14.07.26 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ୟାଦର
ଯାତ୍ରାରେ କେବେ ଥକିବାର ନାହିଁ, ଦେହ-ଅଭିମାନର ତୋଫାନ ଥକାଇ ଦେଇଥାଏ, ଦେହୀ-ଅଭିମାନୀ ହୁଅ ତେବେ
କ୍ଲାନ୍ତି ଦୂର ହୋଇଯିବ ।”
ପ୍ରଶ୍ନ:-
କେଉଁ ସଂସ୍କାର
୨୧ ଜନ୍ମର ଶ୍ରେଷ୍ଠ ଭାଗ୍ୟକୁ ବିଗାଡି ଦେଇଥାଏ ?
ଉତ୍ତର:-
କାହା ପାଖରେ ଯଦି ଋଷିବାର ସଂସ୍କାର ଅଛି । ଯଦି ବାବାଙ୍କଠାରୁ ଅଥବା ପାଠପଢାରୁ ଋଷିଯାଇଥାନ୍ତି
ତେବେ ୨୧ ଜନ୍ମର ଭାଗ୍ୟ ବିଗିଡିଯାଇଥାଏ, ସେଥିପାଇଁ ବାବା କହୁଛନ୍ତି ମଧୁର ସନ୍ତାନମାନେ -
ଦେହ-ଅଭିମାନର ବଶବର୍ଶୀ ହୋଇ କେବେ ବି ଏହି ଓଲଟା ନିଶା ଚଢାଇବା ଅନୁଚିତ୍ ଯେ ମୁଁ ଏତେ ଜଣଙ୍କୁ
ବୁଝାଇଛି, ଏତେ ସାହାଯ୍ୟ କରିଛି । ଦେଖ, ବାବା କେତେ ଉଚ୍ଚ ଅଥରିଟୀ ପୁଣି ବି କେତେ ନିରହଂକାରୀ
ଅଟନ୍ତି, ସେଥିପାଇଁ ପିତାଙ୍କୁ ଅନୁକରଣ କର ।
ଗୀତ:-
ରାତ କେ ରାହୀ
ଥକ ମତ ଜାନା...
ଓମ୍ ଶାନ୍ତି ।
ମିଠା ମିଠା ସିକିଲଧେ ପିଲାମାନେ ଗୀତ ଶୁଣିଲେ ଏବଂ ଯେଉଁମାନେ ଯୋଗଯୁକ୍ତ ସେବାଯୋଗ୍ୟ ସନ୍ତାନ
ଅଟନ୍ତି, ସେମାନେ ଏହାର ଅର୍ଥକୁ ତୁରନ୍ତ ବୁଝିଯାଉଛନ୍ତି । ଆମେ ରାତ୍ରିର ପଥିକ ଅର୍ଥାତ୍
ବ୍ରାହ୍ମଣଙ୍କର ଏବେ ରାତ୍ରି ପୂରା ହୋଇଛି । ଭକ୍ତିମାର୍ଗକୁ ରାତ୍ରି କୁହାଯାଉଛି । ଅଧାକଳ୍ପର
ରାତ୍ରି ଶେଷ ହେଉଛି । ହଦର ବା ସ୍ଥୁଳରେ ମଧ୍ୟ ଦିନ ଏବଂ ରାତି ଅଛି । ଏହା ପୁଣି
ବ୍ରାହ୍ମଣମାନଙ୍କର ଅଧାକଳ୍ପ ଦିନ ଏବଂ ଅଧାକଳ୍ପ ରାତି ହେଉଛି । ଏହି ସମୟରେ ଯେତେବେଳେ କି ବାବା
ଆସୁଛନ୍ତି ତେବେ ଦୁନିଆରେ ଅନ୍ଧକାର ରହିଛି । ପ୍ରଭାତ ହେବାର ପୂର୍ବ ଅବସ୍ଥା ଅଟେ, ସକାଳ ହେବାକୁ
ଯାଉଛି । ପିଲାମାନେ ଜାଣିଛନ୍ତି ଏବେ ବାବା କହୁଛନ୍ତି, ମିଠା ମିଠା ସନ୍ତାନମାନେ ୟାଦର ଯାତ୍ରାରେ
ଥକିଯାଅ ନାହିଁ । ଯେପରି ଶାରୀରିକ ଯାତ୍ରା ବା ତୀର୍ଥ କରିବାକୁ ଯାଇଥାନ୍ତି । ଆଗେ ଚାଲି ଚାଲି
ଯାଉଥିଲେ । ବହୁତ ଧିରେ ଧିରେ ଯାଇଥାନ୍ତି, ମଝିରେ ମଝିରେ ଆଶ୍ରୟସ୍ଥଳ ମାନ ଥାଏ । ଜାଣିଥାନ୍ତି
ଆମକୁ ଅମୁକ ଅମୁକ ଆଶ୍ରୟ ସ୍ଥଳରେ ରହିବାକୁ ହେବ । ଆଗରୁ ବହୁତ ଶ୍ରଦ୍ଧାରେ ପାଦରେ ଯାଉଥିଲେ,
ସେଥିରେ ବହୁତ ମେହନତ ଥିଲା । ଏବେ ଏହା ତ ବହୁତ ସହଜ । ଏହାକୁ କୁହାଯାଏ ସହଜ ୟାଦ ଅଥବା ଯୋଗ ।
