14.09.26 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ- ପ୍ରାଣ
ରକ୍ଷକ ପ୍ରାଣେଶ୍ୱର ବାବା ଆସିଛନ୍ତି, ତୁମ ସନ୍ତାନମାନଙ୍କୁ ଜ୍ଞାନର ମିଠା ମୁରଲୀ ଶୁଣାଇ ପ୍ରାଣ
ରକ୍ଷା କରିବାକୁ ”
ପ୍ରଶ୍ନ:-
କେଉଁ ନିଶ୍ଚୟ
ଭାଗ୍ୟବାନ ସନ୍ତାନମାନଙ୍କୁ ହିଁ ହୋଇଥାଏ?
ଉତ୍ତର:-
ଆମର ଶ୍ରେଷ୍ଠ ଭାଗ୍ୟ ଗଢ଼ିବାକୁ ବାବା ନିଜେ ଆସିଛନ୍ତି । ବାବାଙ୍କଠାରୁ ଆମକୁ ଭକ୍ତିର ଫଳ ମିଳୁଛି
। ମାୟା କାଟି ଦେଇଥିବା ଡେଣା ପୁନଃ ଦେଇ, ନିଜ ସହିତ ଘରକୁ ଫେରାଇ ନେବା ପାଇଁ ବାବା ଆସିଛନ୍ତି ।
ଏହି ନିଶ୍ଚୟ ଭାଗ୍ୟବାନ ପିଲାମାନଙ୍କର ହୋଇଥାଏ ।
ଗୀତ:-
ୟହ କୌନ୍ ଆଜ ଆୟା
ସବେରେ......
ଓମ୍ ଶାନ୍ତି ।
ସକାଳୁ ସକାଳୁ
କିଏ ଆସି ମୁରଲୀ ବଜାଉଛନ୍ତି? ଦୁନିଆ ତ ବିଲ୍କୁଲ୍ ଘୋର ଅନ୍ଧକାରରେ ରହିଛି । ତୁମେ ବର୍ତ୍ତମାନ
ମୁରଲୀ ଶୁଣୁଛ - ଜ୍ଞାନ ସାଗର, ପତିତ ପାବନ ପ୍ରାଣେଶ୍ୱର ବାବାଙ୍କଠାରୁ । ସେ ହେଉଛନ୍ତି ପ୍ରାଣ
ରକ୍ଷକ ଈଶ୍ୱର । କହନ୍ତି ନା ହେ ଈଶ୍ୱର ଏହି ଦୁଃଖରୁ ରକ୍ଷା କର । ସେମାନେ ସ୍ଥୂଳ ସହଯୋଗ
ମାଗିଥାନ୍ତି । ଏବେ ତୁମ ସନ୍ତାନମାନଙ୍କୁ ବେହଦ ଅର୍ଥାତ୍ ଅସୀମ ସହଯୋଗ ମିଳୁଛି କାରଣ ବେହଦର ପିତା
ଅଟନ୍ତି ନା । ତୁମେ ଜାଣିଛ ଆତ୍ମା ଗୁପ୍ତ, ବାବା ମଧ୍ୟ ଗୁପ୍ତ । ଯେତେବେଳେ ପିଲାଙ୍କ ଶରୀର
ଦୃଶ୍ୟମାନ ହେଉଛି ବାବା ମଧ୍ୟ ପ୍ରତ୍ୟକ୍ଷ ହେଉଛନ୍ତି । ଆତ୍ମା ଗୁପ୍ତ ତେଣୁ ବାବା ମଧ୍ୟ ଗୁପ୍ତ ।
ତୁମେମାନେ ଜାଣିଛ ବାବା ଆସିଛନ୍ତି, ଆମକୁ ବେହଦର ବର୍ସା ଦେବା ପାଇଁ । ତାଙ୍କର ମତ ହେଉଛି
ଶ୍ରୀମତ । ସର୍ବଶାସ୍ତ୍ରମୟୀ ଶିରୋମଣୀ ଗୀତା ପ୍ରସିଦ୍ଧ ଅଟେ କେବଳ ସେଥିରେ ନାମ ବଦଳାଇ ଦେଇଛନ୍ତି
। ଏବେ ତୁମେ ଜାଣିଛ ଶ୍ରୀମତ ଭଗବାନଉବାଚ ଅଟେ ନା । ଏହା ମଧ୍ୟ ବୁଝିଯାଇଛ - ଭ୍ରଷ୍ଟାଚାରୀଙ୍କୁ
ଶ୍ରେଷ୍ଠାଚାରୀ କରିବା ବାଲା ଏକମାତ୍ର ବାବା ଅଟନ୍ତି । ସେ ହିଁ ନରରୁ ନାରାୟଣ କରୁଛନ୍ତି ।
ସତ୍ୟ-ନାରାୟଣଙ୍କ କଥା ବି ରହିଛି । ଗାୟନ କରନ୍ତି ଅମର କଥା, ଅମରପୁରୀର ମାଲିକ ବନିବାର ଅଥବା
ନରରୁ ନାରାୟଣ ବନିବାର କଥା । କଥା ତ ଗୋଟିଏ । ଏହା ମୃତ୍ୟୁଲୋକ ଅଟେ । ଭାରତ ଅମରପୁରୀ ଥିଲା -
