15.07.26          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ଯୋଗବଳ ଦ୍ୱାରା ହିଁ ଆତ୍ମାରୁ କଳଙ୍କ ଛାଡିବ ସେଥିପାଇଁ ଯୋଗରେ କେବେ ବି ଅବହେଳା କର ନାହିଁ ।”

ପ୍ରଶ୍ନ:-
ବାବା ପିଲାମାନଙ୍କୁ ବେହଦର ସମ୍ପତ୍ତି ନେବା ପାଇଁ କେଉଁ ଉପାୟ ବତାଇଛନ୍ତି, ଯେଉଁଥିରେ ମାୟା ଚତୁର୍ଦ୍ଦିଗରୁ ବିଘ୍ନ ପକାଉଛି?

ଉତ୍ତର:-
ବାବା ଉପାୟ ବତାଇଛନ୍ତି, ପିଲାମାନେ ତୁମେ ବ୍ରହ୍ମାକୁମାର କୁମାରୀମାନେ ଜଣେ ପିତାଙ୍କର ସନ୍ତାନ ପରସ୍ପର ଭାଇ ଭଉଣୀ ଅଟ, ତୁମେ କ୍ରିମିନାଲ୍ ଆସଲ୍ଟ (ମନ୍ଦକର୍ମ) କରିପାରିବ ନାହିଁ । ଭାଇ ଭଉଣୀ ବିକାରର ବଶବର୍ତ୍ତୀ ହୋଇପାରିବେ ନାହିଁ, ତୁମକୁ ଶିବବାବାଙ୍କ ମତରେ ଚାଲି ବେହଦର ବର୍ସା ନେବାକୁ ହେବ । କିନ୍ତୁ ମାୟା କିଛି କମ୍ ନୁହେଁ, ଏଥିରେ ହିଁ ଚାରିପଟୁ ବିଘ୍ନ ପକାଉଛି । ଆମେ ଭାଇ ଭଉଣୀ ଅଟୁ, ଜଣେ ପିତାଙ୍କ ଠାରୁ ସମ୍ପତ୍ତି ନେଉଛୁ, ଏ କଥା ଭୁଲିଯାଉଛନ୍ତି ।

ଗୀତ:-
ତୁହ୍ମେ ପାକେ ହମନେ....

ଓମ୍ ଶାନ୍ତି ।
ଗୀତର ଗୋଟିଏ ଅକ୍ଷର ହିଁ ଯଥେଷ୍ଟ ଅଟେ । ପିଲାମାନେ ଜାଣିଛନ୍ତି ବେହଦର ବାବାଙ୍କଠାରୁ ବେହଦର ବର୍ସା ବା ସମ୍ପତ୍ତି ମିଳୁଛି ଏବଂ କଳ୍ପ କଳ୍ପ ମିଳୁଛି । ଏକଥା ମଧ୍ୟ ପିଲାମାନେ ଜାଣିଛନ୍ତି ଯେ ବେହଦର ବର୍ସା ବାସ୍ତବରେ ଭାରତକୁ ମିଳିଥିଲା । ଏବେ ତାହା ନାହିଁ ପୁଣି ଥରେ ମିଳୁଛି । ଦେଖୁଛ - ଏବେ ତ ସ୍ୱର୍ଗର ବର୍ସା ନାହିଁ, ରାବଣ ଦ୍ୱାରା ନର୍କର ଅଭିଶାପ ମିଳୁଛି । ଅଭିଶାପ ଦ୍ୱାରା ମନୁଷ୍ୟ ଦୁଃଖୀ ହୋଇଥାନ୍ତି । ବର ଅର୍ଥାତ୍ ବର୍ସା ଦ୍ୱାରା ସୁଖୀ ହୋଇଥାନ୍ତି । ଏବେ ବ୍ରାହ୍ମଣ ପିଲାମାନେ ଜାଣିଛନ୍ତି ସେ ହେଉଛନ୍ତି ବେହଦର ନିରାକାର ପିତା ଏବଂ ପ୍ରଜାପିତା ବ୍ରହ୍ମା ହେଉଛନ୍ତି ବେହଦର ସାକାର ପିତା । ପ୍ରଜାପିତା ବ୍ରହ୍ମାଙ୍କ ବିନା ବେହଦର ସାକାର ପିତା କେହି ହୋଇପାରିବେ ନାହିଁ । ଯଦିଓ ଗାନ୍ଧୀଙ୍କୁ ବାପୁଜୀ କହୁଥିଲେ କିନ୍ତୁ କାଇଦା ଅନୁସାରେ ସାରା ମନୁଷ୍ୟ ସୃଷ୍ଟିର ତ ସେ ବାପୁଜୀ ହୋଇପାରିବେ ନାହିଁ । ସାରା ନିରାକାରୀ ବିଶ୍ୱର ବାପୁଜୀ ହେଲେ ଶିବ । ଏବେ ତୁମେ ସନ୍ତାନମାନେ ଜାଣୁଛ ଆମେ ଶିବବାବାଙ୍କର ହୋଇଛୁ । ଶିବବାବା ଆସି ବର୍ସା ଦେବା ପାଇଁ ଆମକୁ ନିଜର କରିଛନ୍ତି । ମଧୁବନ କାହିଁକି