14.09.25    Avyakt Bapdada     Odia Murli    18.01.2007     Om Shanti     Madhuban


"ଏବେ ନିଜକୁ ମୁକ୍ତ କରି ମାଷ୍ଟର ଦାତା ହୋଇ ସମସ୍ତଙ୍କୁ ମୁକ୍ତି ପ୍ରାପ୍ତ କରାଇବାର ନିମିତ୍ତ ହୁଅ”


ଆଜି ସ୍ନେହର ସାଗର ବାପ୍‌ଦାଦା ଚାରିଆଡ଼ର ସ୍ନେହୀ ପିଲାମାନଙ୍କୁ ଦେଖୁଛନ୍ତି ଏବଂ ଦୁଇ ପ୍ରକାରର ପିଲାଙ୍କୁ ଦେଖି ହର୍ଷିତ ହେଉଛନ୍ତି । ସେମାନଙ୍କ ମଧ୍ୟରୁ କିଛି ହେଉଛନ୍ତି ଲଭଲୀନ ସନ୍ତାନ, ଆଉ କିଛି ହେଲେ ଲଭ୍‌ଲୀ ସନ୍ତାନ । ତେବେ ଦୁଇ ପ୍ରକାରର ପିଲାଙ୍କର ସ୍ନେହର ତରଙ୍ଗ ଅମୃତବେଳା ପୂର୍ବରୁ ମଧ୍ୟ ବାବାଙ୍କ ନିକଟରେ ପହଞ୍ଚିବାରେ ଲାଗିଛି ଏବଂ ପ୍ରତ୍ୟେକ ସନ୍ତାନର ହୃଦୟରେ "ମେରେ ବାବା" "ମେରେ ବାବା"ର ସଂଗୀତ ଆପେ ଆପେ ବାଜିବାରେ ଲାଗିଛି । ବାପ୍‌ଦାଦାଙ୍କ ହୃଦୟରେ ଏହି ଗୀତ ବାଜୁଛି "ମେରେ ବଚ୍ଚେ' "ମେରେ ବଚ୍ଚେ' ଲାଡ୍‌ଲେ ବଚ୍ଚେ, ବାପ୍‌ଦାଦାଙ୍କର ମଧ୍ୟ ମସ୍ତକର ମୁକୁଟ ଅର୍ଥାତ୍ ଶିର୍‌ତାଜ୍ ବଚ୍ଚେ" ।

ତେବେ ଆଜି ସ୍ମୃତି ଦିବସ ହୋଇଥିବା କାରଣରୁ ସମସ୍ତଙ୍କ ମନ ଭିତରେ ସ୍ନେହର ତରଙ୍ଗ ଅଧିକ ରହିଛି । ଅନେକ ପିଲାଙ୍କର ସ୍ନେହରୂପୀ ମୋତିର ମାଳାଗୁଡ଼ିକ ମଧ୍ୟ ବାପ୍‌ଦାଦାଙ୍କ ଗଳାରେ ପଡ଼ିବାରେ ଲାଗିଛି । ବାବା ମଧ୍ୟ ନିଜର ସ୍ନେହୀ ବାହୁ ଦୁଇଟିର ମାଳା ପିଲାମାନଙ୍କ ଗଳାରେ ପିନ୍ଧାଇ ଦେଉଛନ୍ତି । ପିଲାମାନେ ମଧ୍ୟ ବେହଦର ବାପ୍‌ଦାଦାଙ୍କର ବେହଦର ଭୁଜାରେ ସମାହିତ ହୋଇଯାଇଛନ୍ତି । ଆଜି ସମସ୍ତେ ବିଶେଷ ସ୍ନେହର ବିମାନରେ ଆସି ପହଞ୍ଚିଯାଇଛନ୍ତି ଏବଂ ଦୂରଦୂରାନ୍ତରୁ ମଧ୍ୟ ମନ ରୂପୀ ବିମାନରେ ଅବ୍ୟକ୍ତ ରୂପରେ ତଥା ଫରିସ୍ତା ରୂପରେ ମଧ୍ୟ ପିଲାମାନେ ପହଞ୍ଚିଯାଇଛନ୍ତି । ତେଣୁ ସବୁ ପିଲାଙ୍କୁ ବାପ୍‌ଦାଦା ଆଜି ସ୍ମୃତି ତଥା ସମର୍ଥ ଦିବସର ପଦ୍ମାପଦ୍ମ ଶୁଭେଚ୍ଛା ଦେଉଛନ୍ତି । ତେବେ ଏହି ଦିବସଟି ପିଲାମାନଙ୍କୁ ଅନେକ ଗୁଡ଼ିଏ ସ୍ମୃତି ପ୍ରଦାନ କରୁଛି ଏବଂ ପ୍ରତ୍ୟେକ ସ୍ମୃତି ଗୋଟିଏ ସେକେଣ୍ଡ୍ ଭିତରେ ସମର୍ଥ କରି ଦେଉଛି । ଏବେ ଗୋଟିଏ ସେକେଣ୍ଡ୍ ଭିତରେ ସ୍ମୃତିଗୁଡ଼ିକର ତାଲିକା ମନ ଭିତରକୁ ଆସିଯାଉଛି ନା! ଏବଂ ସ୍ମୃତି ଆସବା ମାତ୍ରକେ ସମର୍ଥୀର ନିଶା ଚଢ଼ିଯାଉଛି । ତେବେ ତୁମମାନଙ୍କର ପ୍ରଥମ-ପ୍ରଥମ ସ୍ମୃତି ମନେ ଅଛି ତ? ଯେତେବେଳେ ବାବାଙ୍କର ସନ୍ତାନ ହେଲ ସେତେବେଳେ ବାବା ତୁମମାନଙ୍କୁ କେଉଁ ସ୍ମୃତି ଦେଇଥିଲେ? ତୁମେ କଳ୍ପ ପୂର୍ବର ସେହି ଭାଗ୍ୟବାନ ଆତ୍ମା ଅଟ । ମନେ ପକାଅ ଏହି ପ୍ରଥମ ସ୍ମୃତି ଦ୍ୱାରା କେଉଁ ପରିବର୍ତ୍ତନ ଆସିଥିଲା? ଆତ୍ମ ଅଭିମାନୀ ହେବା ଦ୍ୱାରା ପରମାତ୍ମା ପିତାଙ୍କର ସ୍ନେହର ନିଶା ଚଢ଼ିଯାଇଥିଲା ନା । ତେବେ ଏହି ନିଶା କାହିଁକି ଚଢ଼ିଯାଇଥିଲା? ମନ ଭିତରୁ ସର୍ବ ପ୍ରଥମେ ସ୍ନେହର କେଉଁ ଶବ୍ଦ ବାହାରିଥିଲା? "ମେରା ମିଠାବାବା' ଏବଂ ଏହି ଗୋଟିଏ ସୁବର୍ଣ୍ଣ ଶବ୍ଦ ବାହାରିବା ଦ୍ୱାରା କେଉଁ ନିଶା ଚଢ଼ିଥିଲା? ମେରାବାବା କହିବା ଦ୍ୱାରା, ଜାଣିବା ଦ୍ୱାରା, ମାନିବା ଦ୍ୱାରା ସାରା ପରମାତ୍ମ ପ୍ରାପ୍ତିଗୁଡ଼ିକ ତୁମର ନିଜର ହୋଇଗଲା । ଅନୁଭବ ତ ଅଛି ନା! ମେରାବାବା କହିବା ଦ୍ୱାରା କେତେସବୁ ପ୍ରାପ୍ତିଗୁଡ଼ିକ ତୁମର ହୋଇଗଲା । ଯେଉଁଠାରେ ପ୍ରାପ୍ତି ହୋଇଥାଏ ସେଠାରେ ମନେପକାଇବାକୁ ପଡ଼େନାହିଁ କିନ୍ତୁ ସ୍ୱତଃ ଏବଂ ସହଜରେ ସ୍ମୃତି ଆସିଥାଏ, କାହିଁକି ନା ମୋ'ର ହେଇଗଲା ନା! ବାବାଙ୍କର ସମ୍ପତ୍ତି ମୋ'ର ସମ୍ପତ୍ତି ହୋଇଗଲା, ତେଣୁ ନିଜର ଜିନିଷକୁ ମନେପକାଇବାକୁ ପଡ଼େନାହିଁ । ସର୍ବଦା ମନେ ରହିଥାଏ । ମୋ'ର କୁ ଭୁଲିବା କଷ୍ଟକର ହୋଇଥାଏ, ମନେପକାଇବାକୁ ନୁହେଁ । ଯେପରି ତୁମେ ଅନୁଭବ କରୁଛ ମୋ'ର ଶରୀର, ଏହାକୁ କ'ଣ ଭୁଲିଯାଉଛ କି? ଭୁଲାଇବାକୁ ପଡ଼ୁଛି, କାହିଁକି? ଏହା ମୋ'ର ଅଟେ ନା! ତେଣୁ ଯେଉଁଠି ମୋ'ର ପଣିଆ ଆସିଯାଏ ସେଠାରେ ସ୍ମୃତି ସହଜ ହୋଇଯାଏ । ତେଣୁ ଏହି ସ୍ମୃତି ହିଁ ତୁମକୁ ସମର୍ଥ ଆତ୍ମା କରିଦେଇଛି । ଏହି ଗୋଟିଏ "ମେରା ବାବା' ଶବ୍ଦ ଦ୍ୱାରା ଅସରନ୍ତି ସମ୍ପତ୍ତିର ଦାତା ଭାଗ୍ୟବିଧାତାଙ୍କୁ ନିଜର କରିଦେଲ । ଏହିଭଳି କମାଲ୍ କରିଲାବାଲା ସନ୍ତାନ ଅଟ ନା! ପରମାତ୍ମ ପାଳନାର ଅଧିକାରୀ ହୋଇଯାଇଛ, ଯେଉଁ ପରମାତ୍ମ ପାଳନା ସାରା କଳ୍ପ ଭିତରେ ଥରେ ମାତ୍ର ପ୍ରାପ୍ତ ହୋଇଥାଏ । ଆତ୍ମାମାନଙ୍କର ତଥା ଦେବାତ୍ମାମାନଙ୍କର ପାଳନା ତ ଅନେକ ଜନ୍ମ ମିଳିଥାଏ କିନ୍ତୁ ପରମାତ୍ମ ପାଳନା କେବଳ ଗୋଟିଏ ଜନ୍ମ ପାଇଁ ହିଁ ମିଳିଥାଏ ।

ତେଣୁ ଆଜିର ସ୍ମୃତି ତଥା ସମର୍ଥୀ ଦିବସରେ ପରମାତ୍ମ ପାଳନାର ନିଶା ଏବଂ ଖୁସି ସହଜରେ ମନେ ପଡ଼ିଯାଉଛି ନା! କାହିଁକି ନା ଆଜିର ବାୟୁମଣ୍ଡଳ ସହଜରେ ମନେପଡ଼ିବାର ଆଧାର ପାଲଟିଯାଇଥିଲା । ତେଣୁ ଆଜିର ଦିନରେ ସମସ୍ତେ ସହଜଯୋଗୀ ସ୍ଥିତିରେ ରହିଥିଲ, ନା ଆଜି ମଧ୍ୟ ଯୁଦ୍ଧ କରିବାକୁ ପଡ଼ିଥିଲା? କାହିଁକି ନା ଆଜିର ଦିନକୁ ସ୍ନେହର ଦିନ କୁହାଯାଉଛି ନା, ତେଣୁ ସ୍ନେହ ମେହନତକୁ ସମାପ୍ତ କରିଦିଏ । ସ୍ନେହ ସବୁ କଥାକୁ ସହଜ କରିଦିଏ । ତେଣୁ ଆଜି ସମସ୍ତେ ସହଜଯୋଗୀ ହୋଇଯାଇଥିଲ ନା କିଛି ମୁସ୍କିଲ୍ ମଧ୍ୟ ଲାଗୁଥିଲା? ଆଜି ଦିନରେ ଯାହାକୁ ମୁସ୍କିଲ୍ ଲାଗିଛି ସେମାନେ ହାତ ଉଠାଅ । କ'ଣ କାହାକୁ ବି ଲାଗିନାହିଁ? ତେବେ ସମସ୍ତେ ସହଜଯୋଗୀ ହୋଇଯାଇଥିଲ । ଆଚ୍ଛା ଯେଉଁମାନେ ସହଜଯୋଗୀ ହୋଇଯାଥିଲ ସେମାନେ ହାତ ଉଠାଅ । (ସମସ୍ତେ ହାତ ଉଠାଇଲେ) ଆଚ୍ଛା - କ'ଣ ସହଜଯୋଗୀ ହୋଇ ଥିଲ ତ? ଆଜି ତେବେ ମାୟାକୁ ଛୁଟୀ ଦେଇ ଦେଇଥିଲ । କ'ଣ ମାୟା ଆଜି ଆଦୌ ଆସିନାହିଁ? ଆଜି କ'ଣ ମାୟାକୁ ବିଦାୟ ଦେଇଦେଲ? ଆଚ୍ଛା ଆଜି ତ ବିଦାୟ ଦେଇ ଦେଇଛ, ସେଥିପାଇଁ ଅଭିନନ୍ଦନ, ଯଦି ଏହିଭଳି ସବୁଦିନେ ସ୍ନେହରେ ସମାହିତ ହୋଇ ରହିବ, ତେବେ ସବୁଦିନ ପାଇଁ ମାୟାର ବିଦାୟ ହୋଇଯିବ କାହିଁକି ନା ଏବେ ୭୦ ବର୍ଷ ଶେଷ ହେବାକୁ ଯାଉଛି, ତେଣୁ ବାପ୍‌ଦାଦା ଏହି ବର୍ଷକୁ ସ୍ୱତନ୍ତ୍ର ବର୍ଷ, ସମସ୍ତଙ୍କର ପ୍ରିୟ ବର୍ଷ, ମେହନତରୁ ମୁକ୍ତ ବର୍ଷ, ସମସ୍ୟାଠାରୁ ମୁକ୍ତ ବର୍ଷ ରୂପରେ ପାଳନ କରିବାକୁ ଚାହୁଁଛନ୍ତି । କ'ଣ ତୁମମାନଙ୍କୁ ପସନ୍ଦ ତ? ମୁକ୍ତି ବର୍ଷ ପାଳନ କରିବା? କାହିଁକି ନା ମୁକ୍ତିଧାମକୁ ମଧ୍ୟ ଯିବାକୁ ହେବ ଏବଂ ମୁକ୍ତିଦାତା ପିତାଙ୍କ ସହିତ ସାଥୀ ହୋଇ ଅନେକ ଦୁଃଖୀ ଅସାନ୍ତ ଆତ୍ମାମାନଙ୍କୁ ମୁକ୍ତି ପ୍ରାପ୍ତ କରାଇବାକୁ ମଧ୍ୟ ହେବ । ତେଣୁ ମାଷ୍ଟର ମୁକ୍ତିଦାତାମାନେ ଯେତେବେଳେ ନିଜେ ମୁକ୍ତ ହେବେ ତେବେ ଯାଇ ମୁକ୍ତି ବର୍ଷ ପାଳନ କରିବେ ନା! କାହିଁକି ନା ତୁମେ ବ୍ରାହ୍ମଣ ଆତ୍ମାମାନେ ନିଜେ ମୁକ୍ତ ହୋଇ ଅନେକ ଆତ୍ମାଙ୍କୁ ମୁକ୍ତି ପ୍ରାପ୍ତ କରାଇବାର ନିମିତ୍ତ ଅଟ । ତେବେ ତୁମମାନଙ୍କର ଗୋଟିଏ ଭାଷା ଯାହକି ମୁକ୍ତି ଦେବା ପରିବର୍ତ୍ତେ ଆହୁରି ବନ୍ଧନରେ ବାନ୍ଧିଦେଇଛି, ସମସ୍ୟାଗୁଡ଼ିକର ଅଧିନ କରିଦେଇଛି, ତାହା ହେଲା "ଏମିତି ନୁହେଁ ସେମିତି', "ସେମିତି ନୁହେଁ ଏମିତି' । ଯେତେବେଳେ କୌଣସି ସମସ୍ୟା ଆସିଯାଉଛି ସେତେବେଳେ କହୁଛ ବାବା କଥାଟା ଏମିତି ନ ଥିଲା ସେମିତି ଥିଲା ନା, ଏମିତି ନ ହୋଇଥିଲେ ସେମିତି ହୋଇ ଥା'ନ୍ତା ନା! ଏସବୁ ହେଲା ବାହାନାବାଜି କରିବାର ଖେଳ ।

ବାପ୍‌ଦାଦା ଆଜି ସମସ୍ତଙ୍କର ଫାଇଲ୍ ଦେଖୁଥିଲେ, ତେବେ ଫାଇଲ୍‌ରେ କ'ଣ ଦେଖିଥିବେ? ଅଧିକାଂଶ ପିଲାଙ୍କର ଫାଇଲ୍ ପ୍ରତିଜ୍ଞା କରିବାର କାଗଜରେ ଭର୍‌ପୁର୍ ଥିଲା । ତେବେ ପ୍ରତିଜ୍ଞା କରିବା ସମୟରେ ବହୁତ ଆନ୍ତରିକତା ପୂର୍ବକ ମଧ୍ୟ ପ୍ରତିଜ୍ଞା କରୁଛନ୍ତି, ଭାବିଚିନ୍ତି ମଧ୍ୟ କରୁଛନ୍ତି, କିନ୍ତୁ ଆଜି ପର୍ଯ୍ୟନ୍ତ ଦେଖାଯାଇଛି ଯେ ଫାଇଲ୍ ଦିନକୁ ଦିନ ବଡ଼ ହୋଇ ଚାଲିଛି କିନ୍ତୁ ଫାଇନାଲ୍ ହେଉ ନାହିଁ । ତେବେ ଦୃଢ଼ ପ୍ରତିଜ୍ଞା ପାଇଁ ମଧ୍ୟ ଗାୟନ ରହିଛି -"ଜୀବନ ପଛେ ଯାଉ କିନ୍ତୁ ପ୍ରତିଜ୍ଞା ନ ଯାଉ' । ତେଣୁ ବାପ୍‌ଦାଦା ଆଜି ସମସ୍ତଙ୍କର ଫାଇଲ୍‌କୁ ଦେଖୁଥିଲେ । ପିଲାମାନେ ବହୁତ୍ ଭଲ ଭଲ ପ୍ରତିଜ୍ଞା ସବୁ କରିଛନ୍ତି । ମନ ଭିତରେ ମଧ୍ୟ କରିଛନ୍ତି ଏବଂ ଲେଖିକରି ମଧ୍ୟ ଦେଇଛନ୍ତି । ତେଣୁ ଏହି ବର୍ଷରେ କ'ଣ କରିବ? ଫାଇଲ୍‌କୁ ବଢ଼ାଇ ଚାଲିବ, ନା ପ୍ରତିଜ୍ଞାକୁ ଫାଇନାଲ୍ କରିବ? କ'ଣ କରିବ? ପ୍ରଥମ ଧାଡ଼ି ବାଲା କୁହ, ପାଣ୍ଡବମାନେ ଶୁଣାଅ, ଟୀଚରମାନେ ମଧ୍ୟ ଶୁଣାଅ । ବାପ୍‌ଦାଦାଙ୍କ ପାଖରେ ଯେଉଁ ଫାଇଲ୍ ବଡ଼ ହୋଇ ଚାଲିଛି ଏହି ବର୍ଷ ତାକୁ ଫାଇନାଲ୍ ଅର୍ଥାତ୍ ସମାପ୍ତ କରିବ ନା ସେଥିରେ ଆହୁରି କାଗଜ ଯୋଡ଼ିବ । କ'ଣ କରିବ? ପାଣ୍ଡବମାନେ କୁହ, ଫଇନାଲ୍ କରିବ ତ? ଯେଉଁମାନେ ଭାବୁଛନ୍ତି ନଇଁବାକୁ ପଡୁ, ପରିବର୍ତ୍ତନ କରିବାକୁ ପଡୁ, ସହନ କରିବାକୁ ପଡୁ, ଶୁଣିବାକୁ ବି ପଡୁ, କିନ୍ତୁ ଆମକୁ ବଦଳିବାକୁ ହିଁ ହେବ, ସେମାନେ ହାତ ଉଠାଅ । ଟିଭିରେ ଦେଖ ସମସ୍ତଙ୍କର ଫଟୋ ଉଠୁଛି । ସମସ୍ତଙ୍କର ଫଟୋ ଉଠାଅ, ତିନି ଚାରିଟି ଟିଭି ମଧ୍ୟ ଅଛି, ସବୁପଟରୁ ଫଟୋ ଉଠାଅ । ଏହି ରେକଡିଙ୍ଗ୍‌‌କୁ ମଧ୍ୟ ସାଇତି ରଖିବ, ଏଆର ଫଟୋ କପି ବାହାର କରି ବାବାଙ୍କୁ ଦେବ । କୁଆଡ଼େ ଗଲେ ଟିଭି ବାଲା? ବାପ୍‌ଦାଦା ମଧ୍ୟ ଫାଇଲ୍‌ର ଫାଇଦା ତ ଉଠାଇବେ ନା! ସମସ୍ତଙ୍କୁ ଅଭିନନ୍ଦନ, ଅଭିନନ୍ଦନ, ନିଜ ପାଇଁ ତାଳି ବଜାଅ ।

ଦେଖ ଯେପରି ଗୋଟିଏ ପଟେ ବିଜ୍ଞାନ ରହିଛି, ଆଉ ଗୋଟିଏ ପଟେ ଭ୍ରଷ୍ଟାଚାରୀ ଅଛନ୍ତି, ଅନ୍ୟ ପଟେ ପାପାଚାରୀ ମାନେ ଅଛନ୍ତି, ସମସ୍ତେ ନିଜ ନିଜ କାର୍ଯ୍ୟରେ ଅଧିକ ଅଧିକ ବୃଦ୍ଧିକରି ଚାଲିଛନ୍ତି । ବହୁତ ନୂଆ ନୂଆ ଯୋଜନା ମଧ୍ୟ ବାହାର କରୁଛନ୍ତି । ତେବେ ତୁମେମାନେ ତ ବିଶ୍ୱ ନିର୍ମାତାଙ୍କର ସନ୍ତାନ, ତେଣୁ ତୁମେମାନେ ମଧ୍ୟ ଏ ବର୍ଷ ଏଭଳି ନବୀନତାର ବିଧି ଆପଣାଅ ଯାହା ଦ୍ୱାରା ତୁମର ପ୍ରତିଜ୍ଞା ଦୃଢ଼ ହୋଇଯିବ, କାହିଁକିନା ସମସ୍ତେ ଏବେ ପ୍ରତ୍ୟକ୍ଷତା ଚାହୁଁଛନ୍ତି । କେତେ ଧନ ଖର୍ଚ୍ଚ କରିଚାଲିଛନ୍ତି, ଜାଗା ଜାଗା ମାନଙ୍କରେ ବଡ଼ ବଡ଼ କାର୍ଯ୍ୟକ୍ରମ ସବୁ କରୁଛନ୍ତି । ପ୍ରତ୍ୟେକ ବର୍ଗବାଲା ବହୁତ ଭଲ ମେହନତ କରୁଛନ୍ତି । କିନ୍ତୁ ଏହି ବର୍ଷ ସେଥିରେ କିଛି ନୂଆ ବିଧି ଯୋଡ଼ିଦିଅ, ତାହା ହେଲା ଯାହା ବି ସେବା କରୁଛ, ଧରିନିଅ ମୁଖ ଦ୍ୱାରା ଜ୍ଞାନ ଶୁଣାଇବାର ସେବା କରୁଛ, ତେବେ କେବଳ ମୁଖର ସେବା କର ନାହିଁ, ମନ-ବଚନ ଏବଂ ସ୍ନେହ ସହଯୋଗ ରୂପୀ କର୍ମର ସେବା ମଧ୍ୟ କର, ଗୋଟିଏ ସମୟରେ ତିନୋଟିଯାକ ସେବା ଏକାଠି କର । ଅଲଗା ଅଲଗା ନ ହେଉ । ଗୋଟଏ ପ୍ରକାରର ସେବା କରିବାରେ ଦେଖାଯାଉଛି ଯେ ବାପ୍‌ଦାଦା ଯେଉଁଭଳି ଫଳାଫଳ ଦେଖିବାକୁ ଚାହୁଁଛନ୍ତି ସେଭଳି ହେଉନାହିଁ । ଯେପରି ତୁମେମାନେ ମଧ୍ୟ ଚାହୁଁଛ ଯେ ପ୍ରତ୍ୟକ୍ଷତା ହୋଇଯାଉ । ଯଦିଓ ବର୍ତ୍ତମାନର ଫଳାଫଳ ପୂର୍ବ ଅପେକ୍ଷା ବହୁତ ଭଲ ଅଛି - ସମସ୍ତେ ବହୁତ ଭଲ ବହୁତ ଭଲ କହି ଯାଉଛନ୍ତି, କିନ୍ତୁ ସେମାନେ ନିଜେ ଭଲ ହୋଇଯିବା ହିଁ ପ୍ରତ୍ୟକ୍ଷତା ହେବା । ତେଣୁ ସେବାରେ ଏହି ନବୀନତା ଯୋଡ଼ ଯେ ଏକା ସମୟରେ ମନ-ବଚନ ଏବଂ କର୍ମରେ ସ୍ନେହୀ ସହଯୋଗୀ ହେବା, ପ୍ରତ୍ୟେକ ସାଥୀ ଚାହେଁ ବ୍ରାହ୍ମଣ ସାଥୀ ହୁଅନ୍ତୁ, ଚାହେଁ ବାହାରବାଲା ଯେଉଁମାନେ ସେବାରେ ନିମିତ୍ତ ହେଉଛନ୍ତି, ସେମାନେ ହୁଅନ୍ତୁ, କିନ୍ତୁ ସେମାନଙ୍କୁ ସହଯୋଗ ଏବଂ ସ୍ନେହ ଦେବା-ଏହାହିଁ ହେଉଛି କର୍ମଣା ସେବାରେ ନମ୍ବର ନେବା । ସେଥିରେ ଏଭଳି ଭାଷା କହିବ ନାହିଁ ଯେ ଇଏ ଏଭଳି କରିଲା ନା, ତେଣୁ ମୋତେ ଏହିଭଳି କରିବାକୁ ପଡ଼ିଲା । ସ୍ନେହ ଦେବା ପରିବର୍ତ୍ତେ କିଛି କିଛି କହିବାକୁ ପଡ଼ିଲା, ନ ହେଲେ ମୁଁ କ'ଣ ବାବା ବାବା ଶବ୍ଦ କହି ନ ଥାଆନ୍ତି । ଏହିଭଳି କରିବାକୁ ହିଁ ପଡୁଛି, କହିବାକୁ ହିଁ ପଡୁଛି, ଦେଖିବାକୁ ହିଁ ପଡୁଛି........