ଏହା କାହାକୁ ଜଣା ନାହିଁ । ଏହା ଅମର ବାବା ଭାରତବାସୀମାନଙ୍କୁ ଶୁଣାଇଛନ୍ତି । ଜଣେ ପାର୍ବତୀ ବା
ଜଣେ ଦ୍ରୌପଦୀ ନୁହଁନ୍ତି । ଏହା ତ ବହୁତ ପିଲାମାନେ ଶୁଣୁଛନ୍ତି । ଶିବବାବା ଶୁଣାଉଛନ୍ତି
ବ୍ରହ୍ମାଙ୍କ ଦ୍ୱାରା । ବାବା କହୁଛନ୍ତି ମୁଁ ବ୍ରହ୍ମାଙ୍କ ଦ୍ୱାରା ମିଠା ମିଠା ଆତ୍ମାମାନଙ୍କୁ
ବୁଝାଉଛି । ବାବା ବୁଝାଉଛନ୍ତି, ପିଲାମାନଙ୍କୁ ନିଶ୍ଚିତ ଆତ୍ମ ଅଭିମାନୀ ହେବାର ଅଛି । ବାବା ହିଁ
କରିପାରିବେ । ଦୁନିଆରେ ଜଣେ ହେଲେ ବି ମନୁଷ୍ୟ ନାହାନ୍ତି ଯାହାଙ୍କୁ ଆତ୍ମାର ଜ୍ଞାନ ଥିବ । ଯଦି
ଆତ୍ମାର ଜ୍ଞାନ ନାହିଁ ତେବେ ପରମପିତା ପରମାତ୍ମାଙ୍କ ଜ୍ଞାନ କିପରି ହୋଇପାରିବ । କହିଦେଉଛନ୍ତି
ଆତ୍ମା ହିଁ ପରମାତ୍ମା । ସାରା ଦୁନିଆ କେତେ ବଡ଼ ଭୁଲ୍ରେ ଫସି ଯାଇଛି । ବର୍ତ୍ତମାନ
ମନୁଷ୍ୟମାନଙ୍କର ବୁଦ୍ଧି କିଛି କାମର ନୁହେଁ । ନିଜର ବିନାଶ ପାଇଁ ପ୍ରସ୍ତୁତି କରୁଛନ୍ତି । ତୁମ
ସନ୍ତାନମାନଙ୍କ ପାଇଁ ଏହା କୌଣସି ନୂଆ କଥା ନୁହେଁ । ଜାଣିଛ ଡ୍ରାମାନୁସାରେ ସେମାନଙ୍କର ମଧ୍ୟ
ପାର୍ଟ ରହିଛି, ଡ୍ରାମାର ବନ୍ଧନରେ ସମସ୍ତେ ବାନ୍ଧି ହୋଇ ରହିଛନ୍ତି ।
ଆଜିକାଲି ଦୁନିଆରେ ବହୁତ
ହଙ୍ଗାମା ହେଉଛି । ଏବେ ତୁମମାନଙ୍କର ବିନାଶ କାଳେ ପ୍ରୀତି ବୁଦ୍ଧି, ଯିଏ ବାବାଙ୍କଠାରୁ ବିପରୀତ
ବୁଦ୍ଧି, ସେମାନଙ୍କ ପାଇଁ ବିନଶ୍ୟନ୍ତି ବୋଲି ଗାୟନ ରହିଛି । ଏବେ ଏହି ଦୁନିଆକୁ ବଦଳିବାର ଅଛି ।
ଏହା ମଧ୍ୟ ଜାଣିଛ ବାସ୍ତବରେ ମହାଭାରତ ଲଢ଼େଇ ଲାଗିଥିଲା, ବାବା ରାଜଯୋଗ ଶିଖାଇଥିଲେ । ଶାସ୍ତ୍ରରେ
ତ ସମ୍ପୂର୍ଣ୍ଣ ବିନାଶ ଲେଖିଦେଇଛନ୍ତି । ପରନ୍ତୁ ସମ୍ପୂର୍ଣ୍ଣ ବିନାଶ ତ’ ହେବାର ନାହିଁ, ତାହା
ହେଲେ ତ ପ୍ରଳୟ ହୋଇଯିବ । କେହି ମନୁଷ୍ୟ ବି ରହିବେ ନାହିଁ କେବଳ ୫ ତତ୍ତ୍ୱ ରହିଯିବ । କିନ୍ତୁ
ଏପରି ତ ହୋଇପାରିବ ନାହିଁ । ପ୍ରଳୟ ହୋଇଗଲେ ପୁଣି ମନୁଷ୍ୟ କୁଆଡୁ଼ ଆସିବେ । ଦେଖାନ୍ତି କୃଷ୍ଣ
ଆଙ୍ଗୁଠି ଚୁଚୁମି ଚୁଚୁମି ସାଗରରେ ଅଶ୍ୱତଥ୍ ପତ୍ରରେ ଆସିଲେ । ବାଳକ ଏପରି କିପରି ଆସିପାରିବ ।
ଶାସ୍ତ୍ରରେ ଏହିପରି କଥା ସବୁ ଲେଖି ଦେଇଛନ୍ତି ଯେ ନ ପଚାରିଲେ ଭଲ । ଏବେ ତୁମ କୁମାରୀମାନଙ୍କ
