15.08.25 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ସକାଳୁ
ସକାଳୁ ଉଠି ଏହି ଚିନ୍ତନ କର ଯେ ମୁଁ ଏତେ ଛୋଟ ଆତ୍ମା କେତେ ବଡ ଶରୀରକୁ ଚଳାଉଛି, ମୋ ଆତ୍ମାରେ
ଅବିନାଶୀ ପାର୍ଟ ନିଧାର୍ଯ୍ୟ ହୋଇ ରହିଛି ।’’
ପ୍ରଶ୍ନ:-
ଶିବବାବାଙ୍କର
କେଉଁ ଅଭ୍ୟାସ ରହିଛି, କେଉଁଟି ନାହିଁ?
ଉତ୍ତର:-
ଆତ୍ମାକୁ ଜ୍ଞାନ ରତ୍ନରେ ସଜେଇବାର ଅଭ୍ୟାସ ଶିବବାବାଙ୍କର ରହିଛି, ବାକି ଶରୀରକୁ ସଜେଇବାର
ଅଭ୍ୟାସ ତାଙ୍କର ନାହିଁ କାହିଁକି ନା ବାବା କହୁଛନ୍ତି ମୋର ତ ନିଜର ଶରୀର ନାହିଁ । ମୁଁ ଏହାଙ୍କର
ଶରୀର ଯଦିଓ ଭଡାରେ ନେଉଛି କିନ୍ତୁ ଏହି ଶରୀରକୁ ସଜେଇବାର କାମ ଏହି ଆତ୍ମା ନିଜେ କରିଥାଏ, ମୁଁ
କରେ ନାହିଁ । ମୁଁ ତ ସର୍ବଦା ଅଶରୀରି ରହେ ।
ଗୀତ:-
ବଦଲ ଯାଏ ଦୁନିଆ
ନାଁ ବଦଲଙ୍ଗେ ହମ...
ଓମ୍ ଶାନ୍ତି ।
ପିଲାମାନେ ଏହି
ଗୀତ ଶୁଣିଲେ । କିଏ ଶୁଣିଲା? ଆତ୍ମା ଏହି ଶରୀରର କାନ ଦ୍ୱାରା ଶୁଣିଲା । ପିଲାମାନଙ୍କୁ ମଧ୍ୟ ଏହା
ଜଣାପଡିଲା ଯେ ଆତ୍ମା କେତେ ଛୋଟ । ସେହି ଆତ୍ମା ଏହି ଶରୀରରେ ନ ରହିଲେ ଶରୀର କୌଣସି କାର୍ଯ୍ୟରେ
ଆସେ ନାହିଁ । କେତେ ଛୋଟ ଆତ୍ମାର ଆଧାରରେ ଏତେ ବଡ ଶରୀର ଚାଲୁଛି । ଦୁନିଆରେ କାହାକୁ ଜଣାନାହିଁ
ଯେ ଆତ୍ମା ଜିନିଷ କ’ଣ ଯିଏକି ଏହି ଶରୀର ରୂପକ ରଥ ଉପରେ ବିରାଜମାନ ହୋଇଥାଏ । ଅକାଳମୁରତ ଆତ୍ମାର
ଏହା ହେଉଛନ୍ତି ସିଂହାସନ । ପିଲାମାନଙ୍କୁ ହିଁ ଏହି ଜ୍ଞାନ ମିଳୁଛି । କେତେ ରମଣୀୟ ରହସ୍ୟଯୁକ୍ତ
ଜ୍ଞାନ । ଯେତେବେଳେ ଏହିଭଳି କୌଣସି ରହସ୍ୟଯୁକ୍ତ କଥା ଶୁଣାଯାଇଥାଏ ତେବେ ଚିନ୍ତନ ଚାଲିଥାଏ ।
ତୁମ ସନ୍ତାନମାନଙ୍କର ମଧ୍ୟ ଏହି ଚିନ୍ତନ ଚାଲିଥାଏ - ଏତେ ଛୋଟ ଆତ୍ମା ଏତେ ବଡ ଶରୀରରେ ବାସ କରୁଛି
। ଆତ୍ମାରେ ୮୪ ଜନ୍ମର ପାର୍ଟ ନିଧାର୍ଯ୍ୟ ହୋଇ ରହିଛି । ଶରୀର ତ ବିନାଶ ହୋଇଯାଉଛି । ବାକି ଆତ୍ମା
ରହିଯାଉଛି । ଏହା ବହୁତ ବିଚାର ଯୋଗ୍ୟ କଥା । ସକାଳୁ ଉଠି ଏହି ଚିନ୍ତନ କରିବା ଦରକାର ।
ପିଲାମାନଙ୍କର ସ୍ମୃତିରେ ଆସିଛି ଯେ ଆତ୍ମା କେତେ ଛୋଟ, ତାକୁ ଅବିନାଶୀ ପାର୍ଟ ମିଳିଛି । ମୁଁ
ଆତ୍ମା କେତେ ଆଶ୍ଚର୍ଯ୍ୟଜନକ ଅଟେ । ଏହା ହେଉଛି ନୂଆ ଜ୍ଞାନ । ଯାହାକି ଦୁନିଆରେ କାହାକୁ ବି ଜଣା
ନାହିଁ । ବାବା ହିଁ ଆସି ଜଣାଉଛନ୍ତି, ଯାହାକୁ ସ୍ମରଣ କରିବାର ଅଛି । ମୁଁ କେତେ ଛୋଟ ଆତ୍ମା
କିପରି ଅଭିନୟ କରୁଛି । ଶରୀର ୫ ତତ୍ତ୍ୱରେ ତିଆରି ହେଉଛି । ବାବାଙ୍କୁ କ’ଣ ଜଣା ପଡୁଛି କି!
