13.11.25          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ତୁମେମାନେ ଦୁଃଖକୁ ସହନ କରିବାରେ ବହୁତ ସମୟ ନଷ୍ଟ କରିଛ, ଏବେ ଦୁନିଆ ବଦଳୁଛି, ତେଣୁ ତୁମେମାନେ ବାବାଙ୍କୁ ମନେ ପକାଅ, ସତ୍ତ୍ୱପ୍ରଧାନ ହୁଅ ତେବେ ସମୟ ସଫଳ ହୋଇଯିବ ।”

ପ୍ରଶ୍ନ:-
୨୧ ଜନ୍ମ ପାଇଁ ଲଟେରୀ ପ୍ରାପ୍ତ କରିବାର ପୁରୁଷାର୍ଥ କ’ଣ?

ଉତ୍ତର:-
ଯଦି ୨୧ ଜନ୍ମର ଲଟେରୀ ନେବାର ଅଛି ତେବେ ମୋହଜିତ୍ ହୁଅ । ଏକମାତ୍ର ବାବାଙ୍କ ଉପରେ ପୂରା ପୂରା ସମର୍ପଣ ହୋଇଯାଅ । ସର୍ବଦା ଏହି କଥା ସ୍ମୃତିରେ ରହୁ ଯେ ବର୍ତ୍ତମାନ ଏହି ପୁରୁଣା ଦୁନିଆ ବଦଳିବାକୁ ଯାଉଛି, ଆମେ ନୂଆ ଦୁନିଆକୁ ଯାଉଛୁ । ଏହି ପୁରୁଣା ଦୁନିଆକୁ ଦେଖୁଥିଲେ ମଧ୍ୟ ଦେଖିବାର ନାହିଁ । ସୁଦାମା ସଦୃଶ ଚାଉଳ ମୁଠା ସଫଳ କରି ସତ୍ୟଯୁଗୀ ରାଜତ୍ୱ ନେବାକୁ ହେବ ।

ଓମ୍ ଶାନ୍ତି ।
ଏକଥା ତ’ ପିଲାମାନେ ଜାଣିଛନ୍ତି ଯେ ଆତ୍ମିକ ସନ୍ତାନମାନଙ୍କୁ ଆତ୍ମିକ ବାବା ବସି ବୁଝାଉଛନ୍ତି । ରୁହାନୀ ସନ୍ତାନ ଅର୍ଥ ଆତ୍ମାମାନେ । ରୁହାନୀ ବାବା ଅର୍ଥାତ୍ ଆତ୍ମାମାନଙ୍କର ପିତା । ଏହାକୁ କୁହାଯାଏ ଆତ୍ମା ଏବଂ ପରମାତ୍ମାଙ୍କର ମିଳନ । ଏହି ମିଳନ ପ୍ରତି କଳ୍ପରେ ଥରେ ମାତ୍ର ହେଉଛି । ଏ ସବୁ କଥା ତୁମେମାନେ ଜାଣିଛ । ଏହା ବହୁତ ବିଚିତ୍ର କଥା । ବିଚିତ୍ର ବାବା ବିଚିତ୍ର ଆତ୍ମାମାନଙ୍କୁ ବୁଝାଉଛନ୍ତି । ବାସ୍ତବରେ ଆତ୍ମା ବିଚିତ୍ର ଅଟେ, ଏଠାକୁ ଆସି ଚିତ୍ରଧାରୀ ଅର୍ଥାତ୍ ଶରୀରଧାରୀ ହେଉଛି । ଚିତ୍ର ଅର୍ଥାତ୍ ଶରୀର ଦ୍ୱାରା ପାର୍ଟ ବଜାଉଛନ୍ତି । ଆତ୍ମା ତ ସମସ୍ତଙ୍କ ଭିତରେ ଅଛି ନା । ଜୀବଜନ୍ତୁଙ୍କଠାରେ ମଧ୍ୟ ଆତ୍ମା ରହିଛି । ୮୪ ଲକ୍ଷ ଯୋନି ବୋଲି କହୁଛନ୍ତି, ତା’ ଭିତରେ ତ’ ସବୁ ଜୀବଜନ୍ତୁ ଆସିଯାଉଛନ୍ତି । ଦୁନିଆରେ ଅନେକ ଜୀବଜନ୍ତୁ ଆଦି ରହିଛନ୍ତି ନା । ବାବା କହୁଛନ୍ତି ଏହି କଥାରେ ସମୟ ନଷ୍ଟ କର ନାହିଁ । ମନୁଷ୍ୟମାନଙ୍କ ଠାରେ ଏହି ଜ୍ଞାନ ନ ଥିବାରୁ ସେମାନଙ୍କର ସମୟ ନଷ୍ଟ ହେଉଛି । ଏହି ସମୟରେ ବାବା ଆସି ତୁମକୁ ପାଠ ପଢାଉଛନ୍ତି, ପୁଣି ଅଧାକଳ୍ପ ତୁମେ ପ୍ରାରବ୍ଧ ଭୋଗୁଛ । ସେଠାରେ ତୁମର କୌଣସି ଅସୁବିଧା ହୁଏ ନାହିଁ । ଦୁଃଖକୁ ସହନ କରିବାରେ ହିଁ ତୁମର ବହୁତ ସମୟ ନଷ୍ଟ ହେଉଛି । ଏଠାରେ ତ ଦୁଃଖ ହିଁ ଦୁଃଖ ରହିଛି । ସେଥିପାଇଁ ସମସ୍ତେ ବାବାଙ୍କୁ ମନେ ପକାଉଛନ୍ତି ଏବଂ କହୁଛନ୍ତି ଆମର ଦୁଃଖରେ ସମୟ ବହୁତ ନଷ୍ଟ ହେଉଛି, ଏଥିରୁ ବାହର କର । ସୁଖରେ କେବେ ସମୟ ନଷ୍ଟ ହେଉଛି ବୋଲି କୁହାଯିବ ନାହିଁ । ଏ କଥା ମଧ୍ୟ ତୁମେମାନେ ଜାଣିଛ - ଏହି ସମୟରେ ମନୁଷ୍ୟମାନଙ୍କର କୌଣସି ମୂଲ୍ୟ ନାହିଁ । ମନୁଷ୍ୟମାନେ ଦେଖ ଅଚାନକ ମରିଯାଉଛନ୍ତି । ଗୋଟିଏ ତୋଫାନରେ କେତେ ମରିଯାଉଛନ୍ତି । ରାବଣ ରାଜ୍ୟରେ ମନୁଷ୍ୟମାନଙ୍କର କୌଣସି ମୂଲ୍ୟ ନାହିଁ । ଏବେ ବାବା ତୁମର କେତେ ମୂଲ୍ୟ ବଢାଉଛନ୍ତି । କଉଡି ତୁଲ୍ୟରୁ ହୀରାତୁଲ୍ୟ କରୁଛନ୍ତି । ଗାୟନ କରାଯାଏ ଏହା ତୁମର ହୀରା ତୁଲ୍ୟ ଅମୂଲ୍ୟ ଜନ୍ମ ଅଟେ । ବର୍ତ୍ତମାନ ସମୟରେ ମନୁଷ୍ୟ କଉଡି ପଛରେ ଲାଗିଛନ୍ତି । ଅତିବେଶୀରେ ଲକ୍ଷପତି, କୋଟିପତି, ପଦମ୍‌ପତି ହେଉଛନ୍ତି, ତେବେ ସେମାନଙ୍କର ସବୁ ବୁଦ୍ଧି ସେହିଥିରେ ହିଁ ରହିଥାଏ । ସେମାନଙ୍କୁ କୁହାଯାଉଛି - ଏ ସବୁ ଭୁଲି ଏକମାତ୍ର ବାବାଙ୍କୁ ମନେ ପକାଅ କିନ୍ତୁ ମାନୁ ନାହାଁନ୍ତି । ସେମାନେ ଏକଥା ମାନିବେ ନାହିଁ । ତେବେ ଏହି ଜ୍ଞାନ ସେହିମାନଙ୍କ ବୁଦ୍ଧିରେ ପଶିବ ଯେଉଁମାନଙ୍କ ବୁଦ୍ଧିରେ କଳ୍ପ ପୂର୍ବରୁ ପଶିଥିଲା, ନଚେତ୍ ଯେତେ ବୁଝାଅ, କେବେହେଲେ ବୁଦ୍ଧିରେ ପଶିବ ନାହିଁ । ତୁମେମାନେ ମଧ୍ୟ କ୍ରମାନ୍ୱୟରେ ଜାଣିଛ ଯେ ଏହି ଦୁନିଆ ବଦଳୁଛି । ଯଦିଓ ବାହାରେ ତୁମେ ଲେଖି ଦେବ ଯେ ଦୁନିଆ ବଦଳୁଛି ତଥାପି ବୁଝିବେ ନାହିଁ, ଯେ ପର୍ଯ୍ୟନ୍ତ ତୁମେ କାହାକୁ ନବୁଝାଇଛ । ଆଚ୍ଛା, ଯଦି କେହି ବୁଝିଗଲେ ତେବେ ତାଙ୍କୁ ଅନ୍ୟମାନଙ୍କୁ ବୁଝାଇବାକୁ ହେବ - ବାବାଙ୍କୁ ମନେ ପକାଅ, ସତ୍ତ୍ୱପ୍ରଧାନ ହୁଅ । ଜ୍ଞାନ ତ ବହୁତ ସହଜ । ଇଏ ସୂର୍ଯ୍ୟବଂଶୀ-ଚନ୍ଦ୍ରବଂଶୀ... । ବର୍ତ୍ତମାନ ଏହି ଦୁନିଆ ବଦଳୁଛି ଏବଂ ଏକମାତ୍ର ବାବା ହିଁ ଏହି ଦୁନିଆକୁ ବଦଳାଉଛନ୍ତି । ଏକଥା ମଧ୍ୟ ତୁମେ ପୁରୁଷାର୍ଥର କ୍ରମାନୁସାରେ ଯଥାର୍ଥ ଭାବରେ ଜାଣିଛ । ମାୟା ପୁରୁଷାର୍ଥ କରିବାକୁ ଦେଉନାହିଁ ତେଣୁ ବୁଝିବାକୁ ହେବ ଯେ, ଏହା ମଧ୍ୟ ଡ୍ରାମା ଯାହାକି ଏତେ ପୁରୁଷାର୍ଥ ହୋଇପାରୁ ନାହିଁ । ଏବେ ତୁମେ ଜାଣୁଛ ଯେ ଶ୍ରୀମତ ଆଧାରରେ ଆମେ ନିଜ ପାଇଁ ଏହି ଦୁନିଆକୁ ବଦଳାଉଛୁ । ଶ୍ରୀମତ ଏକମାତ୍ର ଶିବବାବାଙ୍କର ଅଟେ । ଶିବବାବା, ଶିବବାବା କହିବା ତ ବହୁତ ସହଜ । ଆଉ କେହି ନା ଶିବବାବାଙ୍କୁ, ନା ବର୍ସା ଅର୍ଥାତ୍ ସ୍ୱର୍ଗ ଜାଣିଛନ୍ତି । ବାବା ଅର୍ଥ ହିଁ ବର୍ସା । ଶିବବାବା ସତ୍ୟ ଅଟନ୍ତି । ଆଜିକାଲି ମେୟରଙ୍କୁ ମଧ୍ୟ ପିତା କହୁଛନ୍ତି । ଗାନ୍ଧୀଙ୍କୁ ମଧ୍ୟ ପିତା କହୁଛନ୍ତି, କାହାକୁ ପୁଣି ଜଗତଗୁରୁ ମଧ୍ୟ କହୁଛନ୍ତି । ବାସ୍ତବରେ ଜଗତ୍ ଅର୍ଥାତ୍ ସାରା ସୃଷ୍ଟିର ଗୁରୁ । ଏହା କୌଣସି ମନୁଷ୍ୟ ହୋଇପାରିବେ ନାହିଁ । ସମସ୍ତଙ୍କର ସଦ୍‌ଗତି ଦାତା ପତିତ-ପାବନ ହେଉଛନ୍ତି ଏକମାତ୍ର ବାବା । ବାବା ତ ନିରାକାର, ପୁଣି କିପରି ଦୁଃଖରୁ ମୁକ୍ତ କରୁଛନ୍ତି? ଦୁନିଆ ବଦଳୁଛି ତେଣୁ ନିଶ୍ଚୟ ଅଭିନୟ କରିବେ ତେବେ ଯାଇ ଜଣାପଡିବ । ଏପରି ନୁହେଁ ଯେ ପ୍ରଳୟ ହୋଇଯାଉଛି, ପୁଣି ବାବା ନୂଆ ସୃଷ୍ଟି ରଚନା କରୁଛନ୍ତି । ଶାସ୍ତ୍ରରେ ଦେଖାଉଛନ୍ତି ବହୁତ ବଡ ପ୍ରଳୟ ହେଉଛି, ପୁଣି ଅଶ୍ୱତଥ୍ ପତ୍ରରେ ଶ୍ରୀକୃଷ୍ଣ ଭାସି ଭାସି ଆସୁଛନ୍ତି । କିନ୍ତୁ ବାବା ବୁଝାଉଛନ୍ତି ଏପରି ହେଉ ନାହିଁ । ଗାୟନ କରାଯାଏ ବିଶ୍ୱର ଇତିହାସ-ଭୂଗୋଳର ପୁନରାବୃତ୍ତି ହେଉଛି, ତେଣୁ ତ ପ୍ରଳୟ ହୋଇପାରିବ ନାହିଁ । ତୁମ ମନରେ ଅଛି ବର୍ତ୍ତମାନ ଏହି ପୁରୁଣା ଦୁନିଆ ବଦଳୁଛି । ଏହି ସବୁ କଥା ବାବା ହିଁ ଆସି ବୁଝାଉଛନ୍ତି । ଏହି ଲକ୍ଷ୍ମୀ-ନାରାୟଣ ହେଉଛନ୍ତି ନୂଆ ଦୁନିଆର ମାଲିକ । ତୁମେ ଚିତ୍ରରେ ମଧ୍ୟ ଦେଖାଉଛ ଯେ ପୁରୁଣା ଦୁନିଆର ମାଲିକ ହେଉଛି ରାବଣ । ରାମ ରାଜ୍ୟ ଏବଂ ରାବଣ ରାଜ୍ୟର ଗାୟନ କରାଯାଉଛି ନା । ଏ କଥା ତୁମ ବୁଦ୍ଧିରେ ଅଛି ଯେ ବାବା ପୁରୁଣା ରାବଣ ଦୁନିଆକୁ ସମାପ୍ତ କରି ନୂଆ ଦୈବୀ ଦୁନିଆର ସ୍ଥାପନା କରାଉଛନ୍ତି । ବାବା କହୁଛନ୍ତି ମୁଁ ଯିଏ, ଯେପରି ଅଟେ କେହି କ୍ୱଚିତ୍ ହିଁ ମୋତେ ଜାଣୁଛନ୍ତି । ତୁମେମାନେ ମଧ୍ୟ ପୁରୁଷାର୍ଥର କ୍ରମ ଅନୁସାରେ ଜାଣୁଛ । ଯିଏ ଭଲ ପୁରୁଷାର୍ଥୀ ଅଟନ୍ତି ତାଙ୍କର ଭଲ ନିଶା ରହିଥାଏ । ବାବାଙ୍କ ସ୍ମୃତିରେ ରହୁଥିବା ପୁରୁଷାର୍ଥୀଙ୍କର ପ୍ରକୃତ ନିଶା ଚଢିବ । ୮୪ ଜନ୍ମର ଚକ୍ରର ଜ୍ଞାନକୁ ବୁଝାଇବାରେ ଏତେ ନିଶା ଚଢୁନାହିଁ ଯେତେ ଯୋଗର ଯାତ୍ରାରେ ଚଢୁଛି । ମୂଳ କଥା ହେଉଛି ପବିତ୍ର ହେବା । ଡାକୁଛନ୍ତି ମଧ୍ୟ ଆସି ପବିତ୍ର କରାଅ । ଏପରି ଡାକୁ ନାହାଁନ୍ତି ଯେ ଆସି ବିଶ୍ୱର ରାଜତ୍ୱ ଦିଅ । ଭକ୍ତିମାର୍ଗରେ କେତେ କଥା ଶୁଣୁଛନ୍ତି । କିନ୍ତୁ ଏହା ହେଉଛି ସତ୍ୟ-ସତ୍ୟ ସତ୍ୟ ନାରାୟଣଙ୍କର କଥା । ସେହି