14.11.25 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ଯଦି
ଉଚ୍ଚରୁ ଉଚ୍ଚ ପଦ ପାଇବାକୁ ଚାହୁଁଛ ତେବେ ଯୋଗର ଯାତ୍ରାରେ ମସ୍ତ ହୋଇ ରୁହ - ଏହା ହେଉଛି ଆତ୍ମିକ
ଫାଶୀ, ବୁଦ୍ଧି ନିଜର ଘରେ ଲଟକି ରହୁ ।”
ପ୍ରଶ୍ନ:-
ଯେଉଁମାନଙ୍କ
ବୁଦ୍ଧିରେ ଜ୍ଞାନର ଧାରଣା ହେଉ ନାହିଁ, ସେମାନଙ୍କର ଚିହ୍ନ କ’ଣ?
ଉତ୍ତର:-
ସେମାନେ ଛୋଟ ଛୋଟ କଥାରେ ନାରାଜ ହେଉଥିବେ । ଯାହାଙ୍କର ବୁଦ୍ଧିରେ ଯେତେ-ଯେତେ ଜ୍ଞାନର ଧାରଣା
ହେଉଥିବ ସେମାନେ ସେତିକି ଖୁସିରେ ରହୁଥିବେ । ବୁଦ୍ଧିରେ ଯଦି ଏହି ଜ୍ଞାନ ରହିବ ଯେ ଏବେ ଦୁନିଆକୁ
ତଳକୁ ଯିବାକୁ ହିଁ ହେବ, ଏଥିରେ କ୍ଷତି ହିଁ ହେବ, ତେବେ ସେମାନେ କଦାପି ନାରାଜ ହେବେ ନାହିଁ ।
ସର୍ବଦା ଖୁସିରେ ରହିବେ ।
ଓମ୍ ଶାନ୍ତି ।
ମିଠା-ମିଠା ଆତ୍ମିକ ସନ୍ତାନମାନଙ୍କୁ ଆତ୍ମିକ ବାବା ବସି ବୁଝାଉଛନ୍ତି । ପିଲାମାନେ ଜାଣିଛନ୍ତି
ଯେ ଶ୍ରେଷ୍ଠରୁ ଶ୍ରେଷ୍ଠ ଭଗବାନ ବୋଲି କୁହାଯାଏ । ତେଣୁ ଆତ୍ମାର ବୁଦ୍ଧିଯୋଗ ଘର ଆଡକୁ ଯିବା
ଉଚିତ୍ । କିନ୍ତୁ ଦୁନିଆରେ ଜଣେ ହେଲେ ଏଭଳି ମନୁଷ୍ୟ ନାହାଁନ୍ତି, ଯାହାଙ୍କ ବୁଦ୍ଧିରେ ଏହି କଥା
ଆସୁଥିବ । ସନ୍ନ୍ୟାସୀମାନେ ମଧ୍ୟ ବ୍ରହ୍ମକୁ ଘର ବୋଲି ଭାବନ୍ତି ନାହିଁ, ସେମାନେ ତ’ କହନ୍ତି ଆମେ
ବ୍ରହ୍ମରେ ଲୀନ ହୋଇଯିବୁ, ତେବେ ତାହା କ’ଣ ଘର ହେଲା କି? ଘରେ ତ ରହିବାକୁ ପଡିଥାଏ । ଏବେ ତୁମ
ସନ୍ତାନ ମାନଙ୍କର ବୁଦ୍ଧି ସେଠାରେ ଲାଗି ରହିବା ଦରକାର । ଯେପରି କେହି ଫାଶୀରେ ଚଢିଥା’ନ୍ତି ନା
ସେହିପରି ତୁମେ ଏବେ ଆତ୍ମିକ ଫାଶୀରେ ଚଢିଛ । ମନରେ ଅଛି ଆମକୁ ଉଚ୍ଚରୁ ଉଚ୍ଚ ବାବା ଆସି ଉଚ୍ଚରୁ
ଉଚ୍ଚ ଘରକୁ ନେଇଯାଉଛନ୍ତି । ଏବେ ଆମକୁ ଘରକୁ ଯିବାକୁ ହେବ । ଉଚ୍ଚରୁ ଉଚ୍ଚ ବାବା ଆମକୁ ପୁଣି
ଉଚ୍ଚରୁ ଉଚ୍ଚ ପଦ ପ୍ରାପ୍ତ କରାଉଛନ୍ତି । ଏହି ରାବଣ ରାଜ୍ୟରେ ସମସ୍ତେ ନୀଚ୍ଚ ଅଟନ୍ତି । ସେମାନେ
ହେଲେ ଉଚ୍ଚ ଏମାନେ ହେଲେ ନୀଚ୍ଚ । ସେମାନଙ୍କୁ ଶ୍ରେଷ୍ଠତା ବିଷୟରେ କିଛି ହେଲେ ଜଣା ହିଁ ନାହିଁ
। ଉଚ୍ଚମାନଙ୍କୁ ମଧ୍ୟ ନୀଚମାନଙ୍କ ବିଷୟରେ ଜଣା ନଥାଏ । ଏବେ ତୁମେ ଜାଣୁଛ ଉଚ୍ଚରୁ ଉଚ୍ଚ
ଏକମାତ୍ର ଭଗବାନଙ୍କୁ ହିଁ କୁହାଯାଉଛି । ତେଣୁ ବୁଦ୍ଧି ଉପରକୁ ଚାଲିଯାଉଛି । ସେ ହେଲେ ହିଁ
ପରମଧାମ ନିବାସୀ । ଏ କଥା କେହି ବି ବୁଝି ନାହାଁନ୍ତି ଯେ ଆମେ ଆତ୍ମା ମଧ୍ୟ ସେଠାକାର ନିବାସୀ ଅଟୁ
