14.01.26          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ପାଦେ ପାଦେ ବାବାଙ୍କର ଶ୍ରୀମତରେ ଚାଲୁଥାଅ, ଏକମାତ୍ର ବାବାଙ୍କଠାରୁ ହିଁ ଶୁଣ ତେବେ ମାୟା ଆକ୍ରମଣ କରିପାରିବ ନାହିଁ ।”

ପ୍ରଶ୍ନ:-
ଉଚ୍ଚ ପଦ ପ୍ରାପ୍ତ କରିବାର ଆଧାର କ’ଣ?

ଉତ୍ତର:-
ଉଚ୍ଚ ପଦ ପ୍ରାପ୍ତ କରିବା ପାଇଁ ବାବାଙ୍କର ପ୍ରତ୍ୟେକ ନିର୍ଦ୍ଦେଶ ଅନୁସାରେ ଚାଲୁଥାଅ । ବାବାଙ୍କର ଯେଉଁ ନିର୍ଦ୍ଦେଶ ମିଳିଲା ତା’କୁ ପିଲାମାନେ ମାନି ନେବା ଉଚିତ୍‌, ଏମିତିକି ଅନ୍ୟ କୌଣସି ସଂକଳ୍ପ ମଧ୍ୟ ଆସୁ ନ ଥିବ । ୨- ତୁମେମାନେ ଏହି ଆତ୍ମିକ ସେବାରେ ଲାଗିଯାଅ । ତୁମକୁ ଅନ୍ୟ କାହାର ବି ସ୍ମୃତି ଆସିବା ଉଚିତ୍ ନୁହେଁ । କଥାରେ ଅଛି ନିଜେ ମରିଗଲେ ଦୁନିଆ ମରିଗଲା ଅର୍ଥାତ୍ ଏହିଭଳି ହେଲେ ଯାଇ ଉଚ୍ଚ ପଦ ମିଳିପାରିବ ।

ଗୀତ:-
ତୁହ୍ମେ ପାକେ ହମନେ...

ଓମ୍ ଶାନ୍ତି ।
ମିଠା-ମିଠା ଆତ୍ମିକ ସନ୍ତାନମାନେ ଏହି ଗୀତ ଶୁଣିଲେ । ଏହା ହେଉଛି ଭକ୍ତିମାର୍ଗରେ ଗାୟନ କରିଥିବା ଗୀତ, ଯାହାର ରହସ୍ୟକୁ ବାବା ଏବେ ବୁଝାଉଛନ୍ତି । ପିଲାମାନେ ମଧ୍ୟ ଜାଣିଛନ୍ତି ଯେ - ଏବେ ଆମେମାନେ ବାବାଙ୍କଠାରୁ ଅବିନାଶୀ ବର୍ସା ପାଉଛୁ । ସେହି ରାଜତ୍ୱକୁ ଆମଠାରୁ କେହି ବି ଛଡାଇ ନେଇ ପାରିବେ ନାହିଁ । ଭାରତର ରାଜ୍ୟକୁ ମୁସଲମାନ୍‌ମାନେ ଛଡେଇ ନେଲେ, ଇଂରେଜମାନେ ଛଡାଇ ନେଲେ । କିନ୍ତୁ ବାସ୍ତବରେ ତ ଆସୁରୀ ମତ ଦ୍ୱାରା ପ୍ରଥମେ ରାବଣ ଛଡାଇ ନେଲା । ଦୁନିଆରେ ମାଙ୍କଡର ଯେଉଁ ଚିତ୍ର ତିଆରି କରିଛନ୍ତି - ଖରାପ ଶୁଣ ନାହିଁ, ଖରାପ ଦେଖ ନାହିଁ... ବାସ୍ତବରେ ଏହାର ମଧ୍ୟ କୌଣସି ରହସ୍ୟ ଥିବ ନା । ବାବା ବୁଝାଉଛନ୍ତି ଗୋଟିଏ ପାର୍ଶ୍ଵରେ ରାବଣର ଆସୁରୀ ସମ୍ପ୍ରଦାୟ ରହିଛି, ଯେଉଁମାନେ କି ବାବାଙ୍କୁ ଜାଣି ନାହାଁନ୍ତି ଏବଂ ଅନ୍ୟ ପାର୍ଶ୍ଵରେ ତୁମେମାନେ ରହିଛ । ତୁମେମାନେ ମଧ୍ୟ ଏକଥା ଆଗରୁ ଜାଣି ନଥିଲ । ବାବା ୟାଙ୍କ ପାଇଁ ମଧ୍ୟ କହୁଛନ୍ତି ଯେ ଇଏ ମଧ୍ୟ ବହୁତ ଭକ୍ତି କରିଛନ୍ତି, ୟା’ଙ୍କର ଏହା ବହୁତ ଜନ୍ମର ଅନ୍ତିମ ଜନ୍ମ ଅଟେ । ଇଏ ପ୍ରଥମେ ପବିତ୍ର ଥିଲେ ଏବେ ପତିତ ହୋଇଯାଇଛନ୍ତି । ଏହାଙ୍କୁ ମୁଁ ଜାଣିଛି । ତେଣୁ ଏବେ ତୁମେମାନେ ଆଉ କାହାରି କଥା ଶୁଣ ନାହିଁ । ବାବା କହୁଛନ୍ତି, ମୁଁ ତୁମମାନଙ୍କ ସହିତ କଥାବାର୍ତ୍ତା ହେଉଛି । ହଁ, କେବେ କେବେ କୌଣସି