13.10.26 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ଏବେ ଏହି
ମୃତ୍ୟୁଲୋକର ଅନ୍ତିମ ସମୟ, ଅମରଲୋକର ସ୍ଥାପନା ହେଉଛି, ସେଥିପାଇଁ ତୁମକୁ ମୃତ୍ୟୁଲୋକବାସୀଙ୍କୁ
ମନେ ପକାଇବାର ନାହିଁ ।”
ପ୍ରଶ୍ନ:-
ବାବା ନିଜର
ଗରୀବ ପିଲାମାନଙ୍କୁ କେଉଁ କଥା ମନେ ପକାଇ ଦେଉଛନ୍ତି?
ଉତ୍ତର:-
ପିଲାମାନେ ଯେତେବେଳେ ତୁମେମାନେ ନିର୍ବିକାରୀ ଅର୍ଥାତ୍ ପବିତ୍ର ଥିଲ ସେତେବେଳେ ବହୁତ ସୁଖୀ ଥିଲ
। ତୁମ ଭଳି ଧନବାନ ଆଉ କେହି ନ ଥିଲେ, ତୁମେମାନେ ଅପାର ସୁଖି ଥିଲ । ପୃଥିବୀ, ଆକାଶ ସବୁ କିଛି
ତୁମ ହାତରେ ଥିଲା । ଏବେ ବାବା ତୁମମାନଙ୍କୁ ପୁନର୍ବାର ସେହିଭଳି ସାହୁକାର କରିବା ପାଇଁ ଆସିଛନ୍ତି
।
ଗୀତ:-
ନୟନ ହୀନ କୋ
ରାହ ଦିଖାଓ ପ୍ରଭୁ...
ଓମ୍ ଶାନ୍ତି ।
ମିଠା-ମିଠା
ରୁହାନୀ ସନ୍ତାନମାନେ, ଆତ୍ମାମାନେ ଗୀତ ଶୁଣିଲେ । କିଏ କହୁଛନ୍ତି? ଆତ୍ମାମାନଙ୍କର ରୁହାନୀ ପିତା
। ରୁହାନୀ ବାବାଙ୍କୁ ରୁହାନୀ ପିଲାମାନେ କହୁଛନ୍ତି - ବାବା । ତାଙ୍କୁ ଈଶ୍ୱର ବି କୁହାଯାଉଛି,
ପିତା ବି କୁହାଯାଉଛି । କେଉଁ ପିତା? ପରମପିତା । ଦୁଇଜଣ ପିତା ରହିଛନ୍ତି । ଜଣେ ଲୌକିକ ଅନ୍ୟ ଜଣେ
ପାରଲୌକିକ । ଲୌକିକ ପିତାଙ୍କର ସନ୍ତାନମାନେ ପାରଲୌକିକ ପିତାଙ୍କୁ ଡାକୁଛନ୍ତି । ହେ ବାବା,
ବାବାଙ୍କର ନାମ? ଶିବ । ସେହି ଶିବ ନିରାକାରୀଙ୍କର ପୂଜା ହେଉଛି । ତାଙ୍କୁ ପରମପିତା କୁହାଯାଉଛି
। ଲୌକିକ ପିତାଙ୍କୁ ସୁପ୍ରିମ ବା ପରମ କୁହାଯାଏ ନାହିଁ । ଉଚ୍ଚରୁ ଉଚ୍ଚ ସମସ୍ତ ଆତ୍ମାମାନଙ୍କର
ପିତା ଜଣେ ହିଁ ଅଟନ୍ତି । ସବୁ ଜୀବ ଆତ୍ମାମାନେ ସେହି ବାବାଙ୍କୁ ୟାଦ କରୁଛନ୍ତି । ଆତ୍ମାମାନେ
ଏହି କଥା ଭୁଲିଯାଇଛନ୍ତି ଯେ ଆମର ପିତା କିଏ? ଡାକୁଛନ୍ତି ହେ ଈଶ୍ୱର ପିତା, ଆମେ ନେତ୍ରହୀନ ଆମକୁ
ନେତ୍ର ଦିଅ, ତେବେ ଆମେ ନିଜର ପିତାଙ୍କୁ ଚିହ୍ନି ପାରିବୁ । ଭକ୍ତିମାର୍ଗରେ ଆମେ ଅନ୍ଧ ହୋଇ ଧକ୍କା
ଖାଇ ଚାଲିଛୁ । ଏବେ ଏହି ଧକ୍କା ଖାଇବାରୁ ମୁକ୍ତ କର । ବାବା ହିଁ କଳ୍ପ-କଳ୍ପ ଆସି ଭାରତକୁ
ସ୍ୱର୍ଗ କରୁଛନ୍ତି । ଏବେ କଳିଯୁଗ ଅଟେ, ପୁଣି ସତ୍ୟଯୁଗ ଆସିବ । କଳିଯୁଗ ଏବଂ ସତ୍ୟଯୁଗର ମଧ୍ୟ
ଭାଗକୁ ସଂଗମ କୁହାଯାଉଛି । ଏହା ହେଉଛି ପୁରୁଷୋତ୍ତମ ସଂଗମଯୁଗ । ବେହଦର ବାବା ଆସି ଯେଉଁମାନେ
ଭ୍ରଷ୍ଟାଚାରୀ ହୋଇଯାଇଛନ୍ତି, ସେମାନଙ୍କୁ ଶ୍ରେଷ୍ଠାଚାରୀ, ପୁରୁଷୋତ୍ତମ କରୁଛନ୍ତି ।
ଲକ୍ଷ୍ମୀ-ନାରାୟଣ ପୁରୁଷୋତ୍ତମ ଥିଲେ । ଲକ୍ଷ୍ମୀ-ନାରାୟଣଙ୍କର ବଂଶାବଳୀମାନଙ୍କର ରାଜ୍ୟ ଥିଲା ।
ବାବା ଆସି ଏହି ସ୍ମୃତି ଦେଉଛନ୍ତି । ତୁମେ ଭାରତବାସୀମାନେ ଆଜିଠାରୁ ୫ ହଜାର ବର୍ଷ ପୂର୍ବରୁ
ସ୍ୱର୍ଗବାସୀ ଥିଲ, ଏବେ ନର୍କବାସୀ ହୋଇଯାଇଛ । ଆଜିଠାରୁ ୫ ହଜାର ବର୍ଷ ପୂର୍ବରୁ ଭାରତ ସ୍ୱର୍ଗ
ଥିଲା । ଭାରତର ବହୁତ ମହିମା ଥିଲା । ସୁନା ହୀରାର ମହଲ ଥିଲା । ଏବେ କିଛି ନାହିଁ । ସେହି ସମୟରେ
ଆଉ କୌଣସି ଧର୍ମ ନ ଥିଲା, କେବଳ ସୂର୍ଯ୍ୟବଂଶୀମାନେ ଥିଲେ । ଚନ୍ଦ୍ରବଂଶୀ ପଛରେ ଆସିଥା’ନ୍ତି ।
ବାବା ବୁଝାଉଛନ୍ତି ତୁମେମାନେ ହିଁ ସୂର୍ଯ୍ୟବଂଶୀ ଥିଲ । ବର୍ତ୍ତମାନ ପର୍ଯ୍ୟନ୍ତ
ଲକ୍ଷ୍ମୀ-ନାରାୟଣଙ୍କର ମନ୍ଦିର ତିଆରି କରିଚାଲିଛନ୍ତି । କିନ୍ତୁ ଲକ୍ଷ୍ମୀ-ନାରାୟଣଙ୍କର ରାଜ୍ୟ
କେବେ ଥିଲା? ସେମାନେ କିପରି ରାଜ୍ୟ ପାଇଥିଲେ? ଏ କଥା କେହି ଜାଣିନାହାଁନ୍ତି, ପୂଜା କରୁଛନ୍ତି
କିନ୍ତୁ ଜାଣିନାହାଁନ୍ତି ତେବେ ଏହା ଅନ୍ଧଶ୍ରଦ୍ଧା ହେଲା ନା । ସେମାନେ ଶିବଙ୍କର,
ଲକ୍ଷ୍ମୀ-ନାରାୟଣଙ୍କର ପୂଜା କରୁଛନ୍ତି, କିନ୍ତୁ ଏହାଙ୍କର ଜୀବନ କାହାଣୀ କେହି ଜାଣିନାହାଁନ୍ତି
। ଭାରତବାସୀମାନେ ନିଜେ କହୁଛନ୍ତି ଯେ ଆମେ ପତିତ ଅଟୁ । ହେ ପତିତ-ପାବନ ବାବା ଆସ, ଆସି ଆମକୁ
ଦୁଃଖରୁ, ରାବଣ ରାଜ୍ୟରୁ ମୁକ୍ତ କର । ବାବା ଆସି ସମସ୍ତଙ୍କୁ ମୁକ୍ତ କରୁଛନ୍ତି । ପିଲାମାନେ
ଜାଣିଛନ୍ତି ଯେ ସତ୍ୟଯୁଗରେ ଗୋଟିଏ ହିଁ ରାଜ୍ୟ ଥିଲା । କଂଗ୍ରେସୀ ଲୋକମାନେ ଅଥବା ବାପୁଜୀ ମଧ୍ୟ
ଏହି କଥା କହୁଥିଲେ ଯେ ଆମର ପୁଣି ଥରେ ରାମରାଜ୍ୟ ଦରକାର । ଆମେ ସ୍ୱର୍ଗବାସୀ ହେବାକୁ ଚାହୁଁଛୁ ।
ଏବେ ନର୍କବାସୀମାନଙ୍କର ଅବସ୍ଥା କ’ଣ ହୋଇଛି, ଦେଖୁଛ? ଏହାକୁ କୁହାଯାଉଛି ନର୍କ, ବିକାରୀ ଦୁନିଆ
। ଏହି ଭାରତ ଦୈବୀ ଦୁନିଆ ଥିଲା । ଏବେ ବିକାରୀ ଦୁନିଆ ହୋଇଯାଇଛି ।
ବାବା ବୁଝାଉଛନ୍ତି ତୁମେ
୮୪ ଜନ୍ମ ନେଇଛ, ୮୪ ଲକ୍ଷ ଜନ୍ମ ନୁହେଁ । ଏସବୁ ତ ଶାସ୍ତ୍ରମାନଙ୍କରେ ମିଥ୍ୟା କଥା ଲେଖି
ଦେଇଛନ୍ତି । ଆଜିଠାରୁ ୫ ହଜାର ବର୍ଷ ପୂର୍ବରୁ ସଦ୍ଗତି ମାର୍ଗ ଥିଲା । ସେଠାରେ ନା ଭକ୍ତି, ନା
ଦୁଃଖର ଚିହ୍ନବର୍ଣ୍ଣ ଥିଲା, ତାକୁ ସୁଖଧାମ କୁହାଯାଏ । ବାବା ବୁଝାଉଛନ୍ତି ତୁମେମାନେ ଅସଲରେ
ଶାନ୍ତିଧାମର ନିବାସୀ ଅଟ । ତୁମେ ଏଠାକୁ ଅଭିନୟ କରିବାକୁ ଆସିଛ । ୮୪ ପୁନର୍ଜନ୍ମ ହୋଇଥାଏ, ନା
କି ୮୪ ଲକ୍ଷ । ଏବେ ବେହଦର ବାବା ଆସିଛନ୍ତି, ତୁମ ସନ୍ତାନମାନଙ୍କୁ ବେହଦର ବର୍ସା ଦେବା ପାଇଁ ।
ବାବା ତୁମ ଆତ୍ମାମାନଙ୍କ ସହିତ କଥା ହେଉଛନ୍ତି । ଅନ୍ୟ ସତ୍ସଙ୍ଗମାନଙ୍କରେ ମନୁଷ୍ୟ, ମନୁଷ୍ୟକୁ
ଭକ୍ତିର କଥାମାନ ଶୁଣାଇଥା’ନ୍ତି । ଅଧାକଳ୍ପ ଯେବେ ଭାରତ ସ୍ୱର୍ଗ ଥିଲା, ତେବେ ଜଣେ ବି ପତିତ ନ
ଥିଲେ । ଏବେ ଜଣେ ବି ପବିତ୍ର ନାହାଁନ୍ତି । ଏହା ହେଉଛି ପତିତ ଦୁନିଆ । ବାବା ବୁଝାଉଛନ୍ତି -
ଗୀତାରେ କୃଷ୍ଣ ଭଗବାନୁବାଚ ଲେଖିଦେଇଛନ୍ତି । କୃଷ୍ଣ ଭଗବାନ ନୁହଁନ୍ତି, ସିଏ ଗୀତା ଶୁଣାଇ
ନାହାଁନ୍ତି । ଏହି ଲୋକମାନେ ନିଜର ଧର୍ମଶାସ୍ତ୍ରକୁ ମଧ୍ୟ ଜାଣିନାହାଁନ୍ତି । ସେମାନେ ନିଜର
ଧର୍ମକୁ ହିଁ ଭୁଲିଯାଇଛନ୍ତି । ମୁଖ୍ୟ ରୂପେ ୪ଟି ଧର୍ମ ରହିଛି, ପ୍ରଥମେ ଆଦି ସନାତନ ଦେବୀ ଦେବତା
ଧର୍ମ ସୂର୍ଯ୍ୟବଂଶୀ, ପଛରେ ଚନ୍ଦ୍ରବଂଶୀ ଉଭୟକୁ ମିଶାଇ କହୁଛନ୍ତି ଦେବୀ-ଦେବତା ଧର୍ମ । ସେଠାରେ
ଦୁଃଖର ନାମ ନ ଥିଲା । ୨୧ ଜନ୍ମ ତୁମେମାନେ ସୁଖଧାମରେ ଥିଲ । ପୁଣି ରାବଣ ରାଜ୍ୟ, ଭକ୍ତିମାର୍ଗ
ଆରମ୍ଭ ହୋଇଥାଏ । ଶିବବାବା କେବେ ଆସୁଛନ୍ତି? ଯେବେ ରାତି ହୋଇଥାଏ । ଯେତେବେଳେ ଭାରତବାସୀ ଘୋର
ଅନ୍ଧକାରରେ ଆସିଯାଉଛନ୍ତି ତେବେ ଯାଇ ବାବା ଆସୁଛନ୍ତି । କଣ୍ଢେଇମାନଙ୍କର ପୂଜା କରୁଛନ୍ତି ।
ଜଣଙ୍କର ହେଲେ ବି ଜୀବନକାହାଣୀକୁ ଜାଣିନାହାଁନ୍ତି । ଭକ୍ତିମାର୍ଗରେ ଅନେକ ବୃଥା ପରିଶ୍ରମ
କରୁଛନ୍ତି, ତୀର୍ଥ ଯାତ୍ରାରେ ଯାଅ, ପରିକ୍ରମା କର ଆଦି ଆଦି । ଏଥିରେ କୌଣସି ପ୍ରାପ୍ତି ନାହିଁ ।
ବାବା କହୁଛନ୍ତି - ମୁଁ ଆସି ତୁମମାନଙ୍କୁ ବ୍ରହ୍ମାଙ୍କ ଦ୍ୱାରା ଯଥାର୍ଥ ଜ୍ଞାନ ଶୁଣାଉଛି ।
ଡାକୁଛନ୍ତି ଯେ ଆମକୁ ସୁଖଧାମ ଏବଂ ଶାନ୍ତିଧାମର ରାସ୍ତା ବତାଅ । ବାବା କହୁଛନ୍ତି - ଆଜିଠାରୁ ୫
ହଜାର ବର୍ଷ ପୂର୍ବରୁ ମୁଁ ତୁମମାନଙ୍କୁ ବହୁତ ସାହୁକାର କରିଥିଲି । ତୁମକୁ ଏତେ ଧନ ଦେଇଥିଲି ପୁଣି
ତୁମେ ତାକୁ କେଉଁଠାରେ ହଜାଇ ଦେଲ? ତୁମେମାନେ କେତେ ସାହୁକାର ଥିଲ । ବର୍ତ୍ତମାନର ଭାରତକୁ
ସତ୍ୟଯୁଗୀ ଭାରତ କିଏ କହିବ । ଭାରତ ହିଁ ସବୁଠାରୁ ଉଚ୍ଚରୁ ଉଚ୍ଚ ରାଷ୍ଟ୍ର ଥିଲା । ବାସ୍ତବରେ ଏହା
