14.05.26          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ: - ବାବା ଯେପରି ପ୍ରେମର ସାଗର ଅଟନ୍ତି, ତାଙ୍କ ଭଳି ପ୍ରେମ ଦୁନିଆରେ କେହି ବି କରିପାରିବେ ନାହିଁ, ସେହିପରି ତୁମେ ପିଲାମାନେ ମଧ୍ୟ ପିତାଙ୍କ ସମାନ ହୁଅ, କାହାକୁ ବି ନାରାଜ କର ନାହିଁ ।”

ପ୍ରଶ୍ନ:-
କେଉଁ ପ୍ରକାରର ବିଚାର ଚାଲୁଥିଲେ ଖୁସିର ନିଶା ସଦା ସର୍ବଦା ଚଢି ରହିଥିବ?

ଉତ୍ତର:-
ବର୍ତ୍ତମାନ ଆମେ ଜ୍ଞାନରତ୍ନ ଦ୍ୱାରା ନିଜର ଝୁଲା ଭରପୁର କରୁଛୁ, ଏହାପରେ ଏହି ସବୁ ଖଣି ଗୁଡିକ ମଧ୍ୟ ଭରପୁର ହୋଇଯିବ । ସତ୍ୟଯୁଗରେ ଆମେ ସୁନାର ମହଲ ତିଆରି କରିବୁ । (୨) ଆମର ଏହି ବ୍ରାହ୍ମଣ କୁଳ ସବୁଠାରୁ ଉତ୍ତମ କୁଳ ଅଟେ, ଆମେ ସଚ୍ଚା ସଚ୍ଚା ସତ୍ୟନାରାୟଣଙ୍କର କଥା ବା ଅମରକଥା ଶୁଣୁଛୁ ଏବଂ ଅନ୍ୟମାନଙ୍କୁ ଶୁଣାଉଛୁ.... ଏହିଭଳି ଚିନ୍ତନ ଚାଲୁଥିଲେ ଖୁସିର ନିଶା ଚଢି ରହିବ ।

ଓମ୍ ଶାନ୍ତି ।
ପିଲାମାନେ ବାବାଙ୍କର ସ୍ମୃତିରେ ବସିଛନ୍ତି, ଏହି ହିଁ ଶ୍ରୀମତ ଅର୍ଥାତ୍ ଶ୍ରେଷ୍ଠରୁ ଶ୍ରେଷ୍ଠ ମତ ମିଳୁଛି । ସ୍ମୃତିର ଯାତ୍ରା ବହୁତ ସୁଖଦାୟୀ ଅଟେ । ପିଲାମାନେ ପୁରୁଷାର୍ଥର କ୍ରମାନୁସାରେ ଜାଣିଛନ୍ତି ଯେ ବାବାଙ୍କୁ ଯେତେ ମନେ ପକାଇବା ବାବା ସେତେ ପ୍ରେମମୟ ଅନୁଭବ ହେବେ । ବାବା ସାକାରିନ୍ ସଦୃଶ ଅଟନ୍ତି ନା । ଏକମାତ୍ର ବାବା ହିଁ ସ୍ନେହ କରୁଛନ୍ତି ବାକି ତ ସମସ୍ତେ ତିରସ୍କାର କରୁଛନ୍ତି । ସାରା ଦୁନିଆରେ ଜଣେ ଅନ୍ୟ ଜଣଙ୍କ ହୃଦୟରୁ ଦୂରେଇବାରେ ଲାଗିଛନ୍ତି । ବାବା ସ୍ନେହ କରୁଛନ୍ତି, ତାଙ୍କୁ କେବଳ ତୁମେ ସନ୍ତାନମାନେ ହିଁ ଜାଣିଛ । ବାବା କହୁଛନ୍ତି - ମୁଁ ଯେମିତି, ଯେପରି ଅଟେ, କେତେ ବଡ ଅଟେ, ତାଙ୍କୁ କୁହ ତୁମର ବାବା କେତେ ବଡ ଅଟନ୍ତି? ତେବେ କହିଥାନ୍ତି ବାବା ବିନ୍ଦୁ ସଦୃଶ ଅଟନ୍ତି । ଏ କଥା ଆଉ କେହି ତ ଜାଣି ନାହାଁନ୍ତି । ପିଲାମାନେ ମଧ୍ୟ ଘଡି ଘଡି ଭୁଲିଯାଉଛନ୍ତି । କହିଥାନ୍ତି ଯେ ଭକ୍ତିମାର୍ଗରେ ତ ବଡ-ବଡ ଚିତ୍ରର ପୂଜା କରୁଥିଲୁ । ଏବେ ବିନ୍ଦୁକୁ କିପରି ମନେ ପକାଇବୁ? ବିନ୍ଦୁ, ବିନ୍ଦୁକୁ ହିଁ ମନେ ପକାଇବ ନା । ଆତ୍ମା ଜାଣିଛି ଯେ ଆମେ ବିନ୍ଦୁ ଅଟୁ । ଆମର