କେବଳ ବାବାଙ୍କୁ ୟାଦ କରିବାକୁ ହେବ, ଥକିବାର ତାତ୍ପର୍ଯ୍ୟ ହିଁ ହେଉଛି ଦେହ-ଅଭିମାନୀ ହେବା । ହଁ
ଏଥିରେ କୌଣସି ସନ୍ଦେହ ନାହିଁ, ମାୟାର ବିଘ୍ନ ପଡିବ । କିନ୍ତୁ ଏଥିରେ ଥକିଯିବାର ନାହିଁ ।
ଥକିଯିବା ଦ୍ୱାରା ଦେହ ଅଭିମାନ ଆସିଯାଇଥାଏ । ବାବା କହୁଛନ୍ତି - ପିଲାମାନେ ଶରୀର ନିର୍ବାହ ପାଇଁ
କାମ ତ କରିବାକୁ ହେବ, ସେଥିପାଇଁ ଛୁଟି ଦିଆଯାଉଛି । ୮ ଘଣ୍ଟା ଶରୀର ନିର୍ବାହ, ୮ ଘଣ୍ଟା ଆରାମ,
ବାକି ୮ ଘଣ୍ଟା ଏଥିରେ ଦିଅ । ଏବେ ତ ପୂରା ୮ ଘଣ୍ଟା କେହି ଦେଉନାହାଁନ୍ତି । ଶେଷ ସମୟରେ ୮ ଘଣ୍ଟା
ପର୍ଯ୍ୟନ୍ତ ଯିବେ । ଚାର୍ଟକୁ ବଢାଇ ଚାଲ । ଏଠାରେ ଆସି ବସିବା ସମୟରେ ସ୍ମରଣ କରାଇ ଦିଆଯାଉଛି,
ଯାହାକୁ ତୁମେ ନେଷ୍ଠା କହୁଛ । ବାବାଙ୍କ ୟାଦରେ ଆସି ବସୁଛ । ଏହାର ଅର୍ଥ ନୁହେଁ ଯେ କେବଳ
ଏହିଠାରେ ହିଁ ଆସି ୟାଦରେ ବସିବ । ଏପରି ବହୁତ ଅଛନ୍ତି - ଭାବୁଛନ୍ତି ୫-୧୦ମିନିଟ୍ ଯୋଗ କରି
ଉଠିଯିବୁ । କିନ୍ତୁ ବାବା ତ କହୁଛନ୍ତି କର୍ମଧନ୍ଦା କରିବା ସମୟରେ, କେଉଁଠାକୁ ଯିବା ଆସିବା କରିବା
ସମୟରେ ମଧ୍ୟ ତୁମେ ଯୋଗରେ ରୁହ । ଗଙ୍ଗାସ୍ନାନ ଆଦି କରିବାକୁ ଗଲେ ରାମ-ରାମ ଜପ କରିଥାନ୍ତି ନା ।
ଏଠାରେ ତୁମକୁ କିଛି ସୁମରଣା କରିବାକୁ ପଡୁ ନାହିଁ, କେବଳ ବାବାଙ୍କୁ ୟାଦ କରିବାକୁ ହେବ । ଏହି
ବାବା ପିଲାମାନଙ୍କ ସହିତ ହିଁ କଥା ହେଉଛନ୍ତି । ୟାଦର ଯାତ୍ରା କରିବାରେ ହିଁ ତୁମର କଲ୍ୟାଣ ରହିଛି,
ଏଥିରେ ଥକିଯାଅ ନାହିଁ । ଏଥିରେ ବହୁତ ତୋଫାନ ଆସିବ । କୌଣସି ଧୂଳିମାଟି ଆଦିର ତୋଫାନ ନୁହେଁ ।
ମାୟାର ତୋଫାନ ଆସିବା ଦ୍ୱାରା ବୁଦ୍ଧିର ଯୋଗ ତୁଟିଯାଉଛି । ପୁଣି ଦେହ-ଅଭିମାନରେ ଆସିବା ଦ୍ୱାରା
କର୍ମଧନ୍ଦା, ପିଲା ଆଦି ମନେ ପଡିଯାଇଥା’ନ୍ତି । ବାବା କହୁଛନ୍ତି - ଏବେ ତ ଏହି କର୍ମଧନ୍ଦା ଆଦି
ସବୁ ସମାପ୍ତ ହୋଇଯିବ । ତୁମର ପିଲାମାନେ ଉତ୍ତରାଧିକାରୀ ହେବେ ହିଁ ନାହିଁ । ସମସ୍ତେ ଶେଷ
ହୋଇଯିବେ । ଏବେ ତ ବେହଦ ବାବାଙ୍କର ଉତ୍ତରାଧିକାରୀମାନେ ଅଛନ୍ତି । ହଦର ସମ୍ପତ୍ତି ମୁର୍ଦାର୍ବାଦ
ହେବାକୁ ଯାଉଛି । ଧନୀଲୋକମାନେ ଭାବୁଛନ୍ତି ଏବେ ମୋର ପୁଅ ବଡ ହେବ, ବିବାହ କରିବ, ଇତ୍ୟାଦି
ଇତ୍ୟାଦି ହେବ । ବାବା କହୁଛନ୍ତି - ଏବେ ଏତେ ସମୟ ନାହିଁ ସେଥିପାଇଁ ଦୁନିଆରୁ ବିଲ୍କୁଲ୍ ମୋହ