। ଏଠାକୁ ଆସୁଛୁ କେବଳ ଅଭିନୟ କରିବା ପାଇଁ । ଏ କଥା କାହାର ଖିଆଲରେ ଆସୁ ନାହିଁ । ନିଜର ହିଁ
କର୍ମଧନ୍ଦା ଆଦିରେ ଲାଗି ରହୁଛନ୍ତି । ବର୍ତ୍ତମାନ ବାବା ବୁଝାଉଛନ୍ତି ଯଦି ଯୋଗର ଯାତ୍ରାରେ ମସ୍ତ
ରହିବ ତେବେ ଉଚ୍ଚରୁ ଉଚ୍ଚ ହୋଇପାରିବ । ଯୋଗ ଦ୍ୱାରା ହିଁ ଉଚ୍ଚ ପଦ ପାଇବାକୁ ହେବ । ଯେଉଁ ଜ୍ଞାନ
ତୁମକୁ ବୁଝାଯାଉଛି, ତାହାକୁ ଭୁଲିବା ଉଚିତ୍ ନୁହେଁ । ଛୋଟ ପିଲା ମଧ୍ୟ ଏହି ଜ୍ଞାନକୁ ବର୍ଣ୍ଣନା
କରିପାରିବେ । ବାକି ଯୋଗ ସମ୍ବନ୍ଧୀୟ କଥାକୁ ଛୋଟ ପିଲାମାନେ ବୁଝିପାରୁ ନାହାଁନ୍ତି । ବହୁତ
ସନ୍ତାନ ଅଛନ୍ତି ଯେଉଁମାନେ କି ସମ୍ପୂର୍ଣ୍ଣ ଭାବେ ଯୋଗର ଯାତ୍ରାକୁ ବୁଝିପାରୁ ନାହାଁନ୍ତି । ଆମେ
କେତେ ଉଚ୍ଚରୁ ଉଚ୍ଚକୁ ଯାଉଛୁ । ବ୍ରହ୍ମଲୋକ, ସୂକ୍ଷ୍ମଲୋକ, ସ୍ଥୂଳଲୋକ... ୫ ତତ୍ତ୍ୱ ତ ଏହିଠାରେ
ହିଁ ରହିଛି । ସୂକ୍ଷ୍ମବତନ, ମୂଳବତନରେ ଏ ସବୁ ନାହିଁ । ଏହି ଜ୍ଞାନ ବାବା ହିଁ ଦେଉଛନ୍ତି
ସେଥିପାଇଁ ତାଙ୍କୁ ଜ୍ଞାନର ସାଗର ବୋଲି କୁହାଯାଉଛି । ମନୁଷ୍ୟମାନେ ଭାବୁଛନ୍ତି - ବହୁତ ଶାସ୍ତ୍ର
ଆଦି ପଢିବା ହେଉଛି ଜ୍ଞାନ । ତା’ଦ୍ୱାରା କେତେ ପଇସା ରୋଜଗାର କରୁଛନ୍ତି । ଯେଉଁମାନେ ଶାସ୍ତ୍ର
ପାଠ କରନ୍ତି ସେମାନଙ୍କୁ କେତେ ସମ୍ମାନ ମିଳିଥାଏ । ବର୍ତ୍ତମାନ ତୁମେମାନେ ଜାଣୁଛ ଏଥିରେ କୌଣସି
ଶ୍ରେଷ୍ଠତା ତ’ ନାହିଁ । ଉଚ୍ଚରୁ ଉଚ୍ଚ ତ ହେଉଛନ୍ତି ଏକମାତ୍ର ଭଗବାନ । ତାଙ୍କ ଦ୍ୱାରା ଆମେ
ଉଚ୍ଚରୁ ଉଚ୍ଚ ସ୍ୱର୍ଗର ରାଜ୍ୟ ଅଧିକାରୀ ହେଉଛୁ । ସ୍ୱର୍ଗ କ’ଣ ଏବଂ ନର୍କ କ’ଣ? ୮୪ ଜନ୍ମର ଚକ୍ର
କିପରି ଘୂରୁଛି? ଏ ସବୁ ତୁମମାନଙ୍କ ବ୍ୟତୀତ ଏହି ସୃଷ୍ଟିରେ କେହି ବି ଜାଣି ନାହାଁନ୍ତି, କହି
ଦେଉଛନ୍ତି ଏସବୁ ହେଉଛି କଳ୍ପନା । ଏମାନଙ୍କ ପାଇଁ ବୁଝିବା ଦରକାର - ଇଏ ଆମ କୁଳର ନୁହେଁ । ତେଣୁ
ଏଥିରେ ନିରାଶ ମଧ୍ୟ ହେବାର ନାହିଁ । ଏମାନଙ୍କ ପାଇଁ ଜଣାପଡିଯାଏ - ଏହାଙ୍କର ପାର୍ଟ ନାହିଁ, ତେଣୁ
କିଛି ହେଲେ ବି ବୁଝିପାରୁ ନାହାଁନ୍ତି । ବର୍ତ୍ତମାନ ତୁମ ସନ୍ତାନମାନଙ୍କର ମସ୍ତକ ବହୁତ ଉଚ୍ଚା
ହେଉଛି । ଯେତେବେଳେ ତୁମେ ଉଚ୍ଚ ଦୁନିଆରେ ଥିବ ସେ ସମୟରେ ନୀଚ୍ଚ ଦୁନିଆକୁ ଜାଣିପାରିବ ନାହିଁ ।
ନୀଚ୍ଚ ଦୁନିଆର ଲୋକେ ପୁଣି ଉଚ୍ଚ ଦୁନିଆକୁ ଜାଣିବେ ନାହିଁ । ତାକୁ ସ୍ୱର୍ଗ କୁହାଯାଏ ।