ବାବା ମଧ୍ୟ ଏହିପରି ଅଟନ୍ତି । ଆତ୍ମା ହିଁ ରାଷ୍ଟ୍ରପତି, ଆତ୍ମା ହିଁ ଚାକର ଆଦି ହୋଇଥାଏ । ଆତ୍ମା ହିଁ ଅଭିନୟ କରିଥାଏ । ବାବା ସବୁଠାରୁ ସୁଇଟ୍ ଅର୍ଥାତ୍ ମଧୁମୟ ଅଟନ୍ତି । ସମସ୍ତେ ତାଙ୍କୁ ମନେ ପକାଉଛନ୍ତି ଯେ ହେ ପତିତ-ପାବନ, ଦୁଃଖହର୍ତ୍ତା ସୁଖକର୍ତ୍ତା ଆସ । ଏବେ ତୁମ ସନ୍ତାନମାନଙ୍କର ଏହି ନିଶ୍ଚୟ ରହିଛି ଯେ ଆମେ ଯାହାକୁ ବିନ୍ଦୁ ବୋଲି କହୁଛୁ, ସେ ବହୁତ ସୂକ୍ଷ୍ମ ଅଟନ୍ତି କିନ୍ତୁ ତାଙ୍କର ମହିମା କେତେ ଶ୍ରେଷ୍ଠ । ଯଦିଓ ତାଙ୍କର ମହିମାର ଗାୟନ କରୁଛନ୍ତି ସେ ଜ୍ଞାନର ସାଗର, ଶାନ୍ତିର ସାଗର ଅଟନ୍ତି, କିନ୍ତୁ ବୁଝୁନାହାଁନ୍ତି କି ସେ କିପରି ଆସି ସୁଖ ଦେଉଛନ୍ତି । ମଧୁର ସନ୍ତାନମାନେ ପ୍ରତ୍ୟେକେ ଜାଣିଛନ୍ତି ଯେ - କିଏ କିଏ କେତେ ପର୍ଯ୍ୟନ୍ତ ଶ୍ରୀମତ ପାଳନ କରୁଛନ୍ତି । ସେବା କରିବା ପାଇଁ ଶ୍ରୀମତ ମିଳୁଛି । ଏଠାରେ ବହୁତ ମନୁଷ୍ୟ ବେମାର ଅଟନ୍ତି । ଅନେକ ସୁସ୍ଥ ମନୁଷ୍ୟ ମଧ୍ୟ ଅଛନ୍ତି । ଭାରତବାସୀ ଜାଣିଛନ୍ତି ଯେ ସତ୍ୟଯୁଗରେ ଆୟୁଷ ବହୁତ ବଡ ପ୍ରାୟତଃ ୧୨୫-୧୫୦ ବର୍ଷ ଥିଲା । ସେଠାରେ ପ୍ରତ୍ୟେକ ନିଜ ନିଜର ସମ୍ପୂର୍ଣ୍ଣ ଆୟୁ ଭୋଗ କରିବେ । ଏହା ତ ବିଲ୍‌କୁଲ୍ ବିକାରୀ ଦୁନିଆ ଅଟେ, ଯାହା ଆଉ ଅଳ୍ପ ସମୟ ରହିଛି ।

ମନୁଷ୍ୟମାନେ ବର୍ତ୍ତମାନ ମଧ୍ୟ ବହୁତ ବଡ-ବଡ ଧର୍ମଶାଳାମାନ ଆଦି ତିଆରି କରୁଛନ୍ତି । ଜାଣିନାହାଁନ୍ତି ଯେ ଆଉ ବାକି କେତେ ସମୟ ରହିଛି । ମନ୍ଦିର ଆଦି ତିଆରି କରି, ଲକ୍ଷ-ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି । ସେଗୁଡିକ ଆୟୁଷ ଆଉ କେତେ ସମୟ ଥିବ? ତୁମେ ଜାଣିଛ ଯେ ଏସବୁ ତ ବହୁତ କମ୍ ସମୟ ମଧ୍ୟରେ ନଷ୍ଟ ହୋଇଯିବ । ବାବା ତୁମକୁ ଘର ଆଦି ତିଆରି କରିବା ପାଇଁ କେବେହେଲେ ମନା କରୁନାହାଁନ୍ତି । ତୁମେ ନିଜ ଘରେ ଗୋଟିଏ ବଖରାରେ ଡାକ୍ତରଖାନା ସହିତ ବିଶ୍ୱ ବିଦ୍ୟାଳୟ ତିଆରି କର । ଏହି ଜ୍ଞାନ ଦ୍ୱାରା ବିନା ଖର୍ଚ୍ଚରେ ସ୍ୱାସ୍ଥ୍ୟ, ସମ୍ପତ୍ତି, ଖୁସି ୨୧ ଜନ୍ମ ପାଇଁ ନେବାକୁ ହେବ । ଏକଥା ମଧ୍ୟ ବୁଝାଇଛନ୍ତି ଯେ - ତୁମକୁ ବହୁତ ସୁଖ ମିଳୁଛି । ଯେତେବେଳେ ତମୋପ୍ରଧାନ ହେଲେ ସେତେବେଳେ ଅଧିକ ଦୁଃଖ ଭୋଗ କଲେ । ଯେତେ ଅଧିକ ତମୋପ୍ରଧାନ ହୋଇ ଚାଲିବେ, ଦୁନିଆରେ ସେତେ ଦୁଃଖ-ଅଶାନ୍ତି ବଢି ଚାଲିବ । ମନୁଷ୍ୟମାନେ ବହୁତ ଦୁଃଖୀ ହୋଇଯିବେ । ଏହା ପରେ ହିଁ ଜୟଜୟକାର ହେବ । ତୁମେ ସନ୍ତାନମାନେ ଦିବ୍ୟଦୃଷ୍ଟି ଦ୍ୱାରା ଯେଉଁ ବିନାଶ ଦେଖିଛ ତାହା ପୁଣି ବାସ୍ତବରେ ଦେଖିବ । ଅନେକ ସନ୍ତାନମାନେ ମଧ୍ୟ ସ୍ଥାପନାର ସାକ୍ଷାତ୍କାର କରିଛନ୍ତି । ଛୋଟ ଛୋଟ କନ୍ୟାମାନେ ବହୁତ ସାକ୍ଷାତ୍କାର କରୁଥିଲେ । ତାଙ୍କର କିଛି ହେଲେ ଜ୍ଞାନ ନ ଥିଲା । ପୁରୁଣା ଦୁନିଆର ବିନାଶ ମଧ୍ୟ ନିଶ୍ଚିତ ହେବ । ତୁମେ ପିଲାମାନେ ଜାଣିଛ - ବାବା ହିଁ ଆସି ସ୍ୱର୍ଗର ସମ୍ପତ୍ତି ଦେଉଛନ୍ତି । ଉଚ୍ଚ ପଦ ପାଇବା ପାଇଁ ପିଲାମାନଙ୍କୁ ପୁରୁଷାର୍ଥ କରିବାକୁ ହେବ । ତୁମ ସନ୍ତାନମାନଙ୍କୁ ବାବା ବସି ଏହି ସବୁ କଥା ବୁଝାଉଛନ୍ତି, ସେମାନେ ଜାଣିନାହାଁନ୍ତି ଯେ ବାକି ଆଉ ଅଳ୍ପ ସମୟ ଅଛି । ବାବା କହୁଛନ୍ତି - ମୁଁ ଦାତା ଅଟେ, ମୁଁ ତୁମକୁ ଦେବାକୁ ଆସିଛି । ମନୁଷ୍ୟ କହୁଛନ୍ତି - ପତିତପାବନ ଆସ, ଆସି ଆମକୁ ପବିତ୍ର କରାଅ ।

ବାବା କହୁଛନ୍ତି - ପ୍ରଥମେ ତୁମେ କେତେ ବୁଦ୍ଧିମାନ ଥିଲ, ସତ୍ୱପ୍ରଧାନ ଥିଲ । ଏବେ ତ ତମୋପ୍ରଧାନ ହୋଇଯାଇଛ । ଏବେ ଏ ସବୁ ଜ୍ଞାନ ମଧ୍ୟ ତୁମ ବୁଦ୍ଧିରେ ଆସିଲା, ଆଗରୁ ବୁଝି ନ ଥିଲ ଯେ ଆମେ ହିଁ ବିଶ୍ୱରେ ରାଜତ୍ୱ କରୁଥିଲୁ । ତୁମେ ହିଁ ବିଶ୍ୱର ମାଲିକ ଥିଲ ପୁଣି ହେବ ନିଶ୍ଚିତ । ଇତିହାସ-ଭୂଗୋଳର ପୁନରାବୃତ୍ତି ହେବ । ବାବା ବୁଝାଉଛନ୍ତି - ମୁଁ ୫ ହଜାର ବର୍ଷ ପୂର୍ବରୁ ଆସିଥିଲି, ତୁମକୁ ସ୍ୱର୍ଗର ମାଲିକ କରାଇଥିଲି । ପୁଣି ତୁମେ ୮୪ ଜନ୍ମର ସିଢି ଓହ୍ଲାଉଛ । ଏହି ବିସ୍ତାରର କଥା କୌଣସି ବି ଶାସ୍ତ୍ରରେ ନାହିଁ । ଶିବବାବା କ’ଣ କୌଣସି ଶାସ୍ତ୍ର ଆଦି ପଢିଛନ୍ତି? ତାଙ୍କୁ ତ ଜ୍ଞାନର ଅଥରିଟୀ ବା ଅଧିକାରୀ କୁହାଯାଉଛି, ଦୁନିଆରେ ମଧ୍ୟ ଶାସ୍ତ୍ର ଆଦି ପଢି ଶାସ୍ତ୍ରର ଅଧିକାରୀ ହୋଇଥା’ନ୍ତି । ସେମାନେ ମଧ୍ୟ ଗାୟନ କରୁଛନ୍ତି ଯେ ପତିତ-ପାବନ ଆସ । ଗଙ୍ଗା ସ୍ନାନ କରିବାକୁ ଯାଇଥାଆନ୍ତି । ବାସ୍ତବରେ ଏହି ଭକ୍ତି ଗୃହସ୍ଥୀମାନଙ୍କ ପାଇଁ ଅଟେ । ବାବା ବସି ବୁଝାଉଛନ୍ତି, ସେମାନେ ମଧ୍ୟ ଜାଣିନାହାଁନ୍ତି