ସମସ୍ତଙ୍କର ତୀର୍ଥସ୍ଥାନ ଅଟେ କାହିଁକି ନା ଏହା ପତିତ-ପାବନ ବାବାଙ୍କର ଜନ୍ମସ୍ଥାନ । ଯେତେ ସବୁ
ଧର୍ମର ଆତ୍ମାମାନେ ଅଛନ୍ତି ବାବା ଆସି ସମସ୍ତଙ୍କର ସଦ୍ଗତି କରୁଛନ୍ତି । ଏବେ ରାବଣ ରାଜ୍ୟ ସାରା
ସୃଷ୍ଟିରେ ରହିଛି, କେବଳ ଲଙ୍କାରେ ନୁହେଁ । ଯେବେ ସୂର୍ଯ୍ୟବଂଶୀ ରାଜ୍ୟ ଥିଲା ସେତେବେଳେ ଏହି
ବିକାର ଗୁଡିକ ନ ଥିଲା । ଏହି ଭାରତ ନିର୍ବିକାରୀ ଥିଲା, ଏବେ ବିକାରୀ ହୋଇଯାଇଛି । ସମସ୍ତେ
ନର୍କବାସୀ ହୋଇଯାଇଛନ୍ତି । ସତ୍ୟଯୁଗରେ ଯେଉଁମାନେ ଦୈବୀ ସମ୍ପ୍ରଦାୟର ଥିଲେ, ସେମାନେ ପୁଣି ୮୪
ଜନ୍ମ ଭୋଗ କରି ଆସୁରୀ ସମ୍ପ୍ରଦାୟର ହୋଇଯାଇଛନ୍ତି, ପୁଣି ଦୈବୀ ସମ୍ପ୍ରଦାୟ ହେବ । ଭାରତ ବହୁତ
ସାହୁକାର ଥିଲା । ଏବେ ଗରୀବ ହୋଇଯାଇଛି ସେଥିପାଇଁ ଭିକ ମାଗୁଛନ୍ତି । ବାବା ତୁମ ଗରୀବ
ପିଲାମାନଙ୍କୁ ମନେ ପକାଇ ଦେଉଛନ୍ତି ଯେ ପିଲାମାନେ, ତୁମେ କେତେ ସୁଖୀ ଥିଲ । ତୁମମାନଙ୍କ ପରି
ସୁଖ କାହାକୁ ମିଳିପାରିବ ନାହିଁ । ଧରିତ୍ରୀ, ଆକାଶ ସବୁ ତୁମ ହାତରେ ଥିଲା । ଶାସ୍ତ୍ର ଗୁଡିକରେ
କଳ୍ପର ଆୟୁଷ ଅଧିକ କହି ସମସ୍ତଙ୍କୁ କୁମ୍ଭକର୍ଣ୍ଣର ଆସୁରୀ ନିଦ୍ରାରେ ଶୁଆଇ ଦେଇଛନ୍ତି । ଏହି
ଭାରତ ଶିବବାବାଙ୍କ ଦ୍ୱାରା ସ୍ଥାପନ କରାଯାଇଥିବା ଶିବାଳୟ ଥିଲା । ସେଠାରେ ପବିତ୍ରତା ଥିଲା, ସେହି
ନୂଆ ଦୁନିଆରେ ଦେବୀ-ଦେବତାମାନେ ରାଜତ୍ୱ କରୁଥିଲେ । ମନୁଷ୍ୟମାନେ ତ ଏ କଥା ମଧ୍ୟ ଜାଣିନାହାଁନ୍ତି
ଯେ ରାଧା କୃଷ୍ଣଙ୍କର ପରସ୍ପର ମଧ୍ୟରେ କ’ଣ ସମ୍ବନ୍ଧ ରହିଛି । ଉଭୟ ଅଲଗା-ଅଲଗା ରାଜଧାନୀର ଥିଲେ
ପୁଣି ସ୍ୱୟଂମ୍ବର ପରେ ଲକ୍ଷ୍ମୀ-ନାରାୟଣ ହେଲେ । ଏହି ଜ୍ଞାନ କୌଣସି ମନୁଷ୍ୟମାନଙ୍କ ପାଖରେ ନାହିଁ
। ଆଧ୍ୟାତ୍ମିକ ଜ୍ଞାନ କେବଳ ଏକମାତ୍ର ବାବା ହିଁ ଦେଉଛନ୍ତି । ଏବେ ବାବା କହୁଛନ୍ତି -
ଆତ୍ମ-ଅଭିମାନୀ ହୁଅ । ମୋତେ ବା ନିଜର ପରମପିତା ପରମାତ୍ମାଙ୍କୁ ୟାଦ କର । ୟାଦ କରିବା ଦ୍ୱାରା
ତୁମେମାନେ ତମୋପ୍ରଧାନରୁ ସତ୍ତ୍ୱପ୍ରଧାନ ହୋଇଯିବ । ତୁମେମାନେ ଏଠାକୁ ଆସୁଛ ମନୁଷ୍ୟରୁ ଦେବତା
ଅଥବା ପତିତରୁ ପବିତ୍ର ହେବା ପାଇଁ । ଏବେ ଏହା ହେଉଛି ରାବଣ ରାଜ୍ୟ । ଭକ୍ତିରେ ରାବଣ ରାଜ୍ୟ
ଆରମ୍ଭ ହୋଇଥାଏ । ସବୁ ଭକ୍ତମାନେ ରାବଣର ପଞ୍ଜାରେ ଅଛନ୍ତି । ସାରା ଦୁନିଆ ୫ ବିକାର ରୂପୀ ରାବଣର
କାରାଗାରରେ ଅଛି । ସମସ୍ତେ ଶୋକ ବାଟିକାରେ ରହିଛନ୍ତି । ବାବା ଆସି ସମସ୍ତଙ୍କୁ ମୁକ୍ତ କରି ଗାଇଡ୍
ହୋଇ ସାଥିରେ ନେଇଯାଉଛନ୍ତି । ସେଥିପାଇଁ ଏହି ମହାଭାରତ ଲଢେଇ ହେଉଛି, ଯାହା ୫ ହଜାର ବର୍ଷ
ପୂର୍ବରୁ ଲାଗିଥିଲା, ଏବେ ବାବା ପୁଣି ଥରେ ସ୍ୱର୍ଗ ସ୍ଥାପନା କରୁଛନ୍ତି । ଏପରି ନୁହେଁ ଯେ
ଯାହାଙ୍କ ପାଖରେ ବହୁତ ଧନ ଅଛି, ସିଏ ସ୍ୱର୍ଗରେ ଅଛନ୍ତି । ବର୍ତ୍ତମାନ ହେଉଛି ହିଁ ନର୍କ ।
ପତିତ-ପାବନ ବାବାଙ୍କୁ କୁହାଯାଉଛି, ନା କି ନଦୀକୁ । ଏସବୁ ହେଉଛି ଭକ୍ତିମାର୍ଗ । ଏହି ସବୁ କଥା
ବାବା ହିଁ ଆସି ବୁଝାଉଛନ୍ତି । ଏକଥା ତ ତୁମେମାନେ ଜାଣିଛ ଯେ ଜଣେ ହେଉଛନ୍ତି ଲୌକିକ ପିତା,
ଦ୍ୱିତୀୟ ହେଉଛନ୍ତି ପାରଲୌକିକ, ତୃତୀୟ ହେଲେ ଅଲୌକିକ । ଏବେ ପାରଲୌକିକ ପିତା ଶିବବାବା
ବ୍ରହ୍ମାଙ୍କ ଦ୍ୱାରା ବ୍ରାହ୍ମଣ ଧର୍ମ ସ୍ଥାପନ କରୁଛନ୍ତି । ବ୍ରାହ୍ମଣମାନଙ୍କୁ ଦେବତା କରିବା
ପାଇଁ ରାଜଯୋଗ ଶିଖାଉଛନ୍ତି । ଆତ୍ମା ହିଁ ପୁନର୍ଜନ୍ମ ନେଇଥାଏ । ଆତ୍ମା ହିଁ କହିଥାଏ ମୁଁ ଗୋଟିଏ
ଶରୀର ଛାଡି ଅନ୍ୟ ଶରୀର ନେଉଛି । ବାବା କହୁଛନ୍ତି - ନିଜକୁ ଆତ୍ମା ମନେ କରି ମୋତେ ୟାଦ କର, ତେବେ
ତୁମେମାନେ ପବିତ୍ର ହୋଇଯିବ । କୌଣସି ବି ଦେହଧାରୀକୁ ୟାଦ କର ନାହିଁ । ଏବେ ମୃତୁଲୋକର ଅନ୍ତ ସମୟ
ଅଟେ, ଅମରଲୋକର ସ୍ଥାପନା ହେଉଛି । ବାକି ସବୁ ଅନେକ ଧର୍ମ ସମାପ୍ତ ହୋଇଯିବ । ସତ୍ୟଯୁଗରେ
ଏକମାତ୍ର ଦେବୀ-ଦେବତା ଧର୍ମ ଥିଲା, ପୁଣି ଚନ୍ଦ୍ରବଂଶୀ ରାମ-ସୀତା ତ୍ରେତାରେ ଥିଲେ । ତୁମ
ସନ୍ତାନମାନଙ୍କୁ ସାରା ଚକ୍ରର କଥା ମନେ ପକାଇ ଦେଉଛି । ଶାନ୍ତିଧାମ ଏବଂ ସୁଖଧାମର ସ୍ଥାପନା ବାବା
ହିଁ କରୁଛନ୍ତି । ମନୁଷ୍ୟ, ମନୁଷ୍ୟକୁ ସଦ୍ଗତି ଦେଇପାରିବେ ନାହିଁ । ସେମାନେ ସମସ୍ତେ ହେଲେ
ଭକ୍ତିମାର୍ଗର ଗୁରୁ ।
ଏବେ ତୁମେମାନେ ହେଲ
ଈଶ୍ୱରୀୟ ସନ୍ତାନ । ତୁମେମାନେ ବାବାଙ୍କଠାରୁ ରାଜ୍ୟ ଭାଗ୍ୟ ନେଉଛ । ଏହି ରାଜଧାନୀ ସ୍ଥାପନ ହେଉଛି
। ପ୍ରଜା ତ ବହୁତ ହେବେ । କୋଟିକରେ କେହି ରାଜା ହୋଇଥାନ୍ତି । ସତ୍ୟଯୁଗକୁ ଫୁଲର ବଗିଚା
କୁହାଯାଉଛି । ଏବେ ଏହା କଣ୍ଟାର ଜଙ୍ଗଲ ହୋଇଯାଇଛି । ଏବେ ରାବଣ ରାଜ୍ୟ ବଦଳୁଛି । ବିନାଶ
ନିଶ୍ଚିତ ହେବ । ଏହି ଜ୍ଞାନ ଏବେ ତୁମକୁ ମିଳୁଛି । ଲକ୍ଷ୍ମୀ-ନାରାୟଣଙ୍କର ଏହି ଜ୍ଞାନ ରହି ନ
ଥାଏ । ଏହା ପ୍ରାୟଃ ଲୋପ ହୋଇଯାଇଥାଏ । ଭକ୍ତିମାର୍ଗରେ ବାବାଙ୍କୁ କେହି ବି ଯଥାର୍ଥ ରୂପେ ଜାଣି
