14.08.25 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:-
ବାବାଙ୍କ ସହିତ ସଚ୍ଚୋଟ ହୋଇ ରୁହ, ନିଜର ସଚ୍ଚା ସଚ୍ଚା ଚାର୍ଟ ରଖ, କାହାକୁ ବି ଦୁଃଖ ଦିଅ ନାହିଁ,
ଏକମାତ୍ର ବାବାଙ୍କର ଶ୍ରେଷ୍ଠ ମତରେ ଚାଲ ।’’
ପ୍ରଶ୍ନ:-
ଯେଉଁମାନେ
ସମ୍ପୂର୍ଣ୍ଣ ୮୪ ଜନ୍ମ ନେଉଛନ୍ତି ସେମାନଙ୍କର ପୁରୁଷାର୍ଥ କିପରି ହୋଇଥିବ?
ଉତ୍ତର:-
ସେମାନଙ୍କର ବିଶେଷ ପୁରୁଷାର୍ଥ ନରରୁ ନାରାୟଣ ହେବା ପାଇଁ ହେବ । ନିଜର କର୍ମେନ୍ଦ୍ରିୟ ଉପରେ
ସେମାନଙ୍କର ପୂର୍ଣ୍ଣ ନିୟନ୍ତ୍ରଣ ରହିବ । ସେମାନଙ୍କର ଦୃଷ୍ଟି ବିକାରଯୁକ୍ତ ହୋଇନଥିବ । ଯଦି ଏବେ
ପର୍ଯ୍ୟନ୍ତ ମଧ୍ୟ କାହାକୁ ଦେଖିଲେ ବିକାରୀ ଖିଆଲ ଆସୁଛି ବା ଦୃଷ୍ଟି ବିକାରୀ ହୋଇଯାଉଛି, ତାହା
ହେଲେ ଭାବିନିଅ ଯେ ପୂରା ୮୪ ଜନ୍ମ ନେଉଥିବା ଆତ୍ମା ନୁହେଁ ।
ଗୀତ:-
ଇସ୍ ପାପ କି
ଦୁନିଆ ସେ...
ଓମ୍ ଶାନ୍ତି ।
ମଧୁର ଆତ୍ମିକ
ସନ୍ତାନମାନେ ଜାଣୁଛନ୍ତି ଯେ ଏହା ହେଉଛି ପାପର ଦୁନିଆ । ପୁଣ୍ୟର ଦୁନିଆକୁ ମଧ୍ୟ ମନୁଷ୍ୟ
ଜାଣିଛନ୍ତି । ମୁକ୍ତି ଏବଂ ଜୀବନମୁକ୍ତି ପୁଣ୍ୟର ଦୁନିଆକୁ କୁହାଯାଇଛି । ସେଠାରେ ପାପ ହୋଇ ନ
ଥାଏ । ପାପ ହୋଇଥାଏ ଦୁଃଖଧାମ ରାବଣ ରାଜ୍ୟରେ । ଦୁଃଖ ଦେଉଥିବା ରାବଣକୁ ମଧ୍ୟ ଦେଖିଛ, ରାବଣ
କୌଣସି ବସ୍ତୁ ନୁହେଁ, ତଥାପି ବି କୁଶ ପୁତଳିକା ଜଳାଇଥା’ନ୍ତି । ପିଲାମାନେ ଜାଣିଛନ୍ତି ଯେ ଆମେ
ବର୍ତ୍ତମାନ ରାବଣ ରାଜ୍ୟରେ ଅଛୁ, କିନ୍ତୁ ସବୁଥିରୁ ଅଲଗା ହୋଇଯାଇଛୁ । ଆମେ ଏବେ ପୁରୁଷୋତ୍ତମ
ସଂଗମ ଯୁଗରେ ଅଛୁ । ପିଲାମାନେ ଏଠାକୁ ଆସିଲା ବେଳେ ବୁଦ୍ଧିରେ ଏହା ଥାଏ ଯେ ଆମେ ସେହି ପିତାଙ୍କ
ପାଖକୁ ଯାଉଛୁ ଯିଏ ଆମକୁ ମନୁଷ୍ୟରୁ ଦେବତା କରୁଛନ୍ତି । ସୁଖଧାମର ମାଲିକ କରାଉଛନ୍ତି । ସୁଖଧାମର
ମାଲିକ, ବ୍ରହ୍ମା କରୁନାହାଁନ୍ତି, କେହି ବି ଦେହଧାରୀ କରୁନାହାନ୍ତି । ମାଲିକ କରାଉଛନ୍ତି
ଶିବବାବା, ଯାହାଙ୍କର ଦେହ ନାହିଁ । ଦେହ ତୁମର ବି ନଥିଲା, ପରନ୍ତୁ ତୁମେ ପୁଣି ଦେହ ନେଇ ଜନ୍ମ
ମରଣରେ ଆସୁଛ ତେଣୁ ତୁମେ ଜାଣିଛ ଯେ ଆମେ ଅବିନାଶୀ ବାବାଙ୍କ ପାଖକୁ ଯାଉଛୁ । ସେ ଆମକୁ ଶ୍ରେଷ୍ଠ
ମତ ଦେଉଛନ୍ତି । ତୁମେ ଏଭଳି ପୁରୁଷାର୍ଥ କଲେ ସ୍ୱର୍ଗର ମାଲିକ ହୋଇପାରିବ । ସ୍ୱର୍ଗକୁ ତ ସମସ୍ତେ