ଯେ କିଏ ସଦ୍‌ଗତି ଦାତା ଅଟନ୍ତି । ବାବା ବୁଝାଉଛନ୍ତି - ତୁମେ ମୋତେ ଡାକୁଛ, ହେ ପତିତ-ପାବନ ଆସ । ମୁଁ ତୁମକୁ ପବିତ୍ର କରାଉଛି । ମୁଁ ତୁମକୁ ପାଠପଢାଇବା ପାଇଁ ଆସିଛି, କିନ୍ତୁ ଏପରି କୁହାଯିବ ନାହିଁ ଯେ ଆମ ଉପରେ କୃପା କରନ୍ତୁ । ମୁଁ ତ ଶିକ୍ଷକ ଅଟେ । ତୁମେ କୃପା ଆଦି କାହିଁକି ମାଗୁଛ? ଆଶୀର୍ବାଦ ତ ଜନ୍ମ ଜନ୍ମ ଧରି ପ୍ରାପ୍ତ କରିଆସିଛ । ଏବେ ଆସି ମାତା-ପିତାଙ୍କର ସମ୍ପତ୍ତିର ମାଲିକ ହୁଅ । ଆଉ ଆଶୀର୍ବାଦ କ’ଣ କରିବି, ସନ୍ତାନ ଜନ୍ମ ହେଲା ତ ପିତାଙ୍କ ସମ୍ପତ୍ତିର ମାଲିକ ହେଲା । ଲୌକିକ ପିତାଙ୍କୁ କ’ଣ କହିଥା’ନ୍ତି କି ଆମ ଉପରେ କୃପା କର । ଏଠାରେ ତ କୃପାର କୌଣସି କଥା ହିଁ ନାହିଁ । କେବଳ ବାବାଙ୍କୁ ହିଁ ସ୍ମରଣ କରିବାକୁ ପଡିବ । ଏକଥା ମଧ୍ୟ କେହି ଜାଣିନାହାଁନ୍ତି ଯେ ବାବା ବିନ୍ଦୁ ଅଟନ୍ତି । ଏବେ ତୁମକୁ ବାବା ବତାଇଛନ୍ତି, ସମସ୍ତେ କହୁଛନ୍ତି ମଧ୍ୟ ପରମପିତା ପରମାତ୍ମା, ଗଡ ଫାଦର, ସୁପ୍ରିମ ସୋଲ୍ । ତେଣୁ ସେ ପରମଆତ୍ମା ହେଲେ ନା । ସେ ହେଉଛନ୍ତି ସର୍ବୋଚ୍ଚ । ବାକି ସମସ୍ତେ ଆତ୍ମା ଅଟନ୍ତି ନା । ସର୍ବୋଚ୍ଚ ପିତା ଆସି ନିଜ ସମାନ କରାଉଛନ୍ତି । କାହାରି ବୁଦ୍ଧିରେ କ’ଣ ଏକଥା ଥିବ ଯେ ବେହଦର ବାବା ଯିଏ ସ୍ୱର୍ଗର ରଚୟିତା ଅଟନ୍ତି, ସେ ଆସି ସ୍ୱର୍ଗର ମାଲିକ କରାଉଛନ୍ତି । ତୁମେ ଏବେ ଜାଣୁଛ, ଶ୍ରୀ କୃଷ୍ଣଙ୍କ ହାତରେ ସ୍ୱର୍ଗର ଗୋଲକ ଅଛି । ପିଲା ଗର୍ଭରୁ ଜନ୍ମ ହେବା ମାତ୍ରେ ତା’ର ଆୟୁଷ ଆରମ୍ଭ ହୋଇଥାଏ । ଶ୍ରୀକୃଷ୍ଣ ତ ପୂରା ୮୪ ଜନ୍ମ ନେଉଛନ୍ତି । ଗର୍ଭରୁ ବାହାରକୁ ଆସିଲେ, ସେହି ଦିନଠାରୁ ୮୪ ଜନ୍ମ ଗଣନା କରାଯିବ । ଲକ୍ଷ୍ମୀ-ନାରାୟଣଙ୍କୁ ତ ବଡ ହେବା ପାଇଁ ୩୦-୩୫ ବର୍ଷ ଲାଗିବ ନା । ତେବେ ସେହି ୩୦-୩୫ ବର୍ଷ ୫ ହଜାର ବର୍ଷରୁ କମ୍ କରିବାକୁ ପଡିବ । ଶିବବାବାଙ୍କର ବୟସ ତ ଗଣନା କରିପାରିବ ନାହିଁ । ଶିବବାବା କେବେ ଆସିଲେ, ସଠିକ୍ ସମୟ କହିପାରିବେ ନାହିଁ । ଆରମ୍ଭରୁ ସାକ୍ଷାତ୍‌କାର ହେଉଥିଲା । ମୁସଲମାନ ଲୋକେ ମଧ୍ୟ ସୂକ୍ଷ୍ମବତନରେ ବଗିଚା ଆଦି ଦେଖୁଥିଲେ, ଏପରି ନବଧା ଭକ୍ତି ତ ଏମାନେ କେହି ହେଲେ କରିନାହାଁନ୍ତି । ଘରେ ବସି ସ୍ୱତଃ ଧ୍ୟାନରେ ଚାଲିଯାଉଥିଲେ । ଭକ୍ତମାନେ ତ କେତେ ନବଧା ଭକ୍ତି କରୁଛନ୍ତି ।