କଥା ତ ଜନ୍ମ-ଜନ୍ମାନ୍ତର ଶୁଣି-ଶୁଣି ତଳକୁ ଖସି ଆସିଛ । ଭାରତରେ ହିଁ ଏହି କଥା ଶୁଣିବାର ପ୍ରଥା ରହିଛି, ଆଉ କୌଣସି ରାଷ୍ଟ୍ରରେ କଥା ଆଦି ହୁଏ ନାହିଁ । ଭାରତକୁ ହିଁ ଧାର୍ମିକ ଦେଶ ବୋଲି ମାନୁଛନ୍ତି । ଅନେକ ମନ୍ଦିର ଭାରତରେ ହିଁ ରହିଛି । ଖ୍ରୀଷ୍ଟିୟାନମାନଙ୍କର ତ ଗୋଟିଏ ଚର୍ଚ୍ଚ ରହିଥାଏ । ଏଠାରେ ତ ଭିନ୍ନ-ଭିନ୍ନ ପ୍ରକାରର ଅନେକ ମନ୍ଦିର ରହିଛି । ବାସ୍ତବରେ ଏକମାତ୍ର ଶିବବାବାଙ୍କର ମନ୍ଦିର ହେବା ଦରକାର । ଜଣଙ୍କର ନାମ ମଧ୍ୟ ରହିବା ଦରକାର । ଏଠାରେ ତ ଅନେକ ନାମ ରହିଛି । ବିଦେଶୀମାନେ ମଧ୍ୟ ଏଠାକୁ ମନ୍ଦିର ଦେଖିବାକୁ ଆସନ୍ତି । ବିଚରାମାନଙ୍କୁ ଏକଥା ଜଣା ନାହିଁ ଯେ ପ୍ରାଚୀନ ଭାରତ କିପରି ଥିଲା ୫ ହଜାର ବର୍ଷଠାରୁ ଆହୁରି ପୁରୁଣା କୌଣସି ଜିନିଷ ନ ଥାଏ । ସେମାନେ ଭାବୁଛନ୍ତି ଲକ୍ଷ-ଲକ୍ଷ ବର୍ଷର ପୁରୁଣା ଜିନିଷ ମିଳିଲା । ବାବା ବୁଝାଉଛନ୍ତି ମନ୍ଦିରରେ ଯେଉଁ ଚିତ୍ର ଆଦି କରାଯାଇଛି ଏହାକୁ ୨୫୦୦ ବର୍ଷ ହୋଇଛି, ପ୍ରଥମେ ପ୍ରଥମେ ଶିବଙ୍କର ହିଁ ପୂଜା ହୋଇଥାଏ । ତାହା ହେଲା ଅବ୍ୟଭିଚାରୀ ପୂଜା । ସେହିପରି ଅବ୍ୟଭିଚାରୀ ଜ୍ଞାନ ମଧ୍ୟ କୁହାଯାଏ । ପ୍ରଥମେ ଅବ୍ୟଭିଚାରୀ ପୂଜା, ପୁଣି ବ୍ୟଭିଚାରୀ ପୂଜା ହୋଇଥାଏ । ଏବେ ତ ଦେଖ ପାଣି, ମାଟିର ମଧ୍ୟ ପୂଜା କରୁଛନ୍ତି ।

ବର୍ତ୍ତମାନ ବେହଦର ବାବା କହୁଛନ୍ତି ତୁମେ ଭକ୍ତିମାର୍ଗରେ କେତେ ଧନ ହରାଇଛ । କେତେ ଅସରନ୍ତି ଶାସ୍ତ୍ର, ଚିତ୍ର ସବୁ ରହିଛି । ଅନେକ ଗୀତା ରହିଛି । ଏହି ସବୁ ଉପରେ ଖର୍ଚ୍ଚ କରି-କରି ଦେଖ ତୁମେ କ’ଣ ହୋଇ ଗଲଣି । କାଲି ତୁମକୁ ଦ୍ୱି-ମୁକୁଟଧାରୀ ରାଜା କରାଇଥିଲି ପୁଣି ତୁମେ କେତେ କାଙ୍ଗାଳ ହୋଇଯାଇଛ । ଏ ସବୁ କାଲିର କଥା ନା । ତୁମେମାନେ ବୁଝିପାରୁଛ ବାସ୍ତବରେ ଆମେ ୮୪ ଜନ୍ମର ଚକ୍ର ଲଗାଉଛୁ । ବର୍ତ୍ତମାନ ପୁନର୍ବାର ଆମେ ଏହିପରି ହେଉଛୁ । ବାବାଙ୍କଠାରୁ ବର୍ସା ନେଉଛୁ । ବାବା ଘଡି ଘଡି ପୁରୁଷାର୍ଥ କରାଉଛନ୍ତି । ଗୀତାରେ ମଧ୍ୟ ମନମନାଭବ ଶବ୍ଦ ରହିଛି । ସେଥିରେ ମଧ୍ୟ କେତେକ ଶବ୍ଦ ଠିକ୍ ଅଛି । ‘ପ୍ରାୟ’ କୁହାଯାଉଛି ନା, ଅର୍ଥାତ୍ ଦେବୀ-ଦେବତା ଧର୍ମ ନାହିଁ ବାକି ତାଙ୍କର ଚିତ୍ର ରହିଛି । ତୁମର ସ୍ମୃତିଚିହ୍ନ ଦେଖ କେତେ ଭଲ ଭାବରେ ତିଆରି କରାଯାଇଛି । ତୁମେ ଜାଣିଛ ଆମେ ବର୍ତ୍ତମାନ ପୁନର୍ବାର