ନ ଥାଆନ୍ତି । ବାବା ହେଉଛନ୍ତି ରଚୟିତା । ବ୍ରହ୍ମା, ବିଷ୍ଣୁ, ଶଙ୍କର ମଧ୍ୟ ରଚନା ଅଟନ୍ତି ।
ବାବାଙ୍କୁ ସର୍ବବ୍ୟାପୀ କହିବା ଦ୍ୱାରା ବର୍ସାର ଅଧିକାର ସମାପ୍ତ ହୋଇଯାଇଥାଏ । ବାବା ଆସି
ସମସ୍ତଙ୍କୁ ବର୍ସା ଦେଉଛନ୍ତି । ୮୪ ଜନ୍ମ ସେହିମାନେ ହିଁ ନେଇଥାନ୍ତି ଯେଉଁମାନେ ପ୍ରଥମେ-ପ୍ରଥମେ
ସତ୍ୟଯୁଗରେ ଆସିଥାନ୍ତି । ଖ୍ରୀଷ୍ଟିୟାନ ଲୋକମାନେ ପ୍ରାୟତଃ ୪୦ ଜନ୍ମ ନେଉଥିବେ । ଏକମାତ୍ର
ଭଗବାନଙ୍କୁ ଖୋଜିବା ପାଇଁ କେତେ ଧକ୍କା ଖାଉଛନ୍ତି । ଏବେ ତୁମେମାନେ ଆଉ ଧକ୍କା ଖାଇବ ନାହିଁ ।
ତୁମେମାନେ ଏକମାତ୍ର ବାବାଙ୍କୁ ୟାଦ କର, ତେବେ ତମୋପ୍ରଧାନରୁ ସତ୍ତ୍ୱପ୍ରଧାନ ହୋଇଯିବ । ଏହା
ହେଉଛି ଯାତ୍ରା । ଏହା ଈଶ୍ୱର ପିତାଙ୍କର ବିଶ୍ୱବିଦ୍ୟାଳୟ ଅଟେ । ତୁମର ଆତ୍ମା ଏଠାରେ ପାଠ ପଢୁଛି
। ସାଧୁ-ସନ୍ଥମାନେ କହିଦେଉଛନ୍ତି - ଆତ୍ମା ନିର୍ଲିପ୍ତ ଅଟେ । କିନ୍ତୁ ଆତ୍ମା ହିଁ କର୍ମ ଅନୁସାରେ
ଅନ୍ୟ ଜନ୍ମ ନେଇଥାଏ । ଆତ୍ମା ହିଁ ଭଲ ଅଥବା ମନ୍ଦ କର୍ମ କରିଥାଏ । ଏହି ସମୟରେ ତୁମମାନଙ୍କର
କର୍ମ ବିକର୍ମ ହେଉଛି, ସତ୍ୟଯୁଗରେ ତୁମର କର୍ମ, ଅକର୍ମ ହୋଇଥାଏ । ସେଠାରେ ବିକର୍ମ ହୋଇ ନ ଥାଏ ।
ତାହା ହେଉଛି ପୁଣ୍ୟ ଆତ୍ମାମାନଙ୍କର ଦୁନିଆ । ଆଚ୍ଛା—
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ ।
ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ଏକମାତ୍ର
ବାବାଙ୍କଠାରୁ ବେହଦର ସମ୍ପତ୍ତି ନେବାର ଅଛି । ଶ୍ରେଷ୍ଠ କର୍ମ ହିଁ କରିବାର ଅଛି । ଯେବେକି ବାବା
ମିଳିଯାଇଛନ୍ତି, ତେଣୁ ଆଉ କୌଣସି ପ୍ରକାରର ଧକ୍କା ଖାଇବାର ନାହିଁ ଅର୍ଥାତ୍ ଏଣେ ତେଣେ ଖୋଜିବାର
ନାହିଁ ।
(୨) ବାବା ଯେଉଁ କଥା
ସ୍ମରଣ କରାଇ ଦେଇଛନ୍ତି ସେହି କଥାକୁ ସ୍ମୃତିରେ ରଖି ଅପାର ଖୁସିରେ ରହିବାର ଅଛି । କୌଣସି ବି
ଦେହଧାରୀକୁ ମନେ ପକାଇବାର ନାହିଁ ।
ବରଦାନ:-
ସ୍ନେହ ବଦଳରେ
ସବୁ ଦୁର୍ବଳତାଗୁଡିକୁ ସ୍ୱାହା କରୁଥିବା ସମର୍ଥୀ ସ୍ୱରୂପ ଭବ ।
ସ୍ନେହର ଚିହ୍ନ ହେଲା
ବଳିଦାନ ଦେବା । ତେବେ ସ୍ନେହର ପ୍ରତିଦାନରେ ବଳିଦାନ ଦେବାରେ କୌଣସି କଷ୍ଟକର ବା ଅସମ୍ଭବ କଥା
ମଧ୍ୟ ସମ୍ଭବ ଏବଂ ସହଜ ଅନୁଭବ ହୋଇଥାଏ । ତେଣୁ ସମର୍ଥୀ ସ୍ୱରୂପର ବରଦାନ ଦ୍ୱାରା ସର୍ବ
ଦୁର୍ବଳତାଗୁଡିକୁ ମଧ୍ୟ ବାଧ୍ୟବାଧକତାରେ ନୁହେଁ, ଆନ୍ତରିକତାର ସହିତ ସ୍ୱାହା କରିଦିଅ କାହିଁକିନା
ସତ୍ୟ ପିତାଙ୍କ ନିକଟରେ ସତ୍ୟ ହିଁ ସ୍ୱୀକାର ହୋଇଥାଏ । ତେଣୁ କେବଳ ବାବାଙ୍କର ସ୍ନେହର ଗୀତ ଗାଅ
ନାହିଁ କିନ୍ତୁ ସ୍ୱୟଂ ବାପ ସମାନ ଅବ୍ୟକ୍ତ ସ୍ଥିତି ସ୍ୱରୂପ ହୋଇଯାଅ, ଯାହା ଦ୍ୱାରା ସମସ୍ତେ
ତୁମର ଗୀତ ଗାଇବେ ।
ସ୍ଲୋଗାନ:-
ଯଦି ସଂକଳ୍ପରେ
ବା ସ୍ୱପ୍ନରେ ମଧ୍ୟ ଏକମାତ୍ର ଦିଲାରାମ ବାବାଙ୍କର ସ୍ମୃତି ରହିବ, ତେବେ କୁହାଯିବ ସଚ୍ଚା ତପସ୍ୱୀ
।
ଅବ୍ୟକ୍ତ ଈଶାରା:-
ପରୋପକାରର ଭାବନାରେ ସମ୍ପନ୍ନ ହୋଇ ଅପକାରୀର ମଧ୍ୟ ଉପକାର କର ।
ବାପଦାଦା ସର୍ବଦା
ଶ୍ରୀମତ ଦେଉଛନ୍ତି ଯେ ମନ ଭିତରେ ପ୍ରତ୍ୟେକ ଆତ୍ମା ପ୍ରତି ଶୁଭଭାବନା ଏବଂ ଶୁଭକାମନା ରଖ, ଅପକାରୀ
ପ୍ରତି ମଧ୍ୟ ଉପକାର କରିବାର ମନୋବୃତ୍ତି ରଖ, ତୁମର ସଂକଳ୍ପ ସର୍ବଦା ସମସ୍ତଙ୍କ ପ୍ରତି ଶ୍ରେଷ୍ଠ
ହେଉ, ନିଃସ୍ୱାର୍ଥ ହେଉ, ସର୍ବଦା ଦାତାପଣିଆର ଭାବନା ରହୁ । ସର୍ବଦା ସ୍ୱ-ପରିର୍ତ୍ତନ ଅଥବା
ସ୍ୱ-ର ଶ୍ରେଷ୍ଠ କର୍ମ ଦ୍ୱାରା ଅନ୍ୟମାନଙ୍କୁ ଶ୍ରେଷ୍ଠ କର୍ମ କରିବାର ପ୍ରେରଣା ଦେଉଥିବା କର୍ମ
ହେଉ, ତେବେ କୁହାଯିବ ପରୋପକାରୀ ।
ମାତେଶ୍ୱରୀଜୀଙ୍କର
ଅମୂଲ୍ୟ ମହାବାକ୍ୟ:-
(୧)“ ମନୁଷ୍ୟ ଜୀବନର
ଲକ୍ଷ୍ୟ ଉଦ୍ଦେଶ୍ୟ କ’ଣ? ତାହାକୁ ପ୍ରାପ୍ତ କରିବାର ଯଥାର୍ଥ ମାର୍ଗ”
ଆଦର୍ଶ ଜୀବନ ଗଢିବା ପାଇଁ
କ’ଣ କରିବା ଉଚିତ୍, ଏହା ପ୍ରତ୍ୟେକ ମନୁଷ୍ୟକୁ ଭାବିବା ଜରୁରୀ । ମନୁଷ୍ୟ ଜୀବନ କାହିଁକି
ପ୍ରାପ୍ତ ହୋଇଛି । ଏ ଜୀବନରେ କ’ଣ କରିବା ଆବଶ୍ୟକ? ଏବେ ନିଜର ହୃଦୟକୁ ପଚାର ଯେ ମୋର ଜୀବନରେ
ପରିବର୍ତ୍ତନ ହେଉଛି? ମନୁଷ୍ୟ ଜୀବନରେ ପ୍ରଥମେ ତ ଏହି ଜ୍ଞାନ ଆବଶ୍ୟକ ଯେ ଜୀବନର ଲକ୍ଷ୍ୟ
ଉଦ୍ଦେଶ୍ୟ କ’ଣ? ଏକଥା ତ ଆମେ ସମସ୍ତେ ସ୍ୱୀକାର କରିବା ଯେ ଜୀବନକୁ ସର୍ବଦା ସୁଖ ଶାନ୍ତି ଆବଶ୍ୟକ
। କ’ଣ ଏବେ ତାହା ପ୍ରାପ୍ତ ହେଉଛି? ଏହି ଘୋର କଳିଯୁଗରେ ତ ଦୁଃଖ ଅଶାନ୍ତି ବ୍ୟତୀତ ଆଉ କିଛି ହିଁ
ନାହିଁ । ଏବେ ଭାବିବା ଦରକାର ସେହି ସୁଖ ଶାନ୍ତି ମିଳିବ କିପରି? ସୁଖ ଏବଂ ଶାନ୍ତି ଏହି ଯେଉଁ
ଦୁଇଟି ଶବ୍ଦ ରହିଛି ନିଶ୍ଚିତ ଏହି ଦୁନିଆରେ କେବେ ଥିଲା, ତେଣୁ ତ ମାଗୁଛନ୍ତି । ଯଦି କୌଣସି
ମନୁଷ୍ୟ କହେ ଯେ ମୁଁ ତ ଏପରି ଦୁନିଆ ଦେଖିନାହିଁ ତେବେ ସେ ଦୁନିଆକୁ ତୁମେ କିପରି ବିଶ୍ୱାସ କରୁଛ?
ତେଣୁ ବୁଝାଇ ଦିଆଯାଉଛି ଯେ - ଦିନ ଓ ରାତି ଦୁଇଟି ଶବ୍ଦ ରହିଛି, ତେଣୁ ରାତି ଏବଂ ଦିନ ହେଉଥିବ
ନିଶ୍ଚୟ ଏଭଳି କେହି କହିପାରିବେ ନାହିଁ ଯେ ମୁଁ କେବଳ ରାତି ହିଁ ଦେଖିଛି, ତେବେ ଦିନକୁ କିପରି
ମାନିବି? କିନ୍ତୁ ଯେତେବେଳେ ଦୁଇଟି ନାମ ରହିଛି ସେତେବେଳେ ଦୁଇଟିର ଅଭିନୟ ମଧ୍ୟ ରହିବ । ସେହିଭଳି
ଏହା ଆମେ ଶୁଣିଛୁ ଯେ - ଏହି କଳିଯୁଗଠାରୁ ଉଚ୍ଚ ସ୍ଥିତିର ଦୁନିଆ ଥିଲା ଯାହାକୁ ସତ୍ୟଯୁଗ
କୁହାଯାଉଥିଲା! ଯଦି ସଦାସର୍ବଦା ଏହିପରି ସମୟ ହିଁ ଚାଲିଥିବ ତେବେ ସେ ସମୟକୁ ସତ୍ୟଯୁଗ ନାମ
କାହିଁକି ଦିଆଯାଇଛି । ତେବେ ଏହି ସୃଷ୍ଟି ନିଜର ସ୍ଥିତି ପରିବର୍ତ୍ତନ କରିଚାଲିଥାଏ ଯେପରି ବାଲ୍ୟ,
କିଶୋର, ଯୁବା ଓ ବୃଦ୍ଧ ଅବସ୍ଥା ପରିବର୍ତ୍ତିତ ହୋଇ ଚାଲିଥାଏ ଏହିଭଳି ସୃଷ୍ଟି ମଧ୍ୟ
ପରିବର୍ତ୍ତିତ ହୋଇଥାଏ । ବର୍ତ୍ତମାନର ଜୀବନ ଓ ସେ ସମୟର ଜୀବନ ମଧ୍ୟରେ କେତେ ଫରକ ରହିଛି । ତେଣୁ
ସେହି ଶ୍ରେଷ୍ଠ ଜୀବନକୁ ଗଢିବା ପାଇଁ ପ୍ରଯତ୍ନ କରିବାକୁ ହେବ ।
(୨) “ନିରାକାରୀ ଦୁନିଆ,
ଆକାରୀ ଦୁନିଆ ଓ ସାକାରୀ ଦୁନିଆର ବିସ୍ତାର”
ଏହି ସମ୍ପୂର୍ଣ୍ଣ
ବ୍ରହ୍ମାଣ୍ଡ ମଧ୍ୟରେ ତିନୋଟି ଦୁନିଆ ରହିଛି - ଗୋଟିଏ ହେଲା ନିରାକାରୀ ଦୁନିଆ ଦ୍ୱିତୀୟଟି ହେଲା
ଆକାରୀ ଓ ତୃତୀୟଟି ହେଲା ସାକାରୀ ଦୁନିଆ । ଏହା ତ ଜ୍ଞାତ ହୋଇଗଲା ଯେ ନିରାକାରୀ ସୃଷ୍ଟିରେ ତ
ଆତ୍ମାମାନେ ରହିଥାଆନ୍ତି ଓ ସାକାରୀ ସୃଷ୍ଟିରେ ସାକାର ମନୁଷ୍ୟ ସମ୍ପ୍ରଦାୟ ନିବାସ କରିଥାଆନ୍ତି ।
ବାକି ରହିଲା ଆକାରୀ ସୂକ୍ଷ୍ମ ସୃଷ୍ଟି, ଏବେ ଏହା ବିଚାରର ବିଷୟ ଯେ ଏ ଆକାରୀ ଦୁନିଆ ସର୍ବଦା
ରହିଥାଏ ନା କିଛି ସମୟ ପାଇଁ ତାହାର ଅଭିନୟ ଚାଲିଥାଏ? ଦୁନିଆର ମନୁଷ୍ୟ ତ ଭାବିଥା’ନ୍ତି ଯେ କେଉଁ
ଉପରେ ସୂକ୍ଷ୍ମ ଦୁନିଆ ରହିଛି ଯେଉଁଠି ଫରିସ୍ତାମାନେ ରୁହନ୍ତି ତାହାକୁ ହିଁ ସ୍ୱର୍ଗ କୁହାଯାଏ ।
ସେଠାରେ ଯାଇ ସୁଖ ଭୋଗ କରିବା କିନ୍ତୁ ଏବେ ତ ସ୍ପଷ୍ଟ ହୋଇଗଲା କି ସ୍ୱର୍ଗ ଓ ନର୍କ ଏହି ସୃଷ୍ଟିରେ
ହିଁ ହୋଇଥାଏ । ବାକି ଏ ଯେଉଁ ସୂକ୍ଷ୍ମ ଆକାରୀ ସୃଷ୍ଟି ରହିଛି ଯେଉଁଠାରେ ଶୁଦ୍ଧ ଆତ୍ମାମାନଙ୍କର
ସାକ୍ଷାତ୍କାର ହୋଇଥାଏ ତାହା ଦ୍ୱାପର ଯୁଗରୁ ଆରମ୍ଭ ହୋଇଛି । ଯେବେ ଭକ୍ତିମାର୍ଗ ଆରମ୍ଭ ହୁଏ
ତେବେ ଏଥିରୁ ସିଦ୍ଧ ହେଉଛି ଯେ ନିରାକାରୀ ଦୁନିଆ ଓ ସାକାରୀ ଦୁନିଆ ସର୍ବଦା ହିଁ ରହିଥାଏ । ବାକି
ସୂକ୍ଷ୍ମ ଦୁନିଆକୁ ସଦାସର୍ବଦା ରହିଛି ବୋଲି ତ କୁହାଯିବ ନାହିଁ । ସେହି ଦୁନିଆରେ ମଧ୍ୟ ବିଶେଷ
ରୂପେ ବ୍ରହ୍ମା, ବିଷ୍ଣୁ, ଶଙ୍କରଙ୍କର ବର୍ତ୍ତମାନ ଆମମାନଙ୍କୁ ସାକ୍ଷାତ୍କାର ହୋଇଥାଏ କାରଣ ଏହି
ସମୟରେ ପରମାତ୍ମା ତିନୋଟିଯାକ କର୍ତ୍ତବ୍ୟ କରିବା ପାଇଁ ତିନି ରୂପର ରଚନା କରିଥାଆନ୍ତି । ଆଚ୍ଛା!
ଓମ୍ ଶାନ୍ତି ।