ମନେ ପକାଇଥା’ନ୍ତି । ଭାବନ୍ତି ଯେ ନୂଆ ଦୁନିଆ ନିଶ୍ଚିତ ରହିଛି । ତାହା ମଧ୍ୟ ନିଶ୍ଚିତ ରୂପେ
କେହି ସ୍ଥାପନା କରୁଛନ୍ତି । ନର୍କ ବି କେହି ସ୍ଥାପନା କରୁଛି । ତୁମର ସୁଖଧାମର ଅଭିନୟ କେବେ
ସମ୍ପୂର୍ଣ୍ଣ ହେଉଛି, ତାହା ବି ତୁମେ ଜାଣିଛ । ପୁଣି ରାବଣ ରାଜ୍ୟରେ ତୁମେ ଦୁଃଖୀ ହୋଇଯାଉଛ ।
ବର୍ତ୍ତମାନ ସମୟରେ ଏହା ହେଉଛି ଦୁଃଖଧାମ । ଯଦିଓ ବହୁତ କୋଟିପତି ଓ ପଦମପତି ଅଛନ୍ତି ତେବେ ବି
ପତିତ ଦୁନିଆ ତ କୁହାଯିବ ନା । ଏହା କାଙ୍ଗାଳ ଦୁନିଆ, ଦୁଃଖର ଦୁନିଆ । ଯଦିଓ କେତେ ବଡ ବଡ କୋଠା
ଅଛି ଓ ସୁଖର ସବୁ ସାଧନ ରହିଛି ତେବେ ବି କୁହାଯିବ ପତିତ ପୁରୁଣା ଦୁନିଆ । ବିଷୟ ବିକାର ରୂପୀ
ବୈତରଣୀ ନଦୀରେ ଉବୁଟୁବୁ ହେଉଛନ୍ତି । ଏହା ବି ବୁଝୁନାହାଁନ୍ତି ଯେ ବିକାରଗ୍ରସ୍ତ ହେବା ପାପ ।
କହୁଛନ୍ତି ଯେ ଏହା ବିନା ସୃଷ୍ଟିର ବୃଦ୍ଧି କିପରି ହେବ । ଡାକିଥା’ନ୍ତି ମଧ୍ୟ - ହେ ଭଗବାନ, ହେ
ପତିତ-ପାବନ ଆସି ଏହି ପତିତ ଦୁନିଆକୁ ପବିତ୍ର କର । ଆତ୍ମା କହୁଛି ଶରୀର ଦ୍ୱାରା । ଆତ୍ମା ହିଁ
ପତିତ ହୋଇଛି ତେଣୁ ତ ଡାକୁଛି । ସ୍ୱର୍ଗରେ ଜଣେ ବି ପତିତ ନ ଥାନ୍ତି ।
ତୁମେ ପିଲାମାନେ ଜାଣିଛ
ଯେ ସଂଗମଯୁଗରେ ଯିଏ ଭଲ ପୁରୁଷାର୍ଥୀ ଅଟନ୍ତି, ସେ ଜାଣିଥା’ନ୍ତି ଯେ ମୁଁ ୮୪ ଜନ୍ମ ନେଇଛି ପୁଣି
ଏହି ଲକ୍ଷ୍ମୀ-ନାରାୟଣଙ୍କ ସାଥିରେ ହିଁ ସତ୍ୟଯୁଗରେ ରାଜତ୍ୱ କରିବି । ଜଣେ ଆତ୍ମା ତ ୮୪ ଜନ୍ମ
ନେଇ ନାହାଁନ୍ତି ନା । ରାଜାଙ୍କ ସାଥିରେ ପ୍ରଜା ବି ଦରକାର । ତୁମେ ବ୍ରାହ୍ମଣମାନଙ୍କ ମଧ୍ୟରେ
କ୍ରମାନ୍ୱୟରେ ଅଛନ୍ତି । କେହି ରାଜା-ରାଣୀ ହେଉଛନ୍ତି, କେହି ପୁଣି ପ୍ରଜା ହେବେ । ବାବା
କହୁଛନ୍ତି ଯେ ପିଲାମାନେ ଏବେଠାରୁ ହିଁ ତୁମକୁ ଦିବ୍ୟଗୁଣ ଧାରଣ କରିବାକୁ ହେବ । ଏହି ଆଖି ବିକାରୀ
ହୋଇଯାଇଛି, କାହାକୁ ଦେଖିଲେ ଦୃଷ୍ଟି ଖରାପ ହେଉଥିଲେ ବୁଝିଯିବା ଦରକାର ଯେ ସେ ଆତ୍ମାର କେବେହେଲେ
୮୪ ଜନ୍ମ ହୋଇନଥିବ । ସେ ନରରୁ ନାରାୟଣ ହୋଇପାରିବେ ନାହିଁ । ଆଖି ଉପରେ ବିଜୟ ପ୍ରାପ୍ତ କରିନେଲେ
କର୍ମାତୀତ ଅବସ୍ଥା ହେବ । ସବୁ କିଛି ଆଖି ଉପରେ ନିର୍ଭର କରୁଛି, ଆଖି ହିଁ ଧୋକା ଦେଇଥାଏ । ଆତ୍ମା
ଏହି ଝରକା ମାଧ୍ୟମରେ ଦେଖୁଛି, ବ୍ରହ୍ମାବାବାଙ୍କ ଭିତରେ ତ ଡବଲ ଆତ୍ମା ଅଛନ୍ତି । ଶିବବାବା ମଧ୍ୟ
ଏହି ଖିଡିକି ମାଧ୍ୟମରେ ଦେଖୁଛନ୍ତି । ଆମର ମଧ୍ୟ ଦୃଷ୍ଟି ଆତ୍ମା ଉପରକୁ ଯାଉଛି । ବାବା ଆତ୍ମାକୁ
ହିଁ ବୁଝାଉଛନ୍ତି । କହୁଛନ୍ତି ଯେ ମୁଁ ବି ଶରୀର ନେଇଛି, ତେଣୁ କଥା କହିପାରୁଛି । ତୁମେ ଜାଣୁଛ
ଯେ ବାବା ଆମକୁ ସୁଖର ଦୁନିଆକୁ ନେଇଯାଉଛନ୍ତି । ଏହା ହେଉଛି ରାବଣ ରାଜ୍ୟ । ତୁମେ ଏହି ପତିତ
ଦୁନିଆରୁ ଅଲଗା ହୋଇଯାଇଛ । କେହି ବହୁତ ଆଗକୁ ବଢ଼ିଯାଇଛନ୍ତି ତ କିଏ ପଛକୁ ହଟି ଯାଇଛନ୍ତି ।
ପ୍ରତ୍ୟେକ କହୁଛନ୍ତି ଯେ ଆମକୁ ପାରିକର । ବାସ୍ତବରେ ତ’ ପାରି ହେବେ ସତ୍ୟଯୁଗକୁ । ପରନ୍ତୁ
ସେଠାରେ ଉଚ୍ଚ ପଦ ପାଇବାକୁ ହେଲେ ତ ପବିତ୍ର ହେବାକୁ ପଡିବ । ମେହେନତ କରିବାକୁ ହିଁ ପଡିବ ।
ମୁଖ୍ୟ କଥା ହେଲା, ବାବାଙ୍କୁ ମନେ ପକାଇଲେ ବିକର୍ମ ବିନାଶ ହେବ । ଏହା ହେଉଛି ପ୍ରଥମ ପାଠ ।
ତୁମେ ଏବେ ଜାଣୁଛ ଯେ ଆମେ
ସବୁ ଆତ୍ମା ହେଉଛୁ ଅଭିନେତା । ପ୍ରଥମେ ପ୍ରଥମେ ଆମେ ସୁଖଧାମକୁ ଆସିଲୁ ପୁଣି ଏବେ ଦୁଃଖଧାମକୁ
ଆସିଛୁ । ଏବେ ପୁଣି ବାବା ସୁଖଧାମକୁ ନେଇଯିବା ପାଇଁ ଆସିଛନ୍ତି । କହୁଛନ୍ତି ମୋତେ ମନେ ପକାଅ ଏବଂ
ପବିତ୍ର ହୁଅ । କାହାକୁ ବି ଦୁଃଖ ଦିଅ ନାହିଁ । ପରସ୍ପରଙ୍କୁ ବହୁତ ଦୁଃଖ ଦେଉଛନ୍ତି । କାହା
ଭିତରେ କାମର ଭୂତ ତ ଆସିଗଲା ତ କାହା ଭିତରେ କ୍ରୋଧ ଆସିଲା, ହାତ ଉଠାଇଦେଲେ । ବାବା କହିବେ ଇଏ ତ
ଦୁଃଖଦାୟୀ ପାପ ଆତ୍ମା । ପୁଣ୍ୟ ଆତ୍ମା କିପରି ହେବେ । ଏ ପର୍ଯ୍ୟନ୍ତ ପାପ କରୁଛନ୍ତି । ଇଏ ତ
ନାମ ବଦନାମ କରୁଛନ୍ତି । ସଭିଏଁ କ’ଣ କହିବେ! କହୁଛନ୍ତି ଆମକୁ ଭଗବାନ ପଢାଉଛନ୍ତି । ଆମେ
ମନୁଷ୍ୟରୁ ଦେବତା ବିଶ୍ୱର ମାଲିକ ହେଉଛୁ ! ସେମାନେ ପୁଣି କ’ଣ ଏଭଳି କାମ କରିବେ କି! ଏଣୁ ବାବା
କହୁଛନ୍ତି ଯେ ପ୍ରତିଦିନ ରାତିରେ ନିଜକୁ ଦେଖ । ଯଦି ସୁପୁତ୍ର ହୋଇଥିବେ ତାହାହେଲେ ଚାର୍ଟ ପଠାଇବେ
। ଯଦିଓ କେହି ଚାର୍ଟ ଲେଖୁଛନ୍ତି, ପରନ୍ତୁ ସାଥିରେ ଏକଥା ଲେଖୁନାହାଁନ୍ତି ଯେ ମୁଁ କାହାକୁ ଦୁଃଖ
ଦେଇଛି କିମ୍ବା ଏହି ଭୁଲ୍ କରିଛି । ବାବାଙ୍କୁ ମନେ ପକାଉଥିବ ଏବଂ ଓଲଟା କର୍ମ କରିଚାଲିଥିବେ, ଏହା
ବି ଠିକ୍ ନୁହଁ । ଓଲଟା କର୍ମ ସେତେବେଳେ କରନ୍ତି ଯେତେବେଳେ ଦେହ-ଅଭିମାନୀ ହୋଇଯାନ୍ତି ।
ଏହି ଚକ୍ର କିପରି ଘୂରୁଛି