ଏଭଳି କହିବ ନାହିଁ । ଏତେ ବର୍ଷ ପର୍ଯ୍ୟନ୍ତ ତ ଦେଖି ନେଲ, ବାପ୍‌ଦାଦା ମଧ୍ୟ ଚୁପ୍ ରହିଲେ । ଏମିତି ନୁହେଁ ସେମିତି କରି କରି ଆସିଲ କିନ୍ତୁ ଏବେ ଆଉ କେତେ ଦିନ ପର୍ଯ୍ୟନ୍ତ ଏହିଭଳି କରୁଥିବ? ବାପ୍‌ଦାଦାଙ୍କ ସହିତ ବାର୍ତ୍ତାଳାପ କରିବା ସମୟରେ ଅଧିକାଂଶ ପିଲା ପଚାରୁଛନ୍ତି ବାବା ପରଦା କେବେ ଖୋଲିବେ? ଆଉ କେତେ ଦିନ ପର୍ଯ୍ୟନ୍ତ ଏହିଭଳି ଚାଲିବ? ତେଣୁ ବାପ୍‌ଦାଦା ମଧ୍ୟ ତୁମମାନଙ୍କୁ ପଚାରୁଛନ୍ତି ଯେ ଏହି ପୁରୁଣା ଭାଷା, ପୁରୁଣା ଚାଲି ଚଳନ, ଅବହେଳାପଣିଆ ଏବଂ କଡ଼ା ସ୍ୱଭାବ-ସଂସ୍କାର ଆଉ କେତେ ଦିନ ପର୍ଯ୍ୟନ୍ତ ରହିବ? ବାପ୍‌ଦାଦାଙ୍କର ମଧ୍ୟ ଏହି ପ୍ରଶ୍ନ - ଆଉ କେତେ ଦିନ? ଯଦି ତୁମେମାନେ ଏହାର ଉତ୍ତର ଦେବ ତେବେ ବାପ୍‌ଦାଦା ମଧ୍ୟ ଉତ୍ତର ଦେବେ ବିନାଶ କେବେ ହେବ । କାହିଁକି ନା ବାପ୍‌ଦାଦା ବିନାଶର ପରଦା ତ ଏବେ ଏହି ମୁହୁର୍ତ୍ତରେ ମଧ୍ୟ ଖୋଲି ଦେଇ ପାରିବେ, କିନ୍ତୁ ତା' ପୂର୍ବରୁ ରାଜ୍ୟ ଶାସନ କରିବା ବାଲା ତ ପ୍ରସ୍ତୁତ ହେବା ଦରକାର ନା! ତେଣୁ ଏବେଠାରୁ ଯଦି ପ୍ରସ୍ତୁତି କରିବ, ତେବେ ଯାଇ ସମାପ୍ତିକୁ ପାଖେଇ ଆଣିପାରିବ । ତେଣୁ କୌଣସି ବି ଦୁର୍ବଳତା ପାଇଁ କାରଣ ଶୁଣାଅ ନାହିଁ, ନିବାରଣ କର, ଏହି କାରଣ ଥିଲା, ସେହି କାରଣ ଥିଲା କୁହ ନାହିଁ । ବାପ୍‌ଦାଦା ଦିନସାରା ପିଲାମାନଙ୍କର ଖେଳ ତ ଦେଖୁଛନ୍ତି ନା, ଯେହେତୁ ପିଲାମାନଙ୍କ ପ୍ରତି ସ୍ନେହ ଅଛି ତେଣୁ ବାରମ୍ବାର ଖେଳ ଦେଖିବାରେ ଲାଗିଛନ୍ତି । ବାପ୍‌ଦାଦାଙ୍କର ଟିଭି ମଧ୍ୟ ବହୁତ ବଡ଼, ଏକା ସମୟରେ ସାରା ବିଶ୍ୱକୁ ଦେଖି ପାରିବେ, ଚାରିଆଡ଼ର ପିଲାମାନଙ୍କୁ ଦେଖିପାରିବେ । ଚାହେଁ ଆମେରିକା ହେଉ, ଚାହେଁ ଗୁଡ଼ଗାଓଁ ହେଉ, ସବୁ ସ୍ଥାନ ଦେଖାଯାଉଛି । ତେବେ ବାପ୍‌ଦାଦା ବହୁତ ଖେଳ ଦେଖୁଛନ୍ତି । ପିଲାମାନଙ୍କର ଟାଳି ଦେବାର ଭାଷା ବହୁତ ଭଲ, ବାବା ମୋ'ର କିଛି ଭୁଲ୍ ନାହିଁ, କାରଣଟା ଏହିଭଳି ଥିଲା ନା, ଇଏ ଏଭଳି କରିଲା ନା । ସିଏତ ଭୁଲ କରିଲା କିନ୍ତୁ ତୁମେ ତାକୁ ସମାଧାନ କରିଲ କି? କାରଣକୁ କାରଣ ହୋଇ ରହିବାକୁ ଦେଲ ନା କାରଣକୁ ନିବାରଣରେ ପରିବର୍ତ୍ତନ କରିଲ? ତେବେ ସମସ୍ତେ ପଚାରୁଛନ୍ତି ନା ବାବା ଆମଠାରୁ ଆପଣ କ'ଣ ଆଶା କରୁଛନ୍ତି? ତେଣୁ ବାପ୍‌ଦାଦା ନିଜର ଆଶା ଶୁଣାଇଛନ୍ତି । ବାପ୍‌ଦାଦାଙ୍କର କେବଳ ଗୋଟିଏ ଆଶା ରଖିଛନ୍ତି-କାରଣ ସମାପ୍ତ ହୋଇ ନିବାରଣ ଦେଖାଯାଉ । ସମସ୍ୟା ସମାପ୍ତ ହୋଇ ସମାଧାନ ଦେଖାଯାଉ । ହୋଇପାରିବ ତ? ପ୍ରଥମ ଧାଡ଼ିବାଲା ହୋଇପାରିବ ତ? ମୁଣ୍ଡ ତ ହଲାଅ! ପଛବାଲା ହୋଇପାରିବ ତ? (ସମସ୍ତେ ହାତ ଉଠାଇଲେ) ଆଚ୍ଛା । କାଲିକୁ ଯଦି ଟିଭି ଖୋଲିବୁ, ଟିଭିରେ ନିଶ୍ଚିତ ଦେଖାଯିବ ତ? କାଲି ଯେତେବେଳେ ଟିଭି ଦେଖିବୁ ଚାହେଁ ବିଦେଶ, ଚାହେଁ ଭାରତ, ଚାହେଁ ଛେଟିଆ ଗାଁ ହେଉ ବା ବଡ଼ ରାଜ୍ୟ ହେଉ, କେଉଁଠାରେ ବି କାରଣ ଦେଖାଯିବ ନାହିଁ ତ? ପକ୍କା? ଏଥିରେ କେହି ହଁ କହୁ ନାହାଁନ୍ତି? କ'ଣ ହେବ ତ? ହାତ ଉଠାଅ । ହାତ ତ ବହୁତ ଭଲ ଉଠାଇ ଦେଉଛ, ବାପ୍‌ଦାଦା ଖୁସି ହୋଇଯାଉଛନ୍ତି । ତେବେ ହାତ ଉଠାଇବାରେ ମଧ୍ୟ ଚମତ୍କାରୀ ରହିଛି । ଖୁସି କରିବା ତ ପିଲାମାନଙ୍କୁ ଜଣା ଅଛି ନା ! କାହିଁକି ନା ବାପ୍‌ଦାଦା ଦେଖୁଛନ୍ତି, ତୁମେମାନେ ମଧ୍ୟ ଚିନ୍ତା କର-ଯେଉଁମାନେ କୋଟିକ ଭିତରେ କେହି ଏବଂ କେହିଙ୍କ ଭିତରେ ମଧ୍ୟ କେହି ପିଲାମାନେ ନିମିତ୍ତ ହୋଇଛ, ଏବେ ତୁମମାନଙ୍କ ବ୍ୟତିତ ଆଉ କିଏ କରିବ? ତୁମମାନଙ୍କୁ ହିଁ ତ କରିବାକୁ ହେବ ନା! ତେଣୁ ବାପ୍‌ଦାଦାଙ୍କର ତୁମମାନଙ୍କ ଉପରେ ଆଶା ରହିଛି । ପଛରେ ଯେଉଁମାନେ ଆସିବେ ସେମାନେ ତ ତୁମମାନଙ୍କର ଅବସ୍ଥାକୁ ଦେଖି ଠିକ୍ ହୋଇଯିବେ, ସେମାନଙ୍କୁ ମେହନତ କରିବାକୁ ପଡ଼ିବ ନାହିଁ । କେବଳ ତୁମେମାନେ ପରିବର୍ତ୍ତନ ହୋଇଯାଅ, ବାସ୍‌, କାହିଁକି ନା ତୁମେମାନେ ଜନ୍ମ ହେବା ମାତ୍ରକେ ବାବାଙ୍କ ସହିତ ପ୍ରତିଜ୍ଞା କରିଛ - ସାଥୀ ହେବୁ, ସାଥୀରେ ରହିବୁ, ସାଥୀ ହୋଇ ଯିବୁ ଏବଂ ବ୍ରହ୍ମାବାବାଙ୍କ ସାଥୀରେ ରାଜ୍ୟକୁ ଆସିବୁ । ଏହିଭଳି ପ୍ରତିଜ୍ଞା କରିଛ ନା? ଯେବେକି ସାଥୀରେ ରହିବ, ସାଥୀରେ ଯିବ ତେବେ ଏହା ସହିତ ସେବାରେ ମଧ୍ୟ ସାଥୀ ହେବା ଦରକାର ନା!

ତେଣୁ ଏବେ କ'ଣ କରିବ? ହାତ ତ ବହୁତ ଭଲ ଭାବରେ ଉଠାଇ ଦେଇଛ, ତେଣୁ ବାପ୍‌ଦାଦା ମଧ୍ୟ ଖୁସି ହୋଇ ଯାଇଛନ୍ତି କିନ୍ତୁ ଯେତେବେଳେ ବି କୌଣସି କଥା ଆସିବ, ଏହି ଦିନ, ଏହି ତାରିଖ, ଏହି ସମୟକୁ ମନେ ପକାଇବ, ମୁଁ କ'ଣ ପାଇଁ ହାତ ଉଠାଇଥିଲି । ତେବେ ସାହାଯ୍ୟ ମିଳିଯିବ, କାହିଁକି ନା ତୁମକୁ ହେବାକୁ ତ ପଡ଼ିବ ନା, ତେଣୁ ଶୀଘ୍ର ଶୀଘ୍ର ହୋଇଯାଅ । ତୁମେମାନେ ଭାବୁଛ ନା ଆମେ କଳ୍ପ ପୂର୍ବରୁ ମଧ୍ୟ ହୋଇଥିଲୁ, ଏବେ ମଧ୍ୟ ହେବୁ ଏବଂ ପ୍ରତି କଳ୍ପରେ ଆମକୁ ହିଁ ହେବାକୁ ପଡ଼ିବ, ଏହି ନିଶ୍ଚୟ ତ ପକ୍କା ଅଟେ ନା! ନା ବର୍ଷେ ଦୁଇବର୍ଷ ହେବ ତୃତୀୟ ବର୍ଷକୁ ଖସି ପଡ଼ିବ । ଏମିତି ହେବ ନାହିଁ ତ? ତେଣୁ ସର୍ବଦା ମନେ ରଖ ଆମେମାନେ ହିଁ ନିମିତ୍ତ ଅଟୁ, ଆମେ ହିଁ କୋଟିକ ଭିତରେ କେହି ଏବଂ କେହିଙ୍କ ଭିତରେ କେହି ଅଟୁ । ତେବେ କୋଟିକ ଭିତରେ କେହି ତ ଆଗକୁ ଆସିବେ କିନ୍ତୁ ତୁମମୋନେ କେହିଁ ଙ୍କ ଭିତରେ ମଧ୍ୟ କେହି ଅଟ ।

ତେବେ ଆଜି ତ ସ୍ନେହର ଦିନ ଅଟେ, ତେଣୁ ସ୍ନେହରେ କିଛି ବି କରିବା ପାଇଁ ମୁସ୍କିଲ୍ ଲାଗି ନ ଥାଏ । ସେଥିପାଇଁ ବାପ୍‌ଦାଦା ଆଜି ହିଁ ମନେପକାଇ ଦେଉଛନ୍ତି । ବ୍ରହ୍ମାବାବାଙ୍କ ସହିତ ପିଲାମାନଙ୍କର କେତେ ଅତୁଟ ସ୍ନେହ ରହିଛି । ଏହାକୁ ଦେଖି ଶିବବାବାଙ୍କୁ ବହୁତ ଖୁସି ଲାଗୁଛି । ଚାରିଆଡ଼େ ଦେଖାଯାଉଛି ଚାହେଁ ଗୋଟିଏ ସପ୍ତାହର ବିଦ୍ୟାର୍ଥୀ ହୋଇଥା'ନ୍ତୁ ବା ୭୦ ବର୍ଷର ପୁରୁଣା ବିଦ୍ୟାର୍ଥୀ ହୋଇଥା'ନ୍ତୁ କିନ୍ତୁ ୭୦ ବର୍ଷବାଲାଙ୍କ ଠାରୁ ୭ ଦିନ ବାଲାଙ୍କ ପର୍ଯ୍ୟନ୍ତ ଆଜି ଦିନରେ ସମସ୍ତେ ସ୍ନେହରେ ବୁଡ଼ି ରହିଛନ୍ତି । ତେଣୁ ଶିବବାବା ମଧ୍ୟ ବ୍ରହ୍ମାବାବାଙ୍କ ପ୍ରତି ପିଲାମାନଙ୍କର ସ୍ନେହକୁ ଦେଖି ହର୍ଷିତ ହେଉଛନ୍ତି । ତେବେ ଆଜି ଦିନର ଆହୁରି କିଛି ସମାଚାର ଶୁଣାଇବୁ । ଆଜ ଦିନରେ ଆଡ଼ଭାନ୍ସ୍ ପାର୍ଟୀ ମଧ୍ୟ ବାପ୍‌ଦାଦାଙ୍କ ନିକଟରେ ପ୍ରକଟ ହୋଇଥା'ନ୍ତି । ତେଣୁ ଆଡ଼ଭାନ୍ସ୍ ପାର୍ଟୀବାଲା ମଧ୍ୟ ତୁମମାନଙ୍କୁ ମନେପକାଉଛନ୍ତି କେବେ ଏମାନେ ବାବାଙ୍କ ସହିତ ମିଶି ମୁକ୍ତିଧାମର ରାସ୍ତା ଖୋଲିବେ! ଆଜି ତ ସାରା ଆଡ଼ଭାନ୍ସ ପାର୍ଟୀ ବାପ୍‌ଦାଦାଙ୍କୁ କହୁଥିଲେ କି ଆମକୁ ତାରିଖ ବତାଅ । ତେବେ ତାଙ୍କୁ କ'ଣ ଉତ୍ତର ଦେବୁ? ତୁମେମାନେ କୁହ ତାଙ୍କୁ କ'ଣ ଉତ୍ତର ଦିଆଯିବ? ତେବେ ଉତ୍ତର ଦେବାରେ କିଏ ବୁଦ୍ଧିମାନ ଅଟେ? ବାପ୍‌ଦାଦା ତ ଏହି ଉତ୍ତର ଦେଉଛନ୍ତି ଯେ ଶୀଘ୍ର ଶୀଘ୍ର ହୋଇଯିବ । କିନ୍ତୁ ଏଥିରେ ବାବାଙ୍କୁ ତୁମମାନଙ୍କର ସହଯୋଗ ଦରକାର । ସମସ୍ତେ ସାଥୀ ହୋଇଯିବା ନା! କ'ଣ ସାଥୀରେ ଯିବାବାଲା ଅଟ, ନା ଅଟକି ଅଟକି ଯିବାବାଲା ଅଟ? ସାଥୀରେ ଯିବାବାଲା ତ ଅଟ ନା! ସାଥୀରେ ଯିବା ପାଇଁ ପସନ୍ଦ କରୁଛ ନା? ତେବେ ସମାନ ହେବାକୁ ପଡ଼ିବ । ଯଦି ସାଥୀରେ ଯିବାକୁ ଚାହୁଁଛ ତେବେ ସମାନ ତ ହେବାକୁ ପଡ଼ିବ ନା! ତେବେ ଏହାର ଗାୟନ କ'ଣ ରହିଛି? ହାତରେ ହାତ ରହିଥିବ, ସାଥୀ ହୋଇ ଯାଉଥିବ । ତେବେ ହାତରେ ହାତ ରଖିବା ଅର୍ଥାତ୍ ସମାନ୍ ହେବା । ତେଣୁ ଦାଦିମାନେ କୁହ ସବୁ ପ୍ରସ୍ତୁତି ହୋଇଯିବ ତ? ଦାଦିମାନେ କୁହ? ଦାଦିମାନେ ହାତ ଉଠାଅ । ଦାଦାମାନେ ମଧ୍ୟ ହାତ ଉଠାଅ ତୁମମାନଙ୍କୁ ବଡ଼ ଦାଦା ଅର୍ଥାତ୍ ବଡ଼ଭାଇ କୁହାଯାଉଛି ନା! ତେଣୁ ଦାଦାମାନେ ଏବଂ ଦାଦିମାନେ କୁହ କ'ଣ କିଛି ତାରିଖ ନିଧାର୍ଯ୍ୟ କରିଛ କି? (ଏବେ ନୁହେଁ ତ କେବେ ନୁହେଁ) ତେବେ ଏବେ ନୁହେଁ ତ କେବେ ନୁହେଁର ଅର୍ଥ କ'ଣ ହେଲା? ଏବେ ପ୍ରସ୍ତୁତ ଅଛ ତ! ଉତ୍ତର ତ ବହୁତ ଭଲ ଦେଉଛ । ଦାଦିମାନେ କୁହ? ସମ୍ପୂର୍ଣ୍ଣ ରୂପରେ ନିଶ୍ଚିତ ହେବ । ଏଥିରେ ଛୋଟ ବଡ଼ ସମସ୍ତେ ନିଜକୁ ଦାୟିତ୍ୱ ସମ୍ପର୍ଣ୍ଣ ମନେକର । ଏଥିରେ କେହି ବି ଛୋଟ ହୁଅ ନାହିଁ । ୭ ଦିନର ବାଳକ ମଧ୍ୟ ଦାୟିତ୍ୱ ସମ୍ପର୍ଣ୍ଣ ମନେକରନ୍ତୁ କାହିଁକି ନା ସାଥୀରେ ତ ଯିବାର ଅଛି ନା! ବାବା ଯଦି ଏକୁଟିଆ ଯିବାକୁ ଚାହିଁବେ ତେବେ ଯାଇପାରିବେ କିନ୍ତୁ ବାବା ଯାଇପାରିବେ ନାହିଁ । ସାଥୀରେ ହିଁ ଯିବାକୁ ହେବ । ଏହା ବାବାଙ୍କର ଏବଂ ତୁମେ ପିଲାମାନଙ୍କର ଉଭୟଙ୍କର ପ୍ରତିଶୃତି ଅଟେ । ପ୍ରତିଶୃତିକୁ ରକ୍ଷା କରିବାକୁ ତ ପଡ଼ିବ ନା! କ'ଣ ଠିକ୍ କଥା ନା? ଆଛା ।