ଶିବବାବାଙ୍କର ଆତ୍ମା କିପରି ଆସୁଛି ଯାଉଛି । ଏପରି ବି ନୁହେଁ, ସବୁବେଳେ ଏହାଙ୍କ ଭିତରେ ରହୁଛି
। ତେଣୁ ଏହି ଚିନ୍ତନ କରିବାକୁ ହେବ । ତୁମ ସନ୍ତାନମାନଙ୍କୁ ବାବା ଏପରି ଜ୍ଞାନ ଦେଉଛନ୍ତି ଯାହାକି
କେବେ କାହାକୁ ମିଳିପାରିବ ନାହିଁ । ତୁମେ ଜାଣୁଛ ଯେ ନିଶ୍ଚିତ ଭାବରେ ଏହି ଜ୍ଞାନ
ବ୍ରହ୍ମାବାବାଙ୍କ ଆତ୍ମାରେ ନଥିଲା । ଅନ୍ୟ ସତ୍ସଙ୍ଗରେ ଏହିଭଳି କଥା ଉପରେ କାହାର ବିଚାର ଚାଲି
ନ ଥାଏ । ଆତ୍ମା ଏବଂ ପରମାତ୍ମାଙ୍କ ସମ୍ବନ୍ଧରେ ସାମାନ୍ୟ ଜ୍ଞାନ ବି ନାହିଁ । କୌଣସି ବି
ସାଧୁ-ସନ୍ନ୍ୟାସୀ ଆଦି ଏହା କ’ଣ ବୁଝୁଛନ୍ତି ଯେ ମୁଁ ଆତ୍ମା ଶରୀର ଦ୍ୱାରା ଏହାଙ୍କୁ ମନ୍ତ୍ର
ଦେଉଛି । ଆତ୍ମା ଶରୀର ଦ୍ୱାରା ଶାସ୍ତ୍ର ପଢୁଛି । ଜଣେ ବି ମନୁଷ୍ୟ ଆତ୍ମ-ଅଭିମାନୀ ନୁହଁନ୍ତି ।
ଆତ୍ମାର ଜ୍ଞାନ ତ କାହା ପାଖରେ ନାହିଁ, ତାହା ହେଲେ ପୁଣି ବାବାଙ୍କର ଜ୍ଞାନ କିପରି ଥିବ ।
ତୁମେ ସନ୍ତାନମାନେ
ଜାଣୁଛ ଯେ ଆମ ଆତ୍ମାମାନଙ୍କୁ ବାବା କହୁଛନ୍ତି ଯେ ମିଠା-ମିଠା ସନ୍ତାନମାନେ! ତୁମେ କେତେ ହୁସିଆର
(ବୁଦ୍ଧିମାନ) ହେଉଛ । ଏପରି କୌଣସି ମନୁଷ୍ୟ ନାହାଁନ୍ତି ଯିଏକି ବୁଝିଛନ୍ତି ଯେ ଏହି ଶରୀରରେ ଯେଉଁ
ଆତ୍ମା ଅଛି, ତାକୁ ପରମପିତା ପରମାତ୍ମା ପଢାଉଛନ୍ତି । କେତେ ବୁଝିବାର କଥା । ପରନ୍ତୁ ପୁଣି ବି
ଧନ୍ଦା ଆଦିରେ ବ୍ୟସ୍ତ ରହିବା ଦ୍ୱାରା ଭୁଲିଯାଉଛ । ପ୍ରଥମେ ତ ବାବା ଆତ୍ମାର ଜ୍ଞାନ ଦେଇଥାନ୍ତି
ଯାହା କୌଣସି ବି ମନୁଷ୍ୟଙ୍କ ପାଖରେ ନାହିଁ । ଗାୟନ ମଧ୍ୟ ରହିଛି ନା - ଆତ୍ମା ଏବଂ ପରମାତ୍ମା
ଅଲଗା ରହେ ବହୁକାଲ... ହିସାବ ରହିଛି ନା । ତୁମେ ସନ୍ତାନମାନେ ଜାଣୁଛ ଯେ ଆତ୍ମା ହିଁ କଥା
କହିଥାଏ ଶରୀର ଦ୍ୱାରା । ଆତ୍ମା ହିଁ ଶରୀର ଦ୍ୱାରା ଭଲ କିମ୍ବା ମନ୍ଦ କାମ କରୁଛି । ବାବା ଆସି
ଆତ୍ମାମାନଙ୍କୁ କେତେ ଗୁଲଗୁଲ୍ କରୁଛନ୍ତି । ପ୍ରଥମ କଥା ବାବା କହୁଛନ୍ତି ସକାଳୁ ଉଠି ପ୍ରଥମେ ଏହି
ଅଭ୍ୟାସ କିମ୍ବା ବିଚାର କର ଯେ ଆତ୍ମା କ’ଣ? ଯିଏକି ଏହି ଶରୀର ଦ୍ୱାରା ଶୁଣୁଛି । ଆତ୍ମାର ପିତା
ହେଉଛନ୍ତି ପରମପିତା ପରମାତ୍ମା, ଯାହାଙ୍କୁ ପତିତ-ପାବନ, ଜ୍ଞାନର ସାଗର କହନ୍ତି । ତେବେ କୌଣସି
ମନୁଷ୍ୟକୁ ସୁଖର ସାଗର, ଶାନ୍ତିର ସାଗର କିପରି କହିପାରିବା । କ’ଣ ଲକ୍ଷ୍ମୀ-ନାରାୟଣଙ୍କୁ ସର୍ବଦା