- ଏହା ତ ବହୁତ ସହଜ ଅଟେ । ଗୋଟିଏ ଦିନରେ ବି ଟିଚର ହୋଇପାରିବ । ବାବା ତୁମକୁ ୮୪ ଜନ୍ମର ରହସ୍ୟ
ବୁଝାଉଛନ୍ତି, ପଢାଉଛନ୍ତି । ପୁଣି ଯାଇ ତାହା ଉପରେ ମନନ କରିବାକୁ ହେବ । ମୁଁ ୮୪ ଜନ୍ମ କିପରି
ନେଇଛି? ଏହିଭଳି ଅଭ୍ୟାସ ଶିଖାଉଥିବା ଟିଚର୍ଙ୍କ ଠାରୁ ଶିଖୁଥିବା ଆତ୍ମା ଦୈବୀଗୁଣ ବି ଅଧିକ
ଧାରଣ କରି ନେଇଥାନ୍ତି । ବାବା ସିଦ୍ଧ କରି କହିପାରିବେ । ଦେଖାଇଥାନ୍ତି ଯେ ବାବା ଆମର ଚାର୍ଟ
ଦେଖ । ମୁଁ ଟିକିଏ ବି କାହାକୁ ଦୁଃଖ ଦେଇନାହିଁ । ବାବା କହିବେ ଏହି ପିଲା ତ ବଡ ମିଠା । ଭଲ
ସୁଗନ୍ଧ ବିଚ୍ଛୁରିତ କରୁଛି । ଟୀଚର ହେବା ତ ଗୋଟିଏ ସେକେଣ୍ଡର କାମ ଅଟେ । ଟିଚରଙ୍କଠାରୁ ମଧ୍ୟ
ଛାତ୍ର ଯୋଗ ଯାତ୍ରାରେ ତୀବ୍ର ହୋଇ ଯାଉଛନ୍ତି । ତେଣୁ ସେ ଟିଚରଙ୍କଠାରୁ ମଧ୍ୟ ଉଚ୍ଚ ପଦ ପାଇବେ ।
ବାବା ତ ପଚାରୁଛନ୍ତି, କାହାକୁ ପଢାଉଛ? ପ୍ରତିଦିନ ଶିବମନ୍ଦିରକୁ ଯାଇ ସେଠାରେ ପଢାଅ । ଶିବବାବା
କିପରି ଆସି ସ୍ୱର୍ଗର ସ୍ଥାପନା କରୁଛନ୍ତି? ସ୍ୱର୍ଗର ମାଲିକ କରୁଛନ୍ତି । ବୁଝାଇବା ବହୁତ ସହଜ ।
ବାବାଙ୍କ ପାଖକୁ ଚାର୍ଟ ପଠାଇଥାନ୍ତି - ବାବା ମୋର ଅବସ୍ଥା ଏହିପରି । ବାବା ପଚାରୁଛନ୍ତି, ବଚ୍ଚେ
କୌଣସି ବିକର୍ମ ତ କରୁନାହଁ? କୁଦୃଷ୍ଟି ଓଲଟା-ସିଧା କାର୍ଯ୍ୟ କରାଉନାହିଁ ତ’। ନିଜର ବ୍ୟବହାର,
ଚରିତ୍ର ଆଦିକୁ ଦେଖିବା ଦରକାର । ଚାଲି-ଚଳନର ସମସ୍ତ ଆଧାର ଆଖି ଉପରେ ହିଁ ନିର୍ଭର କରିଥାଏ । ଆଖି
ଅନେକ ପ୍ରକାରର ଧୋକା ଦେଇଥାଏ । ନ ପଚାରି କୌଣସି ଜିନିଷ ଉଠାଇ ଖାଇଲେ ବି ପାପ ଖାତାରେ ଜମା
ହୋଇଯାଇଥାଏ କାହିଁକି ନା ବିନା ନିର୍ଦ୍ଦେଶରେ ଉଠାଇଲ ନା । ଏଠାରେ କାଇଦା ବହୁତ ରହିଛି । ଏହା
ଶିବବାବାଙ୍କର ଯଜ୍ଞ ନା । ଦାୟିତ୍ୱରେ ଥିବା ବ୍ୟକ୍ତିଙ୍କୁ ନ ପଚାରି କୌଣସି ଜିନିଷ ଖାଇପାରିବ
ନାହିଁ । ଜଣେ ଖାଇଲେ ତ ଅନ୍ୟମାନେ ମଧ୍ୟ ଏହିପରି କରିବାକୁ ଲାଗିବେ । ବାସ୍ତବରେ ଏଠାରେ ତ କୌଣସି
ବସ୍ତୁକୁ ତାଲା ପକାଇ ରଖିବା ଦରକାର ନାହିଁ । ନିୟମ କହୁଛି ଯେ ଏହି ଘର ଭିତରକୁ, ରୋଷେଇ ଘର
ସମ୍ମୁଖକୁ କୌଣସି ବି ଅପବିତ୍ର ଆତ୍ମା ଆସିବା ଉଚିତ୍ ନୁହେଁ । ବାହାରେ ତ ଅପବିତ୍ର-ପବିତ୍ର ଆଦିର
କୌଣସି ପ୍ରଶ୍ନ ହିଁ ନାହିଁ । ପରନ୍ତୁ ପତିତ ତ ନିଜକୁ କହୁଛନ୍ତି ନା । ସମସ୍ତେ ହେଉଛନ୍ତି ପତିତ
। ବଲ୍ଲଭାଚାରୀଙ୍କୁ ଅଥବା ଶଙ୍କରାଚାର୍ଯ୍ୟଙ୍କୁ କେହି ସ୍ପର୍ଶ କରିପାରିବେ ନାହିଁ କାହିଁକି ନା
ସେମାନେ ଭାବିଥା’ନ୍ତି ଯେ ଆମେ ପବିତ୍ର ଓ ଅନ୍ୟମାନେ ହେଉଛନ୍ତି ପତିତ । ଯଦିଓ ଏଠାରେ ସମସ୍ତଙ୍କ
ଶରୀର ପତିତ ତଥାପି ପୁରୁଷାର୍ଥ ଅନୁସାରେ ବିକାରଗୁଡିକର ସନ୍ନ୍ୟାସ କରୁଛନ୍ତି । ତେଣୁ
ନିର୍ବିକାରୀଙ୍କ ଆଗରେ ବିକାରୀ ମନୁଷ୍ୟ ମୁଣ୍ଡ ନୁଆଁଇଥାନ୍ତି କହିଥାନ୍ତି ଯେ ଇଏ ବଡ ସ୍ୱଚ୍ଛ
ଧର୍ମାତ୍ମା ମନୁଷ୍ୟ । ସତ୍ୟଯୁଗରେ ତ ମ୍ଲେଚ୍ଛ ରହିବେ ନାହିଁ । ତାହା ତ ପବିତ୍ର ଦୁନିଆ । ସମସ୍ତେ
ଗୋଟିଏ ପ୍ରକାରର ହୋଇଥା’ନ୍ତି । ତୁମେ ଏହି ସମ୍ପୂର୍ଣ୍ଣ ରହସ୍ୟକୁ ଜାଣିଛ । ଆରମ୍ଭରୁ ନେଇ
ସୃଷ୍ଟିର ଆଦି-ମଧ୍ୟ-ଅନ୍ତର ରହସ୍ୟ ବୁଦ୍ଧିରେ ରହିବା ଦରକାର । ଆମେ ସବୁ କିଛି ଜାଣିଛୁ । ଅଧିକ
ଆଉ କିଛି ଜାଣିବାର ହିଁ ନାହିଁ । ରଚୟିତା ବାବାଙ୍କୁ ଜାଣିଲ, ସୂକ୍ଷ୍ମବତନକୁ ଜାଣିଲ, ଭବିଷ୍ୟ
ପଦବୀକୁ ଜାଣିଲ, ଯେଉଁଥି ପାଇଁ ପୁରୁଷାର୍ଥ କରୁଛ । ପରେ ଯଦି ଚାଲି ଚଳଣି ଏଭଳି ହୋଇଯାଉଛି ତେବେ
ଉଚ୍ଚ ପଦ ପାଇ ପାରିବ ନାହିଁ । କାହାକୁ ଦୁଃଖ ଦେଲ, ବିକାରଗ୍ରସ୍ତ ହେଲ କିମ୍ବା ଖରାପ ଦୃଷ୍ଟି
ରଖିଲ, ତେବେ ଏହା ମଧ୍ୟ ହେଉଛି ପାପ । ଦୃଷ୍ଟିର ପରିବର୍ତ୍ତନ ହେବା କଷ୍ଟକର । ଦୃଷ୍ଟି ବହୁତ ଭଲ
ହେବା ଦରକାର । ଆଖି ଦେଖୁଛି - ସେ କ୍ରୋଧ କରୁଛି ତେଣୁ ନିଜେ ମଧ୍ୟ ଲଢେଇ କରୁଛି । ଶିବବାବାଙ୍କ
ସହିତ ଟିକିଏ ବି ସ୍ନେହ ନାହିଁ, ବାବାଙ୍କୁ ମନେ ହିଁ ପକାଉ ନାହାଁନ୍ତି, ବଳିହାରୀ ଶିବବାବାଙ୍କର
। ବଲିହାରୀ ଗୁରୁ ଆପଣଙ୍କର... ବଳିହାର ସେହି ସତ୍ଗୁରୁଙ୍କର ଯିଏ ଗୋବିନ୍ଦ ଶ୍ରୀକୃଷ୍ଣଙ୍କର
ସାକ୍ଷାତ୍କାର କରାଇଛନ୍ତି । ଗୁରୁ ଅର୍ଥାତ୍ ଶିବବାବାଙ୍କ ଦ୍ୱାରା ତୁମେ ଗୋବିନ୍ଦ ଅର୍ଥାତ୍
ଶ୍ରୀକୃଷ୍ଣ ହେଉଛ । ସାକ୍ଷାତ୍କାର ଦ୍ୱାରା କେବଳ ମୁଖ ମିଠା ହୋଇନଥାଏ । ମୀରାଙ୍କର ମୁଖ ମିଠା
ହେଲା କି? ସତରେ ସେ ତ ସ୍ୱର୍ଗକୁ ଗଲେ ନାହିଁ । ତାହା ହେଲା ଭକ୍ତିମାର୍ଗ, ତାକୁ ସ୍ୱର୍ଗର ସୁଖ
କୁହାଯାଏ ନାହିଁ । ଗୋବିନ୍ଦଙ୍କୁ କେବଳ ଦେଖିଲେ ହେବ ନାହିଁ, ତାଙ୍କ ଭଳି ହେବାକୁ ପଡିବ । ତୁମେ
ଏହିପରି ହେବା ପାଇଁ ହିଁ ଏଠାକୁ ଆସିଛ । ଏହି ନିଶା ରହିବା ଦରକାର ଯେ ଆମେ ତାଙ୍କ ପାଖକୁ ଯାଉଛୁ
ଯିଏ ଆମକୁ ଏଭଳି କରୁଛନ୍ତି । ତେଣୁ ବାବା ସମସ୍ତଙ୍କୁ ଏହି ରାୟ ଦେଉଛନ୍ତି ଯେ ଚାର୍ଟରେ ଏହା
ମଧ୍ୟ ଲେଖ ଯେ ଆଖି ଧୋକା ତ ଦେଉନାହିଁ? ପାପ ତ କରିନାହଁ? ଆଖି କୌଣସି ନା କୌଣସି କଥାରେ ଧୋକା
ନିଶ୍ଚିତ ଦେଉଛି । ଆଖି ବିଲ୍କୁଲ୍ ଶୀତଳ ହୋଇଯିବା ଦରକାର । ନିଜକୁ ଅଶରୀର ଭାବ । ଏହି
କର୍ମାତୀତ ଅବସ୍ଥା ଅନ୍ତିମ ସମୟରେ ହେବ, ତାହା ମଧ୍ୟ ସେତେବେଳେ ହେବ ଯେତେବେଳେ ବାବାଙ୍କୁ ନିଜର
ଚାର୍ଟ ପଠାଇବ । ଯଦିଓ ଧର୍ମରାଜଙ୍କର ରେଜିଷ୍ଟରରେ ଆପେ ଆପେ ସବୁ ଜମା ହୋଇଯାଉଛି ପରନ୍ତୁ ବାବା
ସାକାରରେ ଆସିଥିବାରୁ କହୁଛନ୍ତି ଯେ ସାକାରକୁ ମଧ୍ୟ ଜାଣିବା ଦରକାର । ତେବେ ଯାଇ ସଜାଗ
କରାଇପାରିବେ । ବିକାରୀ ଦୃଷ୍ଟି ଅଥବା ଦେହ ଅଭିମାନୀ ହୋଇଥିବେ ତ ବାୟୁମଣ୍ଡଳକୁ ଅଶୁଦ୍ଧ କରିଦେବେ
। ଏଠାରେ ବସି ମଧ୍ୟ ବୁଦ୍ଧିଯୋଗ ବାହାରକୁ ଚାଲିଯାଉଛି । ମାୟା ବହୁତ ଧୋକ୍କା ଦେଉଛି । ମନରେ
ବହୁତ ତୋଫାନ ଆସୁଛି । ଏହିପରି ହେବା ପାଇଁ କେତେ ମେହେନତ କରିବାକୁ ପଡୁଛି । ବାବାଙ୍କ ପାଖକୁ
ଆସିଥାନ୍ତି, ବାବା ଆତ୍ମାକୁ ଜ୍ଞାନରେ ସଜାଇଥା’ନ୍ତି । ବୁଝୁଛୁ ଯେ ମୁଁ ଆତ୍ମା, ଜ୍ଞାନ ଦ୍ୱାରା
ପବିତ୍ର ହେବୁ । ପୁଣି ଶରୀର ବି ପବିତ୍ର ମିଳିବ । ଆତ୍ମା ଏବଂ ଶରୀର ଉଭୟ ସତ୍ୟଯୁଗରେ ହିଁ
ପବିତ୍ର ହେବ, ପୁଣି ଅଧାକଳ୍ପ ପରେ ରାବଣ ରାଜ୍ୟ ହୋଇଥାଏ । ମନୁଷ୍ୟମାନେ କହିବେ ଭଗବାନ ଏପରି
କାହିଁକି କଲେ? ଏହା ହେଉଛି ଅନାଦି ଡ୍ରାମା ପୂର୍ବ ନିର୍ମିତ । ଭଗବାନ କ’ଣ କିଛି କରୁଛନ୍ତି କି ।
ସତ୍ୟଯୁଗରେ ଏକ ଦେବୀ-ଦେବତା ଧର୍ମ ହିଁ ରହିବ । କେହି କେହି କହୁଛନ୍ତି ଯେ ଏପରି ଭଗବାନଙ୍କୁ ଆମେ
କାହିଁକି ମନେ ପକାଇବୁ । କିନ୍ତୁ ତୁମର ଅନ୍ୟ ଧର୍ମ ସହିତ କୌଣସି ସମ୍ବନ୍ଧ ନାହିଁ । ଯେଉଁମାନେ
କଣ୍ଟା ହୋଇଛନ୍ତି ସେହିମାନେ ହିଁ ଆସି ଫୁଲ ହେବେ । ମନୁଷ୍ୟ କହିଥାନ୍ତି ଯେ କ’ଣ ଭଗବାନ କେବଳ
ଭାରତବାସୀମାନଙ୍କୁ ହିଁ ସ୍ୱର୍ଗକୁ ନେଇଯିବେ, ଆମେ ମାନିବୁ ନାହିଁ, ଭଗବାନଙ୍କର ବି କ’ଣ ଦୁଇଟି
ଆଖି ଅଛି? ପରନ୍ତୁ ଏହି ଡ୍ରାମା ତ’ ପୂର୍ବ ନିର୍ମିତ । ସମସ୍ତେ ଯଦି ସ୍ୱର୍ଗକୁ ଯିବେ ତେବେ ପୁଣି
ଅନେକ ଧର୍ମର ଅଭିନୟ କିପରି ଚାଲିବ? ସ୍ୱର୍ଗରେ ଏତେ କୋଟି ମନୁଷ୍ୟ ରହିବେ ନାହିଁ । ପ୍ରଥମତଃ