ହଟାଇ ଦିଅ । ଏହା ତ କବରସ୍ଥାନ ଅଟେ । ଯଦି କର୍ମଧନ୍ଦା ଓ ପିଲାମାନଙ୍କ ଚିନ୍ତନରେ ଶରୀର ଛାଡିବ,
ତେବେ ଅଯଥାରେ ନିଜର ଅକଲ୍ୟାଣ ହିଁ କରିବ । ଯଦି ଶିବବାବାଙ୍କୁ ୟାଦ କରିବ ତେବେ ନିଜର ବହୁତ
କଲ୍ୟାଣ ହେବ । ଦେହ-ଅଭିମାନରେ ଆସିବା ଦ୍ୱାରା ଅକଲ୍ୟାଣ ହୋଇଥାଏ । ଦେହୀ-ଅଭିମାନୀ ହେଲେ କଲ୍ୟାଣ
ହୋଇଥାଏ । ଯେତେ ୟାଦ କରିବ ସେତେ ଭବିଷ୍ୟତ ୨୧ ଜନ୍ମ ପାଇଁ ବର୍ସା ପାଇବ । ୟାଦ ନ କଲେ ବହୁତ
କ୍ଷତି ହୋଇଯିବ । ତାହା ପୁଣି କଳ୍ପ କଳ୍ପାନ୍ତର ପାଇଁ ହୋଇଯିବ । ଏଥିରେ ବହୁତ କ୍ଷତିର କଥା ରହିଛି
। ଖିଆଲ କରିବା ଦରକାର - ଆମେ ପୂରା ବର୍ସା କିପରି ପାଇବୁ । ଧନର ମଧ୍ୟ ବହୁତ ଲାଳସା ରଖିବା
ଅନୁଚିତ୍ । ଅତି ଅଧିକକୁ ଯିବା ଅନୁଚିତ୍ । କେହି ଦେବାଳିଆ ହୋଇଗଲେ ବହୁତ ଚିନ୍ତାରେ
ପଡିଯାଇଥାନ୍ତି । ଶିବବାବାଙ୍କୁ ବିଲ୍କୁଲ୍ ଭୁଲିଯଇଥାନ୍ତି । ପୁଣି ଦୋଷ ଦେଇଥାନ୍ତି ଯେ ଜ୍ଞାନରେ
ଆସିବାରୁ ଦେବାଳିଆ ହୋଇଗଲି । ରୋଗୀ ହୋଇଗଲି । ଏଭଳି କେବେ ଭାବିବା ଅନୁଚିତ୍ । ରୋଗ ଆଦି ହେଉଛି,
ଏହା ତ କର୍ମଭୋଗ ଅଟେ । ଭଲ, ବିକର୍ମ ବିନାଶ ହୋଇଯିବ । ଧର୍ମରାଜଙ୍କଠାରୁ ଦଣ୍ଡ ପାଇବାରୁ ତ ରୋଗ
ହେବା ଭଲ । କର୍ମଭୋଗ ଶେଷ କରିବାକୁ ହେବ । ଏହା ତ ମହାରୋଗୀ ଶରୀର । କେତେ ସମ୍ଭାଳିବାକୁ ପଡୁଛି
। ଚାଲୁ-ଚାଲୁ ଅଟକି ଯାଉଛନ୍ତି । ହୃଦଘାତ ହୋଇଯାଉଛି । ଏହିପରି ପୁରୁଣା ଦୁନିଆକୁ ତ ବୁଦ୍ଧିରୁ
ଏକଦମ୍ ଭୁଲିଯିବା ଦରକାର । ପିଲାମାନେ ଦେଖୁଛନ୍ତି ବାପା ନୂଆ ଘର ତିଆରି କରୁଛନ୍ତି ତେବେ
ପୁରୁଣାରୁ ଏକଦମ୍ ବୁଦ୍ଧି ହଟିଯାଇଥାଏ । କହୁଛନ୍ତି ବାବା ତୁରନ୍ତ ଘର ତିଆରି କର । ପୁରୁଣା ଘରେ
ବହୁତ ଅସୁବିଧା ହେଉଛି । ତୁମେ ମଧ୍ୟ ଜାଣିଛ ଏହି ପୁରୁଣା ଦୁନିଆ ତ ବହୁତ ଖରାପ । ତୁମର ଏହା ହେଲା
ବେହଦର ସନ୍ନ୍ୟାସ । ସନ୍ନ୍ୟାସୀମାନେ ଘର ଦ୍ୱାରର ସନ୍ନ୍ୟାସ କରୁଛନ୍ତି । ତାକୁ ହଦର ସନ୍ନ୍ୟାସ
କୁହାଯାଏ । ତୁମେ ବିକାର ଗୁଡିକର ସନ୍ନ୍ୟାସ କରୁଛ । ବାବା କହୁଛନ୍ତି ଦେହ ସହିତ ଦେହର ଯାହା ବି
ତୁମର ସମ୍ବନ୍ଧ ରହିଛି, ସେସବୁକୁ ଛାଡି ମୋତେ ୟାଦ କର । ଏଇ ଦୁନିଆ ଯାହାକୁ କି ଏହି ଆଖିରେ