ବିଦେଶୀମାନେ ଯଦିଓ ସ୍ୱର୍ଗକୁ ଯାଉନାହାଁନ୍ତି ତଥାପି ସ୍ୱର୍ଗ (ପାରାଡାଇଜ୍) ନାମ ତ ନେଉଛନ୍ତି,
ସ୍ୱର୍ଗ ଥିଲା ବୋଲି କହିଥା’ନ୍ତି । ମୁସଲମାନମାନେ ମଧ୍ୟ ବହିସ୍ଥ କହିଥା’ନ୍ତି । କିନ୍ତୁ
ସେମାନଙ୍କୁ ଜଣା ନାହିଁ ଯେ ସେଠାକୁ କିପରି ଯିବାକୁ ହେବ । ଏବେ ତୁମକୁ କେତେ ଜ୍ଞାନ ମିଳୁଛି,
ଶ୍ରେଷ୍ଠରୁ ଶ୍ରେଷ୍ଠ ବାବା କେତେ ଜ୍ଞାନ ଦେଉଛନ୍ତି । ଏହି ଡ୍ରାମା କିପରି ଚମତ୍କାର ଭାବରେ ତିଆରି
ହୋଇଛି । ଯେଉଁମାନେ ଡ୍ରାମାର ରହସ୍ୟକୁ ଜାଣି ନାହାଁନ୍ତି ସେମାନେ କଳ୍ପନା ବୋଲି କହିଦେଉଛନ୍ତି ।
ତୁମେମାନେ ଜାଣିଛ - ଏହା ତ ପତିତ ଦୁନିଆ, ସେଥିପାଇଁ ଚିତ୍କାର କରୁଛନ୍ତି ହେ ପତିତ-ପାବନ ଆସି
ପବିତ୍ର କର । ବାବା କହୁଛନ୍ତି ପ୍ରତି ୫ ହଜାର ବର୍ଷ ପରେ ସୃଷ୍ଟିର ଇତିହାସର ପୁନରାବୃତ୍ତି
ହୋଇଥାଏ । ପୁରୁଣା ଦୁନିଆ ପୁଣି ନୂଆ ହେଉଛି ସେଥିପାଇଁ ମୋତେ ଆସିବାକୁ ପଡୁଛି । ମୁଁ କଳ୍ପ କଳ୍ପ
ଆସି ତୁମକୁ ଶ୍ରେଷ୍ଠରୁ ଶ୍ରେଷ୍ଠ କରୁଛି । ପବିତ୍ରକୁ ଉଚ୍ଚ ଏବଂ ଅପବିତ୍ରକୁ ନୀଚ କୁହାଯାଏ । ଏହି
ଦୁନିଆ ନୂଆ ପବିତ୍ର ଥିଲା, ଏବେ ତ ପତିତ ଅଟେ । ଏହିସବୁ କଥାକୁ ତୁମମାନଙ୍କ ଭିତରେ ମଧ୍ୟ
କ୍ରମଅନୁସାରେ ବୁଝୁଛନ୍ତି । ଯେଉଁମାନଙ୍କ ବୁଦ୍ଧିରେ ଏହିସବୁ କଥା ରହିଥାଏ ସେମାନେ ସର୍ବଦା
ଖୁସିରେ ରୁହନ୍ତି । ବୁଦ୍ଧିରେ ନ ଥିଲେ କେହି କିଛି କହିଦେଲେ ବା କିଛି କ୍ଷତି ହୋଇଗଲେ ନାରାଜ
ହୋଇଯା’ନ୍ତି । ବାବା କହୁଛନ୍ତି ବର୍ତ୍ତମାନ ଏହି ନୀଚ ଦୁନିଆର ସମାପ୍ତି ହେବ । ଏହା ହେଉଛି
ପୁରୁଣା ଦୁନିଆ । ଏଠାରେ ମନୁଷ୍ୟ କେତେ ନୀଚ ହୋଇଯାଥା’ନ୍ତି । କିନ୍ତୁ ଏକଥା କେହି କ’ଣ
ବୁଝୁଛନ୍ତି କି ମୁଁ ନୀଚ୍ଚ ଅଟେ । ଭକ୍ତମାନେ ସର୍ବଦା ମୁଣ୍ଡ ନୁଆଁଇଥା’ନ୍ତି, କିନ୍ତୁ
ନୀଚ୍ଚମାନଙ୍କ ଆଗରେ କ’ଣ ମୁଣ୍ଡ ନୁଆଁଇବେ କି! ପବିତ୍ରମାନଙ୍କ ସମ୍ମୁଖରେ ହିଁ ମୁଣ୍ଡ ନୁଆଁ
ଯାଇଥାଏ । ସତ୍ୟଯୁଗରେ କେବେ ଏଭଳି ହୋଇ ନ ଥାଏ । ଭକ୍ତମାନେ ହିଁ ଏପରି କରିଥା’ନ୍ତି । ବାବା ତ
ଏପରି କହୁନାହାଁନ୍ତି - ମୁଣ୍ଡ ନୁଆଁଇ କରିଚାଲ । ନା, ଏହା ତ ପାଠପଢା ଅଟେ । ଈଶ୍ୱର ପିତାଙ୍କ
ବିଶ୍ୱବିଦ୍ୟାଳୟରେ ତୁମେ ପାଠ ପଢୁଛ । ତେଣୁ କେତେ ନିଶା ରହିବା ଉଚିତ୍ । ଏପରି ନୁହେଁ, କେବଳ
ବିଶ୍ୱବିଦ୍ୟାଳୟରେ ନିଶା ରହିବ, ଘରେ ନିଶା ଓହ୍ଲାଇଯିବ । ଘରେ ମଧ୍ୟ ନିଶା ରହିବା ଉଚିତ୍ । ତୁମେ