ମୁଖ୍ୟ କଥା ହେଲା ଭଗବାନ କିଏ, ତାଙ୍କୁ ତ ଚିହ୍ନ । ଏକଥାକୁ ବୁଝିନପାରିଲେ ତ ଅନେକ ପ୍ରଶ୍ନ
କରିଚାଲିବେ । ନିଜକୁ ଆତ୍ମା ଭାବିଲେ ହିଁ କହିବେ ଏହି କଥା ତ’ ଠିକ । ଆମକୁ ତ ପତିତରୁ ପବିତ୍ର
ନିଶ୍ଚିତ ହେବାକୁ ପଡିବ । ସେହି ଜଣଙ୍କୁ ହିଁ ମନେପକାଇବାକୁ ପଡିବ । ସବୁ ଧର୍ମରେ ଭଗବାନଙ୍କୁ ମନେ
ପକେଇଥାନ୍ତି ।
ତୁମମାନଙ୍କୁ ଏବେ ଏହି
ଜ୍ଞାନ ମିଳୁଛି । ତୁମେ ଜାଣିଛ ଯେ ଏହି ସୃଷ୍ଟିଚକ୍ର କିପରି ଘୂରୁଛି । ତୁମେ ପ୍ରଦର୍ଶନୀରେ ମଧ୍ୟ
କେତେ ବୁଝାଉଛ । ବିଲ୍କୁଲ୍ କମ୍ ଆତ୍ମା ଏ ଜ୍ଞାନକୁ ବୁଝିଥାଆନ୍ତି । ପରନ୍ତୁ ଏଭଳି କହିବେ ନାହିଁ
ଯେ ଏସବୁ କରିବା ଅନୁଚିତ୍ । ଡ୍ରାମାରେ ଥିଲା, କଲ । ପ୍ରଦର୍ଶନୀରୁ ମଧ୍ୟ ବାବାଙ୍କ ସନ୍ତାନ ଜନ୍ମ
ନେଇଛନ୍ତି ମଧ୍ୟ । କେଉଁଠୁ ପୁଣି ବାହାରି ନଥା’ନ୍ତି । ଆଗକୁ ଗଲେ ଆସିବେ, ଉଚ୍ଚ ପଦ ପାଇବା ପାଇଁ
ପୁରୁଷାର୍ଥ କରିବେ । କାହାର କମ୍ ପଦ ପାଇବାର ଥିଲେ ସେତେ ପୁରୁଷାର୍ଥ କରିବେ ନାହିଁ । ବାବା
ପିଲାମାନଙ୍କୁ ତଥାପି ବୁଝାଉଛନ୍ତି ଯେ, କୌଣସି ବିକର୍ମ କର ନାହିଁ । ଏହା ବି ନୋଟ୍ କରଯେ ମୁଁ
କାହାକୁ ଦୁଃଖ ତ ଦେଇ ନାହିଁ? କାହା ସହିତ ଲଢେଇ ଝଗଡା ତ’ କରି ନାହିଁ? ଓଲଟା ସିଧା ତ କହିନାହଁ?
କୌଣସି ଅକର୍ତ୍ତବ୍ୟ କାର୍ଯ୍ୟ ତ କରିନାହଁ? ବାବା କହୁଛନ୍ତି ଯେ ବିକର୍ମ ଯାହା କରିଛ ତାହା ଲେଖ ।
ଏହା ତ ଜାଣୁଛ ଯେ ଦ୍ୱାପରରୁ ବିକର୍ମ କରି କରି ଏବେ ବହୁତ ବିକର୍ମୀ ହୋଇଯାଇଛ । ବାବାଙ୍କୁ ଲେଖି
କରିଦେଲେ ବୋଝ ହାଲୁକା ହୋଇଯିବ । ଲେଖୁଛନ୍ତି ଯେ ଆମେ କାହାକୁ ଦୁଃଖ ଦେଉ ନାହୁଁ । ବାବା କହିବେ
ଆଚ୍ଛା, ଚାର୍ଟ ନେଇ ଆସ ତେବେ ଦେଖିବି । ବାବା ସେମାନଙ୍କୁ ଡକାଇବେ ମଧ୍ୟ ଏବଂ କହିବେ ଏଭଳି ଭଲ
ଭଲ ସନ୍ତାନମାନଙ୍କୁ ମୁଁ ଟିକେ ତ ଦେଖିବି । ସୁପୁତ୍ରମାନଙ୍କୁ ବାବା ବହୁତ ସ୍ନେହ କରିଥାନ୍ତି ।
ବାବା ଜାଣିଛନ୍ତି ଯେ ଏବେ କେହି ସମ୍ପୂର୍ଣ୍ଣ ହୋଇ ନାହାଁନ୍ତି । ବାବା ପ୍ରତ୍ୟେକଙ୍କୁ ଦେଖୁଛନ୍ତି
ଯେ, କିପରି ପୁରୁଷାର୍ଥ କରୁଛନ୍ତି । ପିଲାମାନେ ଚାର୍ଟ ଲେଖୁ ନାହାଁନ୍ତି ତେବେ ନିଶ୍ଚିତ କିଛି
ତ୍ରୃଟି ରହିଛି, ଯାହା ବାବାଙ୍କୁ ଲୁଚାଉଛନ୍ତି । ସଚ୍ଚୋଟ ସନ୍ତାନ ତାଙ୍କୁ ହିଁ କୁହାଯିବ ଯିଏକି
ଚାର୍ଟ ଲେଖିଥାନ୍ତି । ଚାର୍ଟ ରଖିବା ସହ ପୁଣି ବ୍ୟବହାର ବି ଦରକାର । ଆଚ୍ଛା—