ଏବେ ବାବା ବସି ସମ୍ମୁଖରେ ବୁଝାଉଛନ୍ତି । ବାବା ଦୂରଦେଶରୁ ଆସିଛନ୍ତି, ଏକଥା ପିଲାମାନେ ଜାଣିଛନ୍ତି । ବ୍ରହ୍ମାଙ୍କ ଶରୀରରେ ପ୍ରବେଶ କରି ଆମକୁ ପଢାଉଛନ୍ତି । କିନ୍ତୁ ପୁଣି ବାହାରକୁ ଯିବା ଦ୍ୱାରା ନିଶା କମ୍ ହୋଇଯାଉଛି । ଯଦି ବାବାଙ୍କ ସ୍ମୃତିରେ ରହିବ ତେବେ ଖୁସୀର ନିଶା ମଧ୍ୟ ଚଢି ରହିବ ଏବଂ ତୁମର କର୍ମାତୀତ ଅବସ୍ଥା ହୋଇଯିବ, କିନ୍ତୁ ଏଥିରେ ସମୟ ଦରକାର । ଏବେ ଦେଖ, ଶ୍ରୀକୃଷ୍ଣଙ୍କ ଆତ୍ମାରେ ଏହି ଅନ୍ତିମ ଜନ୍ମରେ ପୂରା ଜ୍ଞାନ ରହିଛି ପୁଣି ଗର୍ଭରୁ ଜନ୍ମ ନେବା ମାତ୍ରେ ପଇସା କର ମଧ୍ୟ ଜ୍ଞାନ ରହିବ ନାହିଁ । ବାବା ଆସି ବୁଝାଉଛନ୍ତି - ଶ୍ରୀକୃଷ୍ଣ କୌଣସି ମୁରଲୀ ବଜାଇ ନ ଥିଲେ । ସେ ତ ଜ୍ଞାନ ହିଁ ଜାଣିନାହାଁନ୍ତି । ଲକ୍ଷ୍ମୀ-ନାରାୟଣ ମଧ୍ୟ ଏହି ଜ୍ଞାନକୁ ଜାଣିନାହାଁନ୍ତି । ତେବେ ଋଷି, ମୁନି, ସନ୍ନ୍ୟାସୀ ଆଦି କିପରି ଜାଣିବେ । ବିଶ୍ୱର ମାଲିକ ଲକ୍ଷ୍ମୀ-ନାରାୟଣ ତ ଜାଣିନାହାଁନ୍ତି ତେବେ ପୁଣି ଏହି ସନ୍ନ୍ୟାସୀମାନେ କିପରି ଜାଣିବେ । କହୁଛନ୍ତି ଶ୍ରୀକୃଷ୍ଣ ସାଗରରେ ଅଶ୍ୱତ୍‌ଥ ପତ୍ରରେ ଆସିଥିଲେ, ଏପରି କରିଥିଲେ... ଏହି ସବୁ କାହାଣୀ ବସି ଲେଖିଦେଇଛନ୍ତି । ଗଙ୍ଗାନଦୀରେ ପାଦ ରଖିବା ମାତ୍ରେ ଗଙ୍ଗା ପାତାଳଗାମୀ ହୋଇଗଲା, ବିଚାର କର ମନୁଷ୍ୟ କିପରି କାହାଣୀ ସବୁ କହୁଛନ୍ତି । ଏବେ ବାବା ବୁଝାଉଛନ୍ତି, କୌଣସି ବି ଓଲଟା-ସିଧା କଥାରେ କେବେହେଲେ ବିଶ୍ୱାସ କର ନାହିଁ । ମନୁଷ୍ୟ କେତେ ଶାସ୍ତ୍ର ଆଦି ପଢୁଛନ୍ତି । ବାବା କହୁଛନ୍ତି - ଯାହା କିଛି ପଢିଛ ସେ ସବୁ ଭୁଲିଯାଅ । ଏହି ଦେହକୁ ମଧ୍ୟ ଭୁଲିଯାଅ । ଆତ୍ମା ହିଁ ଗୋଟିଏ ଶରୀର ଛାଡି ଭିନ୍ନ ଭିନ୍ନ ପ୍ରକାରର ନାମ, ରୂପ ଏବଂ ଶରୀର ଧାରଣ କରି ଅଭିନୟ କରିଥାଏ । ଏବେ ବାବା କହୁଛନ୍ତି - ଏହା ବିକାରୀ ଛି-ଛି ବସ୍ତ୍ର ଅଟେ । ଆତ୍ମା ଏବଂ ଶରୀର ଉଭୟ ପତିତ ଅଟେ । ଆତ୍ମାକୁ ହିଁ ଶ୍ୟାମ ଏବଂ ସୁନ୍ଦର କୁହାଯାଉଛି । ଆତ୍ମା ପବିତ୍ର ଥିବା ସମୟରେ ସୁନ୍ଦର ଥିଲା ପୁଣି କାମ ଚିତାରେ ବସିବା ଦ୍ୱାରା କଳା ହୋଇଯାଇଛି । ଏବେ ପୁଣି ବାବା ଜ୍ଞାନ ଚିତାରେ ବସାଉଛନ୍ତି । ପତିତ-ପାବନ ବାବା କହୁଛନ୍ତି - ମୋତେ ସ୍ମରଣ କର ତେବେ ଏହି ବିକାର ରୂପି ଖାଦ ହିଁ ବାହାରିଯିବ । ଆତ୍ମାରେ ହିଁ ଖାଦ ପଡିଥାଏ । କଳିଯୁଗ ଅନ୍ତରେ ତୁମେ ଗରିବ ହୋଇଯାଇଛ । ପୁଣି ସତ୍ୟଯୁଗରେ ତୁମେ ସୁନାର ମହଲ ତିଆରି କରିବ । ଆଶ୍ଚର୍ଯ୍ୟର କଥା ଅଟେ, ଏଠାରେ ହୀରାର ଦେଖ କେତେ ମୂଲ୍ୟ ରହିଛି । ସେଠାରେ ତ ହୀରା ପଥର ସଦୃଶ ହେବ । ଏବେ ତୁମେ ବାବାଙ୍କଠାରୁ ଜ୍ଞାନ ରତ୍ନରେ ଝୁଲା ଭରପୁର କରୁଛ । ଲେଖାଯାଇଛି ସାଗରରୁ ରତ୍ନର ଥାଳି ଭରି କରି ନେଇ ଆସୁଥିଲେ । ସାଗରରୁ ଯେତେ ଚାହିଁବ ସେତେ ରତ୍ନ ନେଇପାରିବ । ସତ୍ୟଯୁଗରେ ଖଣି ସବୁ ଭରପୁର ହୋଇଯିବ । ତୁମେ ସାକ୍ଷାତ୍‌କାର ମଧ୍ୟ କରିଛ । ମାୟା ମଚ୍ଛନ୍ଦର ମଧ୍ୟ ଖେଳ ଦେଖାଇଥାନ୍ତି । ସେ ଦେଖିଲେ ଯେ ସୁନାର ଇଟା ପଡିଛି, ନେଇଆସିଲେ । ତଳକୁ ଆସିଲେ ତ କିଛି ହେଲେ ନ ଥିଲା । ସତ୍ୟଯୁଗରେ ତ ସୁନାର ଇଟାରେ ମହଲ ତିଆରି କରିବ । ଏପରି ଏପରି ଖିଆଲ ଆସିବା ଦରକାର ତେବେ ଖୁସିର ନିଶା ଚଢିବ । ସମସ୍ତଙ୍କୁ ବାବାଙ୍କର ପରିଚୟ ଦେବାକୁ ହେବ । ଶିବବାବା ୫ ହଜାର ବର୍ଷ ପୂର୍ବରୁ ମଧ୍ୟ ଆସିଥିଲେ, ଏ କଥା କେହିହେଲେ ଜାଣିନାହାଁନ୍ତି । ତୁମେ ଜାଣିଛ ଯେ ୫ ହଜାର ବର୍ଷ ପୂର୍ବରୁ ଆସି ତୁମକୁ ରାଜଯୋଗ ଶିଖାଇଥିଲେ, କଳ୍ପ-କଳ୍ପ ତୁମକୁ ହିଁ ଶିଖାଇବେ । ଯେଉଁମାନେ ଆସି ବ୍ରାହ୍ମଣ ହେବେ ସେହିମାନେ ପୁଣି ଦେବତା ହେବେ । ବିରାଟ ରୂପର ଚିତ୍ର ମଧ୍ୟ ତିଆରି କରିଥା’ନ୍ତି, ସେଥିରେ ବ୍ରାହ୍ମଣମାନଙ୍କର ଚୁଟିକୁ ଗୁପ୍ତ କରିଦେଇଛନ୍ତି । ବ୍ରାହ୍ମଣମାନଙ୍କର କୁଳ ବହୁତ ଉତ୍ତମ ବୋଲି ଗାୟନ ରହିଛି । ସେମାନେ ଲୌକିକ ଓ ତୁମେ ଅଲୌକିକ ବ୍ରାହ୍ମଣ ଅଟ । ତୁମେ ସମସ୍ତଙ୍କୁ ସତ୍ୟ କଥା ଶୁଣାଉଛ । ଏହା ହିଁ ସତ୍ୟ ନାରାୟଣଙ୍କ କଥା, ଅମରକଥା । ବାବା ତୁମକୁ ଅମରକଥା ଶୁଣାଇ ଅମର କରାଉଛନ୍ତି । ଏହି ମୃତ୍ୟୁ ଲୋକର ବିନାଶ ହୋଇଯିବ ।