ପବିତ୍ରତାର ସାଗର ବୋଲ କୁହାଯିବ? ନା । ଏକ ବାବା ହିଁ ହେଉଛନ୍ତି ସର୍ବଦା ପବିତ୍ରତାର ସାଗର ।
ମନୁଷ୍ୟ ତ କେବଳ ଭକ୍ତିମାର୍ଗର ଶାସ୍ତ୍ରର କଥା ବସି ବର୍ଣ୍ଣନା କରିଥାନ୍ତି । ବାସ୍ତବିକ ଅନୁଭବ
ନାହିଁ । ଏପରି ଭାବନ୍ତି ନାହିଁ ଯେ ମୁଁ ଆତ୍ମା ଏହି ଶରୀର ଦ୍ୱାରା ବାବାଙ୍କର ମହିମା କରୁଛି ।
ସେ ଆମର ବହୁତ ମିଠା ବାବା । ସେ ହିଁ ହେଉଛନ୍ତି ସୁଖଦାତା । ବାବା କହୁଛନ୍ତି - ହେ ଆତ୍ମାମାନେ
ଏବେ ମୋ ମତରେ ଚାଲ । ଅବିନାଶୀ ଆତ୍ମାକୁ ଅବିନାଶୀ ବାବାଙ୍କ ଦ୍ୱାରା ଅବିନାଶୀ ମତ ମିଳୁଛି ।
ବିନାଶୀ ଶରୀରଧାରୀ ମନୁଷ୍ୟମାନଙ୍କୁ ବିନାଶୀ ଶରୀରଧାରୀ ମନୁଷ୍ୟଙ୍କର ହିଁ ମତ ମିଳିଥାଏ ।
ସତ୍ୟଯୁଗରେ ତ ତୁମେ ଏଠାକାର ପ୍ରାରବ୍ଧ ପାଉଛ । ସେଠାରେ କେବେ ଓଲଟା ମତ ମିଳି ନ ଥାଏ ।
ବର୍ତ୍ତମାନର ଶ୍ରୀମତ ହିଁ ଅବିନାଶୀ ହୋଇଯାଇଥାଏ, ଯାହାକି ଅଧାକଳ୍ପ ଚାଲିଥାଏ । ଏହା ନୂଆ ଜ୍ଞାନ,
ଏହାକୁ ଗ୍ରହଣ କରିବା ପାଇଁ କେତେ ବୁଦ୍ଧି ଦରକାର । ଏହାକୁ କାର୍ଯ୍ୟରେ ଲଗାଇବା ଦରକାର ।
ଯେଉଁମାନେ ଆରମ୍ଭରୁ ବହୁତ ଭକ୍ତି କରିଥିବେ ସେହିମାନେ ଭଲ ଭାବରେ ଧାରଣା କରିପାରିବେ । ଏହାକୁ
ବୁଝିବା ଦରକାର - ଯଦି ଆମର ବୁଦ୍ଧିରେ ଜ୍ଞାନ ଠିକ୍ ରୂପରେ ଧାରଣ ହେଉ ନାହିଁ, ତେବେ ନିଶ୍ଚିତ
ଆରମ୍ଭରୁ ମୁଁ ଭକ୍ତି କରିନାହଁ । ବାବା କହୁଛନ୍ତି ଯଦି କିଛି ବି ବୁଝି ପାରୁନାହଁ ତାହା ହେଲେ
ବାବାଙ୍କୁ ପଚାର କାହିଁକି ନା ବାବା ହେଉଛନ୍ତି ଅବିନାଶୀ ସର୍ଜନ (ଡାକ୍ତର) । ତାଙ୍କୁ ପରମାତ୍ମା
ମଧ୍ୟ କୁହାଯାଏ । ଆତ୍ମା ପବିତ୍ର ହେଲେ ତ ତା’ର ମହିମା ମଧ୍ୟ ହୋଇଥାଏ । ଆତ୍ମାର ମହିମା ଥିଲେ ତ
ଶରୀରର ବି ମହିମା ହୋଇଥାଏ । ଆତ୍ମା ତମୋପ୍ରଧାନ ହେଲେ ଶରୀରର ମଧ୍ୟ ମହିମା ହୁଏ ନାହିଁ । ଏହି
ସମୟରେ ତୁମ ପିଲାମାନଙ୍କୁ ବହୁତ ଗୁହ୍ୟ ବୁଦ୍ଧି ମିଳୁଛି । ଆତ୍ମାକୁ ହିଁ ମିଳୁଛି । ଆତ୍ମାକୁ
କେତେ ମିଠା ହେବା ଦରକାର । ସମସ୍ତଙ୍କୁ ସୁଖ ଦେବା ଦରକାର । ବାବା କେତେ ମିଠା । ଆତ୍ମାମାନଙ୍କୁ
ମଧ୍ୟ ବହୁତ ମିଠା କରୁଛନ୍ତି । ଆତ୍ମା କୌଣସି ବି ଅକର୍ତ୍ତବ୍ୟ କାର୍ଯ୍ୟ ନ କରୁ ଏହା ଅଭ୍ୟାସ
କରିବା ଦରକାର । ଚେକ୍ କରିବା ଦରକାର ଯେ ମୋ ଦ୍ୱାରା କୌଣସି ଅକର୍ତ୍ତବ୍ୟ କାର୍ଯ୍ୟ ହେଉ ନାହିଁ
ତ? ଶିବବାବା କେବେ ଅକର୍ତ୍ତବ୍ୟ କାର୍ଯ୍ୟ କରିବେ କି? ନା । ସେ ଆସି ହିଁ ଥା’ନ୍ତି ଉତ୍ତମରୁ
