିଦେଉଛ । ଭଲ କରୁଛ । କିନ୍ତୁ ହାତ ଉଠାଇବା ସହିତ ଦୃଢ ସଂକଳ୍ପ ମଧ୍ୟ କର କାରଣ ଦୃଢତାର ଶକ୍ତି ବହୁତ ସହଯୋଗ ଦେଇଥାଏ ।

ତେଣୁ ବାପଦାଦା ଖୁସି ଅଛନ୍ତି, ହାତ ଉଠାଇବାରେ ସମସ୍ତେ ବୁଦ୍ଧିବାନ ଅଟନ୍ତି କିନ୍ତୁ ଏବେ ଦୃଢତାକୁ ବାସ୍ତବିକ ରୂପରେ କାର୍ଯ୍ୟକାରୀ କରିବାକୁ ହେବ । ବୁଦ୍ଧିବାନ ତ ଅଟ ନା, ଦୃଢତାର ସହିତ କରୁଛ କିନ୍ତୁ ପୁଣି ଦୃଢତା ଭିନ୍ନ ଭିନ୍ନ ରୂପରେ ବଦଳି ଯାଉଛି, ଏମିତି ହୋଇଗଲା, ସେମିତି ହୋଇଗଲା ....... । ଏପରି ହୋଇନଥିଲେ ସେପରି ହୋଇନଥାନ୍ତା । ଏହିଭଳି ବାହାନା କରିବାରେ ମଧ୍ୟ ବହୁତ ବୁଦ୍ଧିମାନ ଅଟ । ତେଣୁ ଏବେ ବାପଦାଦା କ’ଣ ଚାହୁଁଛନ୍ତି ? ଏବେ ସମସ୍ତଙ୍କୁ ବାପ ସମାନ ହେବାକୁ ପଡିବ । ମନ, ବଚନ, କର୍ମ, ସମ୍ବନ୍ଧ ସମ୍ପର୍କରେ ଯିଏବି ତୁମକୁ ଦେଖିବ, ଯିଏ ବି ତୁମ ସହିତ ମିଶିବ ସେ ଏହି କଥା କହିବ ଯେ ବାଃ ପରିବର୍ତ୍ତନ ବାଃ ! ବାପଦାଦାଙ୍କୁ ମଧ୍ୟ ଭଲ ଲାଗୁଛି ଏବଂ ନିମିତ୍ତ ହୋଇଥିବ ପିଲାମାନଙ୍କୁ ମଧ୍ୟ ବହୁତ ଖୁସି ଲାଗୁଛି ଏବଂ ମିଳନ କରିବାରେ ମଧ୍ୟ ବହୁତ ଖୁସି ମିଳୁଛି । ତେବେ ଆଜି ସମସ୍ତେ କ’ଣ ସଂକଳ୍ପ ନେଲ? ହେବାକୁ ହିଁ ପଡିବ । ବ୍ରହ୍ମାବାବାଙ୍କ ସମାନ ହେବାକୁ ହିଁ ପଡିବ । ହେବୁ ନୁହେଁ, ହେବାକୁ ହିଁ ପଡିବ । କୈାଣସି ବି କଥା ଆସୁ କିନ୍ତୁ କଥା ପରିବର୍ତ୍ତେ ବାବାଙ୍କୁ ଆଗରେ ରଖ । ତେଣୁ ଏବେ ଦୂରରେ ବସିଥିବା ପିଲାମାନଙ୍କୁ ଏବଂ ଅତି ନିକଟରେ ଅର୍ଥାତ୍ ସମ୍ମୁଖରେ ବସିଥିବା ପିଲାମାନଙ୍କୁ ଦେଖି ବାପଦାଦା ହର୍ଷିତ ହେଉଛନ୍ତି । ସବୁପିଲା ଯୋଜନା ବହୁତ ଭଲ ଭଲ କରୁଛନ୍ତି । ଅମୃତବେଳାରେ ସମସ୍ତେ ବହୁତ ମିଠାମିଠା କଥାବାର୍ତ୍ତା କରୁଛନ୍ତି । ଅଧିକାଂଶ ପିଲା ତ ଏତେ ମିଠା କଥା କହୁଛନ୍ତି ଯାହାକି ବାବା ମଧ୍ୟ ତାଙ୍କ କଥାକୁ ଶୁଣି ସ୍ୱାହା ହୋଇଯାଉଛନ୍ତି । କିନ୍ତୁ ଜାଣିଛ ପୁଣି କ’ଣ ହେଉଛି ? ଯେତେବେଳେ କର୍ମ କ୍ଷେତ୍ରକୁ ଆସୁଛନ୍ତି, ସମ୍ବନ୍ଧରେ ଆସୁଛନ୍ତି, ସେବାକ୍ଷେତ୍ରକୁ ଆସୁଛନ୍ତି, ସେତେବେଳେ ଯେଉଁସବୁ କଥା ଆସୁଛି ସେଥିରେ କିଛି କିଛି ବଦଳି ଯାଉଛନ୍ତି । ଅମୃତବେଳାରେ ଯେଉଁ ଉମଙ୍ଗ-ଉତ୍ସାହ ରହୁଛି ତାହା କର୍ମ କରିବାରେ ସମ୍ବନ୍ଧ ସମ୍ପର୍କରେ ଆସିବାରେ କିଛି କିଛି ବଦଳି ଯାଉଛି ।

ତେବେ ବାପଦାଦା ଏବେ ଆଉ ଗୋଟିଏ କାମ ଦେଉଛନ୍ତି, କରିବା ପାଇଁ ପ୍ରସ୍ତୁତ ତ ଅଛନା ! ମୁଣ୍ଡ ହଲାଅ । ହାତ ଉଠାଅ । ବାପଦାଦାଙ୍କର ସଂକଳ୍ପ ରହିଛି ଯେ ଗୋଟିଏ ମାସ ପାଇଁ ନିଜକୁ ଦୃଢ ସଂକଳ୍ପ ଆଧାରରେ ବାପ ସମାନ ସ୍ଥିତିରେ ସ୍ଥିତ କରିପାରିବ ? ଏକ ମାସ କରିପାରିବ ନା ଅଧିକ ହୋଇଯାଉଛି । ଯେଉଁମାନେ ଭାବୁଛନ୍ତି ଏକମାସ ଦୃଢତା ପୂର୍ବକ, ଦୃଢତାକୁ ସାଥୀ କରି ବାବାଙ୍କୁ ସର୍ବଦା ସମ୍ମୁଖରେ ରଖିବାକୁ ହେବ, ବ୍ରହ୍ମାବାବାଙ୍କୁ ସର୍ବଦା ନୟନରେ ସମାହିତ କରି ରଖିବାକୁ ହେବ ଏବଂ ବ୍ରହ୍ମାବାବା ଯାହାକରିଥିଲେ, ମନ, ବଚନ, କର୍ମରେ ତାହା ହିଁ କରିବାକୁ ହେବ । ଚାହେଁ ତୁମ ଭିତରୁ କେହି ସାକାରରେ ଦେଖିଥାଅ ବା ନ ଦେଖିଥାଅ କିନ୍ତୁ ଜ୍ଞାନ ତ ଅଛି ନା ! କୈାଣସି ବିକର୍ମ କରିବା ପୂର୍ବରୁ ଏହି କଥା ଚେକ୍ କର ଯେ ବ୍ରହ୍ମାବାବାଙ୍କର ଏହିଭଳି ସଂକଳ୍ପ ଥିଲା ତ, ଏହିଭଳି ବାଣୀ, ଏହିଭଳି କର୍ମ, ଏହିଭଳି ସମ୍ବନ୍ଧ-ସମ୍ପର୍କ ଥିଲା ତ ? ପ୍ରଥମେ ଚିନ୍ତାକର ତା’ପରେ କର, କ’ଣ ହୋଇପାରିବ ? ଏଥିରେ ହାତ ଉଠାଅ । ଯଦି ହୋଇପାରିବ ତେବେ ଲମ୍ବା ହାତ ଉଠାଅ । ମାତାମାନଙ୍କୁ ଏଠାରେ ବ୍ୟାୟାମ କରିବାର ଅଛି ନା ତେଣୁ ଲମ୍ବା ହାତ ଉଠାଅ । ଆଗବାଲା ମଧ୍ୟ ଉଠାଇବେ ନା? ସବୁ ମଧୁବନବାଲା ଏଥିରେ ନମ୍ବର ୱାନ ହୁଅ । ଆଗରେ ଆଗରେ ମଧୁବନବାଲା ବସିଛନ୍ତି ନା । ମଧୁବନ ଭିତରେ କେବଳ ଶାନ୍ତିବନ ନୁହେଁ, ଯେଉଁମାନେ ବି ଅଛନ୍ତି ସମସ୍ତେ ଏକମାସ ନିର୍ବିଘ୍ନ, ପ୍ରତ୍ୟେକ ସେଣ୍ଟର ମଧ୍ୟ ନିର୍ବିଘ୍ନ । ଗୁଜୁରାଟର ଟୀଚରମାନେ ହାତ ଉଠାଅ । ଗୁଜୁରାଟର ଟୀଚରମାନେ ଭାବୁଛନ୍ତି ହୋଇପାରିବ, ଏଥିରେ ଲମ୍ବା ହାତ ଉଠାଅ । ଏମିତି ଏମିତି କରନାହିଁ, ଲମ୍ବା ହାତ ଉଠାଅ । ହୋଇପାରିବ ? ଆଚ୍ଛା ! ଶାନ୍ତିବନ ନିବାସୀ ହାତ ଉଠାଅ, ଅଳ୍ପ ଅଛନ୍ତି । ଯେଉଁମାନେ ବି ବସିଛ, ପଛରେ ମଧ୍ୟ କିଛି ବସିଛନ୍ତି । ତେବେ ମଧୁବନର ଯେଉଁ ଚାରି-ପାଞ୍ଚୋଟି ସ୍ଥାନ ରହିଛି ସେମାନେ ସମସ୍ତେ କରିବେ ତ ? ଯଦି କରିବ ତେବେ ହାତ ଉଠାଅ । ମଧୁବନ ନିବାସୀ ଦୁଇ ହାତ ଉଠାଅ । ଗୁଜୁରାଟର ଜିଜ୍ଞାସୁମାନେ ମଧ୍ୟ, ନିମିତ୍ତ ଟୀଚରମାନେ ମଧ୍ୟ, ନିମିତ୍ତ ଭାଇମାନେ ମଧ୍ୟ, ସମସ୍ତେ ହାତ ଉଠାଅ, କରିବୁ । ବଡ ହାତ ଉଠାଅ । ପଛବାଲାଙ୍କର ହାତ ଦେଖାଯାଉନାହିଁ, ଆଚ୍ଛା ଗୁଜୁରାଟବାଲା ଛିଡା ହୋଇଯାଅ । ଗୁଜୁରାଟ ବାଲା ବହୁତ ଆସିଛନ୍ତି । ଅଧା ହଲ ତ ଗୁଜୁରାଟବାଲା ଅଛନ୍ତି । (ଏକା ଗୁଜୁରାଟରୁ ୧୫ ହଜାର, ବାକି ଅନ୍ୟମାନେ ୩ ହଜାର) ଗୁଜୁରାଟ ବାଲାଙ୍କୁ ବାପଦାଦା ଏବଂ ପରିବାର ତରଫରୁ ବହୁତ ବହୁତ ଅଭିନନ୍ଦନ, ଅଭିନନ୍ଦନ । ଏବେ ଯେପରି ତାଳି ମାରିଲ ନା, ସେହିପରି ୧ ମାସ ପରର ଫଳାଫଳରେ ଗୁଜୁରାଟ ନମ୍ବରୱାନ ହେବ ନା ! ବହୁତ ଭଲ । ଗୁଜୁରାଟବାଲା ଏବେ କମାଲ କରି ଦେଖାଅ । ଏହି ଗୋଟିଏ ମାସର ଫଳାଫଳରେ ନମ୍ବରୱ୍ୱାନ ହୋଇ ଦେଖାଅ । ଏମିତି ତ ସମସ୍ତଙ୍କୁ ନମ୍ବରୱାନ ହେବାର ଅଛି । ମଧୁବନ ବାଲା ନମ୍ବର ୱାନରେ ଆସିବ ନା, ହାତ ଉଠାଅ । ଯାହାବି ହୋଇଯାଉ, ଯେମିତି ବି ପରିସ୍ଥିତି ଆସିଯାଉ, ପରିସ୍ଥିତି ତ ଆସିବ, ମାୟା ମଧ୍ୟ ଶୁଣୁଛି ନା, ତେଣୁ ମାୟା ନିଜର ରୂପ ତ ଦେଖାଇବ କିନ୍ତୁ ମାୟାର କାମ ହେଲା ଆସିବା ଏବଂ ତୁମର କାମ ହେଲା ବିଜୟ ପ୍ରାପ୍ତ କରିବା । ଏମିତି