ଶିବବାବା କହୁଛନ୍ତି - ମୁଁ ତୁମକୁ ନେବାକୁ ଆସିଛି । କେତେ ଢେର ଆତ୍ମାମାନେ ରହିବେ । ଆତ୍ମା ଘରକୁ ଫେରିବା ସମୟରେ କୌଣସି ଶବ୍ଦ ହୁଏ ନାହିଁ । ମହୁମାଛିଙ୍କର ଦଳ ଯିବା ସମୟରେ କେତେ ଶବ୍ଦ ହୋଇଥାଏ । ରାଣୀ ମହୁମାଛି ପଛରେ ସମସ୍ତେ ଧାଇଥା’ନ୍ତି । ତାଙ୍କର ପରସ୍ପର ମଧ୍ୟରେ କେତେ ଏକତା ରହିଥାଏ । ଭ୍ରମରୀର ଉଦାହରଣ ମଧ୍ୟ ଏଠିକାର ଅଟେ । ତୁମେ ସମସ୍ତଙ୍କୁ ମନୁଷ୍ୟରୁ ଦେବତା କରିଦେଉଛ । ତୁମେ ପତିତମାନଙ୍କୁ ଜ୍ଞାନର ଭୁଁ-ଭୁଁ କରୁଛ, ତେଣୁ ସେମାନେ ପବିତ୍ର ବିଶ୍ୱର ମାଲିକ ହୋଇଯାଉଛନ୍ତି । ତୁମର ହେଉଛି ପ୍ରବୃତ୍ତି ମାର୍ଗ, ସେଥିରେ ମଧ୍ୟ ଅଧିକାଂଶ ମାତାମାନେ ରହିଛନ୍ତି ସେଥିପାଇଁ ବନ୍ଦେ ମାତରମ୍ କୁହାଯାଉଛି । ସିଏ ହିଁ ବ୍ରହ୍ମାକୁମାରୀ, ଯିଏ ବାବାଙ୍କ ଦ୍ୱାରା ୨୧ ଜନ୍ମର ସମ୍ପତ୍ତି ସମସ୍ତଙ୍କୁ ଦେଇଥା’ନ୍ତି । ବାପଦାଦା ସମସ୍ତଙ୍କୁ ସୁଖର ସମ୍ପତ୍ତି ଦେଉଛନ୍ତି । ଯେଉଁମାନେ ସେବା କରିବେ, ପଢିବେ-ଲେଖିବେ ସେମାନେ ନବାବ ହେବେ... ରାଜା ହେବା ଭଲ ନା ଚାକର ହେବା ଭଲ । ଶେଷ ସମୟରେ ତୁମେ ସବୁ କଥା ଜାଣିପାରିବ ଯେ ଆମେ କେଉଁ ପଦ ପାଇବୁ? ତା’ପରେ ପୁଣି ପଶ୍ଚାତାପ କରିବ । ଆମେ ଶ୍ରୀମତରେ କାହିଁକି ନ ଚାଲିଲୁ! ବାବା କହୁଛନ୍ତି ପୂର୍ଣ୍ଣ ରୂପେ ଅନୁସରଣ କର । ଏପରି ମଧ୍ୟ ନୁହେଁ ଯେ, ସେଣ୍ଟର କରିବା ପାଇଁ କେହି କେହି ଗୋଟିଏ ଘର ଦେଇ ଦେଉଛନ୍ତି କିନ୍ତୁ ନିଜେ ମାଂସ ଆଦି ଖାଇଚାଲିଥା’ନ୍ତି । ତେବେ ସେମାନେ ପୁଣ୍ୟ ଆତ୍ମା, ଇଏ ହେଲେ ପାପ ଆତ୍ମା, ତେବେ ପୁଣି ଆଶ୍ରମ ହିଁ ରହିବ ନାହିଁ । ଘରେ ସ୍ୱର୍ଗ ତିଆରି କରୁଛନ୍ତି ତ ନିଜେ ବି ସ୍ୱର୍ଗରେ ରହିବା ଦରକାର ନା । କେବଳ ଆଶୀର୍ବାଦରେ ରହିଯାଅ ନାହିଁ । ବାବାଙ୍କୁ ମନେ ପକାଇବାକୁ ହେବ । ବାବା ପବିତ୍ର କରାଇ ପୁଣି ସାଥିରେ ନେଇଯିବେ । ତୁମେ ତ ବହୁତ ଖୁସି ହେବା ଦରକାର୍‌, କେତେ ଶ୍ରେଷ୍ଠ ଲଟେରୀ ମିଳୁଛି, ବାବାଙ୍କୁ ଯେତେ ସ୍ମରଣ କରିବ, ସେତେ ବିକର୍ମ ବିନାଶ ହେବ । ବାବାଙ୍କ ପରି ସ୍ନେହ, ଦୁନିଆରେ ଆଉ କେହି ଦେଇପାରିବେ ନାହିଁ । ସେଥିପାଇଁ ତାଙ୍କୁ ସ୍ନେହର ସାଗର ବୋଲି କୁହାଯାଉଛି । ତୁମେ ମଧ୍ୟ ସେହିପରି ହୁଅ । ଯଦି କାହାକୁ ଦୁଃଖ ଦେଲ, ନାରାଜ କଲ ତେବେ ନିଜେ ହିଁ ନାରାଜ ହୋଇ ମରିବ । ବାବା ଏପରି କିଛି ଅଭିଶାପ ଦେଉନାହାଁନ୍ତି, ବୁଝାଉଛନ୍ତି - ସମସ୍ତଙ୍କୁ ସୁଖ ଦିଅ ତ ସୁଖୀ ହେବ, ସମସ୍ତଙ୍କୁ ସ୍ନେହ କର । ବାବା ମଧ୍ୟ ସ୍ନେହର ସାଗର ଅଟନ୍ତି ନା । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) କୌଣସି ବି ଓଲଟା-ସିଧା କଥା ଉପରେ ବିଶ୍ୱାସ କରିବାର ନାହିଁ । ଯାହା କିଛି ବି ଓଲଟା ପାଠ ଅର୍ଥାତ୍ ଓଲଟା ଜ୍ଞାନ ଶୁଣିଛ ସେସବୁକୁ ଭୁଲି ଅଶରୀରୀ ହେବାର ଅଭ୍ୟାସ କରିବାକୁ ହେବ ।

(୨) କେବଳ ଆଶୀର୍ବାଦ ଆଧାରରେ ଚାଲିବାର ନାହିଁ । ନିଜକୁ ପବିତ୍ର ମଧ୍ୟ କରିବାକୁ ହେବ । ପ୍ରତ୍ୟେକ ପାଦରେ ବାବାଙ୍କୁ ଅନୁସରଣ କରିବାକୁ ହେବ, କାହାକୁ ବି ଦୁଃଖ ଦେବାର ନାହିଁ । କାହାକୁ ନାରାଜ କରିବାର ନାହିଁ ।
 

ବରଦାନ:-
ସଚ୍ଚା ଲଗନ ଆଧାରରେ ଅନ୍ୟ ସଙ୍ଗ ଗୁଡିକୁ ଛାଡି ଜଣଙ୍କ ସଙ୍ଗରେ ଯୋଡି ହେଉଥିବା ସମ୍ପୂର୍ଣ୍ଣ ବିଶ୍ୱସ୍ତ ଭବ ।

ସମ୍ପୂର୍ଣ୍ଣ ବିଶ୍ୱସ୍ତ ସେମାନଙ୍କୁ କୁହାଯିବ ଯେଉଁମାନଙ୍କର ସଂକଳ୍ପରେ ବା ସ୍ୱପ୍ନରେ ମଧ୍ୟ ବାବାଙ୍କର କର୍ତ୍ତବ୍ୟ, ବାବାଙ୍କର ମହିମା, ବାବାଙ୍କର ଜ୍ଞାନ ବ୍ୟତୀତ ଅନ୍ୟ କିଛି ବି ଦେଖାଯାଉ ନ ଥିବ । ଏକମାତ୍ର ବାବା, ଅନ୍ୟ କେହି ନୁହେଁ.... ବୁଦ୍ଧିର ଲଗନ ଯଦି ସର୍ବଦା ଜଣଙ୍କ ସହିତ ଲାଗି ରହିଥିବ ତେବେ ଅନେକ ସଙ୍ଗର ରଙ୍ଗ ଲାଗିପାରିବ ନାହିଁ ସେଥିପାଇଁ ତୁମମାନଙ୍କର ପ୍ରତିଜ୍ଞା ହେଲା ଅନ୍ୟ ସବୁ ସଙ୍ଗକୁ ଛାଡି ଜଣଙ୍କ ସଙ୍ଗରେ ଯୋଡିହେବୁ - ତେବେ ଏହି ପ୍ରତିଜ୍ଞାକୁ ପାଳନ କରିବା ଅର୍ଥ ସମ୍ପୂର୍ଣ୍ଣ ବିଶ୍ୱସ୍ତ ହେବା ।

ସ୍ଲୋଗାନ:-
ସତ୍ୟତା ରୂପୀ ସ୍ୱସ୍ଥିତି ପରିସ୍ଥିତି ଗୁଡିକ ଭିତରେ ମଧ୍ୟ ସମ୍ପୂର୍ଣ୍ଣ କରିଦେବ ।

ଅବ୍ୟକ୍ତ ଈଶାରା:- ସର୍ବଦା ଅଚଳ, ଅଟଳ ଏବଂ ଏକରସ ସ୍ଥିତିର ଅନୁଭବ କର ।

ଆମେ ଉଚ୍ଚରୁ ଉଚ୍ଚ ପିତାଙ୍କର ସନ୍ତାନ, ଏହି କଥା ସ୍ମୃତିରେ ରହିବା ଦ୍ୱାରା ଅବସ୍ଥା ଏକରସ ରହିଥାଏ । ଯେତେବେଳେ ଜଣଙ୍କ ସହିତ ସମ୍ବନ୍ଧ ରହିଥାଏ, ସେତେବେଳେ ତୁମର ଅବସ୍ଥା ମଧ୍ୟ ଏକରସ ଅର୍ଥାତ୍ ସ୍ଥିର ରହିଥାଏ । ଯଦି ଅନ୍ୟ କେଉଁଠାକୁ ବି ସମ୍ବନ୍ଧର ଆକର୍ଷଣ ଯାଉଛି, ତେବେ ଏକରସ ଅବସ୍ଥା ରହିପାରିବ ନାହିଁ । ତେଣୁ ଏକରସ ଅବସ୍ଥା ନିର୍ମାଣ କରିବା ପାଇଁ ଜଣଙ୍କ ବ୍ୟତୀତ ଅନ୍ୟ କିଛି ବି ଦେଖୁଥିଲେ ମଧ୍ୟ ଦେଖ ନାହିଁ ।