15.05.26          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ଏହି ଦୁନିଆ ଶ୍ମଶାନ ହେବାକୁ ଯାଉଛି, ସେଥିପାଇଁ ଏଥିରେ ମନ ଲଗାଅ ନାହିଁ, ପରିସ୍ତାନ ଅର୍ଥାତ୍ ସ୍ୱର୍ଗ ଦୁନିଆକୁ ମନେ ପକାଅ” ।

ପ୍ରଶ୍ନ:-
ତୁମ ଗରିବ ପିଲାମାନଙ୍କ ଭଳି ସୌଭାଗ୍ୟଶାଳୀ ଦୁନିଆରେ କେହି ବି ନାହାଁନ୍ତି, କାହିଁକି?

ଉତ୍ତର:-
କାହିଁକି ନା ତୁମେ ଗରିବ ପିଲାମାନେ ହିଁ ସିଧାସଳଖ ସେହି ବାବାଙ୍କର ହୋଇଛ ଯାହାଙ୍କ ଦ୍ୱାରା ସଦ୍‌ଗତିର ସମ୍ପତ୍ତି ମିଳୁଛି । ଗରୀବ ପିଲାମାନେ ହିଁ ଏଠାରେ ପାଠ ପଢନ୍ତି । ସାହୁକାରମାନେ ଯଦିଓ ଅଳ୍ପ ବହୁତ ପଢିବେ, କିନ୍ତୁ ସେମାନଙ୍କୁ ବାବାଙ୍କର ସ୍ମୃତି ବଡ ମୁସକିଲ୍‌ରେ ରହିବ । ତୁମର ତ ଅନ୍ତିମ ସମୟରେ ବାବାଙ୍କ ବିନା ଅନ୍ୟ କିଛି ବି ମନେ ପଡିବ ନାହିଁ, ସେଥିପାଇଁ ତୁମେମାନେ ସବୁଠାରୁ ସୌଭାଗ୍ୟଶାଳୀ ଅଟ ।

ଗୀତ:-
ଦିଲ୍ କା ସାହାରା ଟୁଟ ନ ଜାୟେ....

ଓମ୍ ଶାନ୍ତି ।
ପିଲାମାନଙ୍କ ପ୍ରତି ବାବା ବୁଝାଉଛନ୍ତି ଏବଂ ପିଲାମାନେ ମଧ୍ୟ ବୁଝୁଛନ୍ତି ଯେ ବାସ୍ତବରେ ଏହି ସଂସାର ଏବେ ଶ୍ମଶାନ ହେବାକୁ ଯାଉଛି । ପୂର୍ବରୁ ଏହି ସଂସାର ସ୍ୱର୍ଗ ଥିଲା, ଏବେ ପୁରୁଣା ହୋଇଗଲାଣି ସେଥିପାଇଁ ଏହାକୁ କବରସ୍ତାନ ଅର୍ଥାତ୍ ଶ୍ମଶାନ କୁହାଯାଉଛି । ସମସ୍ତଙ୍କୁ ଶ୍ମଶାନକୁ ଯିବାକୁ ପଡିବ । ପୁରୁଣା ଜିନିଷ ସବୁ ଶ୍ମଶାନଘାଟକୁ ଯାଇଥାଏ ଅର୍ଥାତ୍ ମାଟିରେ ମିଶିଯାଇଥାଏ । ଏକଥା ମଧ୍ୟ କେବଳ ତୁମେ ସନ୍ତାନମାନେ ହିଁ ଜାଣିଛ, ଦୁନିଆର ମନୁଷ୍ୟମାନେ ଜାଣିନାହାଁନ୍ତି । ବିଦେଶୀମାନେ କିଛି କିଛି ଜାଣିପାରୁଛନ୍ତି ଯେ ଏବେ ସବୁକିଛି ମାଟିରେ ମିଶିଯିବାର ସମୟ ଆସିଗଲାଣି । ତୁମେ ସନ୍ତାନମାନେ ମଧ୍ୟ ଜାଣିଛ ଯେ ସ୍ୱର୍ଗ ସ୍ଥାପନକାରୀ ଆମର ବାବା ପୁନର୍ବାର ଆସିଛନ୍ତି । ପିଲାମାନେ ଏକଥା ମଧ୍ୟ ବୁଝୁଛନ୍ତି ଯେ, ଏହି ଶ୍ମଶାନ ଘାଟରେ ମନ ଲଗାଇଲେ ନିଜର ବହୁତ କ୍ଷତି ହୋଇଯିବ । ଏବେ ତୁମେ ଅବିନାଶୀ ପିତାଙ୍କଠାରୁ ଅସରନ୍ତି ସୁଖର ସମ୍ପତ୍ତି ନେଉଛ, ତାହା ପୁଣି କଳ୍ପ ପୂର୍ବଭଳି । ଏହି କଥା ତୁମ ପିଲାମାନଙ୍କ ବୁଦ୍ଧିରେ ନିରନ୍ତର ରହିବା ଉଚିତ୍ । ତେବେ ଏହା ହିଁ ମନମନାଭବ ଅଟେ । ବାବାଙ୍କ ସ୍ମୃତିରେ ରହିବା ଦ୍ୱାରା ହିଁ ଆମେ ପରିସ୍ତାନୀ ଅର୍ଥାତ୍ ସ୍ୱର୍ଗବାସୀ ହୋଇଯିବା । ଭାରତ ପରିସ୍ତାନ ବା ସ୍ୱର୍ଗ ଥିଲା । ଅନ୍ୟ କୌଣସି ରାଷ୍ଟ୍ର ପରିସ୍ତାନ ହେଉନାହିଁ । ଏହା ହେଉଛି ମାୟା ରାବଣର ଆଡମ୍ବର । ଏହା ଆଉ ଅଳ୍ପ ସମୟ ଚାଲିବ । ଏହା ହେଉଛି ମିଛ ଆଡମ୍ବର । ମିଛ ମାୟା, ମିଛ କାୟା ଅଟେ ନା । ଏହା ଅନ୍ତିମ ସମୟର ଆକର୍ଷଣ ଅଟେ । ମନୁଷ୍ୟମାନେ ଏସବୁ ଦେଖି ଭାବୁଛନ୍ତି ଯେ, ଏବେ ତ ସ୍ୱର୍ଗ ଅଟେ । ପୂର୍ବରୁ ନର୍କ ଥିଲା । ବଡ-ବଡ ଘର ଆଦି ତିଆରି କରି ଚାଲିଛନ୍ତି । ଏ ସବୁ ୧୦୦ ବର୍ଷର ଆଡମ୍ବର । ଟେଲିଫୋନ୍‌, ବିଜୁଳି, ଉଡାଜାହାଜ ଆଦି ସବୁ ୧୦୦ ବର୍ଷ ଭିତରେ ତିଆରି କରିଛନ୍ତି । କେତେ ଆଡମ୍ବର ରହିଛି ସେଥିପାଇଁ ଭାବୁଛନ୍ତି ଯେ ଏହା ହିଁ ସ୍ୱର୍ଗ ଅଟେ । ପୁରୁଣା ଦିଲ୍ଲୀ କ’ଣ ଥିଲା । ଏବେ ନୂଆ ଦିଲ୍ଲୀ କେତେ ସୁନ୍ଦର ଭାବେ ତିଆରି ହୋଇଛି । ତାହାର ନାମ ହିଁ ରଖାଯାଇଛି ନୂଆ ଦିଲ୍ଲୀ, ବାପୁଜୀ ଚାହୁଁଥିଲେ ନୂଆ ଦୁନିଆ ରାମରାଜ୍ୟ, ପରିସ୍ତାନ ହେଉ । ଏହା ତ ସବୁ ଅସ୍ଥାୟୀ ଆଡମ୍ବର ଅଟେ । କେତେ ବଡ-ବଡ ଘର, ଫାଉଣ୍ଟେନ ଆଦି ତିଆରି କରୁଛନ୍ତି, ଏହାକୁ ଅଳ୍ପକାଳ ପାଇଁ କୃତ୍ରିମ ସ୍ୱର୍ଗ ବୋଲି କୁହାଯାଉଛି । ତୁମେ ଜାଣିଛ ଯେ ଏହାର ନାମ ସ୍ୱର୍ଗ ନୁହେଁ । ଏହାର ନାମ ନର୍କ ଅଟେ । ନର୍କର ମଧ୍ୟ ଏକ ସୋ ରହିଛି । ଏ ସବୁ ଅଳ୍ପକାଳର ଚାକଚକ୍ୟ ଅଟେ । ଏ ସବୁ ଏବେ ହିଁ ସମାପ୍ତ ହୋଇଯିବ ।

ଏବେ ବାବା ପିଲାମାନଙ୍କୁ କହୁଛନ୍ତି - ପ୍ରଥମତଃ ଶାନ୍ତିଧାମକୁ ସ୍ମରଣ କର । ସବୁ ମନୁଷ୍ୟ ମାତ୍ରକେ ଶାନ୍ତି ଖୋଜୁଛନ୍ତି, ଶାନ୍ତି କେଉଁଠାରୁ ମିଳିବ? ଏହି ପ୍ରଶ୍ନ ସାରା ଦୁନିଆ ପାଇଁ ଅଟେ ଯେ ଦୁନିଆରେ ଶାନ୍ତି କିପରି ହେବ? ମନୁଷ୍ୟମାନେ ଏକଥା ଜାଣି ନାହାଁନ୍ତି ଯେ ବାସ୍ତବରେ ଆମେ ସମସ୍ତେ ଶାନ୍ତିଧାମର ନିବାସୀ ଅଟୁ । ଆମେ ଆତ୍ମାମାନେ ଶାନ୍ତିଧାମରେ ଶାନ୍ତିରେ ରହିଥାଉ । ପୁଣି ଏଠାକୁ ଆସୁଛୁ ଅଭିନୟ କରିବା ପାଇଁ । ଏ କଥା ମଧ୍ୟ ତୁମେମାନେ ଜାଣିଛ । ଏବେ ତୁମେ ପୁରୁଷାର୍ଥ କରୁଛ ଭାୟା ଶାନ୍ତିଧାମ ହୋଇ ସୁଖଧାମକୁ ଯିବା ପାଇଁ । ପ୍ରତ୍ୟେକଙ୍କର ବୁଦ୍ଧିରେ ଅଛି ଯେ ଆମେ ଆତ୍ମାମାନେ ନିଜର ଘର ଶାନ୍ତିଧାମକୁ ଯିବୁ । ଏଠାରେ ତ ଶାନ୍ତି ହିଁ ନାହିଁ । ଏହା ହେଉଛି ହିଁ ଦୁଃଖଧାମ । ସତ୍ୟଯୁଗ ପବିତ୍ର ଦୁନିଆ, କଳିଯୁଗ ପତିତ ଦୁନିଆ । ତୁମେମାନେ ଏହି ସବୁ କଥାକୁ ଏବେ ହିଁ ବୁଝୁଛ । ଦୁନିଆର ମନୁଷ୍ୟ ତ କିଛି ବି ଜାଣିନାହାଁନ୍ତି । ତୁମ ବୁଦ୍ଧିରେ ଆସୁଛି ଯେ - ବେହଦର ବାବା ଆମକୁ ସୃଷ୍ଟିଚକ୍ରର ଆଦି-ମଧ୍ୟ-ଅନ୍ତର ରହସ୍ୟ ବୁଝାଉଛନ୍ତି । ପୁଣି କିପରି ଧର୍ମସ୍ଥାପକମାନେ ଆସି ଧର୍ମ ସ୍ଥାପନ କରୁଛନ୍ତି । ତାହା ମଧ୍ୟ ବୁଝାଉଛନ୍ତି । ବର୍ତ୍ତମାନ ସୃଷ୍ଟିରେ ଅସଂଖ୍ୟ ମନୁଷ୍ୟ ରହିଛନ୍ତି । ଭାରତରେ ମଧ୍ୟ ବହୁତ ଅଛନ୍ତି, ଭାରତ ସ୍ୱର୍ଗ ଥିବାବେଳେ ବହୁତ ଧନଶାଳୀ ଥିଲା, ସେ ସମୟରେ ଅନ୍ୟ କୌଣସି ଧର୍ମ ନ ଥିଲା । ତୁମ ସନ୍ତାନମାନଙ୍କୁ ପ୍ରତ୍ୟହ ଜ୍ଞାନ ଦ୍ୱାରା ସତେଜ କରାଯାଉଛି । ବାବା ଏବଂ ସମ୍ପତ୍ତିକୁ ମନେ ପକାଅ । ଭକ୍ତିମାର୍ଗରେ ମଧ୍ୟ ଏହି କଥା ଚାଲି ଆସୁଛି । ସର୍ବଦା ଉପରକୁ ଅଙ୍ଗୁଳି ଦେଖାଇଥାନ୍ତି ଯେ ପରମାତ୍ମାଙ୍କୁ ମନେ ପକାଅ କାରଣ ପରମାତ୍ମା ଅଥବା ଆଲ୍ଲା ସେଠାରେ ଅଛନ୍ତି । କିନ୍ତୁ ଏମିତି ସ୍ମରଣ କରିବା ଦ୍ୱାରା କିଛି ବି ହେବ ନାହିଁ ସେମାନେ ଏକଥା ମଧ୍ୟ ଜାଣିନାହାଁନ୍ତି ଯେ ସ୍ମରଣ କରିବା ଦ୍ୱାରା କ’ଣ ଫାଇଦା ହେବ! ତାଙ୍କ ସହିତ ଆମର କ’ଣ ସମ୍ବନ୍ଧ ରହିଛି? କିଛି ହେଲେ ଜାଣିନାହାଁନ୍ତି । ଦୁଃଖ ସମୟରେ ଡାକିଥା’ନ୍ତି - ହେ ରାମ..... ଆତ୍ମା ହିଁ ସ୍ମରଣ କରିଥାଏ । କିନ୍ତୁ ସେମାନେ ଏକଥା ଜାଣିନାହାଁନ୍ତି ଯେ ସୁଖ-ଶାନ୍ତି କାହାକୁ କୁହାଯାଏ । ତୁମ ବୁଦ୍ଧିରେ ଆସୁଛି ଯେ ଆମେ ସବୁ ଏକ ବାବାଙ୍କର ସନ୍ତାନ ଅଟୁ ତେବେ ପୁଣି ଦୁଃଖ କାହିଁକି ହେଉଛି? ବେହଦର ବାବାଙ୍କଠାରୁ ସର୍ବଦା ସୁଖର ସମ୍ପତ୍ତି ମିଳିବା ଉଚିତ୍ । ଏ କଥା ଚିତ୍ରରେ ମଧ୍ୟ ସ୍ପଷ୍ଟ ଭାବେ ରହିଛି ଯେ, ଭଗବାନ ହେଉଛନ୍ତି ସ୍ୱର୍ଗର ସ୍ଥାପନକର୍ତ୍ତା, ଯିଏ ସ୍ୱର୍ଗର ରଚୟିତା ଈଶ୍ୱର ପିତା ଅଟନ୍ତି । ସେ ଭାରତକୁ ହିଁ ଆସୁଛନ୍ତି । ଏ କଥା କିନ୍ତୁ କେହି ବି ବୁଝୁନାହାଁନ୍ତି । ଦେବୀ-ଦେବତା ଧର୍ମର ସ୍ଥାପନା ନିଶ୍ଚୟ ସଂଗମରେ ହିଁ ହେବ, ସତ୍ୟଯୁଗରେ କିପରି ହେବ! କିନ୍ତୁ ଏକଥା ଅନ୍ୟ ଧର୍ମାବଲମ୍ବୀମାନେ ଜାଣିନାହାଁନ୍ତି । ବାବା ହିଁ ଜ୍ଞାନର ସାଗର ଅଟନ୍ତି ତେଣୁ ଏହିକଥା ବୁଝାଉଛନ୍ତି ଯେ - ଆଦି ସନାତନ ଦେବୀ ଦେବତା ଧର୍ମ କିପରି ସ୍ଥାପନ ହେଲା । ସତ୍ୟଯୁଗର ଆୟୁଷ ଲକ୍ଷ ଲକ୍ଷ ବର୍ଷ କହିବା ଦ୍ୱାରା ସ୍ୱର୍ଗକୁ ବହୁତ ଦୂରକୁ ନେଇ ଯାଇଛନ୍ତି । ତୁମ ସନ୍ତାନମାନଙ୍କୁ ଚିତ୍ର ଉପରେ ହିଁ ବୁଝାଇବାକୁ ହେବ । ଭାରତରେ ଏହି ଲକ୍ଷ୍ମୀ-ନାରାୟଣଙ୍କର ରାଜ୍ୟ ଥିଲା । ଏମାନେ କିପରି କେବେ ଏହି ରାଜ୍ୟ ପାଇଥିଲେ, ଏ କଥା କେହି ଜାଣିନାହାଁନ୍ତି । କେବଳ କହିଦେଉଛନ୍ତି - ଏମାନେ ସତ୍ୟଯୁଗରେ ବିଶ୍ୱର ମାଲିକ ଥିଲେ । ଲକ୍ଷ୍ମୀ-ନାରାୟଣଙ୍କ ଆଗରେ ଯାଇ ଭିକ ମାଗିବା ଦ୍ୱାରା ଅଳ୍ପକାଳ ପାଇଁ କିଛି ନା କିଛି ମିଳିଯାଇଥାଏ । କେହି ଯଦି ଦାନ ପୁଣ୍ୟ କରିଥାନ୍ତି, ତାଙ୍କୁ ମଧ୍ୟ ଅଳ୍ପକାଳ ପାଇଁ ଫଳ ମିଳିଯାଇଥାଏ । ଗରିବ ପଞ୍ଚାୟତର ମୁଖିଆ ମଧ୍ୟ ସେତିକି ଖୁସିରେ ରହିଥାଏ, ଯେତିକି ସାହୁକାର ମାନଙ୍କର ମୁଖିଆ ରହିଥାନ୍ତି । ଗରିବମାନେ ମଧ୍ୟ ନିଜକୁ ସୁଖୀ ବୋଲି ଭାବିଥାନ୍ତି । ବମ୍ବେରେ ଦେଖ, ଗରିବ ଲୋକେ କିଭଳି କିଭଳି ସ୍ଥାନମାନଙ୍କରେ ରହୁଛନ୍ତି । ତୁମେମାନେ ଏବେ ବୁଝୁଛ ଯେ - ଯଦିଓ ଦୁନିଆରେ କୋଟିପତି ବହୁତ ଅଛନ୍ତି କିନ୍ତୁ ସେମାନେ କେତେ ଦୁଃଖୀ ଅଟନ୍ତି । ତୁମେ କହୁଛ, ଆମପରି ସୌଭାଗ୍ୟଶାଳୀ ଆଉ କେହି ନାହାଁନ୍ତି । ଆମେ ସିଧାସଳଖ ବାବାଙ୍କର ସନ୍ତାନ ହୋଇଛୁ, ଯାହାଙ୍କଠାରୁ ସଦ୍‌ଗତିର ସମ୍ପତ୍ତି ମିଳୁଛି । ଧନୀ ବ୍ୟକ୍ତିମାନେ କେବେ ହେଲେ ଉଚ୍ଚ ପଦ ପାଇପାରିବେ ନାହିଁ । ଯେଉଁମାନେ ଗରିବ ଅଛନ୍ତି, ସେମାନେ ସାହୁକାର ହୋଇଯାଉଛନ୍ତି । ତୁମେ ହିଁ ଏହି ପାଠ ପଢୁଛ, ସେମାନେ ତ ଏ ଜ୍ଞାନରେ ଅପାଠୁଆ ଅଟନ୍ତି । ଯଦିବା ଅଳ୍ପ କିଛି ପଢିବେ ତଥାପି ବି ବାବାଙ୍କ ସ୍ମୃତିରେ ରହିପାରିବେ ନାହିଁ । ଅନ୍ତିମ ସମୟରେ ବାବାଙ୍କ ବିନା ତୁମକୁ ଆଉ କାହାର ସ୍ମୃତି ରହିବା ଉଚିତ୍ ନୁହେଁ । ଜାଣିଛ ଯେ ଏ ସଂସାର ଶ୍ମଶାନଘାଟ ହୋଇଯିବ । ବୁଦ୍ଧିରେ ରହିବା ଉଚିତ୍ ଯେ ଆମେ ଏହି ଯେଉଁ ବ୍ୟବସାୟ ଇତ୍ୟାଦି କରୁଛୁ, ତାହା ଅଳ୍ପ ସମୟ ପାଇଁ ଅଟେ । ଧନବାନ୍ ଲୋକମାନେ ଧର୍ମଶାଳା ଆଦି ତିଆରି କରିଥା’ନ୍ତି । ସେମାନେ କୌଣସି ବ୍ୟବସାୟ କରିବା ଉଦ୍ଦେଶ୍ୟରେ ତିଆରି କରି ନ ଥାନ୍ତି । ଯଦି ତୀର୍ଥସ୍ଥାନମାନଙ୍କରେ ଧର୍ମଶାଳାମାନ ନ ରହିବ ତେବେ ଲୋକମାନେ ରହିବେ କେଉଁଠି, ସେଥିପାଇଁ ସାହୁକାର ଲୋକେ ଧର୍ମଶାଳା ଆଦି ତିଆରି କରାଇଥାନ୍ତି । ଏପରି ନୁହେଁ ଯେ ଧର୍ମଶାଳାକୁ ବ୍ୟାପାରୀ ଲୋକମାନେ ଆସି ବ୍ୟାପାର କରିବେ । ତୀର୍ଥସ୍ଥାନମାନଙ୍କରେ ହିଁ ଧର୍ମଶାଳା ତିଆରି କରାଯାଇଥାଏ । ବର୍ତ୍ତମାନ ତୁମର ସେବାକେନ୍ଦ୍ର ହିଁ ସବୁଠାରୁ ବଡ ତୀର୍ଥସ୍ଥାନ ଅଟେ । ଯେଉଁଠି-ଯେଉଁଠି ତୁମର ସେବାକେନ୍ଦ୍ର ଅଛି ତାହା ସବୁଠାରୁ ବଡ ତୀର୍ଥ ଅଟେ, ଯେଉଁଠାରୁ ମନୁଷ୍ୟମାନଙ୍କୁ ସୁଖ-ଶାନ୍ତି ମିଳୁଛି । ତୁମର ଏହି ଗୀତାପାଠଶାଳା ବହୁତ ବଡ ଅଟେ । ଏହି ଜ୍ଞାନ ତୁମର ରୋଜଗାରର ପନ୍ଥା ଅଟେ, ଯାହା ଦ୍ୱାରା ତୁମର ବହୁତ ଆମଦାନୀ ହେଉଛି, ତୁମ ସନ୍ତାନମାନଙ୍କ ପାଇଁ ଏହା ମଧ୍ୟ ଏକ ଧର୍ମଶାଳା । ଏହା ସବୁଠାରୁ ବଡ ତୀର୍ଥ ଅଟେ । ତୁମେ ଅବିନାଶୀ ପିତାଙ୍କଠାରୁ ଅବିନାଶୀ ସମ୍ପତ୍ତି ନେଉଛ । ଏହାଠାରୁ ବଡ ତୀର୍ଥ ଆଉ କିଛି ନାହିଁ । ଭକ୍ତିମାର୍ଗରେ ତୀର୍ଥଯାତ୍ରା କରିବା ଦ୍ୱାରା ତୁମକୁ କିଛି ପ୍ରାପ୍ତି ହୋଇ ନ ଥାଏ । ଏ କଥା ମଧ୍ୟ ତୁମେ ହିଁ ବୁଝୁଛ । ଭକ୍ତ ଲୋକମାନେ ବହୁତ ପ୍ରେମର ସହିତ ମନ୍ଦିରରୁ ଚରଣାମୃତ ନେଇଥାନ୍ତି । ଭାବିଥା’ନ୍ତି ଯେ ଏହା ଦ୍ୱାରା ଆମର ହୃଦୟ ପବିତ୍ର ହୋଇଯିବ । କିନ୍ତୁ ତାହା ତ ପାଣି ଅଟେ । ଏଠାରେ ତ ବାବା କହୁଛନ୍ତି - ମୋତେ ସ୍ମରଣ କର ତେବେ ସମ୍ପତ୍ତି ମିଳିବ । ଏବେ ଅବିନାଶୀ ବାବାଙ୍କଠାରୁ ତୁମକୁ ଅବିନାଶୀ ଜ୍ଞାନ ରତ୍ନର ସମ୍ପତ୍ତି ମିଳୁଛି । ପ୍ରାୟତଃ ଭକ୍ତମାନେ ଶଙ୍କରଙ୍କ ପାଖକୁ ଯାଇଥା’ନ୍ତି, ଭାବିଥା’ନ୍ତି ଯେ ଅମରନାଥ ପାର୍ବତୀଙ୍କୁ ଅମରକଥା ଶୁଣାଇଥିଲେ, ସେଥିପାଇଁ କହୁଛନ୍ତି ଭରିଦିଅ ଝୋଲୀ.... ଏବେ ତୁମେ ଅବିନାଶୀ ଜ୍ଞାନରତ୍ନ ଦ୍ୱାରା ନିଜର ଝୁଲା ଭରୁଛ । ବାକି ଅମରନାଥ କ’ଣ ଜଣକୁ ବସି କଥା ଶୁଣାଇବେ କି । ନିଶ୍ଚିତ ବହୁତ ସଂଖ୍ୟକ ଆତ୍ମାଙ୍କୁ ଶୁଣାଇ ଥିବେ ଏବଂ ତାହା ମଧ୍ୟ ଏହି ମୃତ୍ୟୁଲୋକରେ ହିଁ ଶୁଣାଇଥିବେ । ସୂକ୍ଷ୍ମବତନରେ ତ କଥା ଶୁଣାଇବାର କୌଣସି ଆବଶ୍ୟକତା ହିଁ ନାହିଁ । ଅନେକ ତୀର୍ଥ ସ୍ଥାନମାନ ତିଆରି କରିଛନ୍ତି । ସେଠାକୁ ସାଧୁ-ସନ୍ଥ, ମହାତ୍ମା ଆଦି ଢେର ଯାଇଥାନ୍ତି । ଅମରନାଥ ଯାତ୍ରାରେ ଲକ୍ଷ-ଲକ୍ଷ ଲୋକ ଯାଇଥା’ନ୍ତି । କୁମ୍ଭମେଳାରେ ଗଙ୍ଗାସ୍ନାନ କରିବା ପାଇଁ ସବୁଠାରୁ ଅଧିକ ଲୋକ ଯାଇଥାନ୍ତି । ଭାବନ୍ତି ଯେ, ଏହା ଦ୍ୱାରା ଆମେ ପବିତ୍ର ହୋଇଯିବୁ । ବାସ୍ତବରେ ଏହା ହିଁ କୁମ୍ଭ ମେଳା ଅଟେ । ପାଣିର କୁମ୍ଭ ମେଳା ତ ଜନ୍ମ-ଜନ୍ମାନ୍ତର କରିଆସିଛ । କିନ୍ତୁ ବାବା କହୁଛନ୍ତି - ଏହା ଦ୍ୱାରା କେହି ନିଜର ଘରକୁ ଫେରିପାରିବେ ନାହିଁ କାହିଁକି ନା ଆତ୍ମା ପବିତ୍ର ହେଲେ ହିଁ ଘରକୁ ଯାଇପାରିବ । କିନ୍ତୁ ଅପବିତ୍ର ହୋଇଥିବା କାରଣରୁ ସମସ୍ତଙ୍କର ଉଡିବାର ଡେଣା କଟିଯାଇଛି । ଏବେ ଆତ୍ମାକୁ ଡେଣା ମିଳିଛି, ଯୋଗରେ ରହିବା ଦ୍ୱାରା ଆତ୍ମା ସବୁଠାରୁ ତୀବ୍ର ବେଗରେ ଉଡିପାରିବ । ଯଦି କାହାର ହିସାବ-କିତାବ ଲଣ୍ଡନରେ କିମ୍ବା ଆମେରିକାରେ ଥିବ ତେବେ ତୁରନ୍ତ ଆତ୍ମା ଉଡିଯାଇଥାଏ, ସେଠାରେ ଏକ ସେକେଣ୍ଡରେ ପହଞ୍ଚିଯାଇଥାଏ । କିନ୍ତୁ କର୍ମାତୀତ ହେବା ପରେ ହିଁ ମୁକ୍ତିଧାମକୁ ଯାଇପାରିବ, ସେ ପର୍ଯ୍ୟନ୍ତ ଏହିଠାରେ ହିଁ ଜନ୍ମ-ମରଣ ଚକ୍ରରେ ଆସୁଥିବ । ଡ୍ରାମା ଯେପରି ଘଣ୍ଟାକଣ୍ଟା ଭଳି ଟିକ୍‌-ଟିକ୍ ହୋଇ ଚାଲିଥାଏ, ଆତ୍ମା ମଧ୍ୟ ସେହିପରି ଅଟେ, ଟିକ୍ ହେଲା ଏବଂ ସେକେଣ୍ଡରେ ଆତ୍ମା ଚାଲିଗଲା । ଆତ୍ମାଠାରୁ ତୀକ୍ଷ୍ମ ଆଉ କିଛି ନାହିଁ । ସବୁ ଆତ୍ମାମାନେ ମୂଳବତନକୁ ଯିବେ । ଆତ୍ମାକୁ କେଉଁଠାରେ ବି ପହଞ୍ଚିବାକୁ ଡେରି ଲାଗି ନ ଥାଏ । ମନୁଷ୍ୟମାନେ ଏହି କଥାକୁ ବୁଝିପାରୁ ନାହାଁନ୍ତି । ତୁମମାନଙ୍କ ବୁଦ୍ଧିରେ ଆସୁଛି ଯେ ନୂଆ ଦୁନିଆରେ ବହୁତ କମ୍ ଆତ୍ମା ରହିବେ ଏବଂ ସେଠାରେ ସମସ୍ତେ ବହୁତ ସୁଖୀ ହେବେ । ସେହି ଆତ୍ମାମାନେ ଏବେ ୮୪ ଜନ୍ମ ଭୋଗ କରି ବହୁତ ଦୁଃଖୀ ହୋଇଯାଇଛନ୍ତି । ତୁମକୁ ସମ୍ପୂର୍ଣ୍ଣ ଚକ୍ର ବିଷୟରେ ଜଣା ଅଛି । ତୁମର ବୁଦ୍ଧିରେ ଏ ଜ୍ଞାନର ମନ୍ଥନ ଚାଲିଛି ଅନ୍ୟ କୌଣସି ମନୁଷ୍ୟଙ୍କର ବୁଦ୍ଧିରେ ଏ ଜ୍ଞାନ ହିଁ ନାହିଁ । ପ୍ରଜାପିତା ବ୍ରହ୍ମାଙ୍କର ମଧ୍ୟ ଗାୟନ ରହିଛି । କଳ୍ପ ପୂର୍ବରୁ ମଧ୍ୟ ତୁମେ ଏହିପରି ହିଁ ବ୍ରହ୍ମାକୁମାର-କୁମାରୀ ହୋଇଥିଲ । ତୁମକୁ ଜଣାଅଛି ଯେ ଆମେ ପ୍ରଜାପିତା ବ୍ରହ୍ମାଙ୍କର ସନ୍ତାନ ଅଟୁ । ଆମ ଦ୍ୱାରା ବାବା ସ୍ୱର୍ଗର ସ୍ଥାପନା କରାଉଛନ୍ତି । ଯେତେବେଳେ ପୁରୁଷାର୍ଥର କ୍ରମ ଅନୁସାରେ ଯୋଗ୍ୟ ହୋଇଯିବ ସେତେବେଳେ ପୁଣି ପୁରୁଣା ଦୁନିଆର ବିନାଶ ହୋଇଯିବ । ତ୍ରିମୂର୍ତ୍ତିର ଗାୟନ ଏହିଠାରେ ହିଁ କରାଯାଉଛି । ତ୍ରିମୂର୍ତ୍ତିର ଚିତ୍ର ମଧ୍ୟ ରଖିଥା’ନ୍ତି । ସେଥିରେ ଶିବଙ୍କୁ ଦର୍ଶାଇ ନ ଥା’ନ୍ତି । କୁହାଯାଏ - ବ୍ରହ୍ମାଙ୍କ ଦ୍ୱାରା ସ୍ଥାପନା, କିଏ କରାଉଛନ୍ତି? ଶିବବାବା । ବିଷ୍ଣୁଙ୍କ ଦ୍ୱାରା ପାଳନା ହେଉଛି ।

ତୁମେ ବ୍ରାହ୍ମଣ ଏବେ ଦେବତା ହେବା ପାଇଁ ଯୋଗ୍ୟ ହେଉଛ । ବର୍ତ୍ତମାନ ତୁମେ ସେହି ଅଭିନୟ କରୁଛ । ପୁଣି ଗୋଟିଏ କଳ୍ପ ପରେ ଏହି ଅଭିନୟ କରିବ । ତୁମେ ପବିତ୍ର ହେଉଛ । କହୁଛ ମଧ୍ୟ - ବାବାଙ୍କର ନିର୍ଦ୍ଦେଶ ହେଲା କାମରୂପୀ ଶତ୍ରୁକୁ ଜିତ, ମୋତେ ମନେ ପକାଅ । ଏହା ବହୁତ ସହଜ ମାର୍ଗ ଅଟେ । ଭକ୍ତିମାର୍ଗରେ ମଧ୍ୟ ତୁମେମାନେ ବହୁତ ଦୁଃଖ ଦେଖିଛ । ଭକ୍ତିମାର୍ଗରେ ଯଦିଓ ଅଳ୍ପ ସୁଖ ରହିଛି ତାହା ମଧ୍ୟ ଅଳ୍ପ କାଳ ପାଇଁ । ଭକ୍ତିରେ ସାକ୍ଷାତ୍‌କାର ବି ହୋଇଥାଏ । ତାହାଦ୍ୱାରା ଅଳ୍ପକାଳ ପାଇଁ ତୁମର ଆଶା ପୂର୍ଣ୍ଣ ହୋଇଥାଏ, ତୁମକୁ ଯେଉଁ ସାକ୍ଷାତ୍‌କାର ହେଉଛି - ତାହା ମଧ୍ୟ ମୁଁ ହିଁ କରାଉଛି । ଏ ସବୁ ଡ୍ରାମାରେ ନିର୍ଦ୍ଧାରିତ ରହିଛି । ଯାହା ସେକେଣ୍ଡ ପରେ ସେକେଣ୍ଡ ବିତିଗଲା, ତାହା ଡ୍ରାମା ଅନୁସାରେ ହେଉଛି । ଏପରି କହୁନାହାଁନ୍ତି ଯେ - ବର୍ତ୍ତମାନ ହିଁ ସୁଟ୍ ହେଲା । ନାଁ, ଏହା ତ ଅନାଦି ପୂର୍ବ ପ୍ରସ୍ତୁତ ଡ୍ରାମା ଅଟେ । ଯେତେ ବି ଅଭିନେତା ଅଛନ୍ତି - ସମସ୍ତଙ୍କର ଅଭିନୟ ଅବିନାଶୀ ଅଟେ । କେହି ବି ମୋକ୍ଷ ପ୍ରାପ୍ତ କରୁନାହାଁନ୍ତି । ସନ୍ନ୍ୟାସୀମାନେ କହୁଛନ୍ତି - ଆମେ ଲୀନ ହୋଇଯାଉଛୁ । ବାବା ବୁଝାଉଛନ୍ତି ତୁମେ ଅବିନାଶୀ ଆତ୍ମା ଅଟ । ଆତ୍ମା ବିନ୍ଦୁ ଅଟେ, ଏତେ ଛୋଟ ବିନ୍ଦୁରେ ୮୪ ଜନ୍ମର ଅଭିନୟ ନିର୍ଦ୍ଧାରିତ ହୋଇ ରହିଛି । ଏହି ଚକ୍ର ଘୂରି ଚାଲିଛି । ଯେଉଁମାନେ ପ୍ରଥମେ ପ୍ରଥମେ ଅଭିନୟ କରିବାକୁ ଆସୁଛନ୍ତି, ସେହିମାନେ ହିଁ ୮୪ ଜନ୍ମ ନେଉଛନ୍ତି । ସମସ୍ତେ ତ ୮୪ ଜନ୍ମ ନେଇପାରିବେ ନାହିଁ । ତୁମ ବ୍ୟତୀତ ଅନ୍ୟ କାହାରି ବୁଦ୍ଧିରେ ଏହି ଜ୍ଞାନ ନାହିଁ । ଜ୍ଞାନର ସାଗର ଏକମାତ୍ର ବାବା ହିଁ ଅଟନ୍ତି । ତୁମେ ଜାଣିଛ ଯେ ଆମେ ବାବାଙ୍କଠାରୁ ସମ୍ପତ୍ତି ନେଉଛୁ । ବାବା ଆମକୁ ପତିତରୁ ପାବନ କରାଉଛନ୍ତି । ସିଏ ସୁଖ ଏବଂ ଶାନ୍ତିର ସମ୍ପତ୍ତି ଦେଉଛନ୍ତି । ସତ୍ୟଯୁଗରେ ଦୁଃଖର ଚିହ୍ନ-ବର୍ଣ୍ଣ ରହିବ ନାହିଁ । ବାବା କହୁଛନ୍ତି - ଆୟୁଷ୍ମାନ ଭବ, ଧନବାନ ଭବ.... ନିବୃତ୍ତିମାର୍ଗୀମାନେ ଏପରି ଆଶୀର୍ବାଦ ଦେଇପାରିବେ ନାହିଁ । ତୁମ ସନ୍ତାନମାନଙ୍କୁ ବାବାଙ୍କଠାରୁ ସମ୍ପତ୍ତି ମିଳୁଛି । ସତ୍ୟଯୁଗ ତ୍ରେତା ହେଲା ସୁଖଧାମ । ପୁଣି ଦୁଃଖ କିପରି ପାଉଛନ୍ତି, ଏକଥା ମଧ୍ୟ କେହି ବି ଜାଣିନାହାଁନ୍ତି । ଦେବତାମାନେ କିପରି ବାମ ମାର୍ଗକୁ ଯାଉଛନ୍ତି, ତାର ଚିହ୍ନ ମଧ୍ୟ ରହିଛି । ଜଗନ୍ନାଥ ପୁରୀରେ ଦେବତାମାନଙ୍କ ଚିତ୍ରରେ, ମୁକୁଟ ଆଦି ପିନ୍ଧିଥିବାର ଦେଖାଯାଇଛି ପୁଣି ବିକାରୀ ଚିତ୍ର ମଧ୍ୟ ତିଆରି କରିଛନ୍ତି ସେଥିପାଇଁ ତାଙ୍କର ମୂର୍ତ୍ତି ମଧ୍ୟ କଳା କରିଛ, ଯାହା ଦ୍ୱାରା ପ୍ରମାଣିତ ହେଉଛି ଯେ ଦେବତାମାନେ ବାମମାର୍ଗରେ ଯାଉଥିବାରୁ ଅନ୍ତିମ ସମୟରେ ବିଲ୍‌କୁଲ୍ କଳା ହୋଇଯାଉଛନ୍ତି । ଏବେ ତୁମେ ଜାଣୁଛ, ଭାରତ କେତେ ସୁନ୍ଦର ଥିଲା ପୁଣି ଡ୍ରାମାର ପ୍ଳାନ ଅନୁସାରେ ତମୋପ୍ରଧାନ ହେବାକୁ ହିଁ ପଡିବ । ଏବେ ସଂଗମରେ ତୁମକୁ ଏହି ଜ୍ଞାନ ମିଳିଛି । ବାବା ହେଉଛନ୍ତି ଜ୍ଞାନର ସାଗର । ଜଣେ ହିଁ ତୁମର ବାପ, ଶିକ୍ଷକ, ଗୁରୁ ତିନୋଟିଯାକ ଅଟନ୍ତି । ଏ କଥା ସର୍ବଦା ବୁଦ୍ଧିରେ ରହୁ ଯେ, ଶିବବାବା ଆମକୁ ପାଠ ପଢାଉଛନ୍ତି । ଏହା ବେହଦର ପାଠପଢା ଅଟେ, ଏହା ଦ୍ୱାରା ତୁମେ ଜ୍ଞାନବାନ ହୋଇଯାଉଛ । ତୁମେ ସବୁ କିଛି ଜାଣିଛ । ଦୁନିଆରେ ଈଶ୍ୱରଙ୍କୁ ସର୍ବବ୍ୟାପୀ ବୋଲି କହୁଛନ୍ତି, କିନ୍ତୁ ତୁମେ କହୁଛ ସେ ପତିତ ପାବନ ଅଟନ୍ତି । ରାତି-ଦିନର ଫରକ ରହିଛି । ଏବେ ତୁମେ ପୁରୁଷାର୍ଥର କ୍ରମଅନୁସାରେ ଜ୍ଞାନବାନ ହେଉଛ । ବାବାଙ୍କ ପାଖରେ ଯାହା କିଛି ଅଛି ସେ ତୁମକୁ ଶିଖାଉଛନ୍ତି । ତୁମେ ମଧ୍ୟ ସମସ୍ତଙ୍କୁ ଏହି କଥା କୁହ ଯେ, ବାବାଙ୍କୁ ସ୍ମରଣ କର ତେବେ ୨୧ ଜନ୍ମ ପାଇଁ ସମ୍ପତ୍ତି ମିଳିବ । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ନିଜେ ସତେଜ ରହିବା ସହିତ ଅନ୍ୟମାନଙ୍କୁ ସତେଜ ଅର୍ଥାତ୍ ଉତ୍ସାହିତ କରିବା ପାଇଁ ବାବା ଏବଂ ତାଙ୍କର ସମ୍ପତ୍ତିର ସ୍ମୃତିରେ ରହିବାକୁ ହେବ ଏବଂ ସମସ୍ତଙ୍କୁ ବାବାଙ୍କର ସ୍ମୃତିରେ ରହିବାକୁ ମନେ ପକାଇ ଦେବାକୁ ହେବ ।

(୨) ଏହି ପୁରୁଣା ଦୁନିଆ ସହିତ, ଅଥବା ଶ୍ମଶାନ ସହିତ ମନ ଲଗାଇବାର ନାହିଁ । ଶାନ୍ତିଧାମ ଏବଂ ସୁଖଧାମକୁ ମନେ ପକାଇବାକୁ ହେବ । ନିଜକୁ ଦେବତା ହେବାର ଯୋଗ୍ୟ କରିବାକୁ ପଡିବ ।

ବରଦାନ:-
ଈଶ୍ୱରୀୟ ଅଥୋରିଟୀ ଅର୍ଥାତ୍ ଅଧିକାରୀ ପଣିଆ ଦ୍ୱାରା ସଂକଳ୍ପ ବା ବୁଦ୍ଧିକୁ ନିର୍ଦ୍ଦେଶ ଅନୁସାରେ ଚଲାଉଥିବା ମାଷ୍ଟର ସର୍ବଶକ୍ତିବାନ୍ ଭବ ।

ଯେପରି ସ୍ଥୂଳ ହାତ ଗୋଡକୁ ଅତି ସହଜ ଭାବରେ ଯେପରି ଇଚ୍ଛା ସେପରି ଚଲାଇ ପାରୁଛ ବା କର୍ମରେ ଲଗାଇପାରୁଛ ସେହିପରି ନିଜର ବୁଦ୍ଧିକୁ ମଧ୍ୟ ଯେଉଁଠାରେ ଇଚ୍ଛା ସେହିଠାରେ ଲଗାଇପାରୁଥିବ - ତେବେ କୁହାଯିବ ଈଶ୍ୱରୀୟ ଅଧିକାରୀ ପଣିଆ । ଯେପରି ବାଣୀରେ ଆସିବା ଅର୍ଥାତ୍ କଥାବାର୍ତ୍ତା କରିବା ସହଜ ଅଟେ, ସେହିପରି ବାଣୀଠାରୁ ଉର୍ଦ୍ଧ୍ୱକୁ ଯିବା ଅର୍ଥାତ୍ ମୌନ ରହିବା ମଧ୍ୟ ସେତିକି ସହଜ ଅନୁଭବ ହେଉ, ଏହି ଅଭ୍ୟାସ ଦ୍ୱାରା ହିଁ ସାକ୍ଷାତ୍‌କାର ମୂରତ ହୋଇଯିବ । ତେଣୁ ଏବେ ଏହି ଅଭ୍ୟାସକୁ ସହଜ ଏବଂ ନିରନ୍ତର କରିଦିଅ, ତେବେ କୁହାଯିବ ମାଷ୍ଟର ସର୍ବଶକ୍ତିବାନ୍ ଆତ୍ମା ।

ସ୍ଲୋଗାନ:-
ଯଦି ନିଜର ସ୍ୱସ୍ଥିତି ଶକ୍ତିଶାଳୀ ଥିବ, ତେବେ ପରିସ୍ଥିତି ତା’ଆଗରେ କିଛି ବି ନୁହେଁ ।

ଅବ୍ୟକ୍ତ ଈଶାରା:- ସର୍ବଦା ଅଚଳ, ଅଟଳ ଏବଂ ଏକରସ ସ୍ଥିତିର ଅନୁଭବ କର ।

ତୁମମାନଙ୍କର ଏକରସ ଅଚଳ ସ୍ଥିତିର ସ୍ମାରକୀ ହିଁ ଏହି ଅଚଳ ଘର ଅଟେ । ଯେପରି ବାପଦାଦା ଏକରସ ଅବସ୍ଥାରେ ରହୁଛନ୍ତି ସେହିପରି ପିଲାମାନଙ୍କୁ ମଧ୍ୟ ଏକରସ ସ୍ଥିତିରେ ରହିବାକୁ ହେବ । ଯେତେବେଳେ, ଏକ ଅର୍ଥାତ୍ ଜଣଙ୍କର ରସରେ ଅର୍ଥାତ୍ ଚିନ୍ତନରେ ମଗ୍ନ ରହିବ ସେତେବେଳେ ହିଁ ଏକରସ ଅବସ୍ଥାରେ ସ୍ଥିର ହୋଇ ରହିପାରିବ । କାହିଁକି ଶବ୍ଦର ପ୍ରଶ୍ନ ଚିହ୍ନ ସବୁଠାରୁ ତେଢା ଅଟେ, ଯେତେବେଳେ ଏହି କାହିଁକି, କ’ଣ ଶବ୍ଦ ତୁମ ଭିତରୁ ବାହାରିଯିବ, ସେତେବେଳେ ଯାଇ ଡ୍ରାମାର ନିଧାର୍ଯ୍ୟ ଉପରେ ଏକରସ ଅର୍ଥାତ୍ ସ୍ଥିର ଅବସ୍ଥାରେ ରହିପାରିବ ।