ହୋଇଗଲା, ସେମିତି ହୋଇଗଲା, ଏଭଳି କେହି କହିବନାହିଁ । ଆସିବ, ହେବ, ଏକଥା ତ ବାପଦାଦା ପ୍ରଥମରୁ ହିଁ ଶୁଣାଇ ଦେଉଛନ୍ତି, କାହିଁକି ନା ମାୟା ମଧ୍ୟ ଶୁଣୁଛି, ସେ ମଧ୍ୟ ବହୁତ ଚତୁର ଅଟେ, କିନ୍ତୁ ମାୟା ଯେତେ ଚତୁର ହୋଇଥାଉ ତୁମେମାନେ ତ ସର୍ବଶକ୍ତିବାନଙ୍କର ସାଥୀ ଅଟ ନା, ମାୟା କ’ଣ କରିବ । ବାପଦାଦା ଦେଖୁଛନ୍ତି, ଦୂରଦୂରାନ୍ତରେ ପିଲାମାନେ ଟି.ଭି ରେ ମଧ୍ୟ ଦେଖୁଛନ୍ତି, ତେଣୁ ସମସ୍ତଙ୍କୁ ନମ୍ବରୱାନ ହେବାକୁ ପଡିବ । କେହି ବି ଦ୍ୱିତୀୟ ନମ୍ବର ହେବ ନାହିଁ, ପ୍ରଥମ ନମ୍ବର, ଆଚ୍ଛା!

ବାପଦାଦା ଏବେ ସବୁପିଲାଙ୍କୁ ଗୋଟିଏ ହିଁ ଶ୍ରେଷ୍ଠ ସଂକଳ୍ପ ଶୁଣାଇବାକୁ ଚାହୁଁଛନ୍ତି ଯେ ଏବେ ନିଜେ ମଧ୍ୟ ନିର୍ବିଘ୍ନ ରୁହ ଏବଂ ନିଜର ସାଥୀମାନଙ୍କୁ, ସମ୍ବନ୍ଧରେ ଆସିବାବାଲାଙ୍କୁ ମଧ୍ୟ ନିର୍ବିଘ୍ନ କର । ସମୟକୁ ପାଖେଇ ଆଣ । ପିଲାମାନଙ୍କର ଦୁଃଖ ଅଶାନ୍ତି ବାପଦାଦା ଦେଖିପାରୁନାହାନ୍ତି । ଏବେ ଶୀଘ୍ର ଶୀଘ୍ର ନିଜର ରାଜ୍ୟକୁ ଧରା ପୃଷ୍ଠକୁ ନେଇ ଆସ । ବାପଦାଦାଙ୍କୁ ସବୁ ପିଲା ପ୍ରିୟ ଅଟନ୍ତି, ଶେଷ ନମ୍ବରର ପିଲା ମଧ୍ୟ ପ୍ରିୟ ଅଟେ କାହିଁକି ନା ଦୁର୍ବଳ ଅଟେ ନା । ତେଣୁ ଦୁର୍ବଳ ଉପରେ ଆହୁରି ଅଧିକ ଦୟା ଆସିଥାଏ । ତେଣୁ ତୁମେମାନେ ମଧ୍ୟ ଯେମିତି ବି ସ୍ଥିତିବାଲା ହୋଇଥାଉ, ସ୍ୱାଭାବବାଲା ହୋଇଥାଉ କିନ୍ତୁ ଆମର ହିଁ ଭାଇ-ଭଉଣୀ, ଯେପରି ବାବା ଆମର, ସେହିପରି ପରିବାର ମଧ୍ୟ ଆମର, ତେଣୁ ତାଙ୍କର ସ୍ୱଭାବ ସଂସ୍କାରକୁ ନଦେଖି ତାଙ୍କୁ ଆହୁରି ଅଧିକ ସହଯୋଗ ଦିଅ, ସଦ୍‌ଭାବନା ଦିଅ, ଶୁଭଭାବନା ଦିଅ, ଆଚ୍ଛା ! ସମ୍ମୁଖରେ ବସିଥିବା ପିଲାମାନଙ୍କୁ ବା ଦୂରରେ ବସି ଦେଖୁଥିବା ପିଲାମାନଙ୍କୁ ବାପଦାଦା ପ୍ରତ୍ୟେକ ସନ୍ତାନକୁ ନିଜ ସମ୍ମୁଖରେ ଦେଖି ଦୃଷ୍ଟି ମଧ୍ୟ ଦେଉଛନ୍ତି ଏବଂ ଅଭିନନ୍ଦନ ମଧ୍ୟ ଦେଉଛନ୍ତି । ଅଚ୍ଛା !