ଦେଖୁଛ, ତାକୁ ଭୁଲିଯାଅ । ଏବେ ତୁମର ବୁଦ୍ଧି ଜାଣିଛି, ଆମେ ସ୍ୱର୍ଗର ରାଜଧାନୀ ପାଇଁ ପୁରୁଷାର୍ଥ
କରୁଛୁ । ଆମକୁ ଜ୍ଞାନର ତୃତୀୟ ନେତ୍ର ମିଳିଛି । ଏସବୁ ଶ୍ମଶାନ ହୋଇଯିବ, ଏଥିପ୍ରତି ସ୍ନେହ ରଖ
ନାହିଁ । ଆଜିକାଲି ମନୁଷ୍ୟମାନଙ୍କ ପାଖରେ ପଇସା ବହୁତ ଅଛି, ତେଣୁ ବିକାର ମଧ୍ୟ ତୀବ୍ର ହୋଇଗଲାଣି
। କାମ ବିକାର କେତେ ତୀବ୍ର ଅଟେ । କାମ ବିକାର ବିନା ରହିପାରୁନାହାଁନ୍ତି । ୪-୫ ବର୍ଷ ପବିତ୍ର
ରହି ପୁଣି ଲେଖୁଛନ୍ତି ବାବା ଆଜି ଏହାଙ୍କୁ ଭୂତ ଲାଗିଗଲା, ନିଜର ମୁହଁ କଳା କରିଦେଲେ । କେତେ ବଡ
ଧକ୍କା ଖାଇଲେ । ଏକଦମ୍ ୫ ମହଲା କୋଠାରୁ ତଳକୁ ଖସି ପଡିଲେ । ପ୍ରଥମ ହେଲା ଦେହ ଅଭିମାନ । ଉପରୁ
ପଡି ହାତଗୋଡ ପୁର୍ଜା-ପୁର୍ଜା (ଖଣ୍ଡବିଖଣ୍ଡିତ) ହୋଇଗଲା । ଏକଦମ୍ ସମାପ୍ତ, ହାତଗୋଡ ବିଲ୍କୁଲ୍
ହିଁ ଭାଙ୍ଗି ଯାଉଛି । ପୁନର୍ବାର ପୁରୁଷାର୍ଥ କରିବାରେ ସମୟ ଲାଗିଥାଏ । ଏହା ହେଉଛି ସବୁଠାରୁ ବଡ
ଆଘାତ ସେଥିପାଇଁ ବାବା କହୁଛନ୍ତି କାମ ମହାଶତ୍ରୁ ଅଟେ । ବିକାରକୁ ହିଁ ପତିତପଣିଆ କୁହାଯାଇଥାଏ ।
କହୁଛନ୍ତି ବାବା ଆମକୁ ପତିତରୁ ପବିତ୍ର କରାଅ । ଭାରତରେ ହିଁ ସଂପୂର୍ଣ୍ଣ ନିର୍ବିକାରୀ ଆତ୍ମାମାନେ
ଥିଲେ ନା । ଭାରତ ହିଁ ନିର୍ବିକାରୀ ଥିଲା । ଏବେ ଭାରତ ବିକାରୀ ହୋଇଯାଇଛି । ସଂପୂର୍ଣ୍ଣ
ନିର୍ବିକାରୀ, ସୂର୍ଯ୍ୟବଂଶୀଙ୍କୁ କୁହାଯିବ । ଯଦିଓ ରାମଚନ୍ଦ୍ରଙ୍କ ରାଜ୍ୟରେ ମଧ୍ୟ ବିକାରର କୌଣସି
କଥା ରହିବ ନାହିଁ । କିନ୍ତୁ କଳା ତ କମ୍ ହୋଇଯାଇଥାଏ । ୧୨୫୦ ବର୍ଷ କମ୍ ହୋଇଗଲା ତ ସେହି ଦୁନିଆର
ଶକ୍ତି ତ କମ୍ ହୋଇଗଲା ନା ସେଥିପାଇଁ ତାଙ୍କୁ ସତ୍ତ୍ୱପ୍ରଧାନ ପୁଣି ସତ୍ତ୍ୱୋ କୁହାଯାଉଛି । ତୁମେ
ଚାହୁଁଛ ଯେ ଆମେ ମମ୍ମା ବାବାଙ୍କୁ ଅନୁସରଣ କରି ସୂର୍ଯ୍ୟବଂଶୀ ମହାରାଜା ମହାରାଣୀ ହେବୁ, ଏଥିରେ
କଷ୍ଟ ଅଥବା ଖର୍ଚ୍ଚ ଆଦିର ତ କଥା ହିଁ ନାହିଁ, ଏଥିରେ ମୁଖ ଦ୍ୱାରା କିଛି କହିବାର ମଧ୍ୟ ନାହିଁ ।
କେବଳ ୟାଦ କରିବାକୁ ହେବ, ଏହାକୁ ହିଁ ସହଜ ଯୋଗ କୁହାଯାଉଛି, ଏଥିରେ ବହୁତ ମେହନତ ଦରକାର ।
ବାବାଙ୍କ ଆଗରେ ତ ସମସ୍ତେ ମହାରଥୀ ଅଟନ୍ତି । ଏଥିରେ ସଂପୂର୍ଣ୍ଣ ଯୋଗର ଆବଶ୍ୟକତା ରହିଛି ତେବେ
ଯାଇ କାହାକୁ ଅନୁଭବ ହେବ । ଏହା ଯୋଗବଳ ଅଟେ ନା । ଯୋଗର ବହୁତ ଅଭାବ ରହିଛି । ଯୋଗରେ ବିଘ୍ନ
ମଧ୍ୟ ବହୁତ ପଡୁଛି । ବେହଦର ବାବା ମିଠା-ମିଠା ପିଲାମାନଙ୍କୁ ବସି ବୁଝାଉଛନ୍ତି - ପିଲାମାନେ
ବାବାଙ୍କ ପାଖରୁ ଅଥବା ପାଠପଢାରୁ କେବେ ବି ଋଷିବା ଅନୁଚିତ୍ । ଯଦି ଋଷିବ ତେବେ ୨୧ ଜନ୍ମର
ଭାଗ୍ୟରୁ ଋଷିଯିବ । ବହୁତ ଭଲ ଭଲ ପିଲାମାନେ ମଧ୍ୟ ରୁଷି ଯାଉଛନ୍ତି । ଦେହ ଅଭିମାନର ନିଶା
ଚଢିଯାଉଛି । ମୁଁ ଏତେ ଜଣଙ୍କୁ ବୁଝାଇଲି । ଦେହ-ଅହଂକାର ଆସିବା କାରଣରୁ ହିଁ ପୁଣି ତଳକୁ
ଖସିଯାଉଛନ୍ତି । ଏଥିରେ ଅହଂକାର ଆସିବା ଅନୁଚିତ୍ । ଶିବବାବାଙ୍କର କ’ଣ କୌଣସି ଅହଂକାର ଅଛି? କେତେ
ନିରଂହକାରୀ ଅଟନ୍ତି, କେତେ ବଡ ଅଥରିଟୀ ଅଟନ୍ତି । କହୁଛନ୍ତି ମଧ୍ୟ ମୁଁ ସାଧାରଣ ଶରୀରରେ,
ସାଧାରଣ ଘରକୁ ଆସୁଛି । ସାହୁକାରଙ୍କ ଘରେ ଆସୁନାହିଁ । ତେବେ ବର୍ତ୍ତମାନ ପିଲାମାନଙ୍କୁ ଜାଗ୍ରତ
ହେବାକୁ ପଡିବ । ବାବା ତ ବହୁତ ଭଲ ଯୁକ୍ତି ବତାଉଛନ୍ତି । ତୁମ ପିଲାମାନଙ୍କର ହିଁ ବିଳମ୍ବ ହେଉଛି
। ଡ୍ରାମା ଅନୁସାରେ ବର୍ତ୍ତମାନ ଅବସ୍ଥାରେ ଶକ୍ତି ଭରି ନାହିଁ । ଆଗକୁ ଗଲେ ଶକ୍ତି ଭରିବ । ଆମେ
ଗଭର୍ଣ୍ଣମେଣ୍ଟଙ୍କୁ ଜଣାଇ ଦେଉଛୁ ଯେ ଏତେ ଏତେ ବର୍ଷରେ ସ୍ୱର୍ଗର ସ୍ଥାପନା ହୋଇଯିବ । ଖବରକାଗଜ
ଆଦିରେ ମନୁଷ୍ୟମାନେ ଏସବୁ ପଢିଲେ ଆସିକରି ତୁମମାନଙ୍କୁ ପଚାରିବେ । ଅଳ୍ପ କେତେ ବର୍ଷ ମଧ୍ୟରେ
ସ୍ଥାପନା ହେଲେ ବିନାଶ ମଧ୍ୟ ନିଶ୍ଚୟ ହେବ । ବହୁତ ଆସିବେ । ଏହି ସମ୍ପତ୍ତି ଆଦି ଅଳ୍ପ ସମୟ ପାଇଁ
ରହିଛି । ଏହି ସମ୍ପତ୍ତିକୁ ତୁମେ କୌଣସି ସମ୍ପତ୍ତି ବୋଲି ଭାବୁନାହଁ । ତୁମେ ଜାଣିଛ ଏହା ଅଳ୍ପ
ସମୟ ପାଇଁ ରହିଛି । ଏହି ଘର ଆଦି ରହିବା ପାଇଁ ତିଆରି କରାଯାଇଛି କାହିଁକି ନା ମଧୁବନକୁ ବହୁତ
ପିଲା ରିଫ୍ରେସ ବା ସତେଜ ହେବାକୁ ଆସୁଛନ୍ତି । ମଧୁବନ ହେଉଛି ମୁଖ୍ୟ କାର୍ଯ୍ୟାଳୟ । ଆଜି ତୁମେ
କ’ଣ କରୁଛ, କାଲି କ’ଣ କରିବ । ଏଠାରେ ତପସ୍ୟା କରୁଛ ପୁଣି ଦିଲ୍ଲୀ ବୃନ୍ଦାବନରେ ଯାଇ ରାଜତ୍ୱ
କରିବ । ଆମର ସ୍ମାରକୀ କିପରି ରହିଛି, ତାହା ଭଲ ଭାବରେ ଦେଖାଇବାକୁ ହେବ । ଯେଉଁ କାମ ଆମେ
ବର୍ତ୍ତମାନ କରୁଛୁ - ୫ ହଜାର ବର୍ଷ ପୂର୍ବରୁ ମଧ୍ୟ କରିଥିଲୁ । ପ୍ରଥମେ ପ୍ରଥମେ ଶିବବାବାଙ୍କର
ମନ୍ଦିର ତିଆରି କରୁ । ବାକି ଦିଲୱାଡା ମନ୍ଦିର ଆଦି ତ ପରେ ତିଆରି ହୋଇଛି । ବୁଦ୍ଧି ଦ୍ୱାରା କାମ
କରିବାକୁ ହେବ । ଦିଲୱାଡା ମନ୍ଦିରର ମଧ୍ୟ ହିସାବ ବାହାର କରାଗଲେ ବାହାରିପାରିବ । ପୂରା ଆମର ହିଁ
ସ୍ମାରକୀ ଅଟେ । ତୁମେ ଜାଣିଛ ଏହା ସ୍ଥାପନାର ସ୍ମାରକୀ ଅଟେ ।
ତୁମ ମିଠା ମିଠା ସନ୍ତାନମାନେ ବହୁତ ଖୁସି ହେବା ଉଚିତ୍ । ଏହି ସେବା ବଢାଇବା ପାଇଁ ଯୁକ୍ତି (ଉପାୟମାନ)
ବାହାର କରିବାକୁ ହେବ । ରାମ ଗୟୋ ରାବଣ ଗୟୋ...ରାମ ଗଲେ ରାବଣ ଗଲେ... ଯାହାଙ୍କର ବହୁତ ପରିବାର
ଥିଲା । ରାବଣର ଦେଖ କେତେ ବଡ ପରିବାର ରହିଛି । ରାମଙ୍କର ପରିବାର କେତେ ଛୋଟ, ଏହି ଗାୟନ ସଠିକ୍
ଅଟେ । କିନ୍ତୁ କେହି ବୁଝିପାରୁ ନାହାଁନ୍ତି । ବାବା ବସି ବୁଝାଉଛନ୍ତି ତଥାପି ମଧ୍ୟ ନିଶ୍ଚୟ
ହେଉନାହିଁ । ଶରୀର ନିର୍ବାହ ପାଇଁ ମଧ୍ୟ ତୁମକୁ କର୍ମ ନିଶ୍ଚୟ କରିବାକୁ ହେବ । ହଁ ଯେଉଁ
ସେବାଯୋଗ୍ୟ ପାଣ୍ଡବ ସନ୍ତାନମାନେ ଅଛନ୍ତି, ସେମାନେ ତ ସରକାରଙ୍କଠାରୁ ପାଳନା ନେଇପାରିବେ ।
ତାଙ୍କର ସମସ୍ତ ଦାୟିତ୍ୱ ଆମକୁ ନେବାକୁ ପଡିବ । ପିଲାମାନଙ୍କର ଅବସ୍ଥା ଏଭଳି ହେବା ଦରକାର,
ବାବାଙ୍କ ୟାଦରେ ଏହି ପୁରୁଣା ଦୁନିଆର ସବୁ କିଛି ଭୁଲିବାକୁ ହେବ । ୟାଦର ଯାତ୍ରାରେ ଯେଉଁମାନେ
ପକ୍କା ମସ୍ତ ହୋଇ ରହିବେ ତାଙ୍କର ଅବସ୍ଥା ମଧ୍ୟ ବହୁତ ମଜବୁତ ହେବ । ଯେପରିକି ଶିବବାବାଙ୍କ ୟାଦରେ
ରହି ତୁମେ ଶରୀର ଛାଡୁଛ । ସନ୍ନ୍ୟାସୀ ବ୍ରହ୍ମର ୟାଦରେ ରହି ଶରୀର ଛାଡିଲେ ବି ବାୟୁମଣ୍ଡଳ ବିଲ୍କୁଲ୍
ଶୁନ୍ଶାନ୍ ହୋଇଯାଇଥାଏ । ବାବାଙ୍କର ଅନୁଭବ ରହିଛି । ମନୁଷ୍ୟ ମଲେ ଘର ଶୂନ୍ଶାନ୍ ହୋଇଯାଇଥାଏ
ନା, ଏଠାରେ ବି ଏହିପରି ହୋଇଯାଇଥାଏ । ପଛକୁ ଯେପରି ସବୁ କିଛି ଭୁଲିଯାଉଛନ୍ତି । ଏବେ ଆମକୁ ଘରକୁ
ଫେରିବାକୁ ହେବ । ଦେହ-ଅଭିମାନରୁ ମୁକ୍ତ ହୋଇଚାଲିଛୁ । ପଛକୁ ହର୍ଷିତମୁଖ ହୋଇ ଖୁସିରେ ଶରୀର
ଛାଡିବା ଦରକାର, ବାସ୍ । ଆମେ କେଉଁଆଡେ ଯାଉଛୁ, ଯେତେବେଳେ ଏହିପରି ଅବସ୍ଥା ହେବ, ତେବେ
ବିଜୟମାଳାରେ ଗୁନ୍ଥା ହେବା ପାଇଁ ଯୋଗ୍ୟ ହୋଇଯିବ । ତୁମ ପାଖରେ ଶାନ୍ତିର କରେଣ୍ଟ ରହିଛି । କେହି
ବି ଆସିଲେ କହୁଛନ୍ତି - ଏଠାରେ ବହୁତ ଶାନ୍ତି ମିଳୁଛି । ଏହା ହେଲା ପ୍ରକୃତ ଶାନ୍ତି । ଆତ୍ମା
ଶରୀରଠାରୁ ଅଲଗା ହୋଇଯାଉଛି । ତୁମେ ଜାଣିଛ ମୁଁ ଆତ୍ମା ଶାନ୍ତ ସ୍ୱରୂପ ଅଟେ । ମୁଁ ନିଜର