ଉତ୍ତମ କଲ୍ୟାଣକାରୀ କାର୍ଯ୍ୟ କରିବା ପାଇଁ । ସମସଙ୍କୁ ସଦ୍ଗତି ଦେଇଥା’ନ୍ତି । ତେଣୁ ବାବା ଯେଉଁ
କର୍ତ୍ତବ୍ୟ କରିଥା’ନ୍ତି, ପିଲାମାନଙ୍କର କର୍ତ୍ତବ୍ୟ ମଧ୍ୟ ସେହିଭଳି ହେବା ଦରକାର । ଏହା ମଧ୍ୟ
ବୁଝାଇଛନ୍ତି ଯେଉଁମାନେ ଆରମ୍ଭରୁ ବହୁତ ଭକ୍ତି କରିଛନ୍ତି, ସେହିମାନଙ୍କର ବୁଦ୍ଧିରେ ଏହି ଜ୍ଞାନ
ଧାରଣ ହେବ । ଏବେ ବି ଦେବତାମାନଙ୍କର ଅନେକ ଭକ୍ତ ରହିଛନ୍ତି ଯିଏକି ନିଜର ମୁଣ୍ଡକାଟି ଦେବା ପାଇଁ
ମଧ୍ୟ ପ୍ରସ୍ତୁ୍ତ ରହିଛନ୍ତି । ବଡ ବଡ ଭକ୍ତଙ୍କୁ ସାନ ଭକ୍ତମାନେ ଅନୁକରଣ କରିଥାନ୍ତି ।
ସେମାନଙ୍କର ମହିମା ଗାୟନ କରିଥା’ନ୍ତି । ସେମାନଙ୍କର କାର୍ଯ୍ୟକଳାପ ତ ସ୍ଥୂଳରେ ସବୁ ଦେଖାଯାଇଥାଏ
। ଏଠାରେ ତୁମେ ହେଉଛ ଗୁପ୍ତ । ତୁମ ବୁଦ୍ଧିରେ ସୃଷ୍ଟିର ଆଦି-ମଧ୍ୟ-ଅନ୍ତର ସାରା ଜ୍ଞାନ ରହିଛି ।
ଏହା ବି ପିଲାମାନଙ୍କୁ ଜଣା ଅଛି ଯେ ବାବା ଆମକୁ ପଢାଇବା ପାଇଁ ଆସିଛନ୍ତି । ଏବେ ପୁଣି ଆମେ ଘରକୁ
ଯିବୁ । ଯେଉଁଠାରୁ ସବୁ ଆତ୍ମାମାନେ ଆସିଥାନ୍ତି, ତାହା ହେଉଛି ଆମର ଘର । ସେଠାରେ ଶରୀର ହିଁ ନାହିଁ
ତ ଶବ୍ଦ କିପରି ହେବ । ଆତ୍ମା ବିନା ଶରୀର ଜଡ ହୋଇଯାଇଥାଏ । ମନୁଷ୍ୟମାନଙ୍କ ଶରୀର ସହିତ କେତେ
ମୋହ ରହିଛି । ଆତ୍ମା ଶରୀରରୁ ବାହାରି ଗଲେ ବାକି ରହିଲା ୫ ତତ୍ତ୍ୱର ଶରୀର ତାହା ସହ ମଧ୍ୟ କେତେ
ସ୍ନେହ ରହିଥାଏ । ପତ୍ନୀ ପତିର ଚିତା ଉପରେ ଝାସ ଦେବା ପାଇଁ ପ୍ରସ୍ତୁତ ହୋଇଯାଏ । ଶରୀର ପ୍ରତି
କେତେ ମୋହ ରହିଥାଏ । ଏବେ ତୁମେ ବୁଝୁଛ ଯେ ସାରା ଦୁନିଆ ଠାରୁ ନଷ୍ଟମୋହା ହେବାକୁ ପଡିବ । ଏହି
ଶରୀର ତ ଦିନେ ବିନାଶ ହୋଇଯିବ । ତେଣୁ ଶରୀରରୁ ଆସକ୍ତି ତୁଟିଯିବା ଦରକାର ନା । କିନ୍ତୁ ବହୁତ
ମୋହ ରହିଥାଏ । ବ୍ରାହ୍ମଣଙ୍କୁ ଖାଇବାକୁ ଦେଇଥା’ନ୍ତି । ମନେ ପକାଇଥା’ନ୍ତି ନା - ଅମୁକର
ଶ୍ରାଦ୍ଧ । ତେବେ ସିଏ କ’ଣ ଖାଇ ପାରିବ କି । ତୁମ ସନ୍ତାନମାନଙ୍କୁ ତ ଏବେ ଏହିସବୁ କଥାରୁ ମୁକ୍ତ
ହୋଇଯିବା ଦରକାର । ଡ୍ରାମାରେ ପ୍ରତ୍ୟେକ ନିଜ ନିଜର ଅଭିନୟ କରୁଛନ୍ତି । ଏହି ସମୟରେ ତୁମକୁ
ଜ୍ଞାନ ମିଳିଛି, ଆମକୁ ନଷ୍ଟମୋହା ହେବାକୁ ପଡିବ । ମୋହଜିତ୍ ରାଜାଙ୍କର କାହାଣୀ ମଧ୍ୟ ଅଛି ନା ।
ଅନ୍ୟ କେହି ମୋହଜିତ୍ ରାଜା ହୋଇପାରିବେ ନାହିଁ । ଏହିଭଳି କାହାଣୀ ତ ବହୁତ ଲେଖା ହୋଇଛି ନା ।