ଜାଣିଛ ଏଠାରେ ଶିବବାବା ଆମକୁ ପାଠ ପଢାଉଛନ୍ତି । ଇଏ (ବ୍ରହ୍ମା) ତ କହୁଛନ୍ତି ମୁଁ କ’ଣ ଜ୍ଞାନର
ସାଗର କି! ଏହି ବାବା ମଧ୍ୟ ଜ୍ଞାନର ସାଗର ନୁହଁନ୍ତି । ସାଗରରୁ ନଦୀ ବାହାରିଥାଏ ନା । ସାଗର ତ
ଗୋଟିଏ, ବ୍ରହ୍ମପୁତ୍ରା ସବୁଠାରୁ ବଡ ନଦୀ ଅଟେ । ବହୁତ ବଡ ବଡ ଷ୍ଟିମର ସବୁ ଆସେ । ନଦୀ ତ ବାହାରେ
ମଧ୍ୟ ବହୁତ ରହିଛି । ପତିତ-ପାବନୀ ଗଙ୍ଗା, ଏ କଥା କେବଳ ଏହିଠାରେ ହିଁ କହୁଛନ୍ତି । ବାହାରେ
କୌଣସି ବି ନଦୀକୁ ଏପରି କହନ୍ତି ନାହିଁ । ଯଦି ନଦୀ ପତିତ-ପାବନୀ ହୋଇଥା’ନ୍ତା ତେବେ ଗୁରୁଙ୍କର
କୌଣସି ଆବଶ୍ୟକତା ନ ଥାନ୍ତା । ନଦୀ ଗୁଡିକରେ, ମାନସରୋବରରେ ବୁଡ ପକାଇବା ଆଦି କେତେ କଥା
କରୁଛନ୍ତି । କେଉଁଠି ତ’ ପୋଖରୀ ଏତେ ଅପରିଷ୍କାର ହୋଇଥାଏ ଯେ, ସେ କଥା ନ କହିଲେ ଭଲ । କିନ୍ତୁ
ମନୁଷ୍ୟମାନେ ତା’ର ମାଟିକୁ ମଧ୍ୟ ଦେହରେ ରଗଡିଥା’ନ୍ତି । ଏବେ ତୁମମାନଙ୍କ ବୁଦ୍ଧିରେ ଆସିଛି - ଏ
ସବୁ ହେଲା ତଳକୁ ଖସିବାର ରାସ୍ତା । ସେମାନେ କେତେ ଭାବନାର ସହିତ ଯାଇଥାଆନ୍ତି । ଏବେ ତୁମେମାନେ
ବୁଝିପାରୁଛ ଯେ, ଏହି ଜ୍ଞାନ ଦ୍ୱାରା ଆମର ଆଖି ହିଁ ଖୋଲି ଯାଇଛି । ତୁମର ଜ୍ଞାନର ତୃତୀୟ ନେତ୍ର
ଖୋଲିଛି । ଆତ୍ମାକୁ ତୃତୀୟ ନେତ୍ର ମିଳିଛି ସେଥିପାଇଁ ତ୍ରିକାଳଦର୍ଶୀ କୁହାଯାଉଛି । ତିନି କାଳର
ଜ୍ଞାନ ଆତ୍ମା ମଧ୍ୟରେ ଆସିଯାଉଛି । ଆତ୍ମା ତ ହେଉଛି ବିନ୍ଦୁ, ସେଥିରେ ନେତ୍ର କିପରି ହେବ । ଏସବୁ
ହେଲା ବୁଝିବାର କଥା । ଜ୍ଞାନର ତୃତୀୟ ନେତ୍ର ଦ୍ୱାରା ତୁମେ ତ୍ରିକାଳଦର୍ଶୀ, ତ୍ରିଲୋକୀନାଥ ହେଉଛ
। ନାସ୍ତିକରୁ ଆସ୍ତିକ ହୋଇଯାଉଛ । ପୂର୍ବରୁ ତୁମେ ରଚୟିତା ଏବଂ ରଚନାର ଆଦି-ମଧ୍ୟ-ଅନ୍ତକୁ ଜାଣି
ନ ଥିଲ । ବର୍ତ୍ତମାନ ବାବାଙ୍କ ଦ୍ୱାରା ରଚନାର ଆଦି-ମଧ୍ୟ-ଅନ୍ତକୁ ଜାଣୁଛୁ ତେଣୁ ତୁମକୁ ବର୍ସା
ମିଳୁଛି । ଏହା ହେଉଛି ଜ୍ଞାନ । ଇତିହାସ-ଭୂଗୋଳ ମଧ୍ୟ ରହିଛି, ହିସାବ-କିତାବ ଅଟେ ନା । ଆଚ୍ଛା,
ଯଦି କେହି ବୁଦ୍ଧିବାନ ସନ୍ତାନ ଅଛନ୍ତି ତେବେ ହିସାବ କରନ୍ତୁ, ଆମେ କେତେ ଜନ୍ମ ନେଉଛୁ, ଏହି
ହିସାବରେ ଅନ୍ୟ ଧର୍ମାବଲମ୍ବୀଙ୍କର କେତେ ଜନ୍ମ ହୋଇଥିବ । କିନ୍ତୁ ବାବା କହୁଛନ୍ତି ଏହି ସବୁ
କଥାରେ ଅଧିକ ମୁଣ୍ଡ ଖର୍ଚ୍ଚ କରିବାର ଆବଶ୍ୟକତା ନାହିଁ । ସମୟ ନଷ୍ଟ ହୋଇଯିବ । ଏଠାରେ ତ ସବୁକିଛି