ମିତ୍ର ସମ୍ବନ୍ଧୀମାନଙ୍କୁ ଏଠାକୁ ନେଇ ଆସିଲେ ତାଙ୍କ ସହିତ ଟିକେ କଥାବାର୍ତ୍ତା ହୋଇଯାଏ । ପ୍ରଥମ କଥା ହେଲା ପବିତ୍ରତା, ତେଣୁ ତୁମମାନଙ୍କୁ ପବିତ୍ର ହେବାକୁ ପଡ଼ିବ ତେବେ ଯାଇ ବୁଦ୍ଧିରେ ଧାରଣା ହେବ । ଏଠାକାର କାଇଦା ବହୁତ କଡ଼ା । ଆଗରୁ କୁହାଯାଉଥିଲା ଯେ, ସାତ ଦିନ ଭଟ୍ଟୀରେ ରହିବାକୁ ହେବ, ଯେମିତି ଆଉ କାହାର ସ୍ମୃତି ନ ଆସୁ, ନା କାହାକୁ ପତ୍ର ଆଦି ଲେଖିବ । ଯେଉଁଠି ବି ରୁହ କିନ୍ତୁ ସାରା ଦିନ ଭଟ୍ଟୀରେ ରହିବାକୁ ପଡ଼ିବ । ଏବେ ତ ତୁମେମାନେ ଭଟ୍ଟୀରେ ରହି ବାହାରକୁ ବାହାରୁଛ । କେହି ତ’ ଆଶ୍ଚର୍ଯ୍ୟ ଭାବରେ ଶୁଣନ୍ତି, କୁହନ୍ତି, ଓହୋ ମାୟା ପୁଣି ଭାଗନ୍ତି ହୋଇଯାଉଛନ୍ତି । ଏହା ବହୁତ ଉଚ୍ଚ ଲକ୍ଷ୍ୟ ଅଟେ । ବାବାଙ୍କର କଥାକୁ କେହି କେହି ମାନୁ ନାହାଁନ୍ତି । ବାବା ତ କହୁଛନ୍ତି ତୁମେମାନେ ଏବେ ବାନପ୍ରସ୍ଥୀ ଅଟ । ଅଯଥାରେ କାହିଁକି ମାୟାର ବନ୍ଧନରେ ବାନ୍ଧି ହେଉଛ । ଏବେ ସେବାରେ ଲାଗିଯାଅ । ତୁମମାନଙ୍କର ଆଉ ଯେପରି କେହି ମନେ ନ ପଡନ୍ତୁ, ନିଜେ ମରିଗଲେ ଦୁନିଆ ମରିଗଲା, ଏହିଭଳି ହେଲେ ଯାଇ ଉଚ୍ଚ ପଦ ପାଇପାରିବ । ତୁମମାନଙ୍କର ପୁରୁଷାର୍ଥ ହେଲା ନରରୁ ନାରାୟଣ ହେବା । ତେଣୁ ପାଦେ-ପାଦେ ବାବାଙ୍କର ନିର୍ଦ୍ଦେଶ ଅନୁସାରେ ଚାଲିବାକୁ ହେବ । କିନ୍ତୁ ଏଥିରେ ମଧ୍ୟ ସାହାସ ଦରକାର । କେବଳ କଥାରେ କହିବାର ନାହିଁ । ମୋହର ଆକର୍ଷଣ ମଧ୍ୟ କିଛି କମ୍ ନୁହେଁ, ତେଣୁ ନଷ୍ଟୋମୋହା ହେବାକୁ ପଡ଼ିବ । ମୋର ତ ଏକମାତ୍ର ଶିବବାବା, ଦ୍ୱିତୀୟ କେହି ନୁହେଁ । ଆମେମାନେ ତ ବାବାଙ୍କର ଶରଣ ନେଇଛୁ । ତେଣୁ ଆମେମାନେ କେବେ ବି କାହାକୁ ବିଷ ଦେଇପାରିବୁ ନାହିଁ ଅର୍ଥାତ୍ ବିକାରୀ ହେବୁ ନାହିଁ । ତୁମେମାନେ ଈଶ୍ୱରଙ୍କର ସନ୍ତାନ ହୋଇଛ, ତେଣୁ ମାୟା ତୁମମାନଙ୍କୁ ଛାଡ଼ିବ ନାହିଁ, ଖୁବ୍ ହଇରାଣ କରିବ । ଯେପରି ବୈଦ୍ୟମାନେ କହନ୍ତି - ଏହି ଔଷଧ ଖାଇବା ଦ୍ୱାରା ପ୍ରଥମେ ସବୁ ରୋଗ ବାହାରକୁ ବାହାରିବ । ତେଣୁ ଡ଼ରିବ ନାହିଁ । ଏହା ମଧ୍ୟ ସେହିପରି ଅଟେ । ମାୟା ଖୁବ୍ ହଇରାଣ କରିବ, ବାନପ୍ରସ୍ଥ ଅବସ୍ଥାରେ ମଧ୍ୟ ବିକାରର ସଙ୍କଳ୍ପ ଆସିବ, ମୋହ ଉତ୍ପନ୍ନ ହୋଇଯିବ । ବାବା ପୂର୍ବରୁ ହିଁ କହି ଦେଇଛନ୍ତି ଯେ ଏସବୁ ହେବ । ବଞ୍ଚିଥିବା ପର୍ଯ୍ୟନ୍ତ ମାୟାର ବକସିଙ୍ଗ୍ ଚାଲିଥିବ । ମାୟା ମଧ୍ୟ ବଳବାନ ହୋଇ ଲଢେଇ କରିବ, ତୁମକୁ ଛାଡ଼ିବ ନାହିଁ । ଏସବୁ ଡ୍ରାମାରେ ନିଧାର୍ଯ୍ୟ ହୋଇ ରହିଛି । ମୁଁ କ’ଣ ମାୟାକୁ କହିବି କି, ସଂକଳ୍ପ ବିକଳ୍ପ ଆଣ ନାହିଁ । ଅନେକ ପିଲା ବାବାଙ୍କୁ ପତ୍ର ଲେଖୁଛନ୍ତି, ବାବା କୃପା କର । ମୁଁ କ’ଣ କାହା ଉପରେ କୃପା କରିବି କି! ଏଠାରେ ତ ତୁମମାନଙ୍କୁ ଶ୍ରୀମତ ଅନୁସାରେ ଚାଲିବାକୁ ହେବ । ଯଦି ମୁଁ କୃପା କରିବି ତେବେ ତ ସମସ୍ତେ ମହାରାଜା ହୋଇଯିବେ । ଏହା ଡ଼୍ରାମାରେ ମଧ୍ୟ ନାହିଁ । ସବୁ ଧର୍ମାବଲମ୍ବୀମାନେ ଏଠାକୁ ଆସୁଛନ୍ତି । ଯେଉଁମାନେ ଅନ୍ୟ ଧର୍ମକୁ ସ୍ଥାନାନ୍ତରିତ ହୋଇଯାଇଥିବେ ସେମାନେ ମଧ୍ୟ ଏଠାକୁ ଚାଲି ଆସିବେ । ବର୍ତ୍ତମାନ ଏହି ଧର୍ମର ଚାରା ଲାଗୁଛି, ଏଥିରେ ବହୁତ ମେହନତ ରହିଛି । ତେବେ ନୂଆମାନଙ୍କୁ କେବଳ ଏତିକି କହିବାକୁ ହେବ ଯେ, ବାବାଙ୍କୁ ମନେ ପକାଅ । ଶିବ ଭଗବାନୁବାଚ, ଶ୍ରୀକୃଷ୍ଣ ଭଗବାନ ନୁହଁନ୍ତି । ସେ ତ ୮୪ ଜନ୍ମର ଚକ୍ରରେ ଆସୁଛନ୍ତି । ଏଠାରେ ଅନେକ ମତ, ଅନେକ କଥା ରହିଛି । କିନ୍ତୁ ଏହି କଥାକୁ ବୁଦ୍ଧିରେ ସମ୍ପୂର୍ଣ୍ଣ ରୂପେ ଧାରଣ କରିବାକୁ ହେବ । ଆମେମାନେ ପତିତ ଥିଲୁ । ଏବେ ବାବା ବୁଝାଉଛନ୍ତି, ତୁମେମାନେ ପବିତ୍ର କିପରି ହେବ? କଳ୍ପ ପୂର୍ବରୁ ମଧ୍ୟ କହିଥିଲି - ମୋତେ ମନେ ପକାଅ । ନିଜକୁ ଆତ୍ମା ନିଶ୍ଚୟ କରି ଦେହର ସବୁ ଧର୍ମକୁ ଛାଡ଼ି ଜୀଇଁ ଥାଉ ଥାଉ ମରିଯାଅ । କେବଳ ମୋତେ ମନେ ପକାଅ । ମୁଁ ଏବେ ସମସ୍ତଙ୍କର ସଦ୍‌ଗତି କରିବାକୁ ଆସିଛି । ଭାରତବାସୀ ହିଁ ସବୁଠାରୁ ଉଚ୍ଚ ହେଉଛନ୍ତି, ପୁଣି ୮୪ ଜନ୍ମ ନେଇ ତଳକୁ ଖସୁଛନ୍ତି । ତାଙ୍କୁ ପଚାର, ତୁମେ ଭାରତବାସୀ ହିଁ ଏହି ଦେବୀ-ଦେବତାମାନଙ୍କୁ ପୂଜା କରୁଛ ନା । ତେବେ ଏମାନେ କିଏ? ଏମାନେ ସ୍ୱର୍ଗର ମାଲିକ ଥିଲେ ନା । ଏବେ ସେମାନେ କେଉଁଠାରେ ଅଛନ୍ତି? ୮୪ ଜନ୍ମ କିଏ ନେଉଛନ୍ତି? ସତ୍ୟଯୁଗରେ ତ’ ଏହି ଦେବୀ-ଦେବତା ମାନେ ଥିଲେ । ଏବେ ପୁଣି ଏହି ମହାଭାରତ ଲଢେଇ ଦ୍ୱାରା ସମସ୍ତଙ୍କର ବିନାଶ ହେବ । ଏବେ ସମସ୍ତେ ପତିତ ତମୋପ୍ରଧାନ ହୋଇଯାଇଛନ୍ତି । ମୁଁ ମଧ୍ୟ ଏହାଙ୍କର ବହୁତ ଜନ୍ମର ଅନ୍ତିମ ସମୟରେ ହିଁ ଆସି ପ୍ରବେଶ କରୁଛି । ଇଏ ନିଷ୍ଠାବାନ୍ ଭକ୍ତ ଥିଲେ, ନାରାୟଣଙ୍କର ପୂଜା କରୁଥିଲେ । ମୁଁ ଏହାଙ୍କ ଶରୀରରେ ହିଁ ପ୍ରବେଶ କରି ପୁଣି ଏହାଙ୍କୁ ନାରାୟଣ କରୁଛି । ଏବେ ତୁମମାନଙ୍କୁ ମଧ୍ୟ ପୁରୁଷାର୍ଥ କରିବାକୁ ହେବ । ଏବେ ସେହି ଦୈବୀ ରାଜଧାନୀର