ସେଠାରେ ଅକାଳମୃତ୍ୟୁ ହୁଏ ନାହିଁ । ତେଣୁ ମୋହର କଥା ପଚାରିବା ବି ଆବଶ୍ୟକ ନାହିଁ । ବର୍ତ୍ତମାନ
ବାବା ତୁମକୁ ମୋହଜିତ୍ କରୁଛନ୍ତି । ସ୍ୱର୍ଗରେ ମୋହଜିତ୍ ରାଜାମାନେ ଥିଲେ । ଯେପରି ରାଜାରାଣୀ
ସେପରି ପ୍ରଜା ମଧ୍ୟ ଥିଲେ । ତାହା ହିଁ ନଷ୍ଟମୋହାର ରାଜଧାନୀ । ରାବଣ ରାଜ୍ୟରେ ମୋହ ବହୁତ
ରହିଥାଏ । ସେଠାରେ ତ ବିକାର ନ ଥାଏ । ରାବଣ ରାଜ୍ୟ ହିଁ ନାହିଁ । ରାବଣର ରାଜତ୍ୱ ଚାଲିଯାଇଥାଏ ।
ରାମରାଜ୍ୟରେ କଣ ହୁଏ, କିଛି ବି ଜଣା ନାହିଁ । ବାବାଙ୍କ ବ୍ୟତୀତ ଏହି ସବୁ କଥା ଆଉ କେହି
କହିପାରିବେ ନାହିଁ । ବାବା ଏହି ଶରୀରରେ ରହି ମଧ୍ୟ ଦେହୀ-ଅଭିମାନୀ ରୁହନ୍ତି । ଲୋନ୍ ଅଥବା ଭଡାରେ
ଘର ନେଇଥିଲେ ବି ସେଥିରେ ମଧ୍ୟ ମୋହ ରହିଥାଏ । ଘରକୁ ଭଲ ଭାବରେ ସଜେଇ ରଖିଥାନ୍ତି । ବାବାଙ୍କୁ ତ
ସଜାଇବା ଦରକାର ନାହିଁ କାରଣ ବାବା ତ ଅଶରୀରୀ ନା । ଏହାଙ୍କୁ କୌଣସି ସଜାସଜି କରିବାର ଅଭ୍ୟାସ
ହିଁ ନାହିଁ । ବାବାଙ୍କୁ ତ ଅବିନାଶୀ ଜ୍ଞାନ ରତ୍ନରେ ପିଲାମାନଙ୍କୁ ସଜାଇବାର ଅଭ୍ୟାସ ଅଛି ।
ସୃଷ୍ଟିର ଆଦି-ମଧ୍ୟ-ଅନ୍ତର ରହସ୍ୟ ବୁଝାଇଥାନ୍ତି । ଶରୀର ତ ହେଉଛି ହିଁ ଅପବିତ୍ର । ଏହାଙ୍କୁ
ଯେତେବେଳେ ନୂଆ ଶରୀର ମିଳିବ ତେବେ ପବିତ୍ର ହୋଇଥିବ । ବର୍ତ୍ତମାନ ତ ଇଏ ପୁରୁଣା ଦୁନିଆ ଅଟେ ।
ଇଏ ମଧ୍ୟ ଦିନେ ଶେଷ ହୋଇଯିବ । ଏକଥା ମଧ୍ୟ ଦୁନିଆରେ କାହାକୁ ଜଣା ହିଁ ନାହିଁ । ଧୀରେ ଧୀରେ
ଜଣାପଡିବ । ନୂଆ ଦୁନିଆର ସ୍ଥାପନା ଏବଂ ପୁରୁଣା ଦୁନିଆର ବିନାଶ, ଏହା ତ ବାବାଙ୍କର ହିଁ କାମ ।
ବାବା ହିଁ ଆସି ବ୍ରହ୍ମାଙ୍କ ଦ୍ୱାରା ପ୍ରଜା ରଚନା କରି ନୂଆ ଦୁନିଆର ସ୍ଥାପନା କରୁଛନ୍ତି । ତୁମେ
ନୂଆ ଦୁନିଆରେ ଅଛ ନା । ନୂଆ ଦୁନିଆର ସ୍ଥାପନା ହେଉଛି । ତେଣୁ ଚୁଟୀ ଅର୍ଥାତ୍ ବ୍ରାହ୍ମଣମାନେ
ହେଉଛନ୍ତି ବହୁତ ଉଚ୍ଚ ବା ଶ୍ରେଷ୍ଠ । ବାବା ବୁଝାଇଛନ୍ତି ବାବାଙ୍କ ସମ୍ମୁଖକୁ ଆସିଲେ ପ୍ରଥମେ
ଏକଥା ମନେ ପକାଅ ଯେ ଆମେ ଈଶ୍ୱର ପିତାଙ୍କ ନିକଟକୁ ଯାଉଛୁ । ଶିବବାବା ତ’ ନିରାକାର ଅଟନ୍ତି ।
ତାଙ୍କ ସାମ୍ନାକୁ ଆମେ କେମିତି ଯିବା । ତେଣୁ ଶିବବାବାଙ୍କୁ ମନେ ପକାଇ ପୁଣି ତାଙ୍କ ସମ୍ମୁଖକୁ
ଆସିବାକୁ ହେବ । ତୁମେ ଜାଣିଛ ଶିବବାବା ବ୍ରହ୍ମାଙ୍କ ମଧ୍ୟରେ ବସିଛନ୍ତି । ଏହି ଶରୀର ତ ହେଉଛି