ଭୁଲିବାକୁ ପଡିବ । ଏସବୁ କଥା ଶୁଣାଇବାର ଆବଶ୍ୟକତା ନାହିଁ । ତୁମେ ତ ରଚୟିତା ବାବାଙ୍କର ପରିଚୟ
ଦେଉଛ, ଯାହାକୁ କେହି ଜାଣି ନାହାଁନ୍ତି । ଶିବବାବା ଭାରତକୁ ହିଁ ଆସୁଛନ୍ତି । ନିଶ୍ଚୟ କିଛି କରି
କରି ଯାଉଛନ୍ତି ସେଥିପାଇଁ ତ ତାଙ୍କର ଜୟନ୍ତୀ ପାଳନ କରୁଛନ୍ତି ନା । ଯେପରି ଗାନ୍ଧୀ ଅଥବା କୌଣସି
ସାଧୁ ଆଦି ମହାନ କର୍ତ୍ତବ୍ୟ କରିଯାଇଛନ୍ତି, ତେଣୁ ସେମାନଙ୍କର ଷ୍ଟାମ୍ପ ତିଆରି କରୁଛନ୍ତି ।
ଫ୍ୟାମିଲି ପ୍ଲାନିଙ୍ଗ୍ (ପରିବାର ନିୟନ୍ତ୍ରଣ) ର ଷ୍ଟାମ୍ପ ତିଆରି କରୁଛନ୍ତି । ଏବେ ତୁମର ତ ନିଶା
ରହିଛି - ଆମେ ହେଉଛୁ ପାଣ୍ଡବ ଗଭର୍ଣ୍ଣମେଣ୍ଟ । ଏହା ସର୍ବଶକ୍ତିମାନ ବାବାଙ୍କର ଗଭର୍ଣ୍ଣମେଣ୍ଟ ।
ତୁମର ଏହା କୋର୍ଟ ଅଫ୍ ଆର୍ମସ୍ ଅଟେ । ଆଉ କେହି ଏହି କୋର୍ଟ ଅଫ୍ ଆର୍ମସ୍କୁ ଜାଣି ନାହାଁନ୍ତି ।
ତୁମେ ଜାଣିଛ ଆମର ହେଲା ବିନାଶ କାଳେ ପ୍ରୀତି ବୁଦ୍ଧି । ବାବାଙ୍କୁ ଆମେ ବହୁତ ମନେ ପକାଉଛୁ ।
ବାବାଙ୍କୁ ମନେ ପକାଇ-ପକାଇ ପ୍ରେମରେ ଲୁହ ଆସିଯାଉଛି । ବାବା, ଆପଣ ଆମକୁ ଅଧାକଳ୍ପ ପାଇଁ ସବୁ
ଦୁଃଖରୁ ଦୂର କରି ଦେଉଛନ୍ତି । ଆଉ କୌଣସି ଗୁରୁ ଅଥବା ମିତ୍ର-ସମ୍ବନ୍ଧୀ ଆଦିଙ୍କୁ ମନେ ପକାଇବାର
ଆବଶ୍ୟକତା ନାହିଁ । ଏକମାତ୍ର ବାବାଙ୍କୁ ହିଁ ମନେ ପକାଅ । ସକାଳ ଅର୍ଥାତ୍ ଅମୃତବେଳାର ସମୟ ବହୁତ
ଭଲ । ବାବା ଆପଣ ତ’ ବଡ ଚମତ୍କାର କରୁଛନ୍ତି । ପ୍ରତି ୫ ହଜାର ବର୍ଷରେ ଥରେ ଆପଣ ଆମକୁ ଜାଗ୍ରତ
କରୁଛନ୍ତି । ବର୍ତ୍ତମାନ ସମସ୍ତ ମନୁଷ୍ୟ କୁମ୍ଭକର୍ଣ୍ଣର ଆସୁରୀ ନିଦ୍ରାରେ ଶୋଇ ରହିଛନ୍ତି
ଅର୍ଥାତ୍ ଅଜ୍ଞାନ ଅନ୍ଧକାରରେ ଅଛନ୍ତି । ଏବେ ତୁମେମାନେ ବୁଝୁଛ - ଏହା ହେଉଛି ଭାରତର ପ୍ରାଚୀନ
ଯୋଗ, ବାକି ଯାହା ବି ହଠଯୋଗ ଆଦି ଶିଖାଉଛନ୍ତି ସେସବୁ ହେଉଛି - ବ୍ୟାୟାମ, ଶରୀରକୁ ସୁସ୍ଥ ରଖିବା
ପାଇଁ । ଏବେ ତୁମମାନଙ୍କ ବୁଦ୍ଧିରେ ସମସ୍ତ ଜ୍ଞାନ ରହିଛି, ତେଣୁ ତୁମମାନଙ୍କ ଭିତରେ ଖୁସି ରହୁଛି
। ଏଠାକୁ ଆସୁଛ, ଜାଣିଛ ବାବା ଆମକୁ ରିଫ୍ରେସ୍ ଅର୍ଥାତ୍ ସତେଜ କରୁଛନ୍ତି । କେହି କେହି ତ ଏଠାରେ
ସତେଜ ହୋଇ ବାହାରକୁ ବାହାରିଗଲା ପରେ, ସେହି ନିଶା ଖଲାସ ହୋଇଯାଉଛି । କ୍ରମାନ୍ୱୟରେ ତ ରହିଛନ୍ତି
ନା । ବାବା ବୁଝାଉଛନ୍ତି ଏହା ହେଉଛି ପତିତ ଦୁନିଆ । ଡାକୁଛନ୍ତି ମଧ୍ୟ ହେ ପତିତ-ପାବନ ଆସ କିନ୍ତୁ