ସ୍ଥାପନା କରୁଛୁ । ପୁଣି ଭକ୍ତିମାର୍ଗରେ ଆମର ହିଁ ଅବିକଳ ସ୍ମୃତିଚିହ୍ନ ତିଆରି ହେବ । ଭୂମିକମ୍ପ ଆଦି ହେଉଛି, ସେଥିରେ ପୁଣି ସବୁ ଶେଷ ହୋଇଯାଉଛି । ପୁଣି ସେଠାରେ ତୁମେ ସବୁ ନୂଆ ତିଆରି କରିବ । ସେଠାରେ ସବୁ କଳା କୌଶଳ ରହିବ ନା । ହୀରା କାଟିବାର କଳା ମଧ୍ୟ ରହିଛି । ଏଠାରେ ମଧ୍ୟ ହୀରାକୁ କାଟୁଛନ୍ତି ପୁଣି ତିଆରି କରୁଛନ୍ତି । ହୀରା କାଟୁଥିବା ଲୋକେ ମଧ୍ୟ ବହୁତ ପ୍ରବୀଣ ହୋଇଥା’ନ୍ତି । ସେମାନେ ପୁଣି ସତ୍ୟଯୁଗକୁ ଯିବେ । ସେଠାକୁ ଏ ସବୁ କଳା କୌଶଳ ଯିବ । ତୁମେ ଜାଣିଛ ସେଠାରେ କେତେ ସୁଖ ରହିବ । ଏହି ଲକ୍ଷ୍ମୀ-ନାରାୟଣଙ୍କର ରାଜ୍ୟ ଥିଲା ନା । ତାହାର ନାମ ହିଁ ସ୍ୱର୍ଗ, ଶତ ପ୍ରତିଶତ ସମୃଦ୍ଧୀଶାଳୀ । ଏବେ ତ’ କେତେ ଦରିଦ୍ର ହୋଇଯାଇଛନ୍ତି । ଭାରତରେ ହୀରା ନୀଳାର ବହୁତ ଫେସନ ରହିଛି, ଯାହା ପରମ୍ପରାରୁ ଚାଲିଆସୁଛି । ତେଣୁ ତୁମେ କେତେ ଖୁସିରେ ରହିବା ଉଚିତ୍ । ତୁମେ ଜାଣୁଛ ଯେ ଏହି ଦୁନିଆ ବଦଳୁଛି । ଏବେ ସ୍ୱର୍ଗ ତିଆରି ହେଉଛି, ସେଥିପାଇଁ ଆମକୁ ନିଶ୍ଚୟ ପବିତ୍ର ହେବାକୁ ପଡିବ । ଦୈବୀଗୁଣ ମଧ୍ୟ ଧାରଣ କରିବାକୁ ହେବ ସେଥିପାଇଁ ବାବା କହୁଛନ୍ତି ଚାର୍ଟ ଲେଖିବା ଜରୁରୀ । ମୁଁ ଆତ୍ମା କୌଣସି ଆସୁରୀ ଅଭିନୟ କରୁନାହିଁ ତ? ନିଜକୁ ଆତ୍ମା ବୋଲି ପକ୍କା ଭାବ । ଏହି ଶରୀର ଦ୍ୱାରା କୌଣସି ବିକର୍ମ କରି ନାହଁ ତ? ଯଦି କରିଛ ତେବେ ରେଜିଷ୍ଟର ଖରାପ ହୋଇଯିବ । ଏହା ହେଉଛି ୨୧ ଜନ୍ମର ଲଟେରୀ । ଏହା ମଧ୍ୟ ଏକ ପ୍ରତିଯୋଗିତା । ଘୋଡା ଦୌଡ ହୋଇଥାଏ ନା । ଏହାକୁ କୁହାଯାଏ ରାଜସ୍ୱ ଅଶ୍ୱମେଧ... ସ୍ୱରାଜ୍ୟ ପାଇଁ ଅଶ୍ୱ ଅର୍ଥାତ୍ ତୁମ ଆତ୍ମାମାନଙ୍କୁ ଯୋଗର ଯାତ୍ରାରେ ଦୌଡି ଲଗାଇବାକୁ ହେବ । ଏବେ ଘରକୁ ଯିବାକୁ ହେବ । ତାକୁ ସୁଇଟ୍ ସାଇଲେନ୍ସ ହୋମ୍ (ଶାନ୍ତିର ଦୁନିଆ) କୁହାଯାଏ । ଏହି ଅକ୍ଷର ତୁମେ ବର୍ତ୍ତମାନ ଶୁଣୁଛ । ବର୍ତ୍ତମାନ ବାବା କହୁଛନ୍ତି ଖୁବ୍ ମେହନତ କର । ଏହି ରାଜତ୍ୱ ତୁମକୁ ମିଳୁଛି, ଏହା କ’ଣ କମ୍ କଥା । ମୁଁ ଆତ୍ମା ଅଟେ, ମୁଁ ଏତେ ଜନ୍ମ ନେଇଛି । ଏବେ ବାବା କହୁଛନ୍ତି ତୁମର ୮୪ ଜନ୍ମ ପୂରା ହେଲା । ଏବେ ପୁଣି ପ୍ରଥମ ନମ୍ବରରୁ ଆରମ୍ଭ କରିବାକୁ ହେବ । ନୂଆ ମହଲରେ ନିଶ୍ଚିତ ପିଲାମାନେ ହିଁ ବସିବେ । ପୁରୁଣାରେ ତ ବସିବେ ନାହିଁ । ଏପରି ତ ନୁହେଁ କି ନିଜେ ପୁରୁଣାରେ ବସି ପୁଣି ନୁଆରେ ଭଡାଟିଆଙ୍କୁ ବସାଇବେ । ତୁମେ ଯେତେ ମେହନତ କରିବ, ନୂଆ ଦୁନିଆର ସେତେ ମାଲିକ ହେବ । ନୂଆ ଘର ତିଆରି ହେଲେ ମନ ହୁଏ ପୁରୁଣାକୁ ଛାଡି ନୂଆ ଘରେ ଯାଇ ବସିବୁ । ବାବା ପିଲାମାନଙ୍କ ପାଇଁ ନୂଆ ଘର ସେତେବେଳେ ତିଆରି କରୁଛନ୍ତି ଯେତେବେଳେ ପ୍ରଥମ ଘର ପୁରୁଣା ହୋଇଯାଉଛି । ସେଠାରେ ଭଡା ଦେବାର କଥା ହିଁ ନାହିଁ । ଯେପରି ସେମାନେ ଚନ୍ଦ୍ରରେ ଜମି କିଣିବାକୁ ଚେଷ୍ଟା କରୁଛନ୍ତି, ସେହିପରି ତୁମେ ସ୍ୱର୍ଗରେ ମହଲ ନେଉଛ । ତେଣୁ ଯେତେ-ଯେତେ ଜ୍ଞାନ ଏବଂ ଯୋଗରେ ରହିବ ସେତେ ପବିତ୍ର ହେବ । ଏହା ହେଉଛି ରାଜଯୋଗ, କେତେ ବଡ ରାଜତ୍ୱ ମିଳୁଛି । ବାକି ଏହି ଯେଉଁ ଚନ୍ଦ୍ର ଆଦିରେ ଜମି ଖୋଜୁଛନ୍ତି ସେସବୁ ବ୍ୟର୍ଥ । ସୁଖ ଦେଉଥିବା ଏହିସବୁ ଜିନିଷ ପୁଣି ବିନାଶ କରିବ ଏବଂ ଦୁଃଖ ଦେବ । ଆଗକୁ ଗଲେ ସେନା ଆଦି ସବୁ କମ୍ ହୋଇଯିବେ । ବୋମା ଦ୍ୱାରା ହିଁ ଫଟାଫଟ କାମ ହୋଇଯିବ । ଏହି ଡ୍ରାମା ପୂର୍ବ ନିର୍ମିତ, ନିର୍ଦ୍ଦିଷ୍ଟ ସମୟରେ ଅଚାନକ ବିନାଶ ହୋଇଥାଏ । ପୁଣି ସିପାହୀ ଆଦି ମଧ୍ୟ ମରିଯାଆନ୍ତି । ତୁମେମାନେ ଏବେ ଫରିସ୍ତା ହେଉଛ । ତୁମେ ଜାଣିଛ ଆମ ପାଇଁ ବିନାଶ ହେଉଛି । ଡ୍ରାମାରେ ପାର୍ଟ ରହିଛି, ପୁରୁଣା ଦୁନିଆ ଖଲାସ ହୋଇଯାଉଛି । ଯିଏ ଯେପରି କର୍ମ କରନ୍ତି ସେହିପରି ଭୋଗିବାକୁ ପଡେ ନା । ମନେକର ସନ୍ନ୍ୟାସୀମାନେ ଭଲ, କିନ୍ତୁ ଜନ୍ମ ତ ଗୃହସ୍ଥିଙ୍କ ପାଖରେ ନେବେ ନା । ଶ୍ରେଷ୍ଠ ଜନ୍ମ ତ ତୁମକୁ ନୂଆ ଦୁନିଆରେ ମିଳିବ, ପୁଣି ମଧ୍ୟ ସଂସ୍କାର ଅନୁସାରେ ଯାଇ ସେହିପରି ହେବ । ତୁମେ ଏବେ ସଂସ୍କାର ନେଇଯାଉଛ ନୂଆ ଦୁନିଆ ପାଇଁ । ଜନ୍ମ ମଧ୍ୟ ନିଶ୍ଚୟ ଭାରତରେ ହିଁ ନେବ । ଯିଏ ବହୁତ ଆଧ୍ୟାତ୍ମିକ ଚିନ୍ତାଧାରାର ହୋଇଥିବେ ତାଙ୍କ ପାଖରେ ଜନ୍ମ ନେବ କାହିଁକି ନା ତୁମେମାନେ ସେହିପରି କର୍ମ କରୁଛ । ଯେପରି ସଂସ୍କାର, ସେହି ଅନୁସାରେ ଜନ୍ମ ହୋଇଥାଏ । ତୁମେ ବହୁତ ଉଚ୍ଚ କୁଳରେ ଯାଇ ଜନ୍ମ ନେବ । ତୁମ ସଦୃଶ କର୍ମ ଆଉ କେହି କରୁନଥିବେ । ଯେପରି ପାଠପଢା, ଯେପରି ସେବା, ସେହିପରି ଜନ୍ମ ମିଳିବ । ବହୁତଙ୍କୁ ତ ମରିବାକୁ ପଡିବ । ଯେଉଁମାନେ ସ୍ୱାଗତ କରିବେ ସେମାନଙ୍କୁ ପ୍ରଥମେ ଯିବାକୁ ହେବ । ବାବା ବୁଝାଉଛନ୍ତି ବର୍ତ୍ତମାନ ଏହି ଦୁନିଆ ବଦଳୁଛି । ବାବା ତ ସାକ୍ଷାତ୍‌କାର କରାଉଛନ୍ତି । ବାବା