ଦ୍ୱାରା ବିଦ୍ୱାନ, ଭୀଷ୍ମ ପିତାମହ ଆଦିଙ୍କୁ ମଧ୍ୟ ଜ୍ଞାନବାଣ ଲାଗିବ । ସେମାନେ ମଧ୍ୟ ଭବିଷ୍ୟତରେ
ଆସିବେ । ଯେତେ ଯେତେ ତୁମେ ସେବାରେ ଆଗକୁ ବଢ଼ିବ, ବାବାଙ୍କ ପରିଚୟ ସମସ୍ତଙ୍କୁ ଦେବ, ସେତେ ତୁମର
ପ୍ରଭାବ ପଡ଼ିବ । ହଁ, ବିଘ୍ନ ବି ପଡ଼ିବ । ଏହାର ଗାୟନ ମଧ୍ୟ ରହିଛି, ଏହି ଜ୍ଞାନ ଯଜ୍ଞରେ ଆସୁରୀ
ସମ୍ପ୍ରଦାୟର ବହୁତ ବିଘ୍ନ ପଡିଥାଏ । ତୁମେ ଶିଖାଇପାରିବ ନାହିଁ । ଜ୍ଞାନ ଓ ଯୋଗ ବାବା ହିଁ
ଶିଖାଉଛନ୍ତି । ସଦ୍ଗତିଦାତା ଏକମାତ୍ର ବାବା ହିଁ ଅଟନ୍ତି । ସେ ହିଁ ପତିତମାନଙ୍କୁ ପାବନ
କରୁଛନ୍ତି, ତେବେ ନିଶ୍ଚିତ ପତିତମାନଙ୍କୁ ହିଁ ଜ୍ଞାନ ଦେବେ ନା । ବାବାଙ୍କୁ କେବେ ସର୍ବବ୍ୟାପୀ
ମାନି ହେବ କି! ତୁମେମାନେ ବୁଝୁଛ ଆମେ ପାରସବୁଦ୍ଧି ହୋଇ ପାରସନାଥ ହେଉଛୁ । ମନୁଷ୍ୟମାନେ
ଅନେକାନେକ ମନ୍ଦିର ନିର୍ମାଣ କରିଛନ୍ତି । ପରନ୍ତୁ ସେମାନେ କିଏ, କ’ଣ କରି ଯାଇଛନ୍ତି, ଏହାର
ଅର୍ଥ ବୁଝୁନାହାଁନ୍ତି । ପାରସନାଥଙ୍କ ମନ୍ଦିର ମଧ୍ୟ ଅଛି । ଭାରତ ପାରସପୁରୀ ଥିଲା । ସୁନା, ହୀରା
ରତ୍ନର ମହଲ ଥିଲା । ଯେପରି କାଲିର କଥା । ସେମାନେ ତ’ କେବଳ ଗୋଟିଏ ସତ୍ୟଯୁଗକୁ ଲକ୍ଷ ଲକ୍ଷ ବର୍ଷ
ବୋଲି କହିଦେଉଛନ୍ତି । ବାବା କହୁଛନ୍ତି ସାରା ଡ୍ରାମା ହିଁ ୫୦୦୦ ବର୍ଷର, ସେଥିପାଇଁ କୁହାଯାଏ,
ଆଜି ଭାରତ କ’ଣ ଅଛି, କାଲିର ଭାରତ କ’ଣ ଥିଲା । ଲକ୍ଷ ଲକ୍ଷ ବର୍ଷ ତ କାହାର ସ୍ମୃତିରେ ରହିପାରିବ
ନାହିଁ । ତୁମ ସନ୍ତାନମାନଙ୍କୁ ଏବେ ସ୍ମୃତି ମିଳିଛି । ଜାଣିଛ ଏହା ୫୦୦୦ ବର୍ଷର କଥା । ବାବା
କହୁଛନ୍ତି ଯୋଗଯୁକ୍ତ ହୁଅ । ନିଜକୁ ଆତ୍ମା ଭାବି ବାବାଙ୍କୁ ୟାଦ କର । ଏହା ଜ୍ଞାନ ହେଲା ନା ।
ସେମାନେ ତ ହେଲେ ହଠଯୋଗୀ । ଆସନ ପ୍ରାଣାୟମ ଆଦି କରୁଛନ୍ତି । କ’ଣ କ’ଣ ସବୁ କରୁଛନ୍ତି । ତୁମେ
ମାତାମାନେ ତ ଏପରି କରିପାରିବ ନାହିଁ । ବସି ବି ପାରିବ ନାହିଁ । ଭକ୍ତିମାର୍ଗରେ ଅନେକ ଚିତ୍ର
ରହିଛି । ବାବା କହୁଛନ୍ତି ମିଠେ ବଚ୍ଚେ ତୁମକୁ ଏସବୁ କରିବା କିଛି ଦରକାର ନାହିଁ । ସ୍କୁଲ୍ରେ
ବିଦ୍ୟାର୍ଥୀମାନେ ନିୟମ ପ୍ରମାଣେ ତ ବସନ୍ତି । ବାବା ତାହା ମଧ୍ୟ କହୁନାହାଁନ୍ତି । ଯେପରି