ସ୍ଥାପନା ହେଉଛି । ମାଳା ତିଆରି ହେଉଛି ନା । ଉପରେ ରହିଛି ନିରାକାର ଫୁଲ, ପୁଣି ମେରୁ ଯୁଗଳ ଦାନା । ଶିବାବାବାଙ୍କ ତଳେ ଇଏ ଛିଡ଼ା ହୋଇଛନ୍ତି । ଜଗତପିତା ବ୍ରହ୍ମା ଏବଂ ଜଗତ୍ ଅମ୍ବା ସରସ୍ୱତୀ । ଏବେ ତୁମେମାନେ ଏହି ପୁରୁଷାର୍ଥ ଦ୍ୱାରା ବିଷ୍ଣୁପୁରୀର ମାଲିକ ହେଉଛ । ପ୍ରଜାମାନେ ମଧ୍ୟ କହିଥା’ନ୍ତି ନା - ଆମର ଭାରତ । ତୁମେମାନେ ମଧ୍ୟ ଜାଣୁଛ ଯେ, ଆମେ ବିଶ୍ୱର ମାଲିକ ଅଟୁ । ଆମମାନଙ୍କର ହିଁ ରାଜତ୍ୱ ଚାଲିବ ସେତେବେଳେ ଅନ୍ୟ କୌଣସି ଧର୍ମ ରହିବ ନାହିଁ । କିନ୍ତୁ ଏପରି କହିବେ ନାହିଁ - ଏହା ଆମର ରାଜ୍ୟ, ଏଠାରେ ଅନ୍ୟ କୌଣସି ରାଜତ୍ତ୍ୱ ନାହିଁ । ଏଠାରେ ବହୁତ ଧର୍ମ ରହିଛି ତେଣୁ ଆମର ତୁମର ବୋଲି କହୁଛନ୍ତି । ସେଠାରେ ଏଭଳି କଥା ରହିବ ନାହିଁ । ବାବା ଏବେ ବୁଝାଉଛନ୍ତି - ପିଲାମାନେ, ଆଉ ସବୁ କଥା ଛାଡ଼ି ମୋତେ ମନେପକାଅ ତେବେ ବିକର୍ମ ବିନାଶ ହେବ । ଏପରି ନୁହେଁ ଯେ, କେହି ତୁମ ସମ୍ମୁଖରେ ବସି ଯୋଗ କରାଇ ଦୃଷ୍ଟି ଦେବେ । ବାବା ତ କହୁଛନ୍ତି ଚାଲିବା-ବୁଲିବା ସମୟରେ ମଧ୍ୟ ବାବାଙ୍କୁ ମନେପକାଅ । ନିଜର ଚାର୍ଟ ରଖ - ସାରା ଦିନ ଭିତରେ କେତେ ସମୟ ମୁଁ ବାବାଙ୍କୁ ମନେ ପକାଇଲି? ସକାଳୁ ଉଠି କେତେ ସମୟ ବାବାଙ୍କ ସହିତ କଥାବାର୍ତ୍ତା ହେଲି? ଆଜି ବାବାଙ୍କୁ କେତେ ମନେ ପକାଇଲି? ଏହିପରି ନିଜେ ନିଜେ ମେହେନତ କରିବାକୁ ହେବ । ବୁଦ୍ଧିରେ ତ’ ଜ୍ଞାନ ଅଛି ତେଣୁ ଅନ୍ୟମାନଙ୍କୁ ମଧ୍ୟ ବୁଝାଇବାକୁ ହେବ । ଏକଥା କାହା ବୁଦ୍ଧିରେ ଆସୁନାହିଁ ଯେ, କାମ ବିକାର ମହାଶତ୍ରୁ ଅଟେ । ୨-୪ ବର୍ଷ ଏହି ଜ୍ଞାନମାର୍ଗରେ ରହି ପୁଣି ଯଦି ମାୟାର ଚାପୁଡା ଜୋରରେ ଲାଗିଯାଉଛି, ତେବେ ତଳକୁ ଖସି ପଡ଼ୁଛନ୍ତି । ପୁଣି ଲେଖୁଛନ୍ତି ବାବା ମୁଁ କଳା ମୁହଁ କରିଦେଲି । ବାବା ଲେଖୁଛନ୍ତି ଯଦି କଳା ମୁହଁ କରିଲ ତେବେ ୧୨ ମାସ ପର୍ଯ୍ୟନ୍ତ ଏଠାକୁ ଆସିବା ଦରକାର ନାହିଁ । ତୁମେ ବାବାଙ୍କ ସହିତ ପ୍ରତିଜ୍ଞା କରି ତଥାପି ଯଦି ବିକାରୀ ହେଲ, ତେବେ ମୋ ପାଖକୁ କେବେ ଆସିବ ନାହିଁ । ଏହା ବହୁତ ଉଚ୍ଚ ଲକ୍ଷ୍ୟ ଅଟେ । ବାବା ପତିତରୁ ପାବନ କରିବା ପାଇଁ ହିଁ ଆସିଛନ୍ତି । ଏପରି ବହୁତ ସନ୍ତାନ ଅଛନ୍ତି ଯେଉଁମାନେ ବିବାହ କରି ମଧ୍ୟ ପବିତ୍ର ରହୁଛନ୍ତି । ହଁ, ଯଦି ବିବାହ କରିବା ପାଇଁ କୌଣସି କନ୍ୟାକୁ ମାଡ ଖାଇବାକୁ ପଡୁଛି ତେବେ ତାଙ୍କୁ ବଞ୍ଚାଇବା