ନିଜକୁ କ’ଣ ପତିତ ବୋଲି ଭାବୁଛନ୍ତି କି ! ସେଥିପାଇଁ ପାପ ଧୋଇବାକୁ ଯାଉଛନ୍ତି । କିନ୍ତୁ ଶରୀରକୁ
ତ ପାପ ଲାଗୁନାହିଁ । ବାବା ତ ଆସି ତୁମମାନଙ୍କୁ ପବିତ୍ର କରୁଛନ୍ତି, କହୁଛନ୍ତି କେବଳ ମୋତେ ମନେ
ପକାଇଲେ ତୁମର ବିକର୍ମ ବିନାଶ ହେବ । ଏହି ଜ୍ଞାନ ବର୍ତ୍ତମାନ ତୁମମାନଙ୍କୁ ମିଳିଛି । ଭାରତ
ସ୍ୱର୍ଗ ଥିଲା, ଏବେ ନର୍କ ହୋଇଯାଇଛି । ତୁମେ ସନ୍ତାନମାନେ ତ ଏବେ ସଂଗମଯୁଗରେ ଅଛ । କେହି
ବିକାରଗ୍ରସ୍ତ ହୋଇ ଫେଲ୍ ହୋଇ ଯାଇଥା’ନ୍ତି ଅର୍ଥାତ୍ ଯେପରି ନର୍କରେ ଯାଇ ପଡିଥାନ୍ତି । ଯେପରି ୫
ମହଲାରୁ ଖସିପଡନ୍ତି, ଯାହାର ପରିଣାମ ସ୍ୱରୂପ ପୁଣି ୧୦୦ ଗୁଣା ଦଣ୍ଡ ଭୋଗ କରିବାକୁ ପଡିଥାଏ ।
ତେଣୁ ବାବା ବୁଝାଉଛନ୍ତି ଭାରତ କେତେ ଶ୍ରେଷ୍ଠ ଥିଲା, ଏବେ କେତେ ନୀଚ ହୋଇଯାଇଛି । ଏବେ ତୁମେମାନେ
କେତେ ବୁଦ୍ଧିମାନ ହେଉଛ । ମନୁଷ୍ୟ ତ କେତେ ଅବୁଝା ଅଛନ୍ତି । ବାବା ତୁମକୁ ଏଠାରେ କେତେ ନିଶା
ଚଢାଉଛନ୍ତି, ପୁଣି ବାହାରକୁ ବାହାରି ଗଲେ ନିଶା କମ୍ ହୋଇଯାଉଛି, ଖୁସି ଉଡିଯାଉଛି । ଛାତ୍ରମାନେ
ଯେତେବେଳେ ବହୁତ ବଡ ପରୀକ୍ଷାରେ ପାସ୍ ହୋଇଯାଆନ୍ତି, ସେତେବେଳେ ତାଙ୍କର ଖୁସି କ’ଣ କମ୍ ହୋଇଯାଏ
କି? ପାଠପଢି ପାସ୍ ହୋଇ ପୁଣି କ’ଣରୁ କ’ଣ ହୋଇଯା’ନ୍ତି । ଏବେ ଦେଖ ଦୁନିଆର ଅବସ୍ଥା କ’ଣ ହେଲାଣି
। ତୁମକୁ ଉଚ୍ଚରୁ ଉଚ୍ଚ ବାବା ଆସି ପାଠ ପଢାଉଛନ୍ତି । ସେ ବି ହେଉଛନ୍ତି ନିରକାର । ତୁମେ
ଆତ୍ମାମାନେ ମଧ୍ୟ ନିରାକାର । ଏଠାକୁ ଅଭିନୟ କରିବାକୁ ଆସିଛ । ଏହି ଡ୍ରାମାର ରହସ୍ୟକୁ ବାବା ହିଁ
ଆସି ବୁଝାଉଛନ୍ତି । ଏହି ସୃଷ୍ଟି ଚକ୍ରକୁ ଡ୍ରାମା ମଧ୍ୟ କୁହାଯାଏ । ସେହି (ହଦର) ନାଟକରେ କେହି
ରୋଗରେ ପଡିଗଲେ ନାଟକରୁ ବାହାରି ଯାଇଥା’ନ୍ତି । ଏହା ବେହଦର ନାଟକ ଅଟେ । ଏହି କଥା ଯଥାର୍ଥ ଭାବରେ
ତୁମମାନଙ୍କ ବୁଦ୍ଧିରେ ଅଛି, ତୁମେ ଜାଣିଛ ଆମେ ଏଠାକୁ ଅଭିନୟ କରିବାକୁ ଆସିଛୁ । ଆମେ ହେଲେ
ବେହଦର ଅଭିନେତା । ଏଠାରେ ଶରୀର ଧାରଣ କରି ଅଭିନୟ କରୁଛୁ, ବାବା ଆସିଛନ୍ତି - ଏସବୁ ବୁଦ୍ଧିରେ
ରହିବା ଉଚିତ୍ । ବେହଦ ଡ୍ରାମାର ଜ୍ଞାନ ବୁଦ୍ଧିରେ ରହିବା ଉଚିତ୍ । ବେହଦ ବିଶ୍ୱର ରାଜତ୍ୱ ମିଳୁଛି
ସେଥିପାଇଁ ପୁରୁଷାର୍ଥ ମଧ୍ୟ ସେହିପରି କରିବା ଦରକାର ନା । ଘର ଗୃହସ୍ଥରେ ଭଲେ ରୁହ କିନ୍ତୁ