ଚାହୁଁଛ ସେପରି ବସ, ବସି ବସି ଥକିଗଲେ ଶୋଇଯାଅ । ବାବା କୌଣସି କଥାରେ ମନା କରୁନାହିଁନ୍ତି । ଏହା
ବିଲ୍କୁଲ୍ ସହଜରେ ବୁଝିବା କଥା । ଏଥିରେ କଷ୍ଟର କିଛି କଥା ନାହିଁ । କେତେ ବି ବେମାର ହୋଇଥାଅ,
ହୋଇପାରେ ଶୁଣୁ ଶୁଣୁ ଶିବବାବାଙ୍କ ୟାଦରେ ରହି ପ୍ରାଣ ଶରୀରରୁ ବାହାରିଯିବ । ଗାଇଥାଆନ୍ତି ନା -
ଗଙ୍ଗାଜଳ ମୁଖରେ ଥିବ.....ସେତେବେଳେ ପ୍ରାଣ ଶରୀରରୁ ବାହାରୁ । ତାହା ସବୁ ତ ହେଲା ଭକ୍ତିମାର୍ଗର
କଥା । ବାସ୍ତବରେ ଏହା ଜ୍ଞାନ ଅମୃତର କଥା । ତୁମେ ଜାଣିଛ । ସତରେ ଏହିପରି ପ୍ରାଣ ଶରୀରରୁ
ବାହାରିଯିବ । ତୁମେ ସନ୍ତାନମାନେ ଯେତେବେଳେ ଘରୁ ଆସୁଛ ସେତେବେଳେ ମୋତେ ଛାଡି ଚାଲି ଆସୁଛ । ବାବା
କହୁଛନ୍ତି ମୁଁ ତୁମ ସନ୍ତାନମାନଙ୍କୁ ନିଜ ସାଥିରେ ନେଇଯିବି, ମୁଁ ଆସିଛି ହିଁ ତୁମମାନଙ୍କୁ ଘରକୁ
ନେଇ ଯିବା ପାଇଁ ତୁମେ ନା ନିଜ ଘରକୁ ଜାଣିଛ ନା ଆତ୍ମାକୁ ଜାଣିଛ । ମାୟା ସମ୍ପୂର୍ଣ୍ଣ ଭାବେ ଡେଣା
କାଟି ଦେଇଛି ସେଥିପାଇଁ ତମୋପ୍ରଧାନ ହେବା କାରଣରୁ ଆତ୍ମା ଉଡ଼ି ପାରୁନାହିଁ । ଯେ ପର୍ଯ୍ୟନ୍ତ
ସତ୍ତ୍ୱପ୍ରଧାନ ହୋଇନାହିଁ ସେ ପର୍ଯ୍ୟନ୍ତ ଶାନ୍ତି-ଧାମ କିପରି ଯାଇପାରିବ । ଏହା ବି ଜାଣିଛ
ଡ୍ରାମା ଅନୁସାରେ ସମସ୍ତଙ୍କୁ ତମୋପ୍ରଧାନ ହେବାକୁ ହିଁ ପଡିବ । ବର୍ତ୍ତମାନ ସମୟରେ ସାରା ବୃକ୍ଷ
ଜଡ଼ଜଡ଼ୀଭୂତ ହୋଇଯାଇଛି । ଏଠାରେ କାହାର ସତ୍ତ୍ୱପ୍ରଧାନ ଅବସ୍ଥା ହୋଇପାରିବ ନାହିଁ । ଆତ୍ମା ଏଠାରେ
ପବିତ୍ର ହୋଇଗଲେ ଆଉ ଏଠାରେ ରହିପାରିବ ନାହିଁ, ଉପରକୁ ଚାଲିଯିବ । ସମସ୍ତେ ମୁକ୍ତି ପାଇଁ ଭକ୍ତି
କରୁଛନ୍ତି । ପରନ୍ତୁ କେହି ବି ଫେରିଯାଇ ପାରିବେ ନାହିଁ । ନିୟମ ଏପରି ନାହିଁ । ବାବା ଏହିସବୁ
ରହସ୍ୟ ବସି ବୁଝାଉଛନ୍ତି - ଧାରଣା କରିବା ପାଇଁ । ତଥାପି ମୁଖ୍ୟ କଥା ହେଉଛି ବାବାଙ୍କୁ ୟାଦ
କରିବା, ସ୍ୱଦର୍ଶନ ଚକ୍ରଧାରୀ ହେବା । ବୀଜ ଅର୍ଥାତ୍ ବାବାଙ୍କୁ ମନେ ପକାଇଲେ ସାରା ବୃକ୍ଷ
ବୁଦ୍ଧିରେ ଆସିଯାଉଛି । ତୁମେ ଗୋଟିଏ ସେକେଣ୍ଡରେ ସବୁ ଜାଣିଯାଉଛ । ଦୁନିଆରେ କେହି ଜାଣିନାହାନ୍ତି
- ମନୁଷ୍ୟ ସୃଷ୍ଟିର ବୀଜରୂପ ସମସ୍ତଙ୍କର ଏକ ପିତା ହିଁ ଅଟନ୍ତି । କୃଷ୍ଣ ଭଗବାନ ନୁହଁନ୍ତି ।
କୃଷ୍ଣଙ୍କୁ ଶ୍ୟାମ-ସୁନ୍ଦର କୁହାଯାଏ । ଏପରି ନୁହେଁ କି ତକ୍ଷକ ବୋଲି କୌଣସି ସର୍ପର ଦଂଶନରେ କଳା
ହୋଇଗଲେ । କାମ ଚିତା ଉପରେ ଚଢ଼ି ମନୁଷ୍ୟ ତ କଳା ହୁଅନ୍ତି । ରାମଙ୍କୁ ବି କଳା ଦେଖାନ୍ତି, ତେବେ
ତାଙ୍କୁ କିଏ ଦଂଶନ କଲା! କିଛି ବି ବୁଝୁନାହାଁନ୍ତି । ତଥାପି ବି ଯାହାଙ୍କ ଭାଗ୍ୟରେ ଅଛି,
ନିଶ୍ଚୟ ହୋଇଛି ତେବେ ନିଶ୍ଚିତ ବାବାଙ୍କ ଠାରୁ ବର୍ସା ପାଇବେ । ନିଶ୍ଚୟ ନ ହେଲେ କେବେ ହେଲେ ବି
ବୁଝିବେ ନାହିଁ । ଯଦି ଭାଗ୍ୟରେ ନାହିଁ ତେବେ ପୁରୁଷାର୍ଥ ବି କିପରି କରିବେ । ଭାଗ୍ୟରେ ନ ଥିଲେ
ଏପରି ବସନ୍ତି ଯେପରି କିଛି ବୁଝୁ ନାହାଁନ୍ତି । ଏତିକି ବି ନିଶ୍ଚୟ ନାହିଁ ଯେ ବାବା ଆସିଛନ୍ତି
ବେହଦର ବର୍ସା ଦେବାକୁ । ଯେପରି କେହି ନୂଆ ଲୋକ ମେଡିକାଲ୍ କଲେଜ୍ରେ ଯାଇ ବସିଲେ କ’ଣ ବୁଝିବେ,
କିଛି ବି ବୁଝିପାରିବେ ନାହିଁ । ଏଠାରେ ମଧ୍ୟ ସେହିପରି ଆସି ବସୁଛନ୍ତି । ଏହି ଅବିନାଶୀ ଜ୍ଞାନର
ବିନାଶ ହୁଏ ନାହିଁ । ସେମାନେ ପୁଣି ଆସି କ’ଣ କରିବେ । ରାଜଧାନୀ ସ୍ଥାପନ ହେଉଛି ତେବେ ଚାକର,
ସେବକ, ପ୍ରଜା, ପ୍ରଜାଙ୍କର ଚାକର ସମସ୍ତେ ଦରକାର ନା । ଆଗକୁ ଗଲେ କିଛି ପଢ଼ିବାକୁ ଚେଷ୍ଟା କରିବେ
ପରନ୍ତୁ କଷ୍ଟକର କାରଣ ସେତେବେଳେ ବହୁତ ହଙ୍ଗାମା ହେବ । ଦିନକୁ ଦିନ ତୋଫାନ ବଢ଼ିଚାଲିବ । ଏତେ
ସେଣ୍ଟର୍ ଅଛି ଚାହିଁଲେ କେହି ଆସି ଭଲ ଭାବରେ ବୁଝିପାରିବେ । ଏହା ବି ଲେଖାଯାଇଛି - ବ୍ରହ୍ମାଙ୍କ
ଦ୍ୱାରା ସ୍ଥାପନା । ବିନାଶ ବି ସମ୍ମୁଖରେ ଦଣ୍ଡାୟମାନ । ବିନାଶ ତ ନିଶ୍ଚିତ ହେବ । କହୁଛନ୍ତି
ଜନ୍ମ କମ୍ ହେଉ । ପରନ୍ତୁ ବୃକ୍ଷର ବୃଦ୍ଧି ତ ହେବ ହିଁ ହେବ । ଯେ ପର୍ଯ୍ୟନ୍ତ ବାବା ଅଛନ୍ତି, ସେ
ପର୍ଯ୍ୟନ୍ତ ସବୁ ଧର୍ମାତ୍ମା ମାନଙ୍କୁ ଏଠାକୁ ଆସିବାର ହିଁ ଅଛି । ଯେତେବେଳେ ଯିବାର ସମୟ ହେବ
ସେତେବେଳେ ଆତ୍ମାମାନଙ୍କ ଆସିବା ବନ୍ଦ ହୋଇଯିବ । ଏବେ ତ’ ସମସ୍ତଙ୍କୁ ଆସିବାର ଅଛି, ପରନ୍ତୁ ଏକଥା
କେହି ବୁଝୁନାହାନ୍ତି । କହୁଛନ୍ତି ମଧ୍ୟ ଭକ୍ତଙ୍କ ରକ୍ଷକ ଭଗବାନ । ତେବେ ନିଶ୍ଚିତ ଭକ୍ତମାନଙ୍କ
ଉପରକୁ ବିପଦ ଆସୁଛି । ରାବଣ ରାଜ୍ୟରେ ସମସ୍ତେ ବିଲ୍କୁଲ୍ ପାପାତ୍ମା ହୋଇଯାଇଛନ୍ତି । କଳିଯୁଗ