ସ୍ୱଧର୍ମରେ ବସିଯାଉଛି । କର୍ମ ବିନା ତ କୌଣସି ମନୁଷ୍ୟ ରହିପାରିବେ ନାହିଁ । ଲୋକମାନେ ହଠଯୋଗ
ଦ୍ୱାରା କ’ଣ-କ’ଣ ନ କରୁଛନ୍ତି । ତୁମେ ଏବେ ବୁଝିଛ ଆମର ସ୍ୱଧର୍ମ ହିଁ ଶାନ୍ତି ଅଟେ । ଏଠାକୁ ଆମେ
ଅଭିନୟ କରିବାକୁ ଆସିଛୁ । ଏବେ ଘରକୁ ଫେରିବାକୁ ହେବ । ବାବା କହୁଛନ୍ତି - ମୋତେ ୟାଦ କର ଏବଂ
ଘରକୁ ମଧ୍ୟ ୟାଦ କର । ବାବାଙ୍କୁ ୟାଦ କରିବା ଦ୍ୱାରା ବର୍ସା ମିଳିବ । ବାବା କହୁଛନ୍ତି ମୋତେ
ମଧ୍ୟ ଘରେ ୟାଦ କର । ଏଠାକୁ ତ ମୁଁ ଅସ୍ଥାୟୀ ଭାବେ ଆସୁଛି । ବାବାଙ୍କ ୟାଦରେ ତୁମର ବୁଦ୍ଧି
ଶାନ୍ତିଧାମରେ ସ୍ଥିତ ହେବା ଦରକାର । ଘରର ମଧ୍ୟ ବର୍ସା ନେବାକୁ ହେବ ନା । ତାହା ହେଲା
ଆତ୍ମାମାନଙ୍କର ଘର । ଏହା ହେଉଛି ଜୀବ-ଆତ୍ମାମାନଙ୍କର ଘର । ନିଜର ଘରକୁ ମଧ୍ୟ ଭୁଲ ନାହିଁ ।
ବାବାଙ୍କୁ ମଧ୍ୟ ଭୁଲ ନାହିଁ । ବାବାଙ୍କୁ ୟାଦ କରିବା ଦ୍ୱାରା ହିଁ ପବିତ୍ର ହୋଇ ଘରକୁ ଚାଲିଯିବ
। ଜ୍ଞାନକୁ ଧାରଣ କରିବା ଦ୍ୱାରା ପୁଣି ନୂଆ ଦୁନିଆକୁ ରାଜତ୍ୱ କରିବାକୁ ଆସିବ । ଯେତେ ସମ୍ଭବ
ଅନ୍ୟମାନଙ୍କୁ ରାସ୍ତା ବତାଇଚାଲ । ସର୍ବଦା ପିତାଙ୍କୁ ହିଁ ଦେଖ । ତୁମେ ଜାଣିଛ ବାବା କ’ଣ
କରିଛନ୍ତି! ସବୁ କିଛି ମାତାମାନଙ୍କୁ ଦେଇଦେଲେ । ସିଏ ହିଁ ନିର୍ଦ୍ଦେଶ ଦେଲେ ଯେ ସବୁ କିଛି
ମାତାମାନଙ୍କ ସେବାରେ ଲଗାଅ । ଜଣଙ୍କୁ ଦେଖି ଅନ୍ୟମାନେ ଅନୁକରଣ କଲେ । ସମସ୍ତେ ଯଜ୍ଞରେ ସ୍ୱାହା
ହୋଇଗଲେ । କିନ୍ତୁ ପୁଣି ଯଜ୍ଞରେ ସ୍ଥାୟୀ ଭାବେ ରହିପାରିବା ଦରକାର ନା । ଡ୍ରାମା ଅନୁସାରେ ଭଟ୍ଟୀ
ମଧ୍ୟ ହେବାର ଥିଲା । ପାକିସ୍ଥାନ-ହିନ୍ଦୁସ୍ଥାନ ଭାଗ ଭାଗ ହେଲା । ତୁମର ଭଟ୍ଟୀ ପ୍ରଥମେ
ପାକିସ୍ଥାନରେ ହିଁ ଆରମ୍ଭ ହୋଇଥିଲା । ତୁମେମାନେ ହିଁ ନଦୀ ପାରି ହୋଇଆସିଲ - ଶାସ୍ତ୍ରରେ ତ କ’ଣ
କ’ଣ କଥା ସବୁ ଲେଖି ଦେଇଛନ୍ତି । ବାସ୍ତବରେ ତ ଏବେ ତୁମେ ଶୁଣୁଛ ନା । ପୁଣି କଳ୍ପ ପରେ ତୁମେ
ହିଁ ଶୁଣିବ । ଏବେ ବାବା କହୁଛନ୍ତି - ଖରାପ କଥା ଶୁଣ ନାହିଁ, ଯଦିଓ ଧନ୍ଦା ଆଦି କରୁଛ, କିନ୍ତୁ
ଖରାପ କଥା ଶୁଣ ନାହିଁ । ବାବା କହୁଛନ୍ତି ପ୍ରତ୍ୟେକ କଥାରେ ଶ୍ରୀମତ ନିଅ । ବାବା ଏହି ଅବସ୍ଥାରେ
ଆମେ କ’ଣ କରିବୁ ତେବେ ବାବା ସବୁ ବତାଇ ଦେବେ । କୌଣସି କଥା ପଚାରିବାକୁ ଥିଲେ ତୁମେ ବାବାଙ୍କ