ଆସୁଛନ୍ତି? ଶିବବାବାଙ୍କ ସହିତ ମିଶିବା ପାଇଁ, କିନ୍ତୁ ସେ ନିରାକାର ଅଟନ୍ତି । କେବଳ ଶିବବାବା କହିବା ଦ୍ୱାରା ବୁଝିପାରିବେ ନାହିଁ, ସେଥିପାଇଁ ବାପଦାଦା କୁହାଯାଉଛି । ଶିବବାବା ଏବଂ ବ୍ରହ୍ମାଦାଦା । ଦାଦାଙ୍କର ନାମ ଅଲଗା, ବାବାଙ୍କର ନାମ ମଧ୍ୟ ଅଲଗା । ସେହି ନିରାକାର ବାବା ସମସ୍ତଙ୍କର ପିତା ବି ଅଟନ୍ତି, ସମସ୍ତଙ୍କର ଦାଦା ମଧ୍ୟ ଅଟନ୍ତି । ସବୁ ପିଲାମାନଙ୍କୁ ବାପଦାଦାଙ୍କଠାରୁ ନିଶ୍ଚୟ ବର୍ସା ମିଳେ । ବେହଦର ବାବାଙ୍କଠାରୁ ସମସ୍ତଙ୍କୁ ବର୍ସା ମିଳିଥାଏ । ଏହି ବାବା ହିଁ ସମସ୍ତଙ୍କର ଦୁଃଖହର୍ତ୍ତା ସୁଖକର୍ତ୍ତା ଅଟନ୍ତି । ସତ୍ୟଯୁଗରେ କେହି ବି ମନୁଷ୍ୟ ଦୁଃଖୀ ହୋଇପାରିବେ ନାହିଁ । ତାର ନାମ ହିଁ ହେଉଛି ସ୍ୱର୍ଗ, ସେ ହେଉଛନ୍ତି ସ୍ୱର୍ଗର ସ୍ଥାପନକର୍ତ୍ତା ଈଶ୍ୱର ପିତା । ଭାରତ ସବୁଠାରୁ ପୁରାତନ ଅଟେ । ତେବେ ନିଶ୍ଚୟ ସବୁଠାରୁ ନୂଆ ଥିଲା, ସେଥିପାଇଁ ତ ଏବେ ସବୁଠାରୁ ପୁରୁଣା ହୋଇଛି । ସତ୍ୟଯୁଗ, କଳିଯୁଗ ଭାରତକୁ ହିଁ କୁହାଯାଉଛି । ବାସ୍ତବରେ ଭାରତ ସ୍ୱର୍ଗ ଥିଲା । ସେଠାରେ ଏହି ଲକ୍ଷ୍ମୀ-ନାରାୟଣ ରାଜତ୍ୱ କରୁଥିଲେ । ଏକଥା ବୁଦ୍ଧିରେ ଅଛି । ଏବେ ତୁମେ ଲକ୍ଷ୍ମୀ- ନାରାୟଣଙ୍କ ମନ୍ଦିରକୁ ଗଲେ ତୁରନ୍ତ ବୁଦ୍ଧିରେ ଆସିବ ଯେ ସେମାନଙ୍କୁ ଏହି ବର୍ସା କିପରି ମିଳିଲା! ଇଏ ପୂଜ୍ୟ କିପରି ହେଲେ! କେବେ ରାଜ୍ୟ କରିଥିଲେ? କାହା ଦ୍ୱାରା ରାଜ୍ୟ ପାଇଥିଲେ? ଏହି ସବୁ କଥା ବୁଦ୍ଧିରେ ଆସିବ । ଆଗରୁ ଲକ୍ଷ୍ମୀ-ନାରାୟଣଙ୍କ ମନ୍ଦିରକୁ ଯାଇ, ମାଳା ଗଡାଉଥିଲେ । ତାଙ୍କ କର୍ତ୍ତବ୍ୟ ବିଷୟରେ କିଛି ମଧ୍ୟ ଜଣା ନ ଥିଲା । ଏବେ କେବଳ ତୁମରି ବୁଦ୍ଧିରେ ଅଛି ତାହା ମଧ୍ୟ କ୍ରମ ଅନୁସାରେ । ତୁମେ ଏବେ ଲକ୍ଷ୍ମୀ-ନାରାୟଣଙ୍କ ମନ୍ଦିର ଗଲେ ଖୁସୀ ହେବ । ଏମାନେ ଏହି ପ୍ରାଲବ୍ଧ କିପରି ପାଇଥିଲେ, ତାହା ବୁଦ୍ଧିରେ ଅଛି । ସଂଗମଯୁଗରେ ହିଁ ପାଇଥିଲେ କାହିଁକି ନା ସଂଗମଯୁଗରେ ହିଁ ପୁରୁଣା ଦୁନିଆ ବଦଳିବ । ସଂଗମରେ ହିଁ ବାବା ଆସି ରାଜଯୋଗ ଶିଖାଇଥିଲେ । ଏକଥା ମଧ୍ୟ ଜାଣିଛ ବହୁତ ଜନ୍ମର ଶେଷ ଜନ୍ମରେ ବାସ୍ତବରେ ଏହି ବ୍ରହ୍ମା ଥିଲେ । ବ୍ରହ୍ମାଙ୍କ ଦ୍ୱାରା ବିଷ୍ଣୁପୁରୀର ସ୍ଥାପନା ହୁଏ । ଏହି ଲକ୍ଷ୍ମୀ-ନାରାୟଣ ହିଁ ପୂର୍ବ ଜନ୍ମରେ ବାସ୍ତବରେ ବ୍ରହ୍ମା ସରସ୍ୱତୀ ଥିଲେ । ବ୍ରହ୍ମାଙ୍କ ସହିତ ବ୍ରାହ୍ମଣ ବ୍ରାହ୍ମଣୀମାନେ ମଧ୍ୟ ଥିବେ । ସତ୍ୟଯୁଗରେ ଲକ୍ଷ୍ମୀ-ନାରାୟଣଙ୍କର ରାଜଧାନୀ ଥିଲା ନା । ନିଶ୍ଚୟ ପ୍ରଜାପିତା ମଧ୍ୟ ଥିବେ । ତୁମେ ଜାଣିଛ ଆମେ ପୁରୁଷାର୍ଥ କରୁଛୁ, ଯେଉଁମାନେ କଳ୍ପ ପୂର୍ବରୁ ପୁରୁଷାର୍ଥ କରିଥିଲେ ତାହା ଆମେ ସାକ୍ଷୀ ହୋଇ ଦେଖୁଛୁ । ଗୋଟିଏ ହେଲା ରାଜକୀୟ କୂଳ, ଅନ୍ୟଟି ହେଲା ପ୍ରଜା କୂଳ । ସେଥିରେ ମଧ୍ୟ କେହି ବହୁତ ସାହୁକାର ହୋଇଥାନ୍ତି କେହି କମ୍ । ରାଜାମାନଙ୍କ ଭିତରେ ମଧ୍ୟ କେହି ବହୁତ ଧନୀ, କେହି କମ୍ ଧନୀ ହୋଇଥାନ୍ତି । ତୁମେ ଲକ୍ଷ୍ମୀ-ନାରାୟଣଙ୍କ ମନ୍ଦିରରେ କାହାକୁ ବି ବୁଝାଇପାରିବ ଯେ ଏମାନେ ଏହି ରାଜ୍ୟ କିପରି ପାଇଥିଲେ । ଏବେ ପୁଣି ଥରେ ସେ ନିଜର ରାଜ୍ୟ ଭାଗ୍ୟ ନେଉଛନ୍ତି, ରାଜଧାନୀ ସ୍ଥାପନ ହେଉଛି । କେତେ ସହଜ ଅଟେ । ଅମ୍ବା କିଏ-ଏକଥା ମଧ୍ୟ ଜାଣିନାହାଁନ୍ତି । ତୁମେ କହୁଛ ଇଏ ତ ଜଗତଅମ୍ବା ଅଟନ୍ତି । କଳ୍ପ ପୂର୍ବରୁ ମଧ୍ୟ ଜଗତଅମ୍ବା ଜଗତପିତା ଥିଲେ । ଆମେ ତାଙ୍କର ସନ୍ତାନ ଥିଲୁ । ସଂଗମଯୁଗରେ ବାବା ରାଜଯୋଗ ଶିଖାଉଛନ୍ତି । ଜଗତଅମ୍ବାଙ୍କର ସନ୍ତାନ ମଧ୍ୟ ଢେର ଅଛନ୍ତି । କିନ୍ତୁ ସମସ୍ତଙ୍କୁ ତ ଏଠାରେ ରଖିପାରିବେ ନାହିଁ ।

ଏବେ ତୁମକୁ୍ ଜ୍ଞାନର ତୃତୀୟ ନେତ୍ର ମିଳିଛି । ବାବା ଜ୍ଞାନର ସାଗର ଅଟନ୍ତି, ତେଣୁ ନିଶ୍ଚୟ ପିଲାମାନଙ୍କୁ ଜ୍ଞାନ ହିଁ ଦେବେ ନା । ତାଙ୍କୁ ନା ମନୁଷ୍ୟ, ନା ଦେବତା କୁହାଯାଉଛି । ତାଙ୍କୁ ପରମାତ୍ମା ହିଁ କୁହାଯାଉଛି । ତୁମେ ଯେ କୌଣସି ମନ୍ଦିରକୁ ଗଲେ ତାଙ୍କର ଜୀବନ କାହାଣୀ କହିପାରିବ । ରାମଙ୍କ ପାଇଁ ମଧ୍ୟ ତୁମେ ବୁଝାଇପାରିବ । ଚନ୍ଦ୍ରବଂଶୀ କୂଳ ଏବେ ସ୍ଥାପନ ହେଉଛି । ବ୍ରହ୍ମାଙ୍କ ଦ୍ୱାରା ବ୍ରାହ୍ମଣମାନଙ୍କର ମଧ୍ୟ ଧର୍ମସ୍ଥାପନ ହେଉଛି । ବ୍ରହ୍ମାଙ୍କର ନାମ କେତେ ବିଖ୍ୟାତ । ବ୍ରହ୍ମାଙ୍କ ଦ୍ୱାରା ବାବା ବ୍ରାହ୍ମଣମାନଙ୍କୁ ରଚନା କରୁଛନ୍ତି । ତୁମେ ବ୍ରହ୍ମାକୁମାର କୁମାରୀ ହୋଇଥିବାରୁ ଜାଣିଛ ଆମେ ଏକ ବାବାଙ୍କର ସନ୍ତାନ ପରସ୍ପର ଭାଇ-ଭଉଣୀ ଅଟୁ । ତେଣୁ ଆମେ ଖରାପ କର୍ମ କରିପାରିବୁ ନାହିଁ । ଭାଇ ଭଉଣୀ ବିକାରରେ ଯାଇପାରିବେ ନାହିଁ । ବାବା ଏହି ଯୁକ୍ତି ରଚନା କରିଛନ୍ତି - ଡ୍ରାମା ଅନୁସାରେ ତୁମେ ମଧ୍ୟ ବ୍ରହ୍ମାକୁମାର ଆମେ ମଧ୍ୟ ବ୍ରହ୍ମାକୁମାରୀ ଅଟୁ । ବାସ୍ତବରେ ସାରା ଦୁନିଆ ବି.