ଅନ୍ତରେ ରାବଣ ରାଜ୍ୟ, ସତ୍ୟଯୁଗ ଆଦିରେ ରାମରାଜ୍ୟ । ବର୍ତ୍ତମାନ ସମସ୍ତେ ଆସୁରୀ ରାବଣ
ସମ୍ପ୍ରଦାୟ ଅଟନ୍ତି ନା । କହୁଛନ୍ତି ଅମୁକ ସ୍ୱର୍ଗବାସୀ ହେଲେ, ଏହାର ଅର୍ଥ ବର୍ତ୍ତମାନ ନର୍କ ଅଟେ
। ସ୍ୱର୍ଗବାସୀ ହେଲେ, ଏହା ତ ଭଲ କଥା । ତେବେ ଏଠାରେ ସେତେବେଳେ ନିଶ୍ଚିତ ନର୍କବାସୀ ଥିଲେ । ଏହା
ବି ବୁଝୁନାହାଁନ୍ତି ଯେ ଆମେ ନର୍କବାସୀ ଅଟୁ । ତୁମେ ଏବେ ବୁଝୁଛ ବାବା ଆସି ସ୍ୱର୍ଗବାସୀ କରିବେ
। ଗାଇଥାଆନ୍ତି ମଧ୍ୟ ହେଭେନ୍ଲୀ ଗଡ୍ ଫାଦର୍ ଅର୍ଥାତ୍ ସ୍ୱର୍ଗ ସ୍ଥାପନକାରୀ ଈଶ୍ୱରୀୟ ପିତା ।
ସେ ହିଁ ଆସି ସ୍ୱର୍ଗ ସ୍ଥାପନ କରିବେ । ସମସ୍ତେ ଗାଉଛନ୍ତି ପତିତ ପାବନ ସୀତାରାମ । ଆମେ ପତିତ
ହୋଇ ଯାଇଛୁ, ଆପଣ ଆମକୁ ପାବନ କରିବେ । ସେମାନେ ସବୁ ଭକ୍ତିମାର୍ଗର ସୀତା ଅଟନ୍ତି । ବାବା
ହେଉଛନ୍ତି ରାମ । କାହାକୁ ସିଧା କହିଲେ ମାନୁ ନାହାଁନ୍ତି । ରାମଙ୍କୁ ଡାକୁଛନ୍ତି । ଏବେ ତୁମ
ସନ୍ତାନମାନଙ୍କୁ ବାବା ତୃତୀୟ ନେତ୍ର ଦେଇଛନ୍ତି । ତୁମେ ଯେପରିକି ଅଲଗା ଦୁନିଆର ହୋଇଯାଇଛ ।
ବାବା ବୁଝାଉଛନ୍ତି ଏବେ
ସମସ୍ତଙ୍କୁ ନିଶ୍ଚିତ ତମୋପ୍ରଧାନ ହେବାର ଅଛି, ତେବେ ତ ବାବା ଆସି ସତୋପ୍ରଧାନ କରିବେ । ବାବା
କେତେ ଭଲ ଭାବରେ ବସି ବୁଝାଉଛନ୍ତି । କହୁଛନ୍ତି ତୁମେ ନିଜ ଚାକିରୀ ବି କର କେବଳ ଗୋଟିଏ କଥା
ମନେରଖ - ବାବାଙ୍କୁ ୟାଦ କର । ସତୋପ୍ରଧାନ ହେବାର ରାସ୍ତା ଅନ୍ୟ କେହି ବତାଇ ପାରିବେ ନାହିଁ ।
ସମସ୍ତଙ୍କର ଆତ୍ମିକ ସର୍ଜନ ଏକ ହିଁ ଅଟନ୍ତି । ସେ ହିଁ ଆସି ଆତ୍ମାମାନଙ୍କୁ ଇଞ୍ଜେକ୍ସନ୍
ଲଗାଉଛନ୍ତି, କାହିଁକି ନା ଆତ୍ମା ତମୋପ୍ରଧାନ ହୋଇଯାଇଛି । ବାବାଙ୍କୁ ଅବିନାଶୀ ସର୍ଜନ କୁହାଯାଏ
। ଆତ୍ମା ଅବିନାଶୀ, ପରମାତ୍ମା ବାବା ମଧ୍ୟ ଅବିନାଶୀ ଅଟନ୍ତି । ଏବେ ଆତ୍ମା ସତୋପ୍ରଧାନରୁ
ତମୋପ୍ରଧାନ ହୋଇଛି, ତାକୁ ଇଞ୍ଜେକ୍ସନ୍ ଦରକାର । ବାବା କହୁଛନ୍ତି ପିଲାମାନେ ନିଜକୁ ଆତ୍ମା
ନିଶ୍ଚୟ କର ଏବଂ ବାବାଙ୍କୁ ୟାଦ କର । ବୁଦ୍ଧିଯୋଗ ଉପରେ ଲଗାଅ ତେବେ ସ୍ୱିଟ୍ ହୋମ୍କୁ ଚାଲିଯିବ
। ତୁମ ବୁଦ୍ଧିରେ ଅଛି ଏବେ ଆମକୁ ନିଜ ସ୍ୱିଟ୍ ସାଇଲେନ୍ସ ହୋମ୍କୁ ଯିବାର ଅଛି । ଆଚ୍ଛା!