ପବିତ୍ର ରୁହ । ବିଦେଶରେ ଏପରି ବହୁତ ଅଛନ୍ତି ଯେତେବେଳେ ବୁଢା ହୋଇଯା’ନ୍ତି ସାଥି ହୋଇ ରହିବା
ପାଇଁ ବିବାହ କରିଥା’ନ୍ତି... ସମ୍ପତ୍ତିକୁ ସମ୍ଭାଳିବା ପାଇଁ ପୁଣି ଉଇଲ୍ କରିଥା’ନ୍ତି । କିଛି
ତାଙ୍କୁ, କିଛି ଚ୍ୟାରିଟୀ (ଦାତବ୍ୟ ଅନୁଷ୍ଠାନ)କୁ ଦେଇଥା’ନ୍ତି । ବିକାରର କୌଣସି କଥା ନ ଥାଏ ।
ପ୍ରେମିକ-ପ୍ରେମିକା ମଧ୍ୟ ବିକାର ପାଇଁ ଆକର୍ଷିତ ହୋଇନଥା’ନ୍ତି । ଶରୀର ପ୍ରତି କେବଳ ପ୍ରେମ
ରହିଥାଏ । ତୁମେ ହେଲ ଆତ୍ମିକ ପ୍ରେମିକା, କେବଳ ସେହି ଜଣେ ପ୍ରେମିକଙ୍କୁ ମନେ ପକାଉଛ । ସମସ୍ତ
ପ୍ରେମିକାଙ୍କର ଏକମାତ୍ର ପ୍ରେମିକ ଅଟନ୍ତି । ସମସ୍ତେ ସେହି ଜଣଙ୍କକୁ ହିଁ ମନେ ପକାଇଥା’ନ୍ତି ।
ସେ କେତେ ଶୋଭନୀୟ ଅଟନ୍ତି । ଆତ୍ମା ପବିତ୍ର ଅଟେ ନା । ସେ ସଦା ଗୋରା (ପବିତ୍ର) ଅଟନ୍ତି ।
ତୁମେମାନେ ଶ୍ୟାମଳ ହୋଇଯାଇଛ, ତୁମକୁ ସେ ଶ୍ୟାମଳରୁ ଗୋରା କରୁଛନ୍ତି । ଏ କଥା ତୁମେ ଜାଣିଛ ଯେ
ବାବା ଆମକୁ ଗୋରା କରୁଛନ୍ତି । ଏଠାରେ ବହୁତ ଅଛନ୍ତି କିଏ ଜାଣେ ସେମାନେ କେଉଁ ସବୁ ଖିଆଲରେ
ବସୁଛନ୍ତି । ସ୍କୁଲ୍ରେ ମଧ୍ୟ ଏପରି ହୋଇଥାଏ - ବସି-ବସି ବୁଦ୍ଧି ଚଳଚିତ୍ର ଆଡକୁ, ସାଙ୍ଗମାନଙ୍କ
ଆଡକୁ ଚାଲିଯାଇଥାଏ । ସତ୍ସଙ୍ଗରେ ମଧ୍ୟ ଏହିପରି ହୋଇଥାଏ । ଏଠାରେ ମଧ୍ୟ ସେହିପରି ହେଉଛି,
ଜ୍ଞାନ ବୁଦ୍ଧିରେ ନ ପଶିଲେ ନିଶା ହିଁ ଚଢୁନାହିଁ, ଧାରଣା ହିଁ ହେଉ ନାହିଁ, ଯାହାଦ୍ୱାରା କି
ଅନ୍ୟମାନଙ୍କୁ କରାଇବେ । ବହୁତ କନ୍ୟାମାନେ ଆସୁଛନ୍ତି, ଯେଉଁମାନଙ୍କର ଇଚ୍ଛା ହେଉଛି କେଉଁଠି ହେଲେ
ସେବାରେ ଲାଗିଯିବୁ କିନ୍ତୁ ତାଙ୍କର ଛୋଟ ଛୋଟ ପିଲା ଅଛନ୍ତି । ତେଣୁ ବାବା କହୁଛନ୍ତି
ପିଲାମାନଙ୍କୁ ସମ୍ଭାଳିବା ପାଇଁ କୌଣସି ମାତାକୁ ରଖିଦିଅ । ଇଏ ତ ବହୁତଙ୍କର କଲ୍ୟାଣ କରିବେ । ଯଦି
ବୁଦ୍ଧିମାନ ହୋଇଥିବେ ତେବେ କାହିଁକି ଆତ୍ମିକ ସେବାରେ ଲାଗି ନ ଯିବେ । ୫-୬ ଜଣ ପିଲାଙ୍କୁ
ସମ୍ଭାଳିବା ପାଇଁ କୌଣସି ମାତାକୁ ରଖିଦିଅ । ଏବେ ଏହି ମାତାମାନଙ୍କର ପାଳି ଆସିଛି ନା । ନିଶା
ବହୁତ ରହିବା ଉଚିତ୍ । ସମୟ ଆସିବ, ପୁରୁଷମାନେ ଦେଖିବେ ଯେ ଆମ ସ୍ତ୍ରୀମାନେ ତ ସନ୍ନ୍ୟାସୀମାନଙ୍କୁ
ମଧ୍ୟ ଜିତି ଯାଇଛନ୍ତି । ଏହି ମାତାମାନେ ହିଁ ଲୌକିକ ପିତା, ପାରଲୌକିକ ପିତାଙ୍କର ନାମ ବିଖ୍ୟାତ
କରି ଦେଖାଇବେ । ଆଚ୍ଛା—
ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ
ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ତୁମମାନଙ୍କୁ
ବୁଦ୍ଧିରୁ ସବୁ କିଛି ଭୁଲିଯିବାକୁ ହେବ । ଯେଉଁ ସବୁ କଥାରେ ସମୟ ନଷ୍ଟ ହେଉଛି, ସେଗୁଡିକୁ
ଶୁଣିବା-ଶୁଣାଇବାର ଆବଶ୍ୟକତା ନାହିଁ ।
(୨) ପାଠପଢା ସମୟରେ
ବୁଦ୍ଧି ଯୋଗ ଏକମାତ୍ର ବାବାଙ୍କ ସହିତ ଲାଗି ରହୁ, ଅନ୍ୟ କେଉଁଠି ବି ବୁଦ୍ଧି ଭଟକିବା ଅର୍ଥାତ୍
ଘୂରି ବୁଲିବା ଉଚିତ୍ ନୁହେଁ । ନିରାକାର ବାବା ଆମକୁ ପାଠ ପଢାଉଛନ୍ତି, ସେହି ନିଶାରେ ରହିବାକୁ
ହେବ ।
ବରଦାନ:-
ନିଜର ମହାନତା
ଏବଂ ମହିମାକୁ ଜାଣିଥିବା ସର୍ବ ଆତ୍ମାଙ୍କ ମଧ୍ୟରେ ଶ୍ରେଷ୍ଠ ଆତ୍ମା ଏବଂ ବିଶ୍ୱ ଦ୍ୱାରା ପୂଜନୀୟ
ଭବ ।
ବର୍ତ୍ତମାନ ସମୟରେ
ପ୍ରତ୍ୟେକ ବ୍ରାହ୍ମଣ ସନ୍ତାନ ବିଶ୍ୱର ସର୍ବ ଆତ୍ମାମାନଙ୍କର ମଧ୍ୟରେ ଶ୍ରେଷ୍ଠ ଅଟନ୍ତି ଏବଂ
ଭବିଷ୍ୟତରେ ବିଶ୍ୱ ଦ୍ୱାରା ପୂଜନୀୟ ହେବେ । ସମସ୍ତେ କ୍ରମାନ୍ୱୟରେ ରହିଥିଲେ ମଧ୍ୟ ଶେଷ ନମ୍ବରର
ଦାନା ବା ଆତ୍ମା ମଧ୍ୟ ବିଶ୍ୱ ସମ୍ମୁଖରେ ମହାନ ଅଟେ । ଆଜି ପର୍ଯ୍ୟନ୍ତ ଭକ୍ତ ଆତ୍ମାମାନେ ମାଳାର
ଶେଷ ନମ୍ବରର ଦାନାକୁ ମଧ୍ୟ ନୟନରେ ସ୍ପର୍ଶ କରିଥାନ୍ତି କାହିଁକି ନା ତୁମେ ସମସ୍ତେ ବାପଦାଦାଙ୍କର
ନୟନର ତାରା ଅର୍ଥାତ୍ ଜ୍ୟୋତି ରୂପକ ରତ୍ନ ଅଟ । ଯେଉଁ ଆତ୍ମା ଥରେ ମାତ୍ର ସଚ୍ଚା ହୃଦୟରେ ନିଜକୁ
ବାବାଙ୍କର ସନ୍ତାନ ବୋଲି ନିଶ୍ଚୟ କରିଦେଲା ବା ପ୍ରତ୍ୟକ୍ଷ ରୂପରେ ବାବାଙ୍କର ସନ୍ତାନ ହୋଇଗଲା
ତାକୁ ମହାନ ଆତ୍ମା ବା ପୂଜ୍ୟ ଆତ୍ମା ହେବାର ଲଟେରୀ ବା ବରଦାନ ନିଶ୍ଚିତ ମିଳିଯାଇଥାଏ ।
ସ୍ଲୋଗାନ:-
ଯଦି ନିଜର
ସ୍ଥିତି ସର୍ବଦା ସର୍ବ ସମ୍ପତ୍ତିରେ ସମ୍ପନ୍ନ ତଥା ସନ୍ତୁଷ୍ଟ ରହୁଥିବ ତେବେ ପରିସ୍ଥିତି ଗୁଡିକ
ପରିବର୍ତ୍ତନ ହୋଇଯିବ ।
ଅବ୍ୟକ୍ତ ଈଶାରା:-
ଅଶରୀରୀ ଅଥବା ବିଦେହୀ ସ୍ଥିତିର ଅଭ୍ୟାସକୁ ବଢାଅ ।
ଯଦି ବାପଦାଦା ଅଚାନକ
ନିର୍ଦ୍ଦେଶ ଦେବେ ଯେ ଏହି ଶରୀର ରୂପୀ ଘରକୁ ଛାଡି, ଦେହ-ଅଭିମାନର ସ୍ଥିତିକୁ ଛାଡି ଦେହୀ-ଅଭିମାନୀ
ହୋଇଯାଅ, ଏହି ଦୁନିଆ ଠାରୁ ଉର୍ଦ୍ଧ୍ୱକୁ ନିଜର ମିଠା ଘରକୁ ଚାଲିଯାଅ ତେବେ ଯାଇପାରିବ ତ? ଯୁଦ୍ଧ
ସ୍ଥଳରେ ଯୁଦ୍ଧ କରି କରି ସମୟ ବିତାଇ ଦେବ ନାହିଁ ତ! ଅଶରୀରୀ ହେବାର ଯଦି ଯୁଦ୍ଧ କରିବାରେ ହିଁ
ସବୁ ସମୟ ବିତିଗଲା ତେବେ ଅନ୍ତିମ ପରୀକ୍ଷାରେ ନମ୍ବର ବା ପଦ କ’ଣ ମିଳିବ!