ନିଜର ଉଦାହରଣ ମଧ୍ୟ ଦେଉଛନ୍ତି । ଦେଖିଲେ ୨୧ ଜନ୍ମ ପାଇଁ ରାଜତ୍ୱ ମିଳୁଛି, ତା’ଆଗରେ ଏହି ୧୦-୨୦ ଲକ୍ଷ କ’ଣ! ଅଲଫ ଅର୍ଥାତ୍ ବ୍ରହ୍ମାବାବାଙ୍କୁ ରାଜତ୍ୱ ମିଳିଲା, ଭାଗିଦାରଙ୍କୁ କଉଡି ତୁଲ୍ୟ ଧନ ମିଳିଲା । ଭାଗୀଦାରଙ୍କୁ କହିଦେଲେ ଯାହା ଚାହୁଁଛ ତାହା ନେଇଯାଅ । କୌଣସି ଅସୁବିଧା ହେଲା ନାହିଁ । ପିଲାମାନଙ୍କୁ ମଧ୍ୟ ବୁଝାଯାଉଛି - ବାବାଙ୍କଠାରୁ ତୁମେ କ’ଣ ନେଉଛ? ସ୍ୱର୍ଗର ସମ୍ପତ୍ତି । ଯେତେ ସମ୍ଭବ ସେଣ୍ଟର ଖୋଲିଚାଲ । ବହୁତଙ୍କର କଲ୍ୟାଣ କର । ତୁମର ୨୧ ଜନ୍ମ ପାଇଁ ରୋଜଗାର ହେଉଛି । ଏଠାରେ ତ ଲକ୍ଷପତି, କୋଟିପତି ବହୁତ ଅଛନ୍ତି । ସେମାନେ ସମସ୍ତେ ଭିକାରି ଅଟନ୍ତି । ତୁମ ନିକଟକୁ ମଧ୍ୟ ବହୁତ ଆସିବେ । ପ୍ରଦର୍ଶନୀକୁ କେତେ ଆସୁଛନ୍ତି, ଏପରି ଭାବନାହିଁ ଯେ ପ୍ରଜା ହେଉ ନାହାଁନ୍ତି । ପ୍ରଜା ବହୁତ ହେଉଛନ୍ତି । ସମସ୍ତେ ତ ଭଲ-ଭଲ ବୋଲି କହୁଛନ୍ତି କିନ୍ତୁ କହୁଛନ୍ତି ଆମକୁ ଫୁରସତ ନାହିଁ । ତେବେ ଅଳ୍ପ ଶୁଣିଲେ ମଧ୍ୟ ପ୍ରଜାରେ ଆସିଯିବେ । ଅବିନାଶୀ ଜ୍ଞାନର ବିନାଶ କେବେ ହେଉ ନାହିଁ । ବାବାଙ୍କର ପରିଚୟ ଦେବା କ’ଣ କମ୍ କଥା କି! କାହା କାହାର ଲୋମ ଟାଙ୍କୁରି ଉଠିବ । ଉଚ୍ଚ ପଦ ପାଇବାର ଥିଲେ ପୁରୁଷାର୍ଥ କରିବାରେ ଲାଗି ପଡିବେ । ବାବା କାହାଠାରୁ ଧନ ଆଦି ନେବେ ନାହିଁ । ପିଲାମାନଙ୍କର ବୁନ୍ଦା-ବୁନ୍ଦାରୁ ପୋଖରୀ ହେଉଛି । କେହି-କେହି ଗୋଟିଏ ଟଙ୍କା ମଧ୍ୟ ପଠାଇ ଦେଉଛନ୍ତି । କହୁଛନ୍ତି ବାବା ଗୋଟିଏ ଇଟା ଲଗାଇଦିଅ । ସୁଦାମାର ମୁଠାଏ ଚାଉଳର ଗାୟନ ରହିଛି ନା । ବାବା କହୁଛନ୍ତି ଏହା ତୁମର ହୀରା-ନୀଳା ଅଟେ । ହୀରାତୁଲ୍ୟ ଜନ୍ମ ସମସ୍ତଙ୍କର ହେଉଛି । ତୁମେ ଭବିଷ୍ୟତ ପାଇଁ କରୁଛ । ତୁମେ ଜାଣିଛ ଯେ ଏହି ଆଖି ଦ୍ୱାରା ଯାହା କିଛି ଦେଖୁଛ, ଏହା ପୁରୁଣା ଦୁନିଆ ଅଟେ । ଏହି ଦୁନିଆ ବଦଳୁଛି । ଏବେ ତୁମେ ଅମରପୁରୀର ମାଲିକ ହେଉଛ । ତେଣୁ ମୋହଜିତ୍ ନିଶ୍ଚିତ ହେବାକୁ ପଡିବ । ତୁମେମାନେ କହିଆସିଛ ଯେ, ବାବା ଆପଣ ଆସିଲେ ଆମେ ସମର୍ପଣ ହେବୁ, ତେବେ ଏହି ସୌଦା ତ ଭଲ ନା । ମନୁଷ୍ୟ କ’ଣ ଜାଣିଛନ୍ତି କି ସୌଦାଗର, ରତ୍ନାକର, ଜାଦୁକର ନାମ କାହିଁକି ରହିଛି । ସେ ରତ୍ନାକର ଅଟନ୍ତି ନା, ତାଙ୍କର ଅବିନାଶୀ ଜ୍ଞାନରତ୍ନ ଗୋଟିଏ-ଗୋଟିଏ ଅମୂଲ୍ୟ ରତ୍ନ ଅଟେ । ଏହା ଉପରେ ରୂପ-ବସନ୍ତର କଥା ରହିଛି ନା । ତୁମେ ରୂପ (ଯୋଗୀ), ବସନ୍ତ (ଜ୍ଞାନୀ) ଉଭୟ ଅଟ । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ବର୍ତ୍ତମାନ ଏହି ଶରୀର ଦ୍ୱାରା କୌଣସି ପ୍ରକାରର ବିକର୍ମ କରିବାର ନାହିଁ । ଏପରି କୌଣସି ଆସୁରୀ କାର୍ଯ୍ୟ ନ ହେଉ ଯାହାଦ୍ୱାରା ତୁମର ରେଜିଷ୍ଟର ଅର୍ଥାତ୍ ଚରିତ୍ର ଖରାପ ହେବ ।

(୨) ଏକମାତ୍ର ବାବାଙ୍କୁ ମନେ ପକାଇବାର ନିଶାରେ ରହିବାକୁ ହେବ । ପବିତ୍ର ହେବାର ମୂଳ ପୁରୁଷାର୍ଥ ନିଶ୍ଚିତ କରିବାକୁ ହେବ, ବିନାଶୀ ଧନ ପ୍ରାପ୍ତି କରିବା ପାଇଁ ନିଜର ଅମୂଲ୍ୟ ସମୟକୁ ବରବାଦ ନ କରି ଶ୍ରୀମତ ଆଧାରରେ ଜୀବନକୁ ଶ୍ରେଷ୍ଠ କରିବାକୁ ହେବ ।

ବରଦାନ:-
ନିଜକୁ ବିଶ୍ୱ ସେବା ପାଇଁ ଅର୍ପଣ କରି ମାୟାକୁ ଦାସୀ କରୁଥିବା ସହଜ ସମ୍ପନ୍ନ ଭବ ।

ଏବେ ନିଜର ସମୟ, ସର୍ବ ପ୍ରାପ୍ତିଗୁଡିକ, ଜ୍ଞାନ, ଗୁଣ ଏବଂ ଶକ୍ତିକୁ ବିଶ୍ୱ ସେବା ଅର୍ଥେ ସମର୍ପିତ କର । ମନ ଭିତରେ ଯେଉଁ ସବୁ ସଂକଳ୍ପ ଉତ୍ପନ୍ନ ହେଉଛି, ତା’କୁ ଚେକ୍ କର ଯେ ଏହା ବିଶ୍ୱ ସେବା ପ୍ରତି ଅଟେ ତ? ଏହିଭଳି ସେବା ପ୍ରତି ଅର୍ପଣମୟ ହେବା ଦ୍ୱାରା ନିଜେ ମଧ୍ୟ ସହଜରେ ସମ୍ପନ୍ନ ହୋଇଯିବ । ସେବାର ଲଗନ ଦ୍ୱାରା ଛୋଟ ବା ବଡ ପରୀକ୍ଷା ଗୁଡିକ ମଧ୍ୟ ସ୍ୱତଃ ହିଁ ସମାପ୍ତ ହୋଇଯିବ, ଯାହା ଫଳରେ ମାୟା ଦ୍ୱାରା ଭୟଭୀତ ହେବ ନାହିଁ । ସର୍ବଦା ବିଜୟୀ ହେବାର ଖୁସିରେ ନାଚିବାକୁ ଲାଗିବ । ମାୟାକୁ ନିଜର ଦାସୀ ଅନୁଭବ କରିବ । ନିଜେ ଯଦି ସେବାରେ ସମର୍ପିତ ହୋଇଯିବ ତେବେ ମାୟା ମଧ୍ୟ ଆପେ ଆପେ ସମର୍ପିତ ହୋଇଯିବ ।

ସ୍ଲୋଗାନ:-
ଅନ୍ତର୍ମୁଖତା ଦ୍ୱାରା ନିଜର ମୁଖକୁ ଯଦି ବନ୍ଦ କରିଦେବ ତେବେ କ୍ରୋଧ ସମାପ୍ତ ହୋଇଯିବ ।

ଅବ୍ୟକ୍ତ ଈଶାରା:- ଅଶରୀରୀ ଅଥବା ବିଦେହୀ ସ୍ଥିତିର ଅଭ୍ୟାସକୁ ବଢାଅ ।

ଯେପରି ଗୋଟିଏ ସେକେଣ୍ଡରେ ସ୍ୱୀଚ୍ ଅନ୍ ବା ଅଫ୍ କରିହୁଏ ସେହିପରି ଗୋଟିଏ ସେକେଣ୍ଡରେ ଶରୀରର ଆଧାର ନିଅ ଏବଂ ଗୋଟିଏ ସେକେଣ୍ଡରେ ଶରୀରଠାରୁ ଉର୍ଦ୍ଧ୍ୱରେ ଅଶରୀରୀ ସ୍ଥିତିରେ ସ୍ଥିତ ହୋଇଯାଅ । ଏବେ ଏବେ ଶରୀରକୁ ଆସ ଏବଂ ଏବେ ଏବେ ଅଶରୀରୀ ହୋଇଯାଅ । ଯଦି ଆବଶ୍ୟକ ଅଛି ତେବେ ଶରୀର ରୂପକ ବସ୍ତ୍ର ଧାରଣ କର, ଯଦି ଆବଶ୍ୟକ ନାହିଁ ତେବେ ଶରୀରଠାରୁ ଅଲଗା ହୋଇଯାଅ । ଏହିଭଳି ଅଭ୍ୟାସ କରିବାକୁ ହେବ, ଏହାକୁ ହିଁ କର୍ମାତୀତ ଅବସ୍ଥା କୁହାଯାଏ ।