ନିମନ୍ତେ ଗନ୍ଧର୍ବ ବିବାହ କରି ପବିତ୍ର ରହୁଛନ୍ତି । କିନ୍ତୁ ଏଥିରେ ମଧ୍ୟ ଅନେକଙ୍କୁ ମାୟା ନାକରୁ ଧରି ପକାଉଛି ଅର୍ଥାତ୍ ମାୟାର ଯୁଦ୍ଧରେ ହାରିଯାଉଛନ୍ତି । ବହୁତ ସ୍ତ୍ରୀମାନେ ମଧ୍ୟ ହାରିଯାଉଛନ୍ତି । ବାବା ସେମାନଙ୍କୁ କହୁଛନ୍ତି ତୁମେ ତ ସୂପର୍ଣ୍ଣଖା ଅଟ । ଏହି ସବୁ ନାମ ବର୍ତ୍ତମାନ ସମୟର ଅଟେ । ଏଠାରେ ବାବା କୌଣସି ବିକାରୀକୁ ବସିବାକୁ ମଧ୍ୟ ଦେବେ ନାହିଁ । ପାଦେ-ପାଦେ ବାବାଙ୍କଠାରୁ ରାୟ ନେବାକୁ ପଡ଼ିବ । ସମର୍ପଣ ହୋଇ ଗଲେ ବାବା କହିବେ ଏବେ ଟ୍ରଷ୍ଟୀ ଅର୍ଥାତ୍ ନିମିତ୍ତ ହୁଅ । ବାବାଙ୍କର ମତ ଅନୁସାରେ ଚାଲ । ଯଦି ଆୟ-ବ୍ୟୟର ହିସାବ ବାବାଙ୍କୁ ଜଣାଇବ ତେବେ ବାବା ଠିକ୍ ମତ ଦେବେ । ଏହା ବହୁତ ବୁଝିବାର କଥା । ତୁମେ ଯଦିଓ ଭୋଗ ଲଗାଉଛ କିନ୍ତୁ ମୁଁ ଖାଉନାହିଁ, ମୁଁ ତ’ ଦାତା ଅଟେ । ଆଚ୍ଛା!

ମିଠା ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ରାତ୍ରି କ୍ଲାସ— ୧୫-୦୬-୬୮

ଯାହା ଅତୀତ ହୋଇଗଲାଣି ତାକୁ ପୁନର୍ବାର ଆଲୋଚନା କରିବା ଦ୍ୱାରା ଯେଉଁମାନେ ଦୁର୍ବଳମନା, ସେମାନଙ୍କ ମନର ଦୁର୍ବଳତା ମଧ୍ୟ ରିଭାଇଜ ହୋଇଯିବ, ସେଥିପାଇଁ ପିଲାମାନଙ୍କୁ ଡ୍ରାମାର ଜ୍ଞାନ ଉପରେ ସ୍ଥିତ କରାଯାଇଛି । ମୁଖ୍ୟ ଫାଇଦା ହେଲା ବାବାଙ୍କୁ ମନେ ପକାଇବା । ତୁମେମାନେ ଯୋଗବଳ ଦ୍ୱାରା ଦୀର୍ଘାୟୁ ହେବ । ପିଲାମାନେ ଯଦି ଡ୍ରାମାକୁ ବୁଝିଗଲେ ତେବେ କେବେ ବି କୌଣସି ଖିଆଲ ଆସିବ ନାହିଁ । ଡ୍ରାମା ଅନୁସାରେ ଏବେ ଜ୍ଞାନ ଶିଖିବା ଏବଂ ଶିଖାଇବା ଚାଲିଛି । ପୁଣି ପାର୍ଟ ବନ୍ଦ ହୋଇଯିବ । ନା ବାବାଙ୍କର, ନା ଆମର ପାର୍ଟ ରହିବ । ନା ତାଙ୍କର ଦେବାର ପାର୍ଟ, ନା ଆମର ନେବାର ପାର୍ଟ ରହିବ । ତେଣୁ ଏଭଳି ହୋଇଯିବା ନା । ଆମମାନଙ୍କର ନୂଆ ଦୁନିଆରେ ପାର୍ଟ ଚାଲିବ । ବାବାଙ୍କର ପାର୍ଟ ଶାନ୍ତିଧାମରେ ହେବ । ସମସ୍ତଙ୍କର ପାର୍ଟର ରିଲ୍ ଭରି ହୋଇ ରହିଛି ନା । ଆମର ପ୍ରାରବ୍ଧର ପାର୍ଟ, ବାବାଙ୍କର ଶାନ୍ତିଧାମର ପାର୍ଟ । ଦେବା ଏବଂ ନେବାର ପାର୍ଟ ପୂରା ହେଲା ଅର୍ଥାତ୍ ଡ୍ରାମା ହିଁ ପୂରା ହୋଇଗଲା । ପୁଣି ଆମେମାନେ ରାଜ୍ୟ କରିବାକୁ ଆସିବୁ, ସେ ପାର୍ଟ ପରିବର୍ତ୍ତନ ହୋଇଯିବ । ଜ୍ଞାନ ବନ୍ଦ ହୋଇଯିବ, ଆମେମାନେ ଦେବୀ-ଦେବତା ହୋଇଯିବା । ପାର୍ଟ ହିଁ ପୂରା ହୋଇଯିବ ବାକି ଫରକ ହିଁ ରହିବ ନାହିଁ । ସନ୍ତାନ ଏବଂ ପିତାଙ୍କର ମଧ୍ୟ ପାର୍ଟ ରହିବ ନାହିଁ । ଇଏ ମଧ୍ୟ ଜ୍ଞାନକୁ ସମ୍ପୂର୍ଣ୍ଣ ଗ୍ରହଣ କରିନେଉଛନ୍ତି । ତାଙ୍କ ପାଖରେ ମଧ୍ୟ କିଛି ରହିବ ନାହିଁ । ନା ଦେଲାବାଲା ପାଖରେ ରହିବ, ନା ନେଲାବାଲାଙ୍କର ଅଭାବ ରହିବ, ତେଣୁ ଉଭୟ ସମାନ ହୋଇଗଲେ । ଏସବୁ କଥାର ବିଚାର ସାଗର ମନ୍ଥନ କରିବା ପାଇଁ ବୁଦ୍ଧି ଦରକାର । ତେବେ ଯୋଗର ଯାତ୍ରା ହିଁ ମୁଖ୍ୟ ପୁରୁଷାର୍ଥ ଅଟେ । ବାବା ବସି ବୁଝାଉଛନ୍ତି । ମୁଁ ତୁମମାନଙ୍କୁ ମୋଟା ରୂପରେ ବୁଝାଉଛି, କିନ୍ତୁ ସୂକ୍ଷ୍ମ କଥା ତ ବୁଦ୍ଧିରେ ଅଛି ନା । ଭିତରେ ଜାଣିଛନ୍ତି ଯେ, ଶିବବାବାଙ୍କର ରୂପ କ’ଣ । ତେବେ ବୁଝାଇବାରେ ମୋଟା ରୂପ ହୋଇ ଯାଉଛି । ଭକ୍ତିମାର୍ଗରେ ବଡ ଲିଙ୍ଗର ଆକୃତି ତିଆରି କରୁଛନ୍ତି । କିନ୍ତୁ ଆତ୍ମା ତ ବହୁତ ଛୋଟ ନା । ଏହା ହେଉଛି ପ୍ରକୃତି । ତେଣୁ ଏହାର ଅନ୍ତ କିଏବା କାହିଁକି ପାଇପାରିବ? ତେଣୁ ବେଅନ୍ତ ବୋଲି କହିଦେଉଛନ୍ତି । ବାବା ବୁଝାଉଛନ୍ତି ସମସ୍ତ ପାର୍ଟ ଆତ୍ମାରେ ଭରି ହୋଇ ରହିଛି । ଏହା ହେଉଛି ପ୍ରାକୃତିକ । ଏହାର ଅନ୍ତ ପାଇ ପାରିବେ ନାହିଁ । ସୃଷ୍ଟିଚକ୍ରର ଅନ୍ତକୁ ତ ପାଇ ଯାଉଛନ୍ତି । ସୃଷ୍ଟିର ରଚୟିତା ଏବଂ ରଚନାର ଆଦି-ମଧ୍ୟ-ଅନ୍ତକୁ ତୁମେମାନେ ହିଁ ଜାଣିଛ । ବାବା ହେଉଛନ୍ତି ନଲେଜଫୁଲ ଅର୍ଥାତ୍ ଜ୍ଞାନର ସାଗର । ତାଙ୍କ ଭଳି ଆମେମାନେ ମଧ୍ୟ ଜ୍ଞାନରେ ପରିପୂର୍ଣ୍ଣ ହୋଇଯିବା । ପାଇବା ପାଇଁ ଆଉ କିଛି ବାକି ରହିବ ନାହିଁ । ବାବା ଏହାଙ୍କ ଶରୀରରେ ପ୍ରବେଶ କରି ଆମମାନଙ୍କୁ ପାଠ ପଢାଉଛନ୍ତି । ସେ ହେଉଛନ୍ତି ବିନ୍ଦୁ । ଆତ୍ମା ଅଥବା ପରମାତ୍ମାଙ୍କ ସାକ୍ଷାତ୍‌କାର ଦ୍ୱାରା ଖୁସି ମିଳି ନ ଥାଏ । ମେହନତ କରି ବାବାଙ୍କୁ ସ୍ମରଣ କଲେ ଯାଇ ବିକର୍ମ ବିନାଶ ହେବ । ବାବା କହୁଛନ୍ତି ମୋ ଭିତରେ ଜ୍ଞାନ ବନ୍ଦ ହୋଇଗଲେ ତୁମ ଭିତରେ ମଧ୍ୟ ବନ୍ଦ ହୋଇଯିବ । ତୁମେମାନେ ଜ୍ଞାନକୁ ଧାରଣ କରି ଶ୍ରେଷ୍ଠ ହୋଇଯାଉଛ । ପିଲାମାନେ ବାବାଙ୍କଠାରୁ ସବୁ ଜ୍ଞାନକୁ ଧାରଣ କରିନେଇଛନ୍ତି, ତଥାପି ପିତା ତ ପିତା ହିଁ ଅଟନ୍ତି ନା । ତୁମେ ଆତ୍ମାମାନେ ମଧ୍ୟ ଆତ୍ମା ହୋଇ ରହିବ, ପିତା ତ ହୋଇପାରିବ ନାହିଁ । ଏହା ତ ଜ୍ଞାନ ଅଟେ । ବାବା ବାବା ଅଟନ୍ତି ଏବଂ ସନ୍ତାନମାନେ ତ ସନ୍ତାନ ହିଁ ଅଟନ୍ତି । ଏହିସବୁ କଥା ଉପରେ ବିଚାର ସାଗର ମନ୍ଥନ କରି ଗଭୀରତାକୁ ଯିବା ଉଚିତ୍ । ତୁମେମାନେ ଏକଥା ମଧ୍ୟ ଜାଣିଛ ଯେ ସମସ୍ତଙ୍କୁ ତ ଘରକୁ ଯିବାକୁ ହେବ । ସମସ୍ତେ ଯିବେ, ସାରା ଦୁନିଆ ହିଁ ସମାପ୍ତ ହୋଇଯିବ । ଏଥିରେ ନିର୍ଭୟ ରହିବାକୁ ହେବ । ତେବେ ନିର୍ଭୟ ହୋଇ ରହିବା ପାଇଁ ପୁରୁଷାର୍ଥ କରିବାକୁ ହେବ । ଶରୀର ଆଦିର ଅଭିମାନ ମଧ୍ୟ ଯେପରି ନ ଆସୁ । ସେହିଭଳି ଅବସ୍ଥାକୁ ଯିବାକୁ ହେବ । ବାବା ତୁମମାନଙ୍କୁ ନିଜ ସମାନ କରୁଛନ୍ତି ତେଣୁ ତୁମେମାନେ ମଧ୍ୟ ଅନ୍ୟମାନଙ୍କୁ ନିଜ ସମାନ କରିଚାଲିଛ । ଏକମାତ୍ର ବାବାଙ୍କର ହିଁ ସ୍ମୃତିରେ ରହିବାର ପୁରୁଷାର୍ଥ କରିବାକୁ ହେବ । ଏବେ ତ ସମୟ ଅଛି । ଏହି ଅଭ୍ୟାସକୁ ଆହୁରି ଅଧିକ ତୀବ୍ର କରିବାକୁ ହେବ । ଅଭ୍ୟାସ ନ ଥିଲେ ଅଟକିଯିବ । ଗୋଡ ଥରିବାକୁ ଲାଗିବ ଏବଂ ଅଚାନକ ହୃଦଘାତ ହୋଇଯିବ । ତମୋପ୍ରଧାନ ଶରୀରକୁ ହୃଦଘାତ ହେବାରେ କଣ ଡେରି ଲାଗିବ କି! ଯେତେ ଅଶରୀରୀ ହୋଇ ବାବାଙ୍କୁ ସ୍ମରଣ କରିବ ସେତେ ନିକଟତ୍ତର ହେବାକୁ ଲାଗିବ । ଯୋଗୀମାନେ ହିଁ ନିର୍ଭୟ ରହିବେ । ଯୋଗ ଦ୍ୱାରା ଶକ୍ତି, ଜ୍ଞାନ ଦ୍ୱାରା ଧନ ମିଳିଥାଏ । ପିଲାମାନଙ୍କର ଶକ୍ତି ଆବଶ୍ୟକ । ତେଣୁ ଶକ୍ତି ପାଇବା ପାଇଁ ବାବାଙ୍କୁ ମନେ ପକାଅ । ବାବା ହେଉଛନ୍ତି ଅବିନାଶୀ ସର୍ଜନ । ସେ କେବେ ରୋଗୀ ହୋଇପାରିବେ ନାହିଁ । ଏବେ ବାବା କହୁଛନ୍ତି ତୁମେମାନେ ଏହି ଅବିନାଶୀ ଔଷଧ ଖାଅ । ମୁଁ ଏବେ ଏପରି ସଞ୍ଜିବନୀ ବୁଟୀ ଦେଉଛି ଯାହାକି କେବେ କେହି ରୋଗରେ ପଡିବେ ନାହିଁ । କେବଳ ପତିତ-ପାବନ ବାବାଙ୍କୁ ସ୍ମରଣ କରିଲେ ପାବନ ହୋଇଯିବ । ଦେବତାମାନେ ସର୍ବଦା ନିରୋଗୀ ପାବନ ଥା’ନ୍ତି ନା । ପିଲାମାନଙ୍କର ଏହି ନିଶ୍ଚୟ ହୋଇଯାଉଛି ଯେ, ଆମେ କଳ୍ପ-କଳ୍ପ ବର୍ସା ପାଉଛୁ । ବାବା ଏହିଭଳି ଅଗଣିତ ଥର ଆସିଛନ୍ତି ଯେପରି ବର୍ତ୍ତମାନ ଆସିଛନ୍ତି । ବାବା ଯାହା ଶିଖାଉଛନ୍ତି ଏବଂ ବୁଝାଉଛନ୍ତି ତାହା ହିଁ ରାଜଯୋଗ ଅଟେ । ସେହି ଗୀତା ଆଦି ହେଉଛି ସବୁ ଭକ୍ତିମାର୍ଗର । ଏହି ଜ୍ଞାନ ମାର୍ଗ ବାବା ହିଁ ଦେଖାଉଛନ୍ତି । ବାବା ହିଁ ଆସି ତଳୁ ଉପରକୁ ଉଠାଉଛନ୍ତି । ତେବେ ପକ୍କା ନିଶ୍ଚୟ ବୁଦ୍ଧି ହିଁ ମାଳାର ଦାନା ହେବେ । ପିଲାମାନେ ଜାଣିଛନ୍ତି ଭକ୍ତି କରି-କରି ଆମେ ତଳକୁ ଖସି ଆସିଛୁ । ଏବେ ବାବା ଆସି ପ୍ରକୃତ ରୋଜଗାର କରାଉଛନ୍ତି । ଲୌକିକ ପିତା ଏତେ ରୋଜଗାର କରାଉ ନାହାଁନ୍ତି ଯେତିକି ପାରଲୌକିକ ପିତା କରାଉଛନ୍ତି । ଆଚ୍ଛା - ପିଲାମାନଙ୍କୁ ଗୁଡ୍ ନାଇଟ୍ ଏବଂ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ମାୟା ବଳବାନ ରୂପରେ ସମ୍ମୁଖକୁ ଆସିବ କିନ୍ତୁ ତାକୁ ଡରିବାର ନାହିଁ । ମାୟାଜିତ୍ ହେବାକୁ ହିଁ ପଡିବ । ପାଦେ-ପାଦେ ଶ୍ରୀମତରେ ଚାଲି ନିଜ ଉପରେ ନିଜେ କୃପା କରିବାକୁ ହେବ ।