ପତିତ । ଶିବବାବାଙ୍କ ସ୍ମୃତିରେ ନ ରହି କୌଣସି କାମ କଲେ ପାପ ଲାଗିଯାଏ । ଆମେ ଶିବବାବାଙ୍କ ପାଖକୁ
ଯାଉଛୁ । ପୁଣି ଅନ୍ୟ ଜନ୍ମରେ ଅଲଗା ସମ୍ବନ୍ଧୀ ହେବ । ସେଠାରେ ଦେବତାଙ୍କ କୋଳକୁ ଯିବା । ଏହି
ଈଶ୍ୱରୀୟ କୋଳ ଥରେ ମାତ୍ର ମିଳିଥାଏ । ମୁଖରେ କହିଥାନ୍ତି, ହେ ବାବା ଆମେ ଆପଣଙ୍କର ହୋଇଗଲୁ ।
ବହୁତ ଅଛନ୍ତି ଯେଉଁମାନେ କି କେବେ ଦେଖି ବି ନାହାଁନ୍ତି । ବାହାରେ ରହୁଛନ୍ତି ପତ୍ର ଲେଖିଥା’ନ୍ତି
ଶିବବାବା ମୁଁ ଆପଣଙ୍କର ପୋଷ୍ୟପୁତ୍ର ହୋଇଗଲି । ବୁଦ୍ଧିରେ ଜ୍ଞାନ ରହିଛି । ଆତ୍ମା କହୁଛି ମୁଁ
ଶିବବାବାଙ୍କର ହୋଇଯାଇଛି । ଏହାଙ୍କ ପୂର୍ବରୁ ମୁଁ ପତିତ କୋଳରେ ଥିଲି । ଭବିଷ୍ୟତରେ ପବିତ୍ର
ଦେବତା କୋଳରେ ଆସିବି । ଏହି ଜନ୍ମ ହେଉଛି ଦୁର୍ଲଭ । ହୀରା ଭଳି ତୁମେ ଏହି ସଂଗମଯୁଗରେ ହେଉଛ ।
ସଂଗମଯୁଗ କୌଣସି ପାଣିର ସାଗର ଏବଂ ନଦୀମାନଙ୍କର ମିଳନକୁ କୁହାଯାଏ ନାହିଁ । ରାତି ଦିନର ଅନ୍ତର
ରହିଛି । ବ୍ରହ୍ମପୁତ୍ର ବଡରୁ ବଡ ନଦୀ ଯିଏ କି ସାଗରରେ ମିଶିଛି । ନଦୀମାନେ ଯାଇ ସାଗରରେ
ପଡିଛନ୍ତି । ତୁମେ ବି ହେଉଛ ସାଗରରୁ ବାହାରିଥିବା ଜ୍ଞାନ ନଦୀ । ଜ୍ଞାନ ସାଗର ହେଉଛନ୍ତି ଶିବବାବା
। ବଡରୁ ବଡ ନଦୀ ହେଲା ବ୍ରହ୍ମପୁତ୍ର । ଏହାଙ୍କର ନାମ ବ୍ରହ୍ମା ଅଟେ । ସାଗର ସହିତ ଏହାଙ୍କର କେତେ
ସାମଞ୍ଜସ୍ୟ ଅଛି । ତୁମକୁ ଜଣା ଅଛି ଯେ ନଦୀମାନେ କେଉଁଠାରୁ ବାହାରିଛନ୍ତି । ସାଗରଠାରୁ ହିଁ
ବାହାରିଥାଏ, ପୁଣି ସାଗରେ ମିଶିଥାଏ । ସାଗରଠାରୁ ମିଠା ପାଣି ଗ୍ରହଣ କରିଥାଏ । ସାଗରଙ୍କ
ସନ୍ତାନମାନେ ପୁଣି ସାଗରରେ ଯାଇ ମିଶିଥା’ନ୍ତି । ତୁମେ ବି ଜ୍ଞାନ ସାଗରରୁ ବାହାରିଛ ପୁଣି ସମସ୍ତେ
ସେଠାକୁ ଚାଲିଯିବ, ଯେଉଁଠି ସେ ରହିଥା’ନ୍ତି, ସେଠାରେ ତୁମେ ଆତ୍ମାମାନେ ବି ରହୁଛ । ଜ୍ଞାନ ସାଗର
ଆସି ତୁମକୁ ପବିତ୍ର ମିଠା କରୁଛନ୍ତି । ଆତ୍ମା ଯିଏକି ଗୁଣହୀନ ହୋଇଯାଇଛି, ତାକୁ ଗୁଣବାନ
କରୁଛନ୍ତି । ୫ ବିକାର ରୂପୀ ଛି-ଛି ଅବଗୁଣ ତୁମଠାରୁ ବାହାରିଯାଉଛି, ତେଣୁ ତୁମେ ତମୋପ୍ରଧାନରୁ
ସତ୍ତ୍ୱପ୍ରଧାନ ହୋଇଯାଉଛ । ବାବା ପୁରୁଷାର୍ଥ ବହୁତ କରାଉଛନ୍ତି । ତୁମେ କେତେ ସତ୍ତ୍ୱପ୍ରଧାନ
ଥିଲ, ସ୍ୱର୍ଗରେ ରହୁଥିଲ । ତୁମେ ବିଲ୍କୁଲ୍ ଛି-ଛି ପତିତ ହୋଇଯାଇଛ । ରାବଣ ତୁମକୁ କ’ଣ
କରିଦେଇଛି । ଭାରତରେ ହିଁ ଗାୟନ ଅଛି ହୀରା ସଦୃଶ ଅମୂଲ୍ୟ ଜନ୍ମ ।