ପାଖକୁ ଆସ । ତୁମେ ଡରୁଛ କାହିଁକି । ପାଦେ-ପାଦେରେ ପଚାରିବାକୁ ହେବ । ଶ୍ରୀମତରେ ଚାଲିଲେ ତୁମର
ପାଦ-ପାଦରେ ପଦ୍ମ ରହିଛି । ତୁମର ସେକେଣ୍ଡ ପରେ ସେକେଣ୍ଡ ଯାହା ବିତିଯାଉଛି ସେଥିରେ ପଦ୍ମ ରହିଛି
। ତେଣୁ କେତେ ରୋଜଗାର ହେଉଛି । ଆଚ୍ଛା —
ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ
ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ବିଜୟମାଳାରେ
ଗୁନ୍ଥା ହେବା ପାଇଁ ଏହି ଶରୀରର ସ୍ମୃତିଠାରୁ ଅଲଗା ହେବାର ପୂରା-ପୂରା ପୁରୁଷାର୍ଥ କରିବାକୁ ହେବ
। ଦେହ-ଅଭିମାନକୁ ଛାଡିବାକୁ ହେବ । ଏହି ଦୁନିଆକୁ ବୁଦ୍ଧିରୁ ଭୁଲିବାକୁ ହେବ ।
(୨) ଅଧିକ ଧନର ଲାଳସା
କର ନାହିଁ । ବାବାଙ୍କ ସ୍ମରଣ ବିନା ଅନ୍ୟ କୌଣସି ଚିନ୍ତନ ନ ରହୁ । କେବେ ବି ବାବାଙ୍କଠାରୁ ଅଥବା
ପାଠପଢାରୁ ଋଷିବା ଉଚିତ୍ ନୁହେଁ ।
ବରଦାନ:-
ମାଲିକପଣିଆର
ସ୍ମୃତି ଦ୍ୱାରା ସର୍ବୋଚ୍ଚ ଅଧିକାରୀ ପଣିଆର ଅନୁଭବ କରୁଥିବା ଯୁଗଳ ସ୍ୱରୂପଧାରୀ ଭବ ।
ପ୍ରଥମେ ନିଜର ଶରୀର ଏବଂ
ଆତ୍ମାର ଯୁଗଳ ସ୍ୱରୂପକୁ ସ୍ମୃତିରେ ରଖ । ଶରୀର ରଚନା ଅଟେ, ଆତ୍ମା ରଚୟିତା ଅଟେ । ଏହା ଦ୍ୱାରା
ମାଲିକ ପଣିଆ ସ୍ୱତଃ ହିଁ ସ୍ମୃତିରେ ରହିବ ଏବଂ ମାଲିକ ପଣିଆର ସ୍ମୃତି ଦ୍ୱାରା ନିଜକୁ ସର୍ବୋଚ୍ଚ
ଅଧିକାରୀ ଅନୁଭବ କରିବ, ଶରୀରର ଚାଳକ ହୋଇଯିବ । ଦ୍ୱିତୀୟରେ ପିତା ଏବଂ ପୁତ୍ର ଅର୍ଥାତ୍
ଶିବଶକ୍ତିର ଯୁଗଳ ସ୍ୱରୂପର ସ୍ମୃତି ଦ୍ୱାରା ମାୟାର ବିଘ୍ନଗୁଡିକୁ ଅଧିକାରୀ ପଣିଆ ସହିତ ଅତିକ୍ରମ
କରିଯିବ ।
ସ୍ଲୋଗାନ:-
ବିସ୍ତାରକୁ
ଗୋଟିଏ ସେକେଣ୍ଡ ଭିତରେ ସମାହିତ କରି ଜ୍ଞାନର ସାର ମର୍ମକୁ ଅନୁଭବ କର ଏବଂ କରାଅ ।
ଅବ୍ୟକ୍ତ ଈଶାରା -
ଜ୍ୱାଳା ସ୍ୱରୂପ ସ୍ଥିତିରେ ରହି ଶକ୍ତିଶାଳୀ ଯୋଗର ଅନୁଭବ କର ।
ପାପ କଟେଶ୍ୱର ବା ପାପ
ହରଣୀ ସେତେବେଳେ ହୋଇପାରିବ, ଯେତେବେଳେ ତୁମର ଯୋଗ ଜ୍ୱାଳା ସ୍ୱରୂପ ହୋଇଯିବ । ଏହି ଯୋଗ ଦ୍ୱାରା
ଅନେକ ଆତ୍ମାମାନଙ୍କର ନିର୍ବଳତା ଦୂର ହେବ । ଏଥିପାଇଁ ପ୍ରତ୍ୟେକ ମୂହୁର୍ତ୍ତ ପ୍ରତ୍ୟେକ
ନିଶ୍ୱାସରେ ବାବା ଏବଂ ତୁମେ ଆତ୍ମା ଯୁଗଳ ରୂପରେ ରୁହ । କେତେବେଳେ ବି ସାଧାରଣ ସ୍ମୃତି ବା ଯୋଗ
ନ ହେଉ । ସ୍ନେହ ଏବଂ ଶକ୍ତି - ଏହି ଦୁଇଟିଯାକ ସ୍ୱରୂପ ଏକାଠି ରହିଥାଉ ।