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ ।
ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ଜ୍ଞାନ ଓ
ଯୋଗ ଦ୍ୱାରା ବୁଦ୍ଧିକୁ ପାରସ କରିବାର ଅଛି । କେତେ ବି ବେମାର ହୋଇଥାଅ, କଷ୍ଟ ହେଉ, ସେଥିରେ
ମଧ୍ୟ ଏକ ବାବାଙ୍କର ୟାଦ ରହୁ ।
(୨) ନିଜର ଉଚ୍ଚ ଭାଗ୍ୟ
ଗଢ଼ିବା ପାଇଁ ପୁରା ପୁରା ନିଶ୍ଚୟବୁଦ୍ଧି ହେବାକୁ ପଡିବ । ବୁଦ୍ଧିଯୋଗ ନିଜର ସ୍ୱିଟ୍ ସାଇଲେନ୍ସ
ହୋମ୍ରେ ଲଗାଇବାକୁ ହେବ ।
ବରଦାନ:-
ତ୍ରିକାଳଦର୍ଶୀର
ହୋଇ ବ୍ୟର୍ଥ ସଂକଳ୍ପ ବା ସଂସ୍କାରକୁ ପରିବର୍ତ୍ତନ କରୁଥିବା ବିଶ୍ୱ କଲ୍ୟାଣକାରୀ ଭବ ।
ଯେତେବେଳେ ତୁମେମାନେ
ମାଷ୍ଟର ତ୍ରିକାଳଦର୍ଶୀ ହୋଇ ସଂକଳ୍ପକୁ କର୍ମରେ ପରିଣତ କରିବ ସେତେବେଳେ କୌଣସି ବି କର୍ମ ବ୍ୟର୍ଥ
ହେବ ନାହିଁ । ଏହିଭଳି ବ୍ୟର୍ଥକୁ ପରିବର୍ତ୍ତନ କରି ସମର୍ଥ ସଂକଳ୍ପ ଏବଂ ସମର୍ଥ କାର୍ଯ୍ୟ କରିବାକୁ
ହିଁ ସମ୍ପୂର୍ଣ୍ଣ ସ୍ଥିତି କୁହାଯାଏ । କେବଳ ନିଜର ବ୍ୟର୍ଥ ସଂକଳ୍ପ ଗୁଡିକୁ ବା ବିକର୍ମ ଗୁଡିକୁ
ଭସ୍ମ କରିବାର ନାହିଁ କିନ୍ତୁ ଶକ୍ତି ସ୍ୱରୂପ ହୋଇ ସାରା ବିଶ୍ୱର ବିକର୍ମର ବୋଝକୁ ହାଲୁକା
କରିବାର ତଥା ଅନେକ ଆତ୍ମାମାନଙ୍କର ବ୍ୟର୍ଥ ସଂକଳ୍ପ ଗୁଡିକୁ ସମାପ୍ତ କରିବାର ଗତିବିଧିକୁ ଏବେ
ଆହୁରି ତୀବ୍ର ବେଗରେ କର, ତେବେ କୁହାଯିବ ବିଶ୍ୱ କଲ୍ୟାଣକାରୀ ।
ସ୍ଲୋଗାନ:-
ଯଦି ନଷ୍ଟୋମୋହା
ହେବାକୁ ଚାହୁଁଛ ତେବେ ସେବା ଅର୍ଥେ ସ୍ନେହ ରଖ, ସ୍ୱାର୍ଥ ପାଇଁ ନୁହେଁ ।
ମାତେଶ୍ୱରୀଜୀଙ୍କ
ଅମୂଲ୍ୟ ମହାବାକ୍ୟ:- “ଜ୍ଞାନ ଓ ଯୋଗର ତୁଳନା”
ଯୋଗ ଓ ଜ୍ଞାନ ଦୁଇଟି
ଶବ୍ଦ, ଯୋଗ ପରମାତ୍ମାଙ୍କ ୟାଦକୁ କୁହାଯାଏ । ଅନ୍ୟ କାହାର ୟାଦର ସମ୍ବନ୍ଧରେ ଯୋଗ ଶବ୍ଦ ଆସେ ନାହିଁ
। ଗୁରୁମାନେ ଯାହା ବି ଯୋଗ ଶିଖାଇଥାଆନ୍ତି, ସେମାନେ ମଧ୍ୟ ପରମାତ୍ମାଙ୍କ ସହ ଯୋଗ ଲଗାଇବାକୁ
କହିଥାଆନ୍ତି, ପରନ୍ତୁ ସେମାନଙ୍କୁ କେବଳ ପରମାତ୍ମାଙ୍କର ପୁରା ପରିଚୟ ନାହିଁ ସେଥିପାଇଁ ଯୋଗର
ପୁରା ସିଦ୍ଧି ମିଳେ ନାହିଁ । ଯୋଗ ଓ ଜ୍ଞାନ ଦୁଇଟିଯାକ ହେଉଛି ବଳ, ଯେଉଁ ଦୁଇଟିର ପୁରୁଷାର୍ଥରେ
ଶକ୍ତି ମିଳିଥାଏ ଏବଂ ଆମେ ବିକର୍ମାଜୀତ୍ ହୋଇ ଶ୍ରେଷ୍ଠ ଜୀବନ ଗଢ଼ିଥାଉ । ଯୋଗ ଅକ୍ଷର ତ ସମସ୍ତେ
କହିଥାଆନ୍ତି ପରନ୍ତୁ ଯାହା ସହିତ ଯୋଗ ଲଗାଇଥା’ନ୍ତି ପ୍ରଥମେ ତାଙ୍କର ପରିଚୟ ଦରକାର । ଏବେ ଏହି
ପରମାତ୍ମାଙ୍କ ପରିଚୟ ବି ଆମକୁ ପରମାତ୍ମାଙ୍କ ଦ୍ୱାରା ହିଁ ମିଳୁଛି, ସେହି ପରିଚୟ ଆଧାରରେ ଯୋଗ
ଲଗାଇଲେ ପୂର୍ଣ୍ଣ ସିଦ୍ଧି ପ୍ରାପ୍ତ ହୁଏ । ଯୋଗ ଦ୍ୱାରା ଆମେ ପୁରୁଣା ବିକର୍ମର ବୋଝ ଭସ୍ମ
କରିଥାଉ ଓ ଜ୍ଞାନ ଦ୍ୱାରା ଜଣାପଡ଼େ କି ଆଗ ପାଇଁ ଆମକୁ କେଉଁ କର୍ମ କରିବାର ଅଛି ଓ କାହିଁକି?