ଚାରିଆଡ଼ୁ ପତ୍ର, ଶୁଭେଚ୍ଛା ବାର୍ତ୍ତା, ଇ-ମେଲ୍‌, ଫୋନ୍ ଇତ୍ୟାଦି ବହୁତ୍ ବହୁତ୍ ଆସିଛି, ମଧୁବନକୁ ମଧ୍ୟ ଆସିଛି ଏବଂ ସୁକ୍ଷ୍ମବତନକୁ ମଧ୍ୟ ଆସିଛି । ଆଜି ଦିନରେ ବନ୍ଧନରେ ରହୁଥିବା ମାତାମାନଙ୍କର ସ୍ନେହଭରା ଆନ୍ତରିକ ସ୍ମୃତି ବାପ୍‌ଦାଦାଙ୍କ ନିକଟରେ ପହଞ୍ଚି ଯାଇଛି । ବାପ୍‌ଦାଦା ଏହିଭଳି ସ୍ନେହୀ ପିଲାମାନଙ୍କୁ ବହୁତ ବହୁତ ମନେ ପକାଇବା ସହିତ ଆଶୀର୍ବାଦ ମଧ୍ୟ ଦେଉଛନ୍ତି । ଆଚ୍ଛା ।

ଚାରିଆଡ଼ର ସ୍ନେହୀ ପିଲାମାନଙ୍କୁ, ଲଭ୍‌ଲୀ ଏବଂ ଲଭ୍‌ଲୀନ୍ ଉଭୟ ପିଲାମାନଙ୍କୁ, ସର୍ବଦା ବାବାଙ୍କର ଶ୍ରମତ୍ ଅନୁସାରେ ପ୍ରତି ପାଦରେ ପଦ୍ମର ରୋଜଗାର ଜମା କରୁଥିବା ଜ୍ଞାନବାନ୍ ଏବଂ ଶକ୍ତିମାନ୍ ପିଲାମାନଙ୍କୁ, ସର୍ବଦା ସ୍ନେହୀ ମଧ୍ୟ, ସ୍ୱମାନ୍‌ଧାରୀ ମଧ୍ୟ ଏବଂ ସମ୍ମାନ୍‌ଧାରୀ ମଧ୍ୟ - ଏହିଭଳି ସର୍ବଦା ବାବାଙ୍କର ଶ୍ରୀମତ୍‌କୁ ପାଳନ କରୁଥିବା ବିଜୟୀ ପିଲାମାନଙ୍କୁ, ସର୍ବଦା ବାବାଙ୍କର ପ୍ରତ୍ୟେକ ପଦକ୍ଷେପ ଅନୁସାରେ ନିଜର ପାଦ ପକାଉଥିବା ସହଜଯୋଗୀ ପିଲାମାନଙ୍କୁ ବାପ୍‌ଦାଦାଙ୍କର ସ୍ନେହସମ୍ପର୍ଣ୍ଣ ଶୁଭେଚ୍ଛା ଏବଂ ନମସ୍ତେ ।

ବରଦାନ:-
ଲାଇନ୍ କ୍ଲିୟର ଆଧାରରେ ପ୍ରଥମ ନମ୍ବର ଶ୍ରେଣୀରେ ପାସ୍ ହେଉଥିବା ସଦା ପ୍ରସ୍ତୁତ ଭବ ।

ସଦାସର୍ବଦା ପ୍ରସ୍ତୁତ ହୋଇ ରହିବା ହିଁ ବ୍ରାହ୍ମଣ ଜୀବନର ବିଶେଷତା ଅଟେ । ବୁଦ୍ଧିର ଲାଇନ୍ ଏଭଳି କ୍ଲିୟର ଅର୍ଥାତ୍ ସ୍ୱଚ୍ଛ ରଖ ଯାହାଦ୍ୱାରା ବାବାଙ୍କଠାରୁ ଯାହା ବି ଆଦେଶ-ନିର୍ଦ୍ଦେଶନ ମିଳିବ ସେଥିରେ ସଦା ପ୍ରସ୍ତୁତ ହୋଇ ରହିପାରୁଥିବ । ସେତେବେଳେ ଆଉ କିଛି ବି ଭାବିବାର ଆବଶ୍ୟକତା ନ ଥିବ । ଅଚାନକ ଗୋଟିଏ ହିଁ ପ୍ରଶ୍ନ ଆସିବ, ଆଦେଶ ମିଳିବ – ଏହିଠାରେ ହିଁ ରହିଯାଅ, ଅମୁକ ସ୍ଥାନରେ ପହଞ୍ଚିଯାଅ, ତେବେ ସେତେବେଳେ ଯେପରି କୌଣସି ବି ସମ୍ବନ୍ଧ ବା କୌଣସି କଥା ମନେ ନ ପଡ଼େ, ତେବେ ଯାଇ ନମ୍ବର ୱାନ୍ ଶ୍ରେଣୀରେ ଉତ୍ତିର୍ଣ୍ଣ ହୋଇପାରିବ, କିନ୍ତୁ ଏ ସବୁ ଅଚାନକ ପରୀକ୍ଷା ରୂପରେ ଆସିବ ସେଥିପାଇଁ ସଦା ପ୍ରସ୍ତୁତ ରୁହ ।

ସ୍ଲୋଗାନ:-
ମନକୁ ଶକ୍ତିଶାଳୀ କରିବା ପାଇଁ ଆତ୍ମାକୁ ଇଶ୍ୱରୀୟ ସ୍ମୃତି ଏବଂ ଶକ୍ତି ରୂପୀ ଭୋଜନ ଦିଅ ।

ଅବ୍ୟକ୍ତ ଇଶାରା : ଏବେ ଲଗନର ଅଗ୍ନିକୁ ପ୍ରଜ୍ୱଳିତ କରି ଯୋଗକୁ ଜ୍ୱାଳାରୂପ କର । କେତେକ ପିଲା କହୁଛନ୍ତି ଯେତେବେଳେ ଆମେ ଯୋଗ କରିବା ପାଇଁ ବସୁଛୁ ସେତେବେଳେ ଆତ୍ମ ଅଭିମାନୀ ହେବା ପରିବର୍ତ୍ତେ ସେବା ମନେ ପଡୁଛି । କିନ୍ତୁ ଏଭଳି ହେବା ଉଚିତ୍ ନୁହେଁ, କାହିଁକି ନା ଶେଷ ସମୟରେ ଯଦି ଅଶରୀରୀ ହେବା ପରିବର୍ତ୍ତେ ସେବାର ମଧ୍ୟ ସଂକଳ୍ପ ଚାଲିବ ତେବେ ଗୋଟିଏ ସେକେଣ୍ଡ୍‌ର ପରୀକ୍ଷାରେ ଫେଲ୍ ହୋଇଯିବ । ସେତେବେଳେ କେବଳ ବାବା ଏବଂ ନିରାକାରୀ, ନିର୍ବିକାରୀ ଏବଂ ନିରହଂକାରୀ ସ୍ଥତି ବ୍ୟତୀତ ଅନ୍ୟ କିଛି ବି ମନେ ନ ପଡୁ । ସେବାର ସଂକଳ୍ପ ଆସିଲେ ମଧ୍ୟ ସାକାର ସ୍ଥିତିକୁ ଆସିଯିବ, ସେଥିପାଇଁ ଯେଉଁ ସମୟରେ ଯେଉଁ ସ୍ଥିତି ଚାହିଁବ ତାହା ହୋଇ ପାରୁଥିବ ନଚେତ୍ ଧୋକା ଖାଇଯିବ ।