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ
ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ନିଜର
ବିକର୍ମର ବୋଝକୁ ହାଲୁକା କରିବା ପାଇଁ ଯାହାବି ସବୁ ବିକର୍ମ ହୋଇଯାଇଛି, ସେଗୁଡିକୁ ବାବାଙ୍କୁ
ଲେଖି କରି ଦେବାକୁ ହେବ । ଏବେ କାହାକୁ ବି ଦୁଃଖ ଦେବା ଅନୁଚିତ୍ । ସୁପୁତ୍ର ହୋଇ ରହିବାକୁ ହେବ
।
(୨) ନିଜର ଦୃଷ୍ଟିକୁ
ବହୁତ ପବିତ୍ର କରିବାକୁ ହେବ । ଆଖି ଧୋକା ନ ଦେଉ - ସେଥିପ୍ରତି ଧ୍ୟାନ ଦେବାକୁ ହେବ । ନିଜର
ବ୍ୟବହାରକୁ ବହୁତ ବହୁତ ଶାଳୀନତାପୂର୍ଣ୍ଣ ରଖିବାକୁ ପଡିବ । କାମ-କ୍ରୋଧର ବଶୀଭୂତ ହୋଇ କୌଣସି
ପାପ କର୍ମ କରିବାର ନାହିଁ ।
ବରଦାନ:-
ଲକ୍ଷ୍ୟ ଏବଂ
ଲକ୍ଷ୍ୟ ସ୍ଥଳକୁ ସର୍ବଦା ସ୍ମୃତିରେ ରଖି ତୀବ୍ର ପୁରୁଷାର୍ଥ କରୁଥିବା ସଦା ପବିତ୍ର ଏବଂ ସଦା ସୁଖୀ
ହୁଅ ।
ବ୍ରାହ୍ମଣ ଜୀବନର
ଲକ୍ଷ୍ୟ ହେଲା କୌଣସି ବିନାଶୀ ଆଧାର ବିନା ସର୍ବଦା ଆନ୍ତରିକ ଖୁସିରେ ରହିବା । ଯେତେବେଳେ ଏହି
ଲକ୍ଷ୍ୟକୁ ପରିବର୍ତ୍ତନ କରି ବିନାଶୀ ପ୍ରାପ୍ତି ଗୁଡିକର ଛୋଟ ଛୋଟ ଗଳି ରାସ୍ତାରେ ଯାଇ ବାଟବଣା
ହୋଇଯାଉଛ ସେତେବେଳେ ନିଜର ପ୍ରକୃତ ଲକ୍ଷ୍ୟସ୍ଥଳଠାରୁ ଦୂରେଇ ଯାଉଛ । ସେଥିପାଇଁ ଯାହାବି ହୋଇଯାଇ,
ବିନାଶୀ ପ୍ରାପ୍ତି ଗୁଡିକୁ ତ୍ୟାଗ ପଛକେ କରିବାକୁ ପଡୁ, ତେବେ ତାକୁ ଛାଡିଦିଅ କିନ୍ତୁ ଅବିନାଶୀ
ଖୁସିକୁ କେବେ ବି ଛାଡ ନାହିଁ । ହୋଲୀ ଅର୍ଥାତ୍ ପବିତ୍ର ଏବଂ ହ୍ୟାପୀ ଅର୍ଥାତ୍ ଖୁସିରେ ରହିବାର
ବରଦାନକୁ ସ୍ମୃତିରେ ରଖି ତୀବ୍ର ପୁରୁଷାର୍ଥ ଦ୍ୱାରା ଅବିନାଶୀ ପ୍ରାପ୍ତି କରିଚାଲ ।
ସ୍ଲୋଗାନ:-
ଗୁଣମୂରତ ହୋଇ
ସମସ୍ତଙ୍କୁ ଗୁଣର ଦାନ ଦେଇଚାଲ - ଏହା ହିଁ ସବୁ ବଡ ସେବା ।
ଅବ୍ୟକ୍ତ ଈଶାରେ - ଯଦି
ସହଜଯୋଗୀ ହେବାକୁ ଚାହୁଁଛ ତେବେ ପରମାତ୍ମ ସ୍ନେହର ଅନୁଭବୀ ହୁଅ ।
ମାଷ୍ଟର ନଲେଜଫୁଲ,
ମାଷ୍ଟର ସର୍ବଶକ୍ତିବାନ ସ୍ଥିତିରେ ସ୍ଥିତ ରହି ଭିନ୍ନ ଭିନ୍ନ ପ୍ରକାରର ଲମ୍ବା ଧାଡିରୁ ବାହାରି
ବାବାଙ୍କ ସହିତ ସର୍ବଦା ମିଳନ କରିବାର ଲଗନରେ ନିଜର ସମୟକୁ ଲଗାଅ ଏବଂ ଲବଲୀନ ସ୍ଥିତିରେ ରୁହ ତେବେ
ଅନ୍ୟ ସବୁ କଥା ସହଜରେ ସମାପ୍ତ ହୋଇଯିବ, ତା’ପରେ ତୁମ ସମ୍ମୁଖରେ ତୁମର ପ୍ରଜା ଏବଂ ଭକ୍ତମାନଙ୍କର
ଲମ୍ବା ଧାଡି ଲାଗିବ ।