ବାବା କହୁଛନ୍ତି ତୁମେ
କଉଡି ପଛରେ କାହିଁକି ହଇରାଣ ହେଉଛ । ବିନାଶୀ ଧନ କ’ଣ ବହୁତ ଦରକାର କି! ଗରୀବ ଜଲଦି
ବୁଝିଯାଇଥାନ୍ତି । ସାହୁକାର ତ କହିଥା’ନ୍ତି ଏବେ ଆମ ପାଇଁ ଏଇଠି ହିଁ ସ୍ୱର୍ଗ ରହିଛି । ତୁମେ
ସନ୍ତାନମାନେ ଜାଣିଛ - ଯିଏ ବି ମନୁଷ୍ୟ ମାତ୍ର ଅଛନ୍ତି ସମସ୍ତଙ୍କର ଏହି ସମୟରେ କଉଡି ତୁଲ୍ୟ
ମୂଲ୍ୟହୀନ ଜୀବନ ଅଟେ । ଆମେ ବି ଏହିପରି ଥିଲୁ । ଏବେ ବାବା ଆମକୁ କେତେ ଶ୍ରେଷ୍ଠ କରୁଛନ୍ତି ।
ଲକ୍ଷ୍ୟ ତ ରହିଛି ନା । ଆମେ ନରରୁ ନାରାୟଣ ହେଉଛୁ । ଭାରତ ଏବେ କଉଡି ସଦୃଶ କାଙ୍ଗାଳ ହୋଇଯାଉଛ
ନା । ଭାରତବାସୀ ନିଜେ କ’ଣ ଜାଣିଛନ୍ତି କି । ଏଠାରେ ତୁମେ କେତେ ସାଧାରଣ ଅବଳାମାନେ ଅଛ । କେହି
ବଡ ଲୋକ ଆସିଲେ ତାଙ୍କର ଏଠାରେ ବସିବାକୁ ଇଚ୍ଛା ହେବନି । ଯେଉଁଠି ବଡ-ବଡ ଲୋକମାନେ, ସନ୍ନ୍ୟାସୀ,
ଗୁରୁ ଆଦିଥିବେ ସେହିଭଳି ବଡ-ବଡ ସଭାକୁ ଯିବେ । ବାବା ମଧ୍ୟ କହୁଛନ୍ତି ମୁଁ ଗରୀବଙ୍କର ବନ୍ଧୁ ।
କହିଥା’ନ୍ତି ଯେ ଭଗବାନ ଗରୀବଙ୍କର ରକ୍ଷା କରିଥାନ୍ତି । ଏବେ ତୁମେ ଜାଣୁଛ - ଆମେ କେତେ ସାହୁକାର
ଥିଲୁ । ଏବେ ପୁଣି ହେଉଛୁ । ବାବା ମଧ୍ୟ ଲେଖିଥା’ନ୍ତି ତୁମେ ପଦମାପଦମପତି ହେଉଛ । ସେଠାରେ ଲଢେଇ
ଝଗଡା ହୁଏ ନାହିଁ । ଏଠାରେ ତ ଦେଖ ପଇସା ପାଇଁ କେତେ ମରାମରି ହେଉଛନ୍ତି । କେତେ ଲାଞ୍ଚ ମିଳୁଛି
। ମନୁଷ୍ୟକୁ ତ ପଇସା ଦରକାର ନା । ତୁମେ ସନ୍ତାନମାନେ ଜାଣିଛ ବାବା ଆମର ସମ୍ପତ୍ତି ଭରପୂର
କରିଦେଉଛନ୍ତି । ଅଧାକଳ୍ପ ପାଇଁ ଯେତେ ଦରକାର ସେତେ ଧନ ନିଅ, ପରନ୍ତୁ ପୁରୁଷାର୍ଥ ପୁରା କର ।
ଅବହେଳା କର ନାହିଁ । କୁହାଯାଏ ନା ପିତାଙ୍କୁ ଅନୁସରଣ କର । ପିତାଙ୍କୁ ଅନୁକରଣ କଲେ ଏହିପରି
ହୋଇଯିବ । ନରରୁ ନାରାୟଣ, ନାରୀରୁ ଲକ୍ଷ୍ମୀ ହେବା ପାଇଁ ଉଚ୍ଚ ପରୀକ୍ଷା ଦେବାକୁ ହେବ । ଏଥିରେ
ଟିକିଏ ହେଲେ ବି ଅବହେଳା କରିବା ଉଚିତ୍ ନୁହେଁ । ବାବା ଶ୍ରୀମତ ଦେଉଛନ୍ତି, ତେଣୁ ଶ୍ରୀମତ ପାଳନ
କରିବାକୁ ହେବ । କାଇଦା କାନୁନର ଉଲଂଘନ କର ନାହିଁ । ଶ୍ରୀମତ ଆଧାରରେ ହିଁ ତୁମେ ଶ୍ରେଷ୍ଠ ହେଉଛ
। ଲକ୍ଷ୍ୟ ବହୁତ ଉଚ୍ଚ । ପ୍ରତିଦିନି ନିଜର ହିସାବ ରଖ । ରୋଜଗାର କଲି ନା ଘାଟା ହେଲା? ବାବାଙ୍କୁ
କେତେ ମନେ ପକାଇଲି? କେତେ ଜଣଙ୍କୁ ରାସ୍ତା ବତାଇଲି? ଅନ୍ଧମାନଙ୍କର ଲାଠି ତୁମେ ହେଉଛ ନା । ତୁମକୁ