(୨) ସଚ୍ଚୋଟ ଭାବରେ ବାବାଙ୍କୁ ନିଜର ହିସାବ ବତାଇବାକୁ ହେବ । ଟ୍ରଷ୍ଟି ହୋଇ ରହିବାକୁ ପଡିବ । ଚାଲିବା ବୁଲିବା ସମୟରେ ଯୋଗରେ ରହିବାର ଅଭ୍ୟାସ କରିବାକୁ ହେବ ।

ବରଦାନ:-
ଆତ୍ମିକ ଗୋଲାପ ଫୁଲ ହୋଇ ଦୂର-ଦୂରାନ୍ତ ପର୍ଯ୍ୟନ୍ତ ଆତ୍ମିକ ସୁଗନ୍ଧ ବିଚ୍ଛୁରିତ କରୁଥିବା ଆତ୍ମିକ ସେବାଧାରୀ ହୁଅ ।

ଆତ୍ମ-ଅଭିମାନୀ ସ୍ଥିତିର ସୁଗନ୍ଧଯୁକ୍ତ ଆତ୍ମା ନିଜର ମନର ବୃତ୍ତି ଦ୍ୱାରା ଆତ୍ମ-ଅଭିମାନୀ ସ୍ଥିତିର ସୁଗନ୍ଧ ଦୂର-ଦୂରାନ୍ତ ପର୍ଯ୍ୟନ୍ତ ବିଚ୍ଛୁରିତ କରିଥାଆନ୍ତି । ସେମାନଙ୍କ ଦୃଷ୍ଟିରେ ସର୍ବଦା ସୁପ୍ରିମ ରୁହ ଅର୍ଥାତ୍ ପରମଆତ୍ମା ସମାହିତ ହୋଇ ରହିଥାଆନ୍ତି । ସେମାନେ ସର୍ବଦା ଆତ୍ମାକୁ ଦେଖିଥାଆନ୍ତି ଏବଂ ଆତ୍ମା ସହିତ ହିଁ କଥାବାର୍ତ୍ତା କରିଥାଆନ୍ତି । ମୁଁ ଆତ୍ମା ଅଟେ, ସର୍ବଦା ପରମ ଆତ୍ମାଙ୍କର ଛତ୍ରଛାୟା ତଳେ ରହୁଛି ଏବଂ ମୋ’ର ନିର୍ଦ୍ଦେଶକର୍ତ୍ତା ସ୍ୱୟଂ ପରମ ଆତ୍ମା ଅଟନ୍ତି, ଏହିଭଳି ପ୍ରତି ମୂହୁର୍ତ୍ତରେ ହଜୁର ବାବାଙ୍କୁ ହାଜିର ଅର୍ଥାତ୍ ସଂଗରେ ରହିବାର ଅନୁଭବ କରୁଥିବା ଆତ୍ମାମାନେ ସର୍ବଦା ଆତ୍ମିକ ସୁଗନ୍ଧ ବିଚ୍ଛୁରିତ କରିବାରେ ଅବିନାଶୀ ଏବଂ ଏକରସ ରହିଥାଆନ୍ତି । ଏହା ହିଁ ହେଉଛି ଆତ୍ମିକ ସେବାଧାରୀଙ୍କର ନମ୍ବରୱାନ ବିଶେଷତା ।

ସ୍ଲୋଗାନ:-
ନିର୍ବିଘ୍ନ ହୋଇ ସେବା କ୍ଷେତ୍ରରେ ଆଗ ନମ୍ବରରେ ରହିବା ଅର୍ଥ ନମ୍ବରୱାନ ଭାଗ୍ୟଶାଳୀ ସେବା ।

ଅବ୍ୟକ୍ତ ଈଶାରା:- ଏହି ଅବ୍ୟକ୍ତି ମାସରେ ବନ୍ଧନମୁକ୍ତ ହୋଇ ଜୀବନମୁକ୍ତ ସ୍ଥିତିର ଅନୁଭବ କର ।

ବ୍ରାହ୍ମଣ ଜୀବନରେ ଦେହର ବନ୍ଧନ, ସମ୍ବନ୍ଧର ବନ୍ଧନ, ସାଧନଗୁଡିକର ବନ୍ଧନ - ସବୁକିଛି ସମାପ୍ତ ହୋଇଯାଇଛି ନା! ଆଉ କୌଣସି ବନ୍ଧନ ନାହିଁ, କାହିଁକି ନା ବନ୍ଧନଗୁଡିକ ଆତ୍ମାକୁ ନିଜର ଅଧୀନ କରିଥାଏ କିନ୍ତୁ ସମ୍ବନ୍ଧ ସ୍ନେହର ସହଯୋଗ ଦେଇଥାଏ । ତେଣୁ ଦେହର ସମ୍ବନ୍ଧୀମାନଙ୍କ ସହିତ ଶରୀର ହିସାବରେ କୌଣସି ସମ୍ବନ୍ଧ ନାହିଁ କିନ୍ତୁ ଆତ୍ମା ହିସାବରେ ସମ୍ବନ୍ଧ ରଖିଛ । ଏହିଭଳି ବ୍ରାହ୍ମଣ ଆତ୍ମା ହିଁ ଜୀବନମୁକ୍ତ ଅଟନ୍ତି ।