ସଂସ୍କାର ହେଉଛି ଜୀବନର ଜଡ଼, ଆତ୍ମା ମଧ୍ୟ ଅନାଦି ସଂସ୍କାରରେ ଗଢ଼ା ହୋଇଛି ପରନ୍ତୁ କର୍ମ ଆଧାରରେ
ସେହି ସଂସ୍କାର ପରିବର୍ତ୍ତନ ହୋଇଚାଲିଥାଏ । ଯୋଗ ଓ ଜ୍ଞାନଦ୍ୱାରା ଆତ୍ମାରେ ଶ୍ରେଷ୍ଠତା ଆସିଥାଏ
ଏବଂ ଜୀବନରେ ବଳ ଆସିଥାଏ, ପରନ୍ତୁ ଏହି ଦୁଇଟି ଜିନିଷ ପରମାତ୍ମାଙ୍କ ଠାରୁ ମିଳିଥାଏ,
କର୍ମବନ୍ଧନରୁ ମୁକ୍ତିର ରାସ୍ତା ମଧ୍ୟ ଆମକୁ ପରମାତ୍ମାଙ୍କ ଦ୍ୱାରା ପ୍ରାପ୍ତ ହୋଇଥାଏ । ଆମେ
ବିକର୍ମ କରି ଯେଉଁ କର୍ମବନ୍ଧନ ସୃଷ୍ଟି କରିଛୁ ସେଥିରୁ ମୁକ୍ତ ହେବୁ ଏବଂ ଆଉ ଭବିଷ୍ୟତରେ ଆମର
କର୍ମ ବିକର୍ମ ନ ହେଉ, ତେବେ ଏହି ଦୁଇଟିର ବଳ ପରମାତ୍ମାଙ୍କ ବ୍ୟତୀତ ଅନ୍ୟ କେହି ଦେଇ ପାରିବେ
ନାହିଁ । ଯୋଗ ଓ ଜ୍ଞାନ ଦୁଇଟି ଜିନିଷ ପରମାତ୍ମା ନେଇ ଆସିଥା’ନ୍ତି, ଯୋଗ ଅଗ୍ନିଦ୍ୱାରା କରିଥିବା
ବିକର୍ମ ଭସ୍ମ କରାନ୍ତି ଏବଂ ଜ୍ଞାନ ଦ୍ୱାରା ଭବିଷ୍ୟତ ପାଇଁ ଶ୍ରେଷ୍ଠ କର୍ମ ଶିଖାନ୍ତି, ଯଦ୍ୱାରା
କର୍ମ, ଅକର୍ମ ହୁଏ, ତେଣୁ ତ ପରମାତ୍ମା କହୁଛନ୍ତି ଏହି କର୍ମ-ଅକର୍ମ-ବିକର୍ମର ଗତି ବହୁତ ଗୂହ୍ୟ
। ଏବେ ତ ଆମ ଆତ୍ମାମାନଙ୍କୁ ଡାଇରେକ୍ଟ ପରମାତ୍ମାଙ୍କର ବଳ ଦରକାର । ଶାସ୍ତ୍ରଗୁଡିକ ଦ୍ୱାରା ଏହି
ଯୋଗ ଏବଂ ଜ୍ଞାନର ବଳ ମିଳିପାରିବ ନାହିଁ କିନ୍ତୁ ସେହି ସର୍ବଶକ୍ତିବାନ ବଳବାନଙ୍କ ଦ୍ୱାରା ହିଁ
ବଳ ମିଳିଥାଏ । ନିଜ ଜୀବନର ସଂସ୍କାର ଏବେ ଏପରି କରିବାକୁ ହେବ ଯଦ୍ୱାରା ଜୀବନରେ ସୁଖ ମିଳିବ ।
ତେଣୁ ପରମାତ୍ମା ଆସି ଜୀବନର ଜଡରେ ଶୁଦ୍ଧ ସଂସ୍କାରର ବୀଜ ପକାନ୍ତି, ଯେଉଁ ଶୁଦ୍ଧ ସଂସ୍କାରର
ଆଧାରରେ ଆମେ ଅଧାକଳ୍ପ ଜୀବନମୁକ୍ତ ହେବୁ । ଆଚ୍ଛା -
ଅବ୍ୟକ୍ତ ଈଶାରା:- ଏବେ
ନିଜର ଦାତା ସ୍ୱରୂପକୁ ପ୍ରତ୍ୟକ୍ଷ କର ।
ତୁମ ଭଳି ପୂର୍ବଜ ତଥା
ପୂଜ୍ୟ ଆତ୍ମାମାନଙ୍କୁ, ମାଷ୍ଟର ଶାନ୍ତି ଦେବା, ଶକ୍ତି ଦେବା କହି ମନେପକାଉଛନ୍ତି । ଏହିଭଳି
ସମୟରେ ହେ ଶାନ୍ତିଦେବା ଆତ୍ମାମାନେ, ମାଷ୍ଟର ଶାନ୍ତିର ସାଗର, ମାଷ୍ଟର ଶାନ୍ତିର ସୂର୍ଯ୍ୟ ନିଜର
ଶାନ୍ତିର କିରଣ, ଶାନ୍ତିର ତରଙ୍ଗକୁ ଦାତାଙ୍କର ସନ୍ତାନ ଦେବାବାଲା ହୋଇ ସମସ୍ତଙ୍କୁ ଦେଇଚାଲ ।
ଏହିଭଳି ସେବା କରିବାର ବିଶେଷ ଅଭ୍ୟାସୀ ହୁଅ ।