ଜ୍ଞାନର ତୃତୀୟ ନେତ୍ର ମିଳୁଛି । ଆଚ୍ଛା-
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ
ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ବାବା ଯେପରି
ମିଠା, ସେହିପରି ମିଠା ହୋଇ ସମସ୍ତଙ୍କୁ ସୁଖ ଦେବାକୁ ହେବ । କୌଣସି ଅକର୍ତ୍ତବ୍ୟ କାର୍ଯ୍ୟ କରିବା
ଅନୁଚିତ୍ । ଉତ୍ତମରୁ ଉତ୍ତମ କଲ୍ୟାଣକାରୀ କାର୍ଯ୍ୟ ହିଁ କରିବାକୁ ହେବ ।
(୨) ମୂଲ୍ୟହୀନ ବିନାଶୀ
ଧନ ପଛରେ ଦୌଡିବାର ନାହିଁ । ପୁରୁଷାର୍ଥ କରି ନିଜର ଜୀବନକୁ ହୀରା ସଦୃଶ କରିବା ଆବଶ୍ୟକ । କୌଣସି
ଭୁଲ୍ କର୍ମ କରିବାର ନାହିଁ ।
ବରଦାନ:-
ନିଶ୍ଚୟ ରୂପୀ
ପାଦକୁ ଅଚଳ ରଖୁଥିବା ସଦା ନିଶ୍ଚୟ ବୁଦ୍ଧି ନିଶ୍ଚିନ୍ତ ଭବ ।
ସବୁଠାରୁ ବଡ ରୋଗ ହେଲା
ଚିନ୍ତା, ଯାହାର ଔଷଧ ଡାକ୍ତରଙ୍କ ପାଖରେ ମଧ୍ୟ ନାହିଁ । ଚିନ୍ତା କରୁଥିବା ଆତ୍ମାମାନେ ଯେତେ ଯେତେ
ପ୍ରାପ୍ତିଗୁଡିକର ପଛରେ ଧାଇଁଥାଆନ୍ତି ସେହି ଅନୁସାରେ ପ୍ରାପ୍ତିଗୁଡିକ ମଧ୍ୟ ଆଗକୁ ଆଗକୁ
ଚାଲିଯାଆନ୍ତି ସେଥିପାଇଁ ନିଶ୍ଚୟ ରୂପୀ ପାଦ ସର୍ବଦା ଅଟଳ ରହୁ । ସର୍ବଦା ଏକ ବଳ, ଏକ ଭରସା - ଏହି
ପାଦଟି ଯଦି ଅଚଳ ରହିଥିବ ତେବେ ବିଜୟ ସୁନିଶ୍ଚିତ ଅଟେ ଏବଂ ବିଜୟ ଯାହାର ସୁନିଶ୍ଚିତ ଅଟେ ସେ
ସର୍ବଦା ନିଶ୍ଚିନ୍ତ ରହିଥାଏ । ମାୟା ତୁମର ନିଶ୍ଚୟ ରୂପୀ ପାଦକୁ ହଲଚଲ କରିବା ପାଇଁ ହିଁ ଭିନ୍ନ
ଭିନ୍ନ ରୂପ ନେଇ ଆସିଥାଏ । ତେଣୁ ମାୟା ପଛକେ ହଲିଯାଉ କିନ୍ତୁ ତୁମର ନିଶ୍ଚୟ ରୂପୀ ପାଦ ହଲଚଲ୍ ନ
ହେଉ, ତାହାହେଲେ ନିଶ୍ଚିତ ରହିବାର ବରଦାନ ମିଳିଯିବ ।
ସ୍ଲୋଗାନ:-
ପ୍ରତ୍ୟେକଙ୍କର
ବିଶେଷତାକୁ ଦେଖ ତେବେ ତୁମେ ମଧ୍ୟ ବିଶେଷ ଆତ୍ମା ହୋଇଯିବ ।
ଅବ୍ୟକ୍ତ ଈଶାରେ - ଯଦି
ସହଜଯୋଗୀ ହେବାକୁ ଚାହୁଁଛ ତେବେ ପରମାତ୍ମ ସ୍ନେହର ଅନୁଭବୀ ହୁଅ ।
ତୁମ ଭଳି
ଗୋପଗୋପୀମାନଙ୍କର ଚରିତ୍ରର ଗାୟନ ହେଲା - ବାବାଙ୍କଠାରୁ ସର୍ବ ସମ୍ବନ୍ଧର ସୁଖ ନେବା ଏହି ସେହି
ସୁଖରେ ମଗ୍ନ ରହିବା ଅଥବା ସର୍ବ ସମ୍ବନ୍ଧର ସ୍ନେହରେ ବୁଡି ରହିବା । ଯେତେବେଳେ କେହି କାହା ସହିତ
ଅତି ସ୍ନେହରେ ମିଶିଥାଆନ୍ତି ସେତେବେଳେ ସେହି ସ୍ନେହ ମିଳନକୁ କିୁହାଯାଏ ଯେ ପରସ୍ପର ସହିତ
ମିଶିଯାଇଛନ୍ତି ବା ଦୁଇଜଣ ମିଶି ଏକ ହୋଇଯାଇଛନ୍ତି । ତେଣୁ ବାବାଙ୍କର ସ୍ନେହରେ ସମାହିତ ହୋଇଯିବା
ଅର୍ଥ ବାବାଙ୍କର ସ୍ୱରୂପ ହୋଇଯିବା ।