ବରଦାନ:-
ବାଣୀ ଦ୍ୱାରା ଜ୍ଞାନ ରତ୍ନର ଦାନ ଦେଉଥିବା ମାଷ୍ଟର ଜ୍ଞାନବାନ ଭବ ।

ଯେଉଁମାନେ ବାଣୀ ଦ୍ୱାରା ଜ୍ଞାନରତ୍ନର ଦାନ ଦେଇଥାନ୍ତି ସେମାନଙ୍କୁ ମାଷ୍ଟର ନଲେଜଫୁଲର ବରଦାନ ପ୍ରାପ୍ତ ହୋଇଥାଏ । ସେମାନଙ୍କର ଗୋଟିଏ ଗୋଟିଏ ଶବ୍ଦର ମୂଲ୍ୟ ବହୁତ ହୋଇଥାଏ । ସେମାନଙ୍କ ଠାରୁ ଗୋଟିଏ ପଦ ଶୁଣିବା ପାଇଁ ଅନେକ ଆତ୍ମା ତୃଷାର୍ତ୍ତ ହୋଇରହିଥାନ୍ତି, ସେମାନଙ୍କର ପ୍ରତ୍ୟେକ ଶବ୍ଦ ଭିତରେ ସାରକଥା ରହିଥାଏ । ସେମାନଙ୍କୁ ବିଶେଷ ଖୁସି ମଧ୍ୟ ମିଳିଥାଏ । ସେମାନଙ୍କ ନିକଟରେ ଜ୍ଞାନ ରୂପକ ସମ୍ପତ୍ତି ଭରପୂର ରହିଥାଏ, ସେଥିପାଇଁ ସେମାନେ ସର୍ବଦା ସନ୍ତୁଷ୍ଟ ଏବଂ ହର୍ଷିତ ରହିଥାନ୍ତି । ସେମାନଙ୍କର ବାଣୀ ଦିନକୁ ଦିନ ପ୍ରଭାବଶାଳୀ ହୋଇ ଚାଲିଥାଏ । ବାଣୀର ଦାନ ଦେବା ଦ୍ୱାରା ସେମାନଙ୍କର ବାଣୀରେ ବହୁତ ଗୁଣ ଆସିଯାଏ ।

ସ୍ଲୋଗାନ:-
ଯଦି ସ୍ୱରାଜ୍ୟର ମାଲିକ ହେବ, ତେବେ ସମ୍ପୂର୍ଣ୍ଣ ସମ୍ପତ୍ତିର ଅଧିକାର ମିଳିଯିବ ।

ଅବ୍ୟକ୍ତ ଈଶାରା:- ଏବେ ନିଜର ଦାତା ସ୍ୱରୂପକୁ ପ୍ରତ୍ୟକ୍ଷ କର । ତୁମେମାନେ ମାଷ୍ଟର ଦାତା ଏବଂ ପ୍ରାପ୍ତି ସ୍ୱରୂପ ସନ୍ତାନ ଅଟ, ତେଣୁ ତୁମମାନଙ୍କୁ ବିଶ୍ୱର ଆତ୍ମାମାନଙ୍କ ପ୍ରତି ଦୟା ଆସିବା ଦରକାର ଏବଂ ମନ ଭିତରେ ଉତ୍ସାହ ରହିବା ଦରକାର ଯେ ଆମର ଆତ୍ମା ଭାଇମାନେ ଅଳ୍ପ କାଳର ଇଚ୍ଛାକୁ ପୂରଣ କରିବା ପାଇଁ କେତେ ଏଣେ ତେଣେ ଭଟକୁଛନ୍ତି । ତେଣୁ ତୁମେ ଦାତାଙ୍କର ସନ୍ତାନମାନେ ନିଜର ଭାଇମାନଙ୍କ ଉପରେ ଦୟା ଏବଂ କରୁଣାର ଦୃଷ୍ଟି ପକାଅ । ମହାଦାନୀ, ବରଦାନୀ ହୁଅ । ଚମୁକୁଥିବା ସନ୍ତୁଷ୍ଟମଣୀ ହୋଇ ସମସ୍ତଙ୍କୁ ସନ୍ତୋଷ ଦିଅ ।