କେ. ଅଟେ । କିନ୍ତୁ କେହି ଜାଣିନାହାଁନ୍ତି । ଆମେ ଶିବବାବାଙ୍କ ମତରେ ବେହଦର ବର୍ସା ନେଉଛୁ । ମାୟା ମଧ୍ୟ କମ୍ ନୁହେଁ । ଚତୁର୍ଦ୍ଦିଗରୁ ବିଘ୍ନ ପକାଉଛି । ଆମେ ଭାଇ ଭଉଣୀ ଅଟୁ, ଏକମାତ୍ର ବାବାଙ୍କଠାରୁ ବର୍ସା ନେଉଛୁ, ଏକଥା ଭୁଲିଯାଉଛନ୍ତି । ଏକଥା ତ ଭଲ ଭାବରେ ବୁଝୁଛ ଯେ, ସତ୍ୟଯୁଗରେ ଏକ ହିଁ ଧର୍ମ ରହିବ । ବାକି ସବୁ ଧର୍ମ ସମାପ୍ତ ହୋଇଯିବ । ଏକଥା ମଧ୍ୟ ପିଲାମାନେ ଜାଣିଛନ୍ତି, ଏହା କୌଣସି ନୂଆ କଥା ନୁହେଁ । ପ୍ରତ୍ୟେକ ୫ ହଜାର ବର୍ଷ ପରେ ଏହି ଚକ୍ର ଘୂରେ । ଏହାର ତିଥି ତାରିଖ ମଧ୍ୟ ଲେଖାଯାଇଛି । ଏକଥା ମଧ୍ୟ ବୁଦ୍ଧିରେ ରହିବା ଦରକାର - ଆମେ ଶିବବାବାଙ୍କଠାରୁ ଏହି ଯୁକ୍ତିରେ ବର୍ସା ନେଇଥାଉ । ଲକ୍ଷ୍ୟ ତ ମିଳିଛି ନା । ବାବାଙ୍କୁ ୟାଦ କରି ବାବାଙ୍କଠାରୁ ବର୍ସା ନେବାକୁ ହେବ । ୟାଦ ଅର୍ଥାତ୍ ଯୋଗବଳ ଦ୍ୱାରା ହିଁ କଳଙ୍କି ବାହାରିବ । ଏଥିରେ କୌଣସି ଭୁଲ୍ ନ ହେଉ, ସେଥିପାଇଁ ମୁରଲୀ ମିଳୁଛି । ପକ୍କା ନିଶ୍ଚୟବୁଦ୍ଧି ଥିଲେ ତୁମେ କେଉଁଆଡେ ବି ଯାଇପାରିବ । ଧରିନିଅ ମୁରଲୀ ମିଳୁନାହିଁ, ତେବେ ବି ବୁଦ୍ଧିରେ ତ ଅଛି ନା- ଆମେ ବାବାଙ୍କର ହୋଇଯାଇଛୁ । ବାବା ବୁଝାଉଛନ୍ତି, ତୁମର ଆତ୍ମା ତମୋପ୍ରଧାନ ହୋଇଯାଇଛି, ଏବେ ତୁମେ ବାବାଙ୍କୁ ୟାଦ କଲେ ତମୋପ୍ରଧାନରୁ ସତ୍ୱପ୍ରଧାନ ହୋଇଯିବ । ଏହି ମହାମନ୍ତ୍ର ଏକମାତ୍ର ବାବା ହିଁ ବତାଉଛନ୍ତି ଆଉ କେହି ବତାଇପାରିବେ ନାହିଁ । ବାବା ହିଁ କହୁଛନ୍ତି ମିଠା-ମିଠା ପିଲାମାନେ ୟାଦର ବଳ ଦ୍ୱାରା ହିଁ ତୁମକୁ ତମୋପ୍ରଧାନରୁ ସତ୍ୱପ୍ରଧାନ ହେବାକୁ ପଡିବ । ଏହି ବାକ୍ୟ ରହିଛି କିନ୍ତୁ କାହାରି ବୁଦ୍ଧିରେ ଆସୁନାହିଁ । ଏବେ ତୁମେ ବୁଝୁଛ ଯେ ବାସ୍ତବରେ କଳ୍ପ ପୂର୍ବରୁ ମଧ୍ୟ ବାବା ଏହି ବାକ୍ୟ କହିଥିଲେ ଯେ ଦେହର ସବୁ ଧର୍ମକୁ ଛାଡ ନିଜକୁ ଆତ୍ମା ମନେ କର । ଏସବୁ ଦେହର ଧର୍ମ ଅଟେ ନା । ସମସ୍ତଙ୍କର ପିତା ଜଣେ ହିଁ ଅଟନ୍ତି । ସବୁ ଆତ୍ମାମାନେ ଏକମାତ୍ର ସେହି ବାବାଙ୍କୁ ଡାକୁଛନ୍ତି । ପୋପ ମଧ୍ୟ ଈଶ୍ୱରଙ୍କୁ ୟାଦ କରୁଛନ୍ତି । କହୁଛନ୍ତି ହେ ଈଶ୍ୱର ପିତା ଦୟା କର । ଏହି ମନୁଷ୍ୟମାନଙ୍କର କ୍ରୋଧୀ ବୁଦ୍ଧିକୁ ବଦଳାଇ ଦିଅ ତେବେ ପରସ୍ପର ମଧ୍ୟରେ ଲଢେଇ କରିବେ ନାହିଁ । ବାବାଙ୍କୁ ହିଁ ତ ୟାଦ କରିବେ ନା । ଆଉ କାହାକୁ ୟାଦ କରୁନାହାଁନ୍ତି । ଶିବବାବାଙ୍କୁ ହଁ ଡାକୁଛନ୍ତି ଯେ ଆସି ପତିତଙ୍କୁ ପବିତ୍ର କରାଅ । ପବିତ୍ର ହୋଇଗଲେ ବିକାରୀ ରାବଣର ଦୁନିଆରେ ରହିପାରିବେ ନାହିଁ ପୁଣି ନିଶ୍ଚୟ ନୂଆ ଦୁନିଆ ଦରକାର । କଳିଯୁଗରୁ ବଦଳି ସତ୍ୟଯୁଗ ତ ହେବ ନା । କିନ୍ତୁ ଏତିକି ବି ବୁଝି ପାରୁନାହାଁନ୍ତି । ଜଣେ ଡାକ୍ତର ଆସିଥିଲେ କହୁଥିଲେ - ଏବେ ତ କଳିଯୁଗ ଅଛି, ତେବେ କଳିଯୁଗ ହିଁ ଚାଲିବ । ଆରେ ସବୁଦିନ ପାଇଁ କଳିଯୁଗ କିପରି ଚାଲିବ । କଳିଯୁଗଟା କ’ଣ ଭଲ କି! ସମସ୍ତେ କ’ଣ ଜ୍ଞାନକୁ ବୁଝିଛନ୍ତି କେବଳ ଭାବନା ଅଛି, ତେଣୁ ଅନ୍ୟମାନଙ୍କୁ ନେଇଆସୁଛନ୍ତି । ସେମାନଙ୍କୁ ଅନୁଭବ ହେଉନାହିଁ କିନ୍ତୁ ଯେଉଁମାନଙ୍କୁ ଆଣୁଛନ୍ତି ଯଦି ସେମାନଙ୍କୁ କିଛି ଅନୁଭବ ହୋଇଯାଏ ବା ନିଶ୍ଚୟବୁଦ୍ଧି ହୋଇଯାଆନ୍ତି ତେବେ କିଛି ନା କିଛି ଦଲାଲି ବା ପାଉଣା ମିଳିଯିବ । ଆମେ ସ୍ୱର୍ଗରେ ତ ଆସିଯିବୁ । ଯଦି ବାବାଙ୍କଠାରୁ ଟିକିଏ ବି ଜ୍ଞାନ ଶୁଣୁଛନ୍ତି, ତେବେ ସ୍ୱର୍ଗରେ ନିଶ୍ଚିତ ଆସିଯିବେ । କାହିଁକି ନା ସ୍ୱର୍ଗୀୟ ଈଶ୍ୱର ପିତାଙ୍କର ବା ବାବାଙ୍କର ସମ୍ମୁଖରେ ଆସି ବସିଛନ୍ତି । ବାବା ବୁଝାଉଛନ୍ତି - ମୁଁ ସମସ୍ତଙ୍କର ପିତା ଅଟେ ନା । କେହି ବିଶ୍ୱାସ କରୁନାହାଁନ୍ତି ଯେ ଶିବବାବା କିପରି ଆସିବେ । ଆମର ଆତ୍ମା ଯଦି ଆସିପାରୁଛି ତେବେ ମୁଁ କାହିଁକି ଆସିପାରିବି ନାହିଁ । ଆତ୍ମା ଯଦି ଗୋଟିଏ ଶରୀର ଛାଡି ଅନ୍ୟ ଶରୀରକୁ ଯାଇପାରୁଛି ତେବେ ମୁଁ କାହିଁକି ଆସିପାରିବି ନାହିଁ । ନହେଲେ ମୁଁ କିପରି ଆସିବି! ଡାକୁଛନ୍ତି ମଧ୍ୟ ହେ ପତିତ-ପାବନ ବାବା ଆସିକରି ପତିତରୁ ପବିତ୍ର କରାଅ । ବାବା କହୁଛନ୍ତି ମୁଁ ଭାରତକୁ ହିଁ ଆସୁଛି । କଳ୍ପ-କଳ୍ପର ସଂଗମରେ ଥରେ ମାତ୍ର ଆସୁଛି । ତୁମେ ଯେବେ ୮୪ ଜନ୍ମ ପୂରା କରୁଛ ତେବେ ମୁଁ ଆସୁଛି । ତୁମ ସନ୍ତାନମାନଙ୍କର ନିଶ୍ଚୟ ଅଛି ବାବା ଆସିଛନ୍ତି ପୁଣି ଥରେ ବର୍ସା ଦେବା ପାଇଁ । ବାବା କହୁଛନ୍ତି ମୋର ଧନ୍ଦା ହିଁ ହେଉଛି ପୁରୁଣା ଦୁନିଆକୁ ବଦଳାଇ ନୂଆ ଦୁନିଆ ସ୍ଥାପନ କରିବା ସେଥିପାଇଁ ଗାୟନ ରହିଛି ନୂଆ ଦୁନିଆର ସ୍ଥାପନା, ପୁରୁଣା ଦୁନିଆର ବିନାଶ ହେବ ତୁମେ ତା’ପରେ ପାଳନା କରିବ । ଜ୍ଞାନର ଆଲୋକ ମିଳିଛି ନା । କାଳୀଙ୍କ ମନ୍ଦିର ଦେଖିଲେ ବୁଝିବେ ଯେ ଏହି ମୂର୍ତ୍ତି ଠିକ୍ ନୁହେଁ । ବାସ୍ତବରେ କାଳୀ ଜଗଦମ୍ବା ଅଟନ୍ତି । କିନ୍ତୁ ତାଙ୍କର ରୂପ ଏପରି ଭୟାନକ ନୁହେଁ । ବଙ୍ଗଳାରେ କାଳୀଙ୍କ ଆଗରେ ବଳି ଚଢାଇଥାନ୍ତି, କିନ୍ତୁ କିଛି ହେଲେ ବି ଜାଣିନାହାଁନ୍ତି । ଜଗତଅମ୍ବାଙ୍କ ମନ୍ଦିରକୁ ଲକ୍ଷ-ଲକ୍ଷ ଭକ୍ତ ଆସିଥାନ୍ତି । ସବୁବେଳେ ଯେପରି ମେଳା ହିଁ ଲାଗି ରହିଛି । ଛୋଟିଆ ମୂର୍ତ୍ତି ରଖାଯାଇଛି ନା । ତାଙ୍କର ନାମ ଜଗତଅମ୍ବା ରଖିଦେଇଛନ୍ତି । ତେବେ ଜଗତଅମ୍ବା ତ ଜଣେ ହେବା ଦରକାର । ସିନ୍ଧ ପ୍ରଦେଶରେ କାଳୀଙ୍କ ମନ୍ଦିର କିପରି ତିଆରି ହୋଇଥିଲେ । ଥରେ ଦୁର୍ଗରେ ବମ୍ ଫୁଟିଲା ତ ଜଣେ ଫକୀର କହିଲା ଯେ କାଳୀ ମାତା ରାଗିଛନ୍ତି, ବାସ୍ ତାପରେ ସେ ଯାଇ ସେଠାରେ କାଳୀଙ୍କ ମନ୍ଦିର କରିଦେଲା । ତେବେ କାଳୀ କିଏ! କିଛି ବି ଜାଣିନାହାଁନ୍ତି । ତୁମକୁ ଏବେ ଜ୍ଞାନ ମିଳିଛି, ଏଭଳି କୌଣସି ଜିନିଷ ନାହିଁ ଯାହାକୁ ତୁମେ ଜାଣିନାହଁ । ଜାଣିଛ ଯେ ବାବାଙ୍କଠାରୁ ବର୍ସା ନେଉଛୁ, ତେଣୁ ପୂରା ପୁରୁଷାର୍ଥ କରିବା ଦରକାର ନା ।

ପ୍ରଥମ ନମ୍ବରର ଦୁଃଖ ସେବେ ଆରମ୍ଭ ହୋଇଥାଏ ଯେବେ କୁମାର କୁମାରୀ ବିବାହ କରିଥାନ୍ତି । ତୁମକୁ ତ କେବେ ବିବାହ କରିବାର ଖିଆଲ ବି ଆସିବା ଉଚିତ୍ ନୁହେଁ । ଏବେ ବାବା କହୁଛନ୍ତି ଏହି ରାବଣ ରାଜ୍ୟ ସମାପ୍ତ ହୋଇଯିବ । ଏହା ହେଲା ବିକାରୀ ଗୃହସ୍ଥ ବ୍ୟବହାର । ଦେବୀ-ଦେବତାମାନଙ୍କ ପାଇଁ ଗୀତ ଗାଉଛନ୍ତି । ଏକଥା କାହାକୁ ଜଣାନାହିଁ କି ଏହି ଦେବୀ-ଦେବତାମାନଙ୍କୁ କିଏ ନିର୍ବିକାରୀ କରାଇଛନ୍ତି । ସତ୍ୟଯୁଗ ହେଲା ସଂପୂର୍ଣ୍ଣ ନିର୍ବିକାରୀ ଦୁନିଆ । ଶାସ୍ତ୍ରରେ ପୁଣି ଦେଖାଇ ଦେଇଛନ୍ତି ଯେ ସେଠାରେ ମଧ୍ୟ ବିକାର ଥିଲା । କିନ୍ତୁ ତାହା ତ ହେଉଛି ନିର୍ବିକାରୀ ଦୁନିଆ, ବିକାରୀ ଦୁନିଆ ଏବଂ ନିର୍ବିକାରୀ ଦୁନିଆ ମଧ୍ୟରେ କେତେ ଫରକ ରହିଛି । ଏହି କଥା ଆଉ କାହାରି ବୁଦ୍ଧିରେ ନାହିଁ । ତୁମେ ଜାଣିଛ ଯେ ଏହି ଲକ୍ଷ୍ମୀ-ନାରାୟଣଙ୍କ ରାଜ୍ୟ ଥିବା ସମୟରେ କେତେ କମ୍ ମନୁଷ୍ୟ ଥିଲେ । ଗୋଟିଏ ଧର୍ମ ହିଁ ଥିଲା ପୁଣି ବୃଦ୍ଧି ହୋଇ ଚାଲିଲା । ପୂରା ଚକ୍ର ମଧ୍ୟ ଲଗାଇବାକୁ ପଡିବ, ତେବେ କୁହାଯିବ ପୁରା ପୃଥିବୀର ଚକ୍ର ଲଗାଇଲ । ସମୁଦ୍ରର ଚକ୍ର ତ ଲଗାଇପାରିବ ନାହିଁ । ସତ୍ୟଯୁଗରେ କମ୍ ଲୋକ ଥିବାରୁ କେତେ କମ୍ ଜାଗା ନେଉଛନ୍ତି । ଏବେ ମନୁଷ୍ୟ ସୃଷ୍ଟିର ସୀମା ସମାପ୍ତ ହେବାକୁ ଯାଉଛି । ଉପରେ ଯେଉଁ ଅଳ୍ପ ଆତ୍ମାମାନେ ରହିଛନ୍ତି - ସେମାନେ ମଧ୍ୟ ଆସି ଚାଲିଛନ୍ତି । ମନୁଷ୍ୟ ବଢିଚାଲିଛନ୍ତି । ଯେବେ ସେଠାରୁ ଆତ୍ମାମାନଙ୍କର ଆସିବା ଶେଷ ହୋଇଯିବ, ତୁମର କର୍ମାତୀତ ଅବସ୍ଥା ହୋଇଯିବ ତାପରେ ଯାଇ ଆତ୍ମାମାନଙ୍କୁ ଶରୀର ଛାଡିଯିବାକୁ ପଡିବ । ସେମାନେ ଆସିବେ ଏବଂ ତୁମକୁ ଯିବାକୁ ପଡିବ । ଅଳ୍ପ ଅଳ୍ପ ସଂଖ୍ୟାରେ ଆସିଚାଲିଥାନ୍ତି । ଏହା ତ ବୁଝିବାର କଥା ନା । ଆମେ ପ୍ରଥମେ ପ୍ରଥମେ ଯାଇ ସେଠାରେ ରହିବୁ । ଆମେ ସେଠାରେ ଥିବା ସମୟରେ ଆଉ କେହି ରହିବା ଉଚିତ୍ ନୁହେଁ । ଏସବୁ ବିସ୍ତାରର କଥା । ତଥାପି ମଧ୍ୟ ପିଲାମାନଙ୍କୁ ବାବା କହୁଛନ୍ତି - ଆଚ୍ଛା ନିଜର ପ୍ରିୟ ପିତାଙ୍କୁ ୟାଦ କର । ବାବାଙ୍କୁ ୟାଦ କଲେ ତୁମର ଫାଇଦା ଅଛି । ଏହି ଇତିହାସ-ଭୂଗୋଳ ତ ମନୁଷ୍ୟ ବହୁତ ପଢୁଛନ୍ତି । ବହୁତ ଦୂର-ଦୂର ସ୍ଥାନକୁ ଯାଉଛନ୍ତି । ଚନ୍ଦ୍ରକୁ ମଧ୍ୟ ଯାଉଛନ୍ତି । ଏହା ହେଲା ବିଜ୍ଞାନର ଗର୍ବ । ସେମାନେ ଅତିକୁ ଯାଉଛନ୍ତି । ଚନ୍ଦ୍ରରେ କ’ଣ କିଛି ଅଛି । ତୁମେ ତ ସୂର୍ଯ୍ୟ ଚନ୍ଦ୍ରଠାରୁ ମଧ୍ୟ ଉର୍ଦ୍ଧ୍ୱକୁ ଯାଉଛ । ଏହି ଜ୍ଞାନ ବର୍ତ୍ତମାନ ତୁମ ବୁଦ୍ଧିରେ ଅଛି । ଜାଣିଛ ଯେ ଡ୍ରାମାର ପ୍ଲାନ ଅନୁସାରେ ବାବା ଏସବୁ ବତାଉଛନ୍ତି । ବାବା ହିଁ କହୁଛନ୍ତି ମୁଁ ତୁମକୁ ପତିତରୁ ପାବନ କରୁଛି । ଏହା ମୋର ପାର୍ଟ ଅଟେ । ଭକ୍ତିମାର୍ଗରେ ମଧ୍ୟ ମୋର ଏହି ପାର୍ଟ ରହିଛି । ଏହା ତ ଡ୍ରାମା ଅଟେ ନା । ତୁମ ପରି ମୁଁ ମଧ୍ୟ ପାର୍ଟଧାରୀ ଅଟେ । ମୋର କାମ ହେଲା ତୁମକୁ ପତିତରୁ ପାବନ କରାଇବା । ଯିଏ କିଛି କରିଥାନ୍ତି, ତାଙ୍କର ମହିମା ହୋଇଥାଏ ନା । ଏହି ଲକ୍ଷ୍ମୀ-ନାରାୟଣଙ୍କର କେତେ ମହିମା ରହିଛି । କିନ୍ତୁ ତାଙ୍କୁ ଏହିପରି ଯୋଗ୍ୟ କିଏ କରାଇଲେ । ଇଏ ସୁଖଧାମର ମାଲିକ ଥିଲେ । ଏବେ ତ ଅନେକ ପ୍ରକାରର କେତେ ଦୁଃଖ ରହିଛି । ଆଜି କେହି ମଲା, ଝଗଡା ହେଲା, ଯଦିଓ କାହା ପାଖରେ ଲକ୍ଷେ କୋଟିଏ ପଦ୍ମ ଅଛି, କିନ୍ତୁ କୌଣସି ରୋଗ ଆଦି ହେଲେ କ’ଣ କରିବେ! ବିରଳାଙ୍କ ପାଖରେ କେତେ ପଇସା ଅଛି! ତାଙ୍କ ପାଖରେ ଏହି ଗୋଟିଏ ଜନ୍ମରେ ହିଁ ପଇସା ରହୁଛି, କିନ୍ତୁ ଏପରି କେହି ନାହାଁନ୍ତି ଯାହାଙ୍କର କୌଣସି ଦୁଃଖ ନାହିଁ । ସମସ୍ତଙ୍କର କୌଣସି ନା କୌଣସି ପ୍ରକାରର ଦୁଃଖ ରହିଛି । ଏବେ ତ ଏହି ଟଙ୍କା ପଇସା ଆଦି ସବୁ ମାଟିରେ ମିଶିଯିବ । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) କର୍ମାତୀତ ଅବସ୍ଥାକୁ ପ୍ରାପ୍ତ କରି ଘରକୁ ଫେରିବାକୁ ହେବ କିନ୍ତୁ ସେତେବେଳେ ଆମେ ଘରକୁ ଫେରିବା ଯେତେବେଳେ ଆତ୍ମାମାନଙ୍କର ଆସିବା ବନ୍ଦ ହେବ, ଏହି ବିସ୍ତାରକୁ ବୁଦ୍ଧିରେ ରଖି ଏକମାତ୍ର ବାବାଙ୍କୁ ସ୍ନେହରେ ୟାଦ କରିବାକୁ ହେବ ।

(୨) ଆମକୁ ଜ୍ଞାନର ଆଲୋକ ମିଳିଛି ସେଥିପାଇଁ ନିଶ୍ଚୟବୁଦ୍ଧି ହୋଇ ବାବାଙ୍କଠାରୁ ପୂରା ସମ୍ପତ୍ତି ନେବାକୁ ହେବ । କେଉଁଠି ରହିଲେ ମଧ୍ୟ ୟାଦର ବଳ ଦ୍ୱାରା ଆତ୍ମାକୁ ତମୋପ୍ରଧାନରୁ ସତ୍ତ୍ୱପ୍ରଧାନ କରିବାର ପୁରୁଷାର୍ଥ କରିବାକୁ ହେବ ।

ବରଦାନ:-
ସ୍ୱମାନରେ ସ୍ଥିତ ରହି ବିଶ୍ୱ ଦ୍ୱାରା ସମ୍ମାନ ପ୍ରାପ୍ତ କରୁଥିବା, ଦେହ ଅଭିମାନ ମୁକ୍ତ ଭବ ।

ପାଠପଢାର ମୂଳ ଲକ୍ଷ୍ୟ ହେଲା - ଦେହ ଅଭିମାନରୁ ମୁକ୍ତ ହୋଇ ଦେହୀ-ଅଭିମାନୀ ହେବା । ତେବେ ଏହି ଦେହ-ଅଭିମାନଠାରୁ ନିଆରା ଅର୍ଥାତ୍ ମୁକ୍ତ ହେବାର ବିଧି ହେଲା - ସର୍ବଦା ସ୍ୱମାନରେ ସ୍ଥିତ ରହିବା । ସଂଗମଯୁଗର ଏବଂ ଭବିଷ୍ୟତର ଯେଉଁ ସବୁ ଅନେକ ଗୁଡିଏ ସ୍ୱମାନ ରହିଛି ସେଥିରୁ କୌଣସି ଗୋଟିଏ ବି ସ୍ୱମାନରେ ସ୍ଥିତ ରହିବା ଦ୍ୱାରା ଦେହ ଅଭିମାନ ସମାପ୍ତ ହେବାକୁ ଲାଗିବ । ଯେଉଁମାନେ ସ୍ୱମାନରେ ସ୍ଥିତ ରହିଥାଆନ୍ତି ସେମାନଙ୍କୁ ସ୍ୱତଃ ହିଁ ମାନ ପ୍ରାପ୍ତ ହୋଇଥାଏ । ସର୍ବଦା ସ୍ୱମାନରେ ସ୍ଥିତ ରହିବାବାଲା ହିଁ ବିଶ୍ୱ ମହାରାଜନ ହୋଇଥାଆନ୍ତି ଏବଂ ବିଶ୍ୱ ସେମାନଙ୍କୁ ସମ୍ମାନ ଦେଇଥାଏ ।

ସ୍ଲୋଗାନ:-
ଯେପରି ସମୟ ସେହିପରି ନିଜକୁ ପରିବର୍ତ୍ତନ କରିନେବା - ଏହା ହିଁ ହେଉଛି ସହି ସୁନା ହେବା ।

ଅବ୍ୟକ୍ତ ଈଶାରା - ଜ୍ୱାଳା ସ୍ୱରୂପ ସ୍ଥିତିରେ ରହି ଶକ୍ତିଶାଳୀ ଯୋଗର ଅନୁଭବ କର ।

ଏବେ ନିର୍ଭୟ ଏବଂ ଜ୍ୱାଳାମୁଖୀ ହୋଇ ପ୍ରକୃତି ଏବଂ ଆତ୍ମାମାନଙ୍କ ଭିତରେ ଯେଉଁ ତମୋଗୁଣୀ ରହିଛି ସେଗୁଡିକୁ ଭସ୍ମ କର । ତପସ୍ୟା ଅର୍ଥାତ୍ ଜ୍ୱାଳା ସ୍ୱରୂପ ଯୋଗ, ଏହି ଯୋଗ ଦ୍ୱାରା ହିଁ ମାୟାର ବା ପ୍ରକୃତିର ବିକରାଳ ରୂପ ମଧ୍ୟ ଶୀତଳ ହୋଇଯିବ । ତୁମମାନଙ୍କର ତୃତୀୟ ନେତ୍ର ବା ଜ୍ୱାଳାମୁଖୀ ନେତ୍ର ମାୟାକୁ ଶକ